17.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ଆସିଛନ୍ତି ନିର୍ବିକାରୀ ଦୁନିଆ ନିର୍ମାଣ କରିବା ସହିତ ତୁମମାନଙ୍କର ଚରିତ୍ର ସୁଧାରିବା ପାଇଁ, ତୁମେ ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟ ତେଣୁ ତୁମର ଦୃଷ୍ଟି ବହୁତ ଶୁଦ୍ଧ ଅର୍ଥାତ୍ ପବିତ୍ର ହେବା ଦରକାର ।

ପ୍ରଶ୍ନ:-
ତୁମେ ପିଲାମାନେ ଚିନ୍ତା ଶୂନ୍ୟ ସମ୍ରାଟ ଅଟ ତଥାପି ମଧ୍ୟ ତୁମର ଗୋଟିଏ ମୂଳ ଚିନ୍ତା ନିଶ୍ଚିତ ରହିବା ଉଚିତ୍ ତାହା କଣ?

ଉତ୍ତର:-
ଆମେ ପତିତରୁ ପାବନ କିପରି ହେବୁ ଏହା ହେଉଛି ମୂଳ ଚିନ୍ତା । ଏପରି ନ ହେଉ ବାବାଙ୍କର ସନ୍ତାନ ହେବା ପରେ ପୁଣି ବାବାଙ୍କର ସମ୍ମୁଖରେ ଦଣ୍ଡ ଭୋଗ କରିବାକୁ ପଡିବ । ତେଣୁ ଦଣ୍ଡରୁ ମୁକ୍ତ ହେବାର ଚିନ୍ତା ରହୁ, ନଚେତ୍ ସେ ସମୟରେ ବହୁତ ଲଜ୍ଜ୍ୟା ଲାଗିବ । ବାକି ତୁମେମାନେ ତ ଚିନ୍ତାଶୂନ୍ୟ ସମ୍ରାଟ ଅଟ, ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଯଦି କେହି ବୁଝିଲେ ତେବେ ବେହଦର ମାଲିକ ହେବେ, ନ ବୁଝିଲେ ତାଙ୍କର ଭାଗ୍ୟ । ତୁମର କିଛି ଚିନ୍ତା କରିବାର ନାହିଁ ।

ଓମ୍ ଶାନ୍ତି ।
ବାବା ଯାହାଙ୍କର ନାମ ଶିବ, ସିଏ ନିଜେ ବସି ନିଜର ସନ୍ତାନମାନଙ୍କୁ ବୁଝାଉଛନ୍ତି । ସମସ୍ତଙ୍କର ରୁହାନୀ ପିତା ଜଣେ ହିଁ ଅଟନ୍ତି । ପ୍ରଥମେ-ପ୍ରଥମେ ଏହି କଥାକୁ ବୁଝାଇବାକୁ ହେବ ତେବେ ଆଗକୁ ବୁଝିବା ସହଜ ହେବ । ଯଦି ବାବାଙ୍କ ପରିଚୟ ହିଁ ମିଳି ନଥିବ ତେବେ ପ୍ରଶ୍ନ କରି ଚାଲିବେ । ତେଣୁ ପ୍ରଥମେ ପ୍ରଥମେ ଏହି ନିଶ୍ଚୟ କରାଇବାକୁ ହେବ । ସାରା ଦୁନିଆକୁ ଏକଥା ଜଣା ନାହିଁ ଯେ ଗୀତାର ଭଗବାନ କିଏ । ସେମାନେ କୃଷ୍ଣଙ୍କୁ ଗୀତାର ଭଗବାନ ବୋଲି କହିଦେଉଛନ୍ତି, ଆମେ କହୁଛୁ ପରମପିତା ପରମାତ୍ମା ଶିବ ହେଉଛନ୍ତି ଗୀତାର ଭଗବାନ । ସେ ହିଁ ହେଉଛନ୍ତି ଜ୍ଞାନର ସାଗର । ମୁଖ୍ୟ ହେଲା ସର୍ବ ଶାସ୍ତ୍ରମୟୀ ଶିରୋମଣି ଗୀତା । ଭଗବାନଙ୍କ ନିମନ୍ତେ ହିଁ କହୁଛନ୍ତି ହେ ପ୍ରଭୂ ତୁମର ଗତି ମତି ନିଆରା, କୃଷ୍ଣଙ୍କ ନିମନ୍ତେ ଏପରି କହିବେ ନାହିଁ । ସିଏ ବାବା ସତ୍ୟ ଅଟନ୍ତି ତେଣୁ ସିଏ ନିଶ୍ଚିତ ସତ୍ୟ ହିଁ ଶୁଣାଇବେ । ଦୁନିଆ ପ୍ରଥମେ ନୂଆ ସତ୍ତ୍ୱପ୍ରଧାନ ଥିଲା । ଏବେ ଦୁନିଆ ପୁରୁଣା ତମୋପ୍ରଧାନ ହୋଇଯାଇଛି । ଏକମାତ୍ର ବାବା ହିଁ ଦୁନିଆକୁ ପରିବର୍ତ୍ତନ କରୁଛନ୍ତି । ବାବା କିପରି ପରିବର୍ତ୍ତନ କରୁଛନ୍ତି ତାହା ମଧ୍ୟ ବୁଝାଇବା ଦରକାର । ଆତ୍ମା ଯେତେବେଳେ ସତ୍ତ୍ୱପ୍ରଧାନ ହେବ ସେତେବେଳେ ଯାଇ ସତ୍ତ୍ୱପ୍ରଧାନ ଦୁନିଆର ସ୍ଥାପନା ହେବ । ପ୍ରଥମେ ତୁମକୁ ଅନ୍ତର୍ମୁଖୀ ହେବାକୁ ପଡିବ । ଅଧିକ ତିକ୍ତିକ୍ ଅର୍ଥାତ୍ ଯୁକ୍ତିତର୍କ କରିବା ଅନୁଚିତ । ଅନେକ ଏମିତି ଅଛନ୍ତି ଯେଉଁମାନେ ଭିତରକୁ ପଶିବା ମାତ୍ରକେ ଚିତ୍ର ଦେଖି ପଚାରିବାକୁ ଲାଗୁଛନ୍ତି । ତେଣୁ ସେମାନଙ୍କୁ ପ୍ରଥମେ ପ୍ରଥମେ ଗୋଟିଏ କଥା ହିଁ ବୁଝାଇବା ଉଚିତ । ସେମାନଙ୍କୁ ଅଧିକ ପଚାରିବାର ମାର୍ଜିନ (ସୁଯୋଗ) ଯେପରି ନ ମିଳୁ । ତାଙ୍କୁ କୁହ, ପ୍ରଥମେ ତ ଗୋଟିଏ କଥା ଉପରେ ନିଶ୍ଚୟ କର ତାପରେ ଆଗକୁ ବୁଝାଇବୁ ପୁଣି ୮୪ ଜନ୍ମର ଚକ୍ର ଉପରେ ବୁଝାଇ ପାରିବ । ବାବା କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଏହାଙ୍କ ଶରୀରରେ ପ୍ରବେଶ କରୁଛି । ଏହାକୁ (ବ୍ରହ୍ମାଙ୍କୁ) ହିଁ ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣି ନାହିଁ । ବାବା ଆମକୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ଅଲଫ (ବାବା) ଉପରେ ହିଁ ବୁଝାଉଛନ୍ତି । ଅଲଫଙ୍କୁ ବୁଝିବା ଦ୍ୱାରା ଅନ୍ୟ କୌଣସି ସଂଶୟ ଆସିବ ନାହିଁ । ସେମାନଙ୍କୁ କୁହ ବାବା ସତ୍ୟ ତେଣୁ ସେ ଅସତ୍ୟ ଶୁଣାଉନାହାନ୍ତି । ବେହଦର ବାବା ହିଁ ରାଜଯୋଗ ଶିଖାଉଛନ୍ତି । ଶିବରାତ୍ରିର ଗାୟନ ରହିଛି ତେବେ ଶିବ ଏଠାକୁ ନିଶ୍ଚିତ ଆସିଥିବେ ନା । ଯେପରି ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ଏଠାରେ ପାଳନ କରୁଛନ୍ତି ତେବେ ଶ୍ରୀକୃଷ୍ଣ ନିଶ୍ଚିତ ଏଠାକୁ ଆସିଥିଲେ । ସେହିପରି ବାବା କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛି । ସମସ୍ତେ ସେହି ଏକମାତ୍ର ନିରାକାର ବାବାଙ୍କର ହିଁ ସନ୍ତାନ ଅଟନ୍ତି । ତୁମେମାନେ ତାଙ୍କର ମଧ୍ୟ ସନ୍ତାନ ଅଟ ଏବଂ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ । ସିଏ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂତନ ସୃଷ୍ଟିର ସ୍ଥାପନା କରିଲେ ତେବେ ନିଶ୍ଚିତ ବ୍ରାହ୍ମଣ-ବ୍ରାହ୍ମଣୀ ମଧ୍ୟ ଥିବେ । ତେଣୁ ଏମାନେ ପରସ୍ପର ଭଉଣୀ-ଭାଇ ହୋଇଗଲେ ଏବଂ ଏହି ସମ୍ପର୍କରେ ହିଁ ପବିତ୍ରତାର ଭାବନା ଆସିଥାଏ । ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ପବିତ୍ର ରହିବାର ଏହା ହେଉଛି ଭିତ୍ତି ବା ଆଧାର । ଯଦି ପରସ୍ପର ଭାଇ-ଭଉଣୀ ତେବେ ବିକାରର ଦୃଷ୍ଟି ରହିବା ଉଚିତ୍ ନୁହେଁ । ସେଥିପାଇଁ୨୧ ଜନ୍ମ ପାଇଁ ଦୃଷ୍ଟି ସୁଧୁରି ଯାଉଛି । ତେବେ ବାବା ହିଁ ସନ୍ତାନମାନଙ୍କୁ ଶିକ୍ଷା ଦେବେ ନା । ଶିକ୍ଷା ଦ୍ୱାରା ହିଁ ତୁମମାନଙ୍କର ଚରିତ୍ରକୁ ସୁଧାରୁଛନ୍ତି । ଏବେ ସମଗ୍ର ଦୁନିଆର ଚରିତ୍ରକୁ ସୁଧାରିବାକୁ ହେବ । ଏହି ପୁରୁଣା ପତିତ ଦୁନିଆରେ କାହା ଭିତରେ କୌଣସି ଚରିତ୍ର ନାହିଁ । ସମସ୍ତଙ୍କ ଭିତରେ ବିକାର ରହିଛି । ଏହା ହେଉଛି ପତିତ ବିକାରୀ ଦୁନିଆ । ତେବେ ନିର୍ବିକାରୀ ଦୁନିଆ କପରି ହେବ? ତାହା ବାବାଙ୍କ ବିନା କେହି କରିପାରିବେ ନାହିଁ । ଏବେ ବାବା ସମସ୍ତଙ୍କୁ ପବିତ୍ର କରୁଛନ୍ତି । ଏସବୁ ହେଲା ଗୁପ୍ତ କଥା । ଆମେ ଆତ୍ମା, ଆତ୍ମାକୁ ପରମାତ୍ମା ପିତାଙ୍କ ସହିତ ମିଳନ କରିବାକୁ ହେବ । ସମସ୍ତେ ଭଗବାନଙ୍କ ସହିତ ମିଶିବା ପାଇଁ ପୁରୁଷାର୍ଥ କରୁଛନ୍ତି । ଭଗବାନ ନିରାକାର ଅଟନ୍ତି । ମୁକ୍ତିଦାତା, ଗାଇଡ୍ ମଧ୍ୟ ଏକମାତ୍ର ପରମାତ୍ମାଙ୍କୁ ହିଁ କୁହାଯାଏ । ଅନ୍ୟ ଧର୍ମାବଲମ୍ବୀମାନେ କାହାକୁ ହେଲେ ମୁକ୍ତିଦାତା, ଗାଇଡ୍ ଅର୍ଥାତ୍ ପଥପ୍ରଦର୍ଶକ ବୋଲି କହନ୍ତି ନାହିଁ । ପରମପିତା ପରମାତ୍ମା ହିଁ ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି ଅର୍ଥାତ୍ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ଘରକୁ ନେଇଯିବା ପାଇଁ ଗାଇଡ୍ ମଧ୍ୟ କରୁଛନ୍ତି । ପ୍ରଥମେ-ପ୍ରଥମେ ଏହି ଗୋଟିଏ କଥାକୁ ହିଁ ବୁଦ୍ଧିରେ ବସାଅ । ଯଦି ନ ବୁଝିଲେ ତେବେ ଛାଡି ଦେବା ଉଚିତ୍ । ଯଦି ଅଲଫ ଅର୍ଥାତ୍ ବାବାଙ୍କୁ ନ ବୁଝିଲେ ବେ (ସମ୍ପତ୍ତିକୁ) ଜାଣିଲେ କଣ ଫାଇଦା ହେବ, ପଛକେ ଚାଲି ଯାଆନ୍ତୁ । ତୁମେ ବ୍ୟସ୍ତ ହୁଅନାହିଁ । ତୁମେ ଚିନ୍ତାଶୂନ୍ୟ ରାଜା ଅଟ । ଅସୁରମାନଙ୍କ ଦ୍ୱାରା ବିଘ୍ନ ତ ନିଶ୍ଚିତ ପଡିବ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ତେଣୁ ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ବାବା କହୁଛନ୍ତି ମନ୍ମନାଭବ । ଯେତେ ପୁରୁଷାର୍ଥ କରିବ ସେହି ଅନୁସାରେ ପଦ ପାଇବ । ଆଦି ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ସ୍ଥାପନ ହେଉଛି । ଏହା ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶ । ଅନ୍ୟ ଧର୍ମାବଲମ୍ବୀମାନେ କୌଣସି ରାଜବଂଶ ସ୍ଥାପନ କରୁନାହାନ୍ତି । ବାବା ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି । ପୁଣି ନିଜ ନିଜ ସମୟରେ ଆସି ଅନ୍ୟ ଧର୍ମ ସ୍ଥାପକମାନେ ନିଜର ଧର୍ମ ସ୍ଥାପନ କରିବେ । ଧୀରେ ଧୀରେ ସୃଷ୍ଟି ବୃଦ୍ଧି ହେବ । ପୁଣି ସମସ୍ତଙ୍କୁ ପତିତ ହେବାକୁ ହିଁ ପଡିବ । ତେବେ ପତିତରୁ ପାବନ କରିବା ହେଉଛି ବାବାଙ୍କର କାମ । ସେମାନେ ତ କେବଳ ଧର୍ମ ସ୍ଥାପନ କରିବେ । ତାହା ତ କିଛି ବଡ କଥା ନୁହେଁ । ସବୁ ମହିମା କେବଳ ଜଣଙ୍କର । ସେମାନେ ତ କ୍ରାଇଷ୍ଟଙ୍କର କେତେ ମହିମା କରୁଛନ୍ତି । ସେମାନଙ୍କୁ ମଧ୍ୟ ବୁଝାଯିବା ଦରକାର ଯେ ମୁକ୍ତିଦାତା ଗାଇଡ୍ ତ ହେଉଛନ୍ତି ପରମପିତା ପରମାତ୍ମା । ବାକି କ୍ରାଇଷ୍ଟ କଣ କରିଛନ୍ତି ? ତାଙ୍କର ଅବତରଣ ପରେ ଖ୍ରୀଷ୍ଟିଆନ୍ ଧର୍ମର ଆତ୍ମାମାନେ ତଳକୁ ଆସିବାରେ ଲାଗିଲେ । କିନ୍ତୁ ଦୁଃଖରୁ ମୁକ୍ତ ତ ଏକମାତ୍ର ବାବା ହିଁ କରିଥାନ୍ତି । ଏହି ସବୁ ପଏଣ୍ଟକୁ ବୁଦ୍ଧିରେ ଭଲ ଭାବରେ ଧାରଣ କରିବାକୁ ହେବ । ଏକମାତ୍ର ଭଗବାନଙ୍କୁ ହିଁ ଦୟାଳୁ କୁହାଯାଏ । ଯୀଶୁଖ୍ରୀଷ୍ଟ କୌଣସି ଦୟା କରୁନାହାନ୍ତି କିମ୍ବା କେହି ଜଣେ ହେଲେ ମନୁଷ୍ୟ କାହା ଉପରେ ଦୟା କରନ୍ତି ନାହିଁ । ଦୟା ମଧ୍ୟ ବେହଦର ହୋଇଥାଏ ଏବଂ ଏକମାତ୍ର ବାବା ହିଁ ସମସ୍ତଙ୍କ ଉପରେ ଦୟା କରିଥାନ୍ତି । ସତ୍ୟଯୁଗରେ ସମସ୍ତେ ସୁଖ ଏବଂ ଶାନ୍ତିରେ ରହନ୍ତି । ସେଠାରେ ଦୁଃଖର କୌଣସି କଥା ରହିବ ନାହିଁ । କିନ୍ତୁ ପିଲାମାନେ କେବଳ ଗୋଟିଏ କଥା ଅଲଫ ଉପରେ କାହାକୁ ନିଶ୍ଚୟ କରାଉ ନାହାଁନ୍ତି, ଅନ୍ୟାନ୍ୟ କଥାକୁ ଚାଲିଯାଉଛନ୍ତି ପୁଣି କହୁଛନ୍ତି ଗଳା ଖରାପ ହୋଇଗଲା । ତୁମମାନଙ୍କୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଯେପର୍ଯ୍ୟନ୍ତ ବାବାଙ୍କର ପରିଚୟ ନ ଦେଇଛ ସେପର୍ଯ୍ୟନ୍ତ ଅନ୍ୟ କୌଣସି କଥାକୁ ଯାଅ ହିଁ ନାହିଁ । ତାଙ୍କୁ କୁହ ବାବା ତ ସତ୍ୟ କହିବେ ନା । ଆମ ବି.କେ. ମାନଙ୍କୁ ବାବା ହିଁ ଶୁଣାଉଛନ୍ତି । ଏହି ଚିତ୍ର ସବୁ ବାବା ନିଜେ ତିଆରି କରାଇଛନ୍ତି, ଏଥିରେ ସଂଶୟ ଆସିବା ଉଚିତ୍ ନୁହେଁ । ସଂଶୟବୁଦ୍ଧି ବିନଶ୍ୟନ୍ତୀ । ପ୍ରଥମେ ତୁମେମାନେ ନିଜକୁ ଆତ୍ମ ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ । ବିକର୍ମ ବିନାଶ କରିବାର ଆଉ କୌଣସି ଉପାୟ ନାହିଁ । ପତିତ-ପାବନ ତ ଜଣେ ହିଁ ଅଟନ୍ତି ନା । ବାବା କହୁଛନ୍ତି ଦେହର ସବୁ ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ । ବାବା ଯାହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି ତାଙ୍କୁ ମଧ୍ୟ ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତେବେ ପୁରୁଷାର୍ଥ ଦ୍ୱାରା ହିଁ ତ ସତ୍ତ୍ୱପ୍ରଧାନ ହେବେ ନା, ପୁଣି ବ୍ରହ୍ମା ଏବଂ ବିଷ୍ଣୁଙ୍କ ଭିତରେ ସମ୍ପର୍କ କଣ ତାହା ମଧ୍ୟ ବତାଉଛନ୍ତି । ବାବା ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛନ୍ତି ଯେଉଁ ଶିକ୍ଷା ଦ୍ୱାରା ତୁମେମାନେ ବିଷ୍ଣୁପୁରୀର ମାଲିକ ହେଉଛ । ପୁଣି ତୁମେ ହିଁ ୮୪ ଜନ୍ମ ନେଇ ଶେଷରେ ଶୂଦ୍ର ହେଉଛ । ବାବା ପୁଣି ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଏକଥା ଆଉ କେହି କହିପାରିବେ ନାହିଁ । ପ୍ରଥମ କଥା ହେଲା ବାବାଙ୍କର ପରିଚୟ ଦେବା । ବାବା କହୁଛନ୍ତି ମୋତେ ହିଁ ପତିତଙ୍କୁ ପାବନ କରିବା ପାଇଁ ଆସିବାକୁ ପଡୁଛି । ଏପରି ନୁହେଁ ଯେ ଉପରୁ ଥାଇ ପ୍ରେରଣା ଦେଉଛି । ଏହାଙ୍କର(ବ୍ରହ୍ମାଙ୍କର) ନାମ ହିଁ ଭାଗୀରଥ ଅଟେ । ତେବେ ନିଶ୍ଚିତ ଏହାଙ୍କ ଶରୀରରେ ହିଁ ପ୍ରବେଶ କରିବି । ଏହା ହେଉଛି ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ । ଯିଏକି ପୁଣି ଥରେ ସତ୍ତ୍ୱପ୍ରଧାନ ହେଉଛନ୍ତି । ସେଥିପାଇଁ ବାବା ଉପାୟ ବତାଉଛନ୍ତି ଯେ, ନିଜକୁ ଆତ୍ମ ନିଶ୍ଚୟ କରି ମୋତେ ମନେ ପକାଅ । ମୁଁ ହିଁ ସର୍ବଶକ୍ତିମାନ ଅଟେ । ମୋତେ ମନେପକାଇଲେ ତୁମ ଭିତରେ ଶକ୍ତି ଆସିବ । ତୁମେମାନେ ବିଶ୍ୱର ମାଲିକ ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣର ପଦବୀ ଏମାନଙ୍କୁ ବାବାଙ୍କଠାରୁ ମିଳିଛି । କିପରି ମିଳିଲା ସେ କଥା ବାବା ବୁଝାଉଛନ୍ତି । ପ୍ରଦର୍ଶନୀ, ମିୟ୍ୟୁଜିୟମ୍ ଆଦିରେ ମଧ୍ୟ ତୁମେମାନେ କହିଦିଅ ଯେ ପ୍ରଥମେ ଏହି ଗୋଟିଏ କଥାକୁ ବୁଝ, ତାପରେ ଅନ୍ୟ କଥା ବୁଝିବ । ଏହିକଥା ବୁଝିବା ବହୁତ ଜରୁରୀ । ନଚେତ୍ ତୁମେ ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ । ଯେପର୍ଯ୍ୟନ୍ତ ଏହି କଥା ଉପରେ ନିଶ୍ଚୟ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ କିଛି ବୁଝିପାରିବ ନାହିଁ । ବର୍ତ୍ତମାନ ଭ୍ରଷ୍ଟାଚାରୀ ଦୁନିଆ । ଦେବୀ-ଦେବତାମାନଙ୍କର ଦୁନିଆ ଶ୍ରେଷ୍ଠାଚାରୀ ଥିଲା । ଏହିପରି ଭାବରେ ବୁଝାଇବାକୁ ହେବ । ବ୍ୟକ୍ତିର ନାଡିକୁ ମଧ୍ୟ ଦେଖିବାକୁ ହେବ କିଛି ବୁଝୁଛନ୍ତି ନା ଅନ୍ୟମନସ୍କ ଅଛନ୍ତି? ଯଦି ଅନ୍ୟ ମନସ୍କ ଅଛନ୍ତି ତେବେ ଛାଡିଦେବା ଉଚିତ୍ । ତାଙ୍କ ପାଇଁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଚାତକ ଭଳି ପାତ୍ରମାନଙ୍କୁ ମଧ୍ୟ ପରଖିବାର ବୁଦ୍ଧି ରହିବା ଦରକାର । ଯେଉଁମାନେ ବୁଝିବେ ସେମାନଙ୍କର ଚେହେରା ହିଁ ବଦଳିଯିବ । ପ୍ରଥମେ-ପ୍ରଥମେ ଖୁସିର କଥା କହିବା ଉଚିତ୍ । ବେହଦର ବାବାଙ୍କଠାରୁ ବେହଦର ବର୍ସା ମିଳୁଛି ନା । ବାବା ଜାଣିଛନ୍ତି ଯୋଗର ଯାତ୍ରାରେ ପିଲାମାନେ ବହୁତ ଢିଲା ଅଛନ୍ତି । ବାବାଙ୍କୁ ସ୍ମରଣ କରିବାରେ ବହୁତ ମେହନତ କରିବାକୁ ପଡୁଛି । ଯେଉଁଥିରେ ହିଁ ମାୟା ବହୁତ ବିଘ୍ନ ପକାଉଛି । ଖେଳ ହିଁ ଏହିପରି ତିଆରି ହୋଇଛି । ବାବା ବୁଝାଉଛନ୍ତି କିପରି ଏହି ଖେଳ ପୂର୍ବରୁ ନିର୍ମିତ ହୋଇ ରହିଛି । ଏହି କଥାକୁ ଦୁନିଆର ମନୁଷ୍ୟମାନେ ତ କିଛି ବି ଜାଣି ନାହାଁନ୍ତି ।

ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ତୁମେମାନେ କାହାକୁ ବି ବୁଝାଇବାରେ ଦୃଢ ରହିପାରିବ । ନଚେତ୍ ସେମାନେ କିଛି ନା କିଛି ତ୍ରୃଟି ବାହାର କରିବେ । ବାବା କହୁଛନ୍ତି ତୁମେ ଅଧିକ କିଛି କଷ୍ଟ କର ନାହିଁ । ସ୍ଥାପନା ତ ହେବ ନିଶ୍ଚିତ । ଭାବିକୁ କେହି ବି ଟାଳିପାରିବେ ନାହିଁ । ତେଣୁ ଉମଙ୍ଗ-ଉତ୍ସାହରେ ରହିବା ଉଚିତ୍ । ବାବାଙ୍କଠାରୁ ଆମେ ବେହଦର ବର୍ସା ନେଉଛୁ । ବାବା କହୁଛନ୍ତି ମୋତେ ମନେ ପକାଅ । ତେବେ ଅନ୍ୟମାନଙ୍କୁ ବହୁତ ସ୍ନେହର ସହିତ ବସି ବୁଝାଇବା ଉଚିତ୍ । ବାବାଙ୍କୁ ସ୍ମରଣ କରୁ କରୁ ପ୍ରେମରେ ଲୁହ ଆସିଯିବା ଉଚିତ୍ । ଆଉ ତ ସବୁ ସମ୍ବନ୍ଧ କଳିଯୁଗୀ ଅଟେ । ଏହା ହେଉଛି ଆତ୍ମିକ ପିତାଙ୍କର ସମ୍ବନ୍ଧ । ତୁମର ଏହି ପ୍ରେମର ଲୁହ ମଧ୍ୟ ବିଜୟ ମାଳାର ଦାନା ହେଉଛି । ବହୁତ କମ୍ ଅଛନ୍ତି ଯିଏକି ଏପରି ସ୍ନେହର ସହିତ ବାବାଙ୍କୁ ମନେ ପକାଉଛନ୍ତି । ଚେଷ୍ଟା କରି ଯେତେ ଦୂର ସମ୍ଭବ ନିଜର ସମୟ ବାହାର କରି ଭବିଷ୍ୟତକୁ ଉଚ୍ଚ କରିବା ଉଚିତ୍ । ପ୍ରଦର୍ଶନୀରେ ଏତେ ଢେର ସନ୍ତାନଙ୍କର ଆବଶ୍ୟକତା ନାହିଁ । ନା, ଏତେ ଚିତ୍ରର ଆବଶ୍ୟକତା ରହିଛି । ନମ୍ବରୱାନ ଚିତ୍ର ହେଉଛି ଗୀତାର ଭଗବାନ କିଏ? ଏହି ଚିତ୍ର ନିକଟରେ ଲକ୍ଷ୍ମୀ-ନାରାୟଣ ଚିତ୍ର ଏବଂ ସିଡି ଚିତ୍ର ରହିବ, ବାସ୍ । ବାକି ଏତେ ସବୁ ଚିତ୍ର କୌଣସି କାମର ନୁହେଁ । ତୁମମାନଙ୍କୁ ଯେତେ ଦୂର ସମ୍ଭବ ଯୋଗର ଯାତ୍ରାକୁ ବଢାଇବାକୁ ହେବ । ମୂଳ ଚିନ୍ତା ରହିବା ଉଚିତ୍ ଯେ ପତିତରୁ ପାବନ କିପରି ହେବୁ! ବାବାଙ୍କର ହୋଇ ପୁଣି ବାବାଙ୍କ ଆଗରେ ଦଣ୍ଡ ପାଇବା ଏହା ତ ବହୁତ ଦୁର୍ଗତିର କଥା । ବର୍ତ୍ତମାନ ଯଦି ଯୋଗର ଯାତ୍ରାରେ ନ ରହିବ ତେବେ ବାବାଙ୍କ ଆଗରେ ଦଣ୍ଡ ଭୋଗ କରିବ ଏବଂ ସେସମୟରେ ବହୁତ ବହୁତ ଲଜ୍ଜା ଲାଗିବ । ତେଣୁ ମୋତେ ଦଣ୍ଡ ଭୋଗ କରିବାକୁ ନପଡୁ, ଏହି ଚିନ୍ତା ସବୁଠାରୁ ଅଧିକ ରଖିବା ଉଚିତ୍ । ତୁମେ ରୂପ (ଯୋଗୀ) ଏବଂ ବସନ୍ତ (ଜ୍ଞାନୀ) ମଧ୍ୟ ଅଟ । ବାବା ମଧ୍ୟ କହୁଛନ୍ତି ମୁଁ ରୂପ ମଧ୍ୟ ଅଟେ ତ ବସନ୍ତ ମଧ୍ୟ ଅଟେ । ମୁଁ ଅତି ସୂକ୍ଷ୍ମ ବିନ୍ଦୁ କିନ୍ତୁ ଜ୍ଞାନର ସାଗର ମଧ୍ୟ ଅଟେ । ମୁଁ ତୁମ ଆତ୍ମାରେ ସମସ୍ତ ଜ୍ଞାନ ଭରୁଛି । ଏବେ ୮୪ ଜନ୍ମର ସମସ୍ତ ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମେ ଜ୍ଞାନର ସ୍ୱରୂପ ହୋଇ ଜ୍ଞାନର ବର୍ଷା କରୁଛ । ଜ୍ଞାନର ଗୋଟିଏ-ଗୋଟିଏ ରତ୍ନ କେତେ ଅମୂଲ୍ୟ ଅଟେ, ଏହାର ମୂଲ୍ୟ କେହି କରିପାରିବେ ନାହିଁ ସେଥିପାଇଁ ବାବା କହୁଛନ୍ତି ତୁମେ ପଦମାପଦମ ଭାଗ୍ୟଶାଳୀ ଅଟ । ସେଥିପାଇଁ ତୁମ ଚରଣରେ ପଦ୍ମର ଚିହ୍ନ ମଧ୍ୟ ଦେଖାଉଛନ୍ତି, ଏହି କଥାକୁ କେହି ବୁଝିପାରିବେ ନାହିଁ । ମନୁଷ୍ୟ ନିଜର ନାମ ପଦମପତି ରଖୁଛନ୍ତି, ଭାବୁଛନ୍ତି ଏହାଙ୍କ ପାଖରେ ବହୁତ ଧନ ଅଛି । ପଦମପତିର ଏକ ସାଙ୍ଗିଆ ମଧ୍ୟ ଅଛି । ବାବା ସବୁ କଥା ବୁଝାଉଛନ୍ତି ଏବଂ କହୁଛନ୍ତି ମୂଳ କଥା ହେଉଛି ବାବାଙ୍କୁ ଏବଂ ୮୪ ଜନ୍ମର ଚକ୍ରକୁ ମନେ ପକାଅ । ଏହି ଜ୍ଞାନ ଭାରତବାସୀଙ୍କ ନିମନ୍ତେ ହିଁ ଉଦ୍ଦିଷ୍ଟ । ତୁମେମାନେ ହିଁ ୮୪ ଜନ୍ମ ନେଉଛ । ଏହା ମଧ୍ୟ ବୁଝିବାର କଥା ନା । ଅନ୍ୟ କୌଣସି ସନ୍ନ୍ୟାସୀ ଆଦିଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯିବ ନାହିଁ । ଦେବତାମାନଙ୍କୁ ମଧ୍ୟ କୁହାଯିବ ନାହିଁ କାରଣ ଦେବତାମାନଙ୍କ ପାଖରେ ଜ୍ଞାନ ହିଁ ନଥାଏ । ତୁମେମାନେ କହିପାରିବ ଯେ, ଆମ ପାଖରେ ସବୁ ଜ୍ଞାନ ଅଛି, ଯେଉଁ ଜ୍ଞାନ ଏହି ଲକ୍ଷ୍ମୀ-ନାରାୟଣଙ୍କର ପାଖରେ ନାହିଁ । ବାବା ତ ଯଥାର୍ଥ କଥା ବୁଝାଉଛନ୍ତି ନା ।

ଆମେମାନେ ଈଶ୍ୱରୀୟ ପାଠଶାଳାକୁ ଯାଉଛୁ, ଯେଉଁଠାରେ ଭଗବାନ ପାଠ ପଢାଉଛନ୍ତି । ଏହି ପାଠପଢାରେ ଲକ୍ଷ୍ୟ କଣ? ଆମେ ଲକ୍ଷ୍ମୀ-ନାରୟଣ ହେବୁ । ଏକଥା ଶୁଣି ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ । ଆମେ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ଯାଉଛୁ । କଣ ପଢୁଛ? ମନୁଷ୍ୟରୁ ଦେବତା, ଭିକାରୀରୁ ରାଜକୁମାର ହେବାର ପାଠ ପଢୁଛୁ । ତୁମର ଚିତ୍ର ବହୁତ ଫାଷ୍ଟକ୍ଲାସ୍ ଅଟେ । ଧନ ଦାନ ମଧ୍ୟ ସର୍ବଦା ପାତ୍ରକୁ ଦେଖି ଦିଆଯାଇଥାଏ । ତେବେ ସେହିଭଳି ପାତ୍ର ତୁମକୁ କେଉଁଠାରେ ମିଳିବେ? ଶିବଙ୍କ ମନ୍ଦିର, ଲକ୍ଷ୍ମୀ-ନାରାୟଣ ଏବଂ ରାମ-ସୀତାଙ୍କ ମନ୍ଦିରରେ ମିଳିବେ । ତୁମେମାନେ ସେଠାକୁ ଯାଇ ସେମାନଙ୍କର ସେବା କର । ନିଜର ସମୟ ନଷ୍ଟ କର ନାହିଁ । ଗଙ୍ଗାନଦୀ କୂଳକୁ ଯାଇ ମଧ୍ୟ ତୁମେ ବୁଝାଅ ପତିତ-ପାବନୀ ଗଙ୍ଗା ନା ପରମପିତା ପରମାତ୍ମା? ସମସ୍ତଙ୍କର ସଦ୍ଗତି ଏହି ପାଣି କରିବ ନା ବେହଦର ବାବା କରିବେ? ତୁମେମାନେ ଏହା ଉପରେ ଭଲ ଭାବରେ ବୁଝାଇପାରିବ । ତୁମେମାନେ ବିଶ୍ୱର ମାଲିକ ହେବାର ରାସ୍ତା ଦେଖାଉଛ ସେଥିପାଇଁ ଏହି ଜ୍ଞାନର ଦାନ କରୁଛ, କଉଡି ତୁଲ୍ୟ ମନୁଷ୍ୟକୁ ହୀରା ଭଳି ବିଶ୍ୱର ମାଲିକ କରୁଛ । ଭାରତ ବିଶ୍ୱର ମାଲିକ ଥିଲା ନା । ତୁମ ବ୍ରାହ୍ମଣମାନଙ୍କର କୂଳ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଅଟେ । ଏହି ବାବା ମଧ୍ୟ ଭାବୁଛନ୍ତି ମୁଁ ବାବାଙ୍କର ଏକମାତ୍ର ସିକିଲଧା ସନ୍ତାନ ଅଟେ । ବାବା ମୋର ଏହି ଶରୀରକୁ ଧାର ସୂତ୍ରରେ ନେଇଛନ୍ତି । ତୁମମାନଙ୍କ ବ୍ୟତୀତ ଆଉ କେହି ବି ଏହି କଥାକୁ ବୁଝିପାରିବେ ନାହିଁ । ମୋ ଶରୀରରେ ବାବାଙ୍କର ଅବତରଣ ହୋଇଛି । ମୁଁ ବାବାଙ୍କୁ ମୋର କାନ୍ଧ ଉପରେ ବସାଇଛି ଅର୍ଥାତ୍ ମୁଁ ମୋର ଶରୀରକୁ ତାଙ୍କୁ ଦେଇଛି ସେବା କରିବା ପାଇଁ । ତା ବଦଳରେ ପୁଣି ସେ କେତେ ଦେଉଛନ୍ତି । ମୋତେ ସବୁଠାରୁ ଉଚ୍ଚରେ କାନ୍ଧ ଉପରେ ବସାଉଛନ୍ତି । ପ୍ରଥମ ନମ୍ବରକୁ ନେଇଯାଉଛନ୍ତି । ପିଲାମାନେ ବାପାଙ୍କର ସ୍ନେହୀ ହୋଇଥାନ୍ତି ତେଣୁ ତାଙ୍କୁ କାନ୍ଧ ଉପରେ ବସାଇଥାନ୍ତି ନା । ମା ପିଲାକୁ କେବଳ କୋଳରେ ବସାଇଥାଏ କିନ୍ତୁ ବାପା ତ କାନ୍ଧ ଉପରେ ବସାଇଥାନ୍ତି । ପାଠଶାଳାକୁ କେବେ କଳ୍ପନା କୁହାଯିବ ନାହିଁ । ସ୍କୁଲରେ ଇତିହାସ-ଭୂଗୋଳ ପଢିଥାନ୍ତି ତେବେ ଏହାକୁ କଣ କଳ୍ପନା କୁହାଯିବ? ଏହା ମଧ୍ୟ ବିଶ୍ୱର ଇତିହାସ-ଭୂଗୋଳ ଅଟେ ନା । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବହୁତ ବହୁତ ସ୍ନେହର ସହିତ ବସି ଆତ୍ମିକ ପିତାଙ୍କୁ ମନେ ପକାଇବାକୁ ହେବ । ମନେ ପକାଇବା ସମୟରେ ଯଦି ପ୍ରେମର ଅଶ୍ରୁ ଆସିଯାଏ ତେବେ ସେହି ଅଶ୍ରୁ ବିଜୟ ମାଳାର ଦାନା ହୋଇଯିବ । ନିଜର ସମୟକୁ ଭବିଷ୍ୟତ ପାଇଁ ପ୍ରାରବ୍ଧ ଜମା କରିବାରେ ସଫଳ କରିବାକୁ ହେବ ।

(୨) ଅନ୍ତର୍ମୂଖୀ ହୋଇ ସମସ୍ତଙ୍କୁ ଅଲଫ୍ ଅର୍ଥାତ୍ ବାବାଙ୍କର ପରିଚୟ ଦେବାକୁ ହେବ, ଅଧିକ ତିକ୍ତିକ୍ କରିବା ଅର୍ଥାତ୍ ତର୍କ-ବିତର୍କ କରିବାର ନାହିଁ । କେବଳ ଗୋଟିଏ ହିଁ ଚିନ୍ତା ରହୁ ଯେ ମୋ ଦ୍ୱାରା ଏପରି କୌଣସି କର୍ତ୍ତବ୍ୟ ନ ହେଉ ଯାହା ପାଇଁ ଦଣ୍ଡ ଭୋଗ କରିବାକୁ ପଡିବ ।

ବରଦାନ:-
ଶୁଭଭାବନା ରଖି ସେବା କରୁଥିବା ବାବାଙ୍କ ସମାନ ଅପକାରୀମାନଙ୍କର ମଧ୍ୟ ଉପକାରୀ ହୁଅ ।

ଯେପରି ବାବା ଅପକାରୀମାନଙ୍କର ମଧ୍ୟ ଉପକାର କରୁଛନ୍ତି ସେହିପରି ତୁମ ସମ୍ମୁଖକୁ କିପରି ବି ଆତ୍ମା ଆସୁ ତାଙ୍କୁ ନିଜର ଦୟାଳୁ ମନୋଭାବ ଦ୍ୱାରା, ଶୁଭଭାବନା ଦ୍ୱାରା ପରିବର୍ତ୍ତନ କରିଦିଅ -- ଏହା ହିଁ ହେଉଛି ପ୍ରକୃତ ସେବା । ଯେପରି ବୈଜ୍ଞାନିକମାନେ ମରୁଭୂମିରେ ମଧ୍ୟ କୃଷି କରିପାରୁଛନ୍ତି ସେହିପରି ଶାନ୍ତିର ଶକ୍ତି ଆଧାରରେ ଦୟାଶୀଳ ହୋଇ ଅପକାରୀମାନଙ୍କର ଉପକାର କରି ଧରଣୀକୁ ପରିବର୍ତ୍ତନ କର ଅର୍ଥାତ୍ ସେହି ଆତ୍ମାର ସ୍ୱଭାବ ସଂସ୍କାରକୁ ପରିବର୍ତ୍ତନ କର । ତେଣୁ ସ୍ୱ ପରିବର୍ତ୍ତନ ଦ୍ୱାରା ଏବଂ ଶୁଭଭାବନା ଦ୍ୱାରା ଯେପରି ବି ଆତ୍ମା ପରିବର୍ତ୍ତନ ହୋଇଯିବ କାହିଁକି ନା ଶୁଭଭାବନା ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରାଇଥାଏ ।

ସ୍ଲୋଗାନ:-
ଜ୍ଞାନକୁ ସ୍ମରଣ କରିବା ହିଁ ସଦା ହର୍ଷିତ ରହିବାର ଆଧାର ।