16.11.19          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେ ହେଉଛ ତ୍ରିମୂର୍ତ୍ତି ପିତାଙ୍କର ସନ୍ତାନ ତେଣୁ ତୁମକୁ ନିଜର ତିନୋଟି କର୍ତ୍ତବ୍ୟ ସ୍ମୃତିରେ ରହିବା ଦରକାର -- ସ୍ଥାପନା, ବିନାଶ ଓ ପାଳନା ।
 

ପ୍ରଶ୍ନ:-
ଦେହ-ଅଭିମାନ ରୂପକ କଡା ବେମାରୀ ହେବା ଦ୍ୱାରା କଣ କଣ କ୍ଷତି ହୋଇଥାଏ ?

ଉତ୍ତର:-
(୧) ଦେହ-ଅଭିମାନୀମାନଙ୍କ ମଧ୍ୟରେ ଈର୍ଷା ସୃଷ୍ଟି ହୋଇଥାଏ, ଈର୍ଷା କାରଣରୁ ପରସ୍ପର ମଧ୍ୟରେ ଲୁଣପାଣି ଅର୍ଥାତ୍ ଅପ୍ରିୟତା ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ସେମାନେ ସ୍ନେହ ପୂର୍ବକ ସେବା କରିପାରନ୍ତି ନାହିଁ । ଭିତରେ ଭିତରେ ଜଳୁଥାନ୍ତି । (୨) ସେମାନେ ସର୍ବଦା ବେପରୁଆ ରହିଥାନ୍ତି । ମାୟା ସେମାନଙ୍କୁ ବହୁତ ଧୋକା ଦେଇଥାଏ । ସେମାନେ ପୁରୁଷାର୍ଥ କରୁ କରୁ ଥକି ଯାଆନ୍ତି । ଯେଉଁ କାରଣରୁ ପାଠପଢା ହିଁ ଛାଡି ଦିଅନ୍ତି । (୩) ଦେହ-ଅଭିମାନ କାରଣରୁ ହୃଦୟ ନିର୍ମଳ ନଥାଏ ଏବଂ ହୃଦୟ ନିର୍ମଳ ନଥିବା କାରଣରୁ ବାବାଙ୍କ ହୃଦୟରେ ସ୍ଥାନ ପାଇନଥାନ୍ତି । (୪) ସେମାନେ ମୁଡ୍ ଅଫ୍ କରିଦେଇଥାନ୍ତି ଏବଂ ତାଙ୍କର ଚେହେରା ହିଁ ବଦଳି ଯାଇଥାଏ ।

ଓମ୍ ଶାନ୍ତି ।
କେବଳ ବାବାଙ୍କୁ ହିଁ ମନେ ପକାଉଛ ନା, ଆଉ କିଛି ମନେ ପଡୁଛି ? ପିଲାମାନଙ୍କୁ ସ୍ଥାପନା, ବିନାଶ ଏବଂ ପାଳନା ତିନୋଟି ଯାକ ଏକାସଙ୍ଗେ ମନେ ରହିବା ଦରକାର କାହିଁକି ନା ତିନୋଟିଯାକ କାର୍ଯ୍ୟ ଏକା ସାଥିରେ ଚାଲିଛି ନା । ଯେପରି କେହି ବାରିଷ୍ଟରୀ ପଢୁଥିଲେ ତେବେ ତାଙ୍କୁ ଜଣାଥାଏ ଯେ ମୁଁ ବାରିଷ୍ଟର ହେବି ଓ ଓକିଲାତି କରିବି । ବାରିଷ୍ଟରୀ ବିଦ୍ୟାର ପାଳନା ଓ ଅଭିବୃଦ୍ଧି ମଧ୍ୟ କରିବେ ନା । ଯିଏବି ପଢିବେ ତାଙ୍କର ଲକ୍ଷ୍ୟ ତ ସମ୍ମୁଖରେ ରହିବ । ତୁମେ ଜାଣୁଛ ଆମେ ଏବେ ନୂଆ ଦୁନିଆ ନିର୍ମାଣ କରୁଛୁ । ପବିତ୍ର ନୂଆ ଦୁନିଆ ସ୍ଥାପନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ । ଯୋଗ ଦ୍ୱାରା ହିଁ ଆମର ପତିତ ହୋଇଯାଇଥିବା ଆତ୍ମା ପବିତ୍ର ହେବ । ଆମେ ପବିତ୍ର ହୋଇ ପବିତ୍ର ଦୁନିଆରେ ରାଜ୍ୟ କରିବା । ଏହିକଥା ବୁଦ୍ଧିରେ ରହିବା ଆବଶ୍ୟକ । ଏହା ସବୁ ପରୀକ୍ଷାଠାରୁ ବଡ ପରୀକ୍ଷା ଅଥବା ସବୁପାଠପଢାଠାରୁ ସର୍ବଶ୍ରେଷ୍ଠ ପାଠପଢା ଅଟେ । ଶିକ୍ଷା ତ ଅନେକ ପ୍ରକାରର ରହିଛି ନା । ଶରୀର ନିର୍ବାହର ବିଦ୍ୟା ତ ମନୁଷ୍ୟ ମନୁଷ୍ୟକୁ ପଢାଉଛନ୍ତି ଏବଂ ସେହି ଶିକ୍ଷା ଏହି ଦୁନିଆ ପାଇଁ ଉଦ୍ଧିଷ୍ଟ, ପାଠପଢି ତାର ଫଳ ମଧ୍ୟ ଏହିଠାରେ ହିଁ ପାଇବେ । ତୁମେ ପିଲାମାନେ ଜାଣୁଛ ଏହି ବେଦହ ପାଠପଢାର ଫଳ ଆମକୁ ନୂଆ ଦୁନିଆରେ ମିଳିବ । ସେହି ନୂଆ ଦୁନିଆ ଆସିବା ଆଉ ବେଶୀ ଦିନ ନାହିଁ । ଏବେ ସଂଗମଯୁଗ ଅଟେ । ନୂଆ ଦୁନିଆରେ ହିଁ ଆମକୁ ରାଜ୍ୟ କରିବାର ଅଛି । ଏଠାରେ ବସି ମଧ୍ୟ ବୁଦ୍ଧିରେ ଏହି ସ୍ମୃତିଚାରଣ କରିବା ଦରକାର । ବାବାଙ୍କ ୟାଦରେ ହିଁ ଆତ୍ମା ପବିତ୍ର ହେବ । ପୁଣି ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମେ ପବିତ୍ର ହୋଇଗଲେ ଏହି ଅଶୁଦ୍ଧ ଦୁନିଆର ବିନାଶ ନିଶ୍ଚିତ ହେବ । ସମସ୍ତେ ତ ପବିତ୍ର ହେବେ ନାହିଁ । ତୁମେ ବହୁତ ସ୍ୱଳ୍ପ ସଂଖ୍ୟକ ଆତ୍ମା ଯେଉଁମାନଙ୍କ ମଧ୍ୟରେ ପରମାତ୍ମ ଶକ୍ତି ଅଛି । ତୁମମାନଙ୍କ ମଧ୍ୟରେ ବି ଶକ୍ତିର କ୍ରମାନୁଯାୟୀ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେଉଛନ୍ତି ନା । ଶକ୍ତି ତ ସବୁଥିପାଇଁ ଆବଶ୍ୟକ । ଏହା ହେଉଛି ଈଶ୍ୱରୀୟ ଶକ୍ତି ଯାହାକୁ ଯୋଗବଳର ଶକ୍ତି କୁହାଯାଉଛି । ବାକି ସବୁ ହେଲା ଶାରିରୀକ ଶକ୍ତି । ଏହା ହେଉଛି ରୁହାନୀ ଅର୍ଥାତ୍ ଆତ୍ମିକ ଶକ୍ତି । ବାବା କଳ୍ପ କଳ୍ପ କହୁଛନ୍ତି ହେ ପିଲାମାନେ, ମୋତେ ମନେ ପକାଅ । ସର୍ବଶକ୍ତିମାନ ବାବାଙ୍କୁ ୟାଦ କର । ସେ ତ ଏକମାତ୍ର ହିଁ ପିତା ଅଟନ୍ତି । ତାଙ୍କୁ ୟାଦ କଲେ ଆମର ଆତ୍ମା ପବିତ୍ର ହେବ । ଏହା ହିଁ ଧାରଣା କରିବା ପାଇଁ ମୁଖ୍ୟ କଥା ଅଟେ । ଯାହାଙ୍କର ଏହି ବିଶ୍ୱାସ ନାହିଁ ଯେ ଆମେ ୮୪ ଜନ୍ମ ନେଉଛୁ ତାଙ୍କ ବୁଦ୍ଧିରେ ଏକଥା ଧାରଣା ହେବ ନାହିଁ । ଯେଉଁ ଆତ୍ମାମାନଙ୍କ ଦୁନିଆରେ ଆସିଥିଲେ ସେହିମାନେ ଏବେ ତମୋପ୍ରଧାନ ଅବସ୍ଥାକୁ ଆସି ଯାଇଛନ୍ତି । ସେହି ଆତ୍ମମାନେ ହିଁ ଆସି ଶୀଘ୍ର ନିଶ୍ଚୟ ବୁଦ୍ଧି ହେବେ । ଯଦି କିଛି ବୁଝିପାରୁ ନାହଁ ତେବେ ପଚାରିବା ଆବଶ୍ୟକ । ସଂପୂର୍ଣ୍ଣ ଭାବେ ବୁଝିଲେ ବାବାଙ୍କୁ ମଧ୍ୟ ଠିକ୍ ରୂପେ ମନେ ପକାଇପାରିବ । ଠିକ୍ ରୂପେ ନ ବୁଝିଲେ ୟାଦ ବି ଠିକ୍ ରୂପେ କରିପାରିବେ ନାହିଁ । ଏହା ତ ସିଧା କଥା ଅଟେ । ଆମେ ଯେଉଁ ଆତ୍ମାମାନେ ସତ୍ୱପ୍ରଧାନ ଥିଲେ ସେହିମାନେ ପୁଣି ତମୋପ୍ରଧାନ ହୋଇଛେ । ଯାହାଙ୍କ ମଧ୍ୟରେ ଏହି ସଂଶୟ ଉପନ୍ନ ହେବ ଯେ କିପରି ଜାଣିବା ଆମେ ୮୪ ଜନ୍ମ ନେଉଛେ ନା ନାହିଁ ବା କଳ୍ପ ପୂର୍ବେ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଇଥିଲେ ନା ନାହିଁ । ସେହି ଆତ୍ମାମାନେ ପାଠପଢା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ହିଁ ଦେବେ ନାହିଁ । ବୁଝିବାକୁ ହେବ ଯେ ତାଙ୍କ ଭାଗ୍ୟରେ ନାହିଁ । କଳ୍ପ ପୂର୍ବରୁ ମଧ୍ୟ ବୁଝି ନଥିଲେ ତେଣୁ ବର୍ତ୍ତମାନ ମଧ୍ୟ ୟାଦ କରିପାରିବେ ନାହିଁ । ଏହା ହେଉଛି ଭବିଷ୍ୟତ ପାଇଁ ପାଠପଢା । ଯଦି ପଢୁନାହାଁନ୍ତି ତେବେ ଜଣାଯାଉଛି କଳ୍ପ କଳ୍ପ ପଢିନଥିଲେ ବା ଅଳ୍ପ ନମ୍ବରରେ ପାସ୍ ହୋଇଥିଲେ । ସ୍କୁଲରେ ବହୁତ ଛାତ୍ର ଫେଲ୍ ମଧ୍ୟ ହୋଇଥାଆନ୍ତି । ଉତ୍ତୀର୍ଣ୍ଣ ମଧ୍ୟ କ୍ରମାନୁଯାୟୀ ହୋଇଥାଆନ୍ତି । ଏହା ମଧ୍ୟ ପାଠପଢା । ଏଥିରେ ମଧ୍ୟ କ୍ରମାନୁଯାୟୀ ପାସ୍ ହେବେ । ଯିଏ ବୁଦ୍ଧିମାନ ଛାତ୍ର ହୋଇଥିବେ ସେମାନେ ପାଠପଢି ପୁଣି ଅନ୍ୟକୁ ପଢାଇବାରେ ଲାଗିଯିବେ । ବାବା କହୁଛନ୍ତି ମୁଁ ତୁମମାନଙ୍କର ସେବକ ଅଟେ । ପିଲାମାନେ ମଧ୍ୟ କହୁଛନ୍ତି ଆମେ ମଧ୍ୟ ବାବାଙ୍କର ସେବକ । ପ୍ରତ୍ୟେକ ଭାଇ ଭଉଣୀମାନଙ୍କର କଲ୍ୟାଣ କରିବାକୁ ହେବ । ବାବା ଆମର କଲ୍ୟାଣ କରୁଛନ୍ତି ଆମକୁ ପୁଣି ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ସମସ୍ତଙ୍କୁ ଏହା ମଧ୍ୟ ବୁଝାଇବାକୁ ହେବ ଯେ ଏକ ବାବାଙ୍କୁ ୟାଦ କଲେ ପାପ କଟିଯିବ । ଯେତେଯେତେ ଯିଏ ଅନେକ ଆତ୍ମାଙ୍କୁ ସନ୍ଦେଶ ଦେଉଛନ୍ତି ସେମାନଙ୍କୁ ସେତେ ବଡ ସନ୍ଦେଶବାହକ କୁହାଯିବ । ତାଙ୍କୁ ହିଁ ମହାରଥୀ ଅଥବା ଅଶ୍ୱାରୋହୀ କୁହାଯାଏ । ପଦାତିକମାନେ ପ୍ରଜା ପଦ ପାଇଥାନ୍ତି । ଏଥିରେ ମଧ୍ୟ ପିଲାମାନେ ଜାଣୁଛନ୍ତି ଯେ କେଉଁ କେଉଁ ଆତ୍ମାମାନେ ସାହୁକାର ହୋଇପାରିବେ । ଏହି ଜ୍ଞାନ ବୁଦ୍ଧିରେ ରହିବା ଉଚିତ୍ । ତୁମେ ପିଲାମାନେ ଯେଉଁମାନେ କି ସେବା ପାଇଁ ନିମିତ୍ତ ହୋଇଛ, ସେବା ପାଇଁ ହିଁ ଜୀବନ ଦେଇଛ, ତେବେ ସେହିପରି ଶ୍ରେଷ୍ଠ ପଦ ମଧ୍ୟ ପାଇବ । ସେମାନେ କୌଣସି ବିଘ୍ନକୁ ଖାତିର୍ କରନ୍ତି ନାହିଁ । ପ୍ରତ୍ୟେକ ମନୁଷ୍ୟର ସ୍ୱତନ୍ତ୍ର ନିଜର ହାତ ପାଦ ରହିଛି । ତାକୁ ବାନ୍ଧି ରଖାଯାଇପାରିବ ନାହିଁ, ପ୍ରତ୍ୟେକ ନିଜକୁ ସ୍ୱତନ୍ତ୍ର ରଖିପାରିବେ । ନିଜେ ଭାବିବା ଦରକାର ଯେ ମୁଁ ଏଭଳି କାହିଁକି ବନ୍ଧନରେ ପଡିବି ? କାହିଁକି ବାବାଙ୍କଠାରୁ ଅମୃତ ନେଇ ଅନ୍ୟକୁ ଅମୃତର ଦାନ ନ କରିବି । ମୁଁ କଣ ଛେଳି ନା ମେଣ୍ଢା ଯେ ମୋତେ କେହି ବାନ୍ଧିବେ । ଆରମ୍ଭରେ ତୁମେ ପିଲାମାନେ କିପରି ନିଜକୁ ମୁକ୍ତ କଲ । ରଡି ଛାଡିଲେ ହାୟ ହାୟ କରି ଶେଷରେ ବସିଗଲେ । ତୁମେ କହିବ ଆମର କଣ ଚିନ୍ତା ଅଛି । ଆମେ ସ୍ୱର୍ଗ ସ୍ଥାପନା କରିବୁ ନା ଏହି ସବୁ କାମ ବସି କରିବୁ । ଏହିଭଳି ନିଶା ଚଢିଯାଏ, ଯାହାକୁ ମୌଲାଇ ମସ୍ତି ଅର୍ଥାତ୍ ଈଶ୍ୱରୀୟ ନିଶା କୁହାଯାଏ । ଆମେ ମୌଲାଙ୍କର ମସ୍ତାନା ଅର୍ଥାତ୍ ଈଶ୍ୱରୀୟ ନିଶାଗ୍ରସ୍ତ ଅଟୁ । ତୁମେ ଜାଣିଛ ଆମକୁ ମୌଲାଙ୍କଠାରୁ କଣ ପ୍ରାପ୍ତି ହେଉଛି । ମୌଲା ଆମକୁ ପଢାଉଛନ୍ତି ନା, ତାଙ୍କର ତ ବହୁତ ମହିମା ରହିଛି । ସେଥି ମଧ୍ୟରୁ କିଛି କିଛି ନାମ ବହୁତ ମଧୁର ଅଟେ । ଏବେ ଆମେ ଈଶ୍ୱର ପ୍ରେମୀ ହୋଇଛୁ ବାବା ତ ବହୁତ ସରଳ ନିର୍ଦ୍ଦେଶ ଦେଉଛନ୍ତି । ଏକଥା ବୁଦ୍ଧି ମଧ୍ୟ ସ୍ୱୀକାର କରୁଛି । ବାସ୍ତବରେ ଆମେ ବାବାଙ୍କୁ ୟାଦ କରି କରି ସତ୍ୱପ୍ରଧାନ ହୋଇଯିବୁ ଏବଂ ବିଶ୍ୱର ମାଲିକ ମଧ୍ୟ ହେବୁ । ଏହି ନିଶା ଚଢି ରହିଛି । ବାବାଙ୍କୁ ସଦାସର୍ବଦା ମନେ ପକାଇବା ଦରକାର । ସାମ୍ନାରେ ବସିଛ ନା । ତେଣୁ ମନେ ରହୁଛି କିନ୍ତୁ ଏଠାରୁ ବାହାରକୁ ଗଲାପରେ ଭୁଲିଯିବ । ଏଠାରେ ଯେତେ ନିଶା ଚଢେ ସେତେ ବାହାରେ ରହେ ନାହିଁ, ଭୁଲିଯାଇଥାନ୍ତି । ବାବାଙ୍କୁ ଭୁଲିବା ଉଚିତ୍ ନୁହେଁ । କିନ୍ତୁ ଭାଗ୍ୟରେ ନଥିଲେ ଏହିଠାରେ ବସି ମଧ୍ୟ ଭୁଲିଯାଆନ୍ତି ।

ପିଲାମାନଙ୍କ ପାଇଁ ମ୍ୟୁଜିୟମରେ ଏବଂ ଗାଁ ଗାଁରେ ସେବା କରିବା ପାଇଁ ବ୍ୟବସ୍ଥା ହେଉଛି । ଯେତିକି ବି ସମୟ ମିଳୁଛି ବାବା ତ କହୁଛନ୍ତି ଜଲଦି କର । କିନ୍ତୁ ଡ୍ରାମାନୁଯାୟୀ ଜଲଦି ହୋଇପାରିବ ନାହିଁ । ବାବା ତ କହୁଛନ୍ତି ଏଭଳି ମେସିନ୍ ତିଆରି ହେଉ ଯେପରି ହାତ ଲଗାଇବା ମାତ୍ରେ ଜିନିଷ ତିଆରି ହୋଇଯିବ । ଏହା ମଧ୍ୟ ବାବା ବୁଝାଉଛନ୍ତି ଭଲ ଭଲ ପିଲାମାନଙ୍କର ମାୟା ମଧ୍ୟ ନାକ କାନକୁ ଧରି ନେଉଛି । ଯେଉଁମାନେ ନିଜକୁ ମହାବୀର ଭାବନ୍ତି ସେହିମାନଙ୍କୁ ହିଁ ମାୟାର ବହୁତ ତୋଫାନ ଆସେ । ପୁଣି ସେମାନେ କାହାକୁ ଜଣାନ୍ତି ନାହିଁ, ଲୁଚାଇ ରଖନ୍ତି । ଅନ୍ତର ମନରେ ସତ୍ୟତା ନଥାଏ । ଯାହାର ହୃଦୟ ନିର୍ମଳ ସେ ହିଁ ସ୍କଲରସିପ୍ ପାଆନ୍ତି । ସଇତାନି ହୃଦୟ ରହିଲେ ତିଷ୍ଠି ପାରିବେ ନାହିଁ । ସଇତାନି ହୃଦୟ ଦ୍ୱାରା ନିଜର ହିଁ ଭେଳା ବୁଡାଇ ଦିଅନ୍ତି । ସମସ୍ତଙ୍କର ଶିବବାବାଙ୍କ ନିକଟରେ କାମ ରହିଛି । ଏହା ତ ତୁମେ ସାକ୍ଷାତ୍କାର କରୁଛ । ବ୍ରହ୍ମାଙ୍କର ରଚୟିତା ମଧ୍ୟ ଶିବବାବା ଅଟନ୍ତି । ଶିବବାବାଙ୍କୁ ୟାଦ କରିବା ଦ୍ୱାରା ଏଭଳି ଲକ୍ଷ୍ମୀ-ନାରାୟଣ ହୋଇପାରିବା । ବାବା ଜାଣିଛନ୍ତି ମାୟା ବଡ ଶକ୍ତିଶାଳୀ ଅଟେ । ଯେପରି ମୂଷା କାଟିନେଲେ ଜଣା ପଡେ ନାହିଁ ସେହିପରି ମାୟା ମଧ୍ୟ ବଡ ଚତୁର ମୁଷା ଅଟେ । ମହାରଥିମାନଙ୍କୁ ହିଁ ଖବରଦାର ରହିବାକୁ ହେବ । ସେମାନେ ନିଜେ ଜାଣିପାରନ୍ତି ନାହିଁ ଯେ ମାୟା ମୋର ପତନ କରିଦେଉଛି, ମତଭେଦ କରିଦେଉଛି । ଜାଣିବା ଦରକାର ଲୁଣପାଣି ଅର୍ଥାତ୍ ମତଭେଦ ହେବା ଦ୍ୱାରା ମୁଁ ବାବାଙ୍କ ସେବା କରିପାରିବି ନାହିଁ । ଭିତରେ ଭିତରେ ହିଁ ଜଳିଥାଆନ୍ତି । ଦେହ ଅଭିମାନ ଥିବାରୁ ଜଳନ୍ତି । ନିଜକୁ ଦେଖ ସେଭଳି ଅବସ୍ଥା ତ ନାହିଁ । ୟାଦର ଶକ୍ତି ରହୁ ନାହିଁ ସେଥିପାଇଁ ବହୁତ ଖବରଦାର ରହିବା ଦରକାର । ମାୟା ବଡ ତୀବ୍ର ଅଟେ, ଯେହେତୁ ତୁମେ ଯୁଦ୍ଧ କ୍ଷେତ୍ରରେ ଅଛ ତେଣୁ ମାୟା ମଧ୍ୟ ଛାଡୁ ନାହିଁ ଅଧା କିମ୍ବା ଅଧାରୁ ଅଧିକ ପିଲାଙ୍କୁ ତ ମାୟା ବଶୀଭୂତ କରିଦେଲାଣି ଅର୍ଥାତ୍ ଜ୍ଞାନ ଛାଡିଦେଲେଣି । କାହାକୁ ବି ଜଣା ପଡେ ନାହିଁ । କିଭଳି ଭଲ ଭଲ ନୂଆ ନୂଆ ଆତ୍ମାମାନେ ମଧ୍ୟ ପାଠପଢିବା ଛାଡି ଘରେ ବସିଯାଉଛନ୍ତି । ଭଲ ଭଲ ନାମିଗ୍ରାମୀଙ୍କ ଉପରେ ମଧ୍ୟ ମାୟାର ଆକ୍ରମଣ ହେଉଛି । ସବୁ ବୁଝି ମଧ୍ୟ ବେଖାତିରି ହୋଇଯାଉଛନ୍ତି । ଛୋଟ ଛୋଟ କଥାରେ ତୁରନ୍ତ ଅପ୍ରିୟ ହୋଇଯାଉଛନ୍ତି । ବାବା ବୁଝାଉଛନ୍ତି ଦେହ ଅଭିମାନ କାରଣରୁ ହିଁ ଅପ୍ରିୟ ହେଉଛନ୍ତି । ଏହା ଦ୍ୱାରା ନିଜକୁ ଧୋକା ଦେଉଛନ୍ତି । ବାବା କହିବେ ଇଏ ବି ଡ୍ରାମା । ଯାହା କିଛି ଦେଖୁଛ କଳ୍ପ ପୂର୍ବ ଭଳି ଡ୍ରାମା ଚାଲିଛି । ଅବସ୍ଥା ଦୋଦୁଲ୍ୟମାନ ମଧ୍ୟ ହେଉଛି । କେବେ ଗ୍ରହଚାରୀ ବସୁଛି, ଅର୍ଥାତ୍ ମାୟାର ଅଧିନ ହୋଇଯାଉଛନ୍ତି କେବେ ଭଲ ସେବା କରି ଖୁସିର ସମାଚାର ଲେଖୁଛନ୍ତି । ଅବସ୍ଥା ତଳ ଉପର ହେବାରେ ଲାଗିଛି । କେବେ ପରାଜୟ କେବେ ବିଜୟ । ପାଣ୍ଡବମାନଙ୍କର ମାୟା ସହ କେବେ ବିଜୟ ତ କେବେ ପରାଜୟ ହେଉଛି । ଭଲ ଭଲ ମହାରଥି ମଧ୍ୟ ଦୋହଲି ଯାଉଛନ୍ତି । କେହି କେହି ମଧ୍ୟ ମରିଯାଉଛନ୍ତି ଅର୍ଥାତ୍ ଜ୍ଞାନ ଛାଡି ଦେଉଛନ୍ତି । ତେଣୁ ଯେଉଁଠି ବି ରୁହ ବାବାଙ୍କୁ ୟାଦ କରିଚାଲ ଏବଂ ସେବା କରିଚାଲ । ସେବା ପାଇଁ ତୁମେ ନିମିତ୍ତ ହୋଇଛ । ତୁମେ ଯୁଦ୍ଧ କ୍ଷେତ୍ରରେ ଅଛ ନା । ଯିଏ ବାହାରେ ଅର୍ଥାତ୍ ଘର ଗୃହସ୍ଥରେ ରହୁଛନ୍ତି, ସେଣ୍ଟରରେ ରହୁଥିବା ପିଲାମାନଙ୍କଠାରୁ ବି ବହୁତ ତୀବ୍ର ଗତିରେ ଯାଇ ପାରିବେ । ମାୟା ସାଥିରେ ପୁରା ଯୁଦ୍ଧ ଲାଗି ରହିଛି । ପ୍ରତି ସେକେଣ୍ଡରେ କଳ୍ପ ପୂର୍ବ ଭଳି ତୁମର ପାର୍ଟ ଚାଲିଛି । ତୁମେ କହିବ ଏତେ ସମୟ ବିତିଗଲା କଣ କଣ ହେଲା ଏହା ମଧ୍ୟ ତୁମ ବୁଦ୍ଧିରେ ଅଛି । ସାରା ଜ୍ଞାନ ବୁଦ୍ଧିରେ ରହିଛି । ଯେପରି ବାବାଙ୍କଠାରେ ଜ୍ଞାନ ଅଛି ଏହି ଦାଦାଙ୍କ ଠାରେ ମଧ୍ୟ ରହିବା ଦରକାର । ବାବା କହୁଛନ୍ତି ତେବେ ତ ନିଶ୍ଚିତ ମଝିରେ ଦାଦା ମଧ୍ୟ କହୁଥିବେ । ତୁମେ ମଧ୍ୟ ଜାଣୁଛ କିଏ କିଏ ଭଲ ସ୍ୱଚ୍ଛ ହୃଦୟବାନ ଅଛନ୍ତି । ନିର୍ମଳ ହୃଦୟବାନ ହିଁ ବାବାଙ୍କ ହୃଦୟରେ ସ୍ଥାନ ପାଇଥାଆନ୍ତି । ତାଙ୍କ ମଧ୍ୟରେ ମତଭେଦର ସ୍ୱଭାବ ରହିନଥାଏ । ସଦା ହର୍ଷିତ ରହିଥାଆନ୍ତି । ତାଙ୍କ ମନ କେବେ ପରିବର୍ତ୍ତନ ହେବ ନାହିଁ । ଏଠାରେ ତ ବହୁତଙ୍କର ମନ ବଦଳିଯାଉଛି । ସେକଥା ନ କହିଲେ ଭଲ । ନିଜକୁ ପତିତ ବୋଲି ମଧ୍ୟ କହୁଛନ୍ତି, ତେଣୁ ତ ପତିତପାବନ ବାବାଙ୍କୁ ଡାକିଛନ୍ତି ଯେ ଆସି ପାବନ କର । ବାବା କହୁଛନ୍ତି ପିଲାମାନେ ମୋତେ ୟାଦ କରିଚାଲ ତେବେ ତୁମର କପଡା ସଫା ହୋଇଯିବ । ମୋର ଶ୍ରୀମତରେ ଚାଲ । ଶ୍ରୀମତରେ ନ ଚାଲୁଥିବା ଆତ୍ମାର କପଡା ସଫା ହୋଇନଥାଏ ଅର୍ଥାତ୍ ଆତ୍ମା ଶୁଦ୍ଧ ହୋଇନଥାଏ । ଆତ୍ମା ଶୁଦ୍ଧ ହୁଏ ହିଁ ନାହିଁ । ବାବା ତ ଦିନ ରାତି ଏହି କଥା ଉପରେ ହିଁ ଗୁରୁତ୍ୱ ଦେଉଛନ୍ତି କି ନିଜକୁ ଆତ୍ମା ଭାବ । ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ତୁମେ ଅଣନିଶ୍ୱାସୀ ହେଉଛ । ଯେତେ ଯେତେ ଉପରକୁ ଚଢୁଛ ଅର୍ଥାତ୍ ସ୍ଥିତି ଶ୍ରେଷ୍ଠ ହେଉଛି ସେତେ ଖୁସି ହେଉଛ ଏବଂ ହର୍ଷିତମୁଖ ରହୁଛ । ବାବା ଜାଣୁଛନ୍ତି ଭଲ ଭଲ ପ୍ରଥମ ଶ୍ରେଣୀର ପିଲାମାନେ ଅଛନ୍ତି କିନ୍ତୁ ଆନ୍ତରିକ ଅବସ୍ଥା ଦେଖ ତ ଯେପରି ନିଆଁରେ ତରଳୁଛନ୍ତି । ଦେହ ଅଭିମାନର ଅଗ୍ନି ଯେପରି ତରଳାଇ ଦେଉଛି । ବୁଝୁ ନାହାଁନ୍ତି ଯେ, ଏ ବେମାରୀ ପୁଣି କେଉଁଠାରୁ ଆସିଲା । ବାବା କହୁଛନ୍ତି ଦେହ ଅଭିମାନରୁ ହିଁ ଏହି ବେମାରୀ ଆସିଲା । ଦେହୀ ଅଭିମାନୀକୁ କେବେ ବେମାରୀ ଲାଗିବ ନାହିଁ । ବହୁତ ଭିତରେ ଭିତରେ ଜଳିଥାଆନ୍ତି । ବାବା କହୁଛନ୍ତି ପିଲାମାନେ ଦେହୀ ଅଭିମାନୀ ହୁଅ । ପଚାରୁଛନ୍ତି ଏହି ରୋଗ କାହିଁକି ଲାଗିଲା ? ଦେହ-ଅଭିମାନୀ ବାବା କହୁଛନ୍ତି ଏହି ଦେହ ଅଭିମାନର ବେମାରୀ ଏପରି ଯେ ସେ କଥା ପଚାର ନାହିଁ । କାହାକୁ ଯଦି ଏ ବେମାରୀ ଲାଗୁଛି ତ ଏକଦମ୍ ଲାଖିଯାଉଛି, ଛାଡୁ ହିଁ ନାହିଁ । ଶ୍ରୀମତରେ ନ ଚାଲି ନିଜର ଦେହର ଅଭିମାନରେ ଚାଲିଲେ ବହୁତ ଜୋରରେ ଆଘାତ ଲାଗିଥାଏ । ବାବାଙ୍କ ପାଖକୁ ତ ସବୁ ସମାଚାର ଆସୁଛି । ମାୟା କିଭଳି ଏକଦମ୍ ନାକରୁ ଧରି ତଳକୁ ଖସାଇ ଦେଉଛି, ବୁଦ୍ଧିକୁ ବିଲକୁଲ୍ ହତ୍ୟା କରିଦେଉଛି । ସଂଶୟ ବୁଦ୍ଧି ହୋଇଯାଉଛନ୍ତି । ଭଗବାନଙ୍କୁ ଡାକୁଛନ୍ତି କି ଆସି ଆମକୁ ପଥର ବୁଦ୍ଧିରୁ ପାରସ ବୁଦ୍ଧି କର ପୁଣି ତାଙ୍କର ହିଁ ବିରୋଧି ହୋଇଯାଉଛନ୍ତି ତେବେ ତାଙ୍କର କଣ ଗତି ହେବ । ପୁରାପୁରି ତଳକୁ ଖସି ପଥର ବୁଦ୍ଧି ହୋଇଯାଉଛନ୍ତି । ପିଲାମାନଙ୍କୁ ଏଠାରେ ବସି ଏହି ଖୁସି ରହିବା ଦରକାର ଯେ ଏହି ଛାତ୍ର ଜୀବନ ହିଁ ସର୍ବଶ୍ରେଷ୍ଠ ଅଟେ । ବାବା କହୁଛନ୍ତି ଏହାଠାରୁ ଆଉ କୌଣସି ଶିକ୍ଷା ଶ୍ରେଷ୍ଠ ଅଛି କି ? ଏହା ତ ସର୍ବଶ୍ରେଷ୍ଠ ଶିକ୍ଷା ଅଟେ । ୨୧ ଜନ୍ମର ଫଳ ଦେଉଛି । ତେବେ ଏଭଳି ପାଠପଢା ପ୍ରତି କେତେ ଧ୍ୟାନ ଦେବା ଆବଶ୍ୟକ । କେହି କେହି ତ ବିଲକୁଲ୍ ଧ୍ୟାନ ଦେଉ ନାହାଁନ୍ତି । ମାୟା ଏକଦମ୍ ନାକ କାନ କାଟି ନେଉଛି । ବାବା ନିଜେ କହୁଛନ୍ତି ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି ତେଣୁ ଏଭଳି ସେ ଧରି ନେଉଛି ଯେ ନ କହିଲେ ଭଲ, ତେଣୁ ବହୁତ ଖବରଦାର ରୁହ । ପରସ୍ପରକୁ ସାବଧାନ କରୁଥାଅ । ଶିବବାବାଙ୍କୁ ୟାଦ କର ନଚେତ୍ ମାୟା ନାକ କାନ କାଟିନେବ । ପୁଣି କେଉଁ କାମ ପାଇଁ ଯୋଗ୍ୟ ହେବ ନାହିଁ । କେହି କେହି ଭାବୁଛନ୍ତି ଆମେ ଲକ୍ଷ୍ମୀ-ନାରାୟଣଙ୍କ ପଦ ପାଇବା ଅସମ୍ଭବ ଅଟେ, ଥକିଯାଇ ନିସ୍ତେଜ ହୋଇଯାଉଛନ୍ତି । ମାୟାଠାରୁ ହାର ଖାଇ ଏକଦମ୍ ଆବର୍ଜନାରେ ପଡି ଯାଉଛନ୍ତି । ଦେଖ, ଯଦି ଆମର ବୁଦ୍ଧି ବିଗିଡି ଯାଉଛି ତେବେ ବୁଝିଯିବା ଦରକାର ଯେ ମାୟା ମୋର ନାକକୁ ଧରିଛି । ୟାଦର ଯାତ୍ରାରେ ବହୁତ ଶକ୍ତି ରହିଛି । ବହୁତ ଖୁସି ଭରି ରହିଛି । କହିଥାନ୍ତି ମଧ୍ୟ ଖୁସି ଭଳି ଭୋଜନ ନାହିଁ । ଦୋକାନରେ ଗ୍ରାହକ ଆସୁଥିଲେ, ରୋଜଗାର ହେଉଥିଲେ କେବେ ଥକା ଲାଗିବ ନାହିଁ । ଭୋକରେ ମରନ୍ତି ନାହିଁ । ଖୁବ୍ ଖୁସିରେ ରହିଥାନ୍ତି । ତୁମକୁ ତ ଅସରନ୍ତି ଧନ ମିଳୁଛି । ତୁମକୁ ତ ବହୁତ ଖୁସିରେ ରହିବା ଦରକାର । ଦେଖିବା ଉଚିତ୍ ଆମର ଚଳଣି ଦୈବୀ ବା ଆସୁରୀ ? ସମୟ ବହୁତ କମ ଅଛି ଅକାଳମୃତ୍ୟୁର ମଧ୍ୟ ଯେମିତି ପ୍ରତିଯୋଗିତା ଚାଲିଛି । ଦେଖ କେତେ ଦୁର୍ଘଟଣା ଇତ୍ୟାଦି ହେଉଛି । ତମୋପ୍ରଧାନ ବୁଦ୍ଧି ହୋଇଯାଉଛନ୍ତି । ଜୋରରେ ବର୍ଷା ହେଲେ ମଧ୍ୟ ଏହାକୁ ପ୍ରକୃତିର ଦୁର୍ଘଟଣା କୁହାଯିବ । ମୃତ୍ୟୁ ତୁମର ସମ୍ମୁଖକୁ ଆସିଲା ହିଁ ଆସିଲା । ବୁଝି ମଧ୍ୟ ପାରୁଛନ୍ତି ଯେ ଆଟମବମର ଲଢେଇ ମଧ୍ୟ ଲାଗିଯିବ । ସେହିଭଳି ଭୟାନକ କାମ ମଧ୍ୟ କରୁଛନ୍ତି, ଯେତେବେଳେ ଅତି ବିବ୍ରତ କରିଦେବେ, ପୁଣି ଯୁଦ୍ଧ ଲାଗିଯିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଈଶ୍ୱରୀୟ ନିଶାରେ ରହି ନିଜକୁ ମୁକ୍ତ କରିବାକୁ ହେବ । କୌଣସି ପ୍ରକାରର ବନ୍ଧନରେ ବାନ୍ଧି ହେବାର ନାହିଁ, ମାୟା ମୂଷାଠାରୁ ବହୁତ ଦୂରେଇ ରହିବା ସହିତ ସାବଧାନ ମଧ୍ୟ ରହିବାକୁ ହେବ । ଅନ୍ତରରେ ଖଳ ପ୍ରବୃତ୍ତି ସୃଷ୍ଟି ନ ହେଉ । ଖବରଦାର ରହିବା ଉଚିତ୍ । ହୃଦୟରେ କେବେ ବି ସଇତାନି ମନୋଭାବ ନ ଆସୁ ।

(୨) ବାବାଙ୍କ ଦ୍ୱାରା ଯେଉଁ ଅସରନ୍ତି ଜ୍ଞାନ ରତ୍ନ ମିଳୁଛି ସେହି ପ୍ରାପ୍ତିର ଖୁସିରେ ରହିବାକୁ ହେବ । ଏହି ରୋଜଗାରରେ କେବେ ହେଲେ ସଂଶୟ ବୁଦ୍ଧି ହୋଇ ଥକିଯିବାର ନାହିଁ । ବିଦ୍ୟାର୍ଥୀ ଜୀବନ ହିଁ ଶ୍ରେଷ୍ଠ ଜୀବନ । ସେଥିପାଇଁ ପାଠପଢା ପ୍ରତି ପୁରା ପୁରା ଧ୍ୟାନ ଦେବାକୁ ହେବ ।

ବରଦାନ:-
ସର୍ବ ପ୍ରାପି ରୂପୀ ସମ୍ପତ୍ତିକୁ ସ୍ମୃତି ସ୍ୱରୂପ ହୋଇ କାର୍ଯ୍ୟରେ ଲଗାଉଥିବା ସଦା ସନ୍ତୁଷ୍ଟ ଆତ୍ମା ହୁଅ ।

ସଂଗମଯୁଗର ବିଶେଷ ବରଦାନ ହେଲା ସନ୍ତୁଷ୍ଟତା । ସନ୍ତୁଷ୍ଟତାର ବୀଜ ବା ଆଧାର ହେଲା ସର୍ବପ୍ରାପ୍ତି ଏବଂ ଅସନ୍ତୁଷ୍ଟତାର ବୀଜ ହେଉଛି ସ୍ଥୂଳ ବା ସୂକ୍ଷ୍ମ ଅପ୍ରାପ୍ତି । ତେବେ ବ୍ରାହ୍ମଣମାନଙ୍କ ଭଣ୍ଡାରରେ କୌଣସି ଜିନିଷ ଅପ୍ରାପ୍ତ ନୁହେଁ -- ଏହା ମଧ୍ୟ ଗାୟନ ରହିଛି । ଏଠାରେ ତ ପ୍ରତ୍ୟେକ ସନ୍ତାନଙ୍କୁ ଜଣଙ୍କ ଦ୍ୱାରା ଏକାଭଳି ଅସରନ୍ତି ସମ୍ପତ୍ତି ପ୍ରାପ୍ତ ହେଉଛି । କେବଳ ସେହି ପ୍ରାପ୍ତ ହେଉଥିବା ସମ୍ପତ୍ତିକୁ ସବୁ ସମୟରେ କାର୍ଯ୍ୟରେ ଲଗାଅ ଅର୍ଥାତ୍ ସ୍ମୃତିସ୍ୱରୂପ ହୁଅ । ବେହଦର ପ୍ରାପ୍ତିକୁ ହଦରେ ପରିବର୍ତ୍ତନ କର ନାହିଁ ତେବେ ସଦାସର୍ବଦା ସନ୍ତୁଷ୍ଟ ରହିପାରିବ ।

ସ୍ଲୋଗାନ:-
ଯେଉଁଠାରେ ନିଶ୍ଚୟ ରହିଛି ସେଠାରେ ବିଜୟର ଭାଗ୍ୟର ରେଖା ମସ୍ତକ ଉପରେ ନିଶ୍ଚିତ ରହିଛି ।