14.11.19 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ଦେହୀ ଅଭିମାନୀ ହୋଇ ସେବା
କରିଲେ, ପ୍ରତ୍ୟେକ ପଦକ୍ଷେପରେ ସଫଳତା ମିଳୁଥିବ ।”
ପ୍ରଶ୍ନ:-
କେଉଁ ସ୍ମୃତିରେ
ରହିଲେ ଦେହ-ଅଭିମାନ ଆସିବ ନାହିଁ ?
ଉତ୍ତର:-
ସର୍ବଦା ସ୍ମୃତି ରହୁ ଯେ ମୁଁ ଈଶ୍ୱରୀୟ ସେବାଧାରୀ ଅଟେ । ସେବକକୁ କେବେହେଲେ ଦେହ-ଅଭିମାନ
ଆସିନଥାଏ । ଯେତେ ଅଧିକ ସମୟ ଯୋଗରେ ରହିବ ସେତେ ଶୀଘ୍ର ଦେହ-ଅଭିମାନ ତୁଟିଯିବ ।
ପ୍ରଶ୍ନ:-
ଦେହ-ଅଭିମାନୀମାନଙ୍କୁ ଡ୍ରାମା ଅନୁସାରେ କେଉଁ ଦଣ୍ଡ ମିଳିଥାଏ ?
ଉତ୍ତର:-
ସେମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଧାରଣ ହୋଇନଥାଏ । ଧନୀ ଲୋକମାନଙ୍କ ପାଖରେ ଧନ ଥିବା କାରଣରୁ
ଦେହ-ଅଭିମାନ ରହିଥାଏ ସେଥିପାଇଁ ସେମାନେ ଏହି ଜ୍ଞାନକୁ ବୁଝିପାରନ୍ତି ନାହିଁ, ଏହି ଦଣ୍ଡ
ସେମାନଙ୍କୁ ମିଳିଥାଏ । କିନ୍ତୁ ଗରୀବ ଲୋକମାନେ ସହଜରେ ବୁଝିଯାଆନ୍ତି ।
ଓମ୍ ଶାନ୍ତି ।
ରୁହାନୀ ବାବା
ବ୍ରହ୍ମାଙ୍କ ଦ୍ୱାରା ରାୟ ଦେଉଛନ୍ତି । କହୁଛନ୍ତି, ତୁମେ ମୋତେ ମନେ ପକାଇଲେ ଏହିପରି ହେବ ।
ସତ୍ତ୍ୱପ୍ରଧାନ ହୋଇ ନିଜର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ । ଏକଥା କେବଳ ତୁମକୁ କହୁନାହାଁନ୍ତି
ଏହା ତ ସମଗ୍ର ଭାରତ ତଥା ବିଦେଶରେ ମଧ୍ୟ ସମସ୍ତଙ୍କୁ ପାଖକୁ ଯିବ । ବହୁତଙ୍କୁ ସାକ୍ଷାତ୍କାର ହେବ
। କାହାର ସାକ୍ଷାତ୍କାର ହେବା ଦରକାର ? ଏହାକୁ ମଧ୍ୟ ବୁଦ୍ଧି ଦ୍ୱାରା ଜାଣିବାକୁ ହେବ । ବାବା
ବ୍ରହ୍ମାଙ୍କ ଦ୍ୱାରା ହିଁ ସାକ୍ଷାତ୍କାର କରାଇ କହୁଛନ୍ତି — ରାଜକୁମାର ହେବାକୁ ହେଲେ, ବ୍ରହ୍ମା
ଅଥବା ବ୍ରାହ୍ମଣମାନଙ୍କ ପାଖକୁ ଯାଅ । ଇଉରୋପବାସୀ ମଧ୍ୟ ଏହାକୁ ବୁଝିବାକୁ ଚାହୁଁଛନ୍ତି । ଭାରତ
ସ୍ୱର୍ଗ ଥିଲା ବେଳେ କାହାର ରାଜ୍ୟ ଥିଲା ? ଏହିକଥା ସଂପୂର୍ଣ୍ଣ ରୂପେ କେହି ଜାଣିନାହାଁନ୍ତି ।
ଭାରତ ହିଁ ହେଭେନ୍ ସ୍ୱର୍ଗ ଥିଲା । ଏବେ ତୁମେ ସମସ୍ତଙ୍କୁ ବୁଝାଉଛ । ଏହା ହେଉଛି ସହଜ ରାଜଯୋଗ,
ଯାହା ଦ୍ୱାରା ଭାରତ ସ୍ୱର୍ଗ ଅଥବା ହେଭେନ୍ ହେଉଛି । ତଥାପି ବିଲାତ ବାସୀଙ୍କର ବୁଦ୍ଧି ଭଲ ।
ସେମାନେ ତୁରନ୍ତ ବୁଝିଯିବେ । ତେଣୁ ଏବେ ସେବାଧାରୀ ସନ୍ତାନମାନଙ୍କୁ କ’ଣ କରିବାକୁ ହେବ ? ତାଙ୍କୁ
ହିଁ ନିର୍ଦ୍ଦେଶ ଦେବାକୁ ପଡୁଛି । ପିଲାମାନଙ୍କୁ ପ୍ରାଚୀନ ରାଜଯୋଗ ଶିଖାଇବାକୁ ହେବ । ତୁମ ପାଖକୁ
ମିୟ୍ୟୁଜିୟମ ପ୍ରଦର୍ଶନୀ ଆଦି ଦେଖିବାକୁ ବହୁତ ଆସୁଛନ୍ତି । ମତାମତ ଲେଖୁଛନ୍ତି ଯେ ଏମାନେ ବହୁତ
ଭଲ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିଜେ ବୁଝିପାରୁ ନାହାଁନ୍ତି । ସାମାନ୍ୟ କିଛି ଅନୁଭବ ହେଉଛି
ତେଣୁ ଆସୁଛନ୍ତି ତଥାପି ଗରୀବମାନେ ନିଜର ଭଲ ଭାଗ୍ୟ ଗଢିବେ ଏବଂ ବୁଝିବା ପାଇଁ ପୁରୁଷାର୍ଥ କରିବେ
। ସାହୁକାରମାନେ ତ ପୁରୁଷାର୍ଥ କରିବେ ନାହିଁ । ସେମାନଙ୍କର ବହୁତ ଦେହ-ଅଭିମାନ ରହିଛି ନା । ତେଣୁ
ଡ୍ରାମା ଅନୁସାରେ ଯେମିତିକି ବାବା ଦଣ୍ଡ ଦେଇଛନ୍ତି । ତଥାପି ମଧ୍ୟ ତାଙ୍କ ଦ୍ୱାରା ପ୍ରଚାର
କରାଇବାକୁ ପଡୁଛି । ବିଦେଶୀମାନେ ମଧ୍ୟ ଏହି ଜ୍ଞାନ ଶୁଣିବାକୁ ଚାହୁଁଛନ୍ତି । ସେମାନେ ଏହି
ଜ୍ଞାନ ଶୁଣି ବହୁତ ଖୁସୀ ହୋଇଯିବେ । ଗଭର୍ଣ୍ଣମେଣ୍ଟର ଅଫିସର୍ସଙ୍କ ପାଇଁ କେତେ ମେହନତ କରୁଛନ୍ତି,
କିନ୍ତୁ ତାଙ୍କୁ ଫୁରସତ ହିଁ ନାହିଁ । ତାଙ୍କୁ ଘରେ ବସି ସାକ୍ଷାତ୍କାର ହେଲେ ମଧ୍ୟ ବୁଦ୍ଧିରେ
ଆସିବ ନାହିଁ । ତେଣୁ ପିଲାମାନଙ୍କୁ ବାବା ରାୟ ଦେଉଛନ୍ତି, ଭଲ-ଭଲ ମତାମତ ଏକତ୍ର କରି ଏକ ଭଲ
ପୁସ୍ତକ କରିବା ଉଚିତ୍ । ଆପଣ ରାୟ ଦେଇପାରିବେ ଦେଖନ୍ତୁ, ସମସ୍ତଙ୍କୁ କେତେ ଭଲ ଲାଗୁଛି ।
ବିଲାତବାସୀ ଅଥବା ଭାରତବାସୀ ମଧ୍ୟ ସହଜ ରାଜଯୋଗ ଜାଣିବାକୁ ଚାହୁଁଛନ୍ତି । ସ୍ୱର୍ଗର
ଦେବୀ-ଦେବତାମାନଙ୍କର ରାଜତ୍ୱ ସହଜ ରାଜଯୋଗ ଦ୍ୱାରା ଭାରତକୁ ଯାହା ପ୍ରାପ୍ତ ହେଉଛି ତେବେ କାହିଁକି
ଏହାକୁ ଗଭର୍ଣ୍ଣମେଣ୍ଟ ହାଉସ ଭିତରେ ଯେଉଁଠି କନଫରେନ୍ସ ଆଦି ହେଉଛି ସେଠାରେ ନଲଗାଇବ । ଏହି
ବିଚାର ପିଲାମାନଙ୍କର ଚାଲିବା ଉଚିତ୍ । ତେବେ ଏଥିପାଇଁ ସମୟ ଲାଗିବ । ବୁଦ୍ଧି ଏତେ ଜଲଦି ନରମ
ହେବ ନାହିଁ । ବୁଦ୍ଧିରେ ଗଡରେଜର ତାଲା ଲାଗିଛି । ଏବେ ପ୍ରଚାର ହୋଇଗଲେ ରିଭୋଲିୟୁସନ୍ (ବିପ୍ଲବ)
ହୋଇଯିବ । ହଁ, ହେବ ନିଶ୍ଚୟ । କୁହ, ଗଭର୍ଣ୍ଣମେଣ୍ଟ ହାଉସରେ ମଧ୍ୟ ମିୟ୍ୟୁଜିୟମ ରହିଲେ ବହୁତ
ବିଦେଶୀ ଆସି ଦେଖିବେ । ସନ୍ତାନମାନଙ୍କର ବିଜୟ ତ ନିଶ୍ଚୟ ହେବ । ତେଣୁ ଖିଆଲ ଚାଲିବା ଉଚିତ୍ ।
ଦେହୀ-ଅଭିମାନୀଙ୍କର ହିଁ ଏପରି ଖିଆଲ ଆସିବ ଯେ କ’ଣ-କ’ଣ କରିବାକୁ ହେବ । ଯେମିତି ବିଚରାମାନଙ୍କୁ
ଜଣା ପଡିବ ଏବଂ ବାବାଙ୍କଠାରୁ ବର୍ସା ନେବେ । ଆମେ ଲେଖୁଛୁ ମଧ୍ୟ ବିନା କୌଣସି ଖର୍ଚ୍ଚରେ.. ତେଣୁ
ଯେଉଁ ଭଲ-ଭଲ ସନ୍ତାନମାନେ ଆସୁଛନ୍ତି, ରାୟ ଦେଉଛନ୍ତି । ଡେପୁଟୀ ପ୍ରାଇମିନିଷ୍ଟର ଉଦ୍ଘାଟନ
କରିବାକୁ ଆସୁଛନ୍ତି ପୁଣି ପ୍ରାଇମିନିଷ୍ଟର, ପ୍ରେସିଡେଣ୍ଟ ମଧ୍ୟ ଆସିବେ, କାହିଁକି ନା ତାଙ୍କୁ
ମଧ୍ୟ ଯାଇ କହିବେ ଯେ ଏହା ତ ୱାଣ୍ଡରଫୁଲ ଜ୍ଞାନ ଅଟେ । ପ୍ରକୃତ ଶାନ୍ତି ତ ଏହିପରି ସ୍ଥାପନ ହେବ
। ମନକୁ ପାଉଛି । ଏହି ଜ୍ଞାନ ମଧ୍ୟ ମନକୁ ପାଇଲା ଭଳି ଅଟେ । ଆଜି ଭଲ ନ ଲାଗିଲେ କାଲି ତ ଭଲ
ଲାଗିବ । ବାବା କହୁଛନ୍ତି ବଡ-ବଡ ଲୋକମାନଙ୍କ ପାଖକୁ ଯାଅ । ଆଗକୁ ଯାଇ ସେମାନେ ମଧ୍ୟ ବୁଝିବେ ।
ମନୁଷ୍ୟମାନଙ୍କର ବୁଦ୍ଧି ତମୋପ୍ରଧାନ ହୋଇଯାଇଥିବାରୁ ଓଲଟା କାମ କରୁଛନ୍ତି । ଦିନକୁ ଦିନ ଆହୁରି
ତମୋପ୍ରଧାନ ହୋଇଯାଉଛନ୍ତି ।
ତୁମେ ବୁଝାଇବା ନିମନ୍ତେ ଚେଷ୍ଟା କରୁଛ ଯେ ଏହି ବିକାରୀ ଧନ୍ଦା ବନ୍ଦ କର, ନିଜର ଉନ୍ନତି କର ।
ବାବା ଆସିଛନ୍ତି ପବିତ୍ର ଦେବତା କରିବା ପାଇଁ । ଶେଷରେ ସେ ଦିନ ମଧ୍ୟ ଆସିବ ଯେବେ ଗଭର୍ଣ୍ଣମେଣ୍ଟ
ହାଉସରେ ମଧ୍ୟ ମିୟୁଜିୟମ ହେବ । କୁହ, ଆମେ ନିଜର ଖର୍ଚ୍ଚ କରୁଛୁ । ଗଭର୍ଣ୍ଣମେଣ୍ଟ ତ’ କେବେ ପଇସା
ଦେବ ନାହିଁ । ତୁମେ କୁହ ଆମେ ନିଜର ଖର୍ଚ୍ଚରେ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ହାଉସରେ ମିୟୁଜିୟମ
ଲଗାଇ ପାରିବୁ । ଗୋଟିଏ ବଡ ଗଭର୍ଣ୍ଣମେଣ୍ଟ ହାଉସରେ ହୋଇଗଲେ, ପୁଣି ସବୁଠାରେ ହୋଇଯିବ । ସେହିଭଳି
ବୁଝାଇବାବାଲା ମଧ୍ୟ ହେବା ଦରକାର । ତାଙ୍କୁ କହିବା ଦରକାର ଆପଣମାନେ କୌଣସି ନିଦ୍ଦିଷ୍ଟ ସମୟ
ଧାର୍ଯ୍ୟ କରନ୍ତୁ, ଯାହାକି କେହି ଆସି ଆପଣମାନଙ୍କୁ ରାସ୍ତା ବତାଇ ପାରିବେ । ବିନା ଖର୍ଚ୍ଚରେ
ଜୀବନ ଗଢିବାର ରାସ୍ତା ବତାଇବେ, ଏହିଭଳି ଆଗକୁ ସେବା ହେବ । କିନ୍ତୁ ବାବା ପିଲାମାନଙ୍କ ଦ୍ୱାରା
ହିଁ ଜଣାଇ ଦେଉଛନ୍ତି । ଭଲ-ଭଲ ସନ୍ତାନମାନେ ଯିଏକି ନିଜକୁ ମହାବୀର ଭାବୁଛନ୍ତି ତାଙ୍କୁ ହିଁ ମାୟା
ଧରିନେଉଛି । ତୁମର ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ବହୁତ ସାବଧାନ ହୋଇ ଚାଲିବାକୁ ହେବ । ଏହା କୌଣସି
ସାଧାରଣ ବକ୍ସିଙ୍ଗ୍ ନୁହେଁ । ସବୁଠାରୁ ବଡ ବକ୍ସିଙ୍ଗ୍ । ଏହା ରାବଣକୁ ଜିତିବାର ଯୁଦ୍ଧଭୂମି ଅଟେ
। ଟିକିଏ ହେଲେ ଦେହ-ଅଭିମାନ ଯେପରି ନ ଆସୁ ‘ମୁଁ ଏପରି ସେବା କରୁଛି, ସେହିପରି କରୁଛି...’ । ଆମେ
ତ’ ଈଶ୍ୱରୀୟ ସେବାଧାରୀ ଅଟୁ । ଆମକୁ ସନ୍ଦେଶ ଦେବାକୁ ହେବ, ଏଥିରେ ବହୁତ ଗୁପ୍ତ ମେହନତ ରହିଛି ।
ତୁମେ ଜ୍ଞାନ ଏବଂ ଯୋଗବଳ ଦ୍ୱାରା ନିଜକୁ ବୁଝାଉଛ । ଏଥିରେ ଗୁପ୍ତ ରହି ବିଚାର ସାଗର ମନ୍ଥନ କଲେ
ନିଶା ଚଢିବ । ଏହିପରି ସ୍ନେହର ସହିତ ବୁଝାଇବାକୁ ହେବ, ବେହଦ ବାବାଙ୍କର ସମ୍ପତ୍ତି, ପ୍ରତି
କଳ୍ପରେ ଭାରତବାସୀମାନଙ୍କୁ ମିଳୁଛି । ୫ ହଜାର ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା । ଏବେ ତ ଏହାକୁ ବେଶ୍ୟାଳୟ କୁହାଯାଉଛି । ସତ୍ୟଯୁଗ ହେଉଛି ଶିବାଳୟ । ତାହା ହେଲା
ଶିବବାବାଙ୍କର ସ୍ଥାପନା, ଏହା ହେଉଛି ରାବଣର ସ୍ଥାପନା । ଏଥିରେ ରାତି-ଦିନର ଫରକ ରହିଛି ।
ପିଲାମାନେ ଅନୁଭବ କରୁଛନ୍ତି, ବାସ୍ତବରେ ଆମେ କ’ଣ ହୋଇଯାଇଥିଲୁ । ଏବେ ବାବା ନିଜ ସମାନ କରୁଛନ୍ତି
। ମୂଳ କଥା ହେଉଛି ଦେହୀ-ଅଭିମାନୀ ହେବା । ଦେହୀ-ଅଭିମାନୀ ହୋଇ ବିଚାର କରିବାକୁ ହେବ ଯେ ଆଜି
ଆମକୁ ଅମୁକ ପ୍ରାଇମିନିଷ୍ଟରକୁ ଯାଇ ବୁଝାଇବାକୁ ହେବ । ତାଙ୍କୁ ଦୃଷ୍ଟି ଦେଲେ ସାକ୍ଷାତ୍କାର
ହୋଇପାରେ । ତୁମେ ଦୃଷ୍ଟି ଦେଇପାରିବ । ଯଦି ଦେହୀ-ଅଭିମାନୀ ହୋଇ ରହିବ ତେବେ ତୁମର ବ୍ୟାଟେରୀ
ଭରପୁର ହେବ । ଦେହୀ-ଅଭିମାନୀ ହୋଇ, ନିଜକୁ ଆତ୍ମା ଭାବି ବାବାଙ୍କ ସହିତ ଯୋଗ ଲଗାଇଲେ ବ୍ୟାଟେରୀ
ଭରପୁର ହୋଇଯିବ । ଗରୀବମାନେ ତୁରନ୍ତ ନିଜର ବ୍ୟାଟେରୀ ଭରି ପାରିବେ, କାହିଁକି ନା ସେମାନେ
ବାବାଙ୍କୁ ବହୁତ ମନେ ପକାଇଥା’ନ୍ତି । ଯଦିଓ ଜ୍ଞାନ ଭଲ ଥିବ ଯଦି, ଯୋଗ କମ୍ କରିବ ତେବେ ବ୍ୟାଟେରୀ
ଭରି ପାରିବେ ନାହିଁ କାରଣ ଦେହର ଅହଂକାର ବହୁତ ଅଛି, ଯୋଗ କିଛି ହେଲେ ନାହିଁ । ସେଥିପାଇଁ ଜ୍ଞାନ
ବାଣରେ ତୀକ୍ଷ୍ମତା ଆସୁନାହିଁ । ଖଣ୍ଡାରେ ମଧ୍ୟ ଧାର ରହିଥାଏ । ସେହି ଖଣ୍ଡା ୧୦ ଟଙ୍କାର ମଧ୍ୟ
ଅଛି ଏବଂ ୫୦ ଟଙ୍କାର ମଧ୍ୟ ଅଛି । ଗୁରୁ ଗୋବିନ୍ଦ ସିଂହଙ୍କର ଖଣ୍ଡାର ଗାୟନ ରହିଛି, ଏଥିରେ
ହିଂସାର କୌଣସି କଥା ନାହିଁ । ଦେବତାମାନେ ହେଲେ ଡବଲ ଅହିଂସକ । ଆଜି ଭାରତ ଏପରି ହୋଇଯାଇଛି,
କିନ୍ତୁ କାଲି ଭାରତ ଏହିପରି ହେବ । ତେଣୁ ପିଲାମାନେ କେତେ ଖୁସି ହେବା ଦରକାର । କାଲି ଆମେ ରାବଣ
ରାଜ୍ୟରେ ଥିଲେ ତେଣୁ ନାକେଦମ୍ ହେଉଥିଲେ । ଆଜି ଆମେ ପରମପିତା ପରମାତ୍ମାଙ୍କ ସହିତ ରହିଛୁ ।
ଏବେ ତୁମେ ଈଶ୍ୱରୀୟ ପରିବାରର ଅଟ । ସତ୍ୟଯୁଗରେ ତୁମେ ଦୈବୀ ପରିବାରର ହେବ । ଏବେ ସ୍ୱୟଂ ଭଗବାନ୍
ଆମକୁ ପାଠ ପଢାଉଛନ୍ତି, ଆମକୁ ଭଗବାନଙ୍କର କେତେ ସ୍ନେହ ମିଳୁଛି । ଅଧାକଳ୍ପ ରାବଣର ସ୍ନେହ ମିଳିବା
ଦ୍ୱାରା ମାଙ୍କଡ ହୋଇଯାଇଛୁ । ଏବେ ବେହଦ ବାବାଙ୍କର ସ୍ନେହ ମିଳିବା ଦ୍ୱାରା ଦେବତା ହେଉଛୁ । ଏହା
୫ ହଜାର ବର୍ଷର କଥା । ସେମାନେ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଇଏ (ବ୍ରହ୍ମା) ମଧ୍ୟ ତୁମ
ସଦୃଶ ପୂଜାରୀ ଥିଲେ । ସବୁଠାରୁ ଉପରେ କଳ୍ପବୃକ୍ଷର ଶେଷ ଭାଗରେ ଛିଡା ହୋଇଛନ୍ତି । ସତ୍ୟଯୁଗରେ
ତୁମର କେତେ ଅସରନ୍ତି ଧନ ଥିଲା । ପୁଣି ଯେଉଁ ମନ୍ଦିର କରିଥିଲ ସେଥିରେ ମଧ୍ୟ ଅସରନ୍ତି ଧନ ଥିଲା,
ଯାହାକୁ ମୋଗଲମାନେ ଆସି ଲୁଟି ନେଇଥିଲେ । ମନ୍ଦିର ଆହୁରି ମଧ୍ୟ ଥିବ । ପ୍ରଜାମାନଙ୍କର ମଧ୍ୟ
ମନ୍ଦିର ଥିବ, ପ୍ରଜା ତ ଅଧିକ ଧନବାନ ହୋଇଥା’ନ୍ତି । ପ୍ରଜାମାନଙ୍କଠାରୁ ରାଜାମାନେ ମଧ୍ୟ କରଜ
କରିଥା’ନ୍ତି । ତେବେ ଏହା ବହୁତ ଖରାପ ଦୁନିଆ ଅଟେ । ସବୁଠାରୁ ଖରାପ ସ୍ଥାନ ହେଉଛି କଲିକତା ।
ଏହାକୁ ପରିବର୍ତ୍ତନ କରିବା ପାଇଁ ତୁମକୁ ମେହନତ କରିବାକୁ ପଡିବ । ଯିଏ କରିବ ସିଏ ପାଇବ । ଯଦି
ଦେହ-ଅଭିମାନ ଆସିଲା ତେବେ ତଳକୁ ଖସିଲ । ମନମନାଭବର ଅର୍ଥକୁ କେହି ବି ବୁଝିନାହାଁନ୍ତି । କେବଳ
ଶ୍ଲୋକ କଣ୍ଠସ୍ଥ କରିଦେଉଛନ୍ତି । ଜ୍ଞାନ ତ କେବଳ ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କାହା ପାଖରେ
ନାହିଁ । କେହି ମଠ, ପନ୍ଥବାସୀ ଦେବତା ହୋଇପାରିବେ ନାହିଁ । ପ୍ରଜାପିତା ବ୍ରହ୍ମା
କୁମାର-କୁମାରୀମାନେ ବ୍ରାହ୍ମଣ ହେବା ବିନା ଦେବତା କିପରି ହେବେ । ଯିଏ କଳ୍ପ ପୂର୍ବରୁ ହୋଇଥିଲେ
ସେହିମାନେ ହିଁ ପୁଣି ହେବେ । କିନ୍ତୁ ସମୟ ଲାଗିବ । ବୃକ୍ଷ ବୃଦ୍ଧି ହୋଇ ଚାଲିବ । ପିମ୍ପୁଡି
ମାର୍ଗରୁ ବିହଙ୍ଗ ମାର୍ଗ ହେବ (ମନ୍ଥର ଗତିରୁ ତୀବ୍ର ଗତିରେ ବଢିଚାଲିବ) । ବାବା ବୁଝାଉଛନ୍ତି —
ମଧୁର ସନ୍ତାନମାନେ, ବାବାଙ୍କୁ ମନେ ପକାଅ ଏବଂ ସ୍ୱଦର୍ଶନ ଚକ୍ର ଘୂରାଅ । ଏବେ ତୁମ ବୁଦ୍ଧିରେ
ପୁରା ୮୪ ଚକ୍ରର ଜ୍ଞାନ ରହିଛି । ତୁମେ ବ୍ରାହ୍ମଣ ହିଁ ପୁଣି ଦେବତା ଏବଂ କ୍ଷତ୍ରିୟ କୂଳର ହେଉଛ
। ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀର ଅର୍ଥ ମଧ୍ୟ କେହି ବୁଝିନାହାଁନ୍ତି । ଏବେ ମେହନତ କରି ବୁଝାଯାଉଛି
। ତଥାପି ଯଦି ବୁଝୁ ନାହାଁନ୍ତି, ତେବେ ବୁଝିବାକୁ ହେବ ଯେ ଏବେ ସମୟ ହୋଇନାହିଁ । ତଥାପି ମଧ୍ୟ
ଆସୁଛନ୍ତି, ଭାବୁଛନ୍ତି ବାହାରେ ବ୍ରହ୍ମାକୁମାରୀମାନଙ୍କର ଏପରି ନାମ ରହିଛି । ଭିତରକୁ ଆସି
ଦେଖିଲେ କହୁଛନ୍ତି ଏମାନେ ବହୁତ ଭଲ କାମ କରୁଛନ୍ତି । ଏମାନେ ତ ମନୁଷ୍ୟମାନଙ୍କର ଚରିତ୍ରକୁ
ସୁଧାରୁଛନ୍ତି । ଦେବତାମାନଙ୍କର ଚରିତ୍ର ଦେଖ କିପରି । ସଂପୂର୍ଣ୍ଣ ନିର୍ବିକାରୀ... ବାବା
କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହି ୫ ଭୂତ କାରଣରୁ ହିଁ ତୁମର ଚରିତ୍ର ବିଗିଡିଯାଇଛି । ଯେଉଁ
ସମୟରେ ବାବା ବୁଝାଉଛନ୍ତି ସେହି ସମୟରେ ଭଲ ହୋଇଯାଉଛନ୍ତି ପୁଣି, ବାହାରକୁ ଯିବା ମାତ୍ରକେ ସବୁ
କିଛି ଭୁଲିଯାଉଛନ୍ତି । ସେଥିପାଇଁ କୁହାଯାଏ “ ସୌ ସୌ କରେ ଶୃଙ୍ଗାର”... । ବାବା କୌଣସି ଗାଳି
ଦେଉନାହାଁନ୍ତି, ବୁଝାଉଛନ୍ତି । କହୁଛନ୍ତି ନିଜର ଚାଲିଚଳଣୀକୁ ଦିବ୍ୟ କର, କ୍ରୋଧରେ ଆସି କାହିଁକି
ଗର୍ଜନ କରୁଛ । ସ୍ୱର୍ଗରେ କ୍ରୋଧ ରହିବ ନାହିଁ । ମୋର ଲୌକିକ ପିତା ଯେତେବେଳେ ବି କିଛି
ଶିକ୍ଷା-ସାବଧାନୀ ଦେଉଥିଲେ ବା ସମ୍ମୁଖରେ କିଛି ବୁଝାଉଥିଲେ କେବେ ହେଲେ କ୍ରୋଧ ଆସୁନଥିଲା । ବାବା
ସବୁକିଛି ରିଫାଇନ୍ କରି ବୁଝାଉଛନ୍ତି । କାଇଦା ଅନୁସାରେ ଡ୍ରାମା ଚାଲିଛି । ଡ୍ରାମାରେ କୌଣସି
ଭୁଲ ନାହିଁ । ଏହା ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଯେଉଁ ଅଭିନୟ ଭଲ ହେଉଛି,
ତାହା ପୁଣି ୫ ହଜାର ବର୍ଷ ପରେ ହେବ । କେହି କେହି କହୁଛନ୍ତି ଏହି ପାହାଡ ଭାଙ୍ଗିଯାଇଛି, ପୁଣି
କିପରି ହେବ । ଏହି ନାଟକକୁ ଦେଖ, ମହଲ ଭାଙ୍ଗିଯାଉଛି ପୁଣି ପୁନରାବୃତ୍ତି ହେଲେ ସେହିପରି ତିଆରି
ହୋଇଥିବା ମହଲ ଦେଖିବାକୁ ମିଳିବ । ଏହା ଅବିକଳ ପୁନରାବୃତ୍ତି ହୋଇ ଚାଲିଛି । ବୁଝିବା ନିମନ୍ତେ
ମଧ୍ୟ ବ୍ରେନ୍ (ବୁଦ୍ଧି) ଆବଶ୍ୟକ । ଏକଥା କାହାର ବୁଦ୍ଧିରେ ସ୍ୱୀକାର କରିବା ବହୁତ ମୁସକିଲ୍
ହେଉଛି । ବିଶ୍ୱର ଇତିହାସ-ଭୂଗୋଳ ଅଟେ ନା । ରାମରାଜ୍ୟରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା,
ତାଙ୍କର ହିଁ ପୂଜା ହେଉଛି । ବାବା ବୁଝାଉଛନ୍ତି ତୁମେ ହିଁ ପୂଜ୍ୟ ପୁଣି ତୁମେ ହିଁ ପୂଜାରୀ ହେଉଛ
। “ହମ ସୋ”ର ଅର୍ଥ ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି । ହମ ସୋ ଦେବତା ହମ ସୋ କ୍ଷତ୍ରିୟ... ବାଜୋଲୀ
ଅଟେ ନା । ଏହାକୁ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କର । ବାବା ଏପରି
କହୁନାହାଁନ୍ତି କି କର୍ମଧନ୍ଦା ଛାଡିଦିଅ । ନାଁ । କେବଳ ସତ୍ତ୍ୱପ୍ରଧାନ ହେବାକୁ ପଡିବ, ବିଶ୍ୱର
ଇତିହାସ-ଭୂଗୋଳର ରହସ୍ୟକୁ ନିଜେ ବୁଝି ଅନ୍ୟମାନଙ୍କୁ ମଧ୍ୟ ବୁଝାଅ । ମୂଳ କଥା ହେଉଛି ମନମନାଭବ ।
ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇଯିବ । ସେଥିପାଇଁ ଯୋଗର ଯାତ୍ରା
ନମ୍ବରୱାନ ଅଟେ । ବାବା କହୁଛନ୍ତି ମୁଁ ସବୁ ସନ୍ତାନମାନଙ୍କୁ ସାଥିରେ ନେଇଯିବି । ସତ୍ୟଯୁଗରେ
କେତେ କମ୍ ମନୁଷ୍ୟ ରହିବେ । କଳିଯୁଗରେ କେତେ ଢେର ମନୁଷ୍ୟ ଅଛନ୍ତି । କିଏ ସମସ୍ତଙ୍କୁ ଘରକୁ
ନେଇଯିବ ? ଏତେ ବଡ ଜଙ୍ଗଲକୁ କିଏ ସଫା କରିଥିଲା ? ବାଗବାନ୍ (ବଗିଚାର ମାଲିକ), ଖିବେୟା (ନାଉରିଆ)
ବାବାଙ୍କୁ ହିଁ କୁହାଯାଉଛି । ସିଏ ହିଁ ଦୁଃଖରୁ ମୁକୁଳାଇ ସେ ପାରିକୁ ନେଇଯାଉଛନ୍ତି । ଏହି
ପାଠପଢା କେତେ ମିଠା ଲାଗୁଛି କାହିଁକି ନା ଜ୍ଞାନ ହେଉଛି ରୋଜଗାରର ପନ୍ଥା । ସ୍ରଷ୍ଟାଙ୍କଠାରୁ
ତୁମକୁ ଅମାପ ସମ୍ପତ୍ତି ମିଳୁଛି । ଭକ୍ତିରେ କିଛି ହେଲେ ମିଳେ ନାହିଁ । ଏଠାରେ ପାଦ ତଳେ ପଡିବାର
କୌଣସି କଥା ନାହିଁ । ସେମାନେ ତ ଗୁରୁଙ୍କ ଆଗରେ ଶୋଇଯାଆନ୍ତି । ବାବା ଏଥିରୁ ମୁକୁଳାଇ ଦେଉଛନ୍ତି
। ତେବେ ଏହିଭଳି ବାବାଙ୍କୁ ବହୁତ ମନେ ପକାଇବା ଉଚିତ୍ । ସେ ଆମର ପିତା, ଏକଥା ବୁଝିସାରିଛ ନା ।
ବାବାଙ୍କଠାରୁ ବର୍ସା ନିଶ୍ଚୟ ମିଳୁଛି । ସେହି ଖୁସି ମଧ୍ୟ ରହୁଛି । ଲେଖୁଛନ୍ତି, ଆମକୁ
ସାହୁକାରଙ୍କ ପାଖକୁ ଯିବାକୁ ଲଜ୍ଜ୍ୟା ଲାଗୁଛି, ଆମେ ଗରୀବ । ବାବା କହୁଛନ୍ତି ଗରୀବ ହେଲେ ଆହୁରି
ଭଲ । ସାହୁକାର ହୋଇଥିଲେ ଏଠାକୁ ଆସିନଥାନ୍ତ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ
ମୁଖ୍ୟ ସାର :—
(୧) ସର୍ବଦା ଏହି
ଖୁସି ଅଥବା ନିଶାରେ ରହିବାକୁ ହେବ ଯେ ବର୍ତ୍ତମାନ ଆମେ ଈଶ୍ୱରୀୟ ପରିବାରର ଅଟୁ, ସ୍ୱୟଂ ଭଗବାନ
ଆମକୁ ପାଠ ପଢାଉଛନ୍ତି, ତାଙ୍କର ସ୍ନେହ ଆମକୁ ହିଁ ମିଳୁଛି, ଯେଉଁ ସ୍ନେହ ଦ୍ୱାରା ଆମେ ଦେବତା
ହେବାକୁ ଯାଉଛୁ ।
(୨) ଏହି ପୂର୍ବ ପ୍ରସ୍ତୁତ ଡ୍ରାମାକୁ ଆକ୍ୟୁରେଟ୍ ଅର୍ଥାତ୍ ଠିକ୍ ଭାବେ ବୁଝିବା ଉଚିତ୍, କାରଣ
ଏଥିରେ କୌଣସି ଭୁଲ୍ ହୋଇପାରିବ ନାହିଁ । ଏଥିରେ ଯେଉଁ ସବୁ ଅଭିନୟ ହେଉଛି ତାହା ପୁଣି
ପୁନରାବୃତ୍ତି ହେବ । ଏହି କଥାକୁ ସ୍ଥିର ମନରେ ବୁଝି ଚାଲିବା ଦ୍ୱାରା କେବେ ବି କ୍ରୋଧ ଆସିବ ନାହିଁ
।
ବରଦାନ:-
ଜ୍ଞାନ ରୂପକ
ଶ୍ରେଷ୍ଠ ସମ୍ପତ୍ତିକୁ ମହାଦାନୀ ହୋଇ ଦାନ କରୁଥିବା ମାଷ୍ଟର ଜ୍ଞାନର ସାଗର ହୁଅ ।
ବାବା ଯେପରି ଜ୍ଞାନର
ସାଗର ଅଟନ୍ତି ସେହିପରି ମାଷ୍ଟର ଜ୍ଞାନର ସାଗର ହୋଇ ସଦାସର୍ବଦା ଅନ୍ୟମାନଙ୍କୁ ଜ୍ଞାନ ଦାନ
କରିଚାଲ । ବିଚାର କର - ପରମାତ୍ମ ଜ୍ଞାନର କେତେ ଶ୍ରେଷ୍ଠ ସମ୍ପତ୍ତି ତୁମମାନଙ୍କ ନିକଟରେ ଅଛି ।
ତେବେ ସେହି ସମ୍ପତ୍ତିରେ ଭରପୁର ହୋଇ ଯୋଗର ଅନୁଭବ ଦ୍ୱାରା ଅନ୍ୟମାନଙ୍କର ସେବା କର । ଯେଉଁ ସବୁ
ସମ୍ପତ୍ତି ତୁମକୁ ମିଳିଛି ମହାଦାନୀ ହୋଇ ସେଗୁଡିକୁ ଦାନ କରିଚାଲ କାହିଁକି ନା ଏହି ସମ୍ପତ୍ତିକୁ
ଯେତେ ଦାନ କରିବ ତାହା ସେତେ ଅଧିକରୁ ଅଧିକ ବଢି ଚାଲିବ । ମହାଦୀନ ହେବା ଅର୍ଥ ଦେବା ନୁହେଁ ବରଂ
ଅଧିକରୁ ଅଧିକ ନିଜ ଭିତରେ ଭରିବା ।
ସ୍ଲୋଗାନ:-
ଜୀବନମୁକ୍ତ ହେବା
ସହିତ ଦେହଠାରୁ ଅଲଗା ହୋଇ ବିଦେହୀ ହେବା - ଏହା ହିଁ ହେଉଛି ପୁରୁଷାର୍ଥର ଶେଷ ଅବସ୍ଥା ।