21.01.23          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ବାବାଙ୍କର ଆଶୀର୍ବାଦ ନେବାକୁ ହେଲେ ପ୍ରତ୍ୟେକ ପାଦ ଶ୍ରୀମତରେ ଚାଲ, ନିଜର ଚାଲିଚଳନକୁ ଠିକ୍ କର ।

ପ୍ରଶ୍ନ:-
ଶିବବାବାଙ୍କର ହୃଦୟରେ କିଏ ବସିପାରିବ?

ଉତ୍ତର:-
ଯେଉଁମାନଙ୍କର ଗ୍ୟାରେଣ୍ଟି ବ୍ରହ୍ମାବାବା ନେଇଥାଆନ୍ତି ଯେ ଏହି ସନ୍ତାନ ସେବା କରିବା ପାଇଁ ଯୋଗ୍ୟ ଅଟେ, ଇଏ ସମସ୍ତଙ୍କୁ ସୁଖ ଦେଉଛି । ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦେଉନାହିଁ । ବ୍ରହ୍ମାବାବା ଯେତେବେଳେ ଏହିପରି କହିବେ ତେବେ ଯାଇ ଶିବବାବାଙ୍କର ହୃଦୟରେ ବସିପାରିବେ ।

ପ୍ରଶ୍ନ:-
ଏହି ସମୟରେ ତୁମେମାନେ ଆତ୍ମିକ ସେବକ ବାବାଙ୍କ ସହିତ କେଉଁ ସେବା କରୁଛ?

ଉତ୍ତର:-
କେବଳ ସାରା ବିଶ୍ୱ ନୁହେଁ କିନ୍ତୁ ୫ ତତ୍ତ୍ୱକୁ ମଧ୍ୟ ପବିତ୍ର କରିବାର ସେବା ତୁମେ ରୁହାନୀ ସେବାଧାରୀମାନେ କରୁଛ, ସେଥିପାଇଁ ତୁମେମାନେ ହେଲ ସଚ୍ଚା ସଚ୍ଚା ସମାଜସେବୀ ।

ଗୀତ:-
ଲେ ଲୋ ଦୁଆୟେଁ ମାଁ ବାପ କୀ....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଏମିତି ତ ଲୌକିକ ମାତା ପିତାଙ୍କର ଆଶୀର୍ବାଦ ଅନେକ ନେଇଥାନ୍ତି । ପିଲାମାନେ ପାଦ ତଳେ ପଡିଲେ ମାତା-ପିତା ଆଶୀର୍ବାଦ କରିଥାନ୍ତି । ଏହି ଡେଙ୍ଗୁରା ଲୌକିକ ପିତା-ମାତାଙ୍କ ପାଇଁ ପିଟାଯାଇ ନ ଥାଏ । ଡେଙ୍ଗୁରା ପିଟିବା ଅର୍ଥାତ୍ ଯାହାକୁ ଅନେକ ଲୋକ ଶୁଣିପାରିବେ । ଏହି ଗାୟନ ତ ବେହଦର ବାବାଙ୍କ ପାଇଁ କରାଯାଏ ଯେ - ତୁମ୍ ମାତା-ପିତା ହମ୍ ବାଳକ୍ ତେରେ, ତୁମ୍ହାରେ କୃପା ବା ଦୟାସେ ସୁଖ ଘନେରେ । ତୁମର କୃପା ବା ଆଶୀର୍ବାଦରୁ ଅସରନ୍ତି ସୁଖ ମିଳୁଛି । କେବଳ ଭାରତରେ ହିଁ ଏହି ମହିମାର ଗାୟନ କରାଯାଇଥାଏ । ତେବେ ନିଶ୍ଚିତ ଭାବରେ ଭାରତରେ ହିଁ ଏହି ଆଶୀର୍ବାଦ ମିଳିଥାଏ ସେଥିପାଇଁ ତ ଏହି ଗାୟନ କରାଯାଉଛି । ତେଣୁ ଏକଦମ୍ ବେହଦକୁ ଚାଲିଯିବା ଦରକାର । ବୁଦ୍ଧି କହୁଛି ଯେ ସ୍ୱର୍ଗର ରଚୟିତା ଏକମାତ୍ର ବାବା ହିଁ ଅଟନ୍ତି । ସ୍ୱର୍ଗରେ ତ ସବୁ ସୁଖ ରହିଛି । ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ହିଁ ରହିବ ନାହିଁ ସେଥିପାଇଁ ହିଁ ଗାୟନ କରୁଛନ୍ତି ଯେ, ଦୁଃଖ ମେଁ ସିମ୍ରଣ ସବ୍ କରେ ସୁଖ ମେଁ କରେ ନା କୋଇ.. ଅଧାକଳ୍ପ ପର୍ଯ୍ୟନ୍ତ ଦୁଃଖ ରହୁଥିବାରୁ ସମସ୍ତେ ସ୍ମରଣ କରୁଛନ୍ତି । ସତ୍ୟଯୁଗରେ ଅସରନ୍ତି ସୁଖ ରହିଛି, ତେଣୁ ସେଠାରେ କେହି ସ୍ମରଣ କରନ୍ତି ନାହିଁ । କିନ୍ତୁ ମନୁଷ୍ୟମାନେ ପଥରବୁଦ୍ଧି ହୋଇଯାଇଛନ୍ତି ସେଥିପାଇଁ କିଛି ବି ବୁଝୁନାହାଁନ୍ତି । ଏହି କଳିଯୁଗରେ ତ ଅସରନ୍ତି ଦୁଃଖ ରହିଛି । କେତେ ମାଡପିଟ୍ ହେଉଛି । କେତେ ବି ପାଠୁଆ ବିଦ୍ୱାନ ହୋଇଥାନ୍ତୁ, କିନ୍ତୁ ଏହି ଗୀତର ଅର୍ଥକୁ ବିଲ୍କୁଲ୍ ଜାଣିନାହାଁନ୍ତି । କେବଳ ଗାୟନ କରୁଛନ୍ତି - ତୁମ୍ ମାତା ପିତା... କିନ୍ତୁ ବୁଝୁନାହାଁନ୍ତି ଯେ ଇଏ କେଉଁ ମାତା ପିତାଙ୍କର ମହିମା । ଇଏ ତ ଅନେକଙ୍କର କଥା ନା! ସମସ୍ତେ ତ ଈଶ୍ୱରଙ୍କର ସନ୍ତାନ, କିନ୍ତୁ ବର୍ତ୍ତମାନ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି । କାହାର ତ ଅସରନ୍ତି ସୁଖ ନାହିଁ । ଯଦି କୃପା କରୁଛନ୍ତି ତେବେ ତ ସୁଖ ମିଳିବା ଦରକାର । ଅକୃପା ଦ୍ୱାରା ଦୁଃଖ ମିଳିଥାଏ । ବାବାଙ୍କର ତ କୃପାଳୁ ବୋଲି ଗାୟନ ରହିଛି । ସାଧୁ ସନ୍ଥମାନଙ୍କୁ ମଧ୍ୟ କୃପାଳୁ ବୋଲି କହିଥାନ୍ତି ।

ଏବେ ତୁମେମାନେ ଜାଣୁଛ ଯେ, ଭକ୍ତିମାର୍ଗରେ ଯେଉଁ ଗାୟନ କରୁଛନ୍ତି ତୁମ୍ ମାତା ପିତା... ଏହା ବିଲ୍କୁଲ୍ ଯଥାର୍ଥ କଥା, କିନ୍ତୁ ଯଦି କେହି ସେତିକି ବୁଦ୍ଧିମାନ୍ ହୋଇଥିବେ ତେବେ ପଚାରିବେ ଯେ, ପରମାତ୍ମାଙ୍କୁ ତ ଈଶ୍ୱର ପିତା ବୋଲି କୁହାଯାଏ, ତାଙ୍କୁ ପୁଣି ମାତା ବୋଲି କିପରି କହୁଛନ୍ତି? ତେବେ ତାଙ୍କର ବୁଦ୍ଧି ଜଗତଅମ୍ବାଙ୍କ ଆଡକୁ ଯିବ । ଯଦି ଜଗତଅମ୍ବାଙ୍କ ଆଡକୁ ବୁଦ୍ଧି ଯାଉଛି ତେବେ ପୁଣି ଜଗତପିତାଙ୍କ ଆଡକୁ ମଧ୍ୟ ବୁଦ୍ଧିଯିବା ଦରକାର । ବାସ୍ତବରେ ବ୍ରହ୍ମା ସରସ୍ୱତୀ ତ କୌଣସି ଭଗବାନ ନୁହଁନ୍ତି । ଏହି ମହିମା ତାଙ୍କର ହୋଇପାରିବ ନାହିଁ । ତେଣୁ ମାତା-ପିତା ବୋଲି କହିବା ମଧ୍ୟ ଭୁଲ୍ । ମନୁଷ୍ୟମାନେ ଏହି ଗାୟନ ପରମପିତା ପରମାତ୍ମାଙ୍କ ପାଇଁ କରୁଛନ୍ତି, କିନ୍ତୁ ଜାଣିନାହାଁନ୍ତି ଯେ, ସିଏ ଆମର ମାତା-ପିତା କିପରି ହେଉଛନ୍ତି । ଏବେ ତୁମମାନଙ୍କୁ କୁହାଯାଉଛି ଯେ, ମାତାପିତାଙ୍କ ଠାରୁ ଆଶୀର୍ବାଦ ନିଅ... ଅର୍ଥାତ୍ ଶ୍ରୀମତରେ ଚାଲ । ଯଦି ନିଜର ଚାଲି-ଚଳନ ଭଲ ହେବ, ତେବେ ନିଜ ଉପରେ ନିଜେ ହିଁ କୃପା କରିବ । ଯଦି କାହାର ଚାଲି-ଚଳଣି ଭଲ ନଥିବ କାହାକୁ ଦୁଃଖ ଦେଉଥିବେ, ମାତା ପିତାଙ୍କୁ ସ୍ମରଣ କରୁ ନ ଥିବେ ଅଥବା ଅନ୍ୟମାନଙ୍କୁ ସ୍ମରଣ କରାଉ ନ ଥିବେ ତେବେ ତାଙ୍କୁ ଆଶୀର୍ବାଦ ମିଳିପାରିବ ନାହିଁ । ପୁଣି ସୁଖ ମଧ୍ୟ ପାଇପାରିବେ ନାହିଁ । ବାବାଙ୍କର ହୃଦୟରେ ବସିପାରିବେ ନାହିଁ । ଯଦି ଏହି ବାବାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ହୃଦୟରେ ରହିଲ ତେବେ ପୁଣି ଶିବବାବାଙ୍କର ହୃଦୟରେ ରହିଗଲ । ଏହା ସେହି ମାତା-ପିତାଙ୍କର ଗାୟନ ଅଟେ । ତେଣୁ ବୁଦ୍ଧି ସବୁବେଳେ ସେହି ବେହଦର ମାତା ପିତାଙ୍କ ଆଡକୁ ଚାଲିଯିବା ଉଚିତ । ବ୍ରହ୍ମାଙ୍କ ଆଡକୁ ମଧ୍ୟ କାହାର ବୁଦ୍ଧି ଯାଇନଥାଏ । ତଥାପି କେତେକଙ୍କର ବୁଦ୍ଧି ଜଗତଅମ୍ବାଙ୍କ ଆଡକୁ ମଧ୍ୟ ଯାଉଛି । ତାଙ୍କର ମେଳା ମଧ୍ୟ ଲାଗୁଛି, କିନ୍ତୁ ତାଙ୍କର କର୍ତ୍ତବ୍ୟକୁ କେହି ଜାଣିନାହାଁନ୍ତି । ତୁମେମାନେ ଜାଣିଛ ଯେ, ନିୟମ ଅନୁସାରେ ଆମର ସଚ୍ଚା ସଚ୍ଚା ମାତା ଏହି ବ୍ରହ୍ମା ଅଟନ୍ତି । ଏହି କଥାକୁ ମଧ୍ୟ ବୁଝିବାକୁ ହେବ । ସ୍ମରଣ ମଧ୍ୟ ଏହିପରି କରିବାକୁ ହେବ ଯେ, ଆମର ଇଏ ମାତା ମଧ୍ୟ ଅଟନ୍ତି ଆଉ ବ୍ରହ୍ମାବାବା ମଧ୍ୟ ଅଟନ୍ତି । ସେଥିପାଇଁ ଲେଖୁଛନ୍ତି ଯେ, ଶିବବାବା କ୍ୟାରଫ୍ ବ୍ରହ୍ମା । ତେଣୁ ଇଏ ମାତା ମଧ୍ୟ ଅଟନ୍ତି ତ ପିତା ବି ଅଟନ୍ତି । ଏବେ ପିଲାମାନଙ୍କୁ ଏହି ବ୍ରହ୍ମାବାବାଙ୍କର ହୃଦୟରେ ରହିବାକୁ ହେବ କାହିଁକି ନା ୟାଙ୍କର ଶରୀରରେ ହିଁ ଶିବବାବା ପ୍ରବେଶ କରିଛନ୍ତି । ଏହି ବାବା ଯଦି ଗ୍ୟାରେଣ୍ଟି ଦେବେ ଯେ - ଏହି ପିଲା ବହୁତ ଭଲ ସେବାଧାରୀ ଅଟେ, ସମସ୍ତଙ୍କୁ ସୁଖ ଦେଉଛି, ମନ-ବଚନ-କର୍ମରେ କାହାକୁ ଦୁଃଖ ଦେଉନାହିଁ ତେବେ ଯାଇ ଶିବବାବାଙ୍କର ହୃଦୟରେ ରହିପାରିବ । ତେଣୁ ମନ-ବଚନ-କର୍ମ ଦ୍ୱାରା ଯାହାବି କରୁଛ, ଯାହା ବି କହୁଛ ତାଦ୍ୱାରା ସମସ୍ତଙ୍କୁ ସୁଖ ମିଳୁ । ଦୁଃଖ କାହାକୁ ଦିଅ ନାହିଁ । ଦୁଃଖ ଦେବାର ବିଚାର ମନରେ ଆସିଥାଏ ପୁଣି କର୍ମରେ ଆସିବା ଦ୍ୱାରା ପାପ ହୋଇଯାଇଥାଏ । ମନରେ ତୁଫାନ ତ ନିଶ୍ଚିତ ଭାବରେ ଆସିବ କିନ୍ତୁ ତାକୁ କର୍ମରେ କେବେ ଆଣ ନାହିଁ । ଯଦି କେହି ନାରାଜ ହେଉଛନ୍ତି ତେବେ ବାବାଙ୍କୁ ଯାଇ ପଚାର - ବାବା ଏହି କଥାରେ ମୋ ଉପରେ ଇଏ ନାରାଜ ରହୁଛନ୍ତି, ତେବେ ବାବା ତାଙ୍କୁ ବୁଝାଇବେ । ଯେକୌଣସି କଥା ପ୍ରଥମେ ମନରେ ହିଁ ଆସିଥାଏ, ପୁଣି ବଚନ ମଧ୍ୟ କର୍ମ ହିଁ ଅଟେ । ଯଦି ମାତା-ପିତାଙ୍କର ଆଶୀର୍ବାଦ ନେବାକୁ ଚାହୁଁଛ, ତେବେ ତୁମମାନଙ୍କୁ ଶ୍ରୀମତରେ ଚାଲିବାକୁ ହେବ । କେବଳ ଜଣଙ୍କୁ ହିଁ ମାତାପିତା ବୋଲି କୁହାଯିବ । ଏହା ବହୁତ ଗୁହ୍ୟ କଥା । ଇଏ ବ୍ରହ୍ମା ବାବା ମଧ୍ୟ ଅଟନ୍ତି ଏବଂ ବଡ ମାଆ ମଧ୍ୟ ଅଟନ୍ତି । ତେବେ ଏହି ବାବା କାହାକୁ ମାଆ ବୋଲି କହିବେ? ଏହି ମାତା (ବ୍ରହ୍ମା) କାହାକୁ ମାଆ ବୋଲି କହିବେ? ଏହି ମାଆଙ୍କର ମାଆ ତ କେହି ହୋଇପାରିବେ ନାହିଁ । ଯେପରି ଶିବବାବାଙ୍କର କେହି ପିତା ନାହାଁନ୍ତି, ସେହିଭଳି ୟାଙ୍କର ମଧ୍ୟ ନିଜର କେହି ମାତା ନାହାଁନ୍ତି ।

ବାବା ତୁମମାନଙ୍କୁ ମୁଖ୍ୟ କଥା ବୁଝାଯାଉଛନ୍ତି - ଯଦି ମନ, ବଚନ,କର୍ମରେ କାହାକୁ ଦୁଃଖ ଦେବ ତେବେ ଦୁଃଖ ପାଇବ ଏବଂ ତୁମର ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେଣୁ ସଚ୍ଚା ବାବାଙ୍କ ପାଖରେ ସଚ୍ଚା ରହିବାକୁ ପଡିବ, ୟାଙ୍କ ପାଖରେ ଅର୍ଥାତ୍ ବ୍ରହ୍ମାଙ୍କ ପାଖରେ ମଧ୍ୟ ସଚ୍ଚା ରହିବାକୁ ପଡିବ । ଏହି ଦାଦା ହିଁ ସାର୍ଟିଫିକେଟ୍ ଦେବେ ଯେ, ବାବା ଇଏ ଆପଣଙ୍କର ସୁପୁତ୍ର ଅଟେ । ବାବା ତ ମହିମା କରୁଛନ୍ତି । ଯେଉଁମାନେ ସେବାଧାରୀ ସନ୍ତାନ ତନ-ମନ-ଧନ ଦ୍ୱାରା ସେବା କରୁଛନ୍ତି, କେବେ ବି କାହାକୁ ଦୁଃଖ ଦେଉନାହାଁନ୍ତି, ସିଏ ହିଁ ବାପଦାଦା ଏବଂ ମାତାଙ୍କର ହୃଦୟରେ ରହିପାରିବେ । ୟାଙ୍କର ହୃଦୟରେ ରହିବା ଅର୍ଥ ତାଙ୍କର ହୃଦୟ ରୂପୀ ସିଂହାସନରେ ବସିବା । ସର୍ବଦା ସୁପୁତ୍ରମାନଙ୍କର ଏହି ବିଚାର ରହିଥାଏ ଯେ, ଆମେ ସିଂହାସନର ଅଧିକାରୀ କିପରି ହେବୁ! ତେଣୁ ଏହି ନିଶା ଲାଗି ରହିଥାଏ । ୮ଟି ସିଂହାସନ ତ କ୍ରମାନୁସାରେ ରହିଛି । ପୁଣି ୧୦୮, ୧୬୧୦୮ ମଧ୍ୟ ରହିଛି, କିନ୍ତୁ ଏବେ ଆମେ ଉଚ୍ଚ ପଦ କିପରି ପାଇବୁ । ଦୁଇ କଳା କମ୍ ହେଲେ ମଧ୍ୟ ଆମେ ସିଂହାସନରେ ବସିବୁ । ସୁପୁତ୍ରମାନେ ବହୁତ ପୁରୁଷାର୍ଥ କରନ୍ତି ଯେ, ଆମେ ଯଦି ଏବେ ପ୍ରିୟ ବାବାଙ୍କଠାରୁ ସୂର୍ଯ୍ୟବଂଶୀର ପୂରା-ପୂରା ବର୍ସା ନ ନେବୁ ତେବେ କଳ୍ପ-କଳ୍ପ ନେଇପାରିବୁ ନାହିଁ । ଏବେ ଯଦି ବିଜୟ ମାଳାରେ ଗୁନ୍ଥା ନ ହେବୁ ତେବେ କଳ୍ପ-କଳ୍ପ ମଧ୍ୟ ଗୁନ୍ଥା ହୋଇପାରିବୁ ନାହିଁ । ଏହା କଳ୍ପ କଳ୍ପର ପ୍ରତିଯୋଗିତା ଅଟେ । ଯଦି ଏବେ କ୍ଷତି ହେଲା ତେବେ କଳ୍ପ-କଳ୍ପ କ୍ଷତି ହେବ । ସିଏ ହିଁ ପକ୍କା ବ୍ୟାପାରୀ ଅର୍ଥାତ୍ ଯିଏକି ଶ୍ରୀମତ ଆଧାରରେ ମାତା ପିତାଙ୍କୁ ପୂରା ଅନୁକରଣ କରୁଥିବେ, କେବେ କାହାକୁ ଦୁଃଖ ଦେଉ ନଥିବେ । ସେଥିରେ ମଧ୍ୟ ପ୍ରଥମ ନମ୍ବର ଦୁଃଖ ହେଲା କାମ ବିକାରର ବଶବର୍ତ୍ତୀ ହେବା ।

ବାବା କହୁଛନ୍ତି - ଆଚ୍ଛା ତେବେ କୃଷ୍ଣ ଭଗବାନୁବାଚ ଭାବ, କାହିଁକି ନା ସିଏ ନମ୍ବରୱାନ ଅଟନ୍ତି ତେଣୁ ତାଙ୍କ କଥା ମଧ୍ୟ ମାନିବା ଦରକାର ତେବେ ତ ସ୍ୱର୍ଗର ମାଲିକ ହୋଇପାରିବ । ସେମାନେ ଭାବୁଛନ୍ତି, କୃଷ୍ଣ ଭଗବାନ ଶ୍ରୀମତ ଦ୍ୱାରା ଶିକ୍ଷା ଦେଇଥିଲେ । ଆଚ୍ଛା ତାହା ହେଲେ ତାଙ୍କ ମତ ଅନୁସାରେ ଚାଲ । ସିଏ ମଧ୍ୟ କହିଛନ୍ତି - କାମ ମହାଶତ୍ରୁ ଅଟେ, ତା ଉପରେ ବିଜୟ ପ୍ରାପ୍ତ କର । ଯଦି ଏହି ବିକାର ଉପରେ ବିଜୟୀ ହେବ ତେବେ ତୁମେମାନେ କୃଷ୍ଣ ପୁରୀରେ ଆସିପାରିବ । ବାସ୍ତବରେ ଏସବୁ ତ କୃଷ୍ଣଙ୍କର କଥା ନୁହେଁ । କୃଷ୍ଣ ତ ଛୋଟ ପିଲା ଥିଲେ । ସିଏ କିପରି ମତ ଦେବେ । ଯେତେବେଳେ ବଡ ହୋଇ ସିଂହାସନରେ ବସିବେ ତେବେ ମତ ଦେବେ । ଯେତେବେଳେ ମତ ଦେବାର ଯୋଗ୍ୟ ହେବେ ତେବେ ତ ରାଜ୍ୟ ଚଳାଇବେ ନା । ଏବେ ଶିବବାବା କହୁଛନ୍ତି - ମୋର ନିରାକାରୀ ଦୁନିଆକୁ ମନେ ପକାଅ । କୃଷ୍ଣ କହିବେ ଯେ, ମୋତେ ସ୍ୱର୍ଗରେ ମନେ ପକାଅ । ସିଏ ମଧ୍ୟ କହୁଛନ୍ତି - କାମ ବିକାର ମହାଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କର । ସେଠାରେ ତୁମକୁ ବିକାର ମିଳିବ ନାହିଁ । ତେଣୁ ବିଷକୁ ଛାଡି ପବିତ୍ର ହୁଅ । ଏକଥା ତ କୃଷ୍ଣଙ୍କର ପିତା ବସି ବୁଝାଉଛନ୍ତି । ଆଚ୍ଛା ମୋ ନାମ ବଦଳରେ ମୋ ପିଲାର ନାମ ଲେଖି ଦେଇଛନ୍ତି, ସିଏ ମଧ୍ୟ ସର୍ବଗୁଣ ସମ୍ପନ୍ନ ଅଟନ୍ତି । ସିଏ ମଧ୍ୟ କହୁଛନ୍ତି ଯେ ଗୀତାରେ ମଧ୍ୟ ଲେଖାଯାଇଛି, କାମ ମହାଶତ୍ରୁ ଅଟେ । ତାଙ୍କୁ କଣ କେହି ମାନୁଛନ୍ତି, ନା ତାଙ୍କର ଶ୍ରୀମତରେ କେହି ଚାଲୁଛନ୍ତି! ମନୁଷ୍ୟମାନେ ଭାବୁଛନ୍ତି, କୃଷ୍ଣ ଯେତେବେଳେ ନିଜେ ଆସିବେ ସେତେବେଳେ ଆମେ ତାଙ୍କ ମତରେ ଚାଲିବୁ ତେବେ କଣ ସେତେବେଳ ପର୍ଯ୍ୟନ୍ତ ଏହିଠାରେ ବିଷୟ ବୈତରଣୀରେ ଉବୁଟୁବୁ ହେଉଥିବ! ସନ୍ନ୍ୟାସୀମାନେ ତ ଏକଥା କହିପାରିବେ ନାହିଁ ଯେ, ମୁଁ ତୁମକୁ ରାଜଯୋଗ ଶିଖାଇବାକୁ ଆସିଛି । ଏକଥା ତ ବାବା ହିଁ ବୁଝାଉଛନ୍ତି ଏବଂ ଏହା ସଂଗମଯୁଗର ହିଁ କଥା ଅଟେ । କୃଷ୍ଣ ତ ସତ୍ୟଯୁଗରେ ଥିଲେ । ତାଙ୍କୁ ମଧ୍ୟ ଏପରି ଯୋଗ୍ୟ କେହି ତ କରିଥିବେ ନା । ଶିବବାବା ନିଜେ କହୁଛନ୍ତି ଯେ, କୃଷ୍ଣ ଏବଂ ତାଙ୍କର ସାରା ପରିବାରକୁ ଏବେ ମୁଁ ସ୍ୱର୍ଗକୁ ନେଇଯିବା ପାଇଁ ଯୋଗ୍ୟ କରୁଛି । ବାବା କେତେ ପରିଶ୍ରମ କରୁଛନ୍ତି, ପିଲାମାନେ ସ୍ୱର୍ଗକୁ ଯାଇ ଉଚ୍ଚ ପଦ ପାଆନ୍ତୁ, ନଚେତ୍ ଉଚ୍ଚପଦ ପାଇପାରିବେ ନାହିଁ । ବାବାଙ୍କଠାରୁ ତ ଆମକୁ ପୂରା ବର୍ସା ନେବାକୁ ହେବ । ତେଣୁ ନିଜକୁ ପଚାର ଯେ, ଆମେ ସେହିପରି ସୁପୁତ୍ର ହୋଇଛୁ? ସୁପୁତ୍ର ମଧ୍ୟ କ୍ରମାନୁସାରେ ହୋଇଥାନ୍ତି । ଉତ୍ତମ, ମଧ୍ୟମ, କନିଷ୍ଠ ଏହି ପ୍ରକାରର ହୋଇଥାନ୍ତି । ଯେଉଁମାନେ ଉତ୍ତମ ସେମାନେ ତ କେବେ ବି ଲୁଚି ରହିପାରିବେ ନାହିଁ । ସେମାନଙ୍କ ମନରେ ଆସିବ ଯେ, ଆମେ ଭାରତର ସେବା କରିବୁ । ସମାଜ ସେବକ ମଧ୍ୟ ଉତ୍ତମ, ମଧ୍ୟମ, କନିଷ୍ଠ ଏହିଭଳି କ୍ରମାନୁସାରେ ରହିଥାନ୍ତି । କେହି-କେହି ତ ବହୁତ ଲୁଟ କରନ୍ତି । ଜିନିଷ ବିକ୍ରି କରି ଖାଇଯାଆନ୍ତି । ତେବେ ତାଙ୍କୁ ଉତ୍ତମ ସମାଜ ସେବକ କିପରି କୁହାଯିବ? ଅନେକ ନିଜକୁ ସମାଜ ସେବକ ବୋଲି କହୁଛନ୍ତି କାହିଁକି ନା ସେମାନେ ସମାଜର ସେବା କରୁଛନ୍ତି । କିନ୍ତୁ ସତ୍ୟ ସେବା ଏକମାତ୍ର ବାବା ହିଁ କରୁଛନ୍ତି ।

ତୁମେମାନେ କହୁଛ ଯେ, ବାବାଙ୍କ ସାଥିରେ ଆମେ ମଧ୍ୟ ଆତ୍ମିକ ସେବାଧାରୀ ଅଟୁ । ସାରା ସୃଷ୍ଟି କଣ ତତ୍ତ୍ୱକୁ ମଧ୍ୟ ପବିତ୍ର କରୁଛୁ । ସନ୍ନ୍ୟାସୀମାନେ ତ ଏକଥା ଜାଣିନାହାଁନ୍ତି ଯେ, ତତ୍ତ୍ୱ ମଧ୍ୟ ଏହି ସମୟରେ ତମଃପ୍ରଧାନ ହୋଇଯାଇଛି, ତେଣୁ ଏହାକୁ ମଧ୍ୟ ସତ୍ତ୍ୱପ୍ରଧାନ କରିବାକୁ ପଡିବ । ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ତୁମର ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ । ସନ୍ନ୍ୟାସୀମାନଙ୍କର ଶରୀର ମଧ୍ୟ କେବେ ସତ୍ତ୍ୱପ୍ରଧାନ ହୋଇନଥାଏ । କାରଣ ସେମାନେ ରଜଃପ୍ରଧାନ ସମୟରେ ହିଁ ଆସନ୍ତି । ବାବା ତ ବହୁତ ବୁଝାଉଛନ୍ତି କିନ୍ତୁ ପିଲାମାନେ ଭୁଲିଯାଉଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ଶୁଣାଉଥିବେ ସେହିମାନଙ୍କର ହିଁ ମନେ ରହିବ । ଯଦି ଦାନ ନ କରିବ ତେବେ ଧାରଣା ହେବ ନାହିଁ । ଯେଉଁମାନେ ଭଲ ସେବା କରନ୍ତି, ବାପଦାଦା ସେମାନଙ୍କର ନାମକୁ ମଧ୍ୟ ବିଖ୍ୟାତ କରିଥାନ୍ତି । ଏକଥା ତ ପିଲାମାନେ ଜାଣିଛନ୍ତି ଯେ, ଏହି ସେବାରେ କିଏ-କିଏ ତୀବ୍ର ଅଛନ୍ତି । ଯେଉଁମାନେ ବହୁତ ସେବା କରନ୍ତି ସେହିମାନେ ହିଁ ବାବାଙ୍କର ହୃଦୟରେ ରୁହନ୍ତି । ତେଣୁ ସର୍ବଦା ମାତା-ପିତାଙ୍କୁ ଅନୁକରଣ କରିବାକୁ ହେବ । ତାଙ୍କର ସିଂହାସନାର ଅଧିକାରୀ ହେବାକୁ ପଡିବ । ଯେଉଁମାନେ ସେବାଧାରୀ ସେମାନେ ଅନ୍ୟମାନଙ୍କୁ ସୁଖ ଦେବେ । ତୁମେ ନିଜର ମୁହଁକୁ ଜ୍ଞାନରୂପକ ଦର୍ପଣରେ ଦେଖ ଯେ, ମୁଁ ବାବାଙ୍କର ସୁପୁତ୍ର ହୋଇଛି? ନିଜେ ମଧ୍ୟ ଲେଖିପାରିବ ଯେ ଏହା ହେଉଛି ଆମର ସେବାର ଚାର୍ଟ । ମୁଁ ଏହି ସବୁ ସେବା କରୁଛି, ଆପଣ ବିଚାର କରନ୍ତୁ । ତେବେ ବାବା ମଧ୍ୟ ଜାଣିପାରିବେ । ନିଜେ ମଧ୍ୟ ବିଚାର କରିପାରିବ ଯେ, ମୁଁ ଉତ୍ତମ ନା ମଧ୍ୟମ ନା କନିଷ୍ଠ ଅଟେ? ପିଲାମାନେ ମଧ୍ୟ ଜାଣିଛନ୍ତି ଯେ କିଏ ମହାରଥୀ, ଆଉ କିଏ ଅଶ୍ୱାରୋହୀ । କେହି ବି ଲୁଚି ରହିପାରିବେ ନାହିଁ । ଯଦି ବାବାଙ୍କ ପାଖକୁ ଚାର୍ଟ ପଠାଇବ ତେବେ ବାବା ସାବଧାନ ମଧ୍ୟ କରିବେ । ବିନା ଚାର୍ଟରେ ମଧ୍ୟ ସାବଧାନୀ ମିଳିଥାଏ । ଏବେ ଯେତେ ବାବାଙ୍କଠାରୁ ବର୍ସା ନେବାକୁ ଚାହୁଁଛ ପୂରା ପୂରା ନେଇଯାଅ । ପୁଣି ବାପଦାଦାଙ୍କଠାରୁ ସାର୍ଟିଫିକେଟ୍ ମିଳିବ । ଏଠାରେ ବଡ ମା (ବ୍ରହ୍ମା) ବସିଛନ୍ତି, ତାଙ୍କଠାରୁ ମଧ୍ୟ ସାର୍ଟିଫିକେଟ୍ ନେଇଯାଅ । ଏହି ବିଚିତ୍ର ମାତାଙ୍କର କେହି ମାତା ନାହାଁନ୍ତି । ଯେପରି ସେହି ବାବା (ଶିବବାବା)ଙ୍କର କେହି ପିତା ନାହାଁନ୍ତି । ପୁଣି ମମ୍ମା ମହିଳାମାନଙ୍କ ମଧ୍ୟରେ ପ୍ରଥମ ନମ୍ବର ଅଟନ୍ତି । ଡ୍ରାମାରେ ଜଗତଅମ୍ବାଙ୍କର ଗାୟନ ରହିଛି । ଯିଏକି ସେବା ମଧ୍ୟ ବହୁତ କରିଛନ୍ତି । ଯେପରି ବାବା ଯାଉଥିଲେ, ସେପରି ମମ୍ମା ମଧ୍ୟ ଯାଉଥିଲେ ଏବଂ ଛୋଟ-ଛୋଟ ଗାଁ ମାନଙ୍କରେ ସେବା କରୁଥିଲେ । ସିଏ ସବୁଥିରେ ପ୍ରଥମ ଥିଲେ । ବାବାଙ୍କ ସାଥିରେ ତ ବଡ ବାବା ଅଛନ୍ତି, ସେଥିପାଇଁ ପିଲାମାନଙ୍କର ଦାୟିତ୍ୱ ୟାଙ୍କୁ (ମମ୍ମାଙ୍କୁ)ନେବାକୁ ପଡିଲା । ସତ୍ୟଯୁଗରେ ପ୍ରଜାମାନେ ମଧ୍ୟ ବହୁତ ସୁଖୀ ଥାଆନ୍ତି । ନିଜର ମହଲ, ଗାଈ, ବଳଦ, ଆଦି ସବୁ କିଛି ରହିଥାଏ ।

ଆଚ୍ଛା - ପିଲାମାନେ, ଖୁସିରେ ରୁହ, ଉନ୍ନତି କର, ନା ଭୁଲ ନା ମନେ ପକାଅ କାହିଁକି ନା ମନେ ତ ଶିବବାବାଙ୍କୁ ହିଁ ପକାଇବାକୁ ହେବ । ଯଦି ନିଜର ଶରୀରକୁ ଭୁଲିଯିବ ତେବେ ଅନ୍ୟମାନଙ୍କୁ କିପରି ମନେ ପକାଇବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) କାହାକୁ ବି ଅସନ୍ତୁଷ୍ଟ କରିବାର ନାହିଁ । ମନ-ବଚନ-କର୍ମରେ ସମସ୍ତଙ୍କୁ ସୁଖ ଦେଇ ବାବାଙ୍କର ଏବଂ ପରିବାରର ଆଶୀର୍ବାଦ ନେବାକୁ ହେବ ।

(୨) ବାବାଙ୍କର ସୁପୁତ୍ର ହୋଇ ଭାରତର ରୁହାନୀ ସେବା କରିବାର ଅଛି । ଦୟାଶୀଳ ହୋଇ ରୁହାନୀ ସମାଜସେବୀ ହେବାର ଅଛି । ଶରୀର-ମନ-ଧନ ଦ୍ୱାରା ସେବା କରିବାର ଅଛି । ସଚ୍ଚା ସାହେବ (ବାବା)ଙ୍କ ସହିତ ସଚ୍ଚା ରହିବାର ଅଛି ।

ବରଦାନ:-
ନିଜର ବାଣୀ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ବାଣୀକୁ ଅମୂଲ୍ୟ କରୁଥିବା ମାଷ୍ଟର ସତ୍ଗୁରୁ ହୁଅ ।

ତୁମମାନଙ୍କର ବାଣୀ ଏଭଳି ହେବା ଉଚିତ୍ ଯାହାକି ଶୁଣିବାବାଲା ଚାତକ ଭଳି ଚାହିଁ ରହିଥିବେ ଯାହାକି ଇଏ କିଛି କୁହନ୍ତୁ, ଆମେ ଶୁଣିବୁ - ଏହାକୁ ହିଁ କୁହାଯାଏ ଅମୂଲ୍ୟ ମହାବାକ୍ୟ । ତେବେ ମହାବାକ୍ୟ କେବେ ଅଧିକ ହୋଇନଥାଏ । ଯେତେ ଇଚ୍ଛା ହେଉଥିବ ସେତେ କହିଚାଲିଥିବ - ତାହାକୁ ମହାବାକ୍ୟ କୁହାଯାଏ ନାହିଁ । ତୁମେମାନେ ସଦ୍ଗୁରୁଙ୍କର ସନ୍ତାନ ମାଷ୍ଟର ସଦ୍ଗୁରୁ ଅଟ ସେଥିପାଇଁ ତୁମମାନଙ୍କର ଗୋଟିଏ ଗୋଟିଏ ବାକ୍ୟ ମହାବାକ୍ୟ ହେବା ଉଚିତ୍ । ଯେଉଁ ସମୟରେ, ଯେଉଁ ସ୍ଥାନରେ, ଯେଉଁ ବାଣୀ ଶୁଣାଇବା ଆବଶ୍ୟକ, ଯୁକ୍ତି ସଂଗତ ଏବଂ ନିଜର ତଥା ଅନ୍ୟ ଆତ୍ମାମାନଙ୍କ ପାଇଁ ଲାଭଦାୟକ, ସେହିପରି ବାଣୀ ଶୁଣାଅ । ନିଜର ବାଣୀ ଉପରେ ବିଶେଷ ଭାବରେ ଧ୍ୟାନ ଦିଅ ।

ସ୍ଲୋଗାନ:-
ଶୁଭଚିନ୍ତକମଣୀ ହୋଇ ନିଜର କିରଣ ଦ୍ୱାରା ବିଶ୍ୱକୁ ଆଲୋକିତ କରିଚାଲ ।