16/11/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ତୁମେମାନେ ଏହି ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଟ, ତୁମର କାମ ହେଲା ସାରା ବିଶ୍ୱକୁ ବାବାଙ୍କର ସନ୍ଦେଶ ଦେବା ।”

ପ୍ରଶ୍ନ:-

ଏବେ ତୁମେ ପିଲାମାନେ କେଉଁ ଡେଙ୍ଗୁରା ପିଟୁଛ ଏବଂ କେଉଁ କଥା ବୁଝାଉଛ?

ଉତ୍ତର:-

ତୁମେ ଡେଙ୍ଗୁରା ପିଟୁଛ ଯେ ବର୍ତ୍ତମାନ ନୂଆ ଦୈବୀ ରାଜଧାନୀର ପୁନର୍ବାର ସ୍ଥାପନା ହେଉଛି । ଅନେକ ଧର୍ମର ଏବେ ବିନାଶ ହେବାକୁ ଯାଉଛି । ତୁମେ ସମସ୍ତଙ୍କୁ ବୁଝାଉଛ ଯେ ସମସ୍ତେ ନିଶ୍ଚିନ୍ତ ରୁହ, ବର୍ତ୍ତମାନ ଆନ୍ତର୍ଜାତିକ ବିଭ୍ରାଟ ସୃଷ୍ଟି ହେବ, ଯୁଦ୍ଧ ନିଶ୍ଚିତ ଲାଗିବ ଏବଂ ଯୁଦ୍ଧ ପରେ ଦୈବୀ ରାଜଧାନୀ ଆରମ୍ଭ ହେବ ।

ଓମ୍ ଶାନ୍ତି ।ଏହା ହେଉଛି ରୁହାନୀ ଅର୍ଥାତ୍ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ । ସାରା ୟୁନିଭର୍ସ ଅର୍ଥାତ୍ ବିଶ୍ୱରେ ଯେଉଁ ଆତ୍ମାମାନେ ବି ଅଛନ୍ତି, ଏହି ବିଶ୍ୱ ବିଦ୍ୟାଳୟରେ କେବଳ ଆତ୍ମାମାନେ ପାଠ ପଢୁଛନ୍ତି । ୟୁନିଭର୍ସ ଅର୍ଥାତ୍ ବିଶ୍ୱ । ତେବେ ନିୟମ ଅନୁସାରେ ୟୁନିଭରସିଟି ଶବ୍ଦ ତୁମମାନଙ୍କର ରହିଛି । ଏହା ରୁହାନୀ ବିଶ୍ୱ ବିଦ୍ୟାଳୟ, ଅନ୍ୟ କେଉଁଠାରେ ଶାରିରୀକ ବିଶ୍ୱ ବିଦ୍ୟାଳୟ ହିଁ ନାହିଁ । ଏହା ହିଁ ଏକମାତ୍ର ପରମପିତା ପରମାତ୍ମାଙ୍କର ବିଶ୍ୱ ବିଦ୍ୟାଳୟ । ଯେଉଁଠି ସବୁ ଆତ୍ମାମାନଙ୍କୁ ଶିକ୍ଷା ମିଳୁଛି । ତୁମର ଏହି ସନ୍ଦେଶ କୌଣସି ନା କୌଣସି ଉପାୟରେ ସମସ୍ତଙ୍କ ପାଖରେ ନିଶ୍ଚୟ ପହଞ୍ଚିବା ଦରକାର । କାରଣ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ନା ଏବଂ ଏହି ସନ୍ଦେଶ ମଧ୍ୟ ବିଲ୍କୁଲ୍ ସରଳ ଅଟେ । ପିଲାମାନେ ଜାଣିଛନ୍ତି ଯେ, ସିଏ ଆମର ବେହଦର ପିତା ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଇଥା’ନ୍ତି । ଏପରି ମଧ୍ୟ କହିପାର ସେ ଆମର ବେହଦର ପ୍ରେମିକ । ବିଶ୍ୱରେ ଥିବା ସମସ୍ତ ଜୀବ ଆତ୍ମାମାନେ ସେହି ପ୍ରେମିକଙ୍କୁ ମନେପକାଇଥା’ନ୍ତି । ଏହି ପଏଣ୍ଟସ୍କୁ ଭଲ ଭାବରେ ଧାରଣ କରିବାକୁ ହେବ । ଯାହାଙ୍କର ବୁଦ୍ଧି ଫ୍ରେସ୍ ଅର୍ଥାତ୍ ବୁଦ୍ଧି ତାଜା ହୋଇଥିବ ସେ ଭଲ ଭାବରେ ଧାରଣ କରିପାରିବେ । ବିଶ୍ୱରେ ଥିବା ସମସ୍ତ ଆତ୍ମାମାନଙ୍କର ପିତା ହେଲେ ଜଣେ । ତେବେ ବିଶ୍ୱ ବିଦ୍ୟାଳୟରେ ମନୁଷ୍ୟମାନେ ହିଁ ପଢିବେ ନା । ବର୍ତ୍ତମାନ ତୁମେମାନେ ଏକଥା ମଧ୍ୟ ଜାଣିଛ — ଆମେ ହିଁ ୮୪ ଜନ୍ମ ନେଉଛୁ । ୮୪ ଲକ୍ଷ ଯୋନିର କଥା ହିଁ ନାହିଁ । ସାରା ବିଶ୍ୱରେ ଥିବା ସମସ୍ତ ଆତ୍ମାମାନେ, ବର୍ତ୍ତମାନ ପତିତ ହୋଇଯାଇଛନ୍ତି । ଏହା ହେଉଛି ଛି-ଛି ଦୁନିଆ, ଦୁଃଖଧାମ ଅଟେ । ସୁଖଧାମକୁ ଏକମାତ୍ର ବାବା ହିଁ ନେଇପାରିବେ, ସେଥିପାଇଁ ତାଙ୍କୁ ମୁକ୍ତିଦାତା ମଧ୍ୟ କୁହାଯାଉଛି । ତୁମେ ସାରା ୟୁନିଭର୍ସ ଅଥବା ବିଶ୍ୱର ମାଲିକ ହେଉଛ ନା । ବାବା ସମସ୍ତଙ୍କ ନିମନ୍ତେ କହୁଛନ୍ତି ଏହି ସନ୍ଦେଶ ପହଞ୍ଚାଇ ଦେଇ ଆସ । ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି, ତାଙ୍କୁ ଗାଇଡ୍ (ପଥପ୍ରଦର୍ଶକ), ଲିବରେଟର (ମୁକ୍ତିଦାତା), ମର୍ସିଫୁଲ୍ (ଦୟାର ସାଗର) ମଧ୍ୟ କହିଥା’ନ୍ତି । ଅନେକ ଭାଷା ରହିଛି ନା । ସମସ୍ତ ଆତ୍ମାମାନେ କେବଳ ସେହିଁ ଜଣଙ୍କୁ ହିଁ ଡାକୁଛନ୍ତି ତେଣୁ ସାରା ବିଶ୍ୱର ଶିକ୍ଷକ ହେଲେ ନା । ସେ ସମସ୍ତଙ୍କର ପିତା କିନ୍ତୁ ଏକଥା କାହାକୁ ହେଲେ ଜଣା ନାହିଁ ଯେ ସେ ଆମ ସମସ୍ତ ଆତ୍ମାମାନଙ୍କର ଶିକ୍ଷକ ସହିତ ଗୁରୁ ମଧ୍ୟ ଅଟନ୍ତି । ସିଏ ସମସ୍ତଙ୍କୁ ଗାଇଡ୍ ମଧ୍ୟ କରିଥା’ନ୍ତି । କିନ୍ତୁ ଏହି ବେହଦର ଗାଇଡ୍ଙ୍କୁ କେବଳ ତୁମେମାନେ ହିଁ ଜାଣିଛ । ଏକଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାଁନ୍ତି । ଆତ୍ମାକୁ ମଧ୍ୟ ତୁମେ ଜାଣିଛ, ଆତ୍ମା କେଉଁ ପ୍ରକାରର ଜିନିଷ ଅଟେ । ଦୁନିଆରେ ତ କେହି ଜଣେ ହେଲେ ଏମିତି ମନୁଷ୍ୟ ନାହାଁନ୍ତି, ସ୍ୱତନ୍ତ୍ର ରୂପେ ଭାରତ ସାଧାରଣତଃ ସାରା ଦୁନିଆରେ କାହାକୁ ହେଲେ ଜଣା ନାହିଁ ଯେ ଆତ୍ମା କେଉଁଭଳି ଜିନିଷ । ଯଦିଓ କହୁଛନ୍ତି ଯେ ଭ୍ରୁକୁଟୀ ମଧ୍ୟରେ ଅଜବ ତାରକା ଚମକୁଛି । କିନ୍ତୁ କିଛି ହେଲେ ବୁଝି ନାହାଁନ୍ତି । ଏବେ ତୁମେ ଜାଣୁଛ ଆତ୍ମା ତ’ ଅବିନାଶୀ । ସେ କେବେ ଛୋଟ ବଡ ହୁଏ ନାହିଁ । ଯେପରି ତୁମ ଆତ୍ମା ବିନ୍ଦୁ ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି । ବଡ ଛୋଟ ନୁହେଁ । ସେ ମଧ୍ୟ ଆତ୍ମା କିନ୍ତୁ ସିଏ ପରମ ଆତ୍ମା ଅଟନ୍ତି, ସୁପ୍ରିମ ଅଟନ୍ତି । ବାସ୍ତବରେ ସମସ୍ତ ଆତ୍ମା ପରମଧାମର ବାସିନ୍ଦା ଅଟନ୍ତି । ଏଠାକୁ ଅଭିନୟ କରିବା ପାଇଁ ଆସିଛନ୍ତି । ପୁଣି ନିଜ ପରମଧାମକୁ ଯିବା ପାଇଁ ଚେଷ୍ଟା କରିଥା’ନ୍ତି । ପରମପିତା ପରମାତ୍ମାଙ୍କୁ ସମସ୍ତେ ମନେ ପକାଉଛନ୍ତି କାହିଁକି ନା ଆତ୍ମାମାନଙ୍କୁ ପରମପିତା ହିଁ ମୁକ୍ତିକୁ ପଠାଇଥିଲେ । ସେଥିପାଇଁ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଆତ୍ମା ହିଁ ତମୋପ୍ରଧାନ ହୋଇଯାଇଛି । ପରମାତ୍ମାଙ୍କୁ କାହିଁକି ମନେ ପକାଉଛନ୍ତି ? ଏତିକି ମଧ୍ୟ ଜଣା ନାହିଁ । ଯେପରି ପିଲା "ବାବା’’ ବୋଲି କହିଥାଏ । ବାସ୍, ତାକୁ କିଛି ହେଲେ ଜଣା ନଥାଏ । ତୁମେ ମଧ୍ୟ ମମ୍ମା ବାବା କହୁଛ, କିନ୍ତୁ ତୁମମାନଙ୍କୁ ମଧ୍ୟ କିଛି ହେଲେ ଜାଣିନାହଁ । ଭାରତରେ ଗୋଟିଏ ନେଶନଲ୍ଟି ଅର୍ଥାତ୍ ଧର୍ମ ଥିଲା । ତାକୁ ଦୈବୀ ଧର୍ମ କୁହାଯାଉଥିଲା । ପରେ ପୁଣି ଅନ୍ୟାନ୍ୟ ଧର୍ମ ପ୍ରବେଶ କରିଲେ । ଏବେ କେତେ ଢେର ହୋଇଗଲେଣି, ସେଥିପାଇଁ ଏତେ ଝଗଡା ଆଦି ହେଉଛି । ଯେଉଁଠି ଯେଉଁଠି ଅନ୍ୟ ଧର୍ମର ଲୋକମାନେ ଅଧିକ ପଶିଯାଇଛନ୍ତି, ସେମାନଙ୍କୁ ସେଠାରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ବହୁତ ଗଣ୍ଡଗୋଳ ହେଉଛି । ଅଜ୍ଞାନ ଅନ୍ଧକାର ବହୁତ ବଢି ଗଲାଣି । କିଛି ତ ଲିମିଟ୍ ମଧ୍ୟ ରହିବା ଦରକାର ନା । ନାଟକରେ ଅଭିନେତାମାନଙ୍କର ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ଥାଏ । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଖେଳ ଅଥବା ନାଟକ ଅଟେ । ଏଥିରେ ଯେତିକି ଅଭିନେତା ରହିଛନ୍ତି, ସେଥିରେ କମ୍ ବେଶୀ ହୋଇପାରିବ ନାହିଁ । ଯେତେବେଳେ ସବୁ ଅଭିନେତା ଷ୍ଟେଜ୍କୁ ଆସିଯାଆନ୍ତି ପୁଣି ସେମାନଙ୍କୁ ମଧ୍ୟ ଫେରିବାକୁ ହୁଏ । ଯେଉଁ ଅଭିନେତାମାନେ ରହିଯାଇଥିବେ, ସେମାନେ ସମସ୍ତେ ଏଠାକୁ ଆସିବେ ତେଣୁ ଜନସଂଖ୍ୟା ଯେତେ ନିୟନ୍ତ୍ରଣ କରିବା ପାଇଁ ମୁଣ୍ଡ ପିଟିଲେ ମଧ୍ୟ କରିପାରିବେ ନାହିଁ । ତେବେ ତାଙ୍କୁ କୁହ, ଆମେ ବି.କେ. ଏପରି ଜନ୍ମ ନିୟନ୍ତ୍ରଣ କରି ଦେଉଛୁ ଯେ ସାରା ବିଶ୍ୱରେ ୯ ଲକ୍ଷ ମାତ୍ର ରହିବେ । ତା’ପରେ ଜନସଂଖ୍ୟା କମ୍ ହୋଇଯିବ । ଆମେ ତୁମକୁ ସତ୍ୟ କହୁଛୁ, ଏବେ ସେହି ଦୁନିଆର ସ୍ଥାପନା କରୁଛୁ । ତେବେ ନୂଆ ଦୁନିଆ, ନୂଆ ବୃକ୍ଷ ନିଶ୍ଚିତ ଛୋଟ ହିଁ ହେବ । ଏଠାରେ ତ କେହି ବି ଜନସଂଖ୍ୟା ନିୟନ୍ତ୍ରଣ କରିପାରିବେ ନାହିଁ, କାହିଁକି ନା ଦୁନିଆ ଆହୁରି ତମୋପ୍ରଧାନ ହୋଇ ଚାଲିଛି । ବୃଦ୍ଧି ହୋଇ ଚାଲିଛି । ଆସିବାକୁ ଥିବା ଅଭିନେତାମାନେ, ଏହିଠାରେ ହିଁ ଆସି ଶରୀର ଧାରଣ କରିବେ । ଏହି କଥାକୁ କେହି ବୁଝୁ ନାହାଁନ୍ତି । ଯେଉଁମାନଙ୍କର ତୀକ୍ଷ୍ଣ ବୁଦ୍ଧି ସେମାନେ ଜାଣୁଛନ୍ତି ଯେ, ରାଜଧାନୀରେ ତ’ ସବୁ ପ୍ରକାରର ପାର୍ଟଧାରୀ ରହିବେ । ସତ୍ୟଯୁଗୀ ରାଜଧାନୀ ପୁନର୍ବାର ସ୍ଥାପନ ହେଉଛି । ସମସ୍ତେ ସତ୍ୟଯୁଗକୁ ଚାଲିଯିବେ । ତୁମେ ବର୍ତ୍ତମାନ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ଶ୍ରେଣୀକୁ ପରିବର୍ତ୍ତିତ ହେଉଛ । ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯାଉଛ । ତୁମର ପାଠପଢା ଏହି ଦୁନିଆ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଏପରି ବିଶ୍ୱବିଦ୍ୟାଳୟ ଆଉ କେଉଁଠି ହୋଇ ପାରିବ ନାହିଁ । ସ୍ୱୟଂ ଈଶ୍ୱରୀୟ ପିତା କହୁଛନ୍ତି ମୁଁ ତୁମମାନଙ୍କୁ ଅମରଲୋକୁ ନେଇଯିବା ପାଇଁ ପାଠ ପଢାଉଛି । ଏହି ମୃତ୍ୟୁଲୋକର ବିନାଶ ହୋଇଯିବ । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା । ଏହା କିପରି ସ୍ଥାପନ ହେଲା, ଏକଥା କାହାକୁ ହେଲେ ଜଣା ନାହିଁ ।

ବାବା ସବୁବେଳେ କହୁଛନ୍ତି ଯେଉଁଠାରେ ତୁମେ ଭାଷଣ କରୁଛ ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଶ୍ଚିତ ରଖ ଏବଂ ସେଥିରେ ତାରିଖ ନିଶ୍ଚିତ ଲେଖାଥିବା ଦରକାର । ତୁମେ ବୁଝାଇ ପାରିବ ଯେ ନୂଆ ବିଶ୍ୱର ଆରମ୍ଭରୁ ୧୨୫୦ ବର୍ଷ ପର୍ଯ୍ୟନ୍ତ ଏହି ଡିନାୟଷ୍ଟିର ରାଜ୍ୟ ଥିଲା । ଯେପରି କହିଥା’ନ୍ତି ନା — ଖ୍ରୀଷ୍ଟିୟାନ ଡିନାୟଷ୍ଟିର ରାଜ୍ୟ ଥିଲା । ଜଣଙ୍କ ପଛରେ ଜଣେ ଚାଲି ଆସନ୍ତି । ଯେତେବେଳେ ଦେବତାମାନଙ୍କ ରାଜ୍ୟ ଥିଲା ସେତେବେଳେ ଆଉ କେହି ନଥିଲେ । ବର୍ତ୍ତମାନ ପୁନର୍ବାର ଏହି ଡିନାୟଷ୍ଟିର ସ୍ଥାପନା ହେଉଛି । ବାକି ସମସ୍ତଙ୍କର ବିନାଶ ହୋଇଯିବ । ଯୁଦ୍ଧ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଭାଗବତ ଆଦିରେ ଏହା ଉପରେ ଆଧାରିତ କାହାଣୀ ମଧ୍ୟ ଲେଖାଯାଇଛି । ତୁମେମାନେ ବାଲ୍ୟାବସ୍ଥାରୁ ଏହି କାହାଣୀ ଆଦି ଶୁଣି ଆସୁଥିଲ । ଏବେ ତୁମେମାନେ ଜାଣୁଛ ଏହି ରାଜତ୍ୱ କିପରି ସ୍ଥାପନ ହେଉଛି । ନିଶ୍ଚିତ ବାବା ହିଁ ରାଜଯୋଗ ଶିଖାଇଥିବେ । ଯେଉଁମାନେ ପାସ୍ ହେବେ ସେହିମାନେ ବିଜୟ ମାଳାର ଦାନା ହେବେ । ଆଉ କେହି ଏହି ମାଳାକୁ ଜାଣି ନାହାଁନ୍ତି । କେବଳ ତୁମେମାନେ ହିଁ ଜାଣିଛ । ତୁମର ପ୍ରବୃତ୍ତି ମାର୍ଗ ଅଟେ । ଉପରେ ବାବା ଛିଡା ହୋଇଛନ୍ତି, ଯାହାଙ୍କର ନିଜର ଶରୀର ନାହିଁ । ପୁଣି ବ୍ରହ୍ମା-ସରସ୍ୱତୀରୁ ଲକ୍ଷ୍ମୀ-ନାରାୟଣ ହେବେ । ପ୍ରଥମେ ବାବା ତା’ପରେ ପୁଣି ଯୁଗଳ । ରୁଦ୍ରାକ୍ଷର ଦାନା ରହିଥାଏ ନା । ନେପାଳରେ ଏକ ବୃକ୍ଷ ଅଛି । ଯେଉଁଠାରୁ ଏହି ରୁଦ୍ରାକ୍ଷର ଦାନା ଆସୁଛି । ସେଥିରେ ମଧ୍ୟ କେତେକ ଅସଲି ରହିଛି । ଯେତେ ଛୋଟ ଦାନା ଦାମ୍ ସେତେ ଅଧିକ । ଏବେ ତୁମେ ଏହାର ଅର୍ଥକୁ ବୁଝିଯାଇଛ । ଏବେ ବିଷ୍ଣୁଙ୍କର ବିଜୟମାଳା ଅଥବା ରୁଣ୍ଡମାଳା ତିଆରି ହେଉଛି । ସେମାନେ ତ’ କେବଳ ମାଳା ଗଡାଇ-ଗଡାଇ ରାମ-ରାମ କହୁଛନ୍ତି । କିନ୍ତୁ ଅର୍ଥ କିଛି ହେଲେ ନାହିଁ । କେବଳ ମାଳା ଜପ କରୁଛନ୍ତି । ଏଠାରେ ତ’ ବାବା କହୁଛନ୍ତି ମୋତେ ମନେ ପକାଅ । ଏହା ହେଉଛି ଅଜପାଜପ । ମୁଖ ଦ୍ୱାରା କିଛି କହିବାର ଆବଶ୍ୟକତା ନାହିଁ । ଏହି ଗୀତ ମଧ୍ୟ ସ୍ଥୂଳ ହୋଇଯାଉଛି । ପିଲାମାନଙ୍କୁ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ନଚେତ୍ କେବଳ ଗୀତ ଆଦି ମନେ ପଡିବ । ଏଠାରେ ମୂଳ କଥା ହେଉଛି ଯୋଗ । ତୁମକୁ ଶବ୍ଦରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ହେଉଛି ମନମନାଭବ । ବାବା କ’ଣ କହୁଛନ୍ତି କି ଗୀତ ଗାଇ, ରଡି ମାର । ମୋ ମହିମା ଗାୟନ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଏକଥା ତୁମେ ଜାଣିଛ ଯେ, ବାବା ଜ୍ଞାନ ଏବଂ ସୁଖ-ଶାନ୍ତିର ସାଗର ଅଟନ୍ତି । ଏକଥା ମନୁଷ୍ୟମାନେ ଜାଣି ନାହାଁନ୍ତି । ଏମିତି କିଛି ଜାଣି ନାମ ରଖି ଦେଇଛନ୍ତି । ଏକଥା ତୁମ ବ୍ୟତୀତ ଆଉ କେହି ମଧ୍ୟ ଜାଣି ନାହାଁନ୍ତି । ବାବା ହିଁ ଆସି ନିଜ ନାମ-ରୂପ ଆଦି ବତାଉଛନ୍ତି । ମୁଁ କିପରି ଅଟେ, ତୁମେ ଆତ୍ମା କିପରି ଅଟ! ଅଭିନୟ କରିବା ପାଇଁ ତୁମେମାନେ ବହୁତ ପରିଶ୍ରମ କରୁଛ । ଅଧାକଳ୍ପ ହେବ ଭକ୍ତି କରି ଆସିଛ, ମୁଁ ତ ଏଠାକୁ ଅଭିନୟ କରିବା ପାଇଁ ଆସେ ନାହିଁ । ମୁଁ ଦୁଃଖ ସୁଖରୁ ଅଲଗା ଅଟେ । ତୁମେ ଦୁଃଖ ଭୋଗୁଛ ପୁଣି ତୁମେ ହିଁ ସତ୍ୟଯୁଗରେ ସୁଖ ଭୋଗ କରୁଛ । ତୁମର ପାର୍ଟ ମୋଠାରୁ ମଧ୍ୟ ଶ୍ରେଷ୍ଠ । ମୁଁ ତ ଅଧାକଳ୍ପ ଆରାମରେ ସେଠାରେ ବାନପ୍ରସ୍ଥରେ ବସି ରହୁଛି । ତୁମେ ମୋତେ ଡାକି ଆସୁଛ । ଏପରି ନୁହେଁ ଯେ ମୁଁ ସେଠାରେ ବସି ତୁମର ଡାକ ଶୁଣିଥାଏ । ବର୍ତ୍ତମାନ ସମୟରେ ହିଁ ମୋର ପାର୍ଟ ରହିଛି । ଡ୍ରାମାର ପାର୍ଟକୁ ମୁଁ ଜାଣିଛି । ଏବେ ଡ୍ରାମା ପୂରା ହେବାକୁ ଯାଉଛି, ମୋତେ ଯାଇ ପତିତମାନଙ୍କୁ ପାବନ କରିବାର ପାର୍ଟ ବଜାଇବାକୁ ହେବ, ବାସ୍ ଆଉ କୌଣସି କଥା ନାହିଁ । ମନୁଷ୍ୟ ଭାବୁଛନ୍ତି ପରମାତ୍ମା ସର୍ବଶକ୍ତିମାନ୍, ଅନ୍ତର୍ଯ୍ୟାମୀ ଅଟନ୍ତି । ସମସ୍ତଙ୍କ ଭିତରେ କ’ଣ ସବୁ ଚାଲୁଛି, ସେସବୁ ଜାଣିଛନ୍ତି । ବାବା କହୁଛନ୍ତି ବାସ୍ତବରେ ଏପରି କିଛି କଥା ନାହିଁ । ତୁମେ ଯେତେବେଳେ ସଂପୂର୍ଣ୍ଣ ତମୋପ୍ରଧାନ ହୋଇଯାଉଛ — ସେତେବେଳେ ଯଥାର୍ଥ ସମୟରେ ମୋତେ ଆସିବାକୁ ପଡେ । ମୁଁ ସାଧାରଣ ଶରୀରରେ ହିଁ ଆସୁଛି । ତୁମକୁ ଆସି ଦୁଃଖରୁ ମୁକ୍ତ କରୁଛି । ବ୍ରହ୍ମା ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା ଏବଂ ଶଙ୍କରଙ୍କ ଦ୍ୱାରା ଅନେକ ଧର୍ମର ବିନାଶ.. ହାହାକାର ପରେ ଜୟଜୟକାର ହେବ । କେତେ ହାହାକାର ହେବ । ବିପର୍ଯ୍ୟୟରେ କେତେ ମୃତ୍ୟୁବରଣ କରିବେ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବହୁତ ସାହାଯ୍ୟ କରିବ । ନଚେତ୍ ମନୁଷ୍ୟ ବହୁତ ଦୁଃଖୀ, ରୋଗୀ ହୋଇଯିବେ । ବାବା କହୁଛନ୍ତି ପିଲାମାନେ ଦୁଃଖରେ ପଡି ନ ରୁହନ୍ତୁ । ସେଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ଏପରି ଜୋରରେ ଆସିବ ଯାହାଦ୍ୱାରା ସମସ୍ତେ ସମାପ୍ତ ହୋଇଯିବେ । ବୋମା ତ’ କିଛି ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ବହୁତ ସାହାଯ୍ୟ କରିବ । ଭୂମିକମ୍ପରେ ଢେର ସମାପ୍ତ ହୋଇଯିବେ । ପାଣିର ଗୋଟିଏ ଦୁଇଟି ଜୁଆର ଆସିଲା ଏବଂ ସବୁ ଶେଷ ହୋଇଯିବ । ସମୁଦ୍ର ମଧ୍ୟ ନିଶ୍ଚୟ ଉଛୁଳିବ । ଧରିତ୍ରୀକୁ ଗ୍ରାସ କରିବ, ୧୦୦ ଫୁଟ୍ରେ ପାଣି ଉଛୁଳିଲେ କ’ଣ କରିଦେବ । ଏହା ହେଉଛି ହାହାକାରର ଦୃଶ୍ୟ । ଏପରି ଦୃଶ୍ୟ ଦେଖିବା ପାଇଁ ସାହସ ଦରକାର । ପରିଶ୍ରମ ମଧ୍ୟ କରିବାକୁ ହେବ, ନିର୍ଭୟ ମଧ୍ୟ ହେବାକୁ ପଡିବ । ତୁମ ପାଖରେ ବିଲ୍କୁଲ୍ ଅହଂକାର ରହିବା ଉଚିତ୍ ନୁହେଁ । ଦେହୀ-ଅଭିମାନୀ ହୁଅ । ଯେଉଁମାନେ ଦେହୀ-ଅଭିମାନୀ ସେମାନେ ବହୁତ ମିଠା ହୋଇଥା’ନ୍ତି । ବାବା କହୁଛନ୍ତି — ମୁଁ ତ ହେଉଛି ନିରାକାର ଏବଂ ବିଚିତ୍ର । ଏଠାକୁ ଆସୁଛି — ସେବା କରିବା ପାଇଁ । ମୋର କେତେ ମହିମା କରୁଛନ୍ତି । ଜ୍ଞାନର ସାଗର... ହେଉଛନ୍ତି ବାବା । ସମସ୍ତେ କହୁଛନ୍ତି ପତିତ ଦୁନିଆକୁ ଆସ । ତୁମେ ବହୁତ ଭଲ ନିମନ୍ତ୍ରଣ ଦେଉଛ । ଏପରି କହୁ ନାହାଁନ୍ତି ଯେ ସ୍ୱର୍ଗକୁ ଆସି ସୁଖ ଦେଖ । କହୁଛନ୍ତି ହେ ପତିତ-ପାବନ ଆମେ ପତିତ, ଆମକୁ ପବିତ୍ର କରିବା ପାଇଁ ଆସ । ନିମନ୍ତ୍ରଣ ଦେଖ କିପରି ଦେଉଛନ୍ତି । ଏକଦମ୍ ତମୋପ୍ରଧାନ ପତିତ ଦୁନିଆ ଏବଂ ପତିତ ଶରୀରକୁ ଡାକୁଛନ୍ତି । ଭାରତବାସୀ ବହୁତ ଭଲ ନିମନ୍ତ୍ରଣ ଦେଉଛନ୍ତି । ଡ୍ରାମାରେ ଏହିପରି ରହସ୍ୟ ମଧ୍ୟ ରହିଛି । ଏହାଙ୍କୁ ମଧ୍ୟ ଜଣା ନଥିଲା ଯେ ମୋର ବହୁତ ଜନ୍ମର ଏହା ଅନ୍ତିମ ଜନ୍ମ ଅଟେ । ଯେତେବେଳେ ବାବା ପ୍ରବେଶ କରିଲେ ସେତେବେଳେ କହିଲେ । ବାବା ପ୍ରତ୍ୟେକ କଥାର ରହସ୍ୟକୁ ବୁଝାଉଛନ୍ତି । ବ୍ରହ୍ମାଙ୍କୁ ହିଁ ସ୍ତ୍ରୀ ହେବାକୁ ପଡିବ । ବାବା ନିଜେ କହୁଛନ୍ତି — ଇଏ ମୋର ସ୍ତ୍ରୀ ଅଟନ୍ତି । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ତୁମକୁ ନିଜର କରୁଛି । ତେଣୁ ଇଏ ସତ୍ୟ ସତ୍ୟ ବଡ ମା’ ହୋଇଗଲେ ଏବଂ ସିଏ ହେଲେ ପୋଷ୍ୟ ମାଆ । ତୁମେ ଏମାନଙ୍କୁ ମାତା-ପିତା କହିପାରିବ । ଶିବବାବାଙ୍କୁ କେବଳ ପିତା ହିଁ କୁହାଯିବ । ଇଏ ହେଉଛନ୍ତି ବ୍ରହ୍ମାବାବା । ମମ୍ମା ଗୁପ୍ତ ଅଟନ୍ତି । ବ୍ରହ୍ମା ମା’ ହେଲେ ମଧ୍ୟ ଶରୀର ହେଉଛି ପୁରୁଷର । ଇଏ ତ’ ସମସ୍ତଙ୍କର ଦାୟିତ୍ୱ ନେଇପାରିବେ ନାହିଁ ସେଥିପାଇଁ ଏହି କନ୍ୟାଙ୍କୁ ପୋଷ୍ୟ କରିଛନ୍ତି ଏବଂ ମାତେଶ୍ୱରୀ ନାମ ରଖିଦେଇଛନ୍ତି । ତେବେ ସିଏ ମୁଖ୍ୟ ହୋଇଗଲେ ନା । ଡ୍ରାମା ଅନୁସାରେ ଜଣେ ହିଁ ସରସ୍ୱତୀ ଅଛନ୍ତି । ବାକି ଦୁର୍ଗା, କାଳୀ ଆଦି ଅନେକ ନାମ ରହିଛି । ମାତାପିତା ତ ଜଣେ ଅଟନ୍ତି ନା । ତୁମେ ସମସ୍ତେ ସନ୍ତାନ ଅଟ । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କର କନ୍ୟା ସରସ୍ୱତୀ । ତୁମେମାନେ ବ୍ରହ୍ମାକୁମାର କୁମାରୀ ଅଟ ନା । ତୁମମାନଙ୍କର ବହୁତ ନାମ ରହିଛି । ଏସବୁ କଥା ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ବୁଝିବେ । ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ରହିଥା’ନ୍ତି ନା । ଜଣେ ଅନ୍ୟ ଜଣଙ୍କ ସହିତ ମିଶିପାରିବେ ନାହିଁ । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା । ଏହାକୁ ବିସ୍ତାର ଭାବରେ ବୁଝିବା ଦରକାର । ବହୁତ ଢେର ପଏଣ୍ଟସ୍ ରହିଛି । ବାରିଷ୍ଟରୀ ପାଠପଢାରେ ମଧ୍ୟ କ୍ରମାନ୍ୱୟରେ ରହିଥା’ନ୍ତି । କେତେକ ବାରିଷ୍ଟର ତ ୨-୩ ଲକ୍ଷ ରୋଜଗାର କରିଥା’ନ୍ତି । କେହି ପୁଣି ଫଟା କପଡା ମଧ୍ୟ ପିନ୍ଧଥା’ନ୍ତି । ଏଠାରେ ମଧ୍ୟ ସେହିପରି ଅଛନ୍ତି ।

ପିଲାମାନଙ୍କୁ ବୁଝାଯାଉଛି ଯେ, ଏହା ହେଉଛି ଇଣ୍ଟରନେସ୍ନାଲ୍ ସଂଘର୍ଷ । ଏବେ ତୁମେମାନେ ବୁଝାଉଛ ଯେ ସମସ୍ତେ ଚିନ୍ତାମୁକ୍ତ ହୋଇ ରୁହନ୍ତୁ । ଲଢେଇ ତ ନିଶ୍ଚିତ ଲାଗିବ । ତୁମେ ଡେଙ୍ଗୁରା ପିଟୁଛ ଯେ ନୂଆ ଦୈବୀ ରାଜଧାନୀ ପୁନର୍ବାର ସ୍ଥାପନ ହେଉଛି । ଅନେକ ଧର୍ମର ବିନାଶ ହେବ । ଏହା କେତେ କ୍ଲିଅର କଥା । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରଜା ରଚନା କରାଯାଉଛି । କହୁଛନ୍ତି ଇଏ ମୋର ମୁଖ ବଂଶାବଳୀ । ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ଅଟ । ସେମାନେ ହେଉଛନ୍ତି କୋଳଜାତ ବ୍ରାହ୍ମଣ । ସେମାନେ ହେଲେ ପୂଜାରୀ, ତୁମେ ଏବେ ପୂଜ୍ୟ ହେଉଛ । ତୁମେ ଜାଣିଛ ଆମେ ହିଁ ଦେବତା ଆମେ ହିଁ ପୁଣି ପୂଜ୍ୟ ହେଉଛୁ । ତୁମମାନଙ୍କର ଉପରେ ଏବେ ଲାଇଟ୍ର ମୁକୁଟ ନାହିଁ । ତୁମମାନଙ୍କର ଆତ୍ମା ଯେତେବେଳେ ପବିତ୍ର ହେବ ସେତେବେଳେ ଏହି ଶରୀର ଛାଡିଦେବ । ତୁମର ଏହି ଶରୀର ଉପରେ ଲାଇଟ୍ର ମୁକୁଟ ଦିଆଯାଇପାରିବ ନାହିଁ, କାରଣ ଶୋଭା ପାଇବ ନାହିଁ । ବର୍ତ୍ତମାନ ତୁମେ ଗାୟନ ଯୋଗ୍ୟ ହେଉଛ । ବର୍ତ୍ତମାନ କାହାର ଆତ୍ମା ପବିତ୍ର ନାହିଁ, ସେଥିପାଇଁ କାହା ଉପରେ ମଧ୍ୟ ଏହି ସମୟରେ ଲାଇଟ୍ର ମୁକୁଟ ରହି ପାରିବ ନାହିଁ । ସତ୍ୟଯୁଗରେ ଲାଇଟ୍ର ମୁକୁଟ ହେବ । ଦୁଇ କଳା କମ୍ ଥିଲେ ତାଙ୍କୁ ମଧ୍ୟ ଏହି ଲାଇଟ୍ ଦେବା ଉଚିତ୍ ନୁହେଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ନିଜର ସ୍ଥିତିକୁ ଏପରି ଅଚଳ ଏବଂ ନିର୍ଭୟ କରିବାକୁ ହେବ ଯେପରି ଅନ୍ତିମ ବିନାଶର ଦୃଶ୍ୟକୁ ଦେଖିପାରିବ । ଦେହୀ ଅଭିମାନୀ ହେବାର ମେହନତ କରିବାକୁ ହେବ ।

(୨) ନୂଆ ରାଜଧାନୀରେ ଉଚ୍ଚ ପଦ ପାଇବା ପାଇଁ ପାଠପଢା ଉପରେ ପୂରା-ପୂରା ଧ୍ୟାନ ଦେବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଜୟ ମାଳାର ଦାନା ହେବାକୁ ପଡିବ ।

ବରଦାନ:-

ନିର୍ବଳ, ନିରାଶ ଏବଂ ଅସମର୍ଥ ଆତ୍ମାକୁ ଏକ୍ସଟ୍ରା ଅର୍ଥାତ୍ ସ୍ୱତନ୍ତ୍ର ଭାବରେ ଶକ୍ତି ପ୍ରଦାନ କରି ଆତ୍ମିକ ଦୟାଶୀଳ ହୁଅ ।

ଯେଉଁମାନେ ଆତ୍ମିକ ଦୟାଶୀଳ ସନ୍ତାନ ସେମାନେ ମହାଦାନୀ ହୋଇ ସମ୍ପୂର୍ଣ୍ଣ ନିରାଶା ଜନକ ପରିସ୍ଥିତିରେ ଆଶା ଉତ୍ପନ୍ନ କରାଇ ଦିଅନ୍ତି । ନିର୍ବଳକୁ ବଳବାନ କରିଦିଅନ୍ତି ଏବଂ ଦାନ ମଧ୍ୟ ସର୍ବଦା ଗରୀବ, ବେସାହାରାମାନଙ୍କୁ ହିଁ କରାଯାଏ । ତେଣୁ ଯେଉଁମାନେ ନିର୍ବଳ, ନିରାଶ, ଅସମର୍ଥ ପ୍ରଜା ହେବା ଯୋଗ୍ୟ ଆତ୍ମାମାନେ ଅଛନ୍ତି ସେମାନଙ୍କ ପ୍ରତି ଆତ୍ମିକ ଦୟାଶୀଳ ହୋଇ ଅର୍ଥାତ୍ ଆତ୍ମାର କଲ୍ୟାଣ କରୁଥିବା ମହାଦାନୀ ହୁଅ । ପରସ୍ପର ପ୍ରତି ମହାଦାନୀ ନୁହେଁ । ତୁମେମାନେ ତ ପରସ୍ପର ସାଥୀ, ସହଯୋଗୀ ଅଟ, ଭାଇ ଭାଇ ଅଟ, ସମାସ୍କନ୍ଧ ପୁରୁଷାର୍ଥୀ ଅଟ, ତେଣୁ ପରସ୍ପରକୁ ସହଯୋଗ ଦିଅ, ଦାନ ନୁହେଁ ।

ସ୍ଲୋଗାନ:-

ସର୍ବଦା ଏକମାତ୍ର ବାବାଙ୍କର ଶ୍ରେଷ୍ଠ ସଂଗରେ ରୁହ ତେବେ ଅନ୍ୟ କାହାର ସଂଗର ରଂଗ ପ୍ରଭାବ ପକାଇପାରିବ ନାହିଁ ।

*** ଓମ୍ ଶାନ୍ତି ***