15.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଏହା ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା, ତୁମମାନଙ୍କୁ ଘରକୁ ଫେରିବାକୁ ହେବ ସେଥିପାଇଁ ବାବା ଏବଂ ଘରକୁ ମନେ ପକାଅ, ପବିତ୍ର ହୁଅ ଏବଂ ସବୁ ହିସାବ-କିତାବ ଚୁକ୍ତ କର ।

ପ୍ରଶ୍ନ:-
ବାବା ପିଲାମାନଙ୍କୁ କେଉଁ ପ୍ରକାରର ଧୈର୍ଯ୍ୟ ଦେଉଛନ୍ତି?

ଉତ୍ତର:-
ପିଲାମାନେ, ବର୍ତ୍ତମାନ ଏହି ରୁଦ୍ର ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର ବିଘ୍ନ ପଡୁଛି, କିନ୍ତୁ ତୁମେ ଧୈର୍ଯ୍ୟ ଧର, ଯେତେବେଳେ ତୁମର ପ୍ରଭାବ ପ୍ରତ୍ୟକ୍ଷ ହେବ, ଅନେକ ଅନେକ ଆତ୍ମା ଆସିବାକୁ ଲାଗିବେ ସେତେବେଳେ ସମସ୍ତେ ଆସି ତୁମ ଆଗରେ ମୁଣ୍ଡ ନୁଆଁଇବେ । ବନ୍ଧନରେ ଥିବା ମାତାମାନଙ୍କର ବନ୍ଧନ ସମାପ୍ତ ହୋଇଯିବ । ଯେତେ-ଯେତେ ତୁମେ ବାବାଙ୍କୁ ଯୋଗ କରିବ, ସେତେସେତେ ବନ୍ଧନ ତୁଟିବାକୁ ଲାଗିବ । ତୁମେ ବିକର୍ମାଜିତ୍ ହେବାକୁ ଲାଗିବ ।

ଗୀତ:
ଭୋଲେନାଥ ସେ ନିରାଲା....

ଓମ୍ ଶାନ୍ତି ।
ଭୋଳାନାଥ ସର୍ବଦା ଶିବଙ୍କୁ ହିଁ କୁହାଯାଏ, ଶିବ-ଶଙ୍କରଙ୍କର ଭେଦ ତ ଭଲ ଭାବରେ ବୁଝିଛ । ଶିବ ତ ଉଚ୍ଚରୁ ଉଚ୍ଚ ମୂଳବତନରେ ରହୁଛନ୍ତି । ଶଙ୍କର ତ ହେଉଛନ୍ତି ସୂକ୍ଷ୍ମବତନବାସୀ, ତାଙ୍କୁ ଭଗବାନ କିପରି କହିପାରିବା । ଉଚ୍ଚରୁ ଉଚ୍ଚରେ ରହିଲାବାଲା ହେଉଛନ୍ତି ଏକମାତ୍ର ବାବା । ପୁଣି ଦ୍ୱିତୀୟ ମହଲାରେ ଅଛନ୍ତି ତିନି ଦେବତା । ସିଏ ହେଲେ ବାବା, ଯିଏକି ଉଚ୍ଚରୁ ଉଚ୍ଚ ନିରାକାର ଅଟନ୍ତି । ଶଙ୍କର ତ ଆକାରୀ ଅଟନ୍ତି । ଶିବ ହେଉଛନ୍ତି ଭୋଳାନାଥ, ଜ୍ଞାନର ସାଗର । ଶଙ୍କରଙ୍କୁ ଜ୍ଞାନର ସାଗର ବୋଲି କହିପାରିବା ନାହିଁ । ତୁମେମାନେ ଜାଣିଛ ଯେ ଭୋଳାନାଥ ଶିବବାବା ଆସି ଆମର ବୁଦ୍ଧି ରୂପକ ଝୁଲା ଭରପୁର କରୁଛନ୍ତି । ଆଦି ମଧ୍ୟ ଅନ୍ତର ରହସ୍ୟ ବତାଉଛନ୍ତି । ରଚୟିତା ଏବଂ ରଚନାର ରହସ୍ୟ ବହୁତ ସହଜ । ବଡ-ବଡ ଋଷି ମୁନି ଆଦି ମଧ୍ୟ ଏହି ସହଜ କଥାକୁ ଜାଣିପାରୁନାହାଁନ୍ତି । ଯଦି ରଜୋଗୁଣୀ ସନ୍ନ୍ୟାସୀ ଜାଣିପାରିଲେ ନାହିଁ ତେବେ ତମୋଗୁଣୀ ସନ୍ନ୍ୟାସୀ କିପରି ଜାଣିବେ । ବର୍ତ୍ତମାନ ତୁମେମାନେ ବାବାଙ୍କର ସମ୍ମୁଖରେ ବସିଛ । ବାବା ତୁମକୁ ଅମରକଥା ଶୁଣାଉଛନ୍ତି । ଏହା ତ ପିଲାମାନଙ୍କର ନିଶ୍ଚୟ ଅଛି ଯେ ବାସ୍ତବରେ ଆମର ବାବା (ଶିବବାବା) ସତ୍ୟ-ସତ୍ୟ ଅମରକଥା ଶୁଣାଉଛନ୍ତି, ଏଥିରେ କୌଣସି ସନ୍ଦେହ ରହିବା ଉଚିତ୍ ନୁହେଁ । କୌଣସି ମନୁଷ୍ୟ ଆମକୁ ଏହି କଥା ଶୁଣାଉ ନାହାଁନ୍ତି । ଭୋଳାନାଥ ହେଉଛନ୍ତି ଶିବବାବା, କହୁଛନ୍ତି - ମୋର ନିଜର ଶରୀର ନାହିଁ । ମୁଁ ହେଉଛି ନିରାକାର, ପୂଜା ମଧ୍ୟ ନିରାକାରଙ୍କର ହିଁ କରୁଛନ୍ତି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ବାବା ତ ଜନ୍ମ ମରଣ ରହିତ ଅଟନ୍ତି । ସିଏ ହେଉଛନ୍ତି ଭୋଳାନାଥ । ସିଏ ନିଶ୍ଚିତ ଆସି ସମସ୍ତଙ୍କର ଝୁଲା ଭରପୁର କରିବେ । କିପରି ଭରିବେ ଏକଥା ତୁମେମାନେ ହିଁ ବୁଝୁଛ । ବାବା ଅବିନାଶୀ ଜ୍ଞାନ ରତ୍ନର ଝୁଲା ଭରୁଛନ୍ତି । ଏହା ହିଁ ଜ୍ଞାନ ଅଟେ, ଜ୍ଞାନର ସାଗର ଆସି ଏହି ଜ୍ଞାନ ଦେଉଛନ୍ତି । ଗୀତା ତ ସେହି ଗୋଟିଏ କିନ୍ତୁ ସଂସ୍କୃତ ଶ୍ଲୋକ ତ ନାହିଁ । ଭୋଳି ମାତାମାନେ ସଂସ୍କୃତ ଆଦିରୁ କଣ ବୁଝିବେ! ସେମାନଙ୍କ ପାଇଁ ହିଁ ଭୋଳାନାଥ ବାବା ଆସୁଛନ୍ତି ଏହି ମାତାମାନେ ତ ବିଚାରି ଘର କାମରେ ହିଁ ବ୍ୟସ୍ତ ରହୁଛନ୍ତି । ଏହା ତ ବର୍ତ୍ତମାନ ଫେସନ ବାହାରିଛି ସେଥିପାଇଁ ଚାକିରୀ କରୁଛନ୍ତି । ତେଣୁ ବାବା ଏବେ ପିଲାମାନଙ୍କୁ ଉଚ୍ଚରୁ ଉଚ୍ଚ ପାଠ ପଢାଉଛନ୍ତି । ଯେଉଁମାନେ ବିଲ୍କୁଲ୍ କିଛି ବି ପଢିନଥିଲେ ସେମାନଙ୍କ ଉପରେ ପ୍ରଥମେ-ପ୍ରଥମେ ପାଠପଢାର କଳସ ରଖୁଛନ୍ତି । ଏପରି ଭାବରେ ତ ସମସ୍ତେ ସୀତା, ଭକ୍ତିନୀ ଅଟନ୍ତି । ରାମ ଆସିଛନ୍ତି ରାବଣ ଲଙ୍କାରୁ ମୁକ୍ତ କରିବା ପାଇଁ ଅର୍ଥାତ୍ ଦୁଃଖରୁ ମୁକ୍ତ କରିବା ପାଇଁ । ପୁଣି ତ ବାବାଙ୍କ ସାଥିରେ ଘରକୁ ହିଁ ଯିବା ଆଉ କୁଆଡେ ଯିବା । ଆମେ ଘରକୁ ହିଁ ମନେ ପକାଉଛୁ, ଯେପରି ଆମେ ଦୁଃଖରୁ ମୁକ୍ତିପାଇବୁ । ପିଲାମାନେ ଜାଣିଛନ୍ତି ଯେ ମଝିରେ କାହାକୁ ମୁକ୍ତି ମିଳିପାରିବ ନାହିଁ । ସମସ୍ତଙ୍କୁ ତମୋପ୍ରଧାନ ହେବାକୁ ହିଁ ପଡିବ, ମୁଖ୍ୟ ଯେଉଁ ମୂଳଦୁଆ ଥିଲା ତାହା ଜଳିଯାଉଛି, ସେହି ଧର୍ମ ହିଁ ପ୍ରାୟଃ ଲୋପ ହୋଇଯାଉଛି । ବାକି ପ୍ରାୟଃ ଅଳ୍ପ କିଛି ଚିତ୍ର ରହିଛି । ଯଦି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ବିଲୁପ୍ତ ହୋଇଯିବ ତେବେ ତାଙ୍କର ସ୍ମାରକୀ କିପରି ମିଳିବ? ବାସ୍ତବରେ ଆମେ ଜାଣିଛୁ ଯେ ଦେବୀ-ଦେବତାମାନେ ରାଜ୍ୟ କରୁଥିଲେ । ତାଙ୍କର ଚିତ୍ର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି । ପିଲାମାନଙ୍କୁ ଏହା ଉପରେ ବୁଝାଇବାକୁ ହେବ । ତୁମେ ଜାଣିଛ ଯେ ଲକ୍ଷ୍ମୀ-ନାରାୟଣ ପିଲାଦିନେ ରାଜକୁମାର-ରାଜକୁମାରୀ, ରାଧା କୃଷ୍ଣ ଥିଲେ । ପୁଣି ମହାରାଜା-ମହାରାଣୀ ହେଲେ । ସେମାନେ ହେଲେ ସତ୍ୟଯୁଗର ମାଲିକ । ଦେବତାମାନେ କେବେ ପତିତ ଦୁନିଆରେ ପାଦ ରଖିପାରିବେ ନାହିଁ । ଶ୍ରୀକୃଷ୍ଣ ହେଲେ ବୈକୁଣ୍ଠର ରାଜକୁମାର । ସିଏ ତ ଗୀତା ଶୁଣାଇ ପାରିବେ ନାହିଁ । ଶାସ୍ତ୍ରରେ ତାଙ୍କର ନାମ ଲେଖି କେତେ ବଡ ଭୁଲ୍ କରିଦେଇଛନ୍ତି । କୃଷ୍ଣଙ୍କୁ କେବେ ଭଗବାନ ବୋଲି କୁହାଯାଇ ପାରିବ ନାହିଁ । ସିଏ ତ ଦେବୀ-ଦେବତା ଧର୍ମର ମନୁଷ୍ୟ ଅଟନ୍ତି । ବାସ୍ତବରେ ବ୍ରହ୍ମା ବିଷ୍ଣୁ ଶଙ୍କର ଆଦି ଦେବତାମାନେ ସୂକ୍ଷ୍ମବତନରେ ରହିଥାନ୍ତି, ଏଠାରେ ତ ମନୁଷ୍ୟମାନେ ରହୁଛନ୍ତି । ମନୁଷ୍ୟମାନଙ୍କୁ ସୂକ୍ଷ୍ମବତନବାସୀ ବୋଲି କହିପାରିବା ନାହିଁ, ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ କହି ଦେଉଛନ୍ତି ନା । ତାହା ହେଉଛି ଦେବୀ-ଦେବତା ଧର୍ମ । ଶ୍ରୀ ଲକ୍ଷ୍ମୀ ଦେବୀ, ଶ୍ରୀ ନାରାୟଣ ଦେବତା ଅଟନ୍ତି । ମନୁଷ୍ୟମାନଙ୍କୁ ହିଁ ୮୪ ଜନ୍ମ ନେବାକୁ ପଡିଥାଏ । ଏବେ ତୁମେମାନେ ଜାଣୁଛ ଯେ ଅସଲରେ ଆମେ ଦେବତା ଧର୍ମର ଥିଲୁ, ଏହି ଧର୍ମ ବହୁତ ସୁଖ ଦେଲାବାଲା ଅଟେ । ଏକଥା କେହି କହିପାରିବେ ନାହିଁ ଯେ ସେଠାରେ ଆମେ କାହିଁକି ନାହୁଁ! ଏକଥା ତ ଜାଣିଛ ନା ସେଠାରେ କେବଳ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା ପୁଣି ଧୀରେ ଧୀରେ ଅନ୍ୟ ସବୁ ଧର୍ମ କ୍ରମାନୁସାରେ ଆସିଲେ । ଏକଥା ତୁମେମାନେ ଅନ୍ୟମାନଙ୍କୁ ବୁଝାଇ ପାରିବ । ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ । ଏଥିରେ ପୁଣି ସତ୍ୟଯୁଗ ହେବ । ଏହି ଭାରତରେ ହିଁ ସତ୍ୟଯୁଗ ହେବ କାହିଁକି ନା ଭାରତ ହିଁ ଅବିନାଶୀ ରାଷ୍ଟ୍ର ଅଟେ । ଏହାର କେବେ ବିନାଶ ହୁଏ ନାହିଁ ।

ଏକଥା ବି ବୁଝାଇବାକୁ ପଡୁଛି । ବାବାଙ୍କର ଜନ୍ମ ମଧ୍ୟ ଏହିଠାରେ ହୋଇଥାଏ, ତାଙ୍କର ଜନ୍ମ ଦିବ୍ୟ ଅଟେ ଯାହାକି ମନୁଷ୍ୟମାନଙ୍କ ସଦୃଶ ନୁହେଁ । ବାବା ଆସିଛନ୍ତି ଦୁଃଖରୁ ମୁକ୍ତ କରିବା ପାଇଁ । ଏବେ ତୁମେ କେବଳ ବାବା ଏବଂ ଘରକୁ ମନେ ପକାଅ । ପୁଣି ତୁମେ ରାଜଧାନୀରେ ଆସିଯିବ । ଏହା ହେଉଛି ଆସୁରୀ ରାଜସ୍ଥାନ, ବାବା ଆମକୁ ଦୈବୀ ରାଜସ୍ଥାନକୁ ନେଇ ଯାଉଛନ୍ତି । ଆଉ କୌଣସି କଷ୍ଟ ଦେଉନାହାଁନ୍ତି କେବଳ ବାବା ଏବଂ ବର୍ସାକୁ ମନେ ପକାଇବାକୁ ହେବ । ଏହା ହେଉଛି ଅଜପାଜପ.... ମୁଖ ଦ୍ୱାରା କିଛି କହିବାର ନାହିଁ । ସୂକ୍ଷ୍ମରେ ମଧ୍ୟ କିଛି କହିବାର ନାହିଁ । ନିରବରେ ଘରେ ବସି ବାବାଙ୍କୁ ମନେ ପକାଇବାକୁ ହେବ । ବନ୍ଧନରେ ଥିବା ମାତା କନ୍ୟାମାନେ ମଧ୍ୟ ଘରେ ବସି ମୁରଲୀ ଶୁଣିଥାନ୍ତି । ତାଙ୍କୁ ଅନୁମତି ମିଳିନଥାଏ । ହଁ ଘରେ ବସି କେବଳ ପବିତ୍ର ରହିବା ପାଇଁ ଚେଷ୍ଟା କର । କୁହ, ମୋତେ ସ୍ୱପ୍ନରେ ନିର୍ଦ୍ଦେଶ ମିଳୁଛି ଯେ ପବିତ୍ର ହୁଅ । ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ଅଛି । ତୁମେ ଏବେ ବାନପ୍ରସ୍ଥ ଅବସ୍ଥାରେ ଅଛ । ବାନପ୍ରସ୍ଥ ଅବସ୍ଥାରେ କେବେ ବିକାରର ଖିଆଲ ରହିନଥାଏ । ବର୍ତ୍ତମାନ ବାବା ସାରା ଦୁନିଆ ପାଇଁ କହୁଛନ୍ତି, ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ସମସ୍ତଙ୍କୁ ଘରକୁ ଯିବାକୁ ହେବ ତେଣୁ ଘରକୁ ମନେ ପକାଅ । ପୁଣି ଭାରତରେ ହିଁ ଜନ୍ମ ନେବାକୁ ପଡିବ । ତେଣୁ ଆମର ମୁଖ ଘର ଆଡକୁ ରହିବ ନା । ପିଲାମାନଙ୍କୁ ଆଉ କୌଣସି କଷ୍ଟ ଦିଆଯାଉନାହିଁ, ଏହା ବହୁତ ସହଜ ଅଟେ । ଘରେ ବସି ଶିବବାବାଙ୍କ ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କର । ଘରେ ଭୋଜନ ପ୍ରସ୍ତୁତ କରିବା ସମୟରେ ସ୍ୱାମୀ ମନେ ପଡନ୍ତି ନା । ବାବା କହୁଛନ୍ତି ଇଏ ତ ପତିମାନଙ୍କର ପତି ଅଟନ୍ତି । ତେଣୁ ତାଙ୍କୁ ମନେ ପକାଅ ଯାହାଙ୍କଠାରୁ ୨୧ ଜନ୍ମର ବର୍ସା ମିଳୁଅଛି । ଆଚ୍ଛା କେତେକଙ୍କୁ ଛୁଟି ମିଳୁନାହିଁ । ତେବେ ସେଠାରେ ରହି ମଧ୍ୟ ବାବା ଏବଂ ବର୍ସାକୁ ମନେ ପକାଅ । ତେଣୁ ନିଜକୁ ତ ସ୍ୱତନ୍ତ୍ର କରିନିଅ । ତୁମେ ବାବାଙ୍କ ଠାରୁ ପୁରା ବର୍ସା ନେଇପାରିବ । ଧିରେ ଧିରେ ତ ତୁମକୁ ମୁକ୍ତି ମିଳିବାର ହିଁ ଅଛି । ହଁ ରୁଦ୍ର ଜ୍ଞାନ ଯଜ୍ଞରେ ବିଘ୍ନ ମଧ୍ୟ ନିଶ୍ଚିତ ପଡିବାର ଅଛି । ଶେଷରେ ଯେବେ ତୁମର ପ୍ରଭାବ ବାହାରିବ ତେବେ ତୁମର ପାଦ ତଳେ ଆସି ସମସ୍ତେ ମୁଣ୍ଡିଆ ମାରିବେ । ବିଘ୍ନ ତ ପଡି ଚାଲିବ । ଏଥିରେ ଧୈର୍ଯ୍ୟ ଧରିବାକୁ ହେବ, ଅଧୈର୍ଯ୍ୟ ହେବାର ନାହିଁ । ଘରେ ବସି ସ୍ୱାମୀ ଏବଂ ମିତ୍ର ସମ୍ବନ୍ଧୀମାନଙ୍କୁ ଗୋଟିଏ ହିଁ କଥା ବୁଝାଅ ଯେ ବାବାଙ୍କର ନିର୍ଦ୍ଦେଶ ହେଉଛି ମୋତେ ମନେ ପକାଅ, ବର୍ସା ନିଅ । କୃଷ୍ଣ ତ କେବେ ହେଲେ ଏହିପରି କହିପାରିବ ନାହିଁ । ତେଣୁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ, ଯାହାଦ୍ୱାରା ସମସ୍ତେ ଜାଣିଯିବେ ଯେ ଆମର ବାବା ଶିବବାବା ହିଁ ଅଟନ୍ତି । ବନ୍ଧନରେ ଥାଇ ମଧ୍ୟ ବାବାଙ୍କର ସ୍ମୃତି ଭଲ ଭାବରେ ରହିପାରିବ । ଏହି ବନ୍ଧନ, ମାରପିଟ ଆଦି ଆଉ ଅଳ୍ପ ସମୟ ରହିବ । ଆଗକୁ ଗଲେ ଏସବୁ ବନ୍ଦ ହୋଇଯିବ । କେତେକ ରୋଗ ଯାହାକି ତୁରନ୍ତ ଭଲ ହୋଇଯାଇଥାଏ, ଆଉ କେତେକ ରୋଗ ବର୍ଷେ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁ ମଧ୍ୟ ଏହି ଉପାୟ ହିଁ ରହିଛି ଯେ ବାବାଙ୍କୁ ମନେ ପକାଇ ପକାଇ ବନ୍ଧନମୁକ୍ତ ହୋଇଯିବ, ତେଣୁ ପ୍ରତ୍ୟେକ କଥାରେ ଧୈର୍ଯ୍ୟ ରହିବା ଦରକାର । ବାବା କହୁଛନ୍ତି ଯେତେ ତୁମେ ମୋତେ ମନେ ପକାଇବ ସେତେ ତୁମର ବିକର୍ମ ବିନାଶ ହେବ । ଏହି ଦୁନିଆରୁ ବୁଦ୍ଧି ତୁଟିଯିବ । ଏହି ବିକର୍ମ ଗୁଡିକର ମଧ୍ୟ ବନ୍ଧନ ରହିଛି । ବିକାରକୁ ହିଁ ପ୍ରଥମ ନମ୍ବର ବିକର୍ମ ବୋଲି କୁହାଯାଏ ।

ଏବେ ତୁମେ ବିକର୍ମାଜିତ୍ ହେଉଛ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମାଜିତ ହୋଇଥାନ୍ତି । ଏହା ଦ୍ୱାରା ସମସ୍ତ ହିସାବ କିତାବର ଖାତା ଚୁକ୍ତ ହୋଇଯିବ, ପୁଣି ସୁଖର ଖାତା ଆରମ୍ଭ ହେବ । ବ୍ୟବସାୟୀ ମାନଙ୍କ ପାଇଁ ତ ଏହା ବହୁତ ସହଜ । ସେମାନେ ଭାବିଥାନ୍ତି ଯେ ପୁରୁଣା ଖାତାକୁ ଶେଷ କରି ପୁଣି ନୂଆ ଆରମ୍ଭ କରିବାକୁ ହେବ । ତେଣୁ ତୁମେ ଯେତେ ବାବାଙ୍କ ସ୍ମୃତିରେ ରହିବ ତୁମର ଭାଗ୍ୟ ସେତେ ଜମା ହୋଇଚାଲିବ । ଯଦି ସ୍ମୃତିରେ ରହିବ ନାହିଁ ତେବେ ଜମା କିପରି ହେବ? ଏହା ମଧ୍ୟ ଏକ ବ୍ୟବସାୟ ନା । ବାବା ତ ତୁମକୁ କୌଣସି କଷ୍ଟ ଦେଉନାହାଁନ୍ତି । ତେଣୁ ଧକ୍କା ଆଦି କିଛି ବି ଖାଇବାର ନାହିଁ । ସେମାନେ ତ ଜନ୍ମ-ଜନ୍ମାନ୍ତର ଧକ୍କା ଖାଇ-ଖାଇ ହିଁ ଆସିଛନ୍ତି । ଏବେ ସତ୍ୟ ବାବା କେତେ ଭଲ ଭାବରେ ବୁଝାଉଛନ୍ତି । କେବଳ ଈଶ୍ୱର ହିଁ ସତ୍ୟ କହୁଛନ୍ତି । ବାକି ତ ସବୁ ହେଉଛି ମିଛ । ପ୍ରଭେଦ ଦେଖ - ବାବା କଣ ବୁଝାଉଛନ୍ତି ଏବଂ ମନୁଷ୍ୟ କଣ ବୁଝାଉଛନ୍ତି । ଏହା ହେଉଛି ଡ୍ରାମା । ପୁଣି ମଧ୍ୟ ଏହିପରି ହିଁ ହେବ । ଏବେ ତୁମେ ଜାଣୁଛ ଶ୍ରୀମତରେ ଚାଲିବା ଦ୍ୱାରା ଆମେ ସଦ୍ଗତି ପ୍ରାପ୍ତ କରୁଛୁ । ନଚେତ୍ ଏତେ ଉଚ୍ଚ ପଦ ମିଳିବ ନାହିଁ । ତୁମେ ସ୍ୱର୍ଗକୁ ଯିବା ପାଇଁ ନିମିତ୍ତ ହେଉଛ, ସେଠାରେ କୌଣସି ବିକର୍ମ ହୋଇନଥାଏ । ଏଠାରେ ବିକର୍ମ ହୋଇଥାଏ ତେଣୁ ଦଣ୍ଡ ଭୋଗ କରିବାକୁ ପଡିଥାଏ । ଯେଉଁମାନେ ଶ୍ରୀମତରେ ଚାଲୁନାହାଁନ୍ତି ସେମାନଙ୍କୁ କଣ କୁହାଯିବ? ନାସ୍ତିକ । ଯଦିଓ ଜାଣିଛନ୍ତି ଯେ ବାବା ଆମକୁ ଆସ୍ତିକ କରାଉଛନ୍ତି । ଯଦି ତାଙ୍କ ମତରେ ନ ଚାଲିଲ ତେବେ ତୁମେ ନାସ୍ତିକ ହୋଇ ରହିଯିବ । ଜାଣିଛନ୍ତି ଯେ ଶିବବାବାଙ୍କର ଶ୍ରୀମତରେ ହିଁ ଚାଲିବାକୁ ହେବ, କିନ୍ତୁ ଜାଣି ମଧ୍ୟ ଯଦି ନ ଚାଲିବେ ତେବେ ସେମାନଙ୍କୁ କଣ କହିବା! ଶ୍ରେଷ୍ଠ ହେବା ପାଇଁ ହିଁ ଶ୍ରୀମତ ମିଳିଛି । ସବୁଠାରୁ ଉଚ୍ଚ ସେହି ସଦ୍ଗୁରୁ ଅଟନ୍ତି । ବାବା ବସି ପିଲାମାନଙ୍କୁ ସମ୍ମୁଖରେ ବୁଝାଉଛନ୍ତି । କଳ୍ପ କଳ୍ପ ମଧ୍ୟ ବୁଝାଇଥିଲେ । ବାକି ଶାସ୍ତ୍ର ତ ସବୁ ଭକ୍ତିମାର୍ଗର ଅଟେ । ଅନେକ ଢେର ଶାସ୍ତ୍ର ରହିଛି । ଶାସ୍ତ୍ରର ମଧ୍ୟ ବହୁତ ସମ୍ମାନ ରଖିଥାନ୍ତି । ଯେପରି ଶାସ୍ତ୍ରଗୁଡିକୁ ପରିକ୍ରମାରେ ନେଇଥାନ୍ତି ସେହିପରି ଚିତ୍ରକୁ ମଧ୍ୟ ପରିକ୍ରମା କରାଇଥାନ୍ତି । ବର୍ତ୍ତମାନ ବାବା କହୁଛନ୍ତି ଏସବୁକୁ ଭୁଲିଯାଅ । ଏକଦମ୍ ବିନ୍ଦୁ ହୋଇଯାଅ । ବିନ୍ଦୁ ଲଗାଇଦିଅ, ଆଉ କୌଣସି କଥା ଶୁଣ ନାହିଁ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ ଏବଂ ଖରାପ କଥା କୁହ ନାହିଁ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହା କଥା ଶୁଣ ନାହିଁ । ଅଶରୀରୀ ହୋଇଯାଅ, ଆଉ ସବୁ କିଛି ଭୁଲିଯାଅ । ତୁମେ ଆତ୍ମାମାନେ ଶରୀର ସହିତ ଶୁଣୁଛ । ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ପିଲାମାନଙ୍କୁ ସଦ୍ଗତିର ମାର୍ଗ ବତାଉଛନ୍ତି । ଯଦିଓ ପୂର୍ବରୁ ମଧ୍ୟ ବହୁତ ପ୍ରଯତ୍ନ କରିଛନ୍ତି, କିନ୍ତୁ ମୁକ୍ତି ଜୀବନମୁକ୍ତି କେହି ପାଇପାରିଲେ ନାହିଁ । ଏମାନେ କଳ୍ପର ଆୟୁଷ ହିଁ ଲମ୍ବା କରିଦେଇଛନ୍ତି । ଯାହାଙ୍କର ଭାଗ୍ୟରେ ଥିବ ସିଏ ଶୁଣିବେ । ଯଦି ଭାଗ୍ୟରେ ନଥିବ ଏଠାକୁ ଆସି ପାରିବେ ନାହିଁ । ସେହିପରି ଏଠାରେ ମଧ୍ୟ ଭାଗ୍ୟର ହିଁ କଥା ରହିଛି । ବାବା କେତେ ସହଜରେ ବୁଝାଉଛନ୍ତି, କେହି-କେହି କହୁଛନ୍ତି ଆମର ମୁଖ ଖୋଲୁନାହିଁ । ଆରେ ଏତେ ସହଜ କଥା - ବାବା ଏବଂ ବର୍ସାକୁ ମନେ ପକାଅ । ଏହାକୁ ହିଁ ସଂସ୍କୃତରେ କୁହାଯାଉଛି ମନମନାଭବ । ଶିବବାବା ହେଉଛନ୍ତି ସବୁ ଆତ୍ମାଙ୍କର ପିତା । କୃଷ୍ଣଙ୍କୁ ଆମେ ପିତା ବୋଲି କହିପାରିବା ନାହିଁ । ବ୍ରହ୍ମା ମଧ୍ୟ ସମସ୍ତ ପ୍ରଜାଙ୍କର ପିତା ଅଟନ୍ତି । ଆତ୍ମାମାନଙ୍କର ପିତା ବଡ ନା ପ୍ରଜାଙ୍କର ପିତା ବଡ? ବଡ ବାବାଙ୍କୁ ମନେ ପକାଇବା ଦ୍ୱାରା ପ୍ରାଲବ୍ଧ ରୂପେ ସ୍ୱର୍ଗର ବର୍ସା ମିଳିବ । ଆଗକୁ ତୁମ ପାଖକୁ ବହୁତ ଆସିବେ । କୁଆଡେ ଯିବେ? ଧିରେ ଧିରେ ସମସ୍ତେ ଆସିବେ । ଯେଉଁ ସ୍ଥାନକୁ ବହୁତ ଲୋକ ଯାଇଥାନ୍ତି ଜଣେ ଅନ୍ୟ ଜଣଙ୍କୁ ଦେଖି ପଶି ଆସିଥାନ୍ତି । ସେହିପରି ତୁମମାନଙ୍କ ମଧ୍ୟରେ ବି ବୃଦ୍ଧି ହୋଇ ଚାଲିବେ । ଯେତେ ବି ବିଘ୍ନ ଆସୁ ସେହି ଖିଟ୍ପିଟ୍ରୁ ପାରି ହୋଇ ନିଜର ରାଜଧାନୀ ସ୍ଥାପନ କରିବାକୁ ହିଁ ହେବ । ବାବା ରାମ ରାଜ୍ୟ ସ୍ଥାପନ କରୁଛନ୍ତି । ରାମରାଜ୍ୟ ହେଲା ନୂଆ ଦୁନିଆ ।

ତୁମେ ଜାଣିଛ ଯେ ଆମେ ଶ୍ରୀମତ ଆଧାରରେ ନିଜର ହିଁ ଶରୀର-ମନ-ଧନ ଦ୍ୱାରା ଭାରତକୁ ସ୍ୱର୍ଗ କରାଉଛୁ । ତୁମେ ଏହି କଥା ପ୍ରଥମେ କାହାକୁ ପଚାର ଯେ ପରମପିତା ପରମାତ୍ମାଙ୍କ ସହିତ ତୁମର କଣ ସମ୍ବନ୍ଧ ରହିଛି? ପ୍ରଜାପିତା ବ୍ରହ୍ମାଙ୍କ ସହିତ ତୁମର ସମ୍ବନ୍ଧ କଣ? ଇଏ ହେଉଛନ୍ତି ବେହଦର ବାବା । ପୁଣି ଅଛନ୍ତି ବନ୍ଧୁପରିଜନମାନେ । ଜଣଙ୍କଠାରୁ ହିଁ ବାହାରିଛନ୍ତି ନା । ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରିଛନ୍ତି ଅର୍ଥାତ୍ ପତିତରୁ ପବିତ୍ର କରାଇଛନ୍ତି । ଦୁନିଆ କିଛି ବି ଜାଣିନାହିଁ ଯେ ଆମେ ହିଁ ପୂଜ୍ୟ, ପୁଣି ଆମେ ହିଁ ପୂଜାରୀ.... ଗାୟନ କରୁଛନ୍ତି ପୁଣି ଏହା ଭଗବାନଙ୍କ ପାଇଁ କହିଦେଉଛନ୍ତି । ଯଦି ଭଗବାନ ହିଁ ପୂଜାରୀ ହେଲେ ତେବେ ପୁଣି କିଏ ପୂଜ୍ୟ କରାଇବ... ଏକଥା ପଚାରିବା ଦରକାର । ପିଲାମାନଙ୍କୁ ହମ ସୋ ଅର୍ଥାତ୍ ଆମେ ହିଁ ସିଏ ର ଅର୍ଥ ବୁଝାଯାଇଛି । ଆମେ ହିଁ ଶୂଦ୍ର ଥିଲୁ, ଏବେ ଆମେ ପୁଣି ଦେବତା ହେଉଛୁ । ଚକ୍ରକୁ ତ ସ୍ମୃତିରେ ଆଣିପାରିବ ନା! ଗାୟନ ମଧ୍ୟ କରାଯାଇଥାଏ ଯେ ପିତା ପୁତ୍ରର ଏବଂ ପୁତ୍ର ପିତାର ପ୍ରତ୍ୟକ୍ଷତା କରିଥାନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିମାନ ବ୍ୟବସାୟୀ ହୋଇ ସବୁ ପୁରୁଣା ଖାତାକୁ ଚୁକ୍ତ କରି ସୁଖର ଖାତା ଆରମ୍ଭ କରିବାକୁ ହେବ । ବାବାଙ୍କ ସ୍ମୃତିରେ ରହି ବିକର୍ମ ଗୁଡିକର ବନ୍ଧନକୁ କାଟିବାକୁ ହେବ । ଅଧୈର୍ଯ୍ୟ ନ ହୋଇ ଧେର୍ଯ୍ୟ ଧରିବାକୁ ହେବ ।

(୨) ଘରେ ରହି ଭୋଜନ ପ୍ରସ୍ତୁତ କରିବା ସମୟରେ ବା ପ୍ରତ୍ୟେକ କର୍ମ କରିବା ସମୟରେ ବାବାଙ୍କର ସ୍ମୃତିରେ ରହିବାକୁ ହେବ । ବାବା ଯେଉଁ ଅବିନାଶୀ ଜ୍ଞାନ ରତ୍ନ ଦେଉଛନ୍ତି, ସେଥିରେ ନିଜର ବୁଦ୍ଧିରୂପୀ ଝୁଲା ଭରପୁର କରି ଅନ୍ୟମାନଙ୍କୁ ମଧ୍ୟ ଦାନ କରିବାକୁ ହେବ ।

ବରଦାନ:-
ସାକ୍ଷୀ ହୋଇ ମାୟାର ଖେଳକୁ ମନୋରଞ୍ଜନ ମନେ କରି ଦେଖୁଥିବା ମାଷ୍ଟର ରଚୟିତା ହୁଅ ।

ମାୟା ଯେତେ ବି ରୂପ ଦେଖାଉ, ମୁଁ ମାୟା ପତି ଅଟେ, ମାୟା ମୋର ରଚନା, ମୁଁ ମାଷ୍ଟର ରଚୟିତା - ଏହି ସ୍ମୃତିରେ ରହି ମାୟାର ଖେଳ ଦେଖ, ଖେଳରେ ହାରିଯାଅ ନାହିଁ । ଯଦି ସାକ୍ଷୀ ଦ୍ରଷ୍ଟା ହୋଇ ମନୋରଞ୍ଜନ ମନେ କରି ଦେଖିବ ତେବେ ପ୍ରଥମ ନମ୍ବରରେ ଆସିଯିବ । ମାୟାର କୌଣସି ବି ସମସ୍ୟା ସମସ୍ୟା ଭଳି ଲାଗିବ ନାହିଁ, ମନ ଭିତରେ କୌଣସି ପ୍ରକାରର ପ୍ରଶ୍ନ ମଧ୍ୟ ଉଠିବ ନାହିଁ । ତେଣୁ ସର୍ବଦା ସାକ୍ଷୀ ସ୍ଥିତିରେ ରହିବା ଦ୍ୱାରା ଏବଂ ବାବାଙ୍କର ସଙ୍ଗର ସ୍ମୃତି ଦ୍ୱାରା ବିଜୟୀ ହୋଇଯିବ ।

ସ୍ଲୋଗାନ:-
ମନକୁ ଶୀତଳ, ବୁଦ୍ଧିକୁ ଦୟାଶୀଳ ଏବଂ ମୁଖକୁ ମଧୁର କରିଦିଅ ।