15.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ସମସ୍ତଙ୍କର ସଦଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ବାବାଙ୍କ ଭଳି ନିଷ୍କାମ ସେବା ଅନ୍ୟ କେହି ବି କରିପାରିବେ ନାହିଁ ।

ପ୍ରଶ୍ନ:-
ନୂଆ ଦୁନିଆ ସ୍ଥାପନ କରିବା ପାଇଁ ବାବାଙ୍କୁ କେଉଁ ମେହନତ କରିବାକୁ ପଡୁଛି ?

ଉତ୍ତର:-
ଅଜାମିଳ ଭଳି ପାପୀମାନଙ୍କୁ ପୁନର୍ବାର ଲକ୍ଷ୍ମୀ-ନାରାୟଣଙ୍କ ଭଳି ପୂଜ୍ୟ ଦେବତା କରିବାର ମେହନତ ବାବାଙ୍କୁ କରିବାକୁ ପଡୁଛି । ବାବା ତୁମମାନଙ୍କୁ ଦେବତା କରିବାର ମେହନତ କରୁଛନ୍ତି । ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଫେରିଯିବେ । ପ୍ରତ୍ୟେକଙ୍କୁ ନିଜର ହିସାବ-କିତାବ ଚୁକ୍ତ କରି ଯୋଗ୍ୟ ଅର୍ଥାତ୍ ପବିତ୍ର ହୋଇ ଘରକୁ ଫେରିବାକୁ ହେବ ।

ଗୀତ:-
ଏହି ପାପ ଦୁନିଆରୁ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ସନ୍ତାନମାନେ ଜାଣିଛନ୍ତି ଏହା ହେଉଛି ପାପର ଦୁନିଆ । ନୂଆ ଦୁନିଆ ହେଉଛି ପୁଣ୍ୟର ଦୁନିଆ । ସେଠାରେ ପାପ ହୁଏ ନାହିଁ । ତାହା ହେଉଛି ରାମ ରାଜ୍ୟ, ଏହା ହେଉଛି ରାବଣ ରାଜ୍ୟ । ଏହି ରାବଣ ରାଜ୍ୟରେ ସମସ୍ତେ ପତିତ ଦୁଃଖୀ, ତେଣୁ ତ ଡାକୁଛନ୍ତି ହେ ପତିତ ପାବନ ଆସି ଆମକୁ ପବିତ୍ର କରାଅ । ସମସ୍ତ ଧର୍ମାବଲମ୍ବୀମାନେ ଡାକୁଛନ୍ତି ଓ ଗଡ୍ ଫାଦର ଆସି ଆମକୁ ମୁକ୍ତ କର, ଗାଇଡ୍ ହୁଅ । ଅର୍ଥାତ୍ ବାବା ଯେତେବେଳେ ଆସୁଛନ୍ତି ସମଗ୍ର ସୃଷ୍ଟିରେ ଯେଉଁ ସବୁ ଧର୍ମର ଆତ୍ମାମାନେ ରହିଛନ୍ତି ସମସ୍ତଙ୍କୁ ଘରକୁ ଫେରାଇ ନେଉଛନ୍ତି । ବର୍ତ୍ତମାନ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି । ସମସ୍ତ ଧର୍ମାବଲମ୍ୱୀମାନଙ୍କୁ ଶାନ୍ତିଧାମ ନେଇଯାଉଛନ୍ତି । ସମସ୍ତଙ୍କର ବିନାଶ ତ ନିଶ୍ଚିତ ହେବ । ବାବା ଏଠାକୁ ଆସି ପିଲାମାନଙ୍କୁ ସୁଖଧାମ ପାଇଁ ଯୋଗ୍ୟ କରାଉଛନ୍ତି । ସମସ୍ତଙ୍କର କଲ୍ୟାଣ କରୁଛନ୍ତି, ସେଥିପାଇଁ ଜଣଙ୍କୁ ହିଁ ସମସ୍ତଙ୍କର ସଦଗତି ଦାତା, ସମସ୍ତଙ୍କର କଲ୍ୟାଣକାରୀ କୁହାଯାଉଛି । ବାବା କହୁଛନ୍ତି ଏବେ ତୁମକୁ ଘରକୁ ଫେରିବାକୁ ହେବ । ସମସ୍ତ ଧର୍ମାବଲମ୍ୱୀମାନଙ୍କୁ ଶାନ୍ତିଧାମ, ନିର୍ବାଣଧାମ ଯିବାକୁ ହେବ, ଯେଉଁଠି ସମସ୍ତ ଆତ୍ମା ଶାନ୍ତିରେ ରହନ୍ତି । ବେହଦର ରଚୟିତା ପିତା ଆସି ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି । ତେଣୁ ମହିମା ମଧ୍ୟ ଏକ ପରମପିତାଙ୍କର କରିବା ଉଚିତ୍ । ଯିଏ ଆସି ସମସ୍ତଙ୍କର ସେବା କରୁଛନ୍ତି, ତାଙ୍କୁ ହିଁ ମନେ ପକାଇବା ଉଚିତ୍ । ବାବା ନିଜେ ବୁଝାଉଛନ୍ତି ମୁଁ ଦୂରଦେଶ, ପରମଧମାର ନିବାସୀ । ସବୁଠାରୁ ପ୍ରଥମେ ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ନାହିଁ ସେଥିପାଇଁ ମୋତେ ଡାକୁଛନ୍ତି । ମୁଁ ଆସି ସମସ୍ତ ସନ୍ତାନମାନଙ୍କୁ ଘରକୁ ଫେରାଇ ନେଉଛି । ହିନ୍ଦୁ ତ କୌଣସି ଧର୍ମ ନୁହେଁ । ମୂଳ ହେଉଛି ଦେବୀ- ଦେବତା ଧର୍ମ । କିନ୍ତୁ ପବିତ୍ର ହୋଇ ନଥିବା କାରଣରୁ ନିଜକୁ ଦେବତା ବଦଳରେ ହିନ୍ଦୁ କହି ଦେଉଛନ୍ତି । ହିନ୍ଦୁ ଧର୍ମର ସ୍ଥାପନକର୍ତ୍ତା କେହି ନାହାଁନ୍ତି । ଗୀତା ହେଉଛି ସର୍ବଶାସ୍ତ୍ର ଶିରୋମଣି । ଏହା ଭଗବାନଙ୍କ ଦ୍ୱାରା ଗାନ କରାଯାଇଛି । ଜଣଙ୍କୁ ହିଁ ଭଗବାନ୍ କୁହାଯାଉଛି ଗଡ୍ ଫାଦର । ଶ୍ରୀକୃଷ୍ଣ ବା ଲକ୍ଷ୍ମୀ-ନାରାୟଣଙ୍କୁ ଗଡ୍ ଫାଦର ଅଥବା ପତିତ-ପାବନ କୁହାଯିବ ନାହିଁ । ଏମାନେ ରାଜା ରାଣୀ ଅଟନ୍ତି । ତାଙ୍କୁ କିଏ ଏପରି କରାଇଛନ୍ତି ? ପରମପିତା ପରମାତ୍ମା ବାବା ପ୍ରଥମେ ନୂଆ ଦୁନିଆ ରଚନା କରୁଛନ୍ତି । ଯାହାର ଇଏ ମାଲିକ ହେଉଛନ୍ତି । କିଭଳି ହେଲେ ଏହା କୌଣସି ମନୁଷ୍ୟଙ୍କୁ ଜଣା ନାହିଁ । ବଡ-ବଡ ଲକ୍ଷପତିମାନେ ମନ୍ଦିର ତିଆରି କରୁଛନ୍ତି, ତାଙ୍କୁ ପଚାରିବା ଦରକାର ଏମାନେ କିପରି ଏହି ବିଶ୍ୱର ରାଜ୍ୟ ପଦ ପାଇଲେ ? କିପରି ମାଲିକ ହେଲେ ? କେବେ ହେଲେ କେହି କହିପାରିବେ ନାହିଁ । କେଉଁ କର୍ମ କରିବାରୁ ଏତେ ଶ୍ରେଷ୍ଠ ଫଳ ପାଇଲେ ? ଏବେ ବାବା ବୁଝାଉଛନ୍ତି ତୁମେ ନିଜ ଧର୍ମକୁ ଭୁଲିଯାଇଛ । ଆଦି ସନାତନ ଦେବୀ ଦେବତା ଧର୍ମକୁ ନ ଜାଣିବା କାରଣରୁ ସମସ୍ତେ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି । ସେମାନେ ପୁଣି ନିଜ-ନିଜର ଧର୍ମକୁ ଫେରିବେ । ଯେଉଁମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲେ, ସେମାନେ ପୁଣି ନିଜ ଧର୍ମକୁ ଆସିବେ । ଖ୍ରୀଷ୍ଟିୟାନ୍ ଧର୍ମର ହୋଇଥିଲେ ପୁଣି ଖ୍ରୀଷ୍ଟିୟାନ୍ ଧର୍ମକୁ ଆସିଯିବେ । ବର୍ତ୍ତମାନ ଆଦି ସନାତନ ଦେବୀ-ଦେବତା ଧର୍ମର ଚାରା ଲାଗୁଛି । ଯିଏ ଯେଉଁ ଧର୍ମର ଅଟନ୍ତି, ସେମାନଙ୍କୁ ନିଜ ନିଜର ଧର୍ମକୁ ଆସିବାକୁ ପଡିବ । ଏହି ବୃକ୍ଷର ତିନୋଟି ମୁଖ୍ୟ ଶାଖା ରହିଛି । ପୁଣି ଏଥିରୁ ବୃଦ୍ଧି ହୋଇ ଚାଲିଛି । ଅନ୍ୟ କେହି ଏ ଜ୍ଞାନ ଦେଇପାରିବେ ନାହିଁ । ବର୍ତ୍ତମାନ ବାବା କହୁଛନ୍ତି, ତୁମେ ନିଜର ଧର୍ମକୁ ଆସିଯାଅ । କେହି କହୁଛନ୍ତି ମୁଁ ସନ୍ନ୍ୟାସ ଧର୍ମକୁ ଅନୁକରଣ କରୁଛି; ରାମକୃଷ୍ଣ ପରମହଂସ ସନ୍ନ୍ୟାସୀଙ୍କର ଫଲୋଅର (ଅନୁସରଣକାରୀ) ଅଟେ । ସେମାନେ ହେଲେ ନିବୃତ୍ତି ମାର୍ଗର, ତୁମେ ହେଉଛ ପ୍ରବୃତ୍ତିମାର୍ଗର । ଗୃହସ୍ଥମାର୍ଗୀ ନିବୃତ୍ତି ମାର୍ଗୀଙ୍କର ଫଲୋଅର୍ସ କିପରି ହେବେ! ତୁମେ ପ୍ରଥମେ ପ୍ରବୃତ୍ତିମାର୍ଗରେ ପବିତ୍ର ଥିଲ । ପୁଣି ରାବଣ ଦ୍ୱାରା ତୁମେ ଅପବିତ୍ର ହୋଇଛ । ଏହି କଥା ବାବା ବୁଝାଉଛନ୍ତି । ତୁମେ ହେଉଛ ଗୃହସ୍ଥ ଆଶ୍ରମବାସୀ । ଭକ୍ତି ମଧ୍ୟ ତୁମେ ହିଁ କରୁଛ । ବାବା ଆସି ଭକ୍ତିର ଫଳ ସଦଗତି ଦେଉଛନ୍ତି । କୁହାଯାଏ ଧର୍ମ ହିଁ ଶକ୍ତି (ରିଲିଜନ୍ ଇଜ୍ ମାଇଟ୍) । ବାବା ଧର୍ମ (ରିଲିଜନ୍) ସ୍ଥାପନ କରୁଛନ୍ତି । ତୁମେ ସମଗ୍ର ବିଶ୍ୱର ମାଲିକ ହେଉଛ । ବାବାଙ୍କଠାରୁ ତୁମକୁ କେତେ ଶକ୍ତି ମିଳୁଛି । ଏକ ସର୍ବଶକ୍ତିମାନ୍ ବାବା ହିଁ ଆସି ସମସ୍ତଙ୍କର ସଦଗତି କରୁଛନ୍ତି । ନା ଆଉ କେହି ସଦଗତି ଦେଇପାରିବେ ନା ପାଇପାରିବେ । ଏହିଠାରେ (ମନୁଷ୍ୟଲୋକରେ) ବୃଦ୍ଧି ହେଉଛନ୍ତି । କେହି ହେଲେ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ । ବାବା କହୁଛନ୍ତି ମୁଁ ସମସ୍ତ ଧର୍ମର ସେବାଧାରୀ, ସମସ୍ତଙ୍କୁ ଆସି ସଦଗତି ଦେଉଛି । ସତ୍ୟଯୁଗକୁ ସଦଗତି କୁହାଯାଏ । ଶାନ୍ତିଧାମରେ ମୁକ୍ତି ରହିଛି । ତେଣୁ ସବୁଠାରୁ ବଡ କିଏ ହେଲା ? ବାବା କହୁଛନ୍ତି ହେ ଆତ୍ମାମାନେ ତୁମେ ସମସ୍ତେ ଭାଇ-ଭାଇ । ସମସ୍ତଙ୍କୁ ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ମୁଁ ଆସି ସମସ୍ତଙ୍କୁ ନିଜ-ନିଜର ବିଭାଗକୁ ପଠାଇବା ପାଇଁ ଯୋଗ୍ୟ କରାଉଛି । ଯୋଗ୍ୟ ନ ହେଲେ ଦଣ୍ଡ ଭୋଗିବାକୁ ହେବ । ହିସାବ-କିତାବ ଚୁକ୍ତ କରି ପୁଣି ଘରକୁ ଫେରିବାକୁ ହେବ । ଗୋଟିଏ ହେଲା ଶାନ୍ତିଧାମ ଏବଂ ତାହା ଅନ୍ୟଟି ହେଉଛି ସୁଖଧାମ ।

ବାବା କହୁଛନ୍ତି ମୁଁ ଆସି ନୂଆ ଦୁନିଆ ସ୍ଥାପନ କରୁଛି । ଏଥିପାଇଁ ପରିଶ୍ରମ କରିବାକୁ ପଡୁଛି । ବିଲକୁଲ୍ ଅଜାମିଳ ପରି ପାପୀମାନଙ୍କୁ ଆସି ଏପରି ଦେବୀ ଦେବତା କରାଉଛି । ଯେବେଠାରୁ ତୁମେ ବାମମାର୍ଗୀ ହୋଇଛ ସିଡି ତଳକୁ ଓହ୍ଲାଉଛ । ଏହି ୮୪ ଜନ୍ମର ସିଡି ହେଉଛି ତଳକୁ ଓହ୍ଲାଇବା ପାଇଁ । ସତ୍ତୋପ୍ରଧାନରୁ ସତ୍ତୋ, ରଜୋ, ତମୋ... ବତ୍ତର୍ମାନ ଏହା ହେଉଛି ସଂଗମ । ବାବା କହୁଛନ୍ତି ମୁଁ ଥରେ ମାତ୍ର ଆସୁଛି । ମୁଁ କୌଣସି ଇବ୍ରାହିମ୍-ବୁଦ୍ଧଙ୍କ ଶରୀରରେ ଆସୁନାହିଁ । ମୁଁ ପୁରୁଷୋତ୍ତମ ସଂଗମଯୁଗରେ ଆସୁଛି । ଏବେ କୁହଯାଉଛି ଫଲୋ ଫାଦର (ପିତାଙ୍କୁ ଅନୁସରଣ କର) । ବାବା କହୁଛନ୍ତି ସମସ୍ତ ଆତ୍ମାମାନଙ୍କୁ ମୋତେ ହିଁ ଅନୁସରଣ କରିବାକୁ ହେବ । ମୋତେ ମନେ ପକାଇଲେ ତୁମର ପାପ, ଯୋଗ ଅଗ୍ନି ଦ୍ୱାରା ଭସ୍ମ ହୋଇଯିବ । ଏହାକୁ ଯୋଗ ଅଗ୍ନି କୁହାଯାଉଛି । ତୁମେ ହେଉଛ ପ୍ରକୃତ ବ୍ରାହ୍ମଣ । ତୁମେ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସୁଛ । ଏହା ଏକ ବାବା ହିଁ ବୁଝାଉଛନ୍ତି । ଖ୍ରୀଷ୍ଟ-ବୁଦ୍ଧ ଆଦି ସମସ୍ତେ ଜଣଙ୍କୁ ହିଁ ୟାଦ କରୁଛନ୍ତି । କିନ୍ତୁ ଯଥାର୍ଥ ଭାବେ ତାଙ୍କୁ କେହି ଜାଣି ନାହିଁନ୍ତି । ଏବେ ତୁମେ ଆସ୍ତିକ ହୋଇଛ । ରଚୟିତା ଏବଂ ରଚନାକୁ ତୁମେ ବାବାଙ୍କ ଦ୍ୱାରା ଜାଣୁଛ । ଋଷି-ମୁନି ସମସ୍ତେ ନେତି ନେତି କହୁଥିଲେ ଅର୍ଥାତ୍ ଆମେ ଜାଣିନାହୁଁ । ସ୍ୱର୍ଗ ହେଉଛି ସତ୍ୟଖଣ୍ଡ, ଯେଉଁଠି ଦୁଃଖର ନାମ ମଧ୍ୟ ନାହିଁ । ଏଠାରେ କେତେ ଦୁଃଖ ରହିଛି । ସମସ୍ତେ ସ୍ୱଳ୍ପାୟୁ ଅଟନ୍ତି । ଦେବତାମାନେ ଦୀର୍ଘାୟୁ ଥିଲେ । ସେମାନେ ହେଲେ ପବିତ୍ର ଯୋଗୀ । ଏଠାରେ ଅପବିତ୍ର ଭୋଗୀ ଅଟନ୍ତି । ସିଡି ଓହ୍ଲାଇ ଆୟୁ କମ୍ ହୋଇଯାଉଛି । ଅକାଳମୃତ୍ୟୁ ମଧ୍ୟ ହେଉଛି । ବାବା ତୁମକୁ ଏପରି କରାଉଛନ୍ତି ଯେ ତୁମେ ୨୧ଜନ୍ମ କେବେ ରୋଗୀ ହେବ ନାହିଁ । ତେଣୁ ଏପରି ବାବାଙ୍କଠାରୁ ବର୍ସା ନେବା ଉଚିତ୍ । ଆତ୍ମାକୁ କେତେ ବୁଦ୍ଧିମାନ୍ ହେବାକୁ ପଡିବ । ବାବା ଏପରି ବର୍ସା ଦେଉଛନ୍ତି ଯେ ସେଠାରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ । ତୁମର କାନ୍ଦିବା-ରଡି କରିବା ବନ୍ଦ ହୋଇଯାଉଛି । ସମସ୍ତେ ପାର୍ଟଧାରୀ ଅଟନ୍ତି । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । ଏହା ମଧ୍ୟ ଡ୍ରାମା । ବାବା କର୍ମ, ଅକର୍ମ, ବିକର୍ମର ଗତି ମଧ୍ୟ ବୁଝାଉଛନ୍ତି । କୃଷ୍ଣଙ୍କ ଆତ୍ମା ୮୪ ଜନ୍ମ ଭୋଗ କରି ଅନ୍ତିମ ସମୟରେ ଏହି ଜ୍ଞାନ ଶୁଣୁ ଅଛନ୍ତି । ବ୍ରହ୍ମାଙ୍କ ଦିନ ଏବଂ ବ୍ରହ୍ମାଙ୍କ ରାତିର ଗାୟନ ରହିଛି । ବ୍ରହ୍ମାଙ୍କ ଦିନ ରାତି ଅର୍ଥାତ୍ ବ୍ରାହ୍ମଣମାନଙ୍କର ଦିନ ରାତି । ଏବେ ତୁମର ଦିନ ହେବାକୁ ଯାଉଛି । ମହାଶିବରାତ୍ରି କହୁଛନ୍ତି । ଏବେ ଭକ୍ତିର ରାତ୍ରି ଶେଷ ହୋଇ ଜ୍ଞାନର ଉଦୟ ହେଉଛି । ବର୍ତ୍ତମାନ ହେଉଛି ସଂଗମ । ତୁମେ ଏବେ ପୁନର୍ବାର ସ୍ୱର୍ଗବାସୀ ହେଉଛ । ଅନ୍ଧକାର ରାତ୍ରିରେ ଧକ୍କା ଖାଇଲ, ମଥା ଘସିଲ ଓ ପଇସା ମଧ୍ୟ ଶେଷ କରିଦେଲ । ଏବେ ବାବା କହୁଛନ୍ତି ମୁଁ ଆସିଛି ତୁମକୁ ଶାନ୍ତିଧାମ ଏବଂ ସୁଖଧାମକୁ ନେଇଯିବା ପାଇଁ । ତୁମେ ସୁଖଧାମର ବାସିନ୍ଦା ଥିଲ । ୮୪ ଜନ୍ମ ପରେ ଆସି ଦୁଃଖଧାମରେ ପଡିଛ । ପୁଣି ଡାକୁଛ ବାବା, ଏହି ପୁରୁଣା ଦୁନିଆକୁ ଆସ । ଏହା ତୁମର ଦୁନିଆ ନୁହେଁ । ତୁମେ ବର୍ତ୍ତମାନ ଯୋଗବଳ ଦ୍ୱାରା ନିଜର ଦୁନିଆ ସ୍ଥାପନ କରୁଛ । ତୁମକୁ ଏବେ ଡବଲ ଅହିଂସକ ହେବାକୁ ପଡିବ । କାମ ବିକାରର ବଶୀଭୂତ ହେବାର ନାହିଁ ବା ଲଢେଇ ଝଗଡା କରିବାର ନାହିଁ । ବାବା କହୁଛନ୍ତି ମୁଁ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଆସୁଛି । ଏହି କଳ୍ପ ହେଉଛି ୫ ହଜାର ବର୍ଷର, ଲକ୍ଷେ ବର୍ଷର ନୁହେଁ । ଯଦି ଲକ୍ଷେ ବର୍ଷର ହୋଇଥାନ୍ତା ତେବେ ପୃଥିବୀରେ ବହୁତ ଜନସଂଖ୍ୟା ହୋଇଥାନ୍ତା । ସବୁ ମନଗଢା ଗପ, ସେଥିପାଇଁ ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସୁଛି, ମୋର ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ପାର୍ଟ ବିନା ମୁଁ କିଛି କରିପାରିବି ନାହିଁ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧାୟମାନ । ଠିକ୍ ସମୟରେ ଆସୁଛି, କହୁଛି ମନମନାଭବ । କିନ୍ତୁ ଏହାର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ଦେହର ସବୁ ସମ୍ବନ୍ଧ ଛାଡି ମୋତେ ମନେ ପକାଅ ତେବେ ସମସ୍ତେ ପବିତ୍ର ହୋଇଯିବ । ପିଲାମାନେ ବାବାଙ୍କୁ ୟାଦ କରିବାର ମେହନତ କରୁଛନ୍ତି ।

ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏପରି ବିଦ୍ୟାଳୟ ଆଉ କେଉଁଠି ନାହିଁ । ଏଠାକୁ ଈଶ୍ୱର ପିତା ଆସି ସାରା ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି । ନର୍କକୁ ସ୍ୱର୍ଗ କରୁଛନ୍ତି, ଯେଉଁଠାରେ ତୁମେ ରାଜ୍ୟ କରୁଛ । ଏବେ ବାବା କହୁଛନ୍ତି ମୋତେ ୟାଦ କଲେ ତୁମେ ତମୋପ୍ରଧାନରୁ ସତ୍ତୋପ୍ରଧାନ ହୋଇଯିବ । ଇଏ ହେଉଛନ୍ତି ବାବାଙ୍କର ଭାଗ୍ୟଶାଳୀ ରଥ, ଯାହା ମଧ୍ୟରେ ବାବା ଆସି ପ୍ରବେଶ କରୁଛନ୍ତି । ଶିବଜୟନ୍ତୀକୁ କେହି ମଧ୍ୟ ଜାଣି ନାହାଁନ୍ତି । ସେମାନେ ତ କହିଦେଉଛନ୍ତି ପରମାତ୍ମା ନାମ-ରୂପରୁ ଭିନ୍ନ ଅଟନ୍ତି । ଆରେ, ନାମ-ରୂପରୁ ଅଲଗା ତ କୌଣସି ଜିନିଷ ନାହିଁ । କହନ୍ତି ଏହା ଆକାଶ, ତେବେ ଏହା ମଧ୍ୟ ନାମ ହେଲା ନା । ଶୂନ୍ୟ ହେଲେ ମଧ୍ୟ ଏହାର ନାମ ରହିଛି ନା । ତେଣୁ ବାବାଙ୍କର ନାମ ହେଉଛି କଲ୍ୟାଣକାରୀ । ଭକ୍ତିମାର୍ଗରେ ପୁଣି ବହୁତ ନାମ ରଖୁଛନ୍ତି । ବାବୁରୀନାଥ ମଧ୍ୟ କୁହନ୍ତି । ସେ ଆସି କାମ ଅଗ୍ନିରୁ ମୁକ୍ତ କରି ପବିତ୍ର କରାଉଛନ୍ତି । ନିବୃତ୍ତିମାର୍ଗୀ ବ୍ରହ୍ମକୁ ହିଁ ପରମାତ୍ମା ମାନୁଛନ୍ତି, ତାଙ୍କୁ ହିଁ ୟାଦ କରୁଛନ୍ତି । ବ୍ରହ୍ମଯୋଗୀ, ତତ୍ୱଯୋଗୀ ବୋଲାଉଛନ୍ତି । କିନ୍ତୁ ତାହା ତ ହେଉଛି ରହିବାର ସ୍ଥାନ, ଯାହାକୁ ବ୍ରହ୍ମାଣ୍ଡ କୁହାଯାଉଛି । ସେମାନେ ପୁଣି ବ୍ରହ୍ମକୁ ଭଗବାନ ବୋଲି ମନେକରୁଛନ୍ତି । ଭାବୁଛନ୍ତି ଆମେ ଲୀନ ହୋଇଯିବୁ । ଅର୍ଥାତ୍ ଆତ୍ମାକୁ ବିନାଶୀ ସିଦ୍ଧ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି । ସେଥିପାଇଁ ଏକ ଶିବବାବାଙ୍କର ଜୟନ୍ତୀ ହୀରା ତୁଲ୍ୟ ଅଟେ । ବାକି ସବୁ ଜୟନ୍ତୀ ହେଉଛି କଉଡି ତୁଲ୍ୟ । ଶିବବାବା ହିଁ ସମସ୍ତଙ୍କର ସଦଗତି କରୁଛନ୍ତି । ତେଣୁ ସେ ହେଉଛନ୍ତି ହୀରାତୁଲ୍ୟ । ସେ ତୁମକୁ ସ୍ୱର୍ଣ୍ଣିମ ଯୁଗକୁ ନେଇଯାଉଛନ୍ତି । ଏହି ଜ୍ଞାନ ତୁମକୁ ବାବା ଆସି ପଢାଉଛନ୍ତି । ଯାହା ଦ୍ୱାରା ତୁମେ ଦେବୀ-ଦେବତା ହେଉଛ । ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ରଚୟିତା ଏବଂ ରଚନାର ଜ୍ଞାନ ନାହିଁ ।

ପିଲାମାନେ ଗୀତ ଶୁଣିଲେ କହୁଛନ୍ତି ଏପରି ଯାଗାକୁ ନେଇଚାଲ, ଯେଉଁଠି ଶାନ୍ତି ଏବଂ ସୁଖ ଥିବ । ତାହା ହେଉଛି ଶାନ୍ତିଧାମ , ପୁଣି ସୁଖଧାମ ମଧ୍ୟ ରହିଛି । ସେଠାରେ ଅକାଳମୃତ୍ୟୁ ହୋଇନଥାଏ । ତେଣୁ ବାବା ଆସିଛନ୍ତି, ପିଲାମାନଙ୍କୁ ସେହି ସୁଖ-ଶାନ୍ତିର ଦୁନିଆକୁ ନେଇଯିବା ପାଇଁ । ଆଚ୍ଛା!

ରାତ୍ରିକ୍ଲାସ୍:-
ଏବେ ତୁମର ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଦୁଇଟି ଯାକ ଡିନାୟଷ୍ଟି (ସାମ୍ରାଜ୍ୟ) ତିଆରି ହେଉଛି । ତୁମେ ଯେତେ ଜ୍ଞାନ ଜାଣୁଛ ଓ ପବିତ୍ର ହେଉଛ ସେତିକି ଆଉ କେହି ଜାଣିବେ ନାହିଁ କିମ୍ବା ପବିତ୍ର ହୋଇପାରିବେ ନାହିଁ । କେବଳ ଶୁଣିବେ ବାବା ଆସିଛନ୍ତି, ତେଣୁ ବାବାଙ୍କୁ ୟାଦ କରିବାରେ ଲାଗି ପଡିବେ । ତୁମେ ନିକଟ ଭବିଷ୍ୟତରେ ଆଗକୁ ଗଲେ ଦେଖିବ ଯେ ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଆସି ବୁଝିବେ । ବାୟୁମଣ୍ଡଳ ମଧ୍ୟ ଏହିପରି ହୋଇଯିବ । ଅନ୍ତିମ ସମୟରେ ହେବାକୁ ଥିବା ଲଢେଇରେ ସମସ୍ତେ ନିରାଶ (ହୋପ୍ଲେସ୍) ହୋଇଯିବେ । ସମସ୍ତଙ୍କୁ ଅନୁଭବ (ଟଚ୍) ହେବ । ତୁମର ନାମବାଲା ମଧ୍ୟ ହେବ । ସ୍ୱର୍ଗର ସ୍ଥାପନା ହେଉଛି । ବାକି ସମସ୍ତଙ୍କର ମୃତ୍ୟୁ ପ୍ରସ୍ତୁତ ହୋଇ ରହିଛି । ସମୟ ଏପରି ହେବ ଯେ ଗୋଟିଏ ଢ଼ୋକ ନେବାକୁ ବେଳ ନଥିବ । ଯେଉଁମାନେ ଥିବେ ଆଗକୁ ଗଲେ ବହୁତ ବୁଝିବେ । ଏପରି ନୁହେଁ ଯେ ଏମାନେ ସମସ୍ତେ ସେହି ସମୟରେ ଥିବେ । କେହି କେହି ମରି ଯିବେ ମଧ୍ୟ । କଳ୍ପ ପୂର୍ବରୁ ଯେଉଁମାନେ ଥିବେ ସେମାନେ ରହିବେ । ସେ ସମୟରେ ଏକ ବାବାଙ୍କ ୟାଦରେ ରହିବେ । ଆବାଜ ମଧ୍ୟ କମ୍ ହୋଇଯିବ । ପୁଣି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାରେ ଲାଗିପଡିବେ । ତୁମେ ସମସ୍ତେ ସାକ୍ଷୀ ହୋଇ ଦେଖିବ । ବହୁତ ଦୁଃଖଦାୟକ ଘଟଣା ଘଟିବ । ସମସ୍ତେ ଜାଣିଯିବେ ଯେ ବତ୍ତର୍ମାନ ବିନାଶ ହେବ । ଦୁନିଆ ପରିବର୍ତ୍ତନ ହେବ । ବିବେକ ମଧ୍ୟ କହୁଛି ବୋମା ପଡିଲେ ନିଶ୍ଚୟ ବିନାଶ ହେବ । ଏବେ ପରସ୍ପର ମଧ୍ୟରେ କହୁଛନ୍ତି ସର୍ତ୍ତ (କଣ୍ଡିସନ୍) କର, ବଚନ ଦିଅ, ଆମେ ବୋମା ପକାଇବୁ ନାହିଁ । କିନ୍ତୁ ଏସବୁ ଜିନିଷ ତ ବିନାଶ ନିମନ୍ତେ ତିଆରି କରାଯାଇଛି ନା ।

ତୁମେ ବହୁତ ଖୁସିରେ ରହିବା ଦରକାର । ତୁମେ ଜାଣିଛ ନୂଆ ଦୁନିଆ ତିଆରି ହେଉଛି । ଜାଣିଛ ଯେ ବାବା ହିଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ସେଠାରେ ଦୁଃଖର ନାମ ମଧ୍ୟ ରହିବ ନାହିଁ । ତାର ନାମ ହେଉଛି ପାରାଡାଇଜ୍ ଅର୍ଥାତ୍ ସ୍ୱର୍ଗ । ଯେପରି ତୁମର ନିଶ୍ଚୟ ହୋଇଛି ଆଗକୁ ଗଲେ ବହୁତଙ୍କୁ ନିଶ୍ଚୟ ହେବ । ଯାହାଙ୍କୁ ଅନୁଭବ କରିବାର ଥିବ, ସେ ଆଗକୁ ଗଲେ ବହୁତ ଅନୁଭବ କରିପାରିବେ । ଏବେ ତ ସମୟ ଅଛି, ସଂପୂର୍ଣ୍ଣ ପୁରୁଷାର୍ଥ ନକଲେ, ପଦ କମ୍ ହୋଇଯିବ । ପୁରୁଷାର୍ଥ କରିବା ଦ୍ୱାରା ଅନ୍ତିମ ସମୟରେ ଅଧିକରୁ ଅଧିକ ସମୟ ୟାଦର ଯାତ୍ରାରେ ରହିବେ । ଭଲ ପଦ ମିଳିବ । ସେ ସମୟରେ ତୁମର ଅବସ୍ଥା ମଧ୍ୟ ବହୁତ ଭଲ ରହିବ । ସାକ୍ଷାତ୍କାର ମଧ୍ୟ କରିବ । କଳ୍ପ କଳ୍ପ ଯେପରି ବିନାଶ ହୋଇଥିଲା, ସେହିପରି ହେବ । ଯାହାଙ୍କର ନିଶ୍ଚୟ ଥିବ, ସୃଷ୍ଟିଚକ୍ରର ଜ୍ଞାନ ଥିବ, ସେ ଖୁସିରେ ରହିବେ । ଆଚ୍ଛା-ରୁହାନୀ ସନ୍ତାନମାନେ ଶୁଭରାତ୍ରି ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଡବଲ ଅହିଂସକ ହୋଇ ଯୋଗବଳ ଦ୍ୱାରା ଏହି ନର୍କକୁ ସ୍ୱର୍ଗ କରିବାକୁ ହେବ । ତମୋପ୍ରଧାନରୁ ସତ୍ତୋପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ପଡିବ ।

(୨) ଏକମାତ୍ର ବାବାଙ୍କୁ ସଂପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ । ସଚ୍ଚା ବ୍ରାହ୍ମଣ ହୋଇ ଯୋଗ ଅଗ୍ନି ଦ୍ୱାରା ବିକର୍ମକୁ ଦଗ୍ଧ କରିବାକୁ ହେବ । ସମସ୍ତଙ୍କୁ କାମ ଚିତାରୁ ଉଦ୍ଧାର କରି ଜ୍ଞାନ ଚିତାରେ ବସାଇବାକୁ ହେବ ।


ବରଦାନ:-
ଅଲଫ ଅର୍ଥାତ୍ ବାବାଙ୍କୁ ଜାଣିବା ଏବଂ ପବିତ୍ରତାର ସ୍ୱଧର୍ମକୁ ଆପଣାଉଥିବା ବିଶେଷ ଆତ୍ମା ହୁଅ ।

ବାପଦାଦାଙ୍କୁ ଖୁସି ଲାଗୁଛି ଯେ ମୋର ଗୋଟିଏ ଗୋଟିଏ ସନ୍ତାନ ବିଶେଷ ଆତ୍ମା ଅଟନ୍ତି- ଚାହେଁ ବୟସ୍କ ହୋଇଥାନ୍ତୁ, ଅପାଠୁଆ ହୋଇଥାନ୍ତୁ, ଛୋଟ ପିଲା, ଯୁବକ ବା ଗୃହସ୍ଥି ହୋଇଥାନ୍ତୁ କିନ୍ତୁ ବିଶ୍ୱର ଅନ୍ୟ ଆତ୍ମାଙ୍କ ତୁଳନାରେ ଅଭିନେତା ଅଟନ୍ତି । ଦୁନିଆରେ ଚାହେଁ କିଏ କେତେ ବି ବଡ ନେତା ହୋଇଥାଉ, ଅଭିନେତା ହୋଇଥାଉ ବା ବୈଜ୍ଞାନିକ ହୋଇଥାଉ କିନ୍ତୁ ଯଦି ବାବାଙ୍କୁ ଜାଣିନାହିଁ ତେବେ କଣ ଜାଣିଛି! ତୁମେମାନେ ନିଶ୍ଚୟ ବୁଦ୍ଧି ହୋଇ ଆତ୍ମିକ ନିଶାରେ ରହି କହୁଛ ତୁମେମାନେ ଖୋଜୁଥାଅ, ଆମେ ତ ପାଇ ଯାଇଛୁ । ଘର ଗୃହସ୍ଥରେ ରହି ପବିତ୍ରତା ରୂପୀ ସ୍ୱଧର୍ମକୁ ଆପଣାଇ ନେଇଛ ତେଣୁ ବିଶେଷ ଆତ୍ମା ହୋଇଯାଇଛ ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ଖୁସିରେ ରହିଥାନ୍ତି ସେହିମାନେ ହିଁ ନିଜକୁ ଏବଂ ସମସ୍ତଙ୍କୁ ପ୍ରିୟ ଲାଗିଥାନ୍ତି ।