18.01.23 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବିଶ୍ୱାସୀ ହୋଇ ସଠିକ୍ ଭାବରେ ନିଜର ଯାଞ୍ଚ କର ଯେ ମୁଁ କେତେ ପରଫେକ୍ଟ (ସଂପୂର୍ଣ୍ଣ) ହୋଇଛି?
ସଂପୂର୍ଣ୍ଣ ହେବା ପାଇଁ ଦେହ-ଅଭିମାନର ଦୁର୍ବଳତାକୁ ଦୂର କର ।”
ପ୍ରଶ୍ନ:-
ଭବିଷ୍ୟତ ପାଇଁ
ପିଲାମାନେ ବାବାଙ୍କ ସହିତ କେଉଁ ସଉଦା କରିଛନ୍ତି? ଏହି ସଉଦା କରିବା ଦ୍ୱାରା ସଂଗମରେ କି ଲାଭ
ମିଳୁଛି?
ଉତ୍ତର:-
ଦେହ ସହିତ ଯାହା ବି କିଛି ପୁରୁଣା ଜିନିଷ ରହିଛି ତାକୁ ବାବାଙ୍କୁ ଅର୍ପଣ କରି ପିଲାମାନେ
ବାବାଙ୍କୁ କହୁଛନ୍ତି, ବାବା ଆମେ ଆପଣଙ୍କ ଠାରୁ ପୁଣି ସେଠାରେ ବା ଭବିଷ୍ୟତରେ ସବୁ କିଛି ନେବୁ,
ଏହା ହେଉଛି ସବୁଠାରୁ ଭଲ ସଉଦା । ଏହାଦ୍ୱାରା ତୁମର ସବୁକିଛି ବାବାଙ୍କ ସିନ୍ଦୁକରେ ସୁରକ୍ଷିତ
ରହିଥାଏ ଆଉ ଖୁସି ମଧ୍ୟ ଲାଗିଥାଏ ଯେ ଆମେ ଏଠାରେ ଆଉ ଅଳ୍ପ ଦିନ ପାଇଁ ରହିବା, ତା’ପରେ ନିଜ
ରାଜଧାନୀକୁ ଯିବା । ତୁମକୁ କେହି ପଚାରିଲେ, କୁହ ବାଃ ଆମେ ତ ବେହଦ ବାବାଙ୍କଠାରୁ ବେହଦ ସୁଖର
ସଂପତ୍ତି ନେଉଛୁ । ଏବେ ଆମେ ସବୁଦିନ ପାଇଁ ଧନବାନ, ସ୍ୱାସ୍ଥ୍ୟବାନ ହୋଇଯାଉଛୁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ହେ ମିଠେ ବଚ୍ଚେ, ଯେତେବେଳେ ଏଠାରେ ଆସି ବସୁଛ ତେବେ
ଆତ୍ମ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ବସ । ଏହା ଉପରେ ତୁମକୁ ସର୍ବଦା ଧ୍ୟାନ ରଖିବାକୁ ହେବ ।
ଯେ ପର୍ଯ୍ୟନ୍ତ ବସିଛ, ବାବାଙ୍କୁ ମନେ ପକାଉଥାଅ । ବାବାଙ୍କୁ ମନେ ନ ପକାଇଲେ ଜନ୍ମ-ଜନ୍ମାନ୍ତରର
ପାପ କଟିବ ନାହିଁ । ରଚୟିତା ଓ ରଚନାର ଆଦି-ମଧ୍ୟ-ଅନ୍ତର ସାରା ସ୍ୱଦର୍ଶନ ଚକ୍ର ତୁମ ବୁଦ୍ଧିରେ
ଘୁରିବା ଦରକାର । ତୁମେ ନିଜକୁ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ବୋଲି ଭାବ । ତୁମର ଗୋଟିଏ ଆଖିରେ
ଶାନ୍ତିଧାମ, ଅନ୍ୟ ଆଖିରେ ସୁଖଧାମ ରହିଛି । ବସିବା-ଉଠିବା, ଚାଲିବା-ବୁଲିବା ସମୟରେ ସର୍ବଦା
ନିଜକୁ ବତୀଘର ବୋଲି ବିଚାର କର । ନିଜକୁ ବତୀଘର ଭାବିଲେ ତୁମର ନିଜର କଲ୍ୟାଣ ହେବ ଏବଂ ଅନ୍ୟର
ମଧ୍ୟ କଲ୍ୟାଣ ହେବ । ବାବା ଭିନ୍ନ ଭିନ୍ନ ଯୁକ୍ତି ବତାଉଛନ୍ତି । ଯଦି କେହି ରାସ୍ତାରେ ଦେଖାହେଲେ
ତାଙ୍କୁ କୁହ, ଏହା ଦୁଃଖଧାମ ଅଟେ, ତୁମେ ଶାନ୍ତିଧାମ, ସୁଖଧାମ ଯିବାକୁ ଚାହୁଁଛ କି! ଈଶାରା
ଦେବାକୁ ହେବ, ବତୀଘର ମଧ୍ୟ ଈଶାରା ଦେଇଥାଏ, ରାସ୍ତା ଦେଖାଇଥାଏ । ତୁମକୁ ମଧ୍ୟ ସୁଖଧାମ,
ଶାନ୍ତିଧାମର ରାସ୍ତା ବତାଇବାକୁ ହେବ । ଦିନ-ରାତି ଧୁନ୍ ଲାଗି ରହୁ । ଯୋଗର ଶକ୍ତିରେ ତୁମେ
କାହାକୁ ଅଳ୍ପ ବୁଝାଇଲେ ମଧ୍ୟ ତୀର ଲାଗିଯିବ । ଯାହାକୁ ତୀର ଲାଗିଥାଏ ସିଏ ଏକଦମ୍ ଘାଇଲା
ହୋଇଯାଇଥାଏ । ପ୍ରଥମେ ଘାଇଲା ହୋଇଥାଆନ୍ତି ତା’ପରେ ବାବାଙ୍କର ହୋଇଥା’ନ୍ତି । ବାବାଙ୍କୁ ତୁମେ
ପିଲାମାନେ ସ୍ନେହରେ ମନେ ପକାଇଲେ ମଧ୍ୟ ବାବା ଆକର୍ଷିତ ହୋଇଥାଆନ୍ତି । କେହି ତ ବିଲ୍କୁଲ୍
ବାବାଙ୍କୁ ମନେ ପକାଉ ନାହାଁନ୍ତି, ତେଣୁ ତାଙ୍କ ଉପରେ ବାବାଙ୍କର ଦୟା ଆସୁଛି । ତଥାପି ପୁଣି ବି
କହିଥାଆନ୍ତି ମିଠେ ବଚ୍ଚେ - ଉନ୍ନତି କରିଚାଲ । ପୁରୁଷାର୍ଥ କରି ନମ୍ବର ଆଗକୁ ବଢାଅ ।
ପତିତ-ପାବନ, ସଦ୍ଗତିଦାତା କେବଳ ବାବା ହିଁ ଅଟନ୍ତି । ସେହି ବାବାଙ୍କୁ ମନେ ପକାଇବାକୁ ହେବ ।
କେବଳ ବାବାଙ୍କୁ ନୁହେଁ, ତା’ସହିତ ସ୍ୱିଟ୍ ହୋମ୍କୁ ବା ପରମଧାମକୁ ମଧ୍ୟ ମନେ ପକାଇବାକୁ ହେବ ।
କେବଳ ସ୍ୱିଟ୍ ହୋମ୍ ନୁହେଁ, ସମ୍ପତ୍ତି ମଧ୍ୟ ଦରକାର ତେଣୁ ସ୍ୱର୍ଗଧାମକୁ ମଧ୍ୟ ମନେ ପକାଅ । ବାବା
ଆସିଛନ୍ତି, ମିଠା ମିଠା ସନ୍ତାନମାନଙ୍କୁ ସଂପୂର୍ଣ୍ଣ କରାଇବା ପାଇଁ । ତେଣୁ ବିଶ୍ୱାସୀ ହୋଇ ଠିକ୍
ଭାବରେ ଯାଞ୍ଚ କରିବା ଦରକାର କି କେତେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଛୁ? ସଂପୂର୍ଣ୍ଣ ହେବାର ଯୁକ୍ତି
ମଧ୍ୟ ବାବା ବତାଇ ଚାଲିଛନ୍ତି । ମୁଖ୍ୟ ଦୁର୍ବଳତା ହେଲା ହିଁ ଦେହ-ଅଭିମାନର । ଦେହ-ଅଭିମାନ ହିଁ
ଅବସ୍ଥାକୁ ଆଗକୁ ବଢିବାକୁ ଦେଇନଥାଏ ତେଣୁ ଦେହକୁ ମଧ୍ୟ ଭୁଲିବାକୁ ପଡିବ । ବାବାଙ୍କର
ପିଲାମାନଙ୍କ ପ୍ରତି କେତେ ସ୍ନେହ ରହିଥାଏ । ବାବା ପିଲାଙ୍କୁ ଦେଖି ଖୁସି ହୋଇଥାଆନ୍ତି । ତେଣୁ
ପିଲାମାନଙ୍କୁ ମଧ୍ୟ ସେତିକି ଖୁସି ରହିବା ଉଚିତ୍ । ବାବାଙ୍କୁ ମନେ ପକାଇ ଅନ୍ତରର ଖୁସିରେ ଗଦ୍ଗଦ୍
ହେବା ଦରକାର । ଦିନକୁ ଦିନ ଖୁସିର ପାରା ଚଢିବା ଆବଶ୍ୟକ । ଖୁସିର ପାରଦ ଚଢିବ ୟାଦର ଯାତ୍ରା
ଦ୍ୱାରା । ତାହା ଧୀରେ ଧୀରେ ଚଢିବ । ହାରିବା-ଜିତିବା ହୋଇ-ହୋଇ ପୁଣି ପୁରୁଷାର୍ଥର କ୍ରମ ଅନୁସାରେ
କଳ୍ପ ପୂର୍ବ ପରି ନିଜ ନିଜର ପଦ ପାଇବ । ବାପଦାଦା ସାକ୍ଷୀ ହୋଇ ପିଲାମାନଙ୍କର ଅବସ୍ଥାକୁ ଦେଖି
ଚାଲିଥା’ନ୍ତି ଆଉ ପରାମର୍ଶ ମଧ୍ୟ ଦେଇ ଚାଲିଥା’ନ୍ତି । ବାପଦାଦା ଉଭୟ ପିଲାମାନଙ୍କୁ ବହୁତ ଭଲ
ପାଆନ୍ତି କାରଣ ସେମାନେ କଳ୍ପ କଳ୍ପ ଧରି ସ୍ନେହଯୁକ୍ତ ସେବା ଖୁସୀର ସହିତ କରିଥାଆନ୍ତି । କିନ୍ତୁ
ପିଲାମାନେ ଯଦି ଶ୍ରୀମତରେ ନ ଚାଲିବେ ତେବେ ବାବା କ’ଣ କରିପାରିବେ । ବାବାଙ୍କୁ ଦୟା ତ ବହୁତ
ଆସିଥାଏ । ମାୟା ହରାଇଦିଏ । ବାବା ପୁଣି ଛିଡା କରାଇଦିଅନ୍ତି । ଏକ ବାବା ହିଁ ସବୁଠାରୁ ମିଠା
ଅଟନ୍ତି । କେତେ ମିଠା କେତେ ସ୍ନେହୀ ଶିବ ଭୋଳା ଭଗବାନ ଅଟନ୍ତି! ଶିବଭୋଳା ତ ଜଣଙ୍କର ହିଁ ନାମ
ଅଟେ ନା ।
ମିଠେ ବଚ୍ଚେ, ଏବେ ତୁମେ
ବହୁତ ମୂଲ୍ୟବାନ ହୀରା ହେବାକୁ ଯାଉଛ । ମୂଲ୍ୟବାନ ହୀରା-ମାଣିକକୁ ସୁରକ୍ଷିତ କରିବା ପାଇଁ
ବ୍ୟାଙ୍କରେ ରଖିଥାଆନ୍ତି । ତୁମେ ବ୍ରାହ୍ମଣ ସନ୍ତାନମାନେ ମଧ୍ୟ ବହୁତ ମୂଲ୍ୟବାନ, ଯିଏକି
ଶିବବାବାଙ୍କର ବ୍ୟାଙ୍କରେ ସୁରକ୍ଷିତ ହୋଇ ରହିଛ । ଏବେ ତୁମେ ବାବାଙ୍କ ସୁରକ୍ଷାରେ ରହି ଅମର
ହୋଇଯାଉଛ । ତୁମେ କାଳ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛ । ଶିବବାବାଙ୍କର ହୋଇଯାଇଛ ତେଣୁ
ସୁରକ୍ଷିତ ରହିଛ । ବାକି ଉଚ୍ଚ ପଦ ପାଇବାକୁ ପୁରୁଷାର୍ଥ କରିବାକୁ ହେବ । ଦୁନିଆରେ
ମନୁଷ୍ୟମାନଙ୍କ ପାଖରେ ଯେତେ ଧନ ଦୌଲତ ଥିଲେ ମଧ୍ୟ ସେସବୁ ଶେଷ ହୋଇଯିବ । କିଛି କି ରହିବ ନାହିଁ
। ତୁମ ପିଲାମାନଙ୍କ ପାଖରେ ତ ଏବେ କିଛି ବି ନାହିଁ । ଏ ଦେହ ମଧ୍ୟ ତୁମର ନୁହେଁ । ଏହାକୁ
ବାବାଙ୍କୁ ଦେଇ ଦିଅ । ତେଣୁ ଯାହାଙ୍କ ପାଖରେ କିଛି ନାହିଁ ପୁଣି ତା’ ପାଖରେ ସବୁ କିଛି ଅଛି ।
ତୁମେ ବେହଦ ବାବାଙ୍କ ସହିତ ଭବିଷ୍ୟତର ନୂଆ ଦୁନିଆକୁ ଯିବା ପାଇଁ ସଉଦା କରିଛ । କହୁଛ - ବାବା
ଦେହ ସହିତ ଯାହା କିଛି ପୁରୁଣା ଜିନିଷ ଅଛି ସବୁ କିଛି ଆପଣଙ୍କୁ ଦେଇ ଦେଉଛୁ । ପୁଣି ନୂଆ ଦୁନିଆରେ
ଆପଣଙ୍କ ଠାରୁ ସବୁ କିଛି ନେବୁ । ତେଣୁ ତୁମେ ଯେପରି ସୁରକ୍ଷିତ ହୋଇଗଲ । ସବୁକିଛି ବାବାଙ୍କ
ସିନ୍ଦୁକରେ ସୁରକ୍ଷିତ ହୋଇଗଲା । ତୁମ ପିଲାମାନଙ୍କର କେତେ ଖୁସି ରହିବା ଦରକାର, କାରଣ ଆଉ ଅଳ୍ପ
ସମୟ ପରେ ଆମେ ଆମ ରାଜଧାନୀକୁ ଯିବୁ । ତୁମକୁ କେହି ପଚାରିଲେ କୁହ, ବାଃ ଆମେ ତ ବେହଦ
ବାବାଙ୍କଠାରୁ ବେହଦ ସୁଖର ସମ୍ପତ୍ତି ନେଉଛୁ । ସବୁଦିନ ପାଇଁ ସ୍ୱାସ୍ଥ୍ୟବାନ, ସମ୍ପତ୍ତିବାନ
ହେଉଛୁ । ଆମର ସବୁ ମନୋକାମନା ପୂର୍ଣ୍ଣ ହେଉଛି । ଏହି ବାବା କେତେ ସ୍ନେହୀ, ପବିତ୍ର ଅଟନ୍ତି ।
ସେ ଆତ୍ମାମାନଙ୍କୁ ମଧ୍ୟ ନିଜ ଭଳି ପବିତ୍ର କରାଇଥାଆନ୍ତି । ତୁମେ ଯେତେ ବାବାଙ୍କୁ ମନେ ପକାଇବ,
ସେତେ ଅଧିକ ପ୍ରିୟ ହୋଇଯିବ । ଦେବତାମାନେ କେତେ ପ୍ରିୟ ଲାଗିଥାଆନ୍ତି । ଯାହାକି ଆଜି ପର୍ଯ୍ୟନ୍ତ
ତାଙ୍କର ଜଡଚିତ୍ରକୁ ପୂଜା କରୁଛନ୍ତି । ତେଣୁ ବର୍ତ୍ତମାନ ତୁମମାନଙ୍କୁ ସେହିପରି ପ୍ରିୟ ହେବାକୁ
ପଡିବ । ଶେଷ ସମୟରେ କୌଣସି ଦେହଧାରୀ, କୌଣସି ଜିନିଷ ଯେପରି ମନେ ନ ପଡୁ । ବାବା ଆପଣଙ୍କଠାରୁ ତ
ଆମକୁ ସବୁ କିଛି ମିଳିଗଲା ।
ମଧୁର ସନ୍ତାନମାନଙ୍କୁ
ନିଜ ସହିତ ପ୍ରତିଜ୍ଞା କରିବା ଦରକାର ଯେ ଆମ ଦ୍ୱାରା ଏପରି କୌଣସି ବିକର୍ମ ନହେଉ, ଯାହାଦ୍ୱାରା
କି ହୃଦୟ ବିଦୀର୍ଣ୍ଣ ହେବ । ଏଥିପାଇଁ ଯେତେ ପାରିବ ନିଜକୁ ସୁଧାରି ନେବାକୁ ହେବ, ଉଚ୍ଚ ପଦ
ପାଇବାର ପୁରୁଷାର୍ଥ କରିବାକୁ ହେବ । କ୍ରମାନ୍ୱୟରେ ତ ରହିବ ନା! ହୀରା-ଲୀଳା ମଧ୍ୟ କ୍ରମାନୁସାରେ
ରହିଥାଏ । କେଉଁଥିରେ ବହୁତ ତ୍ରୁଟି ରହିଥାଏ ତ କେଉଁଠି ବିଲ୍କୁଲ୍ ଶୁଦ୍ଧ ହୋଇଥାଏ । ବାବା ତ
ଜୋହରୀ ଅର୍ଥାତ୍ ହୀରା-ବ୍ୟବସାୟୀ ଅଟନ୍ତି । ତେଣୁ ବାବାଙ୍କୁ ଏକ-ଏକ ରତ୍ନକୁ ଦେଖିବାକୁ ହୋଇଥାଏ
। ଇଏ କେଉଁ ପ୍ରକାରର - ରତ୍ନ ଅଟେ, ଏଥିରେ କ’ଣ ତ୍ରୁଟି ରହିଛି । ସୁନ୍ଦର ସୁନ୍ଦର ବିଶୁଦ୍ଧ
ପବିତ୍ର ରତ୍ନମାନଙ୍କୁ ବାବା ମଧ୍ୟ ବହୁତ ସ୍ନେହରେ ଦେଖିଥାଆନ୍ତି । ଭଲ ଭଲ ଶୁଦ୍ଧ ରତ୍ନଗୁଡିକୁ
ସୁନାର ଫରୁଆ ଭିତରେ ରଖିବାକୁ ପଡିଥାଏ । ପିଲାମାନେ ନିଜେ ମଧ୍ୟ ବୁଝିପାରୁଥିବେ, ଯେ ମୁଁ କେଉଁ
ଭଳି ରତ୍ନ ଅଟେ । ମୋ ମଧ୍ୟରେ କେଉଁ ତ୍ରୁଟି ରହିଛି ।
ଏବେ ତୁମେ କହିବ ବାଃ
ସଦ୍ଗୁରୁ ବାଃ । ଯିଏ ଆମକୁ ଏହି ରାସ୍ତା ଦେଖାଇଛନ୍ତି । ବାଃ ଆମର ଭାଗ୍ୟ ବାଃ । ବାଃ ଡ୍ରାମା
ବାଃ! ତୁମ ହୃଦୟରୁ ବାହାରୁଛି - ଧନ୍ୟବାଦ ବାବା, ଆପଣ ଆମଠାରୁ ଦୁଇ ମୁଠା ଚାଉଳ ନେଇ ଆମକୁ
ସୁରକ୍ଷିତ ଭାବେ ଭବିଷ୍ୟତରେ ଶହେ ଗୁଣା କରି ଫେରାଇ ଦେଉଛ । କିନ୍ତୁ ଏଥିରେ ମଧ୍ୟ ପିଲାମାନଙ୍କର
ବୁଦ୍ଧି ବିଶାଳ ହେବା ଦରକାର । ପିଲାମାନଙ୍କୁ ଅପାର ଜ୍ଞାନ ଧନର ଖଜଣା ମିଳୁଛି ତେଣୁ ଅପାର ଖୁସି
ରହିବା ଦରକାର । ନିଜ ହୃଦୟ ଯେତେ ଶୁଦ୍ଧ ରହିବ ଅନ୍ୟମାନଙ୍କୁ ସେତେ ଶୁଦ୍ଧ କରିପାରିବ । ଯୋଗର
ସ୍ଥିତି ଦ୍ୱାରା ହିଁ ହୃଦୟ ଶୁଦ୍ଧ ହୋଇଥାଏ । ତୁମ ପିଲାମାନଙ୍କୁ ଯୋଗୀ ହେବା ଏବଂ ଅନ୍ୟକୁ ଯୋଗୀ
କରାଇବାର ସଉକ ରହିବା ଦରକାର । ଯଦି ଦେହରେ ମୋହ ରହିଛି, ଦେହ-ଅଭିମାନ ରହିଛି ତେବେ ବୁଝିଯାଅ କି
ମୋର ଅବସ୍ଥା କଞ୍ଚା ପରି ରହିଛି । ଦେହୀ-ଅଭିମାନୀ ପିଲାମାନେ ହିଁ ପ୍ରକୃତ ହୀରା ହୋଇଥାଆନ୍ତି ।
ଏଥିପାଇଁ ଯେତେ ସମ୍ଭବ ଦେହୀ-ଅଭିମାନୀ ହେବାର ଅଭ୍ୟାସ କର । ବାବାଙ୍କୁ ୟାଦ କର । ବାବା ଅକ୍ଷର
ସବୁଠାରୁ ଅଧିକ ମିଠା ଅଟେ । ବାବା ବହୁତ ସ୍ନେହ ସହକାରେ ପିଲାମାନଙ୍କୁ ଆଖିର ପଲକରେ ବସାଇ
ସାଙ୍ଗରେ ନେଇଯିବେ । ଏଭଳି ବାବାଙ୍କର ସ୍ମୃତିର ନିଶାରେ ନିଜକୁ ହଜାଇ ଦେବା ଉଚିତ୍ । ବାବାଙ୍କୁ
ମନେ ପକାଇ ପକାଇ ଖୁସିରେ ଗଦଗଦ ହୋଇଯିବା ଉଚିତ୍ । ଯେପରି ବାବା ଅପକାରୀ ମାନଙ୍କ ଉପରେ ଉପକାର
କରିଥାଆନ୍ତି ସେହିପରି ତୁମେ ମଧ୍ୟ ବାବାଙ୍କୁ ଅନୁକରଣ କରି ସୁଖଦାୟୀ ହୁଅ । ତୁମେ ପିଲାମାନେ
ବର୍ତ୍ତମାନ ଡ୍ରାମାର ରହସ୍ୟକୁ ଜାଣିଛ - ବାବା ତୁମକୁ ନିରାକାରୀ, ଆକାରୀ ଓ ସାକାରୀ ଦୁନିଆର ସବୁ
ସମାଚାର ଶୁଣାଉଛନ୍ତି । ଆତ୍ମା କହିଥାଏ - ଏବେ ମୁଁ ନୂଆ ଦୁନିଆକୁ ଯିବା ପାଇଁ ପୁରୁଷାର୍ଥ କରୁଛି
। ମୁଁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନିଶ୍ଚିତ ହେବ । ନିଜର ଓ ଅନ୍ୟମାନଙ୍କର କଲ୍ୟାଣ କରିବି ।
ଆଚ୍ଛା - ବାବା, ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି - ବାବା ହେଉଛନ୍ତି ଦୁଃଖହର୍ତ୍ତା ସୁଖଦାତା,
ତେଣୁ ପିଲାମାନଙ୍କୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବା ଦରକାର । ବାବାଙ୍କ ରାଇଟ୍ହ୍ୟାଣ୍ଡ (ଡାହାଣ ହାତ)
ହେବା ଉଚିତ୍ । ଏହିଭଳି ପିଲାମାନେ ହିଁ ବାବାଙ୍କର ପ୍ରିୟ ଅଟନ୍ତି । ଶୁଭକାର୍ଯ୍ୟ ଡାହାଣ ହାତରେ
ହିଁ କରିଥାଆନ୍ତି । ତେଣୁ ବାବା କହୁଛନ୍ତି ପ୍ରତ୍ୟେକ କାମ ଠିକ୍ରେ କର । କେବଳ ଏକ ବାବାଙ୍କୁ ମନେ
ପକାଅ ତେବେ ଅନ୍ତିମ ମତି ଅନୁସାରେ ତୁମର ଗତି ହୋଇଯିବ । ଏହି ପୁରୁଣା ଦୁନିଆରୁ ମମତ୍ୱ ତୁଟାଇଦିଅ
। ଏହା ତ ଶ୍ମଶାନ ଅଟେ । କାମଧନ୍ଦା, ପିଲାଛୁଆଙ୍କ କଥା ଚିନ୍ତା କରି କରି ଯଦି ମରିବ ତେବେ
ମାଗଣାରେ ନିଜର ବରବାଦି କରିଦେବ । ଶିବବାବାଙ୍କୁ ମନେ ପକାଇଲେ ତୁମେ ଭରପୁର ହେବ । ଦେହ-ଅଭିମାନରେ
ଆସିଲେ ବରବାଦ ହୋଇଯିବ । ଦେହୀ-ଅଭିମାନୀ ହୋଇ ରହିଲେ ଭରପୁର ହେବ । ଧନର ମଧ୍ୟ ବହୁତ ଲାଳସା ରଖିବା
ଠିକ୍ ନୁହେଁ । ସେହି ଚିନ୍ତାରେ ଶିବବାବାଙ୍କୁ ମଧ୍ୟ ଭୁଲିଯାଉଛନ୍ତି । ବାବା ଦେଖୁଛନ୍ତି ସବୁ
କିଛି ବାବାଙ୍କୁ ଅର୍ପଣ କରି ମୋର ଶ୍ରୀମତରେ କେତେ ଚାଲୁଛନ୍ତି । ଆରମ୍ଭରେ ବାବା (ବ୍ରହ୍ମାବାବା)
ନିମିତ୍ତ ହୋଇ ତ ଦେଖାଇଲେ ନା । ସବୁ କିଛି ଈଶ୍ୱର ଅର୍ପଣ କରି ନିଜେ ଟ୍ରଷ୍ଟି ହୋଇଗଲେ । ବାସ୍
ଈଶ୍ୱରଙ୍କ କାର୍ଯ୍ୟରେ ଲଗାଇବାକୁ ହେବ । ବିଘ୍ନକୁ ଦେଖି କେବେ ଡରିବା ଉଚିତ୍ ନୁହେଁ ।
ଯେପର୍ଯ୍ୟନ୍ତ ହୋଇପାରିବ ସେବାରେ ନିଜର ସବୁକିଛି ସଫଳ କରିବାକୁ ହେବ । ଈଶ୍ୱର ଅର୍ପଣ କରି
ଟ୍ରଷ୍ଟି ହୋଇ ରହିବାକୁ ହେବ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଅବ୍ୟକ୍ତ - ମହାବାକ୍ୟ -
୧୯୭୭
ସମସ୍ତେ ଆବାଜ୍ ବା ଶବ୍ଦ
ଠାରୁ ଉର୍ଦ୍ଧ୍ୱରେ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରହିବାର ଅନୁଭବ ଅଧିକ ସମୟ ପର୍ଯ୍ୟନ୍ତ
କରିପାରିବ? ଆବାଜରେ ରହିବାର ଅନୁଭବ ଅଧିକ ସମୟ କରିପାରିବ ନା ଆବାଜ ଠାରୁ ଉର୍ଦ୍ଧ୍ୱରେ ରହିବାର
ଅନୁଭବ ଅଧିକା ସମୟ କରିପାରିବ? ଯେତେ ଅନ୍ତିମ ସମୟ ଅଥବା କର୍ମାତୀତ ଅବସ୍ଥା ନିକଟତର ହେବ ସେତେ
ଆବାଜର ଉର୍ଦ୍ଧ୍ୱରେ ଶାନ୍ତ ସ୍ୱରୂପ ଅବସ୍ଥା ପ୍ରିୟ ଲାଗିବ, ଏହି ସ୍ଥତିରେ ସର୍ବଦା ଅତିନ୍ଦ୍ରିୟ
ସୁଖର ଅନୁଭବ ହୋଇଥାଏ । ଏହି ଅତିନ୍ଦ୍ରିୟ ସୁଖମୟ ସ୍ଥିତି ଦ୍ୱାରା ଅନେକ ଆତ୍ମାଙ୍କୁ ସହଜରେ
ଆବାହନ କରିପାରିବ । ଏହି ପାୱାରଫୁଲ ବା ଶକ୍ତିଶାଳୀ ସ୍ଥିତିକୁ ବିଶ୍ୱକଲ୍ୟାଣକାରୀ ସ୍ଥିତି
କୁହାଯାଏ । ଯେପରି ଆଜିକାଲି ବିଜ୍ଞାନର ସାଧନ ଦ୍ୱାରା ସବୁ ଜିନିଷ ନିକଟରେ ଥିବା ପରି ଅନୁଭବ
ହେଉଛି, ଦୂରରେ ଥିବା ବ୍ୟକ୍ତିର ଧ୍ୱନି ଟେଲିଫୋନ୍ ଦ୍ୱାରା ପାଖରେ ଶୁଣାଯାଉଛି । ଟେଲିଭିଜନ (ଦୂରଦର୍ଶନ)
ଦ୍ୱାରା ଦୂରର ଦୃଶ୍ୟ ସମୀପରେ ଦୃଶ୍ୟମାନ ହେଉଛି । ଏହିପରି ନୀରବତାର ସ୍ଥିତି ଦ୍ୱାରା କେତେ ବି
ଦୂରରେ ରହୁଥିବା ଆତ୍ମା ପାଖରେ ସନ୍ଦେଶ ପହଞ୍ଚାଇ ପାରିବ । ସେମାନେ ଏପରି ଅନୁଭବ କରିବେ ଯେପରି
ସାକାରରେ ସମ୍ମୁଖକୁ ଆସି କେହି ସନ୍ଦେଶ ଦେଇଗଲେ । ଦୂରରେ ରହି ମଧ୍ୟ ଆପଣମାନଙ୍କ ପରି ଶ୍ରେଷ୍ଠ
ଆତ୍ମାମାନଙ୍କର ଦର୍ଶନ ଓ ପ୍ରଭୁଙ୍କ ଚରିତ୍ରର ଦୃଶ୍ୟ ଏପରି ଅନୁଭବ କରିବେ, ଯେପରିକି ସମ୍ମୁଖରେ
ଦେଖୁଛନ୍ତି । ସଂକଳ୍ପ ଦ୍ୱାରା ସବୁ କିଛି ଦେଖି ହେବ ଅର୍ଥାତ୍ ଶବ୍ଦ ଜଗତରୁ ଉର୍ଦ୍ଧ୍ୱରେ
ସଂକଳ୍ପର ସିଦ୍ଧିର ଅଭିନୟ ଚାଲିବ । କିନ୍ତୁ ଏହି ସିଦ୍ଧିର ବିଧି ହେଉଛି - ଅଧିକରୁ ଅଧିକ ସମୟ
ନିଜ ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ହେବାକୁ ହେବ । ଏଥିପାଇଁ କୁହାଯାଏ ସାଇଲେନ୍ସ ଇଜ୍ ଗୋଲଡ୍
ଅର୍ଥାତ୍ ନୀରବତା ସୁନା ଭଳି । ଏହାକୁ ହିଁ ସୁବର୍ଣ୍ଣଯୁଗୀୟ ସ୍ଥିତି କୁହାଯାଏ । ଏହି ସ୍ଥିତିରେ
ସ୍ଥିତ ରହିଲେ ‘କମ୍ ଖର୍ଚ୍ଚବାଲା ନଶୀନ’ ବା ମୀତବ୍ୟୟୀ ହୋଇପାରିବ । ସମୟ ରୂପୀ ଖଜଣା, ଶକ୍ତିର
ଖଜଣା ଆଉ ସ୍ଥୂଳ ଖଜଣା ସବୁଥିରେ “ମିତବ୍ୟୟୀ” ହୋଇଯିବା । ଏଥିପାଇଁ ଗୋଟିଏ ଶବ୍ଦ ମନେ ରଖ, ତାହା
କ’ଣ? ବାଲାନ୍ସ ବା ନିୟନ୍ତ୍ରଣ । ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ସଂକଳ୍ପ ଏବଂ ବାଣୀରେ,
ସମ୍ବନ୍ଧ-ସମ୍ପର୍କରେ ନିୟନ୍ତ୍ରଣ ରଖ । ତେବେ ବାଣୀ, କର୍ମ, ସଂକଳ୍ପ, ସମ୍ବନ୍ଧ ବା ସମ୍ପର୍କ
ସାଧାରଣ ନ ହୋଇ ଅଲୌକିକ ହୋଇଯିବ ଅର୍ଥାତ୍ ଚମତ୍କାରୀ ଦେଖାଯିବ । ପ୍ରତ୍ୟେକଙ୍କ ମୁଖ ଏବଂ ମନରୁ
ଏହି ଆବାଜ ବାହାରିବ ଯେ ଏହା ତ ଚମତ୍କାର ଅଟେ । ସମୟ ପ୍ରମାଣେ ସ୍ୱୟଂର ପୁରୁଷାର୍ଥର ଗତି ଓ ବିଶ୍ୱ
ସେବାର ଗତି ତୀବ୍ରବେଗରେ ହେବା ଦରକାର ତାହା ହେଲେ ବିଶ୍ୱକଲ୍ୟାଣକାରୀ ହୋଇପାରିବ ।
ବିଶ୍ୱର ବହୁତ ଆତ୍ମାମାନେ
ବାବାଙ୍କର ଏବଂ ଆପଣ ଇଷ୍ଟଦେବତାମାନଙ୍କର ପ୍ରତ୍ୟକ୍ଷତାର ଆହ୍ୱାନ ଅଧିକ କରୁଛନ୍ତି ଏବଂ
ଇଷ୍ଟଦେବମାନେ ସେମାନଙ୍କର ଆହ୍ୱାନ କମ୍ କରୁଛନ୍ତି । ଏହାର କାରଣ କ’ଣ? ନିଜର ହଦ୍ର ସ୍ୱଭାବ,
ସଂସ୍କାରର ପ୍ରବୃତ୍ତିରେ ବହୁତ ସମୟ ଲଗାଇ ଦେଉଛନ୍ତି । ଯେମିତି ଅଜ୍ଞାନୀ ଆତ୍ମାମାନଙ୍କୁ ଜ୍ଞାନ
ଶୁଣିବାକୁ ଫୁରୁସତ ନାହିଁ, ସେହିପରି ବହୁତ ବ୍ରାହ୍ମଣ ମାନଙ୍କୁ ମଧ୍ୟ ଏହି ଶକ୍ତିଶାଳୀ ସ୍ଥିତିରେ
ସ୍ଥିତ ହେବା ପାଇଁ ଫୁରସତ ମିଳୁ ନାହିଁ, ଏଥିପାଇଁ ଏବେ ଜ୍ୱାଳାରୂପ ହେବାର ଆବଶ୍ୟକତା ରହିଛି ।
ବାପଦାଦା ପ୍ରତ୍ୟେକଙ୍କର ପ୍ରବୃତ୍ତିକୁ ଦେଖି ହସୁଛନ୍ତି କି କିପରି ବହୁତ ବ୍ୟସ୍ତ ହୋଇଯାଇଛନ୍ତି
। ବହୁତ ବ୍ୟସ୍ତ ରହୁଛ ନା । ବାସ୍ତବିକ ସ୍ଥିତିରେ ରହିଲେ ସର୍ବଦା ମୁକ୍ତ ରହିବ । ସିଦ୍ଧି ବି
ମିଳିବ ଏବଂ ମୁକ୍ତ ମଧ୍ୟ ରହିବ ।
ଯେବେ ବିଜ୍ଞାନର ସାଧନ
ଧରଣୀରେ ରହି ମଧ୍ୟ ମହାକାଶରେ ଯାନକୁ ନିୟନ୍ତ୍ରଣ କରିପାରୁଛି, ଯେପରି ଚାହୁଁଛି, ଯେଉଁଠିକି
ଚାହୁଁଛି ସେ ଦିଗକୁ ମୋଡି ପାରୁଛି । ତେବେ ଶାନ୍ତିର ଶକ୍ତି ସ୍ୱରୂପ ଏହି ସାକାର ସୃଷ୍ଟିରେ
ଶ୍ରେଷ୍ଠ ସଂକଳ୍ପ ଆଧାରରେ ଯେଉଁ ସେବା ହେଉ, ଯେଉଁ ଆତ୍ମାର ସେବା କରିବାକୁ ଚାହିଁବ ତାହା
କରିପାରିବ । କିନ୍ତୁ ପ୍ରଥମେ ନିଜର ପ୍ରବୃତ୍ତିର ଉର୍ଦ୍ଧ୍ୱରେ ଅର୍ଥାତ୍ ଉପରାମ ରୁହ ।
ଯେଉଁ ସବୁ ଖଜଣା ଶୁଣାଇଲି
ତାକୁ ନିଜ ପ୍ରତି ନୁହେଁ, ବିଶ୍ୱ କଲ୍ୟାଣ ପ୍ରତି ବିନିଯୋଗ କର । ବୁଝିଲ, ଏବେ କ’ଣ କରିବାକୁ ହେବ?
ବାଣୀ ଦ୍ୱାରା ସେବା, ସ୍ଥୂଳ ସାଧନ ଦ୍ୱାରା ସେବା ଏବଂ ବାଣୀରୁ ଉର୍ଦ୍ଧ୍ୱରେ ସୂକ୍ଷ୍ମ ସାଧନ,
ସଂକଳ୍ପର ଶ୍ରେଷ୍ଠତା, ସଂକଳ୍ପ ଶକ୍ତି ଦ୍ୱାରା ସେବାର ନିୟନ୍ତ୍ରଣ ପ୍ରତ୍ୟକ୍ଷ ରୂପରେ ଦେଖାଅ ତେବେ
ଯାଇ ବିନାଶର ବାଜା ବାଜିବ । ବୁଝିଲ । ଯୋଜନା ତ ବହୁତ ଭଲ କରୁଛ, ବାପଦାଦା ମଧ୍ୟ ଯୋଜନା
ବତାଉଛନ୍ତି, ନିୟନ୍ତ୍ରଣ ଠିକ୍ ନ ରହିବା କାରଣରୁ ଅଧିକ ପରିଶ୍ରମ କରିବାକୁ ପଡୁଛି । ବିଶେଷ
କାର୍ଯ୍ୟ କରିବା ପରେ ବିଶେଷ ବିଶ୍ରାମ ମଧ୍ୟ ନେଉଛ ନା । ଫାଇନାଲ୍ ଯୋଜନାରେ ଅଥକପଣିଆର ଅନୁଭବ
କରିବ । ଆଚ୍ଛା - ଏହିପରି ସର୍ବଶକ୍ତିକୁ ବିଶ୍ୱକଲ୍ୟାଣ ପ୍ରତି କାର୍ଯ୍ୟରେ ଲଗାଉଥିବା, ସଂକଳ୍ପର
ସିଦ୍ଧିର ସ୍ୱରୂପ, ସ୍ୱୟଂର ପ୍ରବୃତ୍ତିରୁ ସ୍ୱତନ୍ତ୍ର ସର୍ବଦା ଶାନ୍ତି ଓ ଶକ୍ତି ସ୍ୱରୂପ
ସ୍ଥିତିରେ ସ୍ଥିତ ରହୁଥିବା ସର୍ବଶ୍ରେଷ୍ଠ ଆତ୍ମାମାନଙ୍କୁ ବାପଦାଦାଙ୍କର ୟାଦପ୍ୟାର ଏବଂ ନମସ୍ତେ
।
ବରଦାନ:-
ଶାନ୍ତିର ଶକ୍ତି
ଦ୍ୱାରା ନୂତନ ସୃଷ୍ଟିର ସ୍ଥାପନାର ନିମିତ୍ତ ହେଉଥିବା ମାଷ୍ଟର ଶାନ୍ତିଦେବ ହୁଅ ।
ଶାନ୍ତିର ଶକ୍ତିକୁ ଜମା
କରିବା ପାଇଁ ଏହି ଶରୀରଠାରୁ ଅଲଗା ଅଶରିରୀ ହୋଇଯାଅ । ଏହି ଶାନ୍ତିର ଶକ୍ତି ବହୁତ ମହାନ ଶକ୍ତି
ଅଟେ, ଏହାଦ୍ୱାରା ନୂତନ ସୃଷ୍ଟିର ସ୍ଥାପନା ହୋଇଥାଏ, ତେଣୁ ଯେଉଁମାନେ ଶବ୍ଦଠାରୁ ଉର୍ଦ୍ଧ୍ୱରେ
ଶାନ୍ତ ସ୍ୱରୂପରେ ସ୍ଥିତ ରହୁଥିବେ ସେହିମାନେ ହିଁ ସ୍ଥାପନାର କାର୍ଯ୍ୟ କରିପାରିବେ ସେଥିପାଇଁ
ଶାନ୍ତିଦେବ ଅର୍ଥାତ୍ ଶାନ୍ତ ସ୍ୱରୂପ ହୋଇ ଅଶାନ୍ତ ଆତ୍ମାମାନଙ୍କୁ ଶାନ୍ତିର କିରଣ ଦିଅ । ବିଶେଷ
ଭାବରେ ଶାନ୍ତିର ଶକ୍ତିକୁ ବଢାଅ । ଏହା ହିଁ ହେଉଛି ସବୁଠାରୁ ବଡରୁ ବଡ ମହାଦାନ, ଏହା ହିଁ
ସବୁଠାରୁ ପ୍ରିୟ ଏବଂ ଶକ୍ତିଶାଳୀ ବସ୍ତୁ ।
ସ୍ଲୋଗାନ:-
ପ୍ରତ୍ୟେକ ଆତ୍ମା
ବା ପ୍ରକୃତି ପ୍ରତି ଶୁଭଭାବନା ରଖିବା ହିଁ ବିଶ୍ୱକଲ୍ୟାଣକାରୀ ହେବା ।