20.01.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ତୁମେମାନେ ଶାନ୍ତିସ୍ଥାପନ କରିବାରେ ନିମିତ୍ତ ହୋଇଛ, ସେଥିପାଇଁ ତୁମକୁ ବହୁତ ବହୁତ ଶାନ୍ତିରେ ରହିବାକୁ ହେବ, ବୁଦ୍ଧିରେ ରହୁ ଯେ, ଆମେ ବାବାଙ୍କର ପୋଷ୍ୟ ସନ୍ତାନ, ପରସ୍ପର ଭାଇ ଭଉଣୀ ଅଟୁ ।

ପ୍ରଶ୍ନ:-
ପୁରା ସମର୍ପଣ କାହାକୁ କୁହାଯିବ, ତାର ଲକ୍ଷଣ କଣ ହୋଇଥିବ?

ଉତ୍ତର:-
ପୁରା ସମର୍ପଣ ସିଏ, ଯାହାଙ୍କ ବୁଦ୍ଧିରେ ରହିଥାଏ ଯେ ମୁଁ ଈଶ୍ୱରୀୟ ମାତା ପିତାଙ୍କର ପାଳନାରେ ପାଳିତ ହେଉଛି । ବାବା ଏସବୁ କିଛି ଆପଣଙ୍କର, ଆପଣ ହିଁ ମୋର ପାଳନା କରୁଛନ୍ତି । ଯଦିଓ କେହି ଚାକିରୀ ଆଦି କରିଛନ୍ତି କିନ୍ତୁ ବୁଦ୍ଧିରେ ଅଛି ଯେ ଏହା ସବୁ ମୁଁ ବାବାଙ୍କ ପାଇଁ କରୁଛି । ସେମାନେ ବାବାଙ୍କୁ ସହଯୋଗ କରି ଚାଲିଥାନ୍ତି, ତାଦ୍ୱାରା ଏତେ ବଡ ଯଜ୍ଞର କାରବାର ଚାଲୁଛି ଏବଂ ସମସ୍ତଙ୍କର ପାଳନା ହେଉଛି...ଏହିଭଳି ପିଲାମାନେ ମଧ୍ୟ ଅର୍ପଣ ବୁଦ୍ଧି ଅଟନ୍ତି । ଉଚ୍ଚ ପଦ ପାଇବା ପାଇଁ ନିଜେ ପଢିବା ସହିତ ଅନ୍ୟକୁ ପଢାଇବାକୁ ମଧ୍ୟ ପଡିବ । ଶରୀର ନିର୍ବାହ ଅର୍ଥେ କର୍ମ କରିବା ସହିତ ବେହଦର ମାତା ପିତାଙ୍କୁ ପ୍ରତି ନିଶ୍ୱାସରେ ସ୍ମରଣ କରିବାକୁ ହେବ ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ଏହି ଗୀତର ତ ଗାୟନ ରହିଛି । ବାସ୍ତବରେ ସମସ୍ତ ମହିମା ଉଚ୍ଚରୁ ଉଚ୍ଚ ପରମାତ୍ମାଙ୍କର, ଯାହାଙ୍କୁ ପିଲାମାନେ ଜାଣିଛନ୍ତି ଏବଂ ପିଲାମାନଙ୍କ ଦ୍ୱାରା ସାରା ଦୁନିଆ ମଧ୍ୟ ଜାଣୁଛି ଯେ, ସିଏ ଆମର ମାତା-ପିତା ଅଟନ୍ତି । ଏବେ ତୁମେମାନେ ମାତା-ପିତାଙ୍କ ସହିତ ନିଜର କୁଟୁମ୍ବରେ ରହିଛ । ଶ୍ରୀକୃଷ୍ଣଙ୍କୁ ତୁମେମାନେ ମାତା-ପିତା ବୋଲି କହିପାରିବ ନାହିଁ । ଯଦିଓ ତାଙ୍କ ସହିତ ରାଧା ମଧ୍ୟ ରହୁଛନ୍ତି କିନ୍ତୁ ତାଙ୍କୁ ମାତାପିତା କୁହାଯାଇପାରିବ ନାହିଁ କାହିଁକି ନା ସିଏ ତ ରାଜକୁମାର ରାଜକୁମାରୀ ଅଟନ୍ତି । ଶାସ୍ତ୍ରରେ ଏହି ଭୁଲ୍ ରହିଛି । ଏବେ ଏହି ବେହଦର ବାବା ତୁମକୁ ସବୁ ଶାସ୍ତ୍ରର ସାର କଥା ଶୁଣାଉଛନ୍ତି । ଏବେ ତୁମେମାନେ ବାପଦାଦାଙ୍କର ସମ୍ମୁଖରେ ବସିଛ । କେହି ଦୂରରେ ମଧ୍ୟ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ଶୁଣୁଛନ୍ତି । ସେମାନେ ଜାଣିଛନ୍ତି ଯେ, ମାତା ପିତା ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ଏବଂ ସର୍ବଦା ସୁଖୀ ରହିବାର ରାସ୍ତା ବତାଉଛନ୍ତି । ଏହା ଯେପରି ଅବିକଳ ଘର ଅଟେ । ଏଠାରେ ଅଳ୍ପ କେତେକ ସନ୍ତାନ ଅଛନ୍ତି, ବାକି ବହୁତ ସନ୍ତାନ ବାହାରେ ରହୁଛନ୍ତି । ଏମାନେ ବ୍ରହ୍ମା ମୁଖ ବଂଶାବଳୀ, ନୂଆ ରଚନା ଅଟନ୍ତି । ଦୁନିଆରେ ହେଲା ପୁରୁଣା ରଚନା । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ସର୍ବଦା ସୁଖୀ କରିବାକୁ ଆସିଛନ୍ତି । ଲୌକିକ ମାତା-ପିତା ମଧ୍ୟ ପିଲାକୁ ବଡ କରି ସ୍କୁଲକୁ ପଠାଇ ଥାଆନ୍ତି । କିନ୍ତୁ ଏଠାରେ ବେହଦର ବାବା ଆମକୁ ପାଠ ପଢାଉଛନ୍ତି ଏବଂ ତା ସହିତ ଆମର ପାଳନା ମଧ୍ୟ କରୁଛନ୍ତି । ତେଣୁ ତୁମର ଜଣକ ବ୍ୟତୀତ ଆଉ କେହି ନାହାଁନ୍ତି । ମାତା-ପିତା ମଧ୍ୟ ଭାବୁଛନ୍ତି ଯେ - ଇଏ ଆମର ସନ୍ତାନ । ଯଦି ଲୌକିକ କୁଟୁମ୍ବ ଥିବ ତେବେ ୧୦-୧୫ ଜଣ ପିଲାଥିବେ, ୨-୩ ଜଣ ବିବାହ କରିଥିବେ । ଏଠାରେ ତ ସମସ୍ତେ ବାବାଙ୍କର ସନ୍ତାନ । ଯେତେ ବି ସନ୍ତାନ ଜନ୍ମ କରିବାର ଅଛି ତାହା ବର୍ତ୍ତମାନ ହିଁ ବ୍ରହ୍ମା ମୁଖ କମଳ ଦ୍ୱାରା କରିବାକୁ ହେବ । ପଛକୁ ତ ପିଲା ଜନ୍ମ କରିବାର ନାହିଁ । ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ । ଇଏ ଏକମାତ୍ର ପୋଷ୍ୟ ମାତା ନିମିତ୍ତ ଅଟନ୍ତି । ଏହା ବହୁତ ବିଚିତ୍ର କଥା । ଏକଥା ତ ନିଶ୍ଚିତ ଯେ ଜଣେ ଗରୀବର ପିଲା ବୁଝିଯିବ ଯେ, ମୋର ବାପା ଗରୀବ । ସାହୁକାରର ପିଲା ବୁଝିଯିବ ଯେ, ମୋର ପିତା ସାହୁକାର । ଏପରି ତ ଅନେକ ମାତା ପିତା ଅଛନ୍ତି । କିନ୍ତୁ ଇଏ ତ ସାରା ଜଗତର ମାତା-ପିତା ଅଟନ୍ତି । ତୁମେମାନେ ସମସ୍ତେ ଜାଣିଛ ଯେ ଆମେ ତାଙ୍କର ମୁଖ ଦ୍ୱାରା ପୋଷ୍ୟ ହୋଇଛୁ । ଇଏ ଆମର ପାରଲୌକିକ ପିତା ମାତା ଅଟନ୍ତି । ଇଏ ଏହି ପୁରୁଣା ସୃଷ୍ଟିରେ ହିଁ ସେତେବେଳେ ଆସୁଛନ୍ତି, ଯେତେବେଳେ ମନୁଷ୍ୟ ବହୁତ-ବହୁତ ଦୁଃଖୀ ହୋଇଯାଉଛନ୍ତି । ପିଲାମାନେ ଜାଣିଛନ୍ତି ଯେ, ଆମେ ଏହି ପାରଲୌକିକ ମାତା ପିତାଙ୍କର ପୋଷ୍ୟ ସନ୍ତାନ ହୋଇଛୁ । ଆମେ ସମସ୍ତେ ପରସ୍ପର ଭିତରେ ଭାଇ ଭଉଣୀ ଅଟୁ । ଆମର ତ ଦ୍ୱିତୀୟ କୌଣସି ସମ୍ବନ୍ଧ ନାହିଁ । ତେଣୁ ଭାଇ-ଭଉଣୀ ପରସ୍ପର ଭିତରେ ବହୁତ ମିଠା, ରାଜକୀୟ ଅଥବା ମର୍ଯ୍ୟାଦା ସମ୍ପନ୍ନ, ଶାନ୍ତିପ୍ରିୟ, ଜ୍ଞାନବାନ୍ ଏବଂ ଆନନ୍ଦିତ ରହିବାର ଅଛି । ଯେହେତୁ ତୁମେମାନେ ଶାନ୍ତି ସ୍ଥାପନ କରୁଛ, ତେଣୁ ତୁମେମାନେ ମଧ୍ୟ ବହୁତ ଶାନ୍ତିରେ ରହିବା ଦରକାର । ପିଲାମାନଙ୍କ ବୁଦ୍ଧିରେ ଏହି କଥା ରହିବା ଉଚିତ୍ ଯେ, ଆମେ ପାରଲୌକିକ ପିତାଙ୍କର ପୋଷ୍ୟ ସନ୍ତାନ । ବାବା ପରମଧାମରୁ ଆସିଛନ୍ତି । ସିଏ ହେଲେ ଆଦି ପିତା, ଇଏ ବଡ ଭାଇ, ଯେଉଁମାନେ ପୂରା ସମର୍ପଣ ହୋଇଛନ୍ତି ସେମାନେ ବୁଝିଯିବେ ଯେ, ଆମେ ଈଶ୍ୱରୀୟ ମାତାପିତାଙ୍କ ଦ୍ୱାରା ଲାଳନ ପାଳନ ହେଉଛୁ । ବାବା ଏସବୁ କିଛି ଆପଣଙ୍କର । ଆପଣ ଆମର ପାଳନା କରୁଛନ୍ତି । ଯେଉଁ ପିଲାମାନେ ଅର୍ପଣ ହୋଇଥାନ୍ତି ତାଙ୍କ ଦ୍ୱାରା ସମସ୍ତଙ୍କର ପାଳନା ହୋଇଥାଏ । ଯଦିଓ କେହି ଚାକିରୀ କରୁଛନ୍ତି ସେମାନେ ମଧ୍ୟ ଜାଣିଥାଆନ୍ତି ଯେ, ଏସବୁ କିଛି ବାବା ପାଇଁ କରୁଛି । ତେଣୁ ବାବା ମଧ୍ୟ ସାହାଯ୍ୟ କରିଥାନ୍ତି । ନଚେତ୍ ଯଜ୍ଞର କାରବାର କିପରି ଚାଲିବ! ରାଜା-ରାଣୀଙ୍କୁ ମଧ୍ୟ ମାତା-ପିତା କହିଥାନ୍ତି । କିନ୍ତୁ ସିଏ ତ ହେଲେ ଶରୀରଧାରୀ ମାତା-ପିତା । ରାଜ-ମାତା ବି କହିଥାନ୍ତି ତେବେ ରାଜ-ପିତା ମଧ୍ୟ କହିଥାନ୍ତି । ଏହା ତ ପୁଣି ବେହଦର କଥା । ପିଲାମାନେ ଜାଣିଛନ୍ତି ଯେ, ଆମେ ପିତା-ମାତାଙ୍କ ସାଥିରେ ବସିଛୁ । ଏକଥା ବି ପିଲାମାନେ ଜାଣିଛନ୍ତି ଯେ ଆମେ ଯେତେ ପଢିବୁ ଏବଂ ଅନ୍ୟକୁ ପଢାଇବୁ ସେତେ ଉଚ୍ଚ ପଦ ପାଇବୁ । ତା ସହିତ ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ । ଏହି ଦାଦା (ବ୍ରହ୍ମା) ମଧ୍ୟ ବୃଦ୍ଧ ଅଟନ୍ତି । ଶିବବାବାଙ୍କୁ କେବେ ବୁଢା ବା ଯବାନ କୁହାଯିବ ନାହିଁ । କାରଣ ସିଏ ନିରାକାର । ଏକଥା ମଧ୍ୟ ତୁମେମାନେ ଜାଣୁଛ ଯେ ଆମ ଆତ୍ମାମାନଙ୍କୁ ନିରାକାର ପିତା ପୋଷ୍ୟ କରିଛନ୍ତି । ପୁଣି ସାକାରରେ ଏହି ବ୍ରହ୍ମା ଅଛନ୍ତି । ମୁଁ ଆତ୍ମା କହୁଛି ଯେ, ମୁଁ ବାବାଙ୍କୁ ନିଜର କରିଛି । ପୁଣି ତଳକୁ ଆସିଲେ କହିବେ ଯେ ଆମେ ଭାଇ ଭଉଣୀ ବ୍ରହ୍ମାଙ୍କୁ ନିଜର କରିଛୁ । ଶିବବାବା କହୁଛନ୍ତି - ତୁମେମାନେ ବ୍ରହ୍ମାଙ୍କ ଦ୍ୱାରା ମୋର ବ୍ରହ୍ମା ମୁଖ ବଂଶାବଳୀ ହୋଇଛ । ବ୍ରହ୍ମା ମଧ୍ୟ କହୁଛନ୍ତି - ତୁମେମାନେ ମୋର ସନ୍ତାନ ହୋଇଛ । ତୁମ ବ୍ରାହ୍ମଣମାନଙ୍କର ବୁଦ୍ଧିରେ ପ୍ରତି ନିଶ୍ୱାସରେ ଏକଥା ଚାଲିବ ଯେ ଇଏ ଆମର ବାବା, ସିଏ ଆମର ଦାଦା ଅଟନ୍ତି । ବାପାଙ୍କଠାରୁ ଅଧିକ ଦାଦାଙ୍କୁ ମନେ ପକାଇଥାନ୍ତି । ଦୁନିଆରେ ତ ମନୁଷ୍ୟମାନେ ନିଜ ପିତା ସହିତ ଝଗଡା ଆଦି କରି ଦାଦାଙ୍କଠାରୁ ସମ୍ପତ୍ତି ନେଇଥାନ୍ତି । ତୁମକୁ ମଧ୍ୟ ଚେଷ୍ଟା କରି ପିତାଙ୍କଠାରୁ ଅଧିକ ଦାଦାଙ୍କଠାରୁ ବର୍ସା ନେବାକୁ ହେବ । ଯେତେବେଳେ ବାବା ପଚାରୁଛନ୍ତି ସମସ୍ତେ କହୁଛନ୍ତି ଯେ, ଆମେ ନାରାୟଣଙ୍କୁ ବରଣ କରିବୁ । କେହି-କେହି ନୂଆ ଆସୁଥିଲେ, ପବିତ୍ର ରହିପାରୁ ନଥିଲେ ସେଥିପାଇଁ ସେମାନେ ହାତ ଉଠାଉ ନଥିଲେ । ସେମାନେ କୁହନ୍ତି ଯେ, ମାୟା ବହୁତ ଶକ୍ତିଶାଳୀ । ସେମାନେ ତ କହିପାରିବେ ନାହିଁ ଯେ ଆମେ ଶ୍ରୀ ନାରାୟଣଙ୍କୁ ବା ଲକ୍ଷ୍ମୀଙ୍କୁ ବରଣ କରିବୁ । ଦେଖ, ବାବା ସମ୍ମୁଖରେ ଶୁଣାଉଛନ୍ତି ତେଣୁ କେତେ ଖୁସିର ନିଶା ଚଢୁଛି । ବୁଦ୍ଧିକୁ ସତେଜ କରାଯାଇଥାଏ ତେଣୁ ନିଶା ଚଢିଥାଏ । କାହାର କାହାର ପୁଣି ଏହି ନିଶା ସ୍ଥାୟୀ ରହିଥାଏ ପୁଣି ଆଉ କାହାର କମ୍ ହୋଇଯାଇଥାଏ । ତେଣୁ ବେହଦର ବାବାଙ୍କୁ, ୮୪ ଜନ୍ମକୁ ଏବଂ ଚକ୍ରବର୍ତ୍ତୀ ରାଜତ୍ୱକୁ ମଧ୍ୟ ମନେ ପକାଇବାକୁ ହେବ । କିନ୍ତୁ ଯେଉଁମାନେ ମାନିବେ ନାହିଁ ସେମାନଙ୍କର ମନେ ରହିବ ନାହିଁ । ତେଣୁ ବାବା ବୁଝିଯାଆନ୍ତି ଯେ, ବାବା-ବାବା କହୁଛନ୍ତି, କିନ୍ତୁ ସଠିକ୍ ଭାବେ ମନେ ପକାଉ ନାହାଁନ୍ତି କି ଲକ୍ଷ୍ମୀ-ନାରାୟଣଙ୍କୁ ବରଣ କରିବା ଯୋଗ୍ୟ ହେଉ ନାହାଁନ୍ତି । ତାଙ୍କର ଚଳଣି ହିଁ ସେହିଭଳି ହୋଇଥାଏ । ଅନ୍ତର୍ଯ୍ୟାମୀ ବାବା ସମସ୍ତଙ୍କର ବୁଦ୍ଧିକୁ ଜାଣୁଛନ୍ତି । ଏଠାରେ ଶାସ୍ତ୍ରର ତ କୌଣସି କଥା ହିଁ ନାହିଁ । ବାବା ଆସି ରାଜଯୋଗ ଶିଖାଇଛନ୍ତି, ଯାହାର ନାମ ଗୀତା ରଖାଯାଇଛି । ବାକି ତ ଛୋଟ-ଛୋଟ ଧର୍ମବାଲା ନିଜର ଶାସ୍ତ୍ର ରଚନା କରୁଛନ୍ତି ଏବଂ ତାକୁ ପଢି ଚାଲିଛନ୍ତି । ବାବା କୌଣସି ଶାସ୍ତ୍ର ପଢୁନାହାଁନ୍ତି । କହୁଛନ୍ତି - ପିଲାମାନେ ମୁଁ ତୁମକୁ ସ୍ୱର୍ଗର ରାସ୍ତା ବତାଇବାକୁ ଆସିଛି । ତୁମେମାନେ ଯେପରି ଅଶରୀରୀ ଆସିଥିଲ, ସେହିପରି ହିଁ ତୁମକୁ ଯିବାକୁ ହେବ । ଦେହ ସହିତ ଏହିସବୁ ଦୁଃଖର କର୍ମବନ୍ଧନକୁ ଛାଡି ଦେବାକୁ ହେବ, କାହିଁକି ନା ଦେହ ମଧ୍ୟ ଦୁଃଖ ଦେଇଥାଏ । ରୋଗ ହେଲେ କ୍ଲାସକୁ ଆସିପାରିବେ ନାହିଁ । ତେଣୁ ଏହା ମଧ୍ୟ ଦେହର ବନ୍ଧନ ହୋଇଗଲା, ଏଥିରେ ବୁଦ୍ଧି ବହୁତ ତୀକ୍ଷ୍ମ ହେବା ଦରକାର । ପ୍ରଥମେ ତ ନିଶ୍ଚୟ ହେବା ଦରକାର ଯେ, ବାସ୍ତବରେ ବାବା ସ୍ୱର୍ଗର ରଚୟିତା ଅଟନ୍ତି । ଏବେ ତ ନର୍କ ହୋଇଯାଇଛି । କେହି ମରିଗଲେ କହନ୍ତି, ସ୍ୱର୍ଗକୁ ଗଲା, ତେବେ ନିଶ୍ଚିତ ନର୍କରେ ଥିଲା ନା । କିନ୍ତୁ ଏହିକଥାକୁ ଏବେ ତୁମେମାନେ ହିଁ ଜାଣୁଛ କାହିଁକି ନା ତୁମ ବୁଦ୍ଧିରେ ସ୍ୱର୍ଗ ରହିଛି । ବାବା ପ୍ରତିଦିନ ନୂଆ ନୂଆ ଉପାୟରେ ବୁଝାଉଛନ୍ତି । ତେଣୁ ତୁମମାନଙ୍କ ବୁଦ୍ଧିରେ ଭଲ ଭାବରେ ରହିବା ଦରକାର । ଇଏ ଆମର ବେହଦର ପିତା-ମାତା । ତେବେ ବୁଦ୍ଧି ଏକଦମ ଉପରକୁ ଚାଲିଯିବ । ପୁଣି କହିବେ ଯେ ଏହି ସମୟରେ ବାବା ଆବୁରେ ଅଛନ୍ତି । ଯେପରି ତୀର୍ଥଯାତ୍ରାରେ ଗଲେ ବଦ୍ରିନାଥଙ୍କର ମନ୍ଦିର ଉପରେ ରହିଥାଏ । ସେଠାକୁ ପଣ୍ଡାମାନେ ନେଇଯାଆନ୍ତି, ବଦ୍ରିନାଥ ନିଜେ ତ ନେଇଯିବା ପାଇଁ ଆସନ୍ତି ନାହିଁ । ପଣ୍ଡା ତ ମନୁଷ୍ୟ ହିଁ ହୋଇଥାନ୍ତି । ଏଠାରେ ଶିବବାବା ନିଜେ ପରମଧାମରୁ ଆସୁଛନ୍ତି । କହୁଛନ୍ତି - ହେ, ଆତ୍ମାମାନେ ତୁମକୁ ଏହି ଶରୀର ଛାଡି ଶିବପୁରୀକୁ ଯିବାକୁ ହେବ । ଯେଉଁ ସ୍ଥାନକୁ ଯିବାର ଥାଏ, ତାର ଠିକଣା ନିଶ୍ଚିତ ମନେ ରହିଥାଏ । ତେବେ ସେହି ବଦ୍ରିନାଥ ଚୈତନ୍ୟରେ ଆସି ପିଲାମାନଙ୍କୁ ସାଥୀରେ ନେଇଯିବେ, ଏପରି ତ ହୋଇପାରିବ ନାହିଁ । ଇଏ ତ ଏଠିକାର ବାସିନ୍ଦା ଅଟନ୍ତି । ଏହି ପରମପିତା ପରମାତ୍ମା କହୁଛନ୍ତି ମୁଁ ପରମଧାମର ବାସିନ୍ଦା ଅଟେ । ତୁମକୁ ନେବାକୁ ଆସିଛି । କୃଷ୍ଣ ତ ଏପରି କହିପାରିବେ ନାହିଁ । ରୁଦ୍ର ଶିବବାବା କହୁଛନ୍ତି, ସେଥିପାଇଁ ଏହି ରୁଦ୍ର ଯଜ୍ଞ ରଚନା କରାଯାଇଛି । ଗୀତାରେ ମଧ୍ୟ ରୁଦ୍ରଙ୍କର କଥା ଲେଖାଯାଇଛି । ଆତ୍ମାର ପିତା ପରମାତ୍ମା ବାବା କହୁଛନ୍ତି, ମୋତେ ମନେ ପକାଅ । ବାବା ଏଭଳି ଯୁକ୍ତିରେ ଯାତ୍ରା ଶିଖାଉଛନ୍ତି । ଯେତେବେଳେ ବିନାଶ ହେବ ଆତ୍ମା ଶରୀର ଛାଡି ସିଧା ବାବାଙ୍କ ପାଖକୁ ଚାଲିଯିବ । ତାପରେ ତ ଶୁଦ୍ଧ ଆତ୍ମାକୁ ଶୁଦ୍ଧ ଶରୀର ଦରକାର, ତାହା ସେତେବେଳେ ହେବ ଯେତେବେଳେ ନୂଆ ସୃଷ୍ଟି ହେବ । ଏବେ ତ ସବୁ ଅତ୍ମାମାନେ ବାବାଙ୍କ ସାଥିରେ ମଶା ସଦୃଶ ଘରକୁ ଯିବେ, ସେଥିପାଇଁ ତାଙ୍କୁ ନାଉରିଆ ମଧ୍ୟ କୁହାଯାଉଛି । ଏହି ବିଷୟ ସାଗରରୁ ସିଏ ସେପାରିକୁ ନେଇଯାଉଛନ୍ତି । କୃଷ୍ଣଙ୍କୁ ନାଉରିଆ କୁହାଯିବ ନାହିଁ । ବାବା ହିଁ ଏହି ଦୁଃଖର ସଂସାରରୁ ସୁଖର ସଂସାରକୁ ନେଇଯାଉଛନ୍ତି । ଏହି ଭାରତରେ ଦିନେ ବିଷ୍ଣୁପୁରୀ, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ରାବଣ ପୁରୀ ହୋଇଯାଇଛି । ତେଣୁ ରାବଣର ଚିତ୍ର ମଧ୍ୟ ଦେଖାଇବା ଦରକାର । ଏହି ଚିତ୍ର ଦ୍ୱାରା ବହୁତ ସେବା କରିହେବ । ଯେପରି ଆମର ଆତ୍ମା, ସେହିପରି ବାବାଙ୍କର ଆତ୍ମା । ଆମେ ଅଜ୍ଞାନୀ, ସିଏ ଜ୍ଞାନର ସାଗର ଅଟନ୍ତି । ଅଜ୍ଞାନୀ ତାକୁ କୁହାଯାଏ ଯିଏ ରଚୟିତା ଏବଂ ରଚନାକୁ ଜାଣିନଥାନ୍ତି । ରଚୟିତାଙ୍କ ଦ୍ୱାରା ଯିଏ ରଚୟିତା ଏବଂ ରଚନାକୁ ଜାଣନ୍ତି ତାଙ୍କୁ ଜ୍ଞାନୀ କୁହାଯାଏ । ଏହି ଜ୍ଞାନ ତୁମକୁ ଏଠାରେ ମିଳୁଅଛି । ସତ୍ୟଯୁଗରେ ମିଳିବ ନାହିଁ । ମନୁଷ୍ୟମାନେ କହୁଛନ୍ତି ପରମାତ୍ମା ବିଶ୍ୱର ମାଲିକ ଅଟନ୍ତି । ସମସ୍ତେ ସେହି ମାଲିକଙ୍କୁ ମନେ ପକାଉଛନ୍ତି, କିନ୍ତୁ ବାସ୍ତବରେ ବିଶ୍ୱ ବା ସୃଷ୍ଟିର ମାଲିକ ତ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ନିରାକାର ଶିବବାବା ତ ବିଶ୍ୱର ମାଲିକ ହେଉନାହାଁନ୍ତି । ତେଣୁ ତାଙ୍କୁ ପଚାରିବାକୁ ପଡିବ ଯେ ସେହି ମାଲିକ ନିରାକାର ଅଟନ୍ତି ନା ସାକାର ଅଟନ୍ତି? ନିରାକାର ତ ସାକାର ସୃଷ୍ଟିର ମାଲିକ ହୋଇପାରିବେ ନାହିଁ । ସିଏ ହେଲେ ବ୍ରହ୍ମାଣ୍ଡର ମାଲିକ । ସିଏ ଆସି ପତିତ ଦୁନିଆକୁ ପବିତ୍ର କରୁଛନ୍ତି । ନିଜେ ପବିତ୍ର ଦୁନିଆର ମାଲିକ ହେଉନାହାଁନ୍ତି । ତାର ମାଲିକ ତ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ଏବଂ ମାଲିକ ମଧ୍ୟ ବାବା ହିଁ କରାଉଛନ୍ତି । ଏହି ଗୁହ୍ୟ କଥାକୁ ବୁଝିବା ଦରକାର । ଆମେ ଆତ୍ମାମାନେ ମଧ୍ୟ ଯେତେବେଳେ ବ୍ରହ୍ମତତ୍ତ୍ୱରେ ରହୁଛେ ସେତେବେଳେ ଆମେ ବ୍ରହ୍ମାଣ୍ଡର ମାଲିକ ହେଉଛୁ । ଯେପରି ରାଜା-ରାଣୀ କହିବେ, ଆମେ ଭାରତର ମାଲିକ, ସେହିପରି ପ୍ରଜା ମଧ୍ୟ କହିବେ ଯେ, ଆମେ ମାଲିକ ଅଟୁ । କାରଣ ସେମାନେ ସେହିଠାରେ ରହିଥାନ୍ତି । ପେରି ବାବା ବ୍ରହ୍ମାଣ୍ଡର ମାଲିକ, ସେହିପରି ପ୍ରଜା ମଧ୍ୟ କହିବେ ଯେ, ଆମେ ମାଲିକ । କିନ୍ତୁ ବାବା ଆସି ନୂଆ ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି । କହୁଛନ୍ତି - ମୁଁ ଏଠାରେ ରାଜ୍ୟ କରିବି ନାହିଁ, ମୁଁ ମନୁଷ୍ୟ ହେଉନାହିଁ । ମୁଁ ତ ଏହି ଶରୀରକୁ ଧାର ସୂତ୍ରରେ ନେଉଛି । ତୁମକୁ ସୃଷ୍ଟିର ମାଲିକ କରିବା ପାଇଁ ରାଜଯୋଗ ଶିଖାଉଛି । ତୁମେମାନେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚପଦ ପାଇବ, ସେଥିପାଇଁ ହେଳା କର ନାହିଁ । ଶିକ୍ଷକ ତ ସମସ୍ତଙ୍କୁ ପାଠପଢାଇଥାନ୍ତି । ଯଦି ପରୀକ୍ଷାରେ ବହୁତ ପିଲା ପାସ୍ କରନ୍ତି ତେବେ ଶିକ୍ଷକଙ୍କର ନାମ ବିଖ୍ୟାତ ହୋଇଥାଏ ପୁଣି ତାଙ୍କୁ ସରକାରଙ୍କ ତରଫରୁ ପ୍ରୋମୋସନ୍ ମଧ୍ୟ ମିଳିଥାଏ । ଏହା ମଧ୍ୟ ସେହିପରି । ତୁମେମାନେ ଯେତେ ଭଲ ଭାବରେ ପଢିବ ସେତେ ଭଲ ପଦ ପାଇବ । ମାତା-ପିତା ମଧ୍ୟ ଖୁସି ହେବେ । ପରୀକ୍ଷାରେ ପାସ୍ ହେଲେ ମିଠା ବାଣ୍ଟିଥାନ୍ତି । ଏଠାରେ ତ ତୁମେମାନେ ପ୍ରତିଦିନ ମିଠା ବାଣ୍ଟୁଛ । ପୁଣି ଯେତେବେଳେ ପରୀକ୍ଷାରେ ପାସ୍ ହୋଇଯାଉଛ ସେତେବେଳେ ବାବା ସୁନା ଫୁଲର ବର୍ଷା କରୁଛନ୍ତି । ତୁମ ଉପରେ ଆକାଶରୁ କୌଣସି ଫୁଲ ପଡିବ ନାହିଁ କିନ୍ତୁ ତୁମେମାନେ ଏକଦମ୍ ସୁନାର ମହଲର ମାଲିକ ହୋଇଯାଉଛ । କିନ୍ତୁ ଏଠାରେ ତ କାହାର ମହିମା କରିବା ପାଇଁ ସୁନାର ଫୁଲ ତିଆରି କରି ଫୁଲର ବର୍ସା କରୁଛନ୍ତି, ଯେପରି ଦରଭଙ୍ଗା ରାଜ୍ୟର ରାଜା ବହୁତ ସାହୁକାର ଥିଲେ, ତାଙ୍କର ସନ୍ତାନ ବିଦେଶ ଗଲା ତେଣୁ ବହୁତ ବଡ ଭୋଜିର ଆୟୋଜନ କରିଥିଲେ । ବହୁତ ପଇସା ଖର୍ଚ୍ଚ କରିଥିଲେ । ସିଏ ସୁନାର ଫୁଲ ତିଆରି କରି ବର୍ଷା କରିଥିଲେ । ସେଥିପାଇଁ ବହୁତ ଖର୍ଚ୍ଚ ହୋଇଗଲା, ବହୁତ ନାମ ମଧ୍ୟ ହୋଇଥିଲା । ସେତେବେଳେ କହୁଥିଲେ ଦେଖ ଭାରତବାସୀ କିପରି ପଇସା ଉଡାଉଛନ୍ତି । ତୁମେମାନେ ତ ନିଜେ ସୁନାର ମହଲରେ ଯାଇ ରହିବ । ତେବେ ତୁମର କେତେ ନିଶା ରହିବା ଦରକାର । ବାବା କହୁଛନ୍ତି - କେବଳ ମୋତେ ଏବଂ ଚକ୍ରକୁ ମନେ ପକାଅ ତେବେ ତୁମର ବେଡା ଅର୍ଥାତ୍ ନୌକା ପାରହୋଇଯିବ । ଏହା କେତେ ସହଜ କଥା ।

ତୁମେମାନେ ହେଲ ଚୈତନ୍ୟ ପତଙ୍ଗ, ବାବା ହେଲେ ଚୈତନ୍ୟ ଆଲୋକ । ତୁମେମାନେ କହୁଛ ଯେ, ଏବେ ଆମକୁ ରାଜ୍ୟ ସ୍ଥାପନ କରିବାକୁ ହେବ । ଏବେ ସତ୍ୟ ବାବା ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି । ବାବା ନିଜେ କହୁଛନ୍ତି ଯେ, ସେ କିପରି ଆସି ବ୍ରାହ୍ମଣମାନଙ୍କର ନୂଆ ସୃଷ୍ଟି ରଚନା କରୁଛନ୍ତି । ତେଣୁ ମୋତେ ନିଶ୍ଚିତ ଆସିବାକୁ ପଡିବ । ତୁମେମାନେ ଜାଣିଛ ଯେ, ଆମେ ବ୍ରହ୍ମାକୁମାର କୁମାରୀ ଅଟୁ, ଶିବବାବାଙ୍କର ନାତିନାତୁଣୀ ଅଟୁ । ଏହା ଏକ ବିଚିତ୍ର ପରିବାର । କିପରି ଦେବୀ-ଦେବତା ଧର୍ମର ଚାରା ଲାଗୁଛି, ବୃକ୍ଷରେ ଏକଥା ସ୍ପଷ୍ଟ ରୂପେ ବର୍ଣ୍ଣନା କରାଯାଇଛି । ବୃକ୍ଷର ତଳେ ତୁମେମାନେ ବସିଛ । ତୁମେମାନେ କେତେ ସୌଭାଗ୍ୟଶାଳୀ ଅଟ । ସବୁଠାରୁ ପ୍ରିୟ ବାବା ବସି ବୁଝାଉଛନ୍ତି ଯେ, ମୁଁ ତୁମମାନଙ୍କୁ ରାବଣର ଜଞ୍ଜିରରୁ ମୁକ୍ତ କରିବା ପାଇଁ ଆସିଛି । ରାବଣ ତୁମକୁ ରୋଗୀ କରିଦେଇଛି । ଏବେ ବାବା କହୁଛନ୍ତି ମୋତେ ଅର୍ଥାତ୍ ଶିବବାବାଙ୍କୁ ମନେ ପକାଅ ଯାହାଦ୍ୱାରା ତୁମର ଜ୍ୟୋତି ଜାଗ୍ରତ ହେବ, ପୁଣି ତୁମେ ଉଡିବା ଯୋଗ୍ୟ ହୋଇଯିବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବୁଦ୍ଧିକୁ ତୀକ୍ଷ୍ଣ କରିବା ପାଇଁ ଦେହ ଭିତରେ ରହି ମଧ୍ୟ ଦେହର ବନ୍ଧନରୁ ଅଲଗା ରହିବାକୁ ହେବ । ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ । ବେମାରୀ ସମୟରେ ମଧ୍ୟ ବାବାଙ୍କର ୟାଦରେ ରହିବାକୁ ହେବ ।

(୨) ଆମେ ପାରଲୌକିକ ମାତପିତା ବାପଦାଦାଙ୍କର ସନ୍ତାନ ହୋଇଛୁ ସେଥିପାଇଁ ବହୁତ ବହୁତ ମିଠା, ରାଜକୀୟ ମର୍ଯ୍ୟାଦା ସମ୍ପନ୍ନ, ଶାନ୍ତିପ୍ରିୟ, ଜ୍ଞାନବାନ ଏବଂ ଆନନ୍ଦରେ ରହିବାକୁ ହେବ । ଶାନ୍ତ ସ୍ଥିତିରେ ରହି ଶାନ୍ତିର ସ୍ଥାପନା କରିବାକୁ ହେବ ।

ବରଦାନ:-
ଆତ୍ମ-ଅଭିମାନୀ ସ୍ଥିତିରେ ରହି ମନୋରଞ୍ଜନ କରୁଥିବା ମର୍ଯ୍ୟାଦା ପୁରୁଷୋତ୍ତମ ହୁଅ ।

କେତେକ ପିଲା ହସମଜା ବହୁତ କରିଥାଆନ୍ତି ଏବଂ ତାକୁ ହିଁ ମନୋରଞ୍ଜନ ବୋଲି ଭାବନ୍ତି । ଏମିତି ମନୋରଞ୍ଜନ କରିବାର ଗୁଣକୁ ଭଲ ଗୁଣରେ ଗଣାଯାଏ କିନ୍ତୁ ବ୍ୟକ୍ତି, ସମୟ, ସଂଗଠନ, ସ୍ଥାନ ଏବଂ ବାୟୁମଣ୍ଡଳ ଅନୁସାରେ ମନୋରଞ୍ଜନ ଭଲ ଲାଗିଥାଏ । ଯଦି ଏହି ସବୁ କଥା ଗୁଡିକ ମଧ୍ୟରୁ ଗୋଟିଏ ବି ଠିକ୍ ନାହିଁ ତେବେ ମନୋରଞ୍ଚନକୁ ମଧ୍ୟ ବ୍ୟର୍ଥ ଶ୍ରେଣୀରେ ଗଣାଯିବ ଏବଂ ଏହି ସାର୍ଟିଫିକେଟ୍ ମିଳିବ ଯେ ଇଏ ତ ବହୁତ ଭଲ ହସାଉଛନ୍ତି କିନ୍ତୁ କଥା ଅଧିକ କହୁଛନ୍ତି, ତେଣୁ ସେହିଭଳି ହସ-ମଜାକୁ ଭଲ କୁହାଯିବ ଯେଉଁଥିରେ ଆତ୍ମ-ଅଭିମାନୀ ସ୍ଥିତି ରହିଥିବ ଏବଂ ଅନ୍ୟ ଆତ୍ମାର ଲାଭ ବା ଉପକାର ହେଉଥିବ ତଥା ବାଣୀ ସୀମା ଭିତରେ ରହୁଥିବ, ତେବେ କୁହାଯିବ ମର୍ଯ୍ୟାଦା ପୁରୁଷୋତ୍ତମ ।

ସ୍ଲୋଗାନ:-
ଯଦି ସର୍ବଦା ସୁସ୍ଥରେ ରହିବାକୁ ଚାହୁଁଛ ତେବେ ଆତ୍ମିକ ଶକ୍ତିକୁ ବଢାଅ ।