16.04.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଯେଉଁ ଶିକ୍ଷା ଦେଉଛନ୍ତି, ସେଗୁଡିକୁ କାର୍ଯ୍ୟକାରୀ କର, ପ୍ରତିଜ୍ଞା କରିବା ପରେ ତୁମକୁ ନିଜର ବଚନରୁ ଓହରି ଯିବାର ନାହିଁ କିମ୍ବା କୌଣସି ଆଜ୍ଞାର ଉଲଘଂନ ମଧ୍ୟ କରିବାର ନାହିଁ ।

ପ୍ରଶ୍ନ:-
ତୁମ ପାଠପଢ଼ାର ସାର କଥା କଣ ? ଏବଂ ତୁମକୁ କେଉଁ ଅଭ୍ୟାସ ନିଶ୍ଚିତ କରିବାକୁ ହେବ ?

ଉତ୍ତର:-
ତୁମେ ପାଠ ପଢ଼ୁଛ ବାନପ୍ରସ୍ଥୀ ହେବା ପାଇଁ । ଏହି ପାଠପଢ଼ାର ସାରାଂଶ ହେଲା ବାଣୀରୁ ଉର୍ଦ୍ଧ୍ଵକୁ ଯିବା । ବାବା ହିଁ ସମସ୍ତଙ୍କୁ ଘରକୁ ନେଇଯିବେ । ତୁମମାନଙ୍କୁ ଘରକୁ ଯିବା ପୂର୍ବରୁ ସତ୍ତୋପ୍ରଧାନ ହେବାକୁ ପଡିବ । ସେଥିପାଇଁ ଏକାନ୍ତରେ ବସି ଦେହୀ ଅଭିମାନୀ ଅର୍ଥାତ୍ ଆତ୍ମ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ । ଅଶରୀରୀ ହେବାର ଅଭ୍ୟାସ ହିଁ ଆତ୍ମାକୁ ସତ୍ତୋପ୍ରଧାନ କରିଦେବ ।

ଓମ୍ ଶାନ୍ତି ।
ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବା ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତୋପ୍ରଧାନ ହୋଇ ବିଶ୍ୱର ମାଲିକ ହୋଇଯିବ । ପ୍ରତିକଳ୍ପ ତୁମେ ଏହିପରି ତମୋପ୍ରଧାନରୁ ସତ୍ତୋପ୍ରଧାନ ହେଉଛ ପୁଣି ୮୪ ଜନ୍ମରେ ତମୋପ୍ରଧାନ ହୋଇଯାଉଛ । ପୁଣି ବାବା ଶିକ୍ଷା ଦେଉଛନ୍ତି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଭକ୍ତିମାର୍ଗରେ ମଧ୍ୟ ତୁମେ ମନେପକାଉଥିଲ, କିନ୍ତୁ ସେ ସମୟରେ ମୋଟା ବୁଦ୍ଧିର ଜ୍ଞାନ ଥିଲା । ଏବେ ସୂକ୍ଷ୍ମବୁଦ୍ଧିର ଜ୍ଞାନ ରହିଛି । ପ୍ରତ୍ୟକ୍ଷ ରୂପେ ବାବାଙ୍କୁ ୟାଦ କରିବାକୁ ହେବ । ଏକଥା ବୁଝାଇବା ଉଚିତ୍ ଯେ ଆତ୍ମା ମଧ୍ୟ ତାରକା ପରି ଓ ବାବା ମଧ୍ୟ ତାରକା ପରି । କେବଳ ସେ ପୁର୍ନଜନ୍ମ ନେଉନାହାନ୍ତି । ତୁମେ ନେଉଛ ସେଥିପାଇଁ ତୁମକୁ ତମୋପ୍ରଧାନ ହେବାକୁ ପଡୁଛି । ପୁଣି ସତ୍ତୋପ୍ରଧାନ ହେବାପାଇଁ ମେହେନତ କରିବାକୁ ପଡିବ । ମାୟା ଘଡିକୁ ଘଡି ଭୁଲାଇଦେଉଛି । ଏବେ ଅଭୁଲ୍ ହେବାକୁ ପଡିବ, ଭୁଲ୍ କରିବା ଅନୁଚିତ୍ । ଯଦି ଭୁଲ୍ କରିବ ତେବେ ଆହୁରି ତମୋପ୍ରଧାନ ହୋଇଯିବ । ନିର୍ଦ୍ଦେଶ ମିଳୁଛି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର, ବ୍ୟାଟେରୀକୁ ଚାର୍ଜ କର ତେବେ ତୁମେ ସତ୍ତୋପ୍ରଧାନ ବିଶ୍ୱର ମାଲିକ ହୋଇଯିବ । ଶିକ୍ଷକ ତ ସମସ୍ତଙ୍କୁ ପଢ଼ାଉଛନ୍ତି । ଛାତ୍ରମାନେ କ୍ରମାନ୍ୱୟରେ ପାସ୍ କରି ପୁଣି କ୍ରମାନ୍ୱୟରେ ରୋଜଗାର କରିଥାନ୍ତି । ତୁମେ ମଧ୍ୟ କ୍ରମାନୁସାରେ ପାସ୍ ହୋଇ କ୍ରମାନୁସାରେ ପଦ ପାଉଛ । କେଉଁଠି ବିଶ୍ୱର ମାଲିକ, କେଉଁଠି ପ୍ରଜା ଦାସ ଦାସୀ । ଯେଉଁ ଛାତ୍ର ସୁପୁତ୍ର, ଆଜ୍ଞାବହ, ବିଶ୍ୱସ୍ତ, ଆଦେଶ ପାଳନ କରିଥାନ୍ତି ସେ ନିଶ୍ଚିତ ଶିକ୍ଷକଙ୍କର ମତକୁ ପାଳନ କରିବେ । ରେଜିଷ୍ଟର ଭଲ ରହିଲେ ଅଧିକ ନମ୍ବର ମିଳିଥାଏ । ସେଥିପାଇଁ ବାବା ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି ଭୁଲ୍ କରନାହିଁ । ଏପରି ଭାବନାହିଁ ଯେ କଳ୍ପ ପୂର୍ବରୁ ମଧ୍ୟ ଫେଲ୍ ହୋଇଥିଲୁ । ଅନେକଙ୍କର ମନରେ ଆସୁଛି ଆମେ ସେବା କରୁନାହୁଁ ତେଣୁ ନିଶ୍ଚିତ ଫେଲ୍ ହେବୁ । ବାବା ସାବଧାନ କରିଦେଉଛନ୍ତି । ତୁମେ ସତ୍ୟଯୁଗୀ ସତ୍ତୋପ୍ରଧାନରୁ କଳିଯୁଗୀ ତମୋପ୍ରଧାନ ହୋଇଛ । ପୁଣି ବିଶ୍ୱର ଇତିହାସ ଭୂଗୋଳ ପୁନରାବୃତ୍ତି ହେବ । ସତ୍ତୋପ୍ରଧାନ ହେବାପାଇଁ ବାବା ବହୁତ ସହଜ ରାସ୍ତା ବତାଉଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହୋଇଯିବ । ତୁମେ ନିରନ୍ତର ନିଜର ଉନ୍ନତି କରି ସତ୍ତୋପ୍ରଧାନ ହୋଇଯିବ । ଧୀରେ ଧୀରେ ଉନ୍ନତି ହେଉଛି ତେଣୁ ବାବାଙ୍କୁ ଭୁଲ ନାହିଁ । କିନ୍ତୁ ମାୟା ଭୁଲାଇଦେଉଛି । ଆଦେଶ ଅମାନ୍ୟ କରାଇଦେଉଛି । ବାବା ଯାହା ନିର୍ଦ୍ଦେଶ ଦେଉଛନ୍ତି, ତାକୁ ବୁଝୁଛନ୍ତି, ପ୍ରତିଜ୍ଞା ମଧ୍ୟ କରୁଛନ୍ତି କିନ୍ତୁ ତାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ତେଣୁ ବାବା କହୁଛନ୍ତି ଆଜ୍ଞାକୁ ଉଲଙ୍ଘନ କରି ନିଜ ବଚନରୁ ଓହରିଯାଉଛନ୍ତି । ବାବାଙ୍କ ନିକଟରେ ପ୍ରତିଜ୍ଞା କରି ତାକୁ କାର୍ଯ୍ୟକାରୀ କରାଯାଏ । ବେହଦର ବାବାଙ୍କ ପରି ଅନ୍ୟ କେହି ଶିକ୍ଷା ଦେଇପାରିବେ ନାହିଁ । ପରିବର୍ତ୍ତନ ମଧ୍ୟ ନିଶ୍ଚିତ ହେବ । ଏହି ଚିତ୍ର କେତେ ସୁନ୍ଦର । ବ୍ରହ୍ମାବଂଶୀ ଅଛ ପୁଣି ବିଷ୍ଣୁବଂଶୀ ହୋଇଯିବ । ଏହା ଈଶ୍ୱରୀୟ ଭାଷା ଏହାକୁ ମଧ୍ୟ ବୁଝିବାକୁ ହେବ । ଏହିଭଳି ଆତ୍ମିକ ଜ୍ଞାନ କେହି ଦେଉନାହାନ୍ତି । ଏକ ସଂସ୍ଥା ସ୍ଥାପିତ ହୋଇଛି ଯିଏ ତାର ନାମ ରୁହାନୀ ସଂସ୍ଥା ରଖିଛନ୍ତି । କିନ୍ତୁ ରୁହାନୀ ସଂସ୍ଥା ତୁମ ବିନା ଅନ୍ୟ କାହାର ହୋଇପାରିବ ନାହିଁ । ବହୁତ ଇମିଟେସନ୍ (ନକଲି) ହୋଇଯାଉଛି । ଏହା ନୂଆ କଥା, ତୁମର ସଂଖ୍ୟା ବହୁତ କମ୍ ଆଉ କେହି ଏକଥା ବୁଝିପାରିବେ ନାହିଁ । ସମଗ୍ର ବୃକ୍ଷ ଏବେ ଠିଆ ହୋଇଛି । ବାକି ଗଣ୍ଡି ନାହିଁ, କେବଳ ମୂଳ ଠିଆ ହୋଇଛି । ଶାଖା-ପ୍ରଶାଖା ରହିବ ନାହିଁ, ସବୁ ଶେଷ ହୋଇଯିବ । ବେହଦର ବାବା ହିଁ ଏହି ବେହଦର ଜ୍ଞାନ ଦେଉଛନ୍ତି । ବର୍ତ୍ତମାନ ସମଗ୍ର ଦୁନିଆ ଉପରେ ରାବଣ ରାଜ୍ୟ ଚାଲିଛି । ଏହା ହେଉଛି ଲଙ୍କା । ସେ ଲଙ୍କା ଅର୍ଥାତ୍ ଶ୍ରୀଲଙ୍କା ତ ସମୁଦ୍ର ଆର ପାଖରେ ଅଛି । ଏ ସ୍ଥୁଳ ଦୁନିଆ ମଧ୍ୟ ସମୁଦ୍ରରେ ଅଛି । ଚତୁର୍ଦ୍ଦିଗରେ ପାଣି ରହିଛି । ତାହା ହଦର କଥା । ବାବା ବେହଦ କଥା ଶୁଣାଉଛନ୍ତି । ଏହା ଏକମାତ୍ର ବାବା ବୁଝାଉଛନ୍ତି । ଏହା ହେଉଛି ପାଠପଢ଼ା । ଚାକିରୀ ନ ମିଳିବା ପର୍ଯ୍ୟନ୍ତ, ପାଠପଢ଼ାର ଫଳାଫଳ ନବାହାରିବା ପର୍ଯ୍ୟନ୍ତ ପାଠପଢ଼ାରେ ଲାଗି ରହିଥାନ୍ତି । ସେଥିରେ ହିଁ ବୁଦ୍ଧି ରହିଥାଏ । ଛାତ୍ରଙ୍କ କାମ ହେଉଛି ପଢ଼ା ଉପରେ ଧ୍ୟାନ ଦେବା । ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ୟାଦ କରିବାକୁ ହେବ । ଛାତ୍ରମାନଙ୍କ ବୁଦ୍ଧିରେ ଏହି ପାଠପଢ଼ା ରହିଥାଏ । ପରୀକ୍ଷା ଦିନ ବହୁତ ପରିଶ୍ରମ କରିଥାନ୍ତି ଯେପରି ଫେଲ୍ ନହୋଇଯାଉ । ଖାସ୍ ସକାଳୁ ବଗିଚାରେ ଯାଇ ପଢ଼ିଥାନ୍ତି କାହିଁକିନା ଘରେ କୋଳାହଳର ଭାଇବ୍ରେସନ୍ (ବାତାବରଣ) ବହୁତ ଖରାପ ରହିଥାଏ ।

ବାବା ବୁଝାଉଛନ୍ତି ଦେହୀ ଅଭିମାନୀ ହେବାର ଅଭ୍ୟାସ ରଖିଲେ ଭୁଲିବ ନାହିଁ । ବହୁତ ଏକାନ୍ତ ସ୍ଥାନ ରହିଛି । ଆରମ୍ଭରୁ କ୍ଲାସ୍ ସରିବା ପରେ ତୁମେ ପାହାଡ ଉପରକୁ ଚାଲିଯାଉଥିଲ । ଏବେ ଦିନକୁ ଦିନ ଜ୍ଞାନ ଗୁହ୍ୟ ହୋଇଯାଇଛି । ଛାତ୍ରମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ମନେ ରହିଥାଏ । ଏହା ହେଉଛି ବାନପ୍ରସ୍ଥ ଅବସ୍ଥାକୁ ଯିବାର ପାଠପଢ଼ା । ଜଣଙ୍କ ବ୍ୟତୀତ ଆଉ କେହି ପଢ଼ାଇପାରିବେ ନାହିଁ । ସାଧୁ ସନ୍ଥ ଆଦି ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି । ବାଣୀରୁ ଉର୍ଦ୍ଧ୍ଵକୁ ଯିବାର ରାସ୍ତା ଏକ ବାବା ହିଁ ବତାଉଛନ୍ତି । ଏକ ବାବା ହିଁ ସମସ୍ତଙ୍କୁ ଘରକୁ ନେଇଯିବେ । ବର୍ତ୍ତମାନ ତୁମର ହେଉଛି ବେହଦର ବାନପ୍ରସ୍ଥ ଅବସ୍ଥା, ଯାହାକୁ କେହି ଜାଣିନାହାନ୍ତି । ବାବା କହୁଛନ୍ତି ପିଲାମାନେ, ତୁମେ ସମସ୍ତେ ବାନପ୍ରସ୍ଥି । ସମଗ୍ର ଦୁନିଆର ବାନପ୍ରସ୍ଥ ଅବସ୍ଥା ଅଟେ । କେହି ପଢ଼ନ୍ତୁ ବା ନପଢ଼ନ୍ତୁ, ସମସ୍ତଙ୍କୁ ଘରକୁ ଯିବାକୁ ହେବ । ଯେଉଁ ଆତ୍ମାମାନେ ମୂଳବତନକୁ ଯିବେ, ସେ ନିଜ ନିଜର ବିଭାଗକୁ ଚାଲିଯିବେ । ଆତ୍ମାମାନଙ୍କର ବୃକ୍ଷ ମଧ୍ୟ ଆଶ୍ଚର୍ଯ୍ୟଜନକ ତିଆରି ହୋଇଛି । ସମଗ୍ର ଡ୍ରାମାର ଚକ୍ର ସଠିକ୍ ରୂପେ ତିଆରି ହୋଇଛି । ଟିକେ ହେଲେ ଫରକ ହୋଇପାରିବ ନାହିଁ । ଲିଭର ଓ ସିଲିଣ୍ଡର ଘଡି ଅଛି । ଲିଭର ଘଡି ବିଲକୁଲ୍ ସଠିକ୍ ରହେ, ଏଥିରେ ମଧ୍ୟ କେତେ ଜଣଙ୍କ ବୁଦ୍ଧି ଲିଭର ଅର୍ଥାତ୍ ସଠିକ୍ ରହୁଛି, କାହାର ପୁଣି ସିଲିଣ୍ଡର ଅର୍ଥାତ୍ ସାମାନ୍ୟ ସଠିକ୍ ରହୁଛି । କାହାର ବିଲକୁଲ୍ ବୁଦ୍ଧିଯୋଗ ଲାଗୁ ନାହିଁ । ଘଡି ଯେପରି ଚାଲୁନାହିଁ । ତୁମକୁ ସମ୍ପୂର୍ଣ୍ଣ ଲିଭର ଘଡି ଅର୍ଥାତ୍ ପୂର୍ଣ୍ଣ ରୂପେ ସଠିକ ହେବାକୁ ପଡିବ ତେବେ ରାଜତ୍ୱ ମିଳିବ । ସିଲିଣ୍ଡର ପ୍ରଜାରେ ଆସିବେ । ଲିଭର ହେବାପାଇଁ ପୁରୁଷାର୍ଥ କରିବାକୁ ପଡିବ । ରାଜା ପଦ ପାଇବା ପାଇଁ କୋଟିକରେ ଗୋଟିଏ କୁହାଯାଇଥାଏ । ସେ ହିଁ ବିଜୟମାଳାରେ ଗୁନ୍ଥା ହେବେ । ପିଲାମାନେ ଭାବୁଛନ୍ତି ଏଥିରେ ବାସ୍ତବରେ ମେହେନତ ଅଛି । କହୁଛନ୍ତି ବାବା ତୁମକୁ ଘଡିକୁ ଘଡି ଭୁଲିଯାଉଛୁ । ବାବା ବୁଝାଉଛନ୍ତି ପିଲାମାନେ, ଯେତେ ପହିଲମାନ୍ ହେବ ମାୟା ମଧ୍ୟ ସେତେ ଜବରଦସ୍ତ ଲଢ଼ିବ । ମଲ୍ଲଯୁଦ୍ଧ ହୋଇଥାଏ ନା । ସେଥିରେ ବହୁତ ଧ୍ୟାନ ରଖିବାକୁ ପଡିଥାଏ । ପହିଲମାନଙ୍କୁ ପହିଲମାନ ଜାଣିଥାନ୍ତି । ଏଠାରେ ମଧ୍ୟ ସେହିପରି, ମହାବୀର ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରେ ପୁଣି କ୍ରମାନ୍ୱୟରେ ରହିଛନ୍ତି । ଭଲ ଭଲ ମହାରଥୀମାନଙ୍କ ପାଇଁ ମାୟା ମଧ୍ୟ ଭଲ ଭାବରେ ତୋଫାନ ଆଣିଥାଏ । ବାବା ବୁଝାଉଛନ୍ତି ମାୟା ଯେତେ ହଇରାଣ କରୁ, ତୋଫାନ ଆଣୁ, ତୁମେ ଖବରଦାର ରୁହ । କୌଣସି କଥାରେ ହାର ନାହିଁ । ଯଦି ମନରେ ତୋଫାନ ଆସୁଛି କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କିଛି କରନାହିଁ । ତୋଫାନ ଆସୁଛି ନିମ୍ନଗାମୀ କରାଇବା ପାଇଁ । ମାୟା ସହ ଲଢ଼େଇ ନ ହେଲେ ତୁମକୁ ପହିଲମାନ୍ କିପରି କୁହାଯିବ । ମାୟାର ତୋଫାନରେ ଚିନ୍ତା କରିବା ଅନୁଚିତ୍ । କିନ୍ତୁ ଚାଲୁ ଚାଲୁ କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ତୁରନ୍ତ ପଡିଯାଆନ୍ତି । ବାବା ପ୍ରତ୍ୟହ ବୁଝାଉଛନ୍ତି କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ କରନାହିଁ । ବେକାଇଦା କାର୍ଯ୍ୟ କରିବା ନଛାଡିଲେ ପଇସାକର ପଦ ପାଇବ । ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମେ ଫେଲ୍ ହୋଇଯିବୁ । ସମସ୍ତଙ୍କୁ ତ ଯିବାକୁ ହେବ । ବାବା କହୁଛନ୍ତି ମୋତେ ମନେ ପକାଇଲେ ସେହି ସ୍ମୃତି ବିନାଶ ହେବ ନାହିଁ । କମ ମନେ ପକାଇଲେ ମଧ୍ୟ ସ୍ୱର୍ଗକୁ ଆସିଯିବ । ଅଳ୍ପ ୟାଦ କରିବା ଏବଂ ବହୁତ ୟାଦ କରିବା ଦ୍ୱାରା କଣ-କଣ ପଦ ମିଳିବ, ଏକଥା ମଧ୍ୟ ତୁମେ ଜାଣିଛ । କେହି ହେଲେ ଲୁଚି ପାରିବେ ନାହିଁ । କିଏ କଣ କଣ ହେବେ । ନିଜେ ମଧ୍ୟ ବୁଝିପାରିବେ । ଯଦି ଏବେ ଆମର ହୃଦତ ହୋଇଯାଏ ତେବେ କେଉଁ ପଦ ପାଇବୁ ? ବାବାଙ୍କୁ ମଧ୍ୟ ପଚାରିପାର । ଆଗକୁ ଗଲେ ସ୍ୱତଃ ବୁଝିଯିବ । ବିନାଶ ସମ୍ମୁଖରେ ରହିଛି, ତୋଫାନ, ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସୂଚିତ କରି ଆସିବ ନାହିଁ । ରାବଣ ତ ବସିଛି । ଏହା ବହୁତ ବଡ ପରୀକ୍ଷା । ଯିଏ ପାସ୍ ହେବେ ସେ ହିଁ ଉଚ୍ଚପଦ ପାଇବ । ରାଜାମାନେ ବୁଦ୍ଧିମାନ୍ ହେଲେ ଯାଇ ପ୍ରଜାମାନଙ୍କୁ ସମ୍ଭାଳି ପାରିବେ । ଆଇ.ସି.ଏସ୍. ପରୀକ୍ଷାରେ କମ୍ ପାସ୍ ହୋଇଥାନ୍ତି । ବାବା ତୁମକୁ ପାଠ ପଢ଼ାଇ ସ୍ୱର୍ଗର ମାଲିକ ସତ୍ତୋପ୍ରଧାନ କରାଉଛନ୍ତି । ତୁମେ ଜାଣିଛ ସତ୍ତୋପ୍ରଧାନରୁ ପୁଣି ତମୋପ୍ରଧାନ ହେଉଛ । ଏବେ ବାବାଙ୍କ ୟାଦ ଦ୍ୱାରା ସତ୍ତୋପ୍ରଧାନ ହେବାକୁ ପଡିବ । ପତିତ ପାବନ ବାବାଙ୍କୁ ୟାଦ କରିବାକୁ ହେବ । ବାବା କହୁଛନ୍ତି ମନମନାଭବ । ଏହା ସେହି ଗୀତାର ଅଧ୍ୟାୟ । ଗୀତା ଦ୍ୱିମୁକଟ ପ୍ରାପ୍ତ କରାଉଛି । ବାବା ହିଁ କରାଉଛନ୍ତି । ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଯିଏ ଭଲ ବୁଦ୍ଧିମାନ୍, ତାଙ୍କର ଭଲ ଧାରଣା ମଧ୍ୟ ହୋଇଥାଏ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରିକ୍ଲାସ୍- ୫-୧-୬୯

ପିଲାମାନେ କ୍ଲାସରେ ବସିଛ ଏବଂ ଜାଣିଛ ଯେ ଆମର ଶିକ୍ଷକ କିଏ । ଲୌକିକ ଛାତ୍ରଙ୍କୁ ସାରା ସମୟ ସ୍ମୃତିରେ ରହିଥାଏ ଯେ ଆମର ଶିକ୍ଷକ କିଏ କିନ୍ତୁ ଏଠାରେ ଭୁଲିଯାଉଛନ୍ତି । ଶିକ୍ଷକ ଜାଣିଛନ୍ତି ପିଲାମାନେ ମୋତେ ଘଡି ଘଡି ଭୁଲିଯାଉଛନ୍ତି । ଏପରି ରୁହାନୀ ବାବା କେବେ ମିଳି ନାହାନ୍ତି । କେବଳ ସଙ୍ଗମଯୁଗରେ ହିଁ ମିଳୁଛନ୍ତି । ସତ୍ୟଯୁଗରୁ ଓ କଳିଯୁଗ ପର୍ଯ୍ୟନ୍ତ ଶାରୀରିକ ପିତା ମିଳୁଛନ୍ତି । ବାବା ଏହି କଥା ମନେପକାଇଦେଉଛନ୍ତି କାରଣ ପିଲାମାନଙ୍କର ପକ୍କା ସ୍ମୃତି ରହିଯାଉ ଯେ ଏହା ହେଉଛି ସଙ୍ଗମଯୁଗ, ଯେଉଁ ସମୟରେ ଆମେ ଏତେ ପୁରୁଷୋତ୍ତମ ହେବାକୁ ଯାଉଛୁ, ତେଣୁ ବାବାଙ୍କୁ ୟାଦ କରିବା ଦ୍ୱାରା ତିନିଜଣ ମନେପଡିବା ଉଚିତ୍ । ଶିକ୍ଷକଙ୍କୁ ମନେପକାଅ ବା ଗୁରୁଙ୍କୁ ମନେ ପକାଅ ତିନିଜଣ ମନେପଡିବା ଦରକାର । ଏହା ନିଶ୍ଚିନ୍ତ ୟାଦ କରିବାକୁ ହେବ । ମୁଖ୍ୟ କଥା ହେଉଛି ପବିତ୍ର ହେବା । ପବିତ୍ରକୁ ସତ୍ତୋପ୍ରଧାନ କୁହାଯାଏ । ସେମାନେ ସତ୍ୟଯୁଗରେ ରହିବେ । ଏବେ ଚକ୍ର ଲଗାଇ ଆସିଛ । ବର୍ତ୍ତମାନ ହେଉଛି ସଙ୍ଗମଯୁଗ । କଳ୍ପ କଳ୍ପ ବାବା ଆସି ପଢ଼ାଉଛନ୍ତି । ବାବାଙ୍କ ପାଖରେ ତୁମେ ରହୁଛ ନା । ଏକଥା ମଧ୍ୟ ଜାଣିଛ ଇଏ ସତ୍ୟ ସଦଗୁରୁ ଏବଂ ନିଶ୍ଚିତ ରୂପେ ମୁକ୍ତି ଓ ଜୀବନ ମୁକ୍ତିଧାମର ରାସ୍ତା ବତାଉଛନ୍ତି । ଡ୍ରାମାର ପ୍ଲାନ୍ ଅନୁସାରେ ଆମେ ପୁରୁଷାର୍ଥ କରି ବାବାଙ୍କୁ ଅନୁସରଣ କରୁଛୁ । ଏଠାରେ ଶିକ୍ଷା ପାଇ ଅନୁସରଣ କରୁଛନ୍ତି ଯେପରି ଇଏ ଶିଖୁଛନ୍ତି ତୁମେ ମଧ୍ୟ ପୁରୁଷାର୍ଥ କରୁଛ । ଦେବତା ହେବାକୁ ହେଲେ ଶୁଦ୍ଧ କର୍ମ କରିବାକୁ ପଡିବ । କୌଣସି ପ୍ରକାର ମଇଳା ନରହୁ ଏବଂ ସବୁଠାରୁ ଖାସ୍ କଥା ହେଉଛି ବାବାଙ୍କୁ ୟାଦ କରିବା । ବୁଝୁଛନ୍ତି ମଧ୍ୟ ଯେ ବାବାଙ୍କୁ ଆମେ ଶିକ୍ଷାକୁ ଏବଂ ୟାଦର ଯାତ୍ରାକୁ ମଧ୍ୟ ଭୁଲିଯାଉଛୁ । ବାବାଙ୍କୁ ଭୁଲିବା ଦ୍ୱାରା ଜ୍ଞାନ ମଧ୍ୟ ଭୁଲିଯିବ । ମୁଁ ଏକ ଛାତ୍ର, ଏକଥା ମଧ୍ୟ ଭୁଲିଯାଉଛନ୍ତି । ତିନିଜଣଙ୍କୁ ୟାଦ କରିବା ଉଚିତ୍ । ବାବାଙ୍କୁ ୟାଦ କଲେ ଶିକ୍ଷକ, ସଦଗୁରୁ ନିଶ୍ଚୟ ମନେପଡିବେ । ଶିବବାବାଙ୍କୁ ତ ୟାଦ କରୁଛନ୍ତି କିନ୍ତୁ ତା ସହିତ ଦୈବୀଗୁଣ ମଧ୍ୟ ଆବଶ୍ୟକ । ବାବାଙ୍କ ୟାଦରେ ହିଁ କରାମତି ରହିଛି । ଯେତିକି କରାମତି ବାବା ପିଲାମାନଙ୍କୁ ଶିଖାଉଛନ୍ତି ସେତିକି ଅନ୍ୟ କେହି ଶିଖାଇପାରିବେ ନାହିଁ । ତମୋପ୍ରଧାନରୁ ଆମେ ଏହି ଜନ୍ମରେ ସତ୍ତୋପ୍ରଧାନ ହେଉଛୁ । ତମୋପ୍ରଧାନ ହେବାରେ ପୁରା କଳ୍ପ ଲାଗୁଛି । ଏବେ ଗୋଟିଏ ଜନ୍ମରେ ସତ୍ତୋପ୍ରଧାନ ହେବାକୁ ପଡିବ, ଏଥିରେ ଯିଏ ନିଜ ପାଇଁ ଯେତିକି ମେହେନତ କରିବ । ସାରା ଦୁନିଆ ତ ମହେନତ କରୁ ନାହିଁ । ଅନ୍ୟ ଧର୍ମାବଲମ୍ବୀ ମଧ୍ୟ ମେହେନତ କରିବେ ନାହିଁ । ପିଲାମାନେ ସାକ୍ଷାତ୍କାର କରିଛନ୍ତି । ଧର୍ମସ୍ଥାପକ ଆସୁଛନ୍ତି, ଅମୁକ ଅମୁକ ପୋଷାକ ଧାରଣ କରି ଅଭିନୟ କରୁଛନ୍ତି । ତମୋପ୍ରଧାନ ସମୟରେ ସେମାନେ ଆସୁଛନ୍ତି । ବୁଦ୍ଧି ମଧ୍ୟ କହୁଛି ଯେପରି ଆମେ ସତ୍ତୋପ୍ରଧାନ ହେଉଛୁ ଅନ୍ୟ ସମସ୍ତେ ମଧ୍ୟ ସତ୍ତୋପ୍ରଧାନ ହେବେ । ପବିତ୍ରତାର ଦାନ ବାବାଙ୍କଠାରୁ ନେବେ । ସମସ୍ତେ ଡାକୁଛନ୍ତି ଆମକୁ ଏଠାରୁ ମୁକ୍ତ କରାଇ ଘରକୁ ନେଇଚାଲ । ଗାଇଡ୍ ହୁଅ । ଡ୍ରାମା ପ୍ଲାନ୍ ଅନୁସାରେ ସମସ୍ତଙ୍କୁ ଘରକୁ ଯିବାକୁ ହେବ । ଅନେକଥର ଘରକୁ ଯାଇଛ । କେହି ସମ୍ପୂର୍ଣ୍ଣ ୫୦୦୦ ବର୍ଷ ଘରେ ରହୁନାହାନ୍ତି । କେହି ପୁଣି ୫୦୦୦ବର୍ଷ ରହୁଛନ୍ତି । ଶେଷ ସମୟରେ ଆସିଲେ କହିବେ ୪୯୯୯ ବର୍ଷ ଶାନ୍ତିଧାମରେ ରହିଛୁ । ଆମେ କହୁଛୁ ୪୯୯୯ ବର୍ଷ ଏହି ସୃଷ୍ଟି ଉପରେ ରହିଛୁ । ପିଲାମାନଙ୍କର ନିଶ୍ଚୟ ରହିଛି ଯେ ଆମେ ୮୩-୮୪ ଜନ୍ମ ନେଉଛୁ । ଯିଏ ବହୁତ ହୁସିଆର ହୋଇଥିବେ ସେ ନିଶ୍ଚିତ ପ୍ରଥମେ ଆସିବେ । ଆଚ୍ଛା ମିଠା ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ସ୍ନେହଭରା ସ୍ମୃତି ଏବଂ ଶୁଭ ରାତ୍ରି ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସତ୍ତୋପ୍ରଧାନ ହେବାପାଇଁ ଯୋଗର ଯାତ୍ରା ଦ୍ୱାରା ନିଜର ବ୍ୟାଟେରୀକୁ ଚାର୍ଜ କରିବାକୁ ହେବ । ଅଭୁଲ୍ ହେବାକୁ ପଡିବ । ନିଜର ରେଜିଷ୍ଟର ଅର୍ଥାତ୍ ଚରିତ୍ର ଭଲ ରଖିବାକୁ ହେବ । କୌଣସି ଭୁଲ୍ କରିବା ଉଚିତ୍ ନୁହେଁ ।

(୨) କୌଣସି ବେନିୟମ କର୍ମ କରିବାର ନାହିଁ, ମାୟାର ତୋଫାନକୁ ଖାତିର ନକରି, କର୍ମେନ୍ଦ୍ରିୟ ଜିତ୍ ହେବାକୁ ପଡିବ । ଲିଭର ଘଡି ଭଳି ଆକ୍ୟୁରେଟ୍ (ସଠିକ୍) ପୁରୁଷାର୍ଥ କରିବାକୁ ହେବ ।


ବରଦାନ:-
ସମ୍ବନ୍ଧ ଏବଂ ପ୍ରାପ୍ତିର ସୃତି ଦ୍ୱାରା ସଦା ସର୍ବଦା ଖୁସିରେ ରହୁଥିବା ସହଜଯୋଗୀ ହୁଅ ।

ସହଜଯୋଗର ଆଧାର ହେଲା ସମ୍ବନ୍ଧ ଏବଂ ପ୍ରାପ୍ତି । ସମ୍ବନ୍ଧ ଆଧାରରେ ସ୍ନେହ ଉତ୍ପନ୍ନ ହୋଇଥାଏ ଏବଂ ଯେଉଁଠାରେ ପ୍ରାପ୍ତି ହେଉଥାଏ ମନ-ବୁଦ୍ଧି ସହଜରେ ସେଠାକୁ ଚାଲିଯାଏ । ତେଣୁ ସମ୍ବନ୍ଧରେ ମୋର ପଣିଆ ଅଧିକାରର ସହିତ ମନେ ପକାଅ, ହୃଦୟର ସହିତ କୁହ ମୋର ବାବା ଏବଂ ବାବାଙ୍କ ଦ୍ୱାରା ଯେଉଁ ସବୁ ଶକ୍ତିର, ଜ୍ଞାନର, ଗୁଣର, ସୁଖ-ଶାନ୍ତିର, ଆନନ୍ଦର, ପ୍ରେମର ସମ୍ପତ୍ତି ମିଳିଛି ସେଗୁଡିକୁ ସ୍ମୃତିରେ ଜାଗ୍ରତ କର, ଏହା ଦ୍ୱାରା ମନ ଭିତରେ ବହୁତ ଖୁସି ରହିବ ଏବଂ ସହଜଯୋଗୀ ମଧ୍ୟ ହୋଇଯିବ ।

ସ୍ଲୋଗାନ:-
ଦୈହିକ ସ୍ମୃତିଠାରୁ ମୁକ୍ତ ହୁଅ ତେବେ ଅନ୍ୟ ସମସ୍ତ ବନ୍ଧନ ଆପେ ଆପେ ସମାପ୍ତ ହୋଇଯିବ ।