15.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
କୋମଳତାର ସଂସ୍କାର ମଧ୍ୟ ଦେହ-ଅଭିମାନ ଅଟେ, ରୁଷିବା, କାନ୍ଦିବା ଆଦିର ଆସୁରୀ ସଂସ୍କାର ତୁମ ପାଖରେ ରହିବା ଉଚିତ୍ ନୁହେଁ, ଦୁଃଖ-ସୁଖ, ମାନ-ଅପମାନ ସବୁ କିଛି ତୁମକୁ ସହନ କରିବାକୁ ହେବ ।

ପ୍ରଶ୍ନ:-
ସେବାରେ ଢିଲାପଣ ଆସିବାର ମୁଖ୍ୟ କାରଣ କଣ ?

ଉତ୍ତର:-
ଯେତେବେଳେ ଦେହ-ଅଭିମାନ କାରଣରୁ ପରସ୍ପରର ଦୁର୍ବଳତା ଦେଖିବାରେ ଲାଗୁଛନ୍ତି ତେବେ ସେବାରେ ଢିଲାପଣ ଆସିଯାଉଛି । ପରସ୍ପର ମଧ୍ୟରେ ଅପଡ ହେବା ମଧ୍ୟ ଦେହ-ଅଭିମାନ ଅଟେ । ମୁଁ ଅମୁକ ସହିତ ଚଳିପାରିବି ନାହିଁ, ମୁଁ ଏଠାରେ ରହିପାରିବି ନାହିଁ... ଏସବୁ କୋମଳତା ଅଟେ । ଏହି କଥା ମୁଖରୁ ବାହାର କରିବା ଅର୍ଥ କଣ୍ଟା ହେବା, ଆଜ୍ଞାକାରୀ ନହେବା । ବାବା କହୁଛନ୍ତି ପିଲାମାନେ, ତୁମେ ଆତ୍ମିକ ସେନା ଅଟ ସେଥିପାଇଁ ନିର୍ଦ୍ଦେଶ ହେଲେ ତୁରନ୍ତ ହାଜିର ହେବା ଦରକାର । କୌଣସି କଥାରେ ବାହାନାବାଜି କର ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପିଲାମାନଙ୍କୁ ପ୍ରଥମେ ଏହି ଶିକ୍ଷା ମିଳୁଛି ଯେ ନିଜକୁ ଆତ୍ମା ନିଶ୍ଚୟ କର । ଦେହ-ଅଭିମାନ ଛାଡି ଦେହୀ-ଅଭିମାନୀ ହେବାକୁ ପଡିବ । ଆମେ ଆତ୍ମା ଅଟୁ, ଦେହୀ-ଅଭିମାନୀ ହେଲେ ହିଁ ବାବାଙ୍କୁ ମନେ ପକାଇ ପାରିବା । ତାହା ଅଜ୍ଞାନକାଳ ଥିଲା । ଏହା ଜ୍ଞାନ କାଳ ଅଟେ । ଜ୍ଞାନ ତ ଏକମାତ୍ର ବାବା ହିଁ ଦେଉଛନ୍ତି ଯିଏ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ସେ ନିରାକାର ଅଟନ୍ତି ଅର୍ଥାତ୍ ତାଙ୍କର କୌଣସି ମନୁଷ୍ୟ ଆକାର ନାହିଁ । ମନୁଷ୍ୟର ଆକାର ଅଛି ତେଣୁ ତାଙ୍କୁ ଭଗବାନ ବୋଲି କୁହାଯିବ ନାହିଁ । ସବୁ ଆତ୍ମାମାନେ ତ ନିରାକାରୀ ଅଟନ୍ତି । କିନ୍ତୁ ଦେହ-ଅଭିମାନ କାରଣରୁ ନିଜକୁ ଆତ୍ମା ବୋଲି ଭୁଲିଯାଇଛନ୍ତି । ବର୍ତ୍ତମାନ ବାବା ତୁମକୁ କହୁଛନ୍ତି ଯେ ତୁମକୁ ଘରକୁ ଯିବାକୁ ହେବ । ନିଜକୁ ଆତ୍ମା ଭାବ, ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହେବ, ଆଉ କୌଣସି ଉପାୟ ନାହିଁ । ଆତ୍ମା ହିଁ ପତିତ ଏବଂ ଆତ୍ମା ହିଁ ପବିତ୍ର ହେଉଛି । ବାବା ବୁଝାଉଛନ୍ତି ସତ୍ୟ ଏବଂ ତ୍ରେତା ଯୁଗରେ ପବିତ୍ର ଆତ୍ମାମାନେ ଥିଲେ । ରାବଣ ରାଜ୍ୟରେ ପୁଣି ପତିତ ଆତ୍ମା ରହୁଛନ୍ତି । ସିଡି ଚିତ୍ରରେ ମଧ୍ୟ ବୁଝାଯାଇଛି ଯେ ଯେଉଁମାନେ ପବିତ୍ର ଥିଲେ ସେମାନେ ପୁଣି ପତିତ ହୋଇଯାଇଛନ୍ତି । ୫ ହଜାର ବର୍ଷ ପୂର୍ବରୁ ତୁମେ ସମସ୍ତ ଆତ୍ମାମାନେ ଶାନ୍ତିଧାମରେ ପବିତ୍ର ଥିଲ । ତାକୁ ନିର୍ବାଣଧାମ ବୋଲି କୁହାଯାଉଛି । ପୁଣି କଳିଯୁଗରେ ପତିତ ହେଉଥିବାରୁ ଆକୁଳ କଣ୍ଠରେ ଡାକୁଛନ୍ତି ହେ ପତିତ-ପାବନ ଆସ । ବାବା ବୁଝାଉଛନ୍ତି ପିଲାମାନେ, ମୁଁ ତୁମକୁ ପତିତରୁ ପବିତ୍ର ହେବା ପାଇଁ ଯେଉଁ ଜ୍ଞାନ ଦେଉଛି, ତାକୁ କେବଳ ମୁଁ ହିଁ ଦେଉଛି ଯାହା ପୁଣି ପ୍ରାୟ ଲୋପ ହୋଇଯାଉଛି । ବାବାଙ୍କୁ ହିଁ ଆସି ଜ୍ଞାନ ଶୁଣାଇବାକୁ ପଡୁଛି । ଏଠାରେ ମନୁଷ୍ୟମାନେ ଅସରନ୍ତି ଶାସ୍ତ୍ର ତିଆରି କରିଛନ୍ତି । ସତ୍ୟଯୁଗରେ କୌଣସି ଶାସ୍ତ୍ର ରହିବ ନାହିଁ । ସେଠାରେ ତିଳେମାତ୍ର ମଧ୍ୟ ଭକ୍ତିମାର୍ଗ ରହିବ ନାହିଁ ।

ବର୍ତ୍ତମାନ ବାବା କହୁଛନ୍ତି ତୁମେ ମୋ ଦ୍ୱାରା ହିଁ ପତିତରୁ ପବିତ୍ର ହୋଇପାରିବ । ପବିତ୍ର ଦୁନିଆ ନିଶ୍ଚୟ ହିଁ ହେବ । ମୁଁ ତ ପିଲାମାନଙ୍କୁ ଆସି ରାଜଯୋଗ ଶିଖାଉଛି । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଋଷିବା, କାନ୍ଦିବା ଏସବୁ ଆସୁରୀ ସ୍ୱଭାବ ଅଟେ । ବାବା କହୁଛନ୍ତି ଦୁଃଖ-ସୁଖ, ମାନ-ଅପମାନ ସବୁ କିଛି ପିଲାମାନଙ୍କୁ ହିଁ ସହନ କରିବାକୁ ହେବ । ସମ୍ବେଦନଶୀଳତା ନୁହେଁ । ମୁଁ ଅମୁକ ସ୍ଥାନରେ ରହିପାରିବି ନାହିଁ, ଏହା ମଧ୍ୟ ସମ୍ବେଦନଶୀଳ ସଂସ୍କାର ଅଟେ । ଏହାଙ୍କ ସ୍ୱଭାବ ଏହିପରି, ଇଏ ଏପରି ଅଟନ୍ତି, ସେପରି ଅଟନ୍ତି, ଏସବୁ କିଛି ରହିବା ଅନୁଚିତ୍ । ମୁଖରୁ ସର୍ବଦା ଫୁଲ ହିଁ ବାହାରୁ । ମୁଖରୁ କଣ୍ଟା ବାହାରିବା ଅନୁଚିତ୍ । କେତେକ ସନ୍ତାନମାନଙ୍କ ମୁଖରୁ ବହୁତ କଣ୍ଟା ବାହାରୁଛି । କାହା ଉପରେ କ୍ରୋଧ କରିବା ମଧ୍ୟ କଣ୍ଟା ସଦୃଶ ଅଟେ । ପିଲାମାନେ ପରସ୍ପର ମଧ୍ୟରେ ମତଭେଦ ସୃଷ୍ଟି କରୁଛନ୍ତି । ଦେହ-ଅଭିମାନ ଥିବା କାରଣରୁ ପରସ୍ପରର ଦୁର୍ବଳତା ଦେଖି ନିଜ ମଧ୍ୟରେ ମଧ୍ୟ ଅନେକ ପ୍ରକାରର ଦୁର୍ବଳତା ଆସିଯାଉଛି, ସେଥିପାଇଁ ସେବାରେ ଢିଲାପଣ ଆସିଯାଉଛି । ବାବା ବୁଝୁଛନ୍ତି - ଏହା ମଧ୍ୟ ଡ୍ରାମା ଅନୁସାରେ ହେଉଛି । ସୁଧୁରିବାକୁ ମଧ୍ୟ ପଡିବ । ମିଲେଟ୍ରୀ ଲୋକମାନେ ଯୁଦ୍ଧକୁ ଗଲେ ତାଙ୍କର କାମ ହେଉଛି ଶତ୍ରୁ ସହିତ ଲଢିବା । ବନ୍ୟା ସମୟରେ ଅଥବା କୌଣସି ହଙ୍ଗାମା ହେଲେ ବହୁତ ମିଲେଟ୍ରୀମାନଙ୍କୁ ଡାକିଥାନ୍ତି । ପୁଣି ମିଲେଟ୍ରୀ ଲୋକେ ମୂଲିଆଙ୍କର କାମ ମଧ୍ୟ କରିଥାନ୍ତି । ସରକାର ମିଲେଟ୍ରୀମାନଙ୍କୁ ନିର୍ଦ୍ଦେଶ କରିଥାନ୍ତି ଏସବୁ ସ୍ଥାନରେ ମାଟି ଭର୍ତ୍ତି କର । ଯଦି କେହି ନ ଆସନ୍ତି ତେବେ ଗୁଳି କରିଦିଅନ୍ତି । ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ହିଁ ପଡିବ । ବାବା କହୁଛନ୍ତି ତୁମେ ମଧ୍ୟ ସେବା ନିମନ୍ତେ ବନ୍ଧା ହୋଇଛ । ବାବା ଯେଉଁ ସ୍ଥାନକୁ ସେବା ନିମନ୍ତେ ଯିବାକୁ କହିବେ, ତୁରନ୍ତ ହାଜିର ହେବା ଦରକାର । ନ ମାନିଲେ ତୁମକୁ ମିଲେଟ୍ରୀ ବୋଲି କୁହାଯିବ ନାହିଁ । ସେମାନେ ପୁଣି ହୃଦୟରେ ରହିପାରିବେ ନାହିଁ । ତୁମେ ସମସ୍ତଙ୍କୁ ସନ୍ଦେଶ ଦେବାରେ ବାବାଙ୍କର ସହଯୋଗୀ ହୋଇଛ । ଧରିନିଅ କେଉଁଠି ବଡ ମିୟ୍ୟୁଜିୟମ୍ ଖୋଲାଯାଇଛି, ୧୦ ମାଇଲ ଦୂରରେ ଅଛି, ସେଠାକୁ ସେବାରେ ତ ଯିବାକୁ ପଡିବ ନା । ଖର୍ଚ୍ଚର ଚିନ୍ତା କରିବା ଅନୁଚିତ୍ । ଆମକୁ ସବୁଠାରୁ ବଡ ସରକାର ବେହଦ ବାବାଙ୍କର ନିର୍ଦ୍ଦେଶ ମିଳୁଛି । ଯାହାଙ୍କର ରାଇଟ୍ ହ୍ୟାଣ୍ଡ ହେଉଛନ୍ତି ଧର୍ମରାଜ । ତାଙ୍କ ଶ୍ରୀମତରେ ନମାନିବା ଦ୍ୱାରା ପୁଣି ଅଧୋଗତି ହେଉଛି । ଶ୍ରୀମତ କହୁଛି ନିଜର ଦୃଷ୍ଟିକୁ ନିର୍ବିକାରୀ କରାଅ । କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ସାହାସ ରଖିବା ଦରକାର । ବାବାଙ୍କର ନିର୍ଦ୍ଦେଶକୁ ଯଦି ଆମେ ନ ମାନିବା ତେବେ ଏକଦମ୍ ରସାତଳଗାମୀ ହୋଇଯିବା । ୨୧ ଜନ୍ମ ରାଜତ୍ୱରେ ଅଙ୍କୁଶ ଲାଗିଯିବ । ବାବା କହୁଛନ୍ତି ପିଲାମାନଙ୍କ ବିନା ମୋତେ ତ ଆଉ କେହି ଜାଣିପାରିବେ ନାହିଁ । କଳ୍ପ ପୂର୍ବର ସନ୍ତାନମାନେ ହିଁ ଧିରେ-ଧିରେ ଆସିବେ । ଏହା ବିଲ୍କୁଲ୍ ନୂଆ କଥା ଅଟେ । ଏହା ହେଉଛି ଗୀତାର ଯୁଗ । କିନ୍ତୁ ଶାସ୍ତ୍ରରେ ଏହି ସଂଗମ ଯୁଗର ବର୍ଣ୍ଣନା ନାହିଁ । ଗୀତାକୁ ହିଁ ଦ୍ୱାପରକୁ ନେଇଯାଇଛନ୍ତି । କିନ୍ତୁ ରାଜଯୋଗ ଶିଖାଇଥିବାରୁ ନିଶ୍ଚୟ ସଂଗମଯୁଗ ହୋଇଥିବ ନା । କିନ୍ତୁ କାହାରି ବୁଦ୍ଧିରେ ଏକଥା ନାହିଁ । ଏବେ ତୁମର ଜ୍ଞାନର ନଶା ଚଢିଛି । ମନୁଷ୍ୟମାନଙ୍କର ଭକ୍ତିମାର୍ଗର ନିଶା ରହିଛି । କହୁଛନ୍ତି ସ୍ୱୟଂ ଭଗବାନ ଆସିଗଲେ ମଧ୍ୟ ଆମେ ଭକ୍ତି ଛାଡିବୁ ନାହିଁ । ଏହି ଉତ୍ଥାନ ଏବଂ ପତନର ସିଡି ବହୁତ ଭଲ, ତଥାପି ମଧ୍ୟ ମନୁଷ୍ୟମାନଙ୍କର ଆଖି ଖୋଲୁ ନାହିଁ । ମାୟାର ନିଶାରେ ଏକଦମ୍ ରସାତଳଗାମୀ ହୋଇଯାଉଛନ୍ତି । ଜ୍ଞାନର ନିଶା ବହୁତ ଡେରୀରେ ଚଢିଥାଏ । ପ୍ରଥମେ ତ ଦୈବୀଗୁଣ ଆବଶ୍ୟକ । ବାବାଙ୍କର କୌଣସି ନିର୍ଦ୍ଦେଶକୁ ଅବମାନନା କରିବା ଅନୁଚିତ୍ । ଏହା ମୁଁ କରିପାରିବି ନାହିଁ, ଏପରି କହିବା ଏହାକୁ ଆଜ୍ଞାକାରୀ କୁହାଯିବ ନାହିଁ । ଶ୍ରୀମତ ମିଳୁଛି ଏହିପରି କରିବାକୁ ହେବ ତେଣୁ ବୁଝିବା ଦରକାର ଯେ ଶିବବାବାଙ୍କର ମତ ସର୍ବଶ୍ରେଷ୍ଠ ଅଟେ । ସେ ହେଉଛନ୍ତି ସଦ୍ଗତି ଦାତା । ଦାତା କେବେ ଓଲଟା ମତ ଦେବେ ନାହିଁ । ବାବା କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତରେ ପ୍ରବେଶ କରୁଛି । ବ୍ରହ୍ମାଙ୍କ ଠାରୁ ମଧ୍ୟ ଦେଖ ଲକ୍ଷ୍ମୀ କେତେ ଶ୍ରେଷ୍ଠ ହୋଇଯାଇଛନ୍ତି । ଗାୟନ ମଧ୍ୟ ରହିଛି ନାରୀମାନଙ୍କୁ ଆଗରେ ରଖାଯାଇଥାଏ । ପ୍ରଥମେ ଲକ୍ଷ୍ମୀ ପୁଣି ନାରାୟଣ, ଯଥା ରାଜା ରାଣୀ ତଥା ପ୍ରଜା ହୋଇଯାଆନ୍ତି । ତୁମକୁ ମଧ୍ୟ ଏହିପରି ଶ୍ରେଷ୍ଠ ହେବାକୁ ପଡିବ । ବର୍ତ୍ତମାନ ତ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି । ସମସ୍ତେ କହୁଛନ୍ତି ରାମରାଜ୍ୟ ହେବା ଦରକାର । ବର୍ତ୍ତମାନ ହେଉଛି ସଂଗମ । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିବା ସମୟରେ ରାବଣ ରାଜ୍ୟ ନଥିଲା, ପୁଣି ପରିବର୍ତ୍ତନ କିପରି ହେଉଛି, ଏକଥା କେହି ଜାଣି ନାହାଁନ୍ତି । ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି । ଭାବୁଛନ୍ତି କଳିଯୁଗ ତ ଏବେ ଛୋଟ ପିଲା ସଦୃଶ, ଗୁରୁଣ୍ଡୁଛି । ତେଣୁ ମନୁଷ୍ୟ ଆହୁରି ନିଦ୍ରାରେ ଶୋଇ ରହିଛନ୍ତି । ଏହି ଆତ୍ମିକ ଜ୍ଞାନ, ଆତ୍ମିକ ବାବା ହିଁ ଆତ୍ମାମାନଙ୍କୁ ଦେଉଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି । କୃଷ୍ଣଙ୍କୁ ରୁହାନୀ ପିତା ବୋଲି କୁହାଯିବ ନାହିଁ । ସେ ରୁହାନୀ ସନ୍ତାନ ବୋଲି କହିବେ ନାହିଁ । ଏକଥା ମଧ୍ୟ ଲେଖିବା ଦରକାର - ରୁହାନୀ ଜ୍ଞାନର ସାଗର ବାବା ଆଧ୍ୟାତ୍ମିକ ଜ୍ଞାନ ଆତ୍ମିକ ସନ୍ତାନମାନଙ୍କୁ ଦେଉଛନ୍ତି ।

ବାବା ବୁଝାଉଛନ୍ତି ଦୁନିଆରେ ସମସ୍ତ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି । ମୁଁ ଆତ୍ମା ଅଟେ, ଏକଥା କେହି ଜାଣିନାହାଁନ୍ତି । ବାବା କହୁଛନ୍ତି କାହାର ମଧ୍ୟ ଆତ୍ମା ଲୀନ ହୋଇନଥାଏ । ଏବେ ତୁମକୁ ବୁଝାଯାଉଛି ଯେ, ଦଶହରା, ଦୀପାବଳୀ କଣ । ମନୁଷ୍ୟ ତ ଯାହାବି ପୂଜା ଆଦି କରୁଛନ୍ତି, ସବୁ ଅନ୍ଧବିଶ୍ୱାସ ଅଟେ । ଯାହାକୁ କଣ୍ଢେଇ ପୂଜା, ପଥର ପୂଜା ବୋଲି କୁହାଯାଉଛି । ବର୍ତ୍ତମାନ ତୁମେ ପାରସ ବୁଦ୍ଧି ହେଉଥିବାରୁ ପଥରର ପୂଜା କରିପାରିବ ନାହିଁ । ଚିତ୍ର ଆଗରେ ଯାଇ ମୁଣ୍ଡ ନୂଆଁଉଛନ୍ତି । କିଛି ହେଲେ ମଧ୍ୟ ବୁଝୁ ନାହାଁନ୍ତି । କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଜ୍ଞାନର ପ୍ରାରବ୍ଧ ଅଧାକଳ୍ପ ରହିଛି ପୁଣି ଭକ୍ତି ଆରମ୍ଭ ହେଉଛି । ଏବେ ତୁମକୁ ଜ୍ଞାନ ମିଳୁଥିବାରୁ ଭକ୍ତିରୁ ବୈରାଗ୍ୟ ଆସିଯାଉଛି । ଏହି ଦୁନିଆ ହିଁ ପରିବର୍ତ୍ତନ ହେଉଛି । କଳିଯୁଗରେ ଭକ୍ତି ରହିଛି । ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ସେଠାରେ ସମସ୍ତେ ପୂଜ୍ୟ ହେବେ । ବାବା କହୁଛନ୍ତି ପିଲାମାନେ, ତୁମେ କାହିଁକି ମୁଣ୍ଡ ନୁଆଁଉଛ । ଅଧାକଳ୍ପ ତୁମେ ମୁଣ୍ଡ ନୁଆଁଇଛ, ପଇସା ହରାଇଛ, କିଛି ହେଲେ ମିଳିନାହିଁ । ମାୟା ଏକଦମ୍ ମୁଣ୍ଡ ଘୂରାଇ ଦେଉଛି । କାଙ୍ଗାଳ କରିଦେଇଛି । ପୁଣି ବାବା ଆସି ସମସ୍ତଙ୍କର ମୁଣ୍ଡ ଠିକ୍ କରିଦେଉଛନ୍ତି । ଏବେ ଧିରେ-ଧିରେ କିଛି ୟୁରୋପିଆନ୍ ଲୋକେ ମଧ୍ୟ ବୁଝୁଛନ୍ତି । ବାବା ବୁଝାଉଛନ୍ତି ଏହି ଭାରତ ବାସୀ ମଧ୍ୟ ବିଲ୍କୁଲ୍ ତମୋଗୁଣୀ ହୋଇଯାଇଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ପଛରେ ଆସୁଥିବାରୁ ସେମାନଙ୍କୁ ସୁଖ ଏବଂ ଦୁଃଖ ମଧ୍ୟ ବହୁତ କମ ମିଳୁଛି । ଭାରତାବାସୀଙ୍କୁ ସୁଖ ବହୁତ ଓ ଦୁଃଖ ମଧ୍ୟ ବହୁତ ମିଳୁଛି । ଆରମ୍ଭରୁ ହିଁ କେତେ ଧନବାନ୍ ଏକଦମ୍ ବିଶ୍ୱର ମାଲିକ ହେଉଛନ୍ତି । ଅନ୍ୟ ଧର୍ମାବଲମ୍ବୀ ପ୍ରଥମେ ଧନବାନ୍ ହୋଇ ନଥାନ୍ତି । ପଛକୁ ଧିରେ ଧିରେ ବୃଦ୍ଧି ହୋଇ ବର୍ତ୍ତମାନ ଶେଷ ସମୟରେ ଧନବାନ୍ ହୋଇଛନ୍ତି । ବର୍ତ୍ତମାନ ପୁଣି ସବୁଠାରୁ ଭିକାରୀ ଭାରତ ହିଁ ହୋଇଛି । ଅନ୍ଧଶ୍ରଦ୍ଧାଳୁ ମଧ୍ୟ ଭାରତ ହୋଇଛି । ଏହିପରି ମଧ୍ୟ ଡ଼୍ରାମା ତିଆରି ହୋଇଛି । ବାବା କହୁଛନ୍ତି ମୁଁ ଯେଉଁ ସ୍ଥାନକୁ ସ୍ୱର୍ଗ କରିଥିଲି, ତାହା ବର୍ତ୍ତମାନ ନର୍କ ହୋଇଯାଇଛି । ମନୁଷ୍ୟ ମାଙ୍କଡ଼ ବୁଦ୍ଧି ହୋଇଯାଇଛନ୍ତି, ତାଙ୍କୁ ମୁଁ ଆସି ମନ୍ଦିର ଯୋଗ୍ୟ କରାଉଛି । ବିକାର ବହୁତ କଡ଼ା ଅଟେ । କେତେ କ୍ରୋଧ କରୁଛନ୍ତି । ତୁମ ପାଖରେ କ୍ରୋଧ ରହିବା ଅନୁଚିତ୍ । ବିଲକୁଲ୍ ଶାନ୍ତ ଓ ଅତି ମଧୁର ହୁଅ । ଏକଥା ମଧ୍ୟ ଜାଣିଛ ଯେ କୋଟିଏରେ କେହି ବାହାରିବେ - ରାଜପଦ ପାଇବା ପାଇଁ । ବାବା କହୁଛନ୍ତି ମୁଁ ଆସିଛି ତୁମକୁ ନରରୁ ନାରାୟଣ କରିବା ପାଇଁ । ସେଥିରେ ମଧ୍ୟ ଅଷ୍ଟ ରତ୍ନଙ୍କର ମୁଖ୍ୟ ଗାୟନ ରହିଛି । ଅଷ୍ଟ ରତ୍ନ ଏବଂ ମଝିରେ ବାବା ରହିଛନ୍ତି । ଆଠ ଜଣହେଉଛନ୍ତି ପାସ୍ ୱିଥ୍ ଅନର୍ସ, ତାହା ପୁଣି ପୁରୁଷାର୍ଥର କ୍ରମ ଅନୁସାରେ । ଦେହ-ଅଭିମାନ ତ୍ୟାଗ କରିବା ନିମନ୍ତେ ବହୁତ ପରିଶ୍ରମ ଲାଗୁଛି । ଦେହର ଅଭିମାନ ବିଲକୁଲ୍ ତ୍ୟାଗ କରିବା ଉଚିତ୍ । ପକ୍କା ବ୍ରହ୍ମଜ୍ଞାନୀଙ୍କର ଏହିପରି ସ୍ଥିତି ହୋଇଥାଏ । ବସି-ବସି ଦେହ ତ୍ୟାଗ କରିଥାନ୍ତି । ବସି-ବସି ଏପରି ଦେହତ୍ୟାଗ କରିଥାନ୍ତି, ବାୟୁମଣ୍ଡଳ ଏକଦମ୍ ଶାନ୍ତ ହୋଇଯାଏ ଏବଂ ପ୍ରାୟତଃ ସକାଳର ଶୁଦ୍ଧ ସମୟରେ ଶରୀର ଛାଡ଼ିଥାନ୍ତି । ରାତିରେ ମନୁଷ୍ୟ ଖରାପ କର୍ମକରି ସକାଳୁ ସ୍ନାନ ଆଦି କରି ଭଗବାନ- ଭଗବାନ ବୋଲି କହିବାରେ ଲାଗିଥାନ୍ତି । ପୂଜା କରିଥାନ୍ତି । ବାବା ସବୁ କଥା ବୁଝାଉଛନ୍ତି । ପ୍ରଦର୍ଶନୀ ଆଦିରେ ମଧ୍ୟ ତୁମେ ପ୍ରଥମେ ବାବାଙ୍କ ପରିଚୟ ଦିଅ । ପ୍ରଥମେ ବାବା ଏବଂ ପରେ ସମ୍ପତ୍ତି । ବାବା ତ ଏକମାତ୍ର ନିରାକାର ଅଟନ୍ତି । ରଚୟିତା ବାବା ହିଁ ବସି ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଝାଉଛନ୍ତି । ସେହି ବାବା କହୁଛନ୍ତି ମାମେକମ୍ ୟାଦ କର । ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବି ମୋତେ ମନେପକାଅ । ବାବାଙ୍କ ପରିଚୟ ଦେଲେ ପୁଣି କାହାର ସାହାସ ହେବ ନାହିଁ ପ୍ରଶ୍ନ-ଉତ୍ତର କରିବା ପାଇଁ । ପ୍ରଥମେ ବାବାଙ୍କ ନିଶ୍ଚୟ ପକ୍କା ହୋଇଯାଉ ତାପରେ ଯାଇ କୁହ ୮୪ ଜନ୍ମ ଏହିପରି ନିଆଯାଏ । ଚକ୍ରକୁ ଏବଂ ବାବାଙ୍କୁ ବୁଝିଗଲେ ପୁଣି କୌଣସି ପ୍ରଶ୍ନ ଉଠିବ ନାହିଁ । ବାବାଙ୍କ ପରିଚୟ ଦେବା ପରିବର୍ତ୍ତେ ତୁମେ ଅନ୍ୟ ବିଷୟ ବୁଝାଉଥିବାରୁ ଏଥିରେ ତୁମର ବହୁତ ସମୟ ନଷ୍ଟ ହୋଇଯାଉଛି । ଗଳା ଶୁଖିଯାଉଛି । ପ୍ରଥମେ ପ୍ରଥମେ ଅଲଫର କଥା ଉଠାଅ । ଅନ୍ୟ କଥା କହିବା ଦ୍ୱାରା ବୁଝିପାରିବେ ନାହିଁ । ବିଲ୍କୁଲ୍ ସାଧାରଣ ରୀତିରେ ଏବଂ ଧିରସ୍ଥିର ଭାବେ ବସି ବୁଝାଇବା ଦରକାର । ଦେହୀ-ଅଭିମାନୀ ହୋଇଥିଲେ ଭଲ ବୁଝାଇପାରିବେ । ବଡ଼-ବଡ଼ ମ୍ୟୁଜିୟମ୍ରେ ଯେଉଁମାନେ ଭଲ ବୁଝାଉଛନ୍ତି ତାଙ୍କର ସାହାଯ୍ୟ ଲୋଡ଼ିଥାନ୍ତି । କିଛି ସମୟ ନିଜର ସେବାକେନ୍ଦ୍ର ଛାଡ଼ି ସାହାଯ୍ୟ କରିବା ନିମନ୍ତେ ଆସିବା ଦରକାର । ସେବାକେନ୍ଦ୍ର ସମ୍ଭାଳିବା ନିମନ୍ତେ ଅନ୍ୟ କାହାକୁ ବସାଇଦିଅ । ଯଦି ଗଦି ସମ୍ଭାଳିବା ପାଇଁ କାହାକୁ ନିଜ ସମାନ କରିନାହିଁ, ତେବେ ବାବା ବୁଝିବେ ଯେ ଇଏ କୌଣସି କାମର ନୁହେଁ, ସେବା କରି ନାହାଁନ୍ତି । ବାବାଙ୍କୁ ଲେଖୁଛନ୍ତି ସେବା ଛାଡି କିପରି ଯିବୁ ! ଆରେ ବାବା ହୁକୁମ୍ କରୁଛନ୍ତି ଅମୁକ ଜାଗାରେ ପ୍ରଦର୍ଶନୀ ଅଛି ଯାଇ ସେବା କର । ଯଦି ଗଦି ଯୋଗ୍ୟ କାହାକୁ କରିନାହଁ ତେବେ ତୁମେ କେଉଁ କାମର । ବାବା ହୁକୁମ କରୁଛନ୍ତି ତୁରନ୍ତ ଯିବା ଉଚିତ୍, ତାଙ୍କୁ ହିଁ ମହାରଥୀ ବ୍ରାହ୍ମଣୀ ବୋଲି କୁହାଯାଇଥାଏ । ବାକି ସମସ୍ତେ ଘୋଡା ସବାର, ପଦାତିକ ଅଟନ୍ତି । ସମସ୍ତଙ୍କୁ ସେବାରେ ସାହାଯ୍ୟ କରିବା ଉଚିତ୍ । ଏତେ ବର୍ଷରେ ତୁମେ କାହାକୁ ନିଜ ସମାନ କରି ନାହଁ ତେବେ କଣ କରୁଥିଲ । ଏତେ ଦିନ ମଧ୍ୟରେ କାହାକୁ ସନ୍ଦେଶବାହକ କରି ନାହିଁ, ଯାହା ଫଳରେ ସେବାକେନ୍ଦ୍ର ସମ୍ଭାଳିବେ । ଭିନ୍ନ ଭିନ୍ନ ସ୍ୱଭାବର ମନୁଷ୍ୟ ଆସୁଛନ୍ତି ଯାହାଙ୍କ ସହିତ କଥା ହେବା ପାଇଁ ମଧ୍ୟ ବୁଦ୍ଧି ଦରକାର । ମୁରଲୀ ମଧ୍ୟ ପ୍ରତ୍ୟହ ପଢିବା ଅଥବା ଶୁଣିବା ଉଚିତ୍ । ମୁରଲୀ ପଢି ନାହଁ ଅର୍ଥ ଅନୁପସ୍ଥିତ ଲେଖାଯିବ । ତୁମକୁ ସାରା ବିଶ୍ୱକୁ ସେବାର ବିସ୍ତାର କରିବାକୁ ହେବ । ତୁମେ ସାରା ବିଶ୍ୱର ସେବା କରୁଛ ନା । ପତିତ ଦୁନିଆକୁ ପବିତ୍ର କରାଇବା ଅର୍ଥ ସେବା କରିବା ଅଟେ ନା । ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଧାମର ରାସ୍ତା ବତାଇ, ଦୁଃଖରୁ ମୁକ୍ତ କରିବାକୁ ହେବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବହୁତ ମିଠା, ବହୁତ ଶାନ୍ତ ଏବଂ ମଧୁର ସ୍ୱଭାବଯୁକ୍ତ ହେବାକୁ ପଡିବ । କେବେ ହେଲେ କ୍ରୋଧ କରିବା ଉଚିତ୍ ନୁହେଁ । ନିଜର ଆଖିକୁ ଅର୍ଥାତ୍ ଦୃଷ୍ଟିକୁ ବହୁତ ନିର୍ବିକାରୀ କରିବାକୁ ହେବ ।

(୨) ବାବା ଯାହା ହୁକୁମ୍ କରୁଛନ୍ତି ତାକୁ ତୁରନ୍ତ ମାନିବାକୁ ହେବ । ସାରା ବିଶ୍ୱକୁ ପତିତରୁ ପବିତ୍ର କରିବାର ସେବା କରିବାକୁ ହେବ ଅର୍ଥାତ୍ ଘେରାଉ କରିବାକୁ ହେବ ।

ବରଦାନ:-
ନିଜର ମହତ୍ୱ ଏବଂ କର୍ତ୍ତବ୍ୟକୁ ଜାଣି ସର୍ବଦା ଜାଗ୍ରତ ଜ୍ୟୋତି ହୁଅ ।

ତୁମେ ପିଲାମାନେ ଜଗତର ଜ୍ୟୋତି ଅଟ । ତୁମମାନଙ୍କର ପରିବର୍ତ୍ତନ ଦ୍ୱାରା ବିଶ୍ୱର ପରିବର୍ତ୍ତନ ହେବ । ସେଥିପାଇଁ ବିତିଯାଇଥିବା କଥାକୁ ଭୁଲିଯାଇ ନିଜର ମହତ୍ୱ ଏବଂ କର୍ତ୍ତବ୍ୟକୁ ଜାଣି ସର୍ବଦା ଜାଗ୍ରତ ଜ୍ୟୋତି ହୁଅ । ତୁମେମାନେ ଗୋଟିଏ ସେକେଣ୍ଡରେ ସ୍ୱ-ପରିବର୍ତ୍ତନ ଆଧାରରେ ବିଶ୍ୱ ପରିବର୍ତ୍ତନ କରିପାରିବ । କେବଳ ଏତିକି ଅଭ୍ୟାସ କର ଏବେ ଏବେ କର୍ମଯୋଗୀ ସ୍ଥିତି, ଏବେ ଏବେ କର୍ମାତୀତ ସ୍ଥିତି । ଯେପରି ତୁମର ରଚନା କଇଁଛ ଗୋଟିଏ ସେକେଣ୍ଡରେ ନିଜର ସବୁ ଅଙ୍ଗକୁ ସଂଙ୍କୁଚିତ କରି ନିଜ ଭିତରେ ରଖିନେଉଛି, ସେହିପରି ତୁମେ ମାଷ୍ଟର ରଚୟିତା ମାନେ ନିଜର ସଂକୋଚନ କରିବାର ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡରେ ସମସ୍ତ ସଂକଳ୍ପକୁ ସମାହିତ କରି ଗୋଟିଏ ସଂକଳ୍ପରେ ସ୍ଥିତ ହୋଇଯାଅ ।

ସ୍ଲୋଗାନ:-
ଲବଲୀନ ସ୍ଥିତିର ଅନୁଭବ କରିବା ପାଇଁ ସ୍ମୃତି-ବିସ୍ମୃତିର ଯୁଦ୍ଧକୁ ସମାପ୍ତ କର ।