15.10.21          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
କର୍ମ କରିବା ସମୟରେ ନିଜକୁ ଆଶିକ ଅର୍ଥାତ୍ ପ୍ରେମିକା ମନେ କରି ଏକମାତ୍ର ମାଶୁକ ଅର୍ଥାତ୍ ପ୍ରେମିକଙ୍କୁ ମନେ ପକାଅ, ତାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମ୍ଭେମାନେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବ ।

ପ୍ରଶ୍ନ:-
ଏହି ମହାଭାରତ ଲଢେଇ ସମୟରେ ତୁମେ ପିଲାମାନଙ୍କୁ ବାବାଙ୍କର କେଉଁ ପ୍ରକାରର ହୁକୁମ ବା ନିର୍ଦ୍ଦେଶ ମିଳିଛି?

ଉତ୍ତର:-
ବାବାଙ୍କର ହୁକୁମ ବା ନିର୍ଦ୍ଦେଶ ହେଉଛି ପିଲାମାନେ ଦେହୀ-ଅଭିମାନୀ ହୁଅ । ସମସ୍ତଙ୍କୁ ସନ୍ଦେଶ ଦିଅ ଯେ ଏବେ ବାବା ଏବଂ ରାଜଧାନୀକୁ ମନେ ପକାଅ । ନିଜର ଚଳଣିକୁ ଠିକ୍ କର । ବହୁତ-ବହୁତ ମିଠା ହୁଅ । କାହାକୁ ଦୁଃଖ ଦିଅ ନାହିଁ । ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କର ଏବଂ ସ୍ୱଦର୍ଶନ ଚକ୍ରଧାରୀ ହୁଅ । ଆଗକୁ ପାଦ ବଢାଇବାର ପୁରୁଷାର୍ଥ କର ।

ଓମ୍ ଶାନ୍ତି ।
ପିଲାମାନେ ବାବାଙ୍କର ସ୍ମୃତିରେ ବସିଛନ୍ତି । ଏଭଳି ତ କୌଣସି ସତସଙ୍ଗ ନାହିଁ, ଯେଉଁଠାରେ କେହି ବସି ପୁଣି କହିବେ ଯେ ସବୁ ପିଲାମାନେ ବାବାଙ୍କର ୟାଦରେ ବସିଛନ୍ତି । ଏହା ଏକମାତ୍ର ହିଁ ସ୍ଥାନ ଅଟେ । ପିଲାମାନେ ଜାଣିଛନ୍ତି ଯେ ବାବାଙ୍କ ନିର୍ଦ୍ଦେଶ - ବଞ୍ଚିଥିବା ପର୍ଯ୍ୟନ୍ତ ବାବାଙ୍କୁ ମନେ ପକାଇଚାଲ । ଏକଥା ପାରଲୌକିକ ପିତା ହିଁ କହୁଛନ୍ତି - ହେ ପିଲାମାନେ । ସବୁ ପିଲାମାନେ ଶୁଣୁଛନ୍ତି, ନା କେବଳ ତୁମ୍ଭମାନଙ୍କୁ କହୁଛନ୍ତି ବରଂ ସମସ୍ତଙ୍କୁ କହୁଛନ୍ତି । ପିଲାମାନେ ବାବାଙ୍କର ୟାଦରେ ରୁହ ତେବେ ତୁମର ଜନ୍ମ-ଜନ୍ମାନ୍ତରର ଯେଉଁ ପାପ ରହିଛି, ଯେଉଁ କାରଣରୁ କଳଙ୍କି ଲାଗିଯାଇଛି, ସେସବୁ ବାହାରିଯିବ ଏବଂ ତୁମର ଆତ୍ମା ସତ୍ୱପ୍ରଧାନ ହୋଇଯିବ । ଅସଲରେ ତୁମର ଆତ୍ମା ସତ୍ୱପ୍ରଧାନ ହିଁ ଥିଲା ପୁଣି, ଅଭିନୟ କରି-କରି ତମୋପ୍ରଧାନ ହୋଇଯାଇଛି । ଏହି ମହାବାକ୍ୟ ବାବାଙ୍କ ବ୍ୟତୀତ କେହି କହିପାରିବେ ନାହିଁ । ଲୌକିକ ପିତାଙ୍କର ହୁଏତ ଦୁଇ-ଚାରୋଟି ସନ୍ତାନ ହୋଇଥିବେ ସେମାନଙ୍କୁ କହିବେ ରାମ-ରାମ କୁହ କିମ୍ବା ପତିତ-ପାବନ ସୀତାରାମ କୁହ ଅଥବା କହିବେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କର । କିନ୍ତୁ ଏପରି କହିବେ ନାହିଁ ଯେ ହେ ପିଲାମାନେ, ଏବେ ମୋତେ ପିତାଙ୍କୁ ମନେ ପକାଅ । ପିତା ତ ଘରେ ଅଛନ୍ତି । ତାଙ୍କୁ ୟାଦ କରିବାର କୌଣସି କଥା ହିଁ ନାହିଁ । ଏହି ଅବିନାଶୀ ବାବା ଜୀବାତ୍ମାମାନଙ୍କୁ ହିଁ କହୁଛନ୍ତି । ଆତ୍ମାମାନେ ହିଁ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଆତ୍ମାମାନଙ୍କର ପିତା ଥରେ ମାତ୍ର ଆସୁଛନ୍ତି, ୫ ହଜାର ବର୍ଷ ପରେ ଆତ୍ମାମାନେ ପରମାତ୍ମାଙ୍କ ସହ ମିଳନ କରୁଛନ୍ତି । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ ଆସି ଏହି ପାଠ ପଢାଉଛି । ହେ ପିଲାମାନେ, ତୁମେ ମୋତେ ସ୍ମରଣ କରିଆସିଛ - ହେ ପତିତ-ପାବନ ଆସ । ମୁଁ ଆସୁଛି ନିଶ୍ଚୟ । ନଚେତ୍ କେତେ ଦିନ ୟାଦ କରିବ! ଏହାର କିଛି ସୀମା ତ ନିଶ୍ଚୟ ଥିବ ନା! ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି ଯେ କଳିଯୁଗର ସମୟ ସୀମା କେବେ ଶେଷ ହୋଇଥାଏ । ଏହି କଥା ମଧ୍ୟ ବାବାଙ୍କୁ ହିଁ କହିବାକୁ ପଡିବ । ବାବାଙ୍କ ବିନା ତ ଆଉ କେହି କହିବେ ନାହିଁ ଯେ ପିଲାମାନେ, ମୋତେ ମନେ ପକାଅ । ମୁଖ୍ୟ ହେଲା ୟାଦ କରିବାର କଥା । ରଚନାର ଚକ୍ରକୁ ମନେ ପକାଇବା କୌଣସି ବଡ କଥା ନୁହେଁ । କେବଳ ବାବାଙ୍କୁ ୟାଦ କରିବାରେ ହିଁ ପରିଶ୍ରମ ହୋଇଥାଏ । ବାବା କହୁଛନ୍ତି - ଅଧାକଳ୍ପ ହେଉଛି ଭକ୍ତିମାର୍ଗ, ଅଧାକଳ୍ପ ହେଲା ଜ୍ଞାନମାର୍ଗ । ଜ୍ଞାନର ପ୍ରାରବ୍ଧ, ତୁମ୍ଭେମାନେ ଅଧାକଳ୍ପ ପାଇଛ, ପୁଣି ଅଧାକଳ୍ପ ଭକ୍ତିର ପ୍ରାରବ୍ଧ ରହିଛି । ତାହା ସୁଖର ପ୍ରାରବ୍ଧ, ଏହା ଦୁଃଖର ପ୍ରାରବ୍ଧ ଅଟେ । ଦୁଃଖ ଏବଂ ସୁଖର ଖେଳ ଗଢା ହୋଇଛି । ନୂଆ ଦୁନିଅରେ ସୁଖ, ପୁରୁଣା ଦୁନିଆରେ ଦୁଃଖ ରହିଛି । ମନୁଷ୍ୟମାନେ ଏହି କଥା କିଛି ହେଲେ ଜାଣିନାହାଁନ୍ତି । କହୁଛନ୍ତି ମଧ୍ୟ ଆମର ଦୁଃଖ ହରଣ କରି, ସୁଖ ଦିଅ । ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି । ଏକଥା ମଧ୍ୟ କେହି ଜାଣି ନାହାଁନ୍ତି ଯେ ବାବାଙ୍କ ବ୍ୟତୀତ ଆଉ କେହି ଦୁଃଖ ଦୂର କରିପାରିବେ ନାହିଁ । ଶରୀରର ରୋଗ ଆଦି ଡାକ୍ତର ଦୂର କରିଥାନ୍ତି, ତାହା ହେଉଛି ଅଳ୍ପ କାଳ ପାଇଁ । ଅଧାକଳ୍ପ ପାଇଁ, ଏହା ତ ସ୍ଥାୟୀ ଅଟେ । ନୂଆ ଦୁନିଆକୁ ସ୍ୱର୍ଗ କୁହାଯାଉଛି । ନିଶ୍ଚିତ ସେଠାରେ ସମସ୍ତେ ସୁଖୀ ହେବେ । ପୁଣି ଆଉ ଏତେ ସବୁ ଆତ୍ମାମାନେ କେଉଁଠି ରହିବେ? ଏହି କଥା କାହାରି ବି ଖିଆଲରେ ଅର୍ଥାତ୍ ବୁଦ୍ଧିରେ ଆସୁ ନାହିଁ । ତୁମ୍ଭେମାନେ ଜାଣିଛ ଯେ ଏହା ନୂଆ ପାଠପଢା ଅଟେ, ଏଠାରେ ପଢାଇଲା ବାଲା ମଧ୍ୟ ନୂଆ ଅଟନ୍ତି । ଭଗବାନୁବାଚ, ମୁଁ ତୁମକୁ ରାଜାମାନଙ୍କର ରାଜା ମଧ୍ୟ କରାଉଛି । ବାସ୍ତବରେ ଏହି କଥା ମଧ୍ୟ ସତ୍ୟ ଅଟେ ଯେ ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ହୋଇଥାଏ, ତେବେ ନିଶ୍ଚିତ ବାକି ସବୁ ଧର୍ମ ବିନାଶ ହୋଇଯିବ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କାହାକୁ କୁହାଯାଏ, ସତ୍ୟଯୁଗରେ କିଏ ରହିଥାନ୍ତି - ଏହି କଥା ମଧ୍ୟ ବର୍ତ୍ତମାନ ତୁମେ ଜାଣୁଛ । ସତ୍ୟଯୁଗରେ ଏକ ଆଦି ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ଥିଲା । କାଲିର ହିଁ ତ କଥା ଅଟେ । ଏହି କାହାଣୀ ହେଉଛି - ୫ ହଜାର ବର୍ଷର । ବାବା ବତାଉଛନ୍ତି ଯେ ୫ ହଜାର ବର୍ଷ ପୂର୍ବରୁ ଭାରତରେ ଏହି ଦେବୀ-ଦେବତା ମାନଙ୍କର ରାଜ୍ୟ ଥିଲା । ସେମାନେ ୮୪ ଥର ଜନ୍ମ ନେଇ ଏବେ ପତିତ ହୋଇଯାଇଛନ୍ତି ସେଥିପାଇଁ ଏବେ ଡାକୁଛନ୍ତି ଯେ ଆସି ପବିତ୍ର କରାଅ । ନିରାକାରୀ ଦୁନିଆରେ ତ ସବୁ ପବିତ୍ର ଆତ୍ମାମାନେ ହିଁ ରହୁଛନ୍ତି । ପୁଣି ତଳକୁ ଆସି ଅଭିନୟ କରିବା ଯୋଗୁଁ ସତ୍ୱ-ରଜୋ-ତମୋଗୁଣରେ ଆସୁଛନ୍ତି । ସତ୍ୱପ୍ରଧାନକୁ ନିର୍ବିକାରୀ କୁହାଯାଉଛି । ତମୋପ୍ରଧାନ ଆତ୍ମାମାନେ ନିଜକୁ ବିକାରୀ ବୋଲାଇଥାନ୍ତି । ବୁଝୁଛନ୍ତି ଯେ ଏହି ଦେବୀ-ଦେବତାମାନେ ନିର୍ବିକାରୀ ଥିଲେ, ଆମ୍ଭେମାନେ ବିକାରୀ ଅଟୁ, ସେଥିପାଇଁ ବାବା କହୁଛନ୍ତି - ଯେଉଁମାନେ ଦେବତାମାନଙ୍କର ପୂଜାରୀ ଅଟନ୍ତି ଏହି ଜ୍ଞାନ ସେମାନଙ୍କ ବୁଦ୍ଧିରେ ତୁରନ୍ତ ଧାରଣ ହେବ କାହିଁକି ନା ସେମାନେ ଦେବତା ଧର୍ମର ଅଟନ୍ତି । ଏବେ ତୁମେମାନେ ଜାଣୁଛ, ଯେ ଆମେ ଯେଉଁମାନେ ପୂଜ୍ୟ ଥିଲେ, ସେହିମାନେ ହିଁ ପୂଜାରୀ ହୋଇଛନ୍ତି । ଯେପରି ଖ୍ରୀଷ୍ଟିୟାନ ଖ୍ରୀଷ୍ଟଙ୍କର ପୂଜା କରିଥାନ୍ତି କାହିଁକି ନା ସେମାନେ ସେହି ଧର୍ମର ଅଟନ୍ତି । ତୁମେ ମଧ୍ୟ ଦେବତାମାନଙ୍କର ପୂଜାରୀ ଅଟ ତେବେ ସେହି ଧର୍ମର ହେଲ ନା । ଦେବତାମାନେ ନିର୍ବିକାରୀ ଥିଲେ, ସେମାନେ ଏବେ ବିକାରୀ ହୋଇଯାଇଛନ୍ତି । ବିକାର ପାଇଁ ହିଁ କେତେ ଅତ୍ୟାଚାର ହେଉଛି ।

ବାବା କହୁଛନ୍ତି - ମୋତେ ମନେ ପକାଇବା ଦ୍ୱାରା ତୁମ୍ଭମାନଙ୍କର ବିକର୍ମ ବିନାଶ ହେବ ଏବଂ ତୁମେମାନେ ସର୍ବଦା ସୁଖୀ ହେବ । ଏଠାରେ ସର୍ବଦା ଦୁଃଖୀ ହେଉଛ । ଏଠାରେ ଅଳ୍ପକାଳର ସୁଖ ରହିଛି । ସେଠାରେ ତ ସମସ୍ତେ ସୁଖୀ ହେବେ, ତଥାପି ପଦରେ ଫରକ ଅଛି ନା । ସୁଖର ବି ରାଜଧାନୀ ଅଛି, ଦୁଃଖର ବି ରାଜଧାନୀ ଅଛି । ବାବା ଯେତେବେଳେ ଆସୁଛନ୍ତି, ତେବେ ବିକାରୀ ରାଜାମାନଙ୍କର ରାଜତ୍ୱ ବି ସମାପ୍ତ ହୋଇଯାଉଛି କାହିଁକି ନା ଏଠାକାର ପ୍ରାରବ୍ଧ ଶେଷ ହୋଇଗଲା । ଏବେ ତୁମେମାନେ ଜାଣୁଛ ଯେ ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ । ବାବା କହୁଛନ୍ତି ମୁଁ ଯେପରି ଶାନ୍ତିର ସାଗର ଅଟେ, ପ୍ରେମର ସାଗର ଅଟେ, ତୁମମାନଙ୍କୁ ମଧ୍ୟ ସେହିପରି କରାଉଛି । ଏହି ମହିମା ଏକମାତ୍ର ବାବାବାଙ୍କର ଅଟେ । ଏହା କୌଣସି ମନୁଷ୍ୟର ମହିମା ନୁହେଁ । ତୁମେ ସନ୍ତାନମାନେ ଜାଣିଛ ଯେ ବାବା ପବିତ୍ରତାର ସାଗର ଅଟନ୍ତି । ଆମେ ଆତ୍ମାମାନେ ମଧ୍ୟ ଯେତେବେଳେ ପରମଧାମରେ ରହୁଥିଲୁ, ତେବେ ପବିତ୍ର ଥିଲୁ । ଏହି ଈଶ୍ୱରୀୟ ଜ୍ଞାନ ତୁମ ପିଲାମାନଙ୍କ ପାଖରେ ହିଁ ଅଛି ଆଉ କେହି ଏହାକୁ ଜାଣିପାରିବେ ନାହିଁ । ଯେପରି ଈଶ୍ୱର ଜ୍ଞାନର ସାଗର ଅଟନ୍ତି, ସ୍ୱର୍ଗର ସମ୍ପତ୍ତି ଦେଲାବାଲା ଅଟନ୍ତି । ବାବା ପିଲାମାନଙ୍କୁ ମଧ୍ୟ ସେହିପରି ନିଜ ସମାନ ନିଶ୍ଚୟ କରାଇବେ । ପୂର୍ବରୁ ତୁମ ପାଖରେ ବାବାଙ୍କର ପରିଚୟ ନଥିଲା । ଏବେ ତୁମ୍ଭେମାନେ ଜାଣୁଛ ପରମାତ୍ମା ଯାହାଙ୍କର ଏତେ ମହିମା ରହିଛି ସିଏ ଆମକୁ ଏତେ ଶ୍ରେଷ୍ଠ କରାଉଛନ୍ତି, ତେବେ ନିଜକୁ ଏହିଭଳି ଶ୍ରେଷ୍ଠ କରିବାକୁ ହେବ । କଥାରେ କହିଥାନ୍ତି ନା - ଏହାଙ୍କ ପାଖରେ ବହୁତ ଭଲ ଦୈବୀଗୁଣ ଅଛି, ଯେପରି ଦେବତା.... । ଯଦି କାହାର ସ୍ୱଭାବ ଶାନ୍ତ ହୋଇଥାଏ, କାହାକୁ ଗାଳି ଆଦି ଦେଇ ନଥାନ୍ତି ତେବେ ତାଙ୍କୁ ଭଲ ମନୁଷ୍ୟ କୁହାଯାଇଥାଏ । କିନ୍ତୁ ସିଏ ବାବାଙ୍କୁ, ସୃଷ୍ଟି ଚକ୍ରକୁ ଜାଣିନଥାନ୍ତି । ଏବେ ବାବା ତୁମ୍ଭମମାନଙ୍କୁ ଅମରଲୋକର ମାଲିକ କରୁଛନ୍ତି । ନୂଆ ଦୁନିଆର ମାଲିକ ବାବାଙ୍କ ବିନା ଆଉ କେହି କରିପାରିବେ ନାହିଁ । ଏହା ପୁରୁଣା ଦୁନିଆ, ତାହା ନୂଆ ଦୁନିଆ । ସେଠାରେ ଦେବୀ-ଦେବତାମାନଙ୍କର ରାଜଧାନୀ ହୋଇଥାଏ । କଳିଯୁଗରେ ସେହି ରାଜଧାନୀ ନଥାଏ । ଏଠାରେ ଅନେକ ରାଜଧାନୀମାନ ରହିଛି । ଏବେ ଅନେକ ରାଜଧାନୀ ଗୁଡିକର ବିନାଶ ହୋଇ ପୁଣି ଏକ ରାଜଧାନୀ ସ୍ଥାପନ ହେବ । ନିଶ୍ଚିତ ଯେବେ ଏକ ରାଜଧାନୀ ନଥିବ ତେବେ ବାବା ଆସି ସ୍ଥାପନ କରିବେ । ଏହା ତ ବାବାଙ୍କ ବିନା ଆଉ କେହି କରିପାରିବେ ନାହିଁ । ତୁମ ପିଲାମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଆବଶ୍ୟକ । ବାବା ଯାହା କହିବେ ତାହା ନିଶ୍ଚୟ କରିବେ । ପ୍ରଥମତଃ ବାବା କହୁଛନ୍ତି ମୋତେ ୟାଦ କର ଏବଂ ସେବା କର ଅନ୍ୟମାନଙ୍କୁ ରାସ୍ତା ବତାଅ । ଯେଉଁମାନେ ଦେବୀ-ଦେବତା ଧର୍ମର ହୋଇଥିବେ ତାଙ୍କ ଉପରେ ନିଶ୍ଚିତ ପ୍ରଭାବ ପଡିବ । ଆମେ ଏକମାତ୍ର ବାବାଙ୍କର ହିଁ ମହିମା କରୁଛୁ । ବାବାଙ୍କ ପାଖରେ ଗୁଣ ଅଛି ତେଣୁ ବାବା ହିଁ ଆସି ଆମମାନଙ୍କୁ ଗୁଣବାନ କରାଉଛନ୍ତି । ବାବା କହୁଛନ୍ତି ପିଲାମାନେ, ବହୁତ ମଧୁର ହୁଅ । ସ୍ନେହପୂର୍ବକ ବସି ସମସ୍ତଙ୍କୁ ବୁଝାଅ । ଭଗବାନୁବାଚ କେବଳ ମୋତେ ମନେ ପକାଅ, ତେବେ ମୁଁ ତୁମକୁ ସ୍ୱର୍ଗର ମାଲିକ କରିଦେବି । ତୁମକୁ ଏବେ ଘରକୁ ଯିବାକୁ ହେବ । ପୁରୁଣା ଦୁନିଆର ମହାବିନାଶ ସମ୍ମୁଖରେ ଦଣ୍ଡାୟମାନ । ଆଗରୁ ମଧ୍ୟ ମହାଭାରତ ଲଢେଇ ଲାଗିଥିଲା । ଭଗବାନ ରାଜଯୋଗ ଶିଖାଇଥିଲେ । ଏବେ ଅନେକ ଧର୍ମ ରହିଛି, ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ଯାହା ଏବେ ପ୍ରାୟ ଲୋପ ହୋଇଯାଇଛି । ବର୍ତ୍ତମାନ ବାବା ଆସି ଅନେକ ଧର୍ମର ବିନାଶ କରି, ଏକଧର୍ମର ସ୍ଥାପନ କରୁଛନ୍ତି । ବାବା ବୁଝାଉଛନ୍ତି ମୁଁ ଏହି ଯଜ୍ଞ ରଚନା କରୁଛି, ଅମରପୁରୀ ଯିବା ପାଇଁ ତୁମକୁ ଅମର କଥା ଶୁଣାଉଛି । ଯଦି ଅମରଲୋକ ଯିବାର ଅଛି, ତେବେ ମୃତ୍ୟୁଲୋକର ବିନାଶ ନିଶ୍ଚିତ ହେବ । ବାବା ହେଉଛନ୍ତି ନୂଆ ଦୁନିଆର ରଚୟିତା । ତେବେ ବାବାଙ୍କୁ ନିଶ୍ଚିତ ଏହିଠାକୁ ହିଁ ଆସିବାକୁ ପଡିବ । ଏବେ ତ ବିନାଶର ଜ୍ୱାଳା ସମ୍ମୁଖରେ ଉପସ୍ଥିତ । ପୁଣି ବୁଝିଯିବେ ଯେ ଆପଣ ସତ୍ୟ କହୁଛନ୍ତି ବାସ୍ତବରେ ଏହା ସେହି ମହାଭାରତ ଲଢେଇ । ଏହି ଲଢେଇ ଯେହେତୁ ପ୍ରସିଦ୍ଧ ଅଟେ, ତେବେ ନିଶ୍ଚିତ ଏହି ସମୟରେ ଭଗବାନ ମଧ୍ୟ ଆସୁଛନ୍ତି । ଭଗବାନ କିପରି ଆସୁଛନ୍ତି, ଏହି କଥା ତୁମ୍ଭେମାନେ ହିଁ କହିପାରିବ । ତୁମେ ସମସ୍ତଙ୍କୁ କୁହ ଯେ ଆମକୁ ଭଗବାନ ନିଜେ ସିଧାସଳଖ ବୁଝାଉଛନ୍ତି । ସିଏ କହୁଛନ୍ତି ତୁମ୍ଭେମାନେ ମୋତେ ମନେ ପକାଅ । ସତ୍ୟଯୁଗରେ ତ ସମସ୍ତେ ସତ୍ୱପ୍ରଧାନ ଅଟନ୍ତି, ଏବେ ତମୋପ୍ରଧାନ ହୋଇଯାଇଛନ୍ତି । ଏବେ ପୁଣି ଥରେ ସତ୍ତ୍ୱପ୍ରଧାନ ହୁଅ, ତେବେ ମୁକ୍ତି-ଜୀବନମୁକ୍ତି ପ୍ରାପ୍ତ କରିପାରିବ ।

ବାବା କହୁଛନ୍ତି - କେବଳ ମୋତେ ୟାଦ କରିବା ଦ୍ୱାରା ହିଁ ତୁମ୍ଭେମାନେ ସତ୍ୱପ୍ରଧାନ ହୋଇ ସତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । ଆମେ ଆତ୍ମିକ ପଣ୍ଡା ଅଟୁ, ମନମନାଭବର ଯାତ୍ରା କରୁଛୁ । ବାବା ଆସି ବ୍ରାହ୍ମଣ ଧର୍ମ, ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜ୍ୟ ସ୍ଥାପନ କରୁଛନ୍ତି । ବାବା କହୁଛନ୍ତି - ଯଦି ମୋତେ ମନେ ନ ପକାଇବ, ତେବେ ଜନ୍ମ-ଜନ୍ମାନ୍ତରର ପାପର ବୋଝ ଓହ୍ଲାଇବ ନାହିଁ, ଏହା ସବୁଠାରୁ ବଡ ଚିନ୍ତା ଅଟେ । କର୍ମ-ଧନ୍ଦା କରି ମଧ୍ୟ ମୋର ପ୍ରେମିକାମାନେ ତୁମର ପ୍ରେମିକ ମୋତେ ୟାଦ କର । ପ୍ରତ୍ୟେକଙ୍କୁ ନିଜ-ନିଜର ସଂପୂର୍ଣ୍ଣ ଦାୟିତ୍ୱ ନେବାକୁ ହେବ । ବାବାଙ୍କୁ ମନେ ପକାଅ । କୌଣସି ପତିତ କାର୍ଯ୍ୟ କର ନାହିଁ । ଘରେ-ଘରେ ବାବାଙ୍କର ସନ୍ଦେଶ ଦେଇଚାଲ ଯେ ଏହି ଭାରତ ସ୍ୱର୍ଗ ଥିଲା, ଏଠାରେ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା । ଏବେ ନର୍କ ହୋଇଯାଇଛି । ନର୍କର ବିନାଶ ପାଇଁ ଏହା ହେଉଛି ମହାଭାରତ ଲଢେଇ । ଏବେ ଦେହୀ-ଅଭିମାନୀ ହୁଅ । ଏହା ବାବାଙ୍କର ନିର୍ଦ୍ଦେଶ ଅଟେ - ତୁମେ ପାଳନ କର ଅଥବା ନ କର । ମୁଁ ତ ଆସିଛି ତୁମ୍ଭମାନଙ୍କୁ ସନ୍ଦେଶ ଶୁଣାଇବା ପାଇଁ । ବାବାଙ୍କର ହୁକୁମ ଅଟେ - ସମସ୍ତଙ୍କୁ ସନ୍ଦେଶ ଶୁଣାଅ । ବାବାଙ୍କୁ ପଚାରୁଛନ୍ତି କେଉଁ ସେବା କରିବୁ, ବାବା କହୁଛନ୍ତି - ସନ୍ଦେଶ ଦେଇଚାଲ । ବାବାଙ୍କୁ ମନେ ପକାଅ, ରାଜଧାନୀକୁ ୟାଦ କର ତେବେ ଅନ୍ତିମ ମତି ଅନୁସାରେ ଗତି ହୋଇଯିବ । ମନ୍ଦିରକୁ ଯାଅ, ଗୀତା ପାଠଶାଳାଗୁଡିକୁ ଯାଅ । ଆଗକୁ ଗଲେ ତୁମକୁ ଅନେକ ଆତ୍ମା ମିଳିବେ ତା ମଧ୍ୟରୁ ଦେବୀ-ଦେବତା ଧର୍ମବାଲାଙ୍କୁ ତୁମକୁ ବାଛିବାକୁ ହେବ ।

ବାବା ବୁଝାଉଛନ୍ତି ବହୁତ-ବହୁତ ମଧୁର ହୁଅ । ଯଦି ଚଳଣି ଖରାପ ହେବ ତେବେ ପଦ ଭ୍ରଷ୍ଟ ହୋଇଯିବ । କାହାକୁ ଦୁଃଖ ଦିଅ ନାହିଁ ସମୟ ବହୁତ କମ୍ ଅଛି । ସବୁଠାରୁ ପ୍ରିୟ ବାବାଙ୍କୁ ୟାଦ କର, ଯାହାଙ୍କଠାରୁ ସ୍ୱର୍ଗର ରାଜତ୍ୱ ମିଳୁଛି । କେହି ଯଦି ମୁରଲୀ ଶୁଣାଇ ପାରୁ ନାହାଁନ୍ତି ତେବେ ସିଡିର ଚିତ୍ର ଆଗରେ ବସି ଏହି ବିଚାର କର - ଏପରି-ଏପରି ଆମେ ଜନ୍ମ ନେଉଛୁ, ଏହିପରି ସୃଷ୍ଟି ରୂପକ ଚକ୍ର ଘୂରୁଛି... ତେବେ ସ୍ୱତଃ ତୁମର ବାଣୀ ଖୋଲିଯିବ । ଯେଉଁ କଥା ଭିତରକୁ ଯାଇଥାଏ, ତାହା ବାହାରକୁ ନିଶ୍ଚୟ ବାହାରିଥାଏ । ବାବାଙ୍କୁ ୟାଦ କରିବା ଦ୍ୱାରା ଆମେ ପବିତ୍ର ହେବା ଏବଂ ନୂଆ ଦୁନିଆରେ ରାଜ୍ୟ କରିବା । ଆମର ଏବେ ଉନ୍ନତିର କଳା ହେଉଛି । ତେବେ ତୁମମାନଙ୍କର ଆନ୍ତରିକ ଖୁସି ରହିବା ଆବଶ୍ୟକ । ଆମେମାନେ ମୁକ୍ତିଧାମକୁ ଯାଇ ପୁଣି ଜୀବନମୁକ୍ତିକୁ ଆସିବୁ । ଏହା ବହୁତ ଜବରଦସ୍ତ ଆମଦାନୀ ଅଟେ । ଯଦିଓ କର୍ମଧନ୍ଦା ଆଦି କରୁଛ, କେବଳ ବୁଦ୍ଧି ଦ୍ୱାରା ମୋତେ ମନେ ପକାଅ । ତୁମର ମନେ ପକାଇବା, ଅଭ୍ୟାସରେ ପଡିଯିବା ଦରକାର । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ଯଦି ଚଳଣି ଖରାପ ହେବ, ତେବେ ପୁଣି ଧାରଣା ହେବ ନାହିଁ । କାହାକୁ ବୁଝାଇ ପାରିବ ନାହିଁ । ତେଣୁ ପାଦ ଆଗକୁ ବଢାଇବାର ପୁରୁଷାର୍ଥ କରିବା ଆବଶ୍ୟକ । ପଛେଇ ଯିବା ଉଚିତ୍ ନୁହେଁ । ପ୍ରଦର୍ଶନୀରେ ସେବା କରିବା ଦ୍ୱାରା ବହୁତ ଖୁସି ମିଳିବ । କେବଳ ସମସ୍ତଙ୍କୁ କହିବାକୁ ହେବ ଯେ ବାବା କହୁଛନ୍ତି ମୋତେ ୟାଦ କର । ଦେହଧାରୀମାନଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବଢିବ । ମୁଁ ସମସ୍ତଙ୍କର ପିତା । ମୁଁ ହିଁ ଆସି ତୁମମାନଙ୍କୁ ମୁକ୍ତି-ଜୀବନମୁକ୍ତିକୁ ନେଇଯାଉଛି । ପ୍ରଦର୍ଶନୀ ମେଳା ଆଦିରେ ସେବା କରିବା ପାଇଁ ବହୁତ ଆଗ୍ରହ ରହିବା ଦରକାର । ସେବା ପ୍ରତି ଧ୍ୟାନ ଦେବା ଉଚିତ୍ । ସ୍ୱତଃ ପିଲାମାନଙ୍କର ଏହି ଚିନ୍ତନ ଆସିବା ଆବଶ୍ୟକ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବାବାଙ୍କ ପ୍ରତି ହିଁ ସମ୍ପୂର୍ଣ୍ଣ ସ୍ନେହ ରଖିବାକୁ ହେବ । ସମସ୍ତଙ୍କୁ ପ୍ରକୃତ ରାସ୍ତା ଦେଖାଇବାକୁ ହେବ । କର୍ମଧନ୍ଦା କରୁଥିଲେ ମଧ୍ୟ ନିଜର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ହେବ । କେବଳ ଜଣଙ୍କର ସ୍ମୃତିରେ ହିଁ ରହିବାକୁ ହେବ ।

(୨) ସେବା କରିବାର ବହୁତ ବହୁତ ସଉକ ରଖିବାକୁ ହେବ । ନିଜର ଚାଲି-ଚଳଣକୁ ସୁଧାରିବାକୁ ହେବ, ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ ।

ବରଦାନ:-
କରନକରାବନହାର ଅର୍ଥାତ୍ କର୍ମକର୍ତ୍ତା ଏବଂ ନିର୍ଦ୍ଦେଶକର୍ତ୍ତାଙ୍କର ସ୍ମୃତି ଦ୍ୱାରା ସହଜଯୋଗର ଅନୁଭବ କରୁଥିବା ସଫଳତାମୂରତ ହୁଅ ।

ଯେକୌଣସି କାର୍ଯ୍ୟ କରିବା ସମୟରେ ସର୍ବଦା ଏହି ସ୍ମୃତି ରହୁ ଯେ ମୋତେ ଏହି କାର୍ଯ୍ୟରେ ନିମିତ୍ତ କରିଥିବା ମେରୁଦଣ୍ଡ ଅର୍ଥାତ୍ ଶକ୍ତିର ଉତ୍ସ କିଏ? ମେରୁଦଣ୍ଡ ବିନା ଯେପରି ମନୁଷ୍ୟ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରିବ ନାହିଁ ସେଥିପାଇଁ ଯେକୌଣସି କାର୍ଯ୍ୟ କରିବା ସମୟରେ କେବଳ ଏହି କଥା ଭାବ ଯେ ମୁଁ କେବଳ ନିମିତ୍ତ ଅଟେ, ନିର୍ଦ୍ଦେଶକର୍ତ୍ତା ସ୍ୱୟଂ ସର୍ବ ସମର୍ଥ ବାବା ଅଟନ୍ତି । ଏହି କଥା ସ୍ମୃତିରେ ରଖି କର୍ମ କରିବା ଦ୍ୱାରା ସହଜଯୋଗର ଅନୁଭୂତି ହେବାକୁ ଲାଗିବ ଏବଂ ଏହି ସହଜଯୋଗ ସତ୍ୟଯୁଗରେ ସହଜରେ ରାଜତ୍ୱ କରିବାର ଆଧାର ହୋଇଯିବ । ଏଠିକାର ସଂସ୍କାର ତୁମର ସାଥିରେ ଯିବ ।

ସ୍ଲୋଗାନ:-
ଇଚ୍ଛା ଗୁଡିକ ଛାୟା ସଦୃଶ ଅଟେ, ତୁମେ ତା ଆଡକୁ ପିଠି କରିଦିଅ ତେବେ ସେ ତୁମ ପଛେ ପଛେ ଆସିବ ।