15.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ପ୍ରକୃତ ବୈଷ୍ଣବ ହେବାକୁ ପଡିବ, ପକ୍କା ବୈଷ୍ଣବମାନେ ଭୋଜନରେ ସଂଯମ ଆଚରଣ କରିବା ସହିତ ପବିତ୍ର ମଧ୍ୟ ରହିଥାନ୍ତି ।

ପ୍ରଶ୍ନ:-
କେଉଁ ଅବଗୁଣଟି ଗୁଣରେ ପରିଣତ ହୋଇ ଗଲେ ବେଡା ଅର୍ଥାତ୍ ଜୀବନରୂପୀ ନୌକା ପାରି ହୋଇପାରିବ ?

ଉତ୍ତର:-
ସବୁଠାରୁ ବଡ ଅବଗୁଣ ହେଲା ମୋହ । ମୋହ କାରଣରୁ ସମ୍ବନ୍ଧୀମାନଙ୍କର ସ୍ମୃତି ଆସିଥାଏ (ମାଙ୍କଡିର ଉଦାହରଣ) । ଯଦି କାହାର କେହି ସମ୍ବନ୍ଧୀ ମରିଯାଉଛନ୍ତି ତେବେ ୧୨ ମାସ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଇଥାନ୍ତି । ମୁହଁ ଘୋଡାଇ କାନ୍ଦିଥାନ୍ତି, ସେମାନଙ୍କ କଥା ମନେ ପଡିଥାଏ । ଏହିପରି ଯଦି ବାବାଙ୍କର ସ୍ମୃତି ତୁମ ମନକୁ ଆନ୍ଦୋଳିତ କରିବ, ଦିନ-ରାତି ତୁମେ ବାବାଙ୍କୁ ହିଁ ମନେ ପକାଇବ ତେବେ ତୁମର ବେଡା ପାର ହୋଇଯିବ । ଯେପରି ଲୌକିକ ସମ୍ବନ୍ଧୀମାନଙ୍କୁ ମନେ ପକାଉଛ ସେହିପରି ଯଦି ବାବାଙ୍କୁ ମନେ ପକାଇବ ତେବେ ତ ଅହୋ ସୌଭାଗ୍ୟ... ।

ଓମ୍ ଶାନ୍ତି ।
ବାବା ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଆଜି କହୁଛନ୍ତି ଯେ କେବଳ ବାବା ନୁହଁନ୍ତି ଭିନ୍ନ ସମ୍ବନ୍ଧରେ ମଧ୍ୟ ଭାବିବା ଦରକାର । ମୁଖ୍ୟ କଥା ହେଲା ପରମପିତା ପରମାତ୍ମା ଶିବ, ଯାହାଙ୍କୁ ଈଶ୍ୱର ପିତା ମଧ୍ୟ କହିଥାନ୍ତି, ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ଜ୍ଞାନର ସାଗର ହେବା କାରଣରୁ ଟିଚର ମଧ୍ୟ ଅଟନ୍ତି, ରାଜଯୋଗ ଶିଖାଇଥାନ୍ତି । ଏକଥା ବୁଝାଇବା ଦ୍ୱାରା ବୁଝିବେ ଯେ ସତ୍ୟ ବାବା ଏମାନଙ୍କୁ ପଢାଉଛନ୍ତି । ବାସ୍ତବ କଥା ଏମାନେ ହିଁ ଶୁଣାଉଛନ୍ତି । ସେ ସମସ୍ତଙ୍କର ବାବା, ଟୀଚର ଏବଂ ସଦ୍ଗତି ଦାତା ମଧ୍ୟ ଅଟନ୍ତି ଆଉ ପୁଣି ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ । ପିତା, ଟିଚର, ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି । ସର୍ବ ପ୍ରଥମେ ତ ବାବାଙ୍କ ମହିମା କରିବା ଦରକାର । ବାବା ଆମକୁ ପଢାଉଛନ୍ତି । ଆମେ ହେଉଛୁ ବ୍ରହ୍ମାକୁମାର-କୁମାରୀଗଣ । ବ୍ରହ୍ମା ମଧ୍ୟ ଶିବବାବାଙ୍କର ରଚନା ଅଟନ୍ତି ଏବଂ ବର୍ତ୍ତମାନ ସଂଗମଯୁଗ ଚାଲିଛି । ରାଜଯୋଗର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି ତେଣୁ ଶିକ୍ଷକ ହେଲେ ନା । ଏହି ପାଠପଢା ହେଉଛି ନୂଆ ଦୁନିଆ ପାଇଁ । ଏଠାରେ ବସି ଏହା ଅଭ୍ୟାସ କରିନିଅ ଯେ ଆମକୁ କଣ କଣ ବୁଝାଇବା ଦରକାର । ଏହା ନିଜ ଭିତରେ ଧାରଣ ହେବା ଦରକାର । ଏହା ମଧ୍ୟ ଜାଣିଛ ଯେ କାହାର ବେଶୀ ଧାରଣା ହେଉଛି, କାହାର କମ୍ । ଏଠାରେ ମଧ୍ୟ ଜ୍ଞାନକୁ ଯେଉଁମାନେ ଅଧିକ ବୁଝିଥାନ୍ତି ଓ ଧାରଣ କରିଥାନ୍ତି ତାଙ୍କର ନାମବାଲା ହୋଇଥାଏ । ସେମାନେ ଉଚ୍ଚ ପଦ ପାଇଥାନ୍ତି । ସଂଯମ ବିଷୟରେ ମଧ୍ୟ ବାବା ବତାଉଛନ୍ତି । ତୁମେ ସଂମ୍ପୂର୍ଣ୍ଣ ବୈଷ୍ଣବ ହେଉଛ । ବୈଷ୍ଣବ ଅର୍ଥାତ୍ ଯେଉଁମାନେ ନିରାମିଂସାଷୀ ଅଟନ୍ତି । ମାଂସ, ମଦ ଆଦି ଖାଇ ନଥାନ୍ତି । କିନ୍ତୁ ବିକାରଗ୍ରସ୍ତ ହୋଇଥାନ୍ତି । ବାକି ବୈଷ୍ଣବ ହେଲେ କଣ ହେଲା । ବୈଷ୍ଣବ କୁଳର କହିଥାନ୍ତି ଅର୍ଥାତ୍ ପିଆଜ ଆଦି ତମୋଗୁଣୀ ଜିନିଷ ଖାଇ ନଥାନ୍ତି । ତୁମେ ପିଲାମାନେ ଜାଣୁଛ ତମୋଗୁଣୀ ବସ୍ତୁ କଣ-କଣ ହୋଇଥାଏ । କେହି ଭଲ ମନୁଷ୍ୟ ମଧ୍ୟ ଥାଆନ୍ତି, ଯାହାଙ୍କୁ ଧାର୍ମିକ ବ୍ୟକ୍ତି ବା ଭକ୍ତ କୁହାଯାଏ । ସନ୍ନ୍ୟାସୀମାନଙ୍କୁ କହିବେ ପବିତ୍ର ଆତ୍ମା ଏବଂ ଯେଉଁମାନେ ଦାନ ଆଦି କରନ୍ତି ତାଙ୍କୁ କହିବେ ପୁଣ୍ୟ ଆତ୍ମା । ଏଥିରୁ ମଧ୍ୟ ସିଦ୍ଧ ହୋଇଥାଏ ଯେ ଆତ୍ମା ହିଁ ଦାନପୁଣ୍ୟ କରୁଛି ଏଣୁ ପୁଣ୍ୟ ଆତ୍ମା ବା ପବିତ୍ର ଆତ୍ମା ବୋଲି କୁହାଯାଇଥାଏ । ଆତ୍ମା ନିର୍ଲେପ ନୁହେଁ । ଏଭଳି ଭଲ-ଭଲ କଥା ମନେ ରଖିବା ଦରକାର । ସାଧୁମାନଙ୍କୁ ମଧ୍ୟ ମହାନ୍ ଆତ୍ମା କହିଥାନ୍ତି । ମହାନ ପରମଆତ୍ମା କୁହାଯାଏ ନାହିଁ । ତେବେ ସର୍ବବ୍ୟାପୀ କହିବା ଭୁଲ୍ ଅଟେ । ସମସ୍ତେ ଆତ୍ମା ଅଟନ୍ତି, ଯିଏ ବି ହୁଅନ୍ତୁ ସମସ୍ତଙ୍କ ଭିତରେ ଆତ୍ମା ଅଛି । ଶିକ୍ଷିତମାନେ ସିଦ୍ଧ କରିଥାନ୍ତି ଯେ ବୃକ୍ଷରେ ବି ଆତ୍ମା ଅଛି । କହିଥାନ୍ତି ୮୪ ଲକ୍ଷ ଯୋନିରେ ମଧ୍ୟ ଆତ୍ମା ଅଛି । ଆତ୍ମା ନ ରହିଲେ ତେବେ ବୃଦ୍ଧି କିପରି ହେବ । ମନୁଷ୍ୟଙ୍କର ଆତ୍ମା ତ ଜଡ ବସ୍ତୁରେ ଯାଇପାରିବ ନାହିଁ । ଶାସ୍ତ୍ରରେ ଏଭଳି କଥା ସବୁ ଲେଖି ଦେଇଛନ୍ତି । ଇନ୍ଦ୍ରପ୍ରସ୍ଥରୁ ଧକ୍କା ଦେଇଦେଲେ ଯେ ତଳକୁ ଆସି ପଥର ହୋଇଗଲା । ଏବେ ବାବା ବସି ବୁଝାଉଛନ୍ତି ଯେ, ବାବା ପିଲାମାନଙ୍କୁ କହୁଛନ୍ତି ଦେହର ସମ୍ବନ୍ଧ ଛାଡି ନିଜକୁ ଆତ୍ମା ଭାବ । ମାମେକମ୍ ୟାଦ କର । ବାସ୍ ତୁମର ୮୪ ଜନ୍ମ ଏବେ ପୂର୍ଣ୍ଣ ହେଲା । ଏବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଦୁଃଖଧାମ ହେଉଛି ଅପବିତ୍ର ଧାମ । ଶାନ୍ତିଧାମ ଏବଂ ସୁଖଧାମ ହେଉଛି ପବିତ୍ର ଧାମ । ଏହା ତ ବୁଝୁଛ ନା । ସୁଖଧାମ ନିବାସୀ ଦେବତାଙ୍କ ଆଗରେ ସମସ୍ତେ ମଥା ଟେକିଥାନ୍ତି । ପ୍ରମାଣିତ ହୋଇଥାଏ ଯେ ଭାରତରେ ନୂଆ ଦୁନିଆରେ ପବିତ୍ର ଆତ୍ମାମାନେ ଥିଲେ । ଉଚ୍ଚ ପଦଧାରୀ ଥିଲେ । ଏବେ ତ ଗାଉଛନ୍ତି ମୁଁ ଗୁଣହୀନ ମୋ ଭିତରେ କୌଣସି ଗୁଣ ନାହିଁ । ଏହିପରି ଅନେକ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ କୌଣସି ଗୁଣ ହିଁ ନାହିଁ । ମନୁଷ୍ୟଙ୍କ ଭିତରେ ମୋହ ମଧ୍ୟ ବହୁତ ଥାଏ, ମୃତବ୍ୟକ୍ତିଙ୍କୁ ମନେ ପକାଇଥାନ୍ତି । ବୁଦ୍ଧିରେ ଆସିଥାଏ ଇଏ ମୋର ସନ୍ତାନ ଅଟେ । ପତି କିମ୍ବା ପୁତ୍ର ମରିଗଲେ ତାକୁ ମନେ ପକାଇଥାନ୍ତି । ସ୍ତ୍ରୀ ବର୍ଷ ସାରା ବହୁତ ମନେ ପକାଇଥାଏ, ମୁହଁ ଘୋଡେଇ କାନ୍ଦିଥାଏ । ଏହିପରି ମୁହଁ ଘୋଡେଇ ଯଦି ପ୍ରେମର ସହ ତୁମେ ବାବାଙ୍କୁ ଦିନ-ରାତି ୟାଦ କରିବ ତେବେ ନାବ ପାର ହୋଇଯିବ । ବାବା କହୁଛନ୍ତି ଯେପରି ପତିକୁ ତୁମେ ୟାଦ କରୁଛ ଏପରି ମୋତେ ୟାଦ କରିବ ତ ତୁମର ବିକର୍ମ ବିନାଶ ହୋଇଯିବ । ବାବା ଯୁକ୍ତି ବତାଉଛନ୍ତି ଯେ ଏପରି ଏପରି କର ।

ବ୍ୟବସାୟୀମାନେ ହିସାବ ଖାତା ଦେଖିଥାନ୍ତି ଆଜି ଏତିକି ଖର୍ଚ୍ଚ ହେଲା, ଏତିକି ଫାଇଦା ହେଲା, ବାଲାନ୍ସ ପ୍ରତିଦିନ ବାହାର କରିଥାନ୍ତି । କେହି ତ ମାସକୁ-ମାସ ବାହାର କରିଥାନ୍ତି । ଏଠାରେ ତ ଏହା ବହୁତ ଜରୁରୀ ଅଟେ, ବାବା ବାରମ୍ବାର ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ ସୌଭାଗ୍ୟଶାଳୀ, ହଜାରଗୁଣା ଭାଗ୍ୟଶାଳୀ, କୋଟି କୋଟି ଗୁଣା ଭାଗ୍ୟଶାଳୀ, ପଦମ, ଅରବ, ଖବର ଭାଗ୍ୟଶାଳୀ ଅଟ । ଯେଉଁ ପିଲାମାନେ ନିଜକୁ ସୌଭାଗ୍ୟଶାଳୀ ଭାବିଥାନ୍ତି, ସେମାନେ ନିଶ୍ଚିତ ଭଲ ରୂପେ ବାବାଙ୍କୁ ୟାଦ କରୁଥିବେ । ସେମାନେ ଗୋଲାପ ଫୁଲ ହେବେ । ଏହା ତ ସଂକ୍ଷିପ୍ତରେ ବୁଝାଇବାକୁ ପଡିଥାଏ । ସୁଗନ୍ଧଯୁକ୍ତ ଫୁଲ ତ ତିଆରି କରିବାକୁ ହେବ । ମୁଖ୍ୟ ହେଲା ୟାଦର କଥା । ସନ୍ନ୍ୟାସୀମାନେ ହିଁ ଯୋଗ ଅକ୍ଷର କହିଛନ୍ତି । ଲୌକିକ ବାପା କେବେ ଏପରି କହିବେ ନାହିଁ ଯେ ମୋତେ ମନେ ପକାଅ କିମ୍ବା ପଚାରିବେ ନାହିଁ ଯେ କଣ ମୋତେ ମନେ ପକାଉଛ ? ବାବା ପିଲାମାନଙ୍କୁ, ପିଲାମାନେ ବାପାଙ୍କୁ ସ୍ୱତଃ ମନେ ପକେଇଥାନ୍ତି । ଏହା ତ ନୀୟମ ଅଟେ । ଏଠାରେ ବାବାଙ୍କୁ ପଚାରିବାକୁ ପଡୁଛି କାହିଁକି ନା ମାୟା ଭୁଲାଇ ଦେଉଛି । ଏଠାକୁ ଆସିଥାନ୍ତି, ଜାଣିଥାନ୍ତି ଯେ ଆମେ ବାବାଙ୍କ ପାଖକୁ ଯାଉଛୁ ତେଣୁ ବାବାଙ୍କର ୟାଦ ରହିବା ଦରକାର । ଏଣୁ ବାବା ଚିତ୍ର ବି ତିଆରି କରିଥାନ୍ତି ତେଣୁ ତାହା ମଧ୍ୟ ସାଥିରେ ଥାଉ । ପ୍ରଥମେ ସର୍ବଦା ବାବାଙ୍କର ମହିମାରୁ ଆରମ୍ଭ କର । ଇଏ ଆମର ବାବା ଅଟନ୍ତି, ସେ ସମସ୍ତଙ୍କର ପିତା ଅଟନ୍ତି । ସଭିଙ୍କର ସଦ୍ଗତିଦାତା, ଜ୍ଞାନର ସାଗର ଅଟନ୍ତି । ବାବା ଆମକୁ ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇଥାନ୍ତି, ଯାହା ଦ୍ୱାରା ଆମେ ତ୍ରିକାଳଦର୍ଶୀ ହୋଇଯାଉଛୁ । ତ୍ରିକାଳଦର୍ଶୀ ଏହି ସୃଷ୍ଟିରେ କୌଣସି ମନୁଷ୍ୟ ହୋଇ ପାରିବେ ନାହିଁ । ବାବା କହୁଛନ୍ତି ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ତ୍ରିକାଳଦର୍ଶୀ ନୁହଁନ୍ତି । ଏମାନେ ତ୍ରିକାଳଦର୍ଶୀ ହୋଇ କଣ କରିବେ । ତୁମେ ତ୍ରୀକାଳଦର୍ଶୀ ହେଉଛ ଏବଂ ଅନ୍ୟକୁ କରାଉଛ । ଏହି ଲକ୍ଷ୍ମୀ-ନାରାୟଣଙ୍କ ମଧ୍ୟରେ ଜ୍ଞାନ ଯଦି ରହିଥାନ୍ତା ତେବେ ପରମ୍ପରାରୁ ଆସିଥାନ୍ତା । ମଝିରେ ତ ବିନାଶ ହୋଇଯାଉଛି ଏଣୁ ପରମ୍ପରାରୁ ଚାଲି ପାରିବ ନାହିଁ । ତେଣୁ ପିଲାମାନଙ୍କୁ ଏହି ପାଠ ପଢାକୁ ଭଲ ରୂପେ ସ୍ମରଣ କରିବାର ଅଛି । ତୁମର ମଧ୍ୟ ସର୍ବୋଚ୍ଚ ପାଠପଢା ଏହି ସଂଗମଯୁଗରେ ହେଉଛି । ତୁମେ ୟାଦ କରୁନାହଁ, ଦେହ ଅଭିମାନରେ ଆସିଯାଉଛ ତେଣୁ ମାୟା ଚାପୁଡା ମାରିଦେଉଛି । ୧୬ କଳା ସମ୍ପୂର୍ଣ୍ଣ ହେଲେ ବିନାଶର ସାମଗ୍ରୀ ତିଆରି ହେବ । ସେମାନେ ବିନାଶ ପାଇଁ ଏବଂ ତୁମେ ଅବିନାଶୀ ପଦ ପାଇଁ ପ୍ରସ୍ତୁତ ହେଉଛ । କୌରବ ଏବଂ ପାଣ୍ଡବଙ୍କର ଲଢେଇ ହୁଏ ନାହିଁ, କୌରବ ଏବଂ ଯାଦବଙ୍କର ଲଢେଇ ଲାଗିଥାଏ । ଡ୍ରାମାନୁସାରେ ପାକିସ୍ଥାନ ବି ହୋଇଗଲା । ତାହା ମଧ୍ୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ ତୁମର ଜନ୍ମ ହେଲା । ଏବେ ବାବା ଆସିଛନ୍ତି ତେଣୁ ସବୁ ପ୍ରତ୍ୟକ୍ଷ ରୂପେ ହେବା ଦରକାର ନା । ଭାରତ ପାଇଁ କହିଥାନ୍ତି ଯେ ରକ୍ତର ନଦୀ ବହିବ ତାପରେ ପୁଣି ଘିଅର ନଦୀ ବହିବ । ଏବେ ଦେଖ ଲଢେଇ କରୁଛନ୍ତି । ଅମୁକ ସହର ଦେବ ନାହିଁ ତ ଲଢେଇ କରିବୁ । ଏ ପାଖରେ ଯାଅ ନାହିଁ ଏହା ଆମର ରାସ୍ତା ଅଟେ । ଏବେ ସେମାନେ କଣ କରିବେ । ଷ୍ଟିମର କିପରି ଯିବ! ପୁଣି ପରସ୍ପର ରାୟ କରନ୍ତି, ନିଶ୍ଚିତ ଭାବେ ରାୟ ପଚାରୁଥିବେ । ସାହାଯ୍ୟର ଆଶା ମିଳିଥିବ, ସେମାନେ ପରସ୍ପର ମଧ୍ୟରେ ମିଳିମିଶି ଝଗଡା ସମାଧାନ କରି ଦେଇଥିବେ । ଏଠାରେ ପୁଣି ଗୃହଯୁଦ୍ଧ ଡ୍ରାମାରେ ଫିକ୍ସ ହୋଇ ରହିଛି । ଏବେ ବାବା କହୁଛନ୍ତି ମିଠେ ବଚ୍ଚେ, ବହୁତ ବହୁତ ବୁଦ୍ଧିମାନ ହୁଅ । ଏଠାରୁ ବାହାରି ଘରକୁ ଗଲା ପରେ ପୁଣି ଭୁଲି ଯାଅ ନାହିଁ । ଏଠାକୁ ତୁମେ ଆସିଛ ରୋଜଗାର କରିବା ପାଇଁ । ଛୋଟ ଛୋଟ ପିଲାମାନଙ୍କୁ ନେଇ ଆସିଲେ ସେମାନଙ୍କ ପାଳନାର ବନ୍ଧନରେ ରହିବାକୁ ପଡୁଛି । ଏଠାକୁ ତ ଜ୍ଞାନ ସାଗରଙ୍କ କୋଳକୁ ଆସିଛ । ଯେତେ ରୋଜଗାର କରିବ ସେତେ ଭଲ ଅଟେ । ରୋଜଗାରରେ ଲାଗିଯିବା ଦରକାର । ତୁମେ ଆସିଛ ଅବିନାଶୀ ଜ୍ଞାନ ରତ୍ନର ଝୋଲି ଭରିବା ପାଇଁ । ଗାଇଥାନ୍ତି ମଧ୍ୟ ଭୋଳାନାଥ ଭରି ଦିଅ ଝୋଲି । ଭକ୍ତ ତ ଶଙ୍କରଙ୍କ ଆଗରେ ଯାଇ କହନ୍ତି ଯେ ଝୋଲି ଭରିଦିଅ । ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଜଣେ ବୋଲି ବୁଝିଥାନ୍ତି । ଶିବ-ଶଙ୍କର ମହାଦେବ କହିଦେଇଥାନ୍ତି । ତେଣୁ ମହାଦେବ ବଡ ହୋଇଥାନ୍ତି । ଏଭଳି ଛୋଟ ଛୋଟ କଥା ବହୁତ ବୁଝିବାର ଅଛି ।

ତୁମ ପିଲାମାନଙ୍କୁ ବୁଝାଯାଉଛି ଯେ ଏବେ ତୁମେ ବ୍ରାହ୍ମଣ ଅଟ, ତୁମକୁ ଜ୍ଞାନ ମିଳୁଛି । ପାଠ ପଢିବା ଦ୍ୱାରା ମନୁଷ୍ୟ ସୁଧୁରି ଯାଆନ୍ତି । ଚାଲିଚଳଣ ମଧ୍ୟ ସୁଖଦାୟୀ ହୋଇଥାଏ । ଏବେ ତୁମେ ପାଠ ପଢୁଛ । ଯିଏ ସବୁଠାରୁ ବେଶୀ ପଢିଥାନ୍ତି ଏବଂ ପଢାଇଥାନ୍ତି, ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥାଏ । ତୁମେ କହିବ ମମ୍ମା-ବାବାଙ୍କର ଚରିତ୍ର ସବୁଠାରୁ ଶ୍ରେଷ୍ଠ ଅଟେ । ସେ ପୁଣି ହୋଇ ଗଲେ ବଡ ମମ୍ମା, ଯାହା ମଧ୍ୟରେ ପ୍ରବେଶ କରି ପିଲାମାନଙ୍କୁ ରଚନା କରନ୍ତି । ମାତା-ପିତା ଏକାଠି ଅଛନ୍ତି । କେତେ ଗୁପ୍ତ କଥା ଅଟେ । ଯେପରି ତୁମେ ପଢୁଛ ସେହିପରି ମମ୍ମା ମଧ୍ୟ ପଢୁଥିଲେ । ମମ୍ମାଙ୍କୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରାଗଲା । ହୁସିୟାର ଥିଲେ ତେଣୁ ଡ୍ରାମାନୁସାରେ ସରସ୍ୱତୀ ନାମ ରଖାଗଲା । ବ୍ରହ୍ମପୁତ୍ର ବଡ ନଦୀ ଅଟେ । ସାଗର ଏବଂ ବ୍ରହ୍ମପୁତ୍ର ନଦୀର ମେଳା ମଧ୍ୟ ଲାଗିଥାଏ । ବ୍ରହ୍ମାବାବା ବଡ ନଦୀ ଅଟନ୍ତି ଏବଂ ମାଆ ମଧ୍ୟ ଅଟନ୍ତି । ତୁମ ମଧୁର ପିଲାମାନଙ୍କୁ ବାବା କେତେ ଉଚ୍ଚକୁ ନେଇଯାଉଛନ୍ତି । ବାବା ତୁମମାନଙ୍କୁ ହିଁ ଦେଖୁଛନ୍ତି । ତାଙ୍କୁ ତ କାହାକୁ ୟାଦ କରିବାର ନାହିଁ । ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବାଙ୍କୁ ମନେ ପକାଇବାର ଅଛି । ବାବା କହୁଛନ୍ତି ଯେ ଆମେ ଦୁଇଜଣ, ପିଲାମାନଙ୍କୁ ଦେଖୁଛୁ । ବ୍ରହ୍ମାବାବା କହୁଛନ୍ତି ମୋତେ ତ ସାକ୍ଷୀ ହୋଇ ଦେଖିବାର ନାହିଁ । କିନ୍ତୁ ବାବାଙ୍କ ସହିତ ମୁଁ ମଧ୍ୟ ସାକ୍ଷୀ ହୋଇ ଦେଖୁଛି । ବାବାଙ୍କ ସାଥିରେ ରହୁଛି ନା । ତାଙ୍କର ସନ୍ତାନ ହୋଇଛି ତେଣୁ ସାଥିରେ ଦେଖୁଛି । ଅନୁଭବ ହେଉଛି ଯେପରି ମୁଁ ବିଶ୍ୱର ମାଲିକ ହୋଇ ବୁଲୁଛି । ଯେପରି ମୁଁ ହିଁ ଏହା କରୁଛି । ମୁଁ ଦୃଷ୍ଟି ଦେଉଛି । ଦେହ ସହିତ ସମସ୍ତଙ୍କୁ ତ ଭୁଲିବାକୁ ପଡିଥାଏ । ବାପ ଏବଂ ପୁଅ ଯେପରି ଏକ ହୋଇ ଯାଇଛନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ ଖୁବ୍ ପୁରୁଷାର୍ଥ କର । ବାସ୍ତବରେ ମମ୍ମା ବାବା ସବୁଠାରୁ ବେଶୀ ସେବା କରୁଛନ୍ତି । ଘରେ ବି ମାଆ ବାପା ବହୁତ ସେବା କରିଥାନ୍ତି ନା । ସେବାଧାରୀ ସନ୍ତାନ ନିଶ୍ଚିତ ଶ୍ରେଷ୍ଠ ପଦ ପାଇବେ ତେଣୁ ଅନୁସରଣ କରିବା ଦରକାର । ଯେପରି ବାବା ଅପକାରୀ ଉପରେ ବି ଉପକାର କରନ୍ତି, ଏହିଭଳି ତୁମେ ମଧ୍ୟ ପିତାଙ୍କୁ ଅନୁସରଣ କର । ଏହାର ମଧ୍ୟ ଅର୍ଥ ବୁଝିବା ଦରକାର । ବାବା କହୁଛନ୍ତି ମୋତେ ମନେ ପକାଅ ଆଉ କାହା କଥା ଶୁଣ ନାହିଁ । କେହି କିଛି କହୁଛନ୍ତି ଶୁଣି ନ ଶୁଣିଲାପରି ରୁହ । ତୁମେ ସ୍ମିତହାସ୍ୟରେ ରହିଲେ ସେ ଆପେ ଥଣ୍ଡା ହୋଇଯିବେ । ବାବା କହିଛନ୍ତି ଯଦି କେହି କ୍ରୋଧ କରୁଛନ୍ତି ତ ତୁମେ ତାଙ୍କ ଉପରେ ଫୁଲ ଚଢାଅ ଅର୍ଥାତ୍ ଶୁଭଭାବନା ଦିଅ । ମନରେ ଭାବ ତୁମେ ଅପକାର କରୁଛ, ମୁଁ ଉପକାର କରୁଛି । ବାବା ସ୍ୱୟଂ କହୁଛନ୍ତି ଯେ ସମଗ୍ର ବିଶ୍ୱର ମନୁଷ୍ୟ ମୋର ଅପକାରୀ ଅଟନ୍ତି, ମୋତେ ସର୍ବବ୍ୟାପୀ କହି କେତେ ଗାଳୀ ଦେଇଥାନ୍ତି ମୁଁ ତ ସମସ୍ତଙ୍କର ଉପକାରୀ ଅଟେ । ତୁମେ ପିଲାମାନେ ମଧ୍ୟ ସଭିଙ୍କର ଉପକାରୀ ଅଟ । ତୁମେ ମନେ ପକାଅ ଆମେ କଣ ଥିଲୁ, ଏବେ କଣ ହେଉଛୁ! ବିଶ୍ୱର ମାଲିକ ହେଉଛୁ, ସଂକଳ୍ପ-ସ୍ୱପ୍ନରେ ମଧ୍ୟ ନଥିଲା । ଅନେକଙ୍କୁ ଘରେ ବସି ସାକ୍ଷାତ୍କାର ହୋଇଛି । କିନ୍ତୁ ସାକ୍ଷାତ୍କାରରେ କିଛି ପ୍ରାପ୍ତି ହୋଇଥାଏ କି ? ଆସ୍ତେ ଆସ୍ତେ ବୃକ୍ଷ ବଢିବାକୁ ଲାଗିବ । ଏହି ନୂଆ ଦୈବୀ ବୃକ୍ଷ ସ୍ଥାପନ ହେଉଛି ନା । ପିଲାମାନେ ଜାଣିଥାନ୍ତି ଯେ ଆମର ଦୈବୀ ଫୁଲର ବଗିଚା ତିଆରି ହେଉଛି । ସତ୍ୟଯୁଗରେ ଦେବତାମାନେ ହିଁ ରହିଥାନ୍ତି ଏବଂ ପୁଣି ଆସିବେ, ଚକ୍ରର ପୁନରାବୃତ୍ତି ହେଉଛି । ୮୪ ଜନ୍ମ ବି ସେମାନେ ହିଁ ନେବେ । ଅନ୍ୟ ଆତ୍ମାମାନେ ପୁଣି କେଉଁଠୁ ଆସିବେ । ଡ୍ରାମାରେ ଯେଉଁ ଅଭିନେତା ଆତ୍ମା ଅଛନ୍ତି କେହି ମଧ୍ୟ ଅଭିନୟ କରିବାରୁ ବିରତି ନେଇ ପାରିବେ ନାହିଁ । ଏହି ଚକ୍ର ଘୂରିଥାଏ । ଆତ୍ମା କେବେ ଘୋରି ହୁଏ ନାହିଁ । ଛୋଟ ବଡ ହୋଇନଥାଏ । ବାବା ବସି ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି ଯେ ପିଲାମାନେ ସୁଖଦାୟୀ ହୁଅ । ମାଆ କହିଥାନ୍ତି ନା ପରସ୍ପର ମଧ୍ୟରେ ଲଢେଇ-ଝଗଡା କର ନାହିଁ । ବେହଦର ପିତା ମଧ୍ୟ ପିଲାମାନଙ୍କୁ କହିଥାନ୍ତି ଯେ ୟାଦର ଯାତ୍ରା ବହୁତ ସହଜ ଅଟେ । ସେ ଯାତ୍ରା ତ ଜନ୍ମ ଜନ୍ମାନ୍ତର କରି ଆସିଲ ପୁଣି ମଧ୍ୟ ସେହି ପ୍ରକାର ସିଢିରୁ ତଳକୁ ଖସି ପାପ ଆତ୍ମା ହୋଇଯାଉଛ । ବାବା କହୁଛନ୍ତି ଯେ ଏହା ହେଉଛି ରୁହାନୀ ଯାତ୍ରା । ତୁମକୁ ପୁନଃ ମୃତ୍ୟୁଲୋକକୁ ଆସିବାର ନାହିଁ । ସେ ଯାତ୍ରାରେ ତ ଫେରିଆସି ପୁଣି ଯେଉଁପରି ଥିଲେ ସେହିପରି ହୋଇଯାଆନ୍ତି । ତୁମେ ତ ଜାଣୁଛ ଯେ ଆମେ ସ୍ୱର୍ଗକୁ ଯାଉଛୁ । ସ୍ୱର୍ଗ ଥିଲା ପୁନଃ ହେବ । ଏହି ଚକ୍ର ଘୂରୁଛି । ଦୁନିଆ ଏକ ଅଟେ ବାକି ତାରକା ଆଦିରେ କୌଣସି ଦୁନିଆ ନାହିଁ । ଉପରକୁ ଯାଇ ଦେଖିବା ପାଇଁ କେତେ ମୁଣ୍ଡ ପିଟିଥାନ୍ତି । ମୁଣ୍ଡ ପିଟୁ ପିଟୁ ମୃତ୍ୟୁ ସମ୍ମୁଖରେ ଆସିଯିବ । ଏହା ସବୁ ଅଟେ ବିଜ୍ଞାନ, ଉପରକୁ ଯିବେ ପୁଣି କଣ ହେବ । ମୃତ୍ୟୁ ତ ସାମ୍ନାରେ ଛିଡା ହୋଇଛି । ଗୋଟିଏ ଦିଗରେ ଉପରକୁ ଯାଇ ଠାବ କରୁଛନ୍ତି । ଅନ୍ୟ ଦିଗରେ ମୃତ୍ୟୁ ପାଇଁ ବମ୍ସ ତିଆରି କରୁଛନ୍ତି । ମନୁଷ୍ୟଙ୍କର ବୁଦ୍ଧି ଦେଖ କିପରି ଅଟେ । ଭାବିଥାନ୍ତି କେହି ନିଶ୍ଚୟ ପ୍ରେରଣା ଦେଉଛନ୍ତି । ନିଜେ କହିଥାନ୍ତି ଯେ ବିଶ୍ୱଯୁଦ୍ଧ ନିଶ୍ଚୟ ହେବ । ଏହା ସେହି ମହାଭାରତ ଲଢେଇ ଅଟେ । ଏବେ ତୁମେ ପିଲାମାନେ ହିଁ ଯେତେ ପୁରୁଷାର୍ଥ କରିବ, ସେତେ କଲ୍ୟାଣ ହେବ । ତୁମେ ଭଗବାନଙ୍କର ସନ୍ତାନ ତ ଅଟ ନା । ଭଗବାନ ନିଜର ସନ୍ତାନ ରୂପେ ଗ୍ରହଣ କରିଥାନ୍ତି ତେଣୁ ତୁମେ ଭଗବାନ-ଭଗବତୀ ହୋଇଯାଉଛ । ଲକ୍ଷ୍ମୀ-ନାରାୟଣଙ୍କୁ ଭଗବାନ-ଭଗବତୀ କହିଥାନ୍ତି ନା । କୃଷ୍ଣଙ୍କୁ ଭଗବାନ ମାନିଥାନ୍ତି, ରାଧାକୁ ଏତେ ମାନି ନଥାନ୍ତି । ସରସ୍ୱତୀଙ୍କର ନାମ ଅଛି । ରାଧାଙ୍କର ନାମ ନାହିଁ । କଳସ ପୁଣି ଲକ୍ଷ୍ମୀଙ୍କ ହସ୍ତରେ ଦେଖାଇଛନ୍ତି । ଏହା ମଧ୍ୟ ଭୁଲ୍ କରିଦେଇଛନ୍ତି । ସରସ୍ୱତୀଙ୍କର ମଧ୍ୟ ଅନେକ ନାମ ରଖି ଦେଇଛନ୍ତି । ସରସ୍ୱତୀ ତୁମେ ହିଁ ଅଟ । ଦେବୀମାନଙ୍କର ମଧ୍ୟ ପୂଜା ହୋଇଥାଏ ଏବଂ ଆତ୍ମାମାନଙ୍କର ମଧ୍ୟ ପୂଜା ହୋଇଥାଏ । ବାବା ପିଲାମାନଙ୍କୁ ପ୍ରତ୍ୟେକ କଥା ବୁଝାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଯେପରି ବାବା ଅପକାରୀର ମଧ୍ୟ ଉପକାର କରୁଛନ୍ତି, ସେହିପରି ବାବାଙ୍କୁ ଅନୁକରଣ କରିବାକୁ ହେବ । କେହି କିଛି ଖରାପ କଥା କହୁଛି ତେବେ ଶୁଣି ନ ଶୁଣିଲା ପରି ରୁହ, ହର୍ଷିତମୁଖ ରହିବାକୁ ହେବ । ଏକ ବାବାଙ୍କଠାରୁ ଶୁଣିବାକୁ ହେବ ।

(୨) ସୁଖଦାୟୀ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ । ପରସ୍ପର ମଧ୍ୟରେ ଲଢେଇ-ଝଗଡା କରିବାର ନାହିଁ । ବୁଦ୍ଧିମାନ ହୋଇ ନିଜର ବୁଦ୍ଧି ରୂପକ ଝୁଲାମୁଣିକୁ ଅବିନାଶୀ ଜ୍ଞାନ ରତ୍ନରେ ଭରପୂର କରିବାକୁ ହେବ ।

ବରଦାନ:-
ଶୁଦ୍ଧ ସଂକଳ୍ପର ବ୍ରତ ଦ୍ୱାରା ମନୋବୃତ୍ତିର ପରିବର୍ତ୍ତନ କରି ହୃଦୟ ସିଂହାସନ ଅଧିକାରୀ ହୁଅ ।

ବାପଦାଦାଙ୍କର ହୃଦୟ ରୂପୀ ସିଂହାସନ ଏତେ ପବିତ୍ର ଅଟେ ଯାହାକି ତାହା ଉପରେ କେବଳ ପବିତ୍ର ଆତ୍ମାମାନେ ହିଁ ବସିପାରିବେ । ଯେଉଁମାନଙ୍କର ସଂକଳ୍ପରେ ମଧ୍ୟ ଅପବିତ୍ରତା ବା ଅମର୍ଯ୍ୟାଦା ଆସିଯାଏ ସେମାନେ ସିଂହାସନ ଅଧିକାରୀ ହେବା ପରିବର୍ତ୍ତେ ପତନ ମାର୍ଗରେ ତଳକୁ ଖସିପଡନ୍ତି ସେଥିପାଇଁ ପ୍ରଥମେ ଶୁଦ୍ଧ ସଂକଳ୍ପର ବ୍ରତ ଦ୍ୱାରା ନିଜର ମନୋବୃତ୍ତିର ପରିବର୍ତ୍ତନ କର । ବୃତ୍ତିର ପରିବର୍ତ୍ତନ ଦ୍ୱାରା ଭବିଷ୍ୟତ ଜୀବନରୂପୀ ସୃଷ୍ଟି ପରିବର୍ତ୍ତନ ହୋଇଯିବ । ଶୁଦ୍ଧ ସଂକଳ୍ପ ବା ଦୃଢ ସଂକଳ୍ପର ବ୍ରତର ପ୍ରତ୍ୟକ୍ଷ ଫଳ ହେଲା ସଦାକାଳ ପାଇଁ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହେବା ।

ସ୍ଲୋଗାନ:-
ଯେଉଁଠାରେ ସର୍ବଶକ୍ତି ରହିଛି ସେଠାରେ ନିର୍ବିଘ୍ନ ସଫଳତା ନିଶ୍ଚିତ ଅଛି ।