15.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଅନ୍ତର୍ମୁଖୀ ହୋଇ ବିଚାର ସାଗର ମନ୍ଥନ କରିବା ଦ୍ୱାରା ଖୁସି ଏବଂ ନିଶା ରହିବ, ତୁମେ ବାବାଙ୍କ ସମାନ ଟିଚର ହୋଇଯିବ ।

ପ୍ରଶ୍ନ:-
କେଉଁ ଆଧାରରେ ଆନ୍ତରୀକ ଖୁସି ସ୍ଥାୟୀ ରହିପାରିବ ?

ଉତ୍ତର:-
ସ୍ଥାୟୀ ଖୁସୀ ସେତେବେଳେ ରହିପାରିବ ଯେତେବେଳେ ଅନ୍ୟମାନଙ୍କର କଲ୍ୟାଣ କରି ସମସ୍ତଙ୍କୁ ଖୁସି କରିବ । ଦୟାଳୁ ହେଲେ ଖୁସିରେ ରହିବ । ଯେଉଁମାନେ ଦୟାଳୁ ହୋଇଥାନ୍ତି ସେମାନଙ୍କର ବୁଦ୍ଧିରେ ରହିଥାଏ ଓହୋ, ଆମକୁ ସର୍ବ ଆତ୍ମାଙ୍କର ପିତା ପାଠ ପଢାଉଛନ୍ତି, ପବିତ୍ର କରୁଛନ୍ତି, ଆମେ ବିଶ୍ୱର ମହାରାଜା ହେଉଛୁ! ସେମାନେ ଏହିଭଳି ଖୁସିର ଦାନ କରିଚାଲିଥାଆନ୍ତି ।

ଓମ୍ ଶାନ୍ତି ।
ଆତ୍ମିକ (ରୁହାନୀ) ବାବା ରୁହାନୀ ପିଲାମାନଙ୍କୁ ପଚାରୁଛନ୍ତିପିଲାମାନେ ଏହି, ଓମ୍ ଶାନ୍ତି କିଏ କହୁଛନ୍ତି ? (ଶିବବାବା) ହଁ ଶିବବାବା କହୁଛନ୍ତି, କାରଣ ପିଲାମାନଙ୍କୁ ଜଣାଅଛି ଯେ ଇଏ ହେଉଛନ୍ତି ସର୍ବ ଆତ୍ମାମାନଙ୍କର ପିତା । କହୁଛନ୍ତି ମୁଁ କଳ୍ପ-କଳ୍ପ ଏହି ରଥ ଦ୍ୱାରା ଆସି ପଢାଉଛି । ବର୍ତ୍ତମାନ ଶିବବାବା ହେଲେ ଶିକ୍ଷାଦାତା ଶିକ୍ଷକ । ଟିଚର ଆସିଲେ ପିଲାଙ୍କ ଉଦ୍ଦେଶ୍ୟରେ କହନ୍ତି ଗୁଡମର୍ଣ୍ଣିଙ୍ଗ୍ । ପିଲାମାନେ କହନ୍ତି ଗୁଡମର୍ଣ୍ଣିଙ୍ଗ୍ । ପିଲାମାନେ ଜାଣୁଛନ୍ତି ଯେ ଆତ୍ମାମାନଙ୍କୁ ପରମାତ୍ମା ଗୁଡମର୍ଣ୍ଣିଙ୍ଗ୍ କରୁଛନ୍ତି । ଲୌକିକ ରୀତିରେ ଗୁଡମର୍ଣ୍ଣିଙ୍ଗ୍ ପ୍ରାୟ ସମସ୍ତେ କରିଥାନ୍ତି । ବେହଦର ପିତା ଆସି ଆମକୁ ପଢାଉଛନ୍ତି । ପିଲାମାନଙ୍କୁ ସାରା ବୃକ୍ଷ ଏବଂ ଡ୍ରାମାର ରହସ୍ୟ ବୁଝାଉଛନ୍ତି । ତୁମେ ଜାଣୁଛ ସମସ୍ତ ଆତ୍ମାମାନଙ୍କର, ପିତା ଆସିଛନ୍ତି । ସାରା ଦିନ ଏହି ନିଶ୍ଚୟ ରହୁ ଯେ ବେହଦର ପିତା ଆମକୁ ପଢାଉଛନ୍ତି, ସେ ଆମର ପିତା-ଶିକ୍ଷକ-ସଦଗୁରୁ ଅଟନ୍ତି । ତାଙ୍କୁ ରଚୟିତା କୁହାଯାଉଛି ଏହା ବୁଝିବାକୁ ହେବ । ଆତ୍ମାମାନଙ୍କୁ ରଚନା କରୁ ନାହାଁନ୍ତି । ବୁଝାଉଛନ୍ତି ମୁଁ ବୀଜରୂପ ଅଟେ । ଏହି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷର ନଲେଜ ତୁମକୁ ଶୁଣାଉଛି । ବୀଜ ବ୍ୟତୀତ ଏହି ନଲେଜ କିଏ ଦେବେ ? ଏପରି କହିବା ନାହିଁ ଯେ ବୃକ୍ଷକୁ ସେ ରଚନା କରିଛନ୍ତି । ବାବା କହୁଛନ୍ତିପିଲାମାନେ, ଇଏ ତ ଅନାଦି । ନହେଲେ ତିଥି-ତାରିଖ ସବୁ କିଛି ବତାଇଥାନ୍ତେକେବେ ଏବଂ କିପରି ରଚନା କରିଛି । ଏହା ଅନାଦି ରଚନା । ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଅନ୍ତର୍ଯାମୀ ଅର୍ଥାତ୍ ବୃକ୍ଷର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜାଣିଛନ୍ତି । ମନୁଷ୍ୟ ସୃଷ୍ଟିର ବୀଜରୂପ ହେଉଛନ୍ତି ବାବା, ସେ ଜ୍ଞାନର ସାଗର ଅଟନ୍ତି । ତାଙ୍କଠାରେ ସବୁ ନଲେଜ ରହିଛି, ସେ ଆସି ପିଲାମାନଙ୍କୁ ପଢାଉଛନ୍ତି । ମନୁଷ୍ୟ କହୁଛନ୍ତିଶାନ୍ତି କିପରି ହେବ ? ତୁମେ କହୁଛ ଶାନ୍ତି ତ ଶାନ୍ତିର ସାଗର ହିଁ ସ୍ଥାପନ କରିବେ । ସେ ଶାନ୍ତି, ସୁଖ ଏବଂ ଜ୍ଞାନର ସାଗର ଅଟନ୍ତି । କେଉଁ ଜ୍ଞାନ ? ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ । ସେମାନେ ତ ଶାସ୍ତ୍ରକୁ ଜ୍ଞାନ ବୋଲି ଭାବୁଛନ୍ତି । ଶାସ୍ତ୍ରବାଦୀ ତ ଅନେକ ଅଛନ୍ତି । ବେହଦର ପିତା ନିଜେ ଆସି ପରିଚୟ ଦେଉଛନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ନଲେଜ ଦେଉଛନ୍ତି । ଏହା ମଧ୍ୟ ଜାଣିଛନ୍ତି ସେ ଆସିଲେ ହିଁ ଶାନ୍ତି ସ୍ଥାପନ ହୋଇଥାଏ । ସେଠାରେ ତ ଶାନ୍ତି ହିଁ ଶାନ୍ତି । ଏହା କେହି ଜାଣି ନାହାଁନ୍ତି ଯେ ଶାନ୍ତି ଧାମରେ ସମସ୍ତେ ଶାନ୍ତିରେ ରହିଥିଲେ । ସେମାନେ କହୁଛନ୍ତି ଏଠାରେ ଶାନ୍ତି କିପରି ହେବ ? ନିଶ୍ଚୟ ଶାନ୍ତି ଥିଲା । ରାମ ରାଜ୍ୟ ପରି ଶାନ୍ତି ଦରକାର । ରାମ ରାଜ୍ୟ କେବେ ଥିଲା ଏହା କେହି ଜାଣି ନାହାଁନ୍ତି । ବାବା ଜାଣିଛନ୍ତି ବହୁତ ଆତ୍ମାମାନେ ରହିଛନ୍ତି । ମୁଁ ସମସ୍ତଙ୍କର ପିତା । ଏପରି ଆଉ କେହି କହିବେ ନାହିଁ । ବର୍ତ୍ତମାନ ସମୟରେ ସମସ୍ତ ଆତ୍ମାମାନେ ଏଠାରେ ଅଛନ୍ତି । ପୂର୍ବରୁ ଶାନ୍ତିଧାମରେ ଥିଲେ ପୁଣି ସୁଖଧାମରୁ ଦୁଃଖଧାମକୁ ଆସିଲେ । ସୁଖ-ଦୁଃଖର ଖେଳ କିପରି ତିଆରି ହୋଇଛି ଏହା କେହି ଜାଣି ନାହାଁନ୍ତି । କେବଳ କହିଥାନ୍ତି ଆବାଗମନର ଖେଳ । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ରହିଛି ସେ ଆମ ସମସ୍ତ ଆତ୍ମମାନଙ୍କର ପିତା ଅଟନ୍ତି । ସେ ଆମକୁ ନଲେଜ ଶୁଣାଉଛନ୍ତି । ସେ ଆସି ସ୍ୱର୍ଗର ରାଜ୍ୟ ସ୍ଥାପନ କରୁଛନ୍ତି । ଆମକୁ ପଢାଉଛନ୍ତି । କହୁଛନ୍ତିପିଲେ ତୁମେ ହିଁ ଦେବତା ଥିଲ । ଏପରି ଆଉ କେହି କହିବେ ନାହିଁ, ସମସ୍ତ ଆତ୍ମାମାନଙ୍କର ପିତା ତୁମକୁ ପଢାଉଛନ୍ତି । ଏହା ବେହଦର ବହୁତ ବଡ ନାଟକ, ସେମାନେ ଲକ୍ଷ ଲକ୍ଷ ବର୍ଷ କହି ଦେଇଛନ୍ତି । ତୁମେ କହୁଛ ଏହା ହେଉଛି ୫ ହଜାର ବର୍ଷର ଖେଳ । ଏବେ ତୁମେ ଜାଣୁଛ ଶାନ୍ତି ଦୁଇ ପ୍ରକାରରଗୋଟିଏ ହେଉଛି ଶାନ୍ତିଧାମର, ଅନ୍ୟଟି ସୁଖଧାମର । ପିଲାମାନଙ୍କ ବୁଦ୍ଧିରେ ରହୁଛି ସମସ୍ତ ଆତ୍ମାମାନଙ୍କର ବାବା ଆମକୁ ପଢାଉଛନ୍ତି । ଏହା କୌଣସି ଶାସ୍ତ୍ରରେ ନାହିଁ । ବେହଦର ପିତା ଅଟନ୍ତି । ସମସ୍ତ ଧର୍ମାବଲମ୍ବୀ ତାଙ୍କୁ ଆଲ୍ଲା, ଗଡ୍ ଫାଦର, ପ୍ରଭୁ ଆଦି କହୁଛନ୍ତି । ତାଙ୍କର ପାଠପଢା ନିଶ୍ଚିତ ଉଚ୍ଚ ହୋଇଥିବ । ଏକଥା ସାରା ଦିନ ବୁଦ୍ଧିରେ ରହିବା ଦରକାର । ବାବା କହୁଛନ୍ତି ମୁଁ ତୁମକୁ ନୂଆ କଥା ଶୁଣାଉଛି । ନୂଆ ପ୍ରକାରରେ ପଢାଉଛି । ତୁମେ ପୁଣି ଅନ୍ୟମାନଙ୍କୁ ପଢାଉଛ । ଭକ୍ତିମାର୍ଗରେ ଦେବୀମାନଙ୍କର ବହୁତ ମାନ ରହିଛି । ବାସ୍ତବରେ ଏହି ବ୍ରହ୍ମା ହେଉଛନ୍ତି ବଡ ମାଁ । ଏହାଙ୍କୁ (ଶିବ) କେବଳ ପିତା କୁହାଯିବ । ମାତା-ପିତା ଏହାଙ୍କୁ କୁହାଯିବ । ଏହି ମାତା ଦ୍ୱାରା ବାବା ତୁମକୁ ପୋଷ୍ୟ କରୁଛନ୍ତି । ପିଲେ ପିଲେ କହୁଛନ୍ତି ।

ବାବା କହୁଛନ୍ତି ମୁଁ ପ୍ରତ୍ୟେକ ୫ ହଜାର ବର୍ଷ ପରେ ତୁମକୁ ଏହି ନଲେଜ ଶୁଣାଉଛି । ଏହି ଚକ୍ର ତୁମର ବୁଦ୍ଧିରେ ଅଛି । ତୁମେ ଗୋଟିଏ ଗୋଟିଏ ଅକ୍ଷର ନୂଆ ଶୁଣୁଛ । ଜ୍ଞାନ ସାଗର ବାବାଙ୍କର ଏହା ହେଉଛି ରୁହାନୀ ନଲେଜ । ଆତ୍ମିକ ପିତା ହିଁ ଜ୍ଞାନର ସାଗର ଅଟନ୍ତି । ଆତ୍ମା କହୁଛି ହେ ବାବା । ପିଲାମାନେ ସବୁ କଥା ଭଲ ଭାବରେ ବୁଦ୍ଧିରେ ଧାରଣ କରୁଛନ୍ତି । ଅନ୍ତର୍ମୁଖୀ ହୋଇ ଏପରି ବିଚାର ସାଗର ମନ୍ଥନ କଲେ ଖୁସୀ ଏବଂ ନଶା ରହିବ । ବଡ ଟିଚର ହେଉଛନ୍ତି ଶିବବାବା । ସେ ପୁଣି ତୁମକୁ ଟିଚର କରାଉଛନ୍ତି । ତାଙ୍କ ମଧ୍ୟରେ କ୍ରମାନୁସାରେ ରହିଛନ୍ତି । ବାବା ଜାଣିଛନ୍ତିଏହି ପିଲା ବହୁତ ଭଲ ପଢାଉଛି । ସମସ୍ତେ ଖୁସୀ ହେଉଛନ୍ତି । କହନ୍ତି ଏପରି ବାବାଙ୍କ ପାଖକୁ ଆମକୁ ଜଲଦି ନେଇଚାଲ, ଯିଏ ତୁମକୁ ଏପରି କରାଇଛନ୍ତି । ବାବା କହୁଛନ୍ତିମୁଁ ଏହାଙ୍କ ବହୁତ ଜନ୍ମର ଅନ୍ତିମ ଜନ୍ମରେ ପ୍ରବେଶ କରି ତୁମକୁ ପଢାଉଛି । କଳ୍ପ-କଳ୍ପ ମୁଁ କେତେ ଥର ଏହି ଭାରତକୁ ଆସିଛି । ତୁମେ ଏହି ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ହେଉଛ । ବେହଦର ପିତା ଆମକୁ ପଢାଉଛନ୍ତି । ତାଙ୍କର ଭକ୍ତିମାର୍ଗରେ ବହୁତ ନାମ ରହିଛି, କେହି ପରମାତ୍ମା, ରାମ, ପ୍ରଭୁ, ଆଲ୍ଲା... କହୁଛନ୍ତି । ଦେଖନ୍ତୁ ଜଣେ ଟିଚରଙ୍କର ବହୁତ ନାମ ରଖିଦେଇଛନ୍ତି । ଟିଚରଙ୍କର ଗୋଟିଏ ନାମ ରହିଥାଏ ନା । କଣ ଅନେକ ନାମ ରହିଥାଏ କି ? ଅନେକ ଭାଷା ରହିଛି । କେହି ଖୁଦା, କେହି ଗଡ, କଣ-କଣ କହି ଦେଉଛନ୍ତି । ନିଜେ ବୁଝୁଛନ୍ତି ଯେ ମୁଁ ଆସିଛି ପିଲାମାନଙ୍କୁ ପଢାଇବା ପାଇଁ । ଯେତେବେଳେ ପଢି ଦେବତା ହେବେ ସେତେବେଳେ ବିନାଶ ହେବ । ବର୍ତ୍ତମାନ ତ ପୁରୁଣା ଦୁନିଆ, ତାକୁ ନୂଆ କିଏ କରାଇବ । ବାବା କହୁଛନ୍ତି ଏହା ମୋର ହିଁ ପାର୍ଟ ଅଟେ । ମୁଁ ଡ୍ରାମାର ବନ୍ଧନରେ ରହିଛି । ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଭକ୍ତି ବହୁତ ବିସ୍ତାର ଅଟେ । ଏହା ବି ଖେଳ । ଅଧାକଳ୍ପ ଭକ୍ତି ଚାଲୁଛି । ଏବେ ବାବା ଆସିଛନ୍ତି, ସେ ହିଁ ଆମକୁ ପଢାଉଛନ୍ତି । ସେ ଶାନ୍ତି ସ୍ଥାପନ ମଧ୍ୟ କରୁଛନ୍ତି । ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ଶାନ୍ତି ଥିଲା । ଏଠାରେ ଅଶାନ୍ତି ରହିଛି । ବାବା ଏକ ଅଟନ୍ତି । ଆତ୍ମା ଅନେକ ରହିଛନ୍ତି । ଆଶ୍ଚର୍ଯ୍ୟଜନକ ଖେଳ ଅଟେ । ସର୍ବ ଆତ୍ମାଙ୍କ ବାବା ଆମକୁ ପଢାଉଛନ୍ତି । ତେଣୁ ବହୁତ ଖୁସୀ ରହିବା ଦରକାର ।

ତୁମେ ଜାଣୁଛ ଆମେ ହେଉଛୁ ଗୋପ-ଗୋପୀ ଏବଂ ବାବା ଗୋପୀ ବଲ୍ଲଭ । କେବଳ ଆତ୍ମାମାନଙ୍କୁ ଗୋପ-ଗୋପୀ କୁହାଯାଏ ନାହିଁ । ଶରୀର ସହିତ ରହିଥିବାରୁ ଗୋପ-ଗୋପୀ ଅଥବା ଭାଇ-ଭଉଣୀ କୁହାଯାଉଛି । ଆମେ ଗୋପୀ-ବଲ୍ଲଭ ଶିବବାବାଙ୍କର ସନ୍ତାନ । ଗୋପ-ଗୋପୀ ଅକ୍ଷର ବହୁତ ମଧୁର । ଗାୟନ ରହିଛି ଅଚ୍ୟୁତମ୍ କେଶବମ୍, ଗୋପୀ ବଲ୍ଲଭମ୍, ଜାନକୀ ନାଥମ୍...ଏହି ସବୁ ମହିମା ବର୍ତ୍ତମାନର । ପରନ୍ତୁ ନ ଜାଣିବା କାରଣରୁ ସବୁ କଥା ଗୁଡ-ଗୁଡମାଠିଆ ଭଳି ଗୋଳିଆ ଗୋଳି କରିଦେଇଛନ୍ତି । ବାବା ବସି ବିଶ୍ୱର ଇତିହାସ-ଭୂଗୋଳ ଶୁଣାଉଛନ୍ତି । ସେମାନେ ତ କେବଳ ଏହି ଖଣ୍ଡକୁ ଜାଣିଛନ୍ତି । ସତ୍ୟଯୁଗରେ କାହାର ରାଜ୍ୟ ଥିଲା, କେତେ ସମୟ ଚାଲିଥିଲାଏହା ଜାଣିନାହାଁନ୍ତି କାରଣ କଳ୍ପର ଆୟୁ ଲକ୍ଷେ ବର୍ଷ କହିଦେଇଛନ୍ତି । ବିଲକୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ଏବେ ବାବା ଆସି ସୃଷ୍ଟିଚକ୍ରର ନଲେଜ ଦେଉଛନ୍ତି । ଯାହାକୁ ଜାଣିବା ଦ୍ୱାରା ତୁମେ ତ୍ରିକାଳଦର୍ଶୀ, ତ୍ରିନେତ୍ରୀ ହେଉଛ । ଏହା ହେଉଛି ପାଠପଢା । ବାବା ନିଜେ କହୁଛନ୍ତି ମୁଁ କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆସି ତୁମକୁ ପୁରୁଷୋତ୍ତମ କରାଉଛି । କ୍ରମାନୁସାରେ ତୁମେ ହିଁ ହେଉଛ । ପାଠପଢା ଦ୍ୱାରା ପଦ ମିଳିଥାଏ । ତୁମେ ଜାଣିଛ ବେହଦର ବାବା ଆମକୁ ପଢାଉଛନ୍ତି । ସେମାନେ କହିଦେଉଛନ୍ତି ପରମାତ୍ମା ନାମ-ରୂପରୁ ଅଲଗା, ମାଟି-ପଥର ଭିତରେ ଅଛନ୍ତି । କଣ କଣ କହିଦେଇଛନ୍ତି । ଦେବୀମାନଙ୍କୁ ମଧ୍ୟ ବହୁତ ଭୂଜା ଦେଖାଇଛନ୍ତି । ରାବଣର ୧୦ ମୁଣ୍ଡ ଦେଖାଇଛନ୍ତି । ପିଲାମାନଙ୍କୁ ଅନୁଭବ ରହିବା ଦରକାର ସର୍ବ ଆତ୍ମାମାନଙ୍କ ପିତା ଆମକୁ ପଢାଉଛନ୍ତି, ପାବନ କରୁଛନ୍ତି ତେଣୁ ଆନ୍ତରିକ ଖୁସୀ ରହିବା ଉଚିତ୍ । କିନ୍ତୁ ସେତେବେଳେ ଖୁସୀ ରହିବ ଯେତେବେଳେ ଅନ୍ୟମାନଙ୍କର କଲ୍ୟାଣ କରି ସମସ୍ତଙ୍କୁ ଖୁସି କରାଇବ, ଦୟାଳୁ ହୁଅ । ଓହୋ, ବାବା ଆମକୁ ବିଶ୍ୱର ମହାରାଜା କରି ଦେଉଛନ୍ତି! ରାଜା, ରାଣୀ, ପ୍ରଜା ସମସ୍ତେ ବିଶ୍ୱର ମାଲିକ ହେବେ ନା । ସେଠାରେ ମନ୍ତ୍ରୀ ରହିବେ ନାହିଁ । ବର୍ତ୍ତମାନ ରାଜା ନାହାଁନ୍ତି କେବଳ ମନ୍ତ୍ରୀ ହିଁ ମନ୍ତ୍ରୀ । ଏବେ ତ ପ୍ରଜାଙ୍କ ଉପରେ ପ୍ରଜା ହିଁ ରାଜ୍ୟ କରୁଛନ୍ତି ତେବେ ଘଡି ଘଡି ବୁଦ୍ଧିରେ ରହିବା ଦରକାର ବେହଦର ପିତା ଆମକୁ କଣ ପଢାଉଛନ୍ତି । ଯିଏ ଭଲ ରୂପେ ପଢିବେ ସିଏ ପ୍ରଥମେ ଆସିବେ ଏବଂ ଉଚ୍ଚ ପଦ ପାଇବେ । ଲକ୍ଷ୍ମୀ-ନାରାୟଣ ଏତେ ସାହୁକାର କିପରି ହେଲେ ? କେଉଁ ପୁରୁଷାର୍ଥ କରିଛନ୍ତି ? ଭକ୍ତିମାର୍ଗରେ ବହୁତ ସାହୁକାର ଅଛନ୍ତି ତେଣୁ ଜଣାଯାଉଛି ଯେ ଏମାନେ ନିଶ୍ଚିତ ବହୁତ ଶ୍ରେଷ୍ଠ କର୍ମ କରିଛନ୍ତି । ଈଶ୍ୱର ଅର୍ଥ ଦାନ-ପୁଣ୍ୟ କରିଥାନ୍ତି । ଜାଣିଥାନ୍ତି ଏହା ବଦଳରେ ଆମକୁ ବହୁତ କିଛି ମିଳିବ । ପରବର୍ତ୍ତୀ ଜନ୍ମରେ ସାହୁକାର ହେବେ । ସେମାନେ ଦେଇଥାନ୍ତି ଇନଡାଇରେକ୍ଟ (ପରୋକ୍ଷରେ) ଯାହାଙ୍କଠାରୁ ଅଳ୍ପକାଳ ନିମନ୍ତେ ମିଳିଥାଏ । ବର୍ତ୍ତମାନ ବାବା ଡାଇରେକ୍ଟ ଆସିଛନ୍ତି । ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ଆସି ପବିତ୍ର କରାଅ । ଏପରି କେହି କହୁ ନାହାଁନ୍ତି ଯେ ନଲେଜ ଦେଇ ଏପରି ଲକ୍ଷ୍ମୀ-ନାରାୟଣ କରାଅ । ମନୁଷ୍ୟମାନଙ୍କ ବୁଦ୍ଧିରେ କୃଷ୍ଣ ହିଁ ମନେ ପଡିଥାନ୍ତି । ବାବାଙ୍କୁ ନ ଜାଣିବା କାରଣରୁ ବହୁତ ଦୁଃଖୀ ହୋଇପଡିଛନ୍ତି । ବାବା ତୁମକୁ ଦୈବୀ ସମ୍ପ୍ରଦାୟୀ କରୁଛନ୍ତି । ତୁମେ ଶାନ୍ତିଧାମ ଯାଇ ପୁଣି ସୁଖଧାମକୁ ଆସିବ । ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି । ପିଲାମାନେ ଯଦିଓ ଶୁଣୁଛନ୍ତି କିନ୍ତୁ ଯେପରି କିଛି ଶୁଣୁନାହାଁନ୍ତି । ପଥରବୁଦ୍ଧିରୁ ପାରସବୁଦ୍ଧି ହେଉ ନାହାଁନ୍ତି । ସାରା ଦିନ ବାବା-ବାବା ୟାଦ ରହିବା ଦରକାର । ପତି ପାଇଁ ସ୍ତ୍ରୀର କିପରି ପ୍ରାଣ ବାହାରିଯାଏ । ସ୍ତ୍ରୀର ବହୁତ ସ୍ନେହ ରହିଥାଏ । ଏଠାରେ ତୁମେ ସମସ୍ତେ ପିଲା ଅଟ । କ୍ରମାନୁସାରେ ଅଛ ନା ।

ତୁମେ ଜାଣୁଛ ବେହଦର ବାବାଙ୍କୁ ଆମେ ଘଡି-ଘଡି ଭୁଲିଯାଉଛୁ । ବାବା କହୁଛନ୍ତି ମୋତେ ୟାଦ କଲେ ତୁମର ବିକର୍ମ ବିନାଶ ହେବ । ପୁଣି ଭୁଲିଯାଉଛ । ଆରେ, ଏପରି ବାବା, ଯିଏ ତୁମକୁ ବିଶ୍ୱର ମାଲିକ କରାଉଛନ୍ତି, ତାଙ୍କୁ ତୁମେ କାହିଁକି ଭୁଲିଯାଉଛ ? ମାୟାର ତୁଫାନ ତ ଆସିବ ତଥାପି ତୁମେ ଚେଷ୍ଟା କରିଚାଲ । ବାବାଙ୍କୁ ମନେ ପକାଇଲ ତେବେ ସମ୍ପତ୍ତି ମିଳିଯିବ । ସ୍ୱର୍ଗବାସୀ ଦେବତା ତ ସମସ୍ତେ ହୋଇଥାନ୍ତି । ବାକି ଯେଉଁମାନେ ରହିଲେ ଦଣ୍ଡ ଭୋଗ କରି ହୋଇଥାନ୍ତି । ତାଙ୍କର ପଦ କମ ହୋଇଥାଏ । ଏହା ସବୁ ନୁଆ କଥା । ବାବା, ଟିଚରଙ୍କୁ ମନେ ପକାଇଲେ ଧ୍ୟାନ ରହିଥାଏ । ତୁମେ ଟିରଚଙ୍କୁ ମଧ୍ୟ ଭୁଲିଯାଉଛ । ବାବା କହୁଛନ୍ତି ସେପର୍ଯ୍ୟନ୍ତ ମୁଁ ଅଛି, ଯେପର୍ଯ୍ୟନ୍ତ ବିନାଶର ସମୟ ଆସି ସବୁ କିଛି ଏହି ଜ୍ଞାନ ଯଜ୍ଞରେ ସ୍ୱାହା ନ ହୋଇଛି ସେପର୍ଯ୍ୟନ୍ତ ପାଠପଢା ଚାଲିବ । ତୁମେ କହୁଛ ସବୁ କିଛି ତ ପଢାଇଲେ ପୁଣି କଣ ପଢାଇବେ ? ବାବା କହୁଛନ୍ତି ନୂଆ ନୂଆ ପଏଣ୍ଟସ୍ ବାହାରୁଛି । ତୁମେ ଶୁଣି ଖୁସି ହେଉଛ ନା । ଭଲ ରୂପେ ପାଠପଢ ଏବଂ ସୁଦାମା ସଦୃଶ ଯାହା ଟ୍ରାନ୍ସଫର କରିବାର ଅଛି କରିଦିଅ । ଏହା ବି ବହୁତ ବଡ ବ୍ୟାପାର । ବାବା ବ୍ୟାପାରରେ ବହୁତ ବିଶାଳ ହୃଦୟ ସମ୍ପନ୍ନ ଥିଲେ । ପଇସାରେ ଗୋଟିଏ ଅଣା ଧାର୍ମିକ କାର୍ଯ୍ୟ ପାଇଁ ବାହାର କରୁଥିଲେ । କ୍ଷତି ହେଉଥିଲେ ମଧ୍ୟ ସର୍ବପ୍ରଥମେ ଏ କାର୍ଯ୍ୟ ପାଇଁ ରଖିବାକୁ ପଡୁଥିଲା । କହନ୍ତି ତୁମେ ଯେତିକି ଭରିବ ତୁମକୁ ଦେଖି ସମସ୍ତେ ଭରିବେ । ବହୁତଙ୍କର କଲ୍ୟାଣ ହୋଇଯିବ । ସେ ଥିଲା ଭକ୍ତିମାର୍ଗ, ଏଠାରେ ସବୁକିଛି ବାପାଙ୍କୁ ଦେଇଛ । ବାବା ଏସବୁ କିଛି ନିଅ । ବାବା କହୁଛନ୍ତି ତୁମକୁ ସାରା ବିଶ୍ୱର ବାଦଶାହୀ ଦେଉଛି । ବିନାଶର ସାକ୍ଷାତ୍କାର, ଚତୁର୍ଭୁଜର ମଧ୍ୟ ସାକ୍ଷାତ୍କାର ହେଲା । ସେ ସମୟରେ ବୁଦ୍ଧିରେ ଆସିଲା ମୁଁ ବିଶ୍ୱର ମାଲିକ ହେବି । ବାବାଙ୍କର ପ୍ରବେଶତା ଥିଲା ନା । ବିନାଶ ଦେଖିଥିଲି । ବାସ୍, ଏହି ଦୁନିଆ ଶେଷ ହେଉଛି, ଏହି ଧନ୍ଦା ଆଦି କଣ କରିବି । ଗଦାଇ (କଳିଯୁଗୀ ତୁଚ୍ଛ ପଦାର୍ଥ) ଛାଡିଦେଲି । ମୋତେ ରାଜତ୍ୱ ମିଳୁଛି । ବାବା ତୁମକୁ ବୁଝାଉଛନ୍ତି ସାରା ଦୁନିଆ ବିନାଶ ହେବ । ତୁମକୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗ୍ରତ କରିବାକୁ କେତେ ପୁରୁଷାର୍ଥ କରିବାକୁ ପଡୁଛି, ତଥାପି ମଧ୍ୟ ଜାଗ୍ରତ ହେଉନାହାଁନ୍ତି । ପିଲାମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ସବୁକିଛି ବାବାଙ୍କୁ ଦେଇ ଦେଲ ତେବେ ନିଶ୍ଚିତ ବାବା ହିଁ ମନେ ପଡିବେ । ତୁମେ ପିଲାମାନେ ଅଧିକ ୟାଦ କରିପାରିବ, ଯାହାଙ୍କର ମୁଣ୍ଡରେ ମାମଲା...ବହୁତ ଗୃହିଣୀଙ୍କର ସମାଚାର ଆସୁଛି । ବାବାଙ୍କର ଚିନ୍ତା ରହୁଛିବିଚାରୀମାନେ ମାଡ ଖାଉଛନ୍ତି । ପତି କେତେ ହଇରାଣ କରୁଛି । ଭଲେ ବୁଝୁଛନ୍ତି ଡ୍ରାମାରେ ଅଛି, ଆମେ କଣ କରିପାରିବୁ । କଳ୍ପ ପୂର୍ବ ସଦୃଶ ଅବଳାଙ୍କ ଉପରେ ଅତ୍ୟାଚାର ହୋଇଥିଲା । ନୂଆ ଦୁନିଆ ତ ସ୍ଥାପନ ହେବ ହିଁ ହେବ । ବାବା କହୁଛନ୍ତି ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ଅନ୍ତିମ ସମୟରେ ପ୍ରବେଶ କରୁଛି । ମୁଁ ଗୋରା ଥିଲି ଏବେ ଶ୍ୟାମଳ ହୋଇଛି । ମୁଁ ହିଁ ପ୍ରଥମ ନମ୍ବରରେ ଯିବି । ମୁଁ ଯାଇ କୃଷ୍ଣ ହେବି । ଏହି ଚିତ୍ରକୁ ଦେଖିଲେ ବୁଦ୍ଧିରେ ଆସେ ଯେ ମୁଁ ଯାଇ ଏପରି ହେବି । ବାବା ପିଲାମାନଙ୍କୁ ଭଲ ରୂପେ ବୁଝାଉଛନ୍ତି, ବର୍ତ୍ତମାନ ପିଲାମାନଙ୍କର କାମ ହେଉଛି ନିଜେ ବୁଝି ଅନ୍ୟମାନଙ୍କୁ ବୁଝାଇବା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଆମେ ଗୋପୀ ବଲ୍ଲଭଙ୍କର ଗୋପ-ଗୋପୀ ଅଟୁ ଏହିଭଳି ଖୁସି ବା ନିଶାରେ ରହିବାକୁ ହେବ । ଅନ୍ତର୍ମୁଖୀ ହୋଇ ବିଚାର ସାଗର ମନ୍ଥନ କରି ବାବାଙ୍କ ସମାନ ଟୀଚର ହେବାକୁ ପଡିବ ।

(୨) ସୁଦାମା ସଦୃଶ ନିଜର ସବୁ କିଛି ଈଶ୍ୱରୀୟ ସେବାରେ ଲଗାଇ ଟ୍ରାନ୍ସଫର କରିବା ସହିତ ଭଲ ରୂପେ ପାଠପଢିବାକୁ ହେବ । ବିନାଶ ପୂର୍ବରୁ ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ । କୁମ୍ଭକର୍ଣ୍ଣ ନ୍ରିଦ୍ରାରେ ଶୋଇଥିବା ମନୁଷ୍ୟଙ୍କୁ ଉଠାଇବାକୁ ହେବ ।


ବରଦାନ:-
ତ୍ରିକାଳଦର୍ଶୀ ହୋଇ ଦିବ୍ୟ ବୁଦ୍ଧିର ବରଦାନକୁ କାର୍ଯ୍ୟରେ ଲଗାଉଥିବା ସଫଳତା ସମ୍ପନ୍ନ ଆତ୍ମା ହୁଅ ।

ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦିବ୍ୟବୁଦ୍ଧିର ବରଦାନ ଦେଇଛନ୍ତି । ଦିବ୍ୟବୁଦ୍ଧି ଦ୍ୱାରା ହିଁ ବାବାଙ୍କୁ, ନିଜକୁ ଏବଂ ତିନିକାଳକୁ ସ୍ପଷ୍ଟ ରୂପରେ ଜାଣିପାରିବ । ସର୍ବଶକ୍ତିକୁ ଧାରଣ କରିପାରିବ । ଦିବ୍ୟବୁଦ୍ଧି ସମ୍ପନ୍ନ ଆତ୍ମା କୌଣସି ବି ସଂକଳ୍ପକୁ କର୍ମରେ ବା ବାଣୀରେ ଆଣିବା ପୂର୍ବରୁ ପ୍ରତ୍ୟେକ ବାଣୀ ବା କର୍ମର ତିନି କାଳକୁ ଜାଣି କାର୍ଯ୍ୟ ବ୍ୟବହାରରେ ଆସିଥାଆନ୍ତି । ସେମାନଙ୍କ ସମ୍ମୁଖରେ ଅତୀତ ଏବଂ ଭବିଷ୍ୟତ ମଧ୍ୟ ସେତିକି ସ୍ପଷ୍ଟ ଥାଏ ଯେତିକି ବର୍ତ୍ତମାନ ସ୍ପଷ୍ଟ ଅଟେ । ଏହିଭଳି ଦିବ୍ୟବୁଦ୍ଧି ସମ୍ପନ୍ନ ଆତ୍ମା ତ୍ରିକାଳଦର୍ଶୀ ହେବା କାରଣରୁ ସଦା ସଫଳତା ସମ୍ପନ୍ନ ହୋଇଯାଆନ୍ତି ।

ସ୍ଲୋଗାନ:-
ସମ୍ପୂର୍ଣ୍ଣ ପବିତ୍ରତାକୁ ଧାରଣ କରୁଥିବା ଆତ୍ମା ହିଁ ପରମାନନ୍ଦର ଅନୁଭବ କରିପାରିବେ ।