19.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଯେଉଁମାନେ ଆରମ୍ଭରୁ ଅର୍ଥାତ୍ ଦ୍ୱାପରଠାରୁ ଭକ୍ତି କରିଛନ୍ତି ଏବଂ ୮୪ ଜନ୍ମ ନେଇଛନ୍ତି, ସେମାନେ ତୁମର ଏହି ଜ୍ଞାନକୁ ବହୁତ ଆଗ୍ରହର ସହିତ ଶୁଣିବେ ଏବଂ ଅଳ୍ପ ଟିକିଏ ବୁଝାଇଦେଲେ ବୁଝିଯିବେ ।

ପ୍ରଶ୍ନ:-
ଦେବୀ-ଦେବତା କୁଳର ନିକଟତମ ଆତ୍ମା ବା ଦୂରରେ ରହୁଥିବା ଆତ୍ମା, ତାହା କିପରି ପରଖି ପାରିବ ?

ଉତ୍ତର:-
ଯେଉଁମାନେ ତୁମ ଦେବତା କୁଳର ଆତ୍ମା ହୋଇଥିବେ, ସେମାନେ ଜ୍ଞାନର ସବୁ କଥାକୁ ଶୁଣିବା ମାତ୍ରେ ଗ୍ରହଣ କରିନେବେ, କୌଣସି ଦ୍ୱନ୍ଦରେ ପଡିବେ ନାହିଁ । ଯିଏ ଯେତେ ଅଧିକ ଭକ୍ତି କରିଥିବ ସିଏ ସେତେ ଅଧିକ ଶୁଣିବା ପାଇଁ ଚେଷ୍ଟା କରିବ । ତେଣୁ ପିଲାମାନଙ୍କୁ ନାଡ଼ି ଅର୍ଥାତ୍ ଲକ୍ଷଣ ଦେଖି ସେବା କରିବା ଉଚିତ୍ ।

ଓମ୍ ଶାନ୍ତି ।
ଆତ୍ମାର ପିତା ବସି ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି । ଏକଥା ତ ପିଲାମାନେ ବୁଝିଗଲେଣି ଯେ ଆତ୍ମିକ ପିତା ହେଉଛନ୍ତି ନିରାକାର, ଏହି ଶରୀର ମାଧ୍ୟମରେ ବସି ବୁଝାଉଛନ୍ତି, ଆମେ ଆତ୍ମାମାନେ ମଧ୍ୟ ନିରାକାର ଅଟୁ, ଏହି ଶରୀର ଦ୍ୱାରା ଶୁଣୁଛୁ । ତେଣୁ ଏବେ ଦୁଇଜଣ ପିତା ଏକତ୍ର ଅଛନ୍ତି ନା । ପିଲାମାନେ ଜାଣିଛନ୍ତି ଦୁଇଜଣ ପିତା ଏଠାରେ ଅଛନ୍ତି । ଲୌକିକ ପିତାଙ୍କୁ ତୁମେ ଜାଣିଛ କିନ୍ତୁ ଲୌକିକ ପିତାଙ୍କ ଠାରୁ ଇଏ ଅଲୌକିକ ପିତା ଶ୍ରେଷ୍ଠ ଅଟନ୍ତି, ଏହାଙ୍କଠାରୁ ପୁଣି ପାରଲୌକିକ ପିତା ଶ୍ରେଷ୍ଠ, କ୍ରମାନୁସାରେ ଅଛନ୍ତି ନା । ତେଣୁ ସେହି ଲୌକିକ ସମ୍ବନ୍ଧରୁ ବୁଦ୍ଧିଯୋଗ ହଟି ଏହି ଦୁଇଜଣଙ୍କ ସହିତ ଯୋଡି ହୋଇଯାଉଛି । ବାବା ବସି ବୁଝାଉଛନ୍ତି ମନୁଷ୍ୟମାନଙ୍କୁ କିପରି ବୁଝାଇବାକୁ ହେବ । ତୁମ ପାଖକୁ ତ ମେଳା ପ୍ରଦର୍ଶନୀରେ ବହୁତ ଆତ୍ମା ଆସୁଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ ଯେ ୮୪ ଜନ୍ମ ତ ସମସ୍ତେ ନେଉ ନଥିବେ । ଏକଥା କିପରି ଜଣାପଡିବ ଯେ ଇଏ ୮୪ ଜନ୍ମ ନେଇଥିବା ଆତ୍ମା ଅଥବା ୧୦ ଜନ୍ମ ୨୦ ଜନ୍ମ ନେଇଥିବା ଆତ୍ମା ଅଟନ୍ତି ? ତୁମେମାନେ ଏକଥା ଏବେ ଜାଣୁଛ ଯେ ଯିଏ ଆରମ୍ଭରୁ ବହୁତ ଭକ୍ତି କରିଥିବେ, ତେବେ ତାଙ୍କୁ ମଧ୍ୟ ସେତିକି ଶୀଘ୍ର ଏବଂ ଭଲ ଫଳ ମିଳିବ । ଅଳ୍ପ ଭକ୍ତି କରିଥିବେ ଆଉ ବିଳମ୍ବରେ କରିଥିବେ ତେବେ ଫଳ ମଧ୍ୟ ଅଳ୍ପ ଏବଂ ବିଳମ୍ବରେ ମିଳିବ । ଏକଥା ବାବା ସେବାଧାରୀ ପିଲାମାନଙ୍କ ପାଇଁ ବୁଝାଉଛନ୍ତି । କୁହ, ତୁମେ ତ ଭାରତବାସୀ ଅଟ ତେବେ ଦେବୀ-ଦେବତାମାନଙ୍କୁ ମାନୁଛ ? ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ଯିଏ ୮୪ ଜନ୍ମ ନେଇଥିବେ ଅର୍ଥାତ୍ ଆରମ୍ଭରୁ ଭକ୍ତି କରିଥିବେ ସେ ତୁରନ୍ତ ବୁଝିଯିବେ ବାସ୍ତବରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ରୁଚିର ସହିତ ଶୁଣିବେ । କେହି ତ ଏହିପରି କେବଳ ଦେଖି ନେଇ ଚାଲିଯାଉଛନ୍ତି, କିଛି ପଚାରୁ ମଧ୍ୟ ନାହାଁନ୍ତି ଯେପରିକି ବୁଦ୍ଧିରେ ପଶୁନାହିଁ । ତେଣୁ ତାଙ୍କ ପାଇଁ ବୁଝିବାକୁ ହେବ ଯେ ଇଏ ବର୍ତ୍ତମାନ ପର୍ଯ୍ୟନ୍ତ ଏ କୂଳର ହୋଇ ନାହାଁନ୍ତି । ଆଗକୁ ଗଲେ ବୁଝି ପାରନ୍ତି । କାହାକୁ ବୁଝାଇବା ଦ୍ୱାରା ତୁରନ୍ତ ମୁଣ୍ଡ ହଲାଇଥାନ୍ତି । ବାସ୍ତବରେ ଏହି ହିସାବରେ ୮୪ ଜନ୍ମ ତ ଠିକ୍ ଅଛି । ଯଦି କହୁଛନ୍ତି ଆମେ କିପରି ଜାଣିବୁ ଯେ ପୂରା ୮୪ ଜନ୍ମ ନେଇଛୁ କି ନାହିଁ ? ଆଚ୍ଛା, ୮୪ ନ ହେଲେ ୮୨ ଜନ୍ମ ତ ନେଇଥିବ । ଦେବତା ଧର୍ମରେ ତ ଆସିଥିବ ନା । ଦେଖ ଏତିକି ଯଦି ବୁଦ୍ଧିରେ ଗ୍ରହଣ ହେଉ ନାହିଁ ତେବେ ବୁଝିନିଅ ଇଏ ୮୪ ଜନ୍ମ ନେଇଥିବା ଆତ୍ମା ନୁହଁନ୍ତି । ଭକ୍ତିରେ ଯଦି ଈଶ୍ୱରଙ୍କ ନିକଟତର ହୋଇନଥିବେ ତେବେ କମ୍ ଶୁଣିବେ ଯେତେ ଅଧିକ ଭକ୍ତି କରିଥିବେ ସେ ଅଧିକ ଶୁଣିବା ପାଇଁ ଆକର୍ଷିତ ହେବେ । ତୁରନ୍ତ ବୁଝିଯିବେ । କମ୍ ବୁଝୁଥିଲେ ଜାଣନିଅ ଯେ ଇଏ ବିଳମ୍ବରେ ଆସିଲାବାଲା ଅଟନ୍ତି । ଭକ୍ତି ମଧ୍ୟ ଡେରୀରେ କରିଥିବେ । ବହୁତ ଭକ୍ତି କଲାବାଲା ଈଶାରା ଦ୍ୱାରା ଅଳ୍ପକେ ବୁଝିଯିବେ । ଡ୍ରାମାର ପୁନରାବୃତ୍ତି ହେଉଛି ନା । ସମସ୍ତ ଆଧାର ଭକ୍ତି ଉପରେ ରହିଛି । ଇଏ ବ୍ରହ୍ମାବାବା ସବୁଠାରୁ ନମ୍ବରୱାନ ଭକ୍ତି କରିଛନ୍ତି ନା । କମ୍ ଭକ୍ତି କରିଥିଲେ ଫଳ ମଧ୍ୟ କମ୍ ମିଳିବ । ଏସବୁ ବୁଝିବାର କଥା ଅଟେ । ମୋଟା ବୁଦ୍ଧିଆ ହୋଇଥିଲେ ଧାରଣା କରିପାରିବେ ନାହିଁ । ଏହି ମେଳା ପ୍ରଦର୍ଶନୀ ସବୁ ତ ଚାଲିଥିବ । ସବୁ ଭାଷାରେ ବହି ଛପାଯିବ । ସାରା ଦୁନିଆକୁ ବୁଝାଇବାକୁ ହେବ ନା । ତୁମେ ସଚ୍ଚା ସଚ୍ଚା ସନ୍ଦେଶବାହକ ଅଟ । ସେହି ଧର୍ମସ୍ଥାପକ ମାନେ ତ କିଛି ମଧ୍ୟ କରୁନାହାଁନ୍ତି । ନାଁ ସେମାନେ ଗୁରୁ ଅଟନ୍ତି । ଯଦିଓ ତାଙ୍କୁ ଗୁରୁ କହୁଛନ୍ତି କିନ୍ତୁ ସେମାନେ କୌଣସି ସଦ୍ଗତି ଦାତା ତ ନୁହଁନ୍ତି । ସେମାନେ ଯେତେବେଳେ ଆସୁଛନ୍ତି, ତାଙ୍କର ସଂସ୍ଥା ହିଁ ନଥାଏ ତେବେ ସଦ୍ଗତି କାହାର କରିବେ । ସେ ହିଁ ଗୁରୁ ଯିଏ ସଦ୍ଗତି ଦେଇଥାନ୍ତି, ଦୁଃଖର ଦୁନିଆରୁ ଶାନ୍ତିଧାମକୁ ନେଇଥାନ୍ତି । ଯୀଶୁଖ୍ରୀଷ୍ଟ ଆଦି ଗୁରୁ ନୁହଁନ୍ତି । ସେମାନେ କେବଳ ଧର୍ମ ସ୍ଥାପକ ଅଟନ୍ତି । ତାଙ୍କର ଆଉ କୌଣସି ପଦବୀ ନାହିଁ । ସେହିମାନଙ୍କର ହିଁ ପଦବୀ ରହିଛି, ଯିଏ ପ୍ରଥମେ-ପ୍ରଥମେ ସତ୍ତ୍ୱପ୍ରଧାନରୁ ପୁଣି ସତ୍ତ୍ୱ, ରଜୋ, ତମୋକୁ ଆସୁଛନ୍ତି । ଅନ୍ୟ ଧର୍ମ ସ୍ଥାପକମାନେ ତ କେବଳ ନିଜର ଧର୍ମ ସ୍ଥାପନ କରି ପୁନର୍ଜନ୍ମ ନେଉଛନ୍ତି । ପୁଣି ଯେତେବେଳେ ସମସ୍ତଙ୍କର ତମୋପ୍ରଧାନ ଅବସ୍ଥା ହୋଇଯାଉଛି ସେତେବେଳେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ନେଇଯାଉଛନ୍ତି । ପବିତ୍ର ହୋଇଗଲେ ପୁଣି ପତିତ ଦୁନିଆରେ ରହିପାରିବେ ନାହିଁ । ପବିତ୍ର ଆତ୍ମାମାନେ ମୁକ୍ତି ଅର୍ଥାତ୍ ଶାନ୍ତିଧାମକୁ ଯାଇ, ପୁଣି ଜୀବନମୁକ୍ତିକୁ ଅର୍ଥାତ୍ ସ୍ୱର୍ଗକୁ ଆସିବେ । କହୁଛନ୍ତି ମଧ୍ୟ ସେ ମୁକ୍ତିଦାତା ଅଟନ୍ତି, ଗାଇଡ୍ ଅଟନ୍ତି କିନ୍ତୁ ଏହାର ଅର୍ଥ ବୁଝିପାରୁ ନାହାଁନ୍ତି । ଅର୍ଥ ବୁଝିଗଲେ ତ ତାଙ୍କୁ ଜାଣିଯାନ୍ତେ । ସତ୍ୟଯୁଗରେ ଭକ୍ତିମାର୍ଗର ଶବ୍ଦ ମଧ୍ୟ ବନ୍ଦ ହୋଇଯିବ ।

ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ଯେ ସମସ୍ତେ ନିଜ-ନିଜର ଅଭିନୟ କରୁଛନ୍ତି । ଜଣେ ହେଲେ କେହି ସଦ୍ଗତି ପାଇପାରିବେ ନାହିଁ । ଏବେ ତୁମକୁ ଏହି ଜ୍ଞାନ ମିଳୁଛି । ବାବା ମଧ୍ୟ କହୁଛନ୍ତି ମୁଁ କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆସୁଛି । ଏହାକୁ କଲ୍ୟାଣକାରୀ ସଂଗମଯୁଗ କୁହାଯାଉଛି, ଆଉ କୌଣସି ଯୁଗ କଲ୍ୟାଣକାରୀ ନୁହେଁ । ସତ୍ୟଯୁଗ ଓ ତ୍ରେତାର ସଂଗମର କୌଣସି ମହତ୍ୱ ନାହିଁ । ସୂର୍ଯ୍ୟବଂଶୀଙ୍କ ପରେ ପୁଣି ଚନ୍ଦ୍ରବଂଶୀ ରାଜ୍ୟ ଚାଲିଥାଏ । ପୁଣି ଚନ୍ଦ୍ରବଂଶୀଙ୍କ ପରେ ବୈଶ୍ୟବଂଶୀ ହେଲେ ଚନ୍ଦ୍ରବଂଶୀ ଅତୀତ ହୋଇଗଲେ । ତାପରେ କେଉଁ ପଦ ପାଉଛନ୍ତି, ସେକଥା କେହି ଜାଣିନଥାନ୍ତି । ଚିତ୍ର ଆଦି ରହିଥିବାରୁ ବୁଝିଥାନ୍ତି ଯେ ଏମାନେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଆମର ପୂର୍ବଜ ଥିଲେ । ସେମାନେ ସୂର୍ଯ୍ୟବଂଶୀ ମହାରାଜା, ଏମାନେ ଚନ୍ଦ୍ରବଂଶୀ ରାଜା, ସେମାନେ ବଡ ଧନ୍ବାନ୍ ଥିଲେ । ଯେହେତୁ ଏମାନେ ଚନ୍ଦ୍ରବଂଶୀ ତେଣୁ ଫେଲ୍ ହେଲେ ନା । ଏହିସବୁ କଥା କୌଣସି ଶାସ୍ତ୍ରରେ ନାହିଁ । ଏବେ ବାବା ବସି ବୁଝାଉଛନ୍ତି । ସମସ୍ତେ କହୁଛନ୍ତି ଆମକୁ ମୁକ୍ତ କର, ପତିତରୁ ପାବନ କରାଅ । ସୁଖ ପାଇଁ କହିବେ ନାହିଁ କାହିଁକି ନା ସୁଖକୁ ଶାସ୍ତ୍ରରେ ନିନ୍ଦା କରିଛନ୍ତି । ସମସ୍ତେ କହୁଛନ୍ତି ମନର ଶାନ୍ତି କିପରି ମିଳିବ ? ଏବେ ତୁମେ ଜାଣୁଛ ତୁମକୁ ସୁଖ-ଶାନ୍ତି ଉଭୟ ମିଳୁଛି, ଯେଉଁଠି ଶାନ୍ତି ଅଛି ସେଠାରେ ସୁଖ ରହିଛି । ଯେଉଁଠି ଅଶାନ୍ତି ଅଛି ସେଠାରେ ଦୁଃଖ ରହିଛି । ସତ୍ୟଯୁଗରେ ସୁଖ-ଶାନ୍ତି ଥିଲା, ଏଠାରେ ଦୁଃଖ-ଅଶାନ୍ତି ରହିଛି । ଏକଥା ବାବା ବସି ବୁଝାଉଛନ୍ତି । ତୁମକୁ ମାୟା ରାବଣ କେତେ ତୁଚ୍ଛ ବୁଦ୍ଧି କରିଦେଇଛି, ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି । ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ବର୍ତ୍ତମାନ ହିଁ ମୋର ପାର୍ଟ ଅଛି ଯାହା ମୁଁ କରୁଛି । କହୁଛନ୍ତି ମଧ୍ୟ ବାବା କଳ୍ପ-କଳ୍ପ ଆପଣ ହିଁ ଆସି ଭ୍ରଷ୍ଟାଚାରୀ ପତିତରୁ ଶ୍ରେଷ୍ଠାଚାରୀ ପବିତ୍ର କରୁଛନ୍ତି । ଭ୍ରଷ୍ଟାଚାରୀ ହୋଇଛ ରାବଣ ଦ୍ୱାରା । ଏବେ ବାବା ଆସି ମନୁଷ୍ୟରୁ ଦେବତା କରୁଛନ୍ତି । ଏପରି ଅକାଳ ତଖତର ଗାୟନ ରହିଛି ତାର ଅର୍ଥ ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି । ଯେଉଁମାନେ ଅମୃତସରରେ ଥିବା ଅକାଳ ତଖତ୍ରେ ବସୁଛନ୍ତି ସେମାନେ ମଧ୍ୟ ଏହାର ଅର୍ଥ ବୁଝି ନାହାଁନ୍ତି । ବାବା ହିଁ ତୁମକୁ ବୁଝାଇଛନ୍ତି ଆତ୍ମାମାନେ ଅକାଳମୂର୍ତ୍ତ ଅଟନ୍ତି । ଆତ୍ମାର ରଥ ହେଉଛି ଏହି ଶରୀର, ଏହା ଉପରେ ଅକାଳ ଅର୍ଥାତ୍ ଯାହାକୁ କାଳ ଖାଏ ନାହିଁ, ସେହି ଆତ୍ମା ବିରାଜମାନ ହୋଇଛି । ସତ୍ୟଯୁଗରେ ତୁମକୁ କାଳ ଖାଇବ ନାହିଁ । ଅକାଳ ମୃତ୍ୟୁ କେବେ ହେବ ନାହିଁ । ତାହା ହିଁ ହେଲା ଅମରଲୋକ, ଏହା ହେଉଛି ମୃତ୍ୟୁଲୋକ । ଅମର ଲୋକ, ମୃତ୍ୟୁଲୋକର ଅର୍ଥ ମଧ୍ୟ କେହି ବୁଝି ନାହାଁନ୍ତି । ବାବା କହୁଛନ୍ତି ମୁଁ ତୁମକୁ ବହୁତ ସରଳ ଭାବରେ ବୁଝାଉଛି କେବଳ ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ସାଧୁ-ସନ୍ଥ ଆଦି ମଧ୍ୟ ଗାୟନ କରୁଛନ୍ତି ହେ ପତିତ-ପାବନ.... ପତିତପାବନ ବାବାଙ୍କୁ ଡାକୁଛନ୍ତି, ଯେଉଁଆଡେ ଗଲେ ମଧ୍ୟ ନିଶ୍ଚୟ କହିବେ ପତିତ-ପାବନ... ସତ୍ୟ ତ କେବେ ଲୁଚି ରହିପାରିବ ନାହିଁ । ତୁମେ ଜାଣୁଛ ଏବେ ପତିତ-ପାବନ ବାବା ଆସିଛନ୍ତି । ଆମକୁ ରାସ୍ତା ବତାଉଛନ୍ତି । କଳ୍ପ ପୂର୍ବରୁ ମଧ୍ୟ କହିଥିଲି ଯେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ତୁମେ ସତ୍ୱପ୍ରଧାନ ହୋଇଯିବ । ମୁଁ ପ୍ରେମିକ ତୁମେ ସମସ୍ତେ ମୋର ପ୍ରେମିକା ଅଟ । ଦୁନିଆରେ ଥିବା ପ୍ରେମିକ-ପ୍ରେମିକା ତ ଗୋଟିଏ ଜନ୍ମ ପାଇଁ ହୋଇଥାନ୍ତି, ତୁମେ ଜନ୍ମ-ଜନ୍ମାନ୍ତରର ପ୍ରେମିକା ଅଟ । ହେ ପ୍ରଭୁ କହି ମନେ ପକାଇ ଆସୁଛ । ଦାତା ତ ଏକମାତ୍ର ବାବା ଅଟନ୍ତି ନା । ପିଲାମାନେ ସମସ୍ତେ ପିତାଙ୍କ ଠାରୁ ହିଁ ମାଗିବେ ନା । ଆତ୍ମା ଯେବେ ଦୁଃଖୀ ହୁଏ ତେବେ ପିତାଙ୍କୁ ୟାଦ କରିଥାଏ । ସୁଖରେ କେହି ୟାଦ କରିନଥାନ୍ତି, ଦୁଃଖରେ ୟାଦ କରିଥାନ୍ତି ବାବା ଆସି ସଦ୍ଗତି ଦିଅ । ଯେପରି ଗୁରୁଙ୍କ ପାଖକୁ ଯାଇ କହନ୍ତି, ଆମକୁ ସନ୍ତାନଟିଏ ଦିଅ । ଆଚ୍ଛା, ପିଲା ମିଳିଗଲେ ବହୁତ ଖୁସି ହୋଇଥାନ୍ତି । ପିଲା ନହେଲେ କହନ୍ତି ଈଶ୍ୱରଙ୍କ ଇଚ୍ଛା । ଡ୍ରାମାକୁ ତ ସେମାନେ ବୁଝି ନାହାଁନ୍ତି । ଯଦି ସେମାନେ ଡ୍ରାମା କହିବେ ତେବେ ସବୁ କିଛି ଜାଣିଥିବା ଦରକାର । ତୁମେମାନେ ଡ୍ରାମାକୁ ଜାଣିଛ, ଆଉ କେହି ଜାଣିନାହାଁନ୍ତି । ନାଁ ଏକଥା କୌଣସି ଶାସ୍ତ୍ରରେ ଅଛି । ଡ୍ରାମା ଅର୍ଥାତ୍ ଡ୍ରାମା । ଡ୍ରାମାର ଆଦି-ମଧ୍ୟ-ଅନ୍ତ ବିଷୟରେ ଜାଣିବା ଉଚିତ୍ । ବାବା କହୁଛନ୍ତି ମୁଁ ୫ ହଜାର ବର୍ଷ ପରେ ଆସୁଛି । ଏହି ୪ଟିଯୁଗ ବିଲ୍କୁଲ୍ ସମାନ ଅଟେ । ସ୍ୱସ୍ତିକା ଅର୍ଥାତ୍ ସୃଷ୍ଟିଚକ୍ରର ମଧ୍ୟ ମହତ୍ୱ ରହିଛି ନା । ବ୍ୟବସାୟୀମାନେ ଖାତା ତିଆରି କରିବା ସମୟରେ ସ୍ୱସ୍ତିକା ଚିତ୍ର ତିଆରି କରିଥାନ୍ତି । ଏହା ମଧ୍ୟ ଖାତା ଅଟେ ନା । ଆମର ଲାଭ ଓ କ୍ଷତି କିପରି ହେଉଛି । କ୍ଷତି ହୋଇ-ହୋଇ ଏବେ ପୂରା କ୍ଷତି ହୋଇଯାଇଛି । ଏହା ହାର-ଜିତ୍ର ଖେଳ ଅଟେ । ପଇସା ଏବଂ ସ୍ୱାସ୍ଥ୍ୟ ଅଛି ତ ସୁଖ ଅଛି, ପଇସା ଥାଇ ସ୍ୱାସ୍ଥ୍ୟ ଠିକ୍ ନଥିଲେ ତେବେ ସୁଖ ନାହିଁ । ତୁମକୁ ସ୍ୱାସ୍ଥ୍ୟ-ସମ୍ପତ୍ତି ଉଭୟ ଦେଉଛି । ତେଣୁ ସୁଖ ନିଶ୍ଚୟ ରହିବ । କେହି ଯଦି ଶରୀର ଛାଡନ୍ତି ତେବେ ମୁଖରେ ତ କହନ୍ତି ଅମୁକ ସ୍ୱର୍ଗକୁ ଗଲା । କିନ୍ତୁ ଭିତରେ ଦୁଃଖୀ ହୋଇଥାନ୍ତି । ଏଥିରେ ତ ଆହୁରି ଖୁସି ହେବା ଉଚିତ୍ ପୁଣି ତାଙ୍କ ଆତ୍ମାକୁ ନର୍କକୁ କାହିଁକି ଡାକୁଛ ? କିଛି ବି ଜ୍ଞାନ ନାହିଁ । ବର୍ତ୍ତମାନ ବାବା ଆସି ଏହିସବୁ କଥା ବୁଝାଉଛନ୍ତି । ବୀଜ ଏବଂ ବୃକ୍ଷର ରହସ୍ୟ ବୁଝାଉଛନ୍ତି । ଏହିପରି କଳ୍ପବୃକ୍ଷର ଚିତ୍ର ଆଉ କେହି ତିଆରି କରିପାରିବେ ନାହିଁ । ଏହାକୁ ବ୍ରହ୍ମା ତିଆରି କରିନାହାଁନ୍ତି । ଏହାଙ୍କର କେହି ଗୁରୁ ନଥିଲେ । ଯଦି ଥାନ୍ତେ ତେବେ ତାଙ୍କର ଆହୁରି ମଧ୍ୟ ଶିଷ୍ୟ ଥାନ୍ତେ ନା । ଲୋକମାନେ ଭାବୁଛନ୍ତି ଏହାଙ୍କୁ କୌଣସି ଗୁରୁ ଶିଖାଇଛନ୍ତି ଅଥବା କହୁଛନ୍ତି । ପରମାତ୍ମାଙ୍କ ଶକ୍ତି ପ୍ରବେଶ କରୁଛି । ଆରେ, ପରମାତ୍ମାଙ୍କ ଶକ୍ତି କିପରି ପ୍ରବେଶ କରିବ! ବିଚରା କିଛି ମଧ୍ୟ ଜାଣିନାହାଁନ୍ତି । ବାବା ନିଜେ ବସି କହୁଛନ୍ତି ମୁଁ କହିଥିଲି ମୁଁ ଏକ ସାଧାରଣ ବୃଦ୍ଧ ଶରୀରରେ ଆସିଥାଏ, ଆସି ତୁମକୁ ପଢାଇଥାଏ । ଇଏ ମଧ୍ୟ ଶୁଣୁଛନ୍ତି, ଧ୍ୟାନ ତ ମୋ ସହ ରହିଛି । ଇଏ ମଧ୍ୟ ଛାତ୍ର ଅଟନ୍ତି । ଇଏ ନିଜକୁ ଆଉ କିଛି ଉପାଧି ଦେଉ ନାହାଁନ୍ତି । ପ୍ରଜାପିତା ମଧ୍ୟ ଛାତ୍ର ଅଟନ୍ତି । ଯଦିଓ ଇଏ ବିନାଶର ସାକ୍ଷାତ୍କାର କରିଛନ୍ତି କିନ୍ତୁ କିଛି ହେଲେ ବୁଝିନଥିଲେ । ଧିରେ-ଧିରେ ସବୁ ବୁଝିପାରିଲେ । ଯେପରି ତୁମେ ବୁଝିଛ । ବାବା ତୁମକୁ ବୁଝାଉଛନ୍ତି, ମଝିରେ ଇଏ ମଧ୍ୟ ବୁଝି ଯାଉଛନ୍ତି, ପାଠ ପଢୁଛନ୍ତି । ପ୍ରତ୍ୟେକ ଛାତ୍ର ପଢିବା ପାଇଁ ପୁରୁଷାର୍ଥ କରୁଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ତ ସୂକ୍ଷ୍ମବତନବାସୀ ଅଟନ୍ତି । ସେମାନଙ୍କର କଣ ପାର୍ଟ ରହିଛି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ବାବା ପ୍ରତ୍ୟେକ କଥା ନିଜେ ବୁଝାଉଛନ୍ତି । ତୁମେ କୌଣସି ପ୍ରଶ୍ନ ପଚାରିପାରିବ ନାହିଁ । ଉପରେ ଅଛନ୍ତି ଶିବ ପରମାତ୍ମା ତାଙ୍କ ତଳକୁ ଅଛନ୍ତି ଦେବତାମାନେ, ତାଙ୍କୁ କିପରି ଏକା କରିଦେଇପାରିବା । ଏବେ ତୁମେ ଜାଣୁଛ ବାବା ଏହାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି ସେଥିପାଇଁ କୁହାଯାଉଛି ବାପଦାଦା । ବାବା ଅଲଗା, ଦାଦା ଅଲଗା ଅଟନ୍ତି । ବାବା ଶିବ, ଦାଦା ବ୍ରହ୍ମା ଅଟନ୍ତି । ଏହାଙ୍କ ଦ୍ୱାରା ଶିବଙ୍କଠାରୁ ବର୍ସା ମିଳୁଛି । ବ୍ରାହ୍ମଣ ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ । ବାବା ଡ୍ରାମାର ପ୍ଲାନ ଅନୁସାରେ ପୋଷ୍ୟ କରିଛନ୍ତି । ବାବା କହୁଛନ୍ତି ଇଏ ନମ୍ବରୱାନ ଭକ୍ତ ଅଟନ୍ତି । ଇଏ ୮୪ ଜନ୍ମ ମଧ୍ୟ ନେଉଛନ୍ତି । ଶ୍ୟାମଳ ଏବଂ ଗୋରା ଏହାଙ୍କୁ କୁହାଯାଉଛି । କୃଷ୍ଣ ସତ୍ୟଯୁଗରେ ଗୋରା ଥିଲେ, କଳିଯୁଗରେ ଶ୍ୟାମଳ ହୋଇଯାଇଛନ୍ତି । ପତିତ ହୋଇଥିବାରୁ ପୁଣି ପବିତ୍ର ହେଉଛନ୍ତି । ତୁମେ ମଧ୍ୟ ଏହିପରି ହେଉଛ । ଏହା ହେଉଛି ଲୌହଯୁଗୀ ଦୁନିଆ, ତାହା ହେଉଛି ସୁବର୍ଣ୍ଣଯୁଗୀ ଦୁନିଆ । ସିଡି ଚିତ୍ର ବିଷୟରେ କେହି ଜାଣିନାହାଁନ୍ତି । ଯେଉଁମାନେ ପଛରେ ଆସୁଛନ୍ତି ସେମାନେ ୮୪ ଜନ୍ମ ନେଉନାହାଁନ୍ତି । ସେମାନେ ନିଶ୍ଚିତ କମ୍ ଜନ୍ମ ନେବେ ପୁଣି ତାଙ୍କୁ ସିଡି ଚିତ୍ରରେ କିପରି ଦେଖାଇପାରିବୁ । ବାବା ବୁଝାଉଛନ୍ତି ସବୁଠାରୁ ଅଧିକ ଜନ୍ମ କିଏ ନେଉଛନ୍ତି ? ସବୁଠାରୁ କମ୍ ଜନ୍ମ କିଏ ନେଉଛନ୍ତି ? ଏହା ହେଉଛି ଜ୍ଞାନ । ବାବା ହିଁ ନଲେଜଫୁଲ, ପତିତ-ପାବନ ଅଟନ୍ତି । ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ମୁନିଋଷିମାନେ କିଛି ଜାଣିନାହୁଁ ବୋଲି କହିଆସିଛନ୍ତି । ନିଜର ଆତ୍ମାକୁ ହିଁ ଜାଣିନାହାଁନ୍ତି ତେଣୁ ବାବାଙ୍କୁ ପୁଣି କିପରି ଜାଣିବେ ? କେବଳ କଥାକୁ ମାତ୍ର କହିଦେଉଛନ୍ତି, କିନ୍ତୁ ଆତ୍ମା କଣ, କିଛି ହେଲେ ଜାଣି ନାହାଁନ୍ତି । ତୁମେ ଏବେ ଜାଣୁଛ ଆତ୍ମା ଅବିନାଶୀ ଅଟେ, ସେଥିରେ ୮୪ ଜନ୍ମର ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଏତେ ଛୋଟ ଆତ୍ମାରେ କେତେ ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି, ଯିଏ ଭଲ ଭାବରେ ଶୁଣୁଛନ୍ତି ଏବଂ ବୁଝୁଛନ୍ତି ତାଙ୍କ ପାଇଁ ବୁଝାଯାଏ ଇଏ ନିକଟତମ ଆତ୍ମା ଅଟନ୍ତି । ବୁଝିପାରୁ ନାହାଁନ୍ତି ଅର୍ଥାତ୍ ସତ୍ୟଯୁଗରେ ବିଳମ୍ବରେ ଆସିବେ । ଶୁଣାଇବା ସମୟରେ ନାଡି ଅର୍ଥାତ୍ ଲକ୍ଷଣ ମଧ୍ୟ ଦେଖିବାକୁ ହୁଏ । ବୁଝାଇଲା ବାଲା ମଧ୍ୟ କ୍ରମାନୁସାରେ ଅଛନ୍ତି ନା । ଏହା ତୁମର ପାଠପଢା ଅଟେ, ରାଜଧାନୀ ସ୍ଥାପନ ହେଉଛି । କେହି ତ ଉଚ୍ଚରୁ ଉଚ୍ଚ ରାଜପଦ ପାଉଛନ୍ତି, କେହି ପୁଣି ପ୍ରଜାରେ ଯାଇ ଚାକର ବାକର ହେବେ । ବାକି ହଁ, କଥା ଏତିକି ଯେ ସତ୍ୟଯୁଗରେ କୌଣସି ଦୁଃଖ ନଥାଏ । ତାକୁ ହିଁ ସୁଖଧାମ, ବହିସ୍ଥ କୁହାଯାଉଛି । ତାହା ଅତୀତ ହୋଇଯାଇଛି ସେଥିପାଇଁ ତ ମନେ ପକାଉଛନ୍ତି ନା । ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ ଆକାଶରେ ଅଛି । ଦିଲୱାଡା ମନ୍ଦିରରେ ତୁମର ସଂପୂର୍ଣ୍ଣ ସ୍ମାରକୀ ରହିଛି । ଆଦିଦେବ ଆଦିଦେବୀ ଏବଂ ପିଲାମାନେ ତଳେ ଯୋଗରେ ବସିଛନ୍ତି । ଉପରେ ରାଜତ୍ୱ ରହିଛି । ମନୁଷ୍ୟ ତ ଦର୍ଶନ କରି, ଦକ୍ଷିଣା ରଖିବେ । କିଛି ହେଲେ ବୁଝିବେ ନାହିଁ । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ସବୁଠାରୁ ପ୍ରଥମେ ତ ତୁମେ ବାବାଙ୍କର ଜୀବନ କାହାଣୀକୁ ଜାଣିସାରିଛ ତେବେ ଆଉ କଣ ଦରକାର । ବାବାଙ୍କୁ ଜାଣିବା ଦ୍ୱାରା ହିଁ ସବୁ କିଛି ବୁଦ୍ଧିରେ ଆସିଯାଉଛି । ତେଣୁ ଖୁସି ହେବା ଉଚିତ୍ । ତୁମେ ଜାଣିଛ ଏବେ ଆମେ ସତ୍ୟଯୁଗରେ ଯାଇ ସୁନାର ମହଲ ତିଆରି କରିବୁ, ରାଜ୍ୟ କରିବୁ । ସେବାଯୋଗ୍ୟ ସନ୍ତାନମାନଙ୍କର ବୁଦ୍ଧିରେ ରହିବ ଯେ ଏହି ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି । ଆତ୍ମାମାନଙ୍କର ପିତାଙ୍କୁ ଆଧ୍ୟାତ୍ମିକ ପିତା ବୋଲି କୁହାଯାଉଛି । ସେ ହିଁ ସଦ୍ଗତି ଦାତା ଅଟନ୍ତି । ସୁଖ-ଶାନ୍ତିର ବର୍ସା ଦେଉଛନ୍ତି । ତୁମେ ବୁଝାଇପାରିବ ଏହି ସିଡି ଚିତ୍ରି ଭାରତବାସୀଙ୍କର ଅଟେ, ଯେଉଁମାନେ ୮୪ ଜନ୍ମ ନେଉଛନ୍ତି । ତୁମେ ଅଧାରୁ ଆସୁଛ, ତେଣୁ ତୁମର ୮୪ ଜନ୍ମ କିପରି ହେବ ? ସବୁଠାର ଅଧିକ ଜନ୍ମ ଆମେ ନେଉଛୁ । ଏହା ବହୁତ ବୁଝିବାର କଥା ଅଟେ । ମୁଖ୍ୟ କଥା ହେଉଛି ପତିତରୁ ପବିତ୍ର ହେବା ପାଇଁ ବାବାଙ୍କ ସହ ବୁଦ୍ଧିଯୋଗ ଲଗାଇବାକୁ ହେବ । ପବିତ୍ର ହେବା ପାଇଁ ପ୍ରତିଜ୍ଞା କରି ପୁଣି ଯଦି ପତିତ ହୁଅନ୍ତି ତେବେ ବଡ ଦୁର୍ଗତି ହୋଇଯାଏ । ଯେପରି ୫ ମହଲାରୁ ପଡିଗଲେ ହାତଗୋଡ ଭାଂଗିଯାଏ । ମ୍ଲେଚ୍ଛଙ୍କ ପରି ବୁଦ୍ଧି ହୋଇଯାଏ, ମନ ଆତ୍ମଗ୍ଲାନିରେ ଭରିଯିବ । ମୁଖରୁ କିଛି ଜ୍ଞାନବାଣୀ ବାହାରିବ ନାହିଁ । ସେଥିପାଇଁ ବାବା କହୁଛନ୍ତି ଖବରଦାର ରୁହ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଡ୍ରାମାକୁ ଯଥାର୍ଥ ଭାବରେ ବୁଝି ମାୟାର ବନ୍ଧନରୁ ମୁକ୍ତ ହେବାକୁ ପଡିବ । ନିଜକୁ ଅକାଳମୂର୍ତ୍ତ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇ ପବିତ୍ର ହେବାକୁ ପଡିବ ।

(୨) ସଚ୍ଚା-ସଚ୍ଚା ପୈଗମ୍ବର ବା ମ୍ୟାସେଞ୍ଚର ଅର୍ଥାତ୍ ଈଶ୍ୱରଙ୍କର ସନ୍ଦେଶବାହକ ହୋଇ ସମସ୍ତଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ଦେଖାଇବାକୁ ହେବ । ଏହି କଲ୍ୟାଣକାରୀ ସଂଗମଯୁଗରେ ସବୁ ଆତ୍ମାମାନଙ୍କର କଲ୍ୟାଣ କରିବାକୁ ହେବ ।

ବରଦାନ:-
ସ୍ୱଦର୍ଶନଚକ୍ରର ସ୍ମୃତି ଦ୍ୱାରା ସର୍ବଦା ସମ୍ପନ୍ନ ରହୁଥିବା ଭରପୁର ଆତ୍ମା ହୁଅ ।

ଯେଉଁମାନେ ସର୍ବଦା ସ୍ୱଦର୍ଶନ ଚକ୍ରଧାରୀ ସ୍ଥିତିରେ ରହିଥାନ୍ତି ସେମାନେ ମାୟାର ଅନେକ ପ୍ରକାରର ଚକ୍ର ଅର୍ଥାତ୍ ଜଞ୍ଜାଳରୁ ମୁକ୍ତ ରହିଥାନ୍ତି । ଏକମାତ୍ର ସ୍ୱଦର୍ଶନ ଚକ୍ର ହିଁ ଅନେକ ପ୍ରକାରର ବ୍ୟର୍ଥ ଜଞ୍ଜାଳକୁ ସମାପ୍ତ କରିବା ସହିତ ମାୟାକୁ ମଧ୍ୟ ଘଉଡାଇ ଦେଇଥାଏ । ତା ସମ୍ମୁଖରେ ମାୟା ତିଷ୍ଠିପାରେ ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ପିଲାମାନେ ସର୍ବଦା ସମ୍ପନ୍ନ ରହୁଥିବା କାରଣରୁ ଅଚଳ ଅଟଳ ରହିଥାନ୍ତି ଏବଂ ନିଜକୁ ସର୍ବଦା ଭରପୁର ଅନୁଭବ କରିଥାନ୍ତି । ମାୟା ସର୍ବଦା ଖାଲି କରିବା ପାଇଁ ଅର୍ଥାତ୍ ଶକ୍ତିହୀନ କରିବା ପାଇଁ ଚେଷ୍ଟା କରିଥାଏ କିନ୍ତୁ ସେମାନେ ସର୍ବଦା ସାବଧାନ, ସତର୍କ ଏବଂ ଜାଗ୍ରତ ଜ୍ୟୋତି ହୋଇ ରହିଥାନ୍ତି ସେଥିପାଇଁ ମାୟା ସେମାନଙ୍କର କିଛି ବି କରିପାରିନଥାଏ । ଯେଉଁମାନଙ୍କ ନିକଟରେ ଧ୍ୟାନ ରୂପକ ଚୌକିଦାର ସତର୍କ ଥାଏ ସେହିମାନେ ହିଁ ସର୍ବଦା ସୁରକ୍ଷିତ ରହିଥାନ୍ତି ।

ସ୍ଲୋଗାନ:-
ତୁମମାନଙ୍କର ବାଣୀ ଏଭଳି ସମର୍ଥ ହେଉ ଯେଉଁଥିରେ ଶୁଭ ତଥା ଶ୍ରେଷ୍ଠ ଭାବନା ଅନ୍ତର୍ନିହିତ ଥିବ ।