18.07.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମେମାନେ ଡବଲ ଅହିଂସକ ଆତ୍ମିକ ସେନା ଅଟ, ତୁମକୁ ଶ୍ରୀମତ ଆଧାରରେ ନିଜର ଦୈବୀ ରାଜଧାନୀ ସ୍ଥାପନ କରିବାକୁ ହେବ ।

ପ୍ରଶ୍ନ:-
ତୁମେ ଆତ୍ମିକ ସେବାଧାରୀ ପିଲାମାନେ ସମସ୍ତଙ୍କୁ କେଉଁ କଥାର ଚେତାବନୀ ଦେଉଛ ?

ଉତ୍ତର:-
ତୁମେ ସମସ୍ତଙ୍କୁ ଚେତାବନୀ ଦେଉଛ ଯେ ଏହା ସେହି ମହାଭାରତ ଲଢେଇର ସମୟ, ଏବେ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି, ବାବା ନୂଆ ଦୁନିଆକୁ ସ୍ଥାପନା କରାଉଛନ୍ତି । ବିନାଶ ପରେ ପୁଣି ଜୟଜୟକାର ହେବ । ତୁମମାନଙ୍କୁ ପରସ୍ପର ମିଶି ବିଚାର କରିବା ଦରକାର ଯେ ବିନାଶ ପୂର୍ବରୁ ସମସ୍ତଙ୍କୁ ବାବାଙ୍କର ପରିଚୟ କିପରି ମିଳିବ ।

ଗୀତ:-
ତୁନେ ରାତ ଗବାଇ ଶୋ କେ...

ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ଯେ ଭଗବାନ ସର୍ବୋଚ୍ଚ ଅଟନ୍ତି ପୁଣି ତାଙ୍କୁ ସର୍ବୋଚ୍ଚ କମାଣ୍ଡର ଆଦି ବି କହିପାରିବ, କାହିଁକି ନା ତୁମେ ସମସ୍ତେ ସେନା ଅଟ ନା । ତୁମର ମୁଖ୍ୟ କମାଣ୍ଡର କିଏ ଅଟନ୍ତି ? ଏକଥା ମଧ୍ୟ ଜାଣିଛ ଯେ ଦୁଇ ପ୍ରକାରର ସେନା ଅଛନ୍ତି ସେମାନେ ହେଲେ ଶାରିରୀକ, ତୁମେ ହେଉଛ ଆତ୍ମିକ । ସେମାନେ ହେଲେ ସୀମିତ ସ୍ଥାନର , ତୁମେ ହେଲ ବିଶ୍ୱର । ତୁମମାନଙ୍କ ମଧ୍ୟରେ କମାଣ୍ଡର ବି ଅଛନ୍ତି, ଜେନେରାଲ୍ ବି ଅଛନ୍ତି, ଲେଫ୍ଟିନେଣ୍ଟ ବି ଅଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ ଶ୍ରୀମତ ଆଧାରରେ ରାଜଧାନୀ ସ୍ଥାପନ କରୁଛୁ । ଏଠାରେ ଲଢେଇ ଆଦିର ତ କୌଣସି କଥା ନାହିଁ । ଆମେ ସାରା ବିଶ୍ୱରେ ପୁଣି ଥରେ ନିଜର ଦୈବୀ ରାଜ୍ୟ ସ୍ଥାପନ କରୁଛୁ, ଶ୍ରୀମତ ଆଧାରରେ । କଳ୍ପ କଳ୍ପ ଆମର ଏହି ଅଭିନୟ ଚାଲୁଛି । ଏସବୁ ବେହଦର କଥା । ହଦର ଲଢେଇରେ ଏହି କଥା ହୋଇ ନଥାଏ । ସର୍ବୋଚ୍ଚ ବାବା ହିଁ ଅଟନ୍ତି । ତାଙ୍କୁ ଯାଦୁକର, ରତ୍ନାକର, ଜ୍ଞାନର ସାଗର ମଧ୍ୟ କହନ୍ତି । ବାବାଙ୍କର ମହିମା ଅପରମ-ଅପାର ଅଟେ । ତୁମକୁ ବୁଦ୍ଧି ଦ୍ୱାରା କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ମାୟା ଭୁଲାଇ ଦେଉଛି । ତୁମେ ଡବଲ ଅହିସଂକ ଅଟ, ରୁହାନୀ ସେନା । ତୁମର ଏହି ଖିଆଲ ରହୁଛି ଯେ ଆମେ ନିଜ ରାଜ୍ୟ କିପରି ସ୍ଥାପନ କରିବୁ । ଡ୍ରାମା ନିଶ୍ଚିତ କରାଇବ । ପୁରୁଷାର୍ଥ ତ କରିବାକୁ ପଡିଥାଏ ନା । ଯେଉଁମାନେ ଭଲ-ଭଲ ସନ୍ତାନ ଅଟନ୍ତି, ସେମାନେ ପରସ୍ପର ମଧ୍ୟରେ ରାୟ ବାହାର କରିବା ଦରକାର । ମାୟା ସହିତ ତୁମର ଯୁଦ୍ଧ ତ ଅନ୍ତିମ ସମୟ ପର୍ଯ୍ୟନ୍ତ ଲାଗି ରହିବ । ଏହା ମଧ୍ୟ ଜାଣୁଛ ଯେ ମହାଭାରତ ଲଢେଇ ହେବ ହିଁ ହେବ । ନଚେତ୍ ପୁରୁଣା ଦୁନିଆର ବିନାଶ କିପରି ହେବ । ବାବା ଆମକୁ ଶ୍ରୀମତ ଦେଉଛନ୍ତି । ଆମମାନଙ୍କୁ ପୁଣି ଥରେ ନିଜ ରାଜ୍ୟ-ଭାଗ୍ୟ ସ୍ଥାପନ କରିବାକୁ ହେବ । ଏହି ପୁରୁଣା-ଦୁନିଆର ବିନାଶ ହୋଇ ପୁଣି ଭାରତରେ ଜୟଜୟକାର ହେବ, ଯାହା ପାଇଁ ତୁମେ ନିମିତ୍ତ ହୋଇଛ । ତେଣୁ ପରସ୍ପର ମଧ୍ୟରେ ଏକାଠି ହେବା ଦରକାର । କିପରି-କିପରି ଆମେ ସେବା କରିବା । ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଶୁଣାଇବା ଯେ ଏବେ ଏହି ପୁରୁଣା ଦୁନିଆର ବିନାଶ ହେବ । ବାବା ନୂଆ ଦୁନିଆର ସ୍ଥାପନା କରୁଛନ୍ତି ।

ଲୌକିକ ପିତା ମଧ୍ୟ ନୂଆ ଘର ତିଆରି କଲେ ପିଲାମାନେ ଖୁସି ହୋଇଥାନ୍ତି । ତାହା ଅଟେ ସୀମିତ କଥା ଏହା ତ ପୂରା ବିଶ୍ୱର କଥା ଅଟେ । ନୂଆ ଦୁନିଆକୁ ସତ୍ୟଯୁଗ, ପୁରୁଣା ଦୁନିଆକୁ କଳିଯୁଗ କୁହାଯାଏ । ବର୍ତ୍ତମାନ ପୁରୁଣା ଦୁନିଆ ଅଟେ ତେଣୁ ଏହା ଜାଣିବା ଦରକାର ଯେ ବାବା କେବେ ଏବଂ କିପରି ଆସି ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତୁମମାନଙ୍କ ମଧ୍ୟରେ ପୁରୁଷାର୍ଥର କ୍ରମଅନୁସାରେ ବାବାଙ୍କୁ ଜାଣିଛନ୍ତି । ସବୁଠାରୁ ଶ୍ରେଷ୍ଠ ତ ବାବା ହିଁ ଅଟନ୍ତି ବାକି ପୁଣି ନମ୍ବର ଅନୁସାରେ ମହାରଥୀ, ଘୋଡା ସବାର, ପଦାତିକ ଅଟନ୍ତି । କମାଣ୍ଡର, କ୍ୟାପ୍ଟେନ୍ ଏହା ତ କେବଳ ଉଦାହରଣ ଦେଇ ବୁଝାଯାଉଛି । ତେଣୁ ପିଲାମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର ଯେ ସମସ୍ତଙ୍କୁ ବାବାଙ୍କର ପରିଚୟ କିପରି ଦେବା, ଏହା ଅଟେ ରୁହାନୀ ସେବା । ଆମେ ନିଜର ଭାଇ-ଭଉଣୀମାନଙ୍କୁ ସଚେତନ କିପରି କରିବା ଯେ ବାବା ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିଛନ୍ତି । ପୁରୁଣା ଦୁନିଆର ବିନାଶ ମଧ୍ୟ ସାମ୍ନାରେ ରହିଛି । ଏହା ସେହି ମହାଭାରତ ଲଢେଇ ଅଟେ । ମନୁଷ୍ୟ ତ ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ମହାଭାରତ ଲଢେଇ ପରେ କଣ ହେବ ।

ତୁମେ ଏବେ ଅନୁଭବ କରୁଛ ଯେ ବର୍ତ୍ତମାନ ଆମେ ସଂଗମଯୁଗରେ ପୁରୁଷୋତ୍ତମ ହେଉଛୁ । ଏବେ ବାବା ଆସିଛନ୍ତି ପୁରୁଷୋତ୍ତମ କରାଇବା ପାଇଁ । ଏଥିରେ ସ୍ଥୂଳ ଲଢେଇର କିଛି କଥା ନାହିଁ । ବାବା ବୁଝାଉଛନ୍ତି ଯେ ପିଲାମାନେ, ଏହି ପତିତ ଦୁନିଆରେ ଜଣେ ମଧ୍ୟ ପୂର୍ଣ୍ଣ ପବିତ୍ର ରହିପାରିବେ ନାହିଁ ଏବଂ ପବିତ୍ର ଦୁନିଆରେ ଜଣେ ମଧ୍ୟ ପତିତ ରହିବେ ନାହିଁ । ଏତିକି ଛୋଟ କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ତୁମମାନଙ୍କୁ ସବୁ ଚିତ୍ରଗୁଡିକର ସାର ତତ୍ୱ ବୁଝାଯାଉଛି । ଭକ୍ତିମାର୍ଗରେ ମନୁଷ୍ୟ ଜପ-ତପ, ଦାନ-ପୁଣ୍ୟ ଆଦି ଯାହା ମଧ୍ୟ କରୁଛନ୍ତି, ସେଥିରୁ ଅଳ୍ପ କାଳ ପାଇଁ କାକ ବିଷ୍ଠା ସମାନ ସୁଖ ପ୍ରାପ୍ତି ହୋଇଥାଏ । ପରନ୍ତୁ କୌଣସି ବ୍ୟକ୍ତି ଏଠାକୁ ଆସି ବୁଝିଲେ ହିଁ ଏହି କଥା ବୁଦ୍ଧିରେ ରହିବ । ଏହା ତ ଭକ୍ତିର ରାଜ୍ୟ ଅଟେ । ଜ୍ଞାନ ବିଲ୍କୁଲ୍ ବି ନାହିଁ । ଯେପରି ପତିତ ଦୁନିଆରେ ଜଣେ ହେଲେ ପବିତ୍ର ନାହାଁନ୍ତି, ସେହିପରି ଜ୍ଞାନ ମଧ୍ୟ ଏକ ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ । ବେଦ-ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗର ଅଟେ । ସିଢି ଓହ୍ଲାଇବାକୁ ହିଁ ପଡିବ । ଏବେ ତୁମେ ବ୍ରାହ୍ମଣ ହୋଇଛ, ଏହି ବ୍ରାହ୍ମଣ କୁଳରେ ମଧ୍ୟ ନମ୍ବର ଅନୁସାରେ ସୈନ୍ୟ ଥାନ୍ତି । ମୁଖ୍ୟ ମୁଖ୍ୟ ଯେଉଁମାନେ କମାଣ୍ଡର, କ୍ୟାପ୍ଟେନ୍, ଜେନରାଲ ଆଦି ଅଛନ୍ତି, ସେମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର ଯେ, ଆମେ ବାବାଙ୍କର ସନ୍ଦେଶ କିପରି ଦେବା । ପିଲାମାନଙ୍କୁ ବୁଝାଯାଇଛି ଯେ ଶାନ୍ତିଦୂତ, ସନ୍ଦେଶବାହକ ଅଥବା ଗୁରୁ ଜଣେ ହିଁ ହୋଇଥାନ୍ତି । ବାକି ସବୁ ଅଟନ୍ତି ଭକ୍ତିମାର୍ଗର । ସଂଗମଯୁଗୀ କେବଳ ତୁମେମାନେ ଅଟ । ଲକ୍ଷ୍ମୀ-ନାରାୟଣ ହେବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଲ୍କୁଲ୍ ଠିକ୍ ଅଟେ । ଭକ୍ତିମାର୍ଗରେ ବସି ସତ୍ୟନାରାୟଣଙ୍କର କଥା, ତିଜରୀର କଥା, ଅମର କଥା ଶୁଣାଇଥାନ୍ତି । ଏବେ ବାବା ତୁମକୁ ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣାଉଛନ୍ତି । ଭକ୍ତିମାର୍ଗରେ ଅତୀତର କଥା ରହିଛି, ଯେଉଁମାନେ ଆସିକରି ଯାଇଛନ୍ତି ପରେ ସେହିମାନଙ୍କର ହିଁ ମନ୍ଦିର ଆଦି ତିଆରି କରିଥାନ୍ତି । ଯେପରି ଶିବବାବା ଏବେ ତୁମକୁ ପଢାଉଛନ୍ତି ପୁଣି ଭକ୍ତିମାର୍ଗରେ ତାଙ୍କର ସ୍ମୃତିଚିହ୍ନ ତିଆରି କରିବେ । ସତ୍ୟଯୁଗରେ ଶିବ କିମ୍ବା ଲକ୍ଷ୍ମୀ-ନାରାୟଣ ଆଦି କାହାର ମଧ୍ୟ ଚିତ୍ର ରହିବ ନାହିଁ । ଜ୍ଞାନ ଓ ଭକ୍ତି ବିଲ୍କୁଲ୍ ଭିନ୍ନ ଅଟେ । ଏକଥା ମଧ୍ୟ ତୁମେ ଜାଣିଛ ସେଥିପାଇଁ ବାବା କହୁଛନ୍ତି ଯେ ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ... ।

ତୁମେ ପିଲାମାନେ ଏବେ କେତେ ଖୁସି ହେଉଛ, ନୂଆ ଦୁନିଆ ସ୍ଥାପନ ହେଉଛି । ସୁଖଧାମର ସ୍ଥାପନା ପାଇଁ ବାବା ଆମକୁ ପୁଣି ଥରେ ନିର୍ଦ୍ଦେଶ ଦେଉଛନ୍ତି ଏଥିରେ ମଧ୍ୟ ସର୍ବପ୍ରଥମେ ନିର୍ଦ୍ଦେଶ ଦେଉଛନ୍ତି ଯେ ପବିତ୍ର ହୁଅ । ସମସ୍ତେ ପତିତ ଅଟନ୍ତି ନା । ତେଣୁ ଭଲ ଭଲ ସନ୍ତାନମାନେ ପରସ୍ପର ସହିତ ମିଶି ରାୟ ବାହାର କରିବା ଦରକାର ଯେ କିପରି ସେବା ବୃଦ୍ଧି ହେବ, ଗରୀବମାନଙ୍କୁ କିପରି ସନ୍ଦେଶ ଦେବା, ବାବା ତ କଳ୍ପ ପୂର୍ବ ପରି ଆସିଛନ୍ତି । କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ରାଜଧାନୀ ନିଶ୍ଚିତ ସ୍ଥାପନ ହେବ । ସମସ୍ତେ ବୁଝିବେ ନିଶ୍ଚୟ । ଯେଉଁମାନେ ଦେବୀ-ଦେବତା ଧର୍ମର ନୁହଁନ୍ତି ସେମାନେ ବୁଝି ପାରିବେ ନାହିଁ । ବିନାଶ କାଳରେ ଈଶ୍ୱରଙ୍କ ପ୍ରତି ବିପରୀତ ବୁଦ୍ଧି ହୋଇଯାଇଛି ନା । ତୁମେ ପିଲାମାନେ ଜାଣୁଛ ଯେ ଆମର ଧନୀ ଶିବବାବା ଅଛନ୍ତି ଏଣୁ ତୁମେ ନା କାମ ବିକାରର ଅଧିନ ହେବ, ନା ଲଢେଇ-ଝଗଡା କରିବ । ତୁମର ବ୍ରାହ୍ମଣ ଧର୍ମ ବହୁତ ଶ୍ରେଷ୍ଠ ଅଟେ । ସେମାନେ ଶୁଦ୍ର ଧର୍ମର, ତୁମେ ବ୍ରାହ୍ମଣ ଧର୍ମର ଅଟ । ତୁମେ ଶୀର୍ଷସ୍ଥାନ ଚୁଟୀ । ସେମାନେ ନିମ୍ନ ସ୍ଥାନ ପାଦ ଅର୍ଥାତ୍ ରୁଦ୍ର ଅଟନ୍ତି । ବ୍ରାହ୍ମଣଙ୍କର ଉପରେ ସର୍ବୋଚ୍ଚ ଭଗବାନ ନିରାକାର ଅଛନ୍ତି । ଏହି ଆଖିରେ ନ ଦେଖିବା କାରଣରୁ ବିରାଟ ରୂପରେ ଚୋଟୀ ବ୍ରାହ୍ମଣ ଏବଂ ଶିବବାବାଙ୍କୁ ଦେଖାଇ ନାହାଁନ୍ତି । କେବଳ କହୁଛନ୍ତି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର । ଯେଉଁମାନେ ଦେବତା ହୋଇଥାନ୍ତି, ସେମାନେ ପୁଣି ଥରେ ପୁର୍ନଜନ୍ମ ନେଇ କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହୋଇଥାନ୍ତି । ବିରାଟ ରୂପର ଅର୍ଥ ମଧ୍ୟ କେହି ଜାଣି ନାହାଁନ୍ତି । ଏବେ ତୁମେ ବୁଝୁଛ, ତେଣୁ ସଠିକ୍ ଚିତ୍ର ତିଆରି କର । ଶିବବାବାଙ୍କୁ ଦର୍ଶାଅ ଏବଂ ବ୍ରାହ୍ମଣଙ୍କୁ ମଧ୍ୟ ଦର୍ଶାଅ, ତୁମକୁ ଏବେ ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ତୁମର କାମ ହେଲା ସମସ୍ତଙ୍କୁ ବାବାଙ୍କ ପରିଚୟ ଦେବା । ଯେପରି ବାବାଙ୍କର ମହିମା ଅପରମଅପାର ଅଟେ, ସେହିପରି ଭାରତର ମଧ୍ୟ ବହୁତ ମହିମା ଅଛି । ଏହାକୁ ମଧ୍ୟ ୭ ଦିନ କେହି ଶୁଣିଲେ ବୁଦ୍ଧିରେ ଧାରଣା ହେବ । କିନ୍ତୁ କହୁଛନ୍ତି ଫୁରସତ ନାହିଁ । ଆରେ, ଅଧାକଳ୍ପ ଯାହାକୁ ଡାକି ଆସିଥିଲ, ଏବେ ସେ ପ୍ରତ୍ୟକ୍ଷରେ ଆସିଛନ୍ତି । ବାବାଙ୍କୁ ଅନ୍ତିମ ସମୟରେ ଆସିବାକୁ ହିଁ ହେବ । ଏହା ବି ତୁମେ ବ୍ରାହ୍ମଣ ଜାଣିଛ, ପୁରୁଷାର୍ଥର କ୍ରମ ଅନୁସାରେ । ପାଠପଢା ଆରମ୍ଭ ହେଲା ଅର୍ଥାତ୍ ନିଶ୍ଚୟ ହେଲା । ପ୍ରିୟତମ ଆସିଛନ୍ତି, ଯାହାଙ୍କୁ ଆମେ ଡାକିଥିଲେ, ନିଶ୍ଚିତ କେଉଁ ଶରୀର ମାଧ୍ୟମରେ ଆସିଥିବେ । ତାଙ୍କର ତ ନିଜର ଶରୀର ନାହିଁ । ବାବା କହୁଛନ୍ତି ମୁଁ ବ୍ରହ୍ମା ଭିତରେ ପ୍ରବେଶ କରି ତୁମମାନଙ୍କୁ ସୃଷ୍ଟିଚକ୍ରର, ରଚୟିତା ଏବଂ ରଚନାର ଜ୍ଞାନ ଦେଉଛି । ଏକଥା ଆଉ କେହି ଜାଣି ନାହାଁନ୍ତି । ଏହା ପାଠପଢା ଅଟେ । ବହୁତ ସହଜ କରି ବୁଝାଉଛନ୍ତି । ବାବା କହୁଛନ୍ତି ଯେ ମୁଁ ତୁମକୁ କେତେ ଧନଶାଳୀ କରୁଛି । କଳ୍ପ କଳ୍ପ ତୁମ ପରି ପବିତ୍ର ଏବଂ ସୁଖୀ ଆଉ କେହି ହେଉ ନାହାଁନ୍ତି । ତୁମେ ପିଲାମାନେ ଏହି ସମୟରେ ସମସ୍ତଙ୍କୁ ଜ୍ଞାନ ଦାନ କରୁଛ । ବାବା ତୁମକୁ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ତୁମେ ଅନ୍ୟମାନଙ୍କୁ ଦେଉଛ । ଭାରତକୁ ସ୍ୱର୍ଗ କରୁଛ । ତୁମେ ନିଜର ହିଁ ତନ-ମନ-ଧନ ଦ୍ୱାରା ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ । କେତେ ଶ୍ରେଷ୍ଠ କାର୍ଯ୍ୟ ଅଟେ । ତୁମେ ଗୁପ୍ତ ସେନା ଅଟ, ଏକଥା କେହି ମଧ୍ୟ ଜାଣିନାହାଁନ୍ତି । ତୁମେ ଜାଣିଛ ଯେ ଆମେ ବିଶ୍ୱର ବାଦଶାହୀ ନେଉଛୁ, ଶ୍ରୀମତ ଦ୍ୱାରା ଶ୍ରେଷ୍ଠ ହେଉଛୁ । ଏବେ ବାବା କହୁଛନ୍ତି ଯେ ମୋତେ ମନେ ପକାଅ । କୃଷ୍ଣ ତ କହିପାରିବେ ନାହିଁ, ସେ ତ ରାଜକୁମାର ଥିଲେ । ତୁମେ ରାଜକୁମାର ହେବ ନା । ସତ୍ୟଯୁଗ-ତ୍ରେତୟାରେ ପବିତ୍ର ପ୍ରବୃତ୍ତିମାର୍ଗ ଥିଲା । ଅପବିତ୍ର ରାଜାମାନେ ପବିତ୍ର ରାଜା-ରାଣୀ ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରିଥାନ୍ତି । ପବିତ୍ର ପ୍ରବୃତ୍ତିମାର୍ଗର ରାଜ୍ୟ ଥିଲା ପୁଣି ଏହା ଅପବିତ୍ର ପ୍ରବୃତ୍ତିମାର୍ଗ ହୋଇଯାଇଛି । ଅଧା-ଅଧା ଅଟେ ନା । ଦିନ ଏବଂ ରାତ୍ରୀ । ଲକ୍ଷ ଲକ୍ଷ ବର୍ଷର କଥା ହୋଇଥିଲେ ତ ପୁଣି ଅଧା-ଅଧା ହୋଇପାରିବ ନାହିଁ । ଲକ୍ଷ ଲକ୍ଷ ବର୍ଷ ହେଲେ ହିନ୍ଦୁ ଅର୍ଥାତ୍ ଯେଉଁମାନେ ବାସ୍ତବରେ ଦେବତା ଧର୍ମର ଅଟନ୍ତି ସେମାନଙ୍କର ସଂଖ୍ୟା ବହୁତ ବେଶୀ ହେବା କଥା । ଅଗଣିତ ହେବା କଥା । ଏବେ ତ ଗଣନା କରୁଛ ନା । ଏହା ଡ୍ରାମାରେ ନିଧାର୍ଯ୍ୟ ଅଟେ, ପୁଣି ମଧ୍ୟ ହେବ । ମୃତ୍ୟୁ ସାମ୍ନାରେ ଛିଡା ହୋଇଛି । ଏହା ସେହି ମହାଭାରତ ଲଢେଇ ଅଟେ । ତେଣୁ ପରସ୍ପର ସହିତ ମିଶି ସେବାର ଯୋଜନା କରିବା ଉଚିତ୍ । ସେବା କରୁଛନ୍ତି ମଧ୍ୟ । ନୂଆ-ନୂଆ ଚିତ୍ର ବାହାର କରୁଛନ୍ତି, ପ୍ରଦର୍ଶନୀ ମଧ୍ୟ କରୁଛନ୍ତି । ଆଚ୍ଛା, ପୁଣି କଣ କରାଯିବ ? ଆଚ୍ଛା ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ତିଆରି କର । ନିଜେ ଦେଖିଲେ ତ ପୁଣି ଅନ୍ୟମାନଙ୍କୁ ପଠାଇବେ । ଗରୀବ ଅଥବା ସାହୁକାର ଧର୍ମ କାର୍ଯ୍ୟ ପାଇଁ ତ ଅର୍ଥ ଲଗାଇଥାନ୍ତି ନା । ସାହୁକାର ବେଶି ଅର୍ଥ ଲଗାଇଥାନ୍ତି । ଏଠାରେ ମଧ୍ୟ ଏଭଳି ହେଉଛି । କିଏ ୧ହଜାର ଲଗାଇବେ, କିଏ କମ୍ । କିଏ ତ ପୁଣି ୨ ଟଙ୍କା ମଧ୍ୟ ପଠାଇ ଦେଇଥାନ୍ତି । କହିଥାନ୍ତି ଯେ ୧ ଟଙ୍କାର ଇଟା ଲଗାଇ ଦେବ । ଏକ ଟଙ୍କା ୨୧ ଜନ୍ମ ପାଇଁ ଜମା କରିବାକୁ ହେବ । ଏହା ଗୁପ୍ତ ଅଟେ । ଗରୀବଙ୍କର ଏକ ଟଙ୍କା ସାହୁକାରଙ୍କର ଏକ ହଜାର ସହିତ ସମାନ ହୋଇଥାଏ । ଗରୀବଙ୍କ ପାଖରେ ତ କମ୍ ଅଛି ତେଣୁ ସେମାନେ ବା କଣ କରିପାରିବେ । ହିସାବ ରହିଛି ନା । ବ୍ୟାପାରୀ ଲୋକ ଧର୍ମ କାର୍ଯ୍ୟ ପାଇଁ ଅର୍ଥ ବାହାର କରିଥାନ୍ତି, ଏବେ ଆମକୁ କଣ କରିବା ଦରକାର । ବାବାଙ୍କୁ ସହଯୋଗ ଦେବାକୁ ହେବ । ବାବା ପୁଣି ତା ବଦଳରେ ୨୧ ଜନ୍ମ ପାଇଁ ଦେଇଥାନ୍ତି । ବାବା ଆସି ଗରୀବଙ୍କୁ ସାହାଯ୍ୟ କରୁଛନ୍ତି । ଏବେ ତ ଏହି ଦୁନିଆ ହିଁ ରହିବ ନାହିଁ । ସବୁ ମାଟିରେ ମିଶିଯିବ । ଏକଥା ମଧ୍ୟ ଜାଣିଛ ସ୍ଥାପନ ନିଶ୍ଚୟ ହେବ କଳ୍ପ ପୂର୍ବ ଭଳି । ନିରାକାର ବାବା କହିଥାନ୍ତି ଯେ ପିଲାମାନେ ଦେହର ସବୁ ଧର୍ମ ତ୍ୟାଗ କରି, ଏକମାତ୍ର ବାବାଙ୍କୁ ମନେ ପକାଅ । ଏହି ବ୍ରହ୍ମା ମଧ୍ୟ ରଚନା ଅଟନ୍ତି ନା । ବ୍ରହ୍ମା କାହାର ସନ୍ତାନ, କିଏ ରଚନା କରିଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ କିପରି ରଚନା କରିଥାନ୍ତି ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା ଆସି ସତ୍ୟ କଥା ବୁଝାଉଛନ୍ତି । ବ୍ରହ୍ମା ମଧ୍ୟ ନିଶ୍ଚିତ ମନୁଷ୍ୟ ସୃଷ୍ଟିରେ ହିଁ ଆସିବେ । ବ୍ରହ୍ମାଙ୍କ ବଂଶାବଳୀର ଗାୟନ ରହିଛି । ଭଗବାନ ମନୁଷ୍ୟ ସୃଷ୍ଟିର ରଚନା କିପରି କରିଥାନ୍ତି, ଏହା କେହି ଜାଣି ନାହାଁନ୍ତି । ବ୍ରହ୍ମା ତ ଏଠାରେ ରହିବା ଦରକାର ନା । ବାବା କହୁଛନ୍ତି ଯାହାଙ୍କ ଶରୀର ଭିତରେ ମୁଁ ପ୍ରବେଶ କରିଛି, ସେ ମଧ୍ୟ ବହୁତ ଜନ୍ମର ଅନ୍ତିମ ଶରୀରଧାରୀ ଅଟନ୍ତି । ବ୍ରହ୍ମା ପୂରା ୮୪ ଜନ୍ମ ନେଇଛନ୍ତି । ବ୍ରହ୍ମା କୌଣସି ରଚୟିତା ନୁହଁନ୍ତି । ରଚୟିତା ତ ଏକ ନିରାକାର ହିଁ ଅଟନ୍ତି । ଆତ୍ମାମାନେ ମଧ୍ୟ ନିରାକାର ଅଟନ୍ତି । ଶିବବାବା ତ ଅନାଦି ଅଟନ୍ତି । ତାଙ୍କୁ କେହି ରଚନା କରି ନାହାଁନ୍ତି ପୁଣି ବ୍ରହ୍ମା କେଉଁଠାରୁ ଆସିଲେ ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ନାମ ପରିବର୍ତ୍ତନ କଲି । ତୁମ ବ୍ରାହ୍ମଣଙ୍କର ମଧ୍ୟ ନାମ ପରିବର୍ତ୍ତନ କଲି । ତୁମେ ହେଉଛ ରାଜଋଷି । ଆରମ୍ଭରୁ ସନ୍ନ୍ୟାସ କରି ସାଥିରେ ରହୁଥିବାରୁ ନାମ ପରିବର୍ତ୍ତନ କରାଯାଉଥିଲା । ପୁଣି ଦେଖାଗଲା ଯେ ମାୟା କବଳିତ କରିନେଉଛି ତେଣୁ ମାଳା ତିଆରି କରିବା, ନାମ ରଖିବା ବନ୍ଦ କରି ଦିଆଗଲା ।

ଆଜିକାଲି ଦୁନିଆରେ ପ୍ରତି କଥାରେ ଠକାମୀ ବହୁତ ଚାଲିଛି । କ୍ଷୀରରେ ମଧ୍ୟ ପାଣି ମିଶ୍ରଣ ହେଉଛି । ଶୁଦ୍ଧ ସାମଗ୍ରୀ ତ ମିଳୁ ନାହିଁ । ଭଗବାନଙ୍କୁ ମଧ୍ୟ ଠକୁଛନ୍ତି । ନିଜକୁ ନିଜେ ମଧ୍ୟ ଭଗବାନ ବୋଲାଉଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଆତ୍ମା କଣ ପରମାତ୍ମା କଣ । ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମଅନୁସାରେ ଅଛନ୍ତି । ବାବା ଜାଣିଛନ୍ତି ଯେ କିଏ କିପରି ପଢୁଛନ୍ତି ଏବଂ ପୁଣି ପଢାଉଛନ୍ତି, ସେମାନେ କେଉଁ ପଦ ପାଇବେ । ନିଶ୍ଚୟ ଅଛି ଯେ ଆମେ ବାବାଙ୍କ ଦ୍ୱାରା ବିଶ୍ୱର ମକୁଟଧାରୀ ରାଜା ହେଉଛୁ । ତେଣୁ ଏପରି ପୁରୁଷାର୍ଥ କରି ଦେଖାଇବାର ଅଛି । ମୁଁ ମୁକୁଟଧାରୀ ରାଜା ହୋଇଥିଲି । ୮୪ ଜନ୍ମର ଚକ୍ର ଲଗାଇ ଏବେ ପୁଣି ଥରେ ସେହିଭଳି ରାଜା ହେଉଛି । ଏହା ନର୍କ ଅଟେ । ଏଠାରେ କିଛି ମଧ୍ୟ ନାହିଁ । ପୁଣି ବାବା ଆସି ଭଣ୍ଡାର ଭରପୂର କରି କାଳ କଣ୍ଟକ ଦୂର କରି ଦେଉଛନ୍ତି । ତୁମେ ସମସ୍ତଙ୍କୁ ପଚାର ଯେ ଏଠାକୁ ଭଣ୍ଡାର ଭରପୂର କରିବା ପାଇଁ ଆସିଛ ନା । ଅମରପୁରୀକୁ କାଳ ଆସି ପାରିବ ନାହିଁ । ବାବା ହିଁ ଆସୁଛନ୍ତି ଭଣ୍ଡାର ଭରପୂର କରି କାଳ କଣ୍ଟକ ଦୂର କରିବା ପାଇଁ । ତାହା ଅମର ଲୋକ, ଏହା ହେଲା ମୃତ୍ୟୁ ଲୋକ । ଏଭଳି ମିଠା ମିଠା କଥା ଶୁଣ ଏବଂ ଶୁଣାଅ । ଫାଲତୁ କଥା ଶୁଣାଅ ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବାବା ବିଶ୍ୱର ମାଲିକ ହେବାର ପାଠ ପଢାଇବା ପାଇଁ ଆସିଛନ୍ତି ସେଥିପାଇଁ କେବେ ଏଭଳି କୁହ ନାହିଁ ଯେ ମୋତେ ଫୁର୍ସତ ନାହିଁ । ଶ୍ରୀମତ ଅନୁସାରେ ନିଜର ତନ-ମନ-ଧନ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବା କରିବାକୁ ହେବ ।

(୨) ପରସ୍ପର ମଧ୍ୟରେ ବହୁତ ମଧୁର ଜ୍ଞାନର କଥା ଣୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ । ବାବାଙ୍କର ଏହି ଉପଦେଶ ସର୍ବଦା ମନେ ରଖ ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ ।

ବରଦାନ:-
ପୁରୁଷାର୍ଥରେ ସୂକ୍ଷ୍ମ ଆଳସ୍ୟକୁ ମଧ୍ୟ ତ୍ୟାଗ କରୁଥିବା ସବୁଥିରେ ସଜାଗ ହୁଅ ।

ପୁରୁଷାର୍ଥରେ ଥକି ଯିବା ଆଳସ୍ୟର ଲକ୍ଷଣ ଅଟେ । ଆଳସ୍ୟର ବଶୀଭୂତ ଆତ୍ମା ବହୁତ ଶୀଘ୍ର ଥକି ଯାଆନ୍ତି ଏବଂ ଉମଙ୍ଗ-ଉତ୍ସାହରେ ରହୁଥିବା ଆତ୍ମା ଅଥକ ହୋଇଥାନ୍ତି । ଯେଉଁମାନେ ପୁରୁଷାର୍ଥରେ ନିରାଶ ହୋଇଯାଆନ୍ତି ସେହିମାନଙ୍କୁ ହିଁ ଆଳସ୍ୟ ଆସିଥାଏ, ସେମାନେ ଭାବନ୍ତି କଣ କରିବି ମୋ ଦ୍ୱାରା ଏତିକି ହିଁ ହୋଇପାରିବ, ଏହାଠାରୁ ଅଧିକ ହୋଇପାରିବ ନାହିଁ । ମୋର ସାହାସ ହେଉନାହିଁ, ଚାଲୁଛି ତ.... କରୁଛି ତ........ ଯାହା ହେବ ଦେଖାଯିବ । ତେଣୁ ବର୍ତ୍ତମାନ ଏହିଭଳି ସୂକ୍ଷ୍ମ ଆଳସ୍ୟର ମଧ୍ୟ ନାମ ଗନ୍ଧ ନ ରହୁ ସେଥିପାଇଁ ସର୍ବଦା ସଜାଗ ରୁହ, ସଦା ପ୍ରସ୍ତୁତ ରୁହ ଏବଂ ସବୁଥିରେ ପାରଙ୍ଗମ ହୁଅ ।

ସ୍ଲୋଗାନ:-
ସମୟର ମହତ୍ୱକୁ ସମ୍ମୁଖରେ ରଖି ସର୍ବ ପ୍ରାପ୍ତିର ଖାତାକୁ ପୂର୍ଣ୍ଣ ରୂପରେ ଜମା କର ।