17.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ବାବାଙ୍କ ସ୍ମୃତିରେ ରହି ନିଜର ବିକର୍ମଗୁଡିକର ପ୍ରାୟଶ୍ଚିତ କର, ତେବେ ତୁମେ ବିକର୍ମାଜିତ୍
ହୋଇଯିବ, ସବୁ ପୁରୁଣା ହିସାବ, କିତାବ ଚୁକ୍ତ ହୋଇଯିବ ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କ ଦ୍ୱାରା ପ୍ରତ୍ୟେକ କଥାକୁ ତ୍ୟାଗ କରିବା ସହଜ ହୋଇଯାଇଥାଏ?
ଉତ୍ତର:-
ଯେଉଁ ପିଲାମାନଙ୍କର ଆନ୍ତରିକ ବୈରାଗ୍ୟ ଆସିଥାଏ - ସେମାନେ ପ୍ରତ୍ୟେକ କଥାର ତ୍ୟାଗ ସହଜରେ ହିଁ
କରିଦେଇଥାନ୍ତି, ତୁମ ପିଲାମାନଙ୍କ ଭିତରେ ଏବେ ଏହି ଇଚ୍ଛାଗୁଡିକ ରହିବା ଉଚିତ୍ ନୁହେଁ ଯେ ଏଇଟା
ପିନ୍ଧିବି, ଏଇଟା ଖାଇବି, ଏଇଟା କରିବି... ଦେହ ସହିତ ସାରା ପୁରୁଣା ଦୁନିଆର ହିଁ ତ୍ୟାଗ କରିବାକୁ
ହେବ । ବାବା ଆସିଛନ୍ତି ତୁମ ହାତରେ ସ୍ୱର୍ଗର ଉପହାର ଦେବା ପାଇଁ ତେଣୁ ଏହି ପୁରୁଣା ଦୁନିଆରୁ
ତୁମର ବୁଦ୍ଧିଯୋଗ ହଟିଯିବା ଉଚିତ୍ ।
ଗୀତ:
ମାତା ଓ ମାତା....
ଓମ୍ ଶାନ୍ତି ।
ପିଲାମାନେ ନିଜ
ମାଆଙ୍କର ମହିଁମା ଶୁଣିଲେ । ସନ୍ତାନ ତ ବହୁତ ଅଛନ୍ତି ବୁଝାଯାଏ ଯେ ଯଦି ପିତା ଅଛନ୍ତି ତେବେ
ନିଶ୍ଚିତ ମାତା ମଧ୍ୟ ଅଛନ୍ତି । ରଚନା କରିବା ପାଇଁ ମାତା ରହିବା ଉଚିତ୍ । ଭାରତରେ ମାତାମାନଙ୍କ
ପାଇଁ ବହୁତ ମହିଁମା ଗାୟନ କରାଯାଇଥାଏ । ଜଗତଅମ୍ବାଙ୍କର ବହୁତ ବଡ ମେଳା ଲାଗିଥାଏ, କୌଣସି ନା
କୌଣସି ପ୍ରକାରରେ ମାଆଙ୍କର ପୂଜା ହୋଇଥାଏ । ପିତାଙ୍କର ମଧ୍ୟ ହେଉଥିବ । ଇଏ ଜଗତଅମ୍ବା ଅଟନ୍ତି ତ
ସିଏ ଜଗତପିତା ଅଟନ୍ତି । ଜଗତଅମ୍ବା ମଧ୍ୟ ସାକାରରେ ଅଛନ୍ତି ଏବଂ ଜଗତପିତା ମଧ୍ୟ ସାକାରରେ ଅଛନ୍ତି
। ଏହି ଦୁଇଜଣଙ୍କୁ ରଚୟିତା ବୋଲି ହିଁ କହିବା । ଏଠାରେ ତ ସାକାର ଅଛନ୍ତି ନା । ନିରାକାରଙ୍କୁ
ହିଁ ଈଶ୍ୱର ପିତା ବୋଲି କୁହାଯାଏ । ମାତା ପିତାଙ୍କର ରହସ୍ୟ ତ ବୁଝାଯାଇଛି । ଛୋଟ ମାଆ ଏବଂ ବଡ
ମାଆ ମଧ୍ୟ ଅଛନ୍ତି । ମହିମା ଛୋଟ ମାଆଙ୍କର ରହିଛି । ଯଦିଓ ବ୍ରହ୍ମାବାବା ପୋଷ୍ୟ କରୁଛନ୍ତି,
ମାଆଙ୍କୁ (ଜଗଦମ୍ବାଙ୍କୁ) ମଧ୍ୟ ପୋଷ୍ୟ କରିଛନ୍ତି, ତେଣୁ ଇଏ (ବ୍ରହ୍ମା) ବଡ ମାଆ ହୋଇଗଲେ ।
କିନ୍ତୁ ଛୋଟ ମାଆଙ୍କର ସମସ୍ତ ମହିମା ରହିଛି ।
ଏକଥା ମଧ୍ୟ ପିଲାମାନେ
ଜାଣିଛନ୍ତି ଯେ ପ୍ରତ୍ୟେକଙ୍କୁ ନିଜର କର୍ମଭୋଗର ହିସାବ-କିତାବ ଚୁକ୍ତ କରିବାକୁ ହେବ କାହିଁକି ନା
ସମସ୍ତେ ବିକର୍ମାଜିତ୍ ଥିଲେ ପୁଣି ରାବଣ ବିକର୍ମୀ କରିଦେଇଛି । ବିକର୍ମ ସଂବତ ବି ଅଛି ତ
ବିକର୍ମାଜିତ୍ ସଂବତ ମଧ୍ୟ ରହିଛି । ପ୍ରଥମ ଅଧାକଳ୍ପ ବିକର୍ମାଜିତ୍ ବୋଲି କହିବା ପୁଣି ତା’ପରେ
ଅଧାକଳ୍ପ ବିକର୍ମ ସଂବତ ଆରମ୍ଭ ହୋଇଥାଏ । ଏବେ ତୁମେମାନେ ବିକର୍ମ ଉପରେ ବିଜୟୀ ହୋଇ ବିକର୍ମାଜିତ୍
ହେଉଛ । ଯେଉଁ ପାପ ରହିଛି ତାକୁ ଯୋଗବଳ ଦ୍ୱାରା ପ୍ରାୟଶ୍ଚିତ କରୁଛ । ବାବାଙ୍କ ସ୍ମୃତିରେ ରହିବା
ଦ୍ୱାରା ହିଁ ପ୍ରାୟଶ୍ଚିତ ହୋଇଥାଏ । ଯାହାକି ବାବା ବୁଝାଉଛନ୍ତି ଯେ ପିଲାମାନେ ମୋତେ ମନେ ପକାଅ
ତେବେ ପାପଗୁଡିକର ପ୍ରାୟଶ୍ଚିତ ହୋଇଯିବ ଅର୍ଥାତ୍ ପାପ କଟିଯିବ । ମୁଣ୍ଡ ଉପରେ ଜନ୍ମ-ଜନ୍ମାନ୍ତରର
ପାପର ବୋଝ ବହୁତ ରହିଛି । ବୁଝାଯାଇଛି ଯେ ଯିଏ ନମ୍ବରୱାନ ପୁଣ୍ୟ ଆତ୍ମା ହେଉଛି ସିଏ ପୁଣି
ନମ୍ବରୱାନ ପାପ ଆତ୍ମା ମଧ୍ୟ ହେଉଛି । ସେମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ କାହିଁକି ନା
ଶିକ୍ଷକ ହେଉଛନ୍ତି ଶିଖାଇବା ପାଇଁ ତେବେ ନିଶ୍ଚିତ ପରିଶ୍ରମ କରିବାକୁ ପଡିବ । ବେମାରୀ ଆଦି ହେଲେ
ଏହାକୁ ନିଜର କର୍ମର ଫଳ ବୋଲି କୁହାଯାଏ । ଅନେକ ଜନ୍ମ ଧରି ବିକର୍ମ କରିଆସିଛ, ଏହି କାରଣରୁ
ଭୋଗିବାକୁ ପଡୁଛି ସେଥିପାଇଁ କେବେ ବି ଏଥି ପ୍ରତି ଭୟ କର ନାହିଁ । ଖୁସି ଖୁସିରେ ପାର କରିବାକୁ
ହେବ କାହିଁକି ନା ଏହା ନିଜେ କରିଥିବା କର୍ମର ହିସାବ-କିତାବ ଅଟେ । ଏକମାତ୍ର ବାବାଙ୍କ ସ୍ମୃତି
ଦ୍ୱାରା ପ୍ରାୟଶ୍ଚିତ ହେବାର ହିଁ ଅଛି । ବଞ୍ଚିଥିବା ପର୍ଯ୍ୟନ୍ତ ତୁମ ପିଲାମାନଙ୍କୁ ଜ୍ଞାନ ଅମୃତ
ପିଇବାକୁ ହେବ । ଯୋଗରେ ରହିବାକୁ ହେବ, ବିକର୍ମ ଅଛି ତେବେ ତ କାଶ ଆଦି ହୋଇଥାଏ । ଖୁସି ଲାଗିଥାଏ,
ଏଠାରେ ହିଁ ସବୁ ହିସାବ-କିତାବ ଚୁକ୍ତ ହୋଇଯାଉଛି, ଯଦି ରହିଯିବ ତେବେ ସମ୍ମାନର ସହିତ ପାସ୍
ହୋଇପାରିବ ନାହିଁ । ଦଣ୍ଡ ଭୋଗ କରି ଯଦି ପଦ ମିଳିଲା ତେବେ ବି ସମ୍ମାନହାନି ହେଲା ନା । ଅନେକ
ପ୍ରକାରର ଦୁଃଖକୁ ଭୋଗିବାକୁ ହୋଇଥାଏ । ଏଠାରେ ଅନେକ ପ୍ରକାର ଦୁଃଖ ରହିଛି ଯାହାର ପାରାବାର ନାହିଁ
। ସେଠାରେ ସୁଖର ପାରବାର ନାହିଁ । ତା’ର ନାମ ହିଁ ହେଲା ସ୍ୱର୍ଗ । ଖ୍ରୀଷ୍ଟିୟାନ ଲୋକେ ହେଭେନ୍
(ସ୍ୱର୍ଗ) ବୋଲି କହିଥାନ୍ତି । ହେଭେନଲୀ ଗଡ୍ ଫାଦର (ସ୍ୱର୍ଗୀୟ ଈଶ୍ୱର ପିତା) ହେଭେନ୍ ସ୍ଥାପନ
କରୁଛନ୍ତି, ଏହି କଥାକୁ ତୁମେ ହିଁ ଜାଣୁଛ । ନିବୃତ୍ତି ମାର୍ଗ ସନ୍ନ୍ୟାସୀ ତ କହିଦେଉଛନ୍ତି ଯେ
ସଂସାରର ସୁଖ ସବୁ କାଗ ବିଷ୍ଠା ସମାନ । ଏହି ଦୁନିଆରେ ବାସ୍ତବରେ ଏହିପରି ଅଟେ । ଯଦିଓ କିଏ କେତେ
ସୁଖରେ ଥାନ୍ତୁ କିନ୍ତୁ ତାହା ଅଳ୍ପକାଳର ସୁଖ । ସ୍ଥାୟୀ ସୁଖ ତ ବିଲକୁଲ୍ ନାହିଁ । ଅଚାନକ
ବିପଦମାନ ଆସିଯାଉଛି, ହୃଦଘାତ ହୋଇଯାଉଛି । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟରେ ଯାଇ ପ୍ରବେଶ କରୁଛି
ତେବେ ଶରୀର ସ୍ୱତଃ ମାଟି ହୋଇଯାଉଛି । ଜୀବଜନ୍ତୁଙ୍କର ଶରୀର ତଥାପି କାମରେ ଲାଗିଥାଏ କିନ୍ତୁ
ମନୁଷ୍ୟମାନଙ୍କର କୌଣସି କାମରେ ଲାଗିନଥାଏ । ତମୋପ୍ରଧାନ ପତିତ ଶରୀର କୌଣସି କାମର ନୁହେଁ,
ମୂଲ୍ୟହୀନ ଅଟେ । ଦେବତାମାନଙ୍କର ଶରୀର ହୀରା ସଦୃଶ ଅଟେ । ତେଣୁ ଦେଖ ସେମାନଙ୍କର କେତେ ପୂଜା
ହେଉଛି । ଏହି ଜ୍ଞାନ ଏବେ ତୁମେ ପିଲାମାନଙ୍କୁ ମିଳୁଛି ।
ଇଏ ହେଉଛନ୍ତି ବେହଦର
ବାବା, ଯିଏକି ସବୁଠାରୁ ପ୍ରିୟ ଅଟନ୍ତି, ଯାହାଙ୍କୁ ପୁଣି ତୁମେ ଅଧାକଳ୍ପ ମନେ ପକାଇ ଆସିଛ ।
ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି - ସେହିମାନେ ହିଁ ବାବାଙ୍କଠାରୁ ବର୍ସା ନେବାର ହକଦାର ହେଉଛନ୍ତି
। ସଚ୍ଚା ବ୍ରାହ୍ମଣ ବହୁତ ପବିତ୍ର ହେବା ଦରକାର । ସଚ୍ଚା ଗୀତା ପାଠକଙ୍କୁ ପବିତ୍ର ତ ରହିବାକୁ
ହିଁ ହେବ । ମିଥ୍ୟା ଗୀତା ପାଠକ ପବିତ୍ର ରହିନଥାନ୍ତି । ଗୀତାରେ ତ ଲେଖାଯାଇଛି - କାମ ବିକାର
ମହାଶତ୍ରୁ । ପୁଣି ନିଜେ ଗୀତା ଶୁଣାଇଲାବାଲା ପବିତ୍ର କେଉଁଠି ରହୁଛନ୍ତି । ଗୀତା ହେଉଛି
ସର୍ବୋଶାସ୍ତ୍ରମୟୀ ଶିରୋମଣୀ, ଯାହା ଦ୍ୱାରା ବାବା କଉଡିରୁ ହୀରାତୁଲ୍ୟ କରାଉଛନ୍ତି । ଏକଥା
ମଧ୍ୟ ତୁମେମାନେ ହିଁ ବୁଝୁଛ ଗୀତାପାଠୀମାନେ ବୁଝିପାରିବେ ନାହିଁ । ସେମାନେ ତ ଶୁଆ ସଦୃଶ
ପଢିଚାଲିଛନ୍ତି । ସମସ୍ତ ମହିଁମା ଜଣଙ୍କର ହିଁ ଅଟେ ଆଉ କୌଣସି ଜିନିଷର ମହିଁମା ନାହିଁ । ବ୍ରହ୍ମା,
ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ମହିମା ନାହିଁ । ତୁମେ ତାଙ୍କ ଆଗରେ କେତେ ବି ମୁଣ୍ଡ ନୁଆଁଅ, କେତେ
ବି ବଳି ଚଢ ତେବେ ମଧ୍ୟ ବର୍ସା ମିଳିବ ନାହିଁ । କାଶୀରେ, କାଶୀ କଲବଟ ଖାଇଥାନ୍ତି ନା । ଏବେ
ସରକାର ବନ୍ଦ କରିଦେଇଛନ୍ତି । ନଚେତ୍ ବହୁତ କାଶୀ କଲବଟ ଖାଉଥିଲେ । କୂଅରେ ଯାଇ ଡେଉଁଥିଲେ । କେହି
ଦେବୀଙ୍କ ଉପରେ ବଳି ଚଢୁଥିଲେ ତ, ଆଉ କେହି ଶିବଙ୍କ ଉପରେ । ଦେବତାମାନଙ୍କ ଉପରେ ବଳି ଚଢିଲେ
କୌଣସି ଫାଇଦା ନାହିଁ । କାଳୀଙ୍କ ଉପରେ ବଳି ଚଢିଥାନ୍ତି, କାଳୀଙ୍କୁ କେତେ କଳା କରିଦେଇଛନ୍ତି ।
ଯେଉଁମାନେ ପ୍ରଥମେ ସ୍ୱର୍ଣ୍ଣିମ ଯୁଗୀ ଥିଲେ ବର୍ତ୍ତମାନ ସେମାନେ ଲୌହଯୁଗୀ ହୋଇଯାଇଛନ୍ତି । ଅମ୍ବା
ଜଣଙ୍କୁ ହିଁ କୁହାଯାଏ । ପିତାଙ୍କୁ କେବେ ଅମ୍ବା ବୋଲି କୁହାଯାଏ ନାହିଁ । ଏକଥା କେହି ବି
ଜାଣିନାହାଁନ୍ତି ଯେ ଜଗତଅମ୍ବା ସରସ୍ୱତୀ ବ୍ରହ୍ମାଙ୍କର କନ୍ୟା ଅଟନ୍ତି । ବ୍ରହ୍ମା ନିଶ୍ଚିତ
ପ୍ରଜାପିତା ହିଁ ହୋଇଥିବେ । ସୂକ୍ଷ୍ମବତନରେ ତ ହେବେ ନାହିଁ । ଜାଣିଛନ୍ତି ମଧ୍ୟ ଯେ ସରସ୍ୱତୀ
ବ୍ରହ୍ମାଙ୍କର କନ୍ୟା ଅଟନ୍ତି । ବ୍ରହ୍ମାଙ୍କର ସ୍ତ୍ରୀ କିଏ ଏକଥା କେହି କହୁନାହାଁନ୍ତି । ବାବା
ବୁଝାଉଛନ୍ତି, ମୁଁ ଏହି ବ୍ରହ୍ମାଙ୍କ ଦ୍ୱାରା କନ୍ୟା ସରସ୍ୱତୀଙ୍କୁ ପୋଷ୍ୟ କରିଛି । କନ୍ୟା ବି
ଜାଣିଛନ୍ତି ଯେ, ବାବା ମୋତେ ପୋଷ୍ୟ କରିଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ ସିଏ ପୋଷ୍ୟ କରିଛନ୍ତି ।
ଏହା ବହୁତ ଗୁହ୍ୟ କଥା ଯାହାକି କାହାର ବି ବୁଦ୍ଧିରେ ନାହିଁ । ବାବା ତୁମମାନଙ୍କୁ ନିଜର
ସମ୍ପୂର୍ଣ୍ଣ ପରିଚୟ ଦେଉଛନ୍ତି, ତେବେ ନିଶ୍ଚିତ ସମ୍ମୁଖକୁ ଆସି ଦେବେ ନା । ପ୍ରେରଣା ଦ୍ୱାରା
କ’ଣ ଦେଇପାରିବେ । ଭଗବାନୁବାଚ ହେ ସନ୍ତାନମାନେ.... ତେବେ ନିଶ୍ଚିତ ସିଏ ସାକାରରେ ଆସିବେ ତେବେ
ତ କହିବେ ନା । ନିରାକାର ବାବା ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି, ବ୍ରହ୍ମା ପଢାଉନାହାଁନ୍ତି ।
ବ୍ରହ୍ମାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉନାହିଁ, ଏକମାତ୍ର ବାବାଙ୍କୁ ହିଁ କୁହାଯାଉଛି । ଆତ୍ମା
ଜାଣିଛି ଯେ ଏହା ଲୌକିକ ବାବା ପଢାଉନାହାଁନ୍ତି, ପାରଲୌକିକ ବାବା ବସି ପଢାଉଛନ୍ତି, ଯାହାଙ୍କ ଠାରୁ
ଆମେ ବର୍ସା ନେଉଛୁ । ବୈକୁଣ୍ଠକୁ ପରଲୋକ କୁହାଯାଏ ନାହିଁ । ତାହା ହେଉଛି ଅମରଲୋକ, ଏହା ହେଉଛି
ମୃତ୍ୟୁଲୋକ । ପରଲୋକ ଅର୍ଥାତ୍ ଯେଉଁଠି ଆମେ ଆତ୍ମାମାନେ ରହିଥାଉ । ଏହି ଦୁନିଆ ପରଲୋକ ନୁହେଁ ।
ଆମେ ଆତ୍ମାମାନେ ଏହି ଲୋକକୁ ଆସୁଛୁ । ପରଲୋକ ହେଉଛି ଆମ ଆତ୍ମାମାନଙ୍କର ଲୋକ । ତୁମେ ଏହି ଭାରତରେ
ରାଜ୍ୟ କରିଛ, ପରଲୋକରେ ନୁହେଁ । ତୁମକୁ ପରଲୋକର ରାଜା ବୋଲି କୁହାଯିବ ନାହିଁ । କଥାରେ କୁହନ୍ତି
- ଲୋକ ପରଲୋକ ଶୁଭମୟ ହେଉ । ଏହା ହେଉଛି ସ୍ଥୂଳଲୋକ ଏବଂ ପୁଣି ପରଲୋକ ନିବାସୀ ହୋଇଯାଆନ୍ତି ।
ସେହି ଭାରତ ବୈକୁଣ୍ଠ ଥିଲା ପୁଣି ମଧ୍ୟ ହେବ । ଏହା ହେଉଛି ମୃତ୍ୟୁଲୋକ । ମୃତ୍ୟୁଲୋକରେ ମନୁଷ୍ୟ
ରହିଥାନ୍ତି । କହୁଛନ୍ତି ବୈକୁଣ୍ଠ ଲୋକକୁ ଯିବୁ । ଦିଲୱାଡା ମନ୍ଦିରରେ ମଧ୍ୟ ତଳେ ତପସ୍ୟାରେ
ବସିଥିବାର ଦେଖାଇଛନ୍ତି । ଉପରେ ବୈକୁଣ୍ଠର ଚିତ୍ର ତିଆରି କରିଛନ୍ତି । ଭାବୁଛନ୍ତି ଯେ ଅମୁକ
ବୈକୁଣ୍ଠକୁ ଗଲା । କିନ୍ତୁ ବୈକୁଣ୍ଠ ତ ଏହିଠାରେ ହିଁ ହୋଇଥାଏ, ଉପରେ ନୁହେଁ । ଆଜି ଯେଉଁ ପତିତ
ଲୋକ ରହିଛି, ତାହା ପୁଣି ପାବନ ଲୋକ ହୋଇଯିବ । ପାବନ ଲୋକ ଥିଲା ଏବେ ପୁଣି ଅତୀତ ହୋଇଗଲାଣି,
ସେଥିପାଇଁ କୁହାଯାଉଛି ପରଲୋକ । ଉପରକୁ ଚାଲିଗଲେ ନା । ଭାରତ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି
ତେବେ ସ୍ୱର୍ଗ ଦୂର ହୋଇଗଲା ନା । ପୁଣି ଡ୍ରାମା ଅନୁସାରେ ବାମମାର୍ଗକୁ ଗଲେ ସ୍ୱର୍ଗ ଦୂର
ହୋଇଯାଉଛି ସେଥିପାଇଁ ପରଲୋକ କହୁଛନ୍ତି ।
ଏବେ ତୁମେ କହୁଛ ଆମେ
ଏଠାକୁ ଆସି ନୂଆ ଦୁନିଆରେ ପୁଣି ଥରେ ନିଜର ରାଜ୍ୟ ଭାଗ୍ୟ ପାଇବୁ । ପ୍ରତ୍ୟେକ ନିଜ ପାଇଁ
ପୁରୁଷାର୍ଥ କରୁଛନ୍ତି । ଯିଏ କରିବ ସିଏ ପାଇବ । ସମସ୍ତେ ତ କରିବେ ନାହିଁ । ଯିଏ ପଢିବ ଲେଖିବ
ସିଏ ବୈକୁଣ୍ଠର ନବାବ ଅର୍ଥାତ୍ ମାଲିକ ହେବ । ତୁମେ ଏହି ସୃଷ୍ଟିକୁ ସୁନାର ତିଆରି କରୁଛ ।
କହିଥାନ୍ତି ନା - ଦ୍ୱାରିକା ସୁନାର ଥିଲା ପୁଣି ସମୁଦ୍ର ତଳକୁ ଚାଲିଗଲା । ତାହା ବସି ରହି ନାହିଁ
ଯାହାକୁ ବାହାର କରିବେ । ଭାରତ ସ୍ୱର୍ଗ ଥିଲା, ଦେବତାମାନେ ରାଜ୍ୟ କରୁଥିଲେ । ଏବେ ତ କିଛି ନାହିଁ
। ପୁଣି ସବୁ କିଛି ସୁନାର ତିଆରି କରିବାକୁ ପଡିବ । ଏହିପରି ନୁହେଁ ଯେ ସେଠାରୁ ସୁନାର ମହଲ
ବାହାର କରିବା ଦ୍ୱାରା ବାହାରି ଆସିବ, ସବୁ କିଛି ତିଆରି କରିବାକୁ ହେବ । ତେଣୁ ନିଶା ରହିବା
ଦରକାର ଯେ ଆମେ ରାଜକୁମାର-ରାଜକୁମାରୀ ହେଉଛୁ । ଏହା ରାଜକୁମାର-ରାଜକୁମାରୀ ହେବାର କଲେଜ । ତାହା
ହେଉଛି ରାଜକୁମାର-ରାଜକୁମାରୀ ପାଠପଢିବାର କଲେଜ । ତୁମେ ଏବେ ରାଜତ୍ୱ ନେବା ପାଇଁ ପାଠ ପଢୁଛ ।
ସେମାନେ ପୂର୍ବ ଜନ୍ମରେ ଦାନପୁଣ୍ୟ କରିବା ଦ୍ୱାରା ରାଜା ଘରେ ଜନ୍ମ ନେଇ ରାଜକୁମାର ହୋଇଛନ୍ତି ।
ତେଣୁ ସେହି କଲେଜ କେତେ ଭଲ ହୋଇଥିବ । କେତେ ଭଲ କୋଚ୍ (ଶିକ୍ଷକ) ଆଦି ଥିବେ, ଶିକ୍ଷକଙ୍କ ପାଇଁ
ମଧ୍ୟ ଭଲ କୋଚ୍ ଥିବେ । ସତ୍ୟଯୁଗ ତ୍ରେତାରେ ଯେଉଁମାନେ ରାଜକୁମାର-ରାଜକୁମାରୀ ହେବେ ତାଙ୍କର
କଲେଜ କେତେ ଭଲ ହୋଇଥିବ । ସେମାନେ କଲେଜକୁ ତ ଯାଉଥିବେ ନା । ଭାଷା ତ ଶିଖିବେ ନା । ସେହି
ସତ୍ୟଯୁଗୀ ରାଜକୁମାର-ରାଜକୁମାରୀଙ୍କର କଲେଜ ଏବଂ ଦ୍ୱାପରର ବିକାରୀ ରାଜକୁମାର-ରାଜକୁମାରୀଙ୍କର
କଲେଜକୁ ଦେଖ ଏବଂ ତୁମେ ଯାହାକି ରାଜକୁମାର-ରାଜକୁମାରୀ ହେବାକୁ ଯାଉଛ ସେହି କଲେଜକୁ ଦେଖ, କିପରି
ସାଧାରଣ ଅଟେ । ତିନି ପାଦ ପୃଥିବୀରୁ ମଧ୍ୟ ମିଳୁନାହିଁ । ତୁମେ ଜାଣିଛ ଯେ ସେହି କଲେଜକୁ
ରାଜକୁମାରମାନେ କିପରି ଯାଇଥାନ୍ତି । ସେଠାରେ ଚାଲି-ଚାଲି ଯିବାକୁ ପଡିନଥାଏ । ମହଲରୁ ବାହାରିଲେ
ଏବଂ ଉଡାଜାହାଜ ଉଡିଲା । ସେଠାକାର କଲେଜ କେତେ ଆକର୍ଷଣୀୟ ହୋଇଥିବ । କେତେ ସୁନ୍ଦର ବଗିଚା, ମହଲ
ଆଦି ହେବ । ସେଠାକାର ପ୍ରତ୍ୟେକ ଜିନିଷ ନୂଆ, ସବୁଠାରୁ ଉଚ୍ଚ ନମ୍ବରୱାନ ହୋଇଥାଏ । ୫ ତତ୍ତ୍ୱ
ହିଁ ସତ୍ତ୍ୱପ୍ରଧାନ ହୋଇଯାଏ । ସେଠାରେ ତୁମର ସେବା କିଏ କରିବ? ଏହି ୫ ତତ୍ତ୍ୱ ତୁମ ପାଇଁ
ସବୁଠାରୁ ଭଲ ଜିନିଷ ସୃଷ୍ଟି କରିବେ । ଯଦି କେଉଁଠାରେ ଭଲ ଫଳ ଉତ୍ପାଦନ ହୋଇଥାଏ ପ୍ରଥମେ ରାଜା
ରାଣୀଙ୍କ ପାଖକୁ ଉପହାରରେ ପଠାଇଥାନ୍ତି । ଏଠାରେ ତ ତୁମର ପିତା ଶିବବାବା ହେଉଛନ୍ତି ସବୁଠାରୁ
ଉଚ୍ଚ, ତୁମେ ତାଙ୍କୁ କ’ଣ ଖୁଆଇବ! ଇଏ କୌଣସି ଜିନିଷର ଇଚ୍ଛା ରଖନ୍ତି ନାହିଁ । ଏଇଟା ପିନ୍ଧିବି,
ଏଇଟା ଖାଇବି, ଏଇଟା କରିବି... ତୁମମାନଙ୍କର ମଧ୍ୟ ଏହି ଇଚ୍ଛା ରହିବା ଉଚିତ୍ ନୁହେଁ । ଯଦି ଏଠାରେ
ଏସବୁ କଲ ତେବେ ସେଠାରେ କମ୍ ହୋଇଯିବ । ଏବେ ତ ସାରା ଦୁନିଆକୁ ତ୍ୟାଗ କରିବାକୁ ହେବ । ଦେହ ସହିତ
ସବୁ କିଛି ତ୍ୟାଗ କର । ଯେବେ ବୈରାଗ୍ୟ ଆସିଥାଏ ସବୁକିଛି ତ୍ୟାଗ ହୋଇଯାଇଥାଏ ।
ବାବା କହୁଛନ୍ତି ମୁଁ
ତୁମ ପିଲାମାନଙ୍କ ହାତରେ ସ୍ୱର୍ଗ ଦେବାକୁ ଆସିଛି । ତୁମେ ଜାଣିଛ ଯେ ବାବା ଆମର ଅଟନ୍ତି ତେବେ
ନିଶ୍ଚିତ ତାଙ୍କୁ ମନେପକାଇବାକୁ ପଡିବ । ଯେପରି କନ୍ୟାର ନିର୍ବନ୍ଧ ହୋଇଥାଏ ଅଥବା ଲଗ୍ନ ହୋଇଥାଏ
ତେବେ ସିଏ କେବେ କହିବ ନାହିଁ ଯେ ମୁଁ ସ୍ୱାମୀକୁ ମନେ ପକାଉ ନାହିଁ, କାହିଁକି ନା ସିଏ ଜୀବନ ସାଥୀ
ହୋଇଯାଇଥାଏ । ସେହିପରି ବାବା ଏବଂ ପିଲାମାନଙ୍କର ମିଳନ ହୋଇଥାଏ । କିନ୍ତୁ ମାୟା ଭୁଲାଇ ଦେଇଥାଏ
। ବାବା କହୁଛନ୍ତି ମୋତେ ଏବଂ ବର୍ସାକୁ ମନେ ପକାଅ । ଏଥିରେ ମୁକ୍ତି-ଜୀବନମୁକ୍ତି ଆସିଯାଉଛି,
ପୁଣି ତୁମେ ଏହାକୁ ଭୁଲିଯାଉଛ କାହିଁକି! ଏହା ହେଉଛି ବୁଦ୍ଧିର କାମ । ମୁଖ ଦ୍ୱାରା କିଛି କହିବାକୁ
ପଡିନଥାଏ କେବଳ ନିଶ୍ଚୟ କରିବାକୁ ହୋଇଥାଏ । ଆମେ ଜାଣିଛୁ ଯେ ଆମେ ପବିତ୍ର ଦୁନିଆର ବର୍ସା ନେବୁ
। ଏଥିରେ ବୁଝିବାର କଥା ଅଛି, କହିବାର କଥା ନାହିଁ । ଆମେ ବାବାଙ୍କର ହୋଇଛୁ । ଶିବବାବା
ପତିତମାନଙ୍କୁ ପାବନ କରୁଛନ୍ତି । କହୁଛନ୍ତି ମୋତେ ମନେ ପକାଉଥାଅ । ଏହାର ଅର୍ଥ ହେଲା ମନମନାଭବ ।
ସେମାନେ ପୁଣି କୃଷ୍ଣ ଭଗବାନୁବାଚ ଲେଖିଦେଇଛନ୍ତି । ପତିତପାବନ ତ ଜଣେ ହିଁ ଅଟନ୍ତି । ସମସ୍ତଙ୍କର
ସଦ୍ଗତି ଦାତା ଜଣେ, ତେଣୁ ଜଣଙ୍କୁ ହିଁ ମନେ ପକାଇବାକୁ ହେବ । କହୁଛନ୍ତି କେବଳ ମୋତେ ଭୁଲିବା
କାରଣରୁ ତୁମେ କେତେ ଜଣଙ୍କୁ ମନେ ପକାଉଛ । ଏବେ ତୁମେ ମୋତେ ମନେ ପକାଅ ତେବେ ବିକର୍ମାଜିତ ରାଜା
ହୋଇଯିବ । ବିକର୍ମାଜିତ୍ ରାଜା ଏବଂ ବିକ୍ରମୀ ରାଜାର ଫରକ ମଧ୍ୟ ବତାଇଲେ ନା । ସିଏ ପୂଜ୍ୟରୁ ପୁଣି
ପୂଜାରୀ ହୋଇଯାଉଛନ୍ତି । ତଳକୁ ଖସିବାକୁ ହିଁ ହେବ । ବୈଶ୍ୟବଂଶୀ ପୁଣି ଶୂଦ୍ରବଂଶୀ ହେବାକୁ ପଡିବ
। ବୈଶ୍ୟବଂଶୀ ହେବା ଅର୍ଥାତ୍ ବାମମାର୍ଗରେ ଆସିବା । ଇତିହାସ-ଭୂଗୋଳ ତ ସବୁ ବୁଦ୍ଧିରେ ଅଛି । ଏହା
ଉପରେ କାହାଣୀ ମଧ୍ୟ ବହୁତ ରହିଛି । ସେଠାରେ ମୋହର କୌଣସି କଥା ନାହିଁ । ପିଲାମାନେ ବହୁତ ମଉଜରେ
ରହିଥାନ୍ତି । ସ୍ୱତଃ ଭଲ ଭାବରେ ଲାଳନ ପାଳନ ହୋଇଥାନ୍ତି । ଦାସ ଦାସୀମାନେ ତ ରହିଥାନ୍ତି । ତେଣୁ
ନିଜର ଭାଗ୍ୟକୁ ଦେଖ ଯେ ଆମେ ଏପରି କଲେଜରେ ବସିଛୁ ଯାହାକି ଆମେ ଭବିଷ୍ୟତରେ ରାଜକୁମାର-ରାଜକୁମାରୀ
ହେଉଛୁ । ଫରକ ତ ଜାଣିଛ ନା । ସେମାନେ କଳିଯୁଗୀ ରାଜକୁମାର ରାଜକୁମାରୀ, ଏମାନେ ହେଲେ ସତ୍ୟଯୁଗୀ
ରାଜକୁମାର-ରାଜକୁମାରୀ.... ସେମାନେ ମହାରାଣୀ ମହାରାଜା, ଏମାନେ ରାଜା-ରାଣୀ । ବହୁତଙ୍କର ନାମ
ଲକ୍ଷ୍ମୀ-ନାରାୟଣ, ରାଧା-କୃଷ୍ଣ ରଖିଛନ୍ତି । ପୁଣି ସେମାନେ ସେହି ଲକ୍ଷ୍ମୀ-ନାରାୟଣ ଏବଂ
ରାଧାକୃଷ୍ଣଙ୍କର ପୂଜା କାହିଁକି କରୁଛନ୍ତି! ନାମ ତ ଗୋଟିଏ ନା । ହଁ ସିଏ ସ୍ୱର୍ଗର ମାଲିକ ଥିଲେ
। ଏବେ ତୁମେ ଜାଣୁଛ ଯେ ଏହି ଜ୍ଞାନ, କୌଣସି ଶାସ୍ତ୍ରରେ ନାହିଁ । ଏବେ ତୁମେ ବୁଝିଗଲଣି ଯେ ଯଜ୍ଞ
ତପ ଦାନ ପୁଣ୍ୟରେ କୌଣସି ସାର କଥା ନାହିଁ । ଡ୍ରାମା ଅନୁସାରେ ଦୁନିଆକୁ ପୁରୁଣା ହେବାକୁ ହିଁ
ପଡିବ । ମନୁଷ୍ୟ ମାତ୍ରକୁ ତମୋପ୍ରଧାନ ହେବାକୁ ପଡିବ । ପ୍ରତ୍ୟେକ କଥାରେ ତମୋପ୍ରଧାନ । କ୍ରୋଧ,
ଲୋଭ, ସବୁଥିରେ ତମୋପ୍ରଧାନ । ଆମ ଜାଗା ଏମାନେ କାହିଁକି ଦଖଲ କରିଛନ୍ତି, ତାଙ୍କୁ ଗୁଳିମାରି ଦିଅ
। କେତେ ମାଡପିଟ୍ କରୁଛନ୍ତି, ପରସ୍ପର ମଧ୍ୟରେ କେତେ ଲଢୁଛନ୍ତି । ପରସ୍ପରର ହତ୍ୟା କରିବା ପାଇଁ
ମଧ୍ୟ ବିଳମ୍ବ କରୁନାହାଁନ୍ତି । ପିଲା ଭାବୁଛି ଯେ ବାପ ମଲେ ମୋତେ ସମ୍ପତ୍ତି ମିଳିବ... ଏପରି
ତମୋପ୍ରଧାନ ଦୁନିଆର ଏବେ ବିନାଶ ହେବାର ହିଁ ଅଛି । ପୁଣି ସତ୍ତ୍ୱପ୍ରଧାନ ଦୁନିଆ ଆସିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପୁଣ୍ୟ
ଆତ୍ମା ହେବା ପାଇଁ ଯୋଗ କରିବାର ପରିଶ୍ରମ କରିବାକୁ ହେବ । ସବୁ ହିସାବ-କିତାବକୁ ଚୁକ୍ତ କରି
ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ଇଜ୍ଜତର ସହିତ ଘରକୁ ଯିବାକୁ ହେବ, ସେଥିପାଇଁ କର୍ମଭୋଗକୁ ଭୟ
କରିବାର ନାହିଁ, ଖୁସି-ଖୁସିରେ ଚୁକ୍ତ କରିବାର ଅଛି ।
(୨) ସର୍ବଦା ଏହି ନିଶାରେ
ରହିବାକୁ ହେବ ଯେ ଆମେ ଭବିଷ୍ୟତରେ ରାଜକୁମାର-ରାଜକୁମାରୀ ହେବୁ । ଏହା ହେଉଛି
ରାଜକୁମାର-ରାଜକୁମାରୀ ହେବାର କଲେଜ ।
ବରଦାନ:-
ନିଜର ଅଚଳ
ସ୍ଥିତି ଦ୍ୱାରା ମାଷ୍ଟର ଦାତା ହୋଇ ବିଶ୍ୱ କଲ୍ୟାଣକାରୀ ହୁଅ ।
ଯେଉଁମାନଙ୍କର ସ୍ଥିତି
ଅଚଳ ଅଟେ ସେମାନଙ୍କ ଭିତରେ ଏହି ଶୁଭଭାବନା, ଶୁଭକାମନା ଉତ୍ପନ୍ନ ହୋଇଥାଏ ଯେ ଅନ୍ୟମାନେ ମଧ୍ୟ
ଅଚଳ ଅଟଳ ହୋଇଯାଆନ୍ତୁ । ତେବେ ଅଚଳ ସ୍ଥିତିବାଲା ଆତ୍ମାମାନଙ୍କର ବିଶେଷ ଗୁଣ ହେଲା ଦୟାଶୀଳ ହେବା
। ପ୍ରତ୍ୟେକ ଆତ୍ମା ପ୍ରତି ସେମାନଙ୍କ ଭିତରେ ସର୍ବଦା ଦାତା ପଣିଆର ଭାବନା ରହିଥିବ । ତେଣୁ
ସେମାନଙ୍କର ବିଶେଷ ଉପାଧି ହେଲା - ବିଶ୍ୱ କଲ୍ୟାଣକାରୀ । ସେମାନଙ୍କର ମନ ଭିତରେ କୌଣସି ବି ଆତ୍ମା
ପ୍ରତି ଘୃଣା ଭାବ, ଦ୍ୱେଷ ଭାବ, ଈର୍ଷା ଭାବ ବା ନିନ୍ଦା କରିବାର ଭାବନା ଉତ୍ପନ୍ନ ହୋଇପାରିବ ନାହିଁ
। ସଦାସର୍ବଦା କଲ୍ୟାଣର ଭାବନା ରହିବ ।
ସ୍ଲୋଗାନ:-
ଶାନ୍ତିର ଶକ୍ତି
ହିଁ ଅନ୍ୟମାନଙ୍କର କ୍ରୋଧ ଅଗ୍ନିକୁ ଲିଭାଇବାର ଆଧାର ।