15.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେବା ପାଇଁ ଆସିଛନ୍ତି, ଯାହା ଦ୍ୱାରା ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ ।

ପ୍ରଶ୍ନ:-
ଶେରନୀ ଅର୍ଥାତ୍ ସିଂହୀ ସଦୃଶ ଶକ୍ତିଶାଳୀ କନ୍ୟାମାନେ କେଉଁ କଥାକୁ ସାହାସର ସହିତ ବୁଝାଇପାରିବେ ?

ଉତ୍ତର:-
ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଏହି କଥା ବୁଝାଇବାକୁ ହେବ ଯେ ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ମନେ କର, ପରମାତ୍ମା ନୁହେଁ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ ଏବଂ ତୁମେ ମୁକ୍ତିଧାମକୁ ଚାଲିଯିବ । ନିଜକୁ ପରମାତ୍ମା ମନେ କରିବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇପାରିବ ନାହିଁ । ଏହି କଥା ବହୁତ ସାହସର ସହିତ ଶେରନୀ ଶକ୍ତିମାନେ ହିଁ ବୁଝାଇପାରିବେ । ବୁଝାଇବା ପାଇଁ ମଧ୍ୟ ଅଭ୍ୟାସ କରିବା ଦରକାର ।

ଗୀତ:-
ନୟନ ହୀନ କୁ ରାହ ଦେଖାଅ...

ଓମ୍ ଶାନ୍ତି ।
ପିଲାମାନେ ଅନୁଭବ କରୁଛନ୍ତି ଆତ୍ମିକ ଯାତ୍ରାରେ କଠିନତା ଅନୁଭବ ହେଉଛି । ଭକ୍ତିମାର୍ଗରେ ଦ୍ୱାର ଦ୍ୱାର ଧକ୍କା ଖାଇବାକୁ ହିଁ ପଡ଼ିଥାଏ । ଅନେକ ପ୍ରକାରର ଜପ-ତପ-ଯଜ୍ଞ କରିଥାନ୍ତି, ଶାସ୍ତ୍ର ଆଦି ପଢିଥାନ୍ତି, ଯେଉଁ କାରଣରୁ ବ୍ରହ୍ମାଙ୍କର ରାତ୍ରି କୁହାଯାଉଛି । ଅଧାକଳ୍ପ ରାତ୍ରି, ଅଧାକଳ୍ପ ଦିନ । କେବଳ ଏକା ବ୍ରହ୍ମା ତ ନଥିବେ ନା । ପ୍ରଜାପିତା ବ୍ରହ୍ମା ହୋଇଥିବାରୁ ନିଶ୍ଚୟ ତାଙ୍କର ସନ୍ତାନ କୁମାର କୁମାରୀ ମାନେ ମଧ୍ୟ ଥିବେ କିନ୍ତୁ ମନୁଷ୍ୟ ଏକଥା ଜାଣିନାହାଁନ୍ତି । ବାବା ହିଁ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି ଯାହା ଦ୍ୱାରା ତୁମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳୁଛି । ତୁମେ କଳ୍ପ ପୂର୍ବରୁ ମଧ୍ୟ ବ୍ରାହ୍ମଣ ଥିଲ ଏବଂ ଦେବତା ହୋଇଥିଲ, ଯେଉଁମାନେ ଦେବତା ହୋଇଥିଲେ ସେମାନେ ପୁଣି ହେବେ । ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଅଟ । ତୁମେ ହିଁ ପୂଜ୍ୟ ଏବଂ ପୂଜାରୀ ହେଉଛ । ଇଂରାଜୀରେ ପୂଜ୍ୟକୁ ୱର୍ଶିପୱର୍ଦି ଅର୍ଥାତ୍ ପୂଜା ପାଇବା ଯୋଗ୍ୟ ଏବଂ ପୂଜାରୀକୁ ୱର୍ଶିପର କୁହାଯାଏ । ଭାରତ ହିଁ ଅଧାକଳ୍ପ ପୂଜାରୀ ହେଉଛି । ଆତ୍ମା ସ୍ୱୀକାର କରୁଛି ଯେ ଆମେ ପୂଜ୍ୟ ଥିଲୁ ପୁଣି ଆମେ ହିଁ ପୂଜାରୀ ହୋଇଛୁ । ପୂଜ୍ୟରୁ ପୂଜାରୀ ପୁଣି ପୂଜ୍ୟ ହେଉଛୁ । ବାବା ତ ପୂଜ୍ୟ ବା ପୂଜାରୀ ହେଉନାହାଁନ୍ତି । ତୁମେ କହୁଛ ଆମେ ହିଁ ପୂଜ୍ୟ ପବିତ୍ର ଦେବୀ-ଦେବତା ଥିଲୁ ପୁଣି ୮୪ ଜନ୍ମ ପରେ ସଂପୂର୍ଣ୍ଣ ପତିତ ପୂଜାରୀ ହୋଇଯାଉଛୁ । ଯେଉଁ ଭାରତବାସୀ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲେ, ଏବେ ସେମାନଙ୍କୁ ନିଜ ଧର୍ମ ବିଷୟରେ କିଛି ହେଲେ ଜଣାନାହିଁ । ସବୁ ଧର୍ମାବଲମ୍ବୀମାନେ ତୁମର ଏହି କଥାକୁ ବୁଝିବେ ନାହିଁ, ଏହି ଧର୍ମର ଯେଉଁମାନେ ଅନ୍ୟ ଧର୍ମ ଗ୍ରହଣ କରିନେଇଛନ୍ତି, ସେହିମାନେ ହିଁ ଆସିବେ । ଏପରି ତ ବହୁତ ପରିବର୍ତ୍ତିତ ହୋଇଯାଇଛନ୍ତି । ବାବା କହୁଛନ୍ତି ଶିବ ଏବଂ ଦେବତାମାନଙ୍କ ପୂଜାରୀଙ୍କ ନିମନ୍ତେ ଏହା ଗ୍ରହଣ କରିବା ସହଜ ଅଟେ । ଅନ୍ୟ ଧର୍ମାବଲମ୍ବୀ ମୁଣ୍ଡ ଖରାପ କରିବେ, ଯିଏ ପରିବର୍ତ୍ତିତ ହୋଇ ଯାଇଛନ୍ତି ସେମାନଙ୍କୁ ଅନୁଭବ ହେବ ଏବଂ ଆସି ବୁଝିବା ପାଇଁ ଚେଷ୍ଟା କରିବେ । ନଚେତ୍ ମାନିବେ ନାହିଁ । ଆର୍ଯ୍ୟ ସମାଜୀମାନଙ୍କ ମଧ୍ୟରୁ ବି ବହୁତ ଆସିଛନ୍ତି । ଶିଖ୍ଧର୍ମରୁ ମଧ୍ୟ ବହୁତ ଆସିଛନ୍ତି । ଯେଉଁମାନେ ଆଦି ସନାତନ ଦେବୀ-ଦେବତା ଧର୍ମରୁ ପରିବର୍ତ୍ତିତ ହୋଇ ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି, ତାଙ୍କୁ ପୁଣି ନିଜ ଧର୍ମକୁ ନିଶ୍ଚୟ ଆସିବାକୁ ପଡିବ । ବୃକ୍ଷରେ ମଧ୍ୟ ଅଲଗା-ଅଲଗା ବିଭାଗ ରହିଛି । ପୁଣି ପାର୍ଟ କରିବା ପାଇଁ ମଧ୍ୟ କ୍ରମାନ୍ୱୟରେ ଆସିବେ । ପୁଣି ଶାଖା-ପ୍ରଶାଖା ବାହାରିବ । ସେମାନେ ପବିତ୍ର ହୋଇଥିବା କାରଣରୁ ତାଙ୍କର ଅଧିକ ପ୍ରଭାବ ରହୁଛି । ବର୍ତ୍ତମାନ ସମୟରେ ଦେବୀ-ଦେବତା ଧର୍ମର ମୂଳଦୁଆ ନାହିଁ ଯାହାକୁ ସ୍ଥାପନା କରିବାକୁ ପଡୁଛି । ଭାଇ-ଭଉଣୀ ସମ୍ବନ୍ଧ ରଖିବାକୁ ହିଁ ପଡିବ । ଆମେ ଏକ ବାବାଙ୍କର ସନ୍ତାନ ସମସ୍ତ ଆତ୍ମା ଭାଇ-ଭାଇ ଅଟୁ । ପୁଣି ଭାଇ-ଭଉଣୀ ହେଉଛୁ । ଏବେ ନୂଆ ସୃଷ୍ଟିର ସ୍ଥାପନା ହେଉଛି, ତେଣୁ ପ୍ରଥମେ ପ୍ରଥମେ ହେଲେ ବ୍ରାହ୍ମଣ । ନୂଆ ସୃଷ୍ଟିର ସ୍ଥାପନାରେ ପ୍ରଜାପିତା ବ୍ରହ୍ମାଙ୍କର ଆବଶ୍ୟକତା ତ ନିଶ୍ଚୟ ରହିଛି । ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ସୃଷ୍ଟି ହେବେ । ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଉଛି । ଏଥିରେ ବ୍ରାହ୍ମଣ ନିଶ୍ଚୟ ଆବଶ୍ୟକ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନିଶ୍ଚୟ ଆବଶ୍ୟକ । ସେ ହେଉଛନ୍ତି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବା ଆଦିପିତା । ପ୍ରଥମ ନମ୍ବରରେ ବ୍ରାହ୍ମଣ ଶୀର୍ଷରେ ରହିଛନ୍ତି । ଆଦମ ବିବି, ଏଡମ୍ ଇବ୍ଙ୍କୁ ମାନୁଛନ୍ତି ମଧ୍ୟ । ବର୍ତ୍ତମାନ ତୁମେ ପୂଜାରୀରୁ ପୂଜ୍ୟ ହେଉଛ । ଦିଲ୍ୱାଡା ମନ୍ଦିର ତୁମମାନଙ୍କର ସବୁଠାରୁ ଭଲ ସ୍ମୃତିଚିହ୍ନ ଅଟେ । ତଳେ ତପସ୍ୟା କରୁଛନ୍ତି, ଉପରେ ରାଜତ୍ୱ ଦୃଶ୍ୟ ଏବଂ ଏଠାରେ ତୁମେ ଚୈତନ୍ୟରେ ବସିଛ । ଏହି ମନ୍ଦିର ବିନାଶ ହୋଇଯିବ ପୁଣି ଭକ୍ତିମାର୍ଗରେ ତିଆରି ହେବ । ତୁମେ ଜାଣିଛ ଏବେ ଆମେ ରାଜଯୋଗ ଶିଖୁଛୁ ପୁଣି ନୂଆ ଦୁନିଆକୁ ଯିବୁ । ତାହା ହେଲା ଜଡ ମନ୍ଦିର, ତୁମେ ଚୈତନ୍ୟରେ ବସିଛ । ମୁଖ୍ୟ ମନ୍ଦିର ଯାହାକି ଠିକ୍ ଭାବରେ ତିଆରି କରାଯାଇଛି । ନଚେତ୍ ସ୍ୱର୍ଗ କେଉଁଠି ଦେଖାଇବେ, ସେଥିପାଇଁ ଛାତରେ ସ୍ୱର୍ଗର ଦୃଶ୍ୟକୁ ଦର୍ଶାଇଛନ୍ତି । ଏହା ଉପରେ ବହୁତ ଭଲ ଭାବେ ବୁଝାଇପାରିବ । କୁହ, ଭାରତ ହିଁ ସ୍ୱର୍ଗ ଥିଲା ପୁଣି ଭାରତ ଏବେ ନର୍କ ହୋଇଯାଇଛି । ଏହି ଧର୍ମର ଆତ୍ମା ତୁରନ୍ତ ବୁଝିବେ । ହିନ୍ଦୁମାନେ ମଧ୍ୟ ଅନେକ ପ୍ରକାରର ଧର୍ମରେ ଯାଇ ମିଶିଯାଇଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ତୁମକୁ ବହୁତ ମେହନତ କରିବାକୁ ପଡୁଛି । ବାବା ବୁଝାଇଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ବାସ୍, ଆଉ କିଛି କଥା ହେବା ଅନୁଚିତ୍ । ଯାହାଙ୍କର ଜ୍ଞାନ ବୁଝାଇବା ଅଭ୍ୟାସ ନାହିଁ, ସେମାନେ ଜ୍ଞାନ ବୁଝାଇବା ଅନୁଚିତ୍ । ନଚେତ୍ ବି.କେଙ୍କ ନାମ ବଦନାମ୍ କରିଦେବେ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ବୁଝାଇବା ଦରକାର ଯେ ଯଦି ତୁମେ ମୁକ୍ତିଧାମ ଯିବାକୁ ଚାହୁଁଛ ତେବେ ନିଜକୁ ଆତ୍ମା ଭାବି, ବାବାଙ୍କୁ ମନେ ପକାଅ । ନିଜକୁ ପରମାତ୍ମା ଭାବ ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ଜନ୍ମ-ଜନ୍ମାନ୍ତରର ପାପ କଟିଯିବ ଏବଂ ତୁମେ ମୁକ୍ତିଧାମକୁ ଚାଲିଯିବ । ତୁମ ପାଇଁ ଏହି ମନମନାଭବର ମନ୍ତ୍ର ହିଁ ଯଥେଷ୍ଟ । କିନ୍ତୁ କଥା କହିବାର ସାହସ ଦରକାର । ସିଂହ ସମାନ ଶକ୍ତିଶାଳୀ ଆତ୍ମାମନେ ହିଁ ସେବା କରିପାରିବେ । ସନ୍ନ୍ୟାସୀମାନେ ବାହାରକୁ ଯାଇ ବିଦେଶୀମାନଙ୍କୁ ନେଇ ଆସୁଛନ୍ତି କହୁଛନ୍ତି ଚାଲ ତୁମକୁ ଆମେ ଆଧ୍ୟାତ୍ମିକ ଜ୍ଞାନ ଦେବୁ । ସେମାନେ ବାବାଙ୍କୁ ତ ଜାଣି ନାହାଁନ୍ତି । ବ୍ରହ୍ମଙ୍କୁ ଭଗବାନ ଭାବି କହିଦେଉଛନ୍ତି, ବ୍ରହ୍ମଙ୍କୁ ମନେ ପକାଅ । ବାସ୍ ଏହି ମନ୍ତ୍ର ଦେଇ ଦେଉଛନ୍ତି ଯେପରି କୌଣସି ଚଢେଇକୁ ନିଜ ପଞ୍ଜୁରୀରେ ରଖି ଦେଉଛନ୍ତି । ତେଣୁ ଏପରି ବୁଝାଇବାରେ ମଧ୍ୟ ସମୟ ଲାଗୁଛି । ବାବା କହୁଛନ୍ତି ପ୍ରତ୍ୟେକ ଚିତ୍ର ଉପରେ ଶିବ ଭଗବାନୁବାଚ ଲେଖାଯାଉ ।

ତୁମେ ଜାଣିଛ, ଏହି ଦୁନିଆରେ ସମସ୍ତେ ପିତାଙ୍କ ବିନା ଅନାଥ ଅଟନ୍ତି । ଡାକୁଛନ୍ତି ତୁମେ ମାତା-ପିତା... କିନ୍ତୁ ତାର ଅର୍ଥ କଣ ? ଅର୍ଥ ନ ଜାଣି କହୁଛନ୍ତି ତୁମର କୃପାରୁ ଅରସନ୍ତି ସୁଖ ମିଳୁଛି । ବର୍ତ୍ତମାନ ବାବା ତୁମକୁ ସ୍ୱର୍ଗର ସୁଖ ଦେବା ପାଇଁ ପଢାଉଛନ୍ତି । ଯେଉଁଥିପାଇଁ ତୁମେ ପୁରୁଷାର୍ଥ କରୁଛ । ଯିଏ କରିବ ସେ ପାଇବ । ଏବେ ତ ସମସ୍ତେ ପତିତ ଅଟନ୍ତି । ପାବନ ଦୁନିଆ ତ ହେଉଛି କେବଳ ସ୍ୱର୍ଗ, ନୂଆ ଦୁନିଆ । ଏଠାରେ କେହି ସତ୍ତ୍ୱପ୍ରଧାନ ରହିପାରିବେ ନାହିଁ । ସତ୍ୟଯୁଗରେ ଯିଏ ସତ୍ତ୍ୱପ୍ରଧାନ ଥିଲେ, ସେହିମାନେ ତମୋପ୍ରଧାନ ପତିତ ହେଉଛନ୍ତି । କ୍ରାଇଷ୍ଟଙ୍କ ପଛେ ପଛେ ତାଙ୍କ ଧର୍ମର ଯେଉଁମାନେ ଉପରୁ ଆସୁଛନ୍ତି, ସେମାନେ ତ ପ୍ରଥମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିବେ ନା । ଯେତେବେଳେ ଲକ୍ଷ-ଲକ୍ଷ ସଂଖ୍ୟାରେ ଧର୍ମାବଲମ୍ବୀ ହୋଇଯାନ୍ତି ସେତେବେଳେ ସେନାବାହିନୀ ପ୍ରସ୍ତୁତ କରନ୍ତି ରାଜତ୍ୱ କରିବା ପାଇଁ । ସେମାନଙ୍କୁ ସୁଖ ବି କମ ତ ଦୁଃଖ ମଧ୍ୟ କମ୍ ମିଳୁଛି । ତୁମ ପରି ସୁଖ ତ କାହାକୁ ବି ମିଳିପାରିବ ନାହିଁ । ତୁମେ ଏବେ ପ୍ରସ୍ତୁତ ହେଉଛ ସୁଖଧାମକୁ ଆସିବା ପାଇଁ । ବାକି ସବୁ ଧର୍ମ, କଣ ସ୍ୱର୍ଗକୁ ଆସିପାରିବେ । ଭାରତ ସ୍ୱର୍ଗ ଥିବା ସମୟରେ ଭାରତ ପରି କୌଣସି ପବିତ୍ର ରାଷ୍ଟ୍ର ନଥିଲା । ଯେତେବେଳେ ବାବା ଆସନ୍ତି ସେତେବେଳେ ହିଁ ଈଶ୍ୱରୀୟ ରାଜ୍ୟ ସ୍ଥାପନ ହୁଏ । ସେଠାରେ ଲଢେଇ ଆଦିର କଥା ନାହିଁ । ଲଢାଇ ଝଗଡା କରିବା ତ ବହୁତ ପଛରେ ଆରମ୍ଭ ହେଉଛି । ଭାରତବାସୀ ଏତେ କାହା ସହିତ ଲଢି ନାହାଁନ୍ତି । ପରସ୍ପର ମଧ୍ୟରେ ଲଢେଇ କରି ଅଲଗା ହୋଇଯାଇଛନ୍ତି । ଦ୍ୱାପର ଯୁଗରେ ଜଣେ-ଅନ୍ୟଜଣଙ୍କ ଉପରେ ଚଢାଉ କରିଥାନ୍ତି । ଏହିସବୁ ଚିତ୍ର ଆଦି ତିଆରି କରିବା ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ । ଏକଥା ମଧ୍ୟ ଲେଖିବା ଆବଶ୍ୟକ ଯେ ଭାରତ ଯିଏକି ସ୍ୱର୍ଗ ଥିଲା ତାହା ପୁଣି ନର୍କ କିପରି ହୋଇଗଲା ଏଠାକୁ ଆସି ବୁଝନ୍ତୁ । ଭାରତ ସଦ୍ଗତିରେ ଥିଲା, ଏବେ ଦୁର୍ଗତିରେ ଅଛି । ଏବେ ସଦ୍ଗତିକୁ ପାଇବା ପାଇଁ ବାବା ହିଁ ଜ୍ଞାନ ଦେଉଛନ୍ତି । ମନୁଷ୍ୟମାନଙ୍କ ଭିତରେ ଏହି ଆତ୍ମିକ ଜ୍ଞାନ ନାହିଁ । ଏହି ଜ୍ଞାନ ପରମପିତା ପରମାତ୍ମାଙ୍କ ଭିତରେ ଥାଏ । ବାବା ଆତ୍ମାମାନଙ୍କୁ ଏହି ଜ୍ଞାନ ଦେଉଛନ୍ତି । ବାକୀ ତ ସମସ୍ତେ ମନୁଷ୍ୟ, ମନୁଷ୍ୟମାନଙ୍କୁ ହିଁ ଜ୍ଞାନ ଦେଉଛନ୍ତି । ଶାସ୍ତ୍ର ମଧ୍ୟ ମନୁଷ୍ୟମାନେ ହିଁ ଲେଖିଛନ୍ତି, ମନୁଷ୍ୟମାନେ ହିଁ ପଢୁଛନ୍ତି । ଏଠାରେ ତ ଆତ୍ମିକ ପିତା ତୁମମାନଙ୍କୁ ପଢାଉଛନ୍ତି ଏବଂ ଆତ୍ମା ପଢୁଛି । ପଢିଲାବାଲା ତ ଆତ୍ମା ହିଁ ଅଟେ ନା । ଦୁନିଆରେ ତ ମନୁଷ୍ୟ ହିଁ ଲେଖୁଛନ୍ତି ଏବଂ ମନୁଷ୍ୟମାନେ ହିଁ ପଢୁଛନ୍ତି । ପରମାତ୍ମାଙ୍କୁ ତ ଶାସ୍ତ୍ର ଆଦି ପଢିବାର ଆବଶ୍ୟକତା ନାହିଁ । ବାବା କହୁଛନ୍ତି ଏହି ଶାସ୍ତ୍ରମାନଙ୍କ ଦ୍ୱାରା କାହାର ବି ସଦ୍ଗତି ହୋଇପାରିବ ନାହିଁ । ମୋତେ ହିଁ ଆସି ସମସ୍ତଙ୍କୁ ଘରକୁ ନେଇଯିବାକୁ ହେବ । ଏବେ ତ ଦୁନିଆରେ କୋଟି କୋଟି ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟଥିଲା ତେବେ ସେଠାରେ ୯ ଲକ୍ଷ ଲୋକ ଥିଲେ । ବହୁତ ଛୋଟ ବୃକ୍ଷ ବା ଦୁନିଆ ଥାଏ । ତେବେ ବିଚାର କର, ଏତେ ସବୁ ଆତ୍ମା କେଉଁଠିକୁ ଗଲେ ? ବ୍ରହ୍ମରେ ବା ପାଣିରେ ତ ଲୀନ ହୋଇଯାଉ ନାହାଁନ୍ତି । ସେମାନେ ସମସ୍ତେ ମୁକ୍ତିଧାମରେ ରହୁଛନ୍ତି । ପ୍ରତ୍ୟେକ ଆତ୍ମା ଅବିନାଶୀ ଅଟେ । ତା ମଧ୍ୟରେ ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି ଯାହା କେବେ ବିନାଶ ହୋଇପାରିବ ନାହିଁ । ଆତ୍ମା ବିନାଶ ହୋଇପାରିବ ନାହିଁ । ଆତ୍ମା ତ ବିନ୍ଦୁ ଅଟେ । ବାକି ନିର୍ବାଣ ଅବସ୍ଥାକୁ କେହି ବି ଯାଉ ନାହାଁନ୍ତି, ସମସ୍ତଙ୍କୁ ପାର୍ଟ କରିବାକୁ ହିଁ ହେବ । ଯେବେ ସବୁ ଆତ୍ମାମାନେ ଉପରୁ ଆସିଯାଉଛନ୍ତି ସେ ସମୟରେ ମୁଁ ଆସି ସମସ୍ତଙ୍କୁ ନେଇଯାଉଛି । ଶେଷ ସମୟରେ ହିଁ ବାବାଙ୍କର ଅଭିନୟ ଥାଏ । ନୂଆ ଦୁନିଆର ସ୍ଥାପନା ପୁଣି ପୁରୁଣା ଦୁନିଆର ବିନାଶ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତୁମେ ଆର୍ଯ୍ୟ ସମାଜୀମାନଙ୍କ ଦଳକୁ ବୁଝାଇଲେ ସେଥିରେ ଯଦି କେହି ଏହି ଦେବତାଧର୍ମର ହୋଇଥିବେ ତାଙ୍କୁ ଅନୁଭବ ହେବ । ବାସ୍ତବରେ ଏହି କଥା ତ ଠିକ୍, ପରମାତ୍ମା ସର୍ବବ୍ୟାପୀ କିପରି ହୋଇପାରିବେ । ଭଗବାନ ତ ବାବା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି । କେହି କେହି ଆର୍ଯ୍ୟ ସମାଜୀ ମଧ୍ୟ ତୁମ ପାଖକୁ ଆସୁଛନ୍ତି ନା । ତାଙ୍କୁ ହିଁ ନୂତନ ଧର୍ମର କଲମି କୁହାଯାଉଛି । ତୁମେ ବୁଝାଇଚାଲ ତେବେ ତୁମ କୁଳର ଯିଏ ହୋଇଥିବ ସେ ଆସିବ । ଭଗବାନ ହିଁ ପବିତ୍ର ହେବା ପାଇଁ ଉପାୟ ବତାଉଛନ୍ତି । ଭଗବାନୁବାଚ କେବଳ ମୋତେ ମନେ ପକାଅ । ମୁଁ ପତିତ-ପାବନ ଅଟେ, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ମୁକ୍ତିଧାମକୁ ଆସିଯିବ । ଏହି ସମ୍ବାଦ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଅଟେ । କୁହ, ବାବା କହୁଛନ୍ତି ଦେହର ସବୁ ଧର୍ମ ଛାଡି ମୋତେ ମନେ ପକାଇଲେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ମୁଁ ଗୁଜୁରାଟୀ ଅଟେ, ଅମକ ଅଟେ ଏସବୁ ଛାଡ । ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ମନେ ପକାଅ । ଏହା ହେଉଛି ଯୋଗ ଅଗ୍ନି । ସାବଧାନତା ପୂର୍ବକ ସେମାନଙ୍କୁ ବୁଝାଇବାକୁ ହେବ । ସମସ୍ତେ ତ ବୁଝିବେ ନାହିଁ । ବାବା କହୁଛନ୍ତି ମୁଁ ହିଁ ପତିତ-ପାବନ ଅଟେ । ତୁମେ ସମସ୍ତେ ହେଉଛ ପତିତ, ପବିତ୍ର ନ ହୋଇ ନିର୍ବାଣଧାମକୁ ମଧ୍ୟ ଯାଇପାରିବ ନାହିଁ । ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ବୁଝିବାକୁ ହେବ । ସଂପୂର୍ଣ୍ଣ ବୁଝିଲେ ହିଁ ଉଚ୍ଚ ପଦ ପାଇବ । ଅଳ୍ପ ଭକ୍ତି କରିଥିଲେ, ଅଳ୍ପ ଜ୍ଞାନ ବୁଝିବେ । ବହୁତ ଭକ୍ତି କରିଥିବେ ତ ଜ୍ଞାନକୁ ଭଲ ଭାବେ ବୁଝିବେ । ବାବା ଯାହାସବୁ ବୁଝାଉଛନ୍ତି ତାକୁ ଧାରଣ କରିବାକୁ ହେବ । ବାନପ୍ରସ୍ଥିମାନଙ୍କ ପାଇଁ ବହୁତ ସହଜ ଅଟେ । ଗୃହସ୍ଥ ବ୍ୟବହାରରୁ ଅଲଗା ହୋଇଯାଉଛନ୍ତି । ବାନପ୍ରସ୍ଥ ଅବସ୍ଥା ୬୦ ବର୍ଷ ପରେ ହୋଇଥାଏ । ଗୁରୁ ମଧ୍ୟ ସେତେବେଳେ କରିଥାନ୍ତି । ଆଜିକାଲି ତ ଛୋଟ ଅବସ୍ଥାରେ ମଧ୍ୟ ଗୁରୁ କରାଇଦେଉଛନ୍ତି । କିନ୍ତୁ ବାସ୍ତବରେ ପ୍ରଥମେ ବାପା, ପୁଣି ଶିକ୍ଷକ ପୁଣି ୬୦ ବର୍ଷ ପରେ ଗୁରୁ କରାଯାଏ । ସଦ୍ଗତିଦାତା ତ କେବଳ ବାବା ହିଁ ଅଟନ୍ତି, ଏହିସବୁ ଅନେକ ଗୁରୁ ସଦ୍ଗତିଦାତା ନୁହଁନ୍ତି । ଇଏ ସବୁ ହେଲା ପଇସା ରୋଜଗାରର ଉପାୟ, ସତଗୁରୁ ତ ଜଣେ ହିଁ ଅଟନ୍ତି ସମସ୍ତଙ୍କର ସଦ୍ଗତିଦାତା । ବାବା କହୁଛନ୍ତି ମୁଁ ତୁମକୁ ସବୁ ବେଦ-ଶାସ୍ତ୍ରର ସାରାଂଶ ବୁଝାଉଛି । ଏସବୁ ହେଲା ଭକ୍ତିମାର୍ଗର ସାମଗ୍ରୀ । ସିଡି ଓହ୍ଲାଇବାକୁ ପଡିଥାଏ । ଜ୍ଞାନ, ଭକ୍ତି ପୁଣି ଭକ୍ତିର ବୈରାଗ୍ୟ କରାଯାଏ । ଜ୍ଞାନ ମିଳିଗଲେ ଭକ୍ତିରୁ ହିଁ ବୈରାଗ୍ୟ ହୋଇଥାଏ । ଏହି ପୁରୁଣା ଦୁନିଆ ପ୍ରତି ତୁମର ବୈରାଗ୍ୟ ଆସୁଛି । ଦୁନିଆକୁ ଛାଡି କେଉଁଠିକୁ ଯିବ ? ତୁମେ ଜାଣିଛ ଏହି ଦୁନିଆ ହିଁ ବିନାଶ ହେବ । ସେଥିପାଇଁ ଏବେ ବେହଦ ଦୁନିଆର ସନ୍ନ୍ୟାସ କରିବାକୁ ହେବ । ପବିତ୍ର ନ ହେବା ପର୍ଯ୍ୟନ୍ତ ଘରକୁ ଯାଇପାରିବ ନାହିଁ । ପବିତ୍ର ହେବା ପାଇଁ ଯୋଗର ଯାତ୍ରା ଆବଶ୍ୟକ । ଭାରତରେ ରକ୍ତର ନଦୀ ବହିବା ପରେ ପୁଣି କ୍ଷୀରର ନଦୀ ବହିବ । ବିଷ୍ଣୁଙ୍କୁ ମଧ୍ୟ କ୍ଷୀର ସାଗର ଭିତରେ ଦେଖାଉଛନ୍ତି । ବୁଝାଯାଉଛି ଏହି ଲଢେଇ ଦ୍ୱାରା ମୁକ୍ତି-ଜୀବନମୁକ୍ତିର ଦ୍ୱାର ଖୋଲୁଛି । ତୁମେ ପିଲାମାନେ ଯେତେ ଆଗକୁ ବଢିବ, ସେତେ ପ୍ରଚାର ହୋଇଚାଲିବ । ଏବେ ତ ଲଢେଇ ଲାଗିବାର ସମ୍ଭାବନା ଅଧିକ । ଗୋଟିଏ ଅଗ୍ନିକଣାରୁ ଦେଖ ଆଗରୁ କଣ ହୋଇଥିଲା । ଭାବୁଛନ୍ତି ଲଢିବେ ନିଶ୍ଚୟ । ଲଢେଇ ତ ସବୁବେଳେ ଲାଗି ରହିଛି । ଜଣେ-ଅନ୍ୟ ଜଣଙ୍କର ସହଯୋଗୀ ମଧ୍ୟ ହେଉଛନ୍ତି । ତୁମକୁ ମଧ୍ୟ ନୂଆ ଦୁନିଆ ଆବଶ୍ୟକ ତେଣୁ ପୁରୁଣା ଦୁନିଆ ନିଶ୍ଚୟ ବିନାଶ ହେବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ପୁରୁଣା ଦୁନିଆ ଏବେ ବିନାଶ ହେବ, ସେଥିପାଇଁ ଏହି ପୁରୁଣା ଦୁନିଆରୁ ସନ୍ନ୍ୟାସ କରିବାକୁ ହେବ । ଦୁନିଆକୁ ଛାଡି କେଉଁଠିକୁ ଯିବାର ନାହିଁ, କିନ୍ତୁ ଏହାକୁ ବୁଦ୍ଧି ଦ୍ୱାରା ଭୁଲିବାକୁ ହେବ ।

(୨) ନିର୍ବାଣଧାମକୁ ଯିବା ପାଇଁ ସଂପୂର୍ଣ୍ଣ ପବିତ୍ର ହେବାକୁ ପଡିବ ଅର୍ଥାତ୍ ସୃଷ୍ଟି ରଚନାର ଆଦି-ମଧ୍ୟ-ଅନ୍ତକୁ ସଠିକ ଭାବରେ ବୁଝି ନୂଆ ଦୁନିଆରେ ଉଚ୍ଚ ପଦ ପାଇବାକୁ ହେବ ।

ବରଦାନ:-
ଅବହେଳା ପଣିଆର ନିଦ୍ରାକୁ ଛାଡପତ୍ର ଦେଇ ନିଦ୍ରାଜିତ୍, ଚକ୍ରବର୍ତ୍ତୀ ହୁଅ ।

ସାକ୍ଷାତ୍କାରମୂରତ ହୋଇ ଭକ୍ତମାନଙ୍କୁ ସାକ୍ଷାତ୍କାର କରାଇବା ପାଇଁ ଅଥବା ଚକ୍ରବର୍ତ୍ତୀ ହେବା ପାଇଁ ନ୍ରିଦାଜିତ୍ ହୁଅ । ଯେତେବେଳେ ବିନାଶକାଳ ଭୁଲି ହୋଇଯାଉଛି ସେତେବେଳେ ଅବହେଳା ପଣିଆର ନିଦ୍ରା ଆସିଯାଉଛି, ତେଣୁ ଭକ୍ତମାନଙ୍କର ଡାକରାକୁ ଶୁଣ, ଦୁଃଖୀ ଆତ୍ମାଙ୍କ ଦୁଃଖର ଗୁହାରି ଶୁଣ, ତୃଷାର୍ତ୍ତ ଆତ୍ମାମାନଙ୍କର ପ୍ରାର୍ଥନାର ଶବ୍ଦ ଶୁଣ ତାହାହେଲେ କେବେ ବି ଅବହେଳା ପଣିଆର ନିଦ ଆସିବ ନାହିଁ । ସେଥିପାଇଁ ବର୍ତ୍ତମାନ ସଦା ଜାଗ୍ରତ ଜ୍ୟୋତି ହୋଇ ଅବହେଳା ପଣିଆର ନିଦ୍ରାକୁ ଛାଡପତ୍ର ଦିଅ ଏବଂ ସାକ୍ଷାତ୍କାର ମୂରତ ହୁଅ ।

ସ୍ଲୋଗାନ:-
ଶରୀର-ମନ-ଧନ ଏବଂ ମନ-ବାଣୀ-କର୍ମ ଯେକୌଣସି ପ୍ରକାରରେ ବାବାଙ୍କର କର୍ତ୍ତବ୍ୟରେ ସହଯୋଗୀ ହୁଅ ତେବେ ସହଜଯୋଗୀ ହୋଇଯିବ ।