16.03.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ନିଜକୁ ଆତ୍ମା ଭାଇ ଭାଇ ମନେ କରି ପରସ୍ପର ସହିତ ରୁହାନୀ ପ୍ରେମ ରଖ, ଯଦି ସତ୍ତୋପ୍ରଧାନ ହେବାର ଅଛି ତେବେ କାହାର ଦୋଷ ଦୁର୍ବଳତାକୁ ଦେଖ ନାହିଁ ।

ପ୍ରଶ୍ନ:-
କେଉଁ ଆଧାରରେ ବାବାଙ୍କଠାରୁ ପଦ୍ମର ସମ୍ପତ୍ତି ନେଇପାରିବ ?

ଉତ୍ତର:-
ବାବାଙ୍କଠାରୁ ପଦ୍ମର ସମ୍ପତ୍ତି ନେବା ପାଇଁ ଯୋଗର ଯାତ୍ରାରେ ରୁହ । ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ ସବୁ କଥା ଭୁଲିଯାଅ । ଅମୁକ ଏପରି କରୁଛି, ସିଏ ଏପରି....ଏହି କଥାରେ ସମୟ ନଷ୍ଟ କର ନାହିଁ । ଲକ୍ଷ୍ୟ ବହୁତ ଉଚ୍ଚ ତେଣୁ ସର୍ବଦା ସତ୍ତୋପ୍ରଧାନ ହେବାର ଲକ୍ଷ୍ୟ ରହୁ । ବାବାଙ୍କ ସ୍ନେହରେ ଯୋଡି ହୋଇ ରୁହ, ନିଜର ସୂକ୍ଷ୍ମ ଚେକିଙ୍ଗ୍ କରିଚାଲ ତେବେ ଯାଇ ପୂରା ବର୍ସା ନେଇପାରିବ ।

ଓମ୍ ଶାନ୍ତି ।
ଯେଉଁ ପିଲାମାନେ ଏଠାରେ ବସିଛ ସେମାନଙ୍କୁ ଜଣାଅଛି ଯେ ବେହଦ ବାବା ପୁନଃ ଆମକୁ ସତ୍ତୋପ୍ରଧାନ କରାଉଛନ୍ତି, ମୁଳ ଯୁକ୍ତି ଏହା ବତାଉଛନ୍ତି ଯେ ନିଜକୁ ଆତ୍ମା ଭାଇ-ଭାଇ ଭାବ । ମୁଖ୍ୟ ଶିକ୍ଷା ଦେଉଛନ୍ତି ଯେ ତୁମର ପରସ୍ପର ମଧ୍ୟରେ ବହୁତ ବହୁତ ଆତ୍ମିକ ସ୍ନେହ ରହିବା ଉଚିତ୍ । ପ୍ରଥମେ ତୁମ ମଧ୍ୟରେ ଆତ୍ମିକ ସ୍ନେହ ଥିଲା, ବର୍ତ୍ତମାନ ନାହିଁ । ମୂଳବତନରେ ପ୍ରେମର କଥା ନାହିଁ । ତେଣୁ ବେହଦର ବାବା ଆସି ଶିକ୍ଷା ଦେଉଛନ୍ତି ପିଲାମାନେ, ଆଜି କାଲି କରି-କରି ସମୟ ବିତିଯାଉଛି । ଦିନ, ମାସ, ବର୍ଷ ବିତିଯାଉଛି । ବାବା କହୁଛନ୍ତି ତୁମେ ଏହିଭଳି ଶ୍ରେଷ୍ଠ ଲକ୍ଷ୍ମୀ-ନାରାୟଣ ଥିଲ, ତୁମକୁ ଏପରି ଶ୍ରେଷ୍ଠ କିଏ କଲା ? ବାବା । ବାବା ଏହା ମଧ୍ୟ ବତାଉଛନ୍ତି କି ତୁମେ ତଳକୁ କିପରି ଖସିଲ ? ଉପରୁ ତଳକୁ ଖସିବାରେ ସମୟ ବିତିଯାଉଛି । ସେ ଦିନ ଗଲା, ମାସ ଗଲା, ବର୍ଷ ଗଲା, ସମୟ ଗଲା । ତୁମେ ଜାଣିଛ ପ୍ରଥମେ-ପ୍ରଥମେ ଆମେ ସତ୍ତୋପ୍ରଧାନ ଥିଲୁ । ଆମର ପରସ୍ପର ମଧ୍ୟରେ ବହୁତ ସ୍ନେହ ଥିଲା । ବାବା ତୁମ ସମସ୍ତ ଭାଇମାନଙ୍କୁ ଶିକ୍ଷା ଦେଉଛନ୍ତି, ତୁମେ ଭାଇ-ଭାଇ, ତୁମର ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବା ଉଚିତ୍ । ମୁଁ ତୁମର ପିତା । କେତେ ସ୍ନେହରେ ତୁମକୁ ସମ୍ଭାଳୁଛି । ତୁମକୁ ତମୋପ୍ରଧାନରୁ ସତ୍ତୋପ୍ରଧାନ କରାଉଛି । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ହେଉଛି ସତ୍ତୋପ୍ରଧାନ ହେବା । ବୁଝୁଛ ଯେତିକି ଯେତିକି ଆମେ ସତ୍ତୋପ୍ରଧାନ ହେବୁ, ସେତିକି ଖୁସିରେ ରହିବୁ । ଆମେ ସତ୍ତୋପ୍ରଧାନ ଥିଲୁ । ଆମେ ଭାଇ-ଭାଇ ପରସ୍ପର ମଧ୍ୟରେ ବହୁତ ପ୍ରେମରେ ରହୁଥିଲୁ । ବର୍ତ୍ତମାନ ବାବାଙ୍କ ଦ୍ୱାରା ଆମେ ଜାଣୁଛୁ, ଆମେ ଦେବତାମାନେ ପରସ୍ପର ମଧ୍ୟରେ ବହୁତ ସ୍ନେହରେ ରହୁଥିଲୁ । ଏହି ଦେବତାମାନଙ୍କର ଓ ସ୍ୱର୍ଗର ବହୁତ ମହିମା ରହିଛି । ତୁମେ ବି ସ୍ୱର୍ଗବାସୀ ଥିଲ । ପୁଣି ଆଜିକାଲି କରି-କରି ତଳକୁ ଆସିଗଲ । ଏକ ତାରିଖରୁ ନେଇ ଆଜିପର୍ଯ୍ୟନ୍ତ ୫ ହଜାର ବର୍ଷରୁ ବାକି କିଛି ବର୍ଷ ଅଛି । ପ୍ରଥମରୁ ତୁମେ କିପରି ପାର୍ଟ କରିଆସିଛ, ସେସବୁ ବୁଦ୍ଧିରେ ରହିଛି । ଏବେ ଦେହ-ଅଭିମାନୀ ହେବା କାରଣରୁ ଜଣକର ଅନ୍ୟଜଣଙ୍କ ସହିତ ସେହି ଆତ୍ମିକ ସ୍ନେହ ନାହିଁ । ଜଣେ ଅନ୍ୟର ଅବଗୁଣ ଦେଖୁଛନ୍ତି । ଅମୁକ ଏପରି.... ଯେବେ ଦେହୀ ଅଭିମାନୀ ଥିଲ ସେତେବେଳେ କାହାର ଅବଗୁଣ ଦେଖୁ ନଥିଲ । ପରସ୍ପର ମଧ୍ୟରେ ବହୁତ ସ୍ନେହ ଥିଲା । ବର୍ତ୍ତମାନ ପୁଣି ସେହି ଅବସ୍ଥା ଧାରଣ କରିବାକୁ ହେବ । ଏଠାରେ ଜଣେ ଅନ୍ୟକୁ ସେହି ଦୃଷ୍ଟିରେ ଦେଖୁଥିବାରୁ ପରସ୍ପର ମଧ୍ୟରେ ଲଢେଇ-ଝଗଡା କରୁଛନ୍ତି । ପୁଣି ଏହା ବନ୍ଦ କିପରି ହେବ ? ବାବା ବୁଝାଉଛନ୍ତି ପିଲେ, ତୁମେ ହିଁ ସତ୍ତୋପ୍ରଧାନ ପୂଜ୍ୟ ଦେବୀଦେବତା ଥିଲ । ପୁଣି ଧିରେ ଧିରେ ତଳକୁ ଖସି ଖସି ତମୋପ୍ରଧାନ ହୋଇଛ । ତୁମେ କେତେ ମିଠା ଥିଲ । ଏବେ ପୁଣି ଏହିପରି ମିଠା ହୁଅ । ତୁମେ ସୁଖଦାୟୀ ଥିଲ, ଏବେ ଦୁଃଖଦାୟୀ ହୋଇଛ । ରାବଣ ରାଜ୍ୟରେ ଜଣେ-ଅନ୍ୟଜଣକୁ ଦୁଃଖ ଦେଇ କାମ କଟାରୀ ଚଲାଉଛ । ଯେତେବେଳେ ସତ୍ତୋପ୍ରଧାନ ଥିଲ କାମ କଟାରୀ ନଥିଲା । ଏହି ୫ ବିକାର ତୁମର ଶତ୍ରୁ ଅଟନ୍ତି । ଏହା ହେଉଛି ବିକାରୀ ଦୁନିଆ । ଏହା ମଧ୍ୟ ତୁମେ ଜାଣିଛରାମ ରାଜ୍ୟ ଏବଂ ରାବଣ ରାଜ୍ୟ କାହାକୁ କୁହାଯାଏ । ଆଜି କାଲି କରି ସତ୍ୟଯୁଗ, ତ୍ରେତା, ଦ୍ୱାପର ପୁରା ହେଲା । ବର୍ତ୍ତମାନ କଳିଯୁଗ ପୂରା ହେବାକୁ ଯାଉଛି । ତୁମେ ହିଁ ସତ୍ତୋପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ । ତୁମର ରୁହାନୀ ଖୁସୀ ହଜିଯାଇଛି । ତୁମର ଆୟୁ ମଧ୍ୟ ଛୋଟ ହୋଇଯାଇଛି । ଏବେ ମୁଁ ଆସିଛି, ତୁମକୁ ନିଶ୍ଚିତ ସତ୍ତୋପ୍ରଧାନ କରାଇବି । ତୁମେ ହିଁ ଡାକିଛ କି ହେ ପତିତ-ପାବନ ଆସ । ବାବା ବୁଝାଉଛନ୍ତି ୫ ହଜାର ବର୍ଷ ପରେ ସଂଗମଯୁଗ ସମୟରେ ମୁଁ ଆସିଥାଏ । ଏବେ ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର । ଯେତିକି ୟାଦ କରିବ ସେତିକି ଅବଗୁଣ ବାହାରିଯିବ । ଯେତେବେଳେ ତୁମେ ସତ୍ତୋପ୍ରଧାନ ଥିଲ ତୁମଠାରେ କୌଣସି ଅବଗୁଣ ନଥିଲା । ତୁମେ ନିଜକୁ ଦେବୀ-ଦେବତା କହୁଥିଲ । ଏବେ ସେ ଅବଗୁଣ କିପରି ବାହାରିବ ? ଆତ୍ମାକୁ ହିଁ ଅଶାନ୍ତି ହୋଇଥାଏ । ଏବେ ନିଜେ ଚେକ୍ କର କି ଆମେ ଅଶାନ୍ତ କାହିଁକି ହେଲୁ ? ଯେତେବେଳେ ଆମେ ଭାଇ ଭାଇ ଥିଲେ ଆମର ବହୁତ ସ୍ନେହ ଥିଲା । ଏବେ ପୁଣି ସେହି ବାବା ଆସିଛନ୍ତି । କହୁଛନ୍ତି ନିଜକୁ ଆତ୍ମା-ଭାଇ ଭାଇ ଭାବ । ପରସ୍ପର ମଧ୍ୟରେ ସ୍ନେହ ରଖ । ଦେହ-ଅଭିମାନରେ ଆସି ଜଣେ ଅନ୍ୟର ଅବଗୁଣ ଦେଖିଥାଅ । ବାବା କହୁଛନ୍ତି ତୁମେ ନିଜର ଉଚ୍ଚ ପଦ ପାଇବାର ପୁରୁଷାର୍ଥ କର । ତୁମେ ଜାଣୁଛ ବାବା ଆମକୁ ଏତେ ସମ୍ପତ୍ତି ଦେଇ ଭରପୁର କରି ଦେଇଥିଲେ । ଏବେ ପୁଣି ବାବା ଆସିଛନ୍ତି ତ କାହିଁକି ଆମେ ତାଙ୍କ ମତରେ ଚାଲି ପୁଣି ପୂରା ସମ୍ପତ୍ତି ନ ନେବା । ଆମେ ହିଁ ଦେବତା ଥିଲୁ ପୁଣି ୮୪ ଜନ୍ମ ନେଲୁ ।

ତୁମେ ମିଠା ମିଠା ସନ୍ତାନମାନେ ବହୁତ ଅଡୋଳ ଥିଲ । କୌଣସି ମତଭେଦ ନଥିଲା । କାହାର ନିନ୍ଦା ଆଦି କରୁନଥିଲ । ବର୍ତ୍ତମାନ କିଛି ନା କିଛି ଅବଗୁଣ ରହିଛି, ସେସବୁ ବାହାର କରିଦେବାକୁ ହେବ । ଆମେ ସବୁ ଭାଇ-ଭାଇ । ଏକ ବାବାଙ୍କୁ ମନେ ପକାଇବାକୁ ହେବ । ଏହି ଚିନ୍ତା ରହୁ ଯେ ଆମେ କିପରି ସତ୍ତୋପ୍ରଧାନ ହେବୁ । ଅମୁକ ଏପରି, ଇଏ ଏପରି କଲା ଏହି ସବୁ କଥାକୁ ଭୁଲିବାକୁ ହେବ । ବାବା କହୁଛନ୍ତି ଏହି ସବୁ ଛାଡ, ନିଜକୁ ଆତ୍ମା ଭାବ । ଏବେ ସତ୍ତୋପ୍ରଧାନ ହେବାର ପୁରୁଷାର୍ଥ କର । ଦେହ-ଅଭିମାନରେ ଆସିଲେ ହିଁ ଅବଗୁଣ ଦେଖାଯାଏ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର । ଭାଇ-ଭାଇ ଦୃଷ୍ଟିରେ ଦେଖ ତେବେ ଗୁଣ ହିଁ ଗୁଣ ଦେଖାଯିବ । ସମସ୍ତଙ୍କୁ ଗୁଣବାନ କରିବାର ଚେଷ୍ଟା କର । କେହି କିଛି ବି ଓଲଟା ସୁଲଟା କର୍ମ କରନ୍ତୁ । ବୁଝାଯାଏ ଇଏ ତମୋ କିମ୍ବା ରଜୋପ୍ରଧାନ ଅଟନ୍ତି, ତେଣୁ ସେମାନଙ୍କର ଚଳଣି ନିଶ୍ଚିତ ଏପରି ହେବ । ସବୁଠାରୁ ଅଧିକ ଗୁଣ ବାବାଙ୍କଠାରେ ରହିଛି । ତେଣୁ ବାବାଙ୍କଠାରୁ ହିଁ ଗୁଣ ଗ୍ରହଣ କର, ଅନ୍ୟ ସବୁ କଥାକୁ ଛାଡ । ଅବଗୁଣ ଛାଡ, ଗୁଣ ଧାରଣ କର । ବାବା କେତେ ଗୁଣବାନ କରାଉଛନ୍ତି । କହୁଛନ୍ତି ତୁମମାନଙ୍କୁ ମଧ୍ୟ ମୋ ସମାନ ଗୁଣବାନ ହେବାକୁ ପଡିବ । ବାବା ସୁଖଦାୟୀ ଅଟନ୍ତି । ଆମକୁ ବି ସୁଖଦାୟୀ ହେବାକୁ ପଡିବ । ବାସ୍, ଏହି ଚିନ୍ତା ରହୁ କି ଆମକୁ ସତ୍ତୋପ୍ରଧାନ ହେବାକୁ ପଡିବ । ଆଉ କୌଣସି କାହା କଥା ଶୁଣ ନାହିଁ କି ଗ୍ଲାନି କର ନାହିଁ । ସମସ୍ତଙ୍କଠାରେ କିଛି ନା କିଛି ଅବଗୁଣ ରହିଛି । ଅବଗୁଣ ଏପରି ଅଛି ଯେ ନିଜେ ବୁଝି ପାରିବେ ନାହିଁ । ଅନ୍ୟମାନେ ବୁଝନ୍ତି ଯେ ଏହାଙ୍କଠାରେ ଅବଗୁଣ ରହିଛି । ସେମାନେ ନିଜକୁ ବହୁତ ଭଲ ଭାବିଥାନ୍ତି । କିନ୍ତୁ କେଉଁଠି ନା କେଉଁଠି ଓଲଟା ବାଣୀ ବାହାରି ପଡେ । ସତ୍ତୋପ୍ରଧାନ ଅବସ୍ଥାରେ ଏହିଭଳି କଥା ହୋଇନଥାଏ । ଏଠାରେ ଅବଗୁଣ ରହିଛି, କିନ୍ତୁ ନ ବୁଝିବା କାରଣରୁ ନିଜକୁ ମିୟାଁ ମିଠୁ ଭାବି ବସିଯାଉଛନ୍ତି । ବାବା କହୁଛନ୍ତି ମିଆଁ ମିଠୁ ମୁଁ ହିଁ ଜଣେ । ଯିଏ ତୁମ ସମସ୍ତଙ୍କୁ ମିଠୁ (ମିଠା) କରାଇବାକୁ ଆସିଛି । ସବୁ ଅବଗୁଣ ଆଦି ଛାଡ । ନିଜର ନାଡିକୁ ଦେଖ, ଆମେ ମିଠା-ମିଠା ରୁହାନୀ ବାବାଙ୍କୁ କେତେ ସ୍ନେହରେ ମନେ ପକାଉଛୁ । ନିଜେ କେତେ ବୁଝି, ଅନ୍ୟମାନଙ୍କୁ ବୁଝାଉଛୁ । ଦେହ-ଅଭିମାନରେ ଆସିଗଲେ କୌଣସି ଫାଇଦା ନାହିଁ । ମୂଳ କଥା ଏହା ବୁଝାଅ ଯେ ଦୁନିଆ ତମୋପ୍ରଧାନ ଅଟେ । ଯେତେବେଳେ ସତ୍ତୋପ୍ରଧାନ ଥିଲ । ସେତେବେଳେ ଦେବୀଦେବତାଙ୍କର ରାଜ୍ୟ ଥିଲା । ଏବେ ୮୪ ଜନ୍ମ ଭୋଗି ତମୋପ୍ରଧାନ ହୋଇଛ ଏବେ ପୁଣି ସତ୍ତୋପ୍ରଧାନ ହେବ । ତମୋପ୍ରଧାନ ମଧ୍ୟ ଭାରତବାସୀ ହୋଇଛନ୍ତି ଏବଂ ସେମାନେ ହିଁ ସତ୍ତୋପ୍ରଧାନ ହେବେ । ଆଉ କାହାକୁ ସତ୍ତୋପ୍ରଧାନ କୁହାଯାଇ ପାରିବ ନାହିଁ । ସତ୍ୟଯୁଗରେ କୌଣସି ଧର୍ମ ନଥିଲା । ବାବା କହୁଛନ୍ତି ତୁମେ ଅନେକ ଥର ତମୋପ୍ରଧାନରୁ ସତ୍ତୋପ୍ରଧାନ ହୋଇଛ, ଏବେ ପୁଣି ହୁଅ । ଶ୍ରୀମତରେ ଚାଲି ମୋତେ ମନେ ପକାଅ । ଏହି ଚିନ୍ତନ ରହିବା ଦରକାର । ମୁଣ୍ଡ ଉପରେ ବହୁତ ପାପ ରହିଛି, ବାବା ଏବେ ସୁଜାଗ କରିଛନ୍ତି । ଦେବତାମାନଙ୍କ ଆଗରେ ଯାଇ କହୁଛନ୍ତିଆମେ ବିକାରୀ ଅଟୁ କାରଣ ଦେବତାମାନଙ୍କଠାରେ ପବିତ୍ରତାର ଆକର୍ଷଣ ରହିଛି ତେଣୁ ତାଙ୍କ ଆଗରେ ଯାଇ କହୁଛନ୍ତି ଏବଂ ଘରକୁ ଗଲେ ଭୁଲିଯାଉଛନ୍ତି । ଦେବତାଙ୍କ ନିକଟକୁ ଆସିଲେ ନିଜ ପ୍ରତି ଘୃଣା ଆସିଥାଏ । ଘରକୁ ଗଲେ କିଛି ଘୃଣା ନାହିଁ । ଚିନ୍ତା ମଧ୍ୟ ଆସିନଥାଏ ଯେ ଏମାନଙ୍କୁ ଏପରି ଶ୍ରେଷ୍ଠ କିଏ କରାଇଛି ? ବାବା କହୁଛନ୍ତି ଦେବତା ହେବା ପାଇଁ ଏହି ପାଠ ନିଶ୍ଚୟ ପଢ । ଶ୍ରୀମତ ପାଳନ କରିବାକୁ ପଡିବ । ପ୍ରଥମେ-ପ୍ରଥମେ ବାବା କହୁଛନ୍ତି ନିଜକୁ ସତ୍ତୋପ୍ରଧାନ କରିବାକୁ ହେବ ତେଣୁ ମାମେକମ୍ ୟାଦ କର ଏବଂ କୌଣସି ପରଚିନ୍ତନ-ପରଦର୍ଶନ କର ନାହିଁ । ନିଜ ପ୍ରତି ଚିନ୍ତା ରହୁ କି ଆମେ ଏପରି ହେବୁ । ବାବା କହୁଛନ୍ତି ତୁମେ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ ପୁଣି କୁଆଡେ ଗଲ! ଏହାଙ୍କର ହିଁ ୮୪ ଜନ୍ମର କାହାଣୀ ଲେଖା ରହିଛି । ବର୍ତ୍ତମାନ ଆମକୁ ଏପରି ହେବାକୁ ପଡିବ । ଦୈବୀଗୁଣ ଧାରଣ କରିବା ଉଚିତ୍ । ଭାଇ-ଭାଇ ଭାବି ବାବାଙ୍କୁ ୟାଦ କରିବା ଦରକାର । ବାବାଙ୍କଠାରୁ ବର୍ସା ନେବା ଉଚିତ୍ । ବୁଦ୍ଧିରେ ଆସିବା ଦରକାର କି ଆମେ ନିନ୍ଦା-ସ୍ତୁତି ଉଭୟ କରିଆସିଛୁ । ବାସ୍ତବରେ ସ୍ତୁତି କିଛି ନାହିଁ, କେବଳ ନିନ୍ଦା କରିଛ । ଯାହାଙ୍କର ଗୋଟିଏ ପଟେ ସ୍ତୁତି କରନ୍ତି, ତାଙ୍କର ଅନ୍ୟ ପଟରେ ନିନ୍ଦା ମଧ୍ୟ କରନ୍ତି କାରଣ ଜାଣିନାହାଁନ୍ତି, ଗୋଟିଏ ପଟେ ବାବାଙ୍କର ମହିମା କରନ୍ତି, ଅନ୍ୟ ପଟରେ ସର୍ବବ୍ୟାପୀ କହି ଦିଅନ୍ତି । ମାଟି-ଗୋଡିରେ ପରମାତ୍ମା କହିବାରୁ ବିମୁଖ ହୋଇଯାଇଛନ୍ତି । ବିନାଶ କାଳେ ବିପରୀତ ଅର୍ଥାତ୍ ବିମୁଖ ବୁଦ୍ଧି ବିନଶ୍ୟନ୍ତି, ବିନାଶ କାଳେ ପ୍ରୀତ ଅର୍ଥାତ୍ ସମ୍ମୁଖ ବୁଦ୍ଧି ବିଜୟନ୍ତୀ ।

ଯେତିକି ହୋଇପାରିବ ବାବାଙ୍କୁ ୟାଦ କରିବାକୁ ଚେଷ୍ଟା କର । ପ୍ରଥମେ ମଧ୍ୟ ୟାଦ କରୁଥିଲ କିନ୍ତୁ ତାହା ବ୍ୟଭିଚାରୀ ୟାଦ ଥିଲା । ଅନେକଙ୍କୁ ମନେ ପକାଉଥିଲ । ଏବେ ବାବା କହୁଛନ୍ତି ଅବ୍ୟଭିଚାରୀ ସ୍ମୃତିରେ ରୁହ । କେବଳ ମାମେକମ୍ ୟାଦ କର । ଭକ୍ତିମାର୍ଗର ବହୁତ ଚିତ୍ର ରହିଛି, ଯାହାଙ୍କୁ ତୁମେ ମନେ ପକାଇ ଆସିଛ । ଏବେ ପୁଣି ସତ୍ତୋପ୍ରଧାନ ହେବାକୁ ପଡିବ । ସେଠାରେ ଭକ୍ତିମାର୍ଗ ନାହିଁ ଯାହାକି ମନେ ପକାଇବାକୁ ପଡିବ । ବାବା କହୁଛନ୍ତି ଏହି ଚିନ୍ତା ରହୁ ଯେ ଆମେ କିପରି ସତ୍ତୋପ୍ରଧାନ ହେବୁ ? ଜ୍ଞାନ ମିଳିଗଲା କି ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ତାହା ତ ସହଜ । ଆଚ୍ଛା, କେହି ମୁଖରେ ବୁଝାଇ ନ ପାରିଲେ ମଧ୍ୟ ବୁଦ୍ଧିରେ ନିଶ୍ଚିତ ଅଛି ଯେ ଆମେ ସତ୍ତୋପ୍ରଧାନରୁ ତମୋପ୍ରଧାନ କିପରି ହେଲୁ, ଏବେ ପୁଣି ସତ୍ତୋପ୍ରଧାନ ନିଶ୍ଚିତ ହେବାକୁ ପଡିବ । ଯଦି କେହି କହିପାରୁ ନାହାଁନ୍ତି ତେବେ କୁହାଯିବ ନିଜର ଭାଗ୍ୟ । ଡ୍ରାମା ମଧ୍ୟ ରହିଛି । ବାବା ବହୁତ ସହଜ ଉପାୟ ବତାଉଛନ୍ତିବ୍ୟାଚ୍ ସମ୍ବନ୍ଧରେ ବୁଝାଇବା ସହଜ, ଇଏ ହେଉଛନ୍ତି ବେହଦର ବାପା । ଏହାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି । ବାବା ନିଶ୍ଚିତ ସ୍ୱର୍ଗର ସ୍ଥାପନା କରନ୍ତି । ସେ ତ ଏହିଠାରେ ହିଁ ନିଶ୍ଚୟ କରିବେ । ଶିବ ଜୟନ୍ତୀ ଅର୍ଥାତ୍ ସ୍ୱର୍ଗର ଜୟନ୍ତୀ । ସ୍ୱର୍ଗରେ ଦେବୀ-ଦେବତାମାନେ ଥିଲେ, ସେମାନେ ଦେବତା କିପରି ହେଲେ ? ସେମାନେ ଏହି ପୁରୁଷୋତ୍ତମ ସଂଗମଯୁଗର ପାଠପଢା ଦ୍ୱାରା ହୋଇଥିଲେ । ତୁମମାନଙ୍କୁ ଜ୍ଞାନ ମିଳିଛି, ପୁଣି ଅନ୍ୟମାନଙ୍କୁ ବି ଜ୍ଞାନ ଦିଅ । ତୁମର ହେଉଛି ସହଜ ଜ୍ଞାନ ଏବଂ ସହଜ ଯୋଗ ଓ ସହଜ ସମ୍ପତ୍ତି । ପରନ୍ତୁ ଏଠାରେ କେହି ପାଇପଇସାର ସମ୍ପତ୍ତି ନେଲାବାଲା ଆଉ କିଏ ପଦମର ସମ୍ପତ୍ତି ନେଲାବାଲା ଅଛନ୍ତି । ସାରା ରହସ୍ୟ ପଢା ଉପରେ ଆଧାରିତ । ୟାଦର ଯାତ୍ରାରେ ଆଉ ସବୁ କଥା ଭୁଲିଯାଅ । ଅମୁକ ଏପରି... ଏଥିରେ ସମୟ ନଷ୍ଟ କର ନାହିଁ । ଲକ୍ଷ୍ୟ ବହୁତ ଉଚ୍ଚ । ସତ୍ତୋପ୍ରଧାନ ହେବାରେ ହିଁ ମାୟା ବିଘ୍ନ ପକାଉଛି । ପାଠପଢାରେ ବିଘ୍ନ ପଡେ ନାହିଁ । ବାବା କହୁଛନ୍ତି ନିଜକୁ ଦେଖ ଆମର କେତେ ସ୍ନେହ ରହିଛି ? ସ୍ନେହ ଏପରି ହେଉ ଯେ ବାବାଙ୍କଠାରେ ବୁଦ୍ଧି ନିରନ୍ତର ଲାଗି ରହୁ । ଶିଖାଇଲାବାଲା ବାବା ଅଟନ୍ତି । ଏହାଙ୍କ ଆତ୍ମା ଶିଖାଉ ନାହିଁ, ଇଏ ମଧ୍ୟ ଶିଖୁଛନ୍ତି । ବାବା ଆପଣ ଆମକୁ ବହୁତ ସମଝଦାର (ଜ୍ଞାନୀ) କରାଉଛନ୍ତି । ଆପଣ ସର୍ବୋଚ୍ଚ ଅଟନ୍ତି ପୁଣି ମନୁଷ୍ୟ ସୃଷ୍ଟିରେ ଆପଣ ଆମ ସମସ୍ତଙ୍କୁ କେତେ ଶ୍ରେଷ୍ଠ କରାଉଛନ୍ତି । ଏପରି ଅର୍ନ୍ତମନରେ ବାବାଙ୍କର ମହିମା କରିବା ଦରକାର । ବାବା ତୁମେ କେତେ କମାଲ କରୁଛ । ବାବା କହୁଛନ୍ତିପିଲେ, ତୁମେ ନିଜର ରାଜ୍ୟ ନିଅ, ମାମେକମ୍ ୟାଦ କର, ଖୁସୀର ସହ । ନିଜକୁ ପଚାରଆମେ ବାବାଙ୍କୁ କେତେ ମନେ ପକାଉଛୁ ? କହିଥାନ୍ତି ଖୁସି ପରି ସମ୍ପତ୍ତି ନାହିଁ । ବାବାଙ୍କ ସହିତ ମିଶିବାର ବହୁତ ଖୁସି ରହିଛି କିନ୍ତୁ ଏତେ ଖୁସୀ ପିଲାମାନଙ୍କ ଭିତରେ ରହୁ ନାହିଁ । ନହେଲେ ବିବେକ କହୁଛି କି ବହୁତ ଖୁସୀ ରହିବା ଉଚିତ୍ । ଏହି ପାଠପଢା ଆଧାରରେ ଆମେ ରାଜା ହେବୁ । ବେହଦ ବାବାଙ୍କର ଆମେ ସନ୍ତାନ ଅଟୁ । ସୁପ୍ରିମ ବାବା ଆମକୁ ପଢାଉଛନ୍ତି । ବାବା ବହୁତ ଦୟାଶୀଳ, କିପରି ବସି ତୁମମାନଙ୍କୁ ନୂଆ ନୂଆ କଥା ଶୁଣାଉଛନ୍ତି । ବର୍ତ୍ତମାନ ତୁମର ବୁଦ୍ଧିରେ ବହୁତ ନୂଆ ନୂଆ କଥା ରହିଛି ଯାହା ଆଉ କାହା ବୁଦ୍ଧିରେ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
 

ଧାରଣା ପାଇଁ ମୁଖ୍ୟ ସାର :
(୧) ଦେହୀ ଅଭିମାନୀ ଅବସ୍ଥାକୁ ଧାରଣ କରି ସୁଖଦାୟୀ ହେବାକୁ ପଡିବ । କାହାର ବି ଦୋଷ ଦୁର୍ବଳତାକୁ ଦେଖିବାର ନାହିଁ । ପରସ୍ପର ମଧ୍ୟରେ ବହୁତ-ବହୁତ ସ୍ନେହରେ ରହିବାକୁ ହେବ, ମତଭେଦରେ ଆସିବାର ନାହିଁ ।

(୨) ଅନ୍ୟ ସବୁ କଥା ଛାଡି ଏକମାତ୍ର ବାବାଙ୍କଠାରୁ ଗୁଣ ଗ୍ରହଣ କରିବାକୁ ହେବ । ସତ୍ତୋପ୍ରଧାନ ହେବାର ଚିନ୍ତା (ଫିକର) ରଖିବାକୁ ହେବ । କାହାର କଥା ଶୁଣିବାର ନାହିଁ କିମ୍ବା କାହାର ଗ୍ଲାନୀ କରିବାର ନାହିଁ । ମିୟାଁ ମିଠୁ ହେବାର ନାହିଁ ।

ବରଦାନ:-
ଲାଇଟ୍ ଆଧାରରେ ଜ୍ଞାନ-ଯୋଗର ଶକ୍ତିର ପ୍ରୟୋଗ କରୁଥିବା ପ୍ରୟୋଗଶାଳୀ ଆତ୍ମା ହୁଅ ।

ଯେପରି ପ୍ରକୃତିର ଲାଇଟ୍ (ଆଲୋକ) ବିଜ୍ଞାନର ଅନେକ ପ୍ରକାରର ପ୍ରୟୋଗକୁ ବାସ୍ତବରେ କରିଦେଖାଉଛି, ସେହିପରି ତୁମେମାନେ ଅବିନାଶୀ ପରମାତ୍ମ ଲାଇଟ୍, ଆତ୍ମିକ ଲାଇଟ୍ ଏବଂ ତାସହିତ ବାସ୍ତବିକ ସ୍ଥିତିର ଲାଇଟ୍ ଦ୍ୱାରା ଜ୍ଞାନ ଯୋଗର ଶକ୍ତିର ପ୍ରୟୋଗ କର । ଯଦି ସ୍ଥିତି ଏବଂ ସ୍ୱରୂପ ଡବଲ ଲାଇଟ୍ ଥିବ ତେବେ ପ୍ରୟୋଗର ସଫଳତା ବହୁତ ସହଜରେ ହୋଇଯିବ । ଯଦି ପ୍ରତ୍ୟେକ ଆତ୍ମା ନିଜ ପ୍ରତି ପ୍ରୟୋଗ କରିବାରେ ଲାଗିଯିବେ କେତେ ପ୍ରୟୋଗଶାଳୀ ଆତ୍ମାମାନଙ୍କର ଶକ୍ତିଶାଳୀ ସଂଗଠନ ହୋଇଯିବ ।

ସ୍ଲୋଗାନ:-
ବିଘ୍ନର ଅଂଶ ଏବଂ ବଂଶକୁ ସମାପ୍ତ କରୁଥିବା ଆତ୍ମା ହିଁ ବିଘ୍ନ ବିନାଶକ ଅଟନ୍ତି ।