14.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯୋଗବଳ ଦ୍ୱାରା ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ କରି ବାସ୍ତବ ସତ୍ୟ ଦଶହରା ପାଳନ କର ।

ପ୍ରଶ୍ନ:-
ରାମାୟଣ ଏବଂ ମହାଭାରତର ପରସ୍ପର ସହିତ କଣ ସମ୍ପର୍କ ରହିଛି? ଦଶହରା କେଉଁ କଥାକୁ ପ୍ରମାଣିତ କରୁଛି?

ଉତ୍ତର:-
ଦଶହରା ଅର୍ଥ ରାବଣର ମୃତ୍ୟୁ ହେବା ଏବଂ ଆତ୍ମା ରୂପୀ ସୀତାମାନଙ୍କୁ ମୁକ୍ତି ମିଳିବା । କିନ୍ତୁ ଦଶହରା ପାଳନ କରିବା ଦ୍ୱାରା ତ ରାବଣଠାରୁ ମୁକ୍ତି ମିଳୁନାହିଁ । ଯେତେବେଳେ ମହାଭାରତ ହେଉଛି ତେବେ ଯାଇ ସବୁ ସୀତାମାନଙ୍କୁ ମୁକ୍ତି ମିଳିଯାଉଛି । ମହାଭାରତ ଲଢେଇ ଦ୍ୱାରା ରାବଣ ରାଜ୍ୟ ସମାପ୍ତ ହେଉଛି ତେଣୁ ରାମାୟଣ, ମହାଭାରତ ଏବଂ ଗୀତାର ପରସ୍ପର ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି ।

ଗୀତ:-
ମହଫିଲ ମେଁ ଜଲ ଉଠି ଶମା...

ଓମ୍ ଶାନ୍ତି ।
ବାବା କହୁଛନ୍ତି ଯେ ତୁମେ ହେଉଛ ବ୍ରାହ୍ମଣ ସମ୍ପ୍ରଦାୟ, ତୁମକୁ ଏବେ ଦୈବୀ ସମ୍ପ୍ରଦାୟ କୁହାଯାଇ ପାରିବ ନାହିଁ । ତୁମେମାନେ ଏବେ ବ୍ରାହ୍ମଣ ସମ୍ପ୍ରଦାୟ ଅଟ, ପଛରେ ଦୈବୀ ସମ୍ପ୍ରଦାୟ ହେବ । ଦୁନିଆରେ ଯେଉଁ ରାମାୟଣ ରହିଛି, ଏବେ ଦଶହରାରେ ଯେପରି ଏମାନଙ୍କର ରାମାୟଣ ଶେଷ ହେବାକୁ ଯାଉଛି କିନ୍ତୁ ବାସ୍ତବରେ ହେଉନାହିଁ । ଯଦି ରାବଣ ମରିଯାଉଛି ତେବେ ରାମାୟଣର କଥା ସମାପ୍ତ ହୋଇଯିବା ଦରକାର, କିନ୍ତୁ ସମାପ୍ତ ହେଉନାହିଁ । ରାବଣଠାରୁ ମୁକ୍ତି ତ ମହାଭାରତ ଲଢେଇ ଦ୍ୱାରା ମିଳୁଛି । ଏବେ ଏହା ମଧ୍ୟ ବୁଝିବାର କଥା । ରାମାୟଣ କଣ ଏବଂ ମହାଭାରତ କଣ? ଦୁନିଆ ତ ଏହି କଥା ଗୁଡିକୁ ଜାଣିନାହିଁ । ରାମାୟଣ ଏବଂ ମହାଭାରତ ଉଭୟର ସମ୍ପର୍କ ରହିଛି । ମହାଭାରତ ଲଢେଇ ଦ୍ୱାରା ରାବଣର ରାଜ୍ୟ ସମାପ୍ତ ହୋଇଥାଏ । ପୁଣି ଏହି ଦଶହରା ଆଜି ଆଉ ପାଳନ କରିବାର ହିଁ ନାହିଁ । ଗୀତା ଅଥବା ମହାଭାରତ ମଧ୍ୟ ରହିଛି ଏହି ରାବଣ ରାଜ୍ୟକୁ ସମାପ୍ତ କରିବା ପାଇଁ । ଏବେ ତ ସମୟ ଅଛି, ପ୍ରସ୍ତୁତି ମଧ୍ୟ ହେଉଛି - ତାହା ହେଉଛି ହିଂସକ, ତୁମର ହେଉଛି ଅହିଂସକ । ତୁମର ହେଉଛି ଗୀତା, ତୁମ୍ଭେମାନେ ଗୀତାର ଜ୍ଞାନ ଶୁଣୁଛ । ଏହା ଦ୍ୱାରା କଣ ହେବ? ରାବଣରାଜ୍ୟ ସମାପ୍ତ ହୋଇଯିବ । ଯଦିଓ ରାବଣକୁ ମାରୁଛନ୍ତି କିନ୍ତୁ ରାମରାଜ୍ୟ ତ ହେଉନାହିଁ । ଏବେ ରାମାୟଣ ଏବଂ ମହାଭାରତ ରହିଛି ନା । ତେବେ ମହାଭାରତ ରହିଛି ରାବଣକୁ ସମାପ୍ତ କରିବା ପାଇଁ । ଏହା ବହୁତ ଗୁପ୍ତ ବୁଝିବାର କଥା ଅଟେ, ଏଥିରେ ବିଶାଳ ବୁଦ୍ଧି ହେବା ଦରକାର । ବାବା ବୁଝାଉଛନ୍ତି ଯେ ମହାଭାରତ ଲଢେଇ ଦ୍ୱାରା ରାବଣ ରାଜ୍ୟ ସମାପ୍ତ ହେଉଛି । ଏପରି ନୁହେଁ ଯେ କେବଳ ରାବଣକୁ ମାରିବା ଦ୍ୱାରା ରାବଣ ରାଜ୍ୟ ଶେଷ ହୋଇଯାଇଥାଏ । ସେଥିପାଇଁ ତ ସଂଗମଯୁଗ ହେବା ଆବଶ୍ୟକ । ବର୍ତ୍ତମାନ ସଂଗମଯୁଗ ଅଟେ । ଏବେ ତୁମ୍ଭେମାନେ ପ୍ରସ୍ତୁତି କରୁଛ, ରାବଣ ଉପରେ ବିଜୟପ୍ରାପ୍ତ କରିବା ପାଇଁ । ଏଥିରେ ଜ୍ଞାନର ଅସ୍ତ୍ରଶସ୍ତ୍ର ଆବଶ୍ୟକ । ସେ ଅସ୍ତ୍ରଶସ୍ତ୍ର ନୁହେଁ, ଯେପରି ଦେଖାଇଥାନ୍ତି ଯେ ରାବଣ ଏବଂ ରାମଙ୍କର ଯୁଦ୍ଧ ହେଲା । ଏହି ଶାସ୍ତ୍ର ସବୁ ହେଉଛି ଭକ୍ତିମାର୍ଗର । ଏବେ ତୁମ୍ଭେମାନେ ଯୋଗବଳ ଦ୍ୱାରା ରାବଣ ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରୁଛ । ଏହା ହୋଇଗଲା ଗୁପ୍ତ କଥା । ୫ ବିକାର ରୂପୀ ରାବଣ ଉପରେ ତୁମ୍ଭେମାନେ ବିଜୟୀ ହେଉଛ । କାହା ଦ୍ୱାରା? ଗୀତା ଦ୍ୱାରା । ବାବା ତୁମମାନଙ୍କୁ ଗୀତା ଶୁଣାଉଛନ୍ତି । ଏଠାରେ ଭାଗବତ ତ କିଛି ନାହିଁ । ଭାଗବତରେ କୃଷ୍ଣ ଚରିତ୍ର ଦେଖାଇଥାନ୍ତି । କୃଷ୍ଣଙ୍କ ସେମିତି ଚରିତ୍ର ତ କିଛି ନାହିଁ । ତୁମେମାନେ ଜାଣିଛ ଯେତେବେଳେ ବିନାଶ ହେବ, ମହାଭାରତ ଯୁଦ୍ଧ ଲାଗିବ । ଏହା ଦ୍ୱାରା ହିଁ ରାବଣ ରାଜ୍ୟ ସମାପ୍ତ ହୋଇଯିବ । ସିଢି ଚିତ୍ରରେ ମଧ୍ୟ ଏହା ଦେଖାଯାଇଛି । ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି, ସେବେଠାରୁ ଭକ୍ତିମାର୍ଗ ହୋଇଛି । ଏହି କଥା ତୁମ୍ଭେମାନେ ହିଁ ଜାଣିଛ । ଗୀତାର ସମ୍ବନ୍ଧ ମହାଭାରତ ଲଢେଇ ସହିତ ରହିଛି । ତୁମ୍ଭେମାନେ ଗୀତା ଜ୍ଞାନ ଶୁଣି ରାଜ୍ୟ ପାଉଛ ଏବଂ ଲଢେଇ ଲାଗୁଛି ଦୁନିଆ ସ୍ୱଚ୍ଛ ହେବା ପାଇଁ । ଆଉ ଭାଗବତରେ ସମସ୍ତ ଚରିତ୍ର ଆଦି ବ୍ୟର୍ଥ କଥା ରହିଛି । ଶିବ ପୁରାଣରେ କିଛି ହେଲେ ନାହିଁ । ନଚେତ୍ ଗୀତାର ନାମ ଶିବ ପୁରାଣ ହେବା ଆବଶ୍ୟକ । ଶିବବାବା ଆସି ଜ୍ଞାନ ଦେଉଛନ୍ତି - ସବୁଠାରୁ ଉଚ୍ଚ ହେଉଛି ଗୀତା । ଗୀତା ସବୁ ଶାସ୍ତ୍ର ଗୁଡିକରୁ ଛୋଟ ଅଟେ ଏବଂ ବାକି ସବୁ ପୁସ୍ତକ ବହୁତ ବଡ-ବଡ ତିଆରି କରାଯାଇଛି । ମନୁଷ୍ୟମାନଙ୍କର ଜୀବନ କାହାଣୀ ମଧ୍ୟ ବହୁତ ବଡ-ବଡ ରଚନା କରାଯାଇଛି । ନେହେରୁ ଶରୀର ଛାଡିଲେ ତାଙ୍କର କେତେ ବଡ ପୁସ୍ତକ ରଚନା କରିଛନ୍ତି । ଏହି ଗୀତା ଶିବବାବାଙ୍କର ପୁ‌ସ୍ତକ ତେଣୁ ଏହା କେତେ ବଡ ହେବା ଆବଶ୍ୟକ । କିନ୍ତୁ ଗୀତା କେତେ ଛୋଟ ଅଟେ, କାରଣ ବାବା ଗୋଟିଏ କଥା ହିଁ ଶୁଣାଉଛନ୍ତି ଯେ ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ଏହି ସୃଷ୍ଟିଚକ୍ରକୁ ବୁଝ । ସେଥିପାଇଁ ଗୀତାକୁ ଛୋଟ କରି ତିଆରି କରିଛନ୍ତି । ଏହି ଜ୍ଞାନ ରହିଛି କଣ୍ଠସ୍ଥ କରିବା ପାଇଁ । ତୁମେ ଜାଣିଛ ଯେ ଗୀତାର ଲକେଟ୍ ବା ପଦକ ତିଆରି କରୁଛନ୍ତି । ସେଥିପାଇଁ ଏହାର ଅକ୍ଷର ଛୋଟ ହୋଇଥାଏ । ଏବେ ବାବା ମଧ୍ୟ ତୁମମାନଙ୍କର ଗଳାରେ ଲକେଟ୍ ଅର୍ଥାତ୍ ପଦକ ପିନ୍ଧାଉଛନ୍ତି - ତ୍ରିମୂର୍ତ୍ତି ଏବଂ ରାଜତ୍ୱର । ବାବା କହୁଛନ୍ତି ଗୀତାରେ ଦୁଇଟି ଅକ୍ଷର ରହିଛି - ଅଲଫ ଏବଂ ବେ । ଏହା ହେଉଛି ଗୁପ୍ତ ମନ୍ତ୍ରର ଲକେଟ ମନମନାଭବ । ମୋତେ ୟାଦ କର ତେବେ ବିକର୍ମ ବିନାଶ ହେବ । ତୁମର କାମ ହେଲା ଯୋଗବଳ ଦ୍ୱାରା ବିଜୟ ପାଇବା, ତୁମ ପାଇଁ ଏହି ପୁରୁଣା ଦୁନିଆ ସଫା ହେବା ମଧ୍ୟ ଦରକାର । ବାବା ବୁଝାଉଛନ୍ତି ଯେ ତୁମମାନଙ୍କର ଯୋଗବଳ ଦ୍ୱାରା ହିଁ ରାବଣ ରାଜ୍ୟର ବିନାଶ ହେବ । ରାବଣ ରାଜ୍ୟ କେବେଠାରୁ ଆରମ୍ଭ ହେଲା, ଏହି କଥା ମଧ୍ୟ କେହି ଜାଣିନାହାଁନ୍ତି । ଏହି ଜ୍ଞାନ ବହୁତ ସହଜ । ଏହା ଗୋଟିଏ ସେକେଣ୍ଡର କଥା ଅଟେ ନା । ୮୪ ଜନ୍ମର ସିଢିରେ ମଧ୍ୟ ଦେଖାଇ ଦିଆଯାଇଛି ଯେ - ଏତିକି ଜନ୍ମ ନେଇଛନ୍ତି । କେତେ ସହଜ କଥା ଅଟେ । ବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ଜ୍ଞାନ ଶୁଣାଇ ହିଁ ଆସୁଛନ୍ତି । ଯଦି ତୁମେ ସବୁ ମୁରଲୀର କାଗଜକୁ ଏକତ୍ର କରିବ ତ ଢେର ହୋଇଯିବ । ବାବା ଏହି ସବୁ କଥା ବିସ୍ତାରରେ ବୁଝାଉଛନ୍ତି । ସଂକ୍ଷିପ୍ତରେ ତ କହୁଛନ୍ତି - ଅଲଫକୁ ୟାଦ କର । ବାସ୍ ଏତିକି ନିଜର ସମୟ କେଉଁଥିରେ ଲଗାଉଛନ୍ତି? ତୁମ୍ଭମାନଙ୍କ ମୁଣ୍ଡ ଉପରେ ପାପର ବୋଝ ବହୁତ ରହିଛି । ୟାଦ ଦ୍ୱାରା ହିଁ ବୋଝ ଓହ୍ଲାଇବାକୁ ହେବ, ଏଥିରେ ହିଁ ପରିଶ୍ରମ ଲାଗିଥାଏ । ଏହି କଥା ତୁମେ ପ୍ରତି ମୁହୂର୍ତ୍ତରେ ଭୁଲିଯାଉଛ । ତୁମେ ବାବାଙ୍କୁ ୟାଦ କରିଚାଲ ତେବେ କେବେ ହେଲେ ବିଘ୍ନ ପଡିବ ନାହିଁ । ଦେହ-ଅଭିମାନୀ ହେବା ଦ୍ୱାରା ବିଘ୍ନ ପଡିଥାଏ । ତୁମ୍ଭେମାନେ ଦେହୀ-ଅଭିମାନୀ ଅନ୍ତ ସମୟରେ ହେବ । ପୁଣି ଅଧାକଳ୍ପ କୌଣସି ବିଘ୍ନ ପଡିବ ନାହିଁ । ବୁଝିବା ପାଇଁ ଏହା କେତେ ଗୁପ୍ତ କଥା ଅଟେ । ଆରମ୍ଭରୁ ନେଇ ବାବା କେତେ ଶୁଣାଇ ଆସିଛନ୍ତି, ତଥାପି କହୁଛନ୍ତି କେବଳ ଅଲଫ ଓ ବେ କୁ ୟାଦ କର, ଏତିକି । ଏଠାରେ ବୃକ୍ଷର ହିଁ ବିସ୍ତାର ରହିଛି । ବୀଜ ତ ଅତି ଛୋଟ ହୋଇଥାଏ । ବୃକ୍ଷ କେତେ ବଡ ହୋଇ ବାହାରିଥାଏ ।

ଆଜି ଦଶହରା ଅଟେ ନା । ଏବେ ବାବା ବୁଝାଉଛନ୍ତି - ରାମାୟଣର ମହାଭାରତ ସହିତ କଣ ସମ୍ବନ୍ଧ ରହିଛି । ରାମାୟଣ ତ ଭକ୍ତିମାର୍ଗର ଅଟେ । ଏହା ଅଧାକଳ୍ପରୁ ଚାଲିଆସୁଛି । ଅର୍ଥାତ୍ ଏବେ ରାବଣ ରାଜ୍ୟ ଚାଲିଛି । ପୁଣି ମହାଭାରତ ଆସିବ ତ ରାବଣ ରାଜ୍ୟ ଶେଷ ହୋଇ ରାମରାଜ୍ୟ ଆରମ୍ଭ ହୋଇଯିବ । ରାମାୟଣ ଏବଂ ମହାଭାରତ ମଧ୍ୟରେ କଣ ପାର୍ଥକ୍ୟ ଅଛି? ରାମରାଜ୍ୟର ସ୍ଥାପନା ଏବଂ ରାବଣ ରାଜ୍ୟର ବିନାଶ ହେବାର ଅଛି । ଗୀତା ଶୁଣି ତୁମ୍ଭେମାନେ ବିଶ୍ୱର ମାଲିକ ହେବା ପାଇଁ ଯୋଗ୍ୟ ହେଉଛ । ବର୍ତ୍ତମାନ ସମୟରେ ହିଁ ଗୀତା ଏବଂ ମହାଭାରତ ରହିଛି ଏହି ରାବଣ ରାଜ୍ୟର ବିନାଶ ହେବା ପାଇଁ । ଆଉ ସେମାନେ ଯେଉଁ ଲଢେଇ ଦେଖାଇଛନ୍ତି ତାହା ଭୁଲ୍ ଅଟେ । ଲଢେଇ ହେଉଛି ୫ ବିକାର ଉପରେ ବିଜୟ ପାଇବା ପାଇଁ । ତୁମ୍ଭମାନଙ୍କୁ ବାବା ଗୀତାର ଦୁଇଟି ଅକ୍ଷର ଶୁଣାଉଛନ୍ତି ମନମନାଭବ, ମଧ୍ୟାଜୀଭବ । ଗୀତାର ଆରମ୍ଭରେ ଏବଂ ଶେଷରେ ଏହି ଦୁଇଟି ଅକ୍ଷର ଆସିଥାଏ । ପିଲାମାନେ ବୁଝୁଛନ୍ତି - ବାସ୍ତବରେ ଏହା ଗୀତାର ଅଧ୍ୟାୟ ଚାଲିଛି । କିନ୍ତୁ ଯଦି ଏହି କଥା କାହାକୁ କହିବା, ତେବେ କହିବେ ଯେ କୃଷ୍ଣ କେଉଁଠି ଅଛନ୍ତି? ବାବା ବୁଝାଉଥିବା ଜ୍ଞାନ ଏବଂ ଭକ୍ତିମାର୍ଗର ଶାସ୍ତ୍ର ମଧ୍ୟରେ କେତେ ଫରକ ରହିଛି? ଏହି କଥା କେହି ଜାଣି ନାହାଁନ୍ତି - ଏହି ରାମାୟଣ କଣ? ମହାଭାରତ କଣ ଅଟେ? ମହାଭାରତ ଲଢେଇ ପରେ ହିଁ ସ୍ୱର୍ଗର ଦ୍ୱାର ଖୋଲିଥାଏ । କିନ୍ତୁ ମନୁଷ୍ୟମାନେ ଏହି କଥା ବୁଝିବେ ନାହିଁ । ସେଥିପାଇଁ ତୁମେ ସମସ୍ତଙ୍କୁ ବାବାଙ୍କର ହିଁ ପରିଚୟ ଦିଅ । ବାବା କହୁଛନ୍ତି ମୋତେ ମନେ ପକାଅ । ଏହି କଥା ବାବା ହିଁ ସାରା ଦୁନିଆ ପାଇଁ କହୁଛନ୍ତି । ଏକମାତ୍ର ଗୀତାକୁ ହିଁ ଖଣ୍ଡନ କରିଛନ୍ତି । ଗୀତା ସବୁ ଭାଷା ଗୁଡିକରେ ପ୍ରଚାର ହେଉଛି । ତୁମର ଦୈବୀ ରାଜ୍ୟରେ ଏକ ଭାଷା ହେବ । ସେଠାରେ କୌଣସି ଶାସ୍ତ୍ର ପୁସ୍ତକ ଆଦି ରହିବ ନାହିଁ । ସେଠାରେ ଭକ୍ତିମାର୍ଗର କୌଣସି କଥା ରହିବ ନାହିଁ । ଭାରତର ସମ୍ପର୍କ ହିଁ ରହିଛି ରାମାୟଣ, ମହାଭାରତ ଏବଂ ଗୀତା ସହିତ । ଭଗବାନ ତ ପିଲାମାନଙ୍କୁ ଗୀତା ଶୁଣାଉଛନ୍ତି, ଯାହା ଦ୍ୱାରା ତୁମେମାନେ ସ୍ୱର୍ଗର ମାଲିକ ହେଉଛ । ମହାଭାରତ ଲଢେଇ ନିଶ୍ଚିତ ଲାଗିବା ଦରକାର, ଯାହା ଦ୍ୱାରା ପତିତ ଦୁନିଆ ବିନାଶ ହୋଇଯିବ । ଗୀତା ଦ୍ୱାରା ତୁମ୍ଭେମାନେ ପବିତ୍ର ହେଉଛ । ପତିତ-ପାବନ ଭଗବାନ ଆସୁଛନ୍ତି ଅନ୍ତିମ ସମୟରେ । କହୁଛନ୍ତି ଯେ କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । କାମ ବିକାରଠାରୁ କେବେ ହାରିଯାଅ ନାହିଁ, ଏହା ଦ୍ୱାରା ବହୁତ କ୍ଷତି ହୋଇଥାଏ । ବିକାର ପାଇଁ ବହୁତ ବଡ-ବଡ ଲୋକ, ମନ୍ତ୍ରୀ ଆଦି ମଧ୍ୟ ନିଜର ନାମ ବଦନାମ କରିଥାନ୍ତି । କାମ ବିକାର ପାଇଁ ସେମାନେ ବହୁତ ଖରାପ ହୋଇଯାଇଥାନ୍ତି । ସେଥିପାଇଁ ବାବା ବୁଝାଉଛନ୍ତି - ବାବାଙ୍କ ପାଖକୁ ତରୁଣ ପିଲାମାନେ ଆସୁଛନ୍ତି । ଏହିପରି ବହୁତ ଅଛନ୍ତି ଯେଉଁମାନେ ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି । ସାରା ଜୀବନ ବିବାହ କରିନଥାନ୍ତି । ଏହିପରି ସ୍ତ୍ରୀ ଲୋକ ମଧ୍ୟ ଅଛନ୍ତି । ନନ୍ସମାନେ କେବେ ବିକାରର ବଶବର୍ତ୍ତୀ ହୋଇନଥାନ୍ତି । କିନ୍ତୁ ତାହା ଦ୍ୱାରା କୌଣସି ପ୍ରାପ୍ତି ହେଉନାହିଁ । ଏଠାରେ ତ କଥା ରହିଛି ପବିତ୍ର ହୋଇ ଜନ୍ମ-ଜନ୍ମାନ୍ତର ସ୍ୱର୍ଗର ମାଲିକ ହେବାର । ଜନ୍ମ-ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି । ଏହି ପାପର ବୋଝ ଯେବେ କଟିଯିବ ତେବେ ତୁମ୍ଭେମାନେ ସ୍ୱର୍ଗକୁ ଚାଲିଯିବ । ଏଠାରେ ମନୁଷ୍ୟମାନେ ପାପ କରିଚାଲିଛନ୍ତି । ଯଦି ବା କେହି ଗୋଟିଏ ଜନ୍ମ ସନ୍ନ୍ୟାସୀ ହେଉଛନ୍ତି, କିନ୍ତୁ ଜନ୍ମ ତ ବିକାରରୁ ନେଉଛନ୍ତି । ରାବଣ ରାଜ୍ୟରେ ବିକାର ବିନା ଜନ୍ମ ହୋଇନଥାଏ । ପଚାରୁଛନ୍ତି, ସେଠାରେ ଜନ୍ମ କିପରି ନେବେ? ଯୋଗବଳ କାହାକୁ କୁହାଯାଇଥାଏ? ଏହି କଥା ପଚାରିବା ଆବଶ୍ୟକ ନାହିଁ । ତାହା ସଂପୂର୍ଣ୍ଣ ନିର୍ବିକାରୀ ଦୁନିଆ ଅଟେ । ସେଠାରେ ରାବଣ ରାଜ୍ୟ ହିଁ ନାହିଁ, ତେଣୁ ଏହି ପ୍ରଶ୍ନ ଉଠିପାରିବ ନାହିଁ । ସବୁ କିଛି ସାକ୍ଷାତ୍‌କାର ହେବ । ସେଠାରେ ଯେବେ ବୁଢା ହୋଇଥାନ୍ତି ତେବେ ସାକ୍ଷାତ୍‌କାର ହୋଇଥାଏ ଯେ ମୁଁ ଯାଇ ଛୋଟ ପିଲା ହେବି । ମାତାର ଗର୍ଭକୁ ଯିବି । ଏକଥା ଜାଣିନଥାନ୍ତି ଯେ ଅମୁକ ଘରକୁ ଯିବି । କେବଳ ଏତିକି ଜାଣିଥାନ୍ତି ଯେ ଏବେ ଛୋଟ ପିଲା ହେବାର ଅଛି, ସେଥିପାଇଁ ମୟୁର ଏବଂ ମୟୁରୀର ଉଦାହରଣ ରହିଛି । ସେମାନଙ୍କର ଆଖିର ଲୁହରେ ଗର୍ଭ ଧାରଣ ହୋଇଥାଏ । ଅମୃତଭଣ୍ଡା ଗଛ ମଧ୍ୟରେ ବି ଗୋଟିଏ ପୁରୁଷ, ଗୋଟିଏ ସ୍ତ୍ରୀର ବୃକ୍ଷ ରହିଥାଏ । ଏହି ଦୁଇଟି ଗଛ ପାଖାପାଖି ରହିବା ଦ୍ୱାରା ଫଳ ଦେଇଥାଏ । ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ । ଯଦି ଜଡ ଜିନିଷରେ ମଧ୍ୟ ଏପରି ହେଉଛି ତେବେ ସତ୍ୟଯୁଗରେ ଚୈତନ୍ୟ ମନୁଷ୍ୟ ଦ୍ୱାରା କାହିଁକି ହୋଇପାରିବ ନାହିଁ । ଏହି ସବୁ ବିସ୍ତାରର କଥା ଆଗକୁ ଗଲେ ତୁମ୍ଭମାନଙ୍କ ବୁଦ୍ଧିରେ ବୁଝିପାରିବ । ମୁଖ୍ୟ କଥା ହେଉଛି ତୁମେ ବାବାଙ୍କୁ ୟାଦ କରି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ସମ୍ପତ୍ତି ତ ନେଇନିଅ । ପୁଣି ସେଠିକାର ନୀତି ନିୟମ ଯାହା ଥିବ ତାହା ଦେଖିବା । ତୁମ୍ଭେମାନେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ, ତେବେ ପିଲା କାହିଁକି ଜନ୍ମ ହୋଇପାରିବ ନାହିଁ । ଏହିପରି ପ୍ରଶ୍ନ ବହୁତ ପଚାରୁଛନ୍ତି, ଯଦି କୌଣସି କଥାରେ ଠିକ୍ ଉତ୍ତର ନ ମିଳୁଛି, ତେବେ ଜ୍ଞାନ ଛାଡି ଦେଇଥାନ୍ତି । ସାମାନ୍ୟ କଥାରେ ମଧ୍ୟ ତାଙ୍କର ସନ୍ଦେହ ଆସିଯାଇଥାଏ । ଶାସ୍ତ୍ରରେ ତ ଏପରି କୌଣସି କଥା ନାହିଁ । ଶାସ୍ତ୍ର ହେଉଛି ଭକ୍ତିମାର୍ଗର । ପରମପିତା ପରମାତ୍ମା ଆସି ବ୍ରାହ୍ମଣ ଧର୍ମ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଧର୍ମର ସ୍ଥାପନା କରୁଛନ୍ତି । ବ୍ରାହ୍ମଣମାନେ ହେଉଛନ୍ତି ସଂଗମଯୁଗୀ । ବାବାଙ୍କୁ ସଂଗମଯୁଗରେ ଆସିବାକୁ ହିଁ ପଡୁଛି । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ଅନ୍ୟ ଧର୍ମବାଲା କହୁଛନ୍ତି ହେ ମୁକ୍ତିଦାତା, ଦୁଃଖରୁ ମୁକ୍ତ କର । ଦୁଃଖ କିଏ ଦେଉଛି - ଏକଥା ମଧ୍ୟ ସେମାନଙ୍କୁ ଜଣା ନାହିଁ । ତୁମ୍ଭେମାନେ ଜାଣିଛ ଯେ ରାବଣରାଜ୍ୟ ଶେଷ ହେଉଛି । ତୁମ୍ଭମାନଙ୍କୁ ବାବା ରାଜଯୋଗ ଶିଖାଉଛନ୍ତି । ଯେବେ ପାଠପଢା ଶେଷ ହୁଏ, ତେବେ ବିନାଶ ହୁଏ, ଯାହାର ନାମ ମହାଭାରତ ଯୁଦ୍ଧ ରଖାଯାଇଛି । ମହାଭାରତ ଯୁଦ୍ଧରେ ରାବଣ ରାଜ୍ୟ ସମାପ୍ତ ହେଉଛି । ଦଶହରାରେ ଗୋଟିଏ ରାବଣକୁ ଜଳାଇଥାନ୍ତି । ତାହା ହେଉଛି ବିନାଶୀ କଥା । ଏହା ହେଉଛି ଅବିନାଶୀ କଥା । ଏହି ସାରା ଦୁନିଆ ବିନାଶ ହୋଇଯିବ । ତେବେ ଏତେ ଛୋଟ-ଛୋଟ କନ୍ୟାମାନେ କେତେ ଶ୍ରେଷ୍ଠ ଜ୍ଞାନ ନେଉଛନ୍ତି । ସେହି ପାର୍ଥୀବ ଜ୍ଞାନ ଯେପରି ଘାସଲେଟ୍ ଅର୍ଥାତ୍ କିରୋସିନି ଅଟେ, ଏହା ହେଉଛି ଶୁଦ୍ଧ ଘିଅ ସଦୃଶ । ତେବେ ରାତି-ଦିନର ଫରକ ଅଛି ନା । ରାବଣରାଜ୍ୟରେ ତୁମକୁ ତେଲ ଖାଇବାକୁ ପଡୁଛି । ଆଗରୁ ଏତେ ଶସ୍ତାରେ ଖାଣ୍ଟି ଘିଅ ମିଳୁଥିଲା, ପୁଣି ମହଙ୍ଗା ହୋଇଗଲା ତେବେ ତେଲ ଖାଇବାକୁ ପଡିଲା । ଏହି ଗ୍ୟାସ, ବିଜୁଳି ଆଦି ପ୍ରଥମେ କିଛି ବି ନଥିଲା । କଛି ବର୍ଷ ଭିତରେ କେତେ ଫରକ ଆସିଯାଇଛି । ଏବେ ତୁମେମାନେ ଜାଣୁଛ ଯେ ଏସବୁ ଶେଷ ହୋଇଯିବ । ଶିବବାବା ଆମକୁ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହେବା ପାଇଁ ପାଠ ପଢାଉଛନ୍ତି । ଏହି ବାବାଙ୍କର ତ ଏହି ଉନ୍ମାଦନା ବହୁତ ରହିଥିଲା । ପିଲାମାନଙ୍କୁ ତ ମାୟା ଭୁଲାଇ ଦେଇଥାଏ । ଯେବେ କହୁଛନ୍ତି ଯେ ଆମେ ବାବାଙ୍କଠାରୁ ବର୍ସା ନେବାକୁ ଆସିଛୁ, ତେବେ ଏହି ନିଶା କାହିଁକି ଚଢୁନାହିଁ! ମିଠା ରାଜଧାନୀ, ମିଠା ଘରକୁ ଭୁଲି ଯାଉଛ । ବାବା ଜାଣିଛନ୍ତି ଯିଏ-ଯିଏ କଠିନ ସେବା କରୁଛନ୍ତି ସେହିମାନେ ମହା-ରାଜକୁମାର ହେବେ । ତୁମର ଏହି ନିଶା କାହିଁକି ରହୁନାହିଁ? କାହିଁକି ନା ତୁମେ ବାବାଙ୍କ ସ୍ମୃତିରେ ରହୁନାହଁ । ସେବାରେ ପୂରା ତତ୍ପର ହେଉନାହଁ । କେବେ ତ ସେବାରେ ଉଛୁଳୁଛ, କେବେ ପୁଣି ଥଣ୍ଡା ହୋଇଯାଉଛ । ପ୍ରତ୍ୟେକ ନିଜକୁ ପଚାର - ଏହିପରି ହେଉଛି ନା । କେବେ-କେବେ ଭୁଲ୍ ମଧ୍ୟ ହୋଇଯାଉଛି - ସେଥିପାଇଁ ବାବା ବୁଝାଉଛନ୍ତି । ତୁମର ବାଣୀ ବହୁତ ମିଠା ହେବା ଆବଶ୍ୟକ, ସମସ୍ତଙ୍କୁ ଖୁସି କରିବାକୁ ହେବ । କାହାକୁ ବି କ୍ରୋଧ ନ ଆସୁ । ବାବା ପ୍ରେମର ସାଗର ଅଟନ୍ତି । ଏବେ ଗୋ ହତ୍ୟା ବନ୍ଦ କରିବା ପାଇଁ କେତେ ଚେଷ୍ଟା କରୁଛନ୍ତି । ବାବା କହୁଛନ୍ତି ସବୁଠାରୁ ବଡ ହତ୍ୟା ହେଲା କାମ ବିକାରରେ ବଶୀଭୂତ ହେବା । ପ୍ରଥମେ ତ ତାହା ବନ୍ଦ କର । ଆଉ ସେସବୁ କେବେ ବନ୍ଦ ହେବାର ନାହିଁ, ସେଥିପାଇଁ କେତେ ମୁଣ୍ଡ ପିଟୁଛନ୍ତି ବା ଚେଷ୍ଟା କରୁଛନ୍ତି । ଉଭୟେ କାମ ବିକାରକୁ ତ୍ୟାଗ କରିଦେବା ଉଚିତ୍ । କାହିଁ ମନୁଷ୍ୟମାନଙ୍କର କଥା, ପୁଣି କାହିଁ ବାବାଙ୍କର କଥା । ଯେଉଁମାନେ କାମ ବିକାରକୁ ଜିତିବେ ସେହିମାନେ ହିଁ ପବିତ୍ର ଦୁନିଆର ମାଲିକ ହେବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବାଙ୍କ ଭଳି ପ୍ରେମର ସାଗର ହେବାର ଅଛି । କେବେ ହେଲେ କ୍ରୋଧ କରିବାର ନାହିଁ । ନିଜର ବାଣୀକୁ ବହୁତ ମିଠା ରଖିବାର ଅଛି । ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଅଛି ।

(୨) ସେବାରେ କଠିନ ପରିଶ୍ରମ କରିବାକୁ ହେବ । ଏହି ନିଶାରେ ରହିବାକୁ ହେବ ଯେ ଏବେ ଏହି ପୁରୁଣା ଶରୀରକୁ ତ୍ୟାଗ କରି ସ୍ୱର୍ଗ ଦୁନିଆରେ ରାଜକୁମାର-ରାଜକୁମାରୀ ହେବୁ ।

ବରଦାନ:-
ସେବାର ଲଗନ ଅର୍ଥାତ୍ ସ୍ନେହ ଦ୍ୱାରା ଲୌକିକ ପ୍ରବୃତ୍ତିକୁ ଅଲୌକିକ ପ୍ରବୃତ୍ତିରେ ପରିବର୍ତ୍ତନ କରି ନିରନ୍ତର ସେବାଧାରୀ ହୁଅ ।

ସେବାଧାରୀର କର୍ତ୍ତବ୍ୟ ହେଲା ନିରନ୍ତର ସେବାରେ ବ୍ୟସ୍ତ ରହିବା - ଚାହେଁ ମାନସିକ ସେବା ହେଉ, ଚାହେଁ ବାଣୀ ଦ୍ୱାରା ବା କର୍ମ ଦ୍ୱାରା ସେବା ହେଉ । ସେବାଧାରୀ କେବେ ବି ସେବାକୁ ନିଜଠାରୁ ଅଲଗା ଭାବିନଥାଏ । ଯେଉଁମାନଙ୍କ ବୁଦ୍ଧିରେ ସର୍ବଦା ସେବା କରିବାର ଲଗନ କାୟମ ରହିଥାଏ ସେମାନଙ୍କର ଲୌକିକ ପ୍ରବୃତ୍ତି ଅର୍ଥାତ୍ କାର୍ଯ୍ୟ ବ୍ୟବହାର ପରିବର୍ତ୍ତିତ ହୋଇ ଅଲୌକିକ ପ୍ରବୃତ୍ତି ହୋଇଯାଏ । ସେବାଧାରୀ ନିଜର ଲୌକିକ ଘରକୁ ଘର ନ ଭାବି ସେବାସ୍ଥାନ ମନେ କରିଥାଏ । ସେବାଧାରୀର ମୁଖ୍ୟ ଗୁଣ ହେଲା ତ୍ୟାଗ । ତ୍ୟାଗ ବୃତ୍ତିବାଲା ସେବାଧାରୀ ପ୍ରବୃତ୍ତି ଭିତରେ ରହି ମଧ୍ୟ ତପସ୍ୱୀମୂରତ ହୋଇ ରହିଥାନ୍ତି ଯାହା ଦ୍ୱାରା ସ୍ୱତଃ ହିଁ ସେବା ହୋଇଥାଏ ।

ସ୍ଲୋଗାନ:-
ଯଦି ନିଜର ସଂସ୍କାରକୁ ଦିବ୍ୟ କରିବା ପାଇଁ ଚାହୁଁଛ ତେବେ ମନ ବୁଦ୍ଧିକୁ ବାବାଙ୍କ ନିକଟରେ ସମର୍ପିତ କରି ଦିଅ ।