19/11/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ସାରା ଦୁନିଆ ରୋଗୀମାନଙ୍କର ଏହା ଏକ ବଡ ଡାକ୍ତରଖାନା ଅଟେ, ବାବା ଆସିଛନ୍ତି ସାରା ଦୁନିଆକୁ ନିରୋଗ କରିବା ପାଇଁ ।”

ପ୍ରଶ୍ନ:-

କେଉଁ ସ୍ମୃତି ରହିଲେ କେବେ ବି ଝାଉଁଳି ପଡିବ ନାହିଁ କିମ୍ବା ଦୁଃଖର ଢେଉ ଆସିପାରିବ ନାହିଁ?

ଉତ୍ତର:-

ବର୍ତ୍ତମାନ ଆମେ ଏହି ପୁରୁଣା ଦୁନିଆ, ପୁରୁଣା ଶରୀରକୁ ଛାଡି ଘରକୁ ଯିବୁ ପୁଣି ନୂଆ ଦୁନିଆରେ ପୁନର୍ଜନ୍ମ ନେବୁ । ଆମେ ଏବେ— ରାଜତ୍ତ୍ୱ କରିବା ପାଇଁ ରାଜଯୋଗ ଶିଖୁଛୁ । ବାବା ଆମମାନଙ୍କ ପାଇଁ ଆତ୍ମିକ ରାଜସ୍ଥାନ ସ୍ଥାପନ କରୁଛନ୍ତି, ଏହି ସ୍ମୃତି ରହିଲେ ଦୁଃଖର ଲହଡି ଆସିପାରିବ ନାହିଁ ।

ଗୀତ:-

ତୁହ୍ମି ହୋ ମାତା...

ଓମ୍ ଶାନ୍ତି । ଏହି ସବୁ ଗୀତ ତୁମମାନଙ୍କ ପାଇଁ ନୁହେଁ, ଏସବୁ ହେଲା ନୂଆମାନଙ୍କୁ ବୁଝାଇବା ପାଇଁ । ଏମିତି ବି ନୁହେଁ ଯେ ଏଠାରେ ସମସ୍ତେ ବୁଦ୍ଧିମାନ ଅଛନ୍ତି । ନା, ଏବେ ବାବା ତୁମମାନଙ୍କୁ ବୁଦ୍ଧିମାନ କରୁଛନ୍ତି । ପିଲାମାନେ ଜାଣୁଛନ୍ତି ଯେ, ଆମେ କେତେ ଅବୁଝା ହୋଇଯାଇଥିଲୁ, ଏବେ ବାବା ଆମକୁ ବୁଦ୍ଧିବାନ କରୁଛନ୍ତି । ଯେପରି ସ୍କୁଲ୍ରେ ପାଠପଢ଼ି ପିଲାମାନେ ବହୁତ ବୁଦ୍ଧିମାନ ହୋଇଥା’ନ୍ତି । ପ୍ରତ୍ୟେକ ନିଜ ନିଜର ବୁଦ୍ଧିଦ୍ୱାରା ବାରିଷ୍ଟର, ଇଞ୍ଜିନିୟର ଆଦି ହୋଇଥା’ନ୍ତି । ଏଠାରେ ମଧ୍ୟ ଆତ୍ମାକୁ ବୁଦ୍ଧିମାନ କରିବାକୁ ହେବ । ଆତ୍ମା ଶରୀର ଦ୍ୱାରା ପାଠ ପଢ଼ୁଛି । କିନ୍ତୁ ବାହାରେ ଯେଉଁ ଶିକ୍ଷା ମିଳୁଛି, ତାହା ଅଳ୍ପକାଳ ଶରୀର ନିର୍ବାହ ଅର୍ଥେ । କେହି କେହି ଧର୍ମାନ୍ତରଣ ମଧ୍ୟ କରୁଛନ୍ତି, ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ କରିଦେଉଛନ୍ତି — କାହିଁକି? ଅଳ୍ପକାଳର ସୁଖ ପାଇବା ପାଇଁ, ପଇସା ଚାକିରୀ ଆଦି ସହଜରେ ମିଳିବା ପାଇଁ, ନିଜର ଆଜିବିକା ପାଇଁ । ଏବେ ତୁମେମାନେ ଜାଣିଛ ଆମକୁ ପ୍ରଥମେ ପ୍ରଥମେ ଆତ୍ମ-ଅଭିମାନୀ ହେବାକୁ ପଡିବ । ଏହା ହେଉଛି ମୁଖ୍ୟ କଥା, କାହିଁକିନା ଏହା ହେଉଛି ରୋଗୀ ଦୁନିଆ । ଏଠାରେ ଏପରି କୌଣସି ମନୁଷ୍ୟ ନାହାନ୍ତି ଯିଏକି ରୋଗୀ ହେଉନାହାନ୍ତି । କିଛି ନା କିଛି ରୋଗ ନିଶ୍ଚିତ ହୋଇଥାଏ । ବର୍ତ୍ତମାନ ସାରା ଦୁନିଆ ହେଉଛି ସବୁଠାରୁ ବଡ ଡାକ୍ତରଖାନା, ଯେଉଁଠି ସବୁ ମନୁଷ୍ୟମାନେ ପତିତ ରୋଗୀ । ଆୟୁଷ ମଧ୍ୟ ବହୁତ କମ୍ ରହୁଛି । ଅକାଳମୃତ୍ୟୁ ହୋଇଯାଉଛି । ସମସ୍ତେ କାଳର ଅଧୀନରେ ଆସିଯାଉଛନ୍ତି । ଏକଥା ମଧ୍ୟ ତୁମେମାନେ ଜାଣିଛ । ତୁମେମାନେ କେବଳ ଭାରତର ନୁହେଁ, ସାରା ବିଶ୍ୱର ସେବା ଗୁପ୍ତ ରୂପରେ କରୁଛ । ମୂଳ କଥା ହେଉଛି ବାବାଙ୍କୁ କେହି ଜାଣିନାହାନ୍ତି । ମନୁଷ୍ୟ ହୋଇ ମଧ୍ୟ ପାରଲୌକିକ ପିତାଙ୍କୁ ଜାଣିନାହାନ୍ତି, ତାଙ୍କୁ ସ୍ନେହ କରୁନାହାନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୋ ସହିତ ସ୍ନେହ ରଖ । ମୋ ସହିତ ସ୍ନେହ ରଖି ରଖି ତୁମକୁ ମୋ ସହିତ ଘରକୁ ଫେରିବାକୁ ପଡିବ । ଯେପର୍ଯ୍ୟନ୍ତ ଘରକୁ ନଯାଇଛ ସେପର୍ଯ୍ୟନ୍ତ ଏହି ଛି ଛି ଦୁନିଆରେ ରହିବାକୁ ପଡିବ । ପ୍ରଥମେ ଦେହ-ଅଭିମାନୀରୁ ଦେହୀ-ଅଭିମାନୀ ହୁଅ ତେବେ ତୁମେ ଧାରଣା କରିପାରିବ ଏବଂ ବାବାଙ୍କୁ ସ୍ମରଣ କରିପାରିବ । ଯଦି ଦେହୀ-ଅଭିମାନୀ ହୋଇ ରହୁ ନାହୁଁ ତେବେ ତୁମେ କୌଣସି କାମର ନୁହଁ । ବର୍ତ୍ତମାନ ସମସ୍ତେ ଦେହ-ଅଭିମାନୀ ଅଟନ୍ତି । ତୁମେମାନେ ମଧ୍ୟ ବୁଝିପାରୁଛ ଯେ, ଆମେ ଆତ୍ମ-ଅଭିମାନୀ ହୋଇନାହୁଁ, ବାବାଙ୍କୁ ସ୍ମରଣ କରୁନାହୁଁ ତେଣୁ ଆମେ ପୂର୍ବଭଳି ହିଁ ରହିଛୁ । ମୂଳକଥା ହେଉଛି ଦେହୀ-ଅଭିମାନୀ ହେବା । ନୁହେଁ କି କେବଳ ରଚନାକୁ ଜାଣିବା । ଗାୟନ ମଧ୍ୟ ରହିଛି, ରଚୟିତା ଏବଂ ରଚନାର ଜ୍ଞାନ । ଏମିତି ନୁହେଁ ଯେ, ପ୍ରଥମେ ରଚନା ପରେ ରଚୟିତାର ଜ୍ଞାନ କୁହାଯିବ । ନା, ପ୍ରଥମେ ରଚୟିତା ଏବଂ ସିଏ ହିଁ ଆମର ବାବା ଅଟନ୍ତି । ହେ ଈଶ୍ୱରୀୟ ପିତା ବୋଲି ମଧ୍ୟ ତାଙ୍କୁ ହିଁ କୁହାଯାଇଥାଏ । ସେ ଆସି ତୁମକୁ ନିଜ ସମାନ କରୁଛନ୍ତି । ବାବା ତ ସର୍ବଦା ଆତ୍ମ-ଅଭିମାନୀ ତେଣୁ ସେ ସୁପ୍ରିମ୍ ଅଟନ୍ତି । ବାବା କହୁଛନ୍ତି ମୁଁ ତ ଆତ୍ମ ଅଭିମାନୀ ଅଟେ । ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି ତାଙ୍କୁ ମଧ୍ୟ ଆତ୍ମ-ଅଭିମାନୀ କରାଉଛି । ଏହାଙ୍କୁ ପରିବର୍ତ୍ତନ କରିବା ପାଇଁ ୟାଙ୍କ ଶରୀରରେ ପ୍ରବେଶ କରୁଛି କାହିଁକିନା ଇଏ ମଧ୍ୟ ଦେହ-ଅଭିମାନୀ ଥିଲେ । ମୁଁ ଏହାଙ୍କୁ ମଧ୍ୟ କହୁଛି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ଯଥାର୍ଥ ଭାବରେ ମନେ ପକାଅ । ଏପରି ବହୁତ ମନୁଷ୍ୟ ଭାବୁଛନ୍ତି ଆତ୍ମା ଅଲଗା ଏବଂ ଜୀବ ଅଲଗା, ଆତ୍ମା ଦେହରୁ ବାହାରିଯାଏ ତେଣୁ ଦୁଇଟି ଜିନିଷ ହେଲା ନା । ବାବା ବୁଝାଉଛନ୍ତି ତୁମେ ହେଉଛ ଆତ୍ମା । ଆତ୍ମା ହିଁ ପୁନର୍ଜନ୍ମ ନେଉଛି । ଆତ୍ମା ହିଁ ଶରୀର ଧାରଣ କରି ପାର୍ଟ କରୁଛି । ବାବା ବାରମ୍ବାର ବୁଝାଉଛନ୍ତି ନିଜକୁ ଆତ୍ମା ଭାବ, ଏଥିରେ ବହୁତ ପରିଶ୍ରମ ଆବଶ୍ୟକ । ଯେପରି ଛାତ୍ରମାନେ ପଢ଼ିବା ପାଇଁ ଏକାନ୍ତରେ, ବଗିଚା ଆଦିରେ ଯାଇ ପଢ଼ିଥା’ନ୍ତି । ପାଦ୍ରୀମାନେ ମଧ୍ୟ ବୁଲିବାକୁ ଯିବା ସମୟରେ ଏକଦମ୍ ଶାନ୍ତ ରହିଥା’ନ୍ତି । କିନ୍ତୁ ସେମାନେ କୌଣସି ଆତ୍ମ-ଅଭିମାନୀ ରହିନଥା’ନ୍ତି । କେବଳ ଖ୍ରୀଷ୍ଟଙ୍କର ସ୍ମୃତିରେ ରହିଥା’ନ୍ତି । ଘରେ ରହି ମଧ୍ୟ ଯୋଗ କରିପାରିବେ କିନ୍ତୁ ଖାସ୍ ଏକାନ୍ତକୁ ଯାଇଥା’ନ୍ତି ଖ୍ରୀଷ୍ଟଙ୍କୁ ମନେ ପକାଇବା ପାଇଁ, ସେମାନେ ଆଉ କେଉଁ ଆଡକୁ ଦେଖନ୍ତି ନାହିଁ । ଯେଉଁମାନେ ଭଲ ହୋଇଥା’ନ୍ତି, ସେମାନେ ଭାବନ୍ତି ଯେ ଆମେ ଖ୍ରୀଷ୍ଟଙ୍କୁ ସ୍ମରଣ କରି କରି ତାଙ୍କ ପାଖକୁ ଚାଲିଯିବୁ । ଖ୍ରୀଷ୍ଟ ସ୍ୱର୍ଗରେ ଅଛନ୍ତି, ଆମେ ମଧ୍ୟ ସ୍ୱର୍ଗକୁ ଚାଲିଯିବୁ । ଏକଥା ମଧ୍ୟ ଭାବୁଛନ୍ତି ଯେ ଖ୍ରୀଷ୍ଟ ଈଶ୍ୱର ପିତାଙ୍କ ପାଖକୁ ସ୍ୱର୍ଗକୁ ଚାଲିଯାଇଛନ୍ତି । ଆମେ ମଧ୍ୟ ସ୍ମରଣ କରି କରି ତାଙ୍କ ପାଖକୁ ଯିବୁ । ତେବେ ଖ୍ରୀଷ୍ଟିୟାନମାନେ ମଧ୍ୟ ସେହି ଜଣଙ୍କର ହିଁ ସନ୍ତାନ ଅଟନ୍ତି । ତାଙ୍କ ପାଖରେ କିଛି ଜ୍ଞାନ ଠିକ୍ ଅଛି । କିନ୍ତୁ ତୁମେ କହୁଛ ତାଙ୍କର ଏହି ଜ୍ଞାନ ମଧ୍ୟ ଭୁଲ୍ କାହିଁକି ନା ଖ୍ରୀଷ୍ଟଙ୍କର ଆତ୍ମା ତ ଉପରକୁ ଯାଇ ହିଁ ନାହାଁନ୍ତି । ଖ୍ରୀଷ୍ଟ ନାମଟି ଶରୀରର, ଯାହାଙ୍କୁ ଫାଶୀରେ ଚଢ଼ାଇଥିଲେ । ଆତ୍ମା ତ ଫାଶୀ ଉପରେ ଚଢିନଥାଏ । ବାସ୍ତବରେ ଖ୍ରୀଷ୍ଟଙ୍କର ଆତ୍ମା ଈଶ୍ୱର ପିତାଙ୍କ ପାଖକୁ ଗଲେ, ଏକଥା କହିବା ମଧ୍ୟ ଭୁଲ୍ । ମଝିରୁ କେହି କିପରି ଘରକୁ ଫେରି ଯାଇପାରିବେ? ପ୍ରତ୍ୟେକଙ୍କୁ ସ୍ଥାପନା ଏବଂ ପାଳନା ମଧ୍ୟ ନିଶ୍ଚିତ କରିବାକୁ ପଡିଥାଏ । ଯେପରି ନିଜର ରହିବା ଘରକୁ ମରାମତି, ରଙ୍ଗ ଇତ୍ୟାଦି କରାଯାଇଥାଏ, ଏହାକୁ ମଧ୍ୟ ପାଳନା କୁହାଯିବ ନା ।

ବର୍ତ୍ତମାନ ତୁମେ ବେହଦର ବାବାଙ୍କୁ ମନେ ପକାଅ । ଏହି ଜ୍ଞାନ ବେହଦ ବାବାଙ୍କ ବିନା ଆଉ କେହି ଦେଇପାରିବେ ନାହିଁ । ଏବେ ନିଜର କଲ୍ୟାଣ କରିବାକୁ ହେବ । ରୋଗୀରୁ ନିରୋଗୀ ହେବାକୁ ପଡିବ । ଏହା ରୋଗୀମାନଙ୍କର ବଡ ଡାକ୍ତରଖାନା । ସାରା ବିଶ୍ୱ ବର୍ତ୍ତମାନ ରୋଗୀମାନଙ୍କର ଡାକ୍ତରଖାନା ଅଟେ । ରୋଗୀମାନେ ନିଶ୍ଚିତ ଜଲ୍ଦି ମରିଯିବେ, ତେଣୁ ବାବା ଆସି ସାରା ବିଶ୍ୱକୁ ନିରୋଗୀ କରାଉଛନ୍ତି । ଏପରି ନୁହେଁ ଯେ, ଏହିଠାରେ ହିଁ ନିରୋଗୀ ହେବେ । ବାବା କହୁଛନ୍ତି — ନୂଆ ଦୁନିଆରେ ନିରୋଗୀ ରହିବେ । ଏହି ପୁରୁଣା ଦୁନିଆରେ ନିରୋଗୀ ରହିପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ସମ୍ପୂର୍ଣ୍ଣ ନିରୋଗୀ, ସଦା ସୁସ୍ଥ । ସେଠାରେ ଦୀର୍ଘାୟୁ ମଧ୍ୟ ରହିବେ, ବିକାରୀମାନେ ରୋଗୀ ହୋଇଥା’ନ୍ତି । ନିର୍ବିକାରୀମାନେ ରୋଗୀ ହୋଇ ନଥା’ନ୍ତି । ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ରହିଥା’ନ୍ତି । ବାବା ନିଜେ କହୁଛନ୍ତି ବର୍ତ୍ତମାନ ସମୟରେ ସାରା ବିଶ୍ୱ, ସ୍ୱତନ୍ତ୍ର ରୂପେ ଭାରତ ରୋଗୀ ହୋଇଯାଇଛି । ପ୍ରଥମେ ତୁମେମାନେ ନିରୋଗୀ ଦୁନିଆକୁ ଆସୁଛ, ଯୋଗର ଯାତ୍ରା ଦ୍ୱାରା ନିରୋଗୀ ହେଉଛ । ୟାଦଦ୍ୱାରା ତୁମେମାନେ ନିଜ ଶାନ୍ତିଧାମକୁ ଚାଲିଯିବ । ଏହା ମଧ୍ୟ ଏକ ଯାତ୍ରା । ଆତ୍ମାର ପିତା ପରମାତ୍ମାଙ୍କ ପାଖକୁ ଯିବା ପାଇଁ ଏହା ଏକ ଯାତ୍ରା ଅଟେ । ଏହା ହେଉଛି ଆଧ୍ୟାତ୍ମିକ ଯାତ୍ରା । ଏହି କଥାକୁ କେହି ବୁଝିପାରିବେ ନାହିଁ । ତୁମେ ମଧ୍ୟ କ୍ରମାନୁସାରେ ଜାଣିଛ, କିନ୍ତୁ ଭୁଲିଯାଉଛ । ଏହା ହେଉଛି ମୂଳକଥା । ବୁଝାଇବା ମଧ୍ୟ ବହୁତ ସହଜ । କିନ୍ତୁ ଯେଉଁମାନେ ନିଜେ ଏହି ଆଧ୍ୟାତ୍ମିକ ଯାତ୍ରାରେ ରହୁଥିବେ ସେହିମାନେ ହିଁ ବୁଝାଇପାରିବେ । ଯଦି ନିଜେ ଯୋଗର ଯାତ୍ରାରେ ନ ରହି କେବଳ ଅନ୍ୟକୁ କହିବ ତେବେ ତୀର ଲାଗିବ ନାହିଁ । ଏଥିରେ ସତ୍ୟତାର ଧାର ଆବଶ୍ୟକ । ଆମେ ବାବାଙ୍କୁ ଏତିକି ଯୋଗ କରୁଛୁ ବାସ୍ । ସ୍ତ୍ରୀ ସ୍ୱାମୀକୁ କେତେ ମନେ ପକାଇଥାଏ । ଇଏ ହେଲେ ପତିଙ୍କର ପତି, ପିତାଙ୍କର ପିତା, ଗୁରୁଙ୍କର ଗୁରୁ । ଗୁରୁମାନେ ମଧ୍ୟ ସେହି ବାବାଙ୍କୁ ହିଁ ମନେ ପକାଇଥା’ନ୍ତି । ଖ୍ରୀଷ୍ଟ ମଧ୍ୟ ବାବାଙ୍କୁ ସ୍ମରଣ କରୁଥିଲେ । କିନ୍ତୁ ତାଙ୍କୁ କେହି ଜାଣିନାହାଁନ୍ତି । ବାବା ଏଠାକୁ ଆସିଲେ ହିଁ ନିଜର ପରିଚୟ ଦେବେ । ଭାରତବାସୀଙ୍କୁ ହିଁ ବାବାଙ୍କ ବିଷୟରେ ଜଣାନାହିଁ ତେବେ ଅନ୍ୟମାନେ କିପରି ଜାଣିବେ । ଯୋଗ ଶିଖିବା ପାଇଁ ବିଦେଶରୁ ମଧ୍ୟ ଏଠାକୁ ଆସୁଛନ୍ତି । ଭାବୁଛନ୍ତି ପ୍ରାଚୀନ ଯୋଗ ଭଗବାନ ଶିଖାଇଥିଲେ । ଏହା ହେଉଛି ଭାବନା । ବାବା ବୁଝାଉଛନ୍ତି ମୁଁ ପ୍ରତି କଳ୍ପରେ ଥରେ ମାତ୍ର ଆସି ପ୍ରକୃତ ଯୋଗ ଶିଖାଉଛି । ମୁଖ୍ୟ କଥା ହେଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହାକୁ ହିଁ ଆଧ୍ୟାତ୍ମିକ ଯୋଗ କୁହାଯାଉଛି । ବାକି ସମସ୍ତଙ୍କର ହେଉଛି ଶାରୀରିକ ଯୋଗ । ବ୍ରହ୍ମ ସହିତ ଯୋଗ ରଖୁଛନ୍ତି । କିନ୍ତୁ ସିଏ ତ ପିତା ନୁହଁନ୍ତି ନା । ତାହା ହେଲା ମହତତ୍ତ୍ୱ, ରହିବାର ସ୍ଥାନ । ତେବେ ଏକମାତ୍ର ବାବା ହିଁ ସତ୍ୟ । ଏକମାତ୍ର ବାବାଙ୍କୁ ହିଁ ସତ୍ୟ କୁହାଯାଉଛି । ଏକଥା ଭାରତବାସୀମାନଙ୍କୁ ଜଣାନାହିଁ ଯେ ବାବା କିପରି ସତ୍ୟ ଅଟନ୍ତି । ସେ ସତ୍ୟଖଣ୍ଡର ସ୍ଥାପନା କରୁଛନ୍ତି । ସତ୍ୟଖଣ୍ଡ ଏବଂ ମିଥ୍ୟାଖଣ୍ଡ । ଯେତେବେଳେ ସତ୍ୟଖଣ୍ଡ ଥିଲା ସେତେବେଳେ ରାବଣ ରାଜ୍ୟ ହିଁ ନଥିଲା । ଅଧାକଳ୍ପ ପରେ ରାବଣ ରାଜ୍ୟ ମିଥ୍ୟାଖଣ୍ଡ ଆରମ୍ଭ ହୁଏ । ସତ୍ୟଯୁଗକୁ ପୁରା ସତ୍ୟଖଣ୍ଡ କୁହାଯିବ । ପୁଣି ମିଥ୍ୟା ଖଣ୍ଡ ପୁରା କଳିଯୁଗର ଅନ୍ତିମ ସମୟ ପର୍ଯ୍ୟନ୍ତ ଚାଲେ । ଏବେ ତୁମେମାନେ ସଙ୍ଗମଯୁଗରେ ଅଛ । ନା ଏଠାରେ, ନା ସେଠାରେ । ତୁମେମାନେ ଏବେ ଯାତ୍ରା କରୁଛ । ତେବେ ଆତ୍ମା ଯାତ୍ରା କରୁଛି, ଶରୀର ନୁହେଁ । ବାବା ଆସି ଯାତ୍ରା କରାଇବା ଶିଖାଉଛନ୍ତି । ତୁମମାନଙ୍କୁ ଏଠାରୁ ସେଠାକୁ ଯିବାକୁ ହେବ । ବାବା ତୁମମାନଙ୍କୁ ଏହିକଥା ଶିଖାଉଛନ୍ତି । ସେମାନେ ତ ଚନ୍ଦ୍ର ତାରା ଆଡକୁ ଯାତ୍ରା କରୁଛନ୍ତି । ଏବେ ତୁମେ ଜାଣୁଛ ଏଥିରେ କିଛି ଫାଇଦା ନାହିଁ । ଏହା ଦ୍ୱାରା ସବୁ ବିନାଶ ହୋଇଯିବ । ବାକି ଯେଉଁ ପରିଶ୍ରମ କରୁଛନ୍ତି ସେ ସବୁ ବ୍ୟର୍ଥ । ତୁମେ ଜାଣିଛ ବିଜ୍ଞାନ ଦ୍ୱାରା ଯେଉଁ ସବୁ ଜିନିଷ ତିଆରି ହେଉଛି ସେସବୁ ଭବିଷ୍ୟତରେ ତୁମର ହିଁ କାମରେ ଆସିବ । ଏହି ଡ୍ରାମା ପୂର୍ବ ନିର୍ମିତ । ବେହଦର ବାବା ଆସି ପାଠ ପଢ଼ାଉଛନ୍ତି ତେଣୁ ତାଙ୍କର କେତେ ରିଗାର୍ଡ ରଖିବା ଦରକାର । ଏମିତି ବି ବିଦ୍ୟାର୍ଥୀମାନେ ଶିକ୍ଷକଙ୍କର ବହୁତ ରିଗାର୍ଡ ରଖିଥା’ନ୍ତି । ଟିଚର ନିର୍ଦ୍ଦେଶ କରିଥା’ନ୍ତି — ଭଲ ଭାବରେ ପାଠପଢ଼ି ପାସ୍ ହୋଇଯାଅ । ଯଦି ନିର୍ଦ୍ଦେଶକୁ ନ ମାନିବ ତେବେ ଫେଲ୍ ହୋଇଯିବ । ବାବା ମଧ୍ୟ କହୁଛନ୍ତି ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ପାଠ ପଢାଉଛି । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ମାଲିକ । ଯଦିଓ ପ୍ରଜା ମଧ୍ୟ ମାଲିକ ଅଟନ୍ତି, କିନ୍ତୁ ପଦ ତ’ ବହୁତ ରହିଛି ନା । ସମସ୍ତ ଭାରତବାସୀ ମଧ୍ୟ କହୁଛନ୍ତି ନା— ଆମେ ମାଲିକ ଅଟୁ । ଗରୀବ ମଧ୍ୟ ନିଜକୁ ଭାରତର ମାଲିକ ବୋଲି ଭାବିବ । କିନ୍ତୁ ରାଜା ଏବଂ ତାଙ୍କ ଭିତରେ କେତେ ଫରକ ରହିଛି । ଜ୍ଞାନ ଆଧାରରେ ପଦର ଫରକ ହୋଇଥାଏ । ଜ୍ଞାନକୁ ବୁଝିବାରେ ମଧ୍ୟ ବୁଦ୍ଧିମାନ ହେବା ଆବଶ୍ୟକ । ପବିତ୍ରତା ମଧ୍ୟ ଜରୁରୀ ତା’ ସହିତ ସ୍ୱାସ୍ଥ୍ୟ-ସମ୍ପତ୍ତି ମଧ୍ୟ ଦରକାର । ସ୍ୱର୍ଗରେ ସବୁକିଛି ରହିଛି ନା । ବାବା ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଉଛନ୍ତି, ଦୁନିଆରେ ଆଉ କାହାରି ବୁଦ୍ଧିରେ ଏହି ଲକ୍ଷ୍ୟ ନାହିଁ । ତୁମେ ତୁରନ୍ତ କହୁଛ, ଆମେ ଏହିପରି ହେଉଛୁ । ସାରା ବିଶ୍ୱରେ ଆମର ରାଜଧାନୀ ହେବ । ବର୍ତ୍ତମାନ ତ ପଞ୍ଚାୟତି ରାଜ୍ୟ ଚାଲିଛି । ପ୍ରଥମେ ଥିଲେ ଦ୍ୱି ମୁକୁଟଧାରୀ ପୁଣି ଗୋଟିଏ ମୁକୁଟଧାରୀ ହେଲେ ଏବେ ମୁକୁଟବିହୀନ ହୋଇଯାଇଛନ୍ତି । ବାବା ମୁରଲୀରେ କହିଥିଲେ— ଏହି ଚିତ୍ର ମଧ୍ୟ ରହୁ— ଡବଲ ମୁକୁଟଧାରୀ ରାଜାମାନଙ୍କ ଆଗରେ ଗୋଟିଏ ମୁକୁଟଧାରୀ ରାଜାମାନେ ନତମସ୍ତକ ହେଉଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୁଁ ତୁମକୁ ରାଜାମାନଙ୍କର ରାଜା ଦ୍ୱିମୁକୁଟଧାରୀ କରୁଛି । ତାହା ହେଲା ଅଳ୍ପକାଳର, ଏହା ତ ୨୧ ଜନ୍ମର କଥା । ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ପବିତ୍ରତା । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଏଠାକୁ ଆସି ପତିତରୁ ପାବନ କର । ଏପରି କହୁନାହାଁନ୍ତି ଯେ ରାଜା କରାଅ । ଏବେ ତୁମର ହେଉଛି ବେହଦର ସନ୍ନ୍ୟାସ । ଏହି ଦୁନିଆରୁ ନିଜ ଘରକୁ ଚାଲିଯିବ । ପୁଣି ସ୍ୱର୍ଗକୁ ଆସିବ । ତେଣୁ ଭିତରେ ଖୁସି ରହିବା ଉଚିତ୍ ଯେହେତୁ ଜାଣୁଛ ଯେ ଆମେ ଘରକୁ ଯାଇ ପୁଣି ରାଜତ୍ୱ କରିବା ପାଇଁ ଆସିବା ପୁଣି ଝାଉଁଳିଯିବା, ଦୁଃଖୀ ହେବା କ’ଣ ଦରକାର । ଆମେ ଆତ୍ମାମାନେ ଘରକୁ ଯାଇ ପୁଣି ନୂଆ ଦୁନିଆରେ ପୁର୍ନଜନ୍ମ ନେବୁ । ତେବେ ପିଲାମାନଙ୍କର କାହିଁକି ସ୍ଥାୟୀ ଖୁସି ରହୁନାହିଁ? କାରଣ ମାୟାର ବହୁତ ଅପୋଜିସନ୍ ଅର୍ଥାତ୍ ବିରୋଧ ହେଉଛି ତେଣୁ ଖୁସୀ କମ୍ ହୋଇଯାଉଛି । ସ୍ୱୟଂ ପତିତ-ପାବନ କହୁଛନ୍ତି ମୋତେ ସ୍ମରଣ କରିଲେ ତୁମର ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ତୁମେମାନେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ଜାଣିଛ ଆମେ ପୁଣି ଥରେ ନିଜର ରାଜସ୍ଥାନକୁ ଚାଲିଯିବୁ । ଏଠାରେ ଭିନ୍ନ ଭିନ୍ନ ପ୍ରକାରର ରାଜାମାନେ ଅଛନ୍ତି, ଏବେ ପୁଣି ରୁହାନୀ ରାଜସ୍ଥାନ ହେବ । ତୁମେମାନେ ସ୍ୱର୍ଗର ମାଲିକ ହୋଇଯିବ । ଖ୍ରୀଷ୍ଟିୟାନମାନେ ସ୍ୱର୍ଗର ଅର୍ଥକୁ ମଧ୍ୟ ବୁଝନ୍ତି ନାହିଁ । ସେମାନେ ମୁକ୍ତିଧାମକୁ ସ୍ୱର୍ଗ କହିଦେଉଛନ୍ତି । ଏପରି ନୁହେଁ ଯେ ହେଭେନ୍ଲୀ ଗଡ୍ ଫାଦର କୌଣସି ହେଭେନ୍ରେ ରହୁଛନ୍ତି । ସେ ତ ଶାନ୍ତିଧାମରେ ରହୁଛନ୍ତି । ଏବେ ତୁମେ ସ୍ୱର୍ଗକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ଏହି ଅନ୍ତରକୁ ବତାଇବାକୁ ହେବ । ଈଶ୍ୱରୀୟ ପିତା ହେଲେ ମୁକ୍ତିଧାମର ବାସିନ୍ଦା । ସ୍ୱର୍ଗ ନୂଆ ଦୁନିଆକୁ କୁହାଯାଉଛି । ସେଠାରେ ତ ଖ୍ରୀଷ୍ଟିୟାନ୍ମାନେ ରହିବେ ନାହିଁ । ବାବା ହିଁ ଆସି ସ୍ୱର୍ଗ ସ୍ଥାପନା କରୁଛନ୍ତି । ତୁମେ ଯାହାକୁ ଶାନ୍ତିଧାମ କହୁଛ ତାକୁ ସେମାନେ ସ୍ୱର୍ଗ ବୋଲି ଭାବୁଛନ୍ତି । ଏସବୁ ବୁଝିବାର କଥା । ବାବା କହୁଛନ୍ତି — ଜ୍ଞାନ ତ ବହୁତ ସହଜ । ଏହା ପବିତ୍ର ହେବାର ଜ୍ଞାନ, ମୁକ୍ତି-ଜୀବନମୁକ୍ତିକୁ ଯିବାର ଜ୍ଞାନ, ଯାହାକି ବାବା ହିଁ ଦେଇପାରିବେ । ଫାଶୀ ଦିଆଯିବା ସମୟରେ ମନରେ ଏହି କଥା ଆସିଥାଏ ଯେ ଆମେ ଭଗବାନଙ୍କ ପାଖକୁ ଯାଉଛୁ । ଫାଶୀ ଦେଉଥିବା ବ୍ୟକ୍ତି ମଧ୍ୟ କହନ୍ତି ଯେ ଗଡ୍ଙ୍କୁ ସ୍ମରଣ କର । କିନ୍ତୁ ଉଭୟ ଗଡ୍ଙ୍କୁ ଜାଣି ନାହାଁନ୍ତି । ତାଙ୍କର ତ ସେ ସମୟରେ ମିତ୍ର-ସମ୍ବନ୍ଧୀ ଆଦି ମନେ ପଡିଥା’ନ୍ତି । ଗାୟନ ମଧ୍ୟ ରହିଛି ଅନ୍ତିମ କାଳରେ ଯିଏ ସ୍ତ୍ରୀକୁ ସ୍ମରଣ କରେ... କେହି ନା କେହି ନିଶ୍ଚୟ ମନେ ରହିଥା’ନ୍ତି । କେବଳ ସତ୍ୟଯୁଗରେ ହିଁ ସମସ୍ତେ ମୋହଜିତ୍ ରହିଥା’ନ୍ତି । ସେଠାରେ ଜାଣିଥା’ନ୍ତି ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରିବୁ । ସେଠାରେ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ । ସେଥିପାଇଁ କୁହାଯାଏ ଦୁଃଖରେ ସମସ୍ତେ ସ୍ମରଣ କରନ୍ତି... ଏଠାରେ ଦୁଃଖ ଅଛି । ସେଥିପାଇଁ ସ୍ମରଣ କରୁଛନ୍ତି, ଭଗବାନଙ୍କଠାରୁ କିଛି ମିଳୁ । ସେଠାରେ ତ ସବୁ କିଛି ମିଳିବ । ତୁମେମାନେ ଅନ୍ୟମାନଙ୍କୁ କହିପାରିବ ଆମର ଉଦ୍ଦେଶ୍ୟ ହେଉଛି ମନୁଷ୍ୟମାନଙ୍କୁ ଆସ୍ତିକ ଏବଂ ସନାଥ କରାଇବା । ବର୍ତ୍ତମାନ ସମସ୍ତେ ହେଉଛନ୍ତି ଅନାଥ । ଆମେ ସନାଥ ହେଉଛୁ । ସୁଖ, ଶାନ୍ତି, ସମ୍ପତ୍ତିର ବର୍ସା ବାବା ହିଁ ଦେଇଥା’ନ୍ତି । ଏହି ଲକ୍ଷ୍ମୀ-ନାରାୟଣ କେତେ ଦୀର୍ଘାୟୁ ଥିଲେ । ଏକଥା ମଧ୍ୟ ଜାଣିଛନ୍ତି ପ୍ରଥମେ ଭାରତବାସୀମାନେ ଦୀର୍ଘାୟୁ ଥିଲେ । ଏବେ ଆୟୁଷ କମ୍ ହୋଇଯାଇଛି । କାହିଁକି କମ ହୋଇଯାଇଛି — ଏକଥା କେହି ମଧ୍ୟ ଜାଣି ନାହାଁନ୍ତି । ତୁମ ପାଇଁ ତ’ ବୁଝିବା ଏବଂ ବୁଝାଇବା ବହୁତ ସହଜ, ତାହା ପୁଣି କ୍ରମ ଅନୁସାରେ । ବୁଝାଇବା ସମସ୍ତଙ୍କର ନିଜସ୍ୱ ରହିଛି, ଯିଏ ଯେପରି ଧାରଣ କରନ୍ତି ସେହିପରି ବୁଝାଇଥା’ନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବାବା ଯେପରି ସର୍ବଦା ଆତ୍ମ-ଅଭିମାନୀ ଅଟନ୍ତି, ସେହିପରି ଆତ୍ମ-ଅଭିମାନୀ ରହିବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ଏକମାତ୍ର ବାବାଙ୍କୁ ହୃଦୟର ସହିତ ସ୍ନେହ କରି-କରି ତାଙ୍କ ସହିତ ଘରକୁ ଯିବାକୁ ହେବ ।

(୨) ବେହଦର ବାବାଙ୍କର ପୂରା-ପୂରା ସମ୍ମାନ ରଖିବାକୁ ହେବ ଅର୍ଥାତ୍ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ । ବାବାଙ୍କର ପ୍ରଥମ ନିର୍ଦ୍ଦେଶ ହେଉଛି — ପିଲାମାନେ ଭଲ ଭାବରେ ପାଠପଢି ପାସ୍ ହୋଇଯାଅ । ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ହେବ ।

ବରଦାନ:-

ସେନ୍ସ ଅର୍ଥାତ୍ ଜ୍ଞାନଯୁକ୍ତ ବୁଦ୍ଧି ଏବଂ ଇସେନ୍ସ ଅର୍ଥାତ୍ ଶକ୍ତିସ୍ୱରୂପ ସ୍ଥିତିର ସନ୍ତୁଳନ ଦ୍ୱାରା ନିଜର ପଣିଆକୁ ସ୍ୱାହା କରୁଥିବା ବିଶ୍ୱ ପରିବର୍ତ୍ତକ ହୁଅ ।

ସେନ୍ସ ଅର୍ଥାତ୍ ଜ୍ଞାନର ଭିନ୍ନ ଭିନ୍ନ ପଏଣ୍ଟସ୍କୁ ଧାରଣ କରିଥିବା ଜ୍ଞାନଯୁକ୍ତ ବୁଦ୍ଧି ଏବଂ ଇସେନ୍ସ ଅର୍ଥାତ୍ ସର୍ବଶକ୍ତି ସ୍ୱରୂପର ସ୍ଥିତି ବା ସମର୍ଥ ସ୍ଥିତି । ଯଦି ଏହି ଦୁଇଟି ଯାକର ସନ୍ତୁଳନ ରହିବ ତେବେ ନିଜର ପଣିଆ ବା ପୁରୁଣା ପଣିଆ ଅର୍ଥାତ୍ ପୁରୁଣା ବିଚାର ଧାରା ସ୍ୱାହା ହୋଇଯିବ । ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ କର୍ମ ବିଶ୍ୱ ପରିବର୍ତ୍ତନର ସେବାରେ ସ୍ୱାହା ହୋଇଯିବ, ଯାହା ଦ୍ୱାରା ତୁମେମାନେ ସ୍ୱତଃ ବିଶ୍ୱ ପରିବର୍ତ୍ତକ ହୋଇଯିବ । ଯେଉଁମାନେ ନିଜର ଦେହର ସ୍ମୃତି ସହିତ ସ୍ୱାହା ହୋଇଯାଆନ୍ତି ।

ସ୍ଲୋଗାନ:-

ଯଦି ନିଜର ଶ୍ରେଷ୍ଠ ପ୍ରାପ୍ତି ଗୁଡିକୁ ସ୍ମୃତିରେ ଆଣିବ ତେବେ ଦୁଃଖ ଅଶାନ୍ତିର ସବୁ ସମସ୍ୟା ଭୁଲି ହୋଇଯିବ ।

*** ଓମ୍ ଶାନ୍ତି ***