15.01.23 Avyakt Bapdada Odia Murli 18.11.93 Om Shanti Madhuban
“ସଙ୍ଗମଯୁଗର ରାଜ ଦୁଲାର
ଅର୍ଥାତ୍ ରାଜା ସନ୍ତାନମାନେ ହିଁ ଭବିଷ୍ୟତର ରାଜ୍ୟ ଅଧିକାରୀ”
ଆଜି ସବୁ ପିଲାମାନଙ୍କର
ଦିଲାରାମ ପିତା ନିଜର ଚାରିଆଡ଼ର ସମସ୍ତ ରାଜଦୁଲାର ଅର୍ଥାତ୍ ରାଜା ସନ୍ତାନମାନଙ୍କୁ ଦେଖୁଛନ୍ତି ।
ଏଠାରେ ପ୍ରତ୍ୟେକ ସନ୍ତାନ ଦିଲାରାମ ବାବାଙ୍କର ଦୁଲାର ଅର୍ଥାତ୍ ସ୍ନେହ ପାଇବାର ପାତ୍ର ଅଟନ୍ତି ।
ଏହିଭଳି ଦିବ୍ୟ ଦୁଲାର ବା ପରମାତ୍ମ ଦୁଲାର କୋଟିକ ଭିତରେ କେହି କେହି ଭାଗ୍ୟବାନ ଆତ୍ମାମାନଙ୍କୁ
ହିଁ ପ୍ରାପ୍ତ ହୋଇଥାଏ । ଅନେକ ଜନ୍ମ ଆତ୍ମାମାନଙ୍କ ଦ୍ୱାରା ବା ମହାନ୍ ଆତ୍ମାମାନଙ୍କ ଦ୍ୱାରା
ଦୁଲାର ପ୍ରାପ୍ତ କରିବାର ଅନୁଭବ କରି ଆସିଲ । ଏବେ ଏହି ଗୋଟିଏ ଅଲୌକିକ ଜନ୍ମରେ ପରମାତ୍ମ ସ୍ନେହ
ବା ଦୁଲାର ଅନୁଭବ କରୁଛ । ଏହି ଦିବ୍ୟ ଦୁଲାର ଦ୍ୱାରା ରାଜ ଦୁଲାର ହୋଇଯାଇଛ । ସେଥିପାଇଁ
ଦିଲାରାମ ବାବାଙ୍କ ଭିତରେ ମଧ୍ୟ ଅଲୌକିକ ନିଶା ରହିଛି ଯେ ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟନ୍ତି
। ରାଜା ଅଟ ନା? ପ୍ରଜା ତ ନୁହେଁ ନା? ସମସ୍ତେ ନିଜର ସଂଗମଯୁଗୀ ଉପାଧି ବା ସାଙ୍ଗିଆ କ’ଣ କହୁଛ?
ରାଜଯୋଗୀ । ତେବେ ସମସ୍ତେ ରାଜଯୋଗୀ ଅଟ, ନା କେହି ପ୍ରଜାଯୋଗୀ ମଧ୍ୟ ଅଟ? ଯଦି ସମସ୍ତେ ରାଜଯୋଗୀ
ତେବେ ପ୍ରଜା ସବୁ କେଉଁଠୁ ଆସିବେ? କାହା ଉପରେ ରାଜ୍ୟ କରିବ? ପ୍ରଜା ତ ଆବଶ୍ୟକ ନା? ତେଣୁ ସେହି
ପ୍ରଜାଯୋଗୀ ମାନେ କେବେ ଆସିବେ? ରାଜ ଦୁଲାର ଅର୍ଥାତ୍ ବର୍ତ୍ତମାନର ମଧ୍ୟ ରାଜା ଏବଂ ଭବିଷ୍ୟତରେ
ମଧ୍ୟ ରାଜା । ଡବଲ ରାଜ୍ୟର ଅଧିକାରୀ । କେବଳ ଭବିଷ୍ୟତର ରାଜ୍ୟ ନୁହେଁ । ଭବିଷ୍ୟତରେ ରାଜ୍ୟ
କରିବା ପୂର୍ବରୁ ଏବେ ସ୍ୱରାଜ୍ୟ ଅଧିକାରୀ ହେଉଛ । ନିଜର ସ୍ୱରାଜ୍ୟର ରାଜ୍ୟ କାରବାରକୁ ଚେକ୍
କରୁଛ? ଯେପରି ଭବିଷ୍ୟତ ରାଜ୍ୟର ମହିମା କରୁଛ - ଏକ ରାଜ୍ୟ, ଏକ ଧର୍ମ, ସୁଖ, ଶାନ୍ତି,
ସମ୍ପତ୍ତିରେ ସମ୍ପନ୍ନ ଥିବା ରାଜ୍ୟ, ସେହିଭଳି ହେ ସ୍ୱରାଜ୍ୟ ଅଧିକାରୀ ରାଜାମାନେ - ତୁମର
ସ୍ୱରାଜ୍ୟର ରାଜ କାରବାର ଭିତରେ ଏହି ସବୁ କଥାଗୁଡିକ ସବୁ ସମୟରେ କାୟମ ରହୁଛି?
ଏକ ରାଜ୍ୟର ଅର୍ଥ ହେଲା
ସର୍ବଦା ମୁଁ ଆତ୍ମାର ରାଜତ୍ୱ ଏହି ସମସ୍ତ ରାଜ୍ୟ କାରବାରୀ ବା ରାଜ କର୍ମଚାରୀ
କର୍ମେନ୍ଦ୍ରିୟମାନଙ୍କ ଉପରେ ଚାଲିଛି, ନା ମଝିରେ ମଝିରେ ସ୍ୱରାଜ୍ୟ ପରିବର୍ତ୍ତେ ପର-ରାଜ୍ୟ ମଧ୍ୟ
ଚାଲିଛି? ପର-ରାଜ୍ୟ ହେଲା ମାୟାର ରାଜ୍ୟ । ପର ରାଜ୍ୟର ଚିହ୍ନ ହେଲା ପର-ଅଧୀନ ହୋଇଯିବା । ସ୍ୱ-ରାଜ୍ୟର
ଚିହ୍ନ ହେଲା ସର୍ବଦା ନିଜକୁ ଶ୍ରେଷ୍ଠ ଅଧିକାରୀ ଅନୁଭବ କରିବା । ପର-ରାଜ୍ୟ, ପର-ଅଧୀନ ବା ପରବଶ
କରିଦିଏ । ଯେତେବେଳେ ବି କୌଣସି ରାଜା ଅନ୍ୟ କୌଣସି ରାଜ୍ୟ ଉପରେ ଅଧିକାର ପ୍ରାପ୍ତ କରିନିଏ
ସେତେବେଳେ ସେ ପ୍ରଥମେ ରାଜାକୁ ହିଁ ବନ୍ଦୀ କରିଦିଏ ଅର୍ଥାତ୍ ପର-ଅଧୀନ କରିଦିଏ । ତେବେ ଚେକ୍ କର
ଯେ ଏକ ରାଜ୍ୟ ଅଛି? ନା ମଝିରେ ମଝିରେ ମାୟାର ରାଜ୍ୟ ଅଧିକାରୀ ବିକାର ଗୁଡିକ ତୁମେ ସ୍ୱରାଜ୍ୟ
ଅଧିକାରୀ ରାଜାମାନଙ୍କୁ ବା ତୁମର କୌଣସି ବି କର୍ମେନ୍ଦ୍ରିୟ ରୂପୀ ରାଜ କର୍ମଚାରୀକୁ ପରବଶ
କରିଦେଉ ନାହାଁନ୍ତି ତ, ତେବେ ଗୋଟିଏ ରାଜ୍ୟ ଚାଲିଛି, ନା ଦୁଇଟି ରାଜ୍ୟ ଚାଲିଛି? ତୁମେ
ସ୍ୱରାଜ୍ୟ ଅଧିକାରୀ ଆତ୍ମାର ନିୟମ-କାନୁନ୍ ଚାଲୁଛି, ନା ମଝିରେ ମଝିରେ ମାୟାର ମଧ୍ୟ ନିୟମ-କାନୁନ୍
ଚାଲୁଛି?
ତା’ ସହିତ ଏକ-ଧର୍ମ,
ଧର୍ମ ଅର୍ଥାତ୍ ଧାରଣା । ତେବେ ସ୍ୱରାଜ୍ୟ କରିବାର ଏକମାତ୍ର ଧାରଣା କ’ଣ? “ପବିତ୍ରତା” ।
ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କ ସବୁ ପ୍ରକାରର ପବିତ୍ରତାକୁ ହିଁ କୁହାଯାଉଛି ଏକ-ଧର୍ମ
ଅର୍ଥାତ୍ “ଏକ ଧାରଣା” । ସ୍ୱପ୍ନ ମାତ୍ରରେ ବା ସଂକଳ୍ପ ମାତ୍ରରେ ମଧ୍ୟ ଅପବିତ୍ରତା ଅର୍ଥାତ୍
ଅନ୍ୟ କୌଣସି ଧର୍ମ ନଥିବ, କାହିଁକିନା ଯେଉଁଠି ପବିତ୍ରତା ଅଛି ସେଠାରେ ଅପବିତ୍ରତା ଅର୍ଥାତ୍
ବ୍ୟର୍ଥ ବା ବିକଳ୍ପର ନାମ-ଗନ୍ଧ ନଥିବ । ଏହିଭଳି ସମର୍ଥ ସମ୍ରାଟ ହେଲଣି? ନା ଢିଲା ଢାଲା ରାଜା
ଅଟ? ନା କେବେ ଢିଲାଢାଲା, କେବେ ସମ୍ରାଟ? କେଉଁଭଳି ରାଜା ଅଟ? ଯଦି ବର୍ତ୍ତମାନ ଏହି ଗୋଟିଏ
ଜନ୍ମର ଛୋଟିଆ ରାଜ୍ୟକୁ ଚଳାଇ ପାରୁନାହଁ ତେବେ ୨୧ ଜନ୍ମର ରାଜ୍ୟ ଅଧିକାର କିପରି ପ୍ରାପ୍ତ କରିବ?
ସଂସ୍କାର ତ ଏବେ ହିଁ ଭରୁଛ ନା । ବର୍ତ୍ତମାନର ଶ୍ରେଷ୍ଠ ସଂସ୍କାର ଆଧାରରେ ଭବିଷ୍ୟତର ସଂସାର
ତିଆରି ହେବ । ତେଣୁ ବର୍ତ୍ତମାନର ଏକ-ରାଜ୍ୟ, ଏକ-ଧର୍ମର ସଂସ୍କାର ହିଁ ଭବିଷ୍ୟତ ସଂସାରର ମୂଳଦୁଆ
।
ତେଣୁ ଚେକ୍ କର -
ସୁଖ-ଶାନ୍ତି-ସମ୍ପତ୍ତି
ଅର୍ଥାତ୍ ସର୍ବଦା ବିନାଶୀ ପ୍ରାପ୍ତିଗୁଡ଼ିକ ଆଧାରରେ ଅନୁଭବ କରୁଛ, ନା ଆତ୍ମିକ ଅତୀନ୍ଦ୍ରିୟ ସୁଖ
ବା ପରମାତ୍ମ ସୁଖମୟ ରାଜ୍ୟ କରୁଛ? ସାଧନ ବା ସହଯୋଗ ବା ପ୍ରଶଂସା ଆଧାରରେ ସୁଖ ପାଉଛ, ନା
ପରମାତ୍ମାଙ୍କ ଆଧାରରେ ଅତୀନ୍ଦ୍ରିୟ ସୁଖମୟ ରାଜ୍ୟ କରୁଛ? ସେହିଭଳି ଅଖଣ୍ଡ ଶାନ୍ତି - କୌଣସି
ପ୍ରକାରର ଅଶାନ୍ତିର ପରିସ୍ଥିତି ତୁମର ଅଖଣ୍ଡ ଶାନ୍ତିକୁ ଖଣ୍ଡିତ କରୁନାହଁ ତ? ଅଶାନ୍ତିର ତୋଫାନ,
ଚାହେଁ ଛୋଟ ହେଉ, ଚାହେଁ ବଡ଼ ହେଉ କିନ୍ତୁ ସ୍ୱରାଜ୍ୟ ଅଧିକାରୀ ଆତ୍ମା ପାଇଁ ତୋଫାନ ମଧ୍ୟ ଅନୁଭବୀ
କରିବାର ଉଡ଼ିବାର କଳାକୁ ନେଇ ଯିବାର ତୋହଫା ଅର୍ଥାତ୍ ଉପହାର ହୋଇଯାଉ ବା ଲିଫ୍ଟ୍ ରୂପକ ଗିଫ୍ଟ୍
ହୋଇଯାଉ । ଏହାକୁ କୁହାଯାଏ ଅଖଣ୍ଡ ଶାନ୍ତି । ଏବେ ଚେକ୍ କର ଅଖଣ୍ଡ ଶାନ୍ତିମୟ ସ୍ୱରାଜ୍ୟ କରୁଛ?
ସେହିପରି ସମ୍ପତ୍ତି
ଅର୍ଥାତ୍ ସ୍ୱରାଜ୍ୟର ସମ୍ପତ୍ତି ହେଲା ଜ୍ଞାନ, ଗୁଣ ଏବଂ ସର୍ବ ଶକ୍ତି । ଏହି ସବୁ ସମ୍ପତ୍ତିରେ
ସମ୍ପନ୍ନ ସ୍ୱରାଜ୍ୟ ଅଧିକାରୀ ଅଟୁ? ତେବେ ସମ୍ପନ୍ନତାର ଚିହ୍ନ ହେଲା - ସଦା ସନ୍ତୁଷ୍ଟତା,
ଅପ୍ରାପ୍ତିର ଚିହ୍ନ-ବର୍ଣ୍ଣ ନଥିବ । ବିନାଶୀ ପ୍ରାପ୍ତିଗୁଡ଼ିକର ଇଚ୍ଛାର ଅବିଦ୍ୟା ହେବାକୁ ହିଁ
କୁହାଯାଏ ସମ୍ପତ୍ତିବାନ ହେବା ଏବଂ ରାଜାର ଅର୍ଥ ହେଲା ଦାତା । ଯଦି ବିନାଶୀ ଇଚ୍ଛା ବା
ପ୍ରାପ୍ତିର ଇଚ୍ଛା ଉତ୍ପତ୍ତି ହେଉଛି ତେବେ ରାଜା ପରିବର୍ତ୍ତେ ମାଗିବା ବାଲା ହୋଇଗଲ, ତେଣୁ ନିଜର
ସ୍ୱରାଜ୍ୟ ଅଧିକାରକୁ ଭଲ ଭାବରେ ଚେକ୍ କର ଯେ ମୋ’ର ସ୍ୱରାଜ୍ୟ ଏକ-ରାଜ୍ୟ, ଏକ ଧର୍ମ, ସୁଖ-ଶାନ୍ତି
ସମ୍ପନ୍ନ ହେଲାଣି? ନା ଏବେ ପର୍ଯ୍ୟନ୍ତ ହେବା ପାଇଁ ଚେଷ୍ଟା କରୁଛ? ଯଦି ରାଜା ହେବାକୁ ଯାଉଛ
କିନ୍ତୁ ଯେଉଁ ସମୟରେ ରାଜ୍ୟ ଅଧିକାରୀ ସ୍ଥିତି ନାହିଁ ତେବେ ସେହି ସମୟରେ କ’ଣ କୁହାଯିବ? ପ୍ରଜା
ହୋଇଯାଉଛ । ନା ରାଜା ନୁହେଁ କି ପ୍ରଜା ନୁହେଁ, ମଝିରେ ଅଛ? ତେଣୁ ଏବେ ଆଉ ମଝିରେ ରୁହନାହିଁ ।
ଏପରି ମଧ୍ୟ ଭାବନାହିଁ ଯେ ଶେଷ ସମୟରେ ହୋଇଯିବୁ । ଯଦି ବହୁତ କାଳର ରାଜ୍ୟ-ଭାଗ୍ୟ ନିଶ୍ଚିତ
ପ୍ରାପ୍ତ କରିବାକୁ ଚାହୁଁଛ ତେବେ ବହୁତ କାଳ ସ୍ୱରାଜ୍ୟ କରିବାର ଫଳ ହିଁ ବହୁତ କାଳର ରାଜ୍ୟ
ଭାଗ୍ୟ । ସମ୍ପୂର୍ଣ୍ଣ ସମୟର ରାଜ୍ୟ ଅଧିକାରର ଆଧାର ହେଲା ବର୍ତ୍ତମାନର ସଦାକାଳର ସ୍ୱରାଜ୍ୟ ।
ବୁଝିପାରିଲ? କେବେବି ଏଭଳି ଅବହେଳା ପଣିଆରେ ରୁହ ନାହିଁ ଯେ ଶେଷ ସମୟରେ ହୋଇଯିବୁ । ବାପଦାଦାଙ୍କୁ
ପିଲାମାନେ ବହୁତ ମିଠା ମିଠା କଥା କହି ଭୁଲାଇ ଦେଉଛନ୍ତି । ରାଜା ପରିବର୍ତ୍ତେ ବହୁତ ଭଲ ଓକିଲ
ହୋଇଯାଉଛନ୍ତି । ଏଭଳି ସବୁ ଲ-ପଏଣ୍ଟ୍ ଶୁଣାଉଛନ୍ତି ଯାହାକି ବାବା ମଧ୍ୟ ମୁରୁକି ମୁରୁକି
ହସୁଛନ୍ତି । ତେବେ ଓକିଲ ହେବା ଭଲ, ନା ରାଜା ହେବା ଭଲ? ବହୁତ ଚାଲାକିରେ ଓକିଲାତି କରୁଛନ୍ତି,
ସେଥିପାଇଁ ଏବେ ଓକିଲାତି କରିବା ଛାଡ଼, ରାଜ ଦୁଲାର ଅର୍ଥାତ୍ ରାଜା ସନ୍ତାନ ହୁଅ । ବାବାଙ୍କର
ପିଲାମାନଙ୍କ ପ୍ରତି ସ୍ନେହ ଥିବା କାରଣରୁ ସବୁକିଛି ଶୁଣୁଥିଲେ ମଧ୍ୟ, ଦେଖୁଥିଲେ ମଧ୍ୟ ମୁରୁକି
ହସୁଛନ୍ତି । ଏବେ ଧର୍ମରାଜଙ୍କ ଦ୍ୱାରା କୌଣସି କାର୍ଯ୍ୟ କରାଉନାହାନ୍ତି ।
ପିତୃସ୍ନେହ ହିଁ
ସମସ୍ତଙ୍କୁ ଚଲାଉଛି । ସ୍ନେହ ଥିବା କାରଣରୁ ହିଁ ପହଞ୍ଚି ଯାଇଛନା । ତେଣୁ ସ୍ନେହର ପ୍ରତିଦାନରେ
ବାପଦାଦା ମଧ୍ୟ ପଦ୍ମଗୁଣା ସ୍ନେହ ଦେଉଛନ୍ତି । ଦେଶ-ବିଦେଶର ସବୁ ପିଲାମାନେ ସ୍ନେହର ବିମାନ
ଦ୍ୱାରା ମଧୁବନରେ ପହଞ୍ଚି ଯାଇଛନ୍ତି । ବାପଦାଦା ସାକାର ରୂପରେ ତୁମମାନଙ୍କୁ ଏବଂ ସ୍ନେହ
ସ୍ୱରୂପରେ ସବୁପିଲାଙ୍କୁ ଦେଖୁଛନ୍ତି । ଆଚ୍ଛା ।
ସ୍ନେହରେ ସମାହିତ
ହୋଇଥିବା ସମସ୍ତ ନିକଟତମ ସନ୍ତାନମାନଙ୍କୁ, ସମସ୍ତ ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱ ରାଜ୍ୟ
ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବପ୍ରାପ୍ତି ଗୁଡ଼ିକରେ ସମ୍ପନ୍ନ ଶ୍ରେଷ୍ଠ ସମ୍ପତ୍ତିବାନ
ବିଶେଷ ଆତ୍ମାମାନଙ୍କୁ, ସର୍ବଦା ଏକ ଧର୍ମ, ଏକ ରାଜ୍ୟ ସମ୍ପନ୍ନ ସ୍ୱରାଜ୍ୟ ଅଧିକାରୀ ପିତାଙ୍କ
ସମାନ ଭାଗ୍ୟବାନ ଆତ୍ମାମାନଙ୍କୁ ଭାଗ୍ୟବିଧାତା ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ଦାଦୀମାନଙ୍କ ସହିତ
ସାକ୍ଷାତ : -
ସବୁ କାର୍ଯ୍ୟ ଭଲ ଚାଲିଛି ନା? ବହୁତ ଭଲ ଉମଙ୍ଗ ଉତ୍ସାହର ସହିତ କାର୍ଯ୍ୟ ଚାଲିଛି ।
ନିର୍ଦ୍ଦେଶକର୍ତ୍ତା ବାବା କରାଉଛନ୍ତି ଏବଂ କର୍ମକର୍ତ୍ତା ପିଲାମାନେ ନିମିତ୍ତ ହୋଇ କରୁଛନ୍ତି ।
ଏହିଭଳି ଅନୁଭବ ହେଉଛି ନା? ସମସ୍ତଙ୍କର ସହଯୋଗର ଆଙ୍ଗୁଳି ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ସହଜ ଏବଂ
ସଫଳ ହୋଇଥାଏ । କିପରି ହେଉଛି, ଏହା ଯାଦୁଭଳି ଲାଗୁଛି ନା । ଦୁନିଆର ଲୋକମାନେ ତ ଏସବୁ ଦେଖି
ଭାବିବାରେ ହିଁ ରହିଯାଉଛନ୍ତି, କିନ୍ତୁ ତୁମେ ନିମିତ୍ତ ଆତ୍ମାମାନେ ସର୍ବଦା ଆଗକୁ ଆଗକୁ ବଢ଼ି
ଚାଲିଛ, କାହିଁକିନା ଚିନ୍ତାମୁକ୍ତ ସମ୍ରାଟ ଅଟ । ଦୁନିଆର ଲୋକମାନଙ୍କୁ ତ ପ୍ରତି ପାଦରେ ଚିନ୍ତା
ଲାଗି ରହିଛି କିନ୍ତୁ ତୁମମାନଙ୍କର ପ୍ରତି ସଂକଳ୍ପରେ ପରମାତ୍ମ ଚିନ୍ତନ ଚାଲିଛି ସେଥିପାଇଁ ହିଁ
ଚିନ୍ତାମୁକ୍ତ ଅଟ । ଚିନ୍ତାମୁକ୍ତ ଅଟ ନା? ଭଲ କଥା, ଅବିନାଶୀ ସମ୍ବନ୍ଧ ରହିଛି । ଆଚ୍ଛା, ତେବେ
ସବୁକିଛି ଠିକ୍ ଭାବରେ ଚାଲିଛି ଏବଂ ଆଗକୁ ମଧ୍ୟ ଚାଲିବ । ସମସ୍ତଙ୍କୁ ନିଶ୍ଚୟ ମଧ୍ୟ ଅଛି ଏବଂ
ନିଶ୍ଚିନ୍ତ ମଧ୍ୟ ଅଟ । କ’ଣ ହେବ, କିପରି ହେବ ଏସବୁ ଚିନ୍ତା ନାହିଁ ।
ଟୀଚରମାନଙ୍କୁ କୌଣସି
ଚିନ୍ତା ଅଛି କି? ସେଣ୍ଟର କିପରି ବୃଦ୍ଧି ପାଇବ - ଏହି ଚିନ୍ତା ଅଛି କି? ସେବା କିପରି ବଢ଼ିବ -
ସେ କଥା ଚିନ୍ତା କରୁଛ କି? ନାହିଁ ନା? ଚିନ୍ତା ଅଛି କି? ଚିନ୍ତନ କରିବା ଅଲଗା ଜିନିଷ ଏବଂ
ଚିନ୍ତା କରିବା ଅଲଗା ଜିନିଷ । ସେବାକୁ ବୃଦ୍ଧି କରିବାର ଚିନ୍ତନ ଅର୍ଥାତ୍ ଯୋଜନା ନିଶ୍ଚିତ କର ।
କିନ୍ତୁ ଚିନ୍ତା କରିବା ଦ୍ୱାରା କେବେ ସଫଳତା ମିଳିବ ନାହିଁ । ଚଲାଇବା ବାଲା ଚଲାଉଛନ୍ତି, କରାଇବା
ବାଲା କରାଉଛନ୍ତି ସେଥିପାଇଁ ସବୁକିଛି ନିଶ୍ଚିତ ସହଜ ହୋଇଯିବ, ତୁମେମାନେ କେବଳ ନିମିତ୍ତ ହୋଇ
ସଂକଳ୍ପ-ଶରୀର-ମନ-ଧନ ସଫଳ କରିଚାଲ । ଯେଉଁ ସମୟରେ ଯେଉଁ କାର୍ଯ୍ୟ ହେଉଛି, ଏହା ଆମର ହିଁ
କାର୍ଯ୍ୟ ହେଉଛି ବା ମୋ’ର ହିଁ କାର୍ଯ୍ୟ ହେଉଛି । ଯେଉଁଠି ମୋ’ର ପଣିଆ ରହିଥିବ ସେଠାରେ ସବୁକିଛି
ଆପେ ଆପେ ସେବାରେ ଲାଗିଯିବ । ତେଣୁ ଏବେ ବ୍ରାହ୍ମଣ ପରିବାରର ବିଶେଷ କାର୍ଯ୍ୟ କ’ଣ? ଟୀଚରମାନେ
କୁହନ୍ତୁ । ବ୍ରାହ୍ମଣ ପରିବାରର ଏବେ ବିଶେଷ କାର୍ଯ୍ୟ କ’ଣ ଚାଲିଛି, କେଉଁଥିରେ ସଫଳ କରିବ? (ଜ୍ଞାନ
ସରୋବରରେ) ସରୋବରରେ ସବୁ ସ୍ୱାହା କରିବ । ପରିବାରରେ ଯେତେବେଳେ କୌଣସି ବିଶେଷ କାର୍ଯ୍ୟ ହେଉଥାଏ
ସେତେବେଳେ ସମସ୍ତଙ୍କର ଧ୍ୟାନ କେଉଁଠି ଥାଏ? ସେହି ବିଶେଷ କାର୍ଯ୍ୟ ପ୍ରତି ଧ୍ୟାନ ରହିଥାଏ । ତେଣୁ
ବ୍ରାହ୍ମଣ ପରିବାର ବଡ଼ରୁ ବଡ଼ କାର୍ଯ୍ୟ ବର୍ତ୍ତମାନ ସମୟରେ ଏହା ହିଁ ଅଟେ ନା । ପ୍ରତ୍ୟେକ ସମୟର
ସ୍ୱତନ୍ତ୍ର ଗୁରୁତ୍ତ୍ୱ ଥାଏ । ବର୍ତ୍ତମାନ ସମୟରେ ଦେଶ-ବିଦେଶର ସମସ୍ତ ବ୍ରାହ୍ମଣ ପରିବାରର
ସହଯୋଗ ଏହି ବିଶେଷ କାର୍ଯ୍ୟରେ ରହିଛି ନା । ନା କେବଳ ନିଜ ନିଜ ସେଣ୍ଟର ପ୍ରତି ହିଁ ରହିଛି? ଯେତେ
ବଡ଼ କାର୍ଯ୍ୟ ସେତେ ବଡ଼ ହୃଦୟ ଅର୍ଥାତ୍ ଭାବନା ମଧ୍ୟ ରହିବା ଦରକାର । ତେବେ ହୃଦୟକୁ ଯେତେ ବଡ଼
କରିବ ସେହି ଅନୁସାରେ ସମ୍ପନ୍ନତା ମଧ୍ୟ ଆପେ ଆପେ ହୋଇଯିବ । ଯଦି ଦିଲ୍ ଛୋଟ ରହିବ ତେବେ ଯାହା
ଆସିବାର ଥିବ ତାହା ମଧ୍ୟ ଅଟକିଯିବ । ଯାହା ହେବାକୁ ଥିବ ତାହା ମଧ୍ୟ ଅଟକିଯିବ, କିନ୍ତୁ ବଡ଼ ଦିଲ୍
ରଖିବା ଦ୍ୱାରା ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯିବ । ତେଣୁ ଜ୍ଞାନ ସରୋବର ମଧୁବନର, ନା ତୁମ
ସମସ୍ତଙ୍କର? କାହାର? ମଧୁବନର ଅଟେ ନା? ଗୁଜୁରାଟର ତ ନୁହେଁ, ମଧୁବନର? ମହାରାଷ୍ଟ୍ରର ଅଟେ କି?
ବିଦେଶର ଅଟେ? ସମସ୍ତଙ୍କର । ବେହଦ ସେବାର ଏହି ବେହଦର ସ୍ଥାନ ଅନେକ ଆତ୍ମାଙ୍କୁ ବେହଦର ସମ୍ପତ୍ତି
ପ୍ରାପ୍ତ କରାଇବ । ଏହା ଠିକ୍ କଥା ନା । ଆଚ୍ଛା ।
ଅବ୍ୟକ୍ତ ବାପଦାଦାଙ୍କର
ବ୍ୟକ୍ତିଗତ ସାକ୍ଷାତ
୧. ସ୍ୱ-ପରିବର୍ତ୍ତନର
ଭାଇବ୍ରେସନ୍ ଅର୍ଥାତ୍ ତରଙ୍ଗ ହିଁ ବିଶ୍ୱ ପରିବର୍ତ୍ତନ କରାଇବ : -
ସମସ୍ତେ ନିଜକୁ
ସୌଭାଗ୍ୟଶାଳୀ ଆତ୍ମା ଅନୁଭବ କରୁଛ? ଏଭଳି ଖୁସିର ଭାଗ୍ୟ ଯାହାକି ସ୍ୱପ୍ନରେ ମଧ୍ୟ ନଥିଲା ତାହା
ପାଇଗଲ । ତେଣୁ ସମସ୍ତଙ୍କର ଦିଲ୍ ସର୍ବଦା ଏହି ଗୀତ ଗାଉଛି ଯେ ମୁଁ ହିଁ ସବୁଠାରୁ ସୌଭାଗ୍ୟଶାଳୀ
ଅଟେ । ଏହା ହେଉଛି ମନର ଗୀତ । ମୁଖର ଗୀତ ଗାଇବା ପାଇଁ ମେହନତ କରିବାକୁ ପଡ଼ିଥାଏ, କିନ୍ତୁ ମନର
ଗୀତ ସମସ୍ତେ ଗାଇ ପାରିବେ । ତେବେ ସବୁଠାରୁ ବଡ଼ରୁ ବଡ଼ ସମ୍ପତ୍ତି ହେଲା ଖୁସିର ସମ୍ପତ୍ତି
କାହିଁକିନା ଖୁସି ସେତେବେଳେ ମିଳିଥାଏ ଯେତେବେଳେ କୌଣସି ପ୍ରାପ୍ତି ହୋଇଥାଏ । ଯଦି ଅପ୍ରାପ୍ତି
ଥିବ ତେବେ କେତେ ବି କେହି ଖୁସିରେ ରହିବା ପାଇଁ କହୁ ବା କୃତ୍ରିମ ଉପାୟରେ ଖୁସିରେ ରହିବାକୁ
ଚେଷ୍ଟା କରୁ କିନ୍ତୁ ରହିପାରିବ ନାହିଁ । ତେଣୁ ତୁମେମାନେ ସବୁବେଳେ ଖୁସିରେ ରହୁଛ, ବା କେବେ
କେବେ ରହୁଛ? ଯେବେକି ଚାଲେଞ୍ଜ୍ କରୁଛ ଯେ ଆମେ ଭଗବାନଙ୍କର ସନ୍ତାନ ତେବେ ଯେଉଁଠି ଭଗବାନ ଅଛନ୍ତି
ସେଠାରେ ଅପ୍ରାପ୍ତି ହୋଇପାରିବ କି? ତେଣୁ ଖୁସି ମଧ୍ୟ ସର୍ବଦା ରହିବ କାହିଁକିନା ସର୍ବଦା
ସର୍ବପ୍ରାପ୍ତିର ସ୍ୱରୂପ ଅଟ । ବ୍ରହ୍ମାବାବାଙ୍କର ଗୀତ କ’ଣ ଥିଲା? ଯାହା ପାଇବାର ଥିଲା - ତାହା
ପାଇଗଲି । ତେବେ ଏହା କେବଳ ବ୍ରହ୍ମାବାବାଙ୍କର, ନା ତୁମ ସମସ୍ତଙ୍କର? କେବେ କେବେ ଟିକିଏ ଦୁଃଖର
ଲହଡ଼ି ଆସିଯାଉଛି କି? ଏହିଭଳି ଆଉ କେତେ ଦିନ ଆସିବ? ଏବେ ତ ଅଳ୍ପ ସମୟ ପାଇଁ ମଧ୍ୟ ଦୁଃଖର ଲହଡ଼ି
ଆସିବା ଉଚିତ୍ ନୁହେଁ । ଯେବେକି ବିଶ୍ୱ ପରିବର୍ତ୍ତନ କରିବାର ନିମିତ୍ତ ଅଟ ତେବେ ନିଜର ଏତିକି
ପରିବର୍ତ୍ତନ କରିପାରିବ ନାହିଁ? କ’ଣ ଏବେ ବି ଆହୁରି ସମୟ ଦରକାର? ଫୁଲ୍ ଷ୍ଟପ୍ ଲଗାଅ । ଏଭଳି
ଶ୍ରେଷ୍ଠ ସମୟ, ଶ୍ରେଷ୍ଠ ପ୍ରାପ୍ତି, ଶ୍ରେଷ୍ଠ ସମ୍ବନ୍ଧ ସାରା କଳ୍ପରେ ମିଳିବ ନାହିଁ । ତେଣୁ
ପ୍ରଥମେ ସ୍ୱ-ପରିବର୍ତ୍ତନ କର । ଏହି ସ୍ୱ-ପରିବର୍ତ୍ତନର ତରଙ୍ଗ ଅର୍ଥାତ୍ ଉମଙ୍ଗ-ଉତ୍ସାହ ହିଁ
ବିଶ୍ୱ ପରିବର୍ତ୍ତନ କରାଇଦେବ ।
ଡବଲ ବିଦେଶୀ
ଆତ୍ମାମାନଙ୍କର ବିଶେଷତା ହେଲା ଫାଷ୍ଟ ଲାଇଫ୍ ଅର୍ଥାତ୍ କ୍ଷୀପ୍ର ଗତିବାଲା ଜୀବନ । ତେବେ ନିଜକୁ
ପରିବର୍ତ୍ତନ କରିବାରେ କ୍ଷୀପ୍ର ଗତି ଅଛି ତ? ବିଦେଶରେ ଯଦି କେହି ଢିଲା-ଢାଲା ଭାବରେ ଚାଲନ୍ତି
ତେବେ ଭଲ ଲାଗେ ନାହିଁ ନା । ତେଣୁ ଏହି ବିଶେଷତାକୁ କାର୍ଯ୍ୟରେ ଲଗାଅ । ବହୁତ ଭଲ କଥା, ସମସ୍ତେ
ଆଗକୁ ବଢ଼ୁଛନ୍ତି ଏବଂ ବଢ଼ିଚାଲିବେ ମଧ୍ୟ । ତୁମମାନଙ୍କର ପରିବାର ଦୃଷ୍ଟି ବହୁତ ତୀକ୍ଷ୍ଣ ଅଛି
ଯାହାକି ବାବାଙ୍କୁ ଚିହ୍ନି ପାରିଛ । ଏବେ ପୁରୁଷାର୍ଥରେ ମଧ୍ୟ ତୀବ୍ର ବେଗୀ ହୁଅ, ସେବା କରିବାରେ
ଏବଂ ଲକ୍ଷ୍ୟ ସ୍ଥଳରେ ସମ୍ପୂର୍ଣ୍ଣ ହୋଇ ପହଞ୍ଚିବାରେ ମଧ୍ୟ ତୀବ୍ର ବେଗୀ ହୁଅ । ପ୍ରଥମ ଶ୍ରେଣୀରେ
ଆସିବାର ଅଛି ନା? ଯେପରି ବ୍ରହ୍ମାବାବା ପ୍ରଥମ ନମ୍ବରରେ ଆସିଲେ ନା, ତେଣୁ ବ୍ରହ୍ମାବାବାଙ୍କର
ସାଥୀ ହୋଇ ପ୍ରଥମ ନମ୍ବର ସହିତ ପ୍ରଥମେ ଆସିବ । ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି ନା । ଆଚ୍ଛା,
ମାତାମାନେ କମାଲ୍ କରିବ ନା? ଦୁନିଆ ଯାହାକୁ ଅସମ୍ଭବ ମନେ କରୁଛି ତୁମେମାନେ ତା’କୁ ସହଜ କରି
ଦେଖାଇଦେଲ । ଏହିଭଳି କମାଲ୍ ଅର୍ଥାତ୍ ଚମତ୍କାରୀ କରୁଛ ନା । ଦୁନିଆ ଭାବୁଛି ଯେ ମାତାମାନେ
ଦୁର୍ବଳ, ସେମାନେ କିଛି କରିପାରିବେ ନାହିଁ, କିନ୍ତୁ ତୁମେମାନେ ଅସମ୍ଭବକୁ ସମ୍ଭବ କରି
ବିଶ୍ୱ-ପରିବର୍ତ୍ତନ କରିବାରେ ସବୁଠାରୁ ଆଗରେ ଅଛ । ପାଣ୍ଡବମାନେ କ’ଣ କରୁଛନ୍ତି? ଅସମ୍ଭବକୁ
ସମ୍ଭବ ତ କରୁଛନା । ପବିତ୍ରତାର ପତାକା ତ ଉଡ଼ାଉଛ ନା । ଭଲ ଭାବରେ ପତାକା ହାତରେ ଧରିଛ ନା କେବେ
କେବେ ପତାକା ତଳକୁ ହୋଇଯାଉଛି? ସର୍ବଦା ପବିତ୍ରତାରେ ଚାଲେଞ୍ଜ୍ କରିବାର ପତାକା ଲହରାଉଥାଅ ।
୨. ପ୍ରତିଦିନ
ଅମୃତବେଳାରେ କମ୍ବାଇଣ୍ଡ୍ ଅର୍ଥାତ୍ ଯୁଗଳ ସ୍ୱରୂପର ସ୍ମୃତିର ତିଳକ ଲଗାଅ :
ସର୍ବଦା ନିଜକୁ ସହଜଯୋଗୀ
ଅନୁଭବ କରୁଛ? ମୁଶ୍କିଲ୍ ଅନୁଭବ କରାଇବା ଭଳି କେତେ ବି ପରିସ୍ଥିତି ଆସୁ କିନ୍ତୁ ଆମେ ମୁଶ୍କିଲ୍କୁ
ମଧ୍ୟ ସହଜ କରୁଥିବା ସହଜଯୋଗୀ ଅଟୁ, ଏହିଭଳି ଅଟ, ନା ମୁଶ୍କିଲ୍ ସମୟରେ ମୁଶ୍କିଲ୍ ଅନୁଭବ ହେଉଛି?
ସବୁବେଳେ ସହଜ ଲାଗୁଛି? ତେବେ ମୁଶ୍କିଲ୍ ଅନୁଭବ ହେବାର ଲାଗିବାର କାରଣ ହେଲା ବାବାଙ୍କର ହାତ ଛାଡ଼ି
ଦେଉଛ । ଯେତେବେଳେ ଏକୁଟିଆ ହୋଇଯାଉଛ ସେତେବେଳେ ଦୁର୍ବଳ ହୋଇଯାଉଛ ଏବଂ ଦୁର୍ବଳ ଆତ୍ମାକୁ ତ ସହଜ
କଥା ମଧ୍ୟ ମୁଶ୍କିଲ୍ ଲାଗିବ ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ସର୍ବଦା
କମ୍ବାଇଣ୍ଡ୍ ସ୍ୱରୂପରେ ରୁହ । କମ୍ବାଇଣ୍ଡ୍କୁ କେହି ଅଲଗା କରିପାରିବ ନାହିଁ । ଯେପରି
ବର୍ତ୍ତମାନ ସମୟରେ ଆତ୍ମା ଏବଂ ଶରୀର କମ୍ବାଇଣ୍ଡ୍ ଅଛି ସେହିପରି ବାବା ଏବଂ ତୁମେ କମ୍ବାଇଣ୍ଡ୍
ରୁହ । ମାତାମାନେ କ’ଣ ଭାବୁଛ? କମ୍ବାଇଣ୍ଡ୍ ରହୁଛ, ନା କେବେ ଅଲଗା, କେବେ କମ୍ବାଇଣ୍ଡ୍ ? ଏଭଳି
ସଙ୍ଗ ଆଉ କେବେ ମିଳିବ? ତେବେ ଏଭଳି ସଙ୍ଗ କାହିଁକି ଛାଡ଼ି ଦେଉଛ? କିଛି କଷ୍ଟ କାମ ତ ଦିଆଯାଇ ନାହିଁ,
କେବଳ ଏତିକି ମନେରଖ ଯେ “ମେରା ବାବା” । ଏହାଠାରୁ ଆଉ ସହଜ କାମ କ’ଣ ଅଛି? କଷ୍ଟ ଲାଗୁଛି? (୬୩
ଜନ୍ମର ସଂସ୍କାର ପଡ଼ିଯାଇଛି) ଏବେ ତ ନୂଆ ଜନ୍ମ ହୋଇଗଲା ନା । ନୂଆ ଜନ୍ମ, ନୂଆ ସଂସ୍କାର । ଏବେ
ପୁରୁଣା ଜନ୍ମରେ ଅଛ, ନା ନୂଆ ଜନ୍ମରେ ଅଛ? ନା ଅଧା ଅଧା ଅଛ? ତେବେ ନୂଆ ଜନ୍ମରେ ମନେ ରଖିବାର
ସଂସ୍କାର ନା ଭୁଲିବାର ସଂସ୍କାର? ତେବେ ପୁଣି ନୂଆକୁ ଛାଡ଼ି ପୁରୁଣାକୁ କାହିଁକି ଚାଲିଯାଉଛ? ନୂଆ
ଜିନିଷ ଭଲ ଲାଗୁଛି, ନା ପୁରୁଣା ଜିନିଷ ଭଲ ଲାଗୁଛି? ତାହା ହେଲେ ପୁରୁଣାକୁ କାହିଁକି ଚାଲିଯାଉଛ?
ପ୍ରତିଦିନ ଅମୃତବେଳାରେ ନିଜ ମସ୍ତକରେ ବ୍ରାହ୍ମଣ ଜୀବନର ସ୍ମୃତିର ତିଳକ ଲଗାଅ । ଯେପରି ଭକ୍ତମାନେ
ନିଶ୍ଚିତ ଭାବରେ ତିଳକ ଲଗାଇଥା’ନ୍ତି ନା, ସେହିପରି ତୁମେମାନେ ମଧ୍ୟ ସ୍ମୃତିର ତିଳକ ଲଗାଅ ।
ଏମିତିବି ଦେଖ ଯେଉଁ ମାତାମାନେ ତିଳକ ଲଗାଉଛନ୍ତି ସେମାନେ ସଙ୍ଗରେ ରହିବାର ହିଁ ତିଳକ ଲଗାଉଛନ୍ତି
। ତେଣୁ ସର୍ବଦା ମନେରଖ ଯେ ଆମେ ଯୁଗଳ ସ୍ୱରୂପ ଅଟୁ, ତେଣୁ ଏହିଭଳି ସଙ୍ଗରେ ରହିବାର ତିଳକ
ନିଶ୍ଚିତ ଲଗାଅ । ଯଦି ବାବାଙ୍କର ଯୁଗଳ ହୋଇଥିବ ତେବେ ତିଳକ ନିଶ୍ଚିତ ଲଗାଇବ, ଯଦି ନ ହୋଇଥିବ
ତେବେ ତିଳକ ଲଗାଇବ ନାହିଁ । ଏହା ତ ସଙ୍ଗରେ ରହିବାର ତିଳକ, ତେଣୁ ପ୍ରତିଦିନ ଏହି ସ୍ମୃତିର ତିଳକ
ଲଗାଉଛ, ନା ଭୁଲିଯାଉଛ? ନା କେବେ ଲଗାଇବାକୁ ଭୁଲିଯାଉଛ, କେବେ ଲିଭି ମଧ୍ୟ ଯାଉଛି? ଯିଏ ସର୍ବଦା
ସାଥୀରେ ରହିଥାଏ, ସୁହାଗିନୀ ହୋଇଥାଏ ସେ କେବେ ଭୁଲି ନଥାଏ । ତେଣୁ ସାଥୀକୁ ସର୍ବଦା ସାଥୀରେ ରଖ
।
ଏହି ଗୃପ ଏକ ସୁନ୍ଦର
ଫୁଲତୋଡ଼ା ସଦୃଶ ଅଟେ । କାହିଁକିନା ଭିନ୍ନ ଭିନ୍ନ ପ୍ରକାରର ଫୁଲର ତୋଡ଼ା ଶୋଭନୀୟ ହୋଇଥାଏ । ତେଣୁ
ସମସ୍ତେ ଯିଏ ବି, ଯେଉଁଠାରୁ ବି ଆସିଛନ୍ତି ସମସ୍ତେ ପରସ୍ପରଠାରୁ ପ୍ରିୟ ଅଟନ୍ତି । ସମସ୍ତେ
ସନ୍ତୁଷ୍ଟ ଅଛ ନା? ସର୍ବଦା ସାଥୀରେ ରହିଥାଅ ଏବଂ ସନ୍ତୁଷ୍ଟ ମଧ୍ୟ ରହିଥାଅ । ବାସ୍, ଏହି ଗୋଟିଏ
ଶବ୍ଦକୁ ମନେରଖ ଯେ ସର୍ବଦା ବାବାଙ୍କ ସହିତ ଯୁଗଳ ରୂପରେ ରହୁଛୁ ଏବଂ ସଦା ସର୍ବଦା ଯୁଗଳ ରୂପରେ
ରହି ଏକାଠି ଜୀବନ କଟାଇବୁ । ଯଦି ସାଥୀରେ ରହିବ ତେବେ ସାଥୀରେ ମଧ୍ୟ ଯିବ । ତେଣୁ ସାଥୀରେ
ରହିବାର ଅଛି, ଏବଂ ସାଥୀରେ ଯିବାର ଅଛି । ଯାହା ସହିତ ସ୍ନେହଥିବ ତା’ଠାରୁ ଅଲଗା ହୋଇପାରିବ ନାହିଁ
। ପ୍ରତି ମୂହୁର୍ତ୍ତରେ, ପ୍ରତ୍ୟେକ ସଂକଳ୍ପରେ ସାଥୀରେ ହିଁ ରହିଛ । ଆଚ୍ଛା ।
ବରଦାନ:-
ସନ୍ତୁଳନ ରକ୍ଷା
କରିବାର ବିଶେଷତାକୁ ଧାରଣ କରି ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବା ଶକ୍ତିଶାଳୀ ସେବାଧାରୀ ହୁଅ ।
ଏବେ ତୁମେ ଶକ୍ତିଶାଳୀ
ଆତ୍ମାମାନଙ୍କର ସେବା ହେଲା ସମସ୍ତଙ୍କୁ ଆଶୀର୍ବାଦ ଦେବା । ଚାହେଁ ନୟନ ଦ୍ୱାରା ଦିଅ, ଚାହେଁ
ମସ୍ତକମଣୀ ଦ୍ୱାରା ଦିଅ । ଯେପରି ସାକାର ବାବାଙ୍କୁ ଶେଷ ସମୟରେ ବା କର୍ମାତୀତ ସ୍ଥିତି ସମୟରେ
ଦେଖିଛ - କିପରି ସନ୍ତୁଳନ ରଖିବାର ବିଶେଷତା ଥିଲା ଏବଂ ଆଶୀର୍ବାଦ ଦେବାର ଚମତ୍କାରୀ ମଧ୍ୟ ଥିଲା
। ସେହିପରି ନିଜର ପିତାଙ୍କୁ ଅନୁକରଣ କର - ଏହା ହିଁ ହେଉଛି ସହଜ ଏବଂ ଶକ୍ତିଶାଳୀ ସେବା । ଏଥିରେ
ସମୟ ଏବଂ ମେହେନତ କମ୍ ଲାଗିଥାଏ ଏବଂ ଫଳାଫଳ ଅଧିକ ମିଳିଥାଏ, ତେଣୁ ଆତ୍ମିକ ସ୍ୱରୂପରେ ରହି
ସମସ୍ତଙ୍କୁ ଆଶୀର୍ବାଦ ଦେଇଚାଲ ।
ସ୍ଲୋଗାନ:-
ବିସ୍ତାରକୁ
ଗୋଟିଏ ସେକେଣ୍ଡରେ ସମାହିତ କରି ଜ୍ଞାନର ସାରମର୍ମକୁ ଅନୁଭବ କରାଇବା ହିଁ ଲାଇଟ୍ ମାଇଟ୍ ହାଉସ୍
ହେବା ।
ସୂଚନା : - ଆଜି ମାସର
ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ-ଭଉଣୀମାନେ ସଂଧ୍ୟା ୬ଟା ୩୦ମି. ଠାରୁ ୭ଟା ୩୦ମି.
ପର୍ଯ୍ୟନ୍ତ ବିଶେଷ କରି ଯୋଗାଭ୍ୟାସ କରିବା ସମୟରେ ଲାଇଟ୍ ମାଇଟ୍ ସ୍ୱରୂପରେ ସ୍ଥିତ ରହି, ଲାଇଟ୍
ହାଉସ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହୋଇ ସାରା ବିଶ୍ୱରୂପୀ ଗୋଲା ଉପରେ ଶାନ୍ତି ଏବଂ
ଶକ୍ତିର କିରଣ ବିଚ୍ଛୁରିତ କରିବା ହେବେ ।