14.09.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜର ସତ୍ୟ ଓ ବାସ୍ତବ ଚାର୍ଟ ରଖ, ତେବେ ଅବସ୍ଥା ଭଲ ରହିବ, ଚାର୍ଟ ରଖିବା ଦ୍ୱାରା କଲ୍ୟାଣ ହୋଇ ଚାଲିବ ।

ପ୍ରଶ୍ନ:-
କେଉଁ ସ୍ମୃତି ପୁରୁଣା ଦୁନିଆଠାରୁ ସହଜରେ ଦୂରେଇ ଦେଇଥାଏ?

ଉତ୍ତର:-
ଯଦି ଏହି ସ୍ମୃତି ରହିବ ଯେ ଆମେ କଳ୍ପ କଳ୍ପ ବାବାଙ୍କଠାରୁ ବେହଦର ସମ୍ପତ୍ତି ନେଉଛୁ, ଏବେ ପୁନର୍ବାର ଆମେ ଶିବବାବାଙ୍କର କୋଳକୁ ଆସିଛୁ - ସମ୍ପତ୍ତି ନେବା ପାଇଁ । ବାବା ହିଁ ଆମକୁ ପୋଷ୍ୟ ସନ୍ତାନ ରୂପରେ ଗ୍ରହଣ କରିଛନ୍ତି । ଆମେ ସତ୍ୟ ପ୍ରକୃତ ବ୍ରାହ୍ମଣ ହୋଇଛୁ । ଶିବବାବା ଆମକୁ ଗୀତା ଶୁଣାଉଛନ୍ତି, ତେବେ ଏହି ସ୍ମୃତି ପୁରୁଣା ଦୁନିଆଠାରୁ ଦୂରେଇ ଦେବ ।

ଓମ୍ ଶାନ୍ତି ।
ତୁମେ ପିଲାମାନେ ଏଠାରେ ଶିବବାବାଙ୍କର ସ୍ମୃତିରେ ବସିଛ, ତେଣୁ ତୁମେମାନେ ଜାଣିଛ ଯେ ବାବା ଆମକୁ ପୁନର୍ବାର ସୁଖଧାମର ମାଲିକ କରୁଛନ୍ତି । ପିଲାମାନଙ୍କ ବୁଦ୍ଧିରେ କେତେ ଖୁସି ରହିବା ଉଚିତ୍ କାରଣ ଏଠାରେ ବସିଥିଲେ ମଧ୍ୟ ପିଲାମାନଙ୍କୁ ସମ୍ପତ୍ତି ମିଳୁଛି ନା । ଅନେକ ପ୍ରକାରର କଲେଜ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବୁଦ୍ଧିରେ ମଧ୍ୟ ଏହି କଥା ନଥାଏ । ତୁମେମାନେ ହିଁ ଜାଣିଛ ଯେ ବାବା ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ତେଣୁ ଏହି ଖୁସି ରହିବା ଉଚିତ୍ ନା । ଏହି ସମୟରେ ଅନ୍ୟ ସବୁ ଚିନ୍ତାକୁ ଛାଡି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଏଠାରେ ଯେତେବେଳେ ବସୁଛ ତେବେ ତୁମ ବୁଦ୍ଧିରେ ଉତ୍ସାହ ରହିବା ଦରକାର ଯେ ଆମେ ଏବେ ସୁଖଧାମର ମାଲିକ ହେଉଛୁ । ସୁଖ ଏବଂ ଶାନ୍ତିର ସମ୍ପତ୍ତି ଆମେ କଳ୍ପ କଳ୍ପ ନେଉଛୁ । ମନୁଷ୍ୟ ତ କିଛି ହେଲେ ଜାଣି ନାହାଁନ୍ତି । କଳ୍ପ ପୂର୍ବରୁ ମଧ୍ୟ ବହୁତ ମନୁଷ୍ୟ ଅଜ୍ଞାନ ଅନ୍ଧକାର ଭିତରେ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହି ବିନାଶ ହୋଇଯାଇଥିଲେ, ପୁନର୍ବାର ସେହିଭଳି ହେବ । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ପୋଷ୍ୟ କରିଛନ୍ତି ଅର୍ଥାତ୍ ଆମ୍ଭେମାନେ ବାବାଙ୍କର ଧର୍ମ ସନ୍ତାନ ହୋଇଛୁ, ଯିଏକି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଏବେ ଆମେ ବ୍ରାହ୍ମଣ ଅଟୁ । ଆମେ ସତ୍ୟ ଗୀତା ଜ୍ଞାନ ଶୁଣୁଛୁ । ଆମେ ବାବାଙ୍କଠାରୁ ପୁନର୍ବାର ରାଜଯୋଗ ଏବଂ ଜ୍ଞାନ ବଳ ଦ୍ୱାରା ସମ୍ପତ୍ତି ନେଉଛୁ । ଏହିଭଳି ବିଚାର ମନ ଭିତରେ ଆସିବା ଉଚିତ୍ । ବାବା ମଧ୍ୟ ଆସି ଖୁସିର କଥା ଶୁଣାଉଛନ୍ତି ନା । ବାବା ଜାଣିଛନ୍ତି ପିଲାମାନେ କାମ ଚିତା ଉପରେ ବସି କଳା ହୋଇଯାଇଛନ୍ତି ବା ଭସ୍ମୀଭୂତ ହୋଇଯାଇଛନ୍ତି, ସେଥିପାଇଁ ମୁଁ ଅମରଲୋକରୁ ମୃତ୍ୟୁଲୋକକୁ ଆସିଛି । ତୁମେ କହୁଛ ଆମେ ମୃତ୍ୟୁଲୋକରୁ ଅମରଲୋକକୁ ଯାଉଛୁ । ବାବା କହୁଛନ୍ତି - ମୁଁ ମୃତ୍ୟୁଲୋକକୁ ଆସିଛି, ଯେଉଁଠାରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ପୁନର୍ବାର ଅମରଲୋକକୁ ନେଇଯାଉଛି । ଶାସ୍ତ୍ରମାନଙ୍କରେ ତ କଣ କଣ ସବୁ ଲେଖି ଦେଇଛନ୍ତି । ସିଏ ସର୍ବଶକ୍ତିମାନ ଅଟନ୍ତି, ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ପିଲାମାନେ ଜାଣିଛନ୍ତି, ତାଙ୍କୁ ଆବାହନ କରିଛନ୍ତି, ହେ ପତିତ ପାବନ ବାବା ଆସ, ଏଠାକୁ ଆସି ଆମକୁ ପତିତରୁ ପାବନ କର, ଦୁଃଖ ହରଣ କରି ସୁଖ ଦିଅ, ଏଥିରେ ଯାଦୁବିଦ୍ୟାର କୌଣସି କଥା ନାହିଁ । ବାବା କଣ୍ଟାରୁ ଫୁଲ କରିବା ପାଇଁ ହିଁ ଆସୁଛନ୍ତି ।

ତୁମେ ଜାଣିଛ ଯେ ଆମେମାନେ ହିଁ ସୁଖଧାମର ଦେବତା ଥିଲୁ, ସତ୍ତ୍ୱପ୍ରଧାନ ଥିଲୁ । ପ୍ରତ୍ୟେକଙ୍କୁ ସତ୍ତ୍ୱପ୍ରଧାନ ଅବସ୍ଥାରୁ ତମୋପ୍ରଧାନ ଅବସ୍ଥାକୁ ଆସିବାକୁ ହିଁ ହେବ । ପିଲାମାନଙ୍କୁ ଏଠାରେ ବସିବା ସମୟରେ ତ ଅଧିକ ମଜା ଲାଗିବା ଉଚିତ୍ । ବାବା ଅଧିକ ମନେ ପଡିବା ଉଚିତ୍ । ବାବାଙ୍କୁ ହିଁ ସାରା ଦୁନିଆ ସ୍ମରଣ କରୁଛି । ହେ ମୁକ୍ତିଦାତା, ପଥପ୍ରଦର୍ଶକ, ହେ ପତିତ-ପାବନ ଆସ । ତାଙ୍କୁ ଡାକିଥାନ୍ତି ମଧ୍ୟ ସେତେବେଳେ ଯେବେକି ରାବଣ ରାଜ୍ୟରେ ଥାନ୍ତି । ସତ୍ୟଯୁଗରେ କଣ କେହି ପରମାତ୍ମାଙ୍କୁ ଡାକନ୍ତି କି । ଏହି ସବୁ କଥା ବୁଝିବା ପାଇଁ ବହୁତ ସହଜ ଅଟେ । ଏହି କଥା କିଏ ଶୁଣାଇଛନ୍ତି? ବାବାଙ୍କର, ଶିକ୍ଷକଙ୍କର ଓ ସଦଗୁରୁଙ୍କର ମଧ୍ୟ ମହିମା କରୁଛନ୍ତି - ତିନିଜଣଯାକ ଜଣେ ହିଁ ଅଟନ୍ତି । ଏହି କଥା ତୁମ ବୁଦ୍ଧିରେ ରହିଛି । ଇଏ ପିତା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି । ଶିବବାବାଙ୍କର ଧନ୍ଦା ହିଁ ହେଉଛି ପତିତମାନଙ୍କୁ ପାବନ କରିବା । ପତିତମାନେ ନିଶ୍ଚିତ ଭାବରେ ଦୁଃଖୀ ହିଁ ହୋଇଥିବେ । ସତ୍ତ୍ୱପ୍ରଧାନ ଆତ୍ମାମାନେ ସୁଖି ଏବଂ ତମୋପ୍ରଧାନ ଆତ୍ମାମାନେ ଦୁଃଖୀ ହିଁ ହୋଇଥାନ୍ତି । ଏହି ଦେବତାମାନଙ୍କର କେତେ ସତ୍ୱୋଗୁଣୀ ସ୍ୱଭାବ ଅଟେ । ଏଠାରେ ମନୁଷ୍ୟମାନଙ୍କର କଳିଯୁଗୀ ତମୋଗୁଣୀ ସ୍ୱଭାବ ଅଟେ । ଆଉ ହଁ, ମନୁଷ୍ୟମାନେ କେହି ଅଳ୍ପ, କେହି ବେଶି, ଭଲ ବା ଖରାପ ହୋଇଥାନ୍ତି । ସତ୍ୟଯୁଗରେ ଏକଥା କେବେ କେହି କହିବେ ନାହିଁ ଯେ ଇଏ ଖରାପ ଅଟନ୍ତି । ଇଏ ଏପରି ଅଟନ୍ତି । ସେଠାରେ କୌଣସି ଖରାପ ଲକ୍ଷଣ ନଥାଏ । ତାହା ଦୈବୀ ସମ୍ପ୍ରଦାୟ ହିଁ ଅଟେ । ହଁ, ସେଠାରେ ଧନୀ ବା ଗରିବ ହୋଇପାରନ୍ତି । କିନ୍ତୁ ଭଲ ବା ମନ୍ଦ ଗୁଣର ତୁଳନା ସେଠାରେ ହୋଇନଥାଏ, ସମସ୍ତେ ସୁଖି ହୋଇଥାନ୍ତି । ଦୁଃଖର କୌଣସି କଥା ନଥାଏ, ତାହାର ନାମ ହିଁ ଅଟେ ସୁଖଧାମ । ତେଣୁ ପିଲାମାନଙ୍କୁ ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ପୁରୁଷାର୍ଥ କରିବା ଉଚିତ୍ । ନିଜର ଚିତ୍ର ଏବଂ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ପାଖରେ ରଖିପାରିବ । ସମସ୍ତେ କହିବେ କେହି ତ ଏମାନଙ୍କର ଶିକ୍ଷାଦାତା ଥିବେ ନା । ଏହା ତ ଭଗବାନଉବାଚ ଅଟେ ନା । ଭଗବାନଙ୍କର ନିଜର ଶରୀର ନାହିଁ । ସିଏ ଆସି ଅନ୍ୟ ଶରୀରର ଲୋନ ନେଉଛନ୍ତି । ଗାୟନ ମଧ୍ୟ ରହିଛି ଭାଗୀରଥ, ତେବେ ନିଶ୍ଚିତ ରଥ ଉପରେ ବିରାଜମାନ ଅଛନ୍ତି । ବୃଷଭ ଉପରେ କେବେ ଆସିବେ କି । ଶିବ ଏବଂ ଶଙ୍କରଙ୍କୁ ଏକାଠି କରି ଦେଇଛନ୍ତି, ତେଣୁ ବୃଷଭ ଦେଖାଇ ଦେଇଛନ୍ତି । କହୁଛନ୍ତି - ତୁମକୁ କେତେ ଖୁସି ହେବା ଦରକାର, ଆମେ ବାବାଙ୍କର ସନ୍ତାନ ହୋଇଛୁ । ବାବା ମଧ୍ୟ କହୁଛନ୍ତି - ତୁମେମାନେ ମୋର ଅଟ । ବାବାଙ୍କୁ ସତ୍ୟଯୁଗ ପଦ ପ୍ରାପ୍ତିର ଖୁସି ନାହିଁ । ଶିକ୍ଷକ ତ ଶିକ୍ଷକ ହିଁ ଅଟନ୍ତି, ତାଙ୍କୁ ପାଠ ହିଁ ପଢାଇବାର ଅଛି । ବାବା କହୁଛନ୍ତି - ପିଲାମାନେ ମୁଁ ସୁଖର ସାଗର ଅଟେ । ଏବେ ତୁମକୁ ଅତିନ୍ଦ୍ରିୟ ସୁଖ ଅନୁଭବ ହେଉଛି, ଯେବେକି ମୁଁ ତୁମକୁ ପୋଷ୍ୟ ପୁତ୍ର କରିଛି । ପୋଷ୍ୟ ତ ଅନେକ ପ୍ରକାରର ହୋଇଥାଏ । ପୁରୁଷ ମଧ୍ୟ କନ୍ୟାକୁ ପୋଷ୍ୟ କରିଥାଏ । କନ୍ୟା ଭାବିଥାଏ ଇଏ ମୋର ପତି ଅଟନ୍ତି, ଏବେ ତୁମେ ଜାଣୁଛ - ଶିବବାବା ଆମକୁ ପୋଷ୍ୟ କରିଛନ୍ତି । ଦୁନିଆରେ ଏହି ସବୁ କଥାକୁ କେହି ବୁଝିନାହାଁନ୍ତି । ସେମାନଙ୍କର ଏହି ପୋଷ୍ୟ ପତ୍ନୀ ରୂପରେ ଗ୍ରହଣ କରିବାର ଅର୍ଥ ହେଲା ଜଣେ ଅନ୍ୟ ଜଣକୁ କାମ ବିକାରଗ୍ରସ୍ଥ କରାଇବା । ଧରିନିଅ କୌଣସି ରାଜା କୌଣସି ଶିଶୁକୁ କୋଳକୁ ନେଉଛି, ପୋଷ୍ୟ କରୁଛି ସୁଖ ଦେବା ପାଇଁ କିନ୍ତୁ ତାହା ହେଲା ଅଳ୍ପକାଳର ସୁଖ । ସନ୍ନ୍ୟାସୀମାନେ ମଧ୍ୟ ପୋଷ୍ୟ କରିଥାନ୍ତି ନା । ପୋଷ୍ୟ ବା ଅନୁଗାମୀ କହିବେ ଇଏ ମୋର ଗୁରୁ ଅଟନ୍ତି । ଗୁରୁ କହିବେ ସିଏ ମୋର ଅନୁଗାମୀ ଅଟେ । କେତେ ପ୍ରକାରର ପୋଷ୍ୟ ପ୍ରକ୍ରିୟା ରହିଛି । ବାପ ପୁଅକୁ ପୋଷ୍ୟ କରିଥାଏ । ତାକୁ ସୁଖ ତ ଦେଇଥାଏ ପୁଣି ବିବାହ କରାଇ ଦେବା କାରଣରୁ ଯେମିତି କି ଦୁଃଖର ସମ୍ପତ୍ତି ଦେଇଦେଇଥାଏ । ଗୁରୁଙ୍କର ପୋଷ୍ୟ କରିବା କେତେ ଉତ୍ତମ । ଏଠାରେ ତ ଈଶ୍ୱର ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି । ଆତ୍ମାମାନଙ୍କୁ ନିଜର କରୁଛନ୍ତି । ଏବେ ତୁମେ ପିଲାମାନେ ସମସ୍ତଙ୍କର ପୋଷ୍ୟ ପ୍ରକ୍ରିୟା ଦେଖି ନେଲ । ଦୁନିଆରେ ସନ୍ନ୍ୟାସୀମାନେ ଥାଇ ମଧ୍ୟ ଲୋକମାନେ ଗାୟନ କରୁଛନ୍ତି - ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପୋଷ୍ୟ ସନ୍ତାନ କରି ପବିତ୍ର କର । ସମସ୍ତେ ଭାଇ-ଭାଇ ଅଟନ୍ତି, କିନ୍ତୁ ଯେତେବେଳେ ବାବା ଆସି ନିଜର ସନ୍ତାନ କରିବେ ତେବେ ତ ଭାଇ ଭାଇ ହେବେ ନା । କହୁଛନ୍ତି ବାବା ଆମେ ଦୁଃଖୀ ହୋଇଯାଉଛୁ । ରାବଣ ରାଜ୍ୟର ଅର୍ଥ ମଧ୍ୟ ବୁଝି ନାହାଁନ୍ତି । ରାବଣର କୁଶପିତୁଳା ତିଆରି କରି ଜଳାଇ ଆସୁଛନ୍ତି । ଯେପରି କେହି ଯଦି ଦୁଃଖ ଦେଇଥାନ୍ତି ତେବେ ଭାବନ୍ତି ୟାଙ୍କ ଉପରେ ମୁକଦ୍ଦମା ହେବା ଉଚିତ୍ । କିନ୍ତୁ ଇଏ କେବେଠାରୁ ଆମର ଶତ୍ରୁ ହେଲାଣି? ତେବେ ଏହି ଶତ୍ରୁ ମରିବ ନା ନାହିଁ? ଏହି ଶତ୍ରୁ ବିଷୟରେ ତ ତୁମକୁ ହିଁ ଜଣା ଅଛି, ତା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ତୁମମାନଙ୍କୁ ପୋଷ୍ୟ ସନ୍ତାନ କରାଯାଉଛି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ ଯେ ବିନାଶ ହେବାକୁ ଯାଉଛି, ପରମାଣୁ ବୋମା ମଧ୍ୟ ତିଆରି ହୋଇସାରିଛି । ଏହି ଜ୍ଞାନ ଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରିଥିଲା । ଏବେ ତୁମେ ଜାଣିଛ ଆମେ ରାବଣ ଉପରେ ବିଜୟ ପ୍ରାପ୍ତ କରି ନୂଆ ସୃଷ୍ଟିରେ ରାଜ୍ୟ କରିବୁ । ଆଉ ସବୁ କିଛି କଣ୍ଢେଇ ଖେଳ ଅଟେ । ରାବଣର କଣ୍ଢେଇ ଅର୍ଥାତ୍ ମୂର୍ତ୍ତି ତ ବହୁତ ଖର୍ଚ୍ଚ କରାଇଥାଏ । ମନୁଷ୍ୟ ବହୁତ ପଇସା ଫାଲତୁରେ ନଷ୍ଟ କରୁଛନ୍ତି, କେତେ ଦିନ-ରାତିର ପାର୍ଥକ୍ୟ ରହିଛି । ସେମାନେ ଏଣେ ତେଣେ ଘୂରୁଛନ୍ତି, ଦୁଃଖୀ ହେଉଛନ୍ତି, ଧୋକା ଖାଇ ଚାଲିଛନ୍ତି, କିନ୍ତୁ ଆମେ ଏବେ ଶ୍ରୀମତ ଆଧାରରେ ଶ୍ରେଷ୍ଠାଚାରୀ, ସତ୍ୟଯୁଗୀ ସ୍ୱରାଜ୍ୟ ପ୍ରାପ୍ତ କରୁଛୁ । ଶ୍ରେଷ୍ଠରୁ ଶ୍ରେଷ୍ଠ ସତ୍ୟଯୁଗ ସ୍ଥାପନ କରିବାବାଲା ଶିବବାବା ଆମକୁ ଶ୍ରେଷ୍ଠ ଦେବତା, ବିଶ୍ୱର ମାଲିକ ରୂପେ ଗଢୁଛନ୍ତି । ଶ୍ରୀ ଶ୍ରୀ ଶିବବାବା ଆମକୁ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି । ଶ୍ରୀ ଶ୍ରୀ କେବଳ ଜଣଙ୍କୁ ହିଁ କୁହାଯାଉଛି । ଦେବତାମାନଙ୍କୁ କେବଳ ଶ୍ରୀ କୁହାଯାଏ କାରଣ ସେମାନେ ପୁନଜନ୍ମରେ ଆସୁଛନ୍ତି ନା । ବାସ୍ତବରେ ଶ୍ରୀ ବିକାରୀ ରାଜାମାନଙ୍କୁ ମଧ୍ୟ କୁହାଯିବ ନାହିଁ ।

ଏବେ ତୁମର କେତେ ବିଶାଳ ବୁଦ୍ଧି ହେବା ଆବଶ୍ୟକ । ତୁମେ ଜାଣିଛ ଯେ ଆମେ ଏହି ପାଠପଢା ଦ୍ୱାରା ଦୁଇ ମୁକୁଟଧାରୀ ହେଉଛୁ । ଆମେ ହିଁ ଦୁଇ ମୁକୁଟଧାରୀ ଥିଲେ, ଏବେ ତ ଗୋଟିଏ ମୁକୁଟ ବି ନାହିଁ । ପତିତ ଅଟୁ ନା । ଏଠାରେ ତ ଲାଇଟ୍ (ପବିତ୍ରତା)ର ମୁକୁଟ କାହାକୁ ଦେଇ ହେବ ନାହିଁ । ଏମିତି କି ତୁମେମାନେ ଯେଉଁ ଚିତ୍ରରେ ତପସ୍ୟାରେ ବସିଛ, ସେଥିରେ ମଧ୍ୟ ଲାଇଟ୍‌ର ମୁକୁଟ ଦେବା ଉଚିତ୍ ନୁହେଁ । ତୁମକୁ ଭବିଷ୍ୟତରେ ଦୁଇମୁକୁଟଧାରୀ ହେବାର ଅଛି । ତୁମେ ପିଲାମାନେ ଜାଣିଛ ଆମେ ବାବାଙ୍କ ଦ୍ୱାରା ଦୁଇ ମୁକୁଟଧାରୀ ମହାରାଜା ମହାରାଣୀ ହେବା ପାଇଁ ଆସିଛୁ । ତୁମକୁ ଏହି ଖୁସି ରହିବା ଦରକାର । ଶିବବାବାଙ୍କୁ ମନେ ପକାଇବା ଉଚିତ୍ ତେବେ ଯାଇ ପତିତରୁ ପାବନ ହୋଇ ସ୍ୱର୍ଗର ମାଲିକ ହେବ, ଏଥିରେ କୌଣସି କଷ୍ଟ କଥା ନାହିଁ । ଏଠାରେ ତୁମେ ବିଦ୍ୟାର୍ଥୀମାନେ ବସିଛ । ବାହାରେ ମିତ୍ର ସମ୍ବନ୍ଧୀମାନଙ୍କ ପାଖକୁ ଯିବା ଦ୍ୱାରା ବିଦ୍ୟାର୍ଥୀ ଜୀବନ ଭୁଲି ହୋଇଯାଉଛି ଏବଂ ମିତ୍ର ସମ୍ବନ୍ଧୀ ମନେ ପଡିଯାଉଛନ୍ତି । ମାୟାର ଶକ୍ତି ରହିଛି ନା । ପିଲାମାନେ ହଷ୍ଟେଲରେ ରହିବା ଦ୍ୱାରା ପାଠ ଭଲ ପଢିଥାନ୍ତି । ବାହାରକୁ ଯିବା ଆସିବା କରିବା କାରଣରୁ ସଂଗଦୋଷରେ ପଡି ଖରାପ ହୋଇଯାଆନ୍ତି । ଏଠାରୁ ଯେତେବେଳେ ବାହାରକୁ ଯାଉଛନ୍ତି ତେବେ ବିଦ୍ୟାର୍ଥୀ ଜୀବନର ଉତ୍ସାହ କମି ଯାଉଛି । ପାଠପଢାଉଥିବା ବ୍ରାହ୍ମଣୀମାନଙ୍କର ମଧ୍ୟ ବାହାରେ ସେତିକି ବ୍ୟଗ୍ରତା ରହିନଥାଏ ଯେତିକି ଏଠାରେ ରହିଥାଏ । ଏହି ମଧୁବନ ମୁଖ୍ୟାଳୟ ଅଟେ । ଏଠାରେ ବିଦ୍ୟାର୍ଥୀମାନେ ଶିକ୍ଷକଙ୍କ ସମ୍ମୁଖରେ ରହିଥାନ୍ତି । କୌଣସି ପ୍ରକାରର ଗୋଲକଧନ୍ଦା ଅର୍ଥାତ୍ ସମସ୍ୟା ନାହିଁ । ରାତି-ଦିନର ତଫାତ୍ ରହିଛି । କେହି କେହି ତ ଦିନ ସାରା ଶିବବାବାଙ୍କୁ ଥରେ ହେଲେ ମନେ ପକାଉ ନାହାଁନ୍ତି । ଶିବବାବାଙ୍କର ସହଯୋଗୀ ହେଉନାହାଁନ୍ତି । ଯଦି ଶିବବାବାଙ୍କର ସନ୍ତାନ ହୋଇଛ ତେବେ ସେବା କର । ଯଦି ସେବା କରୁ ନାହାଁନ୍ତି ତେବେ କୁପୁତ୍ର ଅଟନ୍ତି । ବାବା ତ ଜାଣିଛନ୍ତି ନା । ବାବାଙ୍କର କର୍ତ୍ତବ୍ୟ ହେଲା କହିବା - ମୋତେ ମନେ ପକାଅ । ମୋତେ ଅନୁସରଣ କର ତେବେ ବହୁତ ବହୁତ କଲ୍ୟାଣ ହେବ । ବିକାରୀ ସମ୍ବନ୍ଧ ତ ଭ୍ରଷ୍ଟାଚାରୀ ଅଟେ । ସେଗୁଡିକୁ ତ୍ୟାଗ କରିଚାଲ, ସେମାନଙ୍କ ସହିତ ସଂଗ ରଖ ନାହିଁ । ବାବା ତ ବୁଝାଉଛନ୍ତି କିନ୍ତୁ କାହା ଭାଗ୍ୟରେ ଥିଲେ ତ । ବାବା କହୁଛନ୍ତି - ଚାର୍ଟ ଅର୍ଥାତ୍ ହିସାବ ରଖିବାକୁ ହେବ, ଏହାଦ୍ୱାରା ମଧ୍ୟ ବହୁତ କଲ୍ୟାଣ ହେବ । କେହି ତ ଘଣ୍ଟାଏ ମଧ୍ୟ ବଡ ମୁସ୍କିଲ୍‌ରେ ବାବାଙ୍କୁ ମନେ ପକାଉଥିବେ, ୮ ଘଣ୍ଟା ତ ଶେଷ ବେଳକୁ ହେବ । ତୁମେ କର୍ମଯୋଗୀ ତ ଅଟ ନା । କାହା କାହାକୁ କେବେ କେବେ ଉମଙ୍ଗ-ଉତ୍ସାହ ଆସିଯାଏ ତେଣୁ ଚାର୍ଟ ରଖିଥାନ୍ତି । ଏହା ତ ଭଲ କଥା । ଯେତେ ବାବାଙ୍କୁ ମନେ ପକାଇବ ସେତେ ଲାଭ ହେବ । ଗାୟନ ମଧ୍ୟ ଅଛି - ଅନ୍ତ ସମୟରେ ବାବାଙ୍କୁ ଯେତେ ୟାଦ କରିବ ସେତେ ଫାଇଦା ହେବ । ଗାୟନ ମଧ୍ୟ ଅଛି - ଅନ୍ତ ସମୟରେ ଯିଏ ହରିଙ୍କୁ ସ୍ମରଣ କରିଥାନ୍ତି.... ବଲବଲ ଅର୍ଥାତ୍ ବାରମ୍ବାରର ଅର୍ଥ କଣ? ଯେଉଁମାନେ ଭଲ ଭାବରେ ମନେ ପକାଇ ନଥାନ୍ତି, ତେବେ ଜନ୍ମ ଜନ୍ମାନ୍ତରର ଯେଉଁ ବୋଝ ରହିଛି, ବାରମ୍ବାର ଜନ୍ମ ଦେଇ ଆଣି ସାକ୍ଷାତ୍‌କାର କରାଇ ଦଣ୍ଡ ଭୋଗ କରାଇଥାଏ । ଯଦି କେହି କାଶୀ କଲବଟ୍‌ରେ ଶରୀର ତ୍ୟାଗ କରନ୍ତି ତେବେ ତୁରନ୍ତ ସେମାନଙ୍କୁ ତାଙ୍କର ପାପ କର୍ମର ସାକ୍ଷାତ୍‌କାର ହୋଇଥାଏ । ଅନୁଭବ କରିଥାନ୍ତି - ମୁଁ ପାପର ଦଣ୍ଡ ଭୋଗ କରୁଛି । ଭବିଷ୍ୟତରେ ଅନେକଙ୍କୁ ଦଣ୍ଡ ମିଳିବାର ଅଛି । ବାବାଙ୍କ ସେବାରେ ଯେଉଁମାନେ ବିଘ୍ନ ପକାଇ ଥାଆନ୍ତି, ସେମାନେ ଦଣ୍ଡର ଭାଗୀଦାର ଅଟନ୍ତି, ବାବାଙ୍କ ସେବାରେ ବାଧା ସୃଷ୍ଟି କରିଥାଆନ୍ତି, ଯେଉଁ ବାବାଙ୍କର ଡାହାଣ ହାତ ଧର୍ମରାଜ ଅଟନ୍ତି । ବାବା କହୁଛନ୍ତି - ନିଜ ସହିତ ପ୍ରତିଜ୍ଞା କର କାହିଁକି ନା ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ପବିତ୍ର ହେବ । ନଚେତ୍ ହୋଇପାରିବ ନାହିଁ । ବାବା ପ୍ରତିଜ୍ଞା କରାଉଛନ୍ତି, କର ନ କର ତୁମ ଇଚ୍ଛା । ଯାହା କରିବ ତାହା ପାଇବ । ବହୁତ ଅଛନ୍ତି ଯେଉଁମାନେ ପ୍ରତିଜ୍ଞା କରୁଛନ୍ତି, ପୁଣି ଖରାପ କାମଧନ୍ଦା କରିବାରେ ଲାଗିଛନ୍ତି । ଭକ୍ତିମାର୍ଗରେ ଗାନ କରିଚାଲିଛନ୍ତି ମୋର ତ କେବଳ ଜଣେ ଅନ୍ୟ କେହି ନାହିଁ । କିନ୍ତୁ ସେହି କଥା ଏବେ ବୁଦ୍ଧିରେ ବୁଝିପାରୁଛନ୍ତି ଯେ ଆତ୍ମା କାହିଁକି ଏପରି ଗାନ କରି ଆସିଛି । ସାରା ଦିନ ଗାନ କରିଚାଲିଛନ୍ତି - ମୋର ତ କେବଳ ଏକା ଗିରିଧର ଗୋପାଳ....ଏହା ତ ସଂଗମ ଯୁଗରେ ବାବା ଆସିଲେ ଯାଇ ନିଜର ଘରକୁ ନେଇଯିବେ, କୃଷ୍ଣପୁରୀକୁ ଯିବା ପାଇଁ ତୁମେ ପାଠ ପଢୁଛ ନା । ରାଜକୁମାର-କୁମାରୀମାନଙ୍କର କଲେଜ ମଧ୍ୟ ଥାଏ ଯେଉଁଠି ସେମାନେ ପାଠପଢନ୍ତି । ସେସବୁ ତ ହେଲା ଲୌକିକ କଥା । କେତେବେଳେ ରୋଗରେ ପଡିଯାଆନ୍ତି, କେତେବେଳେ ମରି ଯାଆନ୍ତି ମଧ୍ୟ । ଏହା ତ ହେଉଛି ରାଜକୁମାର-କୁମାରୀ ହେବାର ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ । ଏହା ରାଜଯୋଗ ଅଟେ ନା । ତୁମେ ନରରୁ ନାରାୟଣ ହେଉଛ । ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଇ ସତ୍ୟଯୁଗର ରାଜକୁମାର-ରାଜକୁମାରୀ ହେଉଛ । ବାବା କେତେ ମଜା ମଜା କଥା ଶୁଣାଉଛନ୍ତି । ମନେ ରହିବା ଦରକାର ନା । କେହି କେହି ତ ଏଠାରୁ ବାହାରକୁ ଯିବା ମାତ୍ରକେ ମାୟାରେ ଫସିଯାଆନ୍ତି । ବାବାଙ୍କୁ ମଧ୍ୟ କ୍ରମଅନୁସାରେ ମନେ ପକାଉଛନ୍ତି । ଯେଉଁମାନେ ଅଧିକ ମନେ ପକାଉଥିବେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଉଥିବେ । ବୁଦ୍ଧିରେ ଏହି କଥା ରହିବା ଆବଶ୍ୟକ ଯେ କିପରି ଅନେକଙ୍କର କଲ୍ୟାଣ କରିବି । ବାହାରବାଲା ତ ପ୍ରଜାମାନଙ୍କର ଦାସଦାସୀ ହେବେ ଏବଂ ଭିତରେ ଥିବା ଅର୍ଥାତ୍ ସମର୍ପିତ ହୋଇଥିବା ପିଲାମାନେ ରାଜାମାନଙ୍କ ପାଖରେ ଦାସ ଦାସୀ ହେବେ । ଆଗକୁ ଗଲେ ସବୁ କିଛି ସାକ୍ଷାତ୍‌କାର ହେବ । ତୁମେମାନେ ମଧ୍ୟ ଅନୁଭବ କରିବ ଯେ ବାସ୍ତବରେ ମୁଁ ପୁରୁଷାର୍ଥ କରିନାହିଁ, ବହୁତ ଚମତ୍କାର ମଧ୍ୟ ଦେଖିବ । ଯେଉଁମାନେ ଭଲ ଭାବରେ ପାଠ ପଢିବେ ସେମାନେ ନବାବ ଅଥବା ରାଜା ହେବେ । ବାବା କେତେ କହିଚାଲିଛନ୍ତି - ସେଣ୍ଟରମାନଙ୍କୁ ପ୍ରଦର୍ଶନୀ ଚିତ୍ର ସବୁ ଦେଉଛି ଯାହାକି ପିଲାମାନଙ୍କୁ ଶିକ୍ଷା ଦେଇ ଦକ୍ଷ କରିବା ପାଇଁ । ତେବେ ଯାଇ ବାବା ଜାଣିବେ ଯେ ଏ ବ୍ରହ୍ମାକୁମାରୀ ସେବା କରିବା ଜାଣିଛି । ଯଦି ସେବା କରିବ ତେବେ ଉଚ୍ଚ ପଦ ପାଇବ, ସେଥିପାଇଁ ବାବା ପ୍ରଦର୍ଶନୀ ତିଆରି କରିବାରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ଚିତ୍ର ସବୁ ତିଆରି କରିବା ତ ବହୁତ ସାଧାରଣ କଥା । ସାହାସ କରି ପ୍ରଦର୍ଶନୀ ଚିତ୍ର ତିଆରି କରିବାରେ ସହଯୋଗ ଦେବା ଉଚିତ୍ ତେବେ ପିଲାମାନଙ୍କୁ ବୁଝାଇବାରେ ସହଜ ହେବ । ବାବା ଜାଣିପାରୁଛନ୍ତି ଯେ ଟିଚର ବା ମ୍ୟାନେଜର ମାନ୍ଦା ଅଟନ୍ତି । କେହି କେହି ବ୍ରାହ୍ମଣୀ ବା ବ୍ରହ୍ମାକୁମାରୀ ଯେତେବେଳେ ମ୍ୟାନେଜର ଅର୍ଥାତ୍ ସେଣ୍ଟର ଇନ୍‌ଚାର୍ଜ ହେଉଛନ୍ତି, ତେବେ ତାଙ୍କର ଦେହ ଅଭିମାନ ଆସିଯାଉଛି । ନିଜକୁ ମିଆଁ ମିଠୁ (ସବୁଜାଣିଲାବାଲା) ଭାବୁଛନ୍ତି । ମୁଁ ବହୁତ ଭଲରେ ଚାଲୁଛି (ମୋର ସବୁ ଠିକ୍ ଅଛି) । ଯଦି ଅନ୍ୟ କାହାକୁ ପଚାରିବ ତେବେ ସିଏ ତାଙ୍କ ବିଷୟରେ ଦଶଟା କଥା ଶୁଣାଇବେ । ମାୟା ବଡ ଚକ୍ରବ୍ୟୁହ ମଧ୍ୟରେ ପକାଇ ଦେଉଛି । ପିଲାମାନଙ୍କୁ ତ କେବଳ ସେବା ହିଁ ସେବାରେ ବ୍ୟସ୍ତ ରହିବାର ଅଛି । ବାବା ଦୟାଳୁ, ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ହେବାର ଅଛି, ଏକମାତ୍ର ବାବାଙ୍କର ପରିଚୟ ଦେବାକୁ ହେବ । ବାବା କହୁଛନ୍ତି - କେବଳ ମୋତେ ମନେ ପକାଅ, ତେବେ ନର୍କବାସୀରୁ ସ୍ୱର୍ଗବାସୀ ହୋଇଯିବ । ଏହା କେତେ ସହଜ କଥା । ବାବା କହୁଛନ୍ତି - ମୋତେ ମନେ ପକାଇଲେ ପତିତରୁ ପାବନ ହୋଇ ତୁମେ ଶାନ୍ତିଧାମ, ସୁଖଧାମକୁ ଆସିଯିବ । ଯାହାଙ୍କର ନିଶ୍ଚୟ ଆସିଗଲା ତେବେ ତାଙ୍କଠାରୁ ଲେଖାଇ ନେବା ଉଚିତ୍‌, ଲେଖୁଛନ୍ତି ମଧ୍ୟ, ନିଶ୍ଚିତ ଭାବରେ ବ୍ରହ୍ମାକୁମାର କୁମାରୀମାନେ ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି, ତେବେ ଭାବିବେ ଏଭଳି ବାବାଙ୍କର ସନ୍ତାନ ତ ନିଶ୍ଚିତ ହେବା ଦରକାର, ତାଙ୍କ ଶରଣକୁ ଆସିବା ଦରକାର । ତୁମେ ବାବାଙ୍କ ନିକଟରେ ଶରଣ ପଡିଛ ନା ଅର୍ଥାତ୍ ବାବାଙ୍କ କୋଳକୁ ଆସିଛ । ଆଚ୍ଛା -

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କ ସମାନ ଦୟାଳୁ, ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାର ଅଛି ।

(୨) ସଂଗଦୋଷଠାରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାର ଅଛି । ଏକମାତ୍ର ବାବାଙ୍କୁ ହିଁ ଅନୁସରଣ କରିବାର ଅଛି । ବହୁତଙ୍କର କଲ୍ୟାଣ ପାଇଁ ସେବା କରିବାର ଅଛି । କେବେ ହେଲେ ଅହଂକାରରେ ଆସି ମିଆଁ ମିଠୁ ହେବାର ନାହିଁ ।

ବରଦାନ:-
ସଂକଳ୍ପର ଇଙ୍ଗିତ ଦ୍ୱାରା ସମସ୍ତ କାରବାରକୁ ଚଳାଉଥିବା ଆଲୋକର ମୁକୁଟଧାରୀ ହୁଅ ।

ଯେଉଁ ପିଲାମାନେ ସର୍ବଦା ଲାଇଟ୍ ଅର୍ଥାତ୍ ହାଲୁକା ଅବସ୍ଥାରେ ରହିଥାନ୍ତି ସେମାନଙ୍କର ସଂକଳ୍ପ ବା ସମୟ କେବେ ବି ବ୍ୟର୍ଥରେ ଯାଏ ନାହିଁ । ସେମାନଙ୍କ ମନ ଭିତରେ କେବଳ ସେହି ସଂକଳ୍ପ ଉଠିଥାଏ ଯାହାକି ହେବାର ଥିବ । ଯେପରି ବାଣୀ ଆଧାରରେ ମନର କଥାକୁ ସ୍ପଷ୍ଟ କରାଯାଏ ସେହିପରି ସଂକଳ୍ପ ଦ୍ୱାରା ମଧ୍ୟ ସାରା କାରବାର ଚାଲିଥାଏ । ଯେତେବେଳେ ଏହିଭଳି ବିଧିକୁ ଆପଣାଇ ନେବ ସେତେବେଳେ ଏହି ସାକାର ବତନ ବା ସ୍ଥୂଳ ଦୁନିଆ ସୂକ୍ଷ୍ମଲୋକ ପାଲଟିଯିବ । ଏଥିପାଇଁ ନିଜ ଭିତରେ ଶାନ୍ତିର ଶକ୍ତିକୁ ଜମା କର ଏବଂ ଆଲୋକର ମୁକୁଟଧାରୀ ହୋଇ ରୁହ ।

ସ୍ଲୋଗାନ:-
ଏହି ଦୁଃଖଧାମଠାରୁ ନିଜକୁ ଦୂରେଇ ରଖ ତେବେ ଦୁଃଖର ଢେଉ କେବେ ବି ଆସିପାରିବ ନାହିଁ ।