19.11.23    Avyakt Bapdada     Odia Murli    03.04.96     Om Shanti     Madhuban


“ସେବା କରିବା ସହିତ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ପୁରୁଣା ବା ବ୍ୟର୍ଥ ସଂସ୍କାର ଠାରୁ ମୁକ୍ତ ହୁଅ”


ଆଜି ବେହଦର ପିତା ନିଜର ବେହଦର ସଦା ସହଯୋଗୀ ସାଥୀମାନଙ୍କୁ ଦେଖୁଛନ୍ତି । ଚାରିଆଡର ସଦା ସହଯୋଗୀ ପିଲାମାନେ ସର୍ବଦା ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟନ୍ତି । ନିରାକାର ପିତାଙ୍କର ତ ନିଜର ଅକାଳ ତଖତ ଅର୍ଥାତ୍ ଭ୍ରୃକୁଟୀ ସିଂହାସନ ମଧ୍ୟ ନାହିଁ କିନ୍ତୁ ତୁମମାନଙ୍କର କେତେ ସିଂହାସନ ଅଛି? ତେଣୁ ବାପଦାଦା ସିଂହାସନ ଅଧିକାରୀ ପିଲାମାନଙ୍କୁ ଦେଖି ସର୍ବଦା ହର୍ଷିତ ହେଉଛନ୍ତି - ବାଃ ମୋ’ର ସିଂହାସନ ଅଧିକାରୀ ସନ୍ତାନ ବାଃ! ପିଲାମାନେ ମଧ୍ୟ ବାବାଙ୍କୁ ଦେଖି ଖୁସି ହେଉଛନ୍ତି । ତୁମେ ସମସ୍ତେ ବାପଦାଦାଙ୍କୁ ଦେଖି ଖୁସି ହେଉଛ କିନ୍ତୁ ବାପଦାଦା କେତୋଟି ପିଲାଙ୍କୁ ଦେଖି ଖୁସି ହେଉଛନ୍ତି । କାହିଁକି ନା ପ୍ରତ୍ୟେକ ସନ୍ତାନ ଜଣେ ଜଣେ ବିଶେଷ ଆତ୍ମା ଅଟନ୍ତି ଚାହେଁ ଶେଷ ନମ୍ବରବାଲା ମଧ୍ୟ ଅଟେ କିନ୍ତୁ ପୁଣି ବି ଶେଷ ନମ୍ବର ବାଲା ହୋଇଥିଲେ ମଧ୍ୟ ବିଶେଷ କରି କୋଟିକ ଭିତରେ କେହି, କେହିଙ୍କ ଭିତରେ କେହିଙ୍କର ତାଲିକାରେ ତ ଅଛି ନା, ସେଥିପାଇଁ ପ୍ରତ୍ୟେକ ପିଲାଙ୍କୁ ଦେଖି ବାବାଙ୍କୁ ଅଧିକ ଖୁସି ଲାଗୁଛି । ନା ତୁମମାନଙ୍କୁ ବେଶୀ ଖୁସି ଲାଗୁଛି? (ଉଭୟଙ୍କୁ) ବାବାଙ୍କର କେତେ ପିଲା ଅଛନ୍ତି! ଯେତିକି ପିଲା ସେତିକି ଖୁସି, କିନ୍ତୁ ତୁମମାନଙ୍କର କେବଳ ଡବଲ ଖୁସି, ବାସ୍ । ତୁମମାନଙ୍କ ଭିତରେ ପରିବାରର ମଧ୍ୟ ଖୁସି ଅଛି କିନ୍ତୁ ବାବାଙ୍କର ଖୁସି ସଦାକାଳର ଅଟେ କିନ୍ତୁ ତୁମମାନଙ୍କର ଖୁସି ସଦାକାଳର ଅଟେ, ନା କେବେ ତଳ ଉପର ହେଉଛି ।

ବାପଦାଦା ଜାଣିଛନ୍ତି ଯେ ବ୍ରାହ୍ମଣ ଜୀବନର ଶ୍ୱାସ-ପ୍ରଶ୍ୱାସ ହେଲା ଖୁସି । ଯଦି ଖୁସି ନାହିଁ ତେବେ ବ୍ରାହ୍ମଣ ଜୀବନ ନୁହେଁ, ତାହା ମଧ୍ୟ କେବେ କେବେ ବାଲା ଖୁସି ନୁହେଁ ବା ଶତକଡା ଏତିକି ଭାଗ ଖୁସି ତାହା ମଧ୍ୟ ନୁହେଁ । ଖୁସି ଅର୍ଥାତ୍ ସମ୍ପୂର୍ଣ୍ଣ ଖୁସି । ଆଜି ଶତକଡା ୫୦ ଭାଗ ଖୁସି ରହିଲା, କାଲି ୧୦୦ ଭାଗ ରହିଲା, ତେବେ ଏହା ହେଲା ଜୀବନର ନିଶ୍ୱାସ-ପ୍ରଶ୍ୱାସ ତଳ ଉପର ହେବା । ବାପଦାଦା ତ ପୂର୍ବରୁ ମଧ୍ୟ କହିଦେଇଛନ୍ତି ଯେ ଶରୀର ପଛକେ ଚାଲିଯାଉ, କିନ୍ତୁ ଖୁସି ନ ଯାଉ । ତେବେ ଏହି ପାଠ ସର୍ବଦା ପକ୍କା ରହୁଛି, ନା କିଛି କିଛି କଞ୍ଚା ମଧ୍ୟ ଅଛି? ସର୍ବଦା ଏଥିପ୍ରତି ଧ୍ୟାନ ରହୁଛି? କେବେ କେବେ ବାଲା କ’ଣ ହେବେ? ସର୍ବଦା ଖୁସିରେ ରହିବାବାଲା ତ ସମ୍ମାନର ସହିତ ପାସ୍ କରିବେ ଅର୍ଥାତ୍ ଉତ୍ତୀର୍ଣ୍ଣ ହେବେ କିନ୍ତୁ କେବେକେବେ ଖୁସିରେ ରହିବାବାଲାଙ୍କୁ ଧର୍ମରାଜ ପୁରୀକୁ ପାସ୍ କରିବାକୁ ପଡିବ ଅର୍ଥାତ୍ ଅତିକ୍ରମ କରିଯିବାକୁ ପଡିବ । ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ପାସ୍ କରିବାବାଲା ଗୋଟିଏ ସେକେଣ୍ଡ ଭିତରେ ବାବାଙ୍କ ସାଙ୍ଗରେ ଉଡିଯିବେ, କେଉଁଠି ଅଟକିବେ ନାହିଁ । ତେଣୁ ତୁମେ ସବୁ କିଏ? ସାଥୀରେ ଯିବାବାଲା, ନା ବାଟରେ ଅଟକିବାବାଲା? (ସାଥୀରେ ଯିବାବାଲା) ତେବେ ସେହିଭଳି ଚାର୍ଟ ଅଛି ତ? କାହିଁକି ନା ବିଶେଷ କରି ଡାଇମଣ୍ଡ ଜୁବଲୀ ବର୍ଷରେ ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି କେଉଁ ଶୁଭ ଆଶା ରହିଛି, ତାହା ତ ଜାଣିଛ ନା?

ବାପଦାଦା ସବୁ ପିଲାଙ୍କର ଚାର୍ଟକୁ ମଧ୍ୟ ଦେଖିଛନ୍ତି । ସେଥିରେ ଏହି କଥା ଦେଖିଲେ ଯେ ବର୍ତ୍ତମାନର ସମୟ ଅନୁସାରେ ଗୋଟିଏ କଥା ଉପରେ ଆଉ ଟିକିଏ ଅଧିକ ଧ୍ୟାନ ଦେବା ଦରକାର । ଯେପରି ସେବା କରିବାରେ ବହୁତ ଉମଙ୍ଗ-ଉତ୍ସାହରେ ଆଗକୁ ବଢୁଛ ଏବଂ ଡାଇମଣ୍ଡ ଜୁବଲୀରେ କିଛି ବିଶେଷ ସେବା କରିବାର ମଧ୍ୟ ଉମଙ୍ଗ-ଉତ୍ସାହ ରଖିଛ, ଏଥିରେ ମଧ୍ୟ ସମସ୍ତେ ପାସ୍ ଅଟ । ସମସ୍ତେ ଯଥାଶକ୍ତି ସେବା ମଧ୍ୟ କରୁଛ ଏବଂ ଆଗକୁ ମଧ୍ୟ କରିବ କିନ୍ତୁ ଏବେ ବିଶେଷ ଭାବରେ ଆଉ କ’ଣ ଆବଶ୍ୟକ? ଯେହେତୁ ସମୟ ବହୁତ ପାଖେଇ ଆସିଲାଣି ତେଣୁ ସମୟ ପାଖେଇ ଆସିବା ସହିତ ଏବେ ତୁମମାନଙ୍କ ଭିତରେ କେଉଁ ଲହର ଅର୍ଥାତ୍ ବିଶେଷ ସଂକଳ୍ପ ରହିବା ଉଚିତ୍‌? (ବୈରାଗ୍ୟର) କେଉଁଭଳି ବୈରାଗ୍ୟ? ବିନାଶୀ ନା ଅବିନାଶୀ? ତେବେ ସେବାର ଉମଙ୍ଗ-ଉତ୍ସାହ ଯେତିକି ରହିଛି, ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଅନୁସାରେ ସ୍ୱସ୍ଥିତି ଏବଂ ବେହଦର ବୈରାଗ୍ୟ କେତେ ପରିମାଣରେ ଅଛି? କାହିଁକି ନା ତୁମମାନଙ୍କର ସେବାର ସଫଳତା ହେଲା ଶୀଘ୍ର ଶୀଘ୍ର ପ୍ରଜାମାନେ ପ୍ରସ୍ତୁତ ହୋଇଯିବା ଦରକାର, ସେଥିପାଇଁ ତ ସେବା କରୁଛ ନା? ତେଣୁ ଯେତେବେଳ ପର୍ଯ୍ୟନ୍ତ ତୁମେ ନିମିତ୍ତ ଆତ୍ମାମାନଙ୍କ ଭିତରେ ବେହଦର ଅର୍ଥାତ୍ ଅବିନାଶୀ ବୈରାଗ୍ୟ ବୃତ୍ତି ଉତ୍ପନ୍ନ ହୋଇ ନାହିଁ ସେପର୍ଯ୍ୟନ୍ତ ଅନ୍ୟ ଆତ୍ମାମାନଙ୍କ ଭିତରେ ମଧ୍ୟ ବୈରାଗ୍ୟ ବୃତ୍ତି ଆସି ପାରିବ ନାହିଁ ଏବଂ ଯେପର୍ଯ୍ୟନ୍ତ ବୈରାଗ୍ୟ ବୃତ୍ତି ଆସିନାହିଁ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ବାବାଙ୍କର ପରିଚୟ ପ୍ରାପ୍ତ ହେବାର ଯେଉଁ ଲକ୍ଷ୍ୟ ରଖିଛ ତାହା ସଫଳ ହୋଇପାରିବ ନାହିଁ । ତେବେ ବେହଦର ବୈରାଗ୍ୟର ଅର୍ଥ ହେଲା ସଦାକାଳର ବୈରାଗ୍ୟ । ଯଦି ସମୟ ଅନୁସାରେ ବା ପରିସ୍ଥିତି ଅନୁସାରେ ବୈରାଗ୍ୟ ଆସୁଛି ତେବେ ସମୟ ନମ୍ବରୱାନ ହୋଇଗଲା ଏବଂ ତୁମେ ନମ୍ବର ଟୁ ଅର୍ଥାତ୍ ଦ୍ୱିତୀୟ ନମ୍ବର ହୋଇଗଲ କାରଣ ପରିସ୍ଥିତି ବା ସମୟ ତୁମକୁ ବୈରାଗ୍ୟ ଦେଲା । ପୁଣି ପରିସ୍ଥିତି ସମାପ୍ତ ହେବା ପରେ ବା ସମୟ ବିତିଯିବା ପରେ ବୈରାଗ୍ୟ ମଧ୍ୟ ସମାପ୍ତ ହୋଇଯିବ । ତେଣୁ ଏହାକୁ କ’ଣ କୁହାଯିବ - ବେହଦର ବୈରାଗ୍ୟ, ନା ହଦ୍‌ର ବୈରାଗ୍ୟ? ତେଣୁ ବର୍ତ୍ତମାନ ବେହଦର ବୈରାଗ୍ୟ ଆବଶ୍ୟକ । ଯଦି ବୈରାଗ୍ୟ ଖଣ୍ଡିତ ହୋଇଯାଉଛି ତେବେ ଏହାର ମୁଖ୍ୟ କାରଣ ହେଲା - ଦେହର ସ୍ମୃତି । ପେର୍ଯ୍ୟନ୍ତ ଦୈହିକ ସ୍ମୃତିର ବୈରାଗ୍ୟ ହୋଇନାହିଁ ସେପର୍ଯ୍ୟନ୍ତ କୌଣସି କଥାର ବୈରାଗ୍ୟ ସଦାକାଳ ପାଇଁ ହୋଇପାରିବ ନାହିଁ, ଅଳ୍ପକାଳ ପାଇଁ ହୋଇଯିବ । ସମ୍ବନ୍ଧଗୁଡିକର ବୈରାଗ୍ୟ କୌଣସି ବଡ କଥା ନୁହେଁ, ତାହା ତ ଦୁନିଆରେ ମଧ୍ୟ ଅନେକଙ୍କୁ ଆନ୍ତରିକ ବୈରାଗ୍ୟ ଆସିଯାଉଛି କିନ୍ତୁ ଏଠାରେ ଦୈହିକ ସ୍ମୃତି ଅର୍ଥାତ୍ ଦେହଭାନ୍‌ର କେତେ ରୂପ ଅଛି, ତା’ର ବିସ୍ତାରକୁ ମଧ୍ୟ ତୁମେମାନେ ଜାଣିଛ କିନ୍ତୁ ଏହି ଅନେକ ପ୍ରକାରର ଦେହଭାନ୍‌ର ରୂପକୁ ଜାଣି ବେହଦର ବୈରାଗ୍ୟରେ ରହିବାକୁ ହେବ । ଯାହା ଦ୍ୱାରା ଦେହଭାନ୍ ଦେହୀ-ଅଭିମାନୀ ସ୍ଥିତିରେ ପରିଣତ ହୋଇଯିବ । ଯେପରି ଦେହଭାନ୍‌ରେ ଆସିବା ସ୍ୱାଭାବିକ ହୋଇଗଲାଣି, ସେହିଭଳି ଦେହୀ ଅର୍ଥାତ୍ ଆତ୍ମ ଅଭିମାନ ଅର୍ଥାତ୍ ଆତ୍ମ ଅଭିମାନ ମଧ୍ୟ ସ୍ୱାଭାବିକ ହୋଇଯାଉ କାହିଁକି ନା ସବୁ କଥାରେ ପ୍ରଥମ ଶବ୍ଦ ହେଦ ହିଁ ଆସୁଛି । ଚାହେଁ ସମ୍ବନ୍ଧ ହେଲେ ମଧ୍ୟ ଦେହର ହିଁ ସମ୍ବନ୍ଧ, ପଦାର୍ଥ ମଧ୍ୟ ଦେହର ହିଁ ପଦାର୍ଥ । ତେଣୁ ଏସବୁର ମୂଳ ଆଧାର ଦେହଭାନ ହିଁ ଅଟେ । ଯେପର୍ଯ୍ୟନ୍ତ କୌଣସି ବି ରୂପରେ ଦେହଭାନ ରହିଛି, ସେପର୍ଯ୍ୟନ୍ତ, ବୈରାଗ୍ୟ ବୃତ୍ତି ଆସିପାରିବ ନାହିଁ ଏବଂ ବାପଦାଦା ଦେଖିଲେ ଯେ ବର୍ତ୍ତମାନ ସମୟରେ ଦେହ-ଭାନ ଦ୍ୱାର ଯେଉଁ ବିଘ୍ନ ଆସୁଛି, ତା’ର କାରଣ ହେଲା ଦେହର ଯେଉଁ ସବୁ ପୁରୁଣା ସଂସ୍କାର ରହିଛି, ସେଗୁଡିକ ପ୍ରତି ବୈରାଗ୍ୟ ଆସି ନାହିଁ । ତେଣୁ ପ୍ରଥମେ ଦେହର ପୁରୁଣା ସ୍ୱଭାବ-ସଂସ୍କାର ପ୍ରତି ବୈରାଗ୍ୟ ଆସିବା ଦରକାର । କାରଣ ପୁରୁଣା ସଂସ୍କାର ହିଁ ଶ୍ରେଷ୍ଠ ସ୍ଥିତିରୁ ତଳକୁ ନେଇଆସୁଛି । ସଂସ୍କାର କାରଣରୁ ହିଁ ସେବାରେ ବା ସମ୍ବନ୍ଧ-ସମ୍ପର୍କରେ ବିଘ୍ନ ଆସୁଛି । ତେଣୁ ଫଳାଫଳରେ ଏହି କଥା ଦେଖିଲେ ଯେ ଦେହର ପୁରୁଣା ସଂସ୍କାରଠାରୁ ଯେପର୍ଯ୍ୟନ୍ତ ବୈରାଗ୍ୟ ଆସିନାହିଁ ସେପର୍ଯ୍ୟନ୍ତ ବେହଦର ବୈରାଗ୍ୟ ସଦାକାଳ ପାଇଁ ରହିପାରୁ ନାହିଁ ଏବଂ ସଂସ୍କାର ମଧ୍ୟ ଭିନ୍ନ ଭିନ୍ନ ରୂପରେ ନିଜ ଆଡକୁ ଆକର୍ଷିତ କରି ନେଉଛି । ତେଣୁ ଯେଉଁଠାରେ କୌଣସି ଆଡକୁ ଆକର୍ଷଣ ରହିଛି, ସେଠାରେ ବୈରାଗ୍ୟ ଆସିପାରିବ ନାହିଁ । ତେଣୁ ଚେକ୍ କର ଯେ ମୁଁ ମୋର ପୁରୁଣା ବା ବ୍ୟର୍ଥ ସ୍ୱଭାବ-ସଂସ୍କାରଠାରୁ ମୁକ୍ତ ହେଲିଣି? ତେଣୁ ବୈରାଗ୍ୟ ବୃତ୍ତିରେ ରହିବା ପାଇଁ ଯେତେ ବି ଚେଷ୍ଟା କର ଏବଂ କରୁଛ ମଧ୍ୟ କିନ୍ତୁ ସଂସ୍କାର କାହା କାହା ଭିତରେ ବା ଅଧିକାଂଶଙ୍କ ଭିତରେ କୌଣସି ନା କୌଣସି ରୂପରେ ଏତେ ପ୍ରବଳ ଅଟେ ଯାହାକି ନିଜ ଆଡକୁ ଟାଣି ନେଉଛି । ତେଣୁ ପ୍ରଥମେ ନିଜର ପୁରୁଣା ସଂସ୍କାର ପ୍ରତି ବୈରାଗ୍ୟ ଆସିବା ଦରକାର । ତେବେ ତୁମେ ନ ଚାହିଁଲେ ମଧ୍ୟ ସଂସ୍କାର ପ୍ରକଟ ହୋଇଯାଉଛି, ଏହାର କାରଣ କ’ଣ? ଯଦିଓ ତୁମେ ଚାହୁଁନାହଁ କିନ୍ତୁ ସୁକ୍ଷ୍ମ ରୂପରେ ସଂସ୍କାର ଗୁଡିକୁ ଭସ୍ମ କରି ନାହଁ । କେଉଁଠି ନା କେଉଁଠି ଅଂଶମାତ୍ରରେ ଲୁଚି ରହିଛି, ଯାହାକି ନ ଚାହିଁଲେ ମଧ୍ୟ ସମୟ ଅନୁସାରେ ପ୍ରକଟ ହୋଇଯାଉଛି । ତା’ପରେ କହୁଛ - ମୁଁ ଚାହୁଁ ନ ଥିଲି ଯେ କିନ୍ତୁ କ’ଣ କରିବି ହୋଇଗଲା, ବା ହୋଇଯାଉଛି..... ତେବେ ଏକଥା କିଏ କହୁଛି - ଦେହଭାନ, ନା ଦେହୀ-ଅଭିମାନ? ତେଣୁ ବାପଦାଦା ଦେଖିଲେ ଯେ ପୁରୁଣା ସଂସ୍କାର ପ୍ରତି ବୈରାଗ୍ୟ ବୃତ୍ତିରେ ଦୁର୍ବଳତା ରହିଛି । ସେଗୁଡିକୁ ସମାପ୍ତ ମଧ୍ୟ କରିଛ କିନ୍ତୁ ଅଂଶମାତ୍ରରେ ମଧ୍ୟ ନଥିବ - ଏଭଳି ସମାପ୍ତ କରିନାହଁ, ତେଣୁ ଯେଉଁଠି ଅଂଶ ରହିବ ସେଠାରେ ବଂଶ ମଧ୍ୟ ନିଶ୍ଚିତ ଥିବ । ଆଜି ଅଂଶମାତ୍ରାରେ ଅଛି, କାଲିକୁ ସମୟ ଅନୁସାରେ ବଂଶର ରୂପ ଧାରଣ କରି ନେଉଛି ଏବଂ ତୁମକୁ ବଶୀଭୂତ କରିଦେଉଛି । କହିବା ହିସାବରେ ତ ସମସ୍ତେ ନିଜକୁ ବାବାଙ୍କ ଭଳି ଜ୍ଞାନବାନ ଆତ୍ମା ବୋଲି କହିଦେଉଛ କିନ୍ତୁ ଯେତେବେଳେ ସଂସ୍କାର ଆକ୍ରମଣ କରୁଛି ସେତେବେଳେ ଜ୍ଞାନବାନ ଅର୍ଥାତ୍ ନଲେଜଫୁଲ ଅଟ ନା ନଲେଜପୁଲ ଅର୍ଥାତ୍ ଜ୍ଞାନକୁ ଟାଣିବାବାଲା ଅଟ? କ’ଣ ଅଟ? ନଲେଜ୍‌ଫୁଲ୍ ପରିବର୍ତ୍ତେ ନଲେଜପୁଲ୍ ହୋଇଯାଉଛ । ସେତେବେଳେ ଯଦି କାହାକୁ ବି ପଚାରିବ ସେ କହିବ - ହଁ ମୁଁ ମଧ୍ୟ ଭଲ ଭାବରେ ବୁଝିଛି, ହେବା ତ ଉଚିତ୍ ନୁହେଁ, କରିବା ତ ଉଚିତ୍ ନୁହେଁ କିନ୍ତୁ ହୋଇଯାଉଛି । ତେବେ ନଲେଜଫୁଲ୍ ହେଲ ନା ନଲେଜପୁଲ ହେଲ? ଯେଉଁମାନେ ନଲେଜଫୁଲ ଆତ୍ମା ସେମାନଙ୍କୁ କୌଣସି ବି ସଂସ୍କାର, ସମ୍ବନ୍ଧ ବା ପଦାର୍ଥର ଆକର୍ଷଣ ପ୍ରଭାବିତ କରିପାରିବ ନାହିଁ ।

ତେବେ ତୁମେମାନେ ଡାଇମଣ୍ଡ ଜୁବଲୀ ପାଳନ କରୁଛ, ଡାଇମଣ୍ଡ ଜୁବଲୀର ଅର୍ଥ ହେଲା - ଡାଇମଣ୍ଡ ହେବା ଅର୍ଥାତ୍ ବେହଦର ବୈରାଗୀ ହେବା । ଯେତିକି ସେବାର ଉମଙ୍ଗ-ଉତ୍ସାହ ପ୍ରତି ଧ୍ୟାନ ଅଛି ସେତିକି ଧ୍ୟାନ ବୈରାଗ୍ୟ ବୃତ୍ତି ପ୍ରତି ନାହିଁ । ଏଥିରେ ଅବହେଳା ପଣିଆ ଅଛି । ଚାଲୁଛି ତ.... ହେଉଛି ତ...ହୋଇଯିବ ତ.... ସମୟ ଆସିଲେ ଆପେ ଠିକ୍ ହୋଇଯିବ... ତେବେ ସମୟ ତୁମର ଶିକ୍ଷକ ନା ବାବା ଶିକ୍ଷକ? କିଏ ଶିକ୍ଷକ? ଯଦି ସମୟ ଆସିଲେ ସଂସ୍କାର ପରିବର୍ତ୍ତନ କରିବ ତେବେ ତୁମର ଶିକ୍ଷକ ତ ସମୟ ହୋଇଗଲା! ତୁମର ରଚନା ତୁମର ଶିକ୍ଷକ ହେବ - ଏହା ଠିକ୍ ଲାଗୁଛି? ତେବେ ଯେତେବେଳେ ସେହିଭଳି ପରିସ୍ଥିତି ଆସୁଛି ସେତେବେଳେ କ’ଣ କହୁଛ? ସମୟ ଆସିଲେ ମୁଁ ଠିକ୍ କରିଦେବି, ବା ଠିକ୍ ହୋଇଯିବି । ବାବାଙ୍କୁ ମଧ୍ୟ ଆସ୍ୱାସନା ଦେଇଦେଉଛ - ଆପଣ ଚିନ୍ତା କରନ୍ତୁ ନାହିଁ, ସବୁ ଠିକ୍ ହୋଇଯିବ । ସମୟ ଆସିଲେ ମୁଁ ନିଶ୍ଚିତ ଆଗକୁ ବଢିଯିବି । ତେବେ ସମୟକୁ ଶିକ୍ଷକ କରିବା - ଏହା ତୁମଭଳି ମାଷ୍ଟର ରଚୟିତା ମାନଙ୍କୁ ଶୋଭା ପାଉଛି! ଭଲ ଲାଗୁଛି? ନାହିଁ ନା! ସମୟ ତୁମର ରଚନା, ତୁମେ ମାଷ୍ଟର ରଚୟିତା । ତେବେ ରଚନା ତା’ର ମାଷ୍ଟର ରଚୟିତାର ଶିକ୍ଷକ ହେବ ଏହା ମାଷ୍ଟର ରଚୟିତାର ଶୋଭା ନୁହେଁ । ତେଣୁ ବାପଦାଦା ଏବେ ଯେଉଁ ସମୟ ଦେଇଛନ୍ତି, ସେଥିରେ ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର କାହିଁକି ନା ସେବାର ଟଣା-ଭିଡା ଭିତରେ ବୈରାଗ୍ୟ ବୃତ୍ତି ସମାପ୍ତ ହୋଇଯାଉଛି । ଏମିତି ତ ସେବା କରିବାରେ ଖୁସି ମଧ୍ୟ ମିଳୁଛି, ଶକ୍ତି ମଧ୍ୟ ମିଳୁଛି ଏବଂ ପ୍ରତ୍ୟକ୍ଷ ଫଳ ମଧ୍ୟ ମିଳୁଛି କିନ୍ତୁ ବେହଦର ବୈରାଗୀ ବୃତ୍ତି ମଧ୍ୟ ସେବାରେ ହିଁ ସମାପ୍ତ ହୋଇଯାଉଛି ସେଥିପାଇଁ ଏବେ ନିଜ ଭିତରେ ଏହି ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର । କଳ୍ପ ପୂର୍ବରୁ ମଧ୍ୟ ତୁମେମାନେ ହିଁ ହୋଇଥିଲ, ନା ଆଉ କେହି ହୋଇଥିଲେ? ତୁମେ ହିଁ ଅଟ ନା! କେବଳ ଏହି ସ୍ମୃତି ସୁପ୍ତ ହୋଇଯାଇଛି, ତାକୁ ଜାଗ୍ରତ କର । ଯେପରି ସେବାର ଯୋଜନାକୁ ବାସ୍ତବିକ ରୂପରେ ଜାଗ୍ରତ କରୁଛ ତେବେ ଯାଇ ସଫଳତା ମିଳୁଛି ନା । ସେହିଭଳି ଏବେ ବେହଦର ବୈରାଗ୍ୟ ବୃତ୍ତିକୁ ଜାଗ୍ରତ କର । ଚାହେଁ କେତେ ବି ସାଧନ ସୁବିଧା ପ୍ରାପ୍ତ ହୋଇଥାଉ, ଏବଂ ସାଧନଗୁଡିକ ମଧ୍ୟ ତୁମକୁ ଦିନକୁ ଦିନ ଅଧିକ ଅଧିକ ମିଳିବାକୁ ଲାଗିବ, କିନ୍ତୁ ବେହଦର ବୈରାଗ୍ୟ ବୃତ୍ତିର ସାଧନା ସୁପ୍ତ ହୋଇ ନ ଯାଉ, ଜାଗ୍ରତ ଅବସ୍ଥାରେ ରହୁ । ସାଧନ ଏବଂ ସାଧନାର ସନ୍ତୁଳନ ରହୁ କାହିଁକି ନା ଆଗକୁ ଗଲେ ପ୍ରକୃତି ତୁମର ଦାସୀ ହୋଇଯିବ । ତୁମକୁ ସତ୍କାର ମଧ୍ୟ ମିଳିବ, ସ୍ୱମାନ ମଧ୍ୟ ମିଳିବ, କିନ୍ତୁ ସବୁକିଛି ଥାଇ ମଧ୍ୟ ବୈରାଗ୍ୟ ବୃତ୍ତି କମ୍ ନ ହେଉ । ତେଣୁ ବେହଦର ବୈରାଗ୍ୟ ବୃତ୍ତିର ବାୟୁମଣ୍ଡଳ ନିଜ ଭିତରେ ଅନୁଭବ କରୁଛ, ନା ସେବାରେ ବ୍ୟସ୍ତ ରହିଯାଉଛି? ଯେପରି ଦୁନିଆର ଲୋକମାନଙ୍କୁ ସେବାର ପ୍ରଭାବ ଦେଖାଯାଉଛି ନା ସେହିପରି ବେହଦର ବୈରାଗ୍ୟବୃତ୍ତିର ପ୍ରଭାବ ମଧ୍ୟ ଦେଖାଯାଉ । ଆରମ୍ଭ ସମୟରେ ତୁମମାନଙ୍କର ସ୍ଥିତି କିପରି ଥିଲା? କରାଚୀରେ ଯେତେବେଳେ ଥିଲ, ବାହାରର କୌଣସି ସେବା ନଥିଲା, ଅନେକ ସାଧନ ମଧ୍ୟ ଥିଲା କିନ୍ତୁ ବେହଦର ବୈରାଗ୍ୟବୃତ୍ତିର ବାୟୁମଣ୍ଡଳ ହିଁ ସେବାକୁ ବୃଦ୍ଧି କରାଇଥିଲା । ତେଣୁ ଯେଉଁମାନେ ବି ଡାଇମଣ୍ଡ ଜୁବଲୀବାଲା ଅଛନ୍ତି ସେମାନଙ୍କ ଭିତରେ ଆଦି ସମୟର ସଂସ୍କାର ଅଛି ଯାହାକି ଏବେ ସୁପ୍ତ ହୋଇଯାଇଛି । ଏବେ ପୁନର୍ବାର ସେହି ବୃତ୍ତିକୁ ଜାଗ୍ରତ କର । ଆଦି ରତ୍ନମାନଙ୍କର ବେହଦର ବୈରାଗ୍ୟ ବୃତ୍ତି ହିଁ ସ୍ଥାପନାର କାର୍ଯ୍ୟ କରିଛି, ଏବେ ନୂଆ ଦୁନିଆର ସ୍ଥାପନା କରିବା ପାଇଁ ପୁନର୍ବାର ସେହି ବୃତ୍ତି, ସେହି ବାୟୁମଣ୍ଡଳକୁ ଜାଗ୍ରତ କର । ଏବେ ଶୁଣିଲ ତ କ’ଣ ଦରକାର?

ଯଦି କୌଣସି ପ୍ରକାରର ସାଧନ ହିଁ ନ ଥିବ କିନ୍ତୁ କହୁଥିବ ମୋ’ ଭିତରେ ବୈରାଗ୍ୟ ଅଛି ତେବେ କିଏ ମାନିବ? ସାଧନ-ସୁବିଧା ଥାଇ ମଧ୍ୟ ବୈରାଗ୍ୟ ବୃତ୍ତି । ଯଦିଓ ପୂର୍ବ ସମୟର ସାଧନ ଏବଂ ବର୍ତ୍ତମାନର ସାଧନ ଭିତରେ ଅନେକ ଅନ୍ତର ରହିଛି! ପୁଣି ବି ସାଧନା ଲୁଚିଯାଇଛି ଏବଂ ସାଧନ ଗୁଡିକ ପ୍ରତ୍ୟକ୍ଷ ହୋଇଯାଇଛି । ବହୁତ ଭଲ କଥା, ସାଧନଗୁଡିକୁ ବଡ ଦିଲ୍‌ର ସହିତ ବ୍ୟବହାର କର କାହିଁକି ନା ସାଧନଗୁଡିକ ତ ତୁମମାନଙ୍କ ପାଇଁ ହିଁ ଅଛି । କିନ୍ତୁ ସାଧନାକୁ ସୁପ୍ତ କରିଦିଅ ନାହିଁ । ପୂରା ପୂରା ସନ୍ତୁଳନ ରହିବା ଦରକାର । ଯେପରି ଦୁନିଆର ଲୋକମାନଙ୍କୁ କହୁଛ ନା ପଦ୍ମଫୁଲ ଭଳି ହୁଅ ସେହିପରି ସାଧନଗୁଡିକ ଥିଲେ ମଧ୍ୟ ତୁମକୁ ପଦ୍ମଫୁଲ ଭଳି ନିର୍ଲେପ ରହିବାକୁ ହେବ । ସାଧନ ଖରାପ ନୁହେଁ, ସେଗୁଡିକ ତ ତୁମର ଶ୍ରେଷ୍ଠ କର୍ମର ଏବଂ ଯୋଗର ଫଳ ଅଟେ, କିନ୍ତୁ ଏଠାରେ ବୃତ୍ତି ଅର୍ଥାତ୍ ମନୋଭାବର କଥା ଆସୁଛି । ଏମିତି ହେଉନାହିଁ ତ ଯାହାକି ସାଧନ ଗୁଡିକୁ ବ୍ୟବହାର କରୁ କରୁ ତା’ର ବଶୀଭୂତ ହୋଇଯାଉନାହିଁ ତ? ପଦ୍ମଫୁଲ ଭଳି ସବୁଥିରୁ ଅଲଗା ଏବଂ ବାବାଙ୍କର ପ୍ରିୟ । ବ୍ୟବହାର କରୁଥିଲେ ମଧ୍ୟ ସେଗୁଡିକର ପ୍ରଭାବରେ ଆସୁ ନ ଥିବ, ତା’ଠାରୁ ଉର୍ଦ୍ଧ୍ୱରେ ରୁହ । ସାଧନ, ବେହଦର ବୈରାଗ୍ୟ ବୃତ୍ତିକୁ ଦାବି ନ ଦେଉ । ଏବେ ତ ବିଶ୍ୱ ଅତି ଆଡକୁ ଯାଉଛି ତେଣୁ ଏବେ ଆବଶ୍ୟକତା ରହିଛି - ସଚ୍ଚା ବୈରାଗ୍ୟ ବୃତ୍ତିର ଏବଂ ସେହିଭଳି ବାୟୁମଣ୍ଡଳ ସୃଷ୍ଟି କରିବାବାଲା ତୁମେମାନେ ହିଁ ଅଟ, ପ୍ରଥମେ ନିଜ ଭିତରେ, ତା’ପରେ ବିଶ୍ୱରେ ।

ତେଣୁ ଡାଇମଣ୍ଡ ଜୁବଲୀବାଲା କ’ଣ କରିବ? ଏହାର ତରଙ୍ଗ ଖେଳାଇବ ନା? ତୁମେମାନେ ତ ଅନୁଭବୀ ଅଟ । ଆରମ୍ଭ ସମୟର ଅନୁଭବ ଅଛି ନା! ସବୁ କିଛି ଥିଲା, ଦେଶୀଘିଅ ଯେତେ ଖାଇପାରିବ ଖାଅ, ପୁଣି ବି ବେହଦର ବୈରାଗ୍ୟ ବୃତ୍ତି ଥିଲା । ଦୁନିଆରେ ଲୋକମାନେ ତ ଦେଶୀଘିଅ ଖାଉଛନ୍ତି କିନ୍ତୁ ତୁମେମାନେ ତ ପିଉଥିଲ । ଘିଅର ନଦୀ ଦେଖିଛ ଅର୍ଥାତ୍ ଆବଶ୍ୟକତା ଠାରୁ ବହୁତ ଅଧିକ ଥିଲା । ତେଣୁ ଡାଇମଣ୍ଡ ଜୁବଲୀବାଲାଙ୍କୁ ବିଶେଷ କାମ କରିବାକୁ ହେବ - ଯେହେତୁ ସମସ୍ତେ ଏକତ୍ରିତ ହୋଇଛ ତେଣୁ ପରସ୍ପର ବସି ଆଲୋଚନା କରିବ । ଯେପରି ସେବାର ମିଟିଙ୍ଗ୍ କରୁଛ ସେହିପରି ଏହାର ମଧ୍ୟ ମିଟିଙ୍ଗ୍ କର । ଯାହା ବାପଦାଦା କହୁଛନ୍ତି, ଚାହୁଁଛନ୍ତି ଗୋଟିଏ ସେକେଣ୍ଡରେ ଅଶରୀରୀ ହୋଇଯାଅ, ତା’ର ମୂଳଦୁଆ ହେଲା ଏହି ବେହଦ ବୈରାଗ୍ୟ ବୃତ୍ତି, ନଚେତ୍ ଯେତେ ଚେଷ୍ଟା କରିଲେ ମଧ୍ୟ ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ହୋଇପାରିବ ନାହିଁ । ଯୁଦ୍ଧ କରିବାକୁ ଲାଗିପଡିବ, କିନ୍ତୁ ଯେଉଁଠି ବୈରାଗ୍ୟ ଅଛି, ଏହି ବୈରାଗ୍ୟ ବୃତ୍ତି ହିଁ ଯୋଗ୍ୟ ଧରଣୀ ଅଟେ, ଏଥିରେ ଯେଉଁ ବୀଜ ବୁଣିବ ତାହା ତୁରନ୍ତ ଫଳିଭୂତ ହେବ । ତେଣୁ ଏବେ କ’ଣ କରିବ? ସମସ୍ତଙ୍କୁ ଅନୁଭବ ହେଉ ଯେ ଆମକୁ ମଧ୍ୟ ଏବେ ବୈରାଗ୍ୟ ବୃତ୍ତିକୁ ଧାରଣ କରିବାକୁ ହେବ? ଆଚ୍ଛା! ଏବେ ବୁଝିପାରିଲ କ’ଣ କରିବ? ସହଜ ନା ମୁଶିକିଲ? କିଛି କିଛି ଆକର୍ଷଣ ଆସିବ ନାହିଁ ତ? ସାଧନଗୁଡିକ ନିଜ ଆଡକୁ ଆକର୍ଷିତ କରିବ ନାହିଁ ତ?

ଏବେ ଅଭ୍ୟାସ ଦରକାର - ଯେବେ ଚାହିଁବ, ଯେଉଁଠି ଚାହିଁବ, ଯେପରି ଚାହିଁବ ନିଜର ସ୍ଥିତିକୁ ଗୋଟିଏ ସେକେଣ୍ଡରେ ସେହିଭଳି ସ୍ଥିତ କରିପାରୁଥିବ । ଯଦି ସେବା କରିବାକୁ ଚାହିଁବ ତେବେ ସେବା କରିପାରୁଥିବ, ସେବାଠାରୁ ଅଲଗା ହେବାକୁ ଚାହିଁଲେ ମଧ୍ୟ ହୋଇପାରୁଥିବ । ଏମିତି ନୁହେଁ ଯେ ସେବା ଆମକୁ ଆକର୍ଷିତ କରୁଥିବ । ସେବା ନ କରି ରହିପାରୁ ନଥିବ । ଯେବେ ଚାହିଁବ, ଯେପରି ଚାହିଁବ, ସେଥିପାଇଁ ନିଜର ୱିଲ୍ ପାୱାର ଅର୍ଥାତ୍ ଇଚ୍ଛା ଶକ୍ତି ଦରକାର । ଅଛି ୱିଲ୍ ପାୱାର? ଷ୍ଟପ୍ କହିବା ମାତ୍ରେ ଷ୍ଟପ୍ ହୋଇଯାଉଥିବ । ଏମିତି ନୁହେଁ ଯେ ତୁମେ ଷ୍ଟପ୍ ଅର୍ଥାତ୍ ବନ୍ଦ କରିବା ପାଇଁ ବିନ୍ଦୁ ଲଗାଉଥିବ କିନ୍ତୁ ତାହା ପ୍ରଶ୍ନବାଚକ ହୋଇଯାଉଥିବ, ନା । ଫୁଲଷ୍ଟପ୍‌, ଷ୍ଟପ ମଧ୍ୟ ନୁହେଁ ଫୁଲଷ୍ଟପ୍ । ଯାହା ଇଚ୍ଛା ତାହା ସ୍ଥୂଳ ରୂପରେ କରିପାରୁଥିବ । ଯଦି ତୁମେ ଚାହୁଁଥିବ କିନ୍ତୁ ହେବା କଷ୍ଟକର ହେଉଥିବ ତେବେ ଏହାକୁ କ’ଣ କୁହାଯିବ? ତେବେ ଏଥିପାଇଁ ୱିଲ୍ ପାୱାର ଅଛି, ନା ଖାଲି ପାୱାର ଅଛି? ଯଦି ସଂକଳ୍ପ କରିଲ ବ୍ୟର୍ଥ ସମାପ୍ତ ହୋଇଯାଉ ତେବେ ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବା ଦରକାର ।

ବାପଦାଦା ଶୁଣାଇଲେ ନା କେତେକ ପିଲା କହୁଛନ୍ତି - ଆମେ ଯୋଗ କରିବା ପାଇଁ ବସୁଛୁ କିନ୍ତୁ ଯୋଗ କରିବା ପରିବର୍ତ୍ତେ ଯୁଦ୍ଧ ଚାଲୁଛି । ଯୋଗୀ ହୋଇପାରୁ ନାହିୁଁ, ଯୋଦ୍ଧା ହୋଇଯାଉଛୁ । ତେବେ ଯୁଦ୍ଧ କରିବାର ସଂସ୍କାର ଯଦି ବହୁତ କାଳ ପର୍ଯ୍ୟନ୍ତ ରହିଲା ତେବେ କ’ଣ ହୋଇଯିବ? ସୂର୍ଯବଂଶୀ, ନା ଚନ୍ଦ୍ରବଂଶୀ? ଭାବିଲ ଏବଂ ହେଲା ଏହା ତ ଗୋଟିଏ ସେକେଣ୍ଡର କାମ ନା! ଏହାକୁ କୁହାଯାଏ ୱିଲ୍ ପାୱାର ବା ଇଚ୍ଛା ଶକ୍ତି । ତେଣୁ ତୁମ ଭିତରେ ୱିଲ୍ ପାୱାର ଅଛି ନା ୧୦ଟା ଭଲ ଭଲ ଯୋଜନା କରିଲେ ସେଥିରୁ ୫ଟି ହିଁ ସାକାରରେ ହୋଇପାରୁଛି, ଏଭଳି ହେଉ ନାହିଁ ତ? ଭାବୁଛ ତ ବହୁତ ଭଲ - ଏଭଳି କରିବି, ସେଭଳି ହେବ, ଏଭଳି ହେବ କିନ୍ତୁ ତାକୁ ବାସ୍ତବିକ ରୂପରେ ସାକାର କରିବାରେ ପାର୍ଥକ୍ୟ ଆସିଯାଉଛି । ତେଣୁ ଏବେ ଏଭଳି ୱିଲ୍ ପାୱାର ଧାରଣ କର ଯାହାକି ସଂକଳ୍ପ କରିବା ଅର୍ଥ ନିଶ୍ଚିତ ଭାବରେ ସାକାରରେ ହୋଇଯାଉଥିବ, ଏହିଭଳି ଅନୁଭବ କର । ନଚେ୍‌ତ୍ ଦେଖିବାକୁ ମିଳୁଛି ଅମୃତବେଳା ସମୟରେ ଯେତେବେଳେ ବାବାଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି, ବହୁତ ଭଲ ଭଲ କଥା କହୁଛନ୍ତି, ଏଭଳି କରିବି, ସେଭଳି କରିବି.... କିନ୍ତୁ ରାତି ହେବା ବେଳକୁ ଫଳାଫଳ କ’ଣ ଦେଖାଯାଉଛି? ଅମୃତବେଳାରେ ଏତେ ମିଠା ମିଠା କଥା ଶୁଣାଉଛନ୍ତି ଯାହାକି ବାବାଙ୍କୁ ଖୁସି କରିଦେଉଛନ୍ତି, ବାବା ମଧ୍ୟ କହୁଛନ୍ତି ବାଃ ମୋର ସନ୍ତାନ ବାଃ! କହୁଛନ୍ତି ବାବା, ଆପଣ ଯାହା ସବୁ କହିଲେ ତାହା ନିଶ୍ଚିତ ହେବ, ହୋଇ କରି ହିଁ ରହିଛି । ଏହିଭଳି ବହୁତ ଭଲ ଭଲ କଥା ଶୁଣାଉଛନ୍ତି । କେହି କେହି ତ ବାବାଙ୍କୁ ଏତେ ଆସ୍ୱାସନା ଦେଇ ଦେଉଛନ୍ତି, ବାବା ମୁଁ ହେବି ନାହିଁ ତ ଆଉ କିଏ ହେବ! ବାବା କଳ୍ପ କଳ୍ପ ମୁଁ ହିଁ ତ ଥିଲି, ଏହିଭଳି ଖୁସି ହୋଇଯାଉଛନ୍ତି (ହଲ୍‌ରେ ପଛରେ ବସିବାବାଲାଙ୍କୁ) ପଛରେ ବସିବାବାଲା ଭଲ ଭାବରେ ଶୁଣୁଛ ତ?

ତେବେ ଆଗବାଲାଙ୍କଠାରୁ ପ୍ରଥମେ ପଛବାଲା କରିବ ନା? ଯଦିଓ ପଛରେ ବସିଛ କିନ୍ତୁ ସମସ୍ତଙ୍କଠାରୁ ନିକଟରେ ଦିଲ୍‌ରେ ବସିଛ । କାହିଁକି ଜାଣିଛ? ଅନ୍ୟମାନଙ୍କୁ ସୁଯୋଗ ଦେବାର ସେବା କରିଛ ନା! ତେଣୁ ସେବାଧାରୀ ସର୍ବଦା ବାବାଙ୍କର ଦିଲ୍‌ରେ ବସିଥାଆନ୍ତି । କେବେ ବି ଏଭଳି ଭାବିବ ନାହିଁ ଯେ ଆମେ ବି ଯଦି ଦାଦିମାନଙ୍କ ଭଳି ହୋଇଥାଆନ୍ତୁ ତେବେ ବାବାଙ୍କ ସମ୍ମୁଖରେ ତ ବସିଥାଆନ୍ତୁ ନା... କିନ୍ତୁ ସମ୍ମୁଖରେ କ’ଣ ବସିବ ତୁମେ ତ ଦିଲ୍‌ରେ ବସିଛ ଏବଂ ବାବାଙ୍କର ଦିଲ୍ ମଧ୍ୟ ସାଧାରଣ ଦିଲ୍ ନୁହେଁ ଦିଲ୍ ତଖତ ଅର୍ଥାତ୍ ହୃଦୟ ସିଂହାସନ ଅଟେ । ତେଣୁ ହୃଦୟ ସିଂହାସନ ଅଧିକାରୀ ଅଟ ନା । ତେବେ ଯେଉଁଠାରେ ବି ବସିଥାଅ ଚାହେଁ ଏଠାରେ କୋଣରେ ବସିଥାଅ ବା ତଳେ ବସିଥାଅ ବା କ୍ୟାବିନ୍ ଭିତର ବସିଥାଅ... କିନ୍ତୁ ବାବାଙ୍କର ଦିଲ୍‌ରେ ବସିଛ ।

ଚାରିଆଡର ଶ୍ରେଷ୍ଠ ସିଂହାସନ ଅଧିକାରୀ ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ଶ୍ରେଷ୍ଠ ବାୟୁମଣ୍ଡଳ ନିର୍ମାଣ କରୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ନିଜର ଶ୍ରେଷ୍ଠ ବିଶେଷତା ଗୁଡିକୁ କାର୍ଯ୍ୟରେ ଲଗାଉଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ଏକମାତ୍ର ବାବାଙ୍କର ସଂଗ ଏବଂ ଶ୍ରୀମତ ରୂପୀ ହାତକୁ ଅନୁଭବ କରୁଥିବା ନିକଟବର୍ତ୍ତୀ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ଏକବ୍ରତାର ରହସ୍ୟକୁ ଜାଣି ବରଦାତାକୁ ରାଜୀ କରୁଥିବା ସର୍ବସିଦ୍ଧି ସ୍ୱରୂପ ହୁଅ ।

ବରଦାତା ବାବାଙ୍କ ନିକଟରେ ଅସରନ୍ତି ବରଦାନ ରହିଛି ଯାହାକି ଯିଏ ଯେତେ ନେବାକୁ ଚାହିଁବ ଭଣ୍ଡାର ଖୋଲା ପଡିଛି । ଏହିଭଳି ଖୋଲା ଭଣ୍ଡାରରୁ କେତେକ ପିଲା ଭରପୁର ସମ୍ପନ୍ନ ହୋଇଯାଉଛନ୍ତି, ଆଉ କେତେକ ଯଥାଶକ୍ତି ସମ୍ପନ୍ନ ହେଉଛନ୍ତି । ସବୁଠାରୁ ଅଧିକ ଅଣ୍ଟି ଭରପୁର କରି ଦେବାରେ ଭୋଳାନାଥ ବରଦାତା ରୂପ ହିଁ ଅଟେ, କେବଳ ତାଙ୍କୁ ସନ୍ତୁଷ୍ଟ କରିବାର ବିଧିକୁ ଜାଣିନିଅ ତେବେ ସର୍ବସିଦ୍ଧି ଗୁଡିକ ପ୍ରାପ୍ତ ହୋଇଯିବ । ତେବେ ବରଦାତାକୁ ଗୋଟିଏ ଶବ୍ଦ ସବୁଠାରୁ ଅଧିକ ପ୍ରିୟ ଲାଗିଥାଏ, ତାହା ହେଲା - ଏକବ୍ରତା । ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ଦ୍ୱିତୀୟବ୍ରତା ହେଉ ନ ଥିବ । ମନର ବୃତ୍ତିରେ ମଧ୍ୟ “ମୋ’ର ଏକମାତ୍ର ଜଣେ ଦ୍ୱିତୀୟ କେହି ନୁହେଁ ” ଏହି ସଂକଳ୍ପ ରହୁଥିବ, ଯିଏ ଏହି ରହସ୍ୟକୁ ଜାଣିଗଲା ତା’ର ଅଣ୍ଟି ସର୍ବଦା ବରଦାନରେ ଭରପୁର ରହିଥାଏ ।

ସ୍ଲୋଗାନ:-
ଯଦି ସଂକଳ୍ପ ଦ୍ୱାରା ଏବଂ ବାଣୀ ଦ୍ୱାରା ଏକାଠି ସେବା କରିବ ତେବେ ଡବଲ ଫଳ ମିଳିବାକୁ ଲାଗିବ ।