17.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ସମସ୍ତଙ୍କୁ ପରିସ୍ତାନୀ କରିବାକୁ ହେବ, କାରଣ ତୁମେ ସମସ୍ତଙ୍କର କଲ୍ୟାଣକାରୀ, ତୁମର କର୍ତ୍ତବ୍ୟ ହେଲା ଗରିବମାନଙ୍କୁ ସାହୁକାର କରିବା ।

ପ୍ରଶ୍ନ:-
ବାବାଙ୍କର କେଉଁ ନାମ ଯଦିଓ ସାଧାରଣ କିନ୍ତୁ କର୍ତ୍ତବ୍ୟ ବହୁତ ମହାନ ?

ଉତ୍ତର:-
ବାବାଙ୍କୁ ବାଗବାନ ଅର୍ଥାତ୍ ବଗିଚାର ମାଲିକ ଏବଂ ନାଉରିଆ ମଧ୍ୟ କହିଥାନ୍ତି । ଏହି ନାମଟି କେତେ ସାଧାରଣ କିନ୍ତୁ ବୁଡି ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିବା କେତେ ମହାନ କର୍ତ୍ତବ୍ୟ । ଯେପରି ପହଁରାଳୀମାନେ ଜଣେ-ଜଣଙ୍କର ହାତଧରି ପାରି କରିଦିଅନ୍ତି, ସେହିପରି ବାବାଙ୍କର ହାତ ମିଳିବା ଦ୍ୱାରା ତୁମେ ସ୍ୱର୍ଗବାସୀ ହୋଇଯାଉଛ । ଏବେ ତୁମେ ମଧ୍ୟ ମାଷ୍ଟର ନାଉରୀ ଅଟ । ତୁମେ ପ୍ରତ୍ୟେକଙ୍କର ନୌକାକୁ ପାରି ହେବାର ରାସ୍ତା ବତାଉଛ ।

ଓମ୍ ଶାନ୍ତି ।
ସନ୍ତାନମାନେ ତ ନିଶ୍ଚୟ ବାବାଙ୍କ ସ୍ମୃତିରେ ବସିଥିବେ । ନିଜକୁ ଆତ୍ମା ଭାବିବାର ଅଛି, ଦେହ ମଧ୍ୟ ଆତ୍ମା ସହିତ ରହିଛି ନା । ଏପରି ନୁହେଁ ଯେ ବିନା ଦେହରେ ବସିଛ । କିନ୍ତୁ ବାବା କହୁଛନ୍ତି, ଦେହ-ଅଭିମାନ ଛାଡି, ଦେହୀ-ଅଭିମାନୀ ହୋଇ ବସ । ଦେହୀ-ଅଭିମାନ ହେଉଛି ଶୁଦ୍ଧ, ଦେହ-ଅଭିମାନ ହେଉଛି ଅଶୁଦ୍ଧ । ତୁମେ ଜାଣିଛ ଯେ, ଦେହୀ-ଅଭିମାନୀ ହେବା ଦ୍ୱାରା ଆମେ ଶୁଦ୍ଧ ପବିତ୍ର ହେଉଛୁ । ଦେହ-ଅଭିମାନୀ ହେବା ଦ୍ୱାରା ଅଶୁଦ୍ଧ, ଅପବିତ୍ର ହୋଇଯାଇଥିଲୁ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ପବିତ୍ର ଦୁନିଆ ଥିଲା ଏବେ ପତିତ ହୋଇଛି, ପୁଣି ପବିତ୍ର ଦୁନିଆ ନିଶ୍ଚୟ ହେବ । କାରଣ ସୃଷ୍ଟିଚକ୍ର ପୁନରାବୃତ୍ତି ହେବ । ଯିଏ ଏହି ସୃଷ୍ଟି ଚକ୍ରକୁ ଜାଣିଥାନ୍ତି, ତାଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯାଏ । ତୁମେ ସମସ୍ତେ ହେଉଛ ସ୍ୱଦର୍ଶନ ଚକ୍ରଧାରୀ । ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଜ୍ଞାନ ମିଳିଛି । ଜ୍ଞାନ କିଏ ଦେଲେ ? ଯିଏ ଜ୍ଞାନ ଦେଲେ ନିଶ୍ଚୟ ସିଏ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇଥିବେ । ବାବାଙ୍କ ବିନା ଅନ୍ୟ କେହି ମନୁଷ୍ୟ ଏହି ଜ୍ଞାନ ଦେଇପାରିବେ ନାହିଁ । ପରମାତ୍ମା ପିତା ହିଁ ସନ୍ତାନମାନଙ୍କୁ ଶିଖାଉଛନ୍ତି । କହୁଛନ୍ତି ହେ ପିଲାମାନେ ତୁମେ ଦେହୀ-ଅଭିମାନୀ ହୁଅ । ସତ୍ୟଯୁଗରେ ଏହି ଜ୍ଞାନ ଅଥବା ଶିକ୍ଷା ଦରକାର ହେବ ନାହିଁ । ନା ସେଠାରେ ଭକ୍ତି ଅଛି । ଜ୍ଞାନ ଆଧାରରେ ସମ୍ପତ୍ତି ମିଳୁଛି । ବାବାଙ୍କ ଶ୍ରୀମତ ଆଧାରରେ ତୁମେ ଶ୍ରେଷ୍ଠ ହେବ । ତୁମେ ଜାଣିଛ ଯେ ଆମେ କବରସ୍ଥାନୀ ଥିଲୁ, ଏବେ ବାବା ଶ୍ରେଷ୍ଠ ପରିସ୍ଥାନୀ କରୁଛନ୍ତି । ଏହି ପୁରୁଣା ଦୁନିଆ ମାଟିରେ ମିଶିଯିବ । ମୃତ୍ୟୁଲୋକକୁ କବରସ୍ଥାନ ହିଁ କୁହାଯିବ । ନୂଆ ଦୁନିଆକୁ ପରିସ୍ତାନ କୁହାଯାଏ । ବାବା ଡ୍ରାମାର ରହସ୍ୟ ବୁଝାଉଛନ୍ତି । ଏହି ସାରା ଦୁନିଆକୁ ଭଁଭୋର (ପାଳଗଦା) କୁହାଯାଏ ।

ବାବା ବୁଝାଇଛନ୍ତି ଯେ ଏହି ସମୟରେ ସାରା ସୃଷ୍ଟିରେ ରାବଣ ରାଜ୍ୟ ଅଛି । ଦଶହରା ମଧ୍ୟ ପାଳନ କରନ୍ତି, କେତେ ଖୁସି ହୁଅନ୍ତି । ବାବା କହୁଛନ୍ତି, ସବୁ ସନ୍ତାନମାନଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ମୋତେ ହିଁ ପୁରୁଣା ରାବଣ ଦୁନିଆକୁ ଆସିବାକୁ ପଡୁଛି । ଗୋଟିଏ କଥା ଶୁଣାଉଛନ୍ତି । କିଏ ଜଣେ ପଚାରିଲେ ଯେ ପ୍ରଥମେ ତୁମର ସୁଖ ଦରକାର ନା ଦୁଃଖ ? ତେବେ କହିଲେ ଯେ ସୁଖ ଦରକାର । ସୁଖ ଦୁନିଆକୁ ଗଲେ ସେଠାରେ କୌଣସି ଯମଦୂତ ଆସିପାରିବେ ନାହିଁ । ଏହିପରି ମଧ୍ୟ ଏକ କାହାଣୀ ଅଛି । ବାବା ଜଣାଉଛନ୍ତି, ସୁଖଧାମରେ କେବେ ବି କାଳ ଆସେ ନାହିଁ, ଅମରପୁରୀ ଅଟେ ନା । ତୁମେ ମୃତ୍ୟୁ ଉପରେ ବିଜୟୀ ହେଉଛ । ତୁମେ କେତେ ସର୍ବଶକ୍ତିମାନ ହେଉଛ । ସେଠାରେ ଏହିପରି କହିବେ ନାହିଁ ଯେ ଅମୁକ ମରିଗଲା, ମୃତ୍ୟୁର ନାଁ ହିଁ ନାହିଁ । ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଲା । ସାପ ବି ଶରୀର ବଦଳାଇଥାଏ ନା । ତୁମେ ମଧ୍ୟ ପୁରୁଣା ଶରୀର ଛାଡି, ନୂଆ ଶରୀର ଧାରଣ କରିବ । ସେଠାରେ ୫ ତତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଥାଏ । ସବୁ ଜିନିଷ ସତ୍ତ୍ୱପ୍ରଧାନ ହୋଇଯାଏ । ସେଠାରେ ପ୍ରତ୍ୟେକ ଜିନିଷ ଫଳ ଆଦି ମଧ୍ୟ ଅତି ଉତ୍ତମ ଅଟେ । ସତ୍ୟଯୁଗକୁ ସ୍ୱର୍ଗ ହିଁ କୁହାଯାଏ । ତୁମେ ସେଠାରେ ବହୁତ ଧନବାନ ଥିଲ । ଲକ୍ଷ୍ମୀ-ନାରାୟଣଙ୍କ ପରି ସୁଖି ବିଶ୍ୱର ମାଲିକ କେହି ହୋଇ ପାରିବେ ନାହିଁ । ଏବେ ତୁମେ ଜାଣୁଛ ଯେ ଆମେ ହିଁ ଏହିପରି ଥିଲୁ, ତେବେ କେତେ ଖୁସି ହେବା ଉଚିତ୍ । ପ୍ରତ୍ୟେକ ଆତ୍ମାକୁ ପରିସ୍ତାନୀ କରିବାର ଅଛି, ବହୁତଙ୍କର କଲ୍ୟାଣ କରିବାର ଅଛି । ତୁମେ ବହୁତ ସାହୁକାର ହେଉଛ । ସେମାନେ ସମସ୍ତେ ଗରିବ ଅଟନ୍ତି । ଯେତେ ପର୍ଯ୍ୟନ୍ତ ତୁମ ହାତରେ ହାତ ମିଶାଇ ନାହାଁନ୍ତି, ସେତେ ପର୍ଯ୍ୟନ୍ତ ସ୍ୱର୍ଗବାସୀ ହୋଇ ପାରିବ ନାହିଁ । ବାବାଙ୍କ ହାତ ସାକାର ସଙ୍ଗ ତ ସମସ୍ତଙ୍କୁ ମିଳେ ନାହିଁ । ବାବାଙ୍କ ହାତ ତୁମକୁ ମିଳୁଛି । ଅନ୍ୟମାନଙ୍କୁ ପୁଣି ତୁମର ହାତ ଅର୍ଥାତ୍ ତୁମ ଦ୍ୱାରା ବାବାଙ୍କ ପରିଚୟ ମିଳୁଛି । ଅନ୍ୟମାନଙ୍କର ହାତ ପୁଣି ଅନ୍ୟମାନଙ୍କୁ ମିଳିଥାଏ । ଯେପରି ପହଁରାଳିମାନେ ଜଣ-ଜଣଙ୍କୁ ଆରପାରି ନେଇଯାଆନ୍ତି । ତୁମେ ମଧ୍ୟ ମାଷ୍ଟର ନାଉରୀ ଅଟ । ଅନେକ ନାଉରୀ ହେଉଛନ୍ତି । ତୁମର ଧନ୍ଦା ମଧ୍ୟ ଏଇଆ । ଆମେ ଅନେକଙ୍କୁ ନୌକା ପାର କରିବାର ରାସ୍ତା ବତାଇବୁ । ନାଉରୀଆର ସନ୍ତାନ ନାଉରୀ ହୋଇଥାଏ । ନାମ କେତେ ସାଧାରଣ । ବଗିଚାର ମାଲିକ ଓ ନାଉରୀ । ଏବେ ତୁମେ ପ୍ରତ୍ୟକ୍ଷରେ ଦେଖୁଛ । ତୁମେ ପରିସ୍ଥାନ ସ୍ଥାପନ କରୁଛ । ତୁମର ସ୍ମୃତିଚିହ୍ନ ସମ୍ମୁଖରେ ଅଛି । ତଳେ ରାଜଯୋଗର ତପସ୍ୟା, ଉପରେ ରାଜ୍ୟ ଦର୍ଶାଯାଇଛି । ଦେଲୱାଡା ନାଁ ମଧ୍ୟ ବହୁତ ବଢିଆ । ବାବା ସମସ୍ତଙ୍କର ହୃଦୟ ଅଧିଶ୍ୱର ଅଟନ୍ତି । ସମସ୍ତଙ୍କର ସଦ୍ଗତି କରନ୍ତି । କିଏ ହୃଦୟ ନେଇଥାନ୍ତି, ଏହା କଣ କାହାକୁ ଜଣା ଅଛି । ବ୍ରହ୍ମାଙ୍କର ପିତା ମଧ୍ୟ ଶିବବାବା ଅଟନ୍ତି । ପଞ୍ଚତତ୍ୱର ମଧ୍ୟ କଲ୍ୟାଣ କରନ୍ତି, ଏହା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି । ଅନ୍ୟ ଧର୍ମାବଲମ୍ବୀଙ୍କର ଶାସ୍ତ୍ର ମଧ୍ୟ ପ୍ରଚଳିତ ଅଛି । ତୁମକୁ ସଙ୍ଗମରେ ହିଁ ଜ୍ଞାନ ମିଳୁଛି, ପୁଣି ବିନାଶ ହୋଇଯିବ, ଏହାପରେ ଆଉ କୌଣସି ଶାସ୍ତ୍ର ରହିବ ନାହିଁ । ଶାସ୍ତ୍ର ହେଉଛି ଭକ୍ତିମାର୍ଗର ଚିହ୍ନ । ଏହା ହେଉଛି ଜ୍ଞାନ । ଅନ୍ତର ଦେଖିଲ ନା । ବହୁତ ଭକ୍ତି କରୁଛନ୍ତି, ଦେବୀମାନଙ୍କର ପୂଜାରେ କେତେ ଖର୍ଚ୍ଚ କରନ୍ତି । ବାବା କହନ୍ତି ଏଥିରେ ଅଳ୍ପକାଳର ସୁଖ ଅଛି । ଯେପରି ଭାବନା ରଖନ୍ତି, ତାହା ପୂରଣ ହୁଏ । ଦେବୀମାନଙ୍କୁ ସଜାଇବା ସମୟରେ କାହାକୁ ସାକ୍ଷାତ୍କାର ହେଲେ ବହୁତ ଖୁସି ହୋଇ ଯାଆନ୍ତି । କିନ୍ତୁ ଫାଇଦା କିଛି ମଧ୍ୟ ନାହିଁ । ମୀରାଙ୍କ ନାମର ମଧ୍ୟ ଗାୟନ ରହିଛି । ଭକ୍ତ ମାଳା ଅଛି ନା । ନାରୀ ମଧ୍ୟରେ ମୀରା, ପୁରୁଷ ମଧ୍ୟରେ ନାରଦ ଭକ୍ତ ଶୀରୋମଣୀ ରୂପେ ମାନ୍ୟତା ରହିଛି । ତୁମ୍ଭେମାନେ ମଧ୍ୟ କ୍ରମାନୁସାରେ ଅଛ । ମାଳାର ଦାନା ତ ବହୁତ ଅଛନ୍ତି । ବାବା ହେଉଛନ୍ତି ଫୁଲ, ଯିଏ ଉପରେ ଅଛନ୍ତି, ପୁଣି ଯୁଗଳ ମେରୁ । ଫୁଲକୁ ସମସ୍ତେ ନମସ୍କାର କରନ୍ତି । ଗୋଟି-ଗୋଟି ଦାନାକୁ ମଧ୍ୟ ନମସ୍କାର କରିଥାନ୍ତି । ରୁଦ୍ର ଯଜ୍ଞ ରଚନା କଲେ, ଶିବଙ୍କ ପୂଜା ଅଧିକ କରିଥାନ୍ତି । ଶାଳିଗ୍ରାମର ଏତେ ପୂଜା କରନ୍ତି ନାହିଁ । ଶିବଙ୍କ ପ୍ରତି ପୂରା ମନ ରହିଥାଏ କାହିଁକି ନା ଶିବବାବାଙ୍କ ଦ୍ୱାରା ହିଁ ଶାଳିଗ୍ରାମମାନେ ଏପରି ଶ୍ରେଷ୍ଠ ହୋଇଛନ୍ତି, ଯେପରି ଏବେ ତୁମେ ପବିତ୍ର ହେଉଛ । ପତିତ-ପାବନ ବାପାଙ୍କର ସନ୍ତାନ ତୁମେ ମଧ୍ୟ ମାଷ୍ଟର ପତିତ-ପାବନ ଅଟ । ଯଦି କାହାକୁ ରାସ୍ତା ବତାଉ ନାହଁ, ତେବେ ପାଇ-ପଇସାର ପଦ ମିଳିବ । ତଥାପି ବାବାଙ୍କୁ ତ ପାଇଛ ନା । ତାହା କଣ କମ୍ କଥା । ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । ଏହା କଣ କୃଷ୍ଣଙ୍କ ପାଇଁ କୁହାଯିବ କି ? କୃଷ୍ଣ କାହାର ପିତା ହେବେ ? କୃଷ୍ଣଙ୍କୁ କେହି ବାବା ବୋଲି କହିବେ ନାହିଁ । ସନ୍ତାନମାନଙ୍କୁ କଣ ବାବା ବୋଲି କହି ପାରିବେ । ସେତେବେଳେ ପିତା କୁହାଯାଏ, ଯେତେବେଳେ ଯୁଗଳ ହୁଅନ୍ତି, ସନ୍ତାନ ଜନ୍ମ ହୁଏ । ନିଜର ସନ୍ତାନ ହିଁ ପିତା ବୋଲି କହିଥାଏ । ଅନ୍ୟ କେହି ପିତା କହି ପାରିବେ ନାହିଁ । ବାକି ତ ଯେକୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ସମ୍ମାନ ଦୃଷ୍ଟିରୁ ବାପୁଜୀ କହି ଦିଅନ୍ତି । ଇଏ ତ ସମସ୍ତଙ୍କର ବାବା ଅଟନ୍ତି । ଭାତୃତ୍ୱର ବି ଗାୟନ ରହିଛି । ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ବିଶ୍ୱ ଭାତୃତ୍ୱ ଭାବ ପରିବର୍ତ୍ତେ ବିଶ୍ୱ ପିତୃତ୍ୱ ଭାବ ହୋଇଯାଏ ଅର୍ଥାତ୍ ସମସ୍ତେ ପିତା ହୋଇଯାଆନ୍ତି । ତୁମ୍ଭମାନଙ୍କୁ ବଡ-ବଡ ସଭାରେ ବୁଝାଇବାକୁ ହେବ । ସର୍ବଦା ଯେଉଁ ସ୍ଥାନକୁ ବି ଭାଷଣ କରିବାକୁ ଯାଅ ତେବେ ଯେଉଁ ବିଷୟରେ ଭାଷଣ କରିବାର ଅଛି, ପ୍ରଥମେ ତା ଉପରେ ବିଚାର ସାଗର ମନ୍ଥନ କରି ଲେଖିବା ଦରକାର । ବାବାଙ୍କର ତ ବିଚାର ସାଗର ମନ୍ଥନ କରିବାର ନାହିଁ । କଳ୍ପ ପୂର୍ବେ ଯାହା ଶୁଣାଇଥିଲେ, ତାହା ଶୁଣାଇବେ । ତୁମକୁ ତ ବିଷୟ ବସ୍ତୁ ଉପରେ ବୁଝାଇବାକୁ ହେବ । ପ୍ରଥମେ ବିଷୟବସ୍ତୁ ଲେଖି ପୁଣି ପଢିବା ଉଚିତ୍ । ଭାଷଣ ଶେଷରେ ପୁଣି ସ୍ମୃତିରେ ଆସେ ଯେ - ଏହି-ଏହି ପଏଣ୍ଟସବୁ ଭୁଲିଗଲୁ । ଏହାକୁ ବୁଝାଇଥିଲେ ଭଲ ହୋଇଥାନ୍ତା । ଏହିପରି ହୁଏ, କୌଣସି ନା କୌଣସି ପଏଣ୍ଟ ଭୂଲି ଯାଆନ୍ତି । ସର୍ବପ୍ରଥମେ ତ କହିବା ଉଚିତ୍ ଯେ ଭାଈ-ଭଉଣୀମାନେ ଆତ୍ମ-ଅଭିମାନ ହୋଇ ବସ । ଏକଥା କେବେ ବି ଭୂଲିବା ଅନୁଚିତ୍ । ଏହିପରି କେହି ସମାଚାର ଲେଖନ୍ତି ନାହିଁ । ପ୍ରଥମେ-ପ୍ରଥମେ ସମସ୍ତଙ୍କୁ କହିବାକୁ ହେବ ଆତ୍ମ-ଅଭିମାନୀ ହୋଇ ବସ । ତୁମେ ଆତ୍ମା ଅବିନାଶୀ ଅଟ । ବର୍ତ୍ତମାନ ବାବା ଆସି ଜ୍ଞାନ ଦେଉଛନ୍ତି । ବାବା କହୁଛନ୍ତି ମୋତେ ମନେପକାଇଲେ ବିକର୍ମ ବିନାଶ ହେବ । କୌଣସି ବି ଦେହଧାରୀକୁ ମନେପକାଅ ନାହିଁ । ନିଜକୁ ଆତ୍ମା ବୋଲି ଭାବ, ଆମେ ପରମଧାମବାସୀ ଅଟୁ । ଆମର ବାବା ହେଉଛନ୍ତି କଲ୍ୟାଣକାରୀ ଶିବ, ଆମ୍ଭେମାନେ ତାଙ୍କର ସନ୍ତାନ ଅଟୁ । ବାବା କହୁଛନ୍ତି, ଆତ୍ମ-ଅଭିମାନୀ ହୁଅ । ମୁଁ ଆତ୍ମା ଅଟେ । ବାବାଙ୍କ ସ୍ମୃତିରେ ହିଁ ବିକର୍ମ ବିନାଶ ହେବ । ଗଙ୍ଗା ସ୍ନାନ ଆଦି କଲେ ବିକର୍ମ ବିନାଶ ହେବ ନାହିଁ । ବାପାଙ୍କର ଆଦେଶ ହେଲା ଯେ ତୁମେ ମୋତେ ମନେପକାଅ । ଲୋକମାନେ ଗୀତା ପଢନ୍ତି, ଯଦା ଯଦାହି ଧର୍ମସ୍ୟ... କହୁଛନ୍ତି କିନ୍ତୁ ଅର୍ଥ କିଛି ହେଲେ ଜାଣନ୍ତି ନାହିଁ । ତେଣୁ ବାବା ସେବା ପାଇଁ ମତ ଦିଅନ୍ତି ଶିବବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ଶିବବାବାଙ୍କୁ ମନେପକାଅ । ସେମାନେ ଭାବୁଛନ୍ତି, କୃଷ୍ଣ କହିଲେ, ତୁମେ କହିବ ଶିବବାବା ଆମ୍ଭମାନଙ୍କୁ କହୁଛନ୍ତି, ମୋତେ ମନେପକାଅ । ଯେତିକି ମୋତେ ମନେପକାଇବ, ସେତେ ସତ୍ତ୍ୱପ୍ରଧାନ ହୋଇ ଉଚ୍ଚ ପଦ ପାଇବ । ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସମ୍ମୁଖରେ ଅଛି । ପୁରୁଷାର୍ଥ ଆଧାରରେ ଉଚ୍ଚ ପଦ ପାଇବାର ଅଛି । ସେହି ଧର୍ମାବଲମ୍ବୀ ନିଜ ଧର୍ମରେ ଉଚ୍ଚ ପଦ ପାଇବେ, ଆମକୁ ଅନ୍ୟ ଧର୍ମ ବିଷୟରେ ଆଲୋଚନା କରିବାର ଆବଶ୍ୟକ ନାହିଁ । ସେମାନେ ତ ପଛରେ ଆସୁଛନ୍ତି । ସେମାନେ ମଧ୍ୟ ଜାଣନ୍ତି ଯେ ଆମ ପୂର୍ବରୁ ସ୍ୱର୍ଗ ଥଲା । ଭାରତ ହେଉଛି ସବୁଠାରୁ ପ୍ରାଚୀନ । କିନ୍ତୁ କେବେ ଥିଲା, ଏହା କେହି ହେଲେ ଜାଣନ୍ତି ନାହିଁ । ସେମାନଙ୍କ ମଧ୍ୟ ଭଗବାନ-ଭଗବତୀ କହିଦେଉଛନ୍ତି କିନ୍ତୁ ବାବା କହୁଛନ୍ତି, ଭଗବାନ-ଭଗବତୀ କହି ପାରିବ ନାହିଁ । ମୁଁ ହିଁ ଏକମାତ୍ର ଭଗବାନ ଅଟେ । ଆମେ ସନ୍ତାନମାନେ ହେଉଛୁ ବ୍ରାହ୍ମଣ । ବାବାଙ୍କୁ ତ ବ୍ରାହ୍ମଣ କୁହାଯିବନାହିଁ । ସିଏ ହେଉଛନ୍ତି ସର୍ବୋଚ୍ଚ ଭଗବାନ, ତାଙ୍କର ଶାରିରୀକ ନାମ ନାହିଁ । ତୁମ ସମସ୍ତଙ୍କର ଶରୀରର ନାମ ରହିଛି । ଆତ୍ମା ତ ଆତ୍ମା ହିଁ ଅଟେ । ସିଏ ମଧ୍ୟ ପରମ ଆତ୍ମା ଅଟନ୍ତି । ସେହି ଆତ୍ମାର ନାଁ ହେଉଛି ଶିବ, ସିଏ ନିରାକାର ଅଟନ୍ତି । ନା ସୂକ୍ଷ୍ମ, ନା ସ୍ଥୂଳ ଶରୀର ଅଛି । ଏପରି ନୁହେଁ ଯେ ତାଙ୍କର ଆକାର ନାହିଁ । ଯାହାର ନାଁ ଅଛି, ତାଙ୍କର ଆକାର ମଧ୍ୟ ନିଶ୍ଚୟ ଅଛି । ନାମ-ରୂପ ରହିତ କୌଣସି ଜିନିଷ ନଥାଏ । ପରମାତ୍ମା ପିତାଙ୍କୁ ନାମ-ରୂପରୁ ଅଲଗା କହିବା କେତେ ବଡ ଅଜ୍ଞାନ ଅଟେ । ବାପା ମଧ୍ୟ ନାମ-ରୂପରୁ ଅଲଗା, ସନ୍ତାନମାନେ ମଧ୍ୟ ନାମ-ରୂପରୁ ଅଲଗା, ତେବେ ତ କୌଣସି ସୃଷ୍ଟି ହିଁ ହେବ ନାହିଁ । ତୁମେ ଏବେ ଭଲ ଭାବେ ବୁଝାଇ ପାରିବ । ଗୁରୁମାନେ ପଛରେ ବୁଝିବେ । କାରଣ ଏବେ ତାଙ୍କର ବାଦଶାହୀ ଅଛି ।

ତୁମେ ଏବେ ଡବଲ ଅହିଂସକ ହେଉଛ । ଅହିଂସା ପରମ ଦେବି-ଦେବତା ଧର୍ମ ଡବଲ ଅହିଂସକ ଏହା ଗାୟନ ଅଛି । କାହାକୁ ହାତ ଉଠାଇ ମାରିବା, ଦୁଃଖ ଦେବା, ତାହା ମଧ୍ୟ ହିଂସା ହୋଇଗଲା । ପ୍ରତ୍ୟେକ ଦିନ ବାବା ବୁଝାନ୍ତି ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବା ଅନୁଚିତ୍ । ଏଠାରେ ମନରେ ତ ନିଶ୍ଚୟ ଆସିବ । କିନ୍ତୁ ସତ୍ୟଯୁଗରେ ମନରେ ବି ଏ ସଂକଳ୍ପ ଆସିବ ନାହିଁ । ଏଇଠି ତ ମନ-ବଚନ-କର୍ମରେ ଆସୁଛି । ତୁମେ ସେଠାରେ ଏହି ଅକ୍ଷର ବି ଶୁଣିବ ନାହିଁ । ନା ସେଠାରେ କୌଣସି ସତ୍ସଙ୍ଗ ଆଦି ହୋଇଥାଏ । ସତ୍ସଙ୍ଗ ସତ୍ଙ୍କ ଦ୍ୱାରା ହିଁ ହୋଇଥାଏ, ସତ୍ୟ ହେବା ପାଇଁ । ଏକମାତ୍ର ବାପା ହିଁ ସତ୍ୟ ଅଟନ୍ତି । ବାବା ବସି ନରରୁ ନାରାୟଣ ହେବା ପାଇଁ କଥା ଶୁଣାନ୍ତି, ଯାହା ଦ୍ୱାରା ତୁମେ ନାରାୟଣ ହୋଇଯାଉଛ । ପୁଣି ଭକ୍ତିମାର୍ଗରେ ସତ୍ୟ ନାରାୟଣର କଥା ବହୁତ ସ୍ନେହରେ ଶୁଣନ୍ତି । ଦିଲୱାଡା ମନ୍ଦିର, ତୁମର ସ୍ମୃତିଚିହ୍ନ ଦେଖ କେତେ ସୁନ୍ଦର । ନିଶ୍ଚୟ ସଂଗମଯୁଗରେ ବାବା ସମସ୍ତଙ୍କ ହୃଦୟ ଜିତିଥିବେ । ଆଦି ଦେବ ଆଉ ଦେବୀ, ସନ୍ତାନମାନେ ବସିଛନ୍ତି । ଏହା ହେଉଛି ସତ୍ୟ ୟାଦ୍ଗାର (ସ୍ମୃତିଚିହ୍ନ) । ତାହାର ଇତିହାସ-ଭୂଗୋଳ ତୁମ ବ୍ୟତୀତ ଆଉ କେହି ହେଲେ ଜାଣି ନାହାନ୍ତି । ଏହା ତୁମର ହିଁ ସ୍ମୃତିଚିହ୍ନ ଅଟେ । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଗଲେ ତୁମେ କହିବ ଯେ ଆମେ ଏହିଭଳି ହେବାକୁ ଯାଉଛୁ । କ୍ରାଇଷ୍ଟ ମଧ୍ୟ ଏହି ଦୁନିଆରେ ରୂପ ପରିବର୍ତ୍ତନ କରି ଅଛନ୍ତି । ବହୁତ କହନ୍ତି କ୍ରାଇଷ୍ଟ ସାଧାରଣ ବେଶରେ ଅଛନ୍ତି । ତମୋପ୍ରଧାନ ଅର୍ଥାତ ସାଧାରଣ ହେଲା ନା । ପୁନର୍ଜନ୍ମ ତ ନିଶ୍ଚୟ ନେବେ ନା । ଶ୍ରୀକୃଷ୍ଣ ରାଜକୁମାରୀରୁ ଏବେ ଗରୀବ ଅଟନ୍ତି । ଗୋରା ଏବଂ ଶ୍ୟାମଳ । ତୁମେ ମଧ୍ୟ ଜାଣିଛ ଯେ - ଭାରତ କଣ ଥିଲା, ଏବେ କଣ ଅଛି । ବାବା ତ ଗରିବର ବନ୍ଧୁ । ମନୁଷ୍ୟମାନେ ମଧ୍ୟ ଈଶ୍ୱର ଅର୍ଥେ ଗରିବମାନଙ୍କୁ ଦାନ-ପୁଣ୍ୟ କରିଥାନ୍ତି । ବହୁତଙ୍କୁ ଖାଦ୍ୟ ମିଳେ ନାହିଁ । ଏହା ପରେ ତୁମେ ଦେଖିବ ଯେ ବଡ-ବଡ ସାହୁକାରମାନଙ୍କୁ ମଧ୍ୟ ଖାଦ୍ୟ ମିଳିବ ନାହିଁ । ଗାଁ-ଗାଁରେ ମଧ୍ୟ ସାହୁକାର ରହନ୍ତି ନା, ସେମାନଙ୍କ ସମ୍ପତ୍ତିକୁ ଡାକୁ ମାନେ ଲୁଟି ନିଅନ୍ତି । ପଦରେ ମଧ୍ୟ ଅନ୍ତର ରହେ ନା । ବାବା କହୁଛନ୍ତି ଏପରି ପୁରୁଷାର୍ଥ କର ଯେ ନମ୍ବରୱାନ୍ ହୋଇଯିବ । ଟିଚରଙ୍କ କାମ ହେଉଛି ଛାତ୍ରକୁ ସାବଧାନ କରିବା । ସମ୍ମାନର ସହିତ ପାସ୍ ହେବାର ଅଛି । ଏହା ହେଉଛି ବେହଦର ପାଠଶାଳା । ଏହା ହିଁ ହେଉଛି ରାଜ୍ୟ ସ୍ଥାପନ କରିବା ପାଇଁ ରାଜଯୋଗ । ତଥାପି ମଧ୍ୟ ପୁରୁଣା ଦୁନିଆର ବିନାଶ ହେବାର ଅଛି । ନଚେତ୍ ରାଜ୍ୟ କେଉଁଠି କରିବ । ଏହା ତ ହେଉଛି ପତିତ ଧରଣୀ ।

ମନୁଷ୍ୟ କହନ୍ତି ଗଙ୍ଗା ପତିତ-ପାବନୀ ଅଟେ । ବାବା କହୁଛନ୍ତି, ଏହି ସମୟରେ ୫ ତତ୍ୱ ମଧ୍ୟ ତମୋପ୍ରଧାନ-ପତିତ ଅଟନ୍ତି । ସମସ୍ତ ମଇଳା-ଆବର୍ଜନା ଆଦି ସବୁ ଯାଇ ସେଠାରେ ପଡୁଛି । ମାଛ ଆଦି ବି ସେଠାରେ ରହୁଛନ୍ତି । ଯେପରିକି ପାଣିର ମଧ୍ୟ ଏକ ଦୁନିଆ ଅଛି । ପାଣିରେ କେତେ ଜୀବ ରହନ୍ତି । ବଡ-ବଡ ସାଗରରୁ ମଧ୍ୟ କେତେ ଭୋଜନ ସାମଗ୍ରୀ ମିଳେ । ତେବେ ସେମାନଙ୍କ ପାଇଁ ଗାଁ ହୋଇଗଲା ନା । ତେବେ ଗାଁକୁ ଅର୍ଥାତ୍ ଖାଦ୍ୟ ମିଳୁଥିବା ଓ ରହିବାର ସ୍ଥାନକୁ ପତିତ ପାବନ କିପରି କୁହାଯିବ! ବାବା ବୁଝାଉଛନ୍ତି, ମିଠା-ମିଠା ସନ୍ତାନମାନେ, ପତିତ-ପାବନ ଏକମାତ୍ର ବାବା ଅଟନ୍ତି । ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି, ଏବେ ମୋତେ ମନେପକାଅ, ତେବେ ପବିତ୍ର ହୋଇଯିବ । ତୁମେ ବିଶ୍ୱର ମାଲିକ, ଖୁବ୍ ସୁନ୍ଦର ହୋଇଯାଉଛ । ସେଠାରେ ଅଲଗା କୌଣସି ରାଷ୍ଟ୍ର ନଥାଏ । ଭାରତର ହିଁ ଅଲ୍ରାଉଣ୍ଡ ପାର୍ଟ ଅଛି । ତୁମେ ସମସ୍ତେ ଅଲ୍ରାଉଣ୍ଡର୍ ଅଟ । ନାଟକରେ କ୍ରମାନୁସାରେ ଅଭିନେତାମାନେ ଯିବା-ଆସିବା କରନ୍ତି । ଏହା ମଧ୍ୟ ସେହିପରି ଅଟେ । ବାବା କହୁଛନ୍ତି, ତୁମେ ବୁଝ ଯେ ଆମକୁ ଭଗବାନ ପଢାଉଛନ୍ତି । ଆମେ ପତିତ-ପାବନ ଈଶ୍ୱର ପିତାଙ୍କର ବିଦ୍ୟାର୍ଥୀ ଅଟୁ । ଏଥିରେ ସବୁ ଆସିଗଲା । ପତିତ-ପାବନ ବି ହୋଇଗଲେ, ଗୁରୁ ଶିକ୍ଷକ ମଧ୍ୟ ହୋଇଗଲେ । ପିତା ମଧ୍ୟ ହୋଇଗଲେ ! ସିଏ ପୁଣି ନିରାକାର ଅଟନ୍ତି । ଏହା ହେଉଛି ଇନ୍କୋରପୋରିୟଲ୍ ଗଡ୍ ଫାଦରଲି ୱାର୍ଲ୍ଡ ୟୁନିଭରସିଟି ଅର୍ଥାତ୍ ନିରାକାର ପିତାଙ୍କର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । କେତେ ସୁନ୍ଦର ନାମ ଅଟେ । ଈଶ୍ୱରଙ୍କର କେତେ ମହିମା କରୁଛନ୍ତି । ଯେବେ ବିନ୍ଦୁ ବୋଲି ଶୁଣୁଛନ୍ତି, ତେବେ କେତେ ଆଶ୍ଚର୍ଯ୍ୟ ଲାଗୁଛି । ଈଶ୍ୱରଙ୍କର ଏତେ ମହିମା କରୁଛନ୍ତି, ଆଉ ତାଙ୍କର ରୂପ କିପରି! ବିନ୍ଦୁ । ତାଙ୍କ ମଧ୍ୟରେ କେତେ ଅଭିନୟ ଭରି ରହିଛି । ବର୍ତ୍ତମାନ ବାବା କହୁଛନ୍ତି, ଦେହ ଥାଇ ମଧ୍ୟ, ଗୃହସ୍ଥ ବ୍ୟବହାରରେ ରହି ମୋତେ ମନେପକାଅ । ଭକ୍ତିମାର୍ଗରେ ଯେଉଁମାନେ ନବଧା ଭକ୍ତି କରନ୍ତି, ତାହାକୁ ସତ୍ତ୍ୱପ୍ରଧାନ ନବଧା ଭକ୍ତି କୁହାଯାଏ । କେତେ ପ୍ରଗାଢ ଭକ୍ତି କରିଥାନ୍ତି । ଏବେ ପୁଣି ବାବାଙ୍କୁ ମନେ ପକାଇବାର ଗତି ତୀବ୍ର ହେବା ଦରକାର । ଅଧିକ ଯୋଗଯୁକ୍ତ ରହୁଥିବା ଆତ୍ମାମାନଙ୍କର ହିଁ ନାମ ପ୍ରସିଦ୍ଧ ସେମାନେ ବିଜୟ ମାଳାର ଦାନା ହେବେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନରରୁ ନାରାୟଣ ହେବା ପାଇଁ ପ୍ରତ୍ୟହ ସତ୍ୟ ପିତାଙ୍କ ଠାରୁ ଜ୍ଞାନ ଶୁଣିବାକୁ ହେବ । ସତ୍ସଂଗ କରିବାକୁ ହେବ । କେବେ ବି ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବା ଅନୁଚିତ୍ ।

(୨) ବିଜୟ ମାଳାର ଦାନା ହେବା ପାଇଁ ବା ସମ୍ମାନର ସହିତ ପାସ୍ ହେବା ପାଇଁ ଯୋଗର ଯାତ୍ରାର ଗତିକୁ ତୀବ୍ର କରିବାକୁ ହେବ । ମାଷ୍ଟର ପତିତ-ପାବନ ହୋଇ ସମସ୍ତଙ୍କୁ ପବିତ୍ର କରିବାର ସେବା କରିବାକୁ ହେବ ।

ବରଦାନ:-
ମରଜୀବା ଜନ୍ମର ସ୍ମୃତି ଦ୍ୱାରା ସର୍ବ କର୍ମବନ୍ଧନକୁ ସମାପ୍ତ କରି କର୍ମଯୋଗୀ ହୁଅ ।

ତୁମର ଏହି ଜନ୍ମ କର୍ମବନ୍ଧନୀ ଜନ୍ମ ନୁହେଁ, କର୍ମଯୋଗୀ ଜନ୍ମ ଅଟେ । ଏହି ଅଲୌକିକ ଦିବ୍ୟ ଜନ୍ମରେ ବ୍ରାହ୍ମଣ ଆତ୍ମା ସ୍ୱତନ୍ତ୍ର ଅଟେ, ପରତନ୍ତ୍ର ନୁହେଁ । ଏହି ଦେହ ତୁମମାନଙ୍କୁ ଧାର ସୂତ୍ରରେ ମିଳିଛି, ସାରା ବିଶ୍ୱର ସେବା କରିବା ପାଇଁ ତୁମମାନଙ୍କର ପୁରୁଣା ଶରୀର ଭିତରେ ବାବା ଶକ୍ତି ଭରି ଚଲାଉଛନ୍ତି ତେଣୁ ଏହାର ଦାୟିତ୍ୱ ବାବାଙ୍କର, ତୁମମାନଙ୍କର ନୁହେଁ । ବାବା ତୁମକୁ ନିର୍ଦ୍ଦେଶ ଦେଇଛନ୍ତି କର୍ମ କର, ତୁମେମାନେ ସ୍ୱତନ୍ତ୍ର ଅଟ, ଚଲାଇଲାବାଲା ବାବା ଚଲାଉଛନ୍ତି । ଏହି ବିଶେଷ ଧାରଣା ଦ୍ୱାରା କର୍ମବନ୍ଧନ ଗୁଡିକୁ ସମାପ୍ତ କରି କର୍ମଯୋଗୀ ହୁଅ ।

ସ୍ଲୋଗାନ:-
ଅନ୍ତିମ ସମୟକୁ ନିକଟବର୍ତ୍ତୀ କରିବାର ଆଧାର ହେଉଛି ବେହଦର ବୈରାଗ୍ୟ ବୃତ୍ତି ।