21.06.22          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ: - ଦେବତାମାନଙ୍କଠାରୁ ମଧ୍ୟ ତୁମର ଏହି ବ୍ରାହ୍ମଣ ଜୀବନ ଅତି ଉଚ୍ଚ କାହିଁକି ନା ଏହି ସମୟରେ ତୁମେମାନେ ତିନିଲୋକ ଏବଂ ତିନିକାଳକୁ ଜାଣୁଛ, ତୁମେ ଈଶ୍ୱରୀୟ ସନ୍ତାନ ଅଟ ।

ପ୍ରଶ୍ନ:-
ତୁମେମାନେ ଏବେ କେଉଁ ଉଚ୍ଚ ସ୍ଥାନକୁ ଚଢୁଛ?

ଉତ୍ତର:-
ମନୁଷ୍ୟରୁ ଦେବତା ହେବା, ଏହା ହିଁ ଉଚ୍ଚକୁ ଚଢିବା, ଯେଉଁ ଉପରକୁ ତୁମେମାନେ ଏବେ ଚଢୁଛ । କଥାରେ ମଧ୍ୟ କୁହନ୍ତି ଯେ ଚଢିଲେ ଚାଖିବ ପ୍ରେମ ରସ... ଏହା ବହୁତ ଲମ୍ବା ଚଢାଣି ଅଟେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହାକୁ ଚଢିବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି ହେଲେ ସେଠାରୁ ଓହ୍ଲାଇବା ପାଇଁ ବହୁତ ସମୟ ଲାଗିଯାଉଛି ।

ପ୍ରଶ୍ନ:-
ପାପର କଳସୀ ଭାଙ୍ଗିବା ପରେ ହିଁ ଜୟ ଜୟକାର ହୋଇଥାଏ, ଏହାର କେଉଁ ସଂକେତ ଭକ୍ତିମାର୍ଗରେ ରହିଛି?

ଉତ୍ତର:-
ଭକ୍ତିରେ ଦେଖାଇଛନ୍ତି ଯେ କଳସୀ ଭିତରୁ ସୀତା ବାହାରିଥିଲେ... ଅର୍ଥାତ୍ ଯେତେବେଳେ ପାପର ଘଡି ପୂର୍ଣ୍ଣ ହୋଇ ଭାଙ୍ଗିଲା ତେବେ ଯାଇ ସୀତା ଏବଂ ରାଧାଙ୍କର ଜନ୍ମ ହେଲା ।

ଗୀତ:
ଇସ ପାପ କୀ ଦୁନିଆ ସେ....

ଓମ୍ ଶାନ୍ତି ।
ମିଠା-ମିଠା ପିଲାମାନେ ଭକ୍ତିମାର୍ଗର ଗୀତ ଶୁଣିଲେ । ଡାକୁଛନ୍ତି - ଏହି ପତିତ ଦୁନିଆରୁ ପବିତ୍ର ଦୁନିଆକୁ ନେଇଚାଲ । ଅଶାନ୍ତିର ଦୁନିଆରୁ ଶାନ୍ତିର ଦୁନିଆକୁ ନେଇଚାଲ । ବୁଦ୍ଧିରେ ରହିଛି ଯେ, ଆଉ କୌଣସି ଦୁନିଆ ଅଛି, ଯେଉଁଠି ଶାନ୍ତି ବି ଥିଲା, ସୁଖ ବି ଥିଲା । ସେଠାରେ ମହାରାଜା ଶ୍ରୀ ନାରାୟଣ ଏବଂ ମହାରାଣୀ ଶ୍ରୀଲକ୍ଷ୍ମୀଙ୍କର ରାଜ୍ୟ ଥିଲା, ଯେଉଁମାନଙ୍କର ଚିତ୍ର ମଧ୍ୟ ଏଠାରେ ଅଛି । ମନୁଷ୍ୟମାନେ ଯେଉଁ ଇତିହାସ-ଭୂଗୋଳ ପଢୁଛନ୍ତି, ତାହା ତ ଯେପରି ଦୁନିଆର ଏକ ଚତୁର୍ଥାଂଶ ଅଟେ । ଅଧାକଳ୍ପର ମଧ୍ୟ କଥା ନୁହେଁ । ସତ୍ୟଯୁଗ ଏବଂ ତ୍ରେତାଯୁଗ ବିଷୟରେ ତ କାହାକୁ ଜଣା ନାହିଁ । ଏହାର ଅର୍ଥ ଯେପରି ଆଖି ବନ୍ଦ ଅଛି ଅର୍ଥାତ୍ ସମସ୍ତେ ଯେପରି ଅନ୍ଧ । ବିଶ୍ୱର ଇତିହାସ-ଭୂଗୋଳକୁ କେହି ଜାଣି ନାହାଁନ୍ତି । ଏହି ବିଶ୍ୱ କେତେ ବଡ । କେବେଠାରୁ ନୂଆ ଦୁନିଆ ଆରମ୍ଭ ହୋଇଛି କେବେ ପୁରୁଣା ହେଉଛି, ପୁଣି ପୁରୁଣାରୁ ନୂଆ କେବେ ହେଉଛି, ଏକଥା ତୁମେମାନେ ବର୍ତ୍ତମାନ ହିଁ ଜାଣୁଛ । ତେବେ ଏହିଭଳି ହେବ ତ ନିଶ୍ଚିତ ନା । ସ୍ୱର୍ଣ୍ଣିମ, ରୌପ୍ୟ, ତାମ୍ର, ଲୌହ ଦେଇ ଗତି କରିବାକୁ ହିଁ ହେବ । କଳିଯୁଗ ପରେ ସତ୍ୟଯୁଗ ପୁଣି ନିଶ୍ଚିତ ହେବ ଏବଂ ସତ୍ୟଯୁଗର ରଚୟିତା ଏହି ସଂଗମରେ ହିଁ ଆସିବେ । ଏକଥା ବୁଝାଇବା ପାଇଁ ବହୁତ ଭଲ ଭଲ ଉପାୟ ରହିଛି । ବାବା ହିଁ କଳିଯୁଗକୁ ସତ୍ୟଯୁଗ କରନ୍ତି । ଏତେ ସହଜ କଥା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ କାହିଁକି ନା ବୁଦ୍ଧିରେ ମାୟା ତାଲା ଲଗାଇ ଦେଇଛି । ପରମପିତା ପରାମାତ୍ମାଙ୍କର ମହିମା ମଧ୍ୟ ଗାଉଛନ୍ତି, ହେ ପରମପିତା ପରମାତ୍ମା, ବୁଦ୍ଧିମାନଙ୍କର ବୁଦ୍ଧି ଆପଣ ଅଟନ୍ତି । ବୁଦ୍ଧିହୀନମାନଙ୍କୁ ଆପଣ ବୁଦ୍ଧି ଦିଅନ୍ତୁ । ଆଉ ସମସ୍ତେ ଆସୁରୀ ମତ ଦେଇଥାଆନ୍ତି, କିନ୍ତୁ ଶ୍ରେଷ୍ଠ ମତ ଏକମାତ୍ର ହିଁ ବାବା ଦିଅନ୍ତି । ମନୁଷ୍ୟମାନେ କେବଳ ଗାୟନ କରୁଛନ୍ତି କିନ୍ତୁ କିଛି ବୁଝୁନାହାଁନ୍ତି ।

ତୁମମାନଙ୍କ ପାଖରେ ଏବେ ତିନି ଲୋକର ଜ୍ଞାନ ରହିଛି । ଏପରି ନୁହେଁ ଯେ, କେବଳ ବିଶ୍ୱର ଜ୍ଞାନ ରହିଛି, ବିଶ୍ୱଠାରୁ ମଧ୍ୟ ଆଗକୁ କଣ ଅଛି ତୁମେମାନେ ଜାଣିଛ । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ ଏହି ତିନି ଲୋକର ଜ୍ଞାନ ତୁମ ବୁଦ୍ଧିରେ ଅଛି । ଯେଉଁମାନେ ଭଲ ଭାବରେ ପାଠ ପଢୁଛନ୍ତି ସେମାନଙ୍କ ବୁଦ୍ଧିରେ ଅଛି । ତୁମେମାନେ ସ୍କୁଲରେ ପାଠ ପଢୁଛ, ତେଣୁ ପାଠପଢା ସଂପୂର୍ଣ୍ଣ ରୂପେ ବୁଦ୍ଧିରେ ରହିବା ଦରକାର । ତିନିକାଳର ଜ୍ଞାନ ତୁମ ବୁଦ୍ଧିରେ ଅଛି । ତୁମେମାନେ ଏବେ ତ୍ରିକାଳଦର୍ଶୀ ହୋଇଛ । ତୁମକୁ ତ୍ରିଲୋକୀନାଥ ବୋଲି କୁହାଯିବ ନାହିଁ । ତ୍ରିଲୋକୀନାଥ କେହି ହୋଇନଥାନ୍ତି । ତ୍ରିକାଳଦର୍ଶୀ ଶବ୍ଦ ଠିକ୍ ଅଛି । ତିନିଲୋକ, ତିନିକାଳକୁ ତୁମେମାନେ ଜାଣିଛ । ବାସ୍ତବରେ ଆମେ ବ୍ରହ୍ମଲୋକ ନିବାସୀ ଅଟୁ । ଆମେ ଆତ୍ମାମାନେ ସେଠାରେ ନିବାସ କରିଥାଉ । ଏହି ଜ୍ଞାନ ଆଉ କାହା ବୁଦ୍ଧିରେ ନାହିଁ । ଏକଥା ତୁମେ ଜାଣିଛ ଯେ, ପରମପିତା ପରମାତ୍ମା ତ୍ରିକାଳଦର୍ଶୀ ଅଟନ୍ତି । ସିଏ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ, ତିନିକାଳ ଏବଂ ତ୍ରିଲୋକକୁ ଜାଣିଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ବୈକୁଣ୍ଠନାଥ ବୋଲି କୁହାଯିବ କିନ୍ତୁ ତ୍ରିଲୋକୀନାଥ ନୁହେଁ । ସିଏ ହେଭେନ୍ ବା ସ୍ୱର୍ଗର ମାଲିକ ଅଟନ୍ତି । ବାବାଙ୍କୁ ସ୍ୱର୍ଗର ମାଲିକ ବୋଲି କୁହାଯିବ ନାହିଁ । ତେବେ ଏସବୁ ମଧ୍ୟ ବୁଝିବାର କଥା । ପରମାତ୍ମାଙ୍କ ସଦୃଶ କୌଣସି ମନୁଷ୍ୟ ହୋଇପାରିବ ନାହିଁ । ଏକଥା ମଧ୍ୟ କହନ୍ତି ଯେ, ପରମାତ୍ମା ଜାନୀ ଜାନନହାର ଅର୍ଥାତ୍ ସବୁ କିଛି ଜାଣୁଛନ୍ତି ଜ୍ଞାନର ସାଗର ଅଟନ୍ତି, କିନ୍ତୁ ଏହାର ଅର୍ଥକୁ ଜାଣିନାହାଁନ୍ତି । ଭାବୁଛନ୍ତି, ଜାନୀ ଜାନନହାର ଅର୍ଥାତ୍ ସମସ୍ତଙ୍କର ହୃଦୟର କଥାକୁ ଜାଣିଥିବେ । କିନ୍ତୁ ତାଙ୍କୁ ସର୍ବବ୍ୟାପୀ ବୋଲି କହି ଗ୍ଲାନୀ କରିଦେଇଛନ୍ତି ।

ବର୍ତ୍ତମାନ ତୁମେମାନେ ଈଶ୍ୱରୀୟ ବଂଶାବଳୀ ହୋଇଛ ପୁଣି ଦୈବୀ ବଂଶାବଳୀ ହେବ । ଈଶ୍ୱର ବଡ ନା ସତ୍ୟଯୁଗର ଦେବତାମାନେ ବଡ? ସେହି ଦେବତାମାନଙ୍କଠାରୁ ବଡ ସୂକ୍ଷ୍ମବତନବାସୀ ଦେବତାମାନେ ଅଟନ୍ତି । ତେବେ ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମାଙ୍କୁ ବଡ ବୋଲି କୁହାଯିବ ନା! କାରଣ ସିଏ ହେଲେ ଅବ୍ୟକ୍ତ । ଇଏ ତ ବ୍ୟକ୍ତ ନା । ଇଏ ଯେତେବେଳେ ପବିତ୍ର ଫରିସ୍ତା ହେଉଛନ୍ତି ସେତେବେଳେ ତାଙ୍କର ମହିଁମା ହେଉଛି । ଯଦି ବ୍ରାହ୍ମଣମାନଙ୍କୁ ଏବେ ଅଳଙ୍କାର ଦିଆଯିବ ତେବେ ସେହି ଅସ୍ତ୍ର-ଶସ୍ତ୍ର ଶୋଭା ପାଇବ ନାହିଁ ସେଥିପାଇଁ ବିଷ୍ଣୁଙ୍କୁ ସ୍ୱଦର୍ଶନ ଚକ୍ର ଦେଖାଉଛନ୍ତି । ଶଙ୍ଖ, ଚକ୍ର, ଗଦା, ପଦ୍ମ ଏହାର ଅର୍ଥକୁ ମଧ୍ୟ ଏବେ ତୁମେମାନେ ବୁଝିଗଲଣି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କୁ ତ ଅସ୍ତ୍ରଶସ୍ତ୍ର ଦେବେ ନାହିଁ । ଏସବୁ ବର୍ତ୍ତମାନର କଥା । ବାସ୍ତବରେ ଏହା ଜ୍ଞାନର ଅସ୍ତ୍ର-ଶସ୍ତ୍ର ଅଟେ । ଏହା କୌଣସି ସ୍ଥୂଳ ହତିଆରର କଥା ନୁହେଁ । ଶାସ୍ତ୍ରଗୁଡିକରେ ତ ସ୍ଥୂଳ ହତିଆର ଆଦିର ବର୍ଣ୍ଣନା କରିଦେଇଛନ୍ତି । ପାଣ୍ଡବ ଏବଂ କୌରବଙ୍କର ସେନା ଦେଖାଇଛନ୍ତି, କିନ୍ତୁ ସେଥିରେ ମହିଳାମାନଙ୍କୁ ଦେଖାଉନାହାଁନ୍ତି । ପାଣ୍ଡବ ସେନାରେ କେବଳ ପୁରୁଷମାନଙ୍କୁ ଦେଖାଉଛନ୍ତି । ବାକି ଶକ୍ତିସେନା କୁଆଡେ ଗଲେ । ଏମାନେ ହେଲେ ଗୁପ୍ତ । କେହି ହେଲେ ଜାଣିନାହାଁନ୍ତି ଯେ, ଏହି ଶିବଶକ୍ତିମାନେ କୁଆଡେ ଗଲେ । ଏମାନଙ୍କର ବୃତ୍ତାନ୍ତ କିଛି ବି ଦେଖାଇ ନାହାଁନ୍ତି । ଶକ୍ତିମାନେ କିପରି ଲଢେଇ କଲେ! ସେନା ଦେଖାଉଛନ୍ତି ନା । କେହି ହେଲେ ବି ବୁଝିପାରୁ ନାହାଁନ୍ତି, ଯିଏ ଯାହା କହିଲେ ଲେଖି ଦେଉଛନ୍ତି । ଯଥାର୍ଥ ରୂପେ ଏବେ ତୁମେ ସବୁ ଜାଣୁଛ । ଆମେ ସମସ୍ତେ ଅଭିନେତା ଅଟୁ । ପ୍ରତ୍ୟେକ ଆତ୍ମାକୁ ନିଜ ନିଜର ଅଭିନୟ ମିଳିଛି । ବାବା ଯାହାଙ୍କୁ ସୃଷ୍ଟିକର୍ତ୍ତା, ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ବୋଲି କୁହାଯାଉଛି ତାଙ୍କ ଦ୍ୱାରା ତୁମେ ସାରା ଡ୍ରାମାର ରହସ୍ୟକୁ ଜାଣୁଛ । ଏଥିରେ ୪ଟି ଯୁଗ ରହିଛି ଅଥବା ୪ ଭାଗ ଅଛି, ଯାହାକୁ ଯୁଗ ବୋଲି କହୁଛନ୍ତି । ବାସ୍ତବରେ ଏହା ୫ ଅଟେ, ପଞ୍ଚମରେ ଏହି କଲ୍ୟାଣକାରୀ ଯୁଗ ରହିଛି । ସତ୍ୟଯୁଗ ଏବଂ ତ୍ରେତାର ସଂଗମକୁ କଲ୍ୟାଣକାରୀ ବୋଲି କୁହାଯିବ ନାହିଁ କାହିଁକି ନା ତଳକୁ ଖସି ଆସୁଛନ୍ତି, ସତ୍ତ୍ୱପ୍ରଧାନ ସତ୍ତ୍ୱ, ରଜୋ, ତମୋ ଏହା ହେଉଛି ସିଢି । ଯେଉଁ ସିଢି ସମସ୍ତଙ୍କୁ ଓହ୍ଲାଇବାକୁ ହିଁ ପଡିଥାଏ । ଜ୍ଞାନ ଆଧାରରେ ତୁମେମାନେ ଥରେ ମାତ୍ର ଆଗକୁ ଯାଉଛ ପୁଣି ଉପରକୁ ଚଢିଥିବା ସିଢିରେ ତଳକୁ ଓହ୍ଲାଉଛ । ସିଢିରେ ତଳକୁ ଓହ୍ଲାଇବା ବହୁତ ସହଜ । ଚଢିବାରେ ବହୁତ ମୁସକିଲ ହୋଇଥାଏ । ତୁମେମାନେ ଏବେ କେତେ ପରିଶ୍ରମ କରୁଛ । ମନୁଷ୍ୟରୁ ଦେବତା ହେବା ଅର୍ଥ ଉଚ୍ଚକୁ ଚଢିବା ହେଲା ନା । କଥାରେ କୁହାଯାଏ, ଚଢିଲେ ଚାଖିବ ପ୍ରେମ ରସ । ଜାଣିଛ ଯେ, ବର୍ତ୍ତମାନ ଆମେ ଉପରକୁ ଚଢୁଛୁ । ପୁଣି ଯେବେ ପଡିଯାଉଛ ଏକଦମ୍ ଚକନାଚୂର ହୋଇଯାଉଛ । ତେବେ କେତେ ସମୟ ଲାଗୁଛି! ଏହା ବହୁତ ଲମ୍ବା ସିଢି । ତୁମେ ଜାଣିଛ ଯେ, ଏବେ ଆମେ ଚଢୁଛୁ ପୁଣି ତଳକୁ ଓହ୍ଲାଇବୁ । ଚଢିବାକୁ ଗୋଟିଏ ସେକେଣ୍ଡ ଲାଗିଥାଏ, ଯେଉଁମାନେ ପଛରେ ଆସୁଛନ୍ତି ସେମାନେ ମଧ୍ୟ ଗୋଟିଏ ସେକେଣ୍ଡରେ ଚଢିପାରିବେ । ଅବଳା, ମାତାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । କନ୍ୟାମାନେ ଡାକୁଛନ୍ତି, ବାବା ପତିତ ହେବାରୁ ମୁକ୍ତ କର । ଢେର କନ୍ୟାମାନେ ଅଛନ୍ତି । ଅବଳାମାନଙ୍କ ଉପରେ ଯେତେବେଳେ ବହୁତ ଅତ୍ୟାଚାର ହୋଇଥାଏ, ମାରପିଟ୍ ହୋଇଥାଏ ତେବେ ଜଣାପଡିଯାଏ ଯେ, ସେମାନଙ୍କର ପାପର ଘଡା ଭରୁଛି ଏବଂ ଭରପୁର ହୋଇ ପୁଣି ଭାଙ୍ଗିଯାଉଛି । ଶାସ୍ତ୍ରରେ ଦେଖାନ୍ତି ନା - ଘଡାରୁ ସୀତା ବାହାରିଲେ । ବାସ୍ତବରେ ତୁମେମାନେ ହେଉଛ ସଚ୍ଚା-ସଚ୍ଚା ସୀତା ଘଡାରୁ ବାହାରୁଛ । ଏହି ଘଡିରୁ ରାଧାଙ୍କ ସହିତ ସୀତା ମଧ୍ୟ ବାହାରିଛନ୍ତି । ରଘୁପତି ରାଘବ ରାଜା ରାମ ଲେଖିଛନ୍ତି ତେଣୁ ସୀତାଙ୍କର ନାମ ମଧ୍ୟ ଲେଖିଦେଇଛନ୍ତି । ଜଗତଅମ୍ବା, ଜଗତପିତା ହିଁ ପୁଣି ରାଜ-ରାଜଶ୍ୱେର, ରାଜ-ରାଜେଶ୍ୱରୀ ହେଉଛନ୍ତି । ଯିଏକି ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣ ଥିଲେ, ପୁଣି ଅନ୍ତିମ ସମୟରେ ଦେଖ କଣ ହୋଇଯାଉଛନ୍ତି! ସତ୍ୟଯୁଗରେ ଏତେ ୩୩ କୋଟି ମନୁଷ୍ୟ ନଥିଲେ । ସେଠାରେ ତ ବହୁତ କମ୍ ମନୁଷ୍ୟ ଥାଆନ୍ତି ପରେ ପୁଣି ବୃଦ୍ଧି ହୋଇଚାଲେ । ଦୈବୀ ସମ୍ପ୍ରଦାୟମାନେ ହିଁ ପୁନର୍ଜନ୍ମ ନେଇ-ନେଇ ପୁଣି ଆସୁରୀ ସମ୍ପ୍ରଦାୟର ହୋଇଯାଉଛନ୍ତି । ଏବେ ପୁଣି ବାବା ଆସୁରୀ ସମ୍ପ୍ରଦାୟକୁ ଦୈବୀ ସମ୍ପ୍ରଦାୟରେ ପରିବର୍ତ୍ତନ କରୁଛନ୍ତି । କଳ୍ପ-କଳ୍ପ ଏହିପରି କରୁଛନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଲାଣି । ତୁମେମାନେ ହିଁ ତ୍ରିକାଳଦର୍ଶୀ ହେଉଛ । ତୁମକୁ ତିନିଲୋକର ଜ୍ଞାନ ମଧ୍ୟ ମିଳିଛି । ତୁମେ କହିବ ଯେ, ଆମେ ପୂଜ୍ୟ ବୈକୁଣ୍ଠନାଥ ଥିଲୁ, ଏବେ ପୂଜାରୀ ନର୍କର ନାଥ ହୋଇଯାଇଛୁ । ହମ ସୋର ଯଥାର୍ଥ ଅର୍ଥକୁ ନ ଜାଣିବା କାରଣରୁ ଆତ୍ମା ହିଁ ପରମାତ୍ମା ବୋଲି କହି ଦେଉଛନ୍ତି । ଏଥିରେ କେତେ ଫରକ ରହିଛି । ଏବେ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ - ଏହା ବିଶ୍ୱର ଇତିହାସ-ଭୂଗୋଳ ଅଟେ । ତୁମେମାନେ ଏହି ବେହଦର ଚକ୍ରକୁ ମଧ୍ୟ ଜାଣିଗଲଣି । ତିନିଲୋକ, ତିନିକାଳକୁ ମଧ୍ୟ ତୁମେମାନେ ଜାଣିଛ ।

ଏହି ଗୁପ୍ତ ପାଠ ବାବା ପଢାଉଛନ୍ତି । କେହି ଜାଣିନାହାଁନ୍ତି ଯେ - ଗୀତାରେ କଣ ଏପରି କଥା ଅଛି । ଏହି ଜ୍ଞାନ ଯାହା ପାଖରେ ଥିବ ସିଏ ହିଁ ଶିଖାଇବେ । ପୁଣି ନିଜର ପାର୍ଟକୁ ସେହି ସମୟରେ ହିଁ ପୁନରାବୃତ୍ତି କରିବେ । ଖ୍ରୀଷ୍ଟ ନିଜର ପାର୍ଟକୁ ନିଜ ସମୟରେ ହିଁ ପୁନରାବୃତ୍ତି କରିବେ । ତୁମେମାନେ ଜାଣିଛ ଯେ, ଆମେ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ, ବୈଶ୍ୟ, ଶୁଦ୍ରବଂଶୀ ହେଉଛୁ । ଚକ୍ର ଏହିପରି ଘୂରି ଚାଲିଛି । ଇସ୍ଲାମୀ, ବୈାଦ୍ଧି ପୁଣି ନିଜର ପାର୍ଟକୁ ପୁନରାବୃତ୍ତି କରିବେ । ଯେତେବେଳେ ଏକମାତ୍ର ଦେବୀ-ଦେବତା ଧର୍ମ ଥିଲା ସେତେବେଳେ ଅନ୍ୟ ସବୁ ଧର୍ମ ନଥିଲା । ବିଶ୍ୱ ତ ଗୋଟିଏ । ବାବା ରଚୟିତା ଏବଂ ରଚନାର ରହସ୍ୟକୁ ବୁଝାଇଛନ୍ତି । ପ୍ରତ୍ୟେକ ମନୁଷ୍ୟ ହଦର ବ୍ରହ୍ମା ଅଟନ୍ତି । ପିଲାମାନଙ୍କୁ ସୃଷ୍ଟି କରୁଛନ୍ତି ପୁଣି ତାଙ୍କର ପାଳନା କରୁଛନ୍ତି । ଏଠାରେ ରଚୟିତା ବାବାଙ୍କଠାରୁ ରଚନାକୁ ବର୍ସା ମିଳୁଛି । ଭାଇ, ଭାଇକୁ ବର୍ସା ଦେଇଥାଏ - ଏକଥା କେବେ ଶୁଣିଛ? ପିଲାମାନେ ଜାଣିଛନ୍ତି - ଜଣେ ହେଲେ ଲୌକିକ ପିତା, ଏକଥା ତ ସମସ୍ତେ ଜାଣିଛନ୍ତି । ଲୌକିକ ପିତାଙ୍କ ଠାରୁ ବର୍ସା ମିଳିଥାଏ । ଲୌକିକ ଶିକ୍ଷକ ମଧ୍ୟ ପାଠ ପଢାଇଥାନ୍ତି, କିନ୍ତୁ ତାଙ୍କ ଦ୍ୱାରା କଣ କିଏ ସାରା ସୃଷ୍ଟିର ମାଲିକ ହୋଇଯାଆନ୍ତି, ଏହା ବେହଦର କଥା ଅଟେ । ଯେଉଁମାନେ ଏଠାରେ ରହୁଛନ୍ତି ସେମାନେ ମଧ୍ୟ ବେହଦର ବାବାଙ୍କୁ ସ୍ମରଣ କରୁଛନ୍ତି । ତାଙ୍କୁ କହୁଛନ୍ତି ବାବା, ଶିବବାବା । ସୃଷ୍ଟିକର୍ତ୍ତାକୁ ବାବା କୁହାଯିବ ନା । କେବଳ ବାବା ଶବ୍ଦ ବହୁତ ହାଲୁକା ନାମ ସେଥିପାଇଁ ଶିବବାବା ବୋଲି କହୁଛନ୍ତି । ସିଏ ହେଲେ ନିରାକାର । ସମସ୍ତଙ୍କୁ ପଚରାଯାଉଛି ଯେ, ଶିବବାବା ସହିତ ତୁମର କଣ ସମ୍ବନ୍ଧ ରହିଛି? ଏକଥା ମଧ୍ୟ କହୁଛନ୍ତି - ଶିବବାବା ଆମର ଝୁଲା ମୁଣି ଭରିଦିଅ । ବାବାଙ୍କର ଶିବ ନାମ ତ ଠିକ୍ ଅଛି । ଶଙ୍କରଙ୍କର ଚିତ୍ର ଅଲଗା ଅଟେ । ଶିବ ଏବଂ ଶଙ୍କର ଉଭୟଙ୍କୁ ମିଶାଇ ଶିବ-ଶଙ୍କର କହିବା, ଏହା ତ ବହୁତ ବଡ ଭୁଲ୍ । ତୁମେମାନେ ଉଚ୍ଚରୁ ଉଚ୍ଚ ବାବାଙ୍କୁ ଭୁଲିଯାଇଛ । ଏହି ଚିତ୍ର ବହୁତ ଭଲ । ବ୍ରହ୍ମାଙ୍କ ଦ୍ୱାରା ଏବେ ସ୍ଥାପନା ହେଉଛି । ଜ୍ଞାନ ମଧ୍ୟ ଏବେ ମିଳିବ । ତୁମେମାନେ ଏବେ ବ୍ରାହ୍ମଣ ହୋଇଛ । ବ୍ରାହ୍ମଣ କେଉଁଠାରୁ ଆସିଲେ? ମୁଁ ସେମାନଙ୍କୁ ପୋଷ୍ୟ କରୁଛି । ବ୍ରହ୍ମାଙ୍କୁ ମଧ୍ୟ ପୋଷ୍ୟ କରିଛି । ବ୍ରହ୍ମାଙ୍କଠାରୁ ବ୍ରାହ୍ମଣମାନେ ଜନ୍ମ ହେଉଛନ୍ତି । ତୁମେମାନେ ଜାଣିଛ ଯେ, ଏବେ ଆମେମାନେ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ଅଟୁ । ପ୍ରଜାପିତା ଶବ୍ଦ ତ ନିଶ୍ଚିତ ଲେଖିବାକୁ ହେବ । କେବଳ ବ୍ରହ୍ମା ନାମ କହୁଛନ୍ତି କିନ୍ତୁ ବ୍ରହ୍ମା ନାମ ତ ବହୁତ ରହିଛି । ପ୍ରଜାପିତା ବ୍ରହ୍ମା ନାମ ତ କାହାର ନଥିବ । ଇଏ ତ ମନୁଷ୍ୟ ଅଟନ୍ତି ନା । ରୁଦ୍ର ଶିବବାବା ଏହି ଯଜ୍ଞ ରଚନା କରିଛନ୍ତି । ଏଥିପାଇଁ ନିଶ୍ଚିତ ବ୍ରାହ୍ମଣମାନେ ରହିବା ଦରକାର । ତୁମେମାନେ ଜାଣିଛ ଯେ, ବ୍ରାହ୍ମଣ କିପରି ହେଉଛନ୍ତି! ଯଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ରଚନା କରାଯାଇଥାଏ । ତୁମେମାନେ ଏବେ ବ୍ରାହ୍ମଣ ହୋଇଛ ପୁଣି ଦେବତା ହେବାକୁ ଯାଉଛ । ତୁମକୁ ପୁଣି ଏହି ସୃଷ୍ଟିକୁ ଆସିବାକୁ ହିଁ ହେବ ତେବେ ଏମାନେ ସମସ୍ତେ କୁଆଡେ ଯିବେ? ଏହି ରୁଦ୍ର ଜ୍ଞାନ ଯଜ୍ଞରେ ସମସ୍ତେ ସ୍ୱାହା ହୋଇଯାଉଛନ୍ତି । ପୁରୁଣା ଦୁନିଆର ଆହୁତି ଏହି ରୁଦ୍ର ଜ୍ଞାନ ଯଜ୍ଞରେ ପଡିଛି । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ହିଁ ବିନାଶ ଜ୍ୱାଳା ବାହାରିଛି । ଶଙ୍କରଙ୍କ ଦ୍ୱାରା ବିନାଶ ବୋଲି ଗାୟନ ରହିଛି । ଏହାର ଲକ୍ଷଣ ମଧ୍ୟ ବାସ୍ତବରେ ତୁମେମାନେ ଦେଖୁଛ । ଏହା ସେହି ସମୟ ଅଟେ । ଗାୟନ ମଧ୍ୟ ରହିଛି, ୟୁରୋପବାସୀ ଯାଦବ, କୌରବ ଏବଂ ପାଣ୍ଡବ । ଭାରତବାସୀ ନିଜର ଧର୍ମକୁ ହିଁ ଭୁଲିଯାଇଛନ୍ତି । ଏହାର ଚିତ୍ର ମଧ୍ୟ ଅଛି କିନ୍ତୁ ଏକଥା କାହାକୁ ଜଣାନାହିଁ । ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା କିନ୍ତୁ ସେମାନଙ୍କୁ ଏହି ରାଜ୍ୟ କିଏ ଦେଲା? ଦେବୀ-ଦେବତା ଧର୍ମର ସ୍ଥାପନା କିପରି ହେଲା? ଏକଥା ବିଲକୁଲ୍ କେହି ଜାଣିନାହାଁନ୍ତି । ଯେଉଁମାନେ ଧର୍ମ ସ୍ଥାପନ କରୁଛନ୍ତି ସେହିମାନେ ହିଁ ବୁଝାଉଛନ୍ତି । ସେମାନେ ଅନ୍ୟ କୌଣସି ବିଶ୍ୱର ଇତିହାସ-ଭୂଗୋଳକୁ ବୁଝାଇ ପାରିବେ ନାହିଁ । ତିନିଲୋକର ଜ୍ଞାନ କେହି ଦେଇ ପାରିବେ ନାହିଁ । ସମସ୍ତଙ୍କର ଅଭିନୟକୁ ଏବେ ତୁମେମାନେ ଜାଣିଗଲଣି । ଏମାନେ ପୁଣି ନିଜ ନିଜ ସମୟରେ ଅଭିନୟ କରିବାକୁ ଆସିବେ । ଆଗକୁ ଗଲେ ତୁମର ମହିଁମା ମଧ୍ୟ ବଢିଚାଲିବ । ତୁରନ୍ତ ବୃଦ୍ଧି ହୋଇଚାଲିବ । ତେବେ କେତେ ବଡ ଘର ତିଆରି କରିବାକୁ ପଡିବ । ଡ୍ରାମାରେ ପାର୍ଟ ରହିଛି । ତୁମେମାନେ ଜାଣିଛ ଯେ, କେତେ ପିଲା ଆସିବେ । ଏହିପରି ବୃଦ୍ଧି ହୋଇ ଚାଲିବେ । ଏଠାକୁ ଶିକ୍ଷା ନେବା ପାଇଁ ମଧ୍ୟ ଆସିବେ । ବାକି ତ ବୁଲିବା ପାଇଁ ବହୁତ ଆସୁଛନ୍ତି । ଧରାଯାଉ - କେହି ଶିକ୍ଷାମନ୍ତ୍ରୀ ଆଦି ଏଠାକୁ ଆସୁଛନ୍ତି, ତେବେ ତାଙ୍କୁ ମଧ୍ୟ ଜ୍ଞାନ ବୁଝାଇବାକୁ ହେବ । ଆମ ପାଖରେ ବିଶ୍ୱର ଇତିହାସ-ଭୂଗୋଳ ରହିଛି । ସାରା କଳ୍ପର ଚକ୍ରକୁ କେହି ବି ଜାଣିନାହାଁନ୍ତି । ତୁମେମାନେ ଏବେ ଜ୍ଞାନର ସାଗରଙ୍କ ଦ୍ୱାରା ମାଷ୍ଟର ଜ୍ଞାନ ସାଗର ହେଉଛ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ବେହଦର ଇତିହାସ-ଭୂଗୋଳକୁ ନିଜେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ । ଜ୍ଞାନର ସବୁ ଅଳଙ୍କାରଗୁଡିକୁ ଧାରଣ କରିବା ପାଇଁ ପବିତ୍ର ଫରିସ୍ତା ହେବାକୁ ପଡିବ ।

(୨) ବୁଦ୍ଧିମାନମାନଙ୍କର ବୁଦ୍ଧି ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କ ଶ୍ରୀମତରେ ଚାଲି ବୁଦ୍ଧିମାନ୍ ହେବାକୁ ପଡିବ । ଏହି ବ୍ରାହ୍ମଣ ଜୀବନ ଅମୂଲ୍ୟ ଅଟେ - ଏହି ନିଶାରେ ରହିବାକୁ ହେବ ।

ବରଦାନ:-
ରଙ୍ଗ ଏବଂ ରୂପ ସହିତ ସମ୍ପୂର୍ଣ୍ଣ ପବିତ୍ରତାର ସୁଗନ୍ଧକୁ ଧାରଣ କରୁଥିବା ଆକର୍ଷକ ମୂରତ ହୁଅ ।

ବ୍ରାହ୍ମଣ ଜନ୍ମ ପାଇବା ପରେ ସମସ୍ତଙ୍କ ଭିତରେ ଶ୍ରେଷ୍ଠ ସଂଗର ରଙ୍ଗ ମଧ୍ୟ ଲାଗିଯାଇଛି ଏବଂ ରୂପ ମଧ୍ୟ ପରିବର୍ତ୍ତନ ହୋଇଯାଇଛି କିନ୍ତୁ ସୁଗନ୍ଧ ଏବେ ପର୍ଯ୍ୟନ୍ତ ମଧ୍ୟ କମ ବେଶୀ ହିସାବରେ ଅଛି । ତେବେ ଆକର୍ଷଣ ମୂରତ ହେବା ପାଇଁ ରଙ୍ଗ ଏବଂ ରୂପ ସାଥୀରେ ସମ୍ପୂର୍ଣ୍ଣ ପବିତ୍ରତାର ସୁଗନ୍ଧ ମଧ୍ୟ ଆବଶ୍ୟକ । ପବିତ୍ରତା ଅର୍ଥାତ୍ କେବଳ ବ୍ରହ୍ମଚାରୀ ନୁହେଁ କିନ୍ତୁ ଦେହର ଆକର୍ଷଣ ଠାରୁ ମଧ୍ୟ ମୁକ୍ତ । ମନ ମଧ୍ୟ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ସମ୍ବନ୍ଧ ପ୍ରତି ଆକର୍ଷିତ ହେଉନଥିବ । ଶରୀରରେ ମଧ୍ୟ ବ୍ରହ୍ମଚାରୀ, ସମ୍ବନ୍ଧରେ ମଧ୍ୟ ବ୍ରହ୍ମଚାରୀ ଏବଂ ସଂସ୍କାରରେ ମଧ୍ୟ ବ୍ରହ୍ମଚାରୀ - ଏହିଭଳି ସୁଗନ୍ଧଯୁକ୍ତ ଆତ୍ମିକ ଗୋଲାପ ଫୁଲମାନେ ହିଁ ଆକର୍ଷଣମୂରତ ହୋଇଥାଆନ୍ତି ।

ସ୍ଲୋଗାନ:-
ଯଦି ଯଥାର୍ଥ ସତ୍ୟକୁ ପରଖିନେବ ତେବେ ଅତିନ୍ଦ୍ରୀୟ ସୁଖର ଅନଭୂତି କରିବା ସହଜ ହୋଇଯିବ ।