20.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଦେହ ସହିତ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ, ସେସବୁକୁ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଅ କାହିଁକି ନା ଏସବୁ ବିନାଶ ହେବାକୁ ଯାଉଛି ।

ପ୍ରଶ୍ନ:-
ସତ୍ୟଯୁଗରେ ରାଜ୍ୟପଦର ଲଟେରୀ ଜିତିବାର ପୁରୁଷାର୍ଥ କଣ?

ଉତ୍ତର:-
ଯଦି ସତ୍ୟଯୁଗରେ ରାଜ୍ୟ ପଦ ନେବାକୁ ଚାହୁଁଛ ତେବେ ନିଜ ଉପରେ ପୂରା ନଜର ରଖ । ଭିତରେ କୌଣସି ବି ଭୂତ ନ ରହୁ । ଯଦି କୌଣସି ଭୂତ ଥିବ ତେବେ ଲକ୍ଷ୍ମୀଙ୍କୁ ବରଣ କରିପାରିବ ନାହିଁ । ରାଜା ହେବା ପାଇଁ ପ୍ରଜା ତିଆରି କରିବାକୁ ପଡିବ । (୨) ଏହିଠାରେ ହିଁ ତୁମକୁ କାନ୍ଦିବା ଛାଡିବାକୁ ପଡିବ । ଯଦି କୌଣସି ବି ଦେହଧାରୀର ସ୍ମୃତିରେ ଆଘାତ ପ୍ରାପ୍ତ ହୋଇ ଶରୀର ଛାଡିଲ ତେବେ ପଦ ଭ୍ରଷ୍ଟ ହୋଇଯିବ ସେଥିପାଇଁ ବାବାଙ୍କର ସ୍ମୃତିରେ ରହିବାର ପୁରୁଷାର୍ଥ କରିବାକୁ ହେବ ।

ଗୀତ:
ଆଜ ନେହିଁ ତୋ କଲ......

ଓମ୍ ଶାନ୍ତି ।
ଶିବବାବା କହୁଛନ୍ତି ଓମ୍ ଶାନ୍ତି ଏବଂ ଏହାଙ୍କର ଆତ୍ମା ମଧ୍ୟ କହିବ - ଓମ୍ ଶାନ୍ତି । ସିଏ ହେଲେ ପରମାତ୍ମା ଏବଂ ଇଏ ପ୍ରଜାପିତା । ବ୍ରହ୍ମାଙ୍କର ଆତ୍ମା ମଧ୍ୟ କହୁଛି ଓମ୍ ଶାନ୍ତି । ପିଲାମାନେ ମଧ୍ୟ କହୁଛନ୍ତି ଓମ୍ ଶାନ୍ତି । ନିଜର ସ୍ୱର୍ଧମକୁ ଜାଣିବାକୁ ପଡିଥାଏ ନା । ମନୁଷ୍ୟ ତ ନିଜର ସ୍ୱଧର୍ମକୁ ମଧ୍ୟ ଜାଣିନାହାଁନ୍ତି । ଓମ୍ ଶାନ୍ତି ଅର୍ଥାତ୍ ମୁଁ ଆତ୍ମା ଶାନ୍ତ ସ୍ୱରୂପ । ଆତ୍ମା ମନ ବୁଦ୍ଧି ସହିତ ରହିଛି । ଏକଥା ଭୁଲିଯାଇ ମନର ନାମ ନେଉଛନ୍ତି । ଯଦି କହିବେ ଯେ, ଆତ୍ମାକୁ ଶାନ୍ତି କିପରି ମିଳିବ? ତେବେ କୁହ, ବାଃ ଏହା ମଧ୍ୟ ଗୋଟିଏ ପ୍ରଶ୍ନ? ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଶାନ୍ତିଧାମ ନିବାସୀ । ଶାନ୍ତି ତ ସେଠାରେ ମିଳିବ ନା । ଆତ୍ମା ଶରୀର ଛାଡି ଚାଲିଯିବ, ତେବେ ଯାଇ ଶାନ୍ତିରେ ରହିବ । ଏହା ତ ବହୁତ ବଡ ଦୁନିଆ, ଏଠାରେ ଆତ୍ମାମାନଙ୍କୁ ଅଭିନୟ କରିବାକୁ ହେବ । ଶାନ୍ତିରେ କିପରି ରହିବ । ଏଠାରେ କାମଧନ୍ଦା କରିବାକୁ ପଡିବ । ମନୁଷ୍ୟ ଶାନ୍ତି ପାଇବା ପାଇଁ କେତେ ଘୂରି ବୁଲୁଛନ୍ତି । ସେମାନଙ୍କୁ ଏକଥା ଜଣାନାହିଁ ଯେ, ଆମ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତ । ଏବେ ତୁମେମାନେ ଆତ୍ମାର ଧର୍ମ ବିଷୟରେ ଜାଣୁଛ । ଆତ୍ମା ବିନ୍ଦୁ ସଦୃଶ ଅଟେ । ବାବା ବୁଝାଉଛନ୍ତି - ସମସ୍ତେ କହୁଛନ୍ତି ନିରାକାର ପରମାତ୍ମାୟେ ନମଃ । ତେଣୁ ପରମପିତା ତାଙ୍କୁ ହିଁ କୁହାଯାଇଥାଏ । ସିଏ ତ ନିରାକାର । ତାଙ୍କୁ ଶିବ ପରମାତ୍ମାୟେ ନମଃ କୁହାଯାଇଥାଏ । ଏବେ ତୁମର ବୁଦ୍ଧିଯୋଗ ସେପଟେ ରହିଛି । ମନୁଷ୍ୟ ତ ସବୁ ଦେହ-ଅଭିମାନୀ ଅଟନ୍ତି । ସେମାନଙ୍କର ଯୋଗ ବାବାଙ୍କ ଆଡକୁ ନାହିଁ । ତୁମମାନଙ୍କୁ ପ୍ରତ୍ୟେକ କଥା ବୁଝାଯାଉଛି । ଗାୟନ ମଧ୍ୟ କରୁଛନ୍ତି, ବ୍ରହ୍ମା ଦେବତାୟେ ନମଃ, ବ୍ରହ୍ମାଙ୍କର ନାମ ନେଇ ଏପରି କେହି କହିବେ ନାହିଁ ଯେ, ବ୍ରହ୍ମା ପରମାତ୍ମାୟେ ନମଃ । ତେବେ ଜଣଙ୍କୁ ହିଁ ପରମାତ୍ମା ବୋଲି କୁହାଯାଇଥାଏ । ସିଏ ହେଉଛନ୍ତି ରଚୟିତା । ତୁମେମାନେ ଜାଣିଛ ଯେ, ଆମେମାନେ ଶିବବାବାଙ୍କର ସନ୍ତାନ । ସିଏ ଆମକୁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି କରିଛନ୍ତି, ନିଜର କରିଛନ୍ତି । ବର୍ସା ଦେବା ପାଇଁ ସିଏ ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ନିଜର କରିଛନ୍ତି । ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ କହୁଛନ୍ତି ଯେ, ମୋତେ ମନେ ପକାଅ । ବି.କେ.ଙ୍କୁ ମଧ୍ୟ କହୁଛନ୍ତି ମୋତେ ମନେ ପକାଅ । ଦେହର ଅଭିମାନକୁ ଛାଡିଦିଅ । ଏସବୁ ଜ୍ଞାନର କଥା ଅଟେ । ୮୪ ଜନ୍ମ ନେଇ ଏବେ ଏହି ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି । ବିମାର ରୋଗୀ ହୋଇଯାଇଛି । ତୁମେମାନେ କେତେ ନିରୋଗୀ ଥିଲ, ସତ୍ୟଯୁଗରେ କୌଣସି ବି ରୋଗ ନଥିଲା । ତୁମେମାନେ ସର୍ବଦା ସୁସ୍ଥ ଥିଲ । କେବେ ଦେବାଳିଆ ହେଉନଥିଲ । ତୁମେମାନେ ବର୍ତ୍ତମାନଠାରୁ ହିଁ ନିଜର ବର୍ସା ୨୧ ଜନ୍ମ ପାଇଁ ନେଇଯାଉଛ, ସେଥିପାଇଁ ତୁମେ ଦେବାଳିଆ ହୋଇପାରିବ ନାହିଁ । ଏଠାରେ ତ ସମସ୍ତେ ଦେବାଳିଆ ହୋଇଯାଇଛନ୍ତି । ପିଲାମାନଙ୍କୁ ବୁଝାଯାଇଛି - ଗାୟନ ମଧ୍ୟ କରୁଛନ୍ତି ପରମପିତା ପରମାତ୍ମା ଶିବାୟ ନମଃ । ବ୍ରହ୍ମାଙ୍କୁ ପରମାତ୍ମା ବୋଲି କୁହାଯିବ ନାହିଁ, ତାଙ୍କୁ ପ୍ରଜାପିତା ବୋଲି କୁହାଯାଏ । ଦେବତାମାନେ ସୂକ୍ଷ୍ମଲୋକରେ ଅଛନ୍ତି । ଏକଥା କେହି ଜାଣିନାହାଁନ୍ତି ଯେ, ଏହି ପ୍ରଜାପିତା ହିଁ ପୁଣି ଯାଇ ଫରିସ୍ତା ହେଉଛନ୍ତି । ସୂକ୍ଷ୍ମଲୋକ ନିବାସୀ ହେଉଛନ୍ତି ଅର୍ଥାତ୍ ସୂକ୍ଷ୍ମ ଦେହଧାରୀ ହେଉଛନ୍ତି । ଏବେ ପିଲାମାନଙ୍କୁ ବାବା ବୁଝାଉଛନ୍ତି ଯେ, ମୋତେ ମନେ ପକାଅ । ତୁମେମାନେ ମଧ୍ୟ ନିରାକାର, ମୁଁ ମଧ୍ୟ ନିରାକାର ଅଟେ । ଏବେ ମୋତେ ମନେ ପକାଇବାକୁ ହେବ ଏବଂ ଦେହଧାରୀମାନଙ୍କ ଠାରୁ ବୁଦ୍ଧିଯୋଗ ହଟାଇବାକୁ ହେବ । ଦେହ ସହିତ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ ବିନାଶ ହୋଇଯିବ । ତୁମକୁ ଯିବାକୁ ହେବ - ମୁକ୍ତିଧାମ ଭାୟା ଶାନ୍ତିଧାମ । ସେହି ସୁଖଧାମ ଏବଂ କୃଷ୍ଣପୁରୀର ହିଁ ଇଚ୍ଛା ତୁମକୁ ରହିଥାଏ । ତେଣୁ ବାବା କହୁଛନ୍ତି, ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ଯଦିଓ ସତ୍ୟଯୁଗରେ ମଧ୍ୟ ପବିତ୍ରତା ସୁଖଶାନ୍ତି ରହିଥାଏ, କିନ୍ତୁ ତାକୁ ଶାନ୍ତିଧାମ ବୋଲି କୁହାଯିବ ନାହିଁ । କର୍ମ ତ ସମସ୍ତଙ୍କୁ କରିବାକୁ ହେବ । ସେଠାରେ ମଧ୍ୟ ରାଜତ୍ୱ କରିବାକୁ ପଡିବ । ସତ୍ୟଯୁଗରେ ମଧ୍ୟ କର୍ମ କରିଥାନ୍ତି କିନ୍ତୁ ସେଠାରେ ବିକର୍ମ ହୁଏ ନାହିଁ କାରଣ ସେଠାରେ ମାୟା ହିଁ ନାହିଁ । ଏହା ତ ବୁଝିବା ପାଇଁ ବହୁତ ସହଜ କଥା । ସତ୍ୟଯୁଗକୁ ବ୍ରହ୍ମାଙ୍କର ଦିନ କୁହାଯାଏ । ତେବେ ଦିନରେ କେହି ଧକ୍କା ଖାଆନ୍ତି ନାହିଁ । ରାତ୍ରିର ଅନ୍ଧକାରରେ ଧକ୍କା ଖାଆନ୍ତି । ତେବେ ଅଧାକଳ୍ପ ଭକ୍ତି ବ୍ରହ୍ମାଙ୍କର ରାତି, ଅଧାକଳ୍ପ ବ୍ରହ୍ମାଙ୍କର ଦିନ । ବାବା କହନ୍ତି - ଗୋଟିଏ ସ୍ଥାନରେ ୬ ମାସ ଦିନ ଏବଂ ୬ ମାସ ରାତି ହୁଏ । କିନ୍ତୁ ସେକଥା କୌଣସି ଶାସ୍ତ୍ରରେ ଗାୟନ କରାଯାଉନାହିଁ । ଏହି ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତ୍ରିର ଶାସ୍ତ୍ରରେ ଗାୟନ କରାଯାଉଛି । ବିଷ୍ଣୁଙ୍କର ରାତ୍ରି ବୋଲି କାହିଁକି କହୁ ନାହାଁନ୍ତି! ସେଠାରେ ତାଙ୍କ ଭିତରେ ଏହି ଜ୍ଞାନ ହିଁ ରହିବ ନାହିଁ । ବ୍ରାହ୍ମଣମାନେ ଜାଣିଛନ୍ତି - ବ୍ରହ୍ମା ଏବଂ ବ୍ରହ୍ମାକୁମାର-କୁମାରୀମାନଙ୍କ ପାଇଁ ଏହା ବେହଦର ଦିନ ଏବଂ ରାତି ଅଟେ । ଶିବବାବାଙ୍କର ଦିନ ଏବଂ ରାତି ବୋଲି କୁହାଯାଏ ନାହିଁ । ପିଲାମାନେ ଜାଣିଛନ୍ତି, ଆମର ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତି ହେଉଛି । ଏହି ଖେଳ ମଧ୍ୟ ଏହିପରି ଅଟେ, ପ୍ରବୃତ୍ତିମାର୍ଗ ବାଲାଙ୍କୁ ସନ୍ନ୍ୟାସୀମାନେ ଜାଣିନାହାଁନ୍ତି । ସେମାନେ ତ ନିବୃ୍ତ୍ତିମାର୍ଗବାଲା ଅଟନ୍ତି । ତେଣୁ ସେମାନେ ସ୍ୱର୍ଗ ଏବଂ ନର୍କର କଥା ଜାଣିନାହାଁନ୍ତି । ସେମାନେ କହୁଛନ୍ତି - ସ୍ୱର୍ଗ କେଉଁଠାରୁ ଆସିଲା, କାରଣ ଶାସ୍ତ୍ରରେ ସତ୍ୟଯୁଗକୁ ମଧ୍ୟ ନର୍କ କରିଦେଇଛନ୍ତି । ଏବେ ବାବା ବହୁତ ମିଠା-ମିଠା କଥା ଶୁଣାଉଛନ୍ତି । କହୁଛନ୍ତି - ସନ୍ତାନମାନେ, ମୁଁ ନିରାକାର ଜ୍ଞାନର ସାଗର । ମୋର ଜ୍ଞାନ ଦେବାର ପାର୍ଟ ଏହି ସମୟରେ ପ୍ରକାଶିତ ହୋଇଥାଏ । ବାବା ନିଜର ପରିଚୟ ଦେଉଛନ୍ତି । ଭକ୍ତିମାର୍ଗରେ ମୋର ଜ୍ଞାନ ପ୍ରକାଶିତ ହୋଇନଥାଏ । ସେହି ସମୟରେ ଭକ୍ତିମାର୍ଗର ସମସ୍ତ ପ୍ରକାର ନୀତି-ପ୍ରଥା ଚାଲିଥାଏ । ଡ୍ରାମା ଅନୁସାରେ ଯେଉଁ ଭକ୍ତ ଯେଉଁ ଭାବନାରେ ପୂଜା କରିଥାନ୍ତି ସେମାନଙ୍କୁ ସାକ୍ଷାତ୍କାର କରାଇବାରେ ମୁଁ ନିମିତ୍ତ ହୋଇଛି । ସେହି ସମୟରେ ମୋ ଆତ୍ମାରେ ଜ୍ଞାନର ପାର୍ଟ ପ୍ରକାଶିତ ହୋଇନଥାଏ । ତାହା ବର୍ତ୍ତମାନ ପ୍ରକାଶିତ ହୋଇଛି । ଯେପରି ତୁମର ୮୪ ଜନ୍ମର ରିଲ୍ ଭରି ହୋଇ ରହିଛି । ସେହିପରି ମୋର ମଧ୍ୟ ଯେଉଁ ପାର୍ଟ ଡ୍ରାମାରେ ଯେତେବେଳେ ନିର୍ଦ୍ଧାରିତ ହୋଇଛି, ତାହା ସେହି ସମୟରେ ଚାଲୁଛି । ଏଥିରେ ସନ୍ଦେହର କୌଣସି କଥା ନାହିଁ । ଯଦି ମୋ ପାଖରେ ଜ୍ଞାନ ପ୍ରକାଶିତ ହୋଇଥାନ୍ତା ତେବେ ମୁଁ ଭକ୍ତିମାର୍ଗରେ ମଧ୍ୟ ଶୁଣାଇଥାନ୍ତି । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କ ଭିତରେ ମଧ୍ୟ ଏହି ଜ୍ଞାନ ରହିବ ନାହିଁ । କାରଣ ଡ୍ରାମାରେ ନିର୍ଦ୍ଧାରିତ ହୋଇନାହିଁ । ମନୁଷ୍ୟମାନଙ୍କୁ ଯଦି କେହି କହୁଛନ୍ତି ଯେ, ଆମକୁ ଅମୁକ ଗୁରୁ ସଦ୍ଗତି ଦେଉଛନ୍ତି । କିନ୍ତୁ ଗୁରୁମାନେ ସଦ୍ଗତି କିପରି ଦେବେ? ତାଙ୍କର ମଧ୍ୟ ପାର୍ଟ ରହିଛି । ଆଉ କେହି କହୁଛନ୍ତି ବାସ୍ତବରେ ଦୁନିଆ ପୁନରାବୃତ୍ତି ହୋଇଥାଏ । ଏହି ଚକ୍ର ଘୂରିଚାଲିଛି । ସେମାନେ ପୁଣି ଚରଖା ରଖିଦେଇଛନ୍ତି । ସୃଷ୍ଟିର ଚକ୍ର ରହିଛି । ଆଶ୍ଚର୍ଯ୍ୟର କଥା ଦେଖ, ଚରଖା ଘୂରାଇବା ଦ୍ୱାରା ପେଟ ପୂଜା ହୋଇଥାଏ । ଏଠାରେ ଏହି ସୃଷ୍ଟିଚକ୍ରକୁ ଜାଣିବା ଦ୍ୱାରା ୨୧ ଜନ୍ମ ପାଇଁ ତୁମକୁ ପ୍ରାଲବ୍ଧ ମିଳିଥାଏ । ବାବା ଏହାର ଅର୍ଥକୁ ଯଥାର୍ଥ ଭାବରେ ଶୁଣାଉଛନ୍ତି । ବାକି ସମସ୍ତେ ଅଯଥାର୍ଥ ଶୁଣାଉଛନ୍ତି । ତୁମର ବୁଦ୍ଧିର ତାଲା ଏବେ ଖୋଲିଯାଇଛି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର ସୂକ୍ଷ୍ମଲୋକ ନିବାସୀ, ପୁଣି ସ୍ଥୂଳଲୋକରେ ପ୍ରଥମେ ଲକ୍ଷ୍ମୀ-ନାରାୟଣ ପୁଣି ଜଗତଅମ୍ବା, ଜଗତପିତା ଅଛନ୍ତି । ସେମାନେ ସଂଗମଯୁଗରେ । ମନୁଷ୍ୟ ରୂପରେ ଅଛନ୍ତି । ତାଙ୍କର ଭୂଜା ଆଦି କିଛି ବି ନାହିଁ । ବ୍ରହ୍ମାଙ୍କର ମଧ୍ୟ ଦୁଇଟି ଭୂଜା ରହିଛି । ଭକ୍ତିମାର୍ଗର ଚିତ୍ରରେ କେତେ ଗୁଡିଏ ଭୂଜା ଦେଇଛନ୍ତି । ଯଦି କାହାର ୮ ଭୂଜା ହୋଇଥିବ ତେବେ ତାଙ୍କର ୮ଟି ଗୋଡ ମଧ୍ୟ ରହିବା ଦରକାର । କିନ୍ତୁ ଏପରି ତ ହୋଇନଥାଏ । ଯଦି ରାବଣର ୧୦ଟି ମୁଣ୍ଡ ଦେଖାଉଛନ୍ତି ତେବେ ଗୋଡ ମଧ୍ୟ ୨୦ଟି ଦେବା ଦରକାର । ଏସବୁ ହେଉଛି କଣ୍ଢେଇ ଖେଳ । କିଛି ହେଲେ ବି ବୁଝି ନାହାଁନ୍ତି । ଯେତେବେଳେ ରାମାୟଣ ଶୁଣନ୍ତି ସେତେବେଳେ ବହୁତ କାନ୍ଦିଥାନ୍ତି । ବାବା ବୁଝାଉଛନ୍ତି ଯେ, ଏସବୁ ହେଲା ଭକ୍ତିମାର୍ଗ, ଯେବେଠାରୁ ତୁମେମାନେ ବାମମାର୍ଗରେ ଯାଇଛ ସେବେଠାରୁ କାମ ଚିତା ଉପରେ ବସି କଳା ହୋଇଯାଇଛ । ଏବେ ଏହି ଗୋଟିଏ ଜନ୍ମରେ ଜ୍ଞାନଚିତାର ହସ୍ତଗଣ୍ଡି ବାନ୍ଧୁଛ ତେଣୁ ୨୧ ଜନ୍ମ ପାଇଁ ବର୍ସା ମିଳିଯାଉଛି । ସେଠାରେ ସମସ୍ତେ ଆତ୍ମ-ଅଭିମାନୀ ରହିଥାନ୍ତି । ଗୋଟିଏ ପୁରୁଣା ଶରୀର ଛାଡିବା ପରେ ଆଉ ଗୋଟିଏ ନୂଆ ନେଇଥାନ୍ତି । ତେଣୁ କାନ୍ଦିବାର କୌଣସି କଥା ରହିନଥାଏ । ଏଠାରେ ପିଲା ଜନ୍ମ ହେଲେ ଧନ୍ୟବାଦ ଦେବେ । ଧୂମ୍ଧାମର ସହିତ ଜନ୍ମଦିନ ପାଳନ କରିବେ । କାଲି ଯଦି ପିଲାର ମୃତ୍ୟୁ ହୋଇଗଲା ତେବେ ଚିତ୍କାର କରନ୍ତି । ତେଣୁ ଏହା ଦୁଖଃଧାମ ହେଲା ନା । ତୁମେମାନେ ଜାଣିଛ ଯେ, ସମସ୍ତ ଖେଳ ଭାରତରେ ହିଁ ହେଉଛି, ଭାରତ ଅବିନାଶୀ ଭୂମି ଅଟେ । ଏହିଠାରେ ହିଁ ସୁଖ ଦୁଃଖ, ନର୍କ ସ୍ୱର୍ଗର ବର୍ସା ମିଳିଥାଏ । ସ୍ୱର୍ଗୀୟ ଈଶ୍ୱର ପିତା ହିଁ ନିଶ୍ଚିତ ସ୍ୱର୍ଗ ସ୍ଥାପନ କରିଥିବେ । ଯଦି ଲକ୍ଷ ଲକ୍ଷ ବର୍ଷର କଥା ହୋଇଥାନ୍ତା ତେବେ କାହାର ମନେ ମଧ୍ୟ କିପରି ପଡିବ । କେହି ବି ଜାଣିନାହାଁନ୍ତି ଯେ - ସ୍ୱର୍ଗ ପୁଣି କେବେ ହେବ! କହିଦେଉଛନ୍ତି ଯେ, କଳିଯୁଗର ଆୟୁଷ ଏବେ ଆହୁରି ୪୦ ହଜାର ବର୍ଷ ଚାଲିବ । ତେବେ ୪୦ ହଜାର ବର୍ଷରେ କେତେ ଜନ୍ମ ନେବାକୁ ପଡିବ! ଯେବେ କି ୫ ହଜାର ବର୍ଷରେ ୮୪ ଜନ୍ମ ନେଉଛନ୍ତି । ଏବେ ତୁମେମାନେ ବୁଝିପାରୁଛ । କାରଣ ତୁମେମାନେ ଆଲୋକରେ ଅଛ । ବାକି ଯେଉଁମାନଙ୍କର ଜ୍ଞାନ ନାହିଁ ସେମାନେ ଅଜ୍ଞାନ ନିଦ୍ରାରେ ଶୋଇପଡିଛନ୍ତି । ବର୍ତ୍ତମାନ ଅଜ୍ଞାନ ଅନ୍ଧକାରର ରାତ୍ରି ଅର୍ଥାତ୍ ମନୁଷ୍ୟମାନଙ୍କ ଠାରେ ସୃଷ୍ଟିଚକ୍ରର ଜ୍ଞାନ ନାହିଁ । ଆମେ ସମସ୍ତେ ଅଭିନେତା, ଏହି ସୃଷ୍ଟିଚକ୍ର ୪ ଭାଗରେ ବିଭକ୍ତ । ଏହି କଥାକୁ ମନୁଷ୍ୟ ହିଁ ଜାଣିବେ ନା । ଏବେ ତୁମେମାନେ ଜାଣୁଛ ଯେ, ବାବା ଜ୍ଞାନର ସାଗର, ତାଙ୍କ ପାଖରେ ଯେଉଁ ଯେଉଁ ଗୁଣ ରହିଛି, ସେସବୁ ତୁମକୁ ଦାନ ଦେଉଛନ୍ତି । ତୁମେ ଜ୍ଞାନର ସାଗରଙ୍କଠାରୁ ବର୍ସା ନେଉଛ । ବାବା ସବୁବେଳେ କହୁଛନ୍ତି ଯେ, ଦେହଧାରୀମାନଙ୍କୁ ମନେ ପକାଅ ନାହିଁ । ଯଦିଓ ମୁଁ ମଧ୍ୟ ଦେହ ଦ୍ୱାରା ଶୁଣାଉଛି କିନ୍ତୁ ସ୍ମରଣ ତୁମେମାନେ ମୋତେ ହିଁ କରିବ । ଯଦି ଯୋଗବଳ ଜମା କରିବ ତେବେ ଧାରଣା ମଧ୍ୟ ହେବ, ବୁଦ୍ଧିର ତାଲା ମଧ୍ୟ ଖୋଲିବ । ୧୫ ମିନିଟି୍ ଅଥବା ଅଧଘଣ୍ଟାରୁ ଆରମ୍ଭ କର ପୁଣି ବଢାଇଚାଲ । ଶେଷ ସମୟରେ ଏକମାତ୍ର ବାବାଙ୍କ ବିନା ଆଉ କାହାର ସ୍ମୃତି ଯେପରି ନ ରହୁ ସେଥିପାଇଁ ସନ୍ନ୍ୟାସୀମାନେ ସବୁ କିଛି ଛାଡିଦେଉଛନ୍ତି । ଏଭଳି ତପସ୍ୟା କରିଥାଆନ୍ତି, ଯେତେବେଳେ ଶରୀର ଛାଡିଥାନ୍ତି ସେତେବେଳେ ଆଖପାଖର ବାୟୁମଣ୍ଡଳ ମଧ୍ୟ ଶାନ୍ତ ହୋଇ ଯାଇଥାଏ । ଏଭଳି ଅନୁଭବ ହୁଏ ଯେପରି ସହରରେ କୌଣସି ମହାପୁରୁଷ ଶରୀର ଛାଡିଛନ୍ତି । ତୁମକୁ ତ ଏବେ ଜ୍ଞାନ ମିଳୁଛି । ଆତ୍ମା ଅବିନାଶୀ ଯାହା, କେବେ ଲୀନ ହୋଇପାରିବ ନାହିଁ ।କିନ୍ତୁ ସେମାନଙ୍କ ପାଖରେ ତ ଏହି ଜ୍ଞାନ ନାହିଁ ।

ବାବା ବୁଝାଉଛନ୍ତି - ଆତ୍ମା କେବେ ବିନାଶ ହୁଏ ନାହିଁ । ତା ପାଖରେ ଯେଉଁ ଜ୍ଞାନ ଅଛି ତାହା ମଧ୍ୟ କେବେ ବିନାଶ ହୁଏ ନାହିଁ । ଏହି ଡ୍ରାମା ଅବିନାଶୀ ଅଟେ । ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ.... ଏହି ଚକ୍ର ଘୂରିଚାଲିଛି । ତୁମେମାନେ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛ ପୁଣି କ୍ରମାନୁସାରେ ଅନ୍ୟ ସବୁ ଧର୍ମ ମଧ୍ୟ ଆସୁଛନ୍ତି । ଈଶ୍ୱର ପିତା ହେଲେ ଜଣେ । ମନୁଷ୍ୟ ସୃଷ୍ଟି ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ ବୃଦ୍ଧି ହୋଇ ଚାଲିଛି, ଆଉ ଗୋଟିଏ ବୃକ୍ଷ ତ ସୃଷ୍ଟି ହୋଇପାରିବ ନାହିଁ । ଏହି ଚକ୍ର ମଧ୍ୟ ଗୋଟିଏ । ସ୍ମରଣ ମଧ୍ୟ ଜଣଙ୍କୁ ହିଁ କରୁଛନ୍ତି । ଗୁରୁନାନକଙ୍କୁ ମଧ୍ୟ ସ୍ମରଣ କରୁଛନ୍ତି କିନ୍ତୁ ତାଙ୍କୁ ମଧ୍ୟ ତାଙ୍କର ନିର୍ଦ୍ଧାରିତ ସମୟରେ ହିଁ ଆସିବାକୁ ପଡିବ । ଜନ୍ମ-ମରଣ ଚକ୍ରରେ ତ ସମସ୍ତଙ୍କୁ ଆସିବାକୁ ହେବ । ଲୋକମାନେ ଭାବୁଛନ୍ତି କୃଷ୍ଣ ତ ସର୍ବତ୍ର ବିଦ୍ୟମାନ ଅଟନ୍ତି । କିଏ କାହାକୁ ମାନୁଛନ୍ତି, କିଏ କାହାକୁ । ବାବା ବୁଝାଉଛନ୍ତି - ପିଲାମାନେ, କାଇଦାର ସହିତ ବୁଝାଅ - ଏକମାତ୍ର ନିରାକାର ହିଁ ସମସ୍ତଙ୍କର ଈଶ୍ୱର ଅଟନ୍ତି । ଗୀତାରେ ଭଗବାନୁବାଚ ଶବ୍ଦ ରହିଛି ତେଣୁ ଗୀତା ହେଉଛି ସମସ୍ତଙ୍କର ମାତା-ପିତା, କାହିଁକି ନା ତା ଦ୍ୱାରା ହିଁ ସମସ୍ତଙ୍କୁ ସଦ୍ଗତି ମିଳୁଛି । ଯିଏକି ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ଭାରତ ସମସ୍ତଙ୍କର ତୀର୍ଥସ୍ଥାନ ଅଟେ । ବାବାଙ୍କ ଦ୍ୱାରା ହିଁ ସମସ୍ତଙ୍କୁ ସଦ୍ଗତି ମିଳିଥାଏ । ଏହା ତାଙ୍କର ଜନ୍ମସ୍ଥାନ, ସମସ୍ତେ ତାଙ୍କୁ ମନେପକାଉଛନ୍ତି । ବାବା ହିଁ ଆସି ସମସ୍ତଙ୍କୁ ରାବଣର ରାଜ୍ୟରୁ ମୁକ୍ତ କରୁଛନ୍ତି । ବର୍ତ୍ତମାନ ଏହା ଘୋର ନର୍କ ସଦୃଶ ହୋଇଯାଇଛି ।

ବାବା କହୁଛନ୍ତି - ହେ ଦେହଧାରୀ ଆତ୍ମାମାନେ ଏବେ ଘରକୁ ଫେରିବାକୁ ହେବ, ତେଣୁ ତୁମେମାନେ କେବଳ ମୋତେ ମନେ ପକାଅ । ଯଦି କେବେ ବି ହେଦଧାରୀଙ୍କ ସହିତ ବୁଦ୍ଧିଯୋଗ ରହିଲା ତେବେ କାନ୍ଦିବାକୁ ପଡିବ । ତେଣୁ ଜଣଙ୍କୁ ହିଁ ମନେ ପକାଇବାକୁ ହେବ ଏବଂ ଘରକୁ ଯିବାକୁ ହେବ । ତୁମର କାନ୍ଦ ୨୧ ଜନ୍ମ ପାଇଁ ବନ୍ଦ ହୋଇଯାଉଛି । ଯଦି କେହି ମରିଗଲେ ତୁମେ କାନ୍ଦୁଛ ତେବେ ତୁମେ କାନ୍ଦିବାରୁ ମୁକ୍ତ ତ ହୋଇପାରିବ ନାହିଁ । ଯଦି କୌଣସି ଦେହଧାରୀର ମୃତ୍ୟୁର ଆଘାତରେ ତୁମେ ଶରୀର ଛାଡିଦେଲ ତେବେ ତୁମର ମଧ୍ୟ ଦୁର୍ଗତି ହୋଇଯିବ । ତୁମକୁ ତ ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ ନା । କାହାର କାହାର ତ ହୃଦଘାତ ମଧ୍ୟ ହୋଇଯାଇଥାଏ । ତୁମକୁ ତ ଉଠିବା-ବସିବା ସମୟରେ ମଧ୍ୟ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଏହିକଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ କାରଣ ସାରା ଦିନ ଭିତରେ କେହି ବାବାଙ୍କୁ ମନେ ପକାଉ ନାହାଁନ୍ତି । ତେଣୁ ସଂଗଠନରେ ବସାଇବାକୁ ପଡୁଛି । ଏକାଠି ଯୋଗ କରିବା ଦ୍ୱାରା ଅଧିକ ଶକ୍ତିଶାଳୀ ପ୍ରଭାବ ପଡିଥାଏ । ଯଦି ଆଉ କାହାର ସ୍ମୃତି ବୁଦ୍ଧିରେ ରହିବ ତେବେ ପୁନର୍ବାର ଜନ୍ମ ନେବାକୁ ପଡିବ । ତେଣୁ କିଛି ବି ହୋଇଯାଉ କିନ୍ତୁ ସ୍ଥିର ରହିବାକୁ ପଡିବ । ଦେହର ଅଭିମାନ ଯେପରି ନ ରହୁ । ତୁମେମାନେ ବାବାଙ୍କୁ ଯେତେ ମନେ ପକାଉଛ, ତେବେ ସେହି ଯୋଗବଳ ରେକର୍ଡରେ ନିର୍ଦ୍ଧାରିତ ହୋଇଯାଉଛି । ଯାହାଦ୍ୱାରା ତୁମକୁ ଖୁସି ମଧ୍ୟ ବହୁତ ମିଳିବ । ଆମେ ତୁରନ୍ତ ଯିବା ଏବଂ ସିଂହାସନରେ ବସିବା । ବାବା ସବୁବେଳେ କହୁଛନ୍ତି - ପିଲାମାନେ ତୁମେ କେବେ ବି କାନ୍ଦିବ ନାହିଁ, ବିଧବାମାନେ କାନ୍ଦନ୍ତି । ତୁମକୁ ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ ହେବାକୁ ପଡିବ, ଯାହା ପୁଣି ଅବିନାଶୀ ହୋଇଯାଉଛି । ସେଥିପାଇଁ ପରିଶ୍ରମ କରିବା ଦରକାର । ନିଜ ଉପରେ ଧ୍ୟାନ ଦେବାକୁ ହେବ, ଯଦି କୌଣସି ଭୂତ ଥିବ ତେବେ ଉଚ୍ଚପଦ ପାଇପାରିବ ନାହିଁ । ନାରଦ ଭକ୍ତ ଥିଲେ - ହେଲେ ଲକ୍ଷ୍ମୀଙ୍କୁ ବରଣ କରିବାକୁ ଚାହୁଁଥିଲେ, କିନ୍ତୁ ଯେତେବେଳେ ନିଜର ଚେହେରା ଦେଖିଲେ, ମାଙ୍କଡ ଭଳି ଦେଖାଯାଉଥିଲା.... । ତୁମେମାନେ ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ପୁରୁଷାର୍ଥ କରୁଛ । ଯାହା ପାଖରେ ୫ ଭୂତ ଥିବ ସିଏ କିପରି ବରଣ କରିପାରିବ । ସେଥିପାଇଁ ବହୁତ ପରିଶ୍ରମ ଆବଶ୍ୟକ । ତୁମେମାନେ ବହୁତ ଜବରଦସ୍ତ ଲଟେରୀ ଜିତୁଛ । ଆମେ ନିଶ୍ଚିତ ରାଜା ହେବା ତେବେ ପ୍ରଜା ମଧ୍ୟ ନିଶ୍ଚିତ ରହିବେ । ହଜାର-ହଜାର ଲକ୍ଷ-ଲକ୍ଷ ବୃଦ୍ଧି ହୋଇ ଚାଲିବେ । ପ୍ରଥମେ-ପ୍ରଥମେ ଯଦି କେହି ଏଠାକୁ ଆସୁଛନ୍ତି ତେବେ ତାଙ୍କୁ ବାବାଙ୍କର ପରିଚୟ ଦିଅ । ପତିତ-ପାବନ ପରମପିତା ପରମାତ୍ମାଙ୍କ ସହିତ ତୁମର କଣ ସମ୍ବନ୍ଧ ରହିଛି! ତେବେ ନିଶ୍ଚିତ କହିବାକୁ ପଡିବ ଯେ ସିଏ ଆମର ପିତା ଅଟନ୍ତି । ଆଚ୍ଛା ଲେଖ - ଏକମାତ୍ର ପତିତ-ପାବନ, ସମସ୍ତଙ୍କୁ ପବିତ୍ର କରିଥାଆନ୍ତି । ଯଦି ତାଙ୍କଠାରୁ ମତାମତ ଲେଖାଇ ନେବ ତେବେ ସେମାନେ କୌଣସି ଯୁକ୍ତିତର୍କ କରିବେ ନାହିଁ । ତାଙ୍କୁ କୁହ, ତୁମେ ଏଠାକୁ ଶୁଣିବାକୁ ଆସିଛ ନା ଶୁଣାଇବାକୁ? ସମସ୍ତଙ୍କର ସଦ୍ଗତି ଦାତା ତ ଏକମାତ୍ର ନିରାକାର ଅଟନ୍ତି ନା । ସିଏ କେବେ ଆକାର କିମ୍ବା ସାକାରରେ ଆସୁନାହାଁନ୍ତି । ଆଚ୍ଛା ପ୍ରଜାପିତାଙ୍କ ସହିତ ତୁମର କଣ ସମ୍ବନ୍ଧ ରହିଛି? ସିଏ ହେଲେ ସାକାରୀ, ଇଏ ନିରାକାରୀ ବାବା । ଆମେମାନେ ଏକମାତ୍ର ବାବାଙ୍କୁ ଯୋଗ କରୁଛୁ । ଏହା ହିଁ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ଏହାଦ୍ୱାରା ଆମେ ରାଜତ୍ୱ ପାଇବୁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କୌଣସି ଦେହଧାରୀ ସହିତ ନିଜର ବୁଦ୍ଧି ଲଗାଇବା ଉଚିତ୍ ନୁହେଁ । ଯୋଗ କରିବାର ରେକର୍ଡକୁ ଠିକ୍ ରଖିବାକୁ ହେବ, କେବେ ବି କାନ୍ଦବିା ଉଚିତ୍ ନୁହେଁ ।

(୨) ନିଜର ଶାନ୍ତି ସ୍ୱଧର୍ମରେ ସ୍ଥିତ ରହିବାକୁ ହେବ । ଶାନ୍ତି ପାଇବା ପାଇଁ ଏଣେତେଣେ ଘୂରି ବୁଲିବା ଦରକାର ନାହିଁ । ସମସ୍ତଙ୍କୁ ଏହିଭଳି ଏଣେ ତେଣେ ଘୁରି ବୁଲିବାରୁ ମୁକ୍ତ କରିବାକୁ ହେବ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ ।

ବରଦାନ:-
ନିର୍ମାଣତା ଦ୍ୱାରା ନବ ନିର୍ମାଣ କରୁଥିବା ନିରାଶା ଏବଂ ଅଭିମାନ ଠାରୁ ମୁକ୍ତ ହୁଅ ।

କେବେ ବି ପୁରୁଷାର୍ଥରେ ନିରାଶ ହୁଅ ନାହିଁ, କରିବାକୁ ହିଁ ହେବ, ସଫଳତା ନିଶ୍ଚିତ ମିଳିବ, ବିଜୟ ମାଳା ମୋର ହିଁ ସ୍ମାରକୀ - ଏହି ସ୍ମୃତି ଆଧାରରେ ବିଜୟୀ ହୁଅ । ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ନିରାଶାକୁ ନିଜ ଭିତରେ ସ୍ଥାନ ଦିଅ ନାହିଁ । ଅଭିମାନ ଏବଂ ନିରାଶା ଏହି ଦୁଇଟିଯାକ ଅବଗୁଣ କାହାକୁ ବି ମହାବଳବାନ ହେବା ପାଇଁ ଦେଇନଥାନ୍ତି । ଅଭିମାନୀ ଆତ୍ମାମାନଙ୍କୁ ଅପମାନର ଅନୁଭବ ବହୁତ ହୋଇଥାଏ, ସେଥିପାଇଁ ଏହି ଦୁଇଟି କଥାରୁ ମୁକ୍ତ ହୋଇ ନିର୍ମାନ ହୁଅ, ତେବେ ନବନିର୍ମାଣର କାର୍ଯ୍ୟ କରିଚାଲିବ ।

ସ୍ଲୋଗାନ:-
ଯଦି ବିଶ୍ୱ ସେବାର ସିଂହାସନ ଅଧିକାରୀ ହେବ ତେବେ ରାଜ୍ୟ ସିଂହାସନର ଅଧିକାରୀ ମଧ୍ୟ ହୋଇଯିବ ।