19.07.20    Avyakt Bapdada     Odia Murli     25.02.86     Om Shanti     Madhuban


ଡବଲ ବିଦେଶୀ ଭାଇ ଭଉଣୀଙ୍କ ସମର୍ପଣ ସମାରୋହରେ ଅବ୍ୟକ୍ତ ବାପଦାଦାଙ୍କର ମହାବାକ୍ୟ


ଆଜି ବାପଦାଦା ବିଶେଷ ଶ୍ରେଷ୍ଠ ଦିନର ବିଶେଷ ସ୍ନେହଭରା ଅଭିନନ୍ଦନ ଦେଉଛନ୍ତି । ଆଜି କେଉଁ ସମାରୋହ ପାଳନ କରିଲ ? ବାହାରର ଦୃଶ୍ୟ ତ ନିଶ୍ଚିତ ଭାବରେ ସୁନ୍ଦର ଥିଲା କିନ୍ତୁ ସମସ୍ତଙ୍କର ଉମଙ୍ଗ-ଉତ୍ସାହ ଏବଂ ଦୃଢ ସଂକ୍ଳଳ୍ପର ଆନ୍ତରିକ ଶବ୍ଦ ଦିଲାରାମ ବାବାଙ୍କ ନିକଟରେ ପହଞ୍ଚୁଥିଲା, ତେଣୁ ଆଜିର ଦିନକୁ ବିଶେଷ କରି ଉମଙ୍ଗ-ଉତ୍ସାହ ଭରା ଦୃଢ ସଂକଳ୍ପର ସମାରୋହ କୁହାଯିବ । ଯେବେଠାରୁ ବାବାଙ୍କର ହୋଇଗଲ ସେବେଠାରୁ ସମ୍ବନ୍ଧ ରହି ଆସିଛି ଏବଂ ଆଗକୁ ମଧ୍ୟ ରହିବ । କିନ୍ତୁ ଏହି ବିଶେଷ ଦିନକୁ ବିଶେଷ ରୂପରେ ପାଳନ କରିଲ ତେଣୁ ଏହାକୁ କୁହାଯିବ ଦୃଢ ସଂକଳ୍ପ । ସେଥିପାଇଁ କିଛି ବି ହୋଇଯାଉ, ଚାହେଁ ମାୟାର ତୋଫାନ ଆସୁ, ଚାହେଁ ଲୋକମାନଙ୍କର ଭିନ୍ନ ଭିନ୍ନ କଥା ଶୁଣିବାକୁ ପଡୁ, ଚାହେଁ ପ୍ରକୃତିର କୌଣସି ପ୍ରକାରର ହଲଚଲର ଦୃଶ୍ୟ ଦେଖିବାକୁ ପଡୁ, ଚାହେଁ ଲୌକିକ ବା ଅଲୌକିକ ସମ୍ବନ୍ଧରେ କୌଣସି ପ୍ରକାରର ପରିସ୍ଥିତି ଆସୁ, ମନର ସଂକଳ୍ପରେ ବହୁତ ଜୋରରେ ତୋଫାନ ଉଠୁ ତେବେ ବି ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ଏକ ବଳ ଏକ ଭରସା - ଏହିପରି ଦୃଢ ସଂକଳ୍ପ କରିଲ, ନା କେବଳ ଷ୍ଟେଜ ଉପରେ ବସିଥିଲ ? ଡବଲ ଷ୍ଟେଜ ଉପରେ ବସିଥିଲ ନା ସିଙ୍ଗଲ୍ ଷ୍ଟେଜ୍ ଉପରେ ବସିଥିଲ ? ଗୋଟିଏ ଥିଲା ଏହି ସ୍ଥୁଳ ଷ୍ଟେଜ୍, ଦ୍ୱିତୀୟଟି ଥିଲା ଦୃଢ ସଂକଳ୍ପର ଷ୍ଟେଜ ବା ଦୃଢତାର ଷ୍ଟେଜ୍ । ତେବେ ଡବଲ ଷ୍ଟେଜ୍ ଉପରେ ବସିଥିଲ ନା ? ହାର ମଧ୍ୟ ବହୁତ ସୁନ୍ଦର ପିନ୍ଧିଥିଲ । କେବଳ ଏହି ସ୍ଥୂଳ ଫୁଲହାର ପିନ୍ଧିଥିଲ, ନା ସଫଳତାର ହାର ମଧ୍ୟ ପିନ୍ଧିଥିଲ ? କାରଣ ସଫଳତା ଗଳାର ହାର ଅଟେ ଏବଂ ଦୃଢତା ହିଁ ସଫଳତାର ଆଧାର । ଏହି ସ୍ଥୁଳ ହାର ସହିତ ସଫଳତାର ହାର ମଧ୍ୟ ତୁମ ଗଳାରେ ପଡିଥିଲା ନା! ବାପଦାଦା ତ ଡବଲ ଦୃଶ୍ୟ ଦେଖୁଥିଲେ । କେବଳ ସାକାର ରୂପର ଦୃଶ୍ୟ ଦେଖୁନଥିଲେ । କିନ୍ତୁ ସାକାର ଦୃଶ୍ୟ ସହିତ ଆତ୍ମିକ ସ୍ଥିତିଯୁକ୍ତ ମନର ଦୃଢ ସଂକଳ୍ପ ଏବଂ ସଫଳତାର ଶ୍ରେଷ୍ଠ ମାଳା - ଏହି ଦୁଇଟିକୁ ଦେଖୁଥିଲେ । ଡବଲ ମାଳା ଏବଂ ଡବଲ ଷ୍ଟେଜକୁ ଦେଖୁଥିଲେ । ତେବେ ସମସ୍ତେ ଦୃଢ ସଂକଳ୍ପ କରିଛ - ଏହା ବହୁତ ଭଲ କଥା କିନ୍ତୁ ଯାହା ବି ହୋଇଯାଉ ସମ୍ବନ୍ଧକୁ ରକ୍ଷା କରିବାକୁ ହେବ । ପରମାତ୍ମା ପିତାଙ୍କ ସହିତ ପ୍ରୀତିର ରୀତିକୁ ସର୍ବଦା ପାଳନ କରି ସଫଳତାକୁ ପ୍ରାପ୍ତ କରିବାକୁ ହେବ । ସଫଳତା ତୁମର ଗଳାର ହାର ଏହା ସୁନିଶ୍ଚିତ । ତେଣୁ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହା ହିଁ ହେଉଛି ଦୃଢ ସଂକଳ୍ପ । ଯେବେକି ଜଣେ ହିଁ ତୁମ ବୁଦ୍ଧିରେ ଅଛନ୍ତି ତେଣୁ ତୁମ ପାଇଁ ଏକରସ ସ୍ଥିତିରେ ରହିବା ସ୍ୱତଃ ଏବଂ ସହଜ ଅଟେ । ସର୍ବସମ୍ବନ୍ଧର ଅବିନାଶୀ ତାର ଯୋଡି ଦେଇଛ ନା । ଯଦି ଗୋଟିଏ ବି ସମ୍ବନ୍ଧ କମ ଥିବ ତେବେ ହଲଚଲ୍ ହେବ ସେଥିପାଇଁ ସର୍ବ ସମ୍ବନ୍ଧର ଡୋର ବାନ୍ଧି ଦେଇଛ । ସମ୍ପର୍କ ଯୋଡି ଦେଇଛ ଏବଂ ସଂକଳ୍ପ ମଧ୍ୟ କରିଛ । ତେବେ ସର୍ବ ସମ୍ବନ୍ଧ ଯୋଡିଛ ନା କେବଳ ମୁଖ୍ୟ ତିନିଟି ସମ୍ବନ୍ଧ ଯୋଡିଛ ? ଯଦି ସର୍ବ ସମ୍ବନ୍ଧ ଅଛି ତେବେ ସର୍ବପ୍ରାପ୍ତି ମଧ୍ୟ ଅଛି । ଯଦି ସର୍ବ ସମ୍ବନ୍ଧ ନାହିଁ ତେବେ କୌଣସି ନା କୌଣସି ପ୍ରାପ୍ତିର କମୀ ନିଶ୍ଚିତ ରହିବ । ଏବେ ତ ସମସ୍ତଙ୍କର ସମାରୋହ ହେଲା ନା । ଦୃଢ ସଂକଳ୍ପ କରିବା ଦ୍ୱାରା ଆଗକୁ ପୁରୁଷାର୍ଥ କରିବା ପାଇଁ ମଧ୍ୟ ବିଶେଷ ରୂପରେ ଲିଫ୍ଟ ମିଳିଯାଏ । ଏହି ବିଧି ମଧ୍ୟ ବିଶେଷ ଭାବରେ ଉମଙ୍ଗ-ଉତ୍ସାହକୁ ବଢାଇ ଦେଇଥାଏ । ବାପଦାଦା ମଧ୍ୟ ସବୁ ପିଲାଙ୍କୁ ଦୃଢ ସଂକଳ୍ପ କରିବାର ସମାରୋହର ଅଭିନନ୍ଦନ ଦେଉଛନ୍ତି ଏବଂ ସଦା ଅବିନାଶୀ ଭବ, ଅମରଭବର ବରଦାନ ମଧ୍ୟ ଦେଉଛନ୍ତି ।

ଆଜି ଏସିଆ ମହାଦେଶର ଗ୍ରୃପ ବସିଛନ୍ତି । ଏସିଆର ବିଶେଷତା କଣ ? ବିଦେଶ ସେବାର ପ୍ରଥମ ଗ୍ରୃପ ଜାପାନକୁ ଯାଇଥିଲା, ଏହା ବିଶେଷତା ହେଲା ନା । ସାକାର ବାବାଙ୍କର ପ୍ରେରଣା ଅନୁସାରେ ବିଶେଷ ଭାବରେ ବିଦେଶ ସେବାର ନିମନ୍ତ୍ରଣ ଏବଂ ସେବାର ଶୁଭାରମ୍ଭ ଜାପାନରୁ ହୋଇଥିଲା । ତେଣୁ ଏସିଆର ନମ୍ବର ସ୍ଥାପନା କାର୍ଯ୍ୟରେ ଆଗରେ ରହିଲା ନା । ପ୍ରଥମ ବିଦେଶର ନିମନ୍ତ୍ରଣ ଜାପାନରୁ ଅର୍ଥାତ୍ ଏସିଆରୁ ଆସିଥିଲା । ଅନ୍ୟ ଧର୍ମର ଆତ୍ମା ନିମନ୍ତ୍ରଣ ଦେଇ ଡାକିବେ - ଏହା ଏସିଆରୁ ଆରମ୍ଭ ହୋଇଥିଲା । ତେଣୁ ଏସିଆ କେତେ ଭାଗ୍ୟଶାଳୀ ଏବଂ ଏସିଆର ଦ୍ୱିତୀୟ ବିଶେଷତା ହେଲା - ଏସିଆ ଭାରତର ସବୁଠାରୁ ନିକଟତମ ମହାଦେଶ । ଯିଏ ନିକଟତମ ହୋଇଥାଏ ତାକୁ ସିକିଲଧେ ବା ବହୁତ ଦିନ ପରେ ମିଳିଥିବା ଗେହ୍ଳା କୁହାଯାଏ । ତେଣୁ ଏସିଆରେ ଗେହ୍ଲା ପିଲାମାନେ ଲୁଚି ରହିଛନ୍ତି, ପ୍ରତ୍ୟେକ ସ୍ଥାନରେ କେତେ ଭଲ ଭଲ ରତ୍ନମାନେ ବାହାରିଛନ୍ତି । ସଂଖ୍ୟାରେ ଯଦିଓ କମ୍ ଅଛନ୍ତି କିନ୍ତୁ ବିଶେଷ ଆତ୍ମାମାନେ ଅଛନ୍ତି । ମେହନତର ଫଳ ମଧ୍ୟ ଭଲ ମିଳିଛି । ଏହିଭଳି ବର୍ତ୍ତମାନ ଧୀରେ ଧୀରେ ସଂଖ୍ୟା ବଢିବାକୁ ଲାଗିଛି । ସମସ୍ତେ ସ୍ନେହୀ ଅଟନ୍ତି, ଗେହ୍ଳା ମଧ୍ୟ ଅଟନ୍ତି । ପ୍ରତ୍ୟେକ ପରସ୍ପରଠାରୁ ଅଧିକ ସ୍ନେହୀ । ଏହା ହିଁ ହେଉଛି ବ୍ରାହ୍ମଣ ପରିବାରର ବିଶେଷତା । ପ୍ରତ୍ୟେକ ଆତ୍ମା ଏହିଭଳି ଅନୁଭବ କରୁଛନ୍ତି ଯେ ମୋର ହିଁ ବାବାଙ୍କ ପ୍ରତି ସବୁଠାରୁ ଅଧିକ ସ୍ନେହ ରହିଛି ଏବଂ ବାବାଙ୍କର ମଧ୍ୟ ସବୁଠାରୁ ଅଧିକ ସ୍ନେହ ମୋ ପ୍ରତି ରହିଛି । ମୋତେ ହିଁ ବାପଦାଦା ଆଗକୁ ବଢାଉଛନ୍ତି ସେଥିପାଇଁ ଭକ୍ତିମାର୍ଗବାଲା ମଧ୍ୟ ଗୋଟିଏ ବହୁତ ଭଲ ଅର୍ଥ ସହିତ ଚିତ୍ର ତିଆରି କରିଛନ୍ତି । ପ୍ରତ୍ୟେକ ଗୋପୀ ସହିତ ଗୋପୀ ବଲ୍ଲଭ ଅଛନ୍ତି । କେବଳ ଏକା ରାଧା ସହିତ ନୁହେଁ କି କେବଳ ଅଷ୍ଟ ପାଟବଂଶୀଙ୍କ ସହିତ ନୁହେଁ । ପ୍ରତ୍ୟେକ ଗୋପୀ ସାଥୀରେ ଗୋପୀ ବଲ୍ଲଭଙ୍କୁ ଦେଖାଇଛନ୍ତି । ଯେପରି ତୁମେମାନେ ଯେତେବେଳେ ଦିଲ୍ବାଡା ମନ୍ଦିରକୁ ଯାଉଛ ସେତେବେଳେ ନୋଟ୍ କରୁଛ ନା - ଏହା ମୋର ଚିତ୍ର ଅଥବା ମୋର କୋଠୀ । ସେହିପରି ଏହି ରାସ ମଣ୍ଡଳୀରେ ମଧ୍ୟ ତୁମ ସମସ୍ତଙ୍କର ଚିତ୍ର ଅଛି ? ଏହାକୁ ହିଁ କୁହାଯାଏ ମହାରାସ । ଏହି ମହାରାସର ବହୁତ ବଡ ଗାୟନ ରହିଛି । ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଅଧିକରୁ ଅଧିକ ସ୍ନେହ ରହିଛି । ବାପଦାଦା ପ୍ରତ୍ୟେକ ସନ୍ତାନର ଶ୍ରେଷ୍ଠ ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । କିପରି ବି ହୋଇଥାଉ କିନ୍ତୁ ସେ ତ କୋଟିକ ଭିତରେ ଗୋଟିଏ ଅଟେ ନା । ପଦ୍ମାପଦ୍ମ ଭାଗ୍ୟବାନ ଅଟେ, ନା ଦୁନିଆ ହିସାବରେ ଦେଖିଲେ କେତେ କୋଟି ଆତ୍ମାଙ୍କ ଭିତରେ ତୁମେ ମାତ୍ର କେତେ ଜଣ ବାବାଙ୍କର ହୋଇଛ । ଜାପାନ ତ କେତେ ବଡ କିନ୍ତୁ ବାବାଙ୍କର ସନ୍ତାନ କେତେ ଜଣ ଅଛନ୍ତି! ତେଣୁ କୋଟିକ ଭିତରେ କେହି ହେଲ ନା । ବାପଦାଦା ପ୍ରତ୍ୟେକ ସନ୍ତାନର ବିଶେଷତାକୁ ଏବଂ ଭାଗ୍ୟକୁ ଦେଖୁଛନ୍ତି । କୋଟିକ ଭିତରେ ଗୋଟିଏ ହୋଇଥିବା କାରଣରୁ ଗେହ୍ଲା ଅଟନ୍ତି । ବାବାଙ୍କ ପାଇଁ ସମସ୍ତେ ବିଶେଷ ଆତ୍ମା ମଧ୍ୟ ଅଟନ୍ତି । ବାପଦାଦା କାହାକୁ ସାଧାରଣ କାହାକୁ ବିଶେଷ ଆତ୍ମା ରୂପରେ ଦେଖୁ ନାହାଁନ୍ତି । ସମସ୍ତେ ବିଶେଷ ଆତ୍ମା । ଏପଟ ଦେଶମାନଙ୍କରେ ତ ଆହୁରି ଅଧିକ ବୃଦ୍ଧି ହେବ କାରଣ ଏହି ତରଫରେ ସବୁ ଅଞ୍ଚଳରେ ବିଶେଷ ଭାବରେ ଡବଲ ସେବା ହେବ । ଗୋଟିଏ ହେଲା ଅନେକ ପ୍ରକାରର ଧର୍ମର ଲୋକମାନେ ଅଛନ୍ତି, ଦ୍ୱିତୀୟରେ ଏହି ତରଫରେ ସିନ୍ଧିରୁ ଜ୍ଞାନ ପାଇଥିବା ଆତ୍ମା ମଧ୍ୟ ବହୁତ ଅଛନ୍ତି । ସେମାନଙ୍କର ମଧ୍ୟ ଭଲ ସେବା କରିପାରିବ । ଯଦି ସେମାନଙ୍କୁ ପାଖକୁ ଆଣିପାରିଲ ତେବେ ସେମାନଙ୍କ ସହଯୋଗରେ ଅନ୍ୟ ଧର୍ମର ଲୋକମାନଙ୍କ ନିକଟରେ ମଧ୍ୟ ସହଜରେ ପହଞ୍ଚିପାରିବ । ଏହିଭଳି ଡବଲ ସେବା ଦ୍ୱାରା ଡବଲ ବୃଦ୍ଧି କରିପାରିବ । ସିନ୍ଧିଲୋକମାନଙ୍କ ଭିତରେ କୌଣସି ନା କୌଣସି ପ୍ରକାରରେ ଓଲଟା ରୂପରେ ହେଉ ବା ଠିକ୍ ରୂପରେ ହେଉ ଜ୍ଞାନର ବୀଜ ପଡିଯାଇଛି । ସଂସ୍ଥା ସହିତ ପରିଚିତ ଥିବା କାରଣରୁ ସେମାନେ ସହଜରେ ସମ୍ବନ୍ଧରେ ଆସିପାରିବେ । ସେମାନଙ୍କର ବହୁତ ସେବା କରିପାରିବ କାହିଁକି ନା ସବୁ ପ୍ରକାରର ଧର୍ମର ଆତ୍ମାମାନଙ୍କର ପରିବାର ଅର୍ଥାତ୍ ସମାବେଶ ରହିଛି ଏବଂ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ସବୁ ଧର୍ମ ଭିତରେ ଖେଳେଇ ହୋଇ ରହିଛନ୍ତି । ଏଭଳି କୌଣସି ଧର୍ମ ନାହିଁ ଯେଉଁଠି ବ୍ରାହ୍ମଣ ଆତ୍ମା ପହଞ୍ଚିନଥିବେ । ଏବେ ତ ସବୁ ଧର୍ମରୁ ଧୀରେ ଧୀରେ ବାହାରୁଛନ୍ତି ଏବଂ ଯେଉଁମାନେ ବ୍ରାହ୍ମଣ ପରିବାରର ସଦସ୍ୟ ଅଟନ୍ତି ସେମାନଙ୍କଠାରୁ ଆପଣାର ପଣିଆର ଅନୁଭବ ହେଉଛି । ଯେପରି କୌଣସି ହିସାବ କିତାବ ଥିବା କାରଣରୁ ଅନ୍ୟ ଧର୍ମକୁ ଚାଲିଯାଇଥିଲେ ଏବଂ ପୁନର୍ବାର ନିଜର ପରିବାରରେ ଆସି ପହଞ୍ଚିଗଲେ । କେଉଁଠୁ କେଉଁଠୁ ଆସି ପହଞ୍ଚି ଯାଉଛନ୍ତି ଏବଂ ସେବା ଦ୍ୱାରା ନିଜର ଭାଗ୍ୟ ପ୍ରାପ୍ତ କରିବାର ନିମିତ୍ତ ହୋଇଯାଉଛନ୍ତି । ଏହା କିଛି କମ୍ ଭାଗ୍ୟ ନୁହେଁ । ବହୁତ ଶ୍ରେଷ୍ଠ ଭାଗ୍ୟ । ବଡରୁ ବଡ ପୁଣ୍ୟ ଆତ୍ମା ହୋଇ ଯାଉଛନ୍ତି । ମହାଦାନୀ, ମହାନ ପୁଣ୍ୟ ଆତ୍ମାଙ୍କ ତାଲିକାରେ ଆସିଯାଉଛନ୍ତି । ତେବେ ସେବାର ନିମିତ୍ତ ହେବା ମଧ୍ୟ ଏକ ବିଶେଷ ଗିଫ୍ଟ ଅର୍ଥାତ୍ ଉପହାର ଏବଂ ଡବଲ ବିଦେଶୀ ପିଲାମାନଙ୍କୁ ହିଁ ଏହି ଗିଫ୍ଟ ମିଳୁଛି । ଟିକିଏ ବି ଅନୁଭବ କରିବା ମାତ୍ରକେ ସେଣ୍ଟର ସ୍ଥାପନ କରିବାର ନିମିତ୍ତ ହୋଇଯାଉଛନ୍ତି । ତେବେ ଏହା ମଧ୍ୟ ଶେଷରେ ଆସି ତୀବ୍ର ପୁରୁଷାର୍ଥୀ ହେବାର ଏକ ବିଶେଷ ଗିଫ୍ଟ ମିଳିଛି । ସେବା କରିବା ଦ୍ୱାରା ଅଧିକାଂଶ ଆତ୍ମାଙ୍କ ମନ ଭିତରେ ଏହି ସ୍ମୃତି ରହିଥାଏ ଯେ ମୁଁ ଯଦି ନିମିତ୍ତ ହୋଇ କରିବି ବା ଚାଲିବି ତେବେ ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ । ତେବେ ଏହା ଯେପରି ନିଜ ଉପରେ ଡବଲ ଗୁରୁତ୍ୱ ଦେବା ହୋଇଯାଉଛି ଏବଂ ଡବଲ ଗୁରୁତ୍ୱ ଦେବା କାରଣରୁ ତାହା ଡବଲ ଲିଫ୍ଟର କାମ କରୁଛି । ଏବେ ବୁଝିଲ - ଡବଲ ବିଦେଶୀମାନଙ୍କୁ ଡବଲ ଲିଫ୍ଟ କିପରି ମିଳିଛି! ଏବେ ତ ସବୁ ଆଡେ ଧରଣୀ ବହୁତ ଭଲ ହୋଇଗଲାଣି । ହଳ ହେବା ପରେ ଧରଣୀ ଠିକ୍ ହୋଇଯାଏ ଏବଂ ଫଳ ମଧ୍ୟ ସହଜରେ ଏବଂ ଭଲ ଭାବରେ ଫଳିଥାଏ । ଆଚ୍ଛା - ଏସିଆର ବଡ ମାଇକ୍ର ଶବ୍ଦ ଭାରତରେ ଶୀଘ୍ର ପହଞ୍ଚିବ ତେଣୁ ସେହିଭଳି ମାଇକ୍ ଅର୍ଥାତ୍ ବିଶେଷ ଭି.ଆଇ.ପି.ଙ୍କୁ ବାହାର କର । ଆଚ୍ଛା!

ବଡ ବଡ ଦାଦୀମାନଙ୍କ ସହିତ:- ତୁମମାନଙ୍କର କଣ ବା ମହିମା କରାଯିବ! ଯେପରି ଈଶ୍ୱରଙ୍କ ପାଇଁ କହୁଛନ୍ତି ନା - ସାଗରକୁ ଯଦି ସାହି ଅର୍ଥାତ୍ କାଳୀ କରିବ, ଧରଣୀକୁ କାଗଜ କରିବ....... ସେହିଭଳି ତୁମେ ସବୁ ଦାଦୀମାନଙ୍କର ମହିମା ମଧ୍ୟ ମହାନ । ଯଦି ମହିମା ବଖାଣିବା ଆରମ୍ଭ କରାଯିବ ତେବେ ସାରା ରାତି, ସାରା ଦିନ ଏହିଭଳି ଗୋଟିଏ ସପ୍ତାହର କୋର୍ସ ହୋଇଯିବ । ବହୁତ ଭଲ, ସମସ୍ତଙ୍କର ସଂସ୍କାର ମିଳନର ରାସ ମଧ୍ୟ ବହୁତ ଭଲ । ସମସ୍ତଙ୍କର ରାଶି ମିଶୁଛି ଏବଂ ସମସ୍ତେ ରାସ ମଧ୍ୟ ଭଲ କରୁଛନ୍ତି । ହାତରେ ହାତ ମିଶାଇବା ଅର୍ଥାତ୍ ବିଚାର ମିଶାଇବା, ଏହା ହିଁ ହେଉଛି ରାସ କରିବା । ତେବେ ବାପଦାଦା ମଧ୍ୟ ଦାଦୀମାନଙ୍କର ଏହି ରାସ ଦେଖୁଛନ୍ତି । ଅଷ୍ଟରତ୍ନଙ୍କର ଏହି ରାସ ହିଁ ବିଶେଷ ଅଟେ ।

ତୁମେ ଦାଦୀମାନେ ହିଁ ପରିବାରର ବିଶେଷ ଶୃଙ୍ଗାର ଅଟ । ଯଦି ଶୃଙ୍ଗାର ନାହିଁ ତେବେ ଶୋଭା ମଧ୍ୟ ନାହିଁ । ତେଣୁ ସମସ୍ତେ ତୁମମାନଙ୍କୁ ସେହିଭଳି ସ୍ନେହଭରା ଦୃଷ୍ଟିରେ ଦେଖୁଛନ୍ତି ।

ବୃଜଇନ୍ଦ୍ରା ଦାଦୀଙ୍କ ସହିତ:- ପିଲାଦିନରୁ ଲୌକିକରେ, ଅଲୌକିକରେ ଶୃଙ୍ଗାର କରି କରି ଆସିଛ ତେଣୁ ଶୃଙ୍ଗାର କରି କରି ଶେଷରେ ଈଶ୍ୱରୀୟ ପରିବାରର ଶୃଙ୍ଗାର ହୋଇଗଲ । ଏଇଆ ନା! ବାପଦାଦା ମହାବୀର ମହାରଥୀ ପିଲାମାନଙ୍କୁ ସବୁବେଳେ କେବଳ ମନେ ପକାଉ ନାହାଁନ୍ତି କିନ୍ତୁ ସେମାନଙ୍କ ସ୍ମୃତିରେ ଯେମିତି କି ବୁଡି ରହିଛନ୍ତି । ତେଣୁ ଯିଏ ସର୍ବଦା ସ୍ମୃତିରେ ସମାହିତ ଥାନ୍ତି ତାଙ୍କୁ ମନେ ପକାଇବାର ମଧ୍ୟ ଆବଶ୍ୟକତା ନଥାଏ । ବାପଦାଦା ସଦା ସର୍ବଦା ପ୍ରତ୍ୟେକ ବିଶେଷ ରତ୍ନମାନଙ୍କୁ ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ କରୁଛନ୍ତି । ତେଣୁ ତୁମେମାନେ ବିଶ୍ୱ ସମ୍ମୁଖରେ ପ୍ରତ୍ୟକ୍ଷ ହେଉଥିବା ବିଶେଷ ରତ୍ନ ଅଟ । ତୁମକୁ ଦେଖି ସମସ୍ତେ ଖୁସି ହେଉଛନ୍ତି ତେଣୁ ଏହା ମଧ୍ୟ ତୁମମାନଙ୍କୁ ଅତିରିକ୍ତ ସହଯୋଗ ରୂପରେ ପ୍ରାପ୍ତ ହେଉଛି । ତୁମମାନଙ୍କ ଖୁସିକୁ ଦେଖି ସମସ୍ତଙ୍କୁ ଖୁସି ରୂପକ ଭୋଜନ ମିଳିଯାଉଛି । ସେଥିପାଇଁ ତୁମମାନଙ୍କର ଆୟୁଷ ମଧ୍ୟ ବଢିଯାଉଛି କାହିଁକି ନା ସମସ୍ତଙ୍କର ସ୍ନେହର ଆଶୀର୍ବାଦ ମିଳିବାରେ ଲାଗିଛି । ଏବେ ତ ବହୁତ କାର୍ଯ୍ୟ କରିବାର ଅଛି, ସେଥିପାଇଁ ତ ତୁମେମାନେ ପରିବାରର ଶୋଭା । ସମସ୍ତେ କେତେ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯେପରି କାହାର ଯଦି ମୁଣ୍ଡରୁ ପଗଡି ବାହାରିଯିବ ତେବେ କିପରି ଦେଖାଯିବ । ପଗଡି ପିନ୍ଧୁଥିବା ବ୍ୟକ୍ତି ଯଦି ପଗଡି ନ ପିନ୍ଧିବ ବା ନ ବାନ୍ଧିବ ତେବେ କିପରି ଦେଖାଯିବ । ତେଣୁ ତୁମେମାନେ ମଧ୍ୟ ପରିବାର ମୁଣ୍ଡର ପଗଡି ସଦୃଶ ଅଟ ।

ନିର୍ମଳାଶାନ୍ତା ଦାଦୀଙ୍କ ସହିତ:- ନିଜର ସ୍ମାରକୀକୁ ସବୁବେଳେ ମଧୁବନରେ ଦେଖିବାକୁ ପାଉଛ । ତେବେ ମନେ ପକାଇବା ପାଇଁ ହିଁ ସ୍ମାରକୀ ଗୁଡିକୁ ନିର୍ମାଣ କରାଯାଇଥାଏ, କିନ୍ତୁ ତୁମର ଯୋଗ ହିଁ ତୁମପାଇଁ ସ୍ମାରକୀ ନିର୍ମାଣ କରିଦେଉଛି । ଚାଲିବା ବୁଲିବା ସମୟରେ ପରିବାରର ସମସ୍ତଙ୍କୁ ନିମିତ୍ତ ହୋଇଥିବା ଆଧାର ମୂରତ ଆତ୍ମାମାନେ ମନେ ପଡିଥାନ୍ତି । ତେଣୁ ତୁମେ ଆଧାର ମୂରତ ଅଟ । ସ୍ଥାପନା କାର୍ଯ୍ୟର ଆଧାର ମୂରତ ଆତ୍ମାମାନେ ମଜବୁତ ହୋଇଥିବା କାରଣରୁ ଏହିଭଳି ବୃଦ୍ଧିର ବା ଉନ୍ନତିର ଭବନ କେତେ ମଜବୁତ ହୋଇ ଛିଡା ହୋଇଛି । ଏହାର କାରଣ କଣ ? କାରଣ ହେଲା ଆଧାର ଅର୍ଥାତ୍ ମୂଳଦୁଆ ମଜବୁତ ଅଛି । ଆଚ୍ଛା!

ଡବଲ ଲାଇଟ୍ ହୁଅ (ଅବ୍ୟକ୍ତ ମୁରଲୀ ଗୁଡିକରୁ ସଂଗୃହୀତ ବହୁମୂଲ୍ୟ ରତ୍ନ)
ଡବଲ ଲାଇଟ୍ ଅର୍ଥାତ୍ ଆତ୍ମିକ ସ୍ୱରୂପରେ ସ୍ଥିତ ହେବା ଦ୍ୱାରା ହାଲୁକା ପଣିଆର ଅନୁଭବ ସ୍ୱତଃ ହୋଇଥାଏ । ସେହିଭଳି ଡବଲ ଲାଇଟ୍ ଆତ୍ମାଙ୍କୁ ହିଁ ଫରିସ୍ତା କୁହାଯାଏ ଏବଂ ଫରିସ୍ତା କେବେହେଲେ କୌଣସି ପ୍ରକାରର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । ଏହି ପୁରୁଣା ଦୁନିଆର ବା ପୁରୁଣା ଦେହର ଆକର୍ଷଣରେ ଆସନ୍ତି ନାହିଁ କାରଣ ସେମାନେ ଡବଲ ଲାଇଟ୍ ଅଟନ୍ତି ।

ଡବଲ ଲାଇଟ୍ ଅର୍ଥାତ୍ ସର୍ବଦା ଉଡିବାର କଳାକୁ ଅନୁଭବ କରୁଥିବା ଆତ୍ମା କାହିଁକି ନା ଯିଏ ହାଲୁକା ହୋଇଥାଏ ସିଏ ସର୍ବଦା ଉଚ୍ଚରେ ଉଡୁଥାଏ, ଭାରୀ ବସ୍ତୁ ତଳକୁ ଯାଇଥାଏ । ତେବେ ଡବଲ ଲାଇଟ୍ ଆତ୍ମା ଅର୍ଥାତ୍ କୌଣସି ପ୍ରକାରର ବୋଝ ନଥିବ କାରଣ କୌଣସି ପ୍ରକାରର ବୋଝ ରହିଲେ ତାହା ଉଚ୍ଚରେ ଉଡିବାକୁ ଦେବ ନାହିଁ । ଡବଲ ଦାୟିତ୍ୱ ବହନ କରିଥିଲେ ମଧ୍ୟ ଡବଲ ଲାଇଟ୍ ସ୍ଥିତିରେ ରହିବା ଦ୍ୱାରା ଲୌକିକ ଦାୟିତ୍ୱ ଗୁଡିକ କେବେହେଲେ କ୍ଳାନ୍ତିର ଅନୁଭବ କରାଇ ପାରିବ ନାହିଁ କାହିଁକି ନା ତୁମେ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟ । ଟ୍ରଷ୍ଟୀ କାହିଁକି ଥକିବ! ଯଦି ମୋର ଗୃହସ୍ଥୀ, ମୋର ପ୍ରବୃତ୍ତି ମନେ କରିବ ତେବେ ବୋଝ ଭଳି ଅନୁଭବ ହେବ । ଯଦି କିଛି ବି ମୋର ନୁହେଁ ତେବେ ବୋଝ ପୁଣି କେଉଁ କଥାର । ବିଲ୍କୁଲ୍ ନ୍ୟାରା ଏବଂ ପ୍ୟାରା । ବାଳକ ତଥା ମାଲିକ ।

ଯଦି ନିଜକୁ ସର୍ବଦା ବାବାଙ୍କୁ ଅର୍ପଣ କରି ଚାଲିବ ତେବେ ସର୍ବଦା ହାଲୁକା ରହିବ । ନିଜର ସବୁ ଦାୟିତ୍ୱ ବାବାଙ୍କୁ ଦେଇ ଦିଅ ଅର୍ଥାତ୍ ନିଜର ବୋଝକୁ ବାବାଙ୍କୁ ଦେଇ ଦିଅ ତାହାହେଲେ ତୁମେ ହାଲୁକା ହୋଇଯିବ । ତେଣୁ ବୁଦ୍ଧି ଦ୍ୱାରା ସରେଣ୍ଡର ହୋଇଯାଅ ଅର୍ଥାତ୍ ସମର୍ପଣ ହୋଇଯାଅ । ଯଦି ବୁଦ୍ଧିରେ ସରେଣ୍ଡର ହୋଇଯିବ ତେବେ ଅନ୍ୟ କୌଣସି କଥା ବୁଦ୍ଧିକୁ ଆସିବ ନାହିଁ । ବାସ୍, ସବୁ କିଛି ବାବାଙ୍କର ଅଟେ ଏବଂ ସବୁ କିଛି ବାବାଙ୍କ ଭିତରେ ହିଁ ରହିଛି ତେବେ ଆଉ କିଛି ବାକି ରହିବ ନାହିଁ । ଡବଲ ଲାଇଟ୍ ଅର୍ଥାତ୍ ସଂସ୍କାର ବା ସ୍ୱଭାବର ମଧ୍ୟ ବୋଝ ନାହିଁ - ଏହାକୁ ହିଁ କୁହାଯାଏ ହାଲୁକା । ଯିଏ ଯେତେ ହାଲୁକା ହୋଇଥିବ ସିଏ ସେତିକି ସହଜରେ ଉଡିବାର କଳାକୁ ଅନୁଭବ କରିପାରିବ । ଯଦି ଯୋଗ କରିବାରେ ଟିକିଏ ବି ମେହନତ କରିବାକୁ ପଡୁଛି ତେବେ ନିଶ୍ଚିତ କୌଣସି ନା କୌଣସି ବୋଝ ଅଛି, ତେଣୁ ବାବା-ବାବା ଶବ୍ଦର ଆଧାର ନେଇ ଉଡିଚାଲ ।

ସର୍ବଦା ଏହି ଲକ୍ଷ୍ୟ ମନେ ରହୁ ଯେ ମୋତେ ବାବାଙ୍କ ସମାନ ହେବାକୁ ପଡିବ, ବାବା ଯେପରି ଲାଇଟ୍ ଅର୍ଥାତ୍ ଜ୍ୟୋତି ସ୍ୱରୂପ ଅଟନ୍ତି ସେହିପରି ଡବଲ ଲାଇଟ୍ ହେବାକୁ ପଡିବ । କିନ୍ତୁ ଯେତେବେଳେ ଅନ୍ୟମାନଙ୍କୁ ଦେଖୁଛ ସେତେବେଳେ ଦୁର୍ବଳ ହୋଇଯାଉଛ ତେଣୁ ସର୍ବଦା ପିତାଙ୍କୁ ଦେଖ ଏବଂ ପିତାଙ୍କୁ ଅନୁକରଣ କର । ଉଡିବାର କଳାକୁ ଅନୁଭବ କରିବାର ଶ୍ରେଷ୍ଠ ଆଧାର କେବଳ ଗୋଟିଏ ଶବ୍ଦ -ସବୁ କିଛି ତୋର । ମୋର ଶବ୍ଦକୁ ପରିବର୍ତ୍ତନ କରି ତୋର କରିଦିଅ । ମୁଁ ତୋର ବୋଲି ଭାବିଲେ ଆତ୍ମା ଲାଇଟ୍ ଅର୍ଥାତ୍ ଜ୍ୟୋତି ସ୍ୱରୂପର ଅନୁଭବ କରିବ ଏବଂ ଲାଇଟ୍ ଅର୍ଥାତ୍ ନିଶ୍ଚିନ୍ତ ସ୍ଥିତିର ଅନୁଭବ ମଧ୍ୟ କରିବ । ଯେପରି ଆରମ୍ଭ ସମୟରେ ଅନୁଭବ କରୁଥିଲ - ଚାଲିବା ବୁଲିବା ସମୟରେ ମଧ୍ୟ ଅନ୍ୟମାନେ ଏଭଳି ଅନୁଭବ କରୁଥିଲେ ଯେମିତି କୌଣସି ଲାଇଟ୍ ଯାଉଛି । ସେମାନଙ୍କୁ ଶରୀର ଦେଖାଯାଉନଥିଲା, ଏହି ଅଭ୍ୟାସ ଦ୍ୱାରା ହିଁ ସବୁ ପ୍ରକାରର ପରୀକ୍ଷାରେ ପାସ୍ ହୋଇଗଲ । ତେଣୁ ବର୍ତ୍ତମାନ ଯେବେକି ବହୁତ ଖରାପ ସମୟ ଆସିବାକୁ ଯାଉଛି ତେଣୁ ଡବଲ ଲାଇଟ୍ ସ୍ଥିତିରେ ରହିବାର ଅଭ୍ୟାସକୁ ବଢାଅ । ଅନ୍ୟମାନଙ୍କୁ ସର୍ବଦା ତୁମର ଲାଇଟ୍ ରୂପ ଦେଖାଯାଉ - ଏହା ହିଁ ସୁରକ୍ଷାର ଆଧାର । ଭିତରକୁ ଆସିବା ମାତ୍ରକେ ଲାଇଟ୍ର ଦୁର୍ଗକୁ ଦେଖିବେ ଅର୍ଥାତ୍ ଅନୁଭବ କରିବେ ।

ଯେମିତି ଲାଇଟ୍ର ସଂଯୋଗ ଦ୍ୱାରା ବଡ ବଡ ମେସିନ୍ ଗୁଡିକ ଚାଲୁଛି, ସେହିଭଳି ତୁମେମାନେ ମଧ୍ୟ ସବୁ ପ୍ରକାରର କର୍ମ କରିବା ସମୟରେ ବାବାଙ୍କ ସହିତ କନେକ୍ସନ୍ ଅର୍ଥାତ୍ ବୁଦ୍ଧିର ସଂଯୋଗ ଆଧାରରେ ଡବଲ ଲାଇଟ୍ ହୋଇ ଚାଲୁଥାଅ । ଯେଉଁଠାରେ ଡବଲ ଲାଇଟ୍ ସ୍ଥିତି ରହିଛି ସେଠାରେ ମେହନତ ଏବଂ ମୁଶକିଲ୍ ଶବ୍ଦ ସମାପ୍ତ ହୋଇଯାଏ । ମୋର ପଣିଆକୁ ସମାପ୍ତ କରି ଯଦି ଟ୍ରଷ୍ଟୀ ପଣିଆର ଭାବ ଏବଂ ଈଶ୍ୱରୀୟ ସେବାର ଭାବନା ରହିବ ତେବେ ଡବଲ ଲାଇଟ୍ ହୋଇଯିବ । କେହି ଯଦି ତୁମମାନଙ୍କ ନିକଟ ସମ୍ପର୍କରେ ଆସିବ ତେବେ ଅନୁଭବ କରିବ ଯେ ଇଏ ଅଲୌକିକ ଅଟନ୍ତି ବା ଈଶ୍ୱରୀୟ ଆତ୍ମା ଅଟନ୍ତି । ସେମାନଙ୍କୁ ତୁମର ଫରିସ୍ତା ରୂପ ହିଁ ଦେଖାଯିବ ଏବଂ ଫରିସ୍ତାମାନେ ସର୍ବଦା ଉପରେ ଥାନ୍ତି । ଫରିସ୍ତାମାନଙ୍କୁ ଅର୍ଥାତ୍ ପରୀମାନଙ୍କୁ ଯଦି ଚିତ୍ର ରୂପରେ ମଧ୍ୟ ଦେଖାଇବେ ତେବେ ଡେଣାଥିବାର ହିଁ ଦେଖାଇବେ କାରଣ ସେମାନେ ଉଡନ୍ତା ପକ୍ଷୀ ଅଟନ୍ତି |

ତେବେ ସର୍ବଦା ଖୁସି ମନରେ ଝୁଲୁଥିବା ସମସ୍ତଙ୍କର ବିଘ୍ନ ହର୍ତ୍ତା ବା ସମସ୍ତଙ୍କର ଅସୁବିଧାକୁ ସହଜ କରୁଥିବା ଆତ୍ମା ସେତେବେଳେ ହୋଇପାରିବ ଯେତେବେଳେ ତୁମର ସଂକଳ୍ପରେ ଦୃଢତା ରହିବ ଏବଂ ଡବଲ ଲାଇଟ୍ ସ୍ଥିତିରେ ରହିବ । ମୋର କିଛି ବି ନୁହେଁ ସବୁ କିଛି ବାବାଙ୍କର । ଯେତେବେଳେ ନିଜ ଉପରେ ବୋଝ ରଖିଦେଉଛ ସେତେବେଳେ ହିଁ ସବୁ ପ୍ରକାରର ବିଘ୍ନ ଆସୁଛି । ଯଦି ମୋର କିଛି ନୁହେଁ ତେବେ ନିର୍ବିଘ୍ନ । ତେଣୁ ସର୍ବଦା ନିଜକୁ ଡବଲ ଲାଇଟ୍ ମନେ କରି ସେବା କରିଚାଲ । ସେବାରେ ଯେତେ ହାଲୁକା ରହିପାରିବ ସେତିକି ସହଜରେ ନିଜେ ମଧ୍ୟ ଉଡିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡାଇ ପାରିବ । ତେବେ ଡବଲ ଲାଇଟ୍ ହୋଇ ସେବା କରିବା, ଯୋଗଯୁକ୍ତ ହୋଇ ସେବା କରିବା - ଏହା ହିଁ ସଫଳତାର ଆଧାର ।

ତେବେ ନିଜର ଦାୟିତ୍ୱ ଗୁଡିକୁ ପାଳନ କରିବା ମଧ୍ୟ ଆବଶ୍ୟକ କିନ୍ତୁ ଯେତେ ଦାୟିତ୍ୱ ସେତେ ଡବଲ ଲାଇଟ୍ ସ୍ଥିତି । ଦାୟିତ୍ୱ ଗୁଡିକୁ ପାଳନ କରୁଥିଲେ ମଧ୍ୟ ଦାୟିତ୍ୱର ବୋଝରୁ ନ୍ୟାରା ଅର୍ଥାତ୍ ମୁକ୍ତ ରୁହ ତେବେ କୁହାଯିବ ବାବାଙ୍କର ପ୍ୟାରା ଅର୍ଥାତ୍ ସ୍ନେହୀ । କେବେ ବି ବିଚଳିତ ହୁଅ ନାହିଁ । କଣ କରିବି ବହୁତ ଦାୟିତ୍ୱ ରହିଛି । ଏକଥା କରିବି କି ନ କରିବି... ଏହା ତ ବଡ ମୁଶକିଲ୍ କାମ । ଏହିଭଳି ଅନୁଭବ କରିବା ହିଁ ବୋଝ । ଡବଲ ଲାଇଟ୍ ଅର୍ଥାତ୍ ଏହାଠାରୁ ମୁକ୍ତ । କୌଣସି ପ୍ରକାରର ଦାୟିତ୍ୱର ବା କର୍ମର ହଲଚଲ୍ର ବୋଝ ନଥିବ । ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହୁଥିବା ନିଶ୍ଚୟ ବୁଦ୍ଧି ଆତ୍ମା ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିବେ । ଉଡିବାର କଳାରେ ରହିବେ । ଉଡିବାର କଳା ଅର୍ଥାତ୍ ଉଚ୍ଚରୁ ଉଚ୍ଚ ସ୍ଥିତି । ସେମାନଙ୍କର ବୁଦ୍ଧିରୂପୀ ପାଦ ଧରଣୀ ଉପରେ ନଥିବ । ଧରଣୀ ଅର୍ଥାତ୍ ଦୈହିକ ସ୍ମତିଠାରୁ ଉର୍ଦ୍ଧ୍ୱରେ ରହୁଥିବ । ଯେଉଁମାନେ ଦୈହିକ ସ୍ମୃତିରୂପୀ ଧରଣୀ ଠାରୁ ଉର୍ଦ୍ଧ୍ୱରେ ରହିଥାନ୍ତି ସେହିମାନେ ହିଁ ସର୍ବଦା ଫରିସ୍ତା ଅଟନ୍ତି ।

ଏବେ ଡବଲ ଲାଇଟ୍ ହୋଇ ଦିବ୍ୟବୁଦ୍ଧି ରୂପୀ ବିମାନ ଦ୍ୱାରା ସବୁଠାରୁ ଉଚ୍ଚ ଶିଖର ସ୍ଥିତିରେ ସ୍ଥିତ ହୋଇ ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ଲାଇଟ୍ ଏବଂ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତି ରୂପୀ ଶୁଭଭାବନା ଏବଂ ଶ୍ରେଷ୍ଠ କାମନାର ସହଯୋଗର ତରଙ୍ଗ ଚତୁର୍ଦ୍ଦିଗରେ ବିଚ୍ଛୁରିତ କର ଏବଂ ସେହି ବିମାନରେ ବାପଦାଦାଙ୍କର ରିଫାଇନ୍ ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ରୂପୀ ସାଧନ ବା ବନ୍ଧନ ରହିଥାଉ ଯେଉଁଥିରେ ଟିକିଏ ବି ମନମତ ବା ପରମତର ମଇଳା ନଥିବ ।

ରଦାନ:-
ପ୍ରତିଟି ମୂହୁର୍ତ୍ତ ଏବଂ ପ୍ରତିଟି ସଂକଳ୍ପର ମହତ୍ୱକୁ ଜାଣି ପୂଣ୍ୟର ପୁଞ୍ଜି ଜମା କରୁଥିବା ପଦ୍ମାପଦ୍ମ ପତି ହୁଅ ।

ତୁମଭଳି ପୂଣ୍ୟ ଆତ୍ମାମାନଙ୍କର ସଂକଳ୍ପରେ ଏତେ ବିଶେଷ ଶକ୍ତି ରହିଛି ଯେଉଁ ଶକ୍ତି ଦ୍ୱାରା ତୁମେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବ । ଯେପରି ଆଜିକାଲି ଯନ୍ତ୍ରପାତି ସାହାଯ୍ୟରେ ମରୁଭୂମିକୁ ମଧ୍ୟ ହରାଭରା କରିଦେଉଛନ୍ତି, ପାହାଡ ଉପରେ ମଧ୍ୟ ଫୁଲ ଫୁଟାଇ ଦେଉଛନ୍ତି, ସେହିଭଳି ତୁମେମାନେ ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ନିରାଶାବାଦୀ ମନୁଷ୍ୟକୁ ଆଶାବାଦୀ କରିପାରିବ । କେବଳ ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ ସଂକଳ୍ପର ମୂଲ୍ୟକୁ ଜାଣି, ସଂକଳ୍ପ ଏବଂ ସେକେଣ୍ଡର ସଦ୍ବ୍ୟବହାର କରି ପୂଣ୍ୟର ପୁଞ୍ଜି ଜମା କର । ତୁମମାନଙ୍କର ସଂକଳ୍ପର ଶକ୍ତି ଏତେ ଶ୍ରେଷ୍ଠ ଅଟେ ଯାହାକି ଗୋଟିଏ ସଂକଳ୍ପ ମଧ୍ୟ କାହାକୁ ପଦ୍ମାପଦ୍ମପତି କରିଦେଇପାରିବ ।

ସ୍ଲୋଗାନ:-
ଯଦି ପ୍ରତ୍ୟେକ କର୍ମକୁ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ ତେବେ ମେହନତ ସମାପ୍ତ ହୋଇଯିବ ।


ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ତପସ୍ୱୀ ଭାଇ ଭଉଣୀମାନେ ସଂଧ୍ୟା ୬.୩୦ମି. ଠାରୁ ୭.୩୦ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ଭକ୍ତମାନଙ୍କର ଡାକରାକୁ ଶୁଣି ନିଜର ଇଷ୍ଟଦେବ, ଦୟାଳୁ, ଦାତାପଣିଆର ସ୍ୱରୂପରେ ସ୍ଥିତ ହୋଇ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିବାର ସେବା କରିବେ ।