16.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ତୁମକୁ
କୌଣସି ବି ଦେହଧାରୀର ନାମ ରୂପରେ ଆକର୍ଷିତ ହୋଇ ବାନ୍ଧି ହେବାର ନାହିଁ, ତୁମେ ଅଶରୀର ହୋଇ
ବାବାଙ୍କୁ ମନେ ପକାଅ ତେବେ ତୁମର ଆୟୁଷ ବଢିବ ଏବଂ ତୁମେ ନିରୋଗ ହୋଇଯିବ ।”
ପ୍ରଶ୍ନ:-
ଜ୍ଞାନୀ
ପିଲାମାନଙ୍କର ମୁଖ୍ୟ ଲକ୍ଷଣଗୁଡିକ କ’ଣ ହୋଇଥିବ?
ଉତ୍ତର:-
ଯେଉଁମାନେ ଜ୍ଞାନୀ ଆତ୍ମା ସେମାନେ ପ୍ରଥମେ ନିଜେ ଜ୍ଞାନକୁ ଧାରଣା କରିବେ ତା’ପରେ ଅନ୍ୟମାନଙ୍କୁ
କରାଇବେ । ବାବାଙ୍କଠାରୁ ବୁଦ୍ଧିରୂପୀ ବାଦଲ ଭରି ଜ୍ଞାନର ବର୍ଷା କରିବେ । ପାଠପଢା ସମୟରେ ସେମାନେ
ହାଇମାରିବେ ନାହିଁ । ବ୍ରାହ୍ମଣୀମାନଙ୍କର ଦାୟିତ୍ୱ ହେଲା - ମଧୁବନକୁ ସେହିମାନଙ୍କୁ ହିଁ ନେଇକରି
ଆସିବେ ଯେଉଁମାନେ କି ଏଠାରେ ଭରପୁର ହୋଇ ନିଜ ନିଜ ସ୍ଥାନକୁ ଯାଇ ବର୍ଷା କରିବେ ଅର୍ଥାତ୍ ସେବା
କରିବେ । (୨) ଏଠାକୁ ସେହିମାନେ ଆସିବା ଦରକାର ଯେଉଁମାନେ କି ଭଲ ଭାବରେ ଯୋଗଯୁକ୍ତ ସ୍ଥିତିରେ ରହି
ବାୟୁମଣ୍ଡଳକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ । କୌଣସି ପ୍ରକାରର ବିଘ୍ନ ପକାଇବେ ନାହିଁ ।
ଏଠାରେ ଚତୁର୍ଦ୍ଦିଗରେ ବହୁତ ଶାନ୍ତି ରହିବା ଦରକାର । କୌଣସି ପ୍ରକାରର ଶବ୍ଦ ନ ହେବା ଉଚିତ୍ ।
ଗୀତ:
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥ ତ ବୁଝାଇଛି ନା - ବାବା କହୁଛନ୍ତି ଆତ୍ମା ଏବଂ ପରମାତ୍ମା ଉଭୟ ଶାନ୍ତ ସ୍ୱରୂପ । ଯେପରି
ବାପ ସେହିପରି ପିଲାମାନେ । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ତ ଶାନ୍ତ ସ୍ୱରୂପ
ହିଁ ଅଟ । ବାହ୍ୟ ଜଗତରୁ କୌଣସି ଶାନ୍ତି ମିଳିନଥାଏ । ଏହା ରାବଣ ରାଜ୍ୟ ଅଟେ ନା । ବର୍ତ୍ତମାନ
ଏହି ସମୟରେ କେବଳ ତୁମେ ନିଜର ବାବାଙ୍କୁ ମନେପକାଅ, ମୁଁ ଏହାଙ୍କ ଶରୀରରେ ବିରାଜମାନ କରିଛି ।
ତୁମକୁ ଯେଉଁ ମତ ଦେଇଛି ସେହି ଅନୁସାରେ ଚାଲ । ବାବା କୌଣସି ବି ନାମ ରୂପରେ ଫସାଉ ନାହାଁନ୍ତି ।
ଏହି ନାମ ରୂପ ହେଉଛି ବାହ୍ୟରୂପ । ଏହି ରୂପରେ ତୁମର ଫସିବାର ନାହିଁ । ସାରା ଦୁନିଆ ନାମ ରୂପରେ
ଫସାଉଛି । ବାବା କହୁଛନ୍ତି ଏମାନଙ୍କର ନାମ ରୂପ ଅଛି, ଏହାଙ୍କୁ ମନେ ପକାଅ ନାହିଁ । ନିଜର
ପିତାଙ୍କୁ ମନେ ପକାଅ ତେବେ ଏହା ଦ୍ୱାରା ତୁମର ଆୟୁଷ ବି ବଢିବ, ତୁମେ ନିରୋଗୀ ମଧ୍ୟ ହେବ ।
ଲକ୍ଷ୍ମୀ-ନାରାୟଣ ମଧ୍ୟ ତୁମ ପରି ଥିଲେ, କେବଳ ସଜ୍ଜିତ ହୋଇ ରହୁଥିଲେ । ଏପରି ନୁହେଁ ଯେ ଛାତ
ପର୍ଯ୍ୟନ୍ତ ଲମ୍ବା ଚଉଡା ଥିଲେ । ମନୁଷ୍ୟ ତ ମନୁଷ୍ୟ ହିଁ ହୋଇଥାନ୍ତି । ତେଣୁ ବାବା କହୁଛନ୍ତି
କୌଣସି ବି ଦେହଧାରୀକୁ ମନେ ପକାଇବାର ନାହିଁ । ଦେହକୁ ଭୁଲିବାର ଅଛି । ନିଜକୁ ଆତ୍ମା ବୋଲି ଭାବ
- ଏହି ଶରୀର ତ ଛାଡିବାକୁ ହିଁ ପଡିବ । ଦ୍ୱିତୀୟ କଥା କୌଣସି ପ୍ରକାରର ଭୁଲ୍ କର ନାହିଁ,
ବିକର୍ମର ବୋଝ ତୁମ ମୁଣ୍ଡ ଉପରେ ବହୁତ ରହିଛି । ବହୁତ ବଡ ବୋଝ ରହିଛି । ଏକମାତ୍ର ବାବାଙ୍କର
ସ୍ମୃତି ବିନା ଏସବୁ କମ୍ ହୋଇପାରିବ ନାହିଁ । ବାବା ବୁଝାଇଛନ୍ତି ଯେ ଯିଏ ସବୁଠାରୁ ଉଚ୍ଚ ପବିତ୍ର
ହେଉଛନ୍ତି, ସିଏ ପୁଣି ସବୁଠାରୁ ଅଧିକ ପତିତ ହେଉଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା
ନାହିଁ । ନିଜକୁ ଦେଖିବାକୁ ହେବ । ବାବାଙ୍କୁ ବହୁତ ମନେ ପକାଇବାକୁ ପଡିବ । ଯେତେ ଦୂର ସମ୍ଭବ
ବାବାଙ୍କୁ ମନେ ପକାଅ, ଏହା ବହୁତ ସହଜ ଅଟେ । ଯିଏକି ଏତେ ସ୍ନେହୀ ବାବା ଅଟନ୍ତି ତାଙ୍କୁ ବସିବା
ଉଠିବା ସମୟରେ ସ୍ମରଣ କରିବାକୁ ହେବ । ଯାହାକୁ ସମସ୍ତେ ଡାକୁଛନ୍ତି ହେ ପତିତ-ପାବନ ଆସ, କିନ୍ତୁ
ତାଙ୍କ ପ୍ରତି ଗଭୀର ସ୍ନେହ ରହୁନାହିଁ । ସ୍ନେହ ନିଜର ସ୍ୱାମୀ ପିଲା ଆଦିଙ୍କ ସହିତ ରହିଥାଏ ।
କେବଳ ମୁଖରୁ କହିଥାନ୍ତି ଯେ ପତିତ-ପାବନ ଆସ । ବାବା କହୁଛନ୍ତି ପିଲାମାନେ, ମୁଁ କଳ୍ପ-କଳ୍ପ,
କଳ୍ପର ସଂଗମଯୁଗରେ ଆସୁଛି । ରୁଦ୍ର ଜ୍ଞାନ ଯଜ୍ଞର ଗାୟନ ମଧ୍ୟ ରହିଛି । କୃଷ୍ଣ ତ ହେଉଛନ୍ତି
ସତ୍ୟଯୁଗର ରାଜକୁମାର । ସିଏ ପୁଣି ସେହି ନାମ ରୂପ ଦେଶ କାଳ ବ୍ୟତୀତ ଆଉ କେବେ ଆସିପାରିବେ ନାହିଁ
। ନେହେରୁ ସେହି ରୂପରେ ସେହି ପୋଜିସନ୍ରେ ପୁଣି କଳ୍ପ ପରେ ଆସିବେ । ସେହିପରି ଶ୍ରୀକୃଷ୍ଣ ମଧ୍ୟ
ସତ୍ୟଯୁଗରେ ଆସିବେ । ତାଙ୍କର ଚରିତ୍ର ବଦଳିପାରିବ ନାହିଁ । ଏହି ଯଜ୍ଞର ନାମ ହିଁ ହେଉଛି ରୁଦ୍ର
ଜ୍ଞାନ ଯଜ୍ଞ । ରାଜସ୍ୱ ଅଶ୍ୱମେଧ ଯଜ୍ଞ । ରାଜତ୍ୱ ପାଇବା ପାଇଁ ବଳି ଚଢିବା ଅର୍ଥାତ୍ ତାଙ୍କର
ହେବା । ଯଦି ବାବାଙ୍କର ହୋଇଛ ତେବେ କେବଳ ତାଙ୍କୁ ହିଁ ମନେ ପକାଇବାକୁ ପଡିବ । ହଦରୁ ଅର୍ଥାତ୍
ପାରଲୌକିକରୁ ସମ୍ପର୍କ ତୁଟାଇ ବେହଦ ଅର୍ଥାତ୍ ଲୌକିକ ପିତାଙ୍କ ସହିତ ଯୋଡିବାକୁ ହେବ, ଇଏ ସବୁଠାରୁ
ବଡ ବାବା ଅଟନ୍ତି । ତୁମେ ଜାଣିଛ ବାବା ଆସି କ’ଣ ଦେଉଛନ୍ତି । ବେହଦର ବାବା ତୁମକୁ ବେହଦର ବର୍ସା
ଦେଉଛନ୍ତି, ଯାହା ଅନ୍ୟ କେହି ଦେଇପାରିବେ ନାହିଁ । ମନୁଷ୍ୟ ତ ପରସ୍ପରକୁ ମାରି, କାଟି ଚାଲିଛନ୍ତି,
ଆଗରୁ କ’ଣ ଏସବୁ ହେଉଥିଲା ।
ତୁମେ ଜାଣିଛ ବାବା ପୁଣି
ଥରେ ଆସିଛନ୍ତି । କହୁଛନ୍ତି କଳ୍ପ-କଳ୍ପର ସଂଗମ ଯୁଗେ, ଯେବେ ନୂଆ ଦୁନିଆର ସ୍ଥାପନା କରିବାକୁ
ପଡୁଛି ତେବେ ଯାଇ ମୁଁ ଆସୁଛି । ମାଗୁଛନ୍ତି ମଧ୍ୟ ନୂଆ ଦୁନିଆ ନୂଆ ରାମରାଜ୍ୟ ହେଉ । ସେଠାରେ
ସୁଖ ସମ୍ପତ୍ତି ସବୁ ଅଛି, ଝଗଡା କରିଲାବାଲା କେହି ନଥାନ୍ତି । ଶାସ୍ତ୍ରଗୁଡିକରେ ତ ସତ୍ୟଯୁଗ
ତ୍ରେତାକୁ ମଧ୍ୟ ନର୍କ କରିଦେଇଛନ୍ତି । ଏହା ଭୁଲ୍ କଥା ନା । ସେମାନେ ଅସତ୍ୟ ଶୁଣାଉଛନ୍ତି, ବାବା
ଆମକୁ ସତ୍ୟ କଥା ଶୁଣାଉଛନ୍ତି । ବାବା କହୁଛନ୍ତି ତୁମେ ମୋତେ ସତ୍ୟ କହୁଛ ନା । କାହିଁକି ନା ମୁଁ
ଆସି ତୁମକୁ ସତ୍ୟ କଥା ଶୁଣାଉଛି ଯେ ୫ ହଜାର ବର୍ଷ ପୂର୍ବରୁ ଭାରତରେ କାହାର ରାଜ୍ୟ ଥିଲା ।
ପିଲାମାନେ ଜାଣିଛନ୍ତି - ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା । କହୁଛନ୍ତି ମଧ୍ୟ - ଖ୍ରୀଷ୍ଟ ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ।
ସିଧାସଳଖ ହିସାବ ତ ରହିଛି । କହୁଛନ୍ତି କଳ୍ପର ଆୟୁଷ ଏତେ କାହିଁକି ଦେଇଛନ୍ତି! ଆରେ ହିସାବ କର
ନା । ଖ୍ରୀଷ୍ଟ ଯିବାର ଏତେ ସମୟ ହେଲାଣି । ଯୁଗ ତ ୪ଟି ରହିଛି । ଅଧାକଳ୍ପ ଦିନ, ଅଧାକଳ୍ପ ରାତ୍ରି
ହେଉଛି । ତେବେ ବୁଝାଇଲାବାଲା ବହୁତ ଚତୁର ହେବା ଦରକାର । ବାବା ବୁଝାଉଛନ୍ତି ପିଲାମାନେ, କାମ
ବିକାର ମହାଶତ୍ରୁ । ଭାରତବାସୀ ହିଁ ଦେବତାମାନଙ୍କର ମହିମା ଗାୟନ କରିଥାନ୍ତି - ସର୍ବଗୁଣ
ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ, ସଂପୂର୍ଣ୍ଣ ନିର୍ବିକାରୀ... ପୁଣି ୧୬୧୦୮ ରାଣୀ କେଉଁଠାରୁ
ଆସିଲେ! ତୁମେ ଜାଣିଛ ବର୍ତ୍ତମାନ କୌଣସି ବି ଧର୍ମ ଶାସ୍ତ୍ର ନାହିଁ । ଧର୍ମଶାସ୍ତ୍ର ତାକୁ
କୁହାଯାଏ - ଯାହାକୁ ଧର୍ମସ୍ଥାପକ ଉଚ୍ଚାରଣ କରିଥିବେ । ଧର୍ମସ୍ଥାପକଙ୍କ ନାମରେ ଶାସ୍ତ୍ର ରଚନା
ହୋଇଛି । ଏବେ ତୁମେମାନେ ନୂଆ ଦୁନିଆକୁ ଯାଉଛ । ଏସବୁ ପୁରୁଣା ତମୋପ୍ରଧାନ ଅଟେ । ସେଥିପାଇଁ ବାବା
କହୁଛନ୍ତି ପୁରୁଣା ଜିନିଷରୁ ବୁଦ୍ଧି ହଟାଇ ମୋତେ ମନେ ପକାଅ - ତେବେ ତୁମର ବିକର୍ମ ବିନାଶ ହେବ ।
ତୁମେ ଭୁଲ୍ କରୁଛ ତେଣୁ ବାବା ବୁଝୁଛନ୍ତି, ଏହାଙ୍କର ଭାଗ୍ୟ ହିଁ ଏହିପରି । କିନ୍ତୁ ତାଙ୍କୁ ମନେ
ପକାଇବା ବହୁତ ସହଜ କଥା । କ’ଣ ଏକଥା ତୁମେ ବୁଝିପାରୁ ନାହଁ? ମୋହର ଡୋରି ସବୁଆଡୁ ତୁଟାଇ
ଏକମାତ୍ର ବାବାଙ୍କୁ ମନେ ପକାଅ । ୨୧ ଜନ୍ମ ପାଇଁ ପୁଣି ତୁମକୁ କୌଣସି ଦୁଃଖ ହେବ ନାହିଁ । ନା
ତୁମେ କୁବ୍ଜା ଆଦି ହେବ । ସେଠାରେ ତ ବୁଝିବେ ଯେ ବାସ୍ ଏହି ଆୟୁଷ ପୂରା ହେଲା, ଗୋଟିଏ ଶରୀର ଛାଡି
ଆଉ ଗୋଟିଏ ନେବାକୁ ହେବ । ଯେପରି ସର୍ପର ଉଦାହରଣ ରହିଛି । ବାବା ଜୀବଜନ୍ତୁର ଉଦାହରଣ ଦେଉଛନ୍ତି
। ନିଶ୍ଚିତ ସେମାନେ ଜାଣିପାରୁଥିବେ । ବର୍ତ୍ତମାନ ସମୟର ମନୁଷ୍ୟମାନଙ୍କଠାରୁ ଅଧିକ ବୁଦ୍ଧି
ଜୀବଜନ୍ତୁଙ୍କର ହୋଇଥାଏ । ଭ୍ରମରୀର ଉଦାହରଣ ମଧ୍ୟ ଏଠାକାର ଅଟେ । କୀଟକୁ କିପରି ନେଇ ଆସୁଛି ।
ଏବେ ତୁମର ସୁଖର ଦିନ ଆସୁଛି । ମାତା କନ୍ୟାମାନେ କହୁଛନ୍ତି ଆମେ ପବିତ୍ର ରହୁଛୁ, ସେଥିପାଇଁ
ବହୁତ ମାଡ ଖାଇବାକୁ ପଡୁଛି । ହଁ ପିଲାମାନେ କିଛି ତ ସହନ କରିବାକୁ ହିଁ ହେବ । ଅବଳାମାନଙ୍କ ଉପରେ
ଅତ୍ୟାଚାରର ଗାୟନ ରହିଛି । ଅତ୍ୟାଚାର କଲେ ଯାଇ ତ ପାପର ଘଡି ଭରିବ । ରୁଦ୍ର ଜ୍ଞାନ ଯଜ୍ଞରେ
ବିଘ୍ନ ତ ବହୁତ ପଡିବ । ଅବଳା ମାନଙ୍କ ଉପରେ ଅତ୍ୟାଚାର ହେବ । ଏକଥା ଶାସ୍ତ୍ରରେ ମଧ୍ୟ ଗାୟନ
ରହିଛି । କନ୍ୟାମାନେ କହୁଛନ୍ତି ବାବା ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଆମେମାନେ ଆପଣଙ୍କ ସହିତ
ମିଶିଥିଲୁ । ଆପଣଙ୍କଠାରୁ ସ୍ୱର୍ଗର ବର୍ସା ନେଇଥିଲୁ, ମହାରାଣୀ ହୋଇଥିଲୁ । ବାବା କହୁଛନ୍ତି ହଁ
ବଚ୍ଚି, ଏତିକି ପୁରୁଷାର୍ଥ ତ କରିବାକୁ ହେବ । ଶିବବାବାଙ୍କୁ ମନେ ପକାଇବାକୁ ହେବ, ଏହାଙ୍କୁ (ବ୍ରହ୍ମାଙ୍କୁ)
ନୁହେଁ । ଇଏ ଗୁରୁ ନୁହଁନ୍ତି । ଏହାଙ୍କର କାନ ମଧ୍ୟ ଶୁଣୁଛି । ସିଏ (ଶିବବାବା) ତୁମର ପିତା,
ଶିକ୍ଷକ, ସତଗୁରୁ ଅଟନ୍ତି । ସନ୍ତାନମାନେ ଏହାଙ୍କ ଠାରୁ ଶିଖି ଅନ୍ୟମାନଙ୍କୁ ଶିଖାଉଛନ୍ତି । ସିଏ
ସମସ୍ତଙ୍କର ଏକମାତ୍ର ପିତା ଅଟନ୍ତି । ଆମକୁ ମଧ୍ୟ ଶିଖାଇଲାବାଲା ସିଏ ହିଁ ଅଟନ୍ତି ସେଥିପାଇଁ
ବେହଦର ବାବାଙ୍କୁ ମନେ ପକାଇବାକୁ ହେବ । ବିଷ୍ଣୁଙ୍କୁ ଅଥବା ବ୍ରହ୍ମାଙ୍କୁ କ’ଣ ପତିମାନଙ୍କର ପତି
ବୋଲି କହିବା । ଶିବବାବାଙ୍କୁ ହିଁ ପତିମାନଙ୍କର ପତି କୁହାଯାଏ । ତେବେ କାହିଁକି ତାଙ୍କୁ ହିଁ ପତି
ରୂପକରେ ନ ମାନିବା । ତୁମେ ସବୁ ପ୍ରଥମେ ମୂଳବତନ ନିଜର ବାପଘରକୁ ଯିବ ପୁଣି ଶ୍ୱଶୁର ଘରକୁ ଆସିବ
। ପ୍ରଥମେ ଶିବବାବାଙ୍କ ପାଖରେ ତ ସଲାମୀ ଭରିବାକୁ ହେବ, ପୁଣି ଆସିବ ସତ୍ୟଯୁଗରେ । ଏହା କେତେ
ସହଜ ଅର୍ଥାତ୍ ପଇସାକର କଥା ।
ବାବା ସବୁ ସ୍ଥାନର
ପିଲାମାନଙ୍କୁ ଦେଖୁଛନ୍ତି । କେଉଁଠି କେହି ଢୁଳାଉ ନାହାଁନ୍ତି ତ । ଢୁଳାଇବା, ହାଇମାରିବା ଦ୍ୱାରା
ବୁଦ୍ଧିଯୋଗ ବାହାରକୁ ଗଲା । ପୁଣି ତାହା ଦ୍ୱାରା ବାୟୁମଣ୍ଡଳ ଖରାପ ହୋଇଯାଏ, କାହିଁକି ନା
ବୁଦ୍ଧିଯୋଗ ବାହାରେ ଘୂରି ବୁଲିଥାଏ ନା । ସେଥିପାଇଁ ସର୍ବଦା ବାବା କହୁଛନ୍ତି ଯେ ଏଭଳି ବାଦଲ
ନେଇକରି ଆସ, ଯିଏକି ସତେଜ ହୋଇ ଯାଇ ବର୍ସା କରିବେ । ବାକି ଏଠାରେ ଆସି କ’ଣ କରିବେ । ଏଠାକୁ
ଆଣିଲାବାଲାଙ୍କ ଉପରେ ମଧ୍ୟ ବହୁତ ଦାୟିତ୍ୱ ରହିଛି । କେଉଁ ବ୍ରାହ୍ମଣୀ ବୁଦ୍ଧିବାନ୍ ଅଟନ୍ତି
ଯିଏକି ବାଦଲ ଭରି କରି ଯାଇ ବର୍ସା କରିବେ । ଏହିମାନଙ୍କୁ ହିଁ ଆଣିବାକୁ ହେବ । ବାକି
ଅନ୍ୟମାନଙ୍କୁ ଆଣିବାରେ ଲାଭ କ’ଣ । ନିଜେ ଶୁଣି ଧାରଣ କରି ପୁଣି ଅନ୍ୟକୁ ଧାରଣା କରାଇବାକୁ ହେବ
। ଏଥିପାଇଁ ପରିଶ୍ରମ ମଧ୍ୟ କରିବାକୁ ହେବ । ଯେଉଁ ଭଣ୍ଡାରୀରୁ ଖାଉଛନ୍ତି, କାଳ କଣ୍ଟକ ସବୁ ଦୂର
ହୋଇଯାଉଛି । ତେବେ ଏଠାକୁ ସେହିମାନେ ଆସିବା ଦରକାର - ଯିଏକି ଯୋଗରେ ମଧ୍ୟ ରହିପାରିବେ । ନଚେତ୍
ବାୟୁମଣ୍ଡଳକୁ ଖରାପ କରିଦେଇଥାନ୍ତି । ବର୍ତ୍ତମାନ ଆହୁରି ଖବରଦାର ରହିବାକୁ ହେବ । ଫଟୋ ଆଦି
ବାହାର କରିବାର ମଧ୍ୟ କୌଣସି କଥା ନାହିଁ । ଯେତେ ଦୂର ସମ୍ଭବ ବାବାଙ୍କର ସ୍ମୃତିରେ ରହି ଯୋଗଦାନ
ଦେବାକୁ ହେବ । ଆଖ-ପାଖରେ ବହୁତ ଶାନ୍ତିର ବାତାବରଣ ରହିବା ଦରକାର । ଡାକ୍ତରଖାନା ସର୍ବଦା ବାହାରେ
ଏକାନ୍ତ ସ୍ଥାନରେ ଥାଏ, ଯେମିତି କୌଣସି ବାହ୍ୟ ଶବ୍ଦ ନ ଶୁଭେ । ରୋଗୀକୁ ଶାନ୍ତିର ବାତାବରଣ
ଦରକାର ହୋଇଥାଏ । ତୁମକୁ ନିର୍ଦ୍ଦେଶ ମିଳୁଛି - ତେଣୁ ସେହି ଶାନ୍ତିରେ ରହିବାକୁ ହେବ । ବାବାଙ୍କୁ
ମନେ ପକାଇବା ଏହା ହେଉଛି ପ୍ରକୃତ ଶାନ୍ତି । ବାକି ସବୁ କୃତ୍ରିମ । ସେମାନେ କହିଥାନ୍ତି ନା -
ଦୁଇ ମିନିଟ୍ ଡେଡ୍ ସାଇଲେନ୍ସ (ନିରବରେ ରୁହ) । କିନ୍ତୁ ସେହି ଦୁଇ ମିନିଟ୍ ଜଣା ନାହିଁ ବୁଦ୍ଧି
କୁଆଡେ-କୁଆଡେ ରହିଥାଏ । ଜଣକୁ ବି ପ୍ରକୃତ ଶାନ୍ତି ମିଳିନଥାଏ । ତୁମେ ଶରୀରରୁ ଅଲଗା ହୋଇଯିବ ।
ମୁଁ ହେଉଛି ଆତ୍ମା, ଏହା ହେଉଛି ନିଜର ସ୍ୱଧର୍ମରେ ରହିବା । ବାକି ଅଣନିଶ୍ୱାସୀ ହୋଇ ଶାନ୍ତ ହୋଇ
ରହିବା ଏହା ପ୍ରକୃତ ଶାନ୍ତି ନୁହେଁ । କହୁଛନ୍ତି ତିନି ମିନିଟ୍ ସାଇଲେନ୍ସ,ଅଶରୀରୀ ହୁଅ ଏପରି ଆଉ
କାହାର ଶକ୍ତି ନାହିଁ ଯିଏକି କହିପାରିବେ । ଏହା ବାବାଙ୍କର ହିଁ ମହାବାକ୍ୟ - ଗେହ୍ଲା ପିଲାମାନେ,
ମୋତେ ମନେ ପକାଅ ତେବେ ତୁମର ଜନ୍ମ-ଜନ୍ମାନ୍ତରର ପାପ କଟିଯିବ । ନଚେତ୍ ପଦ ଭ୍ରଷ୍ଟ ହୋଇଯିବ ଏବଂ
ଦଣ୍ଡ ବି ଭୋଗ କରିବାକୁ ପଡିବ । ଶିବବାବାଙ୍କର ନିର୍ଦ୍ଦେଶ ଅନୁଯାୟୀ ଚାଲିବାରେ ହିଁ କଲ୍ୟାଣ
ରହିଛି । ବାବାଙ୍କୁ ସର୍ବଦା ସ୍ମରଣ କରିବାକୁ ହେବ । ଯେତେ ଦୂର ସମ୍ଭବ ସବୁଠାରୁ ପ୍ରିୟ ବାବାଙ୍କୁ
ମନେ ପକାଇବାକୁ ହେବ । ଛାତ୍ରକୁ ନିଜର ଶିକ୍ଷକଙ୍କର ସମ୍ମାନ ରଖିବାକୁ ହେଲେ ବହୁତ ଖିଆଲ ରଖିବାକୁ
ପଡିଥାଏ । ଯଦି ଅଧିକ ପିଲା ପାସ୍ ନ ହୁଅନ୍ତି ଶିକ୍ଷକଙ୍କୁ ପୁରସ୍କାର ମିଳିନଥାଏ । ଏଠାରେ କୃପା
ବା ଆଶୀର୍ବାଦର କଥା ନଥାଏ । ପ୍ରତ୍ୟେକଙ୍କୁ ନିଜ ଉପରେ କୃପା ବା ଆଶୀର୍ବାଦ କରିବାକୁ ହେବ ।
ଛାତ୍ରମାନେ ନିଜ ଉପରେ କୃପା କରିଥାନ୍ତି, ପରିଶ୍ରମ କରିଥାନ୍ତି । ଏହା ମଧ୍ୟ ପାଠପଢା ଅଟେ । ଯେତେ
ଯୋଗ ଲଗାଇବ ସେତେ ବିକର୍ମାଜିତ୍ ହେବ, ଉଚ୍ଚ ପଦ ପାଇବ ଏବଂ ସର୍ବଦା ନିରୋଗୀ ହେବ । ମନମନାଭବ ।
କୃଷ୍ଣ ଏପରି କହିପାରିବେ ନାହିଁ । ଏହି ନିରାକାର ବାବା ହିଁ କହୁଛନ୍ତି - ବିଦେହୀ ହୁଅ । ଏହା
ହେଉଛି ଈଶ୍ୱରୀୟ ବେହଦର ପରିବାର । ମାତା-ପିତା, ଭାଇ-ଭଉଣୀ ବାସ୍, ଆଉ କୌଣସି ସମ୍ବନ୍ଧ ନାହିଁ ।
ଅନ୍ୟସବୁ ସମ୍ବନ୍ଧ ଗୁଡିକରେ ଚାଚା, ମାମା, କାକା ରହିଥା’ନ୍ତି । ଏଠାରେ ଭାଇ-ଭଉଣୀର ସମ୍ବନ୍ଧ
ରହିଛି । ସଂଗମ ବ୍ୟତୀତ ଏପରି ସମ୍ବନ୍ଧ କେବେ ହୋଇନଥାଏ । ଯେତେବେଳେ କି ଆମେ ମାତା-ପିତାଙ୍କଠାରୁ
ବର୍ସା ନେଉଛୁ । ତାଙ୍କଠାରୁ ଅସରନ୍ତି ସୁଖ ନେଉଛୁ ନା । ରାବଣ ରାଜ୍ୟରେ ଅସରନ୍ତି ଦୁଃଖ ରହିଛି ।
ରାମରାଜ୍ୟରେ ପୁଣି ଅସରନ୍ତି ସୁଖ ରହିଛି, ଯାହା ପାଇଁ ତୁମେ ପୁରୁଷାର୍ଥ କରୁଛ । ଯେତିକି ଯିଏ
ପୁରୁଷାର୍ଥ କରିଥାଏ ତାହା କଳ୍ପ-କଳ୍ପ ପାଇଁ ସିଦ୍ଧ ହୋଇଯାଇଥାଏ । ଏହି ପ୍ରାପ୍ତି ବହୁତ ଉଚ୍ଚ ।
ଯିଏ କୋଟିପତି, ପଦମପତି ଅଟନ୍ତି, ସେମାନଙ୍କର ସବୁ ପଇସା ମାଟିରେ ମିଶିଯିବାର ଅଛି । ଟିକେ ଲଢେଇ
ଲାଗିବାକୁ ଦିଅ ଦେଖିବ ପୁଣି କ’ଣ ହେଉଛି । ବାକି କାହାଣୀ ରହିଛି - ତୁମ ପିଲାମାନଙ୍କର । ସତ୍ୟ
କାହାଣୀ ଶୁଣି ତୁମେମାନେ ସତ୍ୟରାଷ୍ଟ୍ରର ମାଲିକ ହେଉଛ । ଏହା ତ ପକ୍କା ନିଶ୍ଚୟ ରହିଛି ନା ।
ନିଶ୍ଚୟ ହେବା ବିନା ଏଠାକୁ କେହି ଆସିପାରିବେ ନାହିଁ । ତେଣୁ ତୁମେମାନେ କୌଣସି ଭୁଲ୍ କରିବା
ଉଚିତ୍ ନୁହେଁ । ତୁମକୁ ବାବାଙ୍କଠାରୁ ସଂପୂର୍ଣ୍ଣ ବର୍ସା ନେବାକୁ ହେବ, ଯେପରି ମମ୍ମା ବାବା
ନେଉଛନ୍ତି । ଆଚ୍ଛା -
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶରୀରଠାରୁ
ଅଲଗା ହୋଇ ନିଜର ସ୍ୱଧର୍ମରେ ସ୍ଥିତ ରହିବାର ଅଭ୍ୟାସ କରିବାକୁ ହେବ । ଯେତେ ଦୂର ସମ୍ଭବ ପରମ
ପ୍ରିୟ ବାବାଙ୍କୁ ମନେ ପକାଇବାକୁ ହେବ । ମୋହର ଆକର୍ଷଣକୁ ସବୁ ଆଡୁ ତୁଟାଇ ଦେବାକୁ ହେବ ।
(୨) ପାଠପଢା ଉପରେ
ସଂପୂର୍ଣ୍ଣ ଧ୍ୟାନ ଦେଇ ନିଜ ଉପରେ ନିଜେ କୃପା ବା ଆଶୀର୍ବାଦ କରିବାକୁ ହେବ । ବୁଦ୍ଧିଯୋଗ ହଦରୁ
ଅର୍ଥାତ୍ ଲୌକିକ ଠାରୁ ତୁଟାଇ ବେହଦରେ ଅର୍ଥାତ୍ ଅବିନାଶୀ ସହିତ ଯୋଡିବାକୁ ହେବ । ବାବାଙ୍କର ହେବା
ପରେ ବାବାଙ୍କ ନିକଟରେ ପୂରା-ପୂରା ସମର୍ପଣ ହେବାକୁ ପଡିବ ।
ବରଦାନ:-
ସର୍ବଦା
ସତ୍ୟପିତାଙ୍କର ସଂଗ ଦ୍ୱାରା ନିଜର ଦୋଷ-ଦୁର୍ବଳତା ଗୁଡିକୁ ସମାପ୍ତ କରୁଥିବା ସହଜଯୋଗୀ, ସହଜ
ଜ୍ଞାନୀ ହୁଅ ।
କୌଣସି ପ୍ରକାରର
ଦୁର୍ବଳତା ସେତେବେଳେ ଆସିଥାଏ ଯେତେବେଳେ ସତ୍ୟ ପିତାଙ୍କର ସଂଗଠାରୁ ଦୂରେଇ ଯାଇଥାଅ ଏବଂ
ଅନ୍ୟମାନଙ୍କର ସଂଗର ପ୍ରଭାବ ପଡିଯାଏ । ସେଥିପାଇଁ ଭକ୍ତିମାର୍ଗରେ କହିଥାଆନ୍ତି ଯେ ସର୍ବଦା
ସତ୍ସଂଗରେ ରୁହ । ତେବେ ସତ୍ସଂଗ ଅର୍ଥାତ୍ ସର୍ବଦା ସତ୍ୟ ପିତାଙ୍କର ସଂଗରେ ରହିବା । ତୁମମାନଙ୍କ
ପାଇଁ ତ ସତ୍ୟ ପିତାଙ୍କର ସଂଗ କରିବା ଅତି ସହଜ ଅଟେ କାହିଁକି ନା ସମ୍ବନ୍ଧ ଅତି ନିକଟତମ ଅଟେ ।
ତେଣୁ ସର୍ବଦା ସତ୍ସଂଗରେ ରହି ସମସ୍ତ ଦୁର୍ବଳତା ଗୁଡିକୁ ସମାପ୍ତ କରି ସହଜଯୋଗୀ, ସହଜ ଜ୍ଞାନୀ
ହୁଅ ।
ସ୍ଲୋଗାନ:-
ଯଦି ସର୍ବଦା
ପ୍ରସନ୍ନ ରହିବାକୁ ଚାହୁଁଛ ତେବେ ପ୍ରଶଂସା ଶୁଣିବାର ଇଚ୍ଛା ତ୍ୟାଗ କରିଦିଅ ।
ମାତେଶ୍ୱରୀଙ୍କର ଅମୂଲ୍ୟ
ମହାବାକ୍ୟ ମୁକ୍ତି ଏବଂ ଜୀବନମୁକ୍ତିର ଅବସ୍ଥା
ମୁକ୍ତି ଏବଂ ଜୀବନମୁକ୍ତି
ଉଭୟର ଅବସ୍ଥା ଭିନ୍ନ ଭିନ୍ନ ଅଟେ । ଆମେମାନେ ମୁକ୍ତି ଶବ୍ଦ ମଧ୍ୟ କହୁଛୁ, କିନ୍ତୁ ମୁକ୍ତି
ଶବ୍ଦର ପ୍ରକୃତ ଅର୍ଥ ହେଲା, ଆତ୍ମା ଶରୀରର ବନ୍ଧନରୁ ସମ୍ପୂର୍ଣ୍ଣ ମୁକ୍ତ ଅର୍ଥାତ୍ ଆତ୍ମାର ଏହି
ସୃଷ୍ଟିରେ ପାର୍ଟ ନାହିଁ । ଯଦି ଆତ୍ମାର ପାର୍ଟ ଏହି ମନୁଷ୍ୟ ରୂପରେ ପାର୍ଟ ନାହିଁ ଅର୍ଥାତ୍
ଆତ୍ମା ନିରାକାରୀ ଦୁନିଆରେ ରହିଥାଏ । ସୁଖ ଦୁଃଖରୁ ନିଆରା ଦୁନିଆରେ ରହିଥାଏ ଯାହାକୁ ମୁକ୍ତ
ଅବସ୍ଥା କୁହାଯାଏ । ଏହାକୁ କୌଣସି ମୁକ୍ତିର ପଦବୀ କୁହାଯିବ ନାହିଁ, ଏବଂ ଯେଉଁ ଆତ୍ମା
କର୍ମବନ୍ଧନରୁ ମୁକ୍ତ ଅର୍ଥାତ୍ ଶରୀର ଧାରଣ କରି ଅଭିନୟ କରୁଥିଲେ ମଧ୍ୟ କର୍ମବନ୍ଧନରୁ ନିଆରା ତାକୁ
ହିଁ ଜୀବନମୁକ୍ତ ପଦବୀ କୁହାଯାଏ, ଯାହାକି ସବୁଠାରୁ ଉଚ୍ଚ ଅବସ୍ଥା ଅଟେ । ତାହା ହେଲା ଆମର
ଦେବତାଇ ପ୍ରାଲବ୍ଧ ଯାହାକି ବର୍ତ୍ତମାନ ସମୟର ପୁରୁଷାର୍ଥ ଆଧାରରେ ପ୍ରାପ୍ତ ହେଉଛି । ତାହା ହେଲା
ଆମର ଉଚ୍ଚ ପଦ କିନ୍ତୁ ଯେଉଁ ଆତ୍ମାର ପାର୍ଟ ନାହିଁ ତାଙ୍କର ସେହି ପଦବୀ ନାହିଁ । ଯଦି ଆତ୍ମାର
ଏହି ସୃଷ୍ଟି ରୂପି ଷ୍ଟେଜ୍ରେ ଅଭିନୟ ହିଁ ନାହିଁ ତେବେ ତା’କୁ ମୁକ୍ତି କୁହାଯିବ କିନ୍ତୁ ତାହା
କୌଣସି ପଦବୀ ନୁହେଁ । ଏତେ ସବୁ ଯେଉଁ ମନୁଷ୍ୟ ସମ୍ପ୍ରଦାୟ ଅଟନ୍ତି ସେମାନେ ସମସ୍ତେ ସତ୍ୟଯୁଗକୁ
ଯିବେ ନାହିଁ କାରଣ ସେଠାରେ ଖୁବ୍ କମ୍ ସଂଖ୍ୟା ରହିବେ । ତେଣୁ ଯେଉଁମାନେ ପ୍ରଭୁଙ୍କ ସହିତ ଯେତେ
ଯୋଗ ଲଗାଇ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ ସେହିମାନେ ହିଁ ଦେବୀ-ଦେବତା ପଦ ପାଇବେ । ବାକି
ଯେଉଁମାନେ ଧର୍ମରାଜଠାରୁ ଦଣ୍ଡ ଭୋଗ କରି ନିଜର କର୍ମ ବନ୍ଧନରୁ ମୁକ୍ତ ଅଥବା ଶୁଦ୍ଧ ହୋଇ
ମୁକ୍ତିଧାମକୁ ଯାଉଛନ୍ତି ସେମାନେ କେବଳ ମୁକ୍ତିକୁ ପ୍ରାପ୍ତ କରୁଛନ୍ତି କିନ୍ତୁ ସେମାନଙ୍କ ପାଇଁ
ମୁକ୍ତିଧାମରେ କୌଣସି ପଦବୀ ନୁହେଁ । ସେମାନେ ତ ବିନା ପୁରୁଷାର୍ଥରେ ନିଜ ସମୟ ଅନୁସାରେ ସେହି
ଅବସ୍ଥାକୁ ପ୍ରାପ୍ତ କରିବେ । ଯେଉଁମାନେ ଦ୍ୱାପର ଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ
ଇଚ୍ଛା ରଖି ଆସିଛନ୍ତି ଯେ - ଆମେ ଏହି ଜନ୍ମ ମରଣର ଚକ୍ରରେ ଆସିବୁ ନାହିଁ, ସେମାନଙ୍କର ସେହି ଅଶା
ପୂର୍ଣ୍ଣ ହୋଇଯାଉଛି, ଅର୍ଥାତ୍ ସବୁ ଆତ୍ମାମାନଙ୍କୁ ଭାୟା ମୁକ୍ତିଧାମ ଦେଇ ଅବଶ୍ୟ ଅତିକ୍ରମ
କରିବାକୁ ହେବ । ଓମ୍ ଶାନ୍ତି ।