15.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଶାନ୍ତିର ଗୁଣ ସବୁଠାରୁ ଶ୍ରେଷ୍ଠ ଅଟେ, ତେଣୁ ଶାନ୍ତରେ ରହି ଶାନ୍ତିରେ କଥା କୁହ, ଅଶାନ୍ତି ସୃଷ୍ଟି କରିବା ବନ୍ଦ କର ।
 

ପ୍ରଶ୍ନ:-
ସଂଗମଯୁଗରେ ବାବାଙ୍କଠାରୁ ପିଲାମାନଙ୍କୁ କେଉଁ ସମ୍ପତ୍ତି ମିଳୁଛି ? ଗୁଣବାନ ପିଲାମାନଙ୍କର ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
- ସଂଗମଯୁଗରେ ପ୍ରଥମେ ବାବାଙ୍କଠାରୁ ଜ୍ଞାନର ସମ୍ପତ୍ତି ମିଳୁଛି, ତାପରେ ଦ୍ୱିତୀୟରେ ଶାନ୍ତିର ସମ୍ପତ୍ତି, ତୃତୀୟରେ ଗୁଣର ସମ୍ପତ୍ତି ମିଳୁଛି ଏବଂ ଗୁଣବାନ୍ ପିଲାମାନେ ସଦାସର୍ବଦା ଖୁସିରେ ରହିଥାନ୍ତି । ସେମାନେ କାହାର ଅବଗୁଣ ଦେଖନ୍ତି ନାହିଁ, କାହା ବିରୁଦ୍ଧରେ ଅଭିଯୋଗ କରନ୍ତି ନାହିଁ, ଯାହାଙ୍କ ପାଖରେ ଅବଗୁଣ ଅଛି ସେମାନଙ୍କ ସହ ମିଶନ୍ତି ନାହିଁ । ଯଦି ତାଙ୍କୁ କେହି କିଛି କୁହନ୍ତି ତେବେ ସେମାନେ ଶୁଣି ନ ଶୁଣିଲା ଭଳି ସ୍ଥିତିରେ ରହି ନିଜ ଖୁସିରେ ରୁହନ୍ତି ।

ଓମ୍ ଶାନ୍ତି ।
ରୁହାନୀ ବାବା ବସି ରୁହାନୀ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପ୍ରଥମତଃ ତୁମକୁ ବାବାଙ୍କଠାରୁ ଜ୍ଞାନର ସମ୍ପତ୍ତି ମିଳୁଛି । ବାବାଙ୍କଠାରୁ ଗୁଣ ମଧ୍ୟ ଗ୍ରହଣ କରିବାର ଅଛି । ଏତଦ୍ ବ୍ୟତୀତ ଏହି ଚିତ୍ରରୁ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କଠାରୁ ମଧ୍ୟ ଗୁଣ ଗ୍ରହଣ କରିବାର ଅଛି । ବାବାଙ୍କୁ ଶାନ୍ତିର ସାଗର କୁହାଯାଏ । ତେଣୁ ପ୍ରଥମେ ଶାନ୍ତିର ଗୁଣକୁ ମଧ୍ୟ ଧାରଣ କରିବା ଜରୁରୀ । ଶାନ୍ତି ପାଇଁ ହିଁ ବାବା ବୁଝାଉଛନ୍ତି ଯେ ଜଣେ ଅନ୍ୟ ଜଣଙ୍କ ସହ ଶାନ୍ତିର ସହ କଥା କୁହ । ଏହି ଗୁଣ ହିଁ ଗ୍ରହଣ କରାଯାଇଥାଏ । ଏଠାରେ ଜ୍ଞାନ ରୂପୀ ଗୁଣ ତ ଶିଖୁଛ । ଏହି ଶିକ୍ଷା ଗ୍ରହଣ କରିବାର ଅଛି । ଏହି ଜ୍ଞାନ କେବଳ ଏହି ବିଚିତ୍ର ବାବା ହିଁ ପଢାଉଛନ୍ତି । ବିଚିତ୍ର ଆତ୍ମାମାନେ ପଢୁଛନ୍ତି । ଏହା ହେଉଛି ଏଠିକାର ନୂଆ ବୈଶିଷ୍ଟ୍ୟ, ଯାହାକୁ ଅନ୍ୟ କେହି ଜାଣନ୍ତି ନାହିଁ । କୃଷ୍ଣଙ୍କ ଭଳି ଦୈବୀଗୁଣ ମଧ୍ୟ ଧାରଣ କରିବାର ଅଛି । ବାବା ବୁଝାଉଛନ୍ତି ମୁଁ ଶାନ୍ତିର ସାଗର ଅଟେ ତେଣୁ ପ୍ରଥମେ ଏଠାରେ ଶାନ୍ତି ସ୍ଥାପନ ହେବା ଆବଶ୍ୟକ । ଅଶାନ୍ତିକୁ ସମାପ୍ତ କରିବାର ଅଛି । ନିଜର ଚାଲିଚଳଣିକୁ ଦେଖିବା ଆବଶ୍ୟକ ଆମେ କେତେ ଶାନ୍ତିରେ ରହୁଛେ ? ବହୁତ ପୁରୁଷମାନେ ଅଛନ୍ତି ଯେଉଁମାନେ ଶାନ୍ତିରେ ରହିବା ପସନ୍ଦ କରନ୍ତି । ବୁଝିଥାନ୍ତି ଯେ ଶାନ୍ତିରେ ରହିବା ଭଲ । ଶାନ୍ତିର ଗୁଣ ମଧ୍ୟ ବହୁତ ବଡ ଗୁଣ ଅଟେ । କିନ୍ତୁ କିଭଳି ଶାନ୍ତି ସ୍ଥାପନା ହେବ, ଶାନ୍ତିର ଅର୍ଥ କଣ ଏହା ଭାରତବାସୀ ପିଲାମାନେ ଜାଣିନାହାଁନ୍ତି । ବାବା ଭାରତବାସୀ ପିଲାମାନଙ୍କ ପାଇଁ ହିଁ କହିବେ । ବାବା ମଧ୍ୟ ଭାରତରେ ହିଁ ଆସନ୍ତି । ଏବେ ତୁମେ ବୁଝୁଛ ବାସ୍ତବରେ ନିଜ ଭିତରେ ମଧ୍ୟ ବହୁତ ଶାନ୍ତି ରହିବା ଆବଶ୍ୟକ । ଏଭଳି ନୁହେଁ କେହି ଯଦି ଆମକୁ ଅଶାନ୍ତ କରିବାକୁ ଚେଷ୍ଟା କଲେ ତେବେ ଆମେ ନିଜକୁ ମଧ୍ୟ ଅଶାନ୍ତ କରିବା, ନା ଅଶାନ୍ତ ହେବା ମଧ୍ୟ ଏକ ଅବଗୁଣ ଅଟେ । ନିଜ ମଧ୍ୟରୁ ଅବଗୁଣକୁ ବାହାର କରିବା ଆବଶ୍ୟକ ଓ ପ୍ରତ୍ୟେକଙ୍କଠାରୁ ଗୁଣ ଗ୍ରହଣ କରିବା ଆବଶ୍ୟକ । କାହାର ଅବଗୁଣକୁ ଦେଖିବା ମଧ୍ୟ ଉଚିତ୍ ନୁହେଁ । ଯଦିଓ ତୁମେ କୌଣସି ଅଶାନ୍ତି ସୃଷ୍ଟି ହେବା ଭଳି ଶବ୍ଦ ଶୁଣୁଛ ବା ପରିସ୍ଥିତି ଦେଖୁଛ ତେବେ ମଧ୍ୟ ନିଜକୁ ଶାନ୍ତ ରଖିବା ଆବଶ୍ୟକ କାରଣ ବାବା ଏବଂ ଦାଦା ଦୁହେଁ ଶାନ୍ତ ରହନ୍ତି । କେବେ ବିଗିଡି ନଥାନ୍ତି । ଜୋରରେ କୁହନ୍ତି ନାହିଁ । ଏହି ବ୍ରହ୍ମା ମଧ୍ୟ ଶିଖିଛନ୍ତି ନା । ଯେତେ ଶାନ୍ତିରେ ରହିବ ସେତେ ଭଲ ଅଟେ । ଶାନ୍ତି ରହିଲେ ହିଁ ୟାଦ କରିପାରିବ । ଅଶାନ୍ତି କରୁଥିବା ବ୍ୟକ୍ତି ୟାଦ କରିପାରିବ ନାହିଁ । ପ୍ରତ୍ୟେକଙ୍କଠାରୁ ଗୁଣ ଗ୍ରହଣ କରିବା ଆବଶ୍ୟକ । ଦତ୍ତାତ୍ରେୟ ଜଣେ ଗୁଣଗ୍ରାହୀ ରାଜାଙ୍କ ଉଦାହରଣ ମଧ୍ୟ ଏହିଠାରେ ହିଁ ଲାଗୁ ହୋଇଥାଏ । ଦେବତାଙ୍କ ଭଳି ଗୁଣବାନ୍ ତ ଅନ୍ୟ କେହି ହୋଇନଥାନ୍ତି । ଏକ ହିଁ ବିକାର ମୂଳ ଅଟେ, ତା ଉପରେ ତୁମେ ବିଜୟ ପ୍ରାପ୍ତ କରି ଚାଲିଛ । କର୍ମେନ୍ଦ୍ରିୟଗୁଡିକ ଉପରେ ବିଜୟ ପାଇବାର ଅଛି । ଅବଗୁଣକୁ ପରିତ୍ୟାଗ କରିବାର ଅଛି । ଅବଗୁଣକୁ ଦେଖିବା କିମ୍ବା ବର୍ଣ୍ଣନ କରିବାର ମଧ୍ୟ ନାହିଁ । ଯେଉଁମାନଙ୍କ ପାଖରେ ଗୁଣ ରହିଛି ସେମାନଙ୍କ ପାଖକୁ ହିଁ ଯିବା ଉଚିତ୍ । ବହୁତ ମିଠା ଏବଂ ଶାନ୍ତିରେ ରହିବା ଦରକାର । ଶାନ୍ତଚିତ୍ତ ହୋଇ ଅଳ୍ପ କହିଲେ ମଧ୍ୟ ତୁମେ ସବୁ କାର୍ଯ୍ୟ କରିପାରିବ । ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରି ଗୁଣବାନ୍ ହେବାର ଅଛି । ଚାଲାକ ଚତୁର ବ୍ୟକ୍ତି ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି । କେହି କେହି ଭକ୍ତମାନେ ଜ୍ଞାନୀମାନଙ୍କଠାରୁ ମଧ୍ୟ ଅଧିକ ଗୁଣବାନ ନିର୍ମାଣଚିତ୍ତ ହୋଇଥାଆନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ବ୍ରହ୍ମାଙ୍କର ଲୌକିକ ପିତା ଶିକ୍ଷକ ଥିଲେ, ବହୁତ ନିରହଂକାରୀ ଓ ଶାନ୍ତ ରହୁଥିଲେ । କେବେ କ୍ରୋଧ କରୁନଥିଲେ । ଯେପରି ସାଧୁଲୋକଙ୍କର ମହିମା କରାଯାଇଥାଏ । ସେମାନେ ଭଗବାନଙ୍କ ସହ ମିଳନ କରିବା ପାଇଁ ପୁରୁଷାର୍ଥ କରିଥାଆନ୍ତି ନା । କାଶୀରେ, ହରିଦ୍ୱାରରେ ଯାଇ ରହିଥାଆନ୍ତି । ପିଲାମାନଙ୍କୁ ବହୁତ ଶାନ୍ତ ଏବଂ ମିଠା ରହିବା ଆବଶ୍ୟକ । ଏଠାରେ ଯଦି କୌଣସି ସନ୍ତାନ ଅଶାନ୍ତ ରହୁଛନ୍ତି ତେବେ ସେମାନେ ଶାନ୍ତିର ସ୍ଥାପନା କରିବାରେ ନିମିତ୍ତ ହୋଇପାରିବେ ନାହିଁ । ଅଶାନ୍ତ ରହୁଥିବା ବ୍ୟକ୍ତିଙ୍କ ସଙ୍ଗେ କଥା ମଧ୍ୟ ହେବା ଅନୁଚିତ୍ । ଦୂରରେ ରହିବା ଦରକାର । ଫରକ ରହିଛି ନା । ସେମାନେ ବଗ ଏବଂ ଏମାନେ ହଂସ । ହଂସ ବୁଦ୍ଧି ଆତ୍ମା ସାରାଦିନ ମୋତିକୁ ଗ୍ରହଣ କରିଥାଏ । ଉଠିବା,ବସିବା, ଚାଲିବା ସମୟରେ ନିଜର ଜ୍ଞାନକୁ ସ୍ମରଣ କରୁଥାଅ । ସାରା ଦିନ ବୁଦ୍ଧିରେ ଏହା ହିଁ ରହୁ କାହାକୁ କିଭଳି ବୁଝାଇବି, ବାବାଙ୍କ ପରିଚୟ କିଭଳି ଦେବି ।

ବାବା ବୁଝାଉଛନ୍ତି ଯଦି କୌଣସି ଆଗନ୍ତୁକ ପ୍ରଥମ କରି ସେବାକେନ୍ଦ୍ର ଆସୁଛନ୍ତି ତ ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ କରାଯାଇଥାଏ । ସେଣ୍ଟରକୁ ଆସି ଯଦି କେହି ସାପ୍ତାହିକ କୋର୍ସ ବୁଝିବାକୁ ଚାହାଁନ୍ତି ତେବେ ତାଙ୍କଠାରୁ ମଧ୍ୟ ଫର୍ମ ପୂରଣ କରାଯାଇଥାଏ, କୋର୍ସ ନ କଲେ ଫର୍ମ ପୂରଣ କରିବା ଦରକାର ନାହିଁ । ଏଥିପାଇଁ ଫର୍ମ ପୂରଣ କରାଯାଇଥାଏ କି ଆମକୁ ଜଣାପଡୁ ଇଏ କଣ କଣ ଜାଣିଛନ୍ତି ? ତାଙ୍କୁ କଣ ବୁଝାଇବାର ଅଛି ? କାରଣ ଦୁନିଆରେ ତ କେହି ମଧ୍ୟ ଏହି କଥାକୁ ବୁଝି ନାହାଁନ୍ତି । ତେଣୁ ତାଙ୍କ ମଧ୍ୟରେ ଥିବା ଭାବନା ଫର୍ମରୁ ଜଣାପଡେ । ଯଦି ବାବାଙ୍କ ସହିତ କେହି ମିଶିଥାନ୍ତି ତେବେ ମଧ୍ୟ ଫର୍ମ ପୂରଣ କରାଯାଇଥାଏ । ତେବେ ମାଲୁମ୍ ପଡିବ କଣ ପାଇଁ ମିଶିବା ପାଇଁ ଚାହୁଁଛନ୍ତି । କେହି ବି ଆସିଲେ ତାଙ୍କୁ ହଦ ଓ ବେହଦର ଅର୍ଥାତ୍ ଲୌକିକ ପାରଲୌକିକ ପିତାଙ୍କର ପରିଚୟ ଦିଆଯାଏ କାରଣ ତୁମକୁ ବେହଦର ବାବା ଆସି ନିଜର ପରିଚୟ ଦେଉଛନ୍ତି । ତେଣୁ ତୁମେ ପୁଣି ଅନ୍ୟମାନଙ୍କୁ ତାଙ୍କର ପରିଚୟ ଦେଉଛ । ତାଙ୍କର ନାମ ହେଉଛି ଶିବବାବା । ଶିବ ପରମାତ୍ମାୟେ ନମଃ କୁହାଯାଇଥାଏ ନା । ସେମାନେ କୃଷ୍ଣଙ୍କୁ ଦେବତାୟ ନମଃ କହିବେ । ଶିବଙ୍କୁ କହିବେ ଶିବ ପରମାତ୍ମାୟେ ନମଃ । ବାବା କହୁଛନ୍ତି ମୋତେ ୟାଦ କର ତେବେ ତୁମର ପାପ କଟିଯିବ । ମୁକ୍ତି-ଜୀବନମୁକ୍ତିର ବର୍ସା ନେବା ପାଇଁ ପବିତ୍ର ଆତ୍ମା ନିଶ୍ଚୟ ହେବାକୁ ପଡିବ । ତାହା ହିଁ ପବିତ୍ର ଦୁନିଆ ଅଟେ ଯାହାକୁ ସତ୍ୱପ୍ରଧାନ ଦୁନିଆ କୁହାଯାଏ । ସେଠାକୁ ଯିବାକୁ ଚାହୁଁଛ ତ ବାବା କହୁଛନ୍ତି ମୋତେ ୟାଦ କର । ଏହା ତ ବହୁତ ସହଜ ଅଟେ । କାହାଠାରୁ ମଧ୍ୟ ପ୍ରଥମେ ଫର୍ମ ପୂରଣ କରିବା ପରେ ହିଁ କୋର୍ସ କରାଇଥାଅ । ପ୍ରଥମ ଦିନ ଫର୍ମ ପୂରଣ କରାଇ ବୁଝାଅ ତା ପରଦିନ ପୁଣି ଫର୍ମ ପୂରଣ କରାଅ ତେବେ ଜଣା ପଡିବ ଆମେ ଯାହା ବୁଝାଇଛେ ତାହା ମନେ ଅଛି ନା ନାହିଁ । ତୁମେ ଦେଖିବ ୨ ଦିନର ଫର୍ମରେ ପାର୍ଥକ୍ୟ ନିଶ୍ଚିତ ହେବ । ସଙ୍ଗେ ସଙ୍ଗେ ତୁମକୁ ଜଣା ପଡିବ କଣ ବୁଝିଛନ୍ତି ? ଆମେ ଯାହା ବୁଝାଇଥିଲେ ତା ଉପରେ କିଛି ବିଚାର କରିଛନ୍ତି ନା ନାହିଁ ? ଏହି ଫର୍ମ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ । ବାବା ମୁରଲୀରେ ନିର୍ଦ୍ଦେଶ ଦେଉଥାନ୍ତି ତେଣୁ ବଡ ବଡ ସେଣ୍ଟରକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଅଛି । ପାଖରେ ଫର୍ମ ରଖିବାର ଅଛି । ନଚେତ୍ ମାଲୁମ୍ କିଭଳି ପଡିବ । ସେମାନେ ନିଜେ ମଧ୍ୟ ଅନୁଭବ କରିବେ କାଲି କଣ ଲେଖିଥିଲି ଓ ଆଜି କଣ ଲେଖୁଛି ? ଫର୍ମ ତ ବହୁତ ଜରୁରୀ ଅଟେ । ଅଲଗା-ଅଲଗା ସ୍ଥାନରେ ଛପାଇଲେ ମଧ୍ୟ କୌଣସି ଆପତ୍ତି ନାହିଁ । ନଚେତ୍ ଗୋଟିଏ ଜାଗାରେ ଛପାଇ ପ୍ରତ୍ୟେକ ଜାଗାକୁ ପଠାଇଦିଅ । ଏହା ହିଁ ହେଉଛି ଅନ୍ୟମାନଙ୍କ କଲ୍ୟାଣ କରିବା ।

ତୁମେ ପିଲାମାନେ ଏଠାକୁ ଦେବୀ-ଦେବତା ହେବା ପାଇଁ ଆସିଛ । ଦେବତା ଅକ୍ଷର ବହୁତ ଶ୍ରେଷ୍ଠ ଅଟେ । ଦୈବୀଗୁଣ ଧାରଣ କରିଥିବା ଆତ୍ମାକୁ ଦେବତା କୁହାଯାଏ । ଏବେ ତୁମେ ଦୈବୀଗୁଣ ଧାରଣ କରୁଛ । ଯେଉଁଠାରେ ପ୍ରଦର୍ଶନୀ ବା ମିୟୁଜିୟମ୍ ହୋଇଥାଏ ସେଠାରେ ଏହି ଫର୍ମ ବହୁତ ରହିବା ଆବଶ୍ୟକ । ତେବେ ମାଲୁମ୍ ପଡିବ କିଭଳି ଅବସ୍ଥା ଅଛି । ନିଜେ ବୁଝି ପୁଣି ଅନ୍ୟକୁ ବୁଝାଇବାକୁ ପଡିବ । ପିଲାମାନଙ୍କୁ ତ ସର୍ବଦା ଅନ୍ୟମାନଙ୍କର ଗୁଣ ହିଁ ବର୍ଣ୍ଣନା କରିବାର ଅଛି, ଅବଗୁଣ ନୁହେଁ । ତୁମେ ଗୁଣବାନ ହେଉଛ ନା । ଯିଏ ବହୁତ ଗୁଣର ଅଧିକାରୀ ହୋଇଥିବେ ସେ ଅନ୍ୟମାନଙ୍କୁ ମଧ୍ୟ ଗୁଣଦାନ କରିପାରିବେ । ଅବଗୁଣଧାରୀ କେବେ ଅନ୍ୟକୁ ଗୁଣଦାନ କରିପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ସମୟ ଆଉ ବହୁତ ନାହିଁ । ବହୁତ ପୁରୁଷାର୍ଥ କରିବାର ଅଛି । ବାବା ବୁଝାଇଛନ୍ତି ତୁମେ ପ୍ରତ୍ୟେକ ଦିନ ଭ୍ରମଣ କରୁଛ, ଯାତ୍ରା କରୁଛ । ଏହା ମଧ୍ୟ ଗାୟନ ଅଛି ଅତିନ୍ଦ୍ରିୟ ସୁଖ ଗୋପ-ଗୋପୀମାନଙ୍କୁ ପଚାର ଏହା ଅନ୍ତିମ ସମୟର କଥା । ଏବେ ତ କ୍ରମଅନୁସାରେ ଅଛନ୍ତି । କେହି ତ ଅନ୍ତର୍ମନରେ ଖୁସିର ଗୀତ ଗାଇଥାନ୍ତି -- ଓହୋ! ପରମପିତା ପରମାତ୍ମା ଆମକୁ ମିଳିଛନ୍ତି, ତାଙ୍କଠାରୁ ଆମେ ବର୍ସା ନେଉଛୁ । ସେହି ଆତ୍ମାମାନଙ୍କ ପାଖରେ କୌଣସି ଅଭିଯୋଗ ରହିପାରିବ ନାହିଁ । କେହି ଯଦି କିଛି ଓଲଟା ସୋଲଟା କୁହନ୍ତି ତେବେ ଶୁଣି-ନଶୁଣିଲା ପରି ନିଜ ଖୁସୀରେ ରହିବା ଆବଶ୍ୟକ । କୌଣସି ବି ବେମାରୀ ବା ଦୁଃଖ ଆଦି ଅଛି ତ ତୁମେ କେବଳ ୟାଦରେ ରୁହ । ଏବେ ହିଁ ହିସାବ କିତାବ ଚୁକ୍ତ କରିବାର ଅଛି ପୁଣି ତ ତୁମେ ୨୧ ଜନ୍ମ ପାଇଁ ଫୁଲ ହେଉଛ । ସେଠାରେ ଦୁଃଖର କଥା ହିଁ ନଥିବ । ଗାୟନ ମଧ୍ୟ କରାଯାଇଥାଏ ଖୁସି ଭଳି ଖୋରାକ (ଭୋଜନ) ନାହିଁ । ପୁଣି ସୁସ୍ତି ଆଳସ୍ୟ ଆଦି ସବୁ ଦୂର ହୋଇଯାଏ । ଏଠାରେ ତ ଏହା ଆନ୍ତରିକ ଖୁସି ଅଟେ । ତାହା ବାହ୍ୟ ଅଟେ । ଧନ ମିଳିଲା, ଅଳଙ୍କାର ମିଳିଲା ତେବେ ଖୁସି ହେବେ । ଏହା ତ ହେଲା ଅବିନାଶୀ ପ୍ରାପ୍ତିର କଥା । ତୁମକୁ ତ ବହୁତ ଖୁସିରେ ରହିବା ଆବଶ୍ୟକ । ଜାଣିଛ ଆମେ ମଧ୍ୟ ୨୧ ଜନ୍ମ ପାଇଁ ସଦା ଖୁସିରେ ରହିବୁ । ଏକଥା ସ୍ମୃତିରେ ରହୁ ଯେ ଆମେ କଣ ହେଉଛେ । ବାବା କହିବା ଦ୍ୱାରା ହିଁ ଦୁଃଖ ଦୂର ହୋଇଯିବା ଆବଶ୍ୟକ । ଏହା ତ ୨୧ ଜନ୍ମର ଖୁସି ଅଟେ । ଆଉ ବାକି ଅଳ୍ପ ଦିନର କଥା । ଆମେ ନିଜ ସୁଖଧାମକୁ ଯାତ୍ରା କରୁଛେ । ଆଉ କିଛି ହେଲେ ମଧ୍ୟ ମନେ ନ ରହୁ । ଏହି ବାବା ତାଙ୍କର ଅନୁଭବ ଶୁଣାଉଛନ୍ତି । କେତେ ସମାଚାର ଆସୁଛି, ଖିଟ୍-ପିଟ୍ ହେଉଛି । ବାବା କଣ କୌଣସି କଥାରେ ଦୁଃଖୀ ହେଉଛନ୍ତି । ଶୁଣିଲେ, କହନ୍ତି ଠିକ୍ ଅଛି ଏହା ପୂର୍ବ ନିଶ୍ଚିତ ଅଟେ । ଏହା ତ କିଛି ନୁହେଁ, ଆମେ ତ କୁବେର ସମ୍ପତ୍ତିର ମାଲିକ ହେଉଛେ । ନିଜ ସହ କଥା ହେବା ଦ୍ୱାରା ହିଁ ଖୁସି ଆସିଥାଏ । ବଡ ଶାନ୍ତିରେ ରହିଥାନ୍ତି । ସେମାନଙ୍କର ଚେହେରା ମଧ୍ୟ ବହୁତ ପ୍ରସନ୍ନଚିତ୍ତ ରହିବ । ସ୍କଲରାସିପ୍ ଆଦି ମିଳିଲେ ଚେହେରା କେତେ ହର୍ଷିତ ହୋଇଥାଏ । ତୁମେ ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ହର୍ଷିତମୁଖ ହେବା ପାଇଁ ପୁରୁଷାର୍ଥ କରୁଛ । ତାଙ୍କ ପାଖରେ ତ ଜ୍ଞାନ ନଥିଲା । ତୁମକୁ ତ ଜ୍ଞାନ ମିଳିଛି ତେଣୁ ବହୁତ ଖୁସି ରହିବା ଆବଶ୍ୟକ । ହର୍ଷିତ ପଣିଆ ମଧ୍ୟ ରହିବା ଆବଶ୍ୟକ । ଏହି ଦେବତାଙ୍କମାନଠାରୁ ତୁମେ ବହୁତ ଶ୍ରେଷ୍ଠ ଅଟ । ଜ୍ଞାନ ସାଗର ବାବା ଆମକୁ କେତେ ଶ୍ରେଷ୍ଠ ଜ୍ଞାନ ଦେଉଛନ୍ତି । ଅବିନାଶୀ ଜ୍ଞାନରତ୍ନର ଲଟେରୀ ମିଳୁଛି ତେଣୁ କେତେ ଖୁସି ରହିବା ଆବଶ୍ୟକ । ତୁମର ଏହି ଜନ୍ମ ହୀରା ତୁଲ୍ୟ ଅଟେ । ଜ୍ଞାନର ସାଗର ବାବାଙ୍କୁ ହିଁ କୁହାଯାଇଥାଏ । ଏହି ଦେବତାମାନଙ୍କୁ କୁହାଯାଇନଥାଏ । ତୁମେ ବ୍ରାହ୍ମଣ ହିଁ ନଲେଜଫୁଲ୍ ଅଟ ତେଣୁ ତୁମକୁ ନଲେଜର ଖୁସି ରହୁଛି । ପ୍ରଥମ କଥା ବାବା ମିଳିବାର ଖୁସି ରହୁଛି । ତୁମ ବ୍ୟତୀତ କେହି ମଧ୍ୟ ଏଭଳି ଖୁସି ହୋଇପାରିବେ ନାହିଁ । ଭକ୍ତିମାର୍ଗରେ ଆନ୍ତରିକ ସୁଖ ନଥାଏ । ଭକ୍ତିମାର୍ଗରେ କୃତ୍ରିମ (ଆଟିଫିସିଆଲ୍) ଅଳ୍ପକାଳର ସୁଖ ମିଳିଥାଏ । ସତ୍ୟଯୁଗର ନାମ ହିଁ ଅଟେ ସ୍ୱର୍ଗ, ସୁଖଧାମ, ହେଭେନ୍ । ସେଠାରେ ଅପାର ସୁଖ ଓ ଏଠାରେ ଅପାର ଦୁଃଖ ହୋଇଥାଏ । ଏବେ ପିଲାମାନଙ୍କୁ ଜଣାପଡିଛି ରାବଣ ରାଜ୍ୟରେ ଆମେ କେତେ ଛି ଛି ଅର୍ଥାତ୍ ନିକୃଷ୍ଟ ହୋଇଯାଇଛେ । ଆସ୍ତେ ଆସ୍ତେ ଆମେ ନିମ୍ନଗାମୀ ହେଲେ । ଏହା ହିଁ ବିଷୟ ସାଗର ଅଟେ । ଏବେ ବାବା ଏହି ବିଷୟ ସାଗରରୁ ବାହାର କରି ତୁମକୁ କ୍ଷୀରସାଗରକୁ ନେଇଯାଉଛନ୍ତି । ପିଲାମାନଙ୍କୁ ଏଠାରେ ବହୁତ ଖୁସି ମିଳିଥାଏ ପୁଣି ଭୁଲିଯିବା କାରଣରୁ କଣ ଅବସ୍ଥା ହୋଇଯାଏ । ବାବା କେତେ ଖୁସିର ପାରଦ ଚଢାଉଛନ୍ତି । ଏହି ଜ୍ଞାନ ଅମୃତର ହିଁ ଗାୟନ ରହିଛି । ଜ୍ଞାନ ଅମୃତ ପାନ ଜାରି ରଖିବା ଉଚିତ୍ । ଏଠାରେ ତୁମକୁ ବହୁତ ଭଲ ନିଶା ଚଢିଥାଏ ପୁଣି ବାହାରକୁ ଯିବା ପରେ ସେହି ନିଶା କମ୍ ହୋଇଯାଇଥାଏ । ବାବା ନିଜେ ଏକଥା ଅନୁଭବ କରନ୍ତି ଯେ,ଏଠାରେ ପିଲାମାନଙ୍କୁ ଭଲ ଅନୁଭବ ହୋଇଥାଏ ଆମେ ନିଜ ଘରକୁ ଯାଉଛୁ, ଆମେ ବାବାଙ୍କ ଶ୍ରୀମତରେ ରାଜଧାନୀ ସ୍ଥାପନ କରୁଛୁ । ଆମେ ବଡ ଯୋଦ୍ଧା ଅଟୁ । ଏହି ସବୁ ଜ୍ଞାନ ବୁଦ୍ଧିରେ ରହିଛି, ଯାହା ଆଧାରରେ ତୁମେ ଏହିଭଳି ଶ୍ରେଷ୍ଠ ପଦ ପାଇଥାଅ । ଦେଖ କିଏ ପଢାଉଛନ୍ତି ? ବେହଦର ବାବା ଆତ୍ମାମାନଙ୍କୁ ଏକଦମ୍ ପରିବର୍ତ୍ତନ କରି ଦେଉଛନ୍ତି । ତେଣୁ ପିଲାମାନେ କେତେ ଆନ୍ତରିକ ଖୁସିରେ ରହିବା ଆବଶ୍ୟକ । ଏହା ମଧ୍ୟ ହୃଦୟରେ ଆସିବା ଦରକାର ଯେ ଅନ୍ୟମାନଙ୍କୁ ମଧ୍ୟ କିପରି ଖୁସି ଦେବୁ । ରାବଣଠାରୁ ଅଭିଶାପ ଓ ବାବାଙ୍କଠାରୁ ବର୍ସା ମିଳୁଛି । ରାବଣର ଅଭିଶାପ ଦ୍ୱାରା ତୁମେ କେତେ ଦୁଃଖୀ ଅଶାନ୍ତ ହୋଇଛ । ବହୁତ ଗୋପମାନେ (ଭାଇମାନେ) ମଧ୍ୟ ଅଛନ୍ତି ଯେଉଁମାନଙ୍କର ସେବା କରିବା ପାଇଁ ଇଚ୍ଛା ହୋଇଥାଏ । କିନ୍ତୁ କଳସ ତ ମାତାମାନଙ୍କୁ ମିଳିଛି । ଶକ୍ତି ସେନା ଅଟନ୍ତି ନା । ବନ୍ଦେ ମାତରମ୍ ଗାୟନ କରାଯାଇଥାଏ । ସାଥିରେ ବନ୍ଦେ ପିତରମ୍ ତ ଅଛି । କିନ୍ତୁ ନାମ ମାତାମାନଙ୍କର ଅଛି । ପ୍ରଥମେ ଲକ୍ଷ୍ମୀ ପରେ ନାରାୟଣ । ପ୍ରଥମେ ସୀତା ତାପରେ ରାମ । ଏଠାରେ ତ ପ୍ରଥମେ ପୁରୁଷର ନାମ ପରେ ସ୍ତ୍ରୀର ନାମ ଲେଖିଥାନ୍ତି । ଏହା ମଧ୍ୟ ଖେଳ ଅଟେ ନା । ବାବା ତ ସବୁ କିଛି ବୁଝାଉଛନ୍ତି । ଭକ୍ତିମାର୍ଗର ରହସ୍ୟ ମଧ୍ୟ ବୁଝାଉଛନ୍ତି । ଭକ୍ତିରେ କଣ କଣ ହୋଇଥାଏ । ଯେପର୍ଯ୍ୟନ୍ତ ଜ୍ଞାନ ବୁଦ୍ଧିରେ ନାହିଁ ସେପର୍ଯ୍ୟନ୍ତ କିଛି ଜଣାପଡେ ନାହିଁ । ଏବେ ସମସ୍ତଙ୍କ ଚରିତ୍ର ସୁଧୁରୁଛି । ତୁମର ଦୈବୀ ଚରିତ୍ର ହେଉଛି । ପାଞ୍ଚ ବିକାର କାରଣରୁ ଆସୁରୀ ଚରିତ୍ର ହୋଇଥାଏ । କେତେ ପରିବର୍ତ୍ତନ ହୋଇଥାଏ । ତେଣୁ ପରିବର୍ତ୍ତନ ମଧ୍ୟ ହେବା ଦରକାର ନା । ଶରୀର ତ୍ୟାଗ କଲା ପରେ ଆଉ କଣ ପରିବର୍ତ୍ତନ ହୋଇପାରିବା । ବାବାଙ୍କଠାରେ ହିଁ ଶକ୍ତି ରହିଛି କେତେ ଆତ୍ମାକୁ ପରିବର୍ତ୍ତନ କରୁଛନ୍ତି । କେହି କେହି ପିଲା ନିଜର ଅନୁଭବ ଶୁଣାଇଥାଆନ୍ତି ଆମେ ବହୁତ କାମୀ, ମଦୁଆ ଥିଲୁ, ଆମ ମଧ୍ୟରେ ବହୁତ ପରିବର୍ତ୍ତନ ହୋଇଛି । ଏବେ ଆମେ ବହୁତ ଖୁସୀରେ ରହୁଛୁ । ଖୁସିର ଲୁହ ମଧ୍ୟ ଆସିଯାଇଥାଏ । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ ଏହିସବୁ କଥା ବୁଦ୍ଧିରୁ ଭୁଲି ହୋଇଯାଉଛି । ନଚେତ୍ ଖୁସିର ପାରା ସଦା ଚଢି ରହିବା କଥା । ଆମେ ବହୁତଙ୍କର କଲ୍ୟାଣ କରିବା । ମନୁଷ୍ୟ ବହୁତ ଦୁଃଖୀ ଅଛନ୍ତି ତାଙ୍କୁ କିଭଳି ରାସ୍ତା ବତାଇବା । ବୁଝାଇବା ପାଇଁ ମଧ୍ୟ କେତେ ମେହନତ କରିବାକୁ ପଡିଥାଏ । ଗାଳି ମଧ୍ୟ ଖାଇବାକୁ ପଡିଥାଏ । ପ୍ରଥମରୁ ହିଁ ଚହଳ ପଡୁଛି, ଏମାନେ ସମସ୍ତଙ୍କୁ ଭାଇ-ଭଉଣୀ କରିଦିଅନ୍ତି । ଆରେ! ଭାଇ ଭଉଣୀର ସମ୍ବନ୍ଧ ତ ଭଲ ଅଟେ ନା । ତୁମେ ଆତ୍ମାମାନେ ତ ଭାଇ-ଭାଇ ଅଟ । କିନ୍ତୁ ଜନ୍ମ-ଜନ୍ମାନ୍ତରର ଯେଉଁ ଦୃଷ୍ଟି ପକ୍କା ହୋଇଯାଇଛି, ତାହା ସହଜରେ ପରିବର୍ତ୍ତନ ହେଉ ନାହିଁ । ବାବାଙ୍କ ପାଖକୁ ବହୁତ ସମାଚାର ଆସୁଛି । ବାବା ବୁଝାଇଥାଆନ୍ତି ଏହି ଛି-ଛି ନର୍କ ଦୁନିଆରୁ ତୁମର ମୋହ ତୁଟିଯିବା ଦରକାର । ଗୁଲଗୁଲ୍ ଫୁଲ ଭଳି ହେବା ଆବଶ୍ୟକ । କେହି କେହି ଜ୍ଞାନ ଶୁଣି ମଧ୍ୟ ଭୁଲିଯାଇ ଥାଆନ୍ତି । ସାରା ଜ୍ଞାନ ବୁଦ୍ଧିରୁ ଉଡିଯାଇଥାଏ । କାମ ବିକାର ମହାଶତ୍ରୁ ଅଟେ ନା । ବାବା ତ ବହୁତ ଅନୁଭବୀ ଅଟନ୍ତି । ଏହି ବିକାର ପଛରେ ରାଜାମାନେ ନିଜର ରାଜପଦକୁ ହରାଇଛନ୍ତି । କାମ ବିକାର ବହୁତ ଖରାପ ଅଟେ । ସମସ୍ତେ ମଧ୍ୟ କହିଥାନ୍ତି ବାବା ଏହା ବହୁତ କଡା ଶତ୍ରୁ ଅଟେ । ବାବା କହୁଛନ୍ତି କାମ ବିକାରକୁ ଜିତିଲେ ହିଁ ତୁମେ ବିଶ୍ୱର ମାଲିକ ହେବ । କିନ୍ତୁ କାମ ବିକାର ଏଭଳି ପ୍ରଭାବଶାଳୀ ଅଟେ ଯେ ପ୍ରତିଜ୍ଞା ସତ୍ତ୍ୱେ ମଧ୍ୟ ଅଧୋଗତି ହୋଇଥାଏ । ବହୁତ ମୁସ୍କିଲରେ ହିଁ କେହି ବଦଳିଥାଆନ୍ତି । ଏହି ସମୟରେ ସାରା ଦୁନିଆର ଚରିତ୍ର ବିଗିଡି ଯାଇଛି । ପାବନ ଦୁନିଆ କେବେ ଥିଲା, କିଭଳି ହେଲା, ଏମାନେ ରାଜ୍ୟଭାଗ୍ୟ କିଭଳି ପାଇଥିଲେ, କେବେହେଲେ କେହି ବତାଇପାରିବେ ନାହିଁ । ଆଗକୁ ସମୟ ଆସିବ ତୁମେମାନେ ବିଲାତ ଦେଶକୁ ମଧ୍ୟ ଯିବ । ସେମାନେ ମଧ୍ୟ ଶୁଣିବେ । ସ୍ୱର୍ଗ ପାରାଡାଇଜ୍ କିଭଳି ସ୍ଥାପନା ହେଉଛି । ତୁମ ବୁଦ୍ଧିରେ ଏହି ସବୁ କଥା ଭଲ ଭାବରେ ଅଛି । ତେଣୁ ଏବେ ତୁମେ ଏହି କାର୍ଯ୍ୟରେ ଗଭୀର ଭାବରେ ଜଡିତ ରହି ଆଉ ସବୁ କଥା ଭୁଲିଯିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ଜ୍ଞାନକୁ ସ୍ମରଣ କରି ମୋତି ଗ୍ରହଣକାରୀ ହଂସ ହେବାର ଅଛି ଏବଂ ସମସ୍ତଙ୍କଠାରୁ ଗୁଣ ଗ୍ରହଣ କରିବାର ଅଛି ତା ସହିତ ପରସ୍ପର ମଧ୍ୟରେ ଗୁଣଦାନ ହିଁ କରିବାର ଅଛି ।

(୨) ନିଜର ଚେହେରାକୁ ସଦା ସର୍ବଦା ହସମୁଖ ରଖିବା ପାଇଁ ନିଜେ ନିଜ ସହ ବାର୍ତ୍ତାଳାପ କରିବାକୁ ହେବ ଓହୋ! ମୁଁ ତ କୁବେର ସମ୍ପତ୍ତିର ମାଲିକ ହେବାକୁ ଯାଉଛି ଏବଂ ଜ୍ଞାନ ସାଗର ବାବାଙ୍କ ଦ୍ୱାରା ମୋତେ ଜ୍ଞାନ ରତ୍ନର ଲଟେରୀ ମିଳିଯାଇଛି ।

ବରଦାନ:-
ସଦାସର୍ବଦା ସନ୍ତୁଷ୍ଟ ରହି ନିଜର ଦୃଷ୍ଟି, ବୃତ୍ତି ଏବଂ କୃତ୍ତି ଦ୍ୱାରା ସନ୍ତୁଷ୍ଟତାର ଅନୁଭୂତି କରାଉଥିବା ସନ୍ତୁଷ୍ଟମଣୀ ହୁଅ ।

ବ୍ରାହ୍ମଣ କୂଳରେ ବିଶେଷ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ ସର୍ବଦା ସନ୍ତୁଷ୍ଟ ରହିବାର ବିଶେଷତା ଦ୍ୱାରା ନିଜେ ମଧ୍ୟ ସନ୍ତୁଷ୍ଟ ରହିଥାନ୍ତି ଏବଂ ନିଜର ଦୃଷ୍ଟି, ବୃତ୍ତି ଏବଂ କୃତ୍ତି ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟତାର ଅନୁଭବ କରାଇ ଥାଆନ୍ତି ଏବଂ ଯେଉଁମାନେ ସର୍ବଦା ନିଜର ସଂକଳ୍ପରେ, ବାଣୀରେ ସାଂଗଠନିକ ସମ୍ବନ୍ଧ-ସମ୍ପର୍କରେ ବା କର୍ମରେ ବାପଦାଦାଙ୍କ ଦ୍ୱାରା ନିଜ ଉପରେ ସୁବର୍ଣ୍ଣ ପୁଷ୍ପର ବର୍ଷା ହେଉଥିବାର ଅନୁଭୂତି କରିଥାନ୍ତି, ସେହିମାନେ ହିଁ ସନ୍ତୁଷ୍ଟମଣୀ ଅଟନ୍ତି । ଏହିଭଳି ସନ୍ତୁଷ୍ଟମଣୀ ଆତ୍ମାମାନେ ହିଁ ବାପଦାଦାଙ୍କର ଗଳାର ମାଳା ହୋଇଥାନ୍ତି, ରାଜ୍ୟ ଅଧିକାରୀ ହୋଇଥାନ୍ତି ଏବଂ ଭକ୍ତମାନଙ୍କର ମଧ୍ୟ ସ୍ମରଣୀୟ ମାଳା ହୋଇଥାନ୍ତି ।

ସ୍ଲୋଗାନ:-
ନକାରାତ୍ମକ ଏବଂ ବ୍ୟର୍ଥକୁ ସମାପ୍ତ କରି ମେହନତରୁ ମୁକ୍ତ ହୁଅ ।