16.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ସଂଗମଯୁଗରେ ସେବା କରି ଗାୟନ ଯୋଗ୍ୟ ହେବାକୁ ପଡିବ, ପୁଣି ଭବିଷ୍ୟତରେ ପୁରୁଷୋତ୍ତମ ହେବା ଦ୍ୱାରା ତୁମେ ପୂଜନ ଯୋଗ୍ୟ ହୋଇଯିବ ।

ପ୍ରଶ୍ନ:-
କେଉଁ ରୋଗ ସମୂଳେ ସମାପ୍ତ ହେଲେ ଯାଇ ବାବାଙ୍କ ହୃଦୟରେ ରହିପାରିବ ?

ଉତ୍ତର:-
(୧) ଦେହ-ଅଭିମାନର ରୋଗ । ଏହି ଦେହ-ଅଭିମାନ କାରଣରୁ ସମସ୍ତ ବିକାର ଗୁଡିକ ମିଶି ତୁମକୁ ମହାରୋଗୀ କରି ଦେଇଛନ୍ତି । ଯଦି ଏହି ଦେହ-ଅଭିମାନ ସମାପ୍ତ ହୋଇଯିବ ତେବେ ତୁମେ ବାବାଙ୍କ ହୃଦୟରେ ରହିପାରିବ । (୨) ଯଦି ହୃଦୟରେ ରହିବାକୁ ଚାହୁଁଛ ତେବେ ବିଶାଳ ବୁଦ୍ଧି ହୁଅ, ଜ୍ଞାନ ଚିତା ଉପରେ ବସ । ଆତ୍ମିକ ସେବାରେ ଲାଗିଯାଅ ଏବଂ ବାଣୀ ଦ୍ୱାରା ସେବା କରିବା ସହିତ ବାବାଙ୍କୁ ଭଲ ରୂପେ ମନେ ପକାଅ ।

ଗୀତ:-
ଜାଗ ସଜନିୟାଁ ଜାଗ...

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତ ଶୁଣିଲେ ଆତ୍ମିକ ପିତା ଏହି ସାଧାରଣ ପୁରୁଣା ଶରୀରର ମୁଖ ଦ୍ୱାରା କହୁଛନ୍ତି । ବାବା କହୁଛନ୍ତି ମୋତେ ପୁରୁଣା ଶରୀର ପୁରୁଣା ରାଜଧାନୀକୁ ଆସିବାକୁ ପଡୁଛି । ବର୍ତ୍ତମାନ ଏହା ରାବଣର ରାଜଧାନୀ ଅଟେ । ଏହି ଶରୀର ମଧ୍ୟ ଅନ୍ୟର । ଯେଉଁ ଆତ୍ମା ଏ ଶରୀରର ମାଲିକ ସେ ଆତ୍ମା ପୂର୍ବରୁ ମଧ୍ୟ ଅଛନ୍ତି । ମୁଁ ଅନ୍ୟର ଶରୀରରେ ପ୍ରବେଶ କରୁଛି । ନିଜର ଶରୀର ହୋଇଥିଲେ ତାହାର ନାମ ରହିଥାନ୍ତା । ମୋର ନାମ ବଦଳୁନାହିଁ । ମୋତେ ତଥାପି ଶିବବାବା ବୋଲି କହୁଛନ୍ତି । ଗୀତ ତ ସନ୍ତାନମାନେ ପ୍ରତ୍ୟହ ଶୁଣୁଛନ୍ତି । ନବଯୁଗ ଅର୍ଥାତ୍ ନୂଆ ଦୁନିଆ ସତ୍ୟଯୁଗ ଆସୁଛି ତେବେ କାହାକୁ ଜାଗ୍ରତ ହେବା ପାଇଁ କହୁଛନ୍ତି ? ଆତ୍ମାମାନଙ୍କୁ କାହିଁକି ନା ଆତ୍ମାମାନେ ଘୋର ଅନ୍ଧକାରରେ ଶୋଇ ରହିଛନ୍ତି । କିଛି ହେଲେ ବୁଝୁ ନାହାଁନ୍ତି । ବାବାଙ୍କୁ ହିଁ ଜାଣି ନାହାଁନ୍ତି । ଏବେ ବାବା ଜାଗ୍ରତ କରାଇବା ପାଇଁ ଆସିଛନ୍ତି । ଏବେ ତୁମେ ବେହଦର ବାବାଙ୍କୁ ଜାଣିଛ । ତାଙ୍କଠାରୁ ବେହଦର ସୁଖ ନୂଆ ଦୁନିଆରେ ମିଳିବ । ସତ୍ୟଯୁଗକୁ ନୂଆଯୁଗ କୁହାଯାଉଛି, କଳିଯୁଗକୁ ପୁରୁଣା ଯୁଗ କୁହାଯିବ । ବିଦ୍ୱାନ, ପଣ୍ଡିତ ଆଦି କେହି ମଧ୍ୟ ଏକଥା ଜାଣି ନାହାଁନ୍ତି । କାହାକୁ ମଧ୍ୟ ପଚାର ନୂଆ ଯୁଗ ପୁଣି ପୁରୁଣା କିପରି ହେଉଛି, ତେବେ କେହି ବି କହିପାରିବେ ନାହିଁ । କହିବେ ଏହା ତ ଲକ୍ଷ-ଲକ୍ଷ ବର୍ଷର କଥା । ଏବେ ତୁମେ ଜାଣୁଛ ଯେ ଆମେ ନୂଆ ଯୁଗରୁ ପୁରୁଣା ଯୁଗକୁ କିପରି ଆସୁଛୁ ଅର୍ଥାତ୍ ସ୍ୱର୍ଗବାସୀରୁ ନର୍କବାସୀ କିପରି ହେଉଛୁ । ମନୁଷ୍ୟ ତ କିଛି ହେଲେ ଜାଣି ନାହାଁନ୍ତି, ଯାହାଙ୍କର ପୂଜା କରୁଛନ୍ତି ତାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣି ନାହାଁନ୍ତି । ଯେପରି ଜଗଦମ୍ବାଙ୍କର ପୂଜା କରୁଛନ୍ତି ତେବେ ଏହି ଅମ୍ବା କିଏ, ଜାଣି ନାହାଁନ୍ତି । ବାସ୍ତବରେ ମାତାମାନଙ୍କୁ ଅମ୍ବା ବୋଲି କୁହାଯାଉଛି । କିନ୍ତୁ ପୂଜା ତ ଜଣଙ୍କର ହେବା ଉଚିତ୍ । ଶିବବାବାଙ୍କର ମଧ୍ୟ ଏକ ଅବ୍ୟଭିଚାରୀ ସ୍ମୃତିଚିହ୍ନ ରହିଛି । ଅମ୍ବା ମଧ୍ୟ ଜଣେ ଅଟନ୍ତି । କିନ୍ତୁ ଜଗତଅମ୍ବାଙ୍କୁ ଜାଣି ନାହାଁନ୍ତି । ମମ୍ମା ଜଗତ ଅମ୍ବା ଏବଂ ଲକ୍ଷ୍ମୀ ଜଗତର ମହାରାଣୀ ଅଟନ୍ତି । ତୁମେ ଏବେ ଜାଣିଛ ଯେ ଜଗତ ଅମ୍ବା କିଏ ଏବଂ ଜଗତର ମହାରାଣୀ କିଏ । ଏହି କଥା ଆଉ କେହି ଜାଣିପାରିବେ ନାହିଁ । ଲକ୍ଷ୍ମୀଙ୍କୁ ଦେବୀ ଏବଂ ଜଗତ ଅମ୍ବାଙ୍କୁ ବ୍ରାହ୍ମଣୀ କହୁଛନ୍ତି । ସଂଗମରେ ହିଁ ବ୍ରାହ୍ମଣ ରହିଛନ୍ତି । ଏହି ସଂଗମଯୁଗକୁ କେହିହେଲେ ଜାଣି ନାହାଁନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ପୁରୁଷୋତ୍ତମ ସୃଷ୍ଟି ରଚନା କରାଯାଉଛି । କିନ୍ତୁ ସତ୍ୟଯୁଗରେ ପୁରୁଷୋତ୍ତମ ଦେବୀ-ଦେବତାଙ୍କୁ ଦେଖିପାରିବ । ବର୍ତ୍ତମାନ ତୁମେ ବ୍ରାହ୍ମଣ ଗାୟନ ଯୋଗ୍ୟ ଅଟ । ସେବା କରୁଛ ପୁଣି ତୁମେ ପୂଜା ଯୋଗ୍ୟ ହେବ, ବ୍ରହ୍ମାଙ୍କୁ ଏତେ ଭୂଜା ଦେଉଛନ୍ତି ତେବେ ଅମ୍ବାଙ୍କୁ କାହିଁକି ଦେବେ ନାହିଁ । ତାଙ୍କର ମଧ୍ୟ ସମସ୍ତେ ସନ୍ତାନ ଅଟନ୍ତି ନା । ମାତା-ପିତା ହିଁ ପ୍ରଜାପିତା ହେଉଛନ୍ତି । ପିଲାମାନଙ୍କୁ ପ୍ରଜାପିତା ବୋଲି କୁହାଯିବ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ସତ୍ୟଯୁଗରେ ଜଗତପିତା ଜଗତମାତା ବୋଲି କୁହାଯିବ ନାହିଁ । ପ୍ରଜାପିତାଙ୍କର ନାମ ପ୍ରସିଦ୍ଧ ଅଟେ । ଜଗତପିତା ଏବଂ ଜଗତମାତା ଜଣେ ହିଁ ଅଟନ୍ତି । ବାକି ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି । ଅଜମେରରେ ପ୍ରଜାପିତା ବ୍ରହ୍ମାଙ୍କ ମନ୍ଦିରକୁ ଗଲେ ବାବା ବୋଲି କହିବ କାହିଁକି ନା ପ୍ରଜାପିତା ଅଟନ୍ତି । ଲୌକିକ ପିତା ଜନ୍ମଦାତା ହୋଇଥିବାରୁ ସେ ହଦର ପ୍ରଜାପିତା ଅଟନ୍ତି । ଶିବବାବା ଯିଏକି ସମସ୍ତ ଆତ୍ମାମାନଙ୍କର ବେହଦର ବାବା ଅଟନ୍ତି । ଏହି ପ୍ରଭେଦ ମଧ୍ୟ ତୁମକୁ ଲେଖିବାକୁ ପଡିବ । ଜଗତଅମ୍ବା ସରସ୍ୱତୀ ଜଣେ ଅଟନ୍ତି । ଦୁର୍ଗା, କାଳୀ ଆଦି କେତେ ନାମ ରଖିଦେଇଛନ୍ତି ଅମ୍ବା ଏବଂ ବାବାଙ୍କର ତୁମେ ସମସ୍ତେ ସନ୍ତାନ ଅଟ । ଇଏ ରଚନା ଅଟନ୍ତି ନା । ପ୍ରଜାପିତା ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ, ତାଙ୍କୁ ଅମ୍ବା କୁହାଯାଉଛି । ବାକି ଯେତେ ପୁତ୍ର କନ୍ୟାମାନେ ରହିଛନ୍ତି ସମସ୍ତେ ପୋଷ୍ୟ ଅଟନ୍ତି । ଏତେ ସନ୍ତାନ କେଉଁଠୁ ଆସିବେ । ଏମାନେ ସମସ୍ତେ ମୁଖ ବଂଶାବଳୀ । ମୁଖ ଦ୍ୱାରା ବ୍ରହ୍ମାଙ୍କୁ ସୃଷ୍ଟି କରୁଥିବାରୁ ସେ ରଚନା ହୋଇଗଲା । କହୁଛନ୍ତି ଇଏ ମୋର । ମୁଁ ଏହାଙ୍କ ଦ୍ୱାରା ସନ୍ତାନ ସୃଷ୍ଟି କରିଛି । ଏମାନେ ସମସ୍ତେ ପୋଷ୍ୟ ଅଟନ୍ତି । ଏମାନେ ହେଲେ ଈଶ୍ୱରୀୟ ପୋଷ୍ୟ ସନ୍ତାନ, ମୁଖ ବଂଶାବଳୀ । ଆତ୍ମାମାନେ ସଦାସର୍ବଦା ରହିଛନ୍ତି । ତାଙ୍କୁ ପୋଷ୍ୟ କରାଯାଉ ନାହିଁ । ବାବା କହୁଛନ୍ତି ଆତ୍ମାମାନେ ସର୍ବଦା ମୋର ସନ୍ତାନ ଅଟନ୍ତି । ପୁଣି ବର୍ତ୍ତମାନ ମୁଁ ଆସି ପ୍ରଜାପିତା ବ୍ରହ୍ମା ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରାଉଛି । ଆତ୍ମାମାନଙ୍କୁ ନୁହେଁ, ଶରୀର ସହିତ ଜୀବାତ୍ମା ଅର୍ଥାତ୍ ପୁତ୍ର ଏବଂ କନ୍ୟାମାନଙ୍କୁ ପୋଷ୍ୟ କରାଉଛନ୍ତି । ଏହା ମଧ୍ୟ ବହୁତ ସୂକ୍ଷ୍ମ ବୁଝିବାର କଥା ଅଟେ । ଏହି କଥାକୁ ବୁଝିବା ଦ୍ୱାରା ତୁମେ ଏହିପରି ଲକ୍ଷ୍ମୀ-ନାରାୟଣ ହେଉଛ, କିପରି ହେବ ଏକଥା ଆମେ ବୁଝାଇପାରିବୁ । କେଉଁ କର୍ମ କରିବା ଦ୍ୱାରା ସେ ଏହି ବିଶ୍ୱର ମାଲିକ ହେଉଛନ୍ତି । ତୁମେ ପ୍ରଦର୍ଶନୀରେ ମଧ୍ୟ ଏ ପ୍ରଶ୍ନ ପଚାରିପାରିବ । ତୁମେ ଜାଣିଛ ଇଏ ସ୍ୱର୍ଗର ରାଜଧାନୀ କିପରି ପ୍ରାପ୍ତ କଲେ । ତୁମମାନଙ୍କ ମଧ୍ୟରୁ ଯଥାର୍ଥ ରୀତି କେହି ବୁଝାଇପାରିବେ ନାହିଁ । ଯାହାଙ୍କ ପାଖରେ ଦୈବୀଗୁଣ ଥିବ ଏବଂ ଏହି ଆତ୍ମିକ ସେବାରେ ଲାଗିଥିବେ ସେ ହିଁ ବୁଝାଇପାରିବେ । ବାକି ତ ମାୟାର ରୋଗରେ କବଳିତ । ଅନେକ ପ୍ରକାରର ରୋଗ ରହିଛି । ଦେହ-ଅଭିମାନର ରୋଗ ମଧ୍ୟ ରହିଛି । ଏହି ବିକାର ହିଁ ତୁମକୁ ରୋଗୀ କରାଇଛି ।

ବାବା କହୁଛନ୍ତି ମୁଁ ତୁମକୁ ପବିତ୍ର ଦେବତା କରାଉଛି । ତୁମେ ସର୍ବଗୁଣ ସମ୍ପନ୍ନ... ପବିତ୍ର ଥିଲ । ଏବେ ପତିତ ହୋଇଯାଇଛ । ବେହଦର ବାବା ଏହିପରି କହୁଛନ୍ତି । ଏଥିରେ ନିନ୍ଦା କରିବାର କୌଣସି କଥା ହିଁ ନାହିଁ, ଏହା ବୁଝାଇବାର କଥା ଅଟେ । ଭାରତବାସୀଙ୍କୁ ଅବିନାଶୀ ବାବା କହୁଛନ୍ତି ମୁଁ ଭାରତକୁ ଆସୁଛି । ଭାରତର ମହିମା ତ ଅପରମଅପାର ଅଟେ । ଏଠାକୁ ଆସି ନର୍କକୁ ସ୍ୱର୍ଗ କରାଉଛନ୍ତି, ସମସ୍ତଙ୍କୁ ଶାନ୍ତି ଦେଉଛନ୍ତି । ତେଣୁ ଏପରି ବାବାଙ୍କର ମହିମା ମଧ୍ୟ ଅପରମଅପାର ଅଟେ । ତାଙ୍କ ମହିମାର ସୀମା ନାହିଁ । ଜଗତଅମ୍ବା ଏବଂ ତାଙ୍କର ମହିମାକୁ କେହି ମଧ୍ୟ ଜାଣି ନାହାଁନ୍ତି । ଏହାଙ୍କ ପ୍ରଭେଦ ମଧ୍ୟ ତୁମେ ବତାଇପାରିବ । ଏହା ଜଗତଅମ୍ବାଙ୍କ ଜୀବନ କାହାଣୀ ଏବଂ ଲକ୍ଷ୍ମୀଙ୍କର ଜୀବନ କାହାଣୀ ଅଟେ । ସେହି ଜଗତଅମ୍ବା ପୁଣି ଲକ୍ଷ୍ମୀ ଦେଉଛନ୍ତି । ପୁଣି ଲକ୍ଷ୍ମୀ ୮୪ ଜନ୍ମ ପରେ ଜଗତଅମ୍ବା ହେବେ । ଚିତ୍ର ମଧ୍ୟ ଅଲଗା-ଅଲଗା ରଖିବା ଦରକାର । ଦେଖାଉଛନ୍ତି ଲକ୍ଷ୍ମୀଙ୍କୁ କଳସ ମିଳିଛି କିନ୍ତୁ ଲକ୍ଷ୍ମୀ ପୁଣି ସଂଗମରେ କେଉଁଠୁ ଆସିଲେ । ସେ ତ ସତ୍ୟଯୁଗରେ ରହିବେ । ଏସବୁ କଥା ବାବା ବୁଝାଉଛନ୍ତି । ଚିତ୍ର ତିଆରି କରିବା ନିମନ୍ତେ ଯେଉଁମାନେ ରହିଛନ୍ତି ସେମାନେ ବିଚାର ସାଗର ମନ୍ଥନ କରିବା ଉଚିତ୍ । ଏହାଦ୍ୱାରା ବୁଝାଇବା ସହଜ ହେବ । ଏହିପରି ବିଶାଳ ବୁଦ୍ଧି ହେଲେ ଯାଇ ହୃଦୟରେ ରହିପାରିବ । ବାବାଙ୍କୁ ଭଲ ଭାବରେ ମନେ ପକାଇ, ଜ୍ଞାନ ଚିତା ଉପରେ ବସିଲେ ତେବେ ବାବାଙ୍କ ହୃଦୟରେ ରହିପାରିବ । ଏପରି ନୁହେଁ ଯେ ଯେଉଁମାନେ ଭାଷଣ କରୁଛନ୍ତି ସେମାନେ ହୃଦୟରେ ରହିବେ । ବାବା କହୁଛନ୍ତି ପୁରୁଷାର୍ଥର କ୍ରମ ଅନୁସାରେ ଯେବେ ଦେହ-ଅଭିମାନ ଶୂନ୍ୟ ହୋଇଯିବ, ତେବେ ଅନ୍ତ ସମୟରେ ହିଁ ହୃଦୟରେ ରହିବ ।

ବାବା ବୁଝାଉଛନ୍ତି ବ୍ରହ୍ମ ଜ୍ଞାନୀ, ବ୍ରହ୍ମରେ ଲୀନ ହେବା ପାଇଁ ପରିଶ୍ରମ କରୁଛନ୍ତି କିନ୍ତୁ ଏପରି କେହି ଲୀନ ହୋଇ ପାରିବେ ନାହିଁ । ବାକି ପରିଶ୍ରମ କରି ଉତ୍ତମ ପଦ ପାଉଛନ୍ତି । ଏପରି ମହାତ୍ମା ହେଉଛନ୍ତି ଯେ ତାଙ୍କୁ ପ୍ଲାଟିନିୟମ୍ରେ ଓଜନ କରୁଛନ୍ତି କାହିଁକି ନା ବ୍ରହ୍ମରେ ଲୀନ ହେବା ପାଇଁ ପରିଶ୍ରମ ତ କରୁଛନ୍ତି ନା । ତେବେ ପରିଶ୍ରମର ଫଳ ମଧ୍ୟ ମିଳୁଛି । ବାକି ମୁକ୍ତି-ଜୀବନମୁକ୍ତି ମିଳିପାରିବ ନାହିଁ । ତୁମେ ଜାଣିଛ ବର୍ତ୍ତମାନ ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏତେ ବମ୍ ତିଆରି କରୁଛନ୍ତି ରଖିବା ନିମନ୍ତେ ତିଆରି କରି ନାହାଁନ୍ତି । ତୁମେ ଜାଣିଛ ଯେ ପୁରୁଣା ଦୁନିଆର ବିନାଶ ନିମନ୍ତେ ଏହି ବମ୍ କାମରେ ଆସିବ । ଅନେକ ପ୍ରକାରର ବମ୍ ରହିଛି । ବାବା ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି ପୁଣି ରାଜ-ରାଜେଶ୍ୱରୀ ଦ୍ୱି ମୁକୁଟଧାରୀ ଦେବୀ-ଦେବତା ହେବ । କେଉଁଟି ଉଚ୍ଚପଦ ଅଟେ (ମହାତ୍ମା ହେବ ନା ଦ୍ୱି-ମୁକୁଟଧାରୀ ରାଜା ହେବ) । ଉପରେ ବ୍ରାହ୍ମଣ ଚୂଟୀ ରହିଛି । ଚୂଟୀ ସବୁଠାରୁ ଉପରେ ରହିଥାଏ । ଏବେ ତୁମକୁ ପତିତରୁ ପବିତ୍ର କରାଇବା ପାଇଁ ବାବା ଆସିଛନ୍ତି । ପୁଣି ତୁମେ ମଧ୍ୟ ପତିତ-ପାବନୀ ହେଉଛ ଏହି ନିଶା ନିଜ ମଧ୍ୟରେ ଅଛି ? ଆମେ ସମସ୍ତଙ୍କୁ ପବିତ୍ର କରାଇ ରାଜ-ରାଜେଶ୍ୱରୀ କରାଉଛୁ ? ନିଶା ଥିଲେ ତ ବହୁତ ଖୁସିରେ ରହିବେ । ନିଜ ମନକୁ ପଚାର ଆମେ କେତେ ଜଣଙ୍କୁ ନିଜ ସମାନ କରାଉଛୁ ? ପ୍ରଜାପିତା ବ୍ରହ୍ମା ଏବଂ ଜଗତ ଅମ୍ବା ଉଭୟ ଏକାପରି ଅଟନ୍ତି । ବ୍ରାହ୍ମଣମାନଙ୍କର ରଚନା କରୁଛନ୍ତି । ଶୂଦ୍ରରୁ ବ୍ରାହ୍ମଣ ହେବାର ଯୁକ୍ତି ବାବା ହିଁ ବତାଉଛନ୍ତି । ଏହା କୌଣସି ଶାସ୍ତ୍ରରେ ନାହିଁ । ଏହା ହିଁ ଗୀତାର ଯୁଗ ଅଟେ । ବାସ୍ତବରେ ମହାଭାରତ ଲଢେଇ ମଧ୍ୟ ହୋଇଥିଲା । କିନ୍ତୁ କଣ ଜଣଙ୍କୁ ରାଜଯୋଗ ଶିଖାଇଥିବେ । ମନୁଷ୍ୟମାନଙ୍କ ବୁଦ୍ଧିରେ ଅର୍ଜ୍ଜୁନ ଏବଂ କୃଷ୍ଣ ହିଁ ରହିଛନ୍ତି । ଏଠାରେ ତ ଢେର ଆତ୍ମା ପାଠପଢୁଛନ୍ତି । ଦେଖ ତୁମେ କିପରି ସାଧାରଣ ଭାବରେ ବସିଛ । ଛୋଟ ପିଲା ବାବା ଏବଂ ସମ୍ପତ୍ତି ବିଷୟରେ ପଢିଥାନ୍ତି ନା । ତୁମେ ବସିଛ ତେବେ ତୁମକୁ ମଧ୍ୟ ଅଲଫ ଏବଂ ବେ ପଢାଉଛନ୍ତି । ବାବା ଏବଂ ସମ୍ପତ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ବିଶ୍ୱର ମାଲିକ ହେବ । କୌଣସି ଆସୁରୀ କାମ କରିବା ଅନୁଚିତ୍ । ଦୈବୀଗୁଣ ଧାରଣ କରିବାକୁ ହେବ । ଦେଖିବା ଉଚିତ୍ ଆମ ପାଖରେ କୌଣସି ଅବଗୁଣ ନାହିଁ ତ ? କହିଥାନ୍ତି ମୁଁ ନିର୍ଗୁଣ ମୋ ପାଖରେ କୌଣସି ଗୁଣ ନାହିଁ । ଗୋଟିଏ ନିର୍ଗୁଣ ଆଶ୍ରମ ମଧ୍ୟ ଅଛି କିନ୍ତୁ ତାହାର ଅର୍ଥ କିଛି ନାହିଁ । ନିର୍ଗୁଣ ଅର୍ଥାତ୍ ମୋ ପାଖରେ କୌଣସି ଗୁଣ ନାହିଁ । ଗୁଣବାନ୍ କରିବା ତ ବାବାଙ୍କର ହିଁ କାମ ଅଟେ । ବାବାଙ୍କ ଉପାଧିର ଟୋପି ପୁଣି ନିଜ ମୁଣ୍ଡରେ ରଖି ଦେଉଛନ୍ତି । ବାବା କେତେ କଥା ବୁଝାଉଛନ୍ତି । ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ଜଗତଅମ୍ବା ଏବଂ ଲକ୍ଷ୍ମୀଙ୍କ ମଧ୍ୟରେ ଥିବା ପ୍ରଭେଦ ଦର୍ଶାଅ । ବ୍ରହ୍ମା-ସରସ୍ୱତୀ ସଂଗମର, ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ସତ୍ୟଯୁଗର । ଏହି ଚିତ୍ରସବୁ ବୁଝାଇବା ନିମନ୍ତେ ରହିଛି । ସରସ୍ୱତୀ ହେଉଛନ୍ତି ବ୍ରହ୍ମାଙ୍କର କନ୍ୟା । ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛନ୍ତି । ବର୍ତ୍ତମାନ ତୁମେ ବ୍ରାହ୍ମଣ ଅଟ । ସତ୍ୟଯୁଗୀ ଦେବତା ମଧ୍ୟ ମନୁଷ୍ୟ ଅଟନ୍ତି କିନ୍ତୁ ତାଙ୍କୁ ଦେବତା ବୋଲି କହୁଛନ୍ତି, କାରଣ ମନୁଷ୍ୟ କହିବା ଦ୍ୱାରା ତାଙ୍କର ଯେପରି ଅପମାନ ହୋଇଯାଉଛି । ସେଥିପାଇଁ ଦେବୀ-ଦେବତା ଅଥବା ଭଗବାନ-ଭଗବତୀ କୁହାଯାଉଛି । ଯଦି ରାଜା-ରାଣୀଙ୍କୁ ଭଗବାନ-ଭଗବତୀ କହିଲେ ପ୍ରଜାଙ୍କୁ ମଧ୍ୟ କହିବାକୁ ପଡିବ, ସେଥିପାଇଁ ଦେବୀ-ଦେବତା ବୋଲି କୁହାଯାଉଛି । ତ୍ରିମୂର୍ତ୍ତି ଚିତ୍ର ମଧ୍ୟ ରହିଛି । ସତ୍ୟଯୁଗରେ ଏତେ କମ୍, କଳିଯୁଗରେ ଏତେ ଅଧିକ ମନୁଷ୍ୟ ରହିଛନ୍ତି । ତାକୁ କିପରି ବୁଝାଇବ । ଏଥିପାଇଁ ସୃଷ୍ଟି ଚକ୍ରର ଚିତ୍ର ମଧ୍ୟ ନିଶ୍ଚୟ ଆବଶ୍ୟକ । ପ୍ରଦର୍ଶନୀରେ ସମସ୍ତଙ୍କୁ ଡାକୁଛନ୍ତି, କଷ୍ଟମ କଲେକ୍ଟରଙ୍କୁ ତ କେବେ କେହି ନିମନ୍ତ୍ରଣ ଦେଇ ନାହାଁନ୍ତି । ତେଣୁ ଏହିପରି ବିଚାର ଚଲାଇବାକୁ ପଡିବ, ଏଥିରେ ବହୁତ ବିଶାଳବୁଦ୍ଧି ହେବା ଆବଶ୍ୟକ ।

ବାବାଙ୍କର ତ ସମ୍ମାନ ରଖିବା ଦରକାର । ହୁସେନଙ୍କର ଘୋଡାକୁ କେତେ ସଜାଉଛନ୍ତି । ଘୋଡା ପିଠି ଉପରେ ପଡୁଥିବା କପଡା କେତେ ଛୋଟ, ଘୋଡା କେତେ ବଡ । ଆତ୍ମା ମଧ୍ୟ କେତେ ଛୋଟ ବିନ୍ଦୁ ଅଟେ ସେ ଧାରଣ କରିଥିବା ବଡ ଶରୀରର କେତେ ଶୃଙ୍ଗାର କରାଯାଉଛି । ଏହା ଅକାଳ ତଖତ୍ ଅଟେ ନା । ସର୍ବବ୍ୟାପୀର କଥା ମଧ୍ୟ ଗୀତାରୁ ନିଆଯାଇଛି । ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କୁ ରାଜଯୋଗ ଶିଖାଉଛି ପୁଣି ସର୍ବବ୍ୟାପୀ କିପରି ହେବି । ବାପ-ଶିକ୍ଷକ-ଗୁରୁ ସର୍ବବ୍ୟାପୀ କିପରି ହେବେ । ବାବା କହୁଛନ୍ତି ମୁଁ ତ ତୁମର ବାପ ପୁଣି ଜ୍ଞାନର ସାଗର ଅଟେ । ତୁମେ ବେହଦର ଇତିହାସ-ଭୂଗୋଳ ବୁଝିବା ଦ୍ୱାରା ତୁମକୁ ବେହଦର ରାଜ୍ୟ ମିଳିଯିବ । ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । ମାୟା ଏକଦମ୍ ନାକରୁ ଧରି ନେଉଛି । ଚଳଣି ବିକାରି ହେଉଥିବାରୁ ପୁଣି ଲେଖୁଛନ୍ତି ଏପରି-ଏପରି ଭୁଲ୍ ହୋଇଗଲା । ଆମେ କଳାମୁହଁ କରିଦେଲୁ । ଏଠାରେ ତ ପବିତ୍ରତା ଶିଖାଯାଉଛି ପୁଣି ଯଦି କେହି ଅପବିତ୍ର ହେଲେ ସେଥିରେ ବାବା କଣ କରିପାରିବେ । ଘରେ ଯଦି ସନ୍ତାନ ଖରାପ ହୋଇ, ମୁହଁ କଳା କରେ ତେବେ ବାପ କହିଥାନ୍ତି ତୁ ମରିଗଲେ ଭଲ । ବେହଦର ବାବା ଡ୍ରାମାକୁ ଜାଣିଥିଲେ ମଧ୍ୟ ତଥାପି କହିବାକୁ ତ ପଡିବ ନା । ତୁମେ ଅନ୍ୟମାନଙ୍କୁ ଶିକ୍ଷା ଦେଇ ନିଜେ ମାୟାଗ୍ରସ୍ତ ହୋଇଯାଉଥିବାରୁ ହଜାରେ ଗୁଣ ପାପ ଚଢିଯାଉଛି । କହୁଛନ୍ତି ମାୟା ଚାପୁଡା ମାରିଦେଲା । ମାୟା ଏପରି ଚାପୁଡା ମାରୁଛି ଯେ ବୁଦ୍ଧି ଗୁମ୍ ହୋଇଯାଉଛି ।

ବାବା ବୁଝାଉଛନ୍ତି, ଆଖି ବହୁତ ଧୋକାବାଜ ଅଟେ । କେବେ ବି କୌଣସି ବିକର୍ମ କରିବା ଅନୁଚିତ୍ । ତୋଫାନ ବହୁତ ଆସିବ କାହିଁକି ନା ଯୁଦ୍ଧ ଭୂମିରେ ଅଛ ନା । ଜଣାପଡେ ନାହିଁ ଯେ କଣ ହେବ । ମାୟା ତୁରନ୍ତ ଚାପୁଡା ଲଗାଇଦେଇଥାଏ । ଏବେ ତୁମେ କେତେ ବୁଦ୍ଧିମାନ ହେଉଛ । ଆତ୍ମା ହିଁ ବୁଦ୍ଧିମାନ ହେଉଛି ନା । ଆତ୍ମା ହିଁ ନିର୍ବୋଧ ଥିଲା । ଏବେ ବାବା ବୁଦ୍ଧିମାନ କରାଉଛନ୍ତି । ବହୁତ ଦେହ-ଅଭିମାନରେ ରହିଛନ୍ତି । ବୁଝୁ ନାହାଁନ୍ତି ଯେ ଆମେ ହେଉଛୁ ଆତ୍ମା । ବାବା ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ଆମେ ଆତ୍ମା ଏହି କାନ ଦ୍ୱାରା ଶୁଣୁଛୁ । ବର୍ତ୍ତମାନ ବାବା କହୁଛନ୍ତି କୌଣସି ବି ବିକାରର କଥା ଏହି କାନ ଦ୍ୱାରା ଶୁଣ ନାହିଁ । ବାବା ତୁମକୁ ବିଶ୍ୱର ମାଲିକ କରାଉଛନ୍ତି, ଲକ୍ଷ୍ୟ ବହୁତ ଉଚ୍ଚ ଅଟେ । ମୃତ୍ୟୁ ନିକଟତର ହେଲେ ତୁମକୁ ଭୟ ଲାଗିବ । ମନୁଷ୍ୟମାନଙ୍କ ମୃତ୍ୟୁ ସମୟରେ ମଧ୍ୟ ମିତ୍ର-ସମ୍ବନ୍ଧୀ ଆଦି କହିଥାନ୍ତି ନା ଭଗବାନଙ୍କୁ ଅଥବା ନିଜ ଗୁରୁଙ୍କୁ ସ୍ମରଣ କର । ଦେହଧାରୀଙ୍କୁ ମନେ ପକାଇବା ଶିଖାଇଥାନ୍ତି । ବାବା ତ କହୁଛନ୍ତି ମୋତେ ମନେ ପକାଅ । ଏହା ତ ତୁମମାନଙ୍କ ବୁଦ୍ଧିରେ ଅଛି । ବାବା ନିର୍ଦ୍ଦେଶ ଦେଉଛନ୍ତି ମୋତେ ମନେ ପକାଅ । ଦେହଧାରୀଙ୍କୁ ମନେ ପକାଅ ନାହିଁ । ମାତା-ପିତା ମଧ୍ୟ ଦେହଧାରୀ ଅଟନ୍ତି ନା । ମୁଁ ବିଚିତ୍ର, ବିଦେହୀ ଅଟେ, ଏହାଙ୍କ ଶରୀରରେ ବସି ତୁମକୁ ଜ୍ଞାନ ଦେଉଛି । ତୁମେ ଏବେ ଜ୍ଞାନ ଏବଂ ଯୋଗ ଶିଖୁଛ । ତୁମେ କହୁଛ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ଆମେ ଜ୍ଞାନ ଶିଖୁଛୁ, ରାଜ-ରାଜେଶ୍ୱରୀ ହେବା ପାଇଁ । ଜ୍ଞାନ ସାଗର ଜ୍ଞାନ ମଧ୍ୟ ଶିଖାଉଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିମାନ ହୋଇ ମାୟାର ତୋଫାନ ଠାରୁ କେବେ ହାରିବା ଅନୁଚିତ୍ । ଆଖି ଧୋକା ଦେଉଛି ସେଥିପାଇଁ ନିଜ ଉପରେ ଧ୍ୟାନ ଦେବାକୁ ହେବ । କୌଣସି ବି ବିକାରୀ କଥା ଏହି କାନ ଦ୍ୱାରା ଶୁଣିବାର ନାହିଁ ।

(୨) ନିଜ ମନକୁ ପଚାରିବାକୁ ହେବ ଯେ ମୁଁ କେତେ ଜଣଙ୍କୁ ନିଜ ସମାନ କରାଇଛି ? ମାଷ୍ଟର ପତିତ-ପାବନୀ ହୋଇ ସମସ୍ତଙ୍କୁ ପାବନ (ରାଜ-ରାଜେଶ୍ୱରୀ) କରିବାର ସେବା କରୁଛି ? ମୋ ଭିତରେ କୌଣସି ଅବଗୁଣ ନାହିଁ ତ ? କେଉଁ ପର୍ଯ୍ୟନ୍ତ ଦୈବୀଗୁଣ କେତେ ଧାରଣ କରିଛି ?

ବରଦାନ:-
ସମସ୍ତଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଉଥିବା ଦୟାର ସାଗର ପିତାଙ୍କର ସନ୍ତାନ ଦୟାଶୀଳ ହୁଅ ।

ଦୟାର ସାଗର ପିତାଙ୍କର ଦୟାଶୀଳ ପିଲାମାନେ କାହାକୁ ବି ଭିକାରୀ ରୂପରେ ଦେଖିବା ଦ୍ୱାରା ସେମାନଙ୍କୁ ଦୟା ଲାଗିବ, ଭାବିବେ ଏହି ଆତ୍ମାକୁ ମଧ୍ୟ ଜୀବନର ଲକ୍ଷ୍ୟ ମିଳିଯାଉ, ଏହାର ମଧ୍ୟ କଲ୍ୟାଣ ହୋଇଯାଉ । ସେମାନଙ୍କ ସମ୍ବନ୍ଧ-ସମ୍ପର୍କରେ ଯିଏବି ଆସିବ ସେମାନଙ୍କୁ ବାବାଙ୍କର ପରିଚୟ ନିଶ୍ଚିତ ଦେବେ । ଯେପରି କେହି ଯଦି ତୁମ ଘରକୁ ଆସୁଛି ତେବେ ତାକୁ ପ୍ରଥମେ ପାଣି ଯାଚୁଛୁ କାରଣ ଖାଲି ଖାଲି ଚାଲିଯିବାକୁ ଖରାପ ମନେ କରନ୍ତି, ସେହିପରି ଯେଉଁମାନେ ବି ତୁମ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ବାବାଙ୍କର ପରିଚୟ ଦେବାର ପାଣି ନିଶ୍ଚିତ ଯାଚ ଅର୍ଥାତ୍ ଦାତାଙ୍କର ସନ୍ତାନ ଦାତା ହୋଇ କିଛି ନା କିଛି ଦିଅ ଯାହାଦ୍ୱାରା ସେମାନଙ୍କୁ ମଧ୍ୟ ପ୍ରାପ୍ତ ହୋଇଯିବ ।

ସ୍ଲୋଗାନ:-
ଯଥାର୍ଥ ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା ଯେତିକି ନ୍ୟାରା ଅର୍ଥାତ୍ ଅଲଗା ସେତିକି ପ୍ୟାରା ଅର୍ଥାତ୍ ପ୍ରିୟ ।