16.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଜ୍ଞାନ ଦ୍ୱାରା ତୁମର ବହୁତ ଭଲ ଜାଗୃତି ହୋଇଛି, ତୁମେ ନିଜର ୮୪ ଜନ୍ମକୁ, ନିରାକାର ଓ ସାକାର ପିତାଙ୍କୁ ମଧ୍ୟ ଜାଣିଛ, ତୁମର ଏଣେତେଣେ ବୁଲି ବୁଲି ଭକ୍ତି କରିବା ମଧ୍ୟ ବନ୍ଦ ହୋଇଯାଇଛି ।

ପ୍ରଶ୍ନ:-
ଈଶ୍ୱରଙ୍କର ଗତମତ ନ୍ୟାରା ଅର୍ଥାତ୍ ଗତି ଓ ମତ ସବୁଠାରୁ ଅଲଗା ବୋଲି କାହିଁକି ଗାୟନ କରାଯାଇଛି ?

ଉତ୍ତର:-
(୧) କାହିଁକି ନା ସିଏ ତୁମକୁ ଏପରି ମତ ଦେଉଛନ୍ତି ଯାହା ଦ୍ୱାରା ତୁମେ ବ୍ରାହ୍ମଣମାନେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ହୋଇଯାଉଛ । ତୁମ ସମସ୍ତଙ୍କର ଗୋଟିଏ ମତ ହୋଇଯାଉଛି (୨) ଈଶ୍ୱର ହିଁ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ପୂଜାରୀରୁ ପୂଜ୍ୟ କରାଉଛନ୍ତି ସେଥିପାଇଁ ତାଙ୍କର ଗତି ଅର୍ଥାତ୍ କର୍ତ୍ତବ୍ୟ ଏବଂ ମତ ସମସ୍ତଙ୍କ ଠାରୁ ଅଲଗା ଅଟେ, ଯାହାକୁ ତୁମ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝିପାରିବେ ନାହିଁ ।

ଓମ୍ ଶାନ୍ତି ।
ତୁମେମାନେ ଜାଣିଛ, ପିଲାମାନଙ୍କର ଯଦି ସ୍ୱାସ୍ଥ୍ୟ ଠିକ୍ ନ ଥିବ ତେବେ ବାବା କହିବେ ବରଂ ଏଠାରେ ଶୋଇଯାଅ । ଏଥିରେ କୌଣସି ଅସୁବିଧା ନାହିଁ କାହିଁକି ନା ସିକିଲଧେ ସନ୍ତାନ ଅଟନ୍ତି ଅର୍ଥାତ୍ ୫ ହଜାର ବର୍ଷ ପରେ ପୁନର୍ବାର ଆସି ମିଳିଛନ୍ତି । କାହାକୁ ମିଳିଛନ୍ତି ? ବେହଦର ବାବାଙ୍କୁ । ଏକଥା ମଧ୍ୟ ତୁମେ ଜାଣିଛ, ତୁମର ନିଶ୍ଚୟ ଅଛି ଯେ ବାସ୍ତବରେ ଆମେ ବେହଦ ବାବାଙ୍କ ସହିତ ମିଶୁଛୁ କାହିଁକି ନା ପିତା ଦୁଇଜଣ ଥାନ୍ତି ଜଣେ ହଦର (ଲୌକିକ) ପିତା ଓ ଆଉ ଜଣେ ବେହଦର (ପାରଲୌକିକ) ପିତା । ଦୁଃଖରେ ସମସ୍ତେ ବେହଦର ପିତାଙ୍କୁ ମନେ ପକାଇଥାନ୍ତି । ସତ୍ୟଯୁଗରେ ଏକମାତ୍ର ଲୌକିକ ପିତାଙ୍କୁ ହିଁ ୟାଦ କରିବେ କାହିଁକି ନା ତାହା ହେଉଛି ସୁଖଧାମ । ଲୌକିକ ପିତା ତାଙ୍କୁ କୁହାଯାଇଥାଏ ଯିଏ ଏହି ଦୁନିଆରେ ଶରୀରକୁ ଜନ୍ମ ଦେଇଥାନ୍ତି । ପାରଲୌକିକ ପିତା ତ ଥରେ ମାତ୍ର ଆସି ତୁମକୁ ନିଜର କରୁଛନ୍ତି । ତୁମେ ବାବାଙ୍କ ସହିତ ଅମରଲୋକରେ ରହିଲାବାଲା ଅଟ ଯାହାକୁ ପରଲୋକ, ପରମଧାମ କୁହାଯାଉଛି । ତାହା ହେଉଛି ସର୍ବୋଚ୍ଚଧାମ । ସ୍ୱର୍ଗକୁ ସର୍ବୋଚ୍ଚଧାମ କୁହାଯିବ ନାହିଁ । ସ୍ୱର୍ଗ ଏବଂ ନର୍କ ଏହିଠାରେ ହିଁ ହେଉଛି । ନୂଆ ଦୁନିଆକୁ ସ୍ୱର୍ଗ, ପୁରୁଣା ଦୁନିଆକୁ ନର୍କ କୁହାଯାଉଛି । ବର୍ତ୍ତମାନ ହେଉଛି ପତିତ ଦୁନିଆ, ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ସତ୍ୟଯୁଗରେ ଏପରି କହିବେ ନାହିଁ । ଯେବେଠାରୁ ରାବଣ ରାଜ୍ୟ ହେଉଛି ସେବେଠାରୁ ପତିତ ହେଉଛନ୍ତି, ତାକୁ ୫ ବିକାରର ରାଜ୍ୟ କୁହାଯାଉଛି । ସତ୍ୟଯୁଗରେ ନିର୍ବିକାରୀ ରାଜ୍ୟ ହିଁ ହେବ । ଭାରତ ଦେଶର ମଧ୍ୟ କେତେ ଉଚ୍ଚ ମହିମା ରହିଛି । କିନ୍ତୁ ବିକାରୀ ହେବା ଯୋଗୁଁ ଭାରତର ମହିମାକୁ ଜାଣିନାହାଁନ୍ତି । ଭାରତ ସଂପୂର୍ଣ୍ଣ ନିର୍ବିକାରୀ ଥିଲା, ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଥିଲେ । ବର୍ତ୍ତମାନ ସେହି ରାଜ୍ୟ ନାହିଁ । ସେହି ରାଜ୍ୟ କେଉଁଆଡେ ଗଲା ଏକଥା ପଥର ବୁଦ୍ଧି ମନୁଷ୍ୟମାନେ ଜାଣିନାହାଁନ୍ତି । ଅନ୍ୟ ସମସ୍ତେ ନିଜ-ନିଜର ଧର୍ମ ସ୍ଥାପକମାନଙ୍କୁ ଜାଣିଛନ୍ତି, ଏକମାତ୍ର ଭାରତବାସୀ ହିଁ ଅଟନ୍ତି ଯିଏ ନା ନିଜର ଧର୍ମକୁ ଜାଣିଛନ୍ତି, ନା ଧର୍ମ ସ୍ଥାପକଙ୍କୁ ଜାଣିଛନ୍ତି । ଅନ୍ୟ ଧର୍ମାବଲମ୍ବୀ ନିଜର ଧର୍ମକୁ ତ ଜାଣିଛନ୍ତି କିନ୍ତୁ ସେମାନଙ୍କର ଧର୍ମସ୍ଥାପକ ପୁଣି କେବେ ଧର୍ମ ସ୍ଥାପନ କରିବାକୁ ଆସିବେ, ଏକଥା ଜାଣିନାହାଁନ୍ତି । ଶିଖ୍ ଧର୍ମର ଲୋକମାନେ ମଧ୍ୟ ଏକଥା ଜାଣିନାହାଁନ୍ତି ଯେ ଆମର ଶିଖ୍ ଧର୍ମ ଆରମ୍ଭରୁ ନଥିଲା । ଗୁରୁନାନକ ଆସି ସ୍ଥାପନ କରିଛନ୍ତି ତେବେ ନିଶ୍ଚିତ ରୂପେ ଏଧର୍ମ ସୁଖଧାମରେ ରହିବ ନାହିଁ, ତେବେ ତ ଯାଇ ଗୁରୁନାନକ ଆସି ପୁଣି ସ୍ଥାପନ କରିବେ କାହିଁକି ନା ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି ନା । ଖ୍ରୀଷ୍ଟିୟାନ୍ ଧର୍ମ ମଧ୍ୟ ନଥିଲା ପୁଣି ସ୍ଥାପନା ହେଲା । ପ୍ରଥମେ ନୂଆ ଦୁନିଆ ଥିଲା, ଏକ ଧର୍ମ ଥିଲା । କେବଳ ତୁମେ ଭାରତବାସୀ ହିଁ ଥିଲ, ଗୋଟିଏ ଧର୍ମ ଥିଲା ପୁଣି ତୁମେ ୮୪ ଜନ୍ମ ନେଇ ନେଇ ଏକଥା ମଧ୍ୟ ଭୁଲିଯାଇଛ ଯେ ଆମେ ହିଁ ଦେବତା ଥିଲୁ । ପୁଣି ଆମେ ହିଁ ୮୪ ଜନ୍ମ ନେଉଛୁ ସେଥିପାଇଁ ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ କହୁଛି । ଅଧାକଳ୍ପ ରାମରାଜ୍ୟ ଥିଲା ପୁଣି ରାବଣରାଜ୍ୟ ହୋଇଛି । ପ୍ରଥମେ ସୂର୍ଯ୍ୟବଂଶୀ କୁଳ ପୁଣି ଚନ୍ଦ୍ରବଂଶ କୁଳ, ରାମରାଜ୍ୟ ହେଉଛି । ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ଯେଉଁମାନେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣଙ୍କ କୁଳର ଥିଲେ, ସେମାନେ ୮୪ ଜନ୍ମ ନେଇ ଏବେ ରାବଣ କୁଳର ହୋଇଛନ୍ତି । ଆଗରୁ ପୂଣ୍ୟଆତ୍ମା ମାନଙ୍କ କୁଳର ଥିଲେ, ଏବେ ପାପ ଆତ୍ମାମାନଙ୍କ କୁଳର ହୋଇଛନ୍ତି । ୮୪ ଜନ୍ମ ନେଇଛନ୍ତି, ସେମାନେ ତ ୮୪ ଲକ୍ଷ କହିଦେଉଛନ୍ତି । ଏବେ ୮୪ ଲକ୍ଷର ହିସାବ ବସି କିଏ ବିଚାର କରିବ ସେଥିପାଇଁ କାହାର ବିଚାର ଚାଲୁନାହିଁ । ଏବେ ତୁମକୁ ବାବା ବୁଝାଉଛନ୍ତି, ତୁମେ ବାବାଙ୍କ ଆଗରେ ବସିଛ, ନିରାକାର ପିତା ଏବଂ ସାକାର ପିତା ଉଭୟ ହିଁ ଭାରତରେ ନାମୀଗ୍ରାମୀ ଅଟନ୍ତି । ବାବାଙ୍କ ମହିମା ଗାନ କରୁଛନ୍ତି କିନ୍ତୁ ବାବାଙ୍କୁ ଜାଣିନାହାଁନ୍ତି, ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି । ଜ୍ଞାନ ଦ୍ୱାରା ଜାଗୃତି ଆସିଥାଏ । ଆଲୋକରେ ମନୁଷ୍ୟ କେବେ ଧକ୍କା ଖାଇନଥାନ୍ତି । ଅନ୍ଧକାରରେ ଧକ୍କା ଖାଇଥାନ୍ତି । ଭାରତବାସୀ ପୂଜ୍ୟ ଥିଲେ, ଏବେ ପୂଜାରୀ ହୋଇଯାଇଛନ୍ତି । ଲକ୍ଷ୍ମୀ-ନାରାୟଣ ପୂଜ୍ୟ ଥିଲେ ନା, ଇଏ ପୁଣି କାହାର ପୂଜା କରିବେ । ନିଜର ଚିତ୍ର ତିଆରି କରି ନିଜର ପୂଜା ତ କରିବେ ନାହିଁ । ଏକଥା ତ ହୋଇପାରିବ ନାହିଁ । ତୁମେ ପିଲାମାନେ ଜାଣିଛ ଆମେ ହିଁ ପୂଜ୍ୟ ଥିଲୁ ଆମେ ହିଁ ପୁଣି ପୂଜାରୀ କିପରି ହେଉଛୁ । ଏହି କଥା ଆଉ କେହି ବୁଝିପାରିବେ ନାହିଁ । ବାବା ହିଁ ବୁଝାଉଛନ୍ତି ସେଥିପାଇଁ ମଧ୍ୟ କହୁଛନ୍ତି ଈଶ୍ୱରଙ୍କର ସଦ୍ଗତି କରିବାର କର୍ତ୍ତବ୍ୟ ଓ ମତ ଭିନ୍ନ ଅଟେ ।

ଏବେ ତୁମେ ଜାଣିଛ ବାବା ଆମର ସାରା ଦୁନିଆରୁ ଗତି ଓ ମତି ଅଲଗା କରିଦେଇଛନ୍ତି ସାରା ଦୁନିଆରେ ଅନେକ ମତ-ମତାନ୍ତର ରହିଛି, ଏଠାରେ ତୁମ ବ୍ରାହ୍ମଣମାନଙ୍କର ଏକ ମତ ଅଟେ । ଈଶ୍ୱରଙ୍କର ମତ ଏବଂ ଗତି ସ୍ୱତନ୍ତ୍ର । ଗତି ଅର୍ଥାତ୍ ସଦ୍ଗତି । ସଦ୍ଗତି ଦାତା ଏକ ମାତ୍ର ବାବା ହିଁ ଅଟନ୍ତି । ଗାୟନ ମଧ୍ୟ କରୁଛନ୍ତି ସମସ୍ତଙ୍କର ସଦ୍ଗତି ଦାତା ରାମ ଅଟନ୍ତି । କିନ୍ତୁ ବୁଝିନାହାଁନ୍ତି ଯେ ରାମ କାହାକୁ କୁହାଯାଉଛି । କୁହନ୍ତି ଯୁଆଡେ ଦେଖୁଛୁ ରାମ ହିଁ ରାମ ଦେଖାଯାଉଛନ୍ତି, ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଉଛି । ଅନ୍ଧକାରରେ ଦୁଃଖ, ଆଲୋକରେ ରହିଛି ସୁଖ । ଅନ୍ଧକାରରେ ହିଁ ଭଗବାନଙ୍କୁ ଡ଼ାକିଥାନ୍ତି ନା । ବନ୍ଦନା କରିବା ଅର୍ଥାତ୍ ବାବାଙ୍କୁ ଡାକିବା । ସତେ ଯେପରି ଭିକ ମାଗିଥାନ୍ତି । ଦେବତାଙ୍କ ମନ୍ଦିରକୁ ଯାଇ ମାଗିବା ଅର୍ଥାତ୍ ଭିକ ମାଗିବା ହେଲା ନା । ସତ୍ୟଯୁଗରେ ଭିକମାଗିବାର ଆବଶ୍ୟକତା ନାହିଁ । ଭିକାରୀମାନଙ୍କୁ ଦରିଦ୍ର କୁହାଯାଏ । ସତ୍ୟଯୁଗରେ ତୁମେ କେତେ ଧନବାନ ଥିଲ, ତାକୁ ସମୃଦ୍ଧ ଭାରତ କୁହାଯାଉଥିଲା । ଭାରତ ଏବେ ଦରିଦ୍ର ହୋଇଯାଇଛି । ଏକଥା ମଧ୍ୟ କେହି ବୁଝିନାହାଁନ୍ତି । କଳ୍ପର ଆୟୁ ଓଲଟା-ସିଧା ଲେଖି ଦେଇଥିବାରୁ ମନୁଷ୍ୟମାନଙ୍କର ମତିଭ୍ରମ ହୋଇଯାଇଛି । ବାବା ବହୁତ ସ୍ନେହର ସହିତ ବସି ବୁଝାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ପିଲାମାନଙ୍କୁ ବୁଝାଇଥିଲେ, ମୋତେ ଅର୍ଥାତ୍ ପତିତ-ପାବନ ବାବାଙ୍କୁ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ପତିତ କିପରି ହୋଇଛ, ଆତ୍ମାରେ ବିକାରର ଖାଦ ମିଶି ଯାଇଛି । ସବୁ ମନୁଷ୍ୟ ଆତ୍ମାରେ ଜଙ୍କ ଲାଗିଯାଇଛି । ଏବେ ସେହି ଜଙ୍କ କିପରି ଛାଡିବ ? ଏଥିପାଇଁ ମୋତେ ମନେ ପକାଅ । ଦେହ-ଅଭିମାନ ଛାଡି ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ଭାବ । ପ୍ରଥମେ ତୁମେ ହେଉଛ ଆତ୍ମା ପରେ ଏହି ଶରୀର ଧାରଣ କରୁଛ । ଆତ୍ମା ତ ଅମର ଅଟେ । ଶରୀରର ମୃତ୍ୟୁ ହୋଇଯାଉଛି । ସତ୍ୟଯୁଗକୁ ଅମରଲୋକ କୁହାଯାଉଛି । କଳିଯୁଗକୁ ମୃତ୍ୟୁଲୋକ କୁହାଯାଉଛି । ଦୁନିଆରେ ଏକଥା କେହି ମଧ୍ୟ ଜାଣିନାହାଁନ୍ତି ଯେ ଅମରଲୋକ ଥିଲା ପୁଣି ମୃତ୍ୟୁଲୋକ କିପରି ହେଲା । ଅମରଲୋକ ଅର୍ଥାତ୍ ଅକାଳ ମୃତ୍ୟୁ ହୁଏ ନାହିଁ । ସେଠାରେ ଆୟୁ ମଧ୍ୟ ଲମ୍ବା ହେବ । ତାହା ହେଉଛି ପବିତ୍ର ଦୁନିଆ ।

ତୁମେ ରାଜଋଷି ଅଟ । ଋଷି ପବିତ୍ରକୁ କୁହାଯାଇଥାଏ । ତୁମକୁ କିଏ ପବିତ୍ର କରାଉଛନ୍ତି ? ସନ୍ନ୍ୟାସୀମାନଙ୍କୁ ଶଙ୍କରାଚାର୍ଯ୍ୟ, ତୁମକୁ ଶିବାଚାର୍ଯ୍ୟ ପବିତ୍ର କରାଉଛନ୍ତି । ଇଏ ବାବା ତ କୌଣସି ଶାସ୍ତ୍ର ପଢି ନାହାଁନ୍ତି । ଏହାଙ୍କ ଦ୍ୱାରା ତୁମକୁ ଶିବବାବା ଆସି ପଢାଉଛନ୍ତି । ଶଙ୍କରାଚାର୍ଯ୍ୟ ତ ଗର୍ଭରୁ ଜନ୍ମ ନେଇଛନ୍ତି, ଉପରୁ କେଉଁଠୁ ଅବତରିତ ହୋଇନାହାଁନ୍ତି । ବାବା ତ ଏହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି, ଆସୁଛନ୍ତି, ଯାଉଛନ୍ତି, ସେ ମାଲିକ ଅଟନ୍ତି ନା । ଯାହା ଶରୀରକୁ ଚାହିଁବେ ପ୍ରବେଶ କରିପାରିବେ । ବାବା ବୁଝାଉଛନ୍ତି କାହାର କଲ୍ୟାଣ କରିବା ଅର୍ଥେ ମୁଁ ପ୍ରବେଶ କରିଥାଏ । ମୁଁ ପତିତ ଶରୀରରେ ହିଁ ଆସୁଛି ନା । ବହୁତଙ୍କର କଲ୍ୟାଣ କରୁଛି । ପିଲାମାନଙ୍କୁ ବୁଝାଯାଇଛି ମାୟା ମଧ୍ୟ କମ୍ ନୁହେଁ । କେବେ-କେବେ ଧ୍ୟାନରେ ମଧ୍ୟ ମାୟା ପ୍ରବେଶ କରି ଓଲଟା-ସିଧା କଥା କୁହାଇଥାଏ ସେଥିପାଇଁ ପିଲାମାନଙ୍କୁ ଏଥିପ୍ରତି ବହୁତ ଧ୍ୟାନ ଦେବାକୁ ହେବ । କେତେକଙ୍କ ଶରୀରରେ ଯେତେବେଳେ ମାୟା ପ୍ରବେଶ କରିଥାଏ ତେବେ କହନ୍ତି ମୁଁ ଶିବ ଅଟେ, ଅମୁକ ଅଟେ । ମାୟା ବହୁତ ସଇତାନ ଅଟେ । ବୁଦ୍ଧିମାନ ସନ୍ତାନମାନେ ଭଲ ଭାବରେ ବୁଝିଯିବେ ଯେ ଇଏ କାହାର ପ୍ରବେଶତା । ବାବାଙ୍କ ପାଇଁ ଏହି ବ୍ରହ୍ମାଙ୍କର ଶରୀର ତ ନିଧାର୍ଯ୍ୟ କରାଯାଇଛି ନା । ପୁଣି ଅନ୍ୟର କଥା ଆମେ କାହିଁକି ଶୁଣିବୁ! ଯଦି ଶୁଣୁଛ ତେବେ ବାବାଙ୍କୁ ପଚାର ଏକଥା ଠିକ୍ ଅଟେ ନା ନାହିଁ ? ବାବା ତୁରନ୍ତ ବୁଝାଇ ଦେବେ । କେତେକ ବ୍ରାହ୍ମଣୀ ମଧ୍ୟ ଏହି କଥାକୁ ବୁଝିପାରୁ ନାହାଁନ୍ତି ଯେ ଏହା କଣ । କାହା ଶରୀରରେ ତ ଏପରି ପ୍ରବେଶତା ହୋଇଥାଏ ଯେ ଚାପୁଡା ମଧ୍ୟ ମାରିଥାନ୍ତି, ଗାଳି ମଧ୍ୟ ଦେବାରେ ଲାଗିପଡନ୍ତି । ତେବେ ବାବା କଣ କେବେ କାହାକୁ ଗାଳି ଦେଇପାରିବେ । ଏହି କଥାକୁ ମଧ୍ୟ କେତେକ ସନ୍ତାନ ବୁଝିପାରୁ ନାହାଁନ୍ତି । ଫାଷ୍ଟକ୍ଳାସ ସନ୍ତାନ ମଧ୍ୟ କେଉଁଠି-କେଉଁଠି ଭୁଲିଯାଉଛନ୍ତି । ସବୁ କଥା ପଚାରିବା ଉଚିତ୍ କାହିଁକି ନା ଅନେକଙ୍କ ଶରୀରରେ ମାୟା ପ୍ରବେଶ କରିଯାଉଛି । ପୁଣି ଧ୍ୟାନରେ ଯାଇ କଣ କଣ ସବୁ କଥା କହିଥାନ୍ତି । ଏସବୁ କଥା ପ୍ରତି ମଧ୍ୟ ବହୁତ ଧ୍ୟାନ ଦେବାକୁ ହେବ । ବାବାଙ୍କୁ ସଂପୂର୍ଣ୍ଣ ସମାଚାର ଦେବାକୁ ପଡିବ । ଅମୁକ ଶରୀରରେ ମମ୍ମା ଆସୁଛନ୍ତି, ବାବା ଆସୁଛନ୍ତି ଏସବୁ କଥା ଛାଡି ବାବାଙ୍କର ଗୋଟିଏ ନିର୍ଦ୍ଦେଶ ହେଉଛି ମୋତେ ମନେ ପକାଅ । ବାବା ଏବଂ ସୃଷ୍ଟିଚକ୍ରକୁ ୟାଦ କର । ରଚୟିତା ଓ ରଚନାକୁ ଯିଏ ସ୍ମରଣ କରୁଥିବେ ତାଙ୍କର ଚେହେରା ସର୍ବଦା ହର୍ଷିତ ରହିବ । ଅନେକ ଅଛନ୍ତି ଯିଏ ସ୍ମରଣ କରୁନାହାଁନ୍ତି । କର୍ମ-ବନ୍ଧନ ବହୁତ କଡା ଅଟେ । ବିବେକ କହୁଛି ଆମକୁ ବେହଦର ବାବା ମିଳିଛନ୍ତି ଏବଂ ସେ କହୁଛନ୍ତି ଯେ ମୋତେ ୟାଦ କର । ତେବେ କାହିଁକି ଆମେ ବାବାଙ୍କୁ ୟାଦ ନ କରିବା । ଯାହା କିଛି ହେଉଛି ତେବେ ବାବାଙ୍କୁ ପଚାର । ବାବା ବୁଝାଇବେ କର୍ମଭୋଗ ତ ରହିଛି ନା । କର୍ମାତୀତ ଅବସ୍ଥା ହୋଇଗଲେ ତୁମେ ସର୍ବଦା ହର୍ଷିତ ରହିବ । ସେପର୍ଯ୍ୟନ୍ତ କିଛି ନା କିଛି କର୍ମଭୋଗ ଭୋଗିବାକୁ ହେବ । ଏକଥା ମଧ୍ୟ ଜାଣିଛ ଯେ ମିରୁଆ ମୌତ ମଲୁକା ଶିକାର ଅର୍ଥାତ୍ କାହାର ପୁଷ ମାସ କାହାର ସର୍ବନାଶ । ଦୁନିଆର ବିନାଶ ହୋଇଯିବ । ତୁମେ ଫରିସ୍ତା ହେବାକୁ ଯାଉଛ । ବାକି ଅଳ୍ପଦିନ ଏହି ଦୁନିଆରେ ଅଛ ପୁଣି ତୁମମାନଙ୍କୁ ଏହି ସ୍ଥୂଳବତନରେ ଭଲ ଲାଗିବ ନାହିଁ । ସୂକ୍ଷ୍ମବତନ ଏବଂ ମୂଳବତନ ଭଲ ଲାଗିବ । ସୁକ୍ଷ୍ମବତନବାସୀମାନଙ୍କୁ ଫରିସ୍ତା ଅର୍ଥାତ୍ ପରୀ କୁହାଯାଏ । ତୁମେ ଫରିସ୍ତା ବହୁତ ଅଳ୍ପ ସମୟ ପାଇଁ ହୋଇଥାଅ ଯେବେ କି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାଅ । ସୂକ୍ଷ୍ମବତନରେ ହାଡ ମାଂସ ନଥାଏ । ହାଡ ମାଂସ ନରହିଲେ ବାକି କଣ ରହିଲା ? କେବଳ ସୂକ୍ଷ୍ମ ଶରୀର! ଏପରି ନୁହେଁ ଯେ ନିରାକାର ହୋଇଯାଉଛନ୍ତି ନା, ସୂକ୍ଷ୍ମ ଆକାର ରହିବ । ସେଠାକାର ଭାଷା ମୁବି ଅର୍ଥାତ୍ ଈଶାରାରେ ଚାଲିବ । ଆତ୍ମା ଶବ୍ଦର ଉର୍ଦ୍ଧ୍ୱରେ ରହିବ । ତାକୁ ସଟିଲ ୱାଲର୍ଡ ଅର୍ଥାତ୍ ସୂକ୍ଷ୍ମଲୋକ କୁହାଯାଉଛି । ସୂକ୍ଷ୍ମ ଈଶାରାରେ ବାର୍ତ୍ତାଳାପ ହେବ । ଏଠାରେ ତ ବାଣୀ ରହିଛି । ଏହା ପରେ ଈଶାରାର ଦୁନିଆ ମୁବି ତାପରେ ଶାନ୍ତିର ଅର୍ଥାତ୍ ନିରବତାର ଦୁନିଆ । ଏଠାରେ କଥାବାର୍ତ୍ତା ଚାଲୁଛି । ଏହା ଡ୍ରାମାର ପୂର୍ବ ପ୍ରସ୍ତୁତ ଅଭିନୟ ଅଟେ । ସେଠାରେ ସମସ୍ତେ ସାଇଲେନ୍ସରେ ରହିବେ । ତାହା ମୁବି ଅର୍ଥାତ୍ ଈଶାରା ବା ଠାର ଏବଂ ଏଠାରେ ଟକି ଅର୍ଥାତ୍ ବାଣୀ ରହିଛି । ଏହି ତିନିଲୋକକୁ ମଧ୍ୟ ବିରଳ କେହି ୟାଦ କରୁଥିବେ । ବାବା ବୁଝାଉଛନ୍ତି ପିଲାମାନେ, ଦଣ୍ଡରୁ ମୁକ୍ତ ହେବା ପାଇଁ ଅତି କମ୍ରେ ୮ ଘଣ୍ଟା କର୍ମଯୋଗୀ ହୋଇ କର୍ମ କର, ୮ ଘଣ୍ଟା ଆରାମ କର ଏବଂ ୮ ଘଣ୍ଟା ବାବାଙ୍କୁ ୟାଦ କର । ଏହି ଅଭ୍ୟାସ ଦ୍ୱାରା ତୁମେ ପବିତ୍ର ହୋଇଯିବ । ଶୋଇବା କୌଣସି ବାବାଙ୍କର ୟାଦ ନୁହେଁ । ଏପରି ମଧ୍ୟ କେହି ନଭାବନ୍ତୁ ଯେ ବାବାଙ୍କର ଆମେ ସନ୍ତାନ ଅଟୁ ପୁଣି ୟାଦ କାହିଁକି କରିବୁ । ନାଁ, ବାବା ତ କହୁଛନ୍ତି ମୋତେ ସେଠାରେ ଅର୍ଥାତ୍ ପରମଧାମରେ ମନେ ପକାଅ । ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଯେପର୍ଯ୍ୟନ୍ତ ତୁମେ ଯୋଗବଳ ଦ୍ୱାରା ପବିତ୍ର ନ ହୋଇଛ ସେପର୍ଯ୍ୟନ୍ତ ଘରକୁ ମଧ୍ୟ ଯାଇପାରିବ ନାହିଁ । ନଚେତ୍ ପୁଣି ଦଣ୍ଡ ଭୋଗ କରି ଯିବାକୁ ହେବ । ସୂକ୍ଷ୍ମବତନ ମୂଳବତନକୁ ମଧ୍ୟ ଯିବାକୁ ହେବ ତାପରେ ସ୍ୱର୍ଗକୁ ଆସିବାକୁ ହେବ । ବାବା ବୁଝାଉଛନ୍ତି ଆଗକୁ ଗଲେ ଖବରକାଗଜରେ ମଧ୍ୟ ବାହାରିବ, ଏବେ ତ ବହୁତ ସମୟ ଅଛି । ଏତେ ବଡ ରାଜଧାନୀ ସ୍ଥାପନ ହେଉଛି । ସାଉଥ୍, ନର୍ଥ, ଇଷ୍ଟ, ୱେଷ୍ଟ, ଦକ୍ଷିଣ, ଉତ୍ତର, ପୂର୍ବ, ପଶ୍ଚିମ ଭାରତରେ କେତେ ସ୍ଥାନ ଅଛି । ଏବେ ଖବରକାଗଜ ଦ୍ୱାରା ହିଁ ଖବର ଯିବ । ବାବା କହୁଛନ୍ତି ମୋତେ ୟାଦ କଲେ ତୁମର ପାପ କଟିଯିବ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ, ମୁକ୍ତିଦାତା ଆମକୁ ଦୁଃଖରୁ ମୁକ୍ତ କର । ପିଲାମାନେ ଜାଣିଛନ୍ତି ଡ୍ରାମାର ପ୍ଲାନ ଅନୁସାରେ ବିନାଶ ମଧ୍ୟ ହେବ । ଏହି ଲଢେଇ ପରେ ପୁଣି ଶାନ୍ତି ହିଁ ଶାନ୍ତି ହେବ, ସୁଖଧାମ ହୋଇଯିବ । ସବୁ ଓଲଟ ପାଲଟ ହୋଇଯିବ । ସତ୍ୟଯୁଗରେ ଗୋଟିଏ ଧର୍ମ ହିଁ ଥାଏ । କଳିଯୁଗରେ ଅନେକ ଧର୍ମ ରହିଛି । ଏକଥା ତ ଯେ କେହି ମଧ୍ୟ ବୁଝିପାରିବ । ସବୁଠାରୁ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଯେତେବେଳେ ସୂର୍ଯ୍ୟବଂଶୀ ଥିଲେ ସେତେବେଳେ ଚନ୍ଦ୍ରବଂଶୀ ନଥିଲେ ପରେ ଚନ୍ଦ୍ରବଂଶୀ ଆସିଲେ । ପଛକୁ ଏହି ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଉଛି । ପରେ ପୁଣି ଅନ୍ୟ ଧର୍ମାବଲମ୍ବୀ ଆସୁଛନ୍ତି । ଯେପର୍ଯ୍ୟନ୍ତ ତାଙ୍କ ସଂସ୍ଥାର ବୃଦ୍ଧି ନ ହୋଇଛି ସେପର୍ଯ୍ୟନ୍ତ ଜଣାପଡିନଥାଏ । ଏବେ ତୁମେ ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ତୁମକୁ ପଚାରୁଛନ୍ତି ସିଡୀରେ କେବଳ ଭାରତବାସୀମାନଙ୍କୁ କାହିଁକି ଦେଖାଇଛନ୍ତି ? କୁହ, ଏହି ଖେଳ ଭାରତ ଉପରେ ଆଧାରିତ । ଅଧାକଳ୍ପ ଭାରତବାସୀଙ୍କର ଅଭିନୟ ରହିଛି, ବାକି ଦ୍ୱାପର, କଳିଯୁଗରେ ଅନ୍ୟ ସବୁ ଧର୍ମ ଆସୁଛନ୍ତି । ସୃଷ୍ଟିଚକ୍ର ଚିତ୍ରରେ ଏସବୁ ଜ୍ଞାନ ରହିଛି । ଗୋଲା ଚିତ୍ର ବି ବହୁତ ଫାଷ୍ଟକ୍ଲାସ୍ ଅଟେ । ସତ୍ୟଯୁଗ-ତ୍ରେତା ହେଲା ଶ୍ରେଷ୍ଠାଚାରୀ ଦୁନିଆ । ଦ୍ୱାପର-କଳିଯୁଗ ଭ୍ରଷ୍ଟାଚାରୀ ଦୁନିଆ । ଏବେ ତୁମେ ସଂଗମରେ ଅଛ । ଏହା ଜ୍ଞାନର କଥା ଅଟେ । ଏହି ୪ ଯୁଗର ଚକ୍ର କିପରି ଘୂରୁଛି ଏକଥା କେହି ଜାଣିନାହାଁନ୍ତି । ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ରହିବ । ଏମାନଙ୍କୁ ମଧ୍ୟ ଜଣାନଥାଏ ଯେ ସତ୍ୟଯୁଗ ପରେ ପୁଣି ତ୍ରେତା ହେବ, ତ୍ରେତା ପରେ ପୁଣି ଦ୍ୱାପର କଳିଯୁଗ ଆସିବ । ଏଠାରେ ମଧ୍ୟ ମନୁଷ୍ୟମାନେ ବିଲ୍କୁଲ୍ ଜାଣିନାହାଁନ୍ତି । ଯଦିଓ କହୁଛନ୍ତି କିନ୍ତୁ କିପରି ଚକ୍ର ଘୂରୁଛି ଏକଥା କେହି ଜାଣିନାହାଁନ୍ତି ସେଥିପାଇଁ ବାବା ବୁଝାଉଛନ୍ତି ଗୀତା ଉପରେ ସମସ୍ତ ଗୁରୁତ୍ୱ ଦିଅ । ସତ୍ୟ ଗୀତା ଶୁଣିବା ଦ୍ୱାରା ସ୍ୱର୍ଗବାସୀ ହୋଇଥାନ୍ତି । ଏଠାରେ ଶିବବାବା ନିଜେ ଶୁଣାଉଛନ୍ତି, ସେଠାରେ ମନୁଷ୍ୟ ପଢୁଛନ୍ତି । ଗୀତା ମଧ୍ୟ ସର୍ବ ପ୍ରଥମେ ତୁମେ ପଢୁଛ । ଭକ୍ତି ମଧ୍ୟ ପ୍ରଥମେ-ପ୍ରଥମେ ତୁମେ କରୁଛ ନା । ତୁମେ ପ୍ରଥମେ ଶିବଙ୍କର ପୂଜାରୀ ହେଉଛ । ତୁମକୁ ପ୍ରଥମେ-ପ୍ରଥମେ ଅବ୍ୟଭିଚାରୀ, ଏକମାତ୍ର ଶିବବାବାଙ୍କର ପୂଜା କରିବାକୁ ହୁଏ । ସୋମନାଥ ମନ୍ଦିର ତିଆରି କରିବାର ଶକ୍ତି ଆଉ କାହାର ନାହିଁ । ବୋର୍ଡ ଉପରେ ଅନେକ ପ୍ରକାରର କଥା ଲେଖିପାରିବ । ଏକଥା ମଧ୍ୟ ଲେଖିପାରିବ ଯେ ଭାରତବାସୀ ସତ୍ୟଗୀତା ଶୁଣିବା ଦ୍ୱାରା ସତ୍ୟଖଣ୍ଡର ମାଲିକ ହେଉଛନ୍ତି ।

ଏବେ ତୁମେ ଜାଣୁଛ ଆମେ ସତ୍ୟ ଗୀତା ଶୁଣି ସ୍ୱର୍ଗବାସୀ ହେଉଛୁ । ଯେତେବେଳେ ତୁମେ ବୁଝାଉଛ ସେତେବେଳେ କହୁଛନ୍ତି ହଁ, ବାସ୍ତବରେ ଏହା ଠିକ୍ କଥା କିନ୍ତୁ ବାହାରକୁ ଚାଲିଗଲେ ସବୁ କିଛି ଭୁଲିଯାଉଛନ୍ତି, ତୁମ କଥା ତୁମ ପାଖରେ ରହିଯାଉଛି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ରଚୟିତା ଏବଂ ରଚନାର ଜ୍ଞାନକୁ ସ୍ମରଣ କରି ସର୍ବଦା ହର୍ଷିତ ରହିବାକୁ ହେବ । ଯୋଗର ଯାତ୍ରା ଦ୍ୱାରା ନିଜର ସବୁ ପୁରୁଣା କର୍ମବନ୍ଧନକୁ ସମାପ୍ତ କରି କର୍ମାତୀତ ଅବସ୍ଥାରେ ପହଞ୍ଚିବାକୁ ହେବ ।

(୨) ଧ୍ୟାନରେ ଯିବା ବା ସାକ୍ଷାତ୍କାରରେ ମାୟାର ବହୁତ ପ୍ରବେଶତା ହୋଇଥାଏ, ସେଥିପାଇଁ ସେହି ସବୁ ଇଚ୍ଛା ଠାରୁ ଦୂରେଇ ରହିବାକୁ ହେବ । ବାବାଙ୍କୁ ନିଜର ସମସ୍ତ ସମାଚାର ଶୁଣାଇ ତାଙ୍କଠାରୁ ରାୟ ନେବାକୁ ହେବ, କୌଣସି ବି ଭୁଲ୍ କରିବାର ନାହିଁ ।

ବରଦାନ:-
ମୁରଲୀଧର ବାବାଙ୍କର ମୁରଲୀ ସହିତ ପ୍ରୀତି ରଖି ସଦା ଶକ୍ତିଶାଳୀ ଆତ୍ମା ହୁଅ ।

ଯେଉଁ ପିଲାମାନଙ୍କର ପାଠପଢା ପ୍ରତି ଅର୍ଥାତ୍ ମୁରଲୀ ପ୍ରତି ସ୍ନେହ ଅଛି ସେମାନଙ୍କୁ ସର୍ବଦା ଶକ୍ତିଶାଳୀ ଭବର ବରଦାନ ମିଳିଯାଏ, ତେଣୁ ସେମାନଙ୍କ ନିକଟରେ କୌଣସି ପ୍ରକାରର ବିଘ୍ନ ତିଷ୍ଠି ପାରେ ନାହିଁ । ମୁରଲୀଧର ବାବାଙ୍କ ସହିତ ପ୍ରୀତି ରଖିବା ଅର୍ଥ ତାଙ୍କର ମୁରଲୀ ସହିତ ପ୍ରିତି ରଖିବା । ଯଦି କେହି କହେ ଯେ ମୁରଲୀ ପ୍ରତି ମୋର ତ ବହୁତ ସ୍ନେହ ଅଛି କିନ୍ତୁ ପଢିବା ପାଇଁ ମୋତେ ସମୟ ନାହିଁ, ତେବେ ବାବା ସ୍ୱୀକାର କରିବେ ନାହିଁ କାରଣ ଯେଉଁଠି ସ୍ନେହ ଥାଏ ସେଠାରେ କୌଣସି ବି ବାହାନା ନଥାଏ । ପାଠପଢା ଏବଂ ଈଶ୍ୱରୀୟ ପରିବାରର ସ୍ନେହ ଆତ୍ମାମାନଙ୍କ ପାଇଁ ଯେପରିକି ଏକ କିଲ୍ଲା ଅର୍ଥାତ୍ ଦୁର୍ଗ ସମାନ ହୋଇଯାଏ, ଯେଉଁଠାରେ ସେମାନେ ନିରାପଦରେ ରହିଥାନ୍ତି ।

ସ୍ଲୋଗାନ:-
ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ମୋଲ୍ଡ କରି ନିଅ ଅର୍ଥାତ୍ ଖାପ ଖୁଆଇ ନିଅ ତେବେ ରିୟଲ୍ ଗୋଲ୍ଡ ଅର୍ଥାତ୍ ଖାଣ୍ଟିସୁନା ହୋଇଯିବ ।