17.09.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମମାନଙ୍କୁ ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ଉତ୍ତମରୁ ଉତ୍ତମ ପୁରୁଷ ହେବାକୁ ପଡିବ, ସମସ୍ତଙ୍କଠାରୁ ଉତ୍ତମ ପୁରୁଷ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ ।

ପ୍ରଶ୍ନ:-
ତୁମେ ପିଲାମାନେ ବାବାଙ୍କ ସହିତ କେଉଁ ଏକ ଗୁପ୍ତ କାର୍ଯ୍ୟ କରୁଛ ?

ଉତ୍ତର:-
ଆଦି ସନାତନ ଦେବୀ-ଦେବତା ଧର୍ମ ଏବଂ ଦୈବୀ ରାଜଧାନୀର ସ୍ଥାପନାର କାର୍ଯ୍ୟ ତୁମେମାନେ ବାବାଙ୍କ ସହିତ ଗୁପ୍ତ ରୂପରେ କରୁଛ । ବଗିଚାର ମାଲିକ ବାବା ଆସି କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରୁଛନ୍ତି । ସେହି ବଗିଚାରେ କୌଣସି ପ୍ରକାରର ଭୟାନକ ଜୀବଜନ୍ତୁ ବା ଦୁଃଖଦାୟୀ ଜିନିଷ ରହିବ ନାହିଁ ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ନିଶ୍ଚୟ ଶରୀର ଦ୍ୱାରା ହିଁ ବୁଝାଇବେ ନା । ଆତ୍ମା ଶରୀର ବିନା କୌଣସି କାର୍ଯ୍ୟ କରିପାରିବ ନାହିଁ । ଆତ୍ମିକ ବାବାଙ୍କୁ ମଧ୍ୟ ଥରେ ମାତ୍ର ପୁରୁଷୋତ୍ତମ ସଂଗମଯୁଗରେ ଶରୀରର ଆଧାର ନେବାକୁ ପଡିଥାଏ । ଏହି ସଂଗମଯୁଗକୁ ପୁରୁଷୋତ୍ତମ ଯୁଗ ମଧ୍ୟ କୁହାଯିବ କାହିଁକି ନା ଏହି ସଂଗମଯୁଗ ପରେ ପୁଣି ସତ୍ୟଯୁଗ ଆସିବ । ସତ୍ୟଯୁଗକୁ ମଧ୍ୟ ପୁରୁଷୋତ୍ତମ ଯୁଗ କୁହାଯିବ । ବାବା ଆସି ପୁରୁଷୋତ୍ତମ ଯୁଗର ସ୍ଥାପନ କରୁଛନ୍ତି । ସଂଗମଯୁଗରେ ବାବା ଆସୁଥିବାରୁ ଏହା ମଧ୍ୟ ପୁରୁଷୋତ୍ତମ ଯୁଗ ହେଲା ନା । ଏହିଠାରେ ହିଁ ପିଲାମାନଙ୍କୁ ପୁରୁଷୋତ୍ତମ କରାଉଛନ୍ତି, ପୁଣି ତୁମେ ପୁରୁଷୋତ୍ତମ ନୂଆ ଦୁନିଆରେ ରହିବ । ପୁରୁଷୋତ୍ତମ ଅର୍ଥାତ୍ ଉତ୍ତମରୁ ଉତ୍ତମ ପୁରୁଷ ଏହି ରାଧା-କୃଷ୍ଣ ଅଥବା ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଏହି ଜ୍ଞାନ ମଧ୍ୟ ତୁମ ପାଖରେ ଅଛି । ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ମାନିବେ ଯେ ବାସ୍ତବରେ ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ଭାରତର କେତେ ଶ୍ରେଷ୍ଠ ମହିମା ରହିଛି । କିନ୍ତୁ ଭାରତବାସୀ ନିଜେ ହିଁ ଜାଣି ନାହାଁନ୍ତି । କହୁଛନ୍ତି ମଧ୍ୟ ଅମୁକ ସ୍ୱର୍ଗବାସୀ ହେଲା କିନ୍ତୁ ସ୍ୱର୍ଗ କି ପ୍ରକାର ଜିନିଷ, ଏକଥା କେହି ବୁଝି ନାହାଁନ୍ତି । ନିଜେ ହିଁ ସିଦ୍ଧ କରୁଛନ୍ତି ଯେ ସ୍ୱର୍ଗକୁ ଗଲା, ଏହାର ଅର୍ଥ ନର୍କରେ ଥିଲା । ସ୍ୱର୍ଗ ତ ଯେବେ ବାବା ସ୍ଥାପନ କରିବେ ତେବେ ହେବ । ସ୍ୱର୍ଗ ନୂଆ ଦୁନିଆକୁ ହିଁ କୁହାଯାଉଛି । ଦୁଇଟି ଜିନିଷ ଅଟେ ନା ସ୍ୱର୍ଗ ଏବଂ ନର୍କ । ମନୁଷ୍ୟ ତ ସ୍ୱର୍ଗକୁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । ତୁମେ ପିଲାମାନେ ଜାଣିଛ ଏ ଦୁନିଆ କାଲି ସ୍ୱର୍ଗ ଥିଲା, ଏମାନଙ୍କର ରାଜତ୍ୱ ଥିଲା ପୁଣି ବାବାଙ୍କଠାରୁ ସମ୍ପତ୍ତି ନେଉଛ ।

ବାବା କହୁଛନ୍ତି ମଧୁର ଗେହ୍ଲା ସନ୍ତାନମାନେ, ତୁମ ଆତ୍ମା ପତିତ ହୋଇ ଯାଇଥିବାରୁ ନର୍କରେ ହିଁ ଅଛି । କହୁଛନ୍ତି ମଧ୍ୟ ଏବେ କଳିଯୁଗ ଶେଷ ହେବା ପାଇଁ ୪୦ ହଜାର ବର୍ଷ ବାକି ଅଛି । ତେବେ ନିଶ୍ଚୟ କଳିଯୁଗବାସୀ କୁହାଯିବ ନା । ପୁରୁଣା ଦୁନିଆ ତ ଅଟେ ନା । ମନୁଷ୍ୟ ବିଚରା ଘୋର ଅନ୍ଧକାରରେ ଅଛନ୍ତି । ଶେଷ ସମୟରେ ଯେବେ ନିଆଁ ଲାଗିବ ତେବେ ଏମାନେ ସବୁ ବିନାଶ ହୋଇଯିବେ । ପୁରୁଷାର୍ଥର କ୍ରମ ଅନୁସାରେ ତୁମମାନଙ୍କର ପ୍ରୀତି ବୁଦ୍ଧି ରହିଛି । ଯେତେ ପ୍ରୀତି ବୁଦ୍ଧି ଥିବ ସେତେ ଉଚ୍ଚ ପଦ ପାଇବ । ସକାଳୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଇବା ଉଚିତ୍ । ପ୍ରେମର ଅଶ୍ରୁ ପଛେ ଆସୁ କାହିଁକି ନା ବହୁତ ସମୟ ପରେ ବାବା ଆସି ମିଶୁଛନ୍ତି । ବାବା ଆପଣ ଆସି ଆମକୁ ଦୁଃଖରୁ ମୁକ୍ତ କରୁଛନ୍ତି । ଆମେ ବିଷୟ ସାଗରରେ ବୁଡି କେତେ ଦୁଃଖୀ ହୋଇ ଆସିଛୁ । ବର୍ତ୍ତମାନ ଏହା ରୌରବ ନର୍କ ଅଟେ । ଏବେ ବାବା ସାରା ଚକ୍ରର ରହସ୍ୟ ବୁଝାଉଛନ୍ତି । ମୂଳବତନ କଣ ଏକଥା ମଧ୍ୟ ଆସି ବୁଝାଉଛନ୍ତି । ଆଗରୁ ତୁମେ ଜାଣିନଥିଲ, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ସ୍ୱର୍ଗକୁ ଈଶ୍ୱରଙ୍କର ବଗିଚା ଅଥବା ଫୁଲର ବଗିଚା କୁହାଯାଉଛି । ବାବାଙ୍କୁ ବଗିଚାର ମାଲିକ ମଧ୍ୟ କୁହାଯାଉଛି ନା । ତୁମକୁ ଫୁଲରୁ ପୁଣି କଣ୍ଟା କିଏ କରୁଛି ? ରାବଣ । ତୁମେମାନେ ଜାଣିଛ ଭାରତ ଫୁଲର ବଗିଚା ଥିଲା, ଏବେ ଜଙ୍ଗଲ ହୋଇଯାଇଛି । ଜଙ୍ଗଲରେ ଜୀବଜନ୍ତୁ, ବିଛା ଆଦିଥାନ୍ତି । ସତ୍ୟଯୁଗରେ କୌଣସି ଭୟଙ୍କର ଜୀବଜନ୍ତୁ ଆଦି ରହିବେ ନାହିଁ । ଶାସ୍ତ୍ରରେ ତ ବହୁତ କଥା ଲେଖି ଦେଇଛନ୍ତି । କୃଷ୍ଣଙ୍କୁ ସର୍ପ ଦଂଶନ କଲା, ଇତ୍ୟାଦି ଇତ୍ୟାଦି । କୃଷ୍ଣଙ୍କୁ ପୁଣି ଦ୍ୱାପରକୁ ନେଇଯାଇଛନ୍ତି । ବାବା ବୁଝାଇଛନ୍ତି ଭକ୍ତି ପୂରା ଅଲଗା ଜିନିଷ ଅଟେ, ଜ୍ଞାନର ସାଗର ଏକ ବାବା ହିଁ ଅଟନ୍ତି । ଏପରି ନୁହେଁ ଯେ ବ୍ରହ୍ମା-ବିଷ୍ଣୁ-ଶଙ୍କର ଜ୍ଞାନର ସାଗର ଅଟନ୍ତି, ନା । ପତିତ-ପାବନ କେବଳ ହିଁ ଜ୍ଞାନର ସାଗର ଶିବବାବାଙ୍କୁ କୁହାଯିବ । ଜ୍ଞାନ ଦ୍ୱାରା ହିଁ ମନୁଷ୍ୟଙ୍କର ସଦ୍ଗତି ହୋଇଥାଏ । ସଦ୍ଗତିର ସ୍ଥାନ ହେଲା ଦୁଇଟି ମୁକ୍ତିଧାମ ଏବଂ ଜୀବନମୁକ୍ତିଧାମ ଅର୍ଥାତ୍ ସ୍ୱର୍ଗ । ଏବେ ତୁମେମାନେ ଜାଣିଛ ରାଜଧାନୀ ସ୍ଥାପନ ହେଉଛି, କିନ୍ତୁ ଗୁପ୍ତ ଭାବରେ । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନା କରୁଛନ୍ତି, ପ୍ରତ୍ୟେକ ଆତ୍ମା ନିଜ ନିଜର ମନୁଷ୍ୟ ଶରୀରରେ ଆସୁଛନ୍ତି । ବାବାଙ୍କର ନିଜର ତ ଶରୀର ନାହିଁ, ସେଥିପାଇଁ ଏହାଙ୍କୁ ନିରାକାର ଈଶ୍ୱର ପିତା ବୋଲି କୁହାଯାଉଛି, ବାକି ସବୁ ସାକାରୀ ଅଟନ୍ତି । ତାକୁ କୁହାଯାଉଛି ଇନ୍କାରପୋରିୟଲ୍ ଗଡ୍ ଫାଦର ଅର୍ଥାତ୍ ନିରକାର ଈଶ୍ୱର ପିତା । ନିରାକାର ଆତ୍ମାମାନଙ୍କର ପିତା । ତୁମେ ଆତ୍ମାମାନେ ମଧ୍ୟ ସେଠାକାର ନିବାସୀ ଅଟ । ବାବା ମଧ୍ୟ ସେଠାରେ ରହୁଛନ୍ତି । କିନ୍ତୁ ଗୁପ୍ତ ଅଟନ୍ତି । ବାବା ହିଁ ଆସି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ମୂଳବତନରେ କୌଣସି ଦୁଃଖ ନାହିଁ । ବାବା କହୁଛନ୍ତି ତୁମର ଗୋଟିଏ କଥାରେ ହିଁ କଲ୍ୟାଣ ରହିଛି ବାବାଙ୍କୁ ୟାଦ କର, ମନ୍ମନାଭବ । ବାସ୍, ବାବାଙ୍କର ସନ୍ତାନ ହେଲ ଅର୍ଥାତ୍ ସମ୍ପତ୍ତିର ମାଲିକ ହେଲ ଏହା ତ ବୁଝାପଡୁଛି । ଅଲଫ ଅର୍ଥାତ୍ ଆଲ୍ଲାକୁ ମନେ ପକାଇଲେ ସତ୍ୟଯୁଗୀ ନୂଆ ଦୁନିଆର ସମ୍ପତ୍ତି ମିଳିବ । ଏହି ପତିତ ଦୁନିଆର ବିନାଶ ମଧ୍ୟ ନିଶ୍ଚୟ ହେବ । ଅମରପୁରୀକୁ ଯିବାକୁ ହିଁ ହେବ । ଅମରନାଥ ତୁମେ ପାର୍ବତୀମାନଙ୍କୁ ଅମରକଥା ଶୁଣାଉଛନ୍ତି । ବିଭିନ୍ନ ତୀର୍ଥ ଏବଂ ଅମରନାଥକୁ ମଧ୍ୟ କେତେ ମନୁଷ୍ୟମାନେ ଯାଉଛନ୍ତି । ସେଠାରେ ତ କିଛି ବି ନାହିଁ । ସବୁ ହେଲା ଠକାମି । ଟିକିଏ ହେଲେ ସତ୍ୟ ନାହିଁ । ଗାୟନ ମଧ୍ୟ ଅଛି ମିଛ ମାୟା ମିଛ କାୟା... ଏହାର ମଧ୍ୟ ଅର୍ଥ ବାହାର କରିବା ଉଚିତ୍ । ଏଠାରେ ସବୁ ମିଛ ଅଟେ । ଏହା ମଧ୍ୟ ଜ୍ଞାନର କଥା । ଏପରି ନୁହେଁ ଯେ ଗ୍ଲାସ୍କୁ ଗ୍ଲାସ୍ କହିବା ମିଛ । ବାକି ବାବାଙ୍କ ବିଷୟରେ ଯାହା କିଛି କହୁଛନ୍ତି ସବୁ ମିଛ କହୁଛନ୍ତି । ଏକା ବାବା ହିଁ ସତ୍ୟ କହୁଛନ୍ତି । ଏବେ ତୁମେ ଜାଣୁଛ ବାବା ଆସି ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣାଉଛନ୍ତି । କୃତ୍ରିମ ହୀରା-ମୋତି ମଧ୍ୟ ଥାଏ ନା । ଆଜିକାଲି କୃତ୍ରିମର ବହୁତ ଆଡମ୍ବର ରହିଛି । ସେଗୁଡିକର ଚମକ ସତ୍ୟଠାରୁ ମଧ୍ୟ ଭଲ ଦେଖାଯାଏ । ଏହି କୃତ୍ରିମ ପଥର ସବୁ ଭାରତରେ ପୂର୍ବରୁ ନଥିଲା । ପରେ ବିଦେଶରୁ ଆସିଛି । ଅସଲି ଓ ନକଲିକୁ ଏକାଠି ମିଶାଇ ଦେଉଛନ୍ତି । ଜଣାପଡେ ନାହିଁ । ପୁଣି ଏଭଳି ଜିନିଷ ମଧ୍ୟ ବାହାରିଛି ଯାହା ସାହାଯ୍ୟରେ ପରଖିଥାନ୍ତି । ମୋତି ମଧ୍ୟ ଏଭଳି ନକଲି ବାହାରିଛି ଟିକେ ବି ନକଲି ବୋଲି ଜଣାପଡିବ ନାହିଁ । ଏବେ ତୁମେ ପିଲାମାନଙ୍କୁ କୌଣସି ବି ସନ୍ଦେହ ନାହିଁ । ସଂଶୟବୁଦ୍ଧି ସମ୍ପନ୍ନ ଆତ୍ମା ଏଠାକୁ ଆସିପାରନ୍ତି ନାର୍ହି । ପ୍ରଦର୍ଶନୀକୁ କେତେ ଢେର ଆସୁଛନ୍ତି । ବାବା କହୁଛନ୍ତି ଏବେ ବଡ-ବଡ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲ, ଏହା ହିଁ ତୁମର ଏକମାତ୍ର ଅବିନାଶୀ ରୋଜଗାରର ଦୋକାନ ଅଟେ । ତୁମେ ସତ୍ୟ ଦୋକାନ ଖୋଲୁଛ । ବଡ-ବଡ ସନ୍ନ୍ୟାସୀମାନଙ୍କର ବଡ ଦୋକାନ ରହିଥାଏ । ଯେଉଁଠାକୁ ବଡ-ବଡ ମନୁଷ୍ୟମାନେ ଯାଇଥାନ୍ତି । ତୁମେ ମଧ୍ୟ ବଡ-ବଡ ସେଣ୍ଟର ଖୋଲ । ଭକ୍ତିମାର୍ଗର ସାମଗ୍ରୀ ବିଲ୍କୁଲ୍ ଅଲଗା ଏପରି କୁହାଯିବ ନାହିଁ ଯେ ଆରମ୍ଭରୁ ଭକ୍ତି ଚାଲି ଆସୁଛି । ନା । ଜ୍ଞାନ ଦ୍ୱାରା ସଦ୍ଗତି ଅର୍ଥାତ୍ ଦିନ ହେଉଛି । ସେଠାରେ ସଂପୂର୍ଣ୍ଣ ନିର୍ବିକାରୀ ବିଶ୍ୱର ମାଲିକ ଥିଲ । ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ ଯେ ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ, ଆଉ କୌଣସି ଧର୍ମ ନଥାଏ । ପିଲାମାନେ ଗୀତ ମଧ୍ୟ ଶୁଣିଛନ୍ତି । ତୁମେ ବୁଝୁଛ ଯେ ଶେଷରେ ସଂଗମର ସେହି ଦିନ ଆସି ପହଞ୍ଚଛି ଯାହାକି ଆମେ ଆସି ବେହଦର ବାବାଙ୍କ ସହିତ ମିଶୁଛୁ । ବେହଦର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛୁ । ସତ୍ୟଯୁଗରେ ତ ଏପରି କୁହାଯିବ ନାହିଁ ଶେଷରେ ସେହି ଦିନ ଆସିଛି । ସେମାନେ ଭାବୁଛନ୍ତି ବହୁତ ଶସ୍ୟ ହେବ, ଏପରି ହେବ । ଭାବୁଛନ୍ତି ଆମେ ସ୍ୱର୍ଗର ସ୍ଥାପନା କରୁଛୁ । ଭାବୁଛନ୍ତି ଛାତ୍ରମାନଙ୍କର ନୂଆ ରକ୍ତ ଏମାନେ ବହୁତ ସାହାଯ୍ୟ କରିବେ ସେଥିପାଇଁ ସରକାର ସେମାନଙ୍କ ଉନ୍ନତି ପାଇଁ ବହୁତ ମେହନତ କରୁଛି କିନ୍ତୁ ଝଗଡା କରି ପଥର ଆଦି ମଧ୍ୟ ସେହିମାନେ ହିଁ ମାରୁଛନ୍ତି । ହଙ୍ଗାମା କରିବାରେ ପ୍ରଥମେ ଛାତ୍ରମାନେ ହିଁ ଆଗରେ ଥାନ୍ତି । ସେମାନେ ବହୁତ ଚତୁର ଅଟନ୍ତି । ତାଙ୍କର ନୂଆ ରକ୍ତ ବୋଲି କୁହାଯାଉଛି । କିନ୍ତୁ ନୂଆ ରକ୍ତର ତ କୌଣସି କଥା ହିଁ ନାହିଁ । ତାହା ହେଲା ରକ୍ତ ସମ୍ପର୍କ । ବର୍ତ୍ତମାନ ତୁମର ଏହା ଆତ୍ମିକ ସମ୍ପର୍କ ଅଟେ । କହୁଛନ୍ତି ନା ବାବା ମୁଁ ଆପଣଙ୍କର ଦୁଇ ମାସର ସନ୍ତାନ ଅଟେ । କେତେକ ସନ୍ତାନ ଅଲୌକିକ ଜନ୍ମ ଦିନ ପାଳନ କରିଥାନ୍ତି । ଈଶ୍ୱରୀୟ ଜନ୍ମଦିନ ହିଁ ପାଳନ କରିବା ଉଚିତ୍ । ଶାରୀରିକ ଜନ୍ମ ଦିନ ବାତିଲ୍ କରିଦେବା ଉଚିତ୍ କହିବା ଆବଶ୍ୟକ ଯେ ମୁଁ ବ୍ରାହ୍ମଣମାନଙ୍କୁ ହିଁ ଖୁଆଇବି । ଅଲୌକିକ ଜନ୍ମ ପାଳନ କରିବା ଉଚିତ୍ ନା । ତାହା ହେଲା ଆସୁରୀ ଜନ୍ମ, ଏହା ହେଲା ଈଶ୍ୱରୀୟ ଜନ୍ମ । ରାତି-ଦିନର ଫରକ ରହିଛି, କିନ୍ତୁ ଯେବେ ନିଶ୍ଚୟ ଆସିବ ତେବେ ହିଁ ଏହା କରିବା ସମ୍ଭବ । ଏପରି ନୁହେଁ, ଈଶ୍ୱରୀୟ ଜନ୍ମ ପାଳନ କରି ପୁଣି ଯାଇ ଆସୁରୀ ଜନ୍ମରେ ପଡିବା । ଏମିତି ବି ହେଉଛି । ଈଶ୍ୱରୀୟ ଜନ୍ମ ପାଳନ କରୁ କରୁ ପୁଣି ଅଦୃଶ୍ୟ ହୋଇଯାଉଛନ୍ତି । ଆଜିକାଲି ତ ବିବାହର ବାର୍ଷିକ ଉତ୍ସବ ପାଳନ କରୁଛନ୍ତି । ବିବାହକୁ ଯେପରି ଭଲ ଶୁଭକାର୍ଯ୍ୟ ବୋଲି ଭାବୁଛନ୍ତି । ନର୍କକୁ ଯିବାର ଦିନକୁ ମଧ୍ୟ ପାଳନ କରୁଛନ୍ତି । ଆଶ୍ଚର୍ଯ୍ୟ ଅଟେ ନା । ବାବା ବସି ଏହି ସବୁ କଥା ବୁଝାଉଛନ୍ତି । ଏବେ ତୁମକୁ ତ ବ୍ରାହ୍ମଣମାନଙ୍କ ସହିତ ଈଶ୍ୱରୀୟ ଜନ୍ମ ଦିନ ହିଁ ପାଳନ କରିବାର ଅଛି । ମୁଁ ଶିବବାବାଙ୍କ ସନ୍ତାନ, ଏହି ସ୍ମୃତିରେ ଜନ୍ମଦିନ ପାଳନ କଲେ ଶିବବାବା ହିଁ ମନେ ରହିବେ । ନିଶ୍ଚୟ ବୁଦ୍ଧି ସନ୍ତାନମାନେ ହିଁ ଜନ୍ମଦିନ ପାଳନ କରିବା ଉଚିତ୍ । ଆସୁରୀ ଜନ୍ମ ଭୁଲିଯିବା ଦରକାର । ଏହି ରାୟ ମଧ୍ୟ ବାବା ଦେଉଛନ୍ତି । ଯଦି ପକ୍କା ନିଶ୍ଚୟ ବୁଦ୍ଧି ହୋଇଥିବ ତେବେ ହିଁ ହେବ । ବାସ୍, ମୁଁ ବାବାଙ୍କର ହୋଇଗଲି, ମୋର ଆଉ କେହି ନାହାଁନ୍ତି, ତେବେ ଅନ୍ତ ମତି ଅନୁସାରେ ଗତି ଅର୍ଥାତ୍ ପଦ ହୋଇଯିବ । ବାବାଙ୍କ ସ୍ମୃତିରେ ଦେହତ୍ୟାଗ କଲେ ପରଜନ୍ମ ମଧ୍ୟ ସେହିପରି ମିଳିବ । ନଚେତ୍ ଅନ୍ତକାଳେ ଯିଏ ସ୍ତ୍ରୀକୁ ସ୍ମରଣ କରେ... ଏହା ମଧ୍ୟ ଗ୍ରନ୍ଥ ସାହେବରେ ରହିଛି । ଏଠାରେ ପୁଣି କହୁଛନ୍ତି ଅନ୍ତ ସମୟରେ ଗଙ୍ଗା କୂଳରେ ଥିବ । ଏସବୁ ହେଲା ଭକ୍ତିମାର୍ଗର କଥା । ତୁମକୁ ବାବା କହୁଛନ୍ତି ଶରୀର ଛାଡିବା ସମୟରେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ଥାଅ । ବୁଦ୍ଧିରେ ବାବା ଏବଂ ଚକ୍ର ସ୍ମୃତିରେ ରହୁ । ତାହା ସେତେବେଳେ ହେବ ଯେତେବେଳେ ପୁରୁଷାର୍ଥ କରିଚାଲିଥିବ ତେବେ ଅନ୍ତକାଳରେ ସ୍ମୃତି ଆସିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ କାହିଁକି ନା ତୁମକୁ ଏବେ ଅଶରୀରୀ ହୋଇ ଘରକୁ ଫେରିଯିବାକୁ ହେବ । ଏଠାରେ ଅଭିନୟ କରି କରି ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଛ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବର୍ତ୍ତମାନ ଆତ୍ମା ହିଁ ଅପବିତ୍ର ଅଟେ ତେବେ ଶରୀର ପୁଣି ପବିତ୍ର କିପରି ମିଳିବ ? ବାବା ବହୁତ ଉଦାହରଣ ଦେଇ ବୁଝାଉଛନ୍ତି ଯେହେତୁ ବାବା ରତ୍ନ ବ୍ୟବସାୟୀ ଅଟନ୍ତି ନା । ଖାଦ ଅଳଙ୍କାରରେ ନୁହେଁ ସୁନାରେ ମିଶିଥାଏ । ୨୪ କ୍ୟାରେଟ୍ରୁ ୨୨ କ୍ୟାରେଟ୍ କରିବାକୁ ହେଲେ ରୂପା ମିଶାଇବେ । ଏବେ ତ ସୁନା ହିଁ ନାହିଁ ସମସ୍ତଙ୍କଠାରୁ ନେଇ ଚାଲିଛନ୍ତି । ଆଜିକାଲି ଦେଖ ନୋଟ୍ ମଧ୍ୟ କିପରି ତିଆରି କରୁଛନ୍ତି । କାଗଜ ମଧ୍ୟ ନାହିଁ । ପିଲାମାନେ ଜାଣିଛନ୍ତି କଳ୍ପ-କଳ୍ପ ଏପରି ହୋଇ ଆସୁଛି । ପୂରା ଯାଞ୍ଚ କରୁଛନ୍ତି । ଲକର୍ସ ଆଦି ସବୁ ଖୋଲି ଚେକିଂ କରୁଛନ୍ତି । ଯେପରି କାହାର ତଲାସୀ ଆଦି କରାଯାଇଥାଏ ନା । ଗାୟନ ମଧ୍ୟ ରହିଛି କାହାର ମାଟିରେ ଦବିଯିବ... ବିଶମ ଅଗ୍ନି କାଣ୍ଡ ମଧ୍ୟ ହେବ । ତୁମେ ପିଲାମାନେ ଜାଣିଛ ଏସବୁ ହେବ । ସେଥିପାଇଁ ତୁମେ ଭବିଷ୍ୟତ ପାଇଁ ବ୍ୟାଗ୍ ବ୍ୟାଗେଜ୍ ପ୍ରସ୍ତୁତ କରୁଛ । ଆଉ କାହାକୁ କିଛି ଜଣା ଅଛି କି । ତୁମକୁ ହିଁ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳୁଛି । ତୁମ ପଇସାରେ ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି, ଯେଉଁଠି ପୁଣି ତୁମେ ହିଁ ନିବାସ କରିବ ।

ତୁମେ ପିଲାମାନେ ନିଜର ପୁରଷାର୍ଥ ଦ୍ୱାରା ହିଁ ନିଜେ ରାଜତିଳକ ନେଉଛ । ଦୀନବନ୍ଧୁ ବାବା ସ୍ୱର୍ଗର ମାଲିକ କରିବାକୁ ଆସିଛନ୍ତି କିନ୍ତୁ ହେବ ତ ନିଜର ପାଠପଢା ଦ୍ୱାରା ନା । କୃପା ଅଥବା ଆଶୀର୍ବାଦ ଦ୍ୱାରା ନୁହେଁ । ପଢାଇବା ତ ହେଉଛି ଶିକ୍ଷକଙ୍କର ଧର୍ମ । କୃପାର କୌଣସି କଥା ନାହିଁ । ଶିକ୍ଷକଙ୍କୁ ସରକାର ଠାରୁ ଦରମା ମିଳିଥାଏ । ସେମାନେ ତ ନିଶ୍ଚୟ ପଢାଇବେ । ଏତେ ବଡ ପୁରସ୍କାର ମିଳୁଛି ଯଦ୍ୱାରା ତୁମେ ପଦ୍ମାପଦମ୍ପତି ହେଉଛ । କୃଷ୍ଣଙ୍କ ପାଦରେ ପଦମର ଚିହ୍ନ ଦେଇଥାନ୍ତି । ତୁମେ ଏଠାକୁ ଆସିଛ ଭବିଷ୍ୟରେ ପଦମ୍ପତି ହେବା ପାଇଁ । ତୁମେ ବହୁତ ସୁଖୀ ସାହୁକାର, ଅମର ହେଉଛ । କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ଏହିସବୁ କଥାକୁ ମନୁଷ୍ୟ ବୁଝିପାରିବେ ନାହିଁ । ତୁମର ଆୟୁ ପୂରା ହୋଇଯାଉଛି, ତୁମେ ଅମର ହୋଇଯାଉଛ । ସେମାନେ ପୁଣି ପାଣ୍ଡବଙ୍କର ଲମ୍ବା-ଚଉଡା ଚିତ୍ର ତିଆରି କରିଦେଇଛନ୍ତି । ଭାବୁଛନ୍ତି ପାଣ୍ଡବ ଏତେ ଡେଙ୍ଗା ଥିଲେ । ତୁମେ ହିଁ ପାଣ୍ଡବ । କେତେ ରାତି-ଦିନର ଫରକ ରହିଛି । ମନୁଷ୍ୟ କେହି ଅତ୍ୟଧିକ ଲମ୍ବା ତ ହୋଇନଥାନ୍ତି । ୬ ଫୁଟର ହିଁ ହୋଇଥାନ୍ତି । ଭକ୍ତିମାର୍ଗରେ ପ୍ରଥମେ ପ୍ରଥମେ ଶିବବାବାଙ୍କର ଭକ୍ତି ହେଉଛି । ବାବାଙ୍କ ଚିତ୍ରକୁ ତ ବଡ କରି ତିଆରି କରିବେ ନାହିଁ । ପ୍ରଥମେ ଶିବବାବାଙ୍କର ଅବ୍ୟଭିଚାରୀ ଭକ୍ତି ହେଉଛି । ପୁଣି ଦେବତାମାନଙ୍କର ମୂର୍ତ୍ତି ତିଆରି କରୁଛନ୍ତି । ତାଙ୍କର ପୁଣି ବଡ-ବଡ ଚିତ୍ର ତିଆରି କରୁଛନ୍ତି । ପୁଣି ପାଣ୍ଡବଙ୍କର ବଡ-ବଡ ଚିତ୍ର କରିଦେଉଛନ୍ତି । ପୂଜା ନିମନ୍ତେ ହିଁ ଏସବୁ ଚିତ୍ର ତିଆରି କରୁଛନ୍ତି । ୧୨ ମାସରେ ଥରେ ଲକ୍ଷ୍ମୀଙ୍କର ପୂଜା କରୁଛନ୍ତି । ଜଗତ୍ଅମ୍ବାଙ୍କର ପୂଜା ପ୍ରତ୍ୟହ କରୁଛନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ତୁମର ଡବଲ ପୂଜା ହେଉଛି । ମୋର ତ କେବଳ ଆତ୍ମା ଅଥବା ଲିଙ୍ଗର ହିଁ ପୂଜା ହେଉଛି । ତୁମର ଶାଳଗ୍ରାମ ରୂପରେ ଏବଂ ଦେବତା ରୂପରେ ମଧ୍ୟ ପୂଜା ହେଉଛି । ରୁଦ୍ର ଯଜ୍ଞ ରଚନା କଲେ କେତେ ଶାଳଗ୍ରାମ ତିଆରି କରୁଛନ୍ତି ତେଣୁ କିଏ ବଡ ହେଲେ ? ସେଥିପାଇଁ ବାବା ସନ୍ତାନମାନଙ୍କୁ ନମସ୍କାର କରୁଛନ୍ତି । କେତେ ଉଚ୍ଚ ପଦ ପ୍ରାପ୍ତ କରାଉଛନ୍ତି ।

ବାବା କେତେ ଗହନ କଥା ଶୁଣାଉଛନ୍ତି, ତେଣୁ ପିଲାମାନେ କେତେ ଖୁସି ହେବା ଉଚିତ୍ । ଭଗବାନ-ଭଗବତୀ କରାଇବା ପାଇଁ ଆମକୁ ଭଗବାନ ପଢାଉଛନ୍ତି । କେତେ ଧନ୍ୟବାଦ ଦେବା ଉଚିତ୍ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ସ୍ୱପ୍ନ ମଧ୍ୟ ଭଲ ଆସିବ । ସାକ୍ଷାତ୍କାର ମଧ୍ୟ ହେବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଈଶ୍ୱରୀୟ ଆତ୍ମିକ ଜନ୍ମ ଦିନ ପାଳନ କରିବା ଉଚିତ୍, ସମସ୍ତଙ୍କ ସହିତ ଆତ୍ମିକ ସମ୍ପର୍କ ରଖିବାକୁ ହେବ, ରକ୍ତ ସମ୍ପର୍କ ନୁହେଁ । ଆସୁରୀ ଅର୍ଥାତ୍ ଶାରୀରିକ ଜନ୍ମ ଦିନ ପାଳନ ମଧ୍ୟ ବନ୍ଦ କରିଦେବା ଉଚିତ୍, ତାହା ପୁନର୍ବାର ମନେ ପଡିବା ଉଚିତ୍ ନୁହେଁ ।

(୨) ଭବିଷ୍ୟତ ପାଇଁ ନିଜର ବ୍ୟାଗ୍ ବ୍ୟାଗେଜ୍ ପ୍ରସ୍ତୁତ ରଖିବାକୁ ହେବ । ନିଜର ଟଙ୍କା-ପଇସା ଭାରତକୁ ସ୍ୱର୍ଗ କରିବାରେ ସଫଳ କରିବାକୁ ହେବ । ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ ହେବ ।

ବରଦାନ:-
ସ୍ମୃତିର ସ୍ୱିଚ୍ ଅନ୍ କରି ଗୋଟିଏ ସେକେଣ୍ଡରେ ଅଶରୀରୀ ସ୍ଥିତିର ଅନୁଭବ କରୁଥିବା ପ୍ରୀତିବୁଦ୍ଧି ହୁଅ ।

ଯେଉଁଠାରେ ପ୍ରଭୁପ୍ରୀତ ଅଛି ସେଠାରେ ଅଶରୀରୀ ହେବା ଗୋଟିଏ ସେକେଣ୍ଡର ଖେଳ ସଦୃଶ ଅଟେ । ଯେପରି ସ୍ୱିଚ୍ ଅନ୍ କରିବା ମାତ୍ରେ ଅନ୍ଧକାର ସମାପ୍ତ ହୋଇଯାଏ ସେହିପରି ପ୍ରୀତିବୁଦ୍ଧି ହୋଇ ସ୍ମୃତିର ସ୍ୱିଚ୍ ଅନ୍ କର ତେବେ ଦେହ ଏବଂ ଦେହର ଦୁନିଆର ସ୍ୱିଚ୍ ଅଫ୍ ହୋଇଯିବ । ଏହାମାତ୍ର ଗୋଟିଏ ସେକେଣ୍ଡର ଖେଳ । ମୁଖ ଦ୍ୱାରା ବାବା ଶବ୍ଦ ଉଚ୍ଚାରଣ କରିବା ପାଇଁ ମଧ୍ୟ ସମୟ ଲାଗିବ କିନ୍ତୁ ସ୍ମୃତିରେ ଆଣିବା ପାଇଁ ସମୟ ଲାଗିବ ନାହିଁ । ଏହି ବାବା ଶବ୍ଦ ହିଁ ପୁରୁଣା ଦୁନିଆକୁ ଭୁଲାଇବାର ଆତ୍ମିକ ବୋମା ଅଟେ ।

ସ୍ଲୋଗାନ:-
ଯଦି ଦୈହିକ ସ୍ମୃତି ରୂପୀ ମାଟିର ବୋଝଠାରୁ ମୁକ୍ତ ରହିବ ତେବେ ଡବଲ ଲାଇଟ୍ ଫରିସ୍ଥା ହୋଇଯିବ ।