14.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସଂଗମଯୁଗରେ ହିଁ ତୁମକୁ ଆତ୍ମ-ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି ସତ୍ୟଯୁଗ କିମ୍ବା କଳିଯୁଗରେ ଏହି ପରିଶ୍ରମ କରିବାକୁ ପଡେ ନାହିଁ ।

ପ୍ରଶ୍ନ:-
ଶ୍ରୀକୃଷ୍ଣଙ୍କର ନାମ ତାଙ୍କର ମାତାପିତାଙ୍କଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ, କାହିଁକି ?

ଉତ୍ତର:-
କାହିଁକି ନା ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନେ ଜନ୍ମ ନେଉଛନ୍ତି ସେମାନଙ୍କର ଜନ୍ମ ଯୋଗବଳ ଦ୍ୱାରା ହେଉ ନାହିଁ । କୃଷ୍ଣଙ୍କର ମାତାପିତା ଯୋଗବଳ ଦ୍ୱାରା ଜନ୍ମ ନେଉ ନାହାଁନ୍ତି । (୨) ରାଧା-କୃଷ୍ଣ ହିଁ ସଂପୂର୍ଣ୍ଣ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଛନ୍ତି ତେଣୁ ସେହିମାନେ ହିଁ ପ୍ରଥମେ ସଦ୍ଗତି ପ୍ରାପ୍ତ କରୁଛନ୍ତି । ଯେତେବେଳେ ସବୁ ପାପ ଆତ୍ମାମାନେ ଉପରକୁ ଚାଲିଯିବେ ସେତେବେଳେ ଯାଇ ପବିତ୍ର ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ, ତାକୁ ହିଁ ବୈକୁଣ୍ଠ କୁହାଯିବ । (୩) ସଂଗମଯୁଗରେ ଶ୍ରୀକୃଷ୍ଣଙ୍କର ଆତ୍ମା ସର୍ବାଧିକ ପୁରୁଷାର୍ଥ କରିଛନ୍ତି ସେଥିପାଇଁ ତାଙ୍କର ନାମ ଅଧିକ ପ୍ରସିଦ୍ଧ ହେଉଛି ।

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି । ୫ ହଜାର ବର୍ଷ ପରେ ଥରେ ମାତ୍ର ପିଲାମାନଙ୍କୁ ଆସି ପଢାଉଛନ୍ତି, ଡାକୁଛନ୍ତି ମଧ୍ୟ ଆମ ପତିତମାନଙ୍କୁ ଆସି ପବିତ୍ର କରାଅ । ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଏହା ପତିତ ଦୁନିଆ ଅଟେ । ନୂଆ ଦୁନିଆ, ପବିତ୍ର ଦୁନିଆ ଥିଲା । ନୂଆ ଘର ସୁନ୍ଦର ହୋଇଥାଏ । ପୁରୁଣା ଘର ଯେପରି ଭାଙ୍ଗି ରୁଜି ଯାଇଥାଏ । ଏବେ ତୁମେମାନେ ଜାଣିଛ ବାବା ଆସିଛନ୍ତି ନୂଆ ଦୁନିଆ ତିଆରି କରିବା ପାଇଁ । ବର୍ତ୍ତମାନ ଆମକୁ ପାଠ ପଢାଉଛନ୍ତି । ପୁଣି ୫ ହଜାର ବର୍ଷ ପରେ ପଢାଇବେ । କୌଣସି ସାଧୁ-ସନ୍ଥ ଆଦି ନିଜର ଅନୁସରଣକାରୀଙ୍କୁ ଏପରି ପଢାଇବେ ନାହିଁ । ତାଙ୍କୁ ଏହି କଥା ଜଣା ହିଁ ନାହିଁ । ନାଁ ଖେଳ ବିଷୟରେ ଜଣା ଅଛି କାହିଁକି ନା ସେମାନେ ନିବୃତ୍ତିମାର୍ଗଧାରୀ ଅଟନ୍ତି । ବାବାଙ୍କ ବିନା କେହି ମଧ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଇ ପାରିବେ ନାହିଁ । ଆତ୍ମ-ଅଭିମାନୀ ହେବା ପାଇଁ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡୁଛି କାହିଁକି ନା ଅଧା କଳ୍ପ ତୁମେ କେବେ ଆତ୍ମ-ଅଭିମାନୀ ହୋଇ ନାହଁ । ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ବୋଲି ଭାବ । ଏପରି ନୁହେଁ ଯେ ଆତ୍ମା ହିଁ ପରମାତ୍ମା ଅଟନ୍ତି । ନାଁ, ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମା ଶିବଙ୍କୁ ମନେ ପକାଇବାକୁ ହେବ । ମୁଖ୍ୟ ହେଉଛି ୟାଦର ଯାତ୍ରା, ଯାହା ଦ୍ୱାରା ହିଁ ତୁମେ ପତିତରୁ ପବିତ୍ର ହେଉଛ । ଏଥିରେ କୌଣସି ସ୍ଥୂଳ କଥା ନାହିଁ । ନାକ କାନ ଆଦି ବନ୍ଦ କରିବାର ନାହିଁ । ମୂଳ କଥା ହେଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ତୁମେ ଅଧାକଳ୍ପରୁ ଦେହ ଅଭିମାନରେ ରହିବା କାରଣରୁ ପତିତ ହେବାରେ ଅଭ୍ୟସ୍ତ ହୋଇଯାଇଛ । ପ୍ରଥମେ ନିଜକୁ ଆତ୍ମା ଭାବିଲେ ହିଁ ବାବାଙ୍କୁ ମନେ ପକାଇପାରିବ । ଭକ୍ତିମାର୍ଗରେ ମଧ୍ୟ ବାବା-ବାବା କହିଆସିଛନ୍ତି । ପିଲାମାନେ ଜାଣିଛନ୍ତି ସତ୍ୟଯୁଗରେ ଜଣେ ହିଁ ଲୌକିକ ପିତା ରହିବେ । ସେଠାରେ ପାରଲୌକିକ ପିତାଙ୍କୁ ମନେ ପକାଇବେ ନାହିଁ କାହିଁକି ନା ସୁଖ ରହୁଛି । ଭକ୍ତିମାର୍ଗରେ ପୁଣି ଦୁଇଟି ଜଣ ପିତା ହୋଇ ଯାଉଛନ୍ତି । ଲୌକିକ ଏବଂ ପାରଲୌକିକ । ଦୁଃଖରେ ସମସ୍ତେ ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି । ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ସେଠାରେ ତ ଜ୍ଞାନର ପ୍ରାଲବ୍ଧ ମିଳିବ । ଏହିପରି ନୁହେଁ ଯେ ସତ୍ୟଯୁଗରେ ଜ୍ଞାନ ରହିବ । ବର୍ତ୍ତମାନ ସମୟର ଜ୍ଞାନର ପ୍ରାଲବ୍ଧ ସେଠାରେ ମିଳୁଛି । ବାବା ତ ଥରେ ମାତ୍ର ଆସୁଛନ୍ତି । ଅଧାକଳ୍ପ ପାଇଁ ବେହଦ ବାବାଙ୍କ ଠାରୁ ସୁଖର ସମ୍ପତ୍ତି ମିଳୁଛି । ପୁଣି ଲୌକିକ ପିତାଙ୍କଠାରୁ ଅଳ୍ପକାଳର ସମ୍ପତ୍ତି ମିଳୁଛି । ଏକଥାକୁ ମନୁଷ୍ୟ ବୁଝାଇ ପାରିବେ ନାହିଁ । ଏହା ହେଉଛି ନୂଆ କଥା । ୫ ହଜାର ବର୍ଷରେ ସଂଗମ ଯୁଗରେ ଥରେ ମାତ୍ର ବାବା ଆସୁଛନ୍ତି । ଯେବେକି କଳିଯୁଗର ଅନ୍ତ ଓ ସତ୍ୟଯୁଗର ଆଦି ସଂଗମ ହେଉଛି ତେବେ ଯାଇ ବାବା ଆସୁଛନ୍ତି ପୁନର୍ବାର ନୂଆ ଦୁନିଆ ସ୍ଥାପନ କରିବା ପାଇଁ । ନୂଆ ଦୁନିଆରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ପୁଣି ତ୍ରେତାରେ ରାମରାଜ୍ୟ ଥିଲା । ବାକି ଦେବତାମାନଙ୍କର ଏତେ ଚିତ୍ର ତିଆରି କରୁଛନ୍ତି ଏସବୁ ଭକ୍ତିମାର୍ଗର ସାମଗ୍ରୀ ଅଟେ । ବାବା କହୁଛନ୍ତି ଏସବୁକୁ ଭୁଲିଯାଅ । ବର୍ତ୍ତମାନ ନିଜ ଘର ଏବଂ ନୂଆ ଦୁନିଆକୁ ମନେ ପକାଅ ।

ଜ୍ଞାନ ମାର୍ଗ ବୁଦ୍ଧିର ମାର୍ଗ ଅଟେ, ଯାହା ଦ୍ୱାରା ତୁମେ ୨୧ ଜନ୍ମ ବୁଦ୍ଧିମାନ ହେଉଛ । ସେଠାରେ କୌଣସି ଦୁଃଖ ରହିବ ନାହିଁ । ସତ୍ୟଯୁଗରେ କେହି କହିବେ ନାହିଁ ଯେ ଆମକୁ ଶାନ୍ତି ଦରକାର । କୁହାଯାଏ ନା ମାଗିବା ଠାରୁ ମରିବା ଭଲ । ବାବା ତୁମକୁ ଏପରି ସାହୁକାର କରି ଦେଉଛନ୍ତି ଯାହା ଫଳରେ ସତ୍ୟଯୁଗରେ ଦେବତାମାନଙ୍କୁ ଭଗବାନଙ୍କଠାରୁ କୌଣସି ଜିନିଷ ମାଗିବାର ଆବଶ୍ୟକତା ପଡୁ ନାହିଁ । ଏଠାରେ ତ ଆଶୀର୍ବାଦ ମାଗୁଛନ୍ତି ନା । ପୋପ ଆସିଲେ କେତେ ଲୋକ ଆଶୀର୍ବାଦ ନେବାକୁ ଆସୁଛନ୍ତି । ପୋପ୍ କେତେ ବିବାହ କରାଉଛନ୍ତି । ବାବା ତ ଏହି କାମ କରୁନାହାଁନ୍ତି । ଭକ୍ତିମାର୍ଗରେ ଯାହା ଅତୀତ ହୋଇଯାଇଛି ତାହା ଏବେ ପୁନର୍ବାର ହେଉଛି ପୁଣି ଏହାର ମଧ୍ୟ ପୁନରାବୃତ୍ତି ହେବ । ଦିନକୁ ଦିନ ଭାରତର କେତେ ଅଧୋଗତି ହେଉଛି । ଏବେ ତୁମେ ସଂଗମ ଯୁଗରେ ଅଛ । ବାକି ସମସ୍ତେ ହେଲେ କଳିଯୁଗ ମନୁଷ୍ୟ, ଏଠାକୁ ନ ଆସିବା ପର୍ଯ୍ୟନ୍ତ କିଛି ହେଲେ ବୁଝିପାରିବେ ନାହିଁ ଯେ ବର୍ତ୍ତମାନ ସଂଗମଯୁଗ ନା କଳିଯୁଗ ଅଟେ ? ଗୋଟିଏ ଘରେ ପିଲାମାନେ କହୁଛନ୍ତି ଆମେ ସଂଗମ ଯୁଗରେ ଅଛୁ ବାପ କହୁଛି ଆମେ କଳିଯୁଗରେ ଅଛୁ ତେଣୁ କେତେ ଅସୁବିଧା ହେଉଛି । ଖାଇବା-ପିଇବାରେ ଅସୁବିଧା ମଧ୍ୟ ହେଉଛି । ତୁମେ ସଂଗମଯୁଗୀ ଶୁଦ୍ଧ ପବିତ୍ର ଭୋଜନ ଖାଉଛ । ଦେବତାମାନେ କେବେ ପିଆଜ ଆଦି ଖାଇନଥାନ୍ତି । ଦେବତାମାନଙ୍କୁ ନିର୍ବିକାରୀ ବୋଲି କୁହାଯାଉଛି । ଭକ୍ତିମାର୍ଗରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ବର୍ତ୍ତମାନ ବାବା ସତ୍ତ୍ୱପ୍ରଧାନ ହେବା ପାଇଁ କହୁଛନ୍ତି । ବୁଝିବା ନିମନ୍ତେ କେହି ପ୍ରସ୍ତୁତ ନାହାଁନ୍ତି ଯେ ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଥିଲା ପୁଣି ତମୋପ୍ରଧାନ ହୋଇଛି କାହିଁକି ନା ଭକ୍ତିମାର୍ଗରେ ଆତ୍ମାକୁ ନିର୍ଲିପ ବୋଲି ଭାବୁଛନ୍ତି । ଆତ୍ମା ହିଁ ପରମାତ୍ମା ଅଟେ, ଏହିପରି କହିଦେଉଛନ୍ତି । ବାବା କହୁଛନ୍ତି ମୁଁ ହେଉଛି ଜ୍ଞାନର ସାଗର, ଯେଉଁମାନେ ଦେବୀ-ଦେବତା ଧର୍ମର ହୋଇଥିବେ ସେ ପୁନର୍ବାର ଆସି ସମ୍ପତ୍ତି ନେବେ । ଏବେ ଦେବୀ-ଦେବତା ଧର୍ମର ସେପ୍ଲିଙ୍ଗ୍ (ଚାରା) ଲାଗୁଛି । ତୁମେ ବୁଝିଯିବ ଯେ -- ଇଏ ଏତେ ଉଚ୍ଚ ପଦ ପାଇବା ଯୋଗ୍ୟ ନୁହେଁ । ଘରେ ଯାଇ ବିବାହ କରି ଛି-ଛି ବିକାରୀ ହୋଇଯାଉଛନ୍ତି । ତେଣୁ ବୁଝାଯାଏ ସେ ଉଚ୍ଚ ପଦ ପାଇପାରିବେ ନାହିଁ । ବର୍ତ୍ତମାନ ରାଜତ୍ୱ ସ୍ଥାପନ ହେଉଛି । ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା କରୁଥିବାରୁ ପ୍ରଜା ନିଶ୍ଚୟ ତିଆରି କରିବାକୁ ପଡିବ । ନଚେତ୍ ରାଜ୍ୟ କିପରି ପାଇବ । ଏହା ଗୀତାର ଅକ୍ଷର ଅଟେ ନା ଏହାକୁ ଗୀତାର ଯୁଗ ବୋଲି କୁହାଯାଉଛି, ତୁମେ ରାଜଯୋଗ ଶିଖୁଛ ଜାଣିଛ ଯେ ଆଦି ସନାତନ ଦେବୀ-ଦେବତା ଧର୍ମର ମୂଳଦୁଆ ସ୍ଥାପନା ହେଉଛି । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ରାଜତ୍ୱ ସ୍ଥାପନ ହେଉଛି । ବ୍ରାହ୍ମଣ କୂଳ ସ୍ଥାପନ ହୋଇ ସାରିଛି । ବ୍ରାହ୍ମଣ ହିଁ ପୁଣି ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ହେଉଛନ୍ତି । ଯିଏ ଭଲ ଭାବରେ ପରିଶ୍ରମ କରିବେ ସିଏ ସୂର୍ଯ୍ୟବଂଶୀ ହେବେ । ଅନ୍ୟ ଧର୍ମାବଲମ୍ବୀମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ହିଁ ଆସୁଛନ୍ତି । ଧର୍ମସ୍ଥାପକଙ୍କ ପରେ ସେହି ଧର୍ମର ଆତ୍ମାମାନେ ଆସୁଛନ୍ତି ତେଣୁ ଧର୍ମର ବୃଦ୍ଧି ହେଉଛି । ଧରିନିଅ କେହି ଖ୍ରୀଷ୍ଟିୟାନ ଅଟନ୍ତି ତେବେ ତାଙ୍କର ବୀଜରୂପ ହେଲେ ଖ୍ରୀଷ୍ଟ । ତୁମର ବୀଜରୂପ କିଏ ? ବାବା, କାହିଁକି ନା ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । ବ୍ରହ୍ମାଙ୍କୁ ହିଁ ପ୍ରଜାପିତା ବୋଲି କୁହାଯାଉଛି । ତାଙ୍କୁ ରଚୟିତା ବୋଲି କୁହାଯିବ ନାହିଁ । ଏହାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରାଯାଉଛି । ବ୍ରହ୍ମାଙ୍କୁ ମଧ୍ୟ ସୃଷ୍ଟି କରୁଛନ୍ତି ନା । ବାବା ଆସି ଏହାଙ୍କ ମଧ୍ୟରେ ପ୍ରବେଶ କରି ଏହାଙ୍କୁ ରଚନା କରୁଛନ୍ତି । ଶିବବାବା କହୁଛନ୍ତି ତୁମେ ମୋର ସନ୍ତାନ ଅଟ । ବ୍ରହ୍ମା ମଧ୍ୟ କହୁଛନ୍ତି ତୁମେ ମୋର ସାକାରୀ ସନ୍ତାନ ଅଟ । ଏବେ ତୁମେ କଳା ଛି-ଛି ବିକାରୀ ହୋଇଗଲଣି । ବର୍ତ୍ତମାନ ପୁଣି ବ୍ରାହ୍ମଣ ହୋଇଛ । ଏହି ସଂଗମରେ ତୁମେ ପୁରୁଷୋତ୍ତମ ଦେବୀ ଦେବତା ହେବା ପାଇଁ ପରିଶ୍ରମ କରୁଛ । ଦେବତା ଏବଂ ଶୂଦ୍ରମାନଙ୍କୁ କୌଣସି ପରିଶ୍ରମ କରିବାକୁ ପଡୁ ନାହିଁ, ତୁମ ବ୍ରାହ୍ମଣମାନଙ୍କୁ ଦେବତା ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି । ବାବା ସଂଗମରେ ହିଁ ଆସୁଛନ୍ତି । ଏହା ବହୁତ ଛୋଟ ଯୁଗ ଅଟେ ସେଥିପାଇଁ ଏହାକୁ ଅଧିଯୁଗ ବୋଲି କୁହାଯାଉଛି । ଏହାକୁ କେହି ହେଲେ ଜାଣି ନାହାଁନ୍ତି । ବାବାଙ୍କୁ ମଧ୍ୟ ପରିଶ୍ରମ କରିବାକୁ ପଡୁଛି । ଏପରି ନୁହେଁ ଯେ ତୁରନ୍ତ ନୂଆ ଦୁନିଆ ହୋଇଯାଉଛି । ତୁମକୁ ଦେବତା ହେବା ପାଇଁ ସମୟ ଲାଗୁଛି । ଯିଏ ଭଲ କର୍ମ କରନ୍ତି ସିଏ ଭଲ କୂଳରେ ଜନ୍ମ ନେଇଥାନ୍ତି । ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଫୁଲ ଅର୍ଥାତ୍ ସତ୍ତ୍ୱପ୍ରଧାନ ହେଉଛ । ଆତ୍ମା ହିଁ ସତ୍ତ୍ୱପ୍ରଧାନ ହେଉଛି । ଏବେ ତୁମର ଆତ୍ମା ଭଲ କର୍ମ ଶିଖୁଛି । ଆତ୍ମା ହିଁ ଭଲ ଅଥବା ମନ୍ଦ ସଂସ୍କାର ନେଇଯାଇଥାଏ । ଏବେ ତୁମେ ଫୁଲ ହୋଇ ଭଲ ଘରେ ଜନ୍ମ ନେବ । ଏଠାରେ ଯେଉଁମାନେ ଭଲ ପୁରୁଷାର୍ଥ କରୁଛନ୍ତି, ସେମାନେ ନିଶ୍ଚୟ ଭଲ କୂଳରେ ଜନ୍ମ ନେବେ । କ୍ରମଅନୁସାରେ ରହିବେ ନା । କର୍ମଅନୁସାରେ ଜନ୍ମ ନେଇଥାନ୍ତି । ଯେତେବେଳେ ଖରାପ କର୍ମ କରୁଥିବା ଆତ୍ମା ବଛା-ବଛି ହୋଇ ବିନାଶ ହୋଇଯିବେ ତେବେ ସ୍ୱର୍ଗର ସ୍ଥାପନା ହୋଇଯିବ । ଆତ୍ମାମାନେ ବାଛି ହୋଇଯିବେ । ତମୋପ୍ରଧାନ ଆତ୍ମାମାନେ ସବୁ ବିନାଶ ହୋଇଯିବେ । ପୁଣି ନୁଆ ଦେବତାମାନଙ୍କର ଆସିବା ଆରମ୍ଭ ହେବ । ଭ୍ରଷ୍ଟାଚାରୀ ସବୁ ଶେଷ ହୋଇଗଲେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ, ସେ ପର୍ଯ୍ୟନ୍ତ ଅଦଳ-ବଦଳ ହୋଇ ଚାଲିବ । କେହି ବିକାରୀ ନ ରହିଲେ ହିଁ ଯାଇ କୃଷ୍ଣ ଆସିବେ, ସେପର୍ଯ୍ୟନ୍ତ ଆତ୍ମାମାନଙ୍କର ଯିବା ଆସିବା ଚାଲିଥିବ । ତୁମେ ଯିବା-ଆସିବା କରିବ । କୃଷ୍ଣଙ୍କୁ ସ୍ୱାଗତ କରିବା ପାଇଁ ମାତା-ପିତା ପୂର୍ବରୁ ଦରକାର ନା । ପୁଣି ସବୁ ଭଲ-ଭଲ ଆତ୍ମାମାନେ ରହିବେ । ବାକି ସମସ୍ତେ ଚାଲିଯିବେ, ତେବେ ଯାଇ ତାକୁ ସ୍ୱର୍ଗ କୁହାଯିବ । ତୁମେ କୃଷ୍ଣଙ୍କୁ ସ୍ୱାଗତ କରିବା ନିମନ୍ତେ ରହିବ । ଯଦିଓ ତୁମର ଜନ୍ମ ବିକାର ଦ୍ୱାରା ହେବ କାହିଁକି ନା ରାବଣ ରାଜ୍ୟ ଅଟେ । ପବିତ୍ର ଜନ୍ମ ତ ହୋଇପାରିବ ନାହିଁ । ପ୍ରଥମେ କୃଷ୍ଣଙ୍କର ହିଁ ପବିତ୍ର ଜନ୍ମ ହେବ । ତାହା ପରେ ନୂଆ ଦୁନିଆକୁ ବୈକୁଣ୍ଠ ବୋଲି କୁହାଯିବ । କୃଷ୍ଣ ବିଲ୍କୁଲ୍ ପବିତ୍ର ନୂଆ ଦୁନିଆକୁ ଆସିବେ । ରାବଣ ସମ୍ପ୍ରଦାୟ ହିଁ ବିଲ୍କୁଲ୍ ସମାପ୍ତ ହୋଇଯିବ । କୃଷ୍ଣଙ୍କର ନାମ ତାଙ୍କ ମାତା-ପିତାଙ୍କଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ହେବ । କୃଷ୍ଣଙ୍କ ମାତା-ପିତାଙ୍କର ନାମ ଏତେ ପ୍ରତ୍ୟକ୍ଷ ହେବ ନାହିଁ । କୃଷ୍ଣଙ୍କ ପୂର୍ବରୁ ଯାହାଙ୍କର ଜନ୍ମ ହେଉଛି ତାଙ୍କର ଜନ୍ମ ଯୋଗବଳ ଦ୍ୱାରା ହେଉଛି ବୋଲି କୁହାଯିବ ନାହିଁ । ଏହିପରି ନୁହେଁ ଯେ କୃଷ୍ଣଙ୍କ ମାତା-ପିତା ଯୋଗବଳ ଦ୍ୱାରା ଜନ୍ମ ନେଇଛନ୍ତି । ନାଁ, ଯଦି ଏପରି ହୋଇଥାନ୍ତା ତେବେ ତାଙ୍କର ମଧ୍ୟ ନାମ ପ୍ରସିଦ୍ଧ ହୋଇଥାନ୍ତା । ତେଣୁ ସିଦ୍ଧ ହେଉଛି ତାଙ୍କର ମାତା-ପିତା ଏତେ ପୁରୁଷାର୍ଥ କରିନାହାଁନ୍ତି । ଯେତିକି କୃଷ୍ଣ କରିଛନ୍ତି । ଏସବୁ କଥା ତୁମେ ଭବିଷ୍ୟତରେ ବୁଝିଯିବ । ରାଧା-କୃଷ୍ଣ ସଂପୂର୍ଣ୍ଣ କର୍ମାତୀତ ଅବସ୍ଥାଧାରୀ ଅଟନ୍ତି । ସେ ହିଁ ସଦ୍ଗତି ପ୍ରାପ୍ତ କରୁଛନ୍ତି । ସବୁ ପାପ ଆତ୍ମାମାନଙ୍କର ସମାପ୍ତି ହେଲେ ଯାଇ ତାଙ୍କର ଜନ୍ମ ହେଉଛି, ତାଙ୍କୁ ହିଁ ପବିତ୍ର ଦୁନିଆ କୁହାଯିବ । ସେଥିପାଇଁ କୃଷ୍ଣଙ୍କର ଏତେ ଗାୟନ ପୂଜନ ହେଉଛି । ତାଙ୍କ ମାତା-ପିତାଙ୍କର ଏତେ ଗାୟନ ହେଉ ନାହିଁ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍କାର ହେବ । ସମୟ ତ ଅଛି । ତୁମେ କାହାକୁ ହେଲେ ମଧ୍ୟ ବୁଝାଇପାରିବ ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହେବା ପାଇଁ ପାଠ ପଢୁଛୁ । ବିଶ୍ୱରେ ବର୍ତ୍ତମାନ ଏହାଙ୍କର ରାଜ୍ୟ ସ୍ଥାପନ ହେଉଛି । ଆମ ନିମନ୍ତେ ତ ନୂଆ ଦୁନିଆ ଆବଶ୍ୟକ । ଏବେ ତୁମକୁ ଦୈବୀ ସଂମ୍ପ୍ରଦାୟର ବୋଲି କୁହାଯିବ ନାହିଁ । ତୁମେ ବ୍ରାହ୍ମଣ ସମ୍ପ୍ରଦାୟର ଅଟ । ଦେବତା ହେବାକୁ ଯାଉଛ । ଦୈବୀ ସମ୍ପ୍ରଦାୟ ହୋଇଗଲେ ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହେବ । ଏବେ ତୁମେ ସଂଗମଯୁଗୀ ପୁରୁଷୋତ୍ତମ ହେବାକୁ ଯାଉଛ । ଏସବୁ ପରିଶ୍ରମର କଥା ଅଟେ । ୟାଦ ଦ୍ୱାରା ବିକର୍ମାଜିତ୍ ହେବାକୁ ପଡିବ । ତୁମେ ନିଜେ କହୁଛ ଘଡିକୁ ଘଡି ସ୍ମୃତି ଭୁଲିଯାଉଛୁ । ବାବା ପିକ୍ନିକ୍ରେ ବସିଲେ ମଧ୍ୟ ଶିବବାବାଙ୍କର ଖିଆଲ ରହିଥାଏ । ଆମେ ବାବାଙ୍କ ସ୍ମୃତିରେ ନ ରହିଲେ ବାବ କଣ କହିବେ ସେଥିପାଇଁ ବାବା କହୁଛନ୍ତି ତୁମେ ବାବାଙ୍କ ସ୍ମୃତିରେ ବସି ପିକ୍ନିକ୍ କର । କର୍ମ କରି ପରମାତ୍ମା ପ୍ରେମିକଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ, ଏଥିରେ ହିଁ ମେହନତ ରହିଛି । ୟାଦ ଦ୍ୱାରା ଆତ୍ମା ପବିତ୍ର ହେବ, ଅବିନାଶୀ ଜ୍ଞାନ ଧନ ମଧ୍ୟ ଜମା ହେବ । ଏହାପରେ ପୁଣି ଯଦି ଅପବିତ୍ର ହୋଇଗଲ ତେବେ ସମସ୍ତ ଜ୍ଞାନ ଧନ ଚାଲିଯିବ । ମୁଖ୍ୟ ହେଉଛି ପବିତ୍ରତା । ବାବା ତ ଭଲ-ଭଲ କଥା ହିଁ ବୁଝାଉଛନ୍ତି । ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଆଉ କାହା ପାଖରେ ବି ନାହିଁ । ଅନ୍ୟ ଯେଉଁ ସବୁ ସତ୍ସଙ୍ଗ ଆଦି ରହିଛି ସେସବୁ ଭକ୍ତିମାର୍ଗର ଅଟେ ।

ବାବା ବୁଝାଉଛନ୍ତି ବାସ୍ତବରେ ପ୍ରବୃତ୍ତିମାର୍ଗଧାରୀ ହିଁ ଭକ୍ତି କରିବେ । ତୁମ ପାଖରେ ତ କେତେ ଶକ୍ତି ଅଛି । ଘରେ ବସି ତୁମକୁ ସୁଖ ମିଳିଯାଉଛି । ସର୍ବଶକ୍ତିମାନ ବାବାଙ୍କଠାରୁ ତୁମେ ଏତେ ଶକ୍ତି ନେଉଛ । ପୂର୍ବରୁ ସନ୍ନ୍ୟାସୀମାନେ ଜଙ୍ଗଲରେ ରହୁଥିବାରୁ ତାଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ଥିଲା । ବର୍ତ୍ତମାନ ତ କେତେ ବଡ-ବଡ କୋଠା ତିଆରି କରି ରହୁଛନ୍ତି । ବର୍ତ୍ତମାନ ସେହି ଆଧ୍ୟାତ୍ମିକ ଶକ୍ତି ନାହିଁ । ଯେପରି ତୁମ ପାଖରେ ପୂର୍ବରୁ ସୁଖର ଶକ୍ତି ଥିଲା । ପୁଣି ଗୁପ୍ତ ହୋଇଗଲା । ତାଙ୍କ ପାଖରେ ମଧ୍ୟ ପୂର୍ବରୁ ଶାନ୍ତିର ଶକ୍ତି ଥିଲା ବର୍ତ୍ତମାନ ତାହା ନାହିଁ । ପୂର୍ବରୁ ତ ସତ୍ୟ କହୁଥିଲେ ଯେ ରଚୟିତା ଏବଂ ରଚନାକୁ ଆମେ ଜାଣି ନାହୁଁ । ବର୍ତ୍ତମାନ ତ ନିଜକୁ ଭଗବାନ, ଶିବୋହମ୍ ମଧ୍ୟ କହି ଦେଉଛନ୍ତି । ବାବା ବୁଝାଉଛନ୍ତି ବର୍ତ୍ତମାନ ସାରା ବୃକ୍ଷ ତମୋପ୍ରଧାନ ଅଟେ ସେଥିପାଇଁ ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ମୁଁ ଆସୁଛି । ଏହି ଦୁନିଆ ହିଁ ବଦଳିଯିବ । ସବୁ ଆତ୍ମାମାନେ ଘରକୁ ଚାଲିଯିବେ । ଜଣେ ହେଲେ କାହାକୁ ଜଣା ନାହିଁ ଯେ ଆମ ଆତ୍ମାରେ ଅବିନାଶୀ ଅଭିନୟ ଭରି ରହିଛି ଯାହାକୁ ପୁଣି ଥରେ ପୁନରାବୃତ୍ତି କରିବୁ । ଏତେ ଛୋଟ ଆତ୍ମାରେ, ଅବିନାଶୀ ଅଭିନୟ ଭରି ରହିଛି ଯାହା କେବେ ବିନାଶ ହେଉନାହିଁ । ଏଥିନିମନ୍ତେ ବହୁତ ପବିତ୍ର ହେବା ଦରକାର । ଏହା ସେତେବେଳେ ହେବ ଯେବେ ତୁମେ ଯୋଗଯୁକ୍ତ ସ୍ଥିତିରେ ମଗ୍ନ ରହିବ । ପରିଶ୍ରମ ବିନା ତ ପଦ ମିଳିବ ନାହିଁ ସେଥିପାଇଁ ଗାୟନ ରହିଛି ଚଢିଲେ ଚାଖିବ... କେଉଁଠି ଉଚ୍ଚରୁ ଉଚ୍ଚ ରାଜାମାନଙ୍କର ରାଜା ଦ୍ୱିମୁକୁଟଧାରୀ, କେଉଁଠି ପ୍ରଜା । ଆମକୁ ଏକ ବାବା ହିଁ ପଢାଉଛନ୍ତି । ଏଥିପାଇଁ ଭଲ ବୁଦ୍ଧି ଆବଶ୍ୟକ । ବାବା ବାରମ୍ବାର ବୁଝାଉଛନ୍ତି ମୁଖ୍ୟ ହେଉଛି ୟାଦର ଯାତ୍ରା । ମୁଁ ତୁମକୁ ପାଠପଢାଇ ବିଶ୍ୱର ମାଲିକ କରାଉଛି । ତେଣୁ ବାବା ଶିକ୍ଷକ ଓ ଗୁରୁ ମଧ୍ୟ ହେଲେ ନା । ବାବା ତ ହେଉଛନ୍ତି ଶିକ୍ଷକମାନଙ୍କର ଶିକ୍ଷକ, ପିତାମାନଙ୍କର ପିତା । ଏକଥା ତ ତୁମେମାନେ ଜାଣିଛ ଯେ ଆମର ବାବା, ବହୁତ ସ୍ନେହୀ ଅଟନ୍ତି । ଏହିପରି ବାବାଙ୍କୁ ମନେ ପକାଇବା ଉଚିତ୍ । ସଂପୂର୍ଣ୍ଣ ପାଠ ପଢିବାକୁ ମଧ୍ୟ ପଡିବ । ବାବାଙ୍କୁ ସ୍ମରଣ ନକଲେ ପାପ ନଷ୍ଟ ହେବ ନାହିଁ । ବାବା ସମସ୍ତ ଆତ୍ମାମାନଙ୍କୁ ସାଥିରେ ନେଇଯିବେ । ଶରୀର ସବୁ ବିନାଶ ହୋଇଯିବ । ଆତ୍ମାମାନେ ନିଜ-ନିଜର ଧର୍ମ ବିଭାଗରେ ଯାଇ ନିବାସ କରିବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିକୁ ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ମସ୍ତ ରହିବାକୁ ହେବ । କର୍ମଧନ୍ଦା କରୁଥିଲେ ମଧ୍ୟ ଏକମାତ୍ର ପ୍ରେମିକ ପରମାତ୍ମାଙ୍କର ସ୍ମୃତି ୟାଦ ରହୁ - ତେବେ ଯାଇ ବିକର୍ମାଜିତ୍ ହୋଇପାରିବ ।

(୨) ଏହି ଛୋଟିଆ ଯୁଗରେ ମନୁଷ୍ୟରୁ ଦେବତା ହେବା ପାଇଁ ମେହନତ କରିବାକୁ ହେବ । ଭଲ କର୍ମ ଅନୁସାରେ ଭଲ ସଂସ୍କାରକୁ ଧାରଣ କରି ଭଲ କୁଳରେ ଜନ୍ମ ନେବାକୁ ହେବ ।

ବରଦାନ:-
ଜଗତର ଜ୍ୟୋତି ହୋଇ ଭକ୍ତମାନଙ୍କୁ ଦୃଷ୍ଟିଭରା କୃତାର୍ଥ କରୁଥିବା ଦର୍ଶନୀୟ ମୂର୍ତ୍ତି ହୁଅ ।

ସାରା ବିଶ୍ୱ ତୁମମାନଙ୍କ ଭଳି ଜଗତର ଜ୍ୟୋତି ଆତ୍ମାମାନଙ୍କ ନୟନରୁ ଦୃଷ୍ଟି ନେବା ପାଇଁ ଅପେକ୍ଷା କରି ରହିଛି । ଯେତେବେଳେ ତୁମେ ଜଗତର ଜ୍ୟୋତିମାନେ ନିଜର ସମ୍ପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବ ଅର୍ଥାତ୍ ସମ୍ପୂର୍ଣ୍ଣତାର ନୟନ ଖୋଲିବ ସେତେବେଳେ ଗୋଟିଏ ସେକେଣ୍ଡରେ ବିଶ୍ୱ ପରିବର୍ତ୍ତନ ହୋଇଯିବ । ତାପରେ ତୁମେ ଦର୍ଶନୀୟ ମୂର୍ତ୍ତି ଆତ୍ମାମାନେ ନିଜର ଦୃଷ୍ଟି ଦ୍ୱାରା ଭକ୍ତ ଆତ୍ମାମାନଙ୍କୁ ନିହାଲ ଅର୍ଥାତ୍ କୃତାର୍ଥ କରିପାରିବ । ତେବେ ତୁମର ଦୃଷ୍ଟି ଦ୍ୱାରା କୃତାର୍ଥ ହେଉଥିବା ବା ଧନ୍ୟ ହେଉଥିବା ଆତ୍ମାମାନଙ୍କର ଧାଡି ବହୁତ ଲମ୍ବା ସେଥିପାଇଁ ସମ୍ପୂର୍ଣ୍ଣତାର ନୟନ ସର୍ବଦା ଖୋଲା ରହିବା ଦରକାର । ତେଣୁ ଏବେ ଆଖି ମଳିବା ଅର୍ଥାତ୍ ସଂକଳ୍ପରେ ଅଣନିଶ୍ୱାସୀ ହେବା ବା ଢୁଳେଇବା ବନ୍ଦ କର, ତେବେ ଯାଇ ଦର୍ଶନୀୟ ମୂରତ ହୋଇପାରିବ ।

ସ୍ଲୋଗାନ:-
ନିର୍ମଳ ସ୍ୱଭାବ ନିର୍ମାଣତାର ପ୍ରତୀକ, ତେଣୁ ନିର୍ମଳ ହୁଅ ଏବଂ ସଫଳତାକୁ ପ୍ରାପ୍ତ କର ।