15.05.22 Avyakt Bapdada Odia Murli 18.01.91 Om Shanti Madhuban
ବିଶ୍ୱ କଲ୍ୟାଣକାରୀ ହେବା
ପାଇଁ ସର୍ବ ସ୍ମୃତିରେ ସମ୍ପନ୍ନ ହୋଇ ସମସ୍ତଙ୍କୁ ସହଯୋଗ ଦିଅ
ଆଜି ସମର୍ଥ ପିତା ନିଜର
ସ୍ମୃତି ସ୍ୱରୂପ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ବିଶ୍ୱର ଦେଶ-ବିଦେଶର ସବୁ ପିଲାମାନେ
ସ୍ମୃତି ଦିବସ ପାଳନ କରୁଛନ୍ତି । ଆଜିର ସ୍ମୃତି ଦିବସ ପିଲାମାନଙ୍କୁ ନିଜର ବ୍ରାହ୍ମଣ ଜୀବନର
ଅର୍ଥାତ୍ ସମର୍ଥ ଜୀବନର ସ୍ମରଣ କରାଇ ଦେଉଛି କାହିଁକି ନା ବ୍ରହ୍ମାବାବାଙ୍କର ଜୀବନ କାହାଣୀ ସହିତ
ବ୍ରାହ୍ମଣ ପିଲାମାନଙ୍କର ଜୀବନ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ନିରାକାର ପିତା ସାକାର
ବ୍ରହ୍ମାଙ୍କୁ ରଚନା କରିବା ସମୟରେ ବ୍ରାହ୍ମଣମାନଙ୍କୁ ମଧ୍ୟ ରଚନା କରିଛନ୍ତି । ସେଥିପାଇଁ ତ
ବ୍ରାହ୍ମଣମାନଙ୍କ ଦ୍ୱାରା ଅବିନାଶୀ ଯଜ୍ଞର ରଚନା ହୋଇଛି । ବ୍ରହ୍ମାବାବା ମଧ୍ୟ ତୁମ
ବ୍ରାହ୍ମଣମାନଙ୍କ ସହିତ ସ୍ଥାପନା କାର୍ଯ୍ୟରେ ନିମିତ୍ତ ହୋଇଛନ୍ତି, ତେଣୁ ବ୍ରହ୍ମାବାବାଙ୍କ ସହିତ
ଆଦି ବ୍ରାହ୍ମଣ ଆତ୍ମାମାନଙ୍କର ମଧ୍ୟ ଜୀବନ କାହାଣୀ ଯୋଡି ହୋଇ ରହିଛି । ଆଦିଦେବ ବ୍ରହ୍ମା ଏବଂ
ଆଦି ବ୍ରାହ୍ମଣ ଆତ୍ମାମାନେ, ଉଭୟଙ୍କର ମହତ୍ୱ ଯଜ୍ଞର ସ୍ଥାପନା କାର୍ଯ୍ୟରେ ରହିଛି । ଅନାଦି ପିତା
ଆଦିଦେବ ବ୍ରହ୍ମାଙ୍କ ଦ୍ୱାରା ଆଦି ବ୍ରାହ୍ମଣମାନଙ୍କର ରଚନା କରିଛନ୍ତି ଏବଂ ଆଦି ବ୍ରାହ୍ମଣମାନେ
ଅନେକ ବ୍ରାହ୍ମଣମାନଙ୍କର ବୃଦ୍ଧି କରିଛନ୍ତି । ଏହା ହିଁ ହେଉଛି ସ୍ଥାପନାର ତଥା
ବ୍ରହ୍ମାବାବାଙ୍କର କାହାଣୀ ଯାହାକୁ ଆଜିର ସ୍ମୃତି ଦିବସରେ ବର୍ଣ୍ଣନା କରୁଛ । ଯଦି ସ୍ମୃତି ଦିବସ
ବୋଲି କହୁଛ ତେବେ କେବଳ ବ୍ରହ୍ମାବାବାଙ୍କୁ ମନେ ପକାଇଛ, ନା ବ୍ରହ୍ମାବାବାଙ୍କ ଦ୍ୱାରା ଶିବବାବା
ଯେଉଁ ସବୁ ସ୍ମୃତି ଗୁଡିକୁ ସ୍ମରଣ କରାଇ ଦେଉଛନ୍ତି ସେଗୁଡିକ ମଧ୍ୟ ତୁମ ସ୍ମୃତିରେ ଆସିଛି? ଆଦି
ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ସ୍ମୃତି ଗୁଡିକୁ ସ୍ମରଣ କରାଇ ଦେଇଛନ୍ତି, ସେଗୁଡିକ
ମନେ ଅଛି? ଯଦି ଅମୃତବେଳାଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ମଧ୍ୟ ସମସ୍ତ ସ୍ମୃତିକୁ ସମ୍ମୁଖକୁ
ଆଣ - ତେବେ କ’ଣ ଗୋଟିଏ ଦିନରେ ଶେଷ ହୋଇପାରିବ! କାରଣ ଲମ୍ବା ଲିଷ୍ଟ ରହିଛି ନା! ଯଦି ସ୍ମୃତି
ସପ୍ତାହ ମଧ୍ୟ ପାଳନ କରିବ ତେବେ ବି ଏହାର ବିସ୍ତାର ବହୁତ ଅଧିକ ହେବ, କାହିଁକି ନା ସେଗୁଡିକୁ ତ
କେବଳ ଶୁଣାଇବାର ନାହିଁ କିନ୍ତୁ ନିଜେ ହୃଦୟଙ୍ଗମ ମଧ୍ୟ କରୁଛ ସେଥିପାଇଁ କୁହାଯାଉଛି ସ୍ମୃତି
ସ୍ୱରୂପ । ସ୍ୱରୂପ ଅର୍ଥାତ୍ ପ୍ରତ୍ୟେକ ସ୍ମୃତିକୁ ଅନୁଭୂତି କରିବା । ତୁମେମାନେ ସ୍ମୃତିସ୍ୱରୂପ
ହେଉଛ କିନ୍ତୁ ଭକ୍ତମାନେ କେବଳ ସ୍ମରଣ କରୁଛନ୍ତି । ତେବେ କେଉଁ ସ୍ମୃତିଗୁଡିକୁ ଅନୁଭବ କରିଛ -
ଏହାର ବିସ୍ତାର ତ ବହୁତ ବଡ । ଯେପରି ବାବାଙ୍କର ପରିଚୟ ମଧ୍ୟ କେତେ ବଡ କିନ୍ତୁ ତୁମେମାନେ
ସାରାଂଶ ରୂପରେ କେବଳ ପାଞ୍ଚଟି କଥା ଆଧାରରେ ପରିଚୟ ଦେଇ ଦେଉଛି । ସେହିଭଳି ସ୍ମୃତିଗୁଡିକର
ବିସ୍ତାରକୁ ମଧ୍ୟ ପାଞ୍ଚଟି କଥା ଆଧାରରେ ସାରାଂଶ ରୂପରେ ମନେ ପକାଅ ଯେ ଆଦି ସମୟଠାରୁ ବର୍ତ୍ତମାନ
ସମୟ ପର୍ଯ୍ୟନ୍ତ ବାପଦାଦା ଆମମାନଙ୍କୁ କେତେ ସବୁ ନାମ ଗୁଡିକୁ ସ୍ମରଣ କରାଇ ଦେଇଛନ୍ତି! ତାହା
କେତେ ହୋଇଯିବ! ବିସ୍ତାରର କଥା ନା! ଗୋଟିଏ ଗୋଟିଏ ନାମକୁ ସ୍ମୃତିକୁ ଆଣ ଏବଂ ତା’ର ସ୍ୱରୂପ ହୋଇ
ଅନୁଭବ କର, କେବଳ ମୁଖ ଦ୍ୱାରା ପୁନରାବୃତ୍ତି କରିବାର ନାହିଁ । କାରଣ ସ୍ମୃତି ସ୍ୱରୂପ ହେବାର
ଆନନ୍ଦ ଅତି ନ୍ୟାରା ଏବଂ ପ୍ୟାରା ଅଟେ ଅର୍ଥାତ୍ ସ୍ୱତନ୍ତ୍ର ଅଟେ । ଯେପରି ବାବା ତୁମମାନଙ୍କୁ
ନୂରେରତ୍ନ ଅର୍ଥାତ୍ ଜ୍ୟୋତି ରୂପକ ରତ୍ନ ନାମର ସ୍ମୃତି ଦେଉଛନ୍ତି । ବାବାଙ୍କର ନୟନର ନୂର
ଅର୍ଥାତ୍ ଜ୍ୟୋତି । ଜ୍ୟୋତିର ବିଶେଷତା କ’ଣ ରହିଛି, ଜ୍ୟୋତିର କର୍ତ୍ତବ୍ୟ କ’ଣ ରହିଛି, ଜ୍ୟୋତିର
ଶକ୍ତି କାହାକୁ କହନ୍ତି? ଏହିଭଳି ଅନୁଭୂତି କର ଅର୍ଥାତ୍ ସ୍ମୃତି ସ୍ୱରୂପ ହୁଅ । ସେହିଭଳି
ପ୍ରତ୍ୟେକ ନାମର ସ୍ମୃତିକୁ ଅନୁଭବ କରିଚାଲ । ଏହା ତ ଏକ ଦୃଷ୍ଟାନ୍ତ ରୂପରେ ଶୁଣାଇ ଦିଆଗଲା ।
ଏହିଭଳି ଶ୍ରେଷ୍ଠ ସ୍ୱରୂପର ସ୍ମୃତି କେତେ ରହିଛି? ତୁମେ ବ୍ରାହ୍ମଣ ଆତ୍ମାମାନଙ୍କର କେତୋଟି ରୂପ?
ଯାହା ବାବାଙ୍କର ରୂପ ତାହା ବ୍ରାହ୍ମଣ ମାନଙ୍କର ରୂପ । ସେହି ସବୁ ସ୍ୱରୂପ ଗୁଡିକୁ ଅନୁଭୂତି କର
। ନାମ, ରୂପ, ଗୁଣର, ଅନାଦି, ଆଦି ଏବଂ ବର୍ତ୍ତମାନର ବ୍ରାହ୍ମଣ ଜୀବନର ସର୍ବଗୁଣର ସ୍ମୃତିସ୍ୱରୂପ
ହୁଅ ।
ସେହିପରି କର୍ତ୍ତବ୍ୟର
ସ୍ମୃତି ସ୍ୱରୂପ । କେତେ ଶ୍ରେଷ୍ଠ କର୍ତ୍ତବ୍ୟ କରିବାର ନିମିତ୍ତ ହୋଇଛ! ସେହି କର୍ତ୍ତବ୍ୟ
ଗୁଡିକର ସ୍ମୃତିକୁ ଜାଗ୍ରତ କର । ପଞ୍ଚମ କଥା ହେଲା ବାପଦାଦା ତୁମମାନଙ୍କୁ ଅନାଦି ଏବଂ ଆଦି ଦେଶର
ସ୍ମୃତି ଦେଇଛନ୍ତି । ଦେଶର ସ୍ମୃତି ଆସିବା ଦ୍ୱାରା ଘରକୁ ଫେରିବାର ସମର୍ଥୀ ଆସିଗଲା, ନିଜର
ରାଜ୍ୟରେ ରାଜ୍ୟ ଅଧିକାରୀ ହେବାର ସାହାସ ଆସିଗଲା ଏବଂ ବର୍ତ୍ତମାନର ସଂଗମଯୁଗୀ ବ୍ରାହ୍ମଣ ସଂସାରରେ
ଖୁସି ପୂର୍ଣ୍ଣ ଜୀବନ ବଞ୍ଚିବାର କଳା ମଧ୍ୟ ସ୍ମୃତିରେ ଆସିଗଲା । ତେବେ ବଞ୍ଚିବାର କଳା ତ ଭଲ
ଭାବରେ ଜାଣିଗଲଣି ନା! ଦୁନିଆ ତ ମରିବାର କଳାରେ ତୀବ୍ରଗତିରେ ଆଗକୁ ବଢିଚାଲିଛି ଏବଂ ତୁମେ
ବ୍ରାହ୍ମଣ ଆତ୍ମାମାନେ ସୁଖମୟ ଖୁସିଭରା ଜୀବନର କଳାରେ ଉଡିବାରେ ଲାଗିଛ । ତେବେ କେତେ ଅନ୍ତର
ହୋଇଗଲା! ତେଣୁ ସ୍ମୃତି ଦିବସ ଅର୍ଥାତ୍ ସର୍ବ ସ୍ମୃତି ଗୁଡିକର ଆତ୍ମିକ ନିଶାର ଅନୁଭବ କରିବା ।
ଏହି ସ୍ମୃତି ଦିବସରେ ତୁମେମାନେ ଦୁନିଆର ଲୋକମାନଙ୍କ ଭଳି ଏଭଳି ଶବ୍ଦ କହୁନାହଁ ଯେ ଆମର
ବ୍ରହ୍ମାବାବା ଏହିପରି ଥିଲେ । ସେ ଏହିଭଳି କହିଥିଲେ, ଏହିଭଳି କରିଥିଲେ.... ସେମାନେ ଥିଲେ ଥିଲେ
ବୋଲି କହିଥା’ନ୍ତି ଏବଂ ଦୁଃଖର ତରଙ୍ଗ ଖେଳାଇଥାଆନ୍ତି କିନ୍ତୁ ତୁମେ ବ୍ରାହ୍ମଣ ମାନଙ୍କର ବିଶେଷତା
ହେଲା - ତୁମେ କହୁଛ ଏବେ ମଧ୍ୟ ବାବା ଆମ ସାଥୀରେ ଅଛନ୍ତି । ଆମେ ତାଙ୍କର ସଂଗର ଅନୁଭବ କରୁଛୁ ।
ତେଣୁ ତୁମମାନଙ୍କ ଭିତରେ ଏହି ବିଶେଷତା ରହିଛି । ତୁମେମାନେ କେବେହେଲେ ଏଭଳି କହିବ ନାହିଁ ଯେ
ବ୍ରହ୍ମାବାବା ଚାଲିଯାଇଛନ୍ତି । ବାବା ଯେଉଁ ପ୍ରତିଶ୍ରୃତି ଦେଇଛନ୍ତି ଯେ ସାଥୀ ହୋଇ ରହିବା ଏବଂ
ସାଥୀ ହୋଇଯିବା । ଯଦି ଆଦି ଆତ୍ମା ମଧ୍ୟ ନିଜର ପ୍ରତିଶ୍ରୃତିକୁ ପାଳନ କରିନପାରିବ ତେବେ ଆଉ କିଏ
କରିପାରିବ? କେବଳ ରୂପ ଏବଂ ସେବା କରିବାର ବିଧିର ପରିବର୍ତ୍ତନ ହୋଇଛି । ତୁମ ସମସ୍ତଙ୍କର ମଧ୍ୟ
ଲକ୍ଷ୍ୟ ଅଛି - ଫରିସ୍ତାରୁ ଦେବତା ହେବା । ସେହି ଫରିସ୍ତାର ସାମ୍ପୂଲ ହିଁ ବ୍ରହ୍ମାବାବା
ହୋଇଛନ୍ତି । ସବୁ ପିଲାଙ୍କର ପାଳନା ବର୍ତ୍ତମାନ ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ହିଁ ହେଉଛି ସେଥିପାଇଁ
ତ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ ବୋଲି କହୁଛ । ବୁଝିପାରିଲ? ସ୍ମୃତି ଦିବସର ମହତ୍ୱ କ’ଣ?
ତେବେ ଏହି ସବୁ ସ୍ମୃତିଗୁଡିକ ଭିତରେ ସଦାସର୍ବଦା ବୁଡି ରୁହ । ଏହାକୁ ହିଁ କୁହାଯାଏ ବାବାଙ୍କ
ସମାନ ହେବାର ଅନୁଭୂତି କରିବା । ତୁମେ ଆତ୍ମାମାନେ ମଧ୍ୟ ବାବାଙ୍କ ସମାନ ହେବାର ଅନୁଭବ କରିଛ ।
ଏହି “ସମାନ” ଶବ୍ଦକୁ ଲୋକମାନେ “ସମାନା” ଅର୍ଥାତ୍ ମିଶିଯିବା ବା ସମାହିତ ହୋଇଯିବା ବୋଲି କହି
ଦେଇଛନ୍ତି । ଆତ୍ମା କେବେହେଲେ ପରମାତ୍ମାଙ୍କ ଭିତରେ ସମାହିତ ହୋଇଯାଏ ନାହିଁ, କିନ୍ତୁ ପରମାତ୍ମା
ପିତାଙ୍କ ସମାନ ହୋଇଯାଏ । ସବୁ ପିଲାମାନେ ନିଜ ନିଜର ନାମ ସହିତ ସ୍ମୃତି ଦିବସର ଶୁଭେଚ୍ଛା
ପଠାଇଛନ୍ତି । କେହି କେହି ସନ୍ଦେଶୀ ହୋଇ ପିଲାମାନଙ୍କର ଶୁଭେଚ୍ଛା ନେଇ ଆସିଛନ୍ତି କିନ୍ତୁ ସମସ୍ତେ
କହିଛନ୍ତି ବାପଦାଦାଙ୍କୁ ମୋ’ର ବିଶେଷ ଶୁଭେଚ୍ଛା ଜଣାଇବ । ତେଣୁ ବାପଦାଦା ମଧ୍ୟ ଜଣ ଜଣଙ୍କୁ ଅଲଗା
ଅଲଗା ପତ୍ର ଲେଖିବା ପରିବର୍ତ୍ତେ ହୃଦୟ ଭିତରେ ପତ୍ର ଲେଖୁଛନ୍ତି । ପ୍ରତ୍ୟେକଙ୍କର ହୃଦୟର ସ୍ନେହ
ବାପଦାଦାଙ୍କର ନୟନରେ, ହୃଦୟରେ ସମାହିତ ହୋଇଯାଇଛି ଏବଂ ବର୍ତ୍ତମାନ ମଧ୍ୟ ବିଶେଷ ଭାବରେ ସମାହିତ
ହେଉଛି । ବିଶେଷ ଭାବରେ ମନେ ପକାଉଥିବା ଆତ୍ମାମାନଙ୍କୁ ବାପଦାଦା ବର୍ତ୍ତମାନ ମଧ୍ୟ ବିଶେଷ ଭାବରେ
ସମ୍ମୁଖରେ ପ୍ରକଟ କରାଇ ଶୁଭେଚ୍ଛା ଜଣାଉଛନ୍ତି । ପ୍ରତ୍ୟେକଙ୍କର ଅନ୍ତରର ଉମଙ୍ଗ-ଉତ୍ସାହ,
ଆନ୍ତରିକ ବାର୍ତ୍ତାଳାପ, ଅନ୍ତରର ହାଲ-ଚାଲ୍ ଦିଲାରାମ ପିତାଙ୍କ ନିକଟରେ ପହଞ୍ଚିଯାଇଛି । ବାପଦାଦା
ସବୁ ପିଲାଙ୍କୁ ଏହି ସ୍ମୃତି ଦେଉଛନ୍ତି ଯେ ଯଦି ସର୍ବଦା ଆନ୍ତରିକ ରୂପରେ ସାଥୀରେ ରହିଥିବ,
ସେବାରେ ମଧ୍ୟ ସାଥୀରେ ରହିଥିବ ଏବଂ ସ୍ମୃତିରେ ସର୍ବଦା ସାକ୍ଷୀ ହୋଇ ରହିଥିବ ତେବେ ସର୍ବଦା
ମାୟାଜିତ୍ ହେବାର ପତାକା ଉଡିବାକୁ ଲାଗିବ । ସବୁ ପିଲାଙ୍କର ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ବି
ନୂଆ କଥା ନୁହେଁ - ଏହି ଶିକ୍ଷା ସବୁ ପରିସ୍ଥିତିରେ ସର୍ବଦା ସ୍ମୃତିରେ ରହିଥାଉ । ବ୍ରାହ୍ମଣ
ଜୀବନ ଅର୍ଥାତ୍ ପ୍ରଶ୍ନବାଚକ ଚିହ୍ନ ଏବଂ ଆଶ୍ଚର୍ଯ୍ୟର ଚିହ୍ନ ବା ରେଖା ଦେଖାଯାଉ ନଥିବ । କେତେ
ଥର ଏହିଭଳି ସମାଚାର ମଧ୍ୟ ଶୁଣିଥିବ, ଏହା କିଛି ନୂଆ ସମାଚାର କି? ନା ବ୍ରାହ୍ମଣ ଜୀବନ ଅର୍ଥାତ୍
ସବୁ ପ୍ରକାରର ସମାଚାରକୁ ଶୁଣି କଳ୍ପ ପୂର୍ବର ସ୍ମୃତି ଆଧାରରେ ସମର୍ଥ ସ୍ଥିତିରେ ରହିବା ଅର୍ଥାତ୍
ଯାହା ହେବାର ଅଛି ତାହା ହେଉଛି? ସେଥିପାଇଁ କ’ଣ ହେବ, କିପରି ହେବ..... ଏଭଳି ପ୍ରଶ୍ନ ଉଠିପାରିବ
ନାହିଁ । ତୁମେମାନେ ତ ତ୍ରିକାଳଦର୍ଶୀ ଅଟ, ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଛ ତେବେ କ’ଣ
ବର୍ତ୍ତମାନକୁ ଜାଣିନାହଁ? ବିଚଳିତ ତ ହେଉ ନାହଁ ନା! ବ୍ରାହ୍ମଣ ଜୀବନରେ ପ୍ରତି ପାଦରେ କଲ୍ୟାଣ
ସମାହିତ । ଭୟଭୀତ ହେବାର କୌଣସି କଥା ନାହିଁ । ତୁମମାନଙ୍କର କର୍ତ୍ତବ୍ୟ ହେଲା ନିଜର ଶାନ୍ତିର
ଶକ୍ତି ଦ୍ୱାରା ଅଶାନ୍ତ ଆତ୍ମାମାନଙ୍କୁ ଶାନ୍ତିର କିରଣ ଦେବା । ସେମାନେ ମଧ୍ୟ ତୁମର ଭାଇ-ଭଉଣୀ
ଅଟନ୍ତି, ତେଣୁ ନିଜର ଈଶ୍ୱରୀୟ ପରିବାର ହିସାବରେ ସହଯୋଗୀ ହୁଅ । ସେଠାରେ ଯୁଦ୍ଧ ଯେଉଁଭଳି
ତୀବ୍ରଗତିରେ ଚାଲିଛି ସେହିଭଳି ତୁମେ ଯୋଗୀ ଆତ୍ମାମାନଙ୍କର ଯୋଗ ମଧ୍ୟ ସେମାନଙ୍କୁ ଶାନ୍ତିର
ସହଯୋଗ ଦେବ, ସେଥିପାଇଁ ଆହୁରି ଅଧିକ ବିଶେଷ ସମୟ ବାହାର କରି ସେମାନଙ୍କୁ ଶାନ୍ତିର ସହଯୋଗ ଦିଅ -
ଏହା ହିଁ ହେଉଛି ତୁମେ ବ୍ରାହ୍ମଣ ଆତ୍ମାମାନଙ୍କର ବିଶେଷ କର୍ତ୍ତବ୍ୟ । ଆଚ୍ଛା!
ସମସ୍ତ ସ୍ମୃତି ସ୍ୱରୂପ
ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସମାନ ହେବାର ଲକ୍ଷ୍ୟ ଏବଂ ଲକ୍ଷଣକୁ ଧାରଣ କରିଥିବା
ଆତ୍ମାମାନଙ୍କୁ, ସର୍ବଦା ନିଜକୁ ବାବାଙ୍କର ସାଥୀରେ ରହିବାର ଅନୁଭବ କରୁଥିବା ନିକଟତମ
ଆତ୍ମାମାନଙ୍କୁ, ସର୍ବଦା ନଥିଙ୍ଗ୍ ନ୍ୟୁର ପାଠକୁ ସହଜରେ ନିଜର ସ୍ୱରୂପରେ ଆଣୁଥିବା, ସର୍ବଦା
ବିଶ୍ୱକଲ୍ୟାଣକାରୀ ହୋଇ ବିଶ୍ୱର ଆତ୍ମାମାନଙ୍କୁ ସହଯୋଗ ଦେଉଥିବା - ଏହିଭଳି ସର୍ବଦା ବିଜୟୀ ରତ୍ନ
ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ
ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ:-
ଆଦି ବ୍ରାହ୍ମଣମାନଙ୍କର
ମାଳାରେ ବ୍ରହ୍ମାବାବାଙ୍କ ସାଥୀରେ ଆଦି ବ୍ରାହ୍ମଣମାନେ ନିମିତ୍ତ ହୋଇଛନ୍ତି ନା । ତେବେ ଆଦି
ବ୍ରାହ୍ମଣମାନଙ୍କର ବହୁତ ବଡ ମହତ୍ୱ ରହିଛି । ସ୍ଥାପନା, ପାଳନା ଏବଂ ପରିବର୍ତ୍ତନ । ବିନାଶ ଶବ୍ଦ
ଟିକିଏ କଡା ଲାଗୁଛି ତେଣୁ ସ୍ଥାପନା, ପାଳନା ଏବଂ ବିଶ୍ୱ ପରିବର୍ତ୍ତନ କରିବାରେ ଆଦି ବ୍ରାହ୍ମଣ
ମାନଙ୍କର ବିଶେଷ ପାର୍ଟ ରହିଛି । ଶକ୍ତିମାନଙ୍କର ପୂଜା ମଧ୍ୟ ବହୁତ ଧୁମ୍ଧାମରେ ହୋଇଥାଏ ।
ନିରାକାର ବାବା ବା ବ୍ରହ୍ମାବାବାଙ୍କର ପୂଜା ଏତେ ଧୁମ୍ଧାମ୍ରେ ହୁଏ ନାହିଁ । ବ୍ରହ୍ମାଙ୍କର
ମନ୍ଦିର ମଧ୍ୟ ବହୁତ ଗୁପ୍ତ ଅଟେ । କିନ୍ତୁ ଶକ୍ତି ସେନା ଭକ୍ତିମାର୍ଗରେ ମଧ୍ୟ ନାମୀଗ୍ରାମୀ
ଅଟନ୍ତି, ସେଥିପାଇଁ ଅନ୍ତ ସମୟ ପର୍ଯ୍ୟନ୍ତ ବିଶ୍ୱ ମଞ୍ଚ ଉପରେ ବିଶେଷ ସନ୍ତାନମାନଙ୍କର ପାର୍ଟ
ରହିଛି । ବ୍ରହ୍ମାଙ୍କର ମଧ୍ୟ ଗୁପ୍ତ ପାର୍ଟ ଚାଲିଛି - ଅବ୍ୟକ୍ତ ରୂପ ଅର୍ଥାତ୍ ଗୁପ୍ତ ।
ବ୍ରାହ୍ମଣମାନଙ୍କୁ ପ୍ରସ୍ତୁତ କରିବା ପରେ ବ୍ରହ୍ମାଙ୍କର ପାର୍ଟ ମଧ୍ୟ ଗୁପ୍ତ ହୋଇଗଲା ।
ସରସ୍ୱତୀକୁ ମଧ୍ୟ ଗୁପ୍ତ ରୂପରେ ଦେଖାଉଛନ୍ତି କାହିଁକି ନା ତାଙ୍କର ମଧ୍ୟ ଡ୍ରାମାରେ ଗୁପ୍ତ
ପାର୍ଟ ଚାଲିଛି । ତେବେ ଆଦି ବ୍ରାହ୍ମଣ ଆତ୍ମାମାନେ ସମସ୍ତେ ପରସ୍ପରର ପାଖାପାଖି ମଧ୍ୟ ଅଛନ୍ତି
ଏବଂ ଶକ୍ତିଶାଳୀ ମଧ୍ୟ ଅଟନ୍ତି । ଶରୀର ମଧ୍ୟ ଦୁର୍ବଳ ନୁହେଁ, ଶକ୍ତିଶାଳୀ ଅଛି । (ଦାଦି
ଜାନକୀଙ୍କୁ) ଏହା ତ ତୁମକୁ ଟିକିଏ ବିଶ୍ରାମ ଦେବାର ବାହାନା ହୋଇଗଲା, ବାକି କିଛି ବି ନୁହେଁ ।
ଏମିତି ତ କେବେ ବି ବିଶ୍ରାମ ନେଉନାହଁ । ସେଥିପାଇଁ ବିଶ୍ରାମ କରାଇବା ପାଇଁ କିଛି ନା କିଛି କାରଣ
ହୋଇଗଲା । ସବୁ ଦାଦୀମାନଙ୍କ ଭିତରେ ବହୁତ ସ୍ନେହ ରହିଛି ନା! ବାବାଙ୍କ ସହିତ ନିମିତ୍ତ ହୋଇଥିବା
ଆଦି ବ୍ରାହ୍ମଣ ଆତ୍ମାମାନଙ୍କ ସହିତ ମଧ୍ୟ ସ୍ନେହ ରହିଛି । ତେଣୁ ତୁମ ସମସ୍ତଙ୍କର ସ୍ନେହପୂର୍ଣ୍ଣ
ଆଶୀର୍ବାଦ, ଶୁଭଭାବନା ଆଦି ବ୍ରାହ୍ମଣ ଆତ୍ମାମାନଙ୍କୁ ସୁସ୍ଥ ରଖିଛି । ବହୁତ ଭଲ ହେଲା, ଶାନ୍ତିରେ
ରହି ସେବା କରିବାର ଭଲ ପାର୍ଟ ମିଳିଛି । ଦୁନିଆରେ କେତେ ଆତ୍ମା ଅଶାନ୍ତିରେ ଅଛନ୍ତି, ସେମାନେ
କେତେ ପ୍ରାର୍ଥନା କରୁଛନ୍ତି! ସେମାନଙ୍କୁ କିଛି ନା କିଛି ଆଞ୍ଜୁଳି ତ ଦେବ ନା? ଦେବୀମାନଙ୍କ
ପାଖକୁ ଯାଇ ଶକ୍ତି ମାଗୁଛନ୍ତି ନା! ତେଣୁ ସେମାନଙ୍କୁ ଶକ୍ତି ଦେବା, ତୁମ ବିଶେଷ ଆତ୍ମାମାନଙ୍କର
କର୍ତ୍ତବ୍ୟ ଅଟେ ନା? ଦିନକୁ ଦିନ ଏହି ଅନୁଭବ ମଧ୍ୟ କରିବେ ଯେ କେଉଁଠାରୁ ଶାନ୍ତିର କିରଣ ଆସୁଛି
। ତା’ପରେ ଖୋଜିବେ, ଶେଷରେ ସମସ୍ତଙ୍କର ଦୃଷ୍ଟି ଭାରତ ଭୂମି ଉପରେ ପଡିବ । ଆଚ୍ଛା!
ଅବ୍ୟକ୍ତ ମହାବାକ୍ୟ -
ପାର୍ଟିମାନଙ୍କ ସହିତ
(୧) ନିଶ୍ଚୟ ବୁଦ୍ଧି
ବିଜୟୀ ଆତ୍ମା ଅଟୁ - ଏହିଭଳି ଅନୁଭବ କରୁଛ? ନିଶ୍ଚୟ ସର୍ବଦା ଅଟଳ ରହୁଛି? ନା କେବେ ଟଳମଳ ମଧ୍ୟ
ହେଉଛି? ନିଶ୍ଚୟ ବୁଦ୍ଧିର ଲକ୍ଷଣ ହେଲା - ସେ ସବୁ କାର୍ଯ୍ୟରେ, ଚାହେଁ ଗୃହସ୍ଥ ବ୍ୟବହାରରେ ହେଉ
ବା ସେବାକ୍ଷେତ୍ରରେ ହେଉ କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ବିଜୟ ଅନୁଭବ କରିବ । କିପରି ବି ସାଧାରଣ
କର୍ମ ହୋଇଥାଉ କିନ୍ତୁ ବିଜୟର ଅଧିକାର ତା’କୁ ନିଶ୍ଚିତ ପ୍ରାପ୍ତ ହେବ, କାହିଁକି ନା ବ୍ରାହ୍ମଣ
ଜୀବନର ବିଶେଷ ଜନ୍ମ ସିଦ୍ଧ ଅଧିକାର ବିଜୟ ଅଟେ । ସେ କୌଣସି ବି କାର୍ଯ୍ୟରେ ନିଜ ଉପରେ ନିରାଶ
ହେବ ନାହିଁ, କାହିଁକି ନା ତା’ର ନିଶ୍ଚୟ ରହିଛି ଯେ ବିଜୟ ମୋ’ର ଜନ୍ମ ସିଦ୍ଧ ଅଧିକାର । ତେଣୁ
ଏହିଭଳି ଅଧିକାରର ନିଶା ରହୁଛି? ସ୍ୱୟଂ ଭଗବାନ ଯାହାର ସହଯୋଗୀ ତା’ର ବିଜୟ ହେବ ନାହିଁ ତ ଆଉ
କାହାର ହେବ! କଳ୍ପ ପୂର୍ବର ସ୍ମାରକୀ ମଧ୍ୟ ଦେଖାଉଛନ୍ତି - ଯେଉଁଠି ଭଗବାନ ଅଛନ୍ତି ସେଠାରେ ବିଜୟ
ହୋଇଛି । ଚାହେଁ ପାଣ୍ଡବଙ୍କୁ ମାତ୍ର ପାଞ୍ଚ ଜଣ ଦେଖାଇଛନ୍ତି କିନ୍ତୁ ସେମାନଙ୍କର ବିଜୟ କାହିଁକି
ହେଲା? ଭଗବାନ ସାଥୀରେ ଅଛନ୍ତି, ତେବେ କଳ୍ପପୂର୍ବର ସ୍ମାରକୀରେ ଯଦି ବିଜୟୀ ହୋଇଛ ତେବେ ଏବେ
ମଧ୍ୟ ବିଜୟୀ ହେବ ନା? କେବେ ବି କୌଣସି କାର୍ଯ୍ୟରେ ଏଭଳି ସଂକଳ୍ପ ଉତ୍ପନ୍ନ ହେବା ଉଚିତ୍ ନୁହେଁ
ଯେ ଏହା ହେବ କି ନହେବ ବିଜୟ ହେବ କି ନହେବ.... ଏହିଭଳି ପ୍ରଶ୍ନ ମଧ୍ୟ ଉଠିପାରିବ ନାହିଁ ।
ଏହିଭଳି ଦୃଢ ନିଶ୍ଚୟ ସର୍ବଦା ଆଗକୁ ଆଗକୁ ଉଡାଇ ନେଇଯିବ । ତେଣୁ ସର୍ବଦା ବିଜୟର ଖୁସିରେ
ନାଚୁଥାଅ ଏବଂ ଗାଉଥାଅ ।
(୨) ସର୍ବଦା ନିଜକୁ
ଭାଗ୍ୟବିଧାତା ପିତାଙ୍କର ଭାଗ୍ୟବାନ ସନ୍ତାନ ବୋଲି ଅନୁଭବ କରୁଛ? ପଦ୍ମାପଦ୍ମ ଭାଗ୍ୟବାନ ଅଟ ନା
ସୌଭାଗ୍ୟବାନ ଅଟ? ଯାହାର ଭାଗ୍ୟ ଏତେ ଶ୍ରେଷ୍ଠ ସେ ତ ସର୍ବଦା ହର୍ଷିତ ରହିବ କାହିଁକି ନା
ଭାଗ୍ୟବାନ ଆତ୍ମା ନିକଟରେ କିଛି ବି ଅପ୍ରାପ୍ତି ନଥାଏ । ତେଣୁ ଯେଉଁଠାରେ ସର୍ବ ପ୍ରାପ୍ତି ରହିଛି
ସେଠାରେ ସର୍ବଦା ହର୍ଷିତ ରହିବା ତ ସ୍ୱାଭାବିକ ଅଟେ । ଯଦି କାହାକୁ ଅଳ୍ପକାଳର ଲଟେରୀ ମଧ୍ୟ
ମିଳିଯାଉଛି ତେବେ ତା’ର ଚେହେରା ମଧ୍ୟ କହିଦେଉଛି ଯେ ଏହାଙ୍କୁ କିଛି ମିଳିଯାଇଛି । ତେଣୁ ଯାହାକୁ
ପଦ୍ମାପଦ୍ମ ଭାଗ୍ୟ ମିଳିଯାଇଥିବ ତା’ର ଚେହେରା କିପରି ରହିବ? ସର୍ବଦା ହର୍ଷିତ । ତେଣୁ ତୁମେମାନେ
ଏଭଳି ହର୍ଷିତ ସ୍ଥିତିରେ ରୁହ ଯାହାକି କେହି ବି ତୁମକୁ ଦେଖି ପଚାରିବେ ଯେ ତୁମକୁ କ’ଣ ମିଳିଛି?
ଯେତେ ଯେତେ ପୁରୁଷାର୍ଥରେ ଆଗକୁ ବଢିଚାଲିଥିବ ସେତେବେଳେ ତୁମକୁ କିଛି କହିବାର ମଧ୍ୟ ଆବଶ୍ୟକତା
ରହିବ ନାହିଁ । ତୁମମାନଙ୍କର ଚେହେରା ହିଁ କଥା କହିବ ଯେ ୟାଙ୍କୁ କିଛି ମିଳିଯାଇଛି । କାହିଁକି
ନା ଚେହେରା ମଧ୍ୟ ଦର୍ପଣ ଅଟେ ନା । ଯେପରି ଦର୍ପଣରେ ଯେଉଁ ଜିନିଷ ଯେପରି ହୋଇଥାଏ ସେହିପରି
ଦେଖାଯାଇଥାଏ । ତେଣୁ ତୁମମାନଙ୍କର ଚେହେରା ଦର୍ପଣର କାମ କରୁ । ଏତେ ସବୁ ଆତ୍ମାମାନଙ୍କୁ ଯେଉଁ
ସନ୍ଦେଶ ଦେଉଛ ସେହି ଅନୁସାରେ ଏତେ ସମୟ କେଉଁଠି ମିଳିବ ଯାହାକି ତୁମେମାନେ ସେମାନଙ୍କୁ ବସି
ଜ୍ଞାନ ଶୁଣାଇବ । ଆଗକୁ ତ ସମୟ ମଧ୍ୟ ଆହୁରି ଅଧିକ ସମ୍ବେନଦନଶୀଳ ହୋଇଯିବ, ତେଣୁ ଶୁଣାଇବା ପାଇଁ
ମଧ୍ୟ ସମୟ ମିଳିବ ନାହିଁ । ତେବେ ପୁଣି ସେବା କିପରି କରିବ? ନିଜର ଚେହେରା ଦ୍ୱାରା, ଯେପରି
ମ୍ୟୁଜିୟମର ଚିତ୍ରଗୁଡିକ ସେବା କରୁଛି । ଚିତ୍ରଗୁଡିକୁ ଦେଖି ପ୍ରଭାବିତ ହେଉଛନ୍ତି ନା । ସେହିପରି
ତୁମମାନଙ୍କର ଚୈତନ୍ୟ ଚିତ୍ର ସେବାର ନିମିତ୍ତ ହୋଇଯାଉ, ଏହିଭଳି ପୂର୍ଣ୍ଣ ପ୍ରସ୍ତୁତ ଚିତ୍ର ଅଟ
ତ? ଯଦି ଏତେ ସବୁ ଚୈତନ୍ୟ ଚିତ୍ର ପ୍ରସ୍ତୁତ ହୋଇଯିବେ ତେବେ ତ ଚାରିଆଡେ ଖବର ବ୍ୟାପୀଯିବ । ତେଣୁ
ସର୍ବଦା ଚାଲିବା-ବୁଲିବା ସମୟରେ, ଉଠିବା-ବସିବା ସମୟରେ ଏହି ସ୍ମୃତି ରଖ ଯେ ଆମେ ସବୁ ଚୈତନ୍ୟ
ଚିତ୍ର ଅଟୁ । ସାରା ବିଶ୍ୱର ଆତ୍ମାମାନଙ୍କର ଦୃଷ୍ଟି ଆମ ଉପରେ ରହିଛି । ତେବେ ଚୈତନ୍ୟ ଚିତ୍ରରେ
ସମସ୍ତଙ୍କୁ ଆକର୍ଷିତ କରିବା ଭଳି କଥାଟି କ’ଣ? ସର୍ବଦା ଖୁସି କାୟମ ରହିଥିବ । ତେଣୁ ସର୍ବଦା
ଖୁସିରେ ରହୁଛ ନା କେବେ କେବେ ଦ୍ୱନ୍ଦ୍ୱରେ ପଡିଯାଉଛ? ନା, ସେଠାକୁ ଯାଇ କହିବ - ଏମିତି ହୋଇଗଲା
ସେଥିପାଇଁ ଖୁସି କମ୍ ହୋଇଗଲା । କିଛି ବି ହୋଇଯାଉ କିନ୍ତୁ ଖୁସି କମ୍ ହେବା ଉଚିତ୍ ନୁହେଁ ।
ଏହିଭଳି ପକ୍କା ଅଟ? ଯଦି କୌଣସି ବଡ ପରୀକ୍ଷା ଆସିଯାଏ ତେବେ ପାସ୍ ହୋଇଯିବ ତ? ବାପଦାଦା
ସମସ୍ତଙ୍କର ଫଟୋ ଉଠାଉଛନ୍ତି ଯେ କିଏ କିଏ ହିଁ କହୁଛନ୍ତି । ପରେ ପୁଣି ଏପରି କହିବ ନାହିଁ ଯେ
ସେତେବେଳେ ସିନା କହିଦେଇଥିଲି । ଏମିତି ତ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ନିକଟରେ କୌଣସି କଥା ବଡ
ନୁହେଁ । ଦ୍ୱିତୀୟ କଥା ହେଲା ତୁମର ନିଶ୍ଚୟ ରହିଛି ଯେ ଆମର ବିଜୟ ସୁନିଶ୍ଚିତ ସେଥିପାଇଁ କୌଣସି
କଥା ବଡ ନୁହେଁ । ଯାହା ପାଖରେ ସର୍ବଶକ୍ତିର ଭଣ୍ଡାର ରହିଛି ସେ ଯେଉଁ ଶକ୍ତିକୁ ଆଦେଶ ଦେବ ସେହି
ଶକ୍ତି ସହଯୋଗୀ ହୋଇଯିବ । କେବଳ ଆଦେଶ ଦେବାବାଲା ସାହସୀ ହେବା ଦରକାର । ତେବେ ଆଦେଶ ଦେବା ଜଣା
ଅଛି, ନା ଆଦେଶ ଅନୁସାରେ ଚାଲିବା ଜଣା ଅଛି? କେବେ କେବେ ମାୟାର ଆଦେଶ ଅନୁସାରେ ଚାଲୁନାହଁ ତ?
ଏମିତି ହେଉ ନାହିଁ ତ ଯଦି କୌଣସି କଥା ଆସିଲା ଏବଂ ସମାପ୍ତ ହୋଇଗଲା, ପଛରେ ଭାବୁଥିବ ଏହିଭଳି
କରିଥିଲେ ବହୁତ ଭଲ ହୋଇଥାଆନ୍ତା । ଏଭଳି ହେଉନାହିଁ ତ? ଯଥା ସମୟରେ ସର୍ବଶକ୍ତିଗୁଡିକ କାମରେ
ଲାଗୁଛି ନା ଟିକିଏ ଡେରିରେ ଶକ୍ତି ଆସୁଛି? ଯଦି ମାଷ୍ଟର ସର୍ବଶକ୍ତିମାନର ଆସନ ଉପରେ ସ୍ଥିତ
ରହିଥିବ ତେବେ କୌଣସି ଶକ୍ତି ତୁମର ଆଦେଶ ନ ମାନିବ, ଏପରି ହୋଇପାରିବ ନାହିଁ । ଯଦି ଆସନରୁ ତଳକୁ
ଓହ୍ଲାଇ ଆଦେଶ ଦେବ ତେବେ ସେମାନେ ମାନିବେ ନାହିଁ । ଲୌକିକ ହିସାବରେ ମଧ୍ୟ ଯଦି କେହି ନିଜର ଆସନରୁ
ଓହ୍ଲାଇ ଆସୁଛି ତେବେ ତା’ର ଆଦେଶ କେହି ମାନିନଥା’ନ୍ତି । ତେଣୁ ଯଦି କୌଣସି ଶକ୍ତି ତୁମର ଆଦେଶ
ମାନୁନାହିଁ ତେବେ ନିଶ୍ଚିତ ଭାବରେ ତୁମେ ନିଜର ପୋଜିଶନ୍ ଅର୍ଥାତ୍ ସ୍ଥିତି ରୂପୀ ଆସନରୁ ତଳକୁ
ଆସୁଛ । ତେଣୁ ସର୍ବଦା ମାଷ୍ଟର ସର୍ବଶକ୍ତିବାନର ଆସନ ଉପରେ ସ୍ଥିତ ରୁହ, ସର୍ବଦା ଅଚଳ ଅଟଳ
ସ୍ଥିତିରେ ରୁହ, ହଲ୍ଚଲ୍ରେ ଆସ ନାହିଁ । ବାପଦାଦା କହୁଛନ୍ତି ଶରୀର ପଛକେ ଚାଲିଯାଉ କିନ୍ତୁ ଖୁସି
ନଯାଉ । ଟଙ୍କା-ପଇସା ତା’ ତୁଳନାରେ କିଛି ବି ନୁହେଁ । ଯାହା ପାଖରେ ଖୁସି ରୂପକ ସମ୍ପତ୍ତି ଅଛି
ତା’ ନିକଟରେ କୌଣସି କଥା ବଡ ନୁହେଁ ଏବଂ ବାପଦାଦା ସର୍ବଦା ସହଯୋଗୀ ସେବାଧାରୀ ପିଲାମାନଙ୍କ
ସାଥୀରେ ହିଁ ଅଛନ୍ତି । ଯଦି ପିଲାଟିଏ ତା’ର ବାପା ପାଖରେ ଥିବ ତେବେ ତା’ ପାଇଁ ବଡ କଥା କ’ଣ?
ସେଥିପାଇଁ ଡରିବାର କୌଣସି କଥା ନାହିଁ । ବାବା ଅଛନ୍ତି, ପିଲାମାନଙ୍କର ଚିନ୍ତା କ’ଣ? ବାବା ତ
ମାଲାମାଲ ଅଟନ୍ତି ନା । ଯେକୌଣସି ପ୍ରକାରରେ ପିଲାମାନଙ୍କର ପାଳନା ତ ନିଶ୍ଚିତ କରିବେ, ସେଥିପାଇଁ
ନିଶ୍ଚିନ୍ତ ରୁହ । ଦୁଃଖଧାମ ଭିତରେ ରହି ସୁଖଧାମର ସ୍ଥାପନା କରୁଛ ତେଣୁ ଦୁଃଖଧାମରେ ହଲଚଲ୍ ତ
ନିଶ୍ଚିତ ହେବ । ଗ୍ରୀଷ୍ମ ଋତୁରେ ଗରମ ତ ନିଶ୍ଚିତ ହେବ ନା! କିନ୍ତୁ ବାବାଙ୍କର ପିଲାମାନେ ସର୍ବଦା
ସୁରକ୍ଷିତ ରହିବେ, କାହିଁକି ନା ବାବାଙ୍କର ସଂଗ ମିଳିଛି ।
ସବୁ ପିଲାମାନଙ୍କ ପ୍ରତି
ବାପଦାଦାଙ୍କର ସନ୍ଦେଶ - ସମସ୍ତ ତପସ୍ୱୀ ପିଲାମାନଙ୍କୁ ଶୁଭେଚ୍ଛା । ଦେଖ ପିଲାମାନେ, ସମୟ
ଅନୁସାରେ ସମାଚାର ଗୁଡିକୁ ଶୁଣି ଉଚ୍ଚରୁ ଉଚ୍ଚ ସାକ୍ଷୀ ପଣିଆର ଆସନ ଏବଂ ଚିନ୍ତାମୁକ୍ତ ରାଜାର
ସିଂହାସନ ଉପରେ ବସି ସବୁ ଖେଳ ଦେଖୁଛ ନା? ଏହି ବ୍ରାହ୍ମଣ ଜୀବନରେ ତ ଭୟଭୀତ ହେବାର ସଂକଳ୍ପ
ସ୍ୱପ୍ନରେ ମଧ୍ୟ ଉଠିପାରିବ ନାହିଁ । ଏହା ତ ଯେପରି ତପସ୍ୟା ବର୍ଷରେ ନିରନ୍ତର ଲଗନର ଅଗ୍ନିରେ
ବେହଦର ବୈରାଗ୍ୟ ବୃତ୍ତିକୁ ପ୍ରଜ୍ଜ୍ୱଳିତ କରିବା ପାଇଁ ପଙ୍ଖାର କାର୍ଯ୍ୟ କରୁଛି । ଯଦି ତୁମେମାନେ
ବାବାଙ୍କ ସମାନ ସମ୍ପନ୍ନ ହେବାର ସଂକଳ୍ପ କରୁଛ ତେବେ ବିଜୟର ପତାକା ଉଡାଇବାର ଯୋଜନା କରୁଛ, ଅନ୍ୟ
ପଟେ ସମାପ୍ତିର ହଲ୍ଚଲ୍ ମଧ୍ୟ ସାଥୀରେ ନିଧାର୍ଯ୍ୟ ଅଛି ନା? ବାରମ୍ବାର ରିହର୍ସଲ ହେବା ଅର୍ଥାତ୍
ବିନାଶର ପୂର୍ବଭ୍ୟାସ ହେବା ହିଁ ଡ୍ରାମାର ରିଲ୍ ସମାପ୍ତ କରିବାର ଆଧାର ଅଟେ, ସେଥିପାଇଁ ନଥିଙ୍ଗ୍
ନ୍ୟୁ ।
ସମୟର ପରିସ୍ଥିତି
ଅନୁସାରେ ଯଦି ଯିବା ଆସିବା କରିବାରେ ବା କୌଣସି ବସ୍ତୁକୁ ପ୍ରାପ୍ତ କରିବାରେ କୌଣସି ଅସୁବିଧା
ମଧ୍ୟ ହୁଏ ତେବେ ବି ତୁମମାନଙ୍କ ମନ ଭିତରେ ସଂକଳ୍ପର ହଲ୍ଚଲ୍ ହେବା ଉଚିତ୍ ନୁହେଁ । ଯେଉଁଠି ବି
ରୁହ, ଯେଉଁଭଳି ପରିସ୍ଥିତିରେ ରୁହ କିନ୍ତୁ ଦିଲ୍ଖୁସ୍ ମିଠେଇ ଖାଉଥାଅ । ଖୁସିବାସିଆ ସ୍ଥିତିରେ
ରୁହ ଏବଂ ଫରିସ୍ତାମାନଙ୍କ ଭଳି ଚଳଣୀରେ ଉଡୁଥାଅ । ଏହା ସହିତ ପ୍ରତ୍ୟେକ ସେବା କେନ୍ଦ୍ରରେ ବିଶେଷ
ଭାବରେ ତପସ୍ୟାର କାର୍ଯ୍ୟକ୍ରମ ଚାଲୁ ରହିଥାଉ । ଯିଏ ଯେତେ ଅଧିକ ସମୟ ବାହାର କରିପାରିବ ସେତେ
ଅଧିକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସହଯୋଗ ଦିଅ । ଆଚ୍ଛା! ଓମ୍ ଶାନ୍ତି ।
ବରଦାନ:-
ସର୍ବ
ସମ୍ପତ୍ତିରେ ସମ୍ପନ୍ନ ହୋଇ ସବୁ ସମୟରେ ସେବାରେ ବ୍ୟସ୍ତ ରହୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ ।
ବିଶ୍ୱକଲ୍ୟାଣର ନିମିତ୍ତ
ହୋଇଥିବା ଆତ୍ମା ପ୍ରଥମେ ନିଜେ ସର୍ବ ସମ୍ପତ୍ତିରେ ସମ୍ପନ୍ନ ହୋଇଥିବ । ଯଦି ଜ୍ଞାନରୂପୀ ସମ୍ପତ୍ତି
ଅଛି ତେବେ ସେଥିରେ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଦରକାର, କୌଣସି ପ୍ରକାରର କମୀ ରହିବା ଉଚିତ୍
ନୁହେଁ ତେବେ କୁହାଯିବ ଭରପୁର । କାହା କାହା ପାଖରେ ସମ୍ପତ୍ତି ଭରପୁର ମାତ୍ରାରେ ଥିଲେ ମଧ୍ୟ ସମୟ
ଅନୁସାରେ କାର୍ଯ୍ୟରେ ଲଗାଇ ପାରନ୍ତି ନାହିଁ, ସମୟ ବିତିଯିବା ପରେ ଭାବନ୍ତି । ତେବେ ସେମାନଙ୍କୁ
ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନୀ କୁହାଯିବ ନାହିଁ । ତେଣୁ ବିଶ୍ୱକଲ୍ୟାଣକାରୀ ଆତ୍ମାମାନେ ମନ, ବାଣୀ,
କର୍ମରେ ତଥା ସମ୍ବନ୍ଧ-ସମ୍ପର୍କରେ ସବୁ ସମୟରେ ସେବାରେ ବ୍ୟସ୍ତ ରହିଥାଆନ୍ତି ।
ସ୍ଲୋଗାନ:-
ଯଦି ଜ୍ଞାନ ଏବଂ
ଯୋଗକୁ ନିଜର ସ୍ୱଭାବରେ ପରିଣତ କରିଦେବ ତେବେ ପ୍ରତ୍ୟେକ କର୍ମ ସ୍ୱାଭାବିକ ଭାବରେ ଶ୍ରେଷ୍ଠ ଏବଂ
ଯୁକ୍ତିଯୁକ୍ତ ହୋଇଯିବ ।
ସୂଚନା:- ଆଜି ମାସର
ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସଂଧ୍ୟା ୬ଟା ୩୦ମି. ଠାରୁ ୭ଟା ୩୦ ମି.
ପର୍ଯ୍ୟନ୍ତ ବିଶେଷ ଯୋଗ ଅଭ୍ୟାସ ସମୟରେ ନିଜର ପୂର୍ବଜ ପଣିଆର ସ୍ୱମାନରେ ସ୍ଥିତ ହୋଇ,
କଳ୍ପବୃକ୍ଷର ମୂଳରେ ବସି ସାରା ବୃକ୍ଷକୁ ଶକ୍ତିଶାଳୀ ଯୋଗର ଦାନ ଦେବା ସହିତ ନିଜର ବଂଶାବଳୀର
ଦିବ୍ୟ ପାଳନା କରିବା ହେବେ ।