17.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ପ୍ରୀତି ବୁଦ୍ଧି ଏବଂ ବିପରୀତ ବୁଦ୍ଧି ଏହି ଶବ୍ଦ ଦୁଇଟି ପ୍ରବୃତ୍ତି ମାର୍ଗର ଅଟେ । ଏବେ ତୁମମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଛି । ତୁମେ ପିଲାମାନେ ନିରନ୍ତର ବାବାଙ୍କ ସ୍ମୃତିରେ ରହୁଛ ।

ପ୍ରଶ୍ନ:-
ସ୍ମୃତିର ଯାତ୍ରା ଅର୍ଥାତ୍ ଯୋଗର ଯାତ୍ରାକୁ ଆଉ କେଉଁ ନାମ ଦିଆଯାଇପାରିବ ?

ଉତ୍ତର:-
ଯୋଗର ଯାତ୍ରା ପ୍ରୀତିର ଯାତ୍ରା ମଧ୍ୟ ଅଟେ । ବିପରୀତ ବୁଦ୍ଧି ଥିବା ଆତ୍ମାଙ୍କଠାରୁ ନାମ ରୂପରେ ଆକର୍ଷିତ ହେବାର ଦୁର୍ଗନ୍ଧ ଆସିଥାଏ । ସେମାନଙ୍କର ବୁଦ୍ଧି ତମୋପ୍ରଧାନ ହୋଇଯାଏ । ଯେଉଁମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଥାଏ ସେମାନେ ସର୍ବଦା ଜ୍ଞାନର ଦାନ କରି ଚାଲିବେ । କୌଣସି ଦେହଧାରୀଙ୍କ ସହିତ ସେମାନଙ୍କର ପ୍ରୀତି ହୋଇପାରିବ ନାହିଁ ।

ଗୀତ:-
ୟହ ୱକ୍ତ ଜା ରହା ହେ.....

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି । ଏବେ ଏହାକୁ ୟାଦର ଯାତ୍ରା ମଧ୍ୟ କୁହାଯିବ ତ ପ୍ରୀତିର ଯାତ୍ରା ମଧ୍ୟ କୁହାଯିବ । ମନୁଷ୍ୟମାନେ ତ ସେହି ସବୁ ତୀର୍ଥଯାତ୍ରାକୁ ଯାଇଥାଆନ୍ତି । ସେମାନେ ରଚନାମାନଙ୍କର ଯାତ୍ରାରେ ଦେବୀଦେବତାଙ୍କ ନିକଟକୁ ଯାଉଛନ୍ତି, ଭିନ୍ନ ଭିନ୍ନ ରଚନା ଅଛନ୍ତି ନା । ରଚୟିତା ବାବାଙ୍କୁ ତ କେହି ମଧ୍ୟ ଜାଣି ନାହାଁନ୍ତି । ଏବେ ତୁମେ ରଚୟିତା ପିତାଙ୍କୁ ଜାଣୁଛ, ସେହି ବାବାଙ୍କ ୟାଦରେ ତୁମକୁ କେବେ ଅଟକି ଯିବାର ନାହିଁ । ତୁମକୁ ସ୍ମୃତିର ଯାତ୍ରା ମିଳିଛି । ଏହାକୁ ୟାଦର ଯାତ୍ରା ଅଥବା ପ୍ରୀତିର ଯାତ୍ରା ମଧ୍ୟ କୁହାଯାଇଥାଏ । ଯାହାର ଅଧିକ ପ୍ରୀତୀ ଥିବ ସେ ଯାତ୍ରା ମଧ୍ୟ ଭଲ କରିବେ ଅର୍ଥାତ୍ ଅଧିକ ମନେ ପକାଇବେ । ଯେତେ ସ୍ନେହର ସହିତ ଯାତ୍ରାରେ ରହିବ ଅର୍ଥାତ୍ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ମଧ୍ୟ ହୋଇଚାଲିବ । ଶିବ ଭଗବାନଉବାଚ ରହିଛି ନା । ବିନାଶ ବେଳେ ବିପରୀତ ବୁଦ୍ଧି ଏବଂ ବିନାଶ ବେଳେ ପ୍ରୀତୀ ବୁଦ୍ଧି । ତୁମେ ପିଲାମାନେ ଜାଣୁଛ ଏବେ ବିନାଶ କାଳ ଅଟେ । ଏହା ସେହି ଗୀତାର ଅଧ୍ୟାୟ ଚାଲୁଛି । ବାବା ଶ୍ରୀକଷ୍ଣଙ୍କର ଗୀତା ଏବଂ ତ୍ରିମୂର୍ତ୍ତୀ ଶିବବାବାଙ୍କ ଗୀତାର ପାର୍ଥକ୍ୟ ମଧ୍ୟ ବୁଝାଇଛନ୍ତି । ଗୀତାର ଭଗବାନ କିଏ ? ପରମପିତା ଶିବ ଭଗବାନୁବାଚଉବାଚ । କେଳବ ଶିବ ଅକ୍ଷର ଲେଖିବାର ନାହିଁ । କାହିଁକି ନା ଶିବ ନାମ ମଧ୍ୟ ଅନେକଙ୍କର ରହିଛି ତେଣୁ ପରମପିତା ପରମାତ୍ମା ଲେଖିବା ଦ୍ୱାରା ସେ ସର୍ବୋଚ୍ଚ ହୋଇଗଲେ । କେହି ତ ନିଜକୁ ପରମପିତା କହିପାରିବେ ନାହିଁ । ସନ୍ନ୍ୟାସୀମାନେ ନିଜକୁ ଶିବୋଃହମ୍ କହିଦେଉଛନ୍ତି । ସେମାନେ ତ ପିତାଙ୍କୁ ମନେ ପକାଇନଥାନ୍ତି । ପିତାଙ୍କୁ ଜାଣି ହିଁ ନାହାଁନ୍ତି । ବାବାଙ୍କ ସହ ପ୍ରୀତୀ ହିଁ ନାହିଁ । ପ୍ରୀତି ଏବଂ ବିପରିତ ଏହା ପ୍ରବୃତ୍ତିମାର୍ଗ ପାଇଁ ପ୍ରଯୁଯ୍ୟ । କୌଣସି ସନ୍ତାନର ପିତାଙ୍କ ସହିତ ପ୍ରୀତି ବୁଦ୍ଧି ତ କାହାର ବିପରିତ ବୁଦ୍ଧି ମଧ୍ୟ ଥାଏ । ତୁମମାନଙ୍କ ମଧ୍ୟରେ ବି ଏପରି ଅଛନ୍ତି । ବାବାଙ୍କ ସହ ପ୍ରୀତି ବୁଦ୍ଧି ତାଙ୍କର କୁହାଯିବ ଯିଏ ବାବାଙ୍କ ସେବାରେ ତତ୍ପର ରହୁଥିବେ । ବାବାଙ୍କ ବ୍ୟତୀତ ଆଉ କାହା ସହ ପ୍ରୀତି ହୋଇପାରିବ ନାହିଁ । ଶିବବାବାଙ୍କୁ ହିଁ କହିଥାନ୍ତି । ବାବା ଆମେ ତ ଆପଣଙ୍କର ହିଁ ସାହାଯ୍ୟକାରୀ ଅଟୁ । ଏକଥା ବ୍ରହ୍ମାବାବାଙ୍କ ପାଇଁ କୁହାଯିବ ନାହିଁ । ଶିବବାବାଙ୍କ ସହିତ ଯେଉଁ ଆତ୍ମାମାନଙ୍କର ପ୍ରୀତି ଥିବ ସେମାନେ ନିଶ୍ଚୟ ସାହାଯ୍ୟକାରୀ ହୋଇଥିବେ । ସେମାନେ ଶିବବାବାଙ୍କ ସହିତ ସେବା କରିଚାଲିବେ । ପ୍ରୀତି ନାହିଁ ତ ବୁଝିବାକୁ ହେବ ବିପରିତ ବୁଦ୍ଧି ହୋଇଯାଇଛନ୍ତି । ବିପରିତ ବୁଦ୍ଧି ବିନାଶକୁ ପ୍ରାପ୍ତ କରିଥାନ୍ତି । ଯାହାଙ୍କର ବାବାଙ୍କ ସହ ପ୍ରୀତି ଥିବ ସେମାନେ ସାହାଯ୍ୟକାରୀ ମଧ୍ୟ ହେବେ । ଯେତେ ପ୍ରୀତି ସେତେ ସେବାରେ ସାହାଯ୍ୟକାରୀ ହେବେ । ୟାଦ କରୁନାହାଁନ୍ତି ଅର୍ଥାତ୍ ପ୍ରୀତି ନାହିଁ । ପୁଣି ଦେହଧାରୀମାନଙ୍କ ସହ ପ୍ରୀତି ହୋଇଯାଇଥାଏ ମନୁଷ୍ୟ ମନୁଷ୍ୟଙ୍କୁ ନିଜର ସ୍ମୃତିଚିହ୍ନ ମଧ୍ୟ ଦେଇଥାନ୍ତି ନା । ତେଣୁ ସେ ନିଶ୍ଚିତ ମନେପଡ଼ିଥାନ୍ତି ।

ଏବେ ତୁମମାନଙ୍କୁ ବାବା ଅବିନାଶୀ ଜ୍ଞାନର ଉପହାର ଦେଉଛନ୍ତି । ଯାହା ଦ୍ୱାରା ତୁମେ ରାଜପଦ ପାଉଛ । ଅବିନାଶୀ ଜ୍ଞାନରତ୍ନର ଦାନ କରୁଛ ତ ପ୍ରୀତି ବୁଦ୍ଧି ଅଟ । ଯାଣୁଛ ବାବା ସମସ୍ତଙ୍କର କଲ୍ୟାଣ କରିବା ନିମନ୍ତେ ଆସିଛନ୍ତି, ଆମକୁ ମଧ୍ୟ ସହଯୋଗୀ ଦେବାର ଅଛି । ଏଭଳି ପ୍ରୀତି ବୁଦ୍ଧିଯୁକ୍ତ ଆତ୍ମା ବିଜୟୀ ହୋଇଥାନ୍ତି । ଯେଉଁମାନେ ୟାଦ ହିଁ କରିନଥାନ୍ତି ସେମାନେ ପ୍ରୀତିବୁଦ୍ଧି ନୁହଁନ୍ତି । ବାବାଙ୍କ ସହ ପ୍ରୀତି ବୁଦ୍ଧି ଥିବ, ୟାଦ ବି କରୁଥିବ ତେବେ ବିକର୍ମ ବିନାଶ ହେବ ତେବେ ଅନ୍ୟମାନଙ୍କୁ ମଧ୍ୟ କଲ୍ୟାଣର ରାସ୍ତା ବତାଇପାରିବ । ବ୍ରାହ୍ମଣମାନଙ୍କ ସ୍ଥିତି ମଧ୍ୟ ପ୍ରିତୀବୁଦ୍ଧି ଏବଂ ବିପରୀତ ବୁଦ୍ଧି ଉପରେ ନିର୍ଭର କରୁଛି । ବାବାଙ୍କୁ ବହୁତ ୟାଦ କରୁଛନ୍ତି । ଅର୍ଥାତ୍ ପ୍ରୀତି ବୁଦ୍ଧି । ବାବା କହୁଛନ୍ତି ମତେ ନିରନ୍ତର ମନେପକାଅ, ମୋର ସହଯୋଗୀ ହୁଅ । ରଚନାଙ୍କୁ ଅର୍ଥାତ୍ ପିଲାମାନଙ୍କୁ ଏକମାତ୍ର ରଚୟିତା ବାବାଙ୍କର ୟାଦ ରହିବା ଆବଶ୍ୟକ । କୌଣସି ରଚନାକୁ ୟାଦ କରିବାର ନାହିଁ । ଦୁନିଆରେ ତ କେହି ରଚୟିତାଙ୍କୁ ଜାଣିନାହାଁନ୍ତି ନା ମନେପକାଉଛନ୍ତି । ସନ୍ନ୍ୟାସୀମାନେ ତ ବ୍ରହ୍ମକୁ ୟାଦ କରିଥାନ୍ତି । ତାହା ମଧ୍ୟ ରଚନା ହୋଇଗଲା । ରଚୟିତା ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି । ଆଉ ଯାହାବି କିଛି ଜିନିଷ ଏହି ଆଖିରେ ଦେଖିୁଛ ତାହା ସବୁ ହେଲା ରଚନା । ଯିଏ ଦେଖାଯାଉ ନାହାଁନ୍ତି ସେ ହେଉଛନ୍ତି ରଚୟିତା ବାବା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ଚିତ୍ର ଅଛି ସେମାନେ ମଧ୍ୟ ରଚନା ଅଟନ୍ତି । ବାବା ଯେଉଁ ଚିତ୍ର ତିଆରି କରିବା ପାଇଁ କହିଛନ୍ତି ତା ଉପରେ ଲେଖିଦିଅ ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବ ଭଗବାନୁବାଚ । ଯଦିଓ କେହି ନିଜକୁ ଭଗବାନ କହୁଛନ୍ତି କିନ୍ତୁ ପରମପିତା କହିପାରିବେ ନାହିଁ । ତୁମର ବୁଦ୍ଧିଯୋଗ ଶିବବାବାଙ୍କ ସହିତ ରହିଛି । ଶରୀର ସହିତ ନୁହେଁ । ବାବା ବୁଝାଇଛନ୍ତି ନିଜକୁ ଅଶରୀରୀ ଆତ୍ମା ଭାବି ମତେ ମନେପକାଅ । ପ୍ରୀତି ଏବଂ ବିପରୀତ ବୁଦ୍ଧି ସବୁ ନିର୍ଭର କରୁଛି ସେବା ଉପରେ । ଅଧିକ ସ୍ନେହ ଥିବ ତ ବାବାଙ୍କ ସେବା ମଧ୍ୟ ଭଲ କରିବେ, ତେବେ ବିଜୟୀ କୁହାଯିବ । ପ୍ରୀତି ନାହିଁ ତ ସେବା ମଧ୍ୟ ହେବନାହିଁ । ପୁଣି ପଦ ମଧ୍ୟ କମ୍ ମିଳିବ । କମ୍ ପଦକୁ କୁହାଯିବ ଉଚ୍ଚ ପଦରୁ ବିନାଶ । ଏମିତି ତ ବିନାଶ ସମସ୍ତଙ୍କର ହେଉଛି, କିନ୍ତୁ ଏହା ଖାସ୍ ପ୍ରୀତି ଏବଂ ବିପରୀତ ବୁଦ୍ଧିର କଥା । ରଚୟିତା ବାବା ତ ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ଶିବ ପରମାତ୍ମାୟ ନମଃ କୁହାଯାଏ । ଶିବଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି । ଶଙ୍କର ଜୟନ୍ତୀ କେବେ ଶୁଣିନାହୁଁ । ପ୍ରଜାପିତା ବ୍ରହ୍ମାଙ୍କର ନାମ ମଧ୍ୟ ପ୍ରସିଦ୍ଧ ରହିଛି । ବିଷ୍ଣୁଙ୍କର ଜୟନ୍ତୀ ପାଳନ କରିନଥାନ୍ତି । କୃଷ୍ଣଙ୍କର କରିଥାନ୍ତି । ଏହା ମଧ୍ୟ କାହାକୁ ଜଣାନାହିଁ କୃଷ୍ଣ ଏବଂ ବିଷ୍ଣୁଙ୍କ ମଧ୍ୟରେ କଣ ଅନ୍ତର । ମନୁଷ୍ୟମାନଙ୍କର ବିନାଶକାଳେ ବିପରୀତ ବୁଦ୍ଧି ଅଟେ । ତେଣୁ ତୁମମାନଙ୍କ ମଧ୍ୟରେ ବି ପ୍ରୀତି ଏବଂ ବିପରିତ ବୁଦ୍ଧି ଅଛନ୍ତି । ବାବା କହୁଛନ୍ତି ତୁମର ଏହି ରୁହାନୀ ଧନ୍ଦା ତ ବହୁତ ଭଲ । ସକାଳେ ଓ ସନ୍ଧ୍ୟାରେ ଏହି ସେବାରେ ଲାଗିଯାଅ । ସନ୍ଧ୍ୟା ୬ରୁ ୭ଟା ସମୟ ଭଲ ଥାଏ । ସତ୍ସଙ୍ଗ ମଧ୍ୟ ସନ୍ଧ୍ୟା ଓ ସକାଳେ କରିଥାନ୍ତି । ରାତିରେ ତ ବାୟୁମଣ୍ଡଳ ଖରାପ ହୋଇଥାଏ । ରାତିରେ ଆତ୍ମା ନିଜେ ଶାନ୍ତି ଅବସ୍ଥାକୁ ଚାଲିଯାଉଛି ଯାହାକୁ ନିଦ୍ରା କୁହାଯାଉଛି । ପୁଣି ସକାଳୁ ଜାଗୃତ ହେଉଛି । କହିଥାନ୍ତି ମଧ୍ୟ ମନ, ପ୍ରଭାତରେ ରାମଙ୍କୁ ସ୍ମରଣ କର । ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି ମୋତେ ମନେ ପକାଅ । ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିବା ପରେ ତ କହିବେ କି ମୋତେ ମନେପକାଅ ତେବେ ବିକର୍ମ ବିନାଶ ହେବ । ତୁମେ ପିଲାମାନେ ଜାଣୁଛ ଆମେ କେତେ ବାବାଙ୍କୁ ମନେ ପକାଉଛୁ ଏବଂ ରୁହାନୀ ସେବା କରୁଛୁ । ସମସ୍ତଙ୍କୁ ଏହି ପରିଚୟ ଦେବାକୁ ହେବ - ନିଜକୁ ଆତ୍ମାଭାବି ବାବାଙ୍କୁ ୟାଦ କର ତେବେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଆତ୍ମାରୁ ଖାଦ ବାହାରି ଯିବ । ପ୍ରୀତି ବୁଦ୍ଧିର ମଧ୍ୟ ଶତକଡ଼ା ରହିଛି । ଯଦି ବାବାଙ୍କ ସହ ପ୍ରୀତି ନାହିଁ ତେବେ ନିଶ୍ଚୟ ନିଜର ଦେହ ସହିତ ବା ମିତ୍ର ସମ୍ବନ୍ଧୀମାନଙ୍କ ସହିତ ପ୍ରୀତି ଅଛି । ବାବାଙ୍କ ସହ ପ୍ରୀତି ଅଛି ତ ସେବାରେ ଲାଗିଯିବେ । ବାବାଙ୍କ ସହ ପ୍ରୀତି ନାହିଁ ତ ସେବାରେ ମଧ୍ୟ କରିବେ ନାହିଁ । କାହାକୁ କେବଳ ବାବା ଏବଂ ବାଦଶାହୀ ବିଷୟରେ ବୁଝାଇବା ତ ବହୁତ ସହଜ । ହେ ଭଗବାନ ହେ ପରମାତ୍ମା କହି ୟାଦ କରୁଛନ୍ତି କିନ୍ତୁ ତାଙ୍କୁ ଆଦୌ ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି ପ୍ରତ୍ୟେକ ଚିତ୍ର ଉପରେ ପରମପିତା ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ ନିଶ୍ଚିତ ଲେଖିଦିଅ ତେବେ କେହି କିଛି କହି ପାରିବେ ନାହିଁ । ଏବେ ତୁମେ ପିଲାମାନେ ତ ନିଜର କଲମୀ ଲଗାଉଛ । ସମସ୍ତଙ୍କୁ ରାସ୍ତା ଦେଖାଅ ତେବେ ବାବାଙ୍କ ଠାରୁ ଆସି ବର୍ସା ନେବେ । ବାବାଙ୍କୁ ଜାଣି ନାହାଁନ୍ତି ତେଣୁ ପ୍ରୀତ ବୁଦ୍ଧି ନୁହଁନ୍ତି । ପାପ ବଢି ବଢି ଏକଦମ୍ ତମୋପ୍ରଧାନ ହୋଇଯାଇଛନ୍ତି । ବାବାଙ୍କ ସହ ପ୍ରୀତି ତାଙ୍କର ହେବ ଯିଏ ବହୁତ ୟାଦ କରିବେ । ତାଙ୍କର ହିଁ ସୁବର୍ଣ୍ଣ ଯୁଗୀ ବୁଦ୍ଧି ହେବ । ଯଦି ଅନ୍ୟଆଡ଼େ ବୁଦ୍ଧି ଦୌଡ଼ୁଛି ତେବେ ତମୋପ୍ରଧାନ ହିଁ ରହିଯିବେ । ଯଦିଓ ସମ୍ମୁଖରେ ବସିଛନ୍ତି ତଥାପି ମଧ୍ୟ ପ୍ରୀତି ବୁଦ୍ଧି କୁହାଯିବ ନାହିଁ । କାହିଁକିନା ୟାଦ ହିଁ କରୁ ନାହାଁନ୍ତି । ପ୍ରୀତି ବୁଦ୍ଧିର ଲକ୍ଷଣ ହେଲା ୟାଦ । ସେମାନେ ଧାରଣ କରିବେ ଏବଂ ଅନ୍ୟ ପ୍ରତି ମଧ୍ୟ ଦୟା କରିବେ କି ତୁମେ ବାବାଙ୍କୁ ମନେ ପକାଅ ତେବେ ପାବନ ହୋଇଯିବ । ଏହି କଥା କାହାକୁ ବୁଝାଇବା ତ ବହୁତ ସହଜ । ବାବା ସ୍ୱର୍ଗର ବାଦଶାହୀର ବର୍ସା ପିଲାମାନଙ୍କୁ ହିଁ ଦେଉଛନ୍ତି । ନିଶ୍ଚିତ ଶିବବାବା ଆସିଥିଲେ ତେଣୁ ତ ଶିବ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି । କୃଷ୍ଣ, ରାମ ଆଦି ସମସ୍ତେ ଜନ୍ମ ନେଇ ଯାଇଛନ୍ତି ତେଣୁ ତ ପାଳନ କରି ଆସୁଛନ୍ତି । ଶିବବାବାଙ୍କୁ ମଧ୍ୟ ମନେ ପକାଉଛନ୍ତି କାହିଁକିନା ସେ ଆସି ପିଲାମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛନ୍ତି । ନୂଆ କେହି ଏ କଥାକୁ ବୁଝିପାରିବେ ନାହିଁ । ଭଗବାନ କିପରି ଆସି ସମ୍ପତ୍ତି ଦେଉଛନ୍ତି । ବିଲ୍କୁଲ୍ ପଥର ବୁଦ୍ଧି ହୋଇଯାଇଛନ୍ତି । ୟାଦ କରିବାର ବୁଦ୍ଧି ହିଁ ନାହିଁ । ବାବା ନିଜେ କହୁଛନ୍ତି ତୁମେ ଅଧାକଳ୍ପର ପ୍ରେମିକା ଅଟ । ଏବେ ମୁଁ ଆସିଛି । ଭକ୍ତି ମାର୍ଗରେ ତୁମେ କେତେ ଧକ୍କା ଖାଉଛ । କିନ୍ତୁ ଭଗବାନ ତ କାହାକୁ ମିଳି ନାହାଁନ୍ତି । ଏବେ ତୁମେ ପିଲାମାନେ ବୁଝୁଛ ବାବା ଭାରତରେ ଆସି ମୁକ୍ତି ଜୀବନ ମୁକ୍ତିର ରାସ୍ତା ବତାଇଥିଲେ, କୃଷ୍ଣ ତ ଏହି ରାସ୍ତା ବତାଉ ନାହାଁନ୍ତି । ଭଗବାନଙ୍କ ସହ ପ୍ରୀତି କିପରି ଜୋଡ଼ି ହେବ ତାହା ଭାରତବାସୀଙ୍କୁ ବାବା ଆସି ଶିଖାଉଛନ୍ତି । ଆସୁଛନ୍ତି ମଧ୍ୟ ଭାରତକୁ । ସେଥିପାଇଁ ଭାରତରେ ଶିବ ଜୟନ୍ତୀ ପାଳନ କରୁଛନ୍ତି । ତୁମେ ପିଲାମାନେ ଜାଣୁଛ ସର୍ବୋଚ୍ଚ ହେଉଛନ୍ତି ଭଗବାନ ତାଙ୍କର ନାମ ଶିବ ତେଣୁ ତୁମେ ଲେଖୁଛ ଶିବଜୟନ୍ତୀ ହିଁ ହୀରାତୁଲ୍ୟ ଅଟେ । ବାକି ସମସ୍ତଙ୍କର ଜୟନ୍ତୀ କଉଡି ତୁଲ୍ୟ ଅଟେ । ଏପରି ଲେଖିଲେ ବିଗିଡି ଯିବେ ତେଣୁ ପ୍ରତ୍ୟେକ ଚିତ୍ରରେ ଯଦି ଶିବଭଗବାନୁଉବାଚ ଲେଖା ରହିବ ତେବେ ତୁମେ ସୁରକ୍ଷିତ ରହିବ । କେହି କେହି ପିଲାମାନେ ମଧ୍ୟ ପୁରା ବୁଝି ନାହାଁନ୍ତି, ତେଣୁ ଅସନ୍ତୁଷ୍ଟ ହୋଇଯାଉଛନ୍ତି । ମାୟାର ଗ୍ରହଚାରୀ ବୁଦ୍ଧି ଉପରେ ହିଁ ପ୍ରଥମେ ପ୍ରଭାବ ପକାଇଥାଏ । ବାବାଙ୍କଠାରୁ ହିଁ ବୁଦ୍ଧିଯୋଗ ହଟାଇ ଦେଇଥାଏ, ଏହାଦ୍ୱାରା ଏକଦମ୍ ଉପରୁ ତଳକୁ ଖସିଯାଉଛନ୍ତି ଅର୍ଥାତ୍ ସ୍ଥିତି ହରାଇଥାଆନ୍ତି । ଦେହଧାରୀମାନଙ୍କ ପାଖରେ ବୁଦ୍ଧିଯୋଗ ଅଟକି ଯାଉଛି ତେବେ ବାବାଙ୍କଠାରୁ ବିପରୀତ ବୁଦ୍ଧି ହେଲା ନା । ତୁମକୁ ପ୍ରୀତି ରଖିବାକୁ ହେବ ଏକମାତ୍ର ବିଚିତ୍ର ବିଦେହୀ ବାବାଙ୍କ ସହ । ଦେହଧାରୀଙ୍କ ସହିତ ପ୍ରୀତି ରଖିବା କ୍ଷତିକାରକ ଅଟେ । ବୁଦ୍ଧି ଉପରୁ ବାବାଙ୍କଠାରୁ ହଟିଲେ ଏକଦମ୍ ତଳକୁ ଖସି ଯାଉଛନ୍ତି । ଯଦିଓ ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ଼୍ରାମା ଅଟେ ତଥାପି ମଧ୍ୟ ବାବା ତ ବୁଝାଇବେ ନା । ବିପରୀତ ବୁଦ୍ଧିଯୁକ୍ତ ଆତ୍ମାଙ୍କ ଠାରୁ ତ ଯେପରି ନାମ ରୂପରେ ଦୁର୍ଗନ୍ଧ ଆସିଥାଏ । ନଚେତ୍ ସେବାରେ ଆଗେଇ ଆସିବା ଦରକାର । ବାବା ତ କାଲି ମଧ୍ୟ ଭଲ ଭାବରେ ବୁଝାଇଛନ୍ତି ମୁଖ୍ୟକଥା ହେଉଛି ଗୀତାର ଭଗବାନ କିଏ ? ଏଥିରେ ହିଁ ତୁମର ବିଜୟ ହେବ । ତୁମେ ପଚାରୁଛ ଗୀତାର ଭଗବାନ ଶିବ ନା ଶ୍ରୀକୃଷ୍ଣ ? ସୁଖ ଦାତା କିଏ ? ସୁଖ ଦାତା ତ ଶିବ ଅଟନ୍ତି ତେଣୁ ତାଙ୍କୁ ଭୋଟ ଅର୍ଥାତ୍ ସମର୍ଥନ ଦେବା ଉଚିତ୍ । ତାଙ୍କର ହିଁ ସବୁ ମହିମା । ଏବେ ଭୋଟ ଦିଅ, ଗୀତାର ଭଗବାନ କିଏ ? ଶିବଙ୍କୁ ଭୋଟ ଦେଲାବାଲାଙ୍କୁ କୁହାଯିବ ପ୍ରୀତି ବୁଦ୍ଧି । ଏହା ତ ବହୁତ ବଡ଼ ଇଲେକ୍ସନ୍ ଅର୍ଥାତ୍ ନିର୍ବାଚନ ଅଟେ । ଏହି ସବୁ ଯୁକ୍ତି ତାଙ୍କରି ବୁଦ୍ଧିରେ ଆସିବ ଯିଏ ସାରାଦିନ ବିଚାର ସାଗର ମନ୍ଥନ କରୁଥିବେ । କେହି କେହି ପିଲା ମଝି ମଝିରେ ରୁଷି ଯାଉଛନ୍ତି । ଏବେ ଦେଖ ତ ପ୍ରୀତି ଅଛି, ଏବେ ଦେଖତ ପ୍ରୀତି ତୁଟିଯାଇଛି । ରୁଷି ଯାଉଛନ୍ତି । କୌଣସି କାରଣରୁ ବିଗିଡ଼ିଗଲେ ତ ତାପରେ କେବେ ୟାଦ ମଧ୍ୟ କରିବେ ନାହିଁ । ଚିଠି ମଧ୍ୟ ଲେଖିବେ ନାହିଁ । ଅର୍ଥାତ୍ ପ୍ରୀତି ନାହିଁ । ତେଣୁ ବାବା ମଧ୍ୟ ୬/୮ ମାସ ଚିଠି ଲେଖିବେ ନାହିଁ । ବାବା ତ କାଳର କାଳ ମଧ୍ୟ ଅଟନ୍ତି ଏବଂ ସାଥିରେ ଧର୍ମରାଜ ମଧ୍ୟ ଅଛନ୍ତି । ବାବାଙ୍କୁ ୟାଦ କରିବାକୁ ଫୁର୍ସତ ନାହିଁ ତ ତୁମେ କଣ ପଦ ପାଇବ । ପଦ ଭ୍ରଷ୍ଟ ହୋଇଯିବ । ଆରମ୍ଭରେ ବାବା ବଡ଼ ଯୁକ୍ତିର ସହ ପଦ ବତାଇଦେଇ ଥିଲେ । ଏବେ କଣ ସେମାନେ ଅଛନ୍ତି । ଏବେ ତ ପୁନର୍ବାର ମାଳା ତିଆରି ହେଉଛି । ସେବାଧାରୀମାନଙ୍କର ତ ବାବା ମହିମା କରିବେ । ଯିଏ ନିଜେ ବାଦଶାହ ହେଉଛନ୍ତି ସେ କହିବେ ମୋର ସାଙ୍ଗସାଥି ବି ବାଦଶାହ ହୁଅନ୍ତୁ । ଇଏ ମଧ୍ୟ ମୋ ଭଳି ରାଜ୍ୟ କରନ୍ତୁ । ରାଜାଙ୍କୁ ଅନ୍ନଦାତା, ମାତାପିତା କହିଥାଆନ୍ତି । ଏବେ ମାତା ତ ହେଲେ ଜଗଦମ୍ବା ତାଙ୍କ ଦ୍ୱାରା ତୁମକୁ ଅଥାହ ସୁଖ ମିଳୁଛି । ତୁମକୁ ପୁରୁଷାର୍ଥ ଦ୍ୱାରା ଉଚ୍ଚପଦ ପାଇବାର ଅଛି । ଦିନକୁ ଦିନ ତୁମକୁ ଜଣା ପଡ଼ିଯିବ କି କିଏ କିଏ କଣ ହେବ ? ସେବାଧାରୀଙ୍କୁ ବାବା ମଧ୍ୟ ମନେ ପକାଇବେ । ସେବା ହିଁ କରିବ ନାହିଁ ତ ବାବା କାହିଁକି ମନେ ପକାଇବେ । ବାବା ସେହିମାନଙ୍କୁ ମନେ ପକାଉଛନ୍ତି ଯିଏ ପ୍ରୀତି ବୁଦ୍ଧି ହୋଇଥିବେ ।

ଏହା ମଧ୍ୟ ବାବା ବୁଝାଇଛନ୍ତି ଯେ କାହା ଦ୍ୱାରା ମିଳିଥିବା ଜିନିଷ ପିନ୍ଧିଲେ ସେ ନିଶ୍ଚୟ ମନେ ପଡ଼ିବେ । ବାବାଙ୍କ ଭଣ୍ଡାରରୁ ନେଲେ ଶିବବାବା ହିଁ ମନେ ପଡ଼ିବେ । ବ୍ରହ୍ମାବାବା ନିଜ ଅନୁଭବ କହୁଛନ୍ତି । ନିଶ୍ଚୟ ମନେ ପଡ଼ିବ ତେଣୁ କାହା ଦ୍ୱାରା ମିଳିଥିବା ଜିନିଷ ରଖିବା ଉଚିତ୍ ନୁହେଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏକମାତ୍ର ବିଦେହୀ ଏବଂ ବିଚିତ୍ର ବାବାଙ୍କ ସହିତ ଆନ୍ତରିକ ଏବଂ ସଚ୍ଚା ପ୍ରୀତି ଅର୍ଥାତ୍ ସ୍ନେହ ରଖିବାକୁ ହେବ । ସଦା ଧ୍ୟାନ ରହୁ ଯେ ମାୟାରୂପୀ କାଳଗ୍ରହ କେବେ ବି ବୁଦ୍ଧି ଉପରେ ଆକ୍ରମଣ ନ କରୁ ।

(୨) କେବେ ବି ବାବାଙ୍କ ଉପରେ ଋୁଷିବାର ନାହିଁ । ଯୋଗ୍ୟ ସେବାଧାରୀ ହୋଇ ନିଜର ଭବିଷ୍ୟତକୁ ଶ୍ରେଷ୍ଠ ରୂପରେ ଗଢିବାର ଅଛି । କାହାଠାରୁ ମିଳିଥିବା କୌଣସି ଜିନିଷ ନିଜ ପାଖରେ ରଖିବାର ନାହିଁ ।

ବରଦାନ:-
ସର୍ବଦା ସ୍ନେହୀ ହୋଇ ମାୟା ଏବଂ ପ୍ରକୃତିକୁ ଦାସୀ କରି ମେହନତ ବା ମୁଶକିଲ୍ ଠାରୁ ମୁକ୍ତ ହୁଅ ।

ଯେଉଁ ପିଲାମାନେ ସର୍ବଦା ସ୍ନେହୀ ଅଟନ୍ତି ସେମାନେ ଲବଲୀନ ସ୍ଥିତିରେ ରହୁଥିବା କାରଣରୁ ସବୁ ପ୍ରକାରର ମେହନତ ଏବଂ ମୁଶକିଲ୍ ଠାରୁ ସର୍ବଦା ମୁକ୍ତ ରହିଥାନ୍ତି ସେମାନଙ୍କ ନିକଟରେ ପ୍ରକୃତି ଏବଂ ମାୟା ଉଭୟ ଏବେଠାରୁ ଦାସୀ ହୋଇଯାଆନ୍ତି ଅର୍ଥାତ୍ ସଦା ସ୍ନେହୀ ଆତ୍ମା ସେମାନଙ୍କର ମାଲିକ ହୋଇଯାଆନ୍ତି ତେଣୁ ପ୍ରକୃତି ବା ମାୟାର ଏତେ ସାହାସ ନାହିଁ ଯାହାକି ସଦା ସ୍ନେହୀ ଆତ୍ମାର ସମୟ ବା ସଂକଳ୍ପକୁ ନିଜ ଆଡକୁ ଲଗାଇବ । ସେମାନଙ୍କର ପ୍ରତ୍ୟେକ ସମୟ ଏବଂ ପ୍ରତ୍ୟେକ ସଂକଳ୍ପ ବାବାଙ୍କର ସ୍ମୃତି ଏବଂ ବାବାଙ୍କର ସେବା ପ୍ରତି ହିଁ ଉଦ୍ଦିଷ୍ଟ ଏବଂ ସ୍ନେହୀ ଆତ୍ମାମାନଙ୍କ ପାଇଁ ହିଁ ଗାୟନ ରହୁଛି ଯେ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ ବା ବାବା ହିଁ ସଂସାର ଅଟନ୍ତି । ସେମାନେ ସଂକଳ୍ପରେ ମଧ୍ୟ ଅଧୀନ ହୋଇପାରିବେ ନାହିଁ ।

ସ୍ଲୋଗାନ:-
ଜ୍ଞାନବାନ ଆତ୍ମା ହୁଅ ତେବେ ସମସ୍ୟା ଗୁଡିକ ମଧ୍ୟ ମନୋରଞ୍ଜନର ଖେଳ ଭଳି ଅନୁଭବ ହେବ ।