16.02.21 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ତୁମେମାନେ ନିଜର ଜୀବନର
ଡୋରାକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧି ଦେଇଛ, ତୁମର ସମ୍ପର୍କ ଜଣଙ୍କ ସହିତ ରହିଛି ତେଣୁ ତୁମକୁ
ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ” ।
ପ୍ରଶ୍ନ:-
ସଂଗମଯୁଗରେ
ଆତ୍ମା ନିଜର ଜୀବନର ଡୋର ପରମାତ୍ମାଙ୍କ ସହିତ ଯୋଡିଥାଏ, ଏହି ପ୍ରଥା ଅଜ୍ଞାନ ଅର୍ଥାତ୍ ଭକ୍ତିରେ
ମଧ୍ୟ କେଉଁ ନିୟମ ଦ୍ୱାରା ପାଳନ ହୋଇ ଆସୁଛି?
ଉତ୍ତର:-
ବିବାହ ସମୟରେ ସ୍ତ୍ରୀର ପଣତକୁ ସ୍ୱାମୀ ସହିତ ବାନ୍ଧି ଦେଇଥାନ୍ତି । ସ୍ତ୍ରୀ ଭାବିଥାଏ ସାରା
ଜୀବନ ଏହାଙ୍କ ସାଥୀ ହୋଇ ରହିବି । ତୁମେମାନେ ତ ଏବେ ତୁମର ପଣତକୁ ବାବାଙ୍କ ସହିତ ଯୋଡି ଦେଇଛ ।
ତୁମେ ଜାଣିଛ ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ହେବ ।
ଗୀତ:-
ଜୀବନ ଡୋର
ତୁହ୍ମୀ ସଙ୍ଗ ବାନ୍ଧୀ...
ଓମ୍ ଶାନ୍ତି ।
ଦେଖ, ଗୀତରେ
କୁହାଯାଇଛି ଜୀବନର ଡୋରକୁ ତୁମ ସହିତ ବାନ୍ଧିଛି । ଯେପରି କୌଣସି କନ୍ୟା ନିଜର ଜୀବନର ଡୋରକୁ ପତି
ସହିତ ବାନ୍ଧିଥାଏ । ଭାବିଥାଏ ଯେ ଜୀବନ ସାରା ତାଙ୍କର ସାଥୀରେ ରହିବି । ତାଙ୍କୁ ଅର୍ଥାତ୍
ସ୍ୱାମୀଙ୍କୁ ସ୍ତ୍ରୀର ପାଳନା କରିବାକୁ ପଡିଥାଏ । ଏମିତି ନୁହେଁ କି ସ୍ତ୍ରୀକୁ ସ୍ୱାମୀର
ଭରଣ-ପୋଷଣ କରିବାକୁ ପଡିବ । ନା, ସାରା ଜୀବନ ସ୍ୱାମୀଙ୍କୁ ହିଁ ପାଳନା କରିବାକୁ ହେବ । ତୁମେ
ପିଲାମାନେ ମଧ୍ୟ ନିଜର ଜୀବନର ଡୋର ବାବାଙ୍କ ସହିତ ବାନ୍ଧିଛ । ତାଙ୍କୁ ବେହଦର ବାବା କୁହ,
ଶିକ୍ଷକ କୁହ, ଗୁରୁ କୁହ ଯାହା କିଛି ବି କୁହ... ଏହା ହେଲା ଆତ୍ମାମାନଙ୍କର ଜୀବନର ଡୋର
ପରମାତ୍ମାଙ୍କ ସହିତ ବାନ୍ଧିବାର କଥା । ତାହା ହେଲା ବିନାଶୀ ଦୁନିଆର ସ୍ଥୂଳ କଥା, ଏହା ହେଲା
ସୂକ୍ଷ୍ମ କଥା । କନ୍ୟାର ଜୀବନର ଡୋର ପତି ସହିତ ବାନ୍ଧିଦିଆଯାଏ । ସିଏ ତାଙ୍କ ଘରକୁ ଯାଇଥାଏ ।
ଦେଖ, ଏଠାରେ ପ୍ରତ୍ୟେକ କଥାକୁ ବୁଝିବା ପାଇଁ ବୁଦ୍ଧି ଦରକାର । କଳିଯୁଗରେ ହେଲା ସବୁ କିଛି ଆସୁରୀ
ମତର କଥା । ତୁମେ ଜାଣିଛ ଯେ ଆମେ ନିଜର ଜୀବନର ଡୋରକୁ ଜଣଙ୍କ ସହିତ ବାନ୍ଧିଛୁ । ତୁମର ସମ୍ପର୍କ
ଜଣଙ୍କ ସହିତ ଅଛି, ତେଣୁ ସେହି ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ କାହିଁକି ନା
ତାଙ୍କଠାରୁ ଆମକୁ ବହୁତ ବହୁତ ସୁଖ ମିଳିଥାଏ । ସିଏ ତ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି ତେଣୁ
ଏହିଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର । ଏହା ହିଁ ହେଉଛି ଆତ୍ମିକ ଡୋର ବା ରସି । ରୁହ
ଅର୍ଥାତ୍ ଆତ୍ମା ହିଁ ଶ୍ରୀମତକୁ ଗ୍ରହଣ କରୁଛି । ଆସୁରୀ ମତ ଦ୍ୱାରା ହିଁ ତ ତଳକୁ ଖସିଯାଇଛ ।
ସେଥିପାଇଁ ଏବେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ ।
ତୁମେ ଜାଣିଛ ଆମେ ନିଜର
ଆତ୍ମାର ଡୋର ପରମାତ୍ମାଙ୍କ ସହିତ ବାନ୍ଧିଛୁ, ତେଣୁ ତାଙ୍କଠାରୁ ଆମକୁ ୨୧ ଜନ୍ମ ପାଇଁ ସଦା ସୁଖୀ
ହେବାର ବର୍ସା ମିଳୁଛି । ସେହି ଅଳ୍ପକାଳର ଜୀବନ ଡୋରକୁ ବାନ୍ଧିବା କାରଣରୁ ତ ତଳକୁ ତଳକୁ ଖସି
ଆସିଛ । ଏଠାରେ ତ ୨୧ ଜନ୍ମ ପାଇଁ ଗ୍ୟାରେଣ୍ଟି ରହିଛି । ତୁମର କେତେ ବଡ ରୋଜଗାର ହେଉଛି ତେଣୁ
ଏଥିରେ ତୁମକୁ କୌଣସି ଭୁଲ କରିବା ଉଚିତ୍ ନୁହେଁ । ମାୟା ବହୁତ ଭୁଲ କରାଇଦେଉଛି । ଏହି
ଲକ୍ଷ୍ମୀ-ନାରାୟଣ ନିଶ୍ଚିତ ଭାବରେ କାହା ସହିତ ନିଜର ଜୀବନର ଡୋରକୁ ବାନ୍ଧିଥିଲେ ଯାହାଙ୍କଠାରୁ
୨୧ ଜନ୍ମର ସମ୍ପତ୍ତି ମିଳିଛି । କଳ୍ପ କଳ୍ପ ତୁମ ଆତ୍ମାମାନଙ୍କର ଜୀବନର ଡୋରକୁ ପରମାତ୍ମାଙ୍କ
ସହିତ ବନ୍ଧାଯାଉଛି । ତାର ତ ଗଣନା କରି ହେବ ନାହିଁ । ଏବେ ବୁଦ୍ଧିରେ ଆସୁଛି - ମୁଁ
ଶିବବାବାଙ୍କର ହୋଇଯାଇଛି, ତାଙ୍କ ସହିତ ଜୀବନର ଡୋରକୁ ବାନ୍ଧିଛି । ପ୍ରତ୍ୟେକ କଥା ବାବା ଆସି
ବୁଝାଉଛନ୍ତି । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାନ୍ଧିଥିଲୁ । ଏକଥା ତୁମେମାନେ ଜାଣିଛ,
ଦୁନିଆ ଜାଣିନାହିଁ ସେଥିପାଇଁ ଗାୟନ ଅଛି କୋଟିକରେ କେହି... । ଆଦି ସନାତନ ଦେବୀ-ଦେବତା ଧର୍ମ
ପ୍ରାୟଃ ଲୋପ ହୋଇଯାଇଛି । ଆଉ ସବୁ ଧର୍ମ ଶାସ୍ତ୍ରର କାହାଣୀ ଆଦି ରହିଛି । ସେହି ଧର୍ମ ତ ନାହିଁ
ତେଣୁ ଜାଣିବେ କିପରି । ଏବେ ତୁମେମାନେ ଜୀବନର ଡୋରକୁ ବାବାଙ୍କ ସହିତ ବାନ୍ଧୁଛ । ଆତ୍ମାମାନଙ୍କର
ପରମାତ୍ମାଙ୍କ ସହିତ ଡୋର ଯୋଡି ହୋଇଛି, ଏଥିରେ ଶରୀରର କୌଣସି ସମ୍ବନ୍ଧ ନାହିଁ । ପଛକେ ଘରେ ରୁହ
କିନ୍ତୁ ବୁଦ୍ଧିରେ ବାବାଙ୍କୁ ସ୍ମରଣ କରିବାକୁ ହେବ । ତୁମ ଆତ୍ମାମାନଙ୍କର ଜୀବନର ଡୋର ବାନ୍ଧି
ହୋଇଛି । ଯେପରି ପଣତ ବାନ୍ଧିଥା’ନ୍ତି ନା । ତାହା ହେଲା ସ୍ଥୂଳ ପଣତ, ଏହା ହେଉଛି ଆତ୍ମାମାନଙ୍କର
ପରମାତ୍ମାଙ୍କ ସହିତ ଯୋଗ ଅର୍ଥାତ୍ ସମ୍ବନ୍ଧ ଯୋଡିବା । ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ
କରୁଛନ୍ତି, କିନ୍ତୁ ସେ କେବେ ଆସିଥିଲେ, ଏକଥା କେହି ଜାଣିନାହାଁନ୍ତି । କୃଷ୍ଣଙ୍କର ଜୟନ୍ତୀ କେବେ
ହୋଇଥିଲା, ରାମଙ୍କର ଜୟନ୍ତୀ କେବେ ହୋଇଥିଲା ଏକଥା ଜାଣିନାହାଁନ୍ତି । ତୁମେ ପିଲାମାନେ
ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଶବ୍ଦ ତ ଲେଖୁଛ କିନ୍ତୁ ବର୍ତ୍ତମାନ ତିନି ମୂର୍ତ୍ତି ତ ନାହାଁନ୍ତି
। ତୁମେ କହିବ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି । ତେଣୁ ବ୍ରହ୍ମାଙ୍କର
ନିଶ୍ଚିତ ଭାବରେ ସାକାର (ସ୍ଥୁଳ) ଶରୀରଧାରୀ ହେବା ଦରକାର ନା । ବାକି ବିଷ୍ଣୁ ଏବଂ ଶଙ୍କର
ବର୍ତ୍ତମାନ କେଉଁଠି ଅଛନ୍ତି, ଯାହାଙ୍କୁ ତୁମେ ତ୍ରିମୂର୍ତ୍ତି ବୋଲି କହୁଛ । ଏସବୁ ବହୁତ
ବୁଝିବାର କଥା । ତ୍ରିମୂର୍ତ୍ତିର ଅର୍ଥ ହିଁ ବ୍ରହ୍ମା-ବିଷ୍ଣୁ-ଶଙ୍କର । ବ୍ରହ୍ମାଙ୍କ ଦ୍ୱାରା
ସ୍ଥାପନା, ତାହା ତ ଏହି ସମୟରେ ହିଁ ହୋଇଥାଏ । ସତ୍ୟଯୁଗରେ ବିଷ୍ଣୁଙ୍କ ଦ୍ୱାରା ପାଳନା ହେବ ।
ବିନାଶର କାର୍ଯ୍ୟ ଅନ୍ତିମ ସମୟରେ ହେବ । ଏହି ଆଦି ସନାତନ ଦେବୀ-ଦେବତା ଧର୍ମ ଏକମାତ୍ର ଭାରତର
ହିଁ ଧର୍ମ ଅଟେ । ସେମାନେ ଅର୍ଥାତ୍ ଅନ୍ୟ ଧର୍ମ ସ୍ଥାପକମାନେ ତ ନିଜର ଧର୍ମ ସ୍ଥାପନ କରିବା ପାଇଁ
ଆସିଥାନ୍ତି । ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ଅମୁକ ଏହି ଧର୍ମ ସ୍ଥାପନ କରିଛନ୍ତି ଏବଂ ତାଙ୍କର
ସମ୍ବତ୍ ଏହି ସମୟଠାରୁ ଆରମ୍ଭ ହେଲା । ଅମୁକ ସମୟରେ ଅମୁକ ଏହି ଧର୍ମର ସ୍ଥାପନା କରିଥିଲେ ।
କିନ୍ତୁ ଭାରତର ଧର୍ମ ବିଷୟରେ କାହାକୁ ଜଣା ନାହିଁ । ଗୀତା ଜୟନ୍ତୀ ଏବଂ ଶିବଜୟନ୍ତୀ କେବେ
ହୋଇଥିଲା ଏକଥା କାହାକୁ ଜଣାନାହିଁ । ଶ୍ରୀକୃଷ୍ଣ ଏବଂ ରାଧାଙ୍କର ବୟସରେ ଦୁଇ-ତିନି ବର୍ଷର ଫରକ
ଥିବ । ସତ୍ୟଯୁଗରେ ନିଶ୍ଚିତ ପ୍ରଥମେ କୃଷ୍ଣ ଜନ୍ମ ନେଇଥିବେ ତା ପରେ ରାଧା ଜନ୍ମ ନେଇଥିବେ ।
କିନ୍ତୁ ସତ୍ୟଯୁଗ କେବେ ଥିଲା, ଏକଥା କାହାକୁ ଜଣାନାହିଁ । ତୁମକୁ ମଧ୍ୟ ଏକଥା ବୁଝିବା ପାଇଁ
ବହୁତ ବର୍ଷ ଲାଗିଲା । ତେବେ ଦୁଇଦିନ ମଧ୍ୟରେ କିଏ କେତେ ପର୍ଯ୍ୟନ୍ତ ବୁଝିପାରିବ । ବାବା ତ ବହୁତ
ସହଜ ଭାବରେ ବୁଝାଉଛନ୍ତି, ସିଏ ହେଲେ ବେହଦର ପିତା, ନିଶ୍ଚୟ ତାଙ୍କଠାରୁ ସମସ୍ତଙ୍କୁ ବର୍ସା
ମିଳିବା ଦରକାର ନା । ସେଥିପାଇଁ ତାଙ୍କୁ ଗଡ୍ ଫାଦର, ହେ ଈଶ୍ୱର ପିତା କହି ମନେ ପକାଉଛନ୍ତି । ଏବେ
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ସବୁ ରହିଛି । ଏମାନେ ସ୍ୱର୍ଗରେ ରାଜ୍ୟ କରୁଥିଲେ କିନ୍ତୁ
ଏମାନଙ୍କୁ ଏହି ସମ୍ପତ୍ତି କିଏ ଦେଇଥିଲା? ନିଶ୍ଚିତ ସ୍ୱର୍ଗର ରଚୟିତା ହିଁ ଦେଇଥିବେ । କିନ୍ତୁ
କେବେ ଓ କିପରି ଦେଇଥିଲେ ତାହା କେହି ବି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଯେ,
ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା । ସତ୍ୟଯୁଗରେ ଆମେ ପବିତ୍ର ଥିଲେ,
କଳିଯୁଗରେ ପତିତ । ତେବେ ବାବା ସଂଗମଯୁଗରେ ହିଁ ଜ୍ଞାନ ଦେଇଥିବେ, ସତ୍ୟଯୁଗରେ ନୁହେଁ । ସେଠାରେ
ତ ପ୍ରାରବ୍ଧ ଥାଏ । ତେବେ ନିଶ୍ଚିତ ପୂର୍ବ ଜନ୍ମରେ ଜ୍ଞାନ ପ୍ରାପ୍ତ କରିଥିବେ । ତୁମେମାନେ ମଧ୍ୟ
ଏବେ ଜ୍ଞାନ ପ୍ରାପ୍ତ କରୁଛ । ତୁମେ ଜାଣିଛ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ବାବା ହିଁ
କରିବେ । କୃଷ୍ଣ ତ ସତ୍ୟଯୁଗରେ ଥିଲେ ତାଙ୍କୁ ଏହି ପ୍ରାରବ୍ଧ କେଉଁଠୁ ମିଳିଲା? ଲକ୍ଷ୍ମୀ-ନାରାୟଣ
ହିଁ ରାଧେ-କୃଷ୍ଣ ଥିଲେ, ଏକଥା କେହି ବି ଜାଣିନାହାଁନ୍ତି । ବାବା କହୁଛନ୍ତି ଯେଉଁମାନେ କଳ୍ପ
ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ । ଏଠାରେ ଏବେ ଅତି ମଧୁର ବୃକ୍ଷ ଅର୍ଥାତ୍ ଦୈବୀ
ପରିବାରର ଚାରା ଲଗାଯାଉଛି । ତୁମେମାନେ ଜାଣିଛ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଆସି
ମନୁଷ୍ୟରୁ ଦେବତା କରିଥିଲେ । ଏବେ ତୁମେମାନେ କଳିଯୁଗରୁ ସତ୍ୟଯୁଗକୁ ଟ୍ରାନ୍ସଫର ହେଉଛ ।
ସେଥିପାଇଁ ପ୍ରଥମେ ବ୍ରାହ୍ମଣ ହେବାକୁ ପଡିବ । ବାଜୋଲୀ ଖେଳରେ ପାଦ ଏବଂ ଚୁଟୀ ଏକାଠି ହୋଇଥାଏ ।
ବାସ୍ତବରେ ଏବେ ଆମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛୁ ଅର୍ଥାତ୍ ପାଦରୁ ଚୁଟୀ ହୋଇଛୁ । ଯଜ୍ଞରେ ତ
ନିଶ୍ଚିତ ବ୍ରାହ୍ମଣ ଦରକାର । ଏହା ଶିବ ବା ରୁଦ୍ରଙ୍କର ଯଜ୍ଞ ଅଟେ । ସେଥିପାଇଁ ରୁଦ୍ର ଜ୍ଞାନ
ଯଜ୍ଞ ବୋଲି କୁହାଯାଏ । କୃଷ୍ଣ କୌଣସି ଯଜ୍ଞ ରଚନା କରି ନଥିଲେ । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ
ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ । ଶିବବାବାଙ୍କର ଏହି ଯଜ୍ଞ ପତିତମାନଙ୍କୁ ପାବନ କରିବା ପାଇଁ
ଉଦ୍ଦିଷ୍ଟ । ରୁଦ୍ର ଶିବବାବା ନିରାକାର ଅଟନ୍ତି, ତେବେ ସିଏ ଯଜ୍ଞ କିପରି ରଚନା କରିବେ
ଯେପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ନ ଆସିଛନ୍ତି । ମନୁଷ୍ୟ ହିଁ ଯଜ୍ଞ ରଚନା କରିଥାନ୍ତି ।
ସ୍ଥୂକ୍ଷ୍ମ ବା ସ୍ଥୂଳଲୋକରେ ଏସବୁ କଥା ନଥାଏ । ବାବା ବୁଝାଉଛନ୍ତି ଏହା ସଂଗମଯୁଗ ଅଟେ ।
ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସତ୍ୟଯୁଗ ଥିଲା । ଏବେ ପୁନର୍ବାର ତୁମେ
ସେହିଭଳି ହେବାକୁ ଯାଉଛ । ଆମମାନଙ୍କର ଏହି ଜୀବନର ଡୋର ପରମାତ୍ମାଙ୍କ ସହିତ ରହିଛି । ଏହି ଡୋର
କାହିଁକି ବନ୍ଧା ହୋଇଛି? ସଦା ସୁଖର ସମ୍ପତ୍ତି ପାଇବା ପାଇଁ । ତୁମେ ଜାଣିଛ ବେହଦର ବାବାଙ୍କ
ଦ୍ୱାରା ଆମେ ଏହିଭଳି ଲକ୍ଷ୍ମୀ-ନାରାୟଣ ହେଉଛୁ । ବାବା ବୁଝାଉଛନ୍ତି ତୁମେମାନେ ସେହି ଦେବୀ-ଦେବତା
ଧର୍ମର ଥିଲ । ଏଠାରେ କେବଳ ତୁମର ହିଁ ରାଜ୍ୟ ଥିଲା । ପରେ ପୁଣି ତୁମେ ପୁନର୍ଜନ୍ମ ନେଇ ନେଇ
କ୍ଷତ୍ରିୟ ଧର୍ମକୁ ଆସିଲ । ସୂର୍ଯ୍ୟବଂଶୀ ରାଜତ୍ୱ ସମାପ୍ତ ହୋଇ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲିଲା
। ତୁମକୁ ଜଣା ଅଛି ଯେ ଆମେ ଏହି ୮୪ ଜନ୍ମର ଚକ୍ରର ପରିକ୍ରମା କିପରି କରୁଛୁ? ଏତିକି ଏତିକି ଜନ୍ମ
ନେଇଛୁ? ଭଗବାନୁଉବାଚ - ହେ ପିଲାମାନେ, ତୁମେମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ଜାଣିଛି । ଏବେ
ଏହି ସମୟରେ ଏହି ଶରୀରରେ ବ୍ରହ୍ମାଙ୍କର ଆତ୍ମା ଏବଂ ଶିବ ପରମାତ୍ମା ଦୁଇ ଜଣ ଅଛନ୍ତି ।
ବର୍ତ୍ତମାନ ଏହି ଦୁଇ ମୂର୍ତ୍ତି ଏକାଠି ଅଛନ୍ତି । ଶଙ୍କର ତ କେବେ ପାର୍ଟ କରନ୍ତି ନାହିଁ । ବାକି
ରହିଲେ ବିଷ୍ଣୁ ଯିଏକି ସତ୍ୟଯୁଗରେ ଥା’ନ୍ତି । ଏବେ ତୁମେମାନେ ବ୍ରାହ୍ମଣରୁ ପୁନର୍ବାର ଦେବତା
ହେବ । ଗୀତାରେ ବର୍ଣ୍ଣିତ ଥିବା ହମ ସୋର ଅର୍ଥ ବାସ୍ତବରେ ଏହା ହିଁ ଅଟେ । କିନ୍ତୁ ସେମାନେ ଆତ୍ମା
ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ବୋଲି କହିଦେଇଛନ୍ତି । କେତେ ଫରକ କରିଦେଇଛନ୍ତି । ରାବଣ
ଆସିବା ପରେ ହିଁ ରାବଣର ମତରେ ଚାଲିବା ଆରମ୍ଭ ହୋଇଗଲା । ସତ୍ୟଯୁଗରେ ତ ଏହି ଜ୍ଞାନ ହିଁ ପ୍ରାୟଃ
ଲୋପ ହୋଇଯିବ । ଏସବୁ ହେବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ବର୍ତ୍ତମାନ ସଂଗମ ଯୁଗ । ବାବା
କହୁଛନ୍ତି ମୁଁ କଳ୍ପ-କଳ୍ପ କଳ୍ପର ସଂଗମଯୁଗରେ ଆସି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରୁଛି ।
ଜ୍ଞାନ ଯଜ୍ଞର ରଚନା କରୁଛି । ବାକି ଯାହା କିଛି ବି ଅଛି ତାହା ଏହି ଯଜ୍ଞରେ ସ୍ୱାହା ହୋଇଯିବ ।
ବିନାଶର ଜ୍ୱାଳା ଏହି ଯଜ୍ଞରୁ ହିଁ ପ୍ରଜ୍ୱଳିତ ହେବ । ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବ
ନଚେତ୍ ପାବନ ଦୁନିଆ କିପରି ହେବ । ତୁମେମାନେ ମଧ୍ୟ କହୁଛ ଯେ ହେ ପତିତ-ପାବନ ଆସ । ତେବେ ପତିତ
ଦୁନିଆ ଏବଂ ପାବନ ଦୁନିଆ ଏକାଠି ରହି ପାରିବ କି? ପତିତ ଦୁନିଆର ବିନାଶ ହେବ, ଏଥିରେ ତ ଖୁସି ହେବା
ଦରକାର । ମହାଭାରତ ଲଢେଇ ନିଶ୍ଚିତ ଲାଗିଥିଲା ଯାହା ଦ୍ୱାରା ସ୍ୱର୍ଗର ଗେଟ ଖୋଲିବ । କହୁଛନ୍ତି
ଏହା ସେହି ମହାଭାରତ ଲଢେଇ ଅଟେ । ତେବେ ଏହା ତ ଭଲ କଥା ଯାହା ଦ୍ୱାରା ପତିତ ଦୁନିଆ ସମାପ୍ତ
ହୋଇଯିବ । ଶାନ୍ତି ପାଇଁ ଏତେ ଯୋଜନା କରିବାର ଆବଶ୍ୟକତା ନାହିଁ । ତୁମକୁ ବର୍ତ୍ତମାନ ଯେଉଁ
ତୃତୀୟ ନେତ୍ର ମିଳିଛି ତାହା ଆଉ କାହା ନିକଟରେ ନାହିଁ । ତେଣୁ ତୁମମାନଙ୍କୁ ବହୁତ ଖୁସି ହେବା
ଦରକାର - ଆମେ ବେହଦ ବାବାଙ୍କଠାରୁ ପୁନର୍ବାର ବର୍ସା ନେଉଛୁ । ବାବା ଆମେ ଅନେକଥର ଆପଣଙ୍କଠାରୁ
ବର୍ସା ନେଇଛୁ । ରାବଣ ପୁଣି ଅଭିଶାପ ମଧ୍ୟ ଦେଇଛି । ଏହିସବୁ କଥାକୁ ମନେ ପକାଇବା ଅତି ସହଜ ।
ବାକି ସବୁ ହେଲା ଦନ୍ତ କଥା ଅର୍ଥାତ୍ ମନଗଢା କଥା । ତୁମମାନଙ୍କୁ ଏତେ ଧନବାନ କରିଯାଇଥିଲି
ତୁମେମାନେ ପୁଣି ଗରିବ କାହିଁକି ହେଲ? ଏହିଭଳି ହେବାର ଡ୍ରାମାରେ ନିଧାର୍ଯ୍ୟ ଅଛି । ଗାୟନ ମଧ୍ୟ
ଅଛି - ଜ୍ଞାନ, ଭକ୍ତି ଓ ବୈରାଗ୍ୟ । ଭକ୍ତିଠାରୁ ବୈରାଗ୍ୟ ସେତେବେଳେ ହେବ ଯେତେବେଳେ ଜ୍ଞାନ
ମିଳିବ । ତୁମକୁ ଜ୍ଞାନ ମିଳିଲା ତେବେ ଯାଇ ଭକ୍ତିଠାରୁ ବୈରାଗ୍ୟ ଆସିଲା । ସାରା ପୁରୁଣା
ଦୁନିଆଠାରୁ ବୈରାଗ୍ୟ ଆସିଲା । ଏହା ତ ଶ୍ମଶାନ ଭୂମି ଅଟେ । ତୁମେମାନେ ୮୪ ଜନ୍ମର ଚକ୍ର ଲଗାଇଛ ।
ଏବେ ଘରକୁ ଯିବାକୁ ହେବ । ମୋତେ ମନେ ପକାଇଲେ ମୋ ପାଖକୁ ଆସିଯିବ, ବିକର୍ମ ସବୁ ବିନାଶ ହୋଇଯିବ ।
ବିକର୍ମାଜିତ୍ ହେବାର ଅନ୍ୟ କୌଣସି ଉପାୟ ନାହିଁ । ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହେବ ।
ଗଙ୍ଗାସ୍ନାନ ଦ୍ୱାରା ନୁହେଁ ।
ବାବା କହୁଛନ୍ତି ମାୟା
ହିଁ ତୁମକୁ ଫୁଲ ଅର୍ଥାତ୍ ମୁର୍ଖ କରିଦେଇଛି, ଏପ୍ରିଲ ଫୁଲ୍ କହିଥା’ନ୍ତି ନା । ଏବେ ମୁଁ ତୁମକୁ
ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ କରିବା ପାଇଁ ଆସିଛି । ଚିତ୍ର ତ ବହୁତ ଭଲ-ଭଲ ରହିଛି । ଆଜି ଆମେ କ’ଣ
ଅଛୁ, କାଲି ଆମେ କ’ଣ ହେବୁ? କିନ୍ତୁ ମାୟା ମଧ୍ୟ କିଛି କମ୍ ନୁହେଁ । ମାୟା ଡୋର ବାନ୍ଧିବାକୁ
ଦେଉନାହିଁ । ଟଣା ଭିଡା ଚାଲିଛି । ଆମେ ତ ବାବାଙ୍କୁ ସ୍ମରଣ କରୁଛୁ କିନ୍ତୁ କାହିଁକି କେଜାଣି
ପୁଣି ଭୁଲିଯାଉଛୁ । ଏଥିରେ ପରିଶ୍ରମ କରିବାକୁ ହେବ । ସେଥିପାଇଁ ଭାରତର ପ୍ରାଚୀନ ଯୋଗ ବିଖ୍ୟାତ
ଅଟେ । ସେମାନଙ୍କୁ ବର୍ସା କିଏ ଦେଇଥିଲେ, ଏକଥା କେହି ବି ବୁଝି ନାହାଁନ୍ତି । ବାବା କହୁଛନ୍ତି
ପିଲାମାନେ ମୁଁ ତୁମକୁ ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛି । ଏହା ତ ବାବାଙ୍କର କର୍ତ୍ତବ୍ୟ
ଅଟେ । ବର୍ତ୍ତମାନ ସମସ୍ତେ ନର୍କବାସୀ । ତୁମେମାନେ ଖୁସି ହେଉଛ । ଏଠାକୁ ଯଦି କେହି ଆସୁଛନ୍ତି
ଏବଂ ବୁଝୁଛନ୍ତି ତେବେ ଖୁସି ହେଉଛନ୍ତି, ବାସ୍ତବରେ ଏହି ଜ୍ଞାନ ଠିକ୍ । ୮୪ ଜନ୍ମର ହିସାବ ରହିଛି
। ବାବାଙ୍କଠାରୁ ବର୍ସା ନେବାର ଅଛି । ବାବା ଜାଣିଛନ୍ତି ଅଧାକଳ୍ପ ଭକ୍ତି କରି କରି ତୁମେମାନେ
ଥକିଯାଇଛ । ମଧୁର ସନ୍ତାନମାନେ - ବାବା ତୁମମାନଙ୍କର ସମସ୍ତ କ୍ଲାନ୍ତି ଦୂର କରିଦେବେ ।
ବର୍ତ୍ତମାନ ଭକ୍ତିର ଅନ୍ଧକାର ମାର୍ଗ ଶେଷ ହେବାକୁ ଯାଉଛି । କେଉଁଠି ଏହି ଦୁଃଖଧାମ, କେଉଁଠି
କଳିଯୁଗ ତାହା ହେଲା ସୁଖଧାମ, ସତ୍ୟଯୁଗ । ମୁଁ ଦୁଃଖଧାମକୁ ସୁଖଧାମ କରିବା ପାଇଁ କଳ୍ପର
ସଂଗମଯୁଗରେ ଆସୁଛି, ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ବାବା ବେହଦର ବର୍ସା
ଦେଇଥା’ନ୍ତି ତେଣୁ ସେହି ଜଣଙ୍କର ହିଁ ବହୁତ ମହିମା ରହିଛି । ଶିବବାବା ନଥିଲେ ତୁମକୁ ପବିତ୍ର
କିଏ କରିଥାନ୍ତେ । ଡ୍ରାମାରେ ଏସବୁ ନିଧାର୍ଯ୍ୟ ଅଛି । କଳ୍ପ କଳ୍ପ ତୁମେମାନେ ମୋତେ ଡାକିଆସିଛ,
ହେ ପତିତପାବନ ଆସ । ଶିବଙ୍କର ଜୟନ୍ତୀ ମଧ୍ୟ ହେଉଛି । ମନୁଷ୍ୟମାନେ କହୁଛନ୍ତି, ବ୍ରହ୍ମା ହିଁ
ସ୍ୱର୍ଗର ସ୍ଥାପନା କରିଛନ୍ତି? ତେବେ ଶିବ କ’ଣ କରିଛନ୍ତି ଯାହା ଦ୍ୱାରା ତାଙ୍କର ଶିବଜୟନ୍ତୀ
ପାଳନ କରୁଛନ୍ତି । କିଛି ବି ଜାଣି ନାହାଁନ୍ତି । ତୁମ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣ ହେବା
ଦରକାର । ଯଦି ଜଣଙ୍କ ସହିତ ଡୋର ବାନ୍ଧିଛ ତେବେ ଆଉ କାହା ସହିତ ବାନ୍ଧ ନାହିଁ । ନଚେତ୍ ତଳକୁ
ଖସିପଡିବ । ପାରଲୌକିକ ପିତା ଶିବବାବା ଅତି ସାଧାରଣ ଅଟନ୍ତି । ତାଙ୍କର କୌଣସି ଆଡମ୍ବର ନାହିଁ ।
ଲୌକିକ ପିତାମାନେ ତ ମଟର ଗାଡିରେ, ଉଡାଜାହାଜ ଆଦିରେ ଯିବା-ଆସିବା କରିଥା’ନ୍ତି । ଏହି ବେହଦର
ପିତା (ଶିବବାବା) କହୁଛନ୍ତି ମୁଁ ପତିତ ଦୁନିଆ, ପତିତ ଶରୀରରେ ପିଲାମାନଙ୍କର ସେବା କରିବା ପାଇଁ
ଆସିଛି । ତୁମେମାନେ ଦ୍ୱାପର ଯୁଗରୁ ମୋତେ ଡାକି ଆସିଛ ଯେ, ହେ ଅବିନାଶୀ ବୈଦ୍ୟ ଆସ, ଏଠାକୁ ଆସି
ଆମକୁ ଜ୍ଞାନର ଇଞ୍ଜେକ୍ସନ୍ ଦିଅ । ବର୍ତ୍ତମାନ ଇଞ୍ଜେକ୍ସନ୍ ଲଗାଯାଉଛି । ବାବା କହୁଛନ୍ତି ମୋ
ସହିତ ଯୋଗ ଲଗାଅ ତେବେ ତୁମର ପାପ ସବୁ ଭସ୍ମ ହୋଇଯିବ । ବାବା ହିଁ ୬୩ ଜନ୍ମର ଦୁଃଖହର୍ତ୍ତା ଏବଂ
୨୧ ଜନ୍ମର ସୁଖକର୍ତ୍ତା ମଧ୍ୟ ଅଟନ୍ତି ।
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବୁଦ୍ଧି ରୂପୀ ଆତ୍ମିକ ଡୋରକୁ ଏକମାତ୍ର ବାବାଙ୍କ ସହିତ ହିଁ ବାନ୍ଧିବାକୁ ହେବ । ଜଣଙ୍କର ହିଁ
ଶ୍ରୀମତ ଅନୁସାରେ ଚାଲିବାକୁ ହେବ ।
(୨) ଆମେମାନେ ମିଠାରୁ
ମିଠା ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର କଲମୀ ଚାରା ଲଗାଉଛୁ ସେଥିପାଇଁ ପ୍ରଥମେ ନିଜକୁ ହିଁ ବହୁତ
ବହୁତ ମିଠା କରିବାକୁ ହେବ । ଯୋଗର ଯାତ୍ରାରେ ତତପର ରହି ବିକର୍ମ ବିନାଶ କରିବାକୁ ହେବ ।
ବରଦାନ:-
ନିଜର ସର୍ବ
ସମ୍ପତ୍ତିକୁ ବିଶ୍ୱ କଲ୍ୟାଣ କାର୍ଯ୍ୟରେ ଲଗାଇ ସିଦ୍ଧି ସ୍ୱରୂପ ଆତ୍ମା ହୁଅ ।
ଯେହେତୁ ନିଜର ଲୌକିକ
ପ୍ରବୃତ୍ତିରେ ଅର୍ଥାତ୍ ଘର-ଗୃହସ୍ଥ କାର୍ଯ୍ୟରେ, ନିଜର ବିନାଶୀ ଅର୍ଥାତ୍ ଶାରୀରିକ
ସ୍ୱଭାବ-ସଂସ୍କାରର ବଶୀଭୂତ ହୋଇ କରୁଥିବା କାର୍ଯ୍ୟରେ ବହୁତ ସମୟ ଲଗାଇ ଦେଉଛ ତେଣୁ ବର୍ତ୍ତମାନ
ନିଜର ବିନାଶୀ ପ୍ରବୃତ୍ତିଠାରୁ ଉର୍ଦ୍ଧ୍ୱରେ ଅର୍ଥାତ୍ ଉପରାମ ରୁହ ଏବଂ ନିଜର ପ୍ରତ୍ୟେକ ସଂକଳ୍ପ,
ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ସନ୍ତୁଳନ ରଖ ତେବେ ନିଜର ସର୍ବ ସମ୍ପତ୍ତିର ମିତବ୍ୟୟିତ
ଦ୍ୱାରା କମ ଖର୍ଚ୍ଚରେ ଅଧିକ ପ୍ରାପ୍ତି କରିପାରିବ । ଏବେ ନିଜର ସମୟ ରୂପୀ ସମ୍ପତ୍ତି, ଶକ୍ତି
ରୂପୀ ସମ୍ପତ୍ତି ଏବଂ ସ୍ଥୂଳ ସମ୍ପତ୍ତିରେ ମଧ୍ୟ କମ୍ ଖର୍ଚ୍ଚରେ ଅଧିକ ପ୍ରାପ୍ତି କର । ଏଗୁଡିକୁ
ନିଜ ପରିବର୍ତ୍ତେ ବିଶ୍ୱ କଲ୍ୟାଣ କାର୍ଯ୍ୟରେ ବ୍ୟବହାର କର ତେବେ ସିଦ୍ଧି ସ୍ୱରୂପ ହୋଇଯିବ ।
ସ୍ଲୋଗାନ:-
ଜଣଙ୍କର ଲଗନରେ
ସର୍ବଦା ମଗନ ରୁହ ତେବେ ସର୍ବ ବିଘ୍ନରୁ ମୁକ୍ତ ହୋଇଯିବ ।