16.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେବା ପାଇଁ, ସେଥିପାଇଁ ତୁମେ ଦୁଃଖହର୍ତ୍ତାଙ୍କର ସନ୍ତାନ କାହାକୁ ହେଲେ ଦୁଃଖ ଦିଅ ନାହିଁ ।

ପ୍ରଶ୍ନ:-
ଉଚ୍ଚ ପଦ ପାଉଥିବା ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ କଣ ହୋଇଥିବ ?

ଉତ୍ତର:-
(୧) ସେମାନେ ସର୍ବଦା ଶ୍ରୀମତ ପାଳନ କରୁଥିବେ । (୨)କେବେ ବି ହଠ ଅର୍ଥାତ୍ ଜିଦ୍ କରିବେ ନାହିଁ । (୩) ନିଜେ ହିଁ ନିଜକୁ ରାଜତିଳକ ଦେବା ପାଇଁ ଭଲ ଭାବରେ ପାଠପଢି ତୀବ୍ରବେଗରେ ଆଗକୁ ବଢ଼ୁଥିବେ । (୪) ନିଜକୁ କେବେହେଲେ କ୍ଷତିରେ ପକାଇବେ ନାହିଁ । (୫) ସମସ୍ତଙ୍କ ପ୍ରତି ଦୟାଶୀଳ ଏବଂ କଲ୍ୟାଣକାରୀ ହେବେ । ସେମାନଙ୍କ ଭିତରେ ସେବା କରିବାର ବହୁତ ସଉକ ଥିବ । (୬) କୌଣସି ନିକୃଷ୍ଟ କର୍ମ କରିବେ ନାହିଁ । ଲଢେଇ ଝଗଡା କରିବେ ନାହିଁ ।

ଗୀତ:-
ତୁନେ ରାତ ଗବାୟୀ ଶୋକେ...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛନ୍ତି । ଏହି ଭାଷାକୁ ତ ତୁମେ ପିଲାମାନେ ହିଁ ବୁଝୁଛ ଆଉ କେହି ବୁଝିପାରିବେ ନାହିଁ । ହେ ଆତ୍ମିକ ସନ୍ତାନମାନେ ଏପରି କେହି କେବେ କହିପାରିବେ ନାହିଁ । ଏପରି କହିବା କାହାକୁ ଆସିବ ହିଁ ନାହିଁ । ତୁମେ ଜାଣିଛ ଆମେ ଆତ୍ମିକ ବାବାଙ୍କ ସମ୍ମୁଖରେ ବସିଛୁ ଯେଉଁ ବାବାଙ୍କୁ ଯଥାର୍ଥ ଭାବରେ କେହି ବି ଜାଣିନାହାଁନ୍ତି । ଯଦିଓ ନିଜକୁ ଭାଇ-ଭାଇ ମଧ୍ୟ ଭାବୁଛନ୍ତି, ଆମେ ସବୁ ଆତ୍ମା ଅଟୁ । ବାବା ଜଣେ ହିଁ ଅଟନ୍ତି କିନ୍ତୁ ଯଥାର୍ଥ ଭାବରେ ଜାଣି ନାହାଁନ୍ତି । ସମ୍ମୁଖକୁ ଆସି ନ ବୁଝିବା ପର୍ଯ୍ୟନ୍ତ ବୁଝିବେ ବା କିପରି ? ତୁମେ ସମ୍ମୁଖକୁ ଆସିବାରୁ ବୁଝୁଛ । ତୁମେମାନେ ହେଉଛ ବ୍ରାହ୍ମଣ-ବ୍ରାହ୍ମଣୀ । ତୁମର କୁଳନାମ ହେଉଛି ବ୍ରହ୍ମାବଂଶୀ ବ୍ରହ୍ମାକୁମାର-କୁମାରୀ । ସବୁ ଆତ୍ମାମାନେ ହେଉଛନ୍ତି ଶିବଙ୍କର ସନ୍ତାନ । ତୁମକୁ ଶିବକୁମାର-ଶିବକୁମାରୀ କୁହାଯିବ ନାହିଁ । ଏହି ଅକ୍ଷର ଭୁଲ୍ ହୋଇଯିବ । କୁମାର ଅଛନ୍ତି କୁମାରୀ ମଧ୍ୟ ଅଛନ୍ତି । ସବୁ ଆତ୍ମା ଶିବଙ୍କର ସନ୍ତାନ । କୁମାର-କୁମାରୀ ସେତେବେଳେ କୁହାଯାଏ ଯେତେବେଳେ ମନୁଷ୍ୟଙ୍କର ସନ୍ତାନ ହୁଅନ୍ତି । ଶିବଙ୍କର ସନ୍ତାନ ତ ହେଉଛନ୍ତି ନିରାକାରୀ ଆତ୍ମାମାନେ । ମୂଳବତନରେ ସବୁ ଆତ୍ମାମାନେ ହିଁ ରହୁଛନ୍ତି, ଯାହାଙ୍କୁ ଶାଳଗ୍ରାମ କୁହାଯାଉଛି । ଏଠାକୁ ଆସି ଶରୀର ଧାରଣ କରି କୁମାର-କୁମାରୀ ହେଉଛନ୍ତି । ବାସ୍ତବରେ ତୁମେ ହେଉଛ ଶିବବାବାଙ୍କର ସନ୍ତାନ । ଶରୀର ଧାରଣ କଲେ କୁମାର-କୁମାରୀ ହୋଇଥାନ୍ତି । ତୁମେ ବି.କେ ହୋଇଥିବାରୁ ଭାଇ-ଭଉଣୀ ବୋଲାଉଛ । ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି । ତୁମେ ଜାଣିଛ ବାବା ଆମକୁ ପବିତ୍ର କରି ସାଥୀରେ ଘରକୁ ନେଇଯିବେ । ଆତ୍ମା ଯେତେ ବାବାଙ୍କୁ ମନେ ପକାଇବ ସେତେ ପବ୍ରିତ ହୋଇଯିବ । ଆତ୍ମାମାନେ ବ୍ରହ୍ମା ମୁଖ ଦ୍ୱାରା ଏହି ଜ୍ଞାନ ପଢୁଛନ୍ତି । ଚିତ୍ର ମାଧ୍ୟମରେ ବାବାଙ୍କର ଜ୍ଞାନ ପରିଷ୍କାର ଭାବରେ ରହିଛି । ଶିବବାବା ହିଁ ଆମକୁ ପଢାଉଛନ୍ତି । ନା ଏ ପାଠ କୃଷ୍ଣ ପଢାଇପାରିବେ, ନାଁ କୃଷ୍ଣଙ୍କ ଦ୍ୱାରା ବାବା ପଢାଇ ପାରିବେ । କୃଷ୍ଣ ତ ବୈକୁଣ୍ଠର ରାଜକୁମାର ଅଟନ୍ତି, ଏକଥା ମଧ୍ୟ ତୁମକୁ ବୁଝାଇବାକୁ ହେବ । କୃଷ୍ଣ ତ ସ୍ୱର୍ଗରେ ନିଜ ମାତା-ପିତାଙ୍କର ସନ୍ତାନ ହେବେ । ସ୍ୱର୍ଗବାସୀ, ପିତାଙ୍କର ସନ୍ତାନ ଅଥବା ବୈକୁଣ୍ଠର ରାଜକୁମାର ହେବେ । ତାଙ୍କୁ ମଧ୍ୟ କେହି ଜାଣି ନାହାଁନ୍ତି । କୃଷ୍ଣ ଜୟନ୍ତୀରେ ନିଜ ନିଜର ଘରେ ଅଥବା ମନ୍ଦିରରେ ଦୋଳି ତିଆରି କରିଥାନ୍ତି । ମାତାମାନେ ଯାଇ ହୁଣ୍ଡିରେ ପଇସା ପକାଇ, ପୂଜା କରିଥାନ୍ତି । ଆଜିକାଲି ଖ୍ରୀଷ୍ଟଙ୍କୁ ମଧ୍ୟ କୃଷ୍ଣଙ୍କ ସଦୃଶ କରୁଛନ୍ତି । ମୁକୁଟ ପିନ୍ଧାଇ ମା କୋଳକୁ ଦେଉଛନ୍ତି । ଯେପରି କୃଷ୍ଣଙ୍କୁ ଦେଖାଉଛନ୍ତି । କୃଷ୍ଣ ଏବଂ ଖ୍ରୀଷ୍ଟଙ୍କର ରାଶି ତ ଏକା ହିଁ ଅଟେ । ସେମାନେ କପି କରୁଛନ୍ତି । ନଚେତ୍ କୃଷ୍ଣ ଏବଂ ଖ୍ରୀଷ୍ଟଙ୍କର ଜନ୍ମରେ ବହୁତ ଫରକ ରହିଛି । ଖ୍ରୀଷ୍ଟଙ୍କର ଜନ୍ମ ଛୋଟପିଲା ରୂପରେ ହେଉ ନାହିଁ । ଖ୍ରୀଷ୍ଟଙ୍କର ଆତ୍ମା ତ କାହା ଶରୀରରେ ଯାଇ ପ୍ରବେଶ କରିଛି । ସେ ବିକାରରୁ ଜନ୍ମ ହୋଇପାରିବେ ନାହିଁ । ପୂର୍ବରୁ ଖ୍ରୀଷ୍ଟଙ୍କୁ କେବେ ଛୋଟ ପିଲା ରୂପରେ ଦେଖାଉନଥିଲେ । କ୍ରସ୍ ଉପରେ ଦେଖାଉଥିଲେ । ଏପରି ଚିତ୍ର ବର୍ତ୍ତମାନ ତିଆରି କରୁଛନ୍ତି । ପିଲାମାନେ ଜାଣିଛନ୍ତି ଧର୍ମସ୍ଥାପକଙ୍କୁ କେହି ଏପରି ମାରିପାରିବେ ନାହିଁ, ତେବେ କାହାକୁ ମାରିଲେ ? ଯାହାଙ୍କ ମଧ୍ୟରେ ପ୍ରବେଶ କଲେ, ତାଙ୍କୁ ଦୁଃଖ ମିଳିଲା । ସତ୍ତ୍ୱପ୍ରଧାନ ଆତ୍ମାକୁ ଦୁଃଖ କିପରି ମିଳିପାରିବ । ସିଏ ଏପରି କେଉଁ କର୍ମ କଲେ ଯେ ଏତେ ଦୁଃଖ ଭୋଗ କଲେ । ଆତ୍ମା ହିଁ ସତ୍ତ୍ୱପ୍ରଧାନ ଅବସ୍ଥାରେ ଆସୁଛି, ସମସ୍ତଙ୍କର ହିସାବ-କିତାବ ଚୁକ୍ତ ହେଉଛି । ବର୍ତ୍ତମାନ ବାବା ସମସ୍ତଙ୍କୁ ପବିତ୍ର କରାଉଛନ୍ତି । ଶାନ୍ତିଧାମରୁ ସତ୍ତ୍ୱପ୍ରଧାନ ଆତ୍ମା ଆସି ଦୁଃଖ ଭୋଗ କରିପାରିବ ନାହିଁ । ଆତ୍ମା ହିଁ ଦୁଃଖ ସୁଖ ଭୋଗ କରୁଛି ନା । ଆତ୍ମା ଶରୀରରେ ରହିଲେ ଦୁଃଖ ହେଉଛି । ମୋତେ କଷ୍ଟ ହେଉଛି ଏକଥା କିଏ କହୁଛି ? ନିଶ୍ଚିତ ଏହି ଶରୀରରେ କେହି ନିବାସୀ ଅଛନ୍ତି । ସେମାନେ କହୁଛନ୍ତି ପରମାତ୍ମା ଭିତରେ ଅଛନ୍ତି ତେବେ କଣ ସେ ଏପରି କହିବେ ଯେ ମୁଁ ଦୁଃଖ ଭୋଗୁଛି । ସମସ୍ତଙ୍କଠାରେ ପରମାତ୍ମା ବିରାଜମାନ ଅଟନ୍ତି ତେବେ ପରମାତ୍ମା କିପରି ଦୁଃଖ ଭୋଗ କରିବେ । ଏପରି ଆତ୍ମା ଡାକୁଛି । ହେ ପରମପିତା ପରମାତ୍ମା ମୋର ଦୁଃଖ ହରଣ କର, ପାରଲୌକିକ ପିତାଙ୍କୁ ହିଁ ଆତ୍ମା ଡାକୁଛି ।

ଏବେ ତୁମେ ଜାଣୁଛ ବାବା ଆସିଯାଇଛନ୍ତି, ଦୁଃଖ ହରିବାର ଉପାୟ ବତାଉଛନ୍ତି । ଆତ୍ମା ଶରୀର ସହିତ ହିଁ ସଦା ସୁସ୍ଥ ଏବଂ ସମ୍ପତ୍ତିବାନ ହେଉଛି । ମୂଳବତନରେ ତ ସଦାସୁସ୍ଥ ଓ ସମ୍ପତ୍ତିବାନ କୁହାଯିବ ନାହିଁ । ସେଠାରେ କଣ କୌଣସି ସୃଷ୍ଟି ଅଛି କି । ସେଠାରେ ତ ଶାନ୍ତି ହିଁ ରହିଛି । ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରହିଛନ୍ତି । ଏବେ ବାବା ଆସିଛନ୍ତି ସମସ୍ତଙ୍କର ଦୁଃଖ ହରି ସୁଖ ଦେବା ପାଇଁ । ତେଣୁ ପିଲାମାନଙ୍କୁ ମଧ୍ୟ କହୁଛନ୍ତି ତୁମେ ମୋର ହୋଇଛ, କେବେ କାହାକୁ ଦୁଃଖ ଦିଅ ନାହିଁ । ଏହା ଯୁଦ୍ଧ ଭୂମି ଅଟେ, କିନ୍ତୁ ଗୁପ୍ତ । ଦୁନିଆର ଯୁଦ୍ଧକ୍ଷେତ୍ର ପ୍ରତ୍ୟକ୍ଷ ଅଟେ । ଏପରି ଯେଉଁ ଗାୟନ ରହିଛି ଯୁଦ୍ଧ ଭୂମିରେ ଯିଏ ମରିବେ ସିଏ ସ୍ୱର୍ଗକୁ ଯିବେ, ଏହାର ଅର୍ଥ ମଧ୍ୟ ବୁଝାଇବାକୁ ପଡିବ । ଏହି ଲଢେଇର ଦେଖ କେତେ ମହତ୍ୱ ରହିଛି । ପିଲାମାନେ ଜାଣିଛନ୍ତି ସେ ଯୁଦ୍ଧକ୍ଷେତ୍ରରେ ଦେହତ୍ୟାଗ କଲେ କେହି ସ୍ୱର୍ଗକୁ ଯାଇପାରିବେ ନାହିଁ । କିନ୍ତୁ ଗୀତାରେ ଭଗବାନୁବାଚ ରହିଛି ତାକୁ ମାନିବେ ତ ନିଶ୍ଚିତ ନା । ଭଗବାନ କାହାକୁ କହିଛନ୍ତି ? ହଦର ଯୋଦ୍ଧାମାନଙ୍କୁ କହିଛନ୍ତି ନାଁ ତୁମକୁ କହିଛନ୍ତି ? ଉଭୟଙ୍କୁ କହିଛନ୍ତି । ସେମାନଙ୍କୁ ମଧ୍ୟ ବୁଝାଯାଉଛି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହି ସେବା ମଧ୍ୟ କରିବାକୁ ହେବ । ଏବେ ତୁମେ ଯଦି ସ୍ୱର୍ଗକୁ ଯିବାକୁ ଚାହୁଁଛ ତେବେ ପୁରୁଷାର୍ଥ କର, ଲଢେଇରେ ତ ସବୁ ଧର୍ମାବଲମ୍ବୀ ଅଛନ୍ତି, ଶିଖ୍ମାନେ ମଧ୍ୟ ଅଛନ୍ତି, ସେମାନେ ତ ଶିଖ୍ ଧର୍ମକୁ ହିଁ ଯିବେ । ସ୍ୱର୍ଗକୁ ସେତେବେଳେ ଆସିପାରିବେ ଯେତେବେଳେ ତୁମ ବ୍ରାହ୍ମଣ ମାନଙ୍କଠାରୁ ଆସି ଜ୍ଞାନ ନେବେ । ଯେପରି ବାବାଙ୍କ ପାଖକୁ ଆସିଲେ ବାବା ବୁଝାଉଥିଲେ ତୁମେ ଲଢେଇ କରି ଶିବବାବାଙ୍କ ୟାଦରେ ରହିଲେ ସ୍ୱର୍ଗକୁ ଯାଇପାରିବ । ବାକି ଏପରି ନୁହେଁ ଯେ ସ୍ୱର୍ଗରେ ରାଜା ହେବ । ତାଙ୍କୁ ଏହାଠାରୁ ଅଧିକ ବୁଝାଇ ମଧ୍ୟ ପାରିବ ନାହିଁ । ତାଙ୍କୁ ସାମାନ୍ୟ ଜ୍ଞାନ ବୁଝାଯାଏ । ଲଢେଇରେ ନିଜର ଇଷ୍ଟ ଦେବଙ୍କୁ ନିଶ୍ଚୟ ମନେ ରଖିଥାନ୍ତି । ଶିଖ୍ ହୋଇଥିଲେ ଗୁରୁ ଗୋବିନ୍ଦଙ୍କର ଜୟ ବୋଲି କହିବେ । କିନ୍ତୁ ଏପରି କେହି ନାହାଁନ୍ତି ଯିଏକି ନିଜକୁ ଆତ୍ମା ଭାବି ପରମାତ୍ମାଙ୍କୁ ୟାଦ କରିବେ । ବାକି ହଁ ଯିଏ ବାବାଙ୍କର ପରିଚୟ ନେବେ ତେବେ ସ୍ୱର୍ଗକୁ ଆସିଯିବେ । ସମସ୍ତଙ୍କର ପିତା ତ ଏକ ହିଁ ଅଟନ୍ତି ପତିତ-ପାବନ । ସେ ପତିତମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ କଟିଯିବ ଏବଂ ମୁଁ ସ୍ଥାପନ କରୁଥିବା ସୁଖଧାମକୁ ତୁମେ ଯାଇପାରିବ । ଲଢେଇରେ ମଧ୍ୟ ଶିବବାବାଙ୍କୁ ମନେ ପକାଇଲେ ସ୍ୱର୍ଗକୁ ଆସିଯିବ । ସେହି ହଦର ଯୁଦ୍ଧଭୂମିର କଥା ଅଲଗା, ଏଠିକାର କଥା ଅଲଗା । ବାବା କହୁଛନ୍ତି ଜ୍ଞାନର କେବେ ବିନାଶ ହୁଏ ନାହିଁ । ସମସ୍ତେ ତ ଶିବବାବାଙ୍କର ସନ୍ତାନ । ଏବେ ଶିବବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ମୋ ପାଖକୁ ମୁକ୍ତିଧାମକୁ ଆସିଯିବ । ପୁଣି ଯେଉଁ ଜ୍ଞାନ ଶିଖାଯାଉଛି ତାକୁ ପଢିଲେ ସ୍ୱର୍ଗର ରାଜତ୍ୱ ମିଳିଯିବ । କେତେ ସହଜ ଅଟେ, ସ୍ୱର୍ଗକୁ ଯିବାର ରାସ୍ତା ଏକ ସେକେଣ୍ଡରେ ମିଳିଯାଉଛି । ମୁଁ ଆତ୍ମା ବାବାଙ୍କୁ ମନେ ପକାଉଛି, ଯୁଦ୍ଧ ଭୂମିକୁ ତ ଖୁସିରେ ଯିବା ଦରକାର । କର୍ମ ତ କରିବାକୁ ହିଁ ହେବ । ଦେଶର ରକ୍ଷା ପାଇଁ ସବୁ କିଛି କରିବାକୁ ପଡିଥାଏ । ସେଠାରେ ତ ଏକ ଧର୍ମ ହିଁ ହେବ, ମତଭେଦର କୌଣସି କଥା ନାହିଁ । ଏଠାରେ କେତେ ମତଭେଦ ରହିଛି । ପାଣି ପାଇଁ, ଜାଗା ପାଇଁ ଝଗଡା ହେଉଛି । ପାଣି ବନ୍ଦ କରିଦେଉଛନ୍ତି, ତେଣୁ ପଥର ମାରିବାରେ ଲାଗିପଡୁଛନ୍ତି । ଅନ୍ୟ ଜଣେ-ଜଣଙ୍କୁ ଶସ୍ୟ ନଦେଲେ ଝଗଡା ହୋଇଥାଏ ।

ତୁମେ ପିଲାମାନେ ଜାଣିଛ ଆମେ ନିଜର ରାଜ୍ୟ ସ୍ଥାପନ କରୁଛୁ । ପାଠପଢା ଦ୍ୱାରା ରାଜ୍ୟ ପ୍ରାପ୍ତି କରୁଛ । ନୂଆ ଦୁନିଆ ନିଶ୍ଚୟ ସ୍ଥାପନ ହେବ । ଯେହେତୁ ଏହା ନିଧାର୍ଯ୍ୟ ଅଛି ତେବେ କେତେ ଖୁସି ହେବା ଦରକାର । କୌଣସି ଜିନିଷରେ ଲଢେଇ-ଝଗଡାର କିଛି କଥା ନାହିଁ । ବହୁତ ସାଧାରଣ ଭାବରେ ମଧ୍ୟ ରହିବାକୁ ପଡିବ । ବାବା କହୁଛନ୍ତି ତୁମେ ଶ୍ୱଶୁରଘର ଯାଉଛ ସେଥିପାଇଁ ବନବାସରେ ଅଛ । ସବୁ ଆତ୍ମାମାନେ ଘରକୁ ଯିବେ, ଶରୀର ତ ଯିବ ନାହିଁ ନା । ଶରୀରର ଅଭିମାନ ମଧ୍ୟ ଛାଡି ଦେବାକୁ ହେବ । ଆମେ ଆତ୍ମା ଅଟୁ ଆମର ୮୪ ଜନ୍ମ ଏବେ ପୂରା ହେଲା । ଭାରତବାସୀଙ୍କୁ କୁହ ଭାରତ ସ୍ୱର୍ଗ ଥିଲା, ଏବେ ତ କଳିଯୁଗ ଅଟେ । କଳିଯୁଗରେ ଅନେକ ଧର୍ମ ରହିଛି । ସତ୍ୟଯୁଗରେ ଏକ ଧର୍ମ ଥିଲା । ଭାରତ ପୁଣି ଥରେ ସ୍ୱର୍ଗ ହେବ । ଜାଣୁଛନ୍ତି ମଧ୍ୟ ଭଗବାନ ଆସିଛନ୍ତି । ଆଗକୁ ଗଲେ ଭବିଷ୍ୟବାଣୀ ମଧ୍ୟ କରିବେ । ବାତାବରଣକୁ ଦେଖିବେ ନା । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି । ବାବା ତ ସମସ୍ତଙ୍କର ଅଟନ୍ତି ନା । ସମସ୍ତଙ୍କର ହକ ରହିଛି । ବାବା କହୁଛନ୍ତି ମୁଁ ସମସ୍ତଙ୍କୁ କହୁଛି ମୋତେ ସ୍ମରଣ କଲେ ତୁମର ବିକର୍ମ ବିନାଶ ହେବ । ଏବେ ତ ଲୋକମାନେ ଭାବୁଛନ୍ତି କେତେବେଳେ ବି ଯୁଦ୍ଧ ଲାଗିଯାଇପାରେ । ଏମିତିକି କାଲି ମଧ୍ୟ ହୋଇପାରେ । ମହାଯୁଦ୍ଧ ଲାଗିବ ପାଇଁ କେତେ ସମୟ ଲାଗିବ । କିନ୍ତୁ ତୁମେ ବୁଝୁଛ ଏବେ ଆମର ରାଜଧାନୀ ସ୍ଥାପନ ହୋଇ ନାହିଁ ତେଣୁ ବିନାଶ କିପରି ହେବ । ଏବେ ତ ବାବାଙ୍କର ସନ୍ଦେଶ ମଧ୍ୟ ଚାରିଆଡେ ଦିଆଯାଇନାହିଁ । ପତିତ ପାବନ ବାବା କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ । ଏହି ସନ୍ଦେଶ ସମସ୍ତଙ୍କୁ କାନକୁ ଯିବା ଉଚିତ୍ । ଯଦିବି ଯୁଦ୍ଧ ଲାଗିଯାଏ, ବମ୍ ପଡିଯାଏ ତେବେ ମଧ୍ୟ ତୁମର ନିଶ୍ଚୟ ଅଛି ଯେ ଆମର ରାଜଧାନୀ ନିଶ୍ଚୟ ସ୍ଥାପନ ହେବ, ସେ ପର୍ଯ୍ୟନ୍ତ ବିନାଶ ହୋଇପାରିବ ନାହିଁ । ବିଶ୍ୱରେ ଶାନ୍ତି ସ୍ଥାପନା ହେଉ ଏକଥା କହୁଛନ୍ତି ନା । ସାରା ବିଶ୍ୱରେ ଯୁଦ୍ଧ ଲାଗିଗଲେ ବିନାଶ ହୋଇଯିବ । ଏହା ବିଶ୍ୱ ବିଦ୍ୟାଳୟ ଅଟେ, ସାରା ବିଶ୍ୱକୁ ତୁମେ ଜ୍ଞାନ ଦେଉଛ । କେବଳ ବାବା ହିଁ ଆସି ସାରା ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି । ସେମାନେ ତ କଳ୍ପର ଆୟୁ ହିଁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ତୁମେ ଜାଣିଛ ଏହାର ଆୟୁ ପୂରା ୫୦୦୦ ବର୍ଷ ଅଟେ । କହୁଛନ୍ତି ଖ୍ରୀଷ୍ଟଙ୍କର ତିନି ହଜାର ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା । ଇସ୍ଲାମୀ, ବୌଦ୍ଧି ଆଦି ସମସ୍ତଙ୍କର ହିସାବ-କିତାବ ବାହାର କରୁଛନ୍ତି । ତାଙ୍କ ପୂର୍ବରୁ ଆଉ କାହାର ନାମ ନାହିଁ । ତୁମେ ଅବିକଳ ହିସାବ କହିପାରିବ । ତେଣୁ ତୁମେ କେତେ ଖୁସୀରେ ରହିବା ଉଚିତ୍ । ଏଠାରେ ଲଢେଇ ଝଗଡା ଆଦରି କଥା ହିଁ ନାହିଁ । ଯାହାଙ୍କର କେହି ମୁରବୀ ନଥାନ୍ତି ସେହିମାନେ ଲଢେଇ ଝଗଡା କରିଥାନ୍ତି । ତୁମେ ବର୍ତ୍ତମାନ ଯାହା ପୁରୁଷାର୍ଥ କରିବ ତାହା ୨୧ ଜନ୍ମ ପାଇଁ ପ୍ରାରବ୍ଧ ହୋଇଯିବ । ଲଢେଇ-ଝଗଡା କଲେ ଉଚ୍ଚ ପଦ ମିଳିପାରିବ ନାହିଁ । ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ । କିଛି ବି କଥା ଥିଲେ, କିଛି ଦରକାର ଥିଲେ ବାବାଙ୍କ ପାଖକୁ ଆସ, ସରକାର ମଧ୍ୟ କହୁଛି ନା ତୁମେ ନିଜେ ନିଜେ ନ୍ୟାୟ ନିଷ୍ପତି କରନାହିଁ । କେହି କହୁଛନ୍ତି ଆମର ବିଦେଶୀ ଜୋତା ଦରକାର । ବାବା କହୁଛନ୍ତି ପିଲାମାନେ ଏବେ ତ ତୁମେ ବନବାସରେ ଅଛ । ସ୍ୱର୍ଗ ଦୁନିଆରେ ତୁମକୁ ବହୁତ ମାଲ ମିଳିବ । ବାବା ତ ଠିକ୍ କଥା ବୁଝାଇବେ ନା ପିଲାମାନେ ଏହା ଠିକ୍ ନୁହେଁ । ଏଠାରେ ତୁମେ ଏପରି ଆଶା କାହିଁକି ରଖୁଛ ? ଏଠାରେ ତ ବହୁତ ସାଧାରଣ ଭାବରେ ରହିବା ଉଚିତ୍ । ନଚେତ୍ ଦେହ-ଅଭିମାନ ଆସିଯିବ, ଏଥିରେ ନିଜ ମତରେ ଚାଲିବା ଅନୁଚିତ୍, ବାବା ଯାହା କହିବେ କରିବା ଉଚିତ୍ । ରୋଗ ହେଲେ ଡାକ୍ତର ଆଦିଙ୍କୁ ମଧ୍ୟ ଡାକିଥାନ୍ତି, ଔଷଧ ପାଣି ତ ସମସ୍ତଙ୍କୁ ମିଳୁଛି ତଥାପି ମଧ୍ୟ ସବୁ କଥା ବୁଝିବା ପାଇଁ ବାବା ଅଛନ୍ତି । ଶ୍ରୀମତ ତ ଶ୍ରୀମତ ଅଟେ ନା । ନିଶ୍ଚୟରେ ବିଜୟ ରହିଛି । ସେ ତ ସବୁ କିଛି ବୁଝୁଛନ୍ତି ନା । ବାବାଙ୍କ ନିର୍ଦ୍ଦେଶ ରାୟ ଅନୁଯାୟୀ ଚାଲିବାରେ ହିଁ କଲ୍ୟାଣ ରହିଛି । ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ । ଯଦି କାହାକୁ ମୂଲ୍ୟବାନ କରି ନ ପାରିଲ ତେବେ ନିଜେ ମୂଲ୍ୟହୀନ ଅଟ ନା । ମୂଲ୍ୟବାନ ହେବାର ଯୋଗ୍ୟ ନୁହେଁ । ଏଠାରେ ମୂଲ୍ୟ ନଥିଲେ ସତ୍ୟଯୁଗରେ ମଧ୍ୟ ମୂଲ୍ୟ ରହିବ ନାହିଁ । ସେବାଧାରୀ ସନ୍ତାମାନଙ୍କୁ ସେବାର କେତେ ସଉକ ରହୁଛି । ଚାରିଆଡେ ବୁଲୁଛନ୍ତି । ସେବା ନକଲେ ତାଙ୍କୁ ଦୟାଳୁ, କଲ୍ୟାଣକାରୀ କିଛି ମଧ୍ୟ କୁହାଯିବ ନାହିଁ । ବାବାଙ୍କୁ ମନେ ନପକାଇଲେ ତୁଚ୍ଛ କାମ କରୁଛନ୍ତି । ପଦ ମଧ୍ୟ ତୁଚ୍ଛ ପାଇବେ । ଏପରି ନୁହେଁ, ଆମର ତ ଶିବବାବାଙ୍କ ସହିତ ଯୋଗ ରହିଛି । ଏମାନେ ହେଉଛନ୍ତି ବି.କେ. ଶିବବାବା ବ୍ରହ୍ମାଦ୍ୱାରା ହିଁ ଜ୍ଞାନ ଦେଇପାରିବେ । କେବଳ ଯଦି ଶିବବାବାଙ୍କୁ ମନେ ପକାଇବ ମୁରଲୀ କିପରି ଶୁଣିବ ପୁଣି ପରିଣାମ କଣ ହେବ ? ନ ପଢିଲେ ପଦ କଣ ପାଇବ । ଏକଥା ମଧ୍ୟ ଜାଣିଛ ସମସ୍ତଙ୍କର ଭାଗ୍ୟ ଉଚ୍ଚ ହେବ ନାହିଁ । ସେଠାରେ ମଧ୍ୟ କ୍ରମାନ୍ୱୟରେ ପଦ ରହିବ । ପବିତ୍ର ତ ସମସ୍ତଙ୍କୁ ହେବାକୁ ପଡିବ । ଆତ୍ମା ପବିତ୍ର ହେବା ବିନା ଶାନ୍ତିଧାମ ଯାଇପାରିବ ନାହିଁ ।

ବାବା କହୁଛନ୍ତି ତୁମେ ସମସ୍ତଙ୍କୁ ଏହି ଜ୍ଞାନ ଶୁଣାଇଚାଲ, କେହି କେହି ବର୍ତ୍ତମାନ ନ ଶୁଣିଲେ ମଧ୍ୟ, ଆଗକୁ ଗଲେ ନିଶ୍ଚୟ ଶୁଣିବେ । ଏବେ କେତେ ବି ବିଘ୍ନ, ତୋଫାନ ଜୋରରେ ଆସୁ ତୁମକୁ ଡରିବାର ନାହିଁ କାହିଁକି ନା ନୂଆ ଧର୍ମର ସ୍ଥାପନା ହେଉଛି ନା । ତୁମେ ଗୁପ୍ତରେ ରାଜଧାନୀ ସ୍ଥାପନ କରୁଛ । ବାବା ସେବାଯୋଗ୍ୟ ସନ୍ତାନମାନଙ୍କୁ ଦେଖି ଖୁସି ହେଉଛନ୍ତି । ତୁମେ ନିଜକୁ ନିଜେ ରାଜତିଳକ ଦେବା ଉଚିତ୍, ଶ୍ରୀମତରେ ଚାଲିବା ଉଚିତ୍ । ଏଥିରେ ନିଜର ଜିଦି ଚାଲିପାରିବ ନାହିଁ । ତୁଚ୍ଛାଟାରେ ନିଜର କ୍ଷତି କରିବା ଅନୁଚିତ୍ । ବାବା କହୁଛନ୍ତି ପିଲାମାନେ, ସେବାଧାରୀ ଏବଂ କଲ୍ୟାଣକାରୀ ହୁଅ, ଶିକ୍ଷକମାନେ ହିଁ ଛାତ୍ରମାନଙ୍କୁ କହିବେ ଯେ କି ପାଠପଢି ତୀବ୍ରଗତିରେ ଆଗକୁ ବଢ । ତୁମକୁ ୨୧ ଜନ୍ମ ପାଇଁ ସ୍ୱର୍ଗକୁ ଯିବାର ବୃତ୍ତି ମିଳୁଛି । ରାଜବଂଶରେ ଜନ୍ମ ନେବା ଏହା ହିଁ ବଡ ବୃତ୍ତି ଅଟେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ସଂଗମ ଯୁଗରେ ବହୁତ ସାଧାରଣ ଭାବରେ ରହିବାକୁ ହେବ କାହିଁକି ନା ଏହା ବନବାହରେ ଅର୍ଥାତ୍ ବୈରାଗ୍ୟ ବୃତ୍ତିରେ ରହିବାର ସମୟ । ଏଠାରେ କୌଣସି ପ୍ରକାରର ଆଶା ରଖିବାର ନାହିଁ । କେବେ ବି ନିୟମର ଉଲଘଂନ କରିବାର ନାହିଁ । କିମ୍ବା ଲଢେଇ-ଝଗଡା କରିବାର ନାହିଁ ।

(୨) ବିନାଶ ପୂର୍ବରୁ ନୂଆ ରାଜଧାନୀ ସ୍ଥାପନ କରିବା ପାଇଁ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ ।

ବରଦାନ:-
ବାବାଙ୍କ ଦ୍ୱାରା ସଫଳତାର ତିଳକ ପ୍ରାପ୍ତ କରୁଥିବା ସଦା ଆଜ୍ଞାକାରୀ, ହୃଦୟ ସିଂହାସନ ଅଧିକାରୀ ହୁଅ ।

ଭାଗ୍ୟ ବିଧାତା ବାବା ପ୍ରତିଦିନ ଅମୃତବେଳାରେ ନିଜର ଆଜ୍ଞାକାରୀ ପିଲାମାନଙ୍କୁ ସଫଳତାର ତିଳକ ଲଗାଇ ଦେଉଛନ୍ତି । ଆଜ୍ଞାକାରୀ ବ୍ରାହ୍ମଣ ପିଲାମାନେ କେବେହେଲେ ମେହନତ ବା ମୁଶକିଲ୍ ଶବ୍ଦକୁ ମୁଖରେ ଉଚ୍ଚାରଣ କରିବା ତ ଦୂରର କଥା, ସଂକଳ୍ପରେ ମଧ୍ୟ ଆଣିପାରିବେ ନାହିଁ । ତେଣୁ ସେମାନେ ସହଜଯୋଗୀ ହୋଇଯାଆନ୍ତି । ସେଥିପାଇଁ କେବେ ବି ହତାଶ ହୁଅ ନାହିଁ ବରଂ ସର୍ବଦା ହୃଦୟ ସିଂହାସନର ଅଧିକାରୀ ହୁଅ, ଦୟାଶୀଳ ହୁଅ । ଅହଂକାର ଏବଂ ସନ୍ଦେହୀ ଭାବନାକୁ ସମାପ୍ତ କର ।

ସ୍ଲୋଗାନ:-
ବିଶ୍ୱ ପରିବର୍ତ୍ତନର ତିଥିକୁ ଅପେକ୍ଷା କର ନାହିଁ ବରଂ ନିଜର ପରିବର୍ତ୍ତନର ଘଡି ନିର୍ଦ୍ଧାରିତ କର ।