21.03.20          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:
ବାବା ତୁମମାନଙ୍କୁ ସୁଖ ଶାନ୍ତିର ଦୁନିଆକୁ ନେଇଯିବା ପାଇଁ ଆସିଛନ୍ତି, ଶାନ୍ତି କେବଳ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ଅଛି ।

ପ୍ରଶ୍ନ:-
ଏହି ଯୁଦ୍ଧ କ୍ଷେତ୍ରରେ ମାୟା ପ୍ରଥମେ କେଉଁ କଥା ଉପରେ ପ୍ରହାର କରୁଛି ?

ଉତ୍ତର:-
ନିଶ୍ଚୟ ଉପରେ । ପୁରୁଷାର୍ଥ କରୁ କରୁ ମାୟା ପ୍ରଥମେ ନିଶ୍ଚୟକୁ ଭାଙ୍ଗି ଦେଉଛି ସେଥିପାଇଁ ପିଲାମାନେ ହାରିଯାଉଛନ୍ତି । ଯଦି ପକ୍କା ନିଶ୍ଚୟ ରହିବ ଯେ ବାବା ଯିଏ ସମସ୍ତଙ୍କର ଦୁଃଖ ହରଣକରି ସୁଖ ଦେଉଛନ୍ତି, ସେ ହିଁ ଆମକୁ ଶ୍ରୀମତ ଦେଉଛନ୍ତି ଏବଂ ସୃଷ୍ଟିର ଆଦି-ମଧ୍ୟ- ଅନ୍ତର ଜ୍ଞାନ ଶୁଣାଉଛନ୍ତି ତେବେ ମାୟା ଠାରୁ କେବେ ବି ପରାଜିତ ହୋଇ ପାରିବେ ନାହିଁ ।

ଗୀତ:-
ଇସ୍ ପାପକେ ଦୁନିଆ ସେ ...

ଓମ୍ ଶାନ୍ତି ।
କାହାପାଇଁ କହୁଛନ୍ତି, କେଉଁଆଡେ ନେଇଚାଲ, କେମିତି ନେଇଚାଲ .....ଏହା ଦୁନିଆରେ କେହିବି ଜାଣନ୍ତି ନାହିଁ । ତୁମେ ବ୍ରାହ୍ମଣ କୁଳଭୂଷଣ ପିଲାମାନେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛ । ତୁମେ ଜାଣିଛ ଏହାଙ୍କ ଭିତରେ ଯିଏ ପ୍ରବେଶ କରି ଆମକୁ ତାଙ୍କ ନିଜର ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି ସେ ସମସ୍ତଙ୍କର ଦୁଃଖ ହରଣ କରି ସମସ୍ତଙ୍କୁ ସୁଖଦାୟୀ କରୁଛନ୍ତି । ଏହା କିଛି ନୂଆକଥା ନୁହେଁ । ବାବା କଳ୍ପ କଳ୍ପ ଆସନ୍ତି, ଏବେ ମଧ୍ୟ ଆସିଛନ୍ତି ଏବଂ ସମସ୍ତଙ୍କୁ ଶ୍ରୀମତ ଦେଉଛନ୍ତି । ପିଲାମାନେ ଜାଣନ୍ତି ଯେ ବାବା ମଧ୍ୟ ସେହି ଅଟନ୍ତି, ଆମେ ମଧ୍ୟ ସେହି କଳ୍ପପୂର୍ବର ତାଙ୍କର ସନ୍ତାନ ଅଟୁ । ତୁମମାନଙ୍କୁ ଏହି ନିଶ୍ଚୟ ହେବା ଦରକାର । ବାବା କହୁଛନ୍ତି ମୁଁ ପିଲାମାନଙ୍କୁ ସୁଖଧାମ, ଶାନ୍ତିଧାମକୁ ନେଇଯିବା ପାଇଁ ଆସିଛି । କିନ୍ତୁ ମାୟା ନିଶ୍ଚୟ କରାଇଦେଉ ନାହିଁ । ସୁଖଧାମକୁ ଯାଉ ଯାଉ ପୁଣି ହରାଇ ଦେଉଛି । ଏହା ଯୁଦ୍ଧକ୍ଷେତ୍ର ଅଟେ ନା । ଦୁନିଆରେ ହେଲା ବାହୁବଳର ଯୁଦ୍ଧ, ଏହା ହେଲା ଯୋଗବଳର ଯୁଦ୍ଧ । ଯୋଗବଳ ବହୁତ ନାମଗ୍ରାମୀ, ସେଥିପାଇଁ ସମସ୍ତେ ଯୋଗ-ଯୋଗ କହଚାଲିଛନ୍ତି । ତୁମେ ଏହି ଯୋଗକୁ କଳ୍ପରେ ଥରେ ହିଁ ଶିଖୁଛ । ବାକି ଦୁନିଆରେ ତ ଅନେକ ପ୍ରକାରର ହଠଯୋଗ ଇତ୍ୟାଦି ଶିଖାଉଛନ୍ତି । ଏହା ସେମାନଙ୍କୁ ଜଣାନାହିଁ ଯେ ବାବା କେମିତି ଆସି ଯୋଗ ଶିଖାଉଛନ୍ତି । ସେମାନେ ତ ପ୍ରାଚୀନ ରାଜଯୋଗ ଶିଖାଇ ପାରିବେନାହିଁ । ତୁମେ ପିଲାମାନେ ଭଲ ଭାବରେ ଜାଣିଛ ଯେ ଇଏ ସେହି ବାବା ଯିଏ ରାଜଯୋଗ ଶିଖାଉଛନ୍ତି, ଯାହାଙ୍କୁ ୟାଦ କରୁଛନ୍ତି ହେ ପତିତପାବନ ଆସ । ଏପରି ସ୍ଥାନକୁ ନେଇଚାଲ ଯେଉଠିଁ ଶାନ୍ତି ଥିବ । କିନ୍ତୁ ଶାନ୍ତି ଅଛି କେବଳ ଶାନ୍ତିଧାମ, ସୁଖଧାମରେ । ଦୁଃଖଧାମରେ ଶାନ୍ତି କେଉଁଠି ଆସିଲା ? ଶାନ୍ତି ନାହିଁ ବୋଲି ତ ଡ୍ରାମା ଅନୁସାରେ ବାବା ଆସୁଛନ୍ତି, ଶାନ୍ତିଧାମକୁ ନେଇଯିବା ପାଇଁ ଏହା ହେଲା ଦୁଃଖଧାମ । ଏଠାରେ ଦୁଃଖ ହିଁ ଦୁଃଖ । ଦୁଃଖର ପାହଡ ଖସିବାକୁ ଯାଉଛି । ଯେତେ ବି ବଡ ଧନବାନ ହୁଅନ୍ତୁ ବା କିଛି ବି ହୁଅନ୍ତୁ, କିଛି ନା କିଛି ଦୁଃଖ ତ ଲାଗିରହିଛି । ତୁମେ ପିଲାମାନେ ଜାଣିଛ ଯେ ଆମେ ମିଠାବାବାଙ୍କ ସାଥିରେ ବସିଛୁ, ଯେଉଁ ବାବା ଏବେ ଆସିଛନ୍ତି । ଡ୍ରାମାର ରହସ୍ୟକୁ ମଧ୍ୟ ଏବେ ତୁମେ ହିଁ ଜାଣୁଛ । ବାବା ଏବେ ଆସିଛନ୍ତି ଆମକୁ ସାଥିରେ ନେଇଯିବେ । ବାବା ଆମ ଆତ୍ମାମାନଙ୍କୁ କହୁଛନ୍ତି କାରଣ ସେ ଆମ ଆତ୍ମାମାନଙ୍କର ବାବା ଅଟନ୍ତି ନା । ଯାହାଙ୍କ ପାଇଁ ଗାୟନ ଅଛି ଆତ୍ମା ପରମାତ୍ମ ଅଲଗ ରହେ ବହୁକାଲ....ଶାନ୍ତିଧାମରେ ସବୁ ଆତ୍ମାମାନେ ସାଥିରେ ରୁହନ୍ତି । ଏବେ ବାବା ତ ଆସିଛନ୍ତି ବାକି ଯେଉଁ କେତେ ଜଣ ଆତ୍ମା ରହିଛନ୍ତି, ସେମାନେ ମଧ୍ୟ ଉପରୁ ତଳକୁ ଆସିବାରେ ଲାଗିଛନ୍ତି । ଏଠାରେ ବାବା ତୁମକୁ କେତେ କଥା ବୁଝାଉଛନ୍ତି । ଘରକୁ ଯାଇ ତୁମେ ସେସବୁ କଥା ଭୁଲିଯାଉଛ । କଥା ତ ବହୁତ ସହଜ । ଏବେ ବାବା ଯିଏକି ସମସ୍ତଙ୍କର ସୁଖଦାତା, ଶାନ୍ତିଦାତା ଅଟନ୍ତି ସିଏ ନିଜେ ପିଲାମାନଙ୍କୁ ବସି ବୁଝାଉଛନ୍ତି । ତୁମେ କେତେ ଅଳ୍ପ ସଂଖ୍ୟକ ଆତ୍ମା ଅଛ । ପୁଣି ଧୀରେ ଧୀରେ ବୃଦ୍ଧିକୁ ପ୍ରାପ୍ତ କରୁଛ । ବାବାଙ୍କ ସାଥିରେ ତୁମର ଗୁପ୍ତ ସ୍ନେହ ରହିଛି । କେଉଁଠି ବି ଥାଅ, ତୁମ ବୁଦ୍ଧିରେ ରହିବ ବାବା ମଧୁବନରେ ବସିଛନ୍ତି । ବାବା କହୁଛନ୍ତି ମୋତେ ସେଠାରେ ଅର୍ଥାତ୍ ପରମଧାମରେ ୟାଦ କର । ତୁମର ମଧ୍ୟ ନିବାସ ସ୍ଥାନ ପରମଧାମ ଅଟେ । ତେବେ ନିଶ୍ଚୟ ବାବା ମନେ ପଡିବେ, ଯାହାଙ୍କୁ କୁହନ୍ତି ତୁମେ ମାତା ପିତା ... । ସେ ନିଶ୍ଚିତ ଭାବରେ ଏବେ ତୁମ ପାଖକୁ ଆସିଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ନେଇଯିବାକୁ ଆସିଛି । ରାବଣ ତୁମକୁ ପତିତ ତମୋପ୍ରଧାନ କରିଦେଇଛି, ଏବେ ସତ୍ତ୍ୱପ୍ରଧାନ ପବିତ୍ର ହେବାକୁ ପଡିବ । ପତିତ କିପରି ଘରକୁ ଯାଇପାରିବେ । ଯିବା ପାଇଁ ହେଲେ ପବିତ୍ର ତ ନିଶ୍ଚୟ ହେବାକୁ ପଡିବ । ଏବେ ଜଣେ ବି ମନୁଷ୍ୟ ସତ୍ତ୍ୱପ୍ରଧାନ ନୁହଁନ୍ତି । ଏହା ହେଲା ତମୋପ୍ରଧାନ ଦୁନିଆ । ଏହା ମନୁଷ୍ୟମାନଙ୍କର ହିଁ କଥା । ମନୁଷ୍ୟଙ୍କ ପାଇଁ ହିଁ ସତ୍ତ୍ୱପ୍ରଧାନ, ସତୋ, ରଜୋ, ତମୋର ରହସ୍ୟ ବୁଝାଯାଉଛି । ବାବା ପିଲମାନଙ୍କୁ ହିଁ ବୁଝାଉଛନ୍ତି । ଏହା ତ ବହୁତ ସହଜ । ତୁମେ ଆତ୍ମାମାନେ ନିଜର ଘରେ ଥିଲ । ସେଠାରେ ତ ସବୁ ପବିତ୍ର ଆତ୍ମାମାନେ ରୁହନ୍ତି । ଅପବିତ୍ର ତ ରହି ପାରିବେ ନାହିଁ । ତାର ନାମ ହିଁ ହେଲା ମୁକ୍ତିଧାମ । ଏବେ ବାବା ତୁମକୁ ପବିତ୍ର କରି ଘରକୁ ପଠାଇ ଦେଉଛନ୍ତି । ପୁଣି ତୁମେ ପାର୍ଟ ବଜାଇବା ପାଇଁ ସୁଖଧାମକୁ ଆସୁଛ । ସତ୍ତ୍ୱ, ରଜୋ, ତମୋରେ ତୁମେ ହିଁ ଆସୁଛ ।

ଡାକୁଛନ୍ତି ମଧ୍ୟ ବାବା ଆମକୁ ସେଠାକୁ ନେଇଚାଲ ଯେଉଁଠି ଶାନ୍ତି ଅଛି । ସାଧୁ-ସନ୍ଥ ଆଦି କାହାକୁ ବି ଜଣାନାହିଁ ଯେ ଶାନ୍ତି କେଉଠିଁ ମିଳିପାରିବ ? ଏବେ ତୁମେ ଜାଣିଛ ସୁଖ-ଶାନ୍ତି ଆମକୁ କେଉଁଠି ମିଳିବ । ବାବା ଏବେ ଆମକୁ ୨୧ଜନ୍ମ ପାଇଁ ସୁଖ ଦେବା ପାଇଁ ଆସିଛନ୍ତି । ବାକି ଯେଉଁ ଆତ୍ମାମାନେ ପଛରେ ଆସୁଛନ୍ତି, ଅଧାକଳ୍ପ ପରେ ଦ୍ୱାପର କଳିରେ ଜନ୍ମ ନେଉଛନ୍ତି ସେମାନଙ୍କୁ ମୁକ୍ତି ଦେବା ପାଇଁ ଆସିଛନ୍ତି । ଡେରିରେ ଯିଏ ଆସୁଛନ୍ତି ସେମାନଙ୍କର ପାର୍ଟ ବହୁତ ଅଳ୍ପ । ତୁମର ପାର୍ଟ ସବୁଠାରୁ ଦୀର୍ଘ । ତୁମେ ଜାଣିଛ ଆମେ ୮୪ଜନ୍ମର ଅଭିନୟ କରି ଏବେ ପୁରା କଲେ । ଏବେ ଚକ୍ର ଶେଷ ହେଉଛି । ସାରା ପୁରୁଣା ବୃକ୍ଷ ଏବେ ବିନାଶ ହେବ । ଏବେ ତୁମର ଏହି ଗୁପ୍ତ ଗଭର୍ଣ୍ଣମେଣ୍ଟ ଅର୍ଥାଥ୍ ଦେବୀ ବୃକ୍ଷର କଲମି ଲଗାଉଛନ୍ତି । ସେମାନେ ତ ଜଙ୍ଗଲି ବୃକ୍ଷର କଲମି ଲଗାଇ ଚାଲିଛନ୍ତି । ଏଠାରେ ବାବା କଣ୍ଟାକୁ ପରିବର୍ତ୍ତନ କରି ଦୌବୀ ଫୁଲର ଗଛ ଲଗାଉଛନ୍ତି । ତାହା ମଧ୍ୟ ଗଭର୍ଣ୍ଣମେଣ୍ଟ, ଏହା ମଧ୍ୟ ଗୁପ୍ତ ଗଭର୍ଣ୍ଣମେଣ୍ଟ । ସେ କଣ କରୁଛନ୍ତି ଏବଂ ଇଏ କଣ କରୁଛନ୍ତି ! ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଦେଖ କେତେ । ସେମାନେ ତ କିଛି ବୁଝି ନାହାଁନ୍ତି । ବୃକ୍ଷର କଲମି ଲଗାଉଛନ୍ତି, ସେହି ଜଙ୍ଗଲି ଗଛ ତ ଅନେକ ପ୍ରକାରର ଅଛି । କିଏ କେଉଁ ପ୍ରକାରର କିଏ କେଉଁ ପ୍ରକାରର ଚାରା ଲଗାଉଛନ୍ତି । ଏବେ ବାବା ପିଲାମାନଙ୍କୁ ପୁଣି ଦେବତା କରୁଛନ୍ତି । ତୁମେ ସତ୍ତ୍ୱପ୍ରଧାନ ଦେବତା ଥିଲ ପୁଣି ୮୪ ଜନ୍ମର ଚକ୍ର ଲଗାଇ ତମୋପ୍ରଧାନ ହୋଇଯାଇଛ । କେହି ସଦାକାଳ ପାଇଁ ସତ୍ତ୍ୱପ୍ରଧାନ ରହିବା ସମ୍ଭବ ନୁହେଁ । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୁଏ । ତୁମେ ୨୪ କ୍ୟାରେଟ୍ ସୁନା ଥିଲ, ବର୍ତ୍ତମାନ ୯ କ୍ୟାରେଟ୍ ସୁନାର ଗହଣା ହୋଇଯାଇଛ, ପୁଣି ୨୪ କ୍ୟାରେଟ୍ ହେବାକୁ ପଡ଼ିବ । ଆତ୍ମାସବୁ ଏହିପରି ହୋଇଯାଇଛନ୍ତି ନା । ଯେପରି ସୁନା ସେହିପରି ଗହଣା ହୁଏ । ଏବେ ସମସ୍ତ ଆତ୍ମା କଳା ଶ୍ୟାମଳ ହୋଇଯାଇଛନ୍ତି । ଇଜ୍ଜତ ରଖିବା ପାଇଁ କଳା ଅକ୍ଷର ନ କହି ଶ୍ୟାମଳ କହୁଛନ୍ତି । ଆତ୍ମା ସତ୍ତ୍ୱପ୍ରଧାନ ପବିତ୍ର ଥିଲା ପୁଣି କେତେ ଖାଦ ପଡ଼ିଯାଇଛି । ଏବେ ପୁଣି ପବିତ୍ର ହେବାପାଇଁ ବାବା ଯୁକ୍ତି ମଧ୍ୟ ବତାଉଛନ୍ତି । ଏହା ହେଲା ଯୋଗ ଅଗ୍ନି ଏଥିରେ ହିଁ ତୁମର ଖାଦ ବାହାରିଯିବ । ବାବାଙ୍କୁ ୟାଦ କରିବାକୁ ପଡିବ । ବାବା ନିଜେ କହୁଛନ୍ତି ମୋତେ ଏହି ପ୍ରକାର ୟାଦ କର । ପତିତ-ପାବନ ମୁଁ ହିଁ ଅଟେ । ତୁମକୁ ଅନେକ ଥର ମୁଁ ପତିତରୁ ପବିତ୍ର କରିଛି । ଏହା ମଧ୍ୟ ପ୍ରଥମେ ତୁମେ ଜାଣିନଥିଲ । ଏବେ ତୁମେ ବୁଝୁଛ ଆଜି ଆମେ ପତିତ ହୋଇଛୁ, କାଲି ପୁଣି ପବିତ୍ର ହେବୁ । ସେମାନେ ତ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ଲେଖି ଲୋକମାନଙ୍କୁ ଘୋର ଅନ୍ଧକାରରେ ପକାଇ ଦେଇଛନ୍ତି । ବାବା ଆସି ସବୁ କଥା ଭଲ ଭାବରେ ବୁଝାଉଛନ୍ତି । ତୁମେ ପିଲାମାନେ ଜାଣିଛ ଆମକୁ ପଢାଇଲାବାଲା କିଏ ? ସ୍ୱୟଂ ଜ୍ଞାନର ସାଗର ପତିତ-ପାବନ, ସିଏ ହିଁ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ମନୁଷ୍ୟ ଭକ୍ତି ମାର୍ଗରେ କେତେ ମହିମା ଗାୟନ କରନ୍ତି କିନ୍ତୁ ତାହାର ଅର୍ଥ କିଛି ବୁଝୁନାହାଁନ୍ତି । ଏକାବେଳେ ସମସ୍ତଙ୍କୁ ମିଶାଇ ସ୍ତୁତି କରିଥାନ୍ତି । ଯେପରି ଗୁଡ଼ ଗୁଡ଼ଧାନୀ ଅର୍ଥାତ୍ ଖେଚୁଡି ତିଆରି କରିଥାନ୍ତି ନା, ଯିଏ ଯେପରି ଶିଖାଇଛନ୍ତି ସେହିପରି ଅଭ୍ୟାସ କରିଦେଇଥାନ୍ତି । ଏବେ ବାବା କହୁଛନ୍ତି ଯାହାକିଛି ଶିଖିଛ, ସେ କଥାସବୁ ଭୁଲିଯାଅ । ଜୀବିତ ଅବସ୍ଥାରେ ହିଁ ମୋର ହୁଅ । ଗୃହସ୍ଥ ବ୍ୟବହାରରେ ରହି ଯୁକ୍ତି ଅର୍ଥାତ୍ ଶ୍ରୀମତ ଅନୁସାରେ ଚାଲିବାକୁ ହେବ । କେବଳ ବାବାଙ୍କୁ ହିଁ ମନେପକାଇବାକୁ ହେବ । ସେମାନଙ୍କର ତ ହେଉଛି ହଠଯୋଗ । ତୁମେ ହେଉଛ ରାଜଯୋଗୀ । ଘରଲୋକଙ୍କୁ ମଧ୍ୟ ଏପରି ଶିକ୍ଷା ଦେବା ଉଚିତ୍ । ତୁମର ଚଳଣିକୁ ଦେଖି ସେମାନେ ମଧ୍ୟ ଅନୁକରଣ କରିବେ । କେବେ ପରସ୍ପର ଲଢେଇ ଝଗଡ଼ା କରନାହିଁ । ଯଦି ଲଢେଇ କରିବ ତେବେ ଅନ୍ୟମାନେ କଣ ଭାବିବେ, ଏମାନଙ୍କ ମଧ୍ୟରେ ତ ବହୁତ କ୍ରୋଧ ଅଛି । ତୁମମାନଙ୍କ ପାଖରେ କୌଣସି ପ୍ରକାରର ବିକାର ନରହୁ । ମଣିଷର ବୁଦ୍ଧିକୁ ଭ୍ରଷ୍ଟ କଲା ବାଲା ହେଉଛି ବାଇସ୍କୋପ ସିନେମା, ତାହା ଯେପରି ନର୍କ ସମାନ ଅଟେ । ତାହା ଦ୍ୱାରା ସେଠାକୁ ଗଲେ ହିଁ ବୁଦ୍ଧି ଭ୍ରଷ୍ଟ ହୋଇଯାଏ । ଦୁନିଆ କେତେ ଖରାପ । ଗୋଟିଏ ପଟେ ଗଭର୍ଣ୍ଣମେଣ୍ଟ ନିୟମ କରୁଛନ୍ତି କି ୧୮ ବର୍ଷ ଭିତରେ କେହି ବିବାହ କରିବେ ନାହିଁ କିନ୍ତୁ ବହୁତ ବହୁତ ବାହାଘର ହେଉଛି । ପିଲାମାନଙ୍କୁ ମଧ୍ୟ କୋଳରେ ବସାଇ ବିବାହ କରାଇଥାନ୍ତି । ଏବେ ତୁମେ ଜାଣୁଛ ବାବା ଆମକୁ ଏହି ଛି, ଛି ଦୁନିଆରୁ ନେଇଯାଉଛନ୍ତି । ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ବାବା କହୁଛନ୍ତି ନଷ୍ଟୋମୋହା ହୁଅ, କେବଳ ମୋତେ ମନେପକାଅ । କୁଟୁମ୍ବ ପରିବାର ରେ ରହି ମଧ୍ୟ ମୋତେ ମନେପକାଅ । କିଛି ପରିଶ୍ରମ କରିଲେ ତ ବିଶ୍ୱର ମାଲିକ ହେବ ନା । ବାବା କହୁଛନ୍ତି ମାମେକମ୍ ୟାଦ କର ଏବଂ ଆସୁରୀ ଗୁଣ ଛାଡ଼ । ପ୍ରତ୍ୟେକ ଦିନ ରାତିରେ ନିଜର ଚଳଣିର ହିସାବ ଯାଞ୍ଚ କର । ଏହା ହିଁ ତୁମର ଧନ୍ଦା ଅଟେ । ଏହିପରି ବ୍ୟାପାର କେହି କ୍ୱଚିତ୍ କରନ୍ତି । ଏକ ସେକେଣ୍ଡରେ ବାବା କାଙ୍ଗାଳରୁ ମୁକୁଟଧାରୀ କରୁଛନ୍ତି, ଏହା ଜାଦୁ ଅଟେ ନା । ଯିଏ ଆମକୁ ଯୋଗବଳ ଦ୍ୱାରା ପତିତରୁ ପବିତ୍ର କରୁଛନ୍ତି । ଏପରି ଜାଦୁଗରଙ୍କର ତ ହାତ ଧରିନେବା ଉଚିତ୍ ଅର୍ଥାତ୍ ସଦା ସାଥୀରେ ରହିବା ଉଚିତ୍ । ଅନ୍ୟ କେହି ପବିତ୍ର କରିପାରିବେ ନାହିଁ । ଗଙ୍ଗା ଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ । ତୁମ ପିଲାମାନଙ୍କ ପାଖରେ ଏବେ କେତେ ଜ୍ଞାନ ଅଛି । ତୁମ ଭିତରେ ଖୁସି ରହିବା ଦରକାର କି ବାବା ପୁଣି ଆସିଛନ୍ତି । ଦେବୀମାନଙ୍କର କେତେ ଚିତ୍ର ଆଦି ତିଆରି କରୁଛନ୍ତି, ସେମାନଙ୍କୁ ହତିଆର ଆଦି ଦେଇ କେତେ ଭୟଙ୍କର କରିଦେଉଛନ୍ତି । ବ୍ରହ୍ମାଙ୍କୁ ମଧ୍ୟ କେତେ ଭୂଜା ଦେଇଛନ୍ତି, ଏବେ ତୁମେ ବୁଝୁଛ ବ୍ରହ୍ମାଙ୍କର ଭୂଜା ତ ଲକ୍ଷ ଲକ୍ଷ ହେବ । ଏତେ ସବୁ ବ୍ରହ୍ମାକୁମାର, କୁମାରୀ ବାବାଙ୍କର ରଚନା ଅଟନ୍ତି ନା, ତେଣୁ ପ୍ରଜାପିତା ବ୍ରହ୍ମାଙ୍କର ଏତେ ଗୁଡିଏ ବାହୁ ଅଛି ।

ଏବେ ତୁମେ ହେଉଛ ରୂପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ ସନ୍ତାନ । ତୁମ ମୁଖରୁ ସଦାବେଳେ ଜ୍ଞାନ ରତ୍ନ ବାହାରିବା ଉଚିତ୍ । କେବଳ ଜ୍ଞାନରତ୍ନ ବିନା ଆଉ କିଛି କଥା ନାହିଁ । ଏହି ରତ୍ନ ଗୁଡିକର କେହି ମୂଲ୍ୟାଙ୍କନ କରିପାରିବେ ନାହିଁ । ବାବା କହୁଛନ୍ତି ମନମନାଭବ । ବାବାଙ୍କୁ ମନେପକାଅ ତେବେ ଦେବତା ହୋଇଯିବ । ଆଚ୍ଛା

ରାତ୍ରୀ କ୍ଲାସ (୧୧-୦୩-୬୮)
ତୁମ ପାଖକୁ ପ୍ରଦର୍ଶନୀକୁ ଉଦ୍ଘାଟନ କରିବାକୁ ବଡ଼ ବଡ଼ ଲୋକ ଆସୁଛନ୍ତି, ସେମାନେ କେବଳ ଏତିକି ବୁଝୁଛନ୍ତି କି ଭଗବାନଙ୍କୁ ପାଇବା ପାଇଁ ଏମାନେ ଭଲ ଉପାୟ ବାହାର କରିଛନ୍ତି । ଯେପରି ଭଗବାନଙ୍କୁ ପାଇବା ପାଇଁ ସତ୍ସଂଗ ଆଦି କରିଥାନ୍ତି, ବେଦ ପାଠ କରିଥାନ୍ତି ସେହିପରି ଏମାନେ ଏହି ରାସ୍ତା ଧରି ନେଇଛନ୍ତି । ବାକି ଏକଥା ବୁଝୁନାହାଁନ୍ତି କି ଭଗବାନ ଏମାନଙ୍କୁ ପଢାଉଛନ୍ତି । କେବଳ ଏତିକି ବୁଝନ୍ତି ଭଲ କର୍ମ କରୁଛନ୍ତି, ପବିତ୍ରତା ଅଛି ଏବଂ ଭଗବାନଙ୍କ ସାଥିରେ ମିଶାଉଛନ୍ତି । ଏହି ଦେବୀମାନେ ଭଲ ରାସ୍ତା ବାହାର କରିଛନ୍ତି, ବାସ୍ । ଯାହାଙ୍କ ଦ୍ୱାରା ଉଦ୍ଘାଟନ କରାଯାଉଛି ସିଏ ତ ନିଜକୁ ବହୁତ ବଡ଼ ଭାବନ୍ତି । କେହି ବଡ଼ ବଡ଼ ଲୋକ ଭାବନ୍ତି ଯେ ବାବା ଜଣେ ମହାନ ପୁରୁଷ ଅଟନ୍ତି, ତାଙ୍କ ସାଥିରେ ଯାଇ ମିଶିବା । ବାବା ତ କହୁଛନ୍ତି ପ୍ରଥମେ ତାଙ୍କର ଫର୍ମ ପୂରଣ କରି ମଧୁବନ ପଠାଅ । ପ୍ରଥମେ ତ ତୁମେ ପିଲାମାନେ ସେମାନଙ୍କୁ ବାବାଙ୍କର ସମ୍ପୂର୍ଣ୍ଣ ପରିଚୟ ଦିଅ । ପରିଚୟ ବିନା ଆସି କଣ କରିବେ! ଶିବବାବାଙ୍କ ସାଥିରେ ସେତେବେଳେ ମିଶିପାରିବେ ଯେବେ ପ୍ରଥମେ ପୁରା ନିଶ୍ଚୟ ହେବ । ପରିଚୟ ବିନା ମିଶିକରି କଣ କରିବେ ! କେହି କେହି ଧନବାନ ଆସିଥାନ୍ତି, ଭାବନ୍ତି ଆମେ ୟାଙ୍କୁ କିଛି ଦେବା । କେହି ଗରିବ ଗୋଟିଏ ଟଙ୍କା ଦେଉଛନ୍ତି, ସାହୁକାର ୧୦୦ ଟଙ୍କା ଦେଉଛନ୍ତି, ଗରିବଙ୍କର ଗୋଟିଏ ଟଙ୍କା ମୂଲ୍ୟବାନ ହୋଇଯାଉଛି । ସାହୁକାରମାନେ ତ ଯଥାର୍ଥ ରୂପରେ କେବେ ଯୋଗଯୁକ୍ତ ରହିପାରିବେ ନାହିଁ । ସେମାନେ ଆତ୍ମ-ଅଭିମାନୀ ହୋଇପାରିବେ ନାହିଁ । ପ୍ରଥମେ ତ ପତିତରୁ ପାବନ କିପରି ହେବାକୁ ପଡିବ ତାହା ସେମାନଙ୍କୁ ଲେଖିକରି ଦେବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା । ଏଥିରେ ପ୍ରେରଣା ଆଦିର କିଛି କଥା ନାହିଁ । ବାବା କହୁଛନ୍ତି ମାମେକମ୍ ୟାଦ କର ତେବେ କଳଙ୍କି ବାହାରି ଯିବ । ପ୍ରଦର୍ଶନୀ ଆଦି ଦେଖିବାକୁ ଆସନ୍ତି କିନ୍ତୁ ପୁଣି ଦୁଇ ତିନି ଥର ଯେବେ ଆସି ବୁଝନ୍ତି ତେବେ ବୁଝିବା ଦରକାର ଏହାଙ୍କୁ ତୀର ଲାଗିଛି ଅର୍ଥାତ୍ ପ୍ରଭାବିତ ହୋଇଛନ୍ତି । ଏ ଆତ୍ମା ଦେବତା ଧର୍ମର ଅଟନ୍ତି, ଇଏ ଅଧିକ ଭକ୍ତି କରିଛନ୍ତି । ଯଦିଓ କାହାକୁ ଭଲ ଲାଗୁଛି କିନ୍ତୁ ଲକ୍ଷ୍ୟକୁ ଜାଣିପାରୁ ନାହାଁନ୍ତି, ତେବେ ସେ କେଉଁ କାମକୁ । ତୁମେ ପିଲାମାନେ ଏହା ଜାଣିଛ ଯେ ଡ଼୍ରାମା ଘୂରି ଚାଲିଛି । ଯାହା କିଛି ହେଉଛି ବୁଦ୍ଧି ଦ୍ୱାରା ବୁଝିପାରୁଛ, କଣ ହେଉଛି! ତୁମମାନଙ୍କ ବୁଦ୍ଧିରେ ଚକ୍ର ଘୂରିଚାଲିଛି, ପୁନରାବୃତ୍ତି ହୋଇ ଚାଲିଛି । ଯିଏ ସେବାରେ ଯେପରି ସହଯୋଗ କରିଥିଲେ ସେ ସେହିପରି କରୁଛନ୍ତି । ବାବା କାହାଠାରୁ ସମ୍ପତ୍ତି ନେବେ, ନ ନେବେ ତାଙ୍କ ହାତରେ ଅଛି । ଯଦିଓ ଏବେ ସେଣ୍ଟର ଆଦି ଖୋଲୁଛନ୍ତି, ପଇସା କାମରେ ଆସୁଛି । ଯେବେ ତୁମର ପ୍ରଭାବ ଜଣାପଡ଼ିବ ପୁଣି ବାବା ପଇସା ନେଇ କଣ କରିବେ! ମୂଳ କଥା ହେଉଛି ପତିତରୁ ପବିତ୍ର ହେବା । ତାହା ତ ବଡ଼ କଷ୍ଟକର କଥା ତେଣୁ ସେହି ପୁରୁଷାର୍ଥରେ ଲାଗିଯିବା ଦରକାର । ଆମକୁ ତ ବାବାଙ୍କୁ ୟାଦ କରିବାର ଅଛି । ରୁଟି ଖାଅ ବାବାଙ୍କୁ ୟାଦ କର । ବୁଝିବା ଦରକାର ପ୍ରଥମେ ଆମେ ବାବାଙ୍କ ଠାରୁ ବର୍ସା ତ ନେବା । ମୁଁ ଆତ୍ମା ଅଟେ ଏହା ପକ୍କା କରିବା ଉଚିତ୍ । ଏପରି ଯଦି କେହି ପୁରୁଷାର୍ଥୀ ଆତ୍ମା ଆଗକୁ ଆସିବେ ତେବେ ତୀବ୍ର ବେଗରେ ଆଗକୁ ଯାଇପାରିବେ । ବାସ୍ତବରେ ତୁମେ ପିଲାମାନେ ସାରା ବିଶ୍ୱକୁ ଯୋଗବଳ ଦ୍ୱାରା ପବିତ୍ର କରୁଛ ତେଣୁ ତୁମମାନଙ୍କୁ କେତେ ନିଶା ରହିବା ଦରକାର । ମୂଳ କଥା ହେଉଛି ପବିତ୍ରତା । ଏଠାରେ ପାଠ ବି ପଢା ଯାଉଛି ଏବଂ ପବିତ୍ର ମଧ୍ୟ ହେବାକୁ ପଡିବ, ତା ସହିତ ସ୍ୱଚ୍ଛ ମଧ୍ୟ ରହିବାକୁ ହେବ । ବୁଦ୍ଧିରେ ଆଉ କୌଣସି କଥା ମନେ ରହିବା ଦରକାର ନାହିଁ । ପିଲାମାନଙ୍କୁ ବୁଝାଯାଉଛି ଅଶରୀର ହୁଅ । ଏଠାକୁ ତୁମେ ପାର୍ଟ କରିବାକୁ ଆସିଛ । ସମସ୍ତଙ୍କୁ ନିଜ ନିଜର ପାର୍ଟ କରିବାର ହିଁ ଅଛି । ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର । ସିଡ଼ି ଚିତ୍ର ସମ୍ବନ୍ଧରେ ମଧ୍ୟ ତୁମେ ବୁଝାଇ ପାରିବ । ରାବଣ ରାଜ୍ୟ ହିଁ ପତିତ, ରାମରାଜ୍ୟ ହିଁ ପାବନ ଅଟେ । ପୁଣି ପତିତରୁ ପାବନ କିପରି ହେବେ, ଏହି ସବୁ କଥାରେ ରମଣ କରିବା ଦାରକାର, ଏହାକୁ ହିଁ ବିଚାର ସାଗର ମନ୍ଥନ କୁହାଯାଏ । ୮୪ର ଚକ୍ର ୟାଦ ଆସିବା ଦରକାର । ବାବା କହିଛନ୍ତି ମୋତେ ମନେପକାଅ । ଏହା ହିଁ ରୁହାନୀ ଯାତ୍ରା । ବାବାଙ୍କ ୟାଦରେ ହିଁ ବିକର୍ମ ବିନାଶ ହୋଇଥାଏ । ଅନ୍ଧଶ୍ରଦ୍ଧାର ସହ ତୀର୍ଥଯାତ୍ରା ଦ୍ୱାରା ତ ଆହୁରି ବିକର୍ମ ହୋଇଥାଏ । ସେମାନଙ୍କୁ କୁହ, ଏହି ଜ୍ଞାନ ତାବିଜ ଅଟେ । ଏହାକୁ ବୁଝିଲେ ସବୁ ଦୁଃଖ ଦୂର ହୋଇଯିବ । ଦୁଃଖ ଦୂର ହେବା ପାଇଁ ତାବିଜ ବିନ୍ଧିଥାନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ନଷ୍ଟୋମୋହା ହୋଇ ବାବାଙ୍କୁ ସ୍ମରଣ କରିବାକୁ ହେବ । କୁଟୁମ୍ବ ପରିବାର ଭିତରେ ରହି ବିଶ୍ୱର ମାଲିକ ହେବା ପାଇଁ ପରିଶ୍ରମ କରିବାକୁ ହେବ । ଅବଗୁଣ ଗୁଡିକୁ ଧୀରେ ଧୀରେ ତ୍ୟାଗ କରି ଦେବାକୁ ହେବ ।

(୨) ନିଜର ଚାଲି-ଚଳଣକୁ ଏପରି କରିବାକୁ ହେବ ଯେପରି ସମସ୍ତେ ଦେଖିବେ ଏବଂ ଅନୁକରଣ କରିବେ । ଭିତରେ କୌଣସି ବିକାର ନରହୁ, ନିଜକୁ ଏହିଭଳି ପରଖିବାକୁ ହେବ ।

ବରଦାନ:-
ବାବାଙ୍କର ପ୍ରତ୍ୟେକ ଶ୍ରୀମତକୁ ପାଳନ କରି ସଚ୍ଚା ସ୍ନେହୀ ତଥା ସଚ୍ଚା ପ୍ରେମିକା ହୁଅ ।

ଯେଉଁ ପିଲାମାନେ ସର୍ବଦା ଏକମାତ୍ର ବାବାଙ୍କର ସ୍ନେହରେ ଲବଲୀନ ଅର୍ଥାତ୍ ବୁଡି ରହୁଛନ୍ତି, ସେମାନଙ୍କୁ ବାବାଙ୍କର ପ୍ରତ୍ୟେକ ବାଣୀ ବହୁତ ମିଠା ଲାଗୁଛି ଏବଂ ସବୁ ପ୍ରକାରର ପ୍ରଶ୍ନ ମଧ୍ୟ ସମାପ୍ତ ହୋଇଯାଉଛି, କାରଣ ବ୍ରାହ୍ମଣ ଜନ୍ମର ମୂଳଦୁଆ ହିଁ ହେଉଛି ସ୍ନେହ । ଯେଉଁମାନେ ଅତି ସ୍ନେହୀ ପ୍ରେମିକା ଅଟନ୍ତି ସେମାନଙ୍କୁ ବାବାଙ୍କର ଶ୍ରୀମତକୁ ପାଳନ କରିବାରେ କୌଣସି କଷ୍ଟ ଅନୁଭବ ହୋଇନଥାଏ । ସ୍ନେହ ଥିବା କାରଣରୁ ମନ ଭିତରେ ସଦା ସର୍ବଦା ଏହି ଉମଙ୍ଗ ରହିଥାଏ ଯେ ବାବା ଯାହା ସବୁ କହିଲେ ତାହା ମୋ ପାଇଁ ହିଁ କହିଲେ ମୋତେ ହିଁ କରିବାକୁ ହେବ । ସ୍ନେହୀ ଆମାତ୍ମାନଙ୍କର ହୃଦୟ ବିଶାଳ ମଧ୍ୟ ଅଟେ ସେଥିପାଇଁ ପ୍ରତ୍ୟେକ ବଡ କଥା ମଧ୍ୟ ସେମାନଙ୍କ ପାଇଁ ଛୋଟ ହୋଇଯାଏ ।

ସ୍ଲୋଗାନ:-
କୌଣସି ବି କଥାରେ ଅପମାନ ଅନୁଭବ କରିବା ଅର୍ଥାତ୍ ଫିଲ୍ କରିବା ମଧ୍ୟ ଫେଲ୍ ହେବାର ଲକ୍ଷଣ ।