19.10.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ତୁମକୁ ବର୍ତ୍ତମାନ ଅତି ସାଧାରଣ ଭାବରେ ରହିବାକୁ ହେବ, ଦାମିଦାମି ସୌକିନ ଡ୍ରେସ୍ ପିନ୍ଧିବା ଦ୍ୱାରା ମଧ୍ୟ ଦେହ ଅଭିମାନ ଆସିଥାଏ ।

ପ୍ରଶ୍ନ:-
ଭାଗ୍ୟରେ ଉଚ୍ଚ ପଦ ନଥିଲେ ପିଲାମାନେ କେଉଁ କଥାରେ ମାନ୍ଦା ପଡିଯାନ୍ତି ?

ଉତ୍ତର:-
ବାବା କହୁଛନ୍ତି ପିଲାମାନେ ନିଜକୁ ସୁଧାରିବା ପାଇଁ ଚାର୍ଟ ରଖ । ଯୋଗର ଚାର୍ଟ ରଖିଲେ ବହୁତ ଫାଇଦା ହୁଏ । ନୋଟ୍ବୁକ୍, ସର୍ବଦା ସାଥିରେ ରଖିଥାଅ । ଚେକ୍ କର ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଲି ? ମୋର ରେଜିଷ୍ଟର କିପରି ଅଟେ ? ଚରିତ୍ର ଦୈବୀ ଅଟେ ? କର୍ମ କରୁଥିବାବେଳେ ବାବାଙ୍କର ସ୍ମୃତି ରହୁଛି ? ଯୋଗ ଦ୍ୱାରା ହିଁ କଳଙ୍କି ଛାଡିବ ଏବଂ ଭାଗ୍ୟ ଉଚ୍ଚ ହେବ ।

ଗୀତ:-
ଭୋଳାନାଥ ସେ ନିରାଲା...

ଓମ୍ ଶାନ୍ତି ।
ମଧୁର ପିଲାମାନଙ୍କ ଘରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଶ୍ଚିତ ରହିବା ଦରକାର । ଲକ୍ଷ୍ମୀ-ନାରାୟଣ ଚିତ୍ରକୁ ଦେଖି ବହୁତ ଖୁସୀ ହେବା ଦରକାର କାହିଁକି ନା ଏହା ତୁମ ପାଠପଢାର ଲକ୍ଷ୍ୟ । ତୁମେ ଜାଣୁଛ ଯେ ଆମେ ଛାତ୍ର ଅଟୁ ଏବଂ ଈଶ୍ୱର ଆମକୁ ପଢାଉଛନ୍ତି । ଆମେ ଈଶ୍ୱରୀୟ ଛାତ୍ର କିମ୍ବା ବିଦ୍ୟାର୍ଥୀ ଅଟୁ, ଆମେ ଏହିପାଠ ପଢୁଛୁ । ସମସ୍ତଙ୍କ ପାଇଁ ଏହି ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି । ଲକ୍ଷ୍ମୀ-ନାରାୟଣଙ୍କୁ ଦେଖି ବହୁତ ଖୁସୀ ହେବା ଦରକାର । ଗୀତ ବି ପିଲାମାନେ ଶୁଣିଲେ । ବହୁତ ଭୋଳାନାଥ ଅଟନ୍ତି । କେହି-କେହି ଶଙ୍କରଙ୍କୁ ଭୋଳାନାଥ ଭାବିଥାନ୍ତି ପୁଣି ଶିବ ଏବଂ ଶଙ୍କରଙ୍କୁ ଏକ କରିଦେଇଥାନ୍ତି । ଏବେ ତୁମେ ଜାଣୁଛ ଯେ ଶିବ ସର୍ବୋଚ୍ଚ ଭଗବାନ ଏବଂ ଶଙ୍କର ଦେବତା ପୁଣି ଦୁଇ ଜଣ ଏକ କିପରି ହୋଇପାରିବେ । ଏହା ମଧ୍ୟ ଗୀତରେ ଶୁଣିଛ ଯେ ଭଗବାନ ଭକ୍ତଙ୍କର ରକ୍ଷାକର୍ତ୍ତା ତେବେ ନିଶ୍ଚିତ ଭକ୍ତଙ୍କ ଉପରେ କୌଣସି ବିପଦ ଅଛି । ୫ ବିକାରର ବିପଦ ତ ସମସ୍ତଙ୍କ ଉପରେ ରହିଛି । ଭକ୍ତ ମଧ୍ୟ ସମସ୍ତେ ଅଟନ୍ତି । ଜ୍ଞାନୀ ତ କାହାକୁ କୁହାଯାଇପାରିବ ନାହିଁ । ଜ୍ଞାନ ଏବଂ ଭକ୍ତି ବିଲ୍କୁଲ୍ ଅଲଗା ଜିନିଷ ଅଟେ । ଯେପରି ଶିବ ଏବଂ ଶଙ୍କର ଅଲଗା ଅଟନ୍ତି । ଯେବେ ଜ୍ଞାନ ମିଳୁଛି ପୁଣି ଭକ୍ତି ରହୁ ନାହିଁ । ତୁମେ ସୁଖଧାମର ମାଲିକ ହେଉଛ । ଅଧାକଳ୍ପ ପାଇଁ ସଦ୍ଗତି ମିଳିଯାଉଛି । ଜଣଙ୍କ ଈଶାରାରେ ତୁମେ ଅଧାକଳ୍ପର ସମ୍ପତ୍ତି ପ୍ରାପ୍ତ କରୁଛ । ଦେଖୁଛ ଯେ ଭକ୍ତଙ୍କୁ କେତେ ଦୁଃଖ ଭୋଗିବାକୁ ପଡୁଛି । ଜ୍ଞାନ ଦ୍ୱାରା ତୁମେ ଦେବତା ହୋଇଯାଉଛ ପୁଣି ଯେବେ ଭକ୍ତଙ୍କ ଉପରେ କଷଣ ପଡିଥାଏ ଅର୍ଥାତ୍ ଦୁଃଖ ହୋଇଥାଏ ତେବେ ଯାଇ ବାବା ଆସିଥାନ୍ତି । ବାବା ବୁଝାଉଛନ୍ତି ଯେ ଡ୍ରାମା ଅନୁସାରେ ଯାହା ବିତିଯାଇଛି ତାହା ପୁଣି ପୁନରାବୃତ୍ତି ହେବ । ପୁଣି ଭକ୍ତି ଆରମ୍ଭ ହୋଇଥାଏ ତ ବାମମାର୍ଗ ଆରମ୍ଭ ହୋଇଥାଏ ଅର୍ଥାତ୍ ପତିତ ହେବାର ମାର୍ଗ ଆରମ୍ଭ ହୁଏ । ସେଥିରେ ମଧ୍ୟ ପ୍ରଥମ ନମ୍ବର କାମ ବିକାର । ଯାହା ପାଇଁ ହିଁ କୁହାଯାଇଛି ଯେ କାମ ଉପରେ ବିଜୟ ପ୍ରାପ୍ତ କଲେ ତୁମେ ଜଗତ୍ଜିତ୍ ହେବ । ସେମାନେ କଣ ବିଜୟ ପ୍ରାପ୍ତ କରୁଛନ୍ତି । ରାବଣ ରାଜ୍ୟରେ ବିକାର ବିନା ତ କାହାରି ମଧ୍ୟ ଶରୀର ସୃଷ୍ଟି ହେଉନାହିଁ, ସତ୍ୟଯୁଗରେ ରାବଣ ରାଜ୍ୟ ନଥାଏ । ସେଠାରେ ଯଦି ରାବଣ ରହିବ ତେବେ ଭଗବାନ ରାମରାଜ୍ୟ ସ୍ଥାପନ କରି କଣ କଲେ ? ଲୌକିକ ପିତାଙ୍କର କେତେ ଚିନ୍ତା ରହୁଛି । ମୋର ପିଲାମାନେ ସୁଖରେ ରୁହନ୍ତୁ । ଧନ ଏକାଠି କରି ପିଲାମାନଙ୍କୁ ଦେଇଥାନ୍ତି ଯେ ସୁଖରେ ରହୁ । ପରନ୍ତୁ ଏଠାରେ ତ ଏଭଳି ହୋଇପାରିବ ନାହିଁ । ଏହା ଅଟେ ଦୁଃଖର ଦୁନିଆ । ଇଏ ବେହଦର ବାବା କହୁଛନ୍ତି ଯେ ତୁମେ ସେଠାରେ ଜନ୍ମ-ଜନ୍ମାନ୍ତର ସୁଖ ଭୋଗି ଆସୁଥିବ । ଅମାପଧନ ମିଳିଯାଉଛି, ୨୧ ଜନ୍ମ ସେଠାରେ କୌଣସି ଦୁଃଖ ରହିବ ନାହିଁ । ଦେବାଳିଆ ହେବ ନାହିଁ । ଏହି କଥା ବୁଦ୍ଧିରେ ଧାରଣ କରି ଅନ୍ତର ମଧ୍ୟରେ ବହୁତ ଖୁସୀ ରହିବା ଦରକାର । ତୁମର ଜ୍ଞାନ ଏବଂ ଯୋଗ ସମ୍ପୂର୍ଣ୍ଣ ଗୁପ୍ତ ଅଟେ । ସ୍ଥୂଳ ଅସ୍ତ୍ରଶସ୍ତ୍ର ଆଦି କିଛି ନାହିଁ । ବାବା ବୁଝାଉଛନ୍ତି ଯେ ଏହା ଅଟେ ଜ୍ଞାନର ଅସ୍ତ୍ର । ସେମାନେ ପୁଣି ସ୍ଥୂଳ ଅସ୍ତ୍ରଶସ୍ତ୍ର ଦେବୀମାନଙ୍କୁ ଦେଇ ଦେଇଛନ୍ତି । ଶାସ୍ତ୍ର ଆଦି ଯେଉଁମାନେ ପଢୁଛନ୍ତି ସେମାନେ କେବେ ଏପରି କହିବେ ନାହିଁ, ଯେ ଏହା ଜ୍ଞାନର ଅସ୍ତ୍ର, ଏହା ଜ୍ଞାନର ଖଣ୍ଡା ଅଟେ । ଏହା ବେହଦର ବାବା ହିଁ ବସି ବୁଝାଉଛନ୍ତି । ସେମାନେ ବୁଝୁଛନ୍ତି ଯେ ଶକ୍ତି ସେନାମାନେ ହିଁ ବିଜୟ ପ୍ରାପ୍ତ କରୁଛନ୍ତି ତେଣୁ ନିଶ୍ଚିତ କୌଣସି ଅସ୍ତ୍ରଶସ୍ତ୍ର ଥିବ । ବାବା ଆସି ଏହି ସବୁ ଭୁଲ୍ କଥାକୁ ବୁଝାଉଛନ୍ତି । ତୁମର ଏହି କଥାକୁ ଢେର ଲୋକ ଶୁଣିବେ । ବିଦ୍ୱାନ ଲୋକ ମଧ୍ୟ ଦିନେ ନା ଦିନେ ଆସିବେ । ଅବିନାଶୀ ବାବା ଅଟନ୍ତି ନା । ତୁମମାନେ ଶ୍ରୀମତ ପାଳନା କଲେ ହିଁ କଲ୍ୟାଣ ହେବ ତେବେ ଯାଇ ଦେହ-ଅଭିମାନ ସମାପ୍ତ ହେବ, ଏଣୁ ସାହୁକାର ଲୋକ ଆସୁ ନାହାଁନ୍ତି । ବାବା କହୁଛନ୍ତି ଯେ ଦେହ ଅହଂକାରକୁ ଛାଡ । ଭଲ ଡ୍ରେସ୍ ଆଦି ପିନ୍ଧିବାର ଇଚ୍ଛା ରହୁଛି । ତୁମେ ଏବେ ବନବାସରେ ଅଛ ନା । ଏବେ ଯାଉଛ ଶଶୁର ଘର । ସେଠାରେ ତୁମକୁ ବହୁତ ସୁନାଗହଣା ପିନ୍ଧାଯିବ । ଏଠାରେ ଦାମି ଡ୍ରେସ୍ ପିନ୍ଧ ନାହିଁ । ବାବା କହୁଛନ୍ତି ଯେ ବିଲ୍କୁଲ୍ ସାଧାରଣ ରହିବାକୁ ହେବ । ଯେଉଁଭଳି କାର୍ଯ୍ୟ ମୁଁ କରୁଛି, ପିଲାମାନଙ୍କୁ ମଧ୍ୟ ସେଇଭଳି ସାଧାରଣ ରହିବାକୁ ହେବ । ନଚେତ୍ ଦେହର ଅଭିମାନ ଆସିଯାଇଥାଏ । ପୁଣି ବହୁତ କ୍ଷତି କରିଦେଇଥାନ୍ତି । ତୁମେ ଜାଣୁଛ ଯେ ଆମେ ଶଶୁର ଘର ଯାଉଛୁ । ସେଠାରେ ଆମକୁ ବହୁତ ଗହଣା ମିଳିବ । ଏଠାରେ ତୁମକୁ ସୁନା ଆଦି ପିନ୍ଧିବାର ନାହିଁ । ଆଜିକାଲି କେତେ ଚୋରି ହେଉଛି । ରାସ୍ତାରେ ହିଁ ଡାକୁ ଛଡେଇ ନେଇଯାଉଛନ୍ତି । ଦିନକୁ ଦିନ ଏହି ହଙ୍ଗାମା ଆଦି ବେଶୀ ବେଶୀ ବଢି ଚାଲିବ । ବାବା କହୁଛନ୍ତି ଯେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ । ଦେହ ଅଭିମାନ ଆସିବା ଦ୍ୱାରା ବାବାଙ୍କୁ ଭୁଲିଯିବ । ଏହି ପରିଶ୍ରମ ଏବେ ହିଁ କରିବାକୁ ପଡୁଛି । ପୁଣି କେବେ ଭକ୍ତିମାର୍ଗରେ ଏହି ପରିଶ୍ରମ କରିବାକୁ ପଡିବ ନାହିଁ ।

ଏବେ ତୁମେ ସଂଗମଯୁଗରେ ଅଛ ତୁମେ ଜାଣିଛ ଯେ ବାବା ଆସୁଛନ୍ତି ପୁରୁଷୋତ୍ତମ ସଂଗମଯୁଗରେ । ଲଢେଇ ମଧ୍ୟ ନିଶ୍ଚିତ ହେବ । ଆଣବିକ ବୋମା ଆଦି ବହୁତ ତିଆରି କରୁଛନ୍ତି । କେତେ ବି ତାଙ୍କୁ କୁହ ଯେ ଏହା ବନ୍ଦ କର ପରନ୍ତୁ ଏପରି ହୋଇପାରିବ ନାହିଁ । ଏହା ଡ୍ରାମାରେ ନିଧାର୍ଯ୍ୟ ଅଟେ । ବୁଝାଇଲେ ମଧ୍ୟ ବୁଝିବେ ନାହିଁ । ମୃତ୍ୟୁ ତ ହେବାର ଅଛି ତେଣୁ ବନ୍ଦ କିପରି ହେବ । ବୁଝିଲେ ମଧ୍ୟ ବନ୍ଦ କରିବେ ନାହିଁ । ଡ୍ରାମାରେ ନିଧାର୍ଯ୍ୟ ହୋଇଛି । ଯାଦବ ଏବଂ କୌରବଙ୍କୁ ବିନାଶ ହେବାର ଅଛି । ଯାଦବ ହେଲେ ୟୁରୋପବାସୀ । ସେମାନଙ୍କର ହେଲା ବିଜ୍ଞାନର ଅହଂକାର, ଯାହା ଦ୍ୱାରା ବିନାଶ ହୋଇଥାଏ । ତାପରେ ଶାନ୍ତିର ବିଜୟ ହୋଇଥାଏ । ତୁମକୁ ଶାନ୍ତ ସ୍ୱରୂପରେ ରହିବା ପାଇଁ ଶିଖାଯାଉଛି । ବାବାଙ୍କୁ ମନେ ପକାଅ ସଂପୂର୍ଣ୍ଣ ନୀରବତାର ସହ । ମୁଁ ଆତ୍ମା ଶରୀରଠାରୁ ଅଲଗା ଅଟେ । ଶରୀର ଛାଡିବା ପାଇଁ ଯେପରି ଆମେ ପୁରୁଷାର୍ଥ କରୁଛୁ, ଏପରି କେବେ କେହି ଶରୀର ଛାଡିବା ପାଇଁ ପୁରୁଷାର୍ଥ କରିଥାନ୍ତି କି ? ସାରା ବିଶ୍ୱ ଖୋଜି କରି ଆସ କିଏ ଅଛନ୍ତି ଯିଏ କହିବେ ହେ ଆତ୍ମା ଏବେ ତୁମକୁ ଶରୀର ଛାଡି ଯିବାକୁ ହେବ । ପବିତ୍ର ହୁଅ । ନଚେତ୍ ପୁଣି ଦଣ୍ଡ ଭୋଗିବାକୁ ପଡିବ । ଦଣ୍ଡ କିଏ ପାଇଥାଏ ? ଆତ୍ମା । ସେତେବେଳେ ସାକ୍ଷାତ୍କାର ହୋଇଥାଏ । ତୁମେ ଏହି-ଏହି ପାପ କରିଛ ଏବେ ଦଣ୍ଡ ଭୋଗ । ସେତେବେଳେ ଅନୁଭବ ହୋଇଥାଏ । ଯେପରି ଜନ୍ମ ଜନ୍ମାନ୍ତର ପାଇଁ ଦଣ୍ଡ ମିଳୁଛି । ଏତେ ଦୁଃଖ ଭୋଗ କରିବ, ତେବେ ବାକି ସୁଖର ସନ୍ତୁଳନ କେତେ ରହିଲା । ବାବା କହୁଛନ୍ତି ଯେ ବର୍ତ୍ତମାନ କୌଣସି ପାପ କର୍ମ କର ନାହିଁ । ନିଜର ରେଜିଷ୍ଟର ରଖ । ପ୍ରତ୍ୟେକ ସ୍କୁଲ୍ରେ ଚାଲି-ଚଳଣିର ରେଜିଷ୍ଟର ରଖିଥାନ୍ତି ନା । ଶିକ୍ଷାମନ୍ତ୍ରୀ ବି କହିଥାନ୍ତି ଭାରତର ଚରିତ୍ର ଠିକ୍ ନାହିଁ । କୁହ, ଆମେ ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି ଚରିତ୍ର ଗଠନ କରୁଛୁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ପାଖରେ ଥିବା ଦରକାର । ଏହା ଆମର ଲକ୍ଷ୍ୟ ଉଦ୍ଦେଶ୍ୟ । ଆମେ ଏହିଭଳି ହେବା ପାଇଁ ପଢୁଛୁ । ଏହି ଆଦି ସନାତନ ଦେବୀ ଦେବତା ଧର୍ମକୁ ଆମେ ସ୍ଥାପନ କରୁଛୁ ଶ୍ରୀମତ ଆଧାରରେ । ଏଠାରେ ଚାଲି-ଚଳଣିର ସୁଧାର କରାଯାଇଥାଏ । ତୁମର ଏଠାରେ କଚେରୀ ବି ହୋଇଥାଏ । ସବୁ ସେବାକେନ୍ଦ୍ରରେ ପିଲାମାନଙ୍କର କଚେରୀ ହେବା ଦରକାର । ପ୍ରତିଦିନ କୁହ ଚାର୍ଟ ରଖ ତାହାହେଲେ ସୁଧାର ହେବ । କାହାର ଭାଗ୍ୟରେ ନାହିଁ ତ ପୁଣି ଆଳସ୍ୟ କରିଥାନ୍ତି । ଚାର୍ଟ ରଖିବା ବହୁତ ଭଲ ପୁରୁଷାର୍ଥ ଅଟେ । ତୁମେ ଜାଣୁଛ ଯେ ଆମେ ଏହି ୮୪ ଜନ୍ମର ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯାଉଛେ । କେତେ ସହଜ ଅଟେ ଏବଂ ପୁଣି ପବିତ୍ର ମଧ୍ୟ ହେବାକୁ ପଡିବ । ୟାଦର ଚାର୍ଟ ରଖ, ଏଥିରେ ତୁମକୁ ବହୁତ ଫାଇଦା ହେବ । ନୋଟ୍ ବୁକ୍ ବାହାର ନକଲେ ଭାବିନିଅ ବାବାଙ୍କୁ ୟାଦ କରି ନାହିଁ । ନୋଟ୍ବୁକ୍ ସର୍ବଦା ହାତରେ ରଖ । ନିଜର ଚାର୍ଟ ଦେଖ କେତେ ସମୟ ବାବାଙ୍କୁ ମନେ ପକାଇଲ । ୟାଦ ବିନା କଳଙ୍କ ଛାଡିବ ନାହିଁ । ଜଙ୍କ ଛଡେଇବା ପାଇଁ ଜିନିଷକୁ କିରୋସିନିରେ ପକାଇଥାନ୍ତି ନା । କର୍ମ କରୁଥିଲେ ମଧ୍ୟ ବାବାଙ୍କୁ ମନେ ପକାଅ ତେବେ ପୁରୁଷାର୍ଥର ଫଳ ମିଳିଯିବ । ପରିଶ୍ରମ ଅଟେ ନା । ଏପରି କଣ ଖାଲିଟାରେ ମୁକୁଟ ପିନ୍ଧାଇ ଦେବେ କି । ବାବା ଏତେ ଶ୍ରେଷ୍ଠ ପଦ ଦେଉଛନ୍ତି, କିଛି ତ ପରିଶ୍ରମ କରିବାକୁ ପଡିବ । ଏଥିରେ ତ ହାତପାଦ ଆଦି କିଛି ବି ଚଳାଇବାର ନାହିଁ । ପାଠପଢା ତ ବିଲ୍କୁଲ୍ ସହଜ ଅଟେ । ବୁଦ୍ଧିରେ ଅଛି ଯେ ଶିବବାବାଙ୍କ ଯୋଗୁଁ ବ୍ରହ୍ମାଙ୍କ ଦ୍ୱାରା ଆମେ ଦେବତା ହେଉଛୁ । କୁଆଡେ ବି ଯାଉଛ ବ୍ୟାଜ୍ ପିନ୍ଧିଥାଅ । କୁହ, ବାସ୍ତବରେ ଏହା ଆମର କୋର୍ଟ ଅଫ୍ ଆର୍ମସ୍ ଅର୍ଥାତ୍ କୌଳିକ ଚିହ୍ନ) ଅଟେ । ବୁଝାଇବା ସମୟରେ ବଡ ରାଜକୀୟ ଢଙ୍ଗ ରହିବା ଦରକାର । ବହୁତ ମଧୁରତାର ସହ ବୁଝାଇବା ଉଚିତ୍ । କୋର୍ଟ ଅଫ୍ ଆର୍ମସ୍ ଅର୍ଥାତ୍ ବ୍ୟାଜ୍ ଉପରେ ବି ବୁଝାଅ । ପ୍ରୀତିବୁଦ୍ଧି ଏବଂ ବିପରୀତ ବୁଦ୍ଧି କାହାକୁ କୁହାଯାଉଛି ? ତୁମେ ପିତାଙ୍କୁ ଜାଣିଛ ? ଲୌକିକ ପିତାଙ୍କୁ ତ ଈଶ୍ୱର କହିବେ ନାହିଁ । ସେହି ଅବିନାଶୀ ପିତା ହିଁ ପତିତ-ପାବନ ସୁଖର ସାଗର ଅଟନ୍ତି । ତାଙ୍କଠାରୁ ହିଁ ସୁଖ ଅସରନ୍ତି ମିଳିଥାଏ । ଅଜ୍ଞାନ କାଳରେ ଭାବୁଥିଲେ ମାଁ-ବାପା ସୁଖ ଦେଉଛନ୍ତି । ଶଶୁର ଘର ପଠାଇ ଦେଉଥିଲେ । ଏବେ ତୁମର ଅଟେ ଅଲୌକିକ ଶଶୁର ଘର । ତାହା ହେଲା ଲୌକିକ । ମାଁ-ବାପା ଅତି ବେଶୀରେ ୫-୭ ଲକ୍ଷ କିମ୍ବା କୋଟିଏ ଟଙ୍କା ଦେବେ । ତୁମର ତ ବାବା ନାମ ରଖିଛନ୍ତି ପଦମାପଦମ୍ ପତି ହେଉଥିବା ସନ୍ତାନ । ସେଠାରେ ତ ପଇସାର କିଛି କଥା ହିଁ ନାହିଁ । ସବୁ କିଛି ମିଳିଥାଏ । ବହୁତ ସୁନ୍ଦର ସୁନ୍ଦର ମହଲ ହୋଇଥାଏ । ଜନ୍ମ-ଜନ୍ମାନ୍ତର ପାଇଁ ତୁମକୁ ମହଲ ମିଳିଥାଏ । ସୁଦାମାର ଉଦାହରଣ ରହିଛି ନା । ଚାଉଳ ମୁଠି କଥା ଶୁଣିଛନ୍ତି ତ ଏଠାକୁ ତାହା ମଧ୍ୟ ନେଇ ଆସନ୍ତି । କିନ୍ତୁ ଖାଲି ଭାତ କଣ ଖାଇବେ କି । ତେଣୁ ତାହା ସାଥିରେ କିଛି ମସଲା ଆଦି ବି ନେଇ ଆସନ୍ତି । କେତେ ସ୍ନେହରେ ନେଇ ଆସୁଛନ୍ତି । ବାବା ତ ଆମକୁ ଜନ୍ମ-ଜନ୍ମାନ୍ତର ପାଇଁ ଦେବେ ଏଣୁ ଦାତା କୁହାଯାଇଛି । ଭକ୍ତିମାର୍ଗରେ ତୁମେ ଈଶ୍ୱରଙ୍କ ନିମନ୍ତେ ଦେଇଥାଅ ତେଣୁ ଅଳ୍ପକାଳ ପାଇଁ ପରଜନ୍ମରେ ମିଳିଥାଏ । କିଏ ଗରୀବଙ୍କୁ ଦାନ ଦେଇଥାନ୍ତି, କଲେଜ ତିଆରି କରିଥାନ୍ତି ତ ପରଜନ୍ମରେ ବିଦ୍ୟା ମିଳିଥାଏ । ଧର୍ମଶାଳା କରିଥାନ୍ତି ତ ମହଲ ମିଳିଥାଏ କାହିଁକି ନା ଧର୍ମଶାଳାରେ ରହି ସୁଖ ପାଇଥାନ୍ତି । ଏହା ତ ଜନ୍ମ-ଜନ୍ମାନ୍ତରର କଥା ଅଟେ । ତୁମେ ଜାଣିଛ ଯେ ଶିବବାବାଙ୍କୁ ଯାହା ଦେଉଛନ୍ତି ତାହା ସବୁ ଆମର ହିଁ କାମରେ ଲାଗୁଛି । ଶିବବାବା ତ ନିଜ ପାଖରେ ରଖନ୍ତି ନାହିଁ । ବ୍ରହ୍ମାଙ୍କୁ ମଧ୍ୟ କହିଲେ ସବୁ ସମ୍ପତ୍ତି ଦେଇଦିଅ ତାହାହେଲେ ତୁମେ ବିଶ୍ୱର ମାଲିକ ହୋଇ ପାରିବ । ବିନାଶର ଓ ରାଜପଦର ମଧ୍ୟ ସାକ୍ଷାତ୍କାର କରାଇଲେ । ବାସ୍ ନିଶା ଚଢିଲା । ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି । ଗୀତାରେ ବି ଅଛି ଅର୍ଜୁନଙ୍କୁ ସାକ୍ଷାତ୍କାର କରାଇଲେ । ମୋତେ ମନେ ପକାଅ ତେବେ ତୁମେ ଏହିପରି ହେବ । ବିନାଶ ଏବଂ ସ୍ଥାପନାର ସାକ୍ଷାତ୍କାର କରାଇଥିଲେ । ତେଣୁ ବ୍ରହ୍ମାଙ୍କୁ ମଧ୍ୟ ପ୍ରାରମ୍ଭରେ ଖୁସୀର ପାରଦ ଚଢିଗଲା । ଡ୍ରାମାରେ ଏହିପରି ଅଭିନୟ ଥିଲା । ଭାଗୀରଥକୁ ମଧ୍ୟ କେହି ଜାଣି ନାହାଁନ୍ତି । ତେଣୁ ତୁମ ପିଲାମାନଙ୍କର ଏହି ଲକ୍ଷ୍ୟ ବୁଦ୍ଧିରେ ରହିବା ଦରକାର । ଆମେ ଏହିପରି ହେଉଛୁ । ଯେତିକି ପୁରୁଷାର୍ଥ କରିବ ସେତିକି ଉଚ୍ଚ ପଦ ପାଇବ । ଗାୟନ କରିଥାନ୍ତି ଫଲୋ ଫାଦର ଅର୍ଥାତ୍ ବ୍ରହ୍ମାବାବାଙ୍କୁ ଅନୁସରଣ କର । ଏହା ଏହି ସମୟର କଥା ଅଟେ । ଅବିନାଶୀ ବାବା କହିଥାନ୍ତି ଯେ ମୁଁ ଯେଉଁ ରାୟ ଦେଉଛି ତାହାକୁ ଅନୁସରଣ କର । ବ୍ରହ୍ମା କଣ କଲେ ତାହା ବି ବତାଉଛି । ତାଙ୍କୁ ସୌଦାଗର, ରତ୍ନାଗର, ଜାଦୁଗର କହିଥାନ୍ତି ନା । ବ୍ରହ୍ମାବାବା ଅଚାନକ ହିଁ ସବୁ କିଛି ଛାଡିଦେଲେ । ପ୍ରଥମେ ସେ ସ୍ଥୂଳ ରତ୍ନର ବ୍ୟବସାୟୀ ଥିଲେ, ଏବେ ଅବିନାଶୀ ଜ୍ଞାନରତ୍ନର ବ୍ୟବସାୟୀ ହୋଇଛନ୍ତି । ନର୍କକୁ ସ୍ୱର୍ଗ କରିବା କେତେ ବଡ ଜାଦୁ ଅଟେ । ପୁଣି ସୌଦାଗର ମଧ୍ୟ ଅଟନ୍ତି । ପିଲାମାନଙ୍କୁ କେତେ ଶ୍ରେଷ୍ଠ ସୌଦା ଦେଇଥାନ୍ତି । ସାଧାରଣ ଚାଉଳ ମୁଠି ନେଇ ମହଲ ଦେଇ ଦେଇଥାନ୍ତି । କେତେ ଭଲ ରୋଜଗାର କରାଉଛନ୍ତି । ହୀରା ଲୀଳା ବ୍ୟାପାରରେ ମଧ୍ୟ ଏପରି ହୋଇଥାଏ । କେହି ଯଦି ଆମେରିକାର ଗ୍ରାହକ ଆସିଥାନ୍ତି ତ ତାଙ୍କଠାରୁ ୧୦୦ ଟଙ୍କା ବସ୍ତୁର ୫୦୦ କିମ୍ବା ହଜାର ଟଙ୍କା ବି ନେଇ ନିଅନ୍ତି । ସେମାନଙ୍କଠାରୁ ତ ବହୁତ ପଇସା ନେଇଥାନ୍ତି । ତୁମ ପାଖରେ ତ ସବୁଠାରୁ ପୁରୁଣା ବସ୍ତୁ ହେଲା ପ୍ରାଚୀନ ରାଜଯୋଗ ।

ତୁମକୁ ଏବେ ଭୋଳାନାଥ ବାବା ମିଳିଛନ୍ତି । କେତେ ଭୋଳା ଅଟନ୍ତି । ତୁମକୁ କଣରୁ କଣ କରୁଛନ୍ତି । ପୁରୁଣା ଦୁନିଆର ମୂଲ୍ୟହୀନ ବସ୍ତୁ ବଦଳରେ ତୁମକୁ ୨୧ ଜନ୍ମ ପାଇଁ କଣ କରିଦେଉଛନ୍ତି । ମନୁଷ୍ୟଙ୍କୁ କିଛି ବି ଜଣା ନାହିଁ । କେବେ କହିଥାନ୍ତି ଭୋଳାନାଥ ଏହା ଦେଇଛନ୍ତି, କେବେ କହୁଛନ୍ତି ଅମ୍ବା ଦେଇଛନ୍ତି, ଗୁରୁ ଦେଇଛନ୍ତି । ଏଠାରେ ତ ପାଠପଢା । ତୁମେ ଈଶ୍ୱରୀୟ ପାଠଶାଳାରେ ବସିଛ । ଗୀତା ଜ୍ଞାନ ଦିଆଯାଉଥିବା ସ୍ଥାନକୁ ଈଶ୍ୱରୀୟ ପାଠଶାଳା କହୁଛନ୍ତି । ଗୀତାରେ ଅଛି ଭଗବାନୁବାଚ । ପରନ୍ତୁ ଏହା ମଧ୍ୟ କାହାକୁ ଜଣା ନାହିଁ ଯେ ଭଗବାନ କିଏ । କାହାକୁ ମଧ୍ୟ ପଚାର ପରମପିତା ପରମାତ୍ମାଙ୍କୁ ଜାଣିଛ ? ବାବା ବଗିଚାର ମାଲିକ । ତୁମକୁ କଣ୍ଟାରୁ ଫୁଲ କରୁଛନ୍ତି । ସ୍ୱର୍ଗକୁ ଆଲ୍ଲାଙ୍କ ବଗିଚା ବୋଲି କହୁଛନ୍ତି । ୟୁରୋପିଆନ ଲୋକ ମଧ୍ୟ କହିଥାନ୍ତି ପାରାଡାଇଜ୍ । ବାସ୍ତବରେ ଭାରତ ସ୍ୱର୍ଗ ଥିଲା, ଏବେ କବରସ୍ଥାନ ହୋଇଯାଇଛି । ଏବେ ପୁଣି ତୁମେ ପରିସ୍ଥାନ ଅର୍ଥାତ୍ ସ୍ୱର୍ଗର ମାଲିକ ହେଉଛ । ବାବା ଆସି ସୁପ୍ତ ଆତ୍ମାମାନଙ୍କୁ ଜାଗ୍ରତ କରାଉଛନ୍ତି । ଏହା ବି ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜାଣୁଛ । ଯିଏ ନିଜେ ଜାଗ୍ରତ ଥାନ୍ତି ତ ଅନ୍ୟକୁ ପୁଣି ଜାଗ୍ରତ କରାଇଥାନ୍ତି । ଜାଗ୍ରତ କରୁନାହାଁନ୍ତି ଅର୍ଥାତ୍ ନିଜେ ହିଁ ଜାଗ୍ରତ ହୋଇନାହାଁନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ ଏହି ଗୀତ ଆଦି ବି ଡ୍ରାମାରେ ନିଧାର୍ଯ୍ୟ ଅଛି । କେଉଁ କେଉଁ ଗୀତ ବହୁତ ମନମୁଗ୍ଧକର । ଯେବେ ତୁମେ ଉଦାସ ହୋଇ ଯାଉଛ ତ ଏହି ଗୀତ ବଜାଅ ତାହାହେଲେ ଖୁସୀ ଫେରି ଆସିବ । ରାତିର ପଥିକ ଥକିଯାଅ ନାହିଁ ଏହା ମଧ୍ୟ ଭଲ ଗୀତ ଅଟେ । ଏବେ ରାତ୍ରି ଶେଷ ହେଉଛି । ମନୁଷ୍ୟ ବୁଝୁଛନ୍ତି ଯେ ଯେତେ ଭକ୍ତି କରିବୁ ଭଗବାନ ଶୀଘ୍ର ମିଳିଯିବେ । ହନୁମାନ ଆଦିଙ୍କର ସାକ୍ଷାତ୍କାର ହେଲେ ଭାବନ୍ତି ଭଗବାନ ମିଳିଗଲେ । ବାବା କହିଥାନ୍ତି ଯେ ଏହି ସାକ୍ଷାତ୍କାର ଆଦି ସବୁ ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେପରି ଭାବନା ରଖିଥାନ୍ତି ତାହାର ସାକ୍ଷାତ୍କାର ହୋଇଥାଏ । ବାକି ଏପରି କିଛି ହୋଇନଥାଏ । ବାବା କହୁଛନ୍ତି ଯେ ଏହି ବ୍ୟାଜ୍ ତ ସମସ୍ତେ ସର୍ବଦା ଲଗାଇ ରଖ ବିଭିନ୍ନ ପ୍ରକାରର ବ୍ୟାଜ୍ ତିଆରି ହେଉଛି । ବୁଝାଇବା ପାଇଁ ଏହା ବହୁତ ଭଲ ମାଧ୍ୟମ ଅଟେ ।

ତୁମେ ରୁହାନୀ ସୈନିକ ଅଟ ନା । ସୈନିକଙ୍କର ସର୍ବଦା ନିଦ୍ଦିଷ୍ଟ ଲକ୍ଷ୍ୟ ମନେ ଥାଏ । ତୁମେମାନେ ଏପରି ଲକ୍ଷ୍ୟ ରଖିଲେ ନିଶା ଚଢିବ ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହେଉଛୁ । ଆମେ ଛାତ୍ର ଅଟୁ । ବାବା ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ମନୁଷ୍ୟ ଦେବତାମାନଙ୍କର ପୂଜା କରିଥାନ୍ତି । ଦେବତାମାନେ ତ ଦେବତାଙ୍କର ପୂଜା କରିବେ ନାହିଁ । ଏଠାରେ ମନୁଷ୍ୟ ଦେବତା ମାନଙ୍କର ପୂଜା କରିଥାନ୍ତି କାହିଁକି ନା ଦେବତାମାନେ ଶ୍ରେଷ୍ଠ ଅଟନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିରେ ସର୍ବଦା ନିଜର ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମନେ ରଖିବାକୁ ହେବ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ସାଥିରେ ରହିଥାଉ, ଏହି ଖୁସୀରେ ରୁହ ଯେ ମୁଁ ଏହିଭଳି ହେବା ପାଇଁ, ପାଠ ପଢୁଛି । ଏବେ ଆମେମାନେ ଈଶ୍ୱରୀୟ ଛାତ୍ର ଅଟୁ ।

(୨) ନିଜର ପୁରୁଣା ମୂଲ୍ୟହୀନ ଚାଉଳମୁଠାକ ଦେଇ ମହଲ ନେବାକୁ ହେବ । ବ୍ରହ୍ମାବାବାଙ୍କୁ ଅନୁକରଣ କରି ଅବିନାଶୀ ଜ୍ଞାନ ରତ୍ନର ବ୍ୟାପାରୀ ହେବାକୁ ପଡିବ ।

ବରଦାନ:-
ଅଶରୀରୀ ପଣିଆର ଇଞ୍ଜେକ୍ସନ୍ ଦ୍ୱାରା ମନକୁ ନିୟନ୍ତ୍ରଣ କରି ଏକାଗ୍ରଚିତ୍ତ ହୁଅ ।

ଯେପରି ଆଜିକାଲି ଯଦି କେହି ଆୟତ୍ତକୁ ଆସୁନାହିଁ, ବହୁତ ବ୍ୟତିବ୍ୟସ୍ତ କରୁଛି, ବ୍ୟାକୁଳ ହେଉଛି ବା ପାଗଳ ହୋଇଯାଉଛି ତେବେ ତାକୁ ଏଭଳି ଇଞ୍ଜେକ୍ସନ୍ ଲଗାଇ ଦେଉଛନ୍ତି ଯାହା ଦ୍ୱାରା ସିଏ ଶାନ୍ତ ହୋଇଯାଉଛି । ସେହିପରି ଯଦି ସଂକଳ୍ପ ଶକ୍ତି ତୁମର ଆୟତ୍ତକୁ ଆସୁନାହିଁ ତେବେ ଅଶରୀରୀ ପଣିଆର ଇଞ୍ଜେକ୍ସନ୍ ଲଗାଇଦିଅ । ତାପରେ ସଂକଳ୍ପ ଶକ୍ତି ବ୍ୟର୍ଥରେ ଉଚ୍ଛୁଳିବ ନାହିଁ । ସହଜରେ ଏକାଗ୍ରଚିତ୍ତ ହୋଇଯିବ । କିନ୍ତୁ ଯଦି ବୁଦ୍ଧିର ଲଗାମ ବାବାଙ୍କୁ ଦେବା ପରେ ପୁନର୍ବାର ଫେରାଇ ଆଣୁଛ ତେବେ ମନ ବ୍ୟର୍ଥ ମେହନତ କରିବାରେ ଲଗାଇଦେଉଛି । ତେଣୁ ବର୍ତ୍ତମାନ ବ୍ୟର୍ଥ ମେହନତ ଠାରୁ ମୁକ୍ତ ହୋଇଯାଅ ।

ସ୍ଲୋଗାନ:-
ନିଜର ପୂର୍ବଜ ସ୍ୱରୂପକୁ ସ୍ମୃତିରେ ରଖି ସର୍ବ ଆତ୍ମାଙ୍କ ଉପରେ ଦୟା କର ।