18.06.22 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଯଦି
ନିଜକୁ ୨୧ ଜନ୍ମ ପାଇଁ ସ୍ୱରାଜ୍ୟର ତିଳକ ଦେବାକୁ ଚାହୁଁଛ ତେବେ ଦେହ ସହିତ ଦେହର ସବୁ ପ୍ରକାରର
ଅଭିମାନକୁ ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ ।”
ପ୍ରଶ୍ନ:-
ଗରିବ
ପିଲାମାନଙ୍କର କେଉଁ ବୁଦ୍ଧିମାନ କର୍ମ ପାଇଁ ବାବା ଖୁସି ହେଉଛନ୍ତି ଏବଂ ସେମାନଙ୍କୁ କେଉଁ ରାୟ
ଦେଉଛନ୍ତି?
ଉତ୍ତର:-
ଗରିବ ପିଲାମାନେ - ଯେଉଁମାନେ କି ନିଜର କଉଡିତୁଲ୍ୟ ବସ୍ତୁଗୁଡିକୁ ବାବାଙ୍କ ସେବାରେ ସଫଳ କରି,
ଭବିଷ୍ୟତ ୨୧ ଜନ୍ମ ପାଇଁ ନିଜର ଭାଗ୍ୟ ଜମା କରି ନେଇଥାନ୍ତି, ବାବା ସେହି ପିଲାମାନଙ୍କର ଏପରି
ବୁଦ୍ଧିମାନ କର୍ମ ପାଇଁ ବହୁତ ଖୁସି ହୋଇଥାନ୍ତି । ବାବା ପୁଣି ଏହିପରି ପିଲାମାନଙ୍କୁ
ଫାଷ୍ଟକ୍ଲାସ ରାୟ ଦେଇଥାନ୍ତି - ପିଲାମାନେ ତୁମେ ନିମିତ୍ତ ହୋଇ ରୁହ । କିଛି ବି ନିଜର ବୋଲି ଭାବ
ନାହିଁ । ନିଜର ପିଲାମାନଙ୍କୁ ମଧ୍ୟ ନିମିତ୍ତ ହୋଇ ସମ୍ଭାଳ । ଜ୍ଞାନ ଦ୍ୱାରା ନିଜର ଜୀବନକୁ
ସୁଧାରି ରାଜାମାନଙ୍କର ରାଜା ହୁଅ ।
ଗୀତ:
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ପିଲାମାନେ ଗୀତର
ଦୁଇ ଅକ୍ଷର ଶୁଣିଲେ ଏବଂ ବୁଝିଗଲେଣି ଯେ ଆମେ ଏଠାକୁ ନୂଆ ଦୁନିଆ ପାଇଁ ନିଜର ଭାଗ୍ୟ ଗଢିବାକୁ
ଆସିଛୁ । ତେଣୁ ଭାଗ୍ୟ ଗଢିବା ପାଇଁ ପୁରୁଷାର୍ଥ କରିବା ଦରକାର । ପିଲାମାନେ ଜାଣିଛନ୍ତି ଏଠାରେ
ଶ୍ରୀମତ ମିଳୁଛି, ମହାମନ୍ତ୍ର ମିଳୁଛି । ମନମନାଭବ - ଅକ୍ଷର ତ ରହିଛି ନା । ଏହି ମନ୍ତ୍ର କିଏ
ଦେଉଛନ୍ତି? ସିଏ ହେଉଛନ୍ତି ଉଚ୍ଚରୁ ଉଚ୍ଚ ଏବଂ ମତ ଦେବାର ସାଗର ଅଟନ୍ତି । ତାଙ୍କର ମତ ଥରେ
ମାତ୍ର ମିଳୁଛି । ଡ୍ରାମାରେ ଥରେ ମାତ୍ର ଯାହା ହୋଇ ସାରିଛି ତାହା ପୁଣି ୫୦୦୦ ବର୍ଷ ପରେ ହୋଇଥାଏ
। ଏହି ଗୋଟିଏ ମହାମନ୍ତ୍ର ଦ୍ୱାରା ହିଁ ଆମର ନୌକା ପାରି ହୋଇଯାଉଛି । ପତିତ-ପାବନ ବାବା ଥରେ
ମାତ୍ର ଆସି ଶ୍ରୀମତ ଦେଉଛନ୍ତି । ତେବେ ପତିତ-ପାବନ କିଏ ଅଟନ୍ତି? ପରମପିତା ପରମାତ୍ମା ହିଁ
ପତିତରୁ ପବିତ୍ର କରାଇ ପବିତ୍ର ଦୁନିଆକୁ ନେଇଯାଉଛନ୍ତି । ତାଙ୍କୁ ହିଁ ପତିତ-ପାବନ, ସଦ୍ଗତି ଦାତା
ବୋଲି କୁହାଯାଏ । ତୁମେ ତାଙ୍କର ସମ୍ମୁଖରେ ବସିଛ । ଜାଣିଛ ଯେ ସିଏ ଆମର ସବୁ କିଛି ଅଟନ୍ତି ।
ଆମର ଉଚ୍ଚରୁ ଉଚ୍ଚ ଭାଗ୍ୟ ଗଢୁଛନ୍ତି । ତୁମର ନିଶ୍ଚୟ ଅଛି ଯେ, ବେହଦର ବାବାଙ୍କ ଦ୍ୱାରା ଆମକୁ
ଏହି ମହାମନ୍ତ୍ର ମିଳୁଛି । ସିଏ ବାବା ଅଟନ୍ତି ନା । ଜଣେ ନିରାକାର ଏବଂ ଆଉ ଜଣେ ସାକାର ।
ପିଲାମାନେ ବାବାଙ୍କୁ ମନେ ପକାଉଛନ୍ତି ଏବଂ ବାବା ପିଲାମାନଙ୍କୁ ମନେ ପକାଉଛନ୍ତି । ବାବା
କଳ୍ପ-କଳ୍ପ ନିଜର ପିଲାମାନଙ୍କୁ ହିଁ ଶୁଣାଉଛନ୍ତି । ବାବା କହୁଛନ୍ତି ସମସ୍ତଙ୍କର ସଦ୍ଗତି ପାଇଁ
ଗୋଟିଏ ମନ୍ତ୍ର ରହିଛି ଏବଂ ଦେଲାବାଲା ମଧ୍ୟ ଜଣେ ଅଟନ୍ତି । ସତଗୁରୁ ହିଁ ସତ୍ ମନ୍ତ୍ର ଦେଲାବାଲା
ଅଟନ୍ତି । ତୁମେ ଜାଣିଛ ଯେ ଆମେ ଏଠାକୁ ସୁଖଧାମ ନିମନ୍ତେ ନିଜର ଭାଗ୍ୟ ଗଢିବାକୁ ଆସିଛୁ ।
ସୁଖଧାମ ସତ୍ୟଯୁଗକୁ କୁହାଯାଏ, ଏହା ହେଉଛି ଦୁଃଖଧାମ । ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି
ସେହିମାନଙ୍କୁ ହିଁ ଶିବବାବା ବ୍ରହ୍ମାଙ୍କ ମୁଖ ଦ୍ୱାରା ମନ୍ତ୍ର ଦେଉଛନ୍ତି । ତେବେ ନିଶ୍ଚିତ
ତାଙ୍କୁ ସାକାରରେ ଆସିବାକୁ ପଡିବ, ନଚେତ୍ କିପରି ଦେବେ । ବାବା କହୁଛନ୍ତି ଯେ କଳ୍ପ-କଳ୍ପ ତୁମକୁ
ଏହି ମହାମନ୍ତ୍ର ଦେଉଛି ଯେ - ମାମେକମ୍ ଅର୍ଥାତ୍ ସବୁ ଦେହର ଧର୍ମକୁ ତ୍ୟାଗ କରି, ଦେହ ଏବଂ ଦେହର
ସବୁ ଧର୍ମକୁ ଭୁଲ । ନିଜକୁ ଦେହ ବୋଲି ଭାବିବା ଦ୍ୱାରା ପୁଣି ଦେହର ସମ୍ବନ୍ଧୀ ଚାଚା, ମାମା, ଗୁରୁ
ଗୋସାଇଁ ଆଦି ସମସ୍ତେ ମନେ ପଡିଥାନ୍ତି । ଇଏ ମଧ୍ୟ କହୁଛନ୍ତି ଯେ ନିଜେ ମଲେ ଦୁନିଆ ମରିଗଲା ।
ବାବା କହୁଛନ୍ତି ମୁଁ ତୁମକୁ ଏହିପରି ହିଁ ମନ୍ତ୍ର ଦେଉଛି । ନିଜକୁ ଆତ୍ମା ମନେ କରି, ଅଶରୀରୀ
ହୋଇଯାଅ । ଶରୀରର ଅଭିମାନ ଛାଡିଦିଅ । ଏଠାରେ ସମସ୍ତେ ଦେହ-ଅଭିମାନୀ ଅଟନ୍ତି । ସତ୍ୟଯୁଗରେ
ସମସ୍ତେ ଆତ୍ମ-ଅଭିମାନୀ ଅଟନ୍ତି । ଏହି ସଂଗମ ଯୁଗରେ ତୁମେ ଆତ୍ମ-ଅଭିମାନୀ ବି ହେଉଛ ଏବଂ
ପରମାତ୍ମାଙ୍କୁ ଜାଣିଲାବାଲା ଆସ୍ତିକ ମଧ୍ୟ ହେଉଛ । ଆସ୍ତିକ ସେମାନଙ୍କୁ କୁହାଯାଏ ଯିଏକି ପରମପିତା
ପରମାତ୍ମା ଏବଂ ତାଙ୍କର ରଚନାକୁ ଜାଣିଛନ୍ତି । ଆସ୍ତିକ ନା କଳିଯୁଗରେ, ନା ସତ୍ୟଯୁଗରେ
ହୋଇଥା’ନ୍ତି, ଏହି ସଂଗମରେ ହିଁ ହୋଇଥାନ୍ତି । ବାବାଙ୍କଠାରୁ ବର୍ସା ପ୍ରାପ୍ତ କରି ପୁଣି
ସତ୍ୟଯୁଗରେ ରାଜ୍ୟ କରିବେ । ଏଠାରେ ନାସ୍ତିକ ଏବଂ ଆସ୍ତିକ ଥାଆନ୍ତି, କିନ୍ତୁ ସେଠାରେ ଏହି ଶବ୍ଦ
ନଥାଏ । ବ୍ରାହ୍ମଣ ହିଁ ଆସ୍ତିକ ହୋଇଥାନ୍ତି, ଯେଉଁମାନେ କି ପ୍ରଥମେ ନାସ୍ତିକ ଥିଲେ ।
ବର୍ତ୍ତମାନ ସାରା ଦୁନିଆ ନାସ୍ତିକ ଅଟେ । କେହି ବି ବାବାଙ୍କୁ ଏବଂ ବାବାଙ୍କର ରଚନାକୁ
ଜାଣିନାହାଁନ୍ତି । କେବଳ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ତୁମମାନଙ୍କର ଏକମାତ୍ର ବେହଦର
ବାବାଙ୍କ ପାଖରେ କାମ ରହିଛି । ତାଙ୍କର ଶ୍ରୀମତ ମିଳୁଛି ଅଥବା ପୁରୁଷାର୍ଥ କରାଉଛନ୍ତି ।
କହୁଛନ୍ତି ପିଲାମାନେ ଦେହ ସହିତ ଦେହର ଅଭିମାନ ଭୁଲି କାହାକୁ ବି ମନେ ପକାଅ ନାହିଁ । ନିଜକୁ
ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ । ଏହାକୁ ହିଁ ମହାମନ୍ତ୍ର କୁହାଯାଏ, ଯାହାଦ୍ୱାରା ତୁମର
ଭାଗ୍ୟ ଗଢିହୋଇଥାଏ । ତୁମକୁ ୨୧ ଜନ୍ମ ପାଇଁ ସ୍ୱରାଜ୍ୟ ତିଳକ ମିଳିଥାଏ । ତାହା ହେଉଛି ପ୍ରାଲବ୍ଧ
। ଗୀତା ହେଉଛି ନରରୁ ନାରାୟଣ, ମନୁଷ୍ୟରୁ ଦେବତା ହେବା ପାଇଁ ।
ତୁମେମାନେ ଜାଣିଛ ଯେ ଏହି
ଦୁନିଆର ଏବେ ଏବେ ପରିବର୍ତ୍ତନ ହେଉଛି । ନୂଆ ଦୁନିଆ ପାଇଁ ତୁମେ ନିଜର ଭାଗ୍ୟ ଗଢୁଛ । ଏହା
ମୃତ୍ୟୁଲୋକ ଅଟେ । ଏଠାରେ ଦେଖ ମନୁଷ୍ୟମାନଙ୍କର ଭାଗ୍ୟ କିପରି ହୋଇଛି । ଏହାର ନାମ ହିଁ ହେଉଛି
ଦୁଃଖଧାମ । ଏହା କିଏ କହୁଛି? ଆତ୍ମା । ଏବେ ତୁମେ ଆତ୍ମ-ଅଭିମାନୀ ହୋଇଛ । ଆତ୍ମା କହୁଛି ଏହା
ଦୁଃଖଧାମ ଅଟେ । ତାହା ଆମର ପରମଧାମ ଯେଉଁଠାରେ ବାବା ରହୁଛନ୍ତି । ଏବେ ବାବା ଜ୍ଞାନ ଶୁଣାଉଛନ୍ତି
ଏବଂ ଭାଗ୍ୟ ଗଢୁଛନ୍ତି । ବାବା ଗୋଟିଏ ମହାମନ୍ତ୍ର ଦେଉଛନ୍ତି ଯେ ମୋତେ ମନେ ପକାଅ । ଯଦିଓ କୌଣସି
ଦେହଧାରୀଙ୍କଠାରୁ ଶୁଣୁଛ, କିନ୍ତୁ ଏକମାତ୍ର ବିଦେହୀଙ୍କୁ ମନେ ପକାଅ । ନିଶ୍ଚିତ ଦେହଧାରୀଙ୍କଠାରୁ
ହିଁ ଶୁଣିବାକୁ ପଡିବ । ବ୍ରହ୍ମାକୁମାର କୁମାରୀ ମୁଖ ଦ୍ୱାରା ହିଁ ଶୁଣାଇବେ ଯେ ପତିତ-ପାବନଙ୍କୁ
ମନେ ପକାଅ । ତୁମ ମୁଣ୍ଡ ଉପରେ ଯେଉଁ ବିକର୍ମର ବୋଝ ରହିଛି ତାକୁ ଯୋଗ ବଳ ଦ୍ୱାରା ହିଁ ଭସ୍ମ
କରିବାକୁ ହେବ । ନିରୋଗୀ ହେବାକୁ ପଡିବ । ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ । ତୁମେ ଜାଣିଛ
ଯେ ବାବା ଆସିଛନ୍ତି ଆମର ଭାଗ୍ୟ ଗଢିବା ପାଇଁ ଏବଂ ଆମକୁ ବହୁତ ସହଜ ରାସ୍ତା ବତାଉଛନ୍ତି ।
କହୁଛନ୍ତି - ବାବା ଆମେ ମନେ ପକାଇବାକୁ ଭୁଲିଯାଉଛୁ । ଆରେ ତୁମକୁ ଲଜ୍ଜ୍ୟା ଲାଗୁନି! ଲୌକିକ ପିତା
ଯିଏକି ତୁମକୁ ପତିତ କରାଉଛନ୍ତି, ତାଙ୍କ କଥା ମନେ ରହୁଛି ଏବଂ ଏହି ଯେଉଁ ପାରଲୌକିକ ବାବା ତୁମକୁ
ପବିତ୍ର କରୁଛନ୍ତି, କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ, ତାଙ୍କୁ କହୁଛ
ଯେ ବାବା ଭୁଲିଯାଉଛୁ! ବାବା କହୁଛନ୍ତି ମୁଁ ତୁମକୁ ମନ୍ଦିର ଯୋଗ୍ୟ କରିବାକୁ ଆସିଛି । ତୁମେମାନେ
ଜାଣିଛ ଯେ ଏହି ଭାରତ ଶିବାଳୟ ଥିଲା - ଆମେ ଏଠାରେ ରାଜ୍ୟ କରୁଥିଲୁ ପୁଣି ଆମର ଜଡ ଚିତ୍ର
ମନ୍ଦିରରେ ପୂଜା ହୋଇ ଆସୁଛି । ଆମେ ହିଁ ଦେବତା ଥିଲୁ, ଏକଥା ଭୁଲିଯାଇଛୁ । ତୁମର ମମ୍ମା ବାବା
ଯିଏକି ପୂଜ୍ୟ ଦେବୀ-ଦେବତା ଥିଲେ ସେମାନେ ପୁଣି ପୂଜାରୀ ହୋଇଯାଇଛନ୍ତି । ଏହି ଜ୍ଞାନ ବୁଦ୍ଧିରେ
ଅଛି । ବୃକ୍ଷର ଚିତ୍ରରେ ମଧ୍ୟ ମୁଖ୍ୟ ରୂପେ ଦେଖାଇଛନ୍ତି । ପ୍ରଥମ ମୂଳଦୁଆରେ ଆଦି ସନାତନ
ଦେବୀ-ଦେବତା ଥିଲେ, ଏବେ ନାହାଁନ୍ତି । ୫ହଜାର ବର୍ଷ ପୂର୍ବରୁ ସତ୍ୟଯୁଗ ଥିଲା, ଏବେ କଳିଯୁଗ
ହୋଇଯାଇଛି । କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିବାର ଅଛି । ତେବେ ନିଶ୍ଚିତ ଶ୍ରୀମତ ଦେଲାବାଲାଙ୍କୁ
ଆସିବାକୁ ହିଁ ହେବ । ଏହି ଦୁନିଆ ନିଶ୍ଚିତ ବଦଳିବ । ତୁମେ ଡେଙ୍ଗୁରା ପିଟି ଚାଲିଛ । ବୃକ୍ଷ ତ
ତୁରନ୍ତ ବଢିଯିବ ନାହିଁ । ଏଥିରେ ବହୁତ ବିଘ୍ନ ପଡିଥାଏ । ଭିନ୍ନ-ଭିନ୍ନ ନାମ ରୂପରେ ଫସି
ରହିଛନ୍ତି । ବାବା କହୁଛନ୍ତି ଫସିଯାଅ ନାହିଁ । ଯଦିଓ ଗୃହସ୍ଥ ବ୍ୟବହାରରେ ରୁହ, ବାବାଙ୍କୁ ମନେ
ପକାଅ ଏବଂ ପବିତ୍ର ରୁହ । ଭଗବାନୁବାଚ - କାମ ବିକାର ମହାଶତ୍ରୁ । ଆଗରୁ ମଧ୍ୟ ଗୀତାର ଭଗବାନ
କହିଥିଲେ - ଏବେ ମଧ୍ୟ ପୁଣି ଥରେ କହୁଛନ୍ତି । ଗୀତାର ଭଗବାନ ନିଶ୍ଚିତ କାମ ବିକାର ଉପରେ ବିଜୟ
ପ୍ରାପ୍ତ କରାଇଥିବେ । ଗୋଟିଏ ହେଲା ରାବଣ ରାଜ୍ୟ, ଅନ୍ୟଟି ହେଲା ରାମରାଜ୍ୟ । ରାମ ରାଜ୍ୟ ଦିନ,
ରାବଣ ରାଜ୍ୟ ରାତି । ବାବା କହୁଛନ୍ତି ଏବେ ଏହି ରାବଣ ରାଜ୍ୟ ଶେଷ ହେବାର ଅଛି, ସେଥିପାଇଁ ସବୁ
ପ୍ରସ୍ତୁତି ଚାଲିଛି । ବାବା ପାଠପଢାଇ ନେଇଯିବେ ପୁଣି ତୁମେ ନୂଆ ଦୁନିଆରେ ରାଜ୍ୟ କରିବ । ତୁମେ
କ’ଣ ଏହି ପତିତ ପୃଥିବୀ ଉପରେ ରାଜ୍ୟ କରିବ କି? ଶିବବାବାଙ୍କର ତ ପାଦ ନାହିଁ, ଯାହାକି ଏଠାରେ
ପାଦ ରଖିବେ । ଦେବତାମାନଙ୍କ ପାଦ ଏହି ପତିତ ଦୁନିଆରେ ପଡିପାରିବ ନାହିଁ । ତୁମେ ଜାଣିଛ ଯେ ଆମେ
ଦେବତା ହେବାକୁ ଯାଉଛୁ । ପୁଣି ଏହି ଭାରତକୁ ହିଁ ଆସିବୁ । କିନ୍ତୁ ସୃଷ୍ଟି ବଦଳି କଳିଯୁଗରୁ
ସତ୍ୟଯୁଗ ହୋଇଯିବ । ଏବେ ତୁମେ ଶ୍ରେଷ୍ଠ ହେବାକୁ ଯାଉଛ । ବହୁତ ପିଲା କହୁଛନ୍ତି ବାବା ତୋଫାନ
ଆସୁଛି । ବାବା କହୁଛନ୍ତି ତୁମେ ବାବାଙ୍କୁ ଭୁଲିଯାଉଛ । ବାବାଙ୍କର ମତ ଅନୁସାରେ ଚାଲୁନାହଁ ।
ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ମତ ମିଳୁଛି - ପିଲାମାନେ, ଭ୍ରଷ୍ଟାଚାରୀ ହୁଅ ନାହିଁ । ତୁମକୁ
ପାଠପଢାଇଲାବାଲା ଜଣେ ଅଟନ୍ତି । ସିଏ କହୁଛନ୍ତି ଯେ ମୋତେ ମନେ ପକାଅ । ଏହାଙ୍କର ରଥକୁ ମଧ୍ୟ ମନେ
ପକାଅ ନାହିଁ । ରଥୀ ଏବଂ ରଥବାନ । ଏଠାରେ ଘୋଡା ଗାଡିର ତ କଥା ନାହିଁ । ସେଥିରେ ବସି କ’ଣ ଜ୍ଞାନ
ଦିଆଯାଇଥାଏ କି? ଆଜିକାଲି ତ ଉଡାଜାହାଜରେ ଯାତ୍ରା କରୁଛନ୍ତି । ବିଜ୍ଞାନର ବହୁତ ପ୍ରଭାବ ରହିଛି
। ମାୟାର ଆଡମ୍ବର ବହୁତ ରହିଛି । ବର୍ତ୍ତମାନ ପରସ୍ପରର କେତେ ଖାତିରୀ କରୁଛନ୍ତି । କୌଣସି ଦେଶର
ପ୍ରଧାନମନ୍ତ୍ରୀ ଆସିଲେ ତାଙ୍କୁ ସମ୍ମାନ ଦିଆଯାଇଥାଏ । ୧୫ ଦିନ ପରେ ପୁଣି ତାଙ୍କୁ ପଦରୁ
ବିତାଡିତ କରିଦେଉଛନ୍ତି । ରାଜାମାନଙ୍କ ଉପରେ ମଧ୍ୟ ବହୁତ ବିପଦ ରହିଛି । ଡରି ଡରି ରହୁଛନ୍ତି ।
ତୁମକୁ କେତେ ସହଜ ଜ୍ଞାନ ମିଳୁଛି । ତୁମେ କେତେ ଗରୀବ ଅଟ, ତୁମ ପାଖରେ କଉଡିଟିଏ ମଧ୍ୟ ନାହିଁ ।
ନିମିତ୍ତ କରାଉଛ ଯେ - ବାବା ଏସବୁ ଆପଣଙ୍କର ଅଟେ । ବାବା କହୁଛନ୍ତି ଆଚ୍ଛା ତୁମେ ମଧ୍ୟ ନିମିତ୍ତ
ହୋଇ ରୁହ । ଯଦି ନିଜର ବୋଲି ଭାବିବ ତେବେ ଏହା ତୁମର ବୁଦ୍ଧିମାନର କଥା ନୁହେଁ । ତେଣୁ ଶ୍ରୀମତରେ
ଚାଲିବାକୁ ପଡିବ । ଯେଉଁମାନେ ନିମିତ୍ତ ହୋଇଥିବେ ସେମାନେ ଶ୍ରୀମତରେ ଚାଲିବେ । ତୁମେ ଗରୀବ ଅଟ,
ଭାବୁଛ ଯେ ଏହି କଉଡି ଆଦି ସବୁ ବାବାଙ୍କୁ ଦେବୁ । ବାବା ପୁଣି ଫାଷ୍ଟକ୍ଲାସ ରାୟ ଦେଉଛନ୍ତି ।
ପିଲାମାନଙ୍କୁ ସମ୍ଭାଳିବାକୁ ମଧ୍ୟ ହେବ । ବର୍ତ୍ତମାନ ତୁମକୁ ଜ୍ଞାନ ମିଳୁଛି, ଯାହାଦ୍ୱାରା ତୁମର
ଭବିଷ୍ୟତ ସୁଧୁରିଯିବ ଏବଂ ତୁମେ ରାଜାମାନଙ୍କର ରାଜା ହୋଇଯିବ । ପୁଣି ବାବାଙ୍କର ମଧ୍ୟ
କର୍ତ୍ତବ୍ୟ ହେଲା ରାୟ ଦେବା । ବାବାଙ୍କୁ ମନେ ପକାଅ ଏଭଳି କହି ଅନ୍ୟ ପ୍ରତି ଦୟା କର । କୌଣସି
ଆତ୍ମାକୁ ଦୁର୍ଗତିରୁ ଉଦ୍ଧାର କର । ବହୁତ ଯୁକ୍ତିର ସହିତ ଚାଲିବାକୁ ହେବ । ସୂପର୍ଣ୍ଣଖା, ପୁତନା,
ଅଜାମିଲ, ଦୁର୍ଯ୍ୟୋଧନ ଏସବୁ ବର୍ତ୍ତମାନର ନାମ ଅଟେ । ବର୍ତ୍ତମାନର ଦୃଶ୍ୟ ପୁଣି କଳ୍ପ ପରେ ହେବ
। ସେହି ବାବା ସମ୍ମୁଖରେ ଆସି ଜ୍ଞାନ ଦେଉଛନ୍ତି । ମନୁଷ୍ୟରୁ ଦେବତା ପଦ ପ୍ରାପ୍ତ କରାଉଛନ୍ତି ।
ତୁମେ ଆସିଛ ୫ ହଜାର ବର୍ଷ ସଦୃଶ ବର୍ସା ନେବା ପାଇଁ । ପୂର୍ବରୁ ମଧ୍ୟ ମହାଭାରତ ଲଢେଇ ହୋଇଥିଲା ।
ସେ ସବୁର ସମ୍ପର୍କ ଏହା ସହିତ ରହିଛି । ବାବା ଭଲ ଭାବରେ ବୁଝାଇ ମନୁଷ୍ୟରୁ ଦେବତା ପଦ ପ୍ରାପ୍ତ
କରାଉଛନ୍ତି । ତୁମେ ଆସିଛ ବାବାଙ୍କଠାରୁ ବର୍ସା ନେବାପାଇଁ, ବ୍ରହ୍ମା ବା ଜଗତଅମ୍ବା ବା
ବି.କେ.ଙ୍କଠାରୁ ବର୍ସା ମିଳିବାର ନାହିଁ । ଏମାନେ ମଧ୍ୟ ବାବାଙ୍କଠାରୁ ବର୍ସା ନେଉଛନ୍ତି ।
ଅନ୍ୟମାନଙ୍କୁ ମଧ୍ୟ ବୁଝାଉଛନ୍ତି । ତୁମେମାନେ ମଧ୍ୟ ଜଗତପିତାଙ୍କର ସନ୍ତାନ ହୋଇ ତାଙ୍କଠାରୁ
ବର୍ସା ନେଉଛ । ସମସ୍ତଙ୍କୁ ଅଲଗା-ଅଲଗା କହୁଛନ୍ତି, ପିଲାମାନେ ମୋତେ ମନେ ପକାଅ । ଏହା ସିଧାସଳଖ
ଭାବରେ ତୀର ଲାଗୁଛି । ବାବା କହୁଛନ୍ତି ପିଲାମାନେ ବର୍ସା ତୁମକୁ ମୋଠାରୁ ନେବାକୁ ହେବ । କେହି
ବି ମିତ୍ର-ସମ୍ବନ୍ଧୀ ଆଦି ମରିଯାଆନ୍ତୁ, କିନ୍ତୁ ବର୍ସା ତୁମକୁ ବାବାଙ୍କଠାରୁ ନେବାକୁ ହେବ ।
ଏଥିରେ ବହୁତ ଖୁସି ହେବା ଦରକାର । ଆରେ ତୁମେ ନିଜର ଭାଗ୍ୟ ଗଢିବାକୁ ଆସିଛ, ଜାଣିଛ ଯେ ଏବେ ପୁଣି
ଥରେ ବାବା ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ତେଣୁ ସେହିଭଳି ଆଚରଣ ଧାରଣ କରିବାକୁ ହେବ ।
ବିକାରରୁ ନିଜକୁ ମୁକ୍ତ ରଖିବାକୁ ହେବ । ଆମେ ଏବେ ପବିତ୍ର ନିର୍ବିକାରୀ ହେଉଛୁ । ଡ୍ରାମା ଏବଂ
କଳ୍ପବୃକ୍ଷକୁ ବୁଝିବାକୁ ହେବ ଆଉ କୌଣସି କଷ୍ଟ ଦେଉନାହାଁନ୍ତି, ଏହା ସବୁଠାରୁ ସରଳ ଅଟେ । ତଥାପି
କହୁଛନ୍ତି ଯେ ବାବା ଭୁଲିଗଲୁ । ଭୂତ ଆସିଗଲା । ବାବା କହୁଛନ୍ତି ଏହି ଭୂତ ଗୁଡିକୁ ବାହାର କର ।
ହୃଦୟ ଦର୍ପଣରେ ଦେଖ - ମୁଁ ଯୋଗ୍ୟ ହୋଇଛି! ମୋତେ ନରରୁ ନାରାୟଣ ହେବାର ଅଛି । ବାବା ବସି
ବୁଝାଉଛନ୍ତି - ମିଠା-ମିଠା ସୌଭାଗ୍ୟଶାଳୀ ସନ୍ତାନମାନେ, ତୁମେ ଏଠାକୁ ସୌଭାଗ୍ୟଶାଳୀ ହେବା ପାଇଁ
ଆସିଛ । ଏବେ ତ ସମସ୍ତେ ଦୁର୍ଭାଗ୍ୟଶାଳୀ ଅଟନ୍ତି ନା । ଭାରତବାସୀ ହିଁ ସୌଭାଗ୍ୟଶାଳୀ ଥିଲେ, କେତେ
ସାହୁକାର ଥିଲେ । ଏହା ଭାରତର ହିଁ କଥା । ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା ବୋଲି ଭାବ -
କାହିଁକି ନା ତୁମକୁ ମୋ ପାଖକୁ ଆସିବାକୁ ହେବ ତେବେ ତୁମର ଅନ୍ତିମ ମତି ଅନୁସାରେ ଗତି ହୋଇଯିବ ।
ଏବେ ନାଟକ ଶେଷ ହେଉଛି, ଏବେ ଆମକୁ ଯିବାକୁ ହେବ । ବାବା ଉପାୟ ମଧ୍ୟ ବତାଉଛନ୍ତି । ତୁମେ ସବୁ
ପାପରୁ ମୁକ୍ତ ହୋଇ, ପୁଣ୍ୟଆତ୍ମା ହୋଇଯିବ । ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ଥିଲା ନା ଯାହା ପୁଣି
ଥରେ ସ୍ଥାପନ ହେଉଛି । ଏହି ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ପୁଣି ନୂଆ ଦୁନିଆ ହେବାର ଅଛି ।
ଜାଣୁଛନ୍ତି ଯେ - ଏହି ଭାରତ ପ୍ରାଚୀନ ଥିଲା, ସ୍ୱର୍ଗ ଥିଲା । ସ୍ୱର୍ଗୀୟ ଈଶ୍ୱର ପିତା ସ୍ୱର୍ଗ
କରିଥିଲେ । ତେବେ ସିଏ କେବେ ଆସିଥିଲେ? ଏହି ସମୟରେ ହିଁ ଆସୁଛନ୍ତି । ଏହାକୁ କଲ୍ୟାଣକାରୀ
ବାବାଙ୍କର ଆସିବାର ସମୟ କୁହାଯାଉଛି । ଏହି ରାବଣର ସମ୍ପ୍ରଦାୟ କେତେ ବଡ ଏବଂ ରାମଙ୍କର
ସମ୍ପ୍ରଦାୟ କେତେ ଛୋଟ । ଏଠାରେ ପୁଣି ବୃଦ୍ଧି ହୋଇ ଚାଲିଛି । ପିଲାମାନେ ପୁଣି ଥରେ ବାବାଙ୍କଠାରୁ
ବର୍ସା ନେବା ପାଇଁ ଆସିବେ । ତୁମେ ପ୍ରଦର୍ଶନୀ ଅଥବା ପ୍ରୋଜେକ୍ଟର ଉପରେ ବୁଝାଇ ଚାଲିଛ । ଏବେ ତ
ବହୁତ ସେବା କରିବାକୁ ହେବ । ବାବା କହୁଛନ୍ତି ଗେହ୍ଲା ପିଲାମାନେ - ଏହା ଡ୍ରାମା ଅଟେ । କିନ୍ତୁ
ବାବାଙ୍କର ଯିଏ ହୋଇଛନ୍ତି ସିଏ ହିଁ କହିବେ ଏହା ଡ୍ରାମା ଅଟେ । ନିଧାର୍ଯ୍ୟ ହୋଇଥିବା ଡ୍ରାମାରେ
ବାବା କହୁଛନ୍ତି - ମୁଁ ମଧ୍ୟ ଅଛି । ପିଲାମାନେ, ପତିତ ଦୁନିଆକୁ ମୋତେ ଆସିବାକୁ ପଡୁଛି । ଦେଖ,
ପରମଧାମ ଛାଡି ପିଲାମାନଙ୍କ ପାଇଁ ମୁଁ କିପରି ଆସୁଛି । ପ୍ଲେଗ ରୋଗୀଙ୍କ ଠାରୁ ଡାକ୍ତରମାନେ ଦୁରକୁ
ପଳାନ୍ତି ନାହିଁ । ତାଙ୍କୁ, ରୋଗୀଙ୍କ ପାଖକୁ ଯିବାକୁ ହିଁ ପଡିଥାଏ । ଗାୟନ ମଧ୍ୟ କରୁଛନ୍ତି ହେ
ପତିତ-ପାବନ ଆସ, ଆସି ୫ ବିକାରରୁ ମୁକ୍ତ କରି ପବିତ୍ର କରାଅ ଅର୍ଥାତ୍ ମୁକ୍ତ କର । ଦୁଃଖଧାମରୁ
ସୁଖଧାମକୁ ନେଇଚାଲ । ଭଗବାନ ହେଉଛନ୍ତି ମୁକ୍ତିଦାତା । ସିଏ ସମସ୍ତଙ୍କର ମୁକ୍ତି ଦାତା ମଧ୍ୟ
ଅଟନ୍ତି ଏବଂ ଗାଇଡ୍ ହୋଇ ଘରକୁ ମଧ୍ୟ ନେଇଯାଉଛନ୍ତି ପୁଣି କ୍ରମାନୁସାରେ ଆସୁଛନ୍ତି ।
ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ, ପୁଣି ଦ୍ୱାପର ଆରମ୍ଭ ହେବାରୁ ତୁମେ ପୂଜାରୀ ହୋଇଯାଉଛ । ଗାୟନ
ମଧ୍ୟ ରହିଛି ଯେ ଦେବତାମାନେ ବାମମାର୍ଗକୁ ଚାଲିଗଲେ । ବାମମାର୍ଗର ଚିତ୍ର ମଧ୍ୟ ଦେଖାଉଛନ୍ତି ।
ଏବେ ତୁମେ ବାସ୍ତବରେ ବୁଝୁଛ - ଆମେ ହିଁ ଦେବତା ଥିଲୁ, ଏହା ବୁଝିବା ପାଇଁ କେତେ ସହଜ କଥା । ଏହା
ତ ବୁଦ୍ଧିରେ ଭଲ ଭାବରେ ଧାରଣ ହେବା ଦରକାର ।
ଏବେ ତୁମେମାନେ ନିଜର
ଭାଗ୍ୟ ଗଢିବାକୁ ଆସିଛ । ଏଠାରେ ବାବା ସମ୍ମୁଖରେ ବସିଛନ୍ତି । ବାକି କ୍ରମାନୁସାରେ ନିମିତ୍ତ
ଟିଚର ରହିଛନ୍ତି । ଏଠାରେ ପ୍ରଜାପିତା ବ୍ରହ୍ମାଙ୍କ ମୁଖ ଦ୍ୱାରା ଭଗବାନ ସବୁ ବେଦ ଶାସ୍ତ୍ରର ସାର
ବତାଉଛନ୍ତି । ତେବେ ପ୍ରଥମେ ବ୍ରହ୍ମା ଶୁଣିବେ ନା । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ
ସୂକ୍ଷ୍ମବତନରେ ଦେଖାଇଛନ୍ତି । ବିଷ୍ଣୁ ତ ହେଉଛନ୍ତି ସତ୍ୟଯୁଗର ମାଲିକ ଏବଂ ବ୍ରହ୍ମା ହେଲେ
ସଂଗମଯୁଗର । ଯେବେ ବ୍ରାହ୍ମଣ ପୁଣି ଦେବତା ହେଉଛନ୍ତି ତେବେ ବ୍ରହ୍ମା ତ ଏଠାରେ ରହିବା ଦରକାର ନା
। ଏହା ରୁଦ୍ର ଜ୍ଞାନ ଯଜ୍ଞ ଅଟେ । ଆଗରୁ ମଧ୍ୟ ଯଜ୍ଞ ରଚନା କରିଥିଲେ, ଏଥିରେ ହିଁ ସାରା ଦୁନିଆ
ସ୍ୱାହା ହୋଇଯିବ, ସବୁ ଶେଷ ହୋଇଯିବ । ତୁମେ ପୁଣି ଏଠାକୁ ଆସି ନୂଆ ଦୁନିଆରେ ରାଜ୍ୟ କରିବ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଭିତରେ
ଥିବା ଭୂତଗୁଡିକୁ ବାହାର କରି ନରରୁ ନାରାୟଣ ହେବାର ଯୋଗ୍ୟ ହେବାକୁ ପଡିବ ଏବଂ ହୃଦୟ ଦର୍ପଣରେ
ଦେଖିବାକୁ ହେବ ଯେ ମୁଁ କେଉଁ ପର୍ଯ୍ୟନ୍ତ ଯୋଗ୍ୟ ହେଲିଣି?
(୨) ନିଜକୁ ଆତ୍ମା ମନେ
କରି ଅଶରୀରି ହୋଇ ବାବାଙ୍କୁ ମନେ ପକାଇବାକୁ ହେବ । ଦେହ-ଅଭିମାନକୁ ତୁଟାଇବାର ଅଭ୍ୟାସ କରିବାକୁ
ହେବ ।
ବରଦାନ:-
ପବିତ୍ରତା ରୂପକ
ରାଜକୀୟତା ଦ୍ୱାରା ସଦା ହର୍ଷିତ ରହୁଥିବା ହର୍ଷିତଚିତ୍ତ, ହର୍ଷିତମୁଖ ଆତ୍ମା ହୁଅ ।
ପବିତ୍ରତାର ରାଜକୀୟତା
ତଥା ବାସ୍ତବିକତା ସମ୍ପନ୍ନ ଆତ୍ମାମାନେ ସଦାସର୍ବଦା ଖୁସିରେ ନାଚୁଥାଆନ୍ତି । ସେମାନଙ୍କର ଖୁସି
କେବେ କମ୍, କେବେ ବେଶୀ ହୋଇନଥାଏ । ଦିନକୁ ଦିନ ସେମାନଙ୍କର ଖୁସି ଅଧିକ ଅଧିକ ବଢିବାକୁ ଲାଗିଥାଏ,
ସେମାନଙ୍କର ଭିତର ଗୋଟିଏ ପ୍ରକାରର ଏବଂ ବାହାର ଆଉ ଗୋଟିଏ ପ୍ରକାରର ହୋଇନଥାଏ । ସେମାନଙ୍କର
ଦୃଷ୍ଟି, ବୃତ୍ତି ବାଣୀ ଏବଂ ଚାଲି-ଚଳନ ସବୁ କିଛି ସତ୍ୟ ହୋଇଥାଏ । ଏହିଭଳି ବାସ୍ତବିକ ରାଜକୀୟତା
ଅର୍ଥାତ୍ ସଭ୍ୟତା ସମ୍ପନ୍ନ ଆତ୍ମାମାନେ ଆନ୍ତରିକ ହିସାବରେ ଏବଂ ଦୃଷ୍ଟି-ବୃତ୍ତିରେ ମଧ୍ୟ ସର୍ବଦା
ହର୍ଷିତ ରହିଥାଆନ୍ତି । ସେମାନଙ୍କର ହର୍ଷିତଚିତ୍ତ ଏବଂ ହର୍ଷିତ ମୁଖ ଚେହେରା ଅବିନାଶୀ ହୋଇଥାଏ ।
ସ୍ଲୋଗାନ:-
ସଂସାରରେ
ସର୍ବଶ୍ରେଷ୍ଠ ବଳ ହେଲା ପବିତ୍ରତାର ବଳ ।