17.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ଏହି ପାଠଶାଳାକୁ ନିଜର ଉଚ୍ଚ ଭାଗ୍ୟ ଗଢିବା ପାଇଁ ଆସିଛ, ତୁମକୁ ନିରାକାର ବାବାଙ୍କଠାରୁ
ଶିକ୍ଷା ଗ୍ରହଣ କରି ରାଜାଙ୍କର ରାଜା ହେବାର ଅଛି ।”
ପ୍ରଶ୍ନ:-
କେହି କେହି
ସନ୍ତାନ ଭାଗ୍ୟଶାଳୀ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟଶାଳୀ ହୋଇଯାଆନ୍ତି, କିପରି?
ଉତ୍ତର:-
ସେହି ପିଲାମାନେ ଭାଗ୍ୟଶାଳୀ ଅଟନ୍ତି ଯେଉଁମାନଙ୍କର କୌଣସି କର୍ମବନ୍ଧନ ନାହିଁ ଅର୍ଥାତ୍
କର୍ମବନ୍ଧନମୁକ୍ତ ଅଟନ୍ତି । ତଥାପି ଯଦି ସେମାନେ ପାଠପଢା ଉପରେ ଧ୍ୟାନ ଦେଉନାହାଁନ୍ତି, ବୁଦ୍ଧି
ଏଣେ ତେଣେ ଘୁରି ବୁଲୁଛି । ଏକମାତ୍ର ବାବା ଯାହାଙ୍କଠାରୁ ଏତେ ସମ୍ପତ୍ତି ମିଳୁଛି ତାଙ୍କୁ ମନେ
ପକାଉ ନାହାଁନ୍ତି ତେବେ ସେମାନେ ଭାଗ୍ୟଶାଳୀ ହୋଇଥିଲେ ମଧ୍ୟ ତାଙ୍କୁ ଦୁଭାର୍ଗ୍ୟଶାଳୀ ହିଁ
କୁହାଯିବ ।
ପ୍ରଶ୍ନ:-
ଶ୍ରୀମତରେ କେଉଁ
କେଉଁ ରସ ଭରି ରହିଛି?
ଉତ୍ତର:-
ଏକମାତ୍ର ଶ୍ରୀମତ ହିଁ ଏଭଳି ଅଟେ - ଯେଉଁଥିରେ ମାତା-ପିତା, ଟୀଚର ଏବଂ ଗୁରୁ ସମସ୍ତଙ୍କର ମତ
ଅନ୍ତର୍ନିହିତ ରହିଛି । ଏହି ଶ୍ରୀମତ ଯେପରି ସାକାରିନ୍ ଭଳି ମଧୁର, ଏଥିରେ ଏହି ସବୁ ରସ ଭରି
ରହିଛି ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ଶିବ ଭଗବାନୁବାଚ,
ମନୁଷ୍ୟ ଯେତେବେଳେ ଗୀତା ଶୁଣାଇଥା’ନ୍ତି ସେତେବେଳେ କୃଷ୍ଣଙ୍କର ନାମ ନେଇ ଶୁଣାଇଥା’ନ୍ତି । ଏଠାରେ
ତ ଯିଏ ଶୁଣାଉଛନ୍ତି ସିଏ କହୁଛନ୍ତି, ଶିବ ଭଗବାନୁବାଚ । ତେବେ ସିଏ ନିଜେ ମଧ୍ୟ ଶିବ ଭଗବାନୁବାଚ
ବୋଲି କହିପାରିବେ, କାହିଁକି ନା ଶିବବାବା ନିଜେ ହିଁ କହୁଛନ୍ତି । ଉଭୟ ଏକତ୍ର ମଧ୍ୟ କହିପାରିବେ
। ସନ୍ତାନ ତ ଉଭୟଙ୍କର ଅଟନ୍ତି ନା । ପୁତ୍ର ଏବଂ କନ୍ୟାମାନେ ଉଭୟ ବସିଛନ୍ତି । ବାବା ପଚାରୁଛନ୍ତି
- ପିଲାମାନେ ଜାଣିଛ କିଏ ପାଠ ପଢାଉଛନ୍ତି? ତେବେ ତୁମେମାନେ କହିବ ଯେ, ବାପଦାଦା ପାଠ ପଢାଉଛନ୍ତି
। ବାବା ବଡଙ୍କୁ ଏବଂ ଦାଦା ଛୋଟ ଅର୍ଥାତ୍ ଭାଇକୁ କୁହାଯାଇଥାଏ । ତେଣୁ ବାପଦାଦା ଏକତ୍ର ବୋଲି
କୁହାଯାଉଛି । ଏବେ ପିଲାମାନେ ମଧ୍ୟ ଜାଣୁଛନ୍ତି ଯେ ଆମେ ବିଦ୍ୟାର୍ଥୀ ଅଟୁ, ସ୍କୁଲରେ
ବିଦ୍ୟାର୍ଥୀମାନେ ନିଜର ଭାଗ୍ୟ ଗଢିବା ପାଇଁ ପାଠ ପଢିଥାଆନ୍ତି । କୁହନ୍ତି - ଆମେ ପାଠପଢି ଅମୁକ
ପରୀକ୍ଷାରେ ପାସ୍ କରିବୁ । ସେହି ଲୌକିକ ପରୀକ୍ଷା ତ ବହୁତ ହୋଇଥାଏ । ଏଠାରେ ତୁମମାନଙ୍କର ମନରେ
ଅଛି ଯେ, ଆମକୁ ବେଦହର ବାବା ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ତୁମେମାନେ ବ୍ରହ୍ମାଙ୍କୁ
ବାବା ବୋଲି କହୁନାହଁ । ନିରାକାର ବାବା ବୁଝାଉଛନ୍ତି, ତୁମେମାନେ ଜାଣିଛ ଯେ, ଆମେ ବାବାଙ୍କଠାରୁ
ରାଜଯୋଗ ଶିଖି ରାଜାମାନଙ୍କର ରାଜା ହେଉଛୁ । ସେଠାରେ ରାଜାମାନେ ମଧ୍ୟ ରହିବେ ପୁଣି ରାଜାମାନଙ୍କର
ରାଜା ମଧ୍ୟ ରହିବେ । ଯେଉଁମାନେ ରାଜାମାନଙ୍କର ରାଜା, ସେମାନଙ୍କୁ ରାଜାମାନେ ପୂଜା କରନ୍ତି । ଏହି
ପ୍ରଥା କେବଳ ଭାରତରେ ହିଁ ଅଛି । ପତିତ ରାଜାମାନେ ପବିତ୍ର ରାଜାମାନଙ୍କର ପୂଜା କରିଥା’ନ୍ତି ।
ବାବା ବୁଝାଇଛନ୍ତି ଯେଉଁମାନଙ୍କର ଅଧିକ ଧନ ଥାଏ ସେମାନଙ୍କୁ ମହାରାଜା କୁହାଯାଇଥାଏ । ରାଜାମାନେ
ଛୋଟ ହୋଇଥାନ୍ତି । ଆଜିକାଲି ତ କେହି-କେହି ରାଜାମାନଙ୍କର ମହାରାଜାଙ୍କଠାରୁ ମଧ୍ୟ ଅଧିକ ସମ୍ପତ୍ତି
ରହିଛି । କେହି-କେହି ସାହୁକାରଙ୍କର ମଧ୍ୟ ରାଜାମାନଙ୍କଠାରୁ ଅଧିକ ସମ୍ପତ୍ତି ଥାଏ । କିନ୍ତୁ
ସେଠାରେ ଅର୍ଥାତ୍ ସତ୍ୟଯୁଗରେ ତ କୌଣସି ବେନିୟମ କାର୍ଯ୍ୟ ହେବ ନାହିଁ । ସବୁକିଛି କାଇଦା ଅନୁସାରେ
ହେବ । ବଡ ମହାରାଜାମାନଙ୍କ ପାଖରେ ଅଧିକ ସମ୍ପତ୍ତି ରହିବ । ତୁମେମାନେ ଜାଣିଛ ଯେ, ଆମକୁ ବେହଦର
ବାବା ଆସି ପାଠ ପଢାଉଛନ୍ତି । ରାଜାମାନଙ୍କର ରାଜା, ସ୍ୱର୍ଗର ମାଲିକ ପରମପିତା ପରମାତ୍ମାଙ୍କ ବିନା
କେହି କରିପାରିବେ ନାହିଁ । ନିରାକାର ବାବା ହେଲେ ସ୍ୱର୍ଗର ରଚୟିତା । ସେଥିପାଇଁ ସ୍ୱର୍ଗୀୟ
ଈଶ୍ୱର ପିତା ବୋଲି ତାଙ୍କର ଗାୟନ ମଧ୍ୟ କରୁଛନ୍ତି । ବାବା ସ୍ପଷ୍ଟ ରୂପେ ବୁଝାଉଛନ୍ତି ଯେ, ମୁଁ
ତୁମମାନଙ୍କୁ ପୁନର୍ବାର ସ୍ୱରାଜ୍ୟ ଦେଇ ରାଜାମାନଙ୍କର ରାଜା କରୁଛି । ଏବେ ତୁମେମାନେ ଜାଣୁଛ ଯେ,
ଆମେ ନିଜର ଭାଗ୍ୟ ଗଢିବା ପାଇଁ ଆସିଛୁ, ବେହଦର ବାବାଙ୍କ ପାଖରୁ ରାଜାମାନଙ୍କର ରାଜା ହେବା ପାଇଁ
ଆସିଛୁ । ଏହା କେତେ ଖୁସିର କଥା । ଏହା ବହୁତ ବଡ ପରୀକ୍ଷା । ସେଥିପାଇଁ ବାବା କହୁଛନ୍ତି
ଶ୍ରୀମତରେ ଚାଲ, ଏଥିରେ ମାତା-ପିତା, ଶିକ୍ଷକ, ଗୁରୁ ଆଦି ସମସ୍ତଙ୍କର ମତ ଏକତ୍ର ରହିଛି ।
ସମସ୍ତଙ୍କର ସାକାରିନ୍ ବନାଯାଇଛି । ସବୁ ରସ ଜଣକଠାରେ ଭରି ହୋଇଛି । ସମସ୍ତଙ୍କର ସାଜନ ଜଣେ ।
ପତିତରୁ ପାବନ ଏକମାତ୍ର ବାବା ହିଁ କରନ୍ତି । ଗୁରୁ ନାନକ ମଧ୍ୟ ତାଙ୍କର ମହିମା କରିଛନ୍ତି, ତେଣୁ
ନିଶ୍ଚିତ ଭାବରେ ତାଙ୍କୁ ମନେ ପକାଇବାକୁ ପଡିବ । ପ୍ରଥମେ ସିଏ ନିଜ ପାଖକୁ ନେଇଯିବେ ପୁଣି
ପବିତ୍ର ଦୁନିଆକୁ ପଠାଇ ଦେବେ । କେହି ବି ଆସିଲେ ତାଙ୍କୁ ବୁଝାଇବାକୁ ହେବ ଯେ - ଏହା ଈଶ୍ୱରୀୟ
ବିଶ୍ୱ ବିଦ୍ୟାଳୟ ଅଟେ । ଭଗବାନୁବାଚ, ଅନ୍ୟ ସ୍କୁଲମାନଙ୍କରେ ତ କେବେ ଭଗବାନୁବାଚ ବୋଲି କହିବେ
ନାହିଁ । ଭଗବାନ ହେଉଛନ୍ତି, ନିରାକାର ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ । ବାବା
କହୁଛନ୍ତି - ମୁଁ ତୁମକୁ ପାଠ ପଢାଉଛି । ଏହା ଈଶ୍ୱରୀୟ ଜ୍ଞାନ ଅଟେ । ସରସ୍ୱତୀଙ୍କୁ ଜ୍ଞାନର ଦେବୀ
ବୋଲି କୁହାଯାଏ । ତେବେ ନିଶ୍ଚିତ ରୂପେ ଈଶ୍ୱରୀୟ ଜ୍ଞାନ ଦ୍ୱାରା ଦେବୀ-ଦେବତା ହିଁ ହେଉଥିବେ ।
ଯେପରି ବାରିଷ୍ଟରୀ ଜ୍ଞାନ ଦ୍ୱାରା ବାରିଷ୍ଟର ହିଁ ହେବେ । ଏହା ହେଲା ଈଶ୍ୱରୀୟ ଜ୍ଞାନ ।
ସରସ୍ୱତୀଙ୍କୁ ମଧ୍ୟ ଈଶ୍ୱର ହିଁ ଜ୍ଞାନ ଦେଇଛନ୍ତି । ତେଣୁ ଯେପରି ସରସ୍ୱତୀ ଜ୍ଞାନର ଦେବୀ ଅଟନ୍ତି,
ସେହିପରି ତୁମେମାନେ ମଧ୍ୟ ଜ୍ଞାନର ଦେବୀ-ଦେବତା ଅଟ । ସରସ୍ୱତୀଙ୍କର ବହୁତ ସନ୍ତାନ ଅଛନ୍ତି ନା ।
କିନ୍ତୁ ସମସ୍ତଙ୍କୁ ଜ୍ଞାନର ଦେବୀ କୁହାଯିବ ନାହିଁ । ବର୍ତ୍ତମାନ ତୁମେମାନେ ନିଜକୁ ଦେବୀ ବୋଲି
କହିପାରିବ ନାହିଁ । ସତ୍ୟଯୁଗରେ ହିଁ ଦେବୀ-ଦେବତା ବୋଲି କୁହାଯିବ । ବାସ୍ତବରେ ଜ୍ଞାନ ଈଶ୍ୱର
ହିଁ ଦେଉଛନ୍ତି । ଏହିପରି ଭାବରେ ଜ୍ଞାନକୁ ଧାରଣ କରାଉଛନ୍ତି ଏବଂ ବଡ ପଦ ଦେଉଛନ୍ତି । ବାକି
ଦେବତାମାନେ ଭଗବାନ-ଭଗବତୀ ତ ହୋଇପାରିବେ ନାହିଁ । ଏହି ମାତା ପିତା ମଧ୍ୟ ଯେପରି ଦେବୀ-ଦେବତା
ହୋଇଯାଉଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ନୁହେଁ । ନିରାକାର ବାବାଙ୍କୁ ଈଶ୍ୱର ପିତା ବୋଲି
କୁହାଯିବ । କିନ୍ତୁ ସାକାରଙ୍କୁ କ’ଣ ଈଶ୍ୱର ବୋଲି କୁହାଯିବ କି! ଏହା ବହୁତ ଗୁହ୍ୟ କଥା । ଆତ୍ମା,
ପରମାତ୍ମାଙ୍କର ରୂପ ଏବଂ ସମ୍ବନ୍ଧ, ଏହା କେତେ ଗୁହ୍ୟ କଥା । ସେସବୁ ଲୌକିକ ସମ୍ବନ୍ଧ କାକା, ଚାଚା,
ମାମା ଆଦି ତ ସାଧାରଣ ଅଟେ । ଏହା ତ ଆତ୍ମିକ ସମ୍ବନ୍ଧ ଅଟେ । ବୁଝାଇବା ପାଇଁ ମଧ୍ୟ ଯୁକ୍ତି
ଦରକାର । ଯଦି ମାତା ପିତା ରୂପରେ ଗାୟନ କରୁଛନ୍ତି ତେବେ ନିଶ୍ଚିତ କୌଣସି ଅର୍ଥ ଅଛି ନା ।
ସେଥିପାଇଁ ସେହି ଶବ୍ଦ ଅବିନାଶୀ ହୋଇଯାଉଛି ଏବଂ ତାହା ଭକ୍ତିମାର୍ଗରେ ମଧ୍ୟ ଚାଲିଆସୁଛି ।
ତୁମେମାନେ ଜାଣିଛ ଯେ ଆମେ
ସ୍କୁଲରେ ବସିଛୁ । ସ୍ୱୟଂ ଜ୍ଞାନର ସାଗର ପରମାତ୍ମା ପାଠ ପଢାଉଛନ୍ତି । ଏଠାରେ ବ୍ରହ୍ମାଙ୍କର
ଆତ୍ମା ମଧ୍ୟ ପାଠ ପଢିଥାଏ । ସେହି ଆତ୍ମାର ପିତା ମଧ୍ୟ ପରମାତ୍ମା ଅଟନ୍ତି, ଯିଏକି ସମସ୍ତଙ୍କର
ମଧ୍ୟ ପିତା ଅଟନ୍ତି । ସିଏ ହିଁ ପାଠ ପଢାଉଛନ୍ତି । କିନ୍ତୁ ସିଏ ତ ଗର୍ଭରେ ଆସନ୍ତି ନାହିଁ, ତେବେ
ପାଠ କିପରି ପଢାଇବେ! ସେଥିପାଇଁ ସିଏ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି । କିନ୍ତୁ ମନୁଷ୍ୟମାନେ
ବ୍ରହ୍ମାଙ୍କ ବଦଳରେ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି
। କିଛି ଭୁଲ୍ ହେଲେ ତ ସେହି ଭୁଲକୁ ବାବା ଆସି ଠିକ୍ କରି ଅଭୁଲ କରିଦେବେ । ନିରାକାରଙ୍କୁ ଜାଣି
ନାହାଁନ୍ତି ସେଥିପାଇଁ ଦ୍ୱନ୍ଦ୍ୱରେ ପଡୁଛନ୍ତି । ବାବା ବୁଝାଉଛନ୍ତି ମୁଁ ତୁମର ବେହଦର ପିତା
ତୁମମାନଙ୍କୁ ବେହଦର ବର୍ସା ଦେଉଛି । ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ କିପରି ହେଲେ, ଏକଥା କେହି
ବି ଜାଣି ନାହାଁନ୍ତି । କେହି ତ ନିଶ୍ଚିତ ଶ୍ରେଷ୍ଠ କର୍ମ ଶିଖାଇଥିବେ ଏବଂ ସିଏ ମଧ୍ୟ ନିଶ୍ଚିତ
ବଡ ହୋଇଥିବେ, ଯିଏକି ଏତେ ଉଚ୍ଚପଦ ପ୍ରାପ୍ତ କରାଉଛନ୍ତି । ମନୁଷ୍ୟମାନେ ଏ ସମ୍ବନ୍ଧରେ କିଛି ବି
ଜାଣି ନାହାଁନ୍ତି । ବାବା କେତେ ସ୍ନେହର ସହିତ ବୁଝାଉଛନ୍ତି, ସିଏ କେତେ ବଡ ଅଧିକାରୀ ଅଟନ୍ତି ।
ସିଏ ସାରା ଦୁନିଆକୁ ପତିତରୁ ପବିତ୍ର କରିଥାଆନ୍ତି ଏବଂ ସାରା ସୃଷ୍ଟିର ମାଲିକ ଅଟନ୍ତି । ବାବା
ବୁଝାଉଛନ୍ତି ଯେ, ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ତୁମକୁ ଚକ୍ର ଲଗାଇବାକୁ ପଡୁଛି । କିନ୍ତୁ
ଏହି ଡ୍ରାମାକୁ କେହି ବି ଜାଣିନାହାଁନ୍ତି । ଡ୍ରାମାରେ ଆମେ ସମସ୍ତେ କିପରି ଜଣେ ଜଣେ ଅଭିନେତା,
ଏହି ଚକ୍ର କିପରି ଘୂରୁଛି, ଦୁଃଖଧାମରୁ ସୁଖଧାମ କିଏ କରୁଛି, ଏକଥା କେବଳ ତୁମେମାନେ ହିଁ ଜାଣିଛ
। ମୁଁ ତୁମକୁ ସୁଖଧାମ ଯିବା ପାଇଁ ପାଠ ପଢାଉଛି । ତୁମେମାନେ ହିଁ ୨୧ ଜନ୍ମ ପାଇଁ ସର୍ବଦା ସୁଖୀ
ହେଉଛ ଏବଂ ଆଉ କେହି ସେଠାକୁ ଯାଇପାରିବେ ନାହିଁ । ସୁଖଧାମରେ ନିଶ୍ଚିତ କମ୍ ମନୁଷ୍ୟ ରହିବେ ।
ତେବେ ବୁଝାଇବା ପାଇଁ ଏହିଭଳି ବହୁତ ଭଲ ଭଲ ପଏଣ୍ଟସ୍ ସବୁ ରହିବା ଦରକାର । ଏକଥା ମଧ୍ୟ କହୁଛନ୍ତି
- ବାବା ଆମେ ଆପଣଙ୍କର, କିନ୍ତୁ ସଂପୂର୍ଣ୍ଣ ହେବା ପାଇଁ ସମୟ ଲାଗିଥାଏ । କାହାର କର୍ମବନ୍ଧନ
ତୁରନ୍ତ ତୁଟିଯାଇଥାଏ ତ ଆଉ କାହାର ସମୟ ଲାଗିଥାଏ । କେହି-କେହି ତ ଏଭଳି ଭାଗ୍ୟଶାଳୀ ମଧ୍ୟ ଅଟନ୍ତି
ଯାହାଙ୍କର କର୍ମବନ୍ଧନ ତୁଟିଯାଇଛି, କିନ୍ତୁ ପାଠପଢାରେ ଧ୍ୟାନ ଦେଉନାହାଁନ୍ତି ତେବେ ତାଙ୍କୁ
ଦୁର୍ଭାଗ୍ୟଶାଳୀ ବୋଲି କୁହାଯାଇଥାଏ । ପୁତ୍ର, ନାତି, ଅଣନାତିମାନଙ୍କ ଆଡକୁ ବୁଦ୍ଧି ଚାଲିଯାଉଛି
। ଏଠାରେ ତ କେବଳ ଜଣକୁ ହିଁ ମନେ ପକାଇବାକୁ ହେବ । କାରଣ ଏଠାରେ ବହୁତ ଉଚ୍ଚ ବର୍ସା ମିଳୁଛି ।
ତୁମେମାନେ ଜାଣିଛ ଯେ, ଆମେ ରାଜାମାନଙ୍କର ରାଜା ହେଉଛୁ । ପତିତ ରାଜା କିପରି ହେଉଛନ୍ତି ଏବଂ
ପବିତ୍ର ରାଜାମାନଙ୍କର ରାଜା କିପରି ହେଉଛନ୍ତି, ସେକଥା ମଧ୍ୟ ବାବା ତୁମମାନଙ୍କୁ ବୁଝାଉଛନ୍ତି ।
ମୁଁ ନିଜେ ଆସି ରାଜଯୋଗ ଦ୍ୱାରା ରାଜାମାନଙ୍କର ରାଜା ସ୍ୱର୍ଗର ମାଲିକ କରୁଛି । ସେହି ପତିତ
ରାଜାମାନେ ତ ଦାନ ପୁଣ୍ୟ କରି ରାଜା ହୁଅନ୍ତି । ସେମାନଙ୍କୁ କ’ଣ ମୁଁ ଆସି କରୁଛି କି! ସେମାନେ
ବହୁତ ଦାନୀ ହୋଇଥା’ନ୍ତି । ବହୁତ ଦାନ କରିଥାଆନ୍ତି ତେଣୁ ରାଜକୁଳରେ ଜନ୍ମ ନିଅନ୍ତି । ମୁଁ ତ ୨୧
ଜନ୍ମ ପାଇଁ ତୁମକୁ ସୁଖ ଦେଉଛି । ସେମାନେ ତ ଗୋଟିଏ ଜନ୍ମ ପାଇଁ ରାଜା ହେଉଛନ୍ତି, ସେଥିରେ ପୁଣି
ପତିତ ଦୁଃଖୀ ହେଉଛନ୍ତି । ମୁଁ ତ ଆସି ପିଲାମାନଙ୍କୁ ପବିତ୍ର କରୁଛି । ମନୁଷ୍ୟମାନେ ଭାବୁଛନ୍ତି
ଯେ, କେବଳ ଗଙ୍ଗାସ୍ନାନ କରିବା ଦ୍ୱାରା ପବିତ୍ର ହେଉଛନ୍ତି, କେତେ ଧକ୍କା ଖାଉଛନ୍ତି ।
ଗଙ୍ଗା-ଯମୁନା ଆଦିର କେତେ ମହିମା କରୁଛନ୍ତି । ତେବେ ଏଥିରେ ମହିମାର କୌଣସି କଥା ନାହିଁ । ସାଗରରୁ
ପାଣି ଆସିଥାଏ । ଏହିପରି ତ ବହୁତ ନଦୀ ରହିଛି । ବିଦେଶରେ ତ ଖୋଳି ଖୋଳି ବଡ-ବଡ ନଦୀ ତିଆରି
କରିଥା’ନ୍ତି, ଏହା କୌଣସି ବଡ କଥା ନୁହେଁ । ଜ୍ଞାନର ସାଗର ଏବଂ ଜ୍ଞାନଗଙ୍ଗାମାନେ କିଏ, ଏହିକଥାକୁ
ତ ଜାଣିନାହାଁନ୍ତି । ଶକ୍ତିମାନେ କ’ଣ କରିଥିଲେ, କିଛି ବି ଜାଣିନାହାଁନ୍ତି । ବାସ୍ତବରେ
ଜ୍ଞାନଗଙ୍ଗା ଅଥବା ଜ୍ଞାନ ସରସ୍ୱତୀ ଏହି ଜଗଦମ୍ବା ଅଟନ୍ତି । ମନୁଷ୍ୟମାନେ ତ ଏକଥା
ଜାଣିନାହାଁନ୍ତି, ଯେପରିକି ଭିଲ୍ (ଶବର) ଅଟନ୍ତି । ବିଲକୁଲ୍ ବୋକା, ଅଜ୍ଞାନୀ ଅଟନ୍ତି । ବାବା
ଆସି ଅଜ୍ଞାନୀମାନଙ୍କୁ କେତେ ଜ୍ଞାନବାନ୍ କରୁଛନ୍ତି । ତୁମେମାନେ କହିପାରିବ ଯେ, ଏମାନଙ୍କୁ
ରାଜାମାନଙ୍କର ରାଜା କିଏ କରାଇଲା । ଗୀତାରେ ମଧ୍ୟ ଅଛି ମୁଁ ରାଜାମାନଙ୍କର ରାଜା କରୁଛି ।
ମନୁଷ୍ୟମାନେ ତ ଏହିକଥାକୁ ଜାଣିନାହାନ୍ତି । ମୁଁ (ବ୍ରହ୍ମା) ନିଜେ ମଧ୍ୟ ଏକଥାକୁ ଜାଣିନଥିଲି ।
ଏମାନେ ନିଜେ ଲକ୍ଷ୍ମୀ-ନାରାୟଣ ହୋଇଥିଲେ, କିନ୍ତୁ ଏବେ ନାହାଁନ୍ତି, ଯଦି ଏମାନେ ନିଜେ ଜାଣିନଥିଲେ
ତେବେ ଅନ୍ୟମାନେ କିପରି ଜାଣିପାରିବେ । ସର୍ବବ୍ୟାପୀର ଜ୍ଞାନରେ କିଛି ବି ନାହିଁ, ଯୋଗ କାହା
ସହିତ ଲଗାଇବ, କାହାକୁ ଡାକିବ? ଯଦି ନିଜେ ହିଁ ଭଗବାନ ତେବେ ପ୍ରାର୍ଥନା କାହାକୁ କରିବେ! ଏହା
ବହୁତ ଆଶ୍ଚର୍ଯ୍ୟର କଥା । ଯେଉଁମାନେ ବହୁତ ଭକ୍ତି କରନ୍ତି ତାଙ୍କର ସମ୍ମାନ ରହିଥାଏ ।
ଭକ୍ତମାନଙ୍କର ମାଳା ମଧ୍ୟ ରହିଛି ନା । ଜ୍ଞାନମାଳା ହେଲା ରୁଦ୍ରମାଳା । ଏହା ଭକ୍ତମାଳା । ତାହା
ହେଲା ନିରାକାରୀ ମାଳା । କାରଣ ସବୁ ଆତ୍ମାମାନେ ସେଠାରେ ରୁହନ୍ତି । ସେ ମଧ୍ୟରୁ ପ୍ରଥମ ନମ୍ବରର
ଆତ୍ମା କାହାର? ଯିଏକି ପ୍ରଥମ ନମ୍ବରରେ ଯାଇଥା’ନ୍ତି, ସରସ୍ୱତୀଙ୍କର ଆତ୍ମା ଏବଂ ବ୍ରହ୍ମାଙ୍କର
ଆତ୍ମା ନମ୍ବରୱାନ ପାଠ ପଢିଥା’ନ୍ତି । ଏହା ଆତ୍ମାର କଥା ଅଟେ । ଭକ୍ତିମାର୍ଗରେ ତ ସବୁ ଶରୀରର କଥା
ରହିଛି - ଅମୁକ ଭକ୍ତ ଏହିପରି ଥିଲା, ସେମାନଙ୍କର ଶରୀରର ନାମ ନେଇଥା’ନ୍ତି । କିନ୍ତୁ ତୁମେମାନେ
ମନୁଷ୍ୟମାନଙ୍କର ମହିମା କରିପାରିବ ନାହିଁ । ତୁମେମାନେ ଜାଣିଛ ଯେ ବ୍ରହ୍ମାଙ୍କର ଆତ୍ମା କ’ଣ
ହେଉଛି । ସିଏ ସେଠାକୁ ଯାଇ ଶରୀର ଧାରଣ କରି ରାଜାମାନଙ୍କର ରାଜା ହେଉଛନ୍ତି । ଆତ୍ମା ଶରୀରରେ
ପ୍ରବେଶ କରି ରାଜ୍ୟ କରିଥାଏ । ଏବେ ତ ରାଜା ନୁହଁନ୍ତି । ଆତ୍ମା ହିଁ ରାଜ୍ୟ କରିଥାଏ ନା । ମୁଁ
ରାଜା, ମୁଁ ଆତ୍ମା, ଏହି ଶରୀରର ମାଲିକ । ମୁଁ ଆତ୍ମା, ମୁଁ ମୋର ଶରୀରର ଶ୍ରୀ ନାରାୟଣ ନାମ ଧାରଣ
କରି ପୁଣି ଥରେ ଏହି ପୃଥିବୀରେ ରାଜତ୍ୱ କରିବି । ଆତ୍ମା ହିଁ ଶୁଣିଥାଏ ଏବଂ ଧାରଣା କରିଥାଏ ।
ଆତ୍ମାରେ ସଂସ୍କାର ରହିଥାଏ । ଏବେ ତୁମେମାନେ ଜାଣୁଛ ଯେ, ଆମେମାନେ ଶ୍ରୀମତରେ ଚାଲି ବାବାଙ୍କଠାରୁ
ରାଜତ୍ୱ ନେଉଛୁ । ବାପଦାଦା ଉଭୟ ମିଶି ବଚ୍ଚେ ବୋଲି କହୁଛନ୍ତି, ଉଭୟଙ୍କୁ ବଚ୍ଚେ ବୋଲି କହିବାର
ଅଧିକାର ରହିଛି । ଆତ୍ମାକୁ କହୁଛନ୍ତି ନିରାକାରୀ ବଚ୍ଚେ, ମୋତେ ମନେ ପକାଅ । ଆଉ କେହି ଏକଥା
କହିପାରିବେ ନାହିଁ ଯେ, ହେ ନିରାକାରୀ ବଚ୍ଚେ, ହେ ଆତ୍ମାମାନେ ମାତେ ମନେ ପକାଅ । ବାବା ହିଁ
ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ଏପରି ତ କହୁନାହାଁନ୍ତି, ହେ ପରମାତ୍ମା, ମୁଁ ପରମଆତ୍ମା,
ମୋତେ ତୁମେମାନେ ମନେ ପକାଅ । କହୁଛନ୍ତି - ହେ ଆତ୍ମାମାନେ ତୁମେମାନେ ମୋତେ ମନେ ପକାଅ, ଯୋଗ
ଅଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହେବ । ବାକି ଗଙ୍ଗା ସ୍ନାନ କରିବା ଦ୍ୱାରା କେହି ପାପ
ଆତ୍ମାରୁ ପୁଣ୍ୟ ଆତ୍ମା ହୋଇପାରିବେ ନାହିଁ । ଗଙ୍ଗାସ୍ନାନ କରି ପୁଣି ଘରେ ଯାଇ ପାପ କରୁଛନ୍ତି ।
ଏହି ବିକାରଗୁଡିକ ଯୋଗୁଁ ହିଁ ପାପ ଆତ୍ମା ହେଉଛନ୍ତି । କିନ୍ତୁ ଏକଥାକୁ କେହି ବୁଝୁନାହାଁନ୍ତି ।
ବାବା ବୁଝାଉଛନ୍ତି - ଏବେ ତୁମଠାରେ ରାହୁର ବହୁତ ବଡ ଗ୍ରହଣ ଲାଗିଛି । ପ୍ରଥମେ ଗ୍ରହଣ ହାଲୁକା
ଭାବରେ ଲାଗିଥାଏ । ଦାନ ଦେଲେ ଗ୍ରହଣ ଛାଡିଯିବ । ଏଥିରେ ବହୁତ ଉଚ୍ଚ ପ୍ରାପ୍ତି ଅଛି । ତେଣୁ
ପୁରୁଷାର୍ଥ ମଧ୍ୟ ସେହିପରି କରିବା ଦରକାର ନା । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ରାଜାମାନଙ୍କର
ରାଜା କରିବି, ସେଥିପାଇଁ ମୋତେ ଏବଂ ବର୍ସାକୁ ମନେ ପକାଅ । ନିଜର ୮୪ ଜନ୍ମକୁ ମନେ ପକାଅ ସେଥିପାଇଁ
ବାବା “ସ୍ୱଦର୍ଶନ ଚକ୍ରଧାରୀ”ର ନାମ ରଖିଛନ୍ତି । ତେଣୁ ସ୍ୱଦର୍ଶନର ଜ୍ଞାନ ମଧ୍ୟ ଦରକାର ନା ।
ବାବା ବୁଝାଉଛନ୍ତି - ଏହି
ପୁରୁଣା ଦୁନିଆ ଶେଷ ହେବାକୁ ଯାଉଛି । ମୁଁ ତୁମକୁ ନୂଆ ଦୁନିଆକୁ ନେଇଯାଉଛି । ସନ୍ନ୍ୟାସୀମାନେ
କେବଳ ଘରଦ୍ୱାରକୁ ଭୁଲିଥା’ନ୍ତି, ତୁମେମାନେ ତ ସାରା ଦୁନିଆକୁ ଭୁଲୁଛ । କେବଳ ଏହି କଥା ବାବା
ହିଁ କହୁଛନ୍ତି ଯେ, ତୁମେମାନେ ଅଶରୀରୀ ହୁଅ । ମୁଁ ତୁମମାନଙ୍କୁ ନୂଆ ଦୁନିଆକୁ ନେଇଯାଉଛି,
ସେଥିପାଇଁ ତୁମେମାନେ ଏହି ପୁରୁଣା ଦୁନିଆରୁ, ପୁରୁଣା ଶରୀରରୁ ମମତା ତୁଟାଇଦିଅ । ନୂଆ ଦୁନିଆରେ
ତୁମକୁ ନୂଆ ଶରୀର ମିଳିବ । ଦେଖ, କୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କହୁଛନ୍ତି । ସତ୍ୟଯୁଗରେ ସିଏ ଗୋରା
ଥିଲେ ଏବେ ଏହି ଅନ୍ତିମ ଜନ୍ମରେ କଳା ହୋଇଯାଇଛନ୍ତି । ତେଣୁ ଶ୍ୟାମ ହିଁ ସୁନ୍ଦର ହେଉଛନ୍ତି ବୋଲି
କୁହାଯିବ ନା । ପୁଣି ସିଏ ହିଁ ସୁନ୍ଦରରୁ ଶ୍ୟାମ ହେଉଛନ୍ତି । ତେଣୁ ତାଙ୍କର ଶ୍ୟାମସୁନ୍ଦର ନାମ
ରଖି ଦେଇଛନ୍ତି । ୫ ବିକାର ରୂପି ରାବଣ ହିଁ ସମସ୍ତଙ୍କୁ କଳା କରିଦେଉଛି ପୁଣି ପରମପିତା ପରମାତ୍ମା
ଆସି ଗୋରା କରୁଛନ୍ତି । ଚିତ୍ରରେ ମଧ୍ୟ ଦେଖାଇଛନ୍ତି ଯେ, ମୁଁ ପୁରୁଣା ଦୁନିଆକୁ ଲାତ ମାରି ଗୋରା
ହେଉଛି । ଗୋରା ଅର୍ଥାତ୍ ପବିତ୍ର ଆତ୍ମା, ସ୍ୱର୍ଗର ମାଲିକ ହୋଇଥାଏ । କଳା ଅର୍ଥାତ୍ ପତିତ ଆତ୍ମା
ପୁଣି ଏହି ନର୍କର ମାଲିକ ହୋଇଥାଏ । ବାସ୍ତବରେ ଆତ୍ମା ହିଁ ଗୋରା ଏବଂ କଳା ହୋଇଥାଏ । ଏବେ ବାବା
କହୁଛନ୍ତି - ତୁମମାନଙ୍କୁ ପବିତ୍ର ହେବାକୁ ପଡିବ । ହଠଯୋଗୀମାନେ ପବିତ୍ର ହେବା ପାଇଁ ବହୁତ ହଠ
କରନ୍ତି । କିନ୍ତୁ ଯୋଗ ବିନା ତ ପବିତ୍ର ହୋଇପାରିବେ ନାହିଁ । ନଚେତ୍ ଦଣ୍ଡ ପାଇ ପବିତ୍ର ହେବାକୁ
ପଡିବ, ସେଥିପାଇଁ ବାବାଙ୍କୁ କାହିଁକି ମନେ ନ ପକାଇବା । ତା ସହିତ ୫ ବିକାର ଉପରେ ମଧ୍ୟ ଜିତିବାକୁ
ହେବ । ବାବା କହୁଛନ୍ତି ଏହି କାମ ବିକାର ହିଁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ଯେଉଁମାନେ ବିକାରକୁ
ଜିତିପାରିବେ ନାହିଁ ସେମାନେ କ’ଣ ବୈକୁଣ୍ଠର ରାଜା ହୋଇପାରିବେ ? ସେଥିପାଇଁ ବାବା କହୁଛନ୍ତି ଦେଖ
ମୁଁ ତୁମମାନଙ୍କୁ ପିତା, ଶିକ୍ଷକ, ସତଗୁରୁ ରୂପରେ କେତେ ଭଲ କର୍ମ ଶିଖାଉଛି । ଯୋଗବଳ ଦ୍ୱାରା
ବିକର୍ମ ବିନାଶ କରାଇ ବିକର୍ମାଜିତ୍ ରାଜା କରୁଛି । ବାସ୍ତବରେ ସତ୍ୟଯୁଗର ଦେବୀ-ଦେବତାମାନଙ୍କୁ
ହିଁ ବିକର୍ମାଜିତ୍ କୁହାଯାଇଥାଏ । ସେଠାରେ ତ ବିକର୍ମ ହୋଇନଥାଏ । ବିକର୍ମାଜିତ୍ ସଂବତ ଏବଂ
ବିକ୍ରମ ସଂବତ ଅଲଗା-ଅଲଗା । ଜଣେ ବିକ୍ରମ ରାଜା ମଧ୍ୟ ଆସିକରି ଯାଇଛନ୍ତି ପୁଣି ସିଏ ବିକର୍ମାଜିତ୍
ରାଜା ମଧ୍ୟ ହୋଇଯାଇଛନ୍ତି । ଆମେ ଏବେ ବିକର୍ମକୁ ଜିତୁଛୁ ପୁଣି ଦ୍ୱାପରରୁ ନୂଆ ରୂପରେ ବିକର୍ମ
କରିବା ଆରମ୍ଭ ହେବ । ତେଣୁ ତାଙ୍କର ନାମ ରାଜା ବିକ୍ରମ ରଖିଦେଇଛନ୍ତି । ଦେବତାମାନେ ବିକର୍ମାଜିତ୍
ହେଉଛନ୍ତି । ବର୍ତ୍ତମାନ ଆମେ ସେହିପରି ହେଉଛୁ, ପୁଣି ଯେତେବେଳେ ବାମ ମାର୍ଗକୁ ଯାଉଛୁ ସେତେବେଳେ
ବିକର୍ମର ଖାତା ଆରମ୍ଭ ହୋଇଯାଉଛି । ଏଠାରେ ବିକର୍ମର ଖାତାକୁ ଚୁକ୍ତ କରି ଆମେ ବିକର୍ମାଜିତ୍
ହେଉଛୁ । ସେଠାରେ ଅର୍ଥାତ୍ ସତ୍ୟଯୁଗରେ କୌଣସି ବିକର୍ମ ହୁଏ ନାହିଁ । ତେଣୁ ପିଲାମାନଙ୍କର ଏହି
ନିଶା ରହିବା ଉଚିତ୍ ଯେ, ଆମେମାନେ ଏଠାକୁ ନିଜର ଭାଗ୍ୟ ଉଚ୍ଚ କରିବାକୁ ଆସିଛୁ । ଏହା ହେଉଛି
ସବୁଠାରୁ ଉଚ୍ଚ ଭାଗ୍ୟ ଗଢିବାର ପାଠଶାଳା । ସତସଙ୍ଗରେ ଭାଗ୍ୟ ଗଢିବାର କଥା ନଥାଏ । ପାଠଶାଳାରେ
ହିଁ ସର୍ବଦା ଭାଗ୍ୟ ଗଢି ହୋଇଥାଏ । ତୁମେମାନେ ଜାଣିଛ ଯେ, ଆମେ ନରରୁ ନାରାୟଣ ପୁଣି
ରାଜାମାନଙ୍କର ରାଜା ହେବୁ । ବାସ୍ତବରେ ପତିତ ରାଜାମାନେ ପବିତ୍ର ରାଜାମାନଙ୍କର ପୂଜା କରନ୍ତି ।
ସେଥିପାଇଁ ମୁଁ ତୁମକୁ ପବିତ୍ର କରୁଛି । ତୁମେମାନେ ତ ଏହି ପତିତ ଦୁନିଆରେ ରାଜ୍ୟ କରିବ ନାହିଁ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିରେ
ସ୍ୱଦର୍ଶନ ଚକ୍ରର ଜ୍ଞାନକୁ ଧାରଣ କରି ରାହୁର ଗ୍ରହଣରୁ ଅର୍ଥାତ୍ ମାୟାର କବଳରୁ ମୁକ୍ତ ହେବାକୁ
ପଡିବ । ଶ୍ରେଷ୍ଠ କର୍ମ ଏବଂ ଯୋଗବଳ ଦ୍ୱାରା ବିକର୍ମର ଖାତାକୁ ଚୁକ୍ତ କରି ବିକର୍ମାଜୀତ୍ ହେବାକୁ
ପଡିବ ।
(୨) ନିଜର ଭାଗ୍ୟକୁ
ଉଚ୍ଚ କରିବା ପାଇଁ ପାଠପଢା ଉପରେ ପୁରା ପୁରା ଧ୍ୟାନ ଦେବାକୁ ପଡିବ ।
ବରଦାନ:-
ବାହ୍ୟମୁଖତାର
ରସଗୁଡିକର ଆକର୍ଷଣର ବନ୍ଧନଠାରୁ ମୁକ୍ତ ରହୁଥିବା ଜୀବନମୁକ୍ତଆତ୍ମା ହୁଅ ।
ବାହ୍ୟମୁଖତା ଅର୍ଥାତ୍
ବ୍ୟକ୍ତିର ଭାବ-ସ୍ୱଭାବ ଅର୍ଥାତ୍ ହାବ-ଭାବ ଏବଂ ବ୍ୟକ୍ତ ଭାବର ବିଚାର ତରଙ୍ଗ, ସଂକଳ୍ପ, ବାଣୀ ଏବଂ
ସମ୍ବନ୍ଧ-ସମ୍ପର୍କ ଦ୍ୱାରା ପରସ୍ପରକୁ ବ୍ୟର୍ଥ ଆଡକୁ ଆଗେଇ ନେଉଥିବା, ସର୍ବଦା କୌଣସି ପ୍ରକାରର
ବ୍ୟର୍ଥ ଚିନ୍ତନରେ ରହୁଥିବା, ସୁଖ, ଶାନ୍ତି ଏବଂ ଶକ୍ତିଠାରୁ ଦୂରେଇ ରହୁଥିବାର ସ୍ଥିତି । ଏହିଭଳି
ବାହ୍ୟମୁଖତାର ରସ ବାହାରୁ ବହୁତ ଆକର୍ଷିତ କରିଥାଏ, ସେଥିପାଇଁ ପ୍ରଥମେ ଏହାକୁ କଇଁଚି ଲଗାଅ
ଅର୍ଥାତ୍ କାଟିଦିଅ କାରଣ ଏହି ରସ ହିଁ ସୂକ୍ଷ୍ମବନ୍ଧନ ରୂପ ନେଇ, ସଫଳତାର ଲକ୍ଷ୍ୟଠାରୁ ଦୂରେଇ
ଦେଇଥାଏ । ତେଣୁ ଯେତେବେଳେ ଏହି ସବୁ ବନ୍ଧନଠାରୁ ମୁକ୍ତ ହୋଇଯିବ ସେତେବେଳେ କୁହାଯିବ ଜୀବନମୁକ୍ତ
ଆତ୍ମା ।
ସ୍ଲୋଗାନ:-
ଯେଉଁମାନେ ଭଲ
ବା ମନ୍ଦ କର୍ମ କରିବାବାଲାଙ୍କର ପ୍ରଭାବର ବନ୍ଧନଠାରୁ ମୁକ୍ତ ସାକ୍ଷୀ ବା ଦୟାଶୀଳ ସେହିମାନେ ହିଁ
ତପସ୍ୱୀ ଅଟନ୍ତି ।