20.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ଖୁସି ଭଳି ଭୋଜନ ନାହିଁ, ତେଣୁ ତୁମେମାନେ ଚାଲିଲା ବୁଲିଲା ବେଳେ ମଧ୍ୟ ଖୁସି ମନରେ ବାବାଙ୍କୁ ମନେ ପକାଅ ତେବେ ପବିତ୍ର ହୋଇଯିବ ।

ପ୍ରଶ୍ନ:-
କୌଣସି କର୍ମ ବିକର୍ମ ନ ହେଉ ତାର ଉପାୟ କଣ ?

ଉତ୍ତର:-
ବିକର୍ମରୁ ରକ୍ଷା ପାଇବାର ଉପାୟ ହେଲା ଶ୍ରୀମତ୍ । ବାବାଙ୍କର ଯେଉଁ ପ୍ରଥମ ଶ୍ରୀମତ୍ ରହିଛି ଯେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ, ଏହି ଶ୍ରୀମତକୁ ପାଳନ କରିବା ଦ୍ୱାରା ତୁମେ ବିକର୍ମାଜିତ୍ ହୋଇଯିବ ।

ଓମ୍ ଶାନ୍ତି ।
ରୁହାନୀ ସନ୍ତାନମାନେ ଏଠାରେ ମଧ୍ୟ ବସିଛନ୍ତି ଏବଂ ସବୁ ସେବାକେନ୍ଦ୍ର ମାନଙ୍କରେ ମଧ୍ୟ ଅଛନ୍ତି । ସବୁ ସନ୍ତାନମାନେ ଜାଣନ୍ତି ଯେ ଏବେ ରୁହାନୀ ବାବା ଆସିଛନ୍ତି,ସେ ଆମକୁ ଏହି ପୁରୁଣା ଛି-ଛି ପତିତ ଦୁନିଆରୁ ପୁଣି ଘରକୁ ନେଇଯିବେ । ବାବା କେବଳ ଆସିଛନ୍ତି ପବିତ୍ର କରିବା ପାଇଁ ଏବଂ ଆତ୍ମାମାନଙ୍କ ସହ କଥାହେବାପାଇଁ । ଆତ୍ମା ହିଁ କାନ ଦ୍ୱାରା ଶୁଣିଥାଏ କାରଣ ବାବାଙ୍କର ନିଜର ଶରୀର ତ ନାହିଁ ତେଣୁ ବାବା କହୁଛନ୍ତି ମୁଁ ଶରୀରର ଆଧାର ନେଇ ନିଜର ପରିଚୟ ଦେଉଛି । ମୁଁ ଏହି ସାଧାରଣ ଶରୀରରେ ଆସି ତୁମମାନଙ୍କୁ ପବିତ୍ର ହେବାର ଉପାୟ ବତାଉଛି । ତାହା ମଧ୍ୟ ପ୍ରତିକଳ୍ପରେ ଆସି ତୁମକୁ ଏହି ଯୁକ୍ତି ବ୍ରହ୍ମାଙ୍କ ଦ୍ୱାରା ବତାଉଛି । ଏହି ରାବଣ ରାଜ୍ୟରେ ତୁମେ କେତେ ଦୁଃଖି ହୋଇଯାଇଛ । ରାବଣ ରାଜ୍ୟ ଶୋକ ବାଟିକାରେ ତୁମେ ଅଛ । କଳିଯୁଗକୁ ହିଁ କୁହାଯାଏ ଦୁଃଖଧାମ । ସୁଖଧାମ ହେଲା କୃଷ୍ଣପୁରୀ, ସ୍ୱର୍ଗ । ତାହା ତ ଏବେ ନାହିଁ । ପିଲାମାନେ ଭଲଭାବରେ ଜାଣନ୍ତି ଯେ ଏବେ ବାବା ଆସିଛନ୍ତି ଆମକୁ ପଢାଇବା ପାଇଁ ।

ବାବା କହୁଛନ୍ତି ତୁମେ ନିଜ ଘରେ ମଧ୍ୟ ଇଶ୍ୱରୀୟ ପାଠଶାଳା ଖୋଲିପାରିବ । ନିଜେ ପବିତ୍ର ହୋଇ ଅନ୍ୟକୁ ପବିତ୍ର କରାଇବାକୁ ହେବ । ତୁମେ ପବିତ୍ର ହେଲେ ଦୁନିଆ ମଧ୍ୟ ପବିତ୍ର ହୋଇଯିବ । ଏବେ ତ ଏହା ଭ୍ରଷ୍ଟାଚାରୀ ପତିତ ଦୁନିଆ ଅଟେ । ଏବେ ହେଲା ରାବଣର ରାଜଧାନୀ । ଏହି କଥାକୁ ଯିଏ ଭଲଭାବରେ ବୁଝିଛନ୍ତି ସେ ପୁଣି ଅନ୍ୟମାନଙ୍କୁ ଭଲଭାବରେ ବୁଝାଉଛନ୍ତି । ବାବା ତ କେବଳ କହୁଛନ୍ତି ପିଲାମାନେ, ନିଜକୁ ଆତ୍ମା ଭାବି ମୋତେ ମନେପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏପରି ବୁଝାଅ । କୁହ ବାବା ଆସିଛନ୍ତି, କହୁଛନ୍ତି ମୋତେ ମନେପକାଅ ତେବେ ତୁମେ ପବିତ୍ର ହୋଇଯିବ । କୌଣସି ପ୍ରକାରର ଆସୁରୀ କର୍ମ କରନାହିଁ । ମାୟା ତୁମ ଦ୍ୱାରା ଯେଉଁ ଛି-ଛି କର୍ମ କରାଇବ ସେହି କର୍ମ ନିଶ୍ଚୟ ବିକର୍ମ ହେବ । ସର୍ବ ପ୍ରଥମେ ଦୁନିଆର ମନୁଷ୍ୟମାନେ କହୁଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହା ମଧ୍ୟ ମାୟା କୁହାଇଲା ନା । ମାୟା ତୁମ ଦ୍ୱାରା ପ୍ରତ୍ୟେକ କଥାରେ ବିକର୍ମ କରାଇବ । କର୍ମ-ଅକର୍ମ-ବିକର୍ମର ରହସ୍ୟ ବି ବୁଝାଇଛି । ଶ୍ରୀମତକୁ ପାଳନ କରି ଅଧାକଳ୍ପ ତୁମେ ସୁଖ ଭୋଗୁଛ, ଅଧାକଳ୍ପ ପୁଣି ରାବଣର ମତରେ ଦୁଃଖ ଭୋଗୁଛ । ଏହି ରାବଣ ରାଜ୍ୟରେ ତୁମେ ଯେଉଁ ଭକ୍ତି କରୁଛ, ସେଥିରେ ଅଧୋଗତି ହୋଇଛି । ତୁମେ ଏହି ସବୁ କଥାକୁ ଜାଣି ନଥିଲ, ପୁରାପୁରି ପଥରବୁଦ୍ଧି ଥିଲ । ପଥର ବୁଦ୍ଧି ଓ ପାରସବୁଦ୍ଧିର ଗାୟନ ଅଛି ନା । ଭକ୍ତି ମାର୍ଗରେ ବି କୁହନ୍ତି - ହେ ଈଶ୍ୱର, ଏହାକୁ ଭଲବୁଦ୍ଧି ଦିଅ, ତେବେ ଇଏ ଲଢେଇ ଆଦି ବନ୍ଦ କରିଦେବେ । ତୁମେ ପିଲାମାନେ ଜାଣିଛ ବାବା ଏବେ ବହୁତ ଭଲବୁଦ୍ଧି ଦେଉଛନ୍ତି । ବାବା କହୁଛନ୍ତି ମିଠେବଚ୍ଚେ, ତୁମର ଆତ୍ମା ପତିତ ହୋଇଯାଇଛି ତାକୁ ୟାଦର ଯାତ୍ରାରେ ପବିତ୍ର କରିବାକୁ ହେବ । ଚାଲିବୁଲି ମଧ୍ୟ ବାବାଙ୍କୁ ମନେ ପକାଅ । ବାବାଙ୍କ ୟାଦରେ ତୁମେ କେତେ ଦୂର ବି ଚାଲି-ଚାଲି ଗଲେ, ଶରୀରକୁ ଭୁଲିଯିବ । ଗାୟନ ଅଛି ନା ଖୁସୀ ଜେସି ଖୁରାକ ନେହିଁ ଅର୍ଥାତ୍ ଖୁସିଭଳି ଭୋଜନ ନାହିଁ । ମନୁଷ୍ୟ ଧନ ରୋଜଗାର କରିବା ପାଇଁ କେତେ ଦୂର-ଦୂରକୁ ଖୁସିରେ ଯାଇଥାନ୍ତି । ଏଠାରେ ତୁମେ କେତେ ଧନବାନ, ସମ୍ପତ୍ତିବାନ ହେଉଛ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସି ତୁମମାନଙ୍କୁ ନିଜର ପରିଚୟ ଦେଉଛି । ଏହି ସମୟରେ ସମସ୍ତେ ପତିତ, ବାବାଙ୍କୁ ଡାକୁଛନ୍ତି କେବଳ ପବିତ୍ର କରିବା ପାଇଁ । ଆତ୍ମା ହିଁ ବାବାଙ୍କୁ ଡାକିଥାଏ । ରାବଣ ରାଜ୍ୟରେ, ଶୋକବାଟିକାରେ ସମସ୍ତେ ଦୁଃଖି ଅଟନ୍ତି । ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି । ଏହି ସମୟରେ ସୃଷ୍ଟି ତମୋପ୍ରଧାନ ଅଟେ । ସତ୍ତ୍ୱପ୍ରଧାନ ଦେବତାମାନଙ୍କର ଚିତ୍ର ମଧ୍ୟ ଅଛି । ସେମାନଙ୍କର ଗାୟନ ମଧ୍ୟ ହେଉଛି । ଶାନ୍ତିଧାମ, ସୁଖଧାମକୁ ଯିବା ପାଇଁ ମନୁଷ୍ୟ କେତେ ମୁଣ୍ଡ ପିଟୁଛନ୍ତି । ଏହା କଣ କେହି ଜାଣୁଛନ୍ତି କି ଭଗବାନ କିପରି ଆସି ଆମକୁ ଭକ୍ତିର ଫଳ ଦେଉଛନ୍ତି । ତୁମେ ଏବେ ବୁଝୁଛ ଆମକୁ ଭଗବାନଙ୍କଠାରୁ ଫଳ ମିଳୁଛି । ଭକ୍ତିର ଦୁଇଟି ଫଳ - ଗୋଟିଏ ହେଲା ମୁକ୍ତି, ଦ୍ୱିତୀୟଟି ଜୀବନମୁକ୍ତି । ଏହାକୁ ବୁଝିବା ବହୁତ ସୂକ୍ଷ୍ମ କଥା । ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ଭକ୍ତି କରିଥିବେ, ସେମାନେ ଜ୍ଞାନକୁ ଭଲଭାବରେ ଗ୍ରହଣ କରିବେ ଏବଂ ଶ୍ରେଷ୍ଠ ଫଳ ମଧ୍ୟ ପ୍ରାପ୍ତ କରିବେ । ଯଦି ଭକ୍ତି କମ୍ କରିଥିବେ ତେବେ ଜ୍ଞାନ ବି କମ୍ ବୁଝିବେ, ଫଳ ବି କମ୍ ପାଇବେ ସବୁ କଥାର ହିସାବ ଅଛି ନା । କ୍ରମାନୁସାରେ ପଦ ଅଛି ନା । ବାବା କହୁଛନ୍ତି ମୋର ହୋଇ ବିକାରଗ୍ରସ୍ତ ହେଲ ଅର୍ଥାତ୍ ମୋତେ ଛାଡିଲ । ଏକାବେଳେ ତଳେ ଯାଇ ପଡିବ । କେହି ତ ପଡିଗଲେ ପୁଣି ଉଠିପଡନ୍ତି । କିଏ ତ ପୁରା ନାଳରେ ପଡିଯାଆନ୍ତି, ବୁଦ୍ଧି ଜମା ସୁଧୁରୁନାହିଁ । କାହାର ମନ ଭିତରେ ଭିତରେ ପଶ୍ଚାତାପରେ ଜଳିଥାଏ । ଦୁଃଖ ହେଉଥାଏ ମୁଁ ଭଗବାନଙ୍କ ପାଖରେ ପ୍ରତିଜ୍ଞା କରିଥିଲି ପୁଣି ଧୋକା ଦେଲି, ବିକାରଗ୍ରସ୍ତ ହୋଇଗଲି । ବାବାଙ୍କର ହାତ ଛାଡିଦେଲି, ମାୟାର ହୋଇଗଲି । ସେମାନେ ପୁଣି ବାୟୁମଣ୍ଡଳକୁ ଖରାପ୍ କରିଦିଅନ୍ତି, ଅଭିଶପ୍ତ ହୋଇଯାଆନ୍ତି । ବାବାଙ୍କ ସହ ଧର୍ମରାଜ ମଧ୍ୟ ଅଛନ୍ତି ନା । ସେହି ସମୟରେ ଜଣାନଥାଏ କି ମୁଁ କଣ କରୁଛି, ପଛରେ ପଶ୍ଚାତାପ ହୋଇଥାଏ । ଏପରି ବହୁତ ଅଛନ୍ତି, କାହାକୁ ହତ୍ୟା ଆଦି କରିଦିଅନ୍ତି ପୁଣି ଜେଲ୍କୁ ଯିବାକୁ ପଡିଥାଏ, ପୁଣି, ପଶ୍ଚାତାପ କରିଥାନ୍ତି ମୁଁ ବିନା ଦୋଷରେ ତାଙ୍କୁ ମାରିଛି । କ୍ରୋଧବଶତଃ ବହୁତଙ୍କୁ ମାରନ୍ତି । ବହୁତ ସମାଚାର ଖବରକାଗଜରେ ଆସିଥାଏ । ତୁମେ ତ ଖବର କାଗଜ ପଢୁନାହଁ । ଦୁନିଆରେ କଣ କଣ ହେଉଛି ତୁମକୁ ଜଣାପଡୁନାହିଁ । ଦିନକୁ ଦିନ ପରିସ୍ଥିତି ଖରାପ ହୋଇ ଚାଲିଛି । ସିଢି ତଳକୁ ଖସିବାକୁ ହିଁ ହେବ । ତୁମେ ଡ୍ରାମାର ଏହି ରହସ୍ୟକୁ ଜାଣିଛ । ବୁଦ୍ଧିରେ ଏହି କଥା ଅଛି ଯେ ଆମେ ବାବାଙ୍କୁ ମନେପକାଇବୁ । ଏପରି କିଛି ଛି ଛି ନିକୃଷ୍ଟ କର୍ତ୍ତବ୍ୟ କରନାହିଁ ଯେଉଁଥିରେ ରେଜିଷ୍ଟର ଅର୍ଥାତ୍ ଚରିତ୍ରର ରେକର୍ଡ ଖରାପ ହେବ । ବାବା କହୁଛନ୍ତି ମୁଁ ତୁମର ଶିକ୍ଷକ ଅଟେ ନା । ଶିକ୍ଷକଙ୍କ ପାଖରେ ଛାତ୍ରର ପାଠପଢାର ଓ ଚାଲି ଚଳନର ରେକର୍ଡ ରହିଥାଏ ନା । କାହାର ଚଳଣି ବହୁତ ଭଲ କାହାର ତାଠାରୁ କମ୍, କାହାର ବିଲ୍କୁଲ୍ ଖରାପ । କ୍ରମାନୁସାରେ ହୋଇଥାଆନ୍ତି ନା । ଇଏ ମଧ୍ୟ ଶ୍ରେଷ୍ଠପିତା କେତେ ଶ୍ରେଷ୍ଠ ପାଠ ପଢାଉଛନ୍ତି । ସେ ମଧ୍ୟ ପ୍ରତ୍ୟେକଙ୍କର ଚାଲି ଚଳନକୁ ଜାଣିଛନ୍ତି । ତୁମେ ନିଜେ ମଧ୍ୟ ଜାଣିପାରିବ ମୋ ଭିତରେ ଏହି ଏହି ଅଭ୍ୟାସ ଅଛି, ଏହି କାରଣରୁ ମୁଁ ଫେଲ୍ ହୋଇଯିବି । ବାବା ପ୍ରତ୍ୟେକ କଥାକୁ ଭଲଭାବରେ ବୁଝାଉଛନ୍ତି । ସଂମ୍ପୁର୍ଣ୍ଣ ଭାବେ ପାଠ ପଢିବ ନାହିଁ, କାହାକୁ ଦୁଃଖ ଦେବ ତେବେ ଦୁଃଖି ହୋଇ ମରିବ । ପଦ ମଧ୍ୟ ଭ୍ରଷ୍ଟ ହେବ, ଦଣ୍ଡ ମଧ୍ୟ ବହୁତ ଭୋଗ କରିବ ।

ମିଠେ ବଚ୍ଚେ, ନିଜର ଏବଂ ଅନ୍ୟର ଭାଗ୍ୟ ତିଆରି କରିବାର ଅଛି ତ ଦୟାଶୀଳ ସଂସ୍କାରକୁ ଧାରଣ କର । ଯେମିତି ବାବା ଦୟାଶୀଳ ହୋଇଥିବାରୁ ଶିକ୍ଷକ ହୋଇ ତୁମକୁ ପଢାଉଛନ୍ତି । କେହି କେହି ପିଲାମାନେ ଭଲଭାବରେ ପଢୁଛନ୍ତି ଏବଂ ପଢାଉଛନ୍ତି, ଏଥିରେ ଦୟାଶୀଳ ହେବାକୁ ପଡିଥାଏ । ଶିକ୍ଷକ ଦୟାଶୀଳ ଅଟନ୍ତି ନା । ରୋଜଗାରର ରାସ୍ତା ବତାଇଥାନ୍ତି କି କିପରି ତୁମେ ଭଲ ପଦ ପାଇପାରିବ । ସେ ପାଠପଢାରେ ତ ଅନେକ ପ୍ରକାର ଶିକ୍ଷକ ଥାନ୍ତି । ଇଏ ତ ଜଣେ ହିଁ ଶିକ୍ଷକ ଅଟନ୍ତି । ପାଠପଢା ମଧ୍ୟ ଗୋଟିଏ । ମନୁଷ୍ୟରୁ ଦେବତା ହେବାର ପାଠପଢା । ଏଥିରେ ମୁଖ୍ୟ ହେଲା ପବିତ୍ରତାର କଥା । ସମସ୍ତେ ପବିତ୍ରତାର ମାଗୁଣି ରଖିଥାନ୍ତି । ବାବା ତ ରାସ୍ତା ବତାଉଛନ୍ତି କିନ୍ତୁ ଯାହାର ଭାଗ୍ୟରେ ହିଁ ନାହିଁ ସେ ପୁରୁଷାର୍ଥ ମଧ୍ୟ କଣ କରିପାରେିବ ! ଭଲ ମାର୍କ ପାଇବାର ହିଁ ନାହିଁ ତେବେ ଶିକ୍ଷକ ପୁରୁଷାର୍ଥ ମଧ୍ୟ କଣ କରାଇବେ ! ଇଏ ବେହଦର ଶିକ୍ଷକ ଅଟନ୍ତି ନା । ବାବା କହୁଛନ୍ତି ତୁମକୁ ଆଉ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଇତିହାସ ଭୂଗୋଳ ବୁଝାଇପାରିବେ ନାହିଁ । ତୁମକୁ ସବୁ କଥା ବିସ୍ତାରରେ ବୁଝାଯାଉଛି । ତୁମର ହେଲା ବେହଦର ବୈରାଗ୍ୟ । ଏହା ମଧ୍ୟ ତୁମକୁ ଶିଖାଯାଉଛି ଯେତେବେଳେ କି ପତିତ ଦୁନିଆର ବିନାଶ, ପବିତ୍ର ଦୁନିଆର ସ୍ଥାପନା ହେବାର ଅଛି । ସନ୍ନ୍ୟାସୀ ତ ନିବୃତ୍ତି ମାର୍ଗର ଅଟନ୍ତି, ବାସ୍ତବରେ ତାଙ୍କୁ ତ ଜଙ୍ଗଲରେ ରହିବା ଉଚିତ୍ । ପ୍ରଥମେ ପ୍ରଥମେ ରୁଷି ମୁନୀ ଆଦି ସବୁ ଜଙ୍ଗଲରେ ରହୁଥିଲେ, ସେହିଭଳି ସତ୍ୱୋପ୍ରଧାନ ତାକତ ଥିଲା ତେଣୁ ମନୁଷ୍ୟମାନଙ୍କୁ ଆକର୍ଷଣ କରୁଥିଲେ । କେଉଁଠି କେଉଁଠି ଅନ୍ୟ ଆତ୍ମାମାନେ ତାଙ୍କର କୁଟିଆରେ ମଧ୍ୟ ଭୋଜନ ପହଞ୍ଚାଇ ଦେଉଥିଲେ । ସନ୍ନ୍ୟାସୀମାନଙ୍କର କେବେ ମନ୍ଦିର ତିଆରି କରନ୍ତି ନାହିଁ । ମନ୍ଦିର ସର୍ବଦା ଦେବତାମାନଙ୍କର ତିଆରି କରନ୍ତି । ତୁମେ କୌଣସି ପ୍ରକାରର ଭକ୍ତି କରୁନାହଁ । ତୁମେ ଯୋଗଯୁକ୍ତ ରହୁଛ । ତାଙ୍କର ତ ଜ୍ଞାନ ହେଲା ବ୍ରହ୍ମ ତତ୍ତ୍ୱକୁ ମନେପକାଇବା । ବାସ୍! ବ୍ରହ୍ମରେ ଲୀନ ହୋଇଯିବା । କିନ୍ତୁ ବାବାଙ୍କ ବିନା ତ ସେଠାକୁ କେହି ନେଇ ଯାଇପାରିବେ ନାହିଁ । ବାବା ଆସନ୍ତି ହିଁ ସଙ୍ଗମଯୁଗରେ । ଏଠାକୁ ଆସି ଦେବୀ ଦେବତା ଧର୍ମର ସ୍ଥାପନା କରନ୍ତି । ବାକି ସମସ୍ତଙ୍କର ଆତ୍ମା ଘରକୁ ଫେରିଯାନ୍ତି କାରଣ ତୁମ ପାଇଁ ନୂଆ ଦୁନିଆ ଦରକାର ନା । ପୁରୁଣା ଦୁନିଆର କିଛି ବି ରହିବାର ନାହିଁ । ତୁମେ ସାରା ବିଶ୍ୱର ମାଲିକ ହେଉଛ । ଏହା ତ ତୁମେ ଜାଣିଛ ଯେତେବେଳେ ଆମର ରାଜ୍ୟ ଥିଲା ତ ସାରା ବିଶ୍ୱରେ ଆମେ ହିଁ ଥିଲୁ, ଅନ୍ୟ କୌଣସି ଖଣ୍ଡ ଅର୍ଥାତ୍ ରାଷ୍ଟ୍ର ନଥିଲା । ସେଠାରେ ଭୂସମ୍ପତ୍ତି ତ ବହୁତ ରହିଥାଏ । ଏଠାରେ ସ୍ଥଳଭାଗ କେତେ ଅଛି ତଥାପି ମଧ୍ୟ ସମୁଦ୍ରକୁ ଶୁଖାଇ ସ୍ଥଳଭାଗ ନିର୍ମାଣ କରୁଛନ୍ତି କାରଣ ମନୁଷ୍ୟ ସଂଖ୍ୟା ବଢିଚାଲିଛନ୍ତି । ଏହି ସମୁଦ୍ରକୁ ଶୁଖାଇବା ଆଦି ବିଦେଶରୁ ଶିଖିଛନ୍ତି । ବମ୍ବେ ପ୍ରଥମେ କଣ ଥିଲା କି ଭବିଷ୍ୟତରେ ମଧ୍ୟ ରହିବ ନାହିଁ । ବାବା ତ ଅନୁଭବି ଅଟନ୍ତି ନା ! ଧରିନିଅ ଭୁମିକମ୍ପ ହେଲା ବା ମୂସଳଧାରାରେ ବର୍ଷା ହେଲା ତେବେ କଣ କରିବେ ! ବାହାରକୁ ତ ବାହାରି ପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ତ ବହୁତ ଆସିବ । ନହେଲେ ଏତେ ବଡ ବିନାଶ କିପରି ହେବ । ସତ୍ୟଯୁଗରେ ତ କେବଳ ଅଳ୍ପ ଭାରତବାସୀ ହିଁ ଥାଆନ୍ତି । ଆଜି କଣ ଅଛି, କାଲି କଣ ହେବ । ଏହା ସବୁ ତୁମେ ହିଁ ଜାଣିଛ । ଏହି ଜ୍ଞାନ ଆଉ କେହି ଦେଇପାରିବେ ନାହିଁ । ବାବା କହୁଛନ୍ତି ତୁମେ ପତିତ ହୋଇଯାଇଛ ତେଣୁ ମୋତେ ଡାକୁଛ କି ଆସି ପବିତ୍ର କର ନିଶ୍ଚୟ ମୋତେ ଆସିବାକୁ ହେବ ତେବେ ତ ପବିତ୍ର ଦୁନିଆ ସ୍ଥାପନା ହେବ । ତୁମେ ପିଲାମାନେ ଜାଣିଛ ବାବା ଆସି ଯାଇଛନ୍ତି । କେତେ ଭଲ ରାସ୍ତା ବତାଉଛନ୍ତି । ଭଗବାନୁବାଚ, ମନମନାଭବ । ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ମୋତେ ମନେପକାଅ । ଏଥିରେ ହିଁ ପରିଶ୍ରମ ଅଛି । ଜ୍ଞାନ ତ ବହୁତ ସହଜ ଅଟେ । ଛୋଟ ପିଲା ବି ତୁରନ୍ତ ମନେରଖିଦେବ । କିନ୍ତୁ ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବା, ତାହା ଅସମମ୍ଭ । ବଡମାନଙ୍କର ବୁଦ୍ଧିରେ ରହିପାରୁ ନାହିଁ, ତେବେ ଛୋଟ ପିଲାମାନେ କେମିତି ୟାଦ କରିପାରିବେ ? ଯଦିଓ ଶିବବାବା-ଶିବବାବା କୁହନ୍ତି କିନ୍ତୁ ବାଳୁତ ବୁଦ୍ଧି ଅଟନ୍ତି ନା । ଆମେ ବି ବିନ୍ଦୁ, ବାବା ବି ବିନ୍ଦୁ ଅଟନ୍ତି, ଏହା ସ୍ମୃତିରେ ଆସିବା ମୁସ୍କିଲ୍ ଲାଗିଥାଏ । ଏହା ହିଁ ଯଥାର୍ଥ ରୀତିରେ ୟାଦ ଅଟେ । ମୋଟା ଜିନିଷ ତ ନୁହଁ । ବାବା କହୁଛନ୍ତି ଯେ ଯଥାର୍ଥ ରୂପରେ ମୁଁ ବିନ୍ଦୁ ଅଟେ । ତେଣୁ ମୁଁ ଯିଏ, ଯେମିତି ମୋତେ ସେହିପରି ସ୍ମରଣ କରିବା ଏହା ବଡ କଷ୍ଟକର ଅଟେ ।

ସେମାନେ ତ କହିଦିଅନ୍ତି ପରମାତ୍ମା ବ୍ରହ୍ମ ତତ୍ତ୍ୱ ଅଟନ୍ତି କିନ୍ତୁ ଆମେ କହୁଛୁ ସେ ତ ଏକଦମ୍ ବିନ୍ଦୁ ଅଟନ୍ତି । ରାତି-ଦିନର ପାର୍ଥକ୍ୟ ହେଲା ନା । ବ୍ରହ୍ମ ତତ୍ତ୍ୱ ଆମେ ଆତ୍ମାମାନେ ଯେଉଁଠି ରୁହନ୍ତି, ତାଙ୍କୁ ପରମାତ୍ମା କହି ଦେଉଛନ୍ତି । ବୁଦ୍ଧିରେ ଏହା ରହିବା ଦରକାର ମୁଁ ଆତ୍ମା ଅଟେ, ବାବାଙ୍କର ସନ୍ତାନ ଅଟେ, ବାବା ଏହାଙ୍କ ମୁଖରେ ଶୁଣାଉଛନ୍ତିଯେ ମୁଁ ପରମଆତ୍ମା ଅଟେ, ପରେ ତେ ପରେ ଅର୍ଥାତ୍ ଉର୍ଦ୍ଧ୍ୱରେ ରହିଥାଏ । ତୁମେ ବି ବହୁ ଉର୍ଦ୍ଧ୍ୱରେ ରହୁଛ କିନ୍ତୁ ଜନ୍ମମରଣରେ ଆସୁଛ, ମୁଁ ଜନ୍ମ ମରଣରେ ଆସେ ନାହିଁ । ତୁମେ ଏବେ ନିଜର ୮୪ ଜନ୍ମକୁ ମଧ୍ୟ ବୁଝିଛ । ବାବାଙ୍କ ପାର୍ଟକୁ ବି ବୁଝିଛ । ଆତ୍ମା କେବେ ଛୋଟ-ବଡ ହୋଇ ନଥାଏ । କେବଳ କଳିଯୁଗକୁ ଆସି ମଇଳା ହୋଇଥାଏ । ଏତେ ଛୋଟ ଆତ୍ମାରେ ସାରା ଜ୍ଞାନ ଅଛି । ବାବା ବି କେତେ ଛୋଟ ଅଟନ୍ତି ନା । କିନ୍ତୁ ତାଙ୍କୁ ପରମଆତ୍ମା କୁହାଯାଏ । ସେ ଜ୍ଞାନର ସାଗର ଅଟନ୍ତି, ତୁମକୁ ଆସି ବୁଝାଉଛନ୍ତି । ଏବେ ତୁମେ ଯାହା କିଛି ପଢୁଛ କଳ୍ପ ପୂର୍ବେ ମଧ୍ୟ ପଢିଥିଲ, ସେହି ପାଠପଢା ତୁମେ ଦେବତା ହୋଇଥିଲ । ତୁମମାନଙ୍କ ମଧ୍ୟରେ ସବୁଠାରୁ ଫଟା କପାଳ ତାଙ୍କର ଯିଏ ପତିତ ହୋଇ ନିଜର ବୁଦ୍ଧିକୁ ଖରାପ କରିଥାନ୍ତି, କାରଣ ସେମାନଙ୍କ ମଧ୍ୟରେ ଜ୍ଞାନର ଧାରଣା ହୋଇପାରେ ନାହିଁ । ହୃଦୟ ଭିତରେ କଷ୍ଟ ହେଉଥାଏ । ଅନ୍ୟମାନଙ୍କୁ କହିପାରିବେ ନାହିଁ ଯେ ପବିତ୍ର ହୁଅ । ଭିତରେ ବୁଝିଥାନ୍ତି ପବିତ୍ର ହେଉ ହେଉ ଆମେ ହାରିଗଲୁ । ସାରା ରୋଜଗାର ନଷ୍ଟ ହୋଇଗଲା । ପୁଣି ବହୁତ ସମୟ ଲାଗିଯାଏ । ଗୋଟିଏ ଚୋଟ ହିଁ ବହୁତ ଜୋରରେ ଘାଇଲା କରିଦିଏ । ରେଜିଷ୍ଟର ଅର୍ଥାତ୍ ରେକର୍ଡ ଖରାପ ହୋଇଯାଏ । ବାବା କହିଥାନ୍ତି ତୁମେ ମାୟା ଠାରୁ ହାରିଗଲ ତୁମର ଭାଗ୍ୟ ଫଟା । ମାୟାଜିତ୍ ଜଗତଜିତ୍ ହେବାକୁ ପଡିବ । ଜଗତଜିତ୍ ମହାରାଜା-ମହାରାଣୀଙ୍କୁ ହିଁ କୁହାଯାଇଥାଏ । ପ୍ରଜାକୁ କଣ ଜଗତ୍ଜିତ୍ କହିବ କି! ଏବେ ଦୈବୀ ସ୍ୱର୍ଗର ସ୍ଥାପନା ହେଉଛି । ନିଜ ପାଇଁ ଯିଏ କରିବେ ସିଏ ପାଇବେ । ଯେତେ ପବିତ୍ର ହେବେ ଅନ୍ୟକୁ ବି କରାଇପାରିବେ, ବହୁତ ଦାନ କରୁଥିବା ଆତ୍ମାଙ୍କୁ ଫଳ ବି ମିଳିଥାଏ ନା । ଦାନୀଙ୍କର ମହିମା ହୋଇଥାଏ । ପର ଜନ୍ମରେ ଅଳ୍ପ କାଳର ସୁଖ ପାଇଥାନ୍ତି । ଏଠାରେ ତ ୨୧ ଜନ୍ମର କଥା । ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ । ଯିଏ ପବିତ୍ର ହୋଇଥିଲେ ସିଏ ହେବେ । ଚାଲୁ ଚାଲୁ ମାୟା ଚାପୁଡା ମାରି ପୂରା ତଳକୁ ଖସାଇଦିଏ । ମାୟା ବି କମ୍ ବଳବାନ୍ ନୁହେଁ । ୮-୧୦ ବର୍ଷ ପବିତ୍ର ରହିଲେ, ପବିତ୍ରତା ପାଇଁ ଝଗଡା ହେଲା, ଅନ୍ୟମାନଙ୍କୁ ମଧ୍ୟ ପତିତ ହେବାରୁ ଉଦ୍ଧାର କଲେ ଏବଂ ପୁଣି ନିଜେ ହାରିଗଲେ ଏହାକୁ ଭାଗ୍ୟ କହିବା ନା । ବାବାଙ୍କର ହୋଇ ପୁଣି ମାୟାର ହୋଇଯାଇଥାନ୍ତି ତେବେ ଶତ୍ରୁ ହୋଇଗଲେ ନା । ଖୁଦା ଦୋସ୍ତଙ୍କର ଏକ କାହାଣୀ ଅଛି ନା । ବାବା ଆସି ପିଲାମାନଙ୍କୁ ସ୍ନେହ କରୁଛନ୍ତି, ସାକ୍ଷାତ୍କାର କରାଉଛନ୍ତି, ବିନା ଭକ୍ତିରେ ମଧ୍ୟ ସାକ୍ଷାତ୍କାର ହୋଇଥାଏ । ତେଣୁ ସାଙ୍ଗ କରିଦେଲେ ନା । କେତେ ସାକ୍ଷାତ୍କାର ହେଉଥିଲା ପୁଣି ଜାଦୁ ଭାବି ହଙ୍ଗାମା କରିବାକୁ ଲାଗିଲେ ପୁଣି ସାକ୍ଷାତ୍କାର ବନ୍ଦ କରିଦେଲେ । ଶେଷ ସମୟରେ ମଧ୍ୟ ତୁମେ ବହୁତ ସାକ୍ଷାତ୍କାର କରିବ । ଆଗରୁ କେତେ ମଜା ହେଉଥିଲା । ତାହା ଦେଖି ଦେଖି ବି କେତେ ଚାଲିଗଲେ । ଇଟାଭାଟୀରୁ କେହି ଇଟ୍ଟା (ପକ୍କା) ସମ୍ପୂର୍ଣ୍ଣ ହୋଇ ବାହାରିଲେ, କେହି ଅସମ୍ପୂର୍ଣ୍ଣ ହୋଇ ରହିଗଲେ । କିଏ ତ ଏକଦମ୍ ଭାଙ୍ଗିଗଲେ । କେତେ ଚାଲିଗଲେ । ଏବେ ସେମାନେ ଲକ୍ଷପତି କରୋଡପତି ହୋଇଯାଇଛନ୍ତି । ଭାବୁଛନ୍ତି ଆମେ ତ ସ୍ୱର୍ଗରେ ବସିଛୁ । ଏବେ ଏଠାରେ ସ୍ୱର୍ଗ କିପରି ହୋଇପାରିବ । ସ୍ୱର୍ଗ ତ ହୋଇଥାଏ ନୂଆ ଦୁନିଆରେ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନିଜର ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ଦୟାଶୀଳ ହୋଇ ନିଜେ ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ । କେବେ ବି କୌଣସି କୁଅଭ୍ୟାସର ବଶବର୍ତ୍ତୀ ହୋଇ ନିଜର ଚରିତ୍ରକୁ ଖରାପ କରିବାର ନାହିଁ ।

(୨) ମନୁଷ୍ୟରୁ ଦେବତା ହେବା ପାଇଁ ମୁଖ୍ୟ ହେଲା ପବିତ୍ରତା, ସେଥିପାଇଁ କେବେ ବି ପତିତ ହୋଇ ନିଜର ବୁଦ୍ଧିକୁ ମଳିନ କରିବାର ନାହିଁ । ଏପରି କର୍ମ ନହେଉ ଯାହାକି ମନକୁ ଘାରୁଥିବ ଏବଂ ପଶ୍ଚାତାପ କରିବାକୁ ପଡିବ ।

ବରଦାନ:-
ଶାନ୍ତିର ଦୂତ ହୋଇ ସମସ୍ତଙ୍କୁ ଶାନ୍ତିର ସନ୍ଦେଶ ଦେଉଥିବା ଶାନ୍ତିଦାତା ଶକ୍ତିଦାତା ହୁଅ ।

ତୁମେ ପିଲାମାନେ ଶାନ୍ତିର ସନ୍ଦେଶବାହକ ଅର୍ଥାତ୍ ଶାନ୍ତି ଦୂତ ଅଟ । ଯେଉଁଠି ବି ରୁହ ସର୍ବଦା ନିଜକୁ ଶାନ୍ତିଦୂତ ମନେ କରିଚାଲ । ମୁଁ ଶାନ୍ତିର ଦୂତ ବା ଶାନ୍ତିର ସନ୍ଦେଶ ବାହକ ଅଟେ, ଏହା ଦ୍ୱାରା ନିଜେ ମଧ୍ୟ ଶାନ୍ତି ସ୍ୱରୂପ ଏବଂ ଶକ୍ତିଶାଳୀ ସ୍ଥିତିରେ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତିର ଦାନ ଦେଇ ଚାଲିବ । ସେମାନେ ତୁମକୁ ଅଶାନ୍ତି ଦିଅନ୍ତୁ କିନ୍ତୁ ତୁମେ ତାଙ୍କୁ ଶାନ୍ତି ଦିଅ । ସେମାନେ ନିଆଁ ଲଗାନ୍ତୁ କିନ୍ତୁ ତୁମେ ପାଣି ଢାଳ । ଏହା ହିଁ ହେଉଛି ତୁମ ଭଳି ଶାନ୍ତିର ସନ୍ଦେଶ ବାହକ, ମାଷ୍ଟର ଶାନ୍ତି, ଶକ୍ତିଦାତା ପିଲାମାନଙ୍କର କର୍ତ୍ତବ୍ୟ ।

ସ୍ଲୋଗାନ:-
ଯେପରି ବାଣୀରେ ଆସିବାକୁ ସହଜ ଲାଗୁଛି ସେହିପରି ବାଣୀଠାରୁ ଉର୍ଦ୍ଧ୍ୱରେ ରହିବା ମଧ୍ୟ ସହଜ ଅନୁଭବ ହେଉ ।