17.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମ ବୁଦ୍ଧିରେ ଏବେ ସଂମ୍ପୂର୍ଣ୍ଣ ଜ୍ଞାନର ସାରାଂଶ ରହିଛି, ସେଥିପାଇଁ ତୁମକୁ ଚିତ୍ର ଆଦିର ମଧ୍ୟ ଆବଶ୍ୟକତା ନାହିଁ, ତୁମେ ବାବାଙ୍କୁ ମନେ ପକାଅ ଏବଂ ଅନ୍ୟମାନଙ୍କୁ ସ୍ମରଣ କରାଇଦିଅ ।

ପ୍ରଶ୍ନ:-
ଶେଷ ସମୟରେ ତୁମମାନଙ୍କ ବୁଦ୍ଧିରେ କେଉଁ ଜ୍ଞାନ ରହିଥିବ ?

ଉତ୍ତର:-
ସେ ସମୟରେ ତୁମ ବୁଦ୍ଧିରେ ଏହା ହିଁ ରହିବ ଯେ ଏବେ ଆମେ ଘରକୁ ଫେରିଯାଉଛୁ । ପୁଣି ସେଠାରୁ ସୃଷ୍ଟିଚକ୍ରରେ ଅଭିନୟ କରିବାକୁ ଆସିବୁ । ଧୀରେ-ଧୀରେ ସିଢିରେ ତଳକୁ ଖସିବୁ, ବାବା ପୁଣି ଆମକୁ ଉପରକୁ ଉଠାଇବା ପାଇଁ ଆସିବେ । ଏବେ ତୁମେ ଜାଣୁଛ ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ ଥିଲୁ ପୁଣି ଚନ୍ଦ୍ରବଂଶୀ ହେଲୁ..... ଏଥିରେ ଚିତ୍ର ଆଦିର କୌଣସି ଆବଶ୍ୟକତା ନାହିଁ ।

ଓମ୍ ଶାନ୍ତି ।
ପିଲାମାନେ, ଆତ୍ମ-ଅଭିମାନୀ ହୋଇ ବସିଛ ? ୮୪ ଜନ୍ମର ଚକ୍ର ବୁଦ୍ଧିରେ ଅଛି ଅର୍ଥାତ୍ ନିଜର ଭିନ୍ନ ଭିନ୍ନ ଜନ୍ମର ଜ୍ଞାନ ରହିଛି । ବିରାଟ ରୂପର ଚିତ୍ର ମଧ୍ୟ ଅଛି ନା । ଏହାର ଜ୍ଞାନ ମଧ୍ୟ ପିଲାମାନଙ୍କ ଭିତରେ ଅଛି ଯେ କିପରି ଆମେ ୮୪ ଜନ୍ମ ନେଉଛୁ । ମୂଳବତନରୁ ପ୍ରଥମେ ଦେବୀ-ଦେବତା ଧର୍ମରେ ଆସିଥାଉ । ଏହି ଜ୍ଞାନ ବୁଦ୍ଧିରେ ରହିଛି, ଏଥିରେ ଚିତ୍ର ଆଦିର କୌଣସି ଦରକାର ନାହିଁ । ଆମକୁ କୌଣସି ଚିତ୍ର ଆଦିକୁ ସ୍ମରଣ କରିବାର ଆବଶ୍ୟକତା ନାହିଁ । ଶେଷ ସମୟରେ କେବଳ ଏହା ହିଁ ସ୍ମୃତି ରହିବ ଯେ ମୁଁ ଆତ୍ମା ଅଟେ, ମୂଳବତନର ଅଧିବାସୀ, ଏଠାରେ ଆମର ଅଭିନୟ ଚାଲିଛି । ଏହା ଭୁଲିବା ଉଚିତ୍ ନୁହେଁ । ଏହା ମନୁଷ୍ୟ ସୃଷ୍ଟି ଚକ୍ରର ହିଁ କଥା ଏବଂ ବହୁତ ସରଳ କଥା । ଏଥିରେ ଚିତ୍ର ଆଦିର ବିଲ୍କୁଲ୍ ଆବଶ୍ୟକ ନାହିଁ କାହିଁକି ନା ଏହି ଚିତ୍ର ଆଦି ସବୁ ଭକ୍ତିମାର୍ଗର ବସ୍ତୁ ଅଟେ । ଜ୍ଞାନ ମାର୍ଗରେ ତ ପାଠପଢା ରହିଛି । ପାଠପଢାରେ ଚିତ୍ର ଆଦିର ଦରକାର ନାହିଁ । ଏହି ଚିତ୍ରକୁ କେବଳ ସଂଶୋଧନ କରାଯାଇଛି । ଯେପରି ସେମାନେ କହିଥାନ୍ତି ଯେ ଗୀତାର ଭଗବାନ ହେଉଛନ୍ତି ଶ୍ରୀକୃଷ୍ଣ ଆମେ କହୁଛୁ ଶିବ ଅଟନ୍ତି । ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା ଅଟେ । ବୁଦ୍ଧିରେ ଏହି ଜ୍ଞାନ ରହିଛି, ଯେ ମୁଁ ୮୪ ଜନ୍ମର ଚକ୍ର ଲଗାଇଛି । ଏବେ ଆମକୁ ପବିତ୍ର ହେବାର ଅଛି । ପବିତ୍ର ହୋଇ, ପୁଣି ନୂଆ କରି ଆରମ୍ଭ କରିବୁ । ଏହି ସାରାଂଶକୁ ବୁଦ୍ଧିରେ ରଖିବାର ଅଛି । ଯେପରି ବାବାଙ୍କ ବୁଦ୍ଧିରେ ଅଛି ଯେ ବିଶ୍ୱର ଇତିହାସ-ଭୂଗୋଳ କିମ୍ବା ୮୪ ଜନ୍ମର ଚକ୍ର କିପରି ଘୂରିଥାଏ, ସେହିପରି ତୁମର ବୁଦ୍ଧିରେ ଅଛି ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ ହେଉଛୁ । ଚିତ୍ର ଆଦିର ଦରକାର ନାହିଁ । କେବଳ ମନୁଷ୍ୟଙ୍କୁ ବୁଝାଇବା ପାଇଁ ଏହା ତିଆରି କରାଯାଇଛି । ଜ୍ଞାନମାର୍ଗରେ ତ କେବଳ ବାବା କହୁଛନ୍ତି ମନମନାଭବ । ଯେପରି ଏହି ଚତୁର୍ଭୁଜର ଚିତ୍ର, ରାବଣର ଚିତ୍ର, ଏସବୁ ବୁଝାଇବା ପାଇଁ ଦେଖାଇବାକୁ ପଡିଥାଏ । ତୁମ ବୁଦ୍ଧିରେ ତ ଯଥାର୍ଥ ଜ୍ଞାନ ରହିଛି । ତୁମେ ବିନା ଚିତ୍ରରେ ମଧ୍ୟ ବୁଝାଇପାରିବ । ତୁମର ବୁଦ୍ଧିରେ ୮୪ ଜନ୍ମର ଚକ୍ର ଅଛି । ଚିତ୍ର ଗୁଡିକ ଦ୍ୱାରା କେବଳ ସହଜ କରି ବୁଝାଯାଉଛି, ନଚେତ୍ ଏହାର ଦରକାର ନାହିଁ । ବୁଦ୍ଧିରେ ଅଛି ଯେ ପ୍ରଥମେ ଆମେ ସୂର୍ଯ୍ୟବଂଶୀ କୂଳର ଥିଲୁ, ପୁଣି ଚନ୍ଦ୍ରବଂଶୀ କୂଳର ହେଲୁ । ସେଠାରେ ବହୁତ ସୁଖ ଅଛି, ଯାହାକୁ ସ୍ୱର୍ଗ କୁହାଯାଉଛି, ଏହି କଥା ଚିତ୍ର ଦ୍ୱାରା ବୁଝାଇଥାନ୍ତି । ଅନ୍ତିମ ସମୟରେ ତ ବୁଦ୍ଧିରେ ଏହି ଜ୍ଞାନ ରହିବ । ଏବେ ଆମେ ଘରକୁ ଯାଉଛୁ, ପୁଣି ଆସି ଚକ୍ର ଲଗାଇବୁ । ସିଢି ବିଷୟରେ ବୁଝାଯାଉଛି, ତେବେ ମନୁଷ୍ୟମାନଙ୍କୁ ସହଜ ହୋଇଯିବ । ତୁମ ବୁଦ୍ଧିରେ ମଧ୍ୟ ସଂମ୍ପୂର୍ଣ୍ଣ ଜ୍ଞାନ ରହିଛି ଯେ କିପରି ଆମେ ସିଢିରୁ ତଳକୁ ଖସୁଛୁ । ପୁଣି ବାବା ଆରୋହଣ କଳାକୁ ନେଇ ଯାଉଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଏହି ଚିତ୍ରଗୁଡିକର ସାରାଂଶ ବୁଝାଉଛି । ଯେପରି ସୃଷ୍ଟିଚକ୍ର ରହିଛି, ତେବେ ତା ଉପରେ ମଧ୍ୟ ବୁଝାଇପାରିବ ଯେ ଏହା ୫ ହଜାର ବର୍ଷର ଚକ୍ର ଅଟେ । ଯଦି ଲକ୍ଷ-ଲକ୍ଷ ବର୍ଷ ହୋଇଥାନ୍ତା ତେବେ ସଂଖ୍ୟା କେତେ ବଢିଯାଇଥାଆନ୍ତା । ଖ୍ରୀଷ୍ଟିୟାନମାନଙ୍କର ୨ ହଜାର ବର୍ଷ ଦେଖାଇଛନ୍ତି । ଏଥିରେ କେତେ ମନୁଷ୍ୟ ହୋଇଯାଉଛନ୍ତି । ୫ ହଜାର ବର୍ଷରେ କେତେ ମନୁଷ୍ୟ ହେଉଛନ୍ତି । ଏହିସବୁ ହିସାବ ତୁମେ ବତାଉଛ । ସତ୍ୟଯୁଗରେ ପବିତ୍ରତା ଥିବା କାରଣରୁ କମ୍ ମନୁଷ୍ୟ ହୋଇଥାନ୍ତି । ଏବେ ତ କେତେ ଢେର ମନୁଷ୍ୟ ରହିଛନ୍ତି । ଲକ୍ଷ-ଲକ୍ଷ ବର୍ଷର ଆୟୁ ହେବ ତ ସଂଖ୍ୟା ମଧ୍ୟ ଅଗଣିତ ହୋଇଯିବ । ଖ୍ରୀଷ୍ଟିୟାନମାନଙ୍କ ଅନୁସାରେ ଜନଗଣନାର ହିସାବ ତ ବାହାର କରିଥାନ୍ତି ନା । ହିନ୍ଦୁମାନଙ୍କର ଜନ ଗଣନାରେ କମ୍ ଦେଖାଇଛନ୍ତି । ଖ୍ରୀଷ୍ଟିୟାନ୍ ବହୁତ ହୋଇଯାଇଛନ୍ତି । ଯେଉଁମାନେ ଭଲ ବୁଦ୍ଧିମାନ ଅଟନ୍ତି, ସେ ବିନା ଚିତ୍ରରେ ମଧ୍ୟ ବୁଝାଇ ପାରିବେ । ବିଚାର କର, ଏହି ସମୟରେ କେତେ ଅଧିକ ମନୁଷ୍ୟ ଅଛନ୍ତି । ନୂଆ ଦୁନିଆରେ କେତେ କମ୍ ମନୁଷ୍ୟ ହେବେ । ଏବେ ତ ପୁରୁଣା ଦୁନିଆ ଅଟେ, ଯେଉଁଠାରେ ଏତେ ମନୁଷ୍ୟ ଅଛନ୍ତି । ପୁଣି ନୂଆ ଦୁନିଆ କିପରି ସ୍ଥାପନ ହୋଇଥାଏ । କିଏ ସ୍ଥାପନ କରିଥାନ୍ତି, ଏକଥା ବାବା ହିଁ ବୁଝାଉଛନ୍ତି । ସେ ହିଁ ଜ୍ଞାନର ସାଗର ଅଟନ୍ତି । ତୁମମାନଙ୍କୁ କେବଳ ଏହି ୮୪ ଜନ୍ମର ଚକ୍ରକୁ ହିଁ ବୁଦ୍ଧିରେ ରଖିବାର ଅଛି । ଏବେ ଆମେ ନର୍କରୁ ସ୍ୱର୍ଗକୁ ଯାଉଛୁ, ତେଣୁ ଅର୍ନ୍ତମନରେ ଖୁସି ରହିବ ନା । ସତ୍ୟଯୁଗରେ ଦୁଃଖର କିଛି କଥା ରହିବ ନାହିଁ । ଏଭଳି କୌଣସି ଅପ୍ରାପ୍ତ ବସ୍ତୁ ନାହିଁ ଯାହାର ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବ । ଏଠାରେ ପୁରୁଷାର୍ଥ କରିବାକୁ ପଡିଥାଏ । ଏହି ମେସିନ୍ ଦରକାର, ଅମୁକ ଦରକାର... ସେଠାରେ ତ ସବୁ ସୁଖ ପରିପୂର୍ଣର୍ ହୋଇ ରହିଛି । ଯେପରି ମହାରାଜାମାନଙ୍କ ପାଖରେ ସବୁ ସୁଖ ମହଜୁଦ ଥାଏ । ଗରୀବଙ୍କ ପାଖରେ ତ ସବୁ ସୁଖ ଉପଲବ୍ଧ ନଥାଏ । ପରନ୍ତୁ ଏହା ତ ହେଲା କଳିଯୁଗ, ତେଣୁ ବିମାରୀ ଆଦି ସବୁ କିଛି ରହିବ । ଏବେ ତୁମେ ପୁରୁଷାର୍ଥ କରୁଛ ନୂଆ ଦୁନିଆକୁ ଯିବା ପାଇଁ । ସ୍ୱର୍ଗ-ନର୍କ ଏହିଠାରେ ହିଁ ହୋଇଥାଏ ।

ଏହି ସୂକ୍ଷ୍ମବତନରେ ଯେଉଁ ମନୋରଞ୍ଜନର କାର୍ଯ୍ୟ ଚାଲିଛି ତାହା ସମୟ ବିତାଇବା ପାଇଁ ଅଟେ । କର୍ମାତୀତ ଅବସ୍ଥା ହେବା ପର୍ଯ୍ୟନ୍ତ ଟାଇମ୍ ପାସ କରିବା ପାଇଁ ଏହା ଏକ ଖେଳ କସରତ ଅଟେ, କର୍ମାତୀତ ଅବସ୍ଥା ଆସିଯିବ, ବାସ୍ । ମୁଁ ଆତ୍ମା ଏବେ ୮୪ ଜନ୍ମ ପୂରା କରିଛି, ଏବେ ମୁଁ ଘରକୁ ଯାଉଛି, ଏକଥା ତୁମର ସ୍ମୃତି ରହିବ । ପୁଣି ଆସି ସତ୍ତ୍ୱପ୍ରଧାନ ଦୁନିଆରେ ସତ୍ତ୍ୱପ୍ରଧାନ ଅଭିନୟ କରିବୁ । ଏହି ଜ୍ଞାନକୁ ବୁଦ୍ଧିରେ ଗ୍ରହଣ କଲେ, ଚିତ୍ର ଆଦିର ଦରକାର ପଡିବ ନାହିଁ । ଯେପରି ବାରିଷ୍ଟର କେତେ ପାଠ ପଢିଥାନ୍ତି, ବାରିଷ୍ଟର ହୋଇଗଲେ, ବହି ପାଠ ପଢିବା ସମାପ୍ତ ହୋଇଗଲା । ଫଳାଫଳ ବାହାରିଲା ଭବିଷ୍ୟତରେ ପ୍ରାପ୍ତି ପାଇଁ । ତୁମେ ମଧ୍ୟ ପାଠପଢି ସାରିଲେ ଯାଇ ରାଜ୍ୟ କରିବ । ସେଠାରେ ଜ୍ଞାନର ଦରକାର ନାହିଁ । ଏହି ଚିତ୍ରରେ ମଧ୍ୟ ଭୁଲ-ଠିକ୍ କଣ ରହିଛି, ଏହା କେବଳ ତୁମ ବୁଦ୍ଧିରେ ଅଛି । ବାବା ବସି ବୁଝାଉଛନ୍ତି ଯେ ଲକ୍ଷ୍ମୀ-ନାରାୟଣ କିଏ ଅଟନ୍ତି ? ବିଷ୍ଣୁ କିଏ ଅଟନ୍ତି ? ବିଷ୍ଣୁଙ୍କର ଚିତ୍ରକୁ ଦେଖି ମନୁଷ୍ୟ ସଂଶୟରେ ପଡିଯାନ୍ତି । କୌଣସି କଥାକୁ ନ ବୁଝି ପୂଜା କରିବା ମଧ୍ୟ ଯେଭଳି ବେକାର ହୋଇଥାଏ, କିଛି ବି ବୁଝନ୍ତି ନାହିଁ । ଯେପରି ବିଷ୍ଣୁଙ୍କୁ ବୁଝି ନାହାଁନ୍ତି, ସେହିପରି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ବୁଝିପାରୁ ନାହାଁନ୍ତି, ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ବୁଝିପାରୁ ନାହାଁନ୍ତି । ବ୍ରହ୍ମା ତ ଏଠାରେ ଅଛନ୍ତି, ସେ ପବିତ୍ର ହୋଇ ଶରୀର ଛାଡି ଚାଲିଯିବେ । ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ଏଠିକାର କର୍ମ ବନ୍ଧନ ଦୁଃଖଦାୟୀ ଅଟେ । ଏବେ ବାବା କହୁଛନ୍ତି ନିଜ ଘରକୁ ଚାଲ । ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ । ପ୍ରଥମେ ତୁମେ ନିଜର ଘରେ ଥିଲ, ପୁଣି ରାଜଧାନୀକୁ ଆସିଲ, ଏବେ ବାବା ପୁଣି ଆସିଛନ୍ତି ପବିତ୍ର କରିବା ପାଇଁ । ଏହି ସମୟରେ ମନୁଷ୍ୟମାନଙ୍କର ଖାଦ୍ୟ-ପାନୀୟ ଆଦି କେତେ ଖରାପ ଅଟେ । କଣ-କଣ ଜିନିଷ ଖାଇଥାନ୍ତି । ସେଠାରେ ଦେବତାମାନେ ଏଭଳି ଖରାପ ଜିନିଷ କିଛି ଖାଇବେ ନାହିଁ । ଭକ୍ତିମାର୍ଗ ଦେଖ କିପରି ଅଟେ, ମନୁଷ୍ୟମାନଙ୍କୁ ମଧ୍ୟ ବଳି ଦିଆଯାଉଛି । ବାବା କହୁଛନ୍ତି ଏହିପରି ମଧ୍ୟ ଡ୍ରାମାରେ ରହିଛି । ପୁରୁଣା ଦୁନିଆରୁ ପୁଣି ନୂଆ ଦୁନିଆ ନିଶ୍ଚିତ ହେବ । ଏବେ ତୁମେ ଜାଣୁଛ ଯେ ଆମେ ସତ୍ତ୍ୱପ୍ରଧାନ ହେଉଛୁ । ଏହା ତ ବୁଦ୍ଧି ଦ୍ୱାରା ବୁଝିପାରୁଛ ନା, ଏଥିରେ ତ ଚିତ୍ର ନ ରହିଲେ ଆହୁରି ଭଲ । ନଚେତ୍ ମନୁଷ୍ୟମାନେ ବହୁତ ପ୍ରଶ୍ନ ପଚାରିଥାନ୍ତି । ବାବା ୮୪ ଜନ୍ମର ଚକ୍ର ବୁଝାଇଛନ୍ତି । ଆମେ ଏପରି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ ହେଉଛୁ, ଏତିକି ଜନ୍ମ ନେଉଛୁ । ଏହାକୁ ବୁଦ୍ଧିରେ ରଖିବାକୁ ପଡିଥାଏ । ତୁମେ ପିଲାମାନେ ସୂକ୍ଷ୍ମବତନର ରହସ୍ୟ ମଧ୍ୟ ବୁଝିପାରୁଛ । ଧ୍ୟାନରେ ସୂକ୍ଷ୍ମବତନକୁ ଏହିପରି ଯାଉଛ, ପରନ୍ତୁ ଏଥିରେ ନା ଯୋଗ ଅଛି, ନା ଜ୍ଞାନ ଅଛି । ଏହା ତ କେବଳ ଏକ ପରମ୍ପରା ଅଟେ । ବୁଝାଯାଉଛି ଯେ କିପରି ଆତ୍ମାକୁ ଡାକରା ହେଉଛି ପୁଣି ଯେବେ ଆସନ୍ତି ତେବେ କାନ୍ଦିଥାନ୍ତି, ପଶ୍ଚାତାପ ହୋଇଥାଏ, କହିଥାନ୍ତି ମୁଁ ବାବାଙ୍କର କଥା ମାନିଲି ନାହିଁ । ଏସବୁ ପିଲାମାନଙ୍କୁ ବୁଝାଇବା ପାଇଁ ରଚନା କରାଯାଇଛି ଯଦ୍ୱାରା ପୁରୁଷାର୍ଥ କରିବାରେ ଲାଗିପଡିବେ, ଭୁଲ୍ କରିବେ ନାହିଁ । ପିଲାମାନେ ସର୍ବଦା ଏହି ଧ୍ୟାନ ରଖ ଯେ ଆମକୁ ନିଜର ସମୟକୁ ସଫଳ କରିବାର ଅଛି, ନଷ୍ଟ କରିବାର ନାହିଁ, ତେବେ ମାୟା ଅବହେଳା କରାଇପାରିବ ନାହିଁ । ବାବା ମଧ୍ୟ ବୁଝାଉଛନ୍ତି ଯେ ପିଲାମାନେ ସମୟ ନଷ୍ଟ କର ନାହିଁ । ଅନେକଙ୍କୁ ରାସ୍ତା ବତାଇବା ପାଇଁ ପୁରୁଷାର୍ଥ କର । ମହାଦାନୀ ହୁଅ । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଯିଏ ବି ଆସୁଛନ୍ତି ତାଙ୍କୁ ଏକଥା ବୁଝାଅ ଏବଂ ୮୪ ଜନ୍ମର ଚକ୍ର ବତାଅ । ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ସଂକ୍ଷିପ୍ତରେ ସଂମ୍ପୂର୍ଣ୍ଣ ଚକ୍ରର ଜ୍ଞାନ ବୁଦ୍ଧିରେ ରହିବା ଦରକାର ।

ତୁମେମାନେ ଖୁସି ହେବା ଉଚିତ୍ ଯେ ଏବେ ଆମେ ଏହି ବିକାରଗ୍ରସ୍ତ ଦୁନିଆରୁ ମୁକ୍ତ ହେଉଛୁ । ମନୁଷ୍ୟ ବୁଝୁଛନ୍ତି ଏହିଠାରେ ହିଁ ସ୍ୱର୍ଗ-ନର୍କ ରହିଛି । ଯାହାଙ୍କ ପାଖରେ ବହୁତ ଧନ ଅଛି ସେ ଭାବିଥାନ୍ତି ଯେ ମୁଁ ସ୍ୱର୍ଗରେ ଅଛି । ଭଲ କର୍ମ କରିଛି ଏଣୁ ସୁଖ ମିଳିଛି । ଏବେ ତ ତୁମେ ବହୁତ ଭଲ କର୍ମ କରୁଛ ଯାହା ଦ୍ୱାରା ୨୧ ଜନ୍ମ ପାଇଁ ତୁମେ ସୁଖ ପାଉଛ । ସେମାନେ ତ ଏକ ଜନ୍ମ ପାଇଁ ଭାବୁଛନ୍ତି ଯେ ଆମେ ସ୍ୱର୍ଗରେ ଅଛୁ । ବାବା କହୁଛନ୍ତି ତାହା ହେଲା ଅଳ୍ପକାଳର ସୁଖ, ତୁମର ହେଲା ୨୧ ଜନ୍ମର ସୁଖ । ଯାହା ପାଇଁ ବାବା କହୁଛନ୍ତି ସମସ୍ତଙ୍କୁ ରାସ୍ତା ବତାଅ । ବାବାଙ୍କର ସ୍ମୃତିରେ ହିଁ ନିରୋଗୀ ହେବ ଏବଂ ସ୍ୱର୍ଗର ମାଲିକ ହେବ । ସ୍ୱର୍ଗରେ ହିଁ ରାଜା ପଦ ଅଛି, ତାକୁ ମଧ୍ୟ ମନେ ପକାଅ । ରାଜା ପଦ ଥିଲା, ଏବେ ନାହିଁ । ଭାରତର ହିଁ କଥା ଅଟେ । ବାକି ତ ଅଟେ ଶାଖା ପ୍ରଶାଖା । ଅନ୍ତିମ ସମୟରେ ସମସ୍ତେ ଚାଲିଯିବେ, ପୁଣି ଆମେ ଆସିବା ନୂଆ ଦୁନିଆକୁ । ଏହାକୁ ବୁଝିବା ପାଇଁ ଚିତ୍ର ଆଦିର କଣ ଦରକାର ଅଛି । ଏକଥା କେବଳ ବୁଝିବା ପାଇଁ ମୂଳବତନ, ସୂକ୍ଷ୍ମବତନ ଦେଖାଇଥାନ୍ତି । ବୁଝାଇ ଦିଆଯାଉଛି ଯେ, ଏହା ତ ଭକ୍ତିମାର୍ଗୀ ଆତ୍ମା ହିଁ ତିଆରି କରିଛନ୍ତି । ତେଣୁ ଆମକୁ ମଧ୍ୟ ପୁଣି ଠିକ୍ କରି ଚିତ୍ର ତିଆରି କରିବାକୁ ପଡିବ । ନଚେତ୍ କହିବେ ତୁମେ ତ ନାସ୍ତିକ ଅଟ ଏଣୁ ଠିକ୍ କରି ଚିତ୍ର ତିଆରି କରିଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ... ବାସ୍ତବରେ ଏକଥା ମଧ୍ୟ ଡ୍ରାମାରେ ରହିଛି । କେହି କିଛି କରୁ ନାହାଁନ୍ତି । ବିଜ୍ଞାନ ମଧ୍ୟ ନିଜ ବୁଦ୍ଧି ଅନୁସାରେ ଏହି ସବୁ ତିଆରି କରୁଛି । କେତେ ବି କେହି କୁହନ୍ତୁ ଯେ ବମ୍ସ ତିଆରି କର ନାହିଁ ପରନ୍ତୁ ଯାହା ପାଖରେ ବହୁତ ଅଛି ସେ ସମୁଦ୍ରରେ ପକାଇ ଦେବ ତ ପୁଣି ଅନ୍ୟ କେହି ତିଆରି କରିବେ ନାହିଁ । ସେମାନେ ରଖିଛନ୍ତି ଅର୍ଥାତ୍ ଜରୁର ଅନ୍ୟମାନେ ମଧ୍ୟ ତିଆରି କରିବେ । ଏବେ ତୁମେମାନେ ଜାଣୁଛ ଯେ ସୃଷ୍ଟିର ବିନାଶ ତ ନିଶ୍ଚିତ ହେବ । ଲଢେଇ ମଧ୍ୟ ନିଶ୍ଚିତ ଲାଗିବ । ବିନାଶ ହେବ, ପୁଣି ଥରେ ତୁମେ ନିଜର ରାଜ୍ୟ ନେବ । ଏବେ ବାବା କହୁଛନ୍ତି ପିଲାମାନେ, ସମସ୍ତଙ୍କର କଲ୍ୟାଣକାରୀ ହୁଅ ।

ପିଲାମାନଙ୍କର ଶ୍ରେଷ୍ଠ ଭାଗ୍ୟ ତିଆରି କରିବା ପାଇଁ ବାବା ଶ୍ରୀମତ ଦେଉଛନ୍ତି ଯେ ମିଠା ମିଠା ସନ୍ତାନମାନେ, ନିଜର ସବୁ କିଛି ବାବାଙ୍କ ନାମରେ ସଫଳ କରିନିଅ । କାହାର ମାଟିରେ ଦବି ଯିବ କାହାର ରାଜା ଖାଇବ... । ବାବା ନିଜେ କହୁଛନ୍ତି ଯେ ପିଲାମାନେ, ଏଥିରେ ଖର୍ଚ୍ଚ କର, ଏହି ଆଧ୍ୟାତ୍ମିକ ହସ୍ପିଟାଲ୍, ବିଶ୍ୱବିଦ୍ୟାଳୟ ଖୋଲିଲେ ତ ଅନେକଙ୍କର କଲ୍ୟାଣ ହେବ । ବାବାଙ୍କ ନାମରେ ତୁମେ ଖର୍ଚ୍ଚ କଲେ ଏହା ବଦଳରେ ପୁଣି ୨୧ ଜନ୍ମ ପାଇଁ ତୁମକୁ ପ୍ରାପ୍ତି ହୋଇଥାଏ । ଏହି ଦୁନିଆ ହିଁ ବିନାଶ ହେବ ଏଣୁ ଧନୀ ବାବାଙ୍କ ନାମରେ ଯେତେ ହୋଇପାରିବ ସଫଳ କର । ଧନୀ ଶିବବାବା ଅଟନ୍ତି ନା । ଭକ୍ତିମାର୍ଗରେ ମଧ୍ୟ ବାବାଙ୍କ ନାମରେ କରୁଥିଲେ । ଏବେ ତ ଡାଇରେକ୍ଟ କରୁଛ । ବାବାଙ୍କ ନାମରେ ବଡ ବଡ ବିଶ୍ୱ ବିଦ୍ୟାଳୟ ଖୋଲି ଚାଲିଲେ ବହୁତଙ୍କର କଲ୍ୟାଣ ହୋଇଯିବ । ୨୧ ଜନ୍ମ ପାଇଁ ରାଜ୍ୟ-ଭାଗ୍ୟ ପାଇବ । ନଚେତ ଏହି ଧନ-ସମ୍ପତ୍ତି ଆଦି ସବୁ ବିନାଶ ହୋଇଯିବ । ଭକ୍ତି ମାର୍ଗରେ ବିନାଶ ହୋଇନଥାଏ । ଏବେ ତ ବିନାଶ ହେବ । ତୁମେ ଖର୍ଚ୍ଚ କର, ପୁଣି ତୁମକୁ ତା ବଦଳରେ ମିଳିବ । ବାବାଙ୍କ ନାମରେ ସମସ୍ତଙ୍କର କଲ୍ୟାଣ କଲେ ତ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳିବ । କେତେ ସୁନ୍ଦର ଭାବେ ବୁଝାଉଛନ୍ତି, ପୁଣି ଯାହାର ଭାଗ୍ୟରେ ଥିବ ସେ ଖର୍ଚ୍ଚ କରିଥାନ୍ତି । ନିଜ ଘରଦ୍ୱାରର ଦାୟିତ୍ୱ ମଧ୍ୟ ନେବାକୁ ହେବ । ଏହାଙ୍କର ପାର୍ଟ ହିଁ ଏଭଳି ଥିଲା । ଏକଦମ୍ ଜୋରରେ ନିଶା ଚଢିଗଲା । ବାବା ବାଦଶାହୀ ଦେଉଛନ୍ତି ପୁଣି ନିକୃଷ୍ଟ ସମ୍ପତ୍ତି କଣ କରିବ । ତୁମେ ସବୁ ବାଦଶାହୀ ନେବା ପାଇଁ ବସିଛ, ତେଣୁ ବାବାଙ୍କୁ ଅନୁସରଣ କର ନା । ଜାଣିଛ ଯେ ସେ କିପରି ସବୁ ଛାଡି ଦେଲେ । ନିଶା ଚଢିଗଲା, । ଅହୋ! ରାଜା ପଦ ମିଳୁଛି, ମୋତେ ତ ଆଲ୍ଲା ଅର୍ଥାତ୍ ଭଗବାନ ମିଳିଗଲେ ତେଣୁ ତ ଭାଗୀଦାରଙ୍କୁ ରାଜଥାଟ ଦେଇଦେଲେ । ରାଜା ଭଳି ରହୁଥିଲେ, କମ୍ ସମ୍ପତ୍ତି ନଥିଲା । ଲାଭଦାୟକ ଧନ୍ଦା ଥିଲା । ଏବେ ତୁମକୁ ଏହି ରାଜା ପଦ ମିଳୁଛି, ତେଣୁ ଅନେକଙ୍କର କଲ୍ୟାଣ କର । ପ୍ରାରମ୍ଭରେ ଭଟ୍ଟୀ ହୋଇଥିଲା ପୁଣି କେହି ପକ୍କା ହୋଇ ତିଆରି ହେଲେ, କେହି କଞ୍ଚା ରହିଗଲେ । ସରକାର ନୋଟ ତିଆରି କରିଥାନ୍ତି, ପୁଣି ଠିକ୍ ହୋଇନଥିଲେ ନୋଟ ଜଳାଇ ଦେବାକୁ ପଡିଥାଏ । ପୂର୍ବେ ତ ଚାନ୍ଦିର ପଇସା ପ୍ରଚଳିତ ଥିଲା । ସୁନା ଏବଂ ଚାନ୍ଦି ବହୁତ ଥିଲା । ଏବେ ତ କଣ ହେଉଛି । କାହାର ରାଜା ଖାଇ ଯାଉଛନ୍ତି, କାହାର ଡାକୁ ଲୁଟି ନେଉଛନ୍ତି, ଡାକୁ ମଧ୍ୟ ଦେଖ କେତେ ଲୁଟୁଛନ୍ତି । ଦୁର୍ଭିକ୍ଷ ମଧ୍ୟ ହେବ । ଏହା ହେଲା ରାବଣ ରାଜ୍ୟ । ରାମରାଜ୍ୟ ସତ୍ୟଯୁଗକୁ କୁହାଯାଉଛି । ବାବା କହୁଛନ୍ତି ଯେ ତୁମକୁ ଏତେ ଉଚ୍ଚ କରିଥିଲି, ପୁଣି କଙ୍ଗାଳ କିପରି ହେଲ! ଏବେ ତୁମ ପିଲାମାନଙ୍କୁ ଅସୀମ ଜ୍ଞାନ ମିଳିଛି ତେଣୁ ଖୁସି ହେବା ଦରକାର । ଦିନକୁ ଦିନ ଖୁସି ବଢି ବଢି ଯିବ । ଯେତେ ଯାତ୍ରା ଆଡକୁ ନିକଟବର୍ତ୍ତୀ ହେବ ସେତେ ଖୁସି ହେବ । ତୁମେ ଜାଣୁଛ ଯେ ଶାନ୍ତିଧାମ-ସୁଖଧାମ ସମ୍ମୁଖରେ ଛିଡା ହୋଇଛ । ବୈକୁଣ୍ଠର ବୃକ୍ଷ ନିକଟରେ ଦେଖାଯାଉଛି, ବାସ୍, ଏବେ ଯେପରି ପହଞ୍ଚିଲୁ ହିଁ ପହଞ୍ଚିଲୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ସମୟକୁ ସଫଳ କରିବା ପାଇଁ ଧ୍ୟାନ ଦେବାକୁ ହେବ । ମାୟା କୌଣସି ଭୁଲ କରାଇ ନ ଦେଉ ସେଥିପାଇଁ ମହାଦାନୀ ହୋଇ ଅନେକଙ୍କୁ ରାସ୍ତା ବତାଇବାରେ ବ୍ୟସ୍ତ ରହିବା ଉଚିତ୍ ।

(୨) ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଧନୀ ଅର୍ଥାତ୍ ବାବାଙ୍କ ନାମରେ ସବୁ କିଛି ସଫଳ କରିବା ସହିତ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ଖୋଲିବାର ସେବା କରିବାକୁ ହେବ ।

ବରଦାନ:-
କଡା ନିୟମ ଏବଂ ଦୃଢ ସଂକଳ୍ପ ଦ୍ୱାରା ଅବହେଳା ପଣିଆକୁ ସମାପ୍ତ କରି ବ୍ରହ୍ମାବାବାଙ୍କ ସମାନ ଅଥକ ହୁଅ ।

ବ୍ରହ୍ମାବାବାଙ୍କ ଭଳି ଅଥକ ହେବା ପାଇଁ ଅବହେଳା ପଣିଆକୁ ସମାପ୍ତ କର । ସେଥିପାଇଁ କୌଣସି କଡା ନିୟମ ତିଆରି କର, ଦୃଢ ସଂକଳ୍ପ କର, ଧ୍ୟାନ ରୂପକ ଚୌକିଦାର ସର୍ବଦା ସଜାଗ ରହିଥାଉ ତେବେ ଯାଇ ଅବହେଳାପଣିଆ ସମାପ୍ତ ହେବ । ପ୍ରଥମେ ନିଜ ଉପରେ ମେହନତ କର ତାପରେ ସେବାରେ, ତେବେ ଯାଇ ଧରଣୀ ପରିବର୍ତ୍ତନ ହେବ ଅର୍ଥାତ୍ ପରିବେଶ ପରିସ୍ଥିତି ବଦଳିବ । ଏବେ କେବଳ କରିଦେବି ହୋଇଯିବ ଏହିଭଳି ଆରାମଦାୟକ ସଂକଳ୍ପ ରୂପୀ ଡନ୍ଲପ୍ ଗଦିକୁ ତ୍ୟାଗ କର । ମୋତେ କରିବାକୁ ହିଁ ହେବ । ଏହି ସ୍ଳୋଗାନ ଯଦି ସର୍ବଦା ସ୍ମୃତିରେ ରହିବ ତେବେ ସହଜରେ ପରିବର୍ତ୍ତନ ହୋଇଯିବ ।

ସ୍ଲୋଗାନ:-
ଆତ୍ମିକ ଭାବ ଓ ଶୁଭ ଭାବନାଯୁକ୍ତ ବାଣୀ ହିଁ ସମର୍ଥ ବାଣୀର ପ୍ରତୀକ ।