16.11.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଯେଉଁ ଭାରତ ଦିନେ ହୀରାତୁଲ୍ୟ ଥିଲା, ବର୍ତ୍ତମାନ ପତିତ ହେବା ଦ୍ୱାରା କାଙ୍ଗାଳ ହୋଇଯାଇଛି, ତେଣୁ ଏହାକୁ ପୁଣି ପବିତ୍ର, ହୀରା ତୁଲ୍ୟ କରିବାକୁ ହେବ, ସତ୍ୟଯୁଗୀ ଦୈବୀ ବୃକ୍ଷର ଚାରା ଲଗାଇବାକୁ ହେବ ।

ପ୍ରଶ୍ନ:-
ବାବାଙ୍କର କର୍ତ୍ତବ୍ୟ କଣ, ଯେଉଁଥିରେ ପିଲାମାନଙ୍କୁ ସହଯୋଗୀ ହେବାକୁ ପଡିବ?

ଉତ୍ତର:-
ସମଗ୍ର ବିଶ୍ୱରେ ଏକ ଦୈବୀ ରାଜଧାନୀ ସ୍ଥାପନ କରିବା, ଅନେକ ଧର୍ମର ବିନାଶ ଏବଂ ଗୋଟିଏ ସତ୍ୟ ଧର୍ମର ସ୍ଥାପନା କରିବା - ଏହା ହିଁ ହେଉଛି ବାବାଙ୍କର କର୍ତ୍ତବ୍ୟ । ତେଣୁ ଏହି କାର୍ଯ୍ୟରେ ତୁମମାନଙ୍କୁ ବାବାଙ୍କର ସହଯୋଗୀ ହେବାକୁ ପଡିବ । ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ, ଏପରି ଭାବିବା ଉଚିତ୍ ନୁହେଁ ଯେ ମୁଁ ତ ସ୍ୱର୍ଗକୁ ନିଶ୍ଚିତ ହିଁ ଯିବି ।

ଗୀତ:-
ତୁହ୍ମି ହୋ ମାତା, ପିତା....

ଓମ୍ ଶାନ୍ତି ।
ଦୁନିଆରେ ମନୁଷ୍ୟମାନେ ଗାୟନ କରୁଛନ୍ତି..... ତୁମେ ମୋର ମାତା, ପିତା ମୁଁ ତୁମର ସନ୍ତାନ.... କିନ୍ତୁ କାହା ପାଇଁ ଗାଉଛନ୍ତି, ଏହା ଜାଣିନାହାଁନ୍ତି । ତେବେ ଏହା ଆଶ୍ଚର୍ଯ୍ୟର କଥା ନା । କେବଳ କଥାରେ କହିଦେଉଛନ୍ତି । କିନ୍ତୁ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବାସ୍ତବରେ ଏହି ମାତା-ପିତା କିଏ! ଇଏ ପରମଧାମ ନିବାସୀ ଅଟନ୍ତି । ପରମଧାମ କେବଳ ଗୋଟିଏ, ସତ୍ୟଯୁଗକୁ ପରମଧାମ କୁହାଯାଏ ନାହିଁ । ସତ୍ୟଯୁଗ ତ ଏହିଠାରେ ହିଁ ହେଉଛି, ପରମଧାମରେ ତ ଆମେ ଆତ୍ମାମାନେ ରହୁଛୁ । ତୁମେ ଜାଣିଛ ଆମେ ଆତ୍ମାମାନେ ପରମଧାମ, ନିର୍ବାଣଧାମରୁ ଏହି ସାକାର ସୃଷ୍ଟିକୁ ଆସିଛୁ । ସ୍ୱର୍ଗ କୌଣସି ଉପରେ ନାହିଁ । ତୁମେମାନେ ମଧ୍ୟ ପରମଧାମରୁ ହିଁ ଆସୁଛ । ବର୍ତ୍ତମାନ ତୁମେ ସନ୍ତାନମାନେ ଜାଣୁଛ ଯେ ଆମେମାନେ ଶରୀର ଦ୍ୱାରା ଅଭିନୟ କରୁଛୁ । ଏହି ସୃଷ୍ଟିରେ କେତେ ଥର ଜନ୍ମ ନେଉଛୁ, କିପରି ଅଭିନୟ କରୁଛୁ, ଏକଥା ଆମେ ଏବେ ଜାଣୁଛୁ । ବାବା ହେଉଛନ୍ତି ଦୂର ଦେଶର ନିବାସୀ, ବର୍ତ୍ତମାନ ସିଏ ପରଦେଶକୁ ଆସିଛନ୍ତି । ତେବେ ଏହାକୁ ପରଦେଶ କାହିଁକି କୁହାଯାଉଛି? ତୁମେମାନେ ଭାରତକୁ ଆସୁଛ ନା! କିନ୍ତୁ ପ୍ରଥମେ-ପ୍ରଥମେ ତୁମେ ବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ସ୍ୱର୍ଗକୁ ଆସୁଛ ପୁଣି ସେହି ସ୍ୱର୍ଗ, ରାବଣର ରାଜ୍ୟ ଅର୍ଥାତ୍ ନର୍କ ହୋଇଯାଉଛି । ଅନେକ ଧର୍ମ ଏବଂ ଅନେକ ରାଜ୍ୟରେ ବିଭକ୍ତ ହୋଇଯାଉଛି । ପୁଣି ବାବା ଆସି ଏକ ରାଜ୍ୟ ସ୍ଥାପନ କରୁଛନ୍ତି । ଏବେ ତ ଅନେକ ରାଜ୍ୟ ରହିଛି । ସେମାନେ କେବଳ କହିଚାଲିଛନ୍ତି ଯେ ସମସ୍ତେ ମିଶି ଏକମତ ହୋଇଯିବା । ତେବେ ଏହା କିପରି ହୋଇପାରିବ? ୫ ହଜାର ବର୍ଷ ପୂର୍ବେ ଭାରତରେ ଗୋଟିଏ ରାଜ୍ୟ ଥିଲା, ବିଶ୍ୱର ସର୍ବୋଚ୍ଚ କ୍ଷମତାର ଅଧିକାରୀ ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । ସେତେବେଳେ ବିଶ୍ୱରେ ଅନ୍ୟ କେହି ରାଜତ୍ୱ କରୁ ନ ଥିଲେ । କାରଣ ସବୁ ଧର୍ମାବଲମ୍ବୀମାନେ ଗୋଟିଏ ଧର୍ମ ଅର୍ଥାତ୍ ଦେବୀ ଦେବତା କୁଳରେ ଜନ୍ମ ନେଇ ପାରିବେ ନାହିଁ । ସ୍ୱର୍ଗରେ ଗୋଟିଏ ହିଁ ରାଜ୍ୟ ଥିଲା ସେଥିପାଇଁ କୁହାଯାଉଛି - ସମସ୍ତେ ଏକମତ ହୋଇଯିବା । ଏବେ ବାବା କହୁଛନ୍ତି - ମୁଁ ଅନେକ ଧର୍ମର ବିନାଶ କରି ଗୋଟିଏ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି । ତୁମେମାନେ ମଧ୍ୟ କହୁଛ ନା - ସର୍ବ ଶକ୍ତିର ଅଧିକାରୀ ଏକମାତ୍ର ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଆମେ ଭାରତରେ ଗୋଟିଏ ଦୈବୀ ରାଜ୍ୟର ସ୍ଥାପନା କରୁଛୁ । ଦୈବୀ ରାଜ୍ୟ ବ୍ୟତୀତ ଆଉ କୌଣସି ସମୟରେ ଏକ ରାଜ୍ୟ ନ ଥାଏ । ୫ ହଜାର ବର୍ଷ ପୂର୍ବରୁ ଭାରତରେ ଅଥବା ସମଗ୍ର ବିଶ୍ୱରେ ଏକମାତ୍ର ଦୈବୀ ରାଜଧାନୀ ଥିଲା, ବର୍ତ୍ତମାନ ବାବା ଆସିଛନ୍ତି ପୁଣି ଥରେ ସେହି ରାଜଧାନୀର ସ୍ଥାପନା କରିବା ପାଇଁ । ସେଥିରେ ଆମେ ସନ୍ତାନମାନେ ତାଙ୍କର ସହଯୋଗୀ ହେଉଛୁ । ଏହି ରହସ୍ୟ ଗୀତାରେ ଉଲ୍ଲେଖ ରହିଛି । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ରୁଦ୍ର ନିରାକାରଙ୍କୁ କୁହାଯାଏ, କୃଷ୍ଣଙ୍କୁ ନୁହେଁ । ରୁଦ୍ର ନାମ ହିଁ ନିରାକାରଙ୍କର । ଅନେକ ନାମ ଶୁଣି ଶୁଣି ମନୁଷ୍ୟମାନେ ଭାବୁଛନ୍ତି ଯେ ରୁଦ୍ର ଅଲଗା ଏବଂ ସୋମନାଥ ଅଲଗା । ତେଣୁ ଏବେ ଗୋଟିଏ ଦୈବୀ ରାଜଧାନୀ ସ୍ଥାପନ ହେବାକୁ ଯାଉଛି । କେବଳ ଏହି କଥାରେ ଖୁସି ହୁଅ ନାହିଁ ଯେ ମୁଁ ତ ସ୍ୱର୍ଗରେ ନିଶ୍ଚିତ ଆସିବି । ଦେଖ, ଏହି ନର୍କ ଦୁନିଆରେ ଗୋଟିଏ ଭଲ ପଦ ପାଇବା ପାଇଁ କେତେ ପରିଶ୍ରମ କରୁଛନ୍ତି । ଗୋଟିଏ ପଟେ ପଦ ମିଳୁଛି ଏବଂ ତା ସହିତ ରୋଜଗାର ମଧ୍ୟ ବହୁତ ହେଉଛି । ଭକ୍ତମାନଙ୍କ ପାଇଁ ତ ଜଣେ ହିଁ ଭଗବାନ ହେବା ଦରକାର, ନଚେତ୍ ସେମାନେ ରାସ୍ତା ଭଳି ଏଣେ ତେଣେ ଘୂରି ବୁଲିବେ । କିନ୍ତୁ ଏଠାରେ ତ ସମସ୍ତଙ୍କୁ ଭଗବାନ କହିଦେଉଛନ୍ତି, ଅନେକଙ୍କୁ ଅବତାର ବୋଲି ମାନୁଛନ୍ତି । ବାବା କହୁଛନ୍ତି ମୁଁ ତ ଥରେ ମାତ୍ର ଆସୁଛି । ଗାୟନ ମଧ୍ୟ କରୁଛନ୍ତି ହେ ପତିତ ପାବନ ଆସ । ବର୍ତ୍ତମାନ ସାରା ଦୁନିଆ ପତିତ ହୋଇଯାଇଛି, ସେଥି ମଧ୍ୟରୁ ଭାରତ ଅଧିକ ପତିତ ହୋଇଛି । ଭାରତ ହିଁ ହୀରା ଭଳି ଥିଲା ପୁଣି ସେହି ଭାରତ ବର୍ତ୍ତମାନ କାଙ୍ଗାଳ ହୋଇଯାଇଛି । ତୁମକୁ ନୂଆ ଦୁନିଆରେ ରାଜତ୍ୱ ମିଳିବାକୁ ଯାଉଛି । ତେବେ ବାବା ବୁଝାଉଛନ୍ତି ଯେ କୃଷ୍ଣଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ଭଗବାନ ତ ଏକମାତ୍ର ନିରାକାର ପରମପିତା ପରମାତ୍ମାଙ୍କୁ ହିଁ କୁହାଯାଏ, ଯିଏକି ଜନ୍ମ-ମରଣ ଚକ୍ରରେ ଆସନ୍ତି ନାହିଁ । କିନ୍ତୁ ମନୁଷ୍ୟମାନେ କହୁଛନ୍ତି - ସିଏ ବି ଭଗବାନ, ମୁଁ ବି ଭଗବାନ, ବାସ୍ ଆମେ ଏଠାକୁ ମଉଜ କରିବା ପାଇଁ ଆସିଛୁ । ବହୁତ ଖୁସିରେ ରହୁଛୁ । ବାସ୍‌, ଯେଉଁଆଡେ ଦେଖୁଛି ତୁ ହିଁ ତୁ, ସବୁକିଛି ତୋର ହିଁ ଚମତ୍କାରୀ । ମୁଁ ବି ତୁମେ, ତୁମେ ବି ମୁଁ, ବାସ୍ ଏହିଭଳି କହି କହି ଖୁସିରେ ନାଚୁଛନ୍ତି ଏବଂ ସେମାନଙ୍କର ହଜାର-ହଜାର ଅନୁଗାମୀ ମଧ୍ୟ ଅଛନ୍ତି । ବାବା କହୁଛନ୍ତି ଭକ୍ତମାନେ ଭଗବାନଙ୍କର ପ୍ରାର୍ଥନା କରିଚାଲିଛନ୍ତି । ଭକ୍ତିରେ ତ ଭାବନାର ସହିତ ପୂଜା କରୁଛନ୍ତି । ବାବା କହୁଛନ୍ତି ମୁଁ ସେମାନଙ୍କୁ ସାକ୍ଷାତକାର କରାଇଥାଏ କିନ୍ତୁ ସେମାନେ ମୋ ସହିତ ମିଳନ କରିପାରନ୍ତି ନାହିଁ, ମୁଁ ତ ସ୍ୱର୍ଗର ରଚୟିତା ଅଟେ । ଏମିତି ନୁହେଁ ଯେ ମୁଁ ସେମାନଙ୍କୁ ମଧ୍ୟ ସ୍ୱର୍ଗର ସମ୍ପତ୍ତି ଦେଉଛି । ଭଗବାନ ତ ହେଉଛନ୍ତି ଜଣେ । ବାବା କହୁଛନ୍ତି - ସମସ୍ତେ ପୁନର୍ଜନ୍ମ ନେଇ-ନେଇ ଅବଳା ହୋଇଯାଇଛନ୍ତି । ଏବେ ମୁଁ ପରମଧାମରୁ ଆସିଛି ଏବଂ ମୁଁ ଯେଉଁ ସ୍ୱର୍ଗ ସ୍ଥାପନ କରୁଛି ସେଥିରେ ମୁଁ ଜନ୍ମ ନେଉ ନାହିଁ । ଅନେକ ଲୋକ କହୁଛନ୍ତି - ଆମେ ନିଷ୍କାମ ସେବା କରୁଛୁ । କିନ୍ତୁ ଚାହାଁନ୍ତୁ ବା ନ ଚାହାଁନ୍ତୁ ଫଳ ତ ନିଶ୍ଚିତ ମିଳୁଛି । ଦାନ କରିଲେ ଫଳ ତ ନିଶ୍ଚିତ ମିଳିବ ନା । ବର୍ତ୍ତମାନ ତୁମେମାନେ ଧନବାନ ହୋଇଛ, କାହିଁକି ନା ପୂର୍ବ ଜନ୍ମରେ ଦାନ ପୂଣ୍ୟ କରିଥିଲ, ଏବେ ପୁଣି ତୁମେ ପୁରୁଷାର୍ଥ କରୁଛ । ତେବେ ଯେତେ ପୁରୁଷାର୍ଥ କରିବ ଭବିଷ୍ୟତରେ ସେତେ ଉଚ୍ଚ ପଦ ପାଇବ । ଏବେ ତୁମମାନଙ୍କୁ ଭବିଷ୍ୟତ ଜନ୍ମ ଜନ୍ମାନ୍ତର ପାଇଁ ଶ୍ରେଷ୍ଠ କର୍ମ ଶିଖାଯାଉଛି । ମନୁଷ୍ୟମାନେ ଶ୍ରେଷ୍ଠ କର୍ମ କରୁଛନ୍ତି ତା ପରଜନ୍ମ ପାଇଁ । ପୁଣି କହି ଦେଉଛନ୍ତି ସବୁକିଛି ପୂର୍ବ କର୍ମର ଫଳ । କିନ୍ତୁ ସତ୍ୟ-ତ୍ରେତା ଯୁଗରେ ଏଭଳି କେହି କହିବେ ନାହିଁ । ୨୧ ଜନ୍ମ ପାଇଁ କର୍ମର ଫଳ ଏହି ସମୟରେ ହିଁ ଜମା ହେଉଛି । ସଂଗମଯୁଗର ପୁରୁଷାର୍ଥର ପ୍ରାରବ୍ଧ ୨୧ ପିଢି ପର୍ଯ୍ୟନ୍ତ ଚାଲିଥାଏ । ସନ୍ନ୍ୟାସୀମାନେ ଏପରି କହିପାରିବେ ନାହିଁ ଯେ ମୁଁ ତୁମର ଏଭଳି ପ୍ରାରବ୍ଧ ଜମା କରି ଦେଉଛି ଯାହାକି ତୁମେ ୨୧ ଜନ୍ମ ପର୍ଯ୍ୟନ୍ତ ସୁଖୀ ହୋଇ ରହିବେ । ସେମାନେ କହିଥାନ୍ତି - ଭଲ ବା ଖରାପ ଫଳ ଭଗବାନଙ୍କୁ ହିଁ ଦେବାକୁ ପଡେ । ତେଣୁ ଗୋଟିଏ ହିଁ ଭୁଲ୍ କରିଦେଇଛନ୍ତି ଯାହାକି କଳ୍ପର ଆୟୁଷକୁ ଲମ୍ବା କରିଦେଇଛନ୍ତି । ଅନେକ ଅଛନ୍ତି ଯେଉଁମାନେ କି କଳ୍ପର ଆୟୁଷ ୫ ହଜାର ବର୍ଷ ବୋଲି କହୁଛନ୍ତି । ତୁମପାଖକୁ ମୁସଲମାନମାନେ ମଧ୍ୟ ଆସିଥଲେ, ସେମାନେ କହିଥିଲେ ଯେ ବାସ୍ତବରେ କଳ୍ପର ଆୟୁଷ ୫ ହଜାର ବର୍ଷ । ସେମାନେ ଏଠିକାର କଥା ବୋଧହୁଏ ଶୁଣିଥିବେ । ଚିତ୍ର ତ ସମସ୍ତଙ୍କ ପାଖକୁ ଯାଉଛି, ତାହା ମଧ୍ୟ ସମସ୍ତେ ମାନିବେ ନାହିଁ । ତୁମେମାନେ ଜାଣିଛ - ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ, ଯେଉଁଥିରୁ ବିନାଶର ଜ୍ୱାଳା ବାହାରିଥିଲା । ଏଥିରେ ସହଜ ରାଜଯୋଗର ଶିକ୍ଷା ଦିଆଯାଉଛି । କୃଷ୍ଣଙ୍କର ଆତ୍ମା ଏବେ ଅନ୍ତିମ ଜନ୍ମରେ ଏଠାରେ ହିଁ ଉପସ୍ଥିତ ଅଛନ୍ତି ଏବଂ ଶିବ ଅର୍ଥାତ୍ ରୁଦ୍ରଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ତେବେ ଶିବବାବା ଏବଂ ଶ୍ରୀକୃଷ୍ଣ ଅଲଗା-ଅଲଗା ଅଟନ୍ତି । ଆତ୍ମାକୁ ଡାକିବା ପାଇଁ ବ୍ରାହ୍ମଣକୁ ଖୁଆଇଥାନ୍ତି । ପୁଣି ସେହି ଆତ୍ମା ବ୍ରାହ୍ମଣ ଶରୀରରେ ଆସି ଶୁଣାଇଥାଏ । ଖାସ୍ ତୀର୍ଥକୁ ଯାଇ ମଧ୍ୟ ଆତ୍ମାକୁ ଡକାଇଥାଆନ୍ତି । ତେବେ ଆତ୍ମାକୁ ତ ଶରୀର ଛାଡି ଯିବାର କେତେ ସମୟ ହୋଇଯାଇଥିବ ପୁଣି ସେହି ଆତ୍ମା କିପରି ଆସୁଛି, କଣ ହେଉଛି? ସିଏ ଆସି କହିଥାଏ ମୁଁ ବହୁତ ସୁଖୀ ଅଛି । ଅମୁକ ଘରେ ଜନ୍ମ ନେଇଛି । ତେବେ ଏସବୁ କିପରି ହେଉଛି? କଣ ଆତ୍ମା ସେ ଶରୀରରୁ ବାହାରି ଚାଲିଆସିଲା? ବାବା କହୁଛନ୍ତି ମୁଁ ଭାବନାର ଫଳ ଦେଉଛି ଯାହା ଦ୍ୱାରା ସେମାନେ ଖୁସି ହୋଇଯାଉଛନ୍ତି । ଏହି ରହସ୍ୟ ମଧ୍ୟ ଡ୍ରାମାରେ ଅଛି । ଯଦି ଆତ୍ମା କିଛି ଶୁଣାଉଛି ତେବେ ଜାଣିନିଅ ଡ୍ରାମାରେ ସେହିଭଳି ପାର୍ଟ ଅଛି । ଯଦି କେହି ଶୁଣାଉନାହିଁ ତେବେ ଡ୍ରାମାରେ ନିଧାର୍ଯ୍ୟ ନାହିଁ । ଯଦି ବାବାଙ୍କ ସ୍ମୃତିରେ ରହିବ ତେବେ ବିକର୍ମ ବିନାଶ ହେବ, ନଚେତ୍ ଅନ୍ୟ କୌଣସି ଉପାୟ ନାହିଁ । ପ୍ରତ୍ୟେକଙ୍କୁ ସତ୍ତ୍ୱ-ରଜଃ-ତମଃରେ ଆସିବାକୁ ହିଁ ପଡିବ । ବାବା କହୁଛନ୍ତି ମୁଁ ତୁମକୁ ନୂଆ ଦୁନିଆର ମାଲିକ କରୁଛି । ପୁଣି ଥରେ ମୁଁ ପରମଧାମରୁ ଏହି ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରକୁ ଆସୁଛି । ଏହି ବ୍ରହ୍ମା ପ୍ରଥମେ ପୂଜ୍ୟ ଥିଲେ, ଧୀରେ ଧୀରେ ପୂଜାରୀ ହେଲେ ଏବେ ପୁଣି ପୂଜ୍ୟ ହେଉଛନ୍ତି ଅର୍ଥାତ୍ ତତ୍‌ତ୍ୱମ୍ । ମୁଁ ତୁମମାନଙ୍କୁ ମଧ୍ୟ ସେହିଭଳି କରୁଛି । ତେବେ ପ୍ରଥମ ନମ୍ବର ପୁରୁଷାର୍ଥୀ ଏହି ବ୍ରହ୍ମା ହିଁ ଅଟନ୍ତି । ସେଥିପାଇଁ ତ ତୁମେମାନେ ମାତେଶ୍ୱରୀ, ପିତାଶ୍ରୀ ବୋଲି କହୁଛ । ବାବା ମଧ୍ୟ କହୁଛନ୍ତି - ତୁମେ ସିଂହାସନର ଅଧିକାରୀ ହେବା ପାଇଁ ପୁରୁଷାର୍ଥ କର । ଏହି ଜଗଦମ୍ବା ସମସ୍ତଙ୍କର ମନୋକାମନା ପୂରଣ କରୁଛନ୍ତି । ଯେହେତୁ ମାତା ଅଛନ୍ତି ତେଣୁ ପିତା ମଧ୍ୟ ଥିବେ ଏବଂ ତାଙ୍କର ସନ୍ତାନ ମଧ୍ୟ ଥିବେ । ବର୍ତ୍ତମାନ ତୁମେ ସମସ୍ତଙ୍କୁ ରାସ୍ତା ବତାଉଛ । ତେଣୁ ତୁମର ସମସ୍ତ ମନକାମନା ସତ୍ୟଯୁଗରେ ପୂରଣ ହେଉଛି । ବାବା କହୁଛନ୍ତି ଯଦି ଘର ଗୃହସ୍ଥରେ ରହି ମୋ ସହିତ ପୂରା ଯୋଗ ଲଗାଇବ ତେବେ ସେବାକେନ୍ଦ୍ରରେ ରହୁଥିବା ସନ୍ତାନମାନଙ୍କଠାରୁ ମଧ୍ୟ ଉଚ୍ଚ ପଦ ପାଇ ପାରିବ ।

ବନ୍ଧନରେ ଥିବା ମାତା-କନ୍ୟା ତ ବହୁତ ଅଛନ୍ତି । (ବ୍ରହ୍ମାବାବା କହୁଛନ୍ତି) ରାତିରେ ମଧ୍ୟ ଗୃହ ମନ୍ତ୍ରୀଙ୍କୁ ବୁଝାଉଥିଲ ନା - ଯେ ଏଥିପାଇଁ କିଛି ଉପାୟ ବାହାର କରିବା ଦରକାର ଯାହାଦ୍ୱାରା ଏହି ଅବଳାମାନଙ୍କ ଉପରେ ଅତ୍ୟାଚାର ହେବ ନାହିଁ । କିନ୍ତୁ ଯଦି ଏହି କଥା ତାଙ୍କୁ (ଗୃହମନ୍ତ୍ରୀଙ୍କୁ) ଦୁଇ ଚାରି ଥର ଶୁଣାଇବ ତେବେ ସିଏ କିଛି ଉପାୟ ଚିନ୍ତା କରିବେ । ଯଦି ତାଙ୍କ ଭାଗ୍ୟରେ ଥିବ ତେବେ ବୁଝିଯିବେ । ଏହା ବଡ ରହସ୍ୟମୟ ଜ୍ଞାନ ଅଟେ ନା । ଶିଖ୍‌-ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ଯଦି ଜଣା ପଡିବ ତେବେ ସେମାନେ ବୁଝିବେ ଯେ - ମନୁଷ୍ୟରୁ ଦେବତା କିଏ କରୁଛନ୍ତି । ଏକ ଓମ୍‌କାର ସତ୍‌ନାମ - ଏହା ତାଙ୍କର ମହିମା ଅଟେ ନା । ତାଙ୍କୁ ଅକାଳମୂରତ ମଧ୍ୟ କୁହାଯାଏ । ବ୍ରହ୍ମ ତତ୍ୱ ହେଉଛି ତାଙ୍କର ରହିବାର ସ୍ଥାନ । ତାଙ୍କୁ କହୁଛନ୍ତି ନା - ସିଂହାସନ ଛାଡି ଚାଲିଆସ । ତେଣୁ ବାବା ଆସି ବୁଝାଉଛନ୍ତି, ସିଏ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି । ଏପରି ନୁହେଁ ଯେ ସିଏ ସମସ୍ତଙ୍କ ହୃଦୟର କଥାକୁ ଜାଣିଛନ୍ତି । ସମସ୍ତେ ସଦ୍‌ଗତି ପାଇବା ପାଇଁ ଭଗବାନଙ୍କୁ ମନେ ପକାଇଥାନ୍ତି । ବାବା କହୁଛନ୍ତି - ମୁଁ ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ଦୈବୀ ରାଜଧାନୀର ସ୍ଥାପନା କରୁଛି । ଅନ୍ୟ ସବୁ ଧର୍ମର ଆତ୍ମାମାନେ ନିଜ ନିଜ ସ୍ଥାନକୁ ଚାଲିଯିବେ, ଯେଉଁମାନେ ଦେବୀ ଦେବତା ଧର୍ମର ହୋଇଥିବେ ସେହିମାନଙ୍କର ହିଁ କଲମୀ ଲଗାଇବାକୁ ହେବ । ସୃଷ୍ଟିରୂପୀ ବୃକ୍ଷ ତ ବହୁତ ବଡ । ସେଥିମଧ୍ୟରୁ ସବୁଠାରୁ ମିଠା ହେଉଛନ୍ତି ଦେବୀ ଦେବତା ମାନେ । ଏବେ ସେହିମାନଙ୍କର ହିଁ ଚାରା ଲଗାଇବାକୁ ହେବ । ଅନ୍ୟ ଧର୍ମସ୍ଥାପକମାନେ କୌଣସି ନୂଆ ଚାରା ଲଗାଉ ନାହାଁନ୍ତି । ଆଚ୍ଛା ।

ଆଜି ହେଉଛି ସତ୍‌ଗୁରୁବାର । ବାବା କହୁଛନ୍ତି ପିଲାମାନେ - ଶ୍ରୀମତରେ ଚାଲି ପବିତ୍ର ହୁଅ ତେବେ ତୁମକୁ ସାଥୀରେ ନେଇଯିବି । ତେବେ ଚାହେଁ ତୁମେ ମଖମଲର ରାଣୀ ଅର୍ଥାତ୍ ପାଟରାଣୀ ହୁଅ ବା ରେଶମର ରାଣୀ ହୁଅ । ଯଦି ସମ୍ପତ୍ତି ନେବାର ଅଛି ତେବେ ମୋ ମତରେ ଚାଲ । ଯୋଗ ଦ୍ୱାରା ହିଁ ତୁମେ ଅପବିତ୍ରରୁ ପବିତ୍ର ହୋଇଯିବ, ଆଚ୍ଛା, ବାପଦାଦା ଏବଂ ମିଠା ମମ୍ମାଙ୍କର ସିକିଲଧା ପିଲାମାନଙ୍କୁ ୟାଦପ୍ୟାର ଏବଂ ମାଲିକମାନଙ୍କୁ ସଲାମ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସଂଗମଯୁଗର ପୁରୁଷାର୍ଥର ପ୍ରାରବ୍ଧ ୨୧ ଜନ୍ମ ପର୍ଯ୍ୟନ୍ତ ମିଳିବାର ଅଛି - ଏହି କଥାକୁ ସ୍ମୃତିରେ ରଖି ଶ୍ରେଷ୍ଠ କର୍ମ କରିବାକୁ ହେବ । ଜ୍ଞାନ ଦାନ କରି ନିଜର ପ୍ରାରବ୍ଧ ଜମା କରିବାକୁ ହେବ ।

(୨) ବର୍ତ୍ତମାନ ମିଠା ଦୈବୀ ବୃକ୍ଷର ଚାରା ଲାଗୁଛି ସେଥିପାଇଁ ଅତି ମିଠା ହେବାକୁ ପଡିବ ।

ବରଦାନ:-
ବ୍ରାହ୍ମଣ ଜନ୍ମର ବିଶେଷତା ଏବଂ ବିଚିତ୍ରକୁ ସ୍ମୃତିରେ ରଖି ସେବା କରୁଥିବା ସାକ୍ଷୀ ହୁଅ ।

ଏହି ବ୍ରାହ୍ମଣ ଜନ୍ମ ଦିବ୍ୟ ଜନ୍ମ ଅଟେ, ସାଧାରଣ ଜନ୍ମଧାରୀ ଆତ୍ମାମାନେ ନିଜର ଜନ୍ମ ଦିନ ଅଲଗା ପାଳନ କରନ୍ତି, ବିବାହ ଦିବସ, ସାଙ୍ଗ ହେବାର ଦିବସ ସବୁକୁ ଅଲଗା ଅଲଗା ପାଳନ କରନ୍ତି, କିନ୍ତୁ ତୁମମାନଙ୍କର ଜନ୍ମ ଦିବସ ଯେଉଁ ଦିବସ ବିବାହ ଦିବସ, ପିତୃ ଦିବସ, ମାତୃ ଦିବସ, ନିର୍ବନ୍ଧ ଦିବସ ସବୁ କିଛି ସେହି ଗୋଟିଏ ହିଁ ଅଟେ କାହିଁକି ନା ତୁମେମାନେ ପ୍ରତିଜ୍ଞା କରିଛ ଯେ - ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ତେଣୁ ଏହି ଜନ୍ମର ବିଶେଷତା ଏବଂ ବିଚିତ୍ରତାକୁ ସ୍ମୃତିରେ ରଖି ସେବାର ପାର୍ଟ କର । ସେବାରେ ପରସ୍ପରର ସାଥୀ ହୁଅ କିନ୍ତୁ ସାକ୍ଷୀ ହୋଇ ସାଥୀ ହୁଅ । ଟିକିଏ ବି କାହା ପ୍ରତି ବିଶେଷ ଆକର୍ଷଣ ନ ଆସୁ ।

ସ୍ଲୋଗାନ:-
ଚିନ୍ତା ଶୂନ୍ୟ ସମ୍ରାଟ ତାଙ୍କୁ କୁହାଯିବ ଯାହାଙ୍କ ଜୀବନରେ ନିର୍ମାନତା ଏବଂ ଅଧବକାରୀ ପଣିଆର ସନ୍ତୁଳନ ରହିଥିବ ।


ମାତେଶ୍ୱରୀଜୀଙ୍କର ମଧୁର ମହାବାକ୍ୟ

ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଅନ୍ତର

ଗାୟନ ଅଛି - ଆତ୍ମା ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ ପୁଣି ଯେତେବେଳେ ସଦ୍‌ଗୁରୁ ଦଲାଲ୍ ରୂପରେ ମିଳିଗଲେ ସେତେବେଳେ ସୁନ୍ଦର ମିଳନ ମେଳା ହୋଇଗଲା । ଯେତେବେଳେ ଆମେ ଏହି ଶବ୍ଦ କହୁଛୁ ତେବେ ଏହାର ଯଥାର୍ଥ ଅର୍ଥ ହେଉଛି ଯେ ଆତ୍ମା, ପରମାତ୍ମାଙ୍କ ଠାରୁ ବହୁତ କାଳରୁ ଅଲଗା ହୋଇଯାଇଛି ଅର୍ଥାତ୍ ବହୁତ ସମୟରୁ ଅଲଗା ହୋଇଯାଇଛି । ତେଣୁ ଏହି ଶବ୍ଦରୁ ଏହା ପ୍ରମାଣିତ ହେଉଛି ଯେ ଆତ୍ମା ଏବଂ ପରମାତ୍ମା ଅଲଗା ଅଲଗା ଦୁଇଟି ଜିନିଷ ଅଟନ୍ତି । ଉଭୟଙ୍କ ମଧ୍ୟରେ ଆନ୍ତରିକ ପ୍ରଭେଦ ରହିଛି କିନ୍ତୁ ଦୁନିଆର ମନୁଷ୍ୟମାନଙ୍କୁ ଏହା ଜଣା ନ ଥିବା କାରଣରୁ ସେମାନେ ଏହି ଶବ୍ଦର ଅର୍ଥକୁ ଏଭଳି କରୁଛନ୍ତି ମୁଁ ଆତ୍ମା ହିଁ ପରମାତ୍ମା ଅଟେ । କିନ୍ତୁ ଆତ୍ମା ଉପରେ ମାୟାର ଆବରଣ ଚଢି ରହିଥିବା କାରଣରୁ ନିଜର ପ୍ରକୃତ ସ୍ୱରୂପକୁ ଭୁଲିଯାଇଛି, ଯେତେବେଳେ ସେହି ମାୟାର ଆବରଣ ଛାଡିଯିବ ପୁଣି ଆତ୍ମା ହିଁ ପରମାତ୍ମା ହୋଇଯିବ । ତେଣୁ ସେମାନେ ଆତ୍ମାକୁ ଏହି ଅର୍ଥରେ ଅଲଗା ଭାବୁଛନ୍ତି । ପୁଣି ଆଉ କେତେକ ମନୁଷ୍ୟ କହୁଛନ୍ତି ଯେ ମୁଁ ଆତ୍ମା ହିଁ ପରମାତ୍ମା କିନ୍ତୁ ଆତ୍ମା ନିଜେ ନିଜକୁ ଭୁଲିବା କାରଣରୁ ଦୁଃଖୀ ହୋଇ ଯାଇଛି । ପୁଣି ଯେତେବେଳେ ଆତ୍ମା ନିଜେ ନିଜକୁ ଚିହ୍ନି ଶୁଦ୍ଧ ହେଉଛି ସେତେବେଳେ ଆତ୍ମା ପରମାତ୍ମାଙ୍କ ସହିତ ମିଶି ଏକକାର ହୋଇଯିବେ । ତେଣୁ ସେମାନେ ଏହି ଅର୍ଥରେ ଆତ୍ମାକୁ ଅଲଗା ବୋଲି ଭାବୁଛନ୍ତି କିନ୍ତୁ ଆମେମାନେ ତ ଜାଣିଛନ୍ତି ଯେ ଆତ୍ମା ଏବଂ ପରମାତ୍ମା ଅଲଗା ଅଲଗା ଅଟନ୍ତି । ତେବେ ନା ଆତ୍ମା, ପରମାତ୍ମା ହୋଇପାରିବ, ନା ଆତ୍ମା ପରମାତ୍ମାଙ୍କ ସହିତ ମିଶି ଏକାକାର ହୋଇପାରିବ ଏବଂ ନା ପରମାତ୍ମାଙ୍କ ଉପରେ ମାୟାର ଆବରଣ ଚଢିପାରିବ ।