20/11/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ତୁମେମାନେ ଏବେ ବିଲ୍କୁଲ୍ ଗୋଟିଏ କୂଳରେ ଛିଡା ହୋଇଛ, ତୁମକୁ ଏବେ ଏ ପାରିରୁ ସେ ପାରିକୁ ଯିବାକୁ ହେବ, ଘରକୁ ଯିବାର ପ୍ରସ୍ତୁତି କରିବାକୁ ପଡିବ ।”

ପ୍ରଶ୍ନ:-

କେଉଁ ଗୋଟିଏ କଥା ମନେ ରଖିଲେ ଅବସ୍ଥା ଅଚଳ-ଅଟଳ ହୋଇଯିବ?

ଉତ୍ତର:-

ପାଷ୍ଟ ଇଜ୍ ପାଷ୍ଟ ଅର୍ଥାତ୍ ଅତୀତକୁ ଭୁଲିଯାଅ । ଅତୀତ କଥାକୁ ଚିନ୍ତନ ନ କରି, ଆଗକୁ ଆଗକୁ ବଢିବାକୁ ହେବ । ଯଦି ସର୍ବଦା ଜଣଙ୍କୁ ହିଁ ଦେଖୁଥିବ ତେବେ ଅବସ୍ଥା ଅଚଳ-ଅଟଳ ହୋଇଯିବ । ତୁମେମାନେ ଏବେ କଳିଯୁଗର ସୀମା ଛାଡି ଦେଇଛ, ପୁଣି ପଛକୁ କାହିଁକି ଦେଖୁଛ? ସେଥିପ୍ରତି ଟିକିଏ ହେଲେ ବୁଦ୍ଧି ନ ଯାଉ — ଏହା ହିଁ ହେଉଛି ସୂକ୍ଷ୍ମ ପାଠପଢା ।

ଓମ୍ ଶାନ୍ତି । ଦିନ ବଦଳି ଚାଲିଛି, ସମୟ ବିତି ଚାଲିଛି । ବିଚାର କର, ସତ୍ୟଯୁଗ ଆରମ୍ଭରୁ ସମୟ ଅତିବାହିତ ହୋଇ ବର୍ତ୍ତମାନ ଆସି କଳିଯୁଗର ମଧ୍ୟ ଗୋଟିଏ କୁଳରେ ଛିଡା ହୋଇଛ । ଏହି ସତ୍ୟ, ତ୍ରେତା, ଦ୍ୱାପର, କଳିଯୁଗର ଚକ୍ର ମଧ୍ୟ ଯେପରି ଏକ ମଡେଲ୍ ଅଟେ । ସୃଷ୍ଟି ତ ବହୁତ ଲମ୍ବା-ଚଉଡା । ତା’ର ମଡେଲ୍ ରୂପକୁ ପିଲାମାନେ ଜାଣିସାରିଛନ୍ତି । ଆଗରୁ ଏକଥା ଜଣାନଥିଲା ଯେ ଏବେ କଳିଯୁଗ ପୂରା ହେବାକୁ ଯାଉଛି । ଏବେ ଜଣା ପଡିଛି— ତେଣୁ ପିଲାମାନଙ୍କ ବୁଦ୍ଧି ମଧ୍ୟ ସତ୍ୟଯୁଗ ଆରମ୍ଭରୁ ନେଇ ଚକ୍ର ଲଗାଇ କଳିଯୁଗର ଗୋଟିଏ କୂଳରେ ଅର୍ଥାତ୍ ଅନ୍ତିମ ସମୟରେ ଆସି ରହିବା ଦରକାର । ଜାଣିବା ଦରକାର ଯେ ଘଡିର କଣ୍ଟା ଟିକ୍ଟିକ୍ ହୋଇ ଚାଲିଛି, ଡ୍ରାମା ଘୂରି ଚାଲିଛି । ଆଉ କେତେ ସମୟ ବାକି ଥିବ? ଅଳ୍ପ ସମୟ ହିଁ ଥିବ । ଆଗରୁ ଏକଥା ତ ଜଣା ନଥିଲା । ଏବେ ବାବା ଆସି ବୁଝାଉଛନ୍ତି — ଆଉ ଖୁବ୍ କମ ସମୟ ବାକି ଅଛି । ଏହି ଦୁନିଆରୁ ସେ ଦୁନିଆକୁ ଯିବା ପାଇଁ ବାକି ଅଳ୍ପ ସମୟ ଅଛି । ଏହି ଜ୍ଞାନ ମଧ୍ୟ ବର୍ତ୍ତମାନ ମିଳୁଛି । ଆମେ ସତ୍ୟଯୁଗ ଆରମ୍ଭରୁ ଚକ୍ର ଲଗାଇ-ଲଗାଇ ବର୍ତ୍ତମାନ କଳିଯୁଗ ଶେଷରେ ଆସି ପହଞ୍ଚିଛୁ । ଏବେ ପୁଣି ଫେରିବାକୁ ହେବ । ଯିବା ଏବଂ ଆସିବା ନିମନ୍ତେ ଦ୍ୱାର ରହିଥାଏ ନା । ଏହା ମଧ୍ୟ ସେହିପରି । ପିଲାମାନଙ୍କୁ ବୁଝାଇବା ଦରକାର— ବାକି ଅଳ୍ପ ସମୟ ଅଛି । ଏହା ପୁରୁଷୋତ୍ତମ ସଂଗମଯୁଗ ନା । ଏବେ ଆମେ କୂଳରେ ଛିଡା ହୋଇଛୁ । ଯିବାକୁ ବହୁତ କମ୍ ସମୟ ରହିଛି । ତେଣୁ ଏହି ପୁରୁଣା ଦୁନିଆରୁ ମମତ୍ୱ ତୁଟେଇ ଦିଅ । ଏବେ ତ ନୂଆ ଦୁନିଆକୁ ଯିବାକୁ ହେବ । ଜ୍ଞାନ ତ ବହୁତ ସହଜରେ ମିଳିଯାଉଛି । ତେବେ ଏହାକୁ ବୁଦ୍ଧିରେ ରଖିବା ଉଚିତ । ଚକ୍ରକୁ ବୁଦ୍ଧିରେ ଧାରଣ କରିବା ଦରକାର । ଏବେ ତୁମେ କଳିଯୁଗରେ ନାହଁ । ଯେହେତୁ ପୁରୁଣା ଦୁନିଆକୁ ଛାଡି ଦେଇଛ ପୁଣି ସେମାନଙ୍କୁ ଅର୍ଥାତ୍ ମିତ୍ର ସମ୍ବନ୍ଧୀଙ୍କୁ କାହିଁକି ମନେ ପକାଉଛ? ଆମେ ପୁରୁଷୋତ୍ତମ ସଂଗମଯୁଗରେ ଅଛୁ ପୁଣି ପଛକୁ କାହିକିଁ ଦେଖିବୁ? ବୁଦ୍ଧିଯୋଗ ବିକାରୀ ଦୁନିଆ ସହିତ କାହିଁକି ଲଗାଇବୁ? ଏସବୁ ବହୁତ ସୂକ୍ଷ୍ମ କଥା । ବାବା ଜାଣିଛନ୍ତି କେହି-କେହି ଟଙ୍କାକରୁ ଅଣାଏ ମଧ୍ୟ ବୁଝୁ ନାହାଁନ୍ତି । ଶୁଣିଲେ ଏବଂ ଭୁଲିଗଲେ । ତୁମକୁ ପଛକୁ ଦେଖିବା ଉଚିତ୍ ନୁହେଁ । ବୁଦ୍ଧିଦ୍ୱାରା କାମ କରିବାକୁ ହେବ ନା । ଆମେ ପାରି ହୋଇ ଆସିଗଲୁ — ପୁଣି ପଛକୁ କାହିଁକି ଦେଖିବୁ? ଅତିତକୁ ଭୁଲିଯାଅ । ବାବା କହୁଛନ୍ତି — ମୁଁ ତୁମକୁ କେତେ ଗୁଢ ରହସ୍ୟ ସବୁ ବୁଝାଉଛି । ତଥାପି ପିଲାମାନଙ୍କ ବୁଦ୍ଧିରେ ପଛ କଥା କାହିଁକି ରହୁଛି ଅଥାତ୍ କଳିଯୁଗ ଆଡକୁ କାହିଁକି ବୁଦ୍ଧି ଯାଉଛି । ତେଣୁ କହୁଛନ୍ତି ବାବା କହୁଛନ୍ତି ବୁଦ୍ଧିରୂପୀ ମୁହଁ ଏ ପଟକୁ କରିଦିଅ । ସେହି ପୁରୁଣା ଦୁନିଆ ତୁମ କାମର ଜିନିଷ ନୁହେଁ । ବାବା ପୁରୁଣା ଦୁନିଆରୁ ବୈରାଗ୍ୟ କରାଉଛନ୍ତି । ନୁଆ ଦୁନିଆ ତୁମମାନଙ୍କ ସମ୍ମୁଖରେ ରହିଛି । ତେଣୁ ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଉଚିତ୍ । ବିଚାର କର — ଆମର ଅବସ୍ଥା ଏପରି ଅଛି? ବାବା କହୁଛନ୍ତି ଅତୀତକୁ ଭୁଲିଯାଅ । ବିତିଯାଇଥିବା କଥାକୁ ଚିନ୍ତା କର ନାହିଁ । ପୁରୁଣା ଦୁନିଆରେ କୌଣସି ଆଶା ରଖ ନାହିଁ । ବର୍ତ୍ତମାନ କେବଳ ଗୋଟିଏ ହିଁ ଉଚ୍ଚ ଆଶା ରଖିବାକୁ ହେବ — ଆମେ ସୁଖଧାମକୁ ଯିବା ବୁଦ୍ଧିରେ ସୁଖଧାମ ହିଁ ମନେ ରହିବା ଉଚିତ । ବୁଦ୍ଧି ପଛକୁ ଫେରାଇବା ଉଚିତ୍ ନୁହେଁ । କିନ୍ତୁ ବହୁତଙ୍କର ବୁଦ୍ଧି ପଛକୁ ଫେରିଯାଉଛି । ତୁମେମାନେ ଏବେ ପୁରୁଷୋତ୍ତମ ସଂଗମଯୁଗରେ ଅଛ । ବୁଦ୍ଧିକୁ ପୁରୁଣା ଦୁନିଆରୁ କିନାରା କରିନେଇଛ । ଏହା ବୁଦ୍ଧିର କଥା ନା । କେଉଁଠି ଅଟକି ରହିବାର ନାହିଁ । କେଉଁଆଡେ ଦେଖିବାର ନାହିଁ । ବିତିଯାଇଥିବା କଥାକୁ ମନେପକାଇବାର ନାହିଁ । ବାବା କହୁଛନ୍ତି ଆଗକୁ ବଢିଚାଲ, ପଛକୁ ଦେଖ ନାହିଁ । ଗୋଟିଏ ଆଡକୁ ଦେଖ ତେବେ ଯାଇ ଅଚଳ, ସ୍ଥିର, ଅଟଳ ଅବସ୍ଥା ରହିପାରିବ । ସେ ଆଡକୁ ଦେଖିଲେ ପୁରୁଣା ଦୁନିଆର ମିତ୍ର-ସମ୍ବନ୍ଧୀ ଆଦି ମନେ ପଡିବେ । ତେବେ କ୍ରମାନ୍ୱୟରେ ଅଛନ୍ତି ନା । ଆଜି ଦେଖ ତ ବହୁତ

ଭଲ ଚାଲୁଛନ୍ତି, କାଲି ଯଦି ତଳକୁ ଖସିଗଲେ ତେବେ ମନ ଏକଦମ୍ ହଟିଯାଉଛି । ଏପରି ଗ୍ରହଚାରୀ ବସିଯାଉଛି ଯାହାକି ମୁରଲୀ ଶୁଣିବାକୁ ମଧ୍ୟ ମନ ହେଉ ନାହିଁ । ବିଚାର କର— ଏପରି ହେଉଛି ନା?

ବାବା କହୁଛନ୍ତି ତୁମେମାନେ ଏବେ ସଂଗମରେ ଛିଡା ହୋଇଛ, ତେଣୁ ମୁହଁ ଆଗକୁ କରିବା ଦରକାର । ଆଗରେ ନୂଆ ଦୁନିଆ ରହିଛି, ତେବେ ଯାଇ ଖୁସି ହେବ । ବାକି ଏବେ ଅଳ୍ପ ରାସ୍ତା ରହିଛି । କୁହନ୍ତି ନା — ଏବେ ତ ନିଜ ଦେଶର ବୃକ୍ଷ ଆଦି ଦେଖାଯାଉଛି । ଆମର ଡାକକୁ ମଧ୍ୟ ତୁରନ୍ତ ସେମାନେ ଶୁଣିପାରିବେ । ବିଲ୍କୁଲ୍ ସମ୍ମୁଖରେ ଅଛି । ତୁମେ ମନେ ପକାଉଛ ଏବଂ ଦେବତାମାନେ ଆସିଯାଉଛନ୍ତି । ଆଗରୁ ଆସୁନଥିଲେ । ସୂକ୍ଷ୍ମଲୋକକୁ ଶ୍ୱଶୁର ଘର ଲୋକମାନେ ଆସୁଥିଲେ କି? ଏବେ ତ ବାପଘର ଏବଂ ଶ୍ୱଶୁର ଘରର ଲୋକମାନେ ଯାଇ ମିଶୁଛନ୍ତି । ତଥାପି ମଧ୍ୟ ପିଲାମାନେ ଚାଲୁ ଚାଲୁ ଭୁଲିଯାଉଛନ୍ତି । ବୁଦ୍ଧିଯୋଗ ପଛକୁ ହଟିଯାଉଛି । ବାବା କହୁଛନ୍ତି ତୁମ ସମସ୍ତଙ୍କର ଏହା ଅନ୍ତିମ ଜନ୍ମ । ତୁମକୁ ପଛକୁ ହଟିବା ଉଚିତ୍ ନୁହେଁ । ଏବେ ପାରି ହେବାକୁ ପଡିବ । ଏପଟୁ ସେପଟକୁ ଯିବାକୁ ହେବ । ମୃତ୍ୟୁ ମଧ୍ୟ ନିକଟତର ହେଉଛି । ବାକି କେବଳ ପାଦ ଉଠାଇବାକୁ ହେବ । ନୌକା କୂଳକୁ ଆସିଲେ ସେପଟକୁ ପାଦ ଉଠାଇବାକୁ ପଡିଥାଏ ନା । ତୁମମାନଙ୍କୁ କୂଳରେ ଛିଡା ହେବାକୁ ପଡିବ । ତୁମମାନଙ୍କ ବୁଦ୍ଧିରେ ଅଛି ଆତ୍ମାମାନେ ନିଜର ଶାନ୍ତିଧାମକୁ ଯାଉଛନ୍ତି । ଏହି ଖୁସି ତୁମକୁ ଅଚଳ, ଅଟଳ କରିଦେବ । ଏହିଭଳି ବିଚାର ସାଗର ମନ୍ଥନ କରିବାକୁ ହେବ । ଏହା ହେଉଛି ବୁଦ୍ଧିର କଥା । ଆମେ ଆତ୍ମା ଘରକୁ ଯାଉଛୁ । ବାକି ଆଉ ଅଳ୍ପ ବାଟ ଏବଂ ଅଳ୍ପ ସମୟ ରହିଛି । ଏହାକୁ ହିଁ ଯୋଗର ଯାତ୍ରା କୁହାଯାଏ । ପିଲାମାନେ ଏକଥା ମଧ୍ୟ ଭୁଲିଯାଉଛନ୍ତି । ଚାର୍ଟ ଲେଖିବା ମଧ୍ୟ ଭୁଲିଯାଉଛନ୍ତି । ନିଜ ହୃଦୟରେ ହାତ ରଖି ଦେଖ — ବାବା ଯାହା କହୁଛନ୍ତି, ଏପରି ଭାବ ଆମେ ଯେପରି ବିନାଶର ଖୁବ୍ ନିକଟରେ ଛିଡା ହୋଇଛୁ? ଏପରି ଅବସ୍ଥା ଆମର ହୋଇଛି? ବୁଦ୍ଧିରେ ଏକମାତ୍ର ବାବା ହିଁ ମନେ ରୁହନ୍ତୁ । ବାବା ଯୋଗର ଯାତ୍ରା ଭିନ୍ନ ଭିନ୍ନ ପ୍ରକାରରେ ଶିଖାଉଛନ୍ତି । ତେଣୁ ଏହି ଯୋଗର ଯାତ୍ରାରେ ହିଁ ମସ୍ତ ରହିବାକୁ ହେବ । ବାସ୍, ଏବେ ଆମକୁ ଯିବାକୁ ହେବ । ଏଠାରେ ସବୁ ମିଛ ସମ୍ବନ୍ଧ ରହିଛି । ସତ୍ୟଯୁଗରେ ସମ୍ବନ୍ଧ ସତ୍ୟ ହେବ । ବର୍ତ୍ତମାନ ନିଜକୁ ଦେଖ ମୁଁ କେଉଁଠି ଛିଡା ହୋଇଛି? ସତ୍ୟଯୁଗରୁ ଆରମ୍ଭ କରି ବୁଦ୍ଧିରେ ଏହି ଚକ୍ରକୁ ମନେ ପକାଅ । ତୁମେ ସ୍ୱଦର୍ଶନ ଚକ୍ରଧାରୀ ଅଟ ନା । ସତ୍ୟଯୁଗରୁ ଆରମ୍ଭରୁ ଚକ୍ର ଲଗାଇ ଆସି କଳିଯୁଗର ଗୋଟିଏ କୂଳରେ ଛିଡା ହୋଇଛ । ଆଉ ଅଳ୍ପ ରାସ୍ତା ବାକି ଅଛି ନା । କେହି କେହି ତ ନିଜର ସମୟକୁ ବହୁତ ବ୍ୟର୍ଥରେ ନଷ୍ଟ କରିଦେଉଛନ୍ତି । ୫-୧୦ ମିନିଟ ମଧ୍ୟ ମୁସ୍କିଲରେ ବାବାଙ୍କ ସ୍ମୃତିରେ ରହୁଥିବେ । ତେବେ ସାରା ଦିନ ସ୍ୱଦର୍ଶନ ଚକ୍ରଧାରୀ ତ ରହିବା ଦରକାର । କିନ୍ତୁ ଏପରି ହେଉ ନାହିଁ । ବାବା ଭିନ୍ନ ଭିନ୍ନ ପ୍ରକାରରେ ବୁଝାଉଛନ୍ତି । ଏଥିରେ ଆତ୍ମାର ହିଁ କଥା ରହିଛି । ତୁମ ବୁଦ୍ଧିରେ ଚକ୍ର ଘୂରି ଚାଲିଛି । ଏବେ ଆମେ କୂଳରେ ଛିଡା ହୋଇଛୁ । ଏହି ସ୍ମୃତି ବୁଦ୍ଧିରେ କାହିଁକି ରହୁନାହିଁ । ଯେହେତୁ ଜାଣୁଛ ଯେ ଆମେ ପୁରୁଷୋତ୍ତମ ହେବାକୁ ଯାଉଛୁ ତେଣୁ କଳିଯୁଗର ଅନ୍ତିମ କୂଳରେ ଯାଇ ଛିଡା ହୋଇଯାଅ । ଉକୁଣୀ ସଦୃଶ ଅତିକ୍ରମ କରିଚାଲ । ତୁମେମାନେ ଏ ଅଭ୍ୟାସ କାହିଁକି କରୁନାହଁ? କାହିଁକି ଚକ୍ର ବୁଦ୍ଧିରେ ଆସୁନାହିଁ ? ଏହା ସ୍ୱଦର୍ଶନ ଚକ୍ର ନା । ବାବା ଆରମ୍ଭରୁ ସାରା ଚକ୍ରର ଜ୍ଞାନ ବୁଝାଉଛନ୍ତି । ତୁମର ବୁଦ୍ଧି ଚକ୍ର ଲଗାଇ ଆସି କୂଳରେ ଛିଡା ହେବା ଦରକାର ଆଉ କୌଣସି ବାହାରର ବାତାବରଣର ଚିନ୍ତା ନ ରହୁ । ଦିନକୁ ଦିନ ତୁମକୁ ସାଇଲେନ୍ସ(ନୀରବତା)କୁ ଯିବାକୁ ପଡିବ । ତେଣୁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ପୁରୁଣା ଦୁନିଆକୁ ଛାଡି ନୂଆ ସମ୍ବନ୍ଧରେ ନିଜର ବୁଦ୍ଧି ଯୋଗ ଲଗାଅ । ଯଦି ଯୋଗ ନଲଗାଇବ ତେବେ ପାପ କିପରି କଟିବ? ତୁମେ ଜାଣିଛ ଏହି ଦୁନିଆ ସମାପ୍ତ ହୋଇଯିବ । ଏହାର ମଡେଲ୍ କେତେ ଛୋଟ । ଏହା ୫ ହଜାର ବର୍ଷର ଦୁନିଆ ଅଟେ । ଆଜମେରରେ ସ୍ୱର୍ଗର ମଡେଲ୍ ରହିଛି କିନ୍ତୁ କାହାର ସ୍ୱର୍ଗ ମନେ ପଡୁଛି କି? ସେମାନେ ସ୍ୱର୍ଗର ମଡେଲ୍ରୁ କ’ଣ ଜାଣିବେ । ଭାବୁଛନ୍ତି ସ୍ୱର୍ଗ ତ ୪୦ ହଜାର ବର୍ଷ ପରେ ଆସିବ । ବାବା ତୁମକୁ ବସି ବୁଝାଉଛନ୍ତି ଏହି ପୁରୁଣା ଦୁନିଆରେ କର୍ମଧନ୍ଦା କରି ବୁଦ୍ଧିରେ ଏକଥା ମନେ ରଖ ଯେ, ଏହି ଦୁନିଆ ସମାପ୍ତ ହୋଇଯିବ । ଆମେ କଳିଯୁଗର ଶେଷ ସମୟରେ ଛିଡା ହୋଇଛୁ ଏବେ ଘରକୁ ଯିବାକୁ ହେବ । ଡ୍ରାମାର ପ୍ରତି ପାଦ ଉକୁଣୀ ସଦୃଶ ଚାଲୁଛି । ଆମର ଲକ୍ଷ୍ୟ କେତେ ଉଚ୍ଚ । ବାବା ତ ଲକ୍ଷ୍ୟକୁ ଜାଣିଛନ୍ତି ନା । ବାବାଙ୍କ ସହିତ ଦାଦା ମଧ୍ୟ ଏକାଠି ଅଛନ୍ତି । ବାବା ବୁଝାଉଛନ୍ତି ତେବେ ଇଏ (ବ୍ରହ୍ମା) କ’ଣ ବୁଝାଇପାରିବେ ନାହିଁ । ଇଏ ମଧ୍ୟ ଶୁଣୁଛନ୍ତି ନା । ଇଏ କ’ଣ ବିଚାର ସାଗର ମନ୍ଥନ କରୁନଥିବେ? ବାବା ତୁମକୁ ବିଚାର ସାଗର ମନ୍ଥନ କରିବା ପାଇଁ ପଏଣ୍ଟସ୍ ଶୁଣାଇ ଚାଲିଛନ୍ତି । ଏପରି ନୁହେଁ ଯେ ବ୍ରହ୍ମାବାବା ବହୁତ ପଛରେ ଅଛନ୍ତି । ଆରେ, ଏହି ଲାଙ୍ଗୁଡ ତ ଲଟକି ରହିଛି ପୁଣି ପଛରେ କିପରି ରହିବେ । ଏହି ସବୁ ଗୁହ୍ୟ ଗୁହ୍ୟ କଥାକୁ ଧାରଣ କରିବାକୁ ହେବ । ଅବହେଳା ପଣିଆକୁ ଛାଡିବାକୁ ହେବ । କେହି କେହି ବାବାଙ୍କ ନିକଟକୁ ଦୁଇ-ଦୁଇ ବର୍ଷ ପରେ ଆସୁଛନ୍ତି । ତେବେ ତାଙ୍କୁ କ’ଣ ଏକଥା ମନେ ରହିଥିବ, ଆମେ ଏବେ ଶେଷ ସମୟରେ ଆସି ପହଞ୍ଚିଛୁ? ଏବେ ଯିବାକୁ ହେବ । ଯଦି ଏପରି ଅବସ୍ଥା ହୋଇଗଲା ତେବେ ଆଉ କ’ଣ ଦରକାର? ବାବା ଏକଥା ମଧ୍ୟ ବୁଝାଉଛନ୍ତି ଦ୍ୱିମୁକୁଟଧାରୀ... ଏହା କେବଳ ନାମ ରହିଛି, ବାକି ଲାଇଟ୍ର କୌଣସି ମୁକୁଟ ସେଠାରେ ନଥାଏ । ଏହା ତ ପବିତ୍ରତାର ଚିହ୍ନ । ଯିଏ ବି ଧର୍ମସ୍ଥାପକ ଅଛନ୍ତି ସେମାନଙ୍କ ଚିତ୍ରରେ ଲାଇଟ୍ ନିଶ୍ଚୟ ଦେଖାଇଥା’ନ୍ତି, କାହିଁକି ନା ସେମାନେ ନିର୍ବିକାରୀ ସତ୍ତ୍ୱପ୍ରଧାନ ଅଟନ୍ତି । ସେମାନେ ପୁଣି ରଜୋ, ତମୋ ଅବସ୍ଥାକୁ ଆସୁଛନ୍ତି । ବର୍ତ୍ତମାନ ତୁମକୁ ଜ୍ଞାନ ମିଳୁଛି ତେଣୁ ସେଥିରେ ମସ୍ତ ରହିବା ଉଚିତ । ଯଦିଓ ତୁମେ ଏହି ଦୁନିଆରେ ଅଛ ପରନ୍ତୁ ବୁଦ୍ଧିର ଯୋଗ ସେଠାରେ ଲାଗି ରହୁ । ଲୌକିକ ସମ୍ବନ୍ଧୀଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ଯେଉଁମାନେ ଏହି କୁଳର ହୋଇଥିବେ ସେମାନେ ବାହାରି ଆସିବେ । ଚାରା ତ ଲାଗିବ । ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ନିଶ୍ଚୟ ଆଗପଛ ହୋଇ ଆସିବେ । ଯେଉଁମାନେ ପଛରେ ଆସିବେ ସେମାନେ ତୀବ୍ରବେଗରେ ଆଗକୁ ଯିବେ । ଶେଷ ପର୍ଯ୍ୟନ୍ତ ଏହିପରି ହୋଇ ଚାଲିବ । ସେମାନେ ପୁରୁଣାମାନଙ୍କଠାରୁ ଆଗେଇ ଯିବେ । ଯୋଗର ଯାତ୍ରା ଉପରେ ହିଁ ସମସ୍ତ ପରୀକ୍ଷା ହେଉଛି । ଡେରୀରେ ଆସିଲେ ମଧ୍ୟ ଯୋଗର ଯାତ୍ରାରେ ଲାଗିଯାଅ ଏବଂ ସବୁ କର୍ମଧନ୍ଦା ଛାଡି ଏହି ଯାତ୍ରାରେ ବସିଯାଅ । ଭୋଜନ ତ ଖାଇବାକୁ ହିଁ ହେବ । ଭଲ ଭାବରେ ଯୋଗରେ ରହିଲେ ଏହି ଖୁସୀ ସଦୃଶ ଖୁରାକ ଆଉ କିଛି ନାହିଁ । ଏହି ଚିନ୍ତା ଲାଗି ରହୁ ଯେ ଏବେ ଆମେ ଘରକୁ ଯାଉଛୁ । ୨୧ ଜନ୍ମର ରାଜ୍ୟ ଭାଗ୍ୟ ମିଳୁଛି ନା । ଯାହାକୁ ଲଟେରୀ ମିଳିଥାଏ ତାଙ୍କର ଖୁସୀରେ ପାରା ଚଢିଯାଏ ନା । ତୁମକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ହେବ । ଏହାକୁ ହିଁ ଅନ୍ତିମ ଅମୂଲ୍ୟ ଜୀବନ କୁହାଯାଏ । ଯୋଗର ଯାତ୍ରାରେ ବହୁତ ମଜା ଅଛି । ହନୁମାନ ମଧ୍ୟ ପୁରୁଷାର୍ଥ କରି କରି ସ୍ଥିର ହୋଇଗଲେ ନା । ଦୁନିଆରେ ନିଆଁ ଲାଗିଗଲା, ରାବଣର ରାଜ୍ୟ ଜଳିଗଲା । ଏହାକୁ ଏକ କାହାଣୀ କରିଦେଇଛନ୍ତି । ବାବା ଆସି ଯଥାର୍ଥ କଥା ବୁଝାଉଛନ୍ତି । ରାବଣ ରାଜ୍ୟ ଖଲାସ ହୋଇଯିବ । ଏହାକୁ ସ୍ଥିର ବୁଦ୍ଧି କୁହାଯାଏ । ଆମେ ଘରକୁ ଯିବା ପାଇଁ କୂଳରେ ଆସି ଛିଡା ହୋଇଛୁ । ଏହି ସ୍ମୃତିରେ ରହିବାର ପୁରୁଷାର୍ଥ କଲେ ଖୁସୀର ପାରା ଚଢିବ । ଆୟୁଷ ମଧ୍ୟ ଯୋଗବଳ ଦ୍ୱାରା ବଢିଥାଏ ନା । ତୁମେ ଏବେ ଦୈବୀଗୁଣ ଧାରଣ କରୁଛ ତାହା ପୁଣି ଅଧାକଳ୍ପ ଚାଲିବ । ଏହି ଗୋଟିଏ ଜନ୍ମରେ ତୁମେ ଏତେ ପୁରୁଷାର୍ଥ କରୁଛ ଯାହା ଫଳରେ ତୁମେ ଲକ୍ଷ୍ମୀ-ନାରାୟଣ ହେଉଛ । ତେଣୁ କେତେ ପୁରୁଷାର୍ଥ କରିବା ଉଚିତ୍ । ଏଥିରେ ଅବହେଳା ଅଥବା ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଯିଏ କରିବ ସିଏ ପାଇବ । ବାବା ଶିକ୍ଷା ଦେଇଚାଲିଛନ୍ତି । ତୁମେ ଜାଣିଛ-- କଳ୍ପ କଳ୍ପ ଆମେ ବିଶ୍ୱର ମାଲିକ ହେଉଛୁ । ଏତେ ଅଳ୍ପ ସମୟରେ ବାବା କେତେ କମାଲ୍ କରିଦେଉଛନ୍ତି । ସାରା ଦୁନିଆକୁ ପରିବର୍ତ୍ତନ କରିଦେଉଛନ୍ତି । ବାବାଙ୍କ ନିମନ୍ତେ ଏହା କୌଣସି ବଡ କଥା ନୁହେଁ । କଳ୍ପ କଳ୍ପ ଏହିପରି କରୁଛନ୍ତି । ବାବା ବୁଝାଉଛନ୍ତି ଭ୍ରମଣ କରିବା ସମୟରେ, ଭୋଜନ କରିବା ସମୟରେ ନିଜର ବୁଦ୍ଧିଯୋଗ ବାବାଙ୍କ ସହିତ ଲଗାଅ । ଏହି ଗୁପ୍ତ କଥାକୁ ବାବା ହିଁ ଆସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ନିଜ ଅବସ୍ଥାକୁ ଭଲ ଭାବରେ ମଜବୁତ କରିଚାଲ । ନଚେତ୍ ଉଚ୍ଚ ପଦ ପାଇପାରିବ ନାହିଁ । ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ପରିଶ୍ରମ କରୁଛ । ଜାଣୁଛ ଏବେ ଆମେ କୂଳରେ ଛିଡା ହୋଇଛୁ । ପୁଣି ପଛକୁ ଆମେ କାହିଁକି ଦେଖିବା? ପାଦ ଆଗକୁ ବଢି ଚାଲିଛି । ଏଥିରେ ବହୁତ ଅନ୍ତମୂର୍ଖତା ଆବଶ୍ୟକ । ସେଥିପାଇଁ କଇଁଛର ଉଦାହରଣ ରହିଛି । ଏହି ଉଦାହରଣ ତୁମ ପାଇଁ ଅଟେ । ସନ୍ନ୍ୟାସୀମାନେ ତ ହଠଯୋଗୀ । ସେମାନେ ରାଜଯୋଗ ଶିଖାଇପାରିବେ ନାହିଁ । ସେମାନେ ଏକଥା ଶୁଣି ଭାବୁଛନ୍ତି ଏମାନେ ଆମର ଅପମାନ କରୁଛନ୍ତି ସେଥିପାଇଁ ଏହାକୁ ମଧ୍ୟ ଯୁକ୍ତିର ସହ ଲେଖିବାକୁ ହେବ । ବାବାଙ୍କ ବିନା ରାଜଯୋଗ କେହି ଶିଖାଇ ପାରିବେ ନାହିଁ । ଏକଥା ପରୋକ୍ଷରେ କୁହାଯାଉଛି— ଯେପରି ତାଙ୍କର ଖିଆଲ ନଆସୁ । ଯୁକ୍ତିରେ ଚାଲିବାକୁ ପଡୁଛି ନା, ଯେପରି ସାପ ବି ମରିବ ବାଡି ମଧ୍ୟ ଭାଙ୍ଗିବ ନାହିଁ । କୁଟୁମ୍ବ ପରିବାର ଆଦି ସମସ୍ତଙ୍କ ସହିତ ପ୍ରୀତି ମଧ୍ୟ ରଖ କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ପଡିବ । ତୁମେ ଜାଣିଛ ଆମେ ଏବେ ଜଣଙ୍କ ମତରେ ଚାଲୁଛୁ । ଏହା ଦେବତା ହେବାର ମତ । ଏହାକୁ ହିଁ ଅଦ୍ୱୈତ ମତ କୁହାଯାଉଛି । ପିଲାମାନଙ୍କୁ ଦେବତା ହେବାକୁ ପଡିବ । ତୁମେମାନେ କେତେ ଥର ହୋଇଛ? ଅନେକ ଥର । ଏବେ ତୁମେ ସଂଗମ ଯୁଗରେ ଛିଡା ହୋଇଛ । ଏହା ହେଉଛି ଅନ୍ତିମ ଜନ୍ମ । ଏବେ ତ ଯିବାକୁ ହେବ । ତେଣୁ ପଛକୁ ଦେଖିବା ଉଚିତ୍ ନୁହେଁ । ସବୁ ଦେଖି ମଧ୍ୟ ନିଜର ଅଟଳ ଅବସ୍ଥାରେ ଛିଡା ହୋଇ ରୁହ । ନିଜର ଲକ୍ଷ୍ୟକୁ ଭୁଲିବା ଉଚିତ୍ ନୁହେଁ । ତୁମେମାନେ ହିଁ ମହାବୀର ଅଟ ଯିଏକି ମାୟା ଉପରେ ବିଜୟପ୍ରାପ୍ତ କରୁଛ । ଏବେ ତୁମେମାନେ ଜାଣୁଛ ହାରିବା ଏବଂ ଜିତିବା ଚକ୍ର ଘୂରି ଚାଲିଛି । ବାବାଙ୍କର ଏହା କେତେ ବିଚିତ୍ର ଜ୍ଞାନ । ଏକଥା କ’ଣ ଜଣା ଥିଲା କି ! ନିଜକୁ ବିନ୍ଦୁ ଭାବିବାକୁ ହେବ । ଏତେ ଛୋଟ ବିନ୍ଦୁରେ ସମସ୍ତ ପାର୍ଟ ଅନ୍ତର୍ନିହିତ ହୋଇ ରହିଛି, ଯାହାକି ଘୂରି ଚାଲିଛି । ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ଆଶ୍ଚର୍ଯ୍ୟ ବୋଲି କହି ଛାଡିବାକୁ ମଧ୍ୟ ପଡୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) କେବେ ବି ପଛକୁ ବୁଲି ଦେଖିବାର ନାହିଁ । କୌଣସି କଥାରେ ଅଟକି ଯିବାର ନାହିଁ । ଏକମାତ୍ର ବାବାଙ୍କ ଆଡକୁ ଦେଖି ନିଜର ଅବସ୍ଥାକୁ ଏକରସ ଅର୍ଥାତ୍ ସ୍ଥିର ରଖିବାକୁ ହେବ ।

(୨) ବୁଦ୍ଧିରେ ମନେ ରଖିବାକୁ ହେବ ଯେ ଏବେ ଆମେ କୂଳରେ ଛିଡା ହୋଇଛୁ, ଆମକୁ ଘରକୁ ଯିବାକୁ ହେବ । ସେଥିପାଇଁ ଅବହେଳା ପଣିଆକୁ ଛାଡିବାକୁ ପଡିବ । ନିଜର ଅବସ୍ଥାକୁ ମଜବୁତ କରିବା ପାଇଁ ଗୁପ୍ତ ମେହନତ କରିବାକୁ ହେବ ।

ବରଦାନ:-

ବିହଙ୍ଗ ମାର୍ଗ ଅର୍ଥାତ୍ ତୀବ୍ରଗତିର ସେବା ଦ୍ୱାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟକୁ ସମ୍ପନ୍ନ କରି ସଚ୍ଚା ସେବାଧାରୀ ହୁଅ ।

ବିହଙ୍ଗମାର୍ଗର ସେବା କରିବା ପାଇଁ ସଂଗଠିତ ରୂପରେ "ରୂପ ଏବଂ ବସନ୍ତ” ଅର୍ଥାତ୍ ଯୋଗ ଏବଂ ଜ୍ଞାନର ସନ୍ତୁଳନ ରହିବା ଆବଶ୍ୟକ । ଯେପରି ବସନ୍ତ ରୂପରେ ଗୋଟିଏ ସମୟରେ ଅନେକ ଆତ୍ମାଙ୍କୁ ସନ୍ଦେଶ ଦେବାର କାର୍ଯ୍ୟ କରୁଛ ସେହିପରି ରୂପ ଅର୍ଥାତ୍ ଯୋଗବଳ ଦ୍ୱାରା ବା ଶ୍ରେଷ୍ଠ ସଂକଳ୍ପର ବଳ ଦ୍ୱାରା ବିହଙ୍ଗ ମାର୍ଗର ସେବା କର । ଏହାର ମଧ୍ୟ ନୂଆ ନୂଆ ବିଧି ଉଦ୍ଭାବନ କର । ତା’ ସହିତ ସଂଗଠିତ ରୂପରେ ଦୃଢ ସଂକଳ୍ପର ସହିତ ପୁରୁଣା ସ୍ୱଭାବ-ସଂସ୍କାର ବା ପୁରୁଣା ଚାଲି-ଚଳଣ ରୂପୀ ତିଳ ବା ଯଅକୁ ଯଜ୍ଞରେ ସ୍ୱାହା କର ତେବେ ଯାଇ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସମ୍ପନ୍ନ ହେବ ଅର୍ଥାତ୍ ଯଜ୍ଞର ସମାପ୍ତି ହେବ ।

ସ୍ଲୋଗାନ:-

ବାଳକ ପଣିଆ ଏବଂ ମାଲିକ ପଣିଆର ସନ୍ତୁଳନ ଦ୍ୱାରା ସେବାର ଯୋଜନା ଗୁଡିକୁ କାର୍ଯ୍ୟକାରୀ କର ।

*** ଓମ୍ ଶାନ୍ତି ***