15.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଆନନ୍ଦର ସାଗର ବାବା ହିଁ ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି, ତାଙ୍କୁ ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଏ, ତାଙ୍କ ବ୍ୟତୀତ ଆଉ କେହି ବି ଦୁଃଖ ହରଣ କରିପାରିବେ ନାହିଁ ।

ପ୍ରଶ୍ନ:-
ଭକ୍ତିମାର୍ଗ ଏବଂ ଜ୍ଞାନମାର୍ଗ, ଉଭୟରେ ପୋଷ୍ୟ ହେବାର ପରମ୍ପରା ରହିଛି କିନ୍ତୁ ଅନ୍ତର କଣ ଅଛି?

ଉତ୍ତର:-
ଭକ୍ତିମାର୍ଗରେ ଯେତେବେଳେ କାହାର ପୋଷ୍ୟ ହୁଅନ୍ତି ଅର୍ଥାତ୍ ଶିଷ୍ୟତ୍ୱ ଗ୍ରହଣ କରନ୍ତି ସେତେବେଳେ ଗୁରୁ ଏବଂ ଚେଲାର ସମ୍ବନ୍ଧ ହୋଇଯାଏ, ସନ୍ନ୍ୟାସୀମାନେ ଯଦି ପୋଷ୍ୟ ହୁଅନ୍ତି ତେବେ ସେମାନେ ଅନୁଗାମୀ ବୋଲାଇଥାନ୍ତି, କିନ୍ତୁ ଜ୍ଞାନମାର୍ଗରେ ତୁମେମାନେ ଅନୁଗାମୀ କିମ୍ବା ଚେଲା ନୁହେଁ, ତୁମେ ତ ବାବାଙ୍କର ସନ୍ତାନ ହେଉଛ । ତେବେ ସନ୍ତାନ ହେବା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହେବା ।

ଗୀତ:-
ଓମ୍ ନମୋ ଶିବାୟ.....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଏହା ହେଉଛି ପରମପିତା ପରମାତ୍ମା ଶିବଙ୍କର ମହିମା । ଶିବାୟ ନମଃ କହିଥାନ୍ତି ନା । ରୁଦ୍ରାୟ ନମଃ ବା ସୋମନାଥ ନମଃ କୁହନ୍ତି ନାହିଁ । ଶିବାୟ ନମଃ ହିଁ କୁହନ୍ତି ଏବଂ ତାଙ୍କର ବହୁତ ସ୍ତୁତିଗାନ ମଧ୍ୟ କରନ୍ତି । ତେବେ ଶିବାୟ ନମଃ ହେଉଛନ୍ତି ବାବା ଯିଏକି ଈଶ୍ୱର ପିତା ମଧ୍ୟ ଅଟନ୍ତି । ସିଏ ହେଉଛନ୍ତି ନିରାକାର । ତେବେ ହେ ଈଶ୍ୱର ପିତା ବୋଲି କିଏ କହିଲା? ଆତ୍ମା କହିଲା । ଯଦି କେବଳ ହେ ପିତା କହିବା ତେବେ ଶାରୀରିକ ପିତାଙ୍କୁ ଦର୍ଶାଉଛି ଆଉ ଯଦି ହେ ଈଶ୍ୱରପିତା କହିବା ତେବେ ଆତ୍ମିକ ପିତାଙ୍କୁ ଦର୍ଶାଉଛି । ଏହା ହିଁ ହେଉଛି ବୁଝିବାର କଥା । ଦେବତାମାନଙ୍କୁ ପାରସବୁଦ୍ଧି କୁହାଯାଏ । ଦେବତାମାନେ ହିଁ ବିଶ୍ୱର ମାଲିକ ଥିଲେ । କିନ୍ତୁ ଏବେ କେହି ମାଲିକ ନାହାଁନ୍ତି । ଭାରତର ପିତା ଅଥବା ମୁରବୀ କେହି ନାହାଁନ୍ତି । ରାଜାଙ୍କୁ ମଧ୍ୟ ପିତା, ଅନ୍ନଦାତା ବୋଲି କୁହାଯାଏ । ଏବେ ତ ରାଜା ମଧ୍ୟ କେହି ନାହାଁନ୍ତି । ତେବେ ଶିବାୟ ନମଃ କିଏ କହିଲା? କିପରି ଜଣା ପଡିବ ଯେ ଇଏ ପିତା ବୋଲି ଅଟନ୍ତି? ବ୍ରହ୍ମାକୁମାର-କୁମାରୀ ତ ବହୁତ ଅଛନ୍ତି । ଏମାନେ ହେଉଛନ୍ତି ଶିବବାବାଙ୍କର ନାତି ଏବଂ ନାତୁଣୀ । ବ୍ରହ୍ମାଙ୍କ ଦ୍ୱାରା ଏମାନଙ୍କୁ ପୋଷ୍ୟ କରୁଛନ୍ତି । ସମସ୍ତେ କହୁଛନ୍ତି ଆମେ ହେଉଛୁ ବ୍ରହ୍ମାକୁମାର-କୁମାରୀ । ଆଚ୍ଛା, ତେବେ ବ୍ରହ୍ମା କାହାର ସନ୍ତାନ? ଶିବଙ୍କର । ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନିଜଣଯାକ ହେଉଛନ୍ତି ଶିବଙ୍କର ସନ୍ତାନ । ଶିବବାବା ହେଉଛନ୍ତି ଉଚ୍ଚରୁ ଉଚ୍ଚ ଭଗବାନ, ସିଏ ନିରାକାରୀ ଦୁନିଆରେ ରୁହନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ହେଉଛନ୍ତି ସୂକ୍ଷ୍ମଲୋକ ନିବାସୀ । ଆଚ୍ଛା, ସିଏ ମନୁଷ୍ୟ ସୃଷ୍ଟି କିପରି ରଚନା କରୁଛନ୍ତି? ତେଣୁ ବାବା କହୁଛନ୍ତି - ମୁଁ ଡ୍ରାମା ଅନୁସାରେ ସାଧାରଣ ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ୟାଙ୍କର ପ୍ରଜାପିତା ବ୍ରହ୍ମା ନାମ ଦେଉଛି । ମୋତେ ୟାଙ୍କ ଶରୀରରେ ହିଁ ପ୍ରବେଶ କରିବାର ଅଛି ଯାହାଙ୍କର ନାମ ମୁଁ ବ୍ରହ୍ମା ରଖିଛି । ପୋଷ୍ୟ କରିବା ପରେ ନାମ ବଦଳିଯାଏ । ସନ୍ନ୍ୟାସୀମାନେ ମଧ୍ୟ ନାମ ବଦଳାଇଥାନ୍ତି । ପ୍ରଥମେ ଗୃହସ୍ଥୀଙ୍କ ନିକଟରେ ଜନ୍ମ ନିଅନ୍ତି ପୁଣି ସଂସ୍କାର ଅନୁସାରେ ଛୋଟ ସମୟରୁ ହିଁ ଶାସ୍ତ୍ର ଆଦି ପଢନ୍ତି ପୁଣି ତାଙ୍କର ଧୀରେ ଧୀରେ ସବୁଥିରୁ ବୈରାଗ୍ୟ ଆସିଯାଏ, ତାପରେ ସନ୍ନ୍ୟାସୀମାନଙ୍କ ପାଖରେ ଯାଇ ଶିଷତ୍ୱ ଗ୍ରହଣ କରିନିଅନ୍ତି, ତାଙ୍କୁ ନିଜର ଗୁରୁ ମନେ କରନ୍ତି, କିନ୍ତୁ ତାଙ୍କୁ ପିତା ବୋଲି କହିପାରିବେ ନାହିଁ, ତେଣୁ ଗୁରୁଙ୍କର ଶିଷ୍ୟ ବା ଅନୁଗାମୀ ହୁଅନ୍ତି । ଗୁରୁ ଶିଷ୍ୟକୁ ନିଜର ଅନୁଗାମୀ କରିଥାନ୍ତି, ତାଙ୍କୁ କହିଥାନ୍ତି - ତୁମେ ମୋର ଶିଷ୍ୟ ବା ଅନୁଗାମୀ ଅଟ । କିନ୍ତୁ ଏହି ବାବା କହୁଛନ୍ତି ଯେ ତୁମେ ମୋର ସନ୍ତାନ ଅଟ । ତୁମେ ଆତ୍ମାମାନେ ନିଜର ପିତାଙ୍କୁ ଭକ୍ତିମାର୍ଗରେ କେତେ ଡାକିଛ, କାହିଁକି ନା ଏଠାରେ ଦୁଃଖ ବହୁତ ରହିଛି, ସମସ୍ତେ ତ୍ରାହି ତ୍ରାହି କରୁଛନ୍ତି । ପତିତପାବନ ବାବା ତ ଜଣେ ହିଁ ଅଟନ୍ତି । ଆତ୍ମା ନିରାକାର ଶିବଙ୍କୁ ନମଃ ଅର୍ଥାତ୍ ନମସ୍କାର କରୁଛି, ତେବେ ଇଏ ତ ପିତା ହିଁ ଅଟନ୍ତି । ତୁମେ ମାତା ପିତା... ଏହି ଗୀତ ମଧ୍ୟ ଈଶ୍ୱର ପିତାଙ୍କ ପାଇଁ ଗାଉଛନ୍ତି । ତେଣୁ ପିତାଙ୍କ ସହିତ ମାତା ମଧ୍ୟ ନିଶ୍ଚିତ ଦରକାର । ମାତା-ପିତାଙ୍କ ବିନା ରଚନା ହୋଇପାରିବ ନାହିଁ । ପିତାଙ୍କୁ ସନ୍ତାନମାନଙ୍କ ନିକଟକୁ ନିଶ୍ଚିତ ଆସିବାକୁ ହିଁ ହେବ । ଏହି ସୃଷ୍ଟିଚକ୍ରର କିପରି ପୁନରାବୃତ୍ତି ହେଉଛି, ଏହାର ଆଦି-ମଧ୍ୟ-ଅନ୍ତର ରହସ୍ୟ ଜାଣିବା - ଏହାକୁ ହିଁ କୁହାଯାଉଛି ତ୍ରିକାଳଦର୍ଶୀ ହେବା । ତେବେ ଏହି ନାଟକରେ ଏତେ ସବୁ କୋଟି କୋଟି ଅଭିନେତାମାନେ ଅଛନ୍ତି, ହେଲେ ପ୍ରତ୍ୟେକଙ୍କର ଅଭିନୟ ସ୍ୱତନ୍ତ୍ର ଅଟେ । ଏହା ହେଉଛି ଅବିନାଶୀ ଡ୍ରାମା । ବାବା କହୁଛନ୍ତି - ମୁଁ ହେଉଛି ସୃଷ୍ଟିକର୍ତ୍ତା, ନିର୍ଦ୍ଦେଶକ ଏବଂ ତା ସହିତ ମୁଖ୍ୟ ଅଭିନେତା ମଧ୍ୟ । ବର୍ତ୍ତମାନ ମୁଁ ଅଭିନୟ କରୁଛି ନା । ମୋତେ ସମସ୍ତେ ପରମଆତ୍ମା କୁହନ୍ତି । ଆତ୍ମା ଏବଂ ପରମାତ୍ମାଙ୍କର ରୂପ ଏକ ସମାନ । ବାସ୍ତବରେ ଆତ୍ମା ହେଉଛି ବିନ୍ଦୁ ସ୍ୱରୂପ । ଭ୍ରୃକୁଟୀ ମଧ୍ୟରେ ଆତ୍ମା ତାରକା ରହିଥାଏ ନା । ତାହା ଅତି ସୂକ୍ଷ୍ମ ଅଟେ । ତାକୁ କେହି ଦେଖିପାରନ୍ତି ନାହିଁ । ଆତ୍ମା ମଧ୍ୟ ସୂକ୍ଷ୍ମ ଏବଂ ଆତ୍ମାର ପିତା ପରମାତ୍ମା ମଧ୍ୟ ସୂକ୍ଷ୍ମ । ବାବା ବୁଝାଉଛନ୍ତି - ତୁମେ ଆତ୍ମାମାନେ ବିନ୍ଦୁ ସମାନ ଅଟ । ମୁଁ ଶିବ ମଧ୍ୟ ବିନ୍ଦୁ ସମାନ ଅଟେ । କିନ୍ତୁ ମୁଁ ସବୁଠାରୁ ଉଚ୍ଚ, ସୃଷ୍ଟିକର୍ତ୍ତା ଏବଂ ନିର୍ଦ୍ଦେଶକ ଅଟେ । ଜ୍ଞାନ ସାଗର ମଧ୍ୟ ଅଟେ । ମୋ ଭିତରେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି । ମୁଁ ହେଉଛି ଜ୍ଞାନର ସାଗର, ଦୟାର ସାଗର । ମୁଁ ସମସ୍ତଙ୍କ ଉପରେ ଦୟା କରୁଛି । ସମସ୍ତଙ୍କୁ ସଦଗତିକୁ ନେଇ ଯାଉଛି । ତେଣୁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଏକମାତ୍ର ବାବା ହିଁ ଅଟନ୍ତି । ସତ୍ୟଯୁଗରେ କେହି ଦୁଃଖୀ ହୁଅନ୍ତି ନାହିଁ । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ ଚାଲେ ।

ବାବା ବୁଝାଉଛନ୍ତି - ମୁଁ ହେଉଛି ସୃଷ୍ଟିରୂପୀ ବୃକ୍ଷର ବୀଜ । ଧରିନିଅ ଆମ୍ବ ଗଛର ବୀଜ ଅଛି ତାହା ତ ଜଡ, ତେଣୁ ସିଏ କଥା କହିପାରିବ ନାହିଁ । ଯଦି ଚୈତନ୍ୟ ହୋଇଥାନ୍ତା ତେବେ କହିଥାନ୍ତା ଯେ ମୋ ବୀଜରୁ ଏପରି ଶାଖା ପ୍ରଶାଖା, ପତ୍ର ଆଦି ବାହାରୁଛି । ତେବେ ଏହା ହେଉଛି ଚୈତନ୍ୟ, ଏହାକୁ କଳ୍ପବୃକ୍ଷ କୁହାଯାଏ । ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ ହେଉଛନ୍ତି ପରମପିତା ପରମାତ୍ମା । ବାବା କହୁଛନ୍ତି - ମୁଁ ହିଁ ଆସି ଏହାର ଜ୍ଞାନ ବୁଝାଉଛି, ତୁମ ପିଲାମାନଙ୍କୁ ସୁଖୀ କରାଉଛି । ଦୁଃଖୀ ତ ମାୟା କରାଉଛି । ବର୍ତ୍ତମାନ ଭକ୍ତିମାର୍ଗ ଶେଷ ହେବାର ଅଛି । ଡ୍ରାମାର ପୁନରାବୃତ୍ତି ନିଶ୍ଚିତ ହେବ । ଏହା ହେଉଛି ଅବିନାଶୀ ବିଶ୍ୱର ଇତିହାସ-ଭୂଗୋଳ । ଚକ୍ର ଘୂରି ଚାଲିଛି । କଳିଯୁଗ ବଦଳି ସତ୍ୟଯୁଗ ହେବାକୁ ଯାଉଛି । ସୃଷ୍ଟି ତ ଗୋଟିଏ ନା ଏବଂ ଈଶ୍ୱର ପିତା ମଧ୍ୟ ଜଣେ । ତାଙ୍କର କେହି ପିତା ନାହାଁନ୍ତି । ଇଏ ଆମର ଶିକ୍ଷକ ମଧ୍ୟ ଅଟନ୍ତି, ଆମକୁ ପଢାଉଛନ୍ତି । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଉଛି । ମନୁଷ୍ୟମାନେ ତ ମାତା-ପିତାଙ୍କୁ ଜାଣିନାହାଁନ୍ତି । କିନ୍ତୁ ତୁମେ ଜାଣିଛ ଯେ ଆମେମାନେ ନିରାକାର ଶିବବାବାଙ୍କର ନିରାକାରୀ ସନ୍ତାନ ଅଟୁ ଏବଂ ସାକାରୀ ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟୁ । ନିରାକାରଙ୍କର ସନ୍ତାନ ସମସ୍ତେ ଭାଇ-ଭାଇ ଅଟନ୍ତି ଏବଂ ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ଅଟନ୍ତି । ଏହା ହେଉଛି ପବିତ୍ର ରହିବାର ସୂତ୍ର । ଭଉଣୀ ଭାଇ କିପରି ବିକାରରେ ଯାଇପାରିବେ! ବିକାରର ହିଁ ନିଆଁ ଲାଗିଥାଏ । କାମକୁ ଅଗ୍ନି କୁହାଯାଏ ନା, ଏହାଠାରୁ ସୁରକ୍ଷିତ ରହିବାର ଉପାୟ ବାବା ହିଁ ଶିଖାଉଛନ୍ତି । ପ୍ରଥମେ ତ ଏଥିରେ ବହୁତ ବଡ ପ୍ରାପ୍ତି ମଧ୍ୟ ହେଉଛି । ଯଦି ଆମେ ବାବାଙ୍କର ଶ୍ରୀମତରେ ଚାଲିବା ତେବେ ଅବିନାଶୀ ପିତାଙ୍କର ଅବିନାଶୀ ସମ୍ପତ୍ତି ପ୍ରାପ୍ତ କରିବା । ଯୋଗ ଦ୍ୱାରା ହିଁ ସଦା ସୁସ୍ଥ ହୋଇପାରିବା । ପ୍ରାଚୀନ ଭାରତର ଯୋଗ ପ୍ରସିଦ୍ଧ ଅଟେ ନା । ବାବା କହୁଛନ୍ତି ମୋତେ ମନେପକାଇଲେ ତୁମେ ପବିତ୍ର ହୋଇଯିବ, ତୁମର ପାପ ଭସ୍ମ ହୋଇଯିବ । ଯଦି ମୋର ସ୍ମୃତିରେ ରହି ଶରୀର ଛାଡିବ ତେବେ ମୋ ପାଖକୁ ଆସିଯିବ । ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ । ଏହା ସେହି ମହାଭାରତ ଲଢେଇ ଅଟେ । ଯେଉଁମାନେ ବାବାଙ୍କର ହୋଇଛନ୍ତି ସେମାନଙ୍କର ହିଁ ବିଜୟ ହେବ । ବର୍ତ୍ତମାନ ସତ୍ୟଯୁଗୀ ରାଜଧାନୀ ସ୍ଥାପନ ହେଉଛି । ଭଗବାନ ସ୍ୱର୍ଗର ମାଲିକ କରାଇବା ପାଇଁ ରାଜଯୋଗ ଶିଖାଉଛନ୍ତି । ପୁଣି ମାୟା ରାବଣ ନର୍କର ମାଲିକ କରାଉଛି । ଏମିତି ଲାଗୁଛି ଯେପରି ଅଭିଶାପ ମିଳୁଛି ।

ବାବା କହୁଛନ୍ତି - ଗେହ୍ଲା ସନ୍ତାନମାନେ, ତୁମେ ମୋର ମତରେ ଚାଲି ସ୍ୱର୍ଗବାସୀ ହୁଅ । ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହେଉଛି ସେତେବେଳେ ରାବଣ କହୁଛି - ହେ ଈଶ୍ୱରଙ୍କର ସନ୍ତାନଗଣ, ନର୍କବାସୀ ହୁଅ । ନର୍କ ପରେ ପୁଣି ସ୍ୱର୍ଗ ନିଶ୍ଚିତ ଆସିବ । ଏହା ଏବେ ନର୍କ ଅଟେ ନା । ଏଠାରେ କେତେ ଲଢେଇ ଝଗଡା ଚାଲୁଛି । ସତ୍ୟଯୁଗରେ ଏପରି ଲଢେଇ ଝଗଡା ହୁଏ ନାହିଁ । ଭାରତ ହିଁ ସ୍ୱର୍ଗ ଥିଲା, ଆଉ କୌଣସି ରାଜ୍ୟ ନଥିଲା । କିନ୍ତୁ ଏବେ ଭାରତ ନର୍କ ହୋଇଯାଇଛି, ଏଠାରେ ଅନେକ ଧର୍ମ ରହିଛି । ଗାୟନ ରହିଛି - ଅନେକ ଧର୍ମର ବିନାଶ କରି ଗୋଟିଏ ଧର୍ମର ସ୍ଥାପନା କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡୁଛି । ବାବା କହୁଛନ୍ତି - ମୁଁ ଥରେ ମାତ୍ର ଅବତାର ନେଉଛି । ବାବା ତ ପତିତ ଦୁନିଆରେ ହିଁ ଆସିଥାଆନ୍ତି ଏବଂ ସେତେବେଳେ ଆସିଥାଆନ୍ତି ଯେତେବେଳେ ପୁରୁଣା ଦୁନିଆର ବିନାଶ ହୁଏ । ତେବେ ସେଥିପାଇଁ ଲଢେଇ ମଧ୍ୟ ହେବା ଦରକାର ।

ବାବା କହୁଛନ୍ତି - ମଧୁର ସନ୍ତାନମାନେ, ତୁମେ ଅଶରୀରୀ ହୋଇ ଆସିଥିଲ, ବର୍ତ୍ତମାନ ତୁମେମାନେ ୮୪ ଜନ୍ମର ଅଭିନୟ ସମ୍ପୂର୍ଣ୍ଣ କରିଛ, ଏବେ ଘରକୁ ଫେରିବାକୁ ହେବ । ମୁଁ ତୁମକୁ ପତିତରୁ ପବିତ୍ର କରି ଘରକୁ ନେଇଯାଉଛି । ୫ ହଜାର ବର୍ଷର ହିସାବ ରହିଛି ନା । ଏହି ୫ ହଜାର ବର୍ଷରେ ଦେବତାମାନେ ୮୪ ଜନ୍ମ ନେଉଛନ୍ତି । ସମସ୍ତେ ତ ୮୪ ଜନ୍ମ ନେବେ ନାହିଁ । ଏବେ ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ମୋଠାରୁ ସ୍ୱର୍ଗର ସମ୍ପତ୍ତି ନିଅ । ତେଣୁ ସୃଷ୍ଟିଚକ୍ରର ଜ୍ଞାନ ବୁଦ୍ଧିରେ ସର୍ବଦା ରହିବା ଦରକାର । ଆମେମାନେ ସମସ୍ତେ ଅଭିନେତା ଅଟୁ ନା । ଅଭିନେତା ହୋଇ ଯଦି ନିର୍ମାତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତାଙ୍କୁ ନ ଜାଣିଛନ୍ତି ତେବେ ସିଏ ଅଜ୍ଞାନୀ ଅଟନ୍ତି । ତେଣୁ ଏହି ଜ୍ଞାନ ନ ଜାଣିବା ଦ୍ୱାରା ହିଁ ଭାରତ କାଙ୍ଗାଳ ହୋଇଯାଇଛି । ପୁଣି ବାବା ଆସି ସାହୁକାର କରାଉଛନ୍ତି । ବାବା ବୁଝାଉଛନ୍ତି - ତୁମେ ଭାରତବାସୀ ସ୍ୱର୍ଗରେ ଥିଲ, ତେବେ ତୁମକୁ ନିଶ୍ଚିତ ୮୪ ଜନ୍ମ ନେବାକୁ ପଡିଥିବ । ଏବେ ତୁମର ୮୪ ଜନ୍ମ ପୂର୍ଣ୍ଣ ହେବାକୁ ଆଉ ଅଳ୍ପ ସମୟ ବାକି ଅଛି । ଭଗବାନୁବାଚ - ଭଗବାନ ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି । କୃଷ୍ଣଙ୍କୁ ଅନ୍ୟ ଧର୍ମର ମନୁଷ୍ୟମାନେ ଭଗବାନ ବୋଲି ମାନିବେ ନାହିଁ । ନିରାକାରଙ୍କୁ ହିଁ ମାନିବେ । ସିଏ ସର୍ବ ଆତ୍ମାର ପିତା ଅଟନ୍ତି । କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଆସି ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି । ଯେତେବେଳେ ସତ୍ୟଯୁଗୀ ରାଜତ୍ୱ ସ୍ଥାପନ ହୋଇଯିବ ଏବଂ ଏହି କଳିଯୁଗର ବିନାଶ ହୋଇଯିବ ସେତେବେଳେ ମୁଁ ଚାଲିଯିବି । ଏହା ହେଉଛି ସବୁଠାରୁ ବଡ ଯଜ୍ଞ, ଦୁନିଆରେ ଯେତେ ଯଜ୍ଞ ରହିଛି ସେସବୁ ଏହି ଯଜ୍ଞରେ ସ୍ୱାହା ହୋଇଯିବ । ସାରା ଦୁନିଆର ବିକାର ରୂପୀ ଅଳିଆ ଆବର୍ଜନା ଏଥିରେ ପଡୁଛି ପୁଣି ଏହା ପରେ ଆଉ କୌଣସି ଯଜ୍ଞ ରଚନା ହେବ ନାହିଁ । ଭକ୍ତିମାର୍ଗ ସମ୍ପୂର୍ଣ୍ଣ ଶେଷ ହୋଇଯାଉଛି । ସତ୍ୟଯୁଗ-ତ୍ରେତା ପରେ ପୁଣି ଭକ୍ତି ଆରମ୍ଭ ହେଉଛି । ଏବେ ଭକ୍ତି ଶେଷ ହେଉଛି । ତେବେ ଦୁନିଆରେ ଯେତେ ସବୁ ମହିମା ହେଉଛି ସେସବୁ ଶିବବାବାଙ୍କର । ବାବାଙ୍କର କେତେ ନାମ ଦେଇ ଦେଇଛନ୍ତି କିନ୍ତୁ ତାଙ୍କ ବିଷୟରେ କିଛି ବି ଜାଣି ନାହାଁନ୍ତି । ଇଏ ତ ଶିବ ଅଟନ୍ତି, ପୁଣି ୟାଙ୍କୁ ରୁଦ୍ର, ସୋମନାଥ, ବାବୁରୀନାଥ ମଧ୍ୟ କହିଦେଉଛନ୍ତି । ଜଣଙ୍କର ଅନେକ ନାମ ରଖିଦେଇଛନ୍ତି । ବାବା ଯେପରି କର୍ତ୍ତବ୍ୟ କରିଛନ୍ତି ସେହିପରି ନାମ ରଖାଯାଇଛି । ବର୍ତ୍ତମାନ ତୁମମାନଙ୍କୁ ବାବା ସୋମରସ ପାନ କରାଉଛନ୍ତି । ତୁମେ ମାତାମାନେ ସ୍ୱର୍ଗର ଦ୍ୱାର ଖୋଲିବାରେ ନିମିତ୍ତ ହୋଇଛ । ବନ୍ଦନା ତ ପବିତ୍ର ଆତ୍ମାର ହିଁ ହୋଇଥାଏ । ଅପବିତ୍ର ଆତ୍ମା, ପବିତ୍ର ଆତ୍ମାର ବନ୍ଦନା କରେ । କନ୍ୟା ନିକଟରେ ସମସ୍ତେ ମୁଣ୍ଡ ନୁଆଁଇ ଥାଆନ୍ତି ନା । ବର୍ତ୍ତମାନ ଏହି ବ୍ରହ୍ମାକୁମାର କୁମାରୀମାନେ ଭାରତର ଉଦ୍ଧାର କରୁଛନ୍ତି । ତେବେ ପବିତ୍ର ହୋଇ ବାବାଙ୍କଠାରୁ ପବିତ୍ର ଦୁନିଆର ସମ୍ପତ୍ତି ନେବାକୁ ହେବ । ଗୃହସ୍ଥରେ ରହି ପବିତ୍ର ହେବାକୁ ପଡିବ ଏହା ହିଁ ହେଉଛି ସବୁଠାରୁ ବଡ ପରିଶ୍ରମ । କାମ ମହାଶତ୍ରୁ ଅଟେ ନା । କେହି କେହି କାମ ବିକାର ବିନା ରହିପାରନ୍ତି ନାହିଁ ତେଣୁ ମାଡ ମଧ୍ୟ ମାରିଥାନ୍ତି । ଏହି ରୁଦ୍ର ଯଜ୍ଞରେ ଅବଳାମାନଙ୍କ ଉପରେ ବହୁତ ଅତ୍ୟାଚାର ହୋଇଛି । ମାଡ ଖାଇ ଖାଇ ଶେଷରେ ପାପର ଘଡା ଭରିଯାଉଛି ତାପରେ ବିନାଶ ହେଉଛି । ବହୁତ କନ୍ୟା ଅଛନ୍ତି, ଯିଏକି ବାବାଙ୍କୁ କେବେ ଦେଖି ନାହାଁନ୍ତି, ତଥାପି ମଧ୍ୟ ଲେଖୁଛନ୍ତି - ବାବା ମୁଁ ଆପଣଙ୍କୁ ଜାଣିଛି । ଆପଣଙ୍କଠାରୁ ସମ୍ପତ୍ତି ନେବା ପାଇଁ ପବିତ୍ର ନିଶ୍ଚିତ ହେବି । ବାବା ବୁଝାଉଛନ୍ତି ତୁମେ ଶାସ୍ତ୍ର ପଢିଛ, ତୀର୍ଥ ଆଦି କରିଛ ଭକ୍ତିମାର୍ଗର ଶାରୀରିକ ଯାତ୍ରା ମଧ୍ୟ ବହୁତ କରିଛ, କିନ୍ତୁ ଏବେ ତୁମକୁ ଘରକୁ ଫେରିବାକୁ ହେବ, ସେଥିପାଇଁ ମୋ ସହିତ ଯୋଗ ଲଗାଅ । ଅନ୍ୟ ସମସ୍ତଙ୍କଠାରୁ ସମ୍ବନ୍ଧ ତୁଟାଇ କେବଳ ମୋ ସହିତ ଯୋଡ ତେବେ ତୁମକୁ ସାଥୀରେ ନେଇଯିବି ପୁଣି ସ୍ୱର୍ଗକୁ ପଠାଇ ଦେବି । ତାହା ହେଉଛି ଶାନ୍ତିଧାମ । ସେଠାରେ ଆତ୍ମା କିଛି କଥା କୁହେ ନାହିଁ । ସତ୍ୟଯୁଗ ହେଉଛି ସୁଖଧାମ ଏବଂ ଏହା ହେଉଛି ଦୁଃଖଧାମ । ଏହି ଦୁଃଖଧାମରେ ରହି ଯଦି ତୁମେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବ ତେବେ ସ୍ୱର୍ଗରେ ଆସିଯିବ । ତୁମେମାନେ ତ ୮୪ ଜନ୍ମ ନେଇଛ । ଏହିଭଳି ବର୍ଣ୍ଣର ଚକ୍ର ଘୂରି ଚାଲିଛି । ପ୍ରଥମେ ହେଉଛି ବ୍ରାହ୍ମଣ ବର୍ଣ୍ଣ, ଯାହାକୁ ଚୁଟୀ କୁହାଯାଉଛି ତାପରେ ହେଉଛି ଦେବତା ବର୍ଣ୍ଣ, ତାପରେ ହେଉଛି କ୍ଷତ୍ରିୟ ବର୍ଣ୍ଣ, ଯେପରି ବାଜୋଲୀ ଖେଳିଥାନ୍ତି ନା । ପୁଣି ଏବେ ଆମେ ବ୍ରାହ୍ମଣରୁ ପୁନର୍ବାର ଦେବତା ହେବୁ । ଏହି ଚକ୍ର ଏହିପରି ଘୁରି ଚାଲିଛି, ଏହାକୁ ଜାଣିବା ଦ୍ୱାରା ଆମେ ଚକ୍ରବର୍ତ୍ତୀ ରାଜା ହୋଇଯିବା । ଅବିନାଶୀ ପିତାଙ୍କଠାରୁ ଅବିନାଶୀ ସମ୍ପତ୍ତି ନେବାର ଅଛି ସେଥିପାଇଁ ବାବାଙ୍କ ମତରେ ନିଶ୍ଚିତ ଚାଲିବାକୁ ହେବ । ତୁମେ ଅନ୍ୟମାନଙ୍କୁ ବୁଝାଉଛ ଯେ ନିରାକାର ଆତ୍ମାମାନେ ଆସି ଏହି ସାକାର ଶରୀରରେ ପ୍ରବେଶ କରିଛନ୍ତି । ଆମେ ଆତ୍ମାମାନେ ଯେତେବେଳେ ନିରାକାରୀ ଥିଲୁ ସେତେବେଳେ ପରମଧାମରେ ଥିଲୁ । ଏହି ସୂର୍ଯ୍ୟ-ଚନ୍ଦ୍ର ହେଉଛନ୍ତି ବତୀ ଅର୍ଥାତ୍ ନାଟକ ମଞ୍ଚର ଆଲୋକ । ଏହାକୁ କୁହାଯାଏ ବେହଦର ଅବିନାଶୀ ଦିନ ଏବଂ ରାତି । ସତ୍ୟଯୁଗ-ତ୍ରେତା ହେଉଛି ଦିନ ଏବଂ ଦ୍ୱାପର-କଳିଯୁଗ ହେଉଛି ରାତି । ବାବା ବର୍ତ୍ତମାନ ସମୟରେ ଆସି ସଦ୍‌ଗତିର ମାର୍ଗ ଦେଖାଉଛନ୍ତି । ତାଙ୍କଠାରୁ କେତେ ଭଲ ଜ୍ଞାନ ମିଳୁଛି । ସତ୍ୟଯୁଗରେ ହେଉଛି ସୁଖ, ପୁଣି ଧୀରେ ଧୀରେ କମିଯାଉଛି । ସତ୍ୟଯୁଗରେ ୧୬ କଳା, ତ୍ରେତାରେ ୧୪ କଳା ଏସବୁ ହେଉଛି ବୁଝିବାର କଥା । ସେଠାରେ କେବେ ଅକାଳମୃତ୍ୟୁ ହୁଏ ନାହିଁ । ସେଠାରେ କାନ୍ଦିବାର, ଲଢେଇ-ଝଗଡା କରିବାର କଥା ହିଁ ନାହିଁ । ସବୁକିଛି ପାଠପଢା ଉପରେ ହିଁ ନିର୍ଭର କରୁଛି । ପାଠପଢା ଆଧାରରେ ହିଁ ମନୁଷ୍ୟରୁ ଦେବତା ହେବ । ଭଗବାନ ପଢାଉଛନ୍ତି ଭଗବାନ ଭଗବତୀ କରିବା ପାଇଁ । ଦୁନିଆର ପାଠପଢା ତ କଉଡିତୁଲ୍ୟ କିନ୍ତୁ ଏହି ପାଠପଢା ହେଉଛି ହୀରାତୁଲ୍ୟ । କେବଳ ଏହି ଅନ୍ତିମ ଜନ୍ମରେ ପବିତ୍ର ରହିବାକୁ ହେବ । ଏହା ହେଉଛି ସବୁଠାରୁ ସହଜ ରାଜଯୋଗ । ଓକିଲାତି ଆଦି ପଢିବା - ଏତେ ସହଜ ନୁହେଁ । ଏଠାରେ ତ ବାବା ଆଉ ସୃଷ୍ଟିଚକ୍ରକୁ ମନେ ପକାଇବାକୁ ହେବ ତାହାହେଲେ ଚକ୍ରବର୍ତ୍ତୀ ରାଜା ହୋଇଯିବ । ଯଦି ବାବାଙ୍କୁ ଜାଣି ନାହଁ ତେବେ କିଛି ବି ଜାଣିନାହଁ । ବାବା ନିଜେ ବିଶ୍ୱର ମାଲିକ ହେଉନାହାଁନ୍ତି, ପିଲାମାନଙ୍କୁ କରାଉଛନ୍ତି । ଶିବବାବା କହୁଛନ୍ତି ଏହି ବ୍ରହ୍ମା ମହାରାଜା ହେବେ, ମୁଁ ନୁହେଁ । ମୁଁ ନିର୍ବାଣଧାମକୁ ଚାଲି ଯାଉଛି ଏବଂ ତୁମମାନଙ୍କୁ ବିଶ୍ୱର ମାଲିକ କରିଦେଉଛି । ସଚ୍ଚା-ସଚ୍ଚା ନିଷ୍କାମ ସେବା କେବଳ ନିରାକାର ପରମପିତା ପରମାତ୍ମା ହିଁ କରିପାରିବେ, କୌଣସି ମନୁଷ୍ୟ କରିପାରିବେ ନାହିଁ । ଯଦି ଈଶ୍ୱରଙ୍କୁ ପ୍ରାପ୍ତ କରିପାରିଲେ ସାରା ବିଶ୍ୱର ମାଲିକ ହୋଇଯିବ । ଧରଣୀ ଆକାଶ ସବୁର ମାଲିକ ହୋଇଯିବ । ଦେବତାମାନେ ବିଶ୍ୱର ମାଲିକ ଥିଲେ ନା । ଏବେ ତ ଦେଖ କେତେ ଭାଗ ଭାଗ ହୋଇଯାଇଛି । ଏବେ ପୁଣି ବାବା କହୁଛନ୍ତି - ମୁଁ ତୁମକୁ ବିଶ୍ୱର ମାଲିକ କରୁଛି । ସ୍ୱର୍ଗରେ ମଧ୍ୟ ତୁମେମାନେ ହିଁ ଥିଲ । ଭାରତ ବିଶ୍ୱର ମାଲିକ ଥିଲା, କିନ୍ତୁ ଏବେ କାଙ୍ଗାଳ ହୋଇଯାଇଛି । ମୁଁ ପୁଣି ଏହି ମାତାମାନଙ୍କ ଦ୍ୱାରା ଭାରତକୁ ବିଶ୍ୱର ମାଲିକ କରାଉଛି । ଏଠାରେ ଅଧିକାଂଶ ମାତାମାନେ ଅଛନ୍ତି ସେଥିପାଇଁ ବନ୍ଦେ ମାତରମ୍‌ କୁହାଯାଉଛି ।

ସମୟ ଆଉ କମ୍ ଅଛି, ଶରୀର ଉପରେ କୌଣସି ଭରସା ନାହିଁ । ମରିବାକୁ ତ ସମସ୍ତଙ୍କୁ ପଡିବ । ବର୍ତ୍ତମାନ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ, ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ । ଏଠାରେ ଭଗବାନ ପଢାଉଛନ୍ତି । ତାଙ୍କୁ ଜ୍ଞାନର ସାଗର, ଶାନ୍ତିର ସାଗର, ଆନନ୍ଦର ସାଗର କୁହାଯାଏ । ସିଏ ହିଁ ମନୁଷ୍ୟମାନଙ୍କୁ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ପବିତ୍ର କରାଉଛନ୍ତି । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ପାଠପଢା ତୁମକୁ ହୀରା ତୁଲ୍ୟ କରିଦେଉଛି ସେଥିପାଇଁ ଏହାକୁ ଭଲ ଭାବରେ ପଢିବାକୁ ହେବ ଏବଂ ଅନ୍ୟ ସବୁ ସଙ୍ଗ ତୁଟାଇ ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ ।

(୨) ଶ୍ରୀମତରେ ଚାଲି ସ୍ୱର୍ଗର ପୁରା ସମ୍ପତ୍ତି ଅର୍ଥାତ୍ ରାଜତ୍ୱ ନେବାକୁ ହେବ । ଚାଲିବା-ବୁଲିବା ସମୟରେ ମଧ୍ୟ ସ୍ୱଦର୍ଶନ ଚକ୍ର ଘୂରାଇବାକୁ ହେବ ।

ବରଦାନ:-
ମୋର ପଣିଆକୁ ଛାଡି ଟ୍ରଷ୍ଟୀ ହୋଇ ସେବା କରୁଥିବା ସଦା ସନ୍ତୁଷ୍ଟ ଆତ୍ମା ହୁଅ ।

ଲୌକିକ ପରିବାର ଭିତରେ ରହି ସେବା କରୁଥିଲେ ମଧ୍ୟ ସର୍ବଦା ସ୍ମୃତିରେ ରହୁ ଯେ ମୁଁ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟେ ଏବଂ ସେବାଧାରୀ ଅଟେ । ସେବା କରିବାରେ ଟିକିଏ ବି ମୋର ପଣିଆ ନ ଆସୁ ତେବେ ଯାଇ ସନ୍ତୁଷ୍ଟ ରହିପାରିବ । ଯେତେବେଳେ ମୋର ପଣିଆ ଆସିଯାଉଛି ସେତେବେଳେ ବିରକ୍ତ ଲାଗୁଛି, ଭାବୁଛ ମୋର ପୁଅ ହୋଇ ଏଭଳି କାର୍ଯ୍ୟ କରୁଛି... ତେଣୁ ଯେଉଁଠି ମୋର ପଣିଆ ଅଛି ସେଠାରେ ବିରକ୍ତ ଲାଗୁଛି କିନ୍ତୁ ଯେଉଁଠି ତୋର-ତୋର ଆସିଯିବ ସେଠାରେ ଖୁସିରେ ପହଁରିବାକୁ ଲାଗିବ, କାରଣ ତୋର-ତୋର କହିବା ଅର୍ଥ ସ୍ୱମାନରେ ରହିବା, ମୋର-ମୋର କହିବା ଅର୍ଥ ଅଭିମାନର ବଶୀଭୂତ ହେବା ।

ସ୍ଲୋଗାନ:-
ଯଦି ସବୁ ସମୟରେ ବୁଦ୍ଧିରେ ବାବା ଏବଂ ଶ୍ରୀମତର ସ୍ମୃତି ରହିବ ତେବେ କୁହାଯିବ ଆନ୍ତରିକ ସମର୍ପିତ ଆତ୍ମା ।