16.05.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବର୍ତ୍ତମାନ ଡ୍ରାମାର ଚକ୍ର ଶେଷ ହେବାକୁ ଯାଉଛି, ତୁମକୁ କ୍ଷୀରଖଣ୍ଡ ଭଳି ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ନୂଆ ଦୁନିଆକୁ ଆସିବାକୁ ହେବ, ସେଠାରେ ସମସ୍ତେ କ୍ଷୀରଖଣ୍ଡ, ଏଠାରେ ସମସ୍ତେ ଲୁଣପାଣି ଅର୍ଥାତ୍ ବିକାରୀ ।

ପ୍ରଶ୍ନ:-
ତୁମେ ତ୍ରିନେତ୍ରୀ ସନ୍ତାନମାନେ କେଉଁ ଜ୍ଞାନକୁ ଜାଣି ତ୍ରିକାଳଦର୍ଶୀ ହୋଇଯାଇଛ ?

ଉତ୍ତର:-
ତୁମମାନଙ୍କୁ ବର୍ତ୍ତମାନ ସାରା ବିଶ୍ୱର ଇତିହାସ-ଭୂଗୋଳର ଜ୍ଞାନ ମିଳିଛି, ସତ୍ୟଯୁଗରୁ ନେଇ କଳିଯୁଗର ଶେଷ ପର୍ଯ୍ୟନ୍ତ ଇତିହାସ-ଭୂଗୋଳକୁ ତୁମେମାନେ ଜାଣିଛ । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି । ସବୁ ସଂସ୍କାର ଆତ୍ମାରେ ହିଁ ରହୁଛି । ବର୍ତ୍ତମାନ ବାବା କହୁଛନ୍ତି ପିଲାମାନେ ନାମ ରୂପର ଆକର୍ଷଣ ଠାରୁ ଦୂରେଇ ରୁହ । ନିଜକୁ ଅଶରୀରୀ ଆତ୍ମା ମନେ କର ।

ଗୀତ:-
ଧୀରଜ ଧର ମନୁଆ (ଧୈର୍ଯ୍ୟ ଧର ମାନବ)...

ଓମ୍ ଶାନ୍ତି ।
କଳ୍ପ କଳ୍ପ ପିଲାମାନଙ୍କୁ କୁହାଯାଇଛି ଏବଂ ପିଲାମାନେ ଜାଣିଛନ୍ତି, ମନ କହୁଛି ଯେତେ ଶୀଘ୍ର ସତ୍ୟଯୁଗ ଆସିବ ସେତେ ଶୀଘ୍ର ଦୁଃଖରୁ ମୁକ୍ତି ମିଳିଯିବ । କିନ୍ତୁ ଡ୍ରାମା ବହୁତ ଧିରେ ଧିରେ ଗତି କରୁଛି । ବାବା ଧୈର୍ଯ୍ୟ ଦେଉଛନ୍ତି ଯେ ବାକି ଅଳ୍ପ ଦିନ ଅଛି । ବଡ ବଡ ବିଦ୍ୱାନ-ପଣ୍ଡିତମାନଙ୍କ ଦ୍ୱାରା ମଧ୍ୟ ବାଣୀ ଶୁଣିବାକୁ ମିଳିବ ଯେ ଦୁନିଆ ବଦଳିଯିବ । ପୋପଙ୍କ ଭଳି ବଡ ବଡ ବିଦ୍ୱାନ ଲୋକ ମଧ୍ୟ କହୁଛନ୍ତି ଯେ ଦୁନିଆ ବଦଳିବାର ଅଛି । ଆଚ୍ଛା ପୁଣି ଶାନ୍ତି କିପରି ହେବ ? ଏହି ସମୟରେ ସବୁ ଲୁଣ-ପାଣି ଅର୍ଥାତ୍ ମତଭେଦରେ ଅଛନ୍ତି । ଏବେ ଆମେ କ୍ଷୀରଖଣ୍ଡ ଅର୍ଥାତ୍ ଏକମତ ହେଉଛେ । ସେପଟରେ ଅର୍ଥାତ୍ ବିଦେଶରେ ଦିନକୁ ଦିନ ଲୁଣପାଣି ଅର୍ଥାତ୍ ନକରାତ୍ମକ ହୋଇ ଚାଲିଛନ୍ତି । ପରସ୍ପର ମଧ୍ୟରେ ଲଢେଇ ଝଗଡା କରି ବିନାଶକୁ ପ୍ରାପ୍ତ କରିବେ । ସେଥିପାଇଁ ପ୍ରସ୍ତୁତି ଚାଲିଛି । ଏହି ଡ୍ରାମାର ଚକ୍ର ଏବେ ପୂର୍ଣ୍ଣ ହେଉଛି । ପୁରୁଣା ଦୁନିଆ ଶେଷ ହେଉଛି । ନୂଆ ଦୁନିଆର ସ୍ଥାପନା ହେଉଛି । ନୂଆ ଦୁନିଆରୁ ପୁରୁଣା, ପୁରୁଣାରୁ ନୂଆ ଦୁନିଆ ପୁଣି ହେବ । ଏହାକୁ ଦୁନିଆର ଚକ୍ର କୁହାଯାଇଛି, ଯାହା ପୁଣି ପୁନରାବୃତ୍ତି ହେଉଛି । ଏପରି ନୁହେଁ, ଲକ୍ଷ ଲକ୍ଷ ବର୍ଷ ପରେ ପୁରୁଣା ଦୁନିଆ ନୂଆ ହେବ, ତୁମେ ପିଲାମାନେ ଭଲ ଭାବରେ ଜାଣିଯାଇଛ, ଭକ୍ତି ସଂପୂର୍ଣ୍ଣ ଅଲଗା ଅଟେ । ଭକ୍ତିର ସଂଯୋଗ ରାବଣ ସାଥୀରେ ରହିଛି । ଜ୍ଞାନର ସଂଯୋଗ ରାମଙ୍କ ସାଥିରେ ଅଛି । ଏହିକଥା ତୁମେ ଏବେ ବୁଝିପାରିଛ । ଏବେ ବାବାଙ୍କୁ ଡାକିଥାନ୍ତି ମଧ୍ୟ ହେ ପତିତପାବନ ଆସ, ଆସି ନୂଆ ଦୁନିଆ ସ୍ଥାପନ କର । ନୂଆ ଦୁନିଆରେ ନିଶ୍ଚିତ ରୂପେ ସୁଖ ମିଳିଥାଏ । ଏବେ ସବୁ ପିଲାମାନେ ଜାଣି ଗଲେ ଯେ ଏବେ ଘରକୁ ଯିବା । ଏହି ନାଟକ ଶେଷ ହେବାକୁ ଯାଉଛି । ଆମେ ପୁନର୍ବାର ସତ୍ୟଯୁଗକୁ ଯିବା । ପୁଣି ୮୪ ଜନ୍ମର ଚକ୍ରରେ ଆସିବା । ସ୍ୱ (ନିଜେ) ଆତ୍ମାକୁ ସୃଷ୍ଟିଚକ୍ରର ଦର୍ଶନ ହୋଇଥାଏ ଅର୍ଥାତ୍ ସୃଷ୍ଟିଚକ୍ରର ଜ୍ଞାନ ମିଳିଥାଏ ଯାହାକୁ ଜ୍ଞାନର ତୃତୀୟ ନେତ୍ର କୁହାଯାଏ, ତେଣୁ ଆତ୍ମା ତିନେତ୍ରୀ ହୋଇଯାଏ । ଏବେ କେବଳ ତୁମେମାନେ ହିଁ ତ୍ରିନେତ୍ରୀ ଅଟ ଏବଂ ଆଉ ସବୁ ମନୁଷ୍ୟଙ୍କର କେବଳ ଏହି ସ୍ଥୂଳ ଚକ୍ଷୁ ଅଛି । ଜ୍ଞାନର ନେତ୍ର କାହାର ମଧ୍ୟ ନାହିଁ । ତ୍ରିନେତ୍ରୀ ହେଲେ ତେବେ ଯାଇ ତ୍ରିକାଳଦର୍ଶୀ ହୋଇପାରିବ କାହିଁକି ନା ଆତ୍ମାକୁ ଜ୍ଞାନ ମିଳିଥାଏ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଏକ ଶରୀର ନେଇଥାଏ । ସଂସ୍କାର ଆତ୍ମାରେ ରହିଥାଏ । ଆତ୍ମା ଅବିନାଶୀ ଅଟେ । ଏବେ ବାବା କହୁଛନ୍ତି ନାମ ରୂପଠାରୁ ଦୂରେଇ ରୁହ । ନିଜକୁ ଅଶରୀର ଆତ୍ମା ଭାବ । ଦେହଭାବ ନାହିଁ । ଏହା ମଧ୍ୟ ଜାଣୁଛ ଯେ ଆମେ ଅଧାକଳ୍ପରୁ ପରମାତ୍ମାଙ୍କୁ ମନେ ପକାଇ ଆସିଛେ ଏଠି ଯେତେବେଳେ ବେଶୀ ଦୁଃଖ ହୋଇଥାଏ ସେତେବେଳେ ବେଶୀ ମନେ ପକାଇଥାନ୍ତି, ଏବେ କେତେ ଦୁଃଖ । ପୂର୍ବେ ଏତେ ଦୁଃଖ ନଥିଲା ଯେବେଠାରୁ ବିଭିନ୍ନ ଧର୍ମବଲମ୍ବୀ ଆସିଲେ ସେହିଦିନ ଠାରୁ ଏହି ରାଜାମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢେଇ କଲେ । ଅଲଗା ଅଲଗା ହୋଇଗଲେ । ସତ୍ୟଯୁଗରେ ତ ଗୋଟିଏ ରାଜ୍ୟ ଥିଲା । ଏବେ ସତ୍ୟଯୁଗ ଠାରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ଇତିହାସ ଭୂଗୋଳକୁ ବୁଝୁଛେ । ସତ୍ୟଯୁଗ-ତ୍ରେତୟାରେ ହିଁ ଏକ ରାଜ୍ୟ ଥିଲା । ଏପରି ଗୋଟିଏ ରାଜଧାନୀ ଅନ୍ୟ କୌଣସି ଧର୍ମର ହୋଇନଥାଏ । ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଦେଖ ଭାଗ ଭାଗ ହୋଇଯାଇଛନ୍ତି, ସତ୍ୟଯୁଗରେ ତ ସମଗ୍ର ବିଶ୍ୱ ଜଣଙ୍କ ହାତରେ ରହିଥାଏ । ତାହା କେବଳ ସତ୍ୟଯୁଗ-ତ୍ରେତୟାରେ ହିଁ ହୋଇଥାଏ । ଏହି ବେହଦର ଇତିହାସ-ଭୂଗୋଳ ଏବେ ତୁମ ବୁଦ୍ଧିରେ ଅଛି । ଆଉ କୌଣସି ସତସଙ୍ଗରେ ଇତିହାସ-ଭୂଗୋଳ କଥା ଶୁଣିଯାଇନଥାଏ । ସେଠି ତ ରାମାୟଣ, ମହାଭାରତ ଆଦି ଶୁଣିଥାନ୍ତି । ଏଠାରେ ସେକଥା ଶୁଣାଯାଉନାହିଁ । ଏଠାରେ ବିଶ୍ୱର ଇତିହାସ-ଭୂଗୋଳ ବିଷୟରେ ଜ୍ଞାନ ଦିଆଯାଉଛି । ତୁମର ବୁଦ୍ଧିରେ ଅଛି ଯେ ଉଚ୍ଚରୁ ଉଚ୍ଚ ଆମର ବାବା ଅଟନ୍ତି । ବାବାଙ୍କୁ ଅନ୍ତରରୁ ଧନ୍ୟବାଦ, ଯିଏ ଆମକୁ ସଂମ୍ପୂର୍ଣ୍ଣ ଜ୍ଞାନ ଶୁଣାଇଲେ । ଗୋଟିଏ ପଟେ ଆତ୍ମାମାନଙ୍କର ବୃକ୍ଷ ଅନ୍ୟଟି ହେଲା ମନୁଷ୍ୟମାନଙ୍କର ବୃକ୍ଷ । ମନୁଷ୍ୟମାନଙ୍କ ବୃକ୍ଷର ଉପରେ କିଏ ଅଛନ୍ତି ? ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ବ୍ରହ୍ମାଙ୍କୁ ହିଁ କହିବେ । ଏହା ଜାଣିଥାନ୍ତି ଯେ ବ୍ରହ୍ମା ମୁଖ୍ୟ ଅଟନ୍ତି ପରନ୍ତୁ ବ୍ରହ୍ମାଙ୍କ ଜୀବନ ସହିତ କଣ ଇତିହାସ-ଭୂଗୋଳ ରହିଛି, ଏହା କେହି ଜାଣି ନଥାନ୍ତି । ଏବେ ତୁମ ବୁଦ୍ଧିରେ ଅଛି ଉଚ୍ଚରୁ ଉଚ୍ଚ ପିତା ରହିଥାନ୍ତି ମଧ୍ୟ ପରମଧାମରେ । ପୁଣି ସୂକ୍ଷ୍ମବତନର କଥା ମଧ୍ୟ ତୁମକୁ ଜଣା ଅଛି । ମନୁଷ୍ୟ ହିଁ ଫରିସ୍ତା ହୋଇଥାନ୍ତି, ଏଣୁ ସୂକ୍ଷ୍ମବତନ ଦର୍ଶାଯାଇଛି । ତୁମେ ଆତ୍ମାମାନେ ହିଁ ଯାଇଥାଅ, ଶରୀର ତ ସୂକ୍ଷ୍ମବତନକୁ ଯିବ ନାହିଁ । ଆତ୍ମା କିପରି ଯାଇଥାଏ ଯେଉଁ ମାଧ୍ୟମରେ ଅନୁଭବ କରାଯାଏ ତାକୁ କୁହାଯାଏ ତୃତୀୟ ନେତ୍ର, ଦିବ୍ୟଦୃଷ୍ଟି । ତୁମେ ଧ୍ୟାନରେ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଦେଖିଥାଅ । ମନୁଷ୍ୟ ଦେଖାଇଥାନ୍ତି ଯେ ଶଙ୍କରଙ୍କର ଆଖି ଖୋଲିଲେ ବିନାଶ ହୋଇଥାଏ । ଏବେ ଏହା ଦ୍ୱାରା କେହି ବୁଝିପାରିବେ ନାହିଁ । ଏବେ ତୁମେ ଜାଣୁଛ ଯେ ବିନାଶ ତ ଡ୍ରାମାନୁସାରେ ହିଁ ହେବ । ପରସ୍ପର ମଧ୍ୟରେ ଲଢେଇ କରି ବିନାଶ ହୋଇଯିବେ । ବାକି ଶଙ୍କର କଣ କରିଥାନ୍ତି । ଏହା ଡ୍ରାମାନୁସାରେ ନାମ ରଖି ଦେଇଛନ୍ତି । ତେଣୁ ବୁଝାଇବାକୁ ପଡିଥାଏ ଯେ ବ୍ରହ୍ମା-ବିଷ୍ଣୁ-ଶଙ୍କର ତିନି ଜଣ ଅଟନ୍ତି । ସ୍ଥାପନା ପାଇଁ ବ୍ରହ୍ମାଙ୍କୁ ରଖାଯାଇଛି ପାଳନା ପାଇଁ ବିଷ୍ଣୁଙ୍କୁ, ବିନାଶ ପାଇଁ ଶଙ୍କରଙ୍କୁ ରଖି ଦିଆଯାଇଛି । ବାସ୍ତବରେ ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା ଅଟେ । ଶଙ୍କରଙ୍କର ପାର୍ଟ କିଛି ବି ନାହିଁ । ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ ତ ସବୁ କଳ୍ପରେ ଅଛି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ବ୍ରହ୍ମାଙ୍କର ୮୪ ଜନ୍ମ ପୂର୍ଣ୍ଣ ହୋଇଛି ତ ବିଷ୍ଣୁଙ୍କର ମଧ୍ୟ ପୂର୍ଣ୍ଣ ହୋଇଛି । ଶଙ୍କର ତ ଜନ୍ମ ମରଣ ଠାରୁ ଭିନ୍ନ ଅଟନ୍ତି ଏଣୁ ଶିବ ଓ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି । ବାସ୍ତବରେ ଶିବବାବାଙ୍କର ତ ବହୁତ ପାର୍ଟ ରହିଛି, ସେ ଆତ୍ମାମାନଙ୍କୁ ପାଠ ପଢାଇଥାନ୍ତି ।

ଭଗବାନଙ୍କୁ କୁହାଯାଉଛି ଜ୍ଞାନର ସାଗର । ଯଦି ସେ ପ୍ରେରଣାରେ କାର୍ଯ୍ୟ କରିଥାନ୍ତେ ତେବେ ସୃଷ୍ଟି ଚକ୍ରର ଜ୍ଞାନ କିପରି ଦେଇଥାନ୍ତେ! ତେଣୁ ବାବା କହୁଛନ୍ତି ପିଲାମାନେ ପ୍ରେରଣାର ତ କୌଣସି କଥା ନାହିଁ । ବାବାଙ୍କୁ ତ ଆସିବାକୁ ପଡିଥାଏ । ବାବା କହୁଛନ୍ତି ପିଲାମାନେ, ମୋ ମଧ୍ୟରେ ସୃଷ୍ଟି ଚକ୍ରର ଜ୍ଞାନ ରହିଛି । ମୋତେ ଏହି ପାର୍ଟ ମିଳିଛି ଏଣୁ ମୋତେ ହିଁ ଜ୍ଞାନର ସାଗର ନଲେଜଫୁଲ୍ କହିଥାନ୍ତି ନଲେଜ ଅର୍ଥାତ୍ ଜ୍ଞାନ କାହାକୁ କୁହାଯାଏ, ତାହା ତ ଯେବେ ମିଳିଲା ତେବେ ଜଣା ପଡିଲା । ଯେବେ ଜ୍ଞାନ ମିଳିନଥିଲା ତେବେ ଅର୍ଥ କିପରି ଜଣାପଡିବ । ଆଗେ ତୁମେ ମଧ୍ୟ କହୁଥିଲ ଈଶ୍ୱର ପ୍ରେରଣା ଦେଇଥାନ୍ତି । ସେ ସବୁ କିଛି ଜାଣୁଛନ୍ତି । ଆମେ ଯେଉଁ ପାପ କରୁଛୁ, ଈଶ୍ୱର ଦେଖୁଛନ୍ତି । ବାବା କହୁଛନ୍ତି ଏହି ଧନ୍ଦା ମୁଁ କରିନଥାଏ । ଏମାନେ ତ ଯେପରି କର୍ମ କରିଥାନ୍ତି ତାହାର ଦଣ୍ଡ ନିଜେ ହିଁ ଭୋଗିଥାନ୍ତି, ମୁଁ କାହାକୁ ଦଣ୍ଡ ଦେଇନଥାଏ । ନା କୌଣସି ପ୍ରେରଣା ଦ୍ୱାରା ଦଣ୍ଡ ଦେବି । ଯଦି ମୁଁ ପ୍ରେରଣାରେ କରିବି ଅର୍ଥାତ୍ ମୁଁ ହିଁ ଦଣ୍ଡ ଦେଉଛି । କାହାକୁ ଯଦି ମାରିବା ପାଇଁ କହିବ, ତେବେ ଏହା ମଧ୍ୟ ଦୋଷ ଅଟେ । କହିଲାବାଲାର ମଧ୍ୟ ଦୋଷ ହେବ । ଶଙ୍କର ପ୍ରେରଣା ଦେବେ ତ ସେ ମଧ୍ୟ ଦୋଷି ହେବେ । ବାବା କହୁଛନ୍ତି ମୁଁ ତ ତୁମ ପିଲାମାନଙ୍କର ସୁଖଦାତା ଅଟେ । ତୁମେ ମୋର ମହିମା କରିଥାଅ ବାବା ଆସି ଦୁଃଖ ହରଣ କର । ମୁଁ କଣ ଦୁଃଖ ଦେଉଛି ।

ତୁମେ ପିଲାମାନେ ବାବାଙ୍କ ସମ୍ମୁଖରେ ବସିଛ ତେଣୁ କେତେ ଖୁସି ହେବା ଦରକାର । ଏଠାରେ ପ୍ରତ୍ୟକ୍ଷତାର ଆଭାସ ଆସିଥାଏ । ବାବା ଆମକୁ ପଢାଉଛନ୍ତି । ଏହାକୁ ମେଳା କୁହାଯାଉଛି । ସେବାସ୍ଥାନକୁ ତୁମେ ଯାଉଛ ସେଠାରେ କୌଣସି ଆତ୍ମା, ପରମାତ୍ମାଙ୍କର ମିଳନ ହେଉଛି ବୋଲି କହିପାରିବ ନାହିଁ । ଆତ୍ମା ପରମାତ୍ମାଙ୍କର ମେଳା ଏଠାରେ ଅର୍ଥାତ୍ ମଧୂବନରେ ଲାଗିଥାଏ । ଏହା ମଧ୍ୟ ତୁମେ ଜାଣୁଛ ଯେ ଏବେ ମେଳା ଲାଗିଛି । ବାବା ପିଲାମାନଙ୍କ ଗହଣରେ ଆସିଛନ୍ତି । ଆତ୍ମାମାନେ ସବୁ ଏଠାରେ ଅଛନ୍ତି । ଆତ୍ମା ହିଁ ମନେ ପକାଉଛି ଯେ ବାବା ଆସିଛନ୍ତି । ଏହା ସବୁଠାରୁ ଶ୍ରେଷ୍ଠମେଳା ଅଟେ । ବାବା ଆସି ସବୁ ଆତ୍ମାମାନଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି । ଏହି ମିଳନ ମେଳା କେତେ ସୁଖଦାୟୀ, ଯାହାଦ୍ୱାରା ମନୁଷ୍ୟ ପାରସ ବୁଦ୍ଧି ହୋଇଥାନ୍ତି । ସେ ମେଳାମାନଙ୍କରେ ତ ମନୁଷ୍ୟ ମଇଳା ହୋଇଯାଇଥାନ୍ତି । ପଇସା ବରବାଦ କରିଥାନ୍ତି, କିନ୍ତୁ କିଛି ମିଳିନଥାଏ । ତାକୁ ମାୟାବୀ, ଆସୁରୀ ମେଳା କୁହାଯିବ । ଏହା ଅଟେ ଈଶ୍ୱରୀୟ ମେଳା । ରାତି-ଦିନର ପାର୍ଥକ୍ୟ ଅଟେ । ତୁମେ ମଧ୍ୟ ଆସୁରୀ ମେଳାରେ ଥିଲ । ବର୍ତ୍ତମାନ ଅଛ ଈଶ୍ୱରୀୟ ମେଳାରେ । ତୁମେ ହିଁ ଜାଣୁଛ ବାବା ଆସିଛନ୍ତି । ସମସ୍ତେ ଜାଣିଯିବେ ତ ଜଣାନାହିଁ କେତେ ଭିଡ଼ ହୋଇଯିବ । ଏତେ ଘର ରହିବା ପାଇଁ କେଉଁଠୁ ଆଣିବା! ପରେ ଗାୟନ କରିଥାନ୍ତି ନା ହେ ପ୍ରଭୁ ତୋର ଲୀଳା । କେଉଁ ଲୀଳା ? ସୃଷ୍ଟି ପରିବର୍ତ୍ତନର ଲୀଳା । ଏହା ସବୁଠାରୁ ବଡ ଲୀଳା ଅଟେ । ପୁରୁଣା ଦୁନିଆ ଶେଷ ହେବାପୂର୍ବରୁ ନୂଆ ଦୁନିଆର ସ୍ଥାପନା ହୋଇଥାଏ ଏଣୁ ସବୁବେଳେ ଯାହାକୁ ବି ବୁଝାଅ ତେବେ ପ୍ରଥମେ ସ୍ଥାପନା, ବିନାଶ ପୁଣି ପାଳନା ଏହି କ୍ରମରେ କହିବାକୁ ହେବ । ଯେବେ ସ୍ଥାପନା ଶେଷ ହୋଇଥାଏ ତେବେ ପୁଣି ବିନାଶ ଆରମ୍ଭ ହୋଇଥାଏ, ପୁଣି ପାଳନା ହେବ । ତେଣୁ ତୁମ ପିଲାମାନଙ୍କୁ ଏହି ଖୁସୀ ରହୁଛି ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ ଅଟୁ । ପୁଣି ଆମେ ଚକ୍ରବ୍ରର୍ତ୍ତୀ ରାଜା ହେଉଛୁ । ଏହା କାହାକୁ ଜଣାନାହିଁ ଏହି ଦେବତାମାନଙ୍କର ରାଜ୍ୟ କେଉଁ ଆଡ଼େ ଗଲା । ନାମ-ନିଶାନ (ଚିହ୍ନ) ହଜି ଗଲାଣି । ଦେବତା ବଦଳରେ ନିଜକୁ ହିନ୍ଦୁ କହିଦେଉଛନ୍ତି । ଯେଉଁମାନେ ହିନ୍ଦୁସ୍ଥାନରେ ରହୁଛନ୍ତି ସେମାନେ ହିନ୍ଦୁ ଅଟନ୍ତି । ଲକ୍ଷ୍ମୀ ନାରାୟଣଙ୍କୁ ତ ଏପରି କେବେ କହିବେ ନାହିଁ । ତାଙ୍କୁ ତ ଦେବତା କୁହାଯାଇଛି । ଏବେ ଏହି ମେଳାକୁ ଡ଼୍ରାମାନୁସାରେ ତୁମେ ଆସିଛ । ଏହା ଡ଼୍ରାମାରେ ନିର୍ଦ୍ଧାରିତ ଅଟେ । ଧୀରେ ଧୀରେ ତୁମର ସଂଖ୍ୟା ବଢି ଚାଲିବ । ତୁମର ଯାହା କିଛି ପାର୍ଟ ଚାଲୁଛି ପୁଣି କଳ୍ପପରେ ଚାଲିବ । ଏହି ଚକ୍ର ପୁନରାବୃତ୍ତି ହୋଇଥାଏ । ପୁନଃ ରାବଣ ରାଜ୍ୟରେ ଆସୁରୀ ପାଳନା ହେବ । ତୁମେ ଏବେ ଈଶ୍ୱରୀୟ ସନ୍ତାନ ଅଟ ପୁଣି ଦୈବୀ ସନ୍ତାନ ପୁଣି କ୍ଷତ୍ରୀୟ ହେବ । ତୁମେ ଯେଉଁ ଅପବିତ୍ର ପ୍ରବୃତ୍ତିମାର୍ଗୀ ହୋଇ ଯାଇଥିଲ ଏବେ ପୁଣି ପବିତ୍ର ପ୍ରବୃତ୍ତିମାର୍ଗୀ ହେଉଛ । ଏମାନେ ମଧ୍ୟ ଦୈବୀଗୁଣଯୁକ୍ତ ମନୁଷ୍ୟ ଅଟନ୍ତି । ବାକି ଦେବୀ-ଦେବତାମାନଙ୍କୁ ଏତେ ଭୁଜା ଆଦି ଦେଇଛନ୍ତି, ବିଷ୍ଣୁ କିଏ, ଏହା କେହି ମଧ୍ୟ କହିପାରିବେ ନାହିଁ । ମହାଲକ୍ଷ୍ମୀଙ୍କର ମଧ୍ୟ ପୂଜା କରନ୍ତି । ଜଗଦମ୍ବାଙ୍କଠାରୁ କେବେ ଧନ ମାଗିନଥାନ୍ତି । ଧନ ବେଶୀ ମିଳିଗଲା ତ କହିବେ ଲକ୍ଷ୍ମୀଙ୍କର ପୂଜା କରିଥିଲୁ ତେଣୁ ସେ ଭଣ୍ଡାର ଭରିଦେଲେ । ଏଠି ତ ତୁମେ ଜଗଦମ୍ବାଙ୍କ ଠାରୁ ସବୁ କିଛି ପାଉଛ ପରମପିତା ପରମାତ୍ମା ଶିବଙ୍କ ଦ୍ୱାରା, ଦାତା ତ ସେ ହିଁ ଅଟନ୍ତି । ତୁମେ ପିଲାମାନେ ବାପଦାଦାଙ୍କ ଠାରୁ ମଧ୍ୟ ଭାଗ୍ୟବାନ ଅଟ । ଦେଖ, ଜଗତଅମ୍ବାଙ୍କର କେତେ ମେଳା ଲାଗୁଛି । ବ୍ରହ୍ମାଙ୍କର ଏତେ ନୁହେଁ । ବ୍ରହ୍ମାଙ୍କୁ ତ ଗୋଟିଏ ଜାଗାରେ ବସାଇ ଦେଇଛନ୍ତି, ଆଜମେର ରେ ବଡ଼ ମନ୍ଦିର ରହିଛି । ଦେବୀମାନଙ୍କର ମନ୍ଦିର ବହୁତ ରହିଛି କାହିଁକିନା ଏହି ସମୟରେ ଶିବଶକ୍ତିଙ୍କର ବହୁତ ମହିମା ରହିଛି । ତୁମେ ଭାରତର ସେବା କରୁଛ । ପୂଜା ମଧ୍ୟ ତୁମର ବେଶୀ ହେଉଛି । ତୁମେ ଭାଗ୍ୟବାନ ଅଟ । ଜଗତଅମ୍ବା ପାଇଁ ଏପରି କେବେ କହିବେ ନାହିଁ କି ସେ ସର୍ବବ୍ୟାପୀ ଅଟନ୍ତି । ତୁମର ମହିମା ବୃଦ୍ଧି ହୋଇ ଚାଲିଛି । ବ୍ରହ୍ମା, ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ସର୍ବବ୍ୟାପୀ କହିପାରିବେ ନାହିଁ, ମୋତେ କହି ଦେଇଥାନ୍ତି କୋଣ-କୋଣରେ ଅଛନ୍ତି, କେତେ ନିନ୍ଦା କରିଥାନ୍ତି । ତୁମର ମୁଁ କେତେ ମହିମା ବୃଦ୍ଧି କରାଉଛି ଭାରତମାତାର ଜୟ କହିଥାନ୍ତି ନା । ଭାରତମାତା ତ ତୁମେମାନେ ଅଟ ନା । ଧରଣୀ ମାଆ ନୁହେଁ । ଭୂମି ଆଦି ଯାହାସବୁ ତମୋପ୍ରଧାନ ହୋଇଯାଇଛି, ସତ୍ୟ ଯୁଗରେ ସତ୍ତ୍ୱପ୍ରଧାନ ହୋଇଯାଇଥାଏ ସେଥିପାଇଁ କହିଥାନ୍ତି ଦେବତାମାନଙ୍କର ପାଦ ପତିତ ଦୁନିଆରେ ପଡ଼ିନଥାଏ । ଯେବେ ସତ୍ତ୍ୱପ୍ରଧାନ ଧରଣୀ ହୋଇଥାଏ ତେବେ ଆସିଥାନ୍ତି । ଏବେ ତୁମେ ସତ୍ତ୍ୱପ୍ରଧାନ ହୁଅ । ଶ୍ରୀମତ ଅଧାରରେ ପରିଚାଳିତ ହୋଇ ବାବାଙ୍କୁ ୟାଦ କରିବ ତ ଉଚ୍ଚପଦ ପାଇବ । ଏହି ଚିନ୍ତନ କରିବାକୁ ହେବ । ୟାଦ କରିବ ତ ବିକର୍ମ ବିନାଶ ହେବ । ଶ୍ରୀମତ ମିଳି ଚାଲିଛି । ସତ୍ୟଯୁଗରେ ତ ତୁମର ଆତ୍ମା ପବିତ୍ର ଶୁଦ୍ଧ ସୁନା ସମାନ ହୋଇଯାଇଥାଏ । ତେବେ ଶରୀର ମଧ୍ୟ ପବିତ୍ର ସୁନା ଭଳି ମିଳିଥାଏ । ସୁନାରେ ଖାଦ ପଡିଥାଏ ପୁଣି ଗହଣା ମଧ୍ୟ ସେହିପରି ହୋଇଥାଏ । ଆତ୍ମା ମିଥ୍ୟା ତ ଶରୀର ମଧ୍ୟ ମିଥ୍ୟା ଅଟେ । ଖାଦ ପଡିବା ଦ୍ୱାରା ସୁନାର ମୂଲ୍ୟ ମଧ୍ୟ କମ୍ ହୋଇଯାଇଥାଏ । ତୁମର ମୂଲ୍ୟ ଏବେ କିଛି ନୁହେଁ । ପୂର୍ବେ ତୁମେ ବିଶ୍ୱର ମାଲିକ ୨୪ କ୍ୟାରେଟ୍ ଥିଲ । ବର୍ତ୍ତମାନ ୯ କ୍ୟାରେଟ୍ କହିବା । ଏହି ବାବା ପିଲାମାନଙ୍କ ସହିତ ରୁହରିହାନ (ବାର୍ତ୍ତାଳାପ) କରୁଛନ୍ତି । ପିଲାମାନଙ୍କୁ ବସି ଉତ୍ସାହିତ କରୁଛନ୍ତି । ଯାହା ତୁମେ ଶୁଣି-ଶୁଣି ପରିବର୍ତ୍ତନ ହୋଇଯାଉଛ । ମନୁଷ୍ୟରୁ ଦେବତା ହୋଇଯାଉଛ । ସେଠି ହୀରା ନୀଳାର ମହଲ ହେବ, ସ୍ୱର୍ଗରେ ପୁଣି କଣ ନ ରହିବ! ସେଠିକାର ଶୁବିରସ ଆଦି ତୁମେ ପାନ କରି ଆସିଥାଅ । ସେଠାକାର ଫଳ ମଧ୍ୟ ବହୁତ ବଡ ବଡ ହୋଇଥାଏ । ଏଠି ତ ସେଭଳି ଫଳ ମିଳିପାରିବ ନାହିଁ । ସୂକ୍ଷ୍ମବତନରେ ତ କିଛି ନଥାଏ । ଏବେ ତୁମେ ସତକୁ ସତ ସତ୍ୟଯୁଗକୁ ଯାଉଛ । ଏହା ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଅଟେ, ଏହା ଦ୍ୱାରା ତୁମେ ଉଜ୍ଜ୍ୱଳ ହେଉଛ ।

ତୁମେ ପିଲାମାନେ ଯେବେ ଏଠାକୁ ମଧୁବନ ଆସୁଛ ତ ମୁକ୍ତ ଅଟ, ଘରଦ୍ୱାର ଧନ୍ଦା ଆଦିର କୌଣସି ଚିନ୍ତା ନଥାଏ । ତେଣୁ ଏଠି ତୁମକୁ ୟାଦର ଯାତ୍ରାରେ ରହିବା ପାଇଁ ମୌକା ମିଳୁଛି । ସେଠି ତ ଘରଦ୍ୱାର ଆଦିର ୟାଦ ଆସୁଥିବ । ଏଠି ତ କିଛି ନାହିଁ । ରାତି ୨ଟା ବେଳେ ଉଠି କରି ଏଠି ବସିଯାଅ । ସେବାକେନ୍ଦ୍ରକୁ ତ ରାତିରେ ତୁମେ ଯାଇପାରିବ ନାହିଁ । ଏଠି ତ ସହଜ ଅଟେ । ଶିବ ବାବାଙ୍କର ୟାଦରେ ଆସି ବସ, ଆଉ କେହି ମନେ ନ ପଡନ୍ତୁ ଏଠି ତୁମକୁ ସହଯୋଗ ମଧ୍ୟ ମିଳିଥାଏ, ଜଲ୍ଦି ଶୋଇ ଯାଅ ପୁଣି ଜଲ୍ଦି ଉଠିଯାଅ । ୩ରୁ ୫ଟା ପର୍ଯ୍ୟନ୍ତ ଆସି ବସ । ବାବା ମଧ୍ୟ ଆସିଯିବେ, ପିଲାମାନେ ଖୁସୀ ହେବେ । ବାବା ହେଲେ ଯୋଗ ଶିକ୍ଷାଦାତା ଶିକ୍ଷକ । ଇଏ ବ୍ରହ୍ମା ମଧ୍ୟ ଛାତ୍ର ଅଟନ୍ତି । ଦୁଇ ଜଣ ବାବା ଏବଂ ଦାଦା ଆସିଗଲେ ତୁମକୁ ଏଠାରେ ଯୋଗ କରିବା ଏବଂ ନିଜ ସ୍ଥାନରେ ଯୋଗ କରିବାର ମଧ୍ୟ ଜଣା ପଡିବ । ଏଠି କିଛି ମଧ୍ୟ ମନେ ପଡିନଥାଏ, ଏଥିରେ ବହୁତ ଫାଇଦା ଅଛି । ବାବା ଉପଦେଶ ଦେଇଥାନ୍ତି ଯେ ଏଠାରେ ବହୁତ ଭଲ ଯୋଗ ହୋଇପାରିବ । ଏବେ ଦେଖିବା ପିଲାମାନେ ଉଠି ପାରୁଛନ୍ତି କି ନାହିଁ ? କେତେକଙ୍କର ସକାଳେ ଉଠିବାର ଅଭ୍ୟାସ ଅଛି । ତୁମର ସନ୍ନ୍ୟାସ ଅଟେ ୫ ବିକାରରୁ ଏବଂ ବୈରାଗ୍ୟ ଅଟେ ସମଗ୍ର ପୁରୁଣା ଦୁନିଆରୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବର୍ତ୍ତମାନ ସୃଷ୍ଟି ପରିବର୍ତ୍ତନର ଲୀଳା ଚାଲିଛି ସେଥିପାଇଁ ନିଜକୁ ପରିବର୍ତ୍ତନ କରିବାକୁ ହେବ । କ୍ଷୀରଖଣ୍ଡ ହୋଇ ରହିବାକୁ ହେବ ।

(୨) ସକାଳୁ ସକାଳୁ ଉଠି ଏକମାତ୍ର ବାବାଙ୍କ ସ୍ମୃତିରେ ବସିବାକୁ ହେବ, ସେହି ସମୟରେ ଅନ୍ୟ କେହି ବି ମନେ ପଡିବା ଉଚିତ୍ ନୁହେଁ । ପୁରୁଣା ଦୁନିଆରୁ ବେହଦର ବୈରାଗୀ ହୋଇ ୫ ବିକାର ଠାରୁ ସନ୍ନ୍ୟାସ କରିବାକୁ ହେବ ।

ବରଦାନ:-
କୌଣସି ପ୍ରକାରର କିନାରା କରିବା ଅର୍ଥାତ୍ ଦୂରେଇଯିବା ପରିବର୍ତ୍ତେ ପ୍ରତିମୁହୂର୍ତ୍ତରେ ବାବାଙ୍କର ସାହାରାର ଅନୁଭବ କରୁଥିବା ନିଶ୍ଚୟବୁଦ୍ଧି ବିଜୟୀ ହୁଅ ।

ବିଜୟୀ ଭବର ବରଦାନ ପ୍ରାପ୍ତ କରିଥିବା ବରଦାନୀ ଆତ୍ମା ପ୍ରତି ମୂହୁର୍ତ୍ତରେ ନିଜକୁ ପରମାତ୍ମ ସାହାରାର ଛତ୍ରଛାୟା ତଳେ ରହିଥିବାର ଅନୁଭବ କରିଥାନ୍ତି । ସେମାନଙ୍କ ମନ ଭିତରେ ସଂକଳ୍ପମାତ୍ରରେ ମଧ୍ୟ ବେସାହାରା ବା ନିଃସଙ୍ଗର ଅନୁଭବ ହୋଇନଥାଏ । ସେମାନେ କେବେ ବି ଉଦାସ ଅର୍ଥାତ୍ ହତୋତ୍ସାହିତ ହୁଅନ୍ତି ନାହିଁ କିମ୍ବା ସେମାନଙ୍କୁ କେବେ ବି ଅଳ୍ପକାଳରେ ବୈରାଗ୍ୟ ଆସିନଥାଏ । ସେମାନେ କେବେହେଲେ କୌଣସି କାର୍ଯ୍ୟଠାରୁ ସମସ୍ୟା ଠାରୁ, ବ୍ୟକ୍ତିଠାରୁ ଦୂରେଇ ଯାଆନ୍ତି ନାହିଁ କିନ୍ତୁ ପ୍ରତ୍ୟେକ କର୍ମ କରି, ସମସ୍ୟାକୁ ସମ୍ମୁଖୀନ କରି, ସମସ୍ତଙ୍କର ସହଯୋଗୀ ହୋଇ ବେହଦର ବୈରାଗ୍ୟ ବୃତ୍ତିରେ ରହିଥାନ୍ତି ଅର୍ଥାତ୍ ଅନାସକ୍ତ ରହିଥାନ୍ତି ।

ସ୍ଲୋଗାନ:-
ଏକମାତ୍ର ବାବାଙ୍କର କମ୍ପାନୀରେ ଅର୍ଥାତ୍ ସଙ୍ଗରେ ରୁହ ଏବଂ ବାବାଙ୍କୁ ହିଁ ନିଜର କମ୍ପାନିୟନ ଅର୍ଥାତ୍ ସାଥୀ କରିଦିଅ ।