18.11.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଏବେ ତୁମେମାନେ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ଦେବତା ହେଉଛ, ସେଥିପାଇଁ ସତ୍ୟଯୁଗରେ ସତସଙ୍ଗ କରିବାର ଆବଶ୍ୟକତା ନାହିଁ ।

ପ୍ରଶ୍ନ:-
ସତ୍ୟଯୁଗରେ ଦେବତାମାନଙ୍କ ଦ୍ୱାରା କୌଣସି ପ୍ରକାରର ବିକର୍ମ ହୋଇପାରିବ ନାହିଁ, କାହିଁକି?

ଉତ୍ତର:-
କାହିଁକି ନା ସେମାନଙ୍କୁ ସତ୍ୟ ପିତାଙ୍କର ବରଦାନ ମିଳିଥାଏ । ବିକର୍ମ ତ ସେତେବେଳେ ହୋଇଥାଏ ଯେତେବେଳେ ରାବଣର ଅଭିଶାପ ମିଳିଥାଏ । ସତ୍ୟ-ତ୍ରେତା ଯୁଗରେ ସଦ୍ଗତିରେ ହିଁ ଥାନ୍ତି । ସେହି ସମୟରେ ଦୁର୍ଗତିର ନାମ ମଧ୍ୟ ରହିବ ନାହିଁ । ବିକାର ହିଁ ରହିବ ନାହିଁ ଯାହା ଦ୍ୱାରା କୌଣସି ବିକର୍ମ ହେବ । ଦ୍ୱାପର-କଳିଯୁଗରେ ସମସ୍ତଙ୍କର ଦୁର୍ଗତି ହେବା କାରଣରୁ ହିଁ ବିକର୍ମ ହେଉଛି । ଏସବୁ ମଧ୍ୟ ବୁଝିବାର କଥା ।

ଓମ୍ ଶାନ୍ତି ।
ମିଠା-ମିଠା ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି ଇଏ ସୁପ୍ରିମ ଅର୍ଥାତ୍ ପରମ ପିତା, ପରମ ଶିକ୍ଷକ ଏବଂ ପରମ ସତଗୁରୁ ମଧ୍ୟ ଅଟନ୍ତି । ବାବାଙ୍କର ଏହିପରି ମହିମା ଶୁଣାଇବା ଦ୍ୱାରା ସ୍ୱତଃ ସିଦ୍ଧ ହୋଇଯାଇଥାଏ ଯେ, କୃଷ୍ଣ କାହାର ପିତା ହୋଇପାରିବେ ନାହିଁ । ସେ ତ ଛୋଟ ପିଲା, ସତ୍ୟଯୁଗର ରାଜକୁମାର ଅଟନ୍ତି । ସେ ଶିକ୍ଷକ ମଧ୍ୟ ହୋଇପାରିବେ ନାହିଁ । ସିଏ ନିଜେ ଶିକ୍ଷକଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥାନ୍ତି । କିନ୍ତୁ ସେଠାରେ ଗୁରୁ କେହି ରହିବେ ନାହିଁ, କାହିଁକି ନା ସେଠାରେ ସମସ୍ତେ ସଦ୍ଗତିରେ ଥାନ୍ତି । ଅଧାକଳ୍ପ ସଦ୍ଗତି ଏବଂ ଅଧାକଳ୍ପ ଦୁର୍ଗତି । ସେଠାରେ ସଦ୍ଗତି ରହିଛି, ସେଥିପାଇଁ ଜ୍ଞାନର ଆବଶ୍ୟକତା ନଥାଏ । ସେଠାରେ ଦୁର୍ଗତିର ନାମ ମଧ୍ୟ ରହିବ ନାହିଁ କାହିଁକି ନା ଜ୍ଞାନ ଦ୍ୱାରା ୨୧ ଜନ୍ମ ପାଇଁ ସଦ୍ଗତି ମିଳୁଛି । ପୁଣି ଦ୍ୱାପର ଯୁଗରୁ କଳିଯୁଗ ପର୍ଯ୍ୟନ୍ତ ଦୁର୍ଗତି ହେଉଛି । ତେବେ କୃଷ୍ଣ ପୁଣି ଦ୍ୱାପର ଯୁଗରେ କିପରି ଆସିପାରିବେ । ଏକଥା ମଧ୍ୟ କାହାର ଧ୍ୟାନରେ ଆସୁ ନାହିଁ । ଗୋଟିଏ-ଗୋଟିଏ କଥାରେ ବହୁତ ଗୁହ୍ୟ ରହସ୍ୟ ଭରି ରହିଛି, ଯାହାକୁ ବୁଝାଇବା ବହୁତ ଜରୁରୀ ଅଟେ । ସେ ସୁପ୍ରିମ ବାବା, ସୁପ୍ରିମ ଶିକ୍ଷକ ଅଟନ୍ତି । ଇଂରାଜୀରେ ସୁପ୍ରିମ ହିଁ କୁହାଯାଇଥାଏ । ଇଂରାଜୀ ଶବ୍ଦ ଶୁଣିବାକୁ ଭଲ ଲାଗିଥାଏ । ଯେମିତି ଡ୍ରାମା ଶବ୍ଦ ରହିଛି । ଡ୍ରାମାକୁ ନାଟକ କୁହାଯିବ ନାହିଁ, ନାଟକରେ ତ ଅଦଳ-ବଦଳ ହୋଇଥାଏ । କହୁଛନ୍ତି ଏହି ସୃଷ୍ଟିର ଚକ୍ର ଘୁରୁଛି, କିନ୍ତୁ କିପରି ଘୂରୁଛି, ଅବିକଳ ପୁନରାବୃତ୍ତି ହେଉଛି ଅଥବା ପରିବର୍ତ୍ତନ ହେଉଛି, ଏକଥା କାହାକୁ ହେଲେ ଜଣା ନାହିଁ । କହୁଛନ୍ତି ମଧ୍ୟ ବନୀ-ବନାଇ ବନ ରହି... ତେବେ ନିଶ୍ଚିତ କୌଣସି ଖେଳ ଅଟେ ଯାହାକି ପୁନର୍ବାର ଚକ୍ର ଲଗାଉଛି । ଏହି ସୃଷ୍ଟିଚକ୍ରରେ ମନୁଷ୍ୟମାନଙ୍କୁ ହିଁ ଚକ୍ର ଲଗାଇବାକୁ ପଡିଥାଏ । ଆଚ୍ଛା, ଏହି ଚକ୍ରର ଆୟୁଷ କେତେ? କିପରି ରିପିଟ୍ ହେଉଛି? ଏହାକୁ ଘୂରିବାରେ କେତେ ସମୟ ଲାଗୁଛି? ଏକଥା କେହି ଜାଣି ନାହାଁନ୍ତି । ଇସ୍ଲାମୀ-ବୌଦ୍ଧି ଆଦି ଏମାନେ ସବୁ ହେଉଛନ୍ତି ସମ୍ପ୍ରଦାୟ ଯେଉଁମାନଙ୍କର ଡ୍ରାମାରେ ପାର୍ଟ ରହିଛି ।

ତୁମ ବ୍ରାହ୍ମଣମାନଙ୍କର ରାଜବଂଶ ନାହିଁ, ଏହା ହେଉଛି ବ୍ରାହ୍ମଣ କୁଳ । ସର୍ବୋତ୍ତମ ବ୍ରାହ୍ମଣ କୂଳ କୁହାଯାଏ । ଦେବୀ ଦେବତାମାନଙ୍କର ମଧ୍ୟ କୁଳ ରହିଛି । ଏହାକୁ ବୁଝାଇବା ତ ବହୁତ ସହଜ । ସୂକ୍ଷ୍ମଲୋକରେ ଫରିସ୍ତାମାନେ ରହିଥାନ୍ତି । ସେଠାରେ ହାଡ-ମାଂସ ନଥାଏ । ଦେବତାମାନଙ୍କର ତ ହାଡ-ମାଂସ ଅଛି ନା । ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ ବ୍ରହ୍ମା । ବିଷ୍ଣୁଙ୍କ ନାଭି କମଳରୁ ବ୍ରହ୍ମା ବାହାରିଛନ୍ତି ଏଭଳି କାହିଁକି ଦେଖାଇଥାନ୍ତି? ସୂକ୍ଷ୍ମଲୋକରେ ତ ଏକଥା ନଥାଏ । ନାଁ ହୀରାନୀଳା ଆଦି ରହିବ, ସେଥିପାଇଁ ବ୍ରହ୍ମାଙ୍କୁ ଧଳା ପୋଷାକଧାରୀ ବ୍ରାହ୍ମଣ ରୂପରେ ଦେଖାଇଛନ୍ତି । ବ୍ରହ୍ମା ସାଧାରଣ ମନୁଷ୍ୟ ଅଟନ୍ତି ଯିଏକି ଏବେ ବହୁତ ଜନ୍ମର ଅନ୍ତିମ ସମୟରେ ଅଛନ୍ତି ତେଣୁ ଗରୀବ ହେଲେ ନା । ବର୍ତ୍ତମାନ ସମୟରେ ତ ଖଦିର କପଡା ରହିଛି । ସେମାନେ ବିଚରା ବୁଝୁ ନାହାଁନ୍ତି ଯେ ସୂକ୍ଷ୍ମ ଶରୀର କଣ । ତୁମକୁ ବାବା ବୁଝାଉଛନ୍ତି ସେଠାରେ ଫରିସ୍ତାମାନେ ଅଛନ୍ତି, ଯାହାଙ୍କର ହାଡ-ମାଂସ ନାହିଁ । ସୂକ୍ଷ୍ମଲୋକରେ ତ ଏହି ଶୃଙ୍ଗାର ଆଦି ହୋଇପାରିବ ନାହିଁ । କିନ୍ତୁ ଏହିଭଳି ଚିତ୍ର ରହିଛି ତେଣୁ ବାବା ତାର ମଧ୍ୟ ସାକ୍ଷାତ୍କାର କରାଇ ଅର୍ଥ ବୁଝାଉଛନ୍ତି । ଯେପରି ହନୁମାନଙ୍କର ସାକ୍ଷାତ୍କାର କରାଉଛନ୍ତି । ତେବେ ହନୁମାନଙ୍କ ଭଳି ତ କୌଣସି ମନୁଷ୍ୟ ନାହାଁନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ଚିତ୍ର ତିଆରି କରିଛନ୍ତି, ଯାହାଙ୍କର ଯାହାପ୍ରତି ବିଶ୍ୱାସ ଆସିଯାଇଛି ତାଙ୍କୁ ଏପରି କିଛି କହିଦେଲେ ବିଗିଡି ଯାଇଥାନ୍ତି । ଦେବୀମାନଙ୍କର କେତେ ପୂଜା କରୁଛନ୍ତି ପୁଣି ପାଣିରେ ବୁଡାଇ ଦେଉଛନ୍ତି । ଏସବୁ ହେଲା ଭକ୍ତିମାର୍ଗ । ଭକ୍ତିମାର୍ଗର ଦଲଦଲ ଅର୍ଥାତ୍ ପଙ୍କରେ ଗଳା ପର୍ଯ୍ୟନ୍ତ ବୁଡି ରହିଛନ୍ତି ତେବେ ସେମାନଙ୍କୁ ବାହାର କିପରି କରାଯିବ । ତାଙ୍କୁ ବାହାର କରିବା ହିଁ ମୁସକିଲ୍ ହୋଇଯାଉଛି । କେହି-କେହି ତ ଅନ୍ୟକୁ ବାହାର କରିବାରେ ନିମିତ୍ତ ହୋଇ ନିଜେ ହିଁ ବୁଡି ଯାଉଛନ୍ତି । ନିଜେ ଗଳା ପର୍ଯ୍ୟନ୍ତ ପଙ୍କରେ ବୁଡି ଯାଆନ୍ତି ଅର୍ଥାତ୍ କାମ ବିକାରରେ ପଡିଯାଇଥାନ୍ତି । ଏହା ହେଲା ସବୁଠାରୁ ବଡ ପଙ୍କ । ସତ୍ୟଯୁଗରେ ଏସବୁ କଥା ନଥାଏ । ଏବେ ତୁମେ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ଦେବତା ହେଉଛ । ପୁଣି ସେଠାରେ କୌଣସି ସତସଙ୍ଗ ହେବ ନାହିଁ । ସତସଙ୍ଗ କେବଳ ଭକ୍ତିମାର୍ଗରେ ହିଁ କରିଥାନ୍ତି, ଭାବୁଥାନ୍ତି ସବୁ କିଛି ଈଶ୍ୱରଙ୍କର ରୂପ । କିଛି ହେଲେ ବୁଝୁ ନାହାଁନ୍ତି । ବାବା ବସି ବୁଝାଉଛନ୍ତି କଳିଯୁଗରେ ସମସ୍ତେ ପାପାତ୍ମା ଅଟନ୍ତି, ସତ୍ୟଯୁଗରେ ପୁଣ୍ୟ ଆତ୍ମାମାନେ ରହିବେ । ଏଥିରେ ରାତି-ଦିନର ଫରକ ରହିଛି । ତୁମେ ଏବେ ସଂଗମଯୁଗରେ ଅଛ । ତୁମେମାନେ କଳିଯୁଗ ଏବଂ ସତ୍ୟଯୁଗ ଉଭୟକୁ ଜାଣିଛ । ମୂଳ କଥା ହେଲା ଏପାରିରୁ ସେ ପାରିକୁ ଯିବା । କ୍ଷୀର ସାଗର ଏବଂ ବିଷୟ ସାଗରର ଗାୟନ ମଧ୍ୟ ଅଛି କିନ୍ତୁ ଅର୍ଥ କିଛି ବୁଝି ନାହାଁନ୍ତି । ଏବେ ବାବା ବସି କର୍ମ-ଅକର୍ମ-ବିକର୍ମର ରହସ୍ୟକୁ ବୁଝାଉଛନ୍ତି । କର୍ମ ତ ମନୁଷ୍ୟମାନେ ଯୁଗ ଯୁଗ ଧରି କରିଆସୁଛନ୍ତି । କିନ୍ତୁ କେଉଁ କର୍ମ ଅକର୍ମ ହେଉଛି ତ ଆଉ କେଉଁ ବିକର୍ମ ହୋଇଯାଉଛି । ରାବଣ ରାଜ୍ୟରେ ସବୁ କର୍ମ ବିକର୍ମ ହୋଇଯାଉଛି, ସତ୍ୟଯୁଗରେ ବିକର୍ମ ହେବ ନାହିଁ । କାହିଁକି ନା ସେଠାରେ ରାମରାଜ୍ୟ ହେବ । ସେମାନେ ବାବାଙ୍କଠାରୁ ବରଦାନ ପାଇଥାନ୍ତି । ରାବଣ ଅଭିଶାପ ଦେଉଛି । ଏହା ସୁଖ ଏବଂ ଦୁଃଖର ଖେଳ ଅଟେ ନା । ଦୁଃଖରେ ସମସ୍ତେ ବାବାଙ୍କୁ ସ୍ମରଣ କରିଥାନ୍ତି । ସୁଖରେ କେହି ବାବାଙ୍କୁ ମନେ ପକାନ୍ତି ନାହିଁ । ସେଠାରେ ବିକାର ରହିବ ନାହିଁ । ପିଲାମାନଙ୍କୁ ବୁଝାଯାଉଛି ଚାରା ଲଗାଯାଉଛି । ଏହି ଚାରା ଲଗାଇବାର ପ୍ରଥା ମଧ୍ୟ ଏବେ କରାଯାଇଛି । ବାବା ହିଁ ଚାରା ଲଗାଇବା ଆରମ୍ଭ କରିଛନ୍ତି । ପୂର୍ବେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଥିବା ସମୟରେ ଖବରକାଗଜରେ ବାହାରୁ ନଥିଲା ଯେ ବୃକ୍ଷର ଚାରା ଲଗାଯାଉଛି । ଏବେ ବାବା ବସି ଦେବୀ-ଦେବତା ଧର୍ମର ଚାରା ଲଗାଉଛନ୍ତି । ଆଉ କୌଣସି ଚାରା ଲଗାଉ ନାହାଁନ୍ତି । ବର୍ତ୍ତମାନ ବହୁତ ଧର୍ମ ଅଛି । କିନ୍ତୁ ଦେବୀ-ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି । ବର୍ତ୍ତମାନ ସମସ୍ତେ ଧର୍ମ ଭ୍ରଷ୍ଟ କର୍ମ ଭ୍ରଷ୍ଟ ହୋଇଯାଇଛନ୍ତି, ତେଣୁ ନାମ ମଧ୍ୟ ଓଲଟା-ସିଧା ରଖି ଦେଇଛନ୍ତି । ଯେଉଁମାନେ ଦେବତା ଧର୍ମାବଲମ୍ବୀ ଥିଲେ ସେମାନଙ୍କୁ ପୁନର୍ବାର ଏହି ଦେବୀ-ଦେବତା ଧର୍ମରେ ଆସିବାକୁ ହେବ । ସମସ୍ତଙ୍କୁ ନିଜ ନିଜର ଧର୍ମକୁ ଯିବାକୁ ହେବ । ଖ୍ରୀଷ୍ଟିୟାନ୍ ଧର୍ମରୁ ବାହାରି ପୁଣି ଦେବୀ-ଦେବତା ଧର୍ମକୁ ଆସିପାରିବେ ନାହିଁ । ମୁକ୍ତି ତ ପାଇପାରିବେ ନାହିଁ । ହଁ, ଯଦି କେହି ଦେବୀ-ଦେବତା ଧର୍ମରୁ ଧର୍ମାନ୍ତରିତ ହୋଇ ଖ୍ରୀଷ୍ଟିୟାନ୍ ଧର୍ମକୁ ଚାଲିଯାଇଥିବେ ତେବେ ସେମାନେ ପୁଣି ନିଜର ଦେବୀ-ଦେବତା ଧର୍ମକୁ ଫେରି ଆସିବେ । ସେମାନଙ୍କୁ ଏହି ଜ୍ଞାନ ଏବଂ ଯୋଗ ବହୁତ ଭଲ ଲାଗିବ, ଏଥିରୁ ସିଦ୍ଧ ହୋଇଥାଏ ଯେ ଇଏ ଆମ ଧର୍ମର ଅଟନ୍ତି । ଏଥିରେ ବୁଝିବା ଏବଂ ବୁଝାଇବା ପାଇଁ ବହୁତ ବିଶାଳ ବୁଦ୍ଧି ଆବଶ୍ୟକ । ଜ୍ଞାନର ଧାରଣା କରିବାକୁ ହେବ । କେବଳ ବହି ପଢି ଶୁଣାଇବ ଉଉିତ୍ ନୁହେଁ । ଯେପରି କେହି ଗୀତା ଶୁଣାଇଥାନ୍ତି ଏବଂ ମନୁଷ୍ୟମାନେ ବସି ଶୁଣିଥାନ୍ତି । କେହି ତ ଗୀତାର ଶ୍ଲୋକକୁ ଏକଦମ୍ କଣ୍ଠସ୍ଥ କରି ଦେଇଥାନ୍ତି । କିନ୍ତୁ ପ୍ରତ୍ୟେକ ନିଜ-ନିଜର ଇଚ୍ଛା ଅନୁସାରେ ଏହାର ଅର୍ଥକୁ ବାହାର କରୁଛନ୍ତି । ସମସ୍ତ ଶ୍ଲୋକ ସଂସ୍କୃତରେ ହିଁ ରହିଛି । ଏଠାରେ ତ ଗାୟନ ରହିଛି ଯେ ସାଗରକୁ ସାହି କରିଦିଅ, ସାରା ଜଙ୍ଗଲକୁ କଲମ କରିଦିଅ, ତେବେ ମଧ୍ୟ ଜ୍ଞାନର ଅନ୍ତ ହେବ ନାହିଁ । ଗୀତା ତ ବହୁତ ଛୋଟ । ୧୮ ଅଧ୍ୟାୟ ବିଶିଷ୍ଟ ଅଟେ । ବହୁତ ଛୋଟ ଗୀତା ତିଆରି କରି ଗଳାରେ ପିନ୍ଧୁଛନ୍ତି ଯାହାକି ବହୁତ ପତଳା ଅକ୍ଷରରେ ଲେଖାଯାଇଛି । ଗଳାରେ ପିନ୍ଧିବାର ଅଭ୍ୟାସ ମଧ୍ୟ ରହିଥାଏ । କେତେ ଛୋଟ ଲକେଟ୍ ସବୁ ତିଆରି ହେଉଛି । ବାସ୍ତବରେ ଏହା ତ ଗୋଟିଏ ସେକେଣ୍ଡର କଥା । ବାବାଙ୍କର ହେଲ ଅର୍ଥାତ୍ ବିଶ୍ୱର ମାଲିକ ହେଲ । ବାବା ମୁଁ ଆପଣଙ୍କର ଗୋଟିଏ ଦିନର ସନ୍ତାନ, ଏପରି ମଧ୍ୟ ଲେଖିବା ଆରମ୍ଭ କରି ଦେଉଛନ୍ତି । ଗୋଟିଏ ଦିନରେ ନିଶ୍ଚୟ ହେଲା ତୁରନ୍ତ ପତ୍ର ଲେଖିବା ଆରମ୍ଭ କରିଦେଲେ । ତେବେ ବାବାଙ୍କର ସନ୍ତାନ ହେବା ମାତ୍ରେ ବିଶ୍ୱର ମାଲିକ ହେଲ । ଏକଥା ମଧ୍ୟ କାହା-କାହା ବୁଦ୍ଧିରେ ମୁସକିଲ୍ରେ ଧାରଣ ହେଉଛି । ତୁମେ ବିଶ୍ୱର ମାଲିକ ହେଉଛ ନା । ସେଠାରେ ଅନ୍ୟ କୌଣସି ଖଣ୍ଡ ରହିବ ନାହିଁ । ଅନ୍ୟ ସବୁ ଖଣ୍ଡର ଚିହ୍ନ-ବର୍ଣ୍ଣ ମଧ୍ୟ ସମାପ୍ତ ହୋଇଯିବ । କେହି ଜାଣିବେ ନାହିଁ ଯେ ଏହିସବୁ ଖଣ୍ଡ ଥିଲା । ଯଦି ଥିଲା ତେବେ ନିଶ୍ଚିତ ତାର ଇତିହାସ-ଭୂଗୋଳ ଥିବା ଦରକାର । ସେଠାରେ ଏହି ସବୁ ରାଷ୍ଟ୍ର ରହିବ ନାହିଁ ସେଥିପାଇଁ କୁହାଯାଏ ତୁମେମାନେ ବିଶ୍ୱର ମାଲିକ ହେବ । ବାବା ବୁଝାଉଛନ୍ତି ମୁଁ ତୁମର ପିତା ଏବଂ ଜ୍ଞାନର ସାଗର ମଧ୍ୟ ଅଟେ । ଏହା ତ ବହୁତ ଉଚ୍ଚରୁ ଉଚ୍ଚ ଜ୍ଞାନ ଯାହା ଦ୍ୱାରା ଆମେ ବିଶ୍ୱର ମାଲିକ ହେଉଛୁ । ଆମର ପିତା ସୁପ୍ରିମ ଅର୍ଥାତ୍ ଶ୍ରେଷ୍ଠ ଅଟନ୍ତି । ସିଏ ସତ୍ୟ ପିତା ଏବଂ ସତ୍ୟ ଶିକ୍ଷକ ତେଣୁ ସତ୍ୟ ହିଁ ଶୁଣାଉଛନ୍ତି । ବେହଦର ଶିକ୍ଷା ଦେଉଛନ୍ତି । ସିଏ ହେଲେ ବେହଦର ଗୁରୁ ତେଣୁ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଜଣଙ୍କର, ଏହି ମହିମା କେବଳ ଜଣଙ୍କର, ସେହି ମହିମା ପୁଣି ଅନ୍ୟ କାହାର ହୋଇପାରିବ ନାହିଁ । ଯଦି ସିଏ ନିଜ ସମାନ କରିବେ ତେବେ ସିଏ ତାଙ୍କ ସମାନ ହୋଇପାରିବେ । ତେଣୁ ତୁମେ ମଧ୍ୟ ପତିତ-ପାବନ ଅଟ । ସତ ନାମ ବୋଲି ଲେଖୁଛନ୍ତି । ଏହି ମାତାମାନେ ହେଲେ ପତିତ-ପାବନୀ ଗଙ୍ଗା । ଶିବଶକ୍ତି କୁହ ଅଥବା ଶିବବଂଶୀ କୁହ । ଶିବବଂଶୀ ବ୍ରହ୍ମାକୁମାର-କୁମାରୀ । ଶିବବଂଶୀ ତ ସମସ୍ତେ ଅଟନ୍ତି । ବାକି ଏହି ରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ କରୁଛନ୍ତି ତେଣୁ ସଂଗମରେ ହିଁ ବ୍ରହ୍ମାକୁମାର-କୁମାରୀ ହୋଇଥାନ୍ତି । ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି । ପ୍ରଥମେ-ପ୍ରଥମେ ବ୍ରହ୍ମାକୁମାର-କୁମାରୀ ହେଉଛନ୍ତି । ଯଦି କେହି ଅଭିଯୋଗ କରୁଛନ୍ତି ତେବେ ତାଙ୍କୁ କୁହ ଇଏ ପ୍ରଜାପିତା ଅଟନ୍ତି, ଏହାଙ୍କ ଶରୀରରେ ଶିବବାବା ପ୍ରବେଶ କରୁଛନ୍ତି । ବାବା କହୁଛନ୍ତି ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରୁଛି । ଶାସ୍ତ୍ରରେ ଦେଖାଇଛନ୍ତି, ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । ଆଚ୍ଛା ବିଷ୍ଣୁ ପୁଣି କାହା ନାଭିରୁ ବାହାରିଲେ? ସେଥିରେ ତୀର ଚିହ୍ନ ଦେଇପାରିବ ଯେ ଉଭୟ ଓତ-ପ୍ରୋତ ଅଟନ୍ତି । ବ୍ରହ୍ମା ସୋ ବିଷ୍ଣୁ, ବିଷ୍ଣୁ ସୋ ବ୍ରହ୍ମା । ସିଏ ଏହାଙ୍କଠାରୁ ଇଏ ତାଙ୍କ ଠାରୁ ଜନ୍ମ ହୋଇଛନ୍ତି । ବ୍ରହ୍ମାଙ୍କୁ ବିଷ୍ଣୁ ହେବା ପାଇଁ ୧ ସେକେଣ୍ଡ ଲାଗୁଛି, ବିଷ୍ଣୁଙ୍କୁ ବ୍ରହ୍ମା ହେବାରେ ୫ ହଜାର ବର୍ଷ ଲାଗୁଛି । ଏହା କେତେ ଆଶ୍ଚର୍ଯ୍ୟର କଥା ନା । ତୁମେମାନେ ସମସ୍ତଙ୍କୁ ଏହିସବୁ କଥା ବୁଝାଇଛନ୍ତି, ବାବା କହୁଛନ୍ତି ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ ନେଉଛନ୍ତି ପୁଣି ଏମାନଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରି ଏହିପରି ଲକ୍ଷ୍ମୀ-ନାରାୟଣ କରୁଛି, ଏହା ବୁଝିବାର କଥା ନା । ଯଦି ବୁଝିବ ତେବେ ବୁଝାଇବୁ ଯେ, ଏହାଙ୍କୁ ବ୍ରହ୍ମା କାହିଁକି କୁହାଯାଉଛି । ସାରା ଦୁନିଆକୁ ଦେଖାଇବା ପାଇଁ ଏହି ଚିତ୍ର ସବୁ ତିଆରି କରାଯାଇଛି । ଆମେ ବୁଝାଇପାରିବୁ, କିନ୍ତୁ ବୁଝିଲାବାଲା ହିଁ ବୁଝିବେ । ନ ବୁଝିଲାବାଲାଙ୍କୁ କୁହାଯିବ, ଇଏ ଆମ କୁଳର ନୁହେଁ । ବିଚରା ଯଦିଓ ସେଠାକୁ ଅର୍ଥାତ୍ ସ୍ୱର୍ଗକୁ ଆସିବେ କିନ୍ତୁ ପ୍ରଜାରେ । ଆମ ପାଇଁ ତ ସମସ୍ତେ ବିଚରା ଅଟନ୍ତି ନା ଗରୀବମାନଙ୍କୁ ବିଚରା କୁହାଯାଏ ନା । କେତେସବୁ ପଏଣ୍ଟସ୍ ପିଲାମାନଙ୍କୁ ଧାରଣ କରିବାକୁ ହେବ । ଟପିକ୍ ଗୁଡିକ ଉପରେ ଭାଷଣ କରିବାକୁ ପଡିଥାଏ । ଏହି ଟପିକ୍ କିଛି କମ୍ କି! ପ୍ରଜାପିତା ବ୍ରହ୍ମା ଏବଂ ସରସ୍ୱତୀଙ୍କୁ, ୪ ଭୂଜା ରୂପରେ ଦେଖାଇଛନ୍ତି । ତେବେ ଦୁଇ ଭୂଜା କନ୍ୟାର ଅର୍ଥାତ୍ ସରସ୍ୱତୀଙ୍କର । ସେମାନେ ଯୁଗଳ ତ ନୁହଁନ୍ତି । ଯୁଗଳ ତ ବାସ୍ତବରେ ବିଷ୍ଣୁ ହିଁ ଅଟନ୍ତି । ବ୍ରହ୍ମାଙ୍କର କନ୍ୟା ହେଲେ ସରସ୍ୱତୀ । ଶଙ୍କରଙ୍କର ମଧ୍ୟ ଯୁଗଳ ନାହିଁ, ସେଥିପାଇଁ ଶିବ-ଶଙ୍କର ବୋଲି କହିଦେଉଛନ୍ତି । ତେବେ ଶଙ୍କର କଣ କରୁଛନ୍ତି? ବିନାଶ ତ ଆଣବିକ ବମ୍ ଦ୍ୱାରା ହେଉଛି । ବାବା କିପରି ପିଲାମାନଙ୍କର ମୃତ୍ୟୁ କରାଇବେ! ଏହା ତ ପାପ ହୋଇଯିବ । ବାବା ତ ବିନା ମେହନତରେ ସମସ୍ତଙ୍କୁ ଶାନ୍ତିଧାମ ଘରକୁ ନେଇଯାଉଛନ୍ତି । ହିସାବ-କିତାବ ଚୁକ୍ତ କରି ସମସ୍ତେ ଘରକୁ ଯିବେ, କାହିଁକି ନା ଏହା ବିନାଶର ସମୟ । ବାବା ସେବା କରିବା ପାଇଁ ଆସୁଛନ୍ତି । ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ତୁମେ ମଧ୍ୟ ପ୍ରଥମେ ଗତିରେ ପୁଣି ସଦ୍ଗତିରେ ଆସିବ । ଏହା ବୁଝିବାର କଥା । ଏହିସବୁ କଥାକୁ ଟିକିଏ ହେଲେ କେହି ଜାଣି ନାହାଁନ୍ତି । ତୁମେ ଦେଖୁଛ କେହି ତ ବହୁତ ମୁଣ୍ଡ ଖରାପ କରାଉଛନ୍ତି, ବିଲ୍କୁଲ୍ ବୁଝୁ ନାହାଁନ୍ତି । ଯିଏବି ଭଲ ବୁଝିଲାବାଲା ହୋଇଥିବେ, ସିଏ ଆସି ବୁଝିବେ । ସେମାନଙ୍କୁ କୁହ, ଯଦି ଗୋଟିଏ-ଗୋଟିଏ କଥା ଉପରେ ବୁଝିବାକୁ ଚାହୁଁଛ ତେବେ ସମୟ ଦିଅ । ଏଠାରେ ତ ଗୋଟିଏ ହୁକୁମ୍ ରହିଛି ଯେ, ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ଏହା ହେଉଛି କଣ୍ଟାର ଜଙ୍ଗଲ କାହିଁକି ନା ଏଠାରେ ମନୁଷ୍ୟ ପରସ୍ପରକୁ ଦୁଃଖ ଦେଇଚାଲିଛନ୍ତି, ତେଣୁ ଏହାକୁ ଦୁଃଖଧାମ କୁହାଯାଉଛି । ସତ୍ୟଯୁଗ ହେଉଛି ସୁଖଧାମ । ଦୁଃଖଧାମରୁ ସୁଖଧାମ କିପରି ହେଉଛି, ଏକଥା ତୁମକୁ ବୁଝାଉଛୁ । ଲକ୍ଷ୍ମୀ-ନାରାୟଣ ସୁଖଧାମରେ ଥିଲେ ପୁଣି ୮୪ ଜନ୍ମ ନେଇ ଦୁଃଖଧାମକୁ ଆସୁଛନ୍ତି । ଏହି ବ୍ରହ୍ମାଙ୍କର ନାମ ମଧ୍ୟ ଦେଖ କିପରି ରଖାଯାଇଛି । ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ବେହଦର ସନ୍ନ୍ୟାସ କରାଉଛି । ତୁମମାନଙ୍କୁ ତୁରନ୍ତ ସନ୍ନ୍ୟାସ କରାଇଦେଉଛନ୍ତି କାହିଁକି ନା ବାବାଙ୍କୁ ସେବା କରାଇବାକୁ ହେବ, ତେଣୁ ସିଏ ତାହା ହିଁ କରାଉଛନ୍ତି । ଏହାଙ୍କ ପରେ ବହୁତ ବାହାରିଥିଲେ ଯାହାଙ୍କର ଅଲୌକିକ ନାମ ରଖାଯାଇଥିଲା । ଯାହାକୁ ପୁଣି ବିଲେଇ ଛୁଆର କାହାଣୀ ରୂପରେ ଦେଖାଉଛନ୍ତି । ଏସବୁ ହେଉଛି ମନଗଢା କାହାଣୀ । ବିଲେଇ ଛୁଆ ଏମିତି କିପରି ହୋଇପାରିବେ । ବିଲେଇ ଛୁଆ କଣ ଜ୍ଞାନ ଶୁଣିବେ । ବାବା ଏହିଭଳି ବହୁତ ଉପାୟ ବତାଉଛନ୍ତି । କୌଣସି କଥା କେହି ବୁଝି ନପାରିଲେ ତାଙ୍କୁ କୁହ-ଅଲଫଙ୍କୁ ନ ବୁଝିବା ପର୍ଯ୍ୟନ୍ତ ଆଉ କିଛି ବୁଝିପାରିବ ନାହିଁ । ଗୋଟିଏ କଥା ଉପରେ ନିଶ୍ଚୟ କର ଏବଂ ଲେଖ, ନଚେତ୍ ଭୁଲିଯିବ, ମାୟା ଭୁଲାଇ ଦେବ । ମୁଖ୍ୟ କଥା ହେଉଛି ବାବାଙ୍କର ପରିଚୟ । ଆମ ବାବା ସୁପ୍ରିମ ପିତା, ସୁପ୍ରିମ ଶିକ୍ଷକ ଅଟନ୍ତି ଯିଏକି ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ଯେଉଁ ବିଷୟରେ କାହାକୁ ହେଲେ ଜଣା ନାହିଁ । ଏସବୁକୁ ବୁଝାଇବା ପାଇଁ ସମୟ ଦରକାର । ବାବାଙ୍କୁ ନ ବୁଝିବା ପର୍ଯ୍ୟନ୍ତ ପ୍ରଶ୍ନ ଉଠୁଥିବ । ଅଲଫ(ବାବା)ଙ୍କୁ ନବୁଝିଲେ ବେ(ସମ୍ପତ୍ତିକୁ)କିଛି ହେଲେ ବୁଝିପାରିବେ ନାହିଁ । ଅଯଥାରେ ସନ୍ଦେହ କରି ଚାଲିବେ ଏପରି କାହିଁକି? ଶାସ୍ତ୍ରରେ ତ ଏପରି କୁହାଯାଇଛି, ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କର୍ମ, ଅକର୍ମ ଏବଂ ବିକର୍ମର ଗୁହ୍ୟ ଗତିକୁ ବୁଦ୍ଧିରେ ରଖି ଏବେ କୌଣସି ବିକର୍ମ କରିବାର ନାହିଁ, ଜ୍ଞାନ ଏବଂ ଯୋଗର ଧାରଣା କରି ଅନ୍ୟକୁ ଶୁଣାଇବାକୁ ହେବ ।

(୨) ସତ୍ୟ ପିତାଙ୍କର ସତ୍ୟ ଜ୍ଞାନ ଦେଇ ମନୁଷ୍ୟମାନଙ୍କୁ ଦେବତା କରିବାର ସେବା କରିବାକୁ ହେବ । ବିକାର ରୂପୀ ଦଲଦଲ ଅର୍ଥାତ୍ ପଙ୍କରୁ ସମସ୍ତଙ୍କୁ ବାହାର କରିବାକୁ ହେବ ।

ବରଦାନ:-
ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ କରୁଥିବା ସ୍ୱ ଅଭ୍ୟାସୀ ହୁଅ ।

ସାରା ବିଶ୍ୱକୁ ଲାଇଟ୍ ଏବଂ ମାଇଟ୍ର ବରଦାନ ଦେବା ପାଇଁ ଅମୃତବେଳା ଯୋଗ ସମୟରେ ନିଜର ସ୍ୱ ଅଭ୍ୟାସୀ ଦ୍ୱାରା ଶକ୍ତିଶାଳୀ ବାତାବରଣ ନିର୍ମାଣ କର ତେବେ ଯାଇ ମାନସିକ ସେବାର ସାର୍ଟିଫିକେଟ୍ ପ୍ରାପ୍ତ କରିପାରିବ । ଶେଷ ସମୟରେ ନିଜର ମାନସିକ ଶକ୍ତି ଆଧାରରେ ହିଁ ଦୃଷ୍ଟି ଦ୍ୱାରା କୃତାର୍ଥ କରିବାର, ନିଜର ମନୋବୃତ୍ତି ଦ୍ୱାରା ଅନ୍ୟମାନଙ୍କର ମନୋବୃତ୍ତିକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ । ନିଜର ଶ୍ରେଷ୍ଠ ସ୍ମୃତି ଦ୍ୱାରା ସମସ୍ତଙ୍କୁ ସମର୍ଥ କରିବାକୁ ହେବ । ଯେତେବେଳେ ଏହିଭଳି ଲାଇଟ୍ ମାଇଟ୍ ଦେବାର ଅଭ୍ୟାସ ହେବ ସେତେବେଳେ ଯାଇ ନିର୍ବିଘ୍ନ ବାତାବରଣ ନିର୍ମାଣ ହେବ ଏବଂ ଏହି ବ୍ରାହ୍ମଣ ପରିବାର ରୂପକ କିଲା ମଜବୁତ ହେବ ।

ସ୍ଲୋଗାନ:-
ବୁଦ୍ଧିମାନ ଆତ୍ମା ସେହିମାନେ ଅଟନ୍ତି ଯେଉଁମାନେ ମନ, ବଚନ ଏବଂ କର୍ମ ଦ୍ୱାରା ଏକାସାଥୀରେ ତିନି ପ୍ରକାରର ସେବା କରିଥାଆନ୍ତି ।