21/07/20 ପ୍ରାତଃ ମୁରଲୀ ଓମ୍ ଶାନ୍ତି "ବାପଦାଦା” ମଧୁବନ


"ମିଠେ ବଚ୍ଚେ:— ବାବା ତୁମମାନଙ୍କୁ ସୁନ୍ଦର ଦେବୀ ଦେବତା କରିବା ପାଇଁ ପାଠ ପଢ଼ାଉଛନ୍ତି, ସୁନ୍ଦରତାର ଆଧାର ହେଉଛି ପବିତ୍ରତା । ’’

ପ୍ରଶ୍ନ:-

ଆତ୍ମିକ ଶମା ଅର୍ଥାତ୍ ଦୀପ କିମ୍ବା ମହାମବତୀ ଇତ୍ୟାଦିର ଶିଖା ଉପରେ ଯେଉଁ ପତଙ୍ଗମାନେ ଝାସ ଦିଅନ୍ତି ସେମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-

ପରମାତ୍ମା ରୂପୀ ଦୀପ ଶିଖା ଉପରେ ଝାସ ଦେଉଥିବା ଆତ୍ମାରୂପୀ ପତଙ୍ଗମାନଙ୍କର ଲକ୍ଷଣ ହେଲା - (୧) ଶମା ଯିଏ ଅଟନ୍ତି ଯେପରି ଅଟନ୍ତି ତାଙ୍କୁ ଯଥାର୍ଥ ରୂପରେ ଜାଣିଛନ୍ତି ଏବଂ ମନେପକାଉଛନ୍ତି, (୨) ଝାସ ଦେବା ଅର୍ଥାତ୍ ବାବାଙ୍କ ସମାନ ହେବା, (୩) ଝାସ ଦେବା ଅର୍ଥାତ୍ ବାବାଙ୍କଠାରୁ ମଧ୍ୟ ଉଚ୍ଚ ରାଜତ୍ୱର ଅଧିକାରୀ ହୋଇଯିବା ।

ଗୀତ:-

ମହଫିଲ୍ ମେଁ ଜଲ୍ ଉଠି ଶମା...

ଓମ୍ ଶାନ୍ତି । ସନ୍ତାନମାନେ ଗୀତର ଏହି ଲାଇନ୍ ଶୁଣିଲେ । ଏକଥା କିଏ ବୁଝାଉଛନ୍ତି ? ଆତ୍ମିକ ପିତା । ସେ ଶମା ଅର୍ଥାତ୍ ଅଗ୍ନିଶିଖା ମଧ୍ୟ ଅଟନ୍ତି । ଅନେକ ନାମ ରଖିଛନ୍ତି । ବାବାଙ୍କର ବି ବହୁତ ସ୍ତୁତି କରୁଛନ୍ତି । ଏହା ମଧ୍ୟ ପରମପିତା ପରମାତ୍ମାଙ୍କର ସ୍ତୁତି ଅଟେ ନା । ବାବା ଅଗ୍ନିଶିଖା ସଦୃଶ ଆସିଛନ୍ତି ପତଙ୍ଗମାନଙ୍କ ପାଇଁ । ପତଙ୍ଗମାନେ ଯେତେବେଳେ ଦୀପଶୀଖାକୁ ଦେଖନ୍ତି ତେବେ ତା’ ଉପରେ ସମର୍ପଣ ହୋଇ ପ୍ରାଣ ତ୍ୟାଗ କରିଦିଅନ୍ତି । ଅନେକ ପତଙ୍ଗ ଅଛନ୍ତି ଯିଏକି ଅଗ୍ନିଶିଖାରେ ପ୍ରାଣଦାନ କରନ୍ତି । ସେଥିରେ ବି ଖାସ୍ ଯେତେବେଳେ ଦୀପାବଳୀ ହୁଏ, ବହୁତ ବତୀ ଜଳେ ସେତେବେଳେ ଛୋଟ ଛୋଟ ଅନେକ ଜୀବ ରାତିରେ ମରିଯାଆନ୍ତି । ଏବେ ତୁମେମାନେ ଜାଣିଛ ଯେ ଆମର ବାବା ପରମ ଆତ୍ମା ଅଟନ୍ତି । ତାଙ୍କୁ ହୁସେନ୍ ମଧ୍ୟ କୁହାଯାଉଛି, ସେ ବହୁତ ସୁନ୍ଦର ଅଟନ୍ତି କାହିଁକିନା ସେ ସଦା ପବିତ୍ର । ଆତ୍ମା ପବିତ୍ର ହୋଇଗଲେ ଶରୀର ବି ପବିତ୍ର ମିଳିବ ପ୍ରାକୃତିକ ସୁନ୍ଦରତା ରହିବ । ଶାନ୍ତିଧାମରେ ଆତ୍ମାମାନେ ପବିତ୍ର ରହନ୍ତି ତା’ପରେ ଯେତେବେଳେ ଏଠାକୁ ଅଭିନୟ କରିବାକୁ ଆସନ୍ତି ସେତେବେଳେ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ, ତମୋରେ ଆସିଥାନ୍ତି । ପୁଣି ସୁନ୍ଦରରୁ ଶ୍ୟାମଳ ଅର୍ଥାତ୍ କଳା ଅପବିତ୍ର ହୋଇଯାଆନ୍ତି । ଆତ୍ମା ଯେତେବେଳେ ପବିତ୍ର ଥାଏ ସେତେବେଳେ ସୁବର୍ଣ୍ଣଯୁଗ ବୋଲି କୁହାଯାଏ । ତାଙ୍କୁ ପୁଣି ଶରୀର ବି ସତ୍ତ୍ୱପ୍ରଧାନ ମିଳେ । ଦୁନିଆ ବି ପୁରୁଣା ଏବଂ ନୂଆ ହୁଏ । ସେହି ସୁନ୍ଦର ପରମପିତା ପରମାତ୍ମା, ଯାହାଙ୍କୁ ଭକ୍ତିମାର୍ଗରେ ଡାକୁଛନ୍ତି — ହେ ଶିବବାବା, ସେହି ନିରାକାର ପରମପିତା ପରମାତ୍ମା ଆସିଛନ୍ତି ଆତ୍ମାମାନଙ୍କୁ ଅପବିତ୍ରରୁ ପବିତ୍ର ସୁନ୍ଦର କରିବାକୁ । ଏପରି ନୁହେଁ, ଆଜିକାଲି ଯିଏ ବହୁତ ସୁନ୍ଦର, ତାଙ୍କ ଆତ୍ମା ପବିତ୍ର ଅଟେ ନା । ଯଦିଓ ଶରୀର ସୁନ୍ଦର ତଥାପି ଆତ୍ମା ତ’ ପତିତ ଅଟେ ନା । ବିଲାତରେ କେତେ ସୁନ୍ଦର ମନୁଷ୍ୟ ଅଛନ୍ତି । ଜାଣିଛ ଏହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି ସତ୍ୟଯୁଗର ସୁନ୍ଦରତା ଏବଂ ଏଠାରେ ଅଛି ନର୍କର ସୁନ୍ଦରତା । ମନୁଷ୍ୟ ଏସବୁ କଥା ଜାଣିନାହାନ୍ତି । ପିଲାମାନଙ୍କୁ ହିଁ ବୁଝାଯାଉଛି ଏହା ହେଉଛି ନର୍କର ସୁନ୍ଦରତା । ଆମେ ବର୍ତ୍ତମାନ ସ୍ୱର୍ଗ ପାଇଁ ସ୍ୱତଃ ସୁନ୍ଦର ହେଉଛୁ । ୨୧ ଜନ୍ମ ପାଇଁ ଏପରି ସୁନ୍ଦର ହେବୁ । ଏଠାକାର ସୁନ୍ଦରତା ତ’ ଗୋଟିଏ ଜନ୍ମ ପାଇଁ ଅଟେ । ବାବା ଏଠାକୁ ଆସିଛନ୍ତି, ସାରା ଦୁନିଆର ମନୁଷ୍ୟ ମାତ୍ରଙ୍କୁ କ’ଣ ସାରା ଦୁନିଆକୁ ବି ସୁନ୍ଦର କରୁଛନ୍ତି । ସତ୍ୟଯୁଗ ନୂଆ ଦୁନିଆରେ ସୁନ୍ଦର ଦେବୀ ଦେବତାମାନେ ହିଁ ଥିଲେ । ସେପରି ହେବା ପାଇଁ ତୁମେ ଏବେ ପଢ଼ୁଛ । ବାବାଙ୍କୁ ଅଗ୍ନିଶିଖା ମଧ୍ୟ କୁହାଯାଉଛି ପରନ୍ତୁ ସେ ପରମ ଆତ୍ମା ଅଟନ୍ତି । ଯେପରି ତୁମକୁ ଆତ୍ମା କହୁଛନ୍ତି ସେପରି ତାଙ୍କୁ ପରମ ଆତ୍ମା କହୁଛନ୍ତି । ତୁମେମାନେ ବାବାଙ୍କର ମହିମା ଗାୟନ କରୁଛ, ବାବା ପୁଣି ପିଲାମାନଙ୍କର ମହିମା କରୁଛନ୍ତି, ତୁମକୁ ଏପରି କରୁଛି, ଯଦ୍ୱାରା ମୋ’ଠାରୁ ବି ତୁମର ପଦ ଉଚ୍ଚ ହେଉଛି । ମୁଁ ଯିଏ, ଯେଉଁଭଳି ମୁଁ ପାର୍ଟ କରୁଛି ଏହା ଅନ୍ୟ କେହି ଜାଣିନାହାନ୍ତି । ଏବେ ତୁମେମାନେ ଜାଣିଛ କିପରି ଆମେ ଆତ୍ମାମାନେ ଅଭିନୟ କରିବା ପାଇଁ ପରମଧାମରୁ ଆସୁଛୁ । ଆମେ ଶୁଦ୍ର କୂଳରେ ଥିଲୁ ତା’ପରେ ପୁଣି ବର୍ତ୍ତମାନ ବ୍ରାହ୍ମଣ କୁଳକୁ ଆସିଛୁ । ଏହା ମଧ୍ୟ ତୁମର ବର୍ଣ୍ଣ ଅଟେ, ଅନ୍ୟ କୌଣସି ଧର୍ମ ପାଇଁ ଏହି ବର୍ଣ୍ଣ ନୁହେଁ । ତାଙ୍କର ବର୍ଣ୍ଣ ନଥାଏ । ତାଙ୍କର ତ’ ଗୋଟିଏ ବର୍ଣ୍ଣ, ଖ୍ରୀଷ୍ଟିଆନ୍ ହିଁ ରହିଆସିଛି । ହଁ, ସେଥିରେ ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଆସିବାକୁ ହୁଏ । ବାକି ଏହି ବର୍ଣ୍ଣ ତୁମ ପାଇଁ । ସୃଷ୍ଟି ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଗତି କରେ । ଏହି ସୃଷ୍ଟିଚକ୍ର ବେହଦର ବାବା ବସି ବୁଝାଉଛନ୍ତି । ଯେଉଁ ବାବା ଜ୍ଞାନର ସାଗର, ପବିତ୍ରତାର ସାଗର ଅଟନ୍ତି, ନିଜେ କହୁଛନ୍ତି ଯେ ମୁଁ ପୁନର୍ଜନ୍ମ ନେଉନାହିଁ । ଯଦିଓ ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ପରନ୍ତୁ ମନୁଷ୍ୟମାନଙ୍କୁ ଏହା ଜଣାନାହିଁ ଯେ ସେ କେବେ ଆସୁଛନ୍ତି । ତାଙ୍କର ଜୀବନ କାହାଣୀକୁ ବି ଜାଣନ୍ତି ନାହିଁ । ବାବା କହୁଛନ୍ତି ମୁଁ ଯିଏ ଯେପରି ଅଟେ, ମୋ ମଧ୍ୟରେ କ’ଣ ଅଭିନୟ ଅଛି, ସୃଷ୍ଟିଚକ୍ର କିପରି ଘୁରୁଛି — ଏହା ତୁମମାନଙ୍କୁ ମୁଁ ପ୍ରତିକଳ୍ପରେ ବୁଝାଉଛି । ତୁମେ ଜାଣିଛ, ଆମେ ସିଢ଼ିରେ ତଳକୁ ଖସି ଖସି ତମୋପ୍ରଧାନ ହୋଇଛୁ । ୮୪ ଜନ୍ମ ବି ତୁମେ ହିଁ ନେଉଛ । ପଛରେ ଯିଏ ଆସୁଛନ୍ତି ତାଙ୍କୁ ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଆସିବାକୁ ପଡିବ । ତୁମେ ତମୋପ୍ରଧାନ ହେଉଛ ତେବେ ସାରା ଦୁନିଆ ତମୋପ୍ରଧାନ ହୋଇଯାଉଛି । ତା’ପରେ ତୁମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ । ଏହି ସୃଷ୍ଟିଚକ୍ର ଘୁରି ଚାଲିଛି । ଏବେ କଳିଯୁଗ ଚାଲିଛି ତା’ପରେ ସତ୍ୟଯୁଗ ଆସିବ । କଳିଯୁଗର ଆୟୁଷ ଶେଷ ହେଲା । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଠିକ୍ ପୂର୍ବ କଳ୍ପ ପରି ପ୍ରବେଶ କରିଛି ପୁଣି ଥରେ ତୁମମାନଙ୍କୁ ରାଜଯୋଗ ଶିଖାଇବାକୁ । ଯୋଗ ତ’ ଆଜିକାଲି ବହୁତ ପ୍ରକାରର ଅଛି । ବାରିଷ୍ଟରୀ ଯୋଗ, ଇଞ୍ଜିନିୟରୀ ଯୋଗ... । ବାରିଷ୍ଟରୀ ପଢ଼ିବା ପାଇଁ ବାରିଷ୍ଟର ସାଥିରେ ବୁଦ୍ଧିଯୋଗ ଲଗାଇବାକୁ ପଡେ । ଆମେ ବାରିଷ୍ଟର ହେଉଛୁ ତେବେ ପଢ଼ାଇଲାବାଲାଙ୍କୁ ମନେପକାଉଛୁ । ତାଙ୍କର ତ’ ନିଜର ପିତା ଅଲଗା ଥାଆନ୍ତି, ଗୁରୁ ଥିଲେ ତେବେ ତାଙ୍କୁ ବି ମନେପକାଇବେ । ତେବେ ବି ବାରିଷ୍ଟରଙ୍କ ସାଥିରେ ବୁଦ୍ଧିର ଯୋଗ ରହିଥାଏ । ଆତ୍ମା ହିଁ ପଢ଼ୁଛି । ଆତ୍ମା ହିଁ ଶରୀର ଦ୍ୱାରା ଜଜ୍ ବାରିଷ୍ଟର ଆଦି ହେଉଛି ।

ଏବେ ତୁମେମାନେ ଆତ୍ମ-ଅଭିମାନୀ ହେବାର ସଂସ୍କାର ନିଜ ମଧ୍ୟରେ ଭରୁଛ । ଅଧାକଳ୍ପ ଦେହ ଅଭିମାନୀ ରହିଲ । ଏବେ ବାବା କହୁଛନ୍ତି ଦେହୀ ଅଭିମାନୀ ହୁଅ । ଆତ୍ମା ମଧ୍ୟରେ ହିଁ ପାଠପଢ଼ାର ସଂସ୍କାର ଅଛି । ମନୁଷ୍ୟ ଆତ୍ମା ହିଁ ଜଜ୍ ହେଉଛି, ଏବେ ଆମେ ବିଶ୍ୱର ମାଲିକ ଦେବତା ହେଉଛୁ, ପଢ଼ାଇବାବାଲା ହେଉଛନ୍ତି ଶିବବାବା, ପରମ ଆତ୍ମା । ସେ ହିଁ ଜ୍ଞାନର ସାଗର, ଶାନ୍ତି, ସମ୍ପତ୍ତିର ସାଗର ଅଟନ୍ତି । ଏହା ମଧ୍ୟ ଦର୍ଶାଇଥା’ନ୍ତି ଯେ ସାଗରରୁ ରତ୍ନର ଥାଳି ବାହାରିଲା । ଏହା ହେଉଛି ଭକ୍ତିମାର୍ଗର କଥା । ବାବାଙ୍କୁ ଉଲ୍ଲେଖ କରିବାକୁ ପଡେ । ବାବା ବୁଝାଉଛନ୍ତି ଏହା ହେଉଛି ଅବିନାଶୀ ଜ୍ଞାନ ରତ୍ନ । ଏହି ଜ୍ଞାନ ରତ୍ନ ଦ୍ୱାରା ତୁମେ ବହୁତ ସାହୁକାର ହେଉଛ ଏବଂ ତୁମକୁ ବହୁତ ହୀରା ଲୀଳା ଇତ୍ୟାଦି ମିଳୁଛି । ଏହି ଗୋଟିଏ-ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ଯାହା ତୁମକୁ ଏତେ ସାହୁକାର କରୁଛି । ତୁମେ ତ’ ଜାଣିଛ ଭାରତ ହିଁ ନିର୍ବିକାରୀ ବିଶ୍ୱ ଥିଲା । ସେଠାରେ ପବିତ୍ର ଦେବତାମାନେ ରହୁଥିଲେ । ଏବେ ଶ୍ୟାମଳ ଅପବିତ୍ର ହୋଇଯାଇଛନ୍ତି । ଆତ୍ମା ଏବଂ ପରମାତ୍ମାଙ୍କର ମେଳା ହେଉଛି । ଆତ୍ମା ଶରୀରରେ ଅଛି ତେଣୁ ଶୁଣିପାରୁଛି । ପରମାତ୍ମା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସନ୍ତି । ଆତ୍ମା ଏବଂ ପରମାତ୍ମାଙ୍କର ଘର ଶାନ୍ତିଧାମ ଅଟେ । ସେଠାରେ କିଛି ହଲ୍ଚଲ୍ ହୁଏ ନାହିଁ । ଏଠାକୁ ପରମାତ୍ମା ପିତା ଆସି ପିଲାମାନଙ୍କ ସହ ମିଶୁଛନ୍ତି । ସଶରୀରେ ମିଶୁଛନ୍ତି । ତାହା ତ ଘର ଅଟେ, ସେଠାରେ ବିଶ୍ରାମ ପାଇଥାନ୍ତି । ଏବେ ତୁମେମାନେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ବାକି ଦୁନିଆ କଳିଯୁଗରେ ଅଛି । ବାବା ବସି ବୁଝାଉଛନ୍ତି ଭକ୍ତିମାର୍ଗରେ ବହୁତ ଖର୍ଚ୍ଚ କରୁଛନ୍ତି, ବହୁତ ଚିତ୍ର ମଧ୍ୟ ତିଆରି କରୁଛନ୍ତି । ବଡ ବଡ ମନ୍ଦିର ତିଆରି କରୁଛନ୍ତି । ନହେଲେ କୃଷ୍ଣଙ୍କର ଚିତ୍ର ଘରେ ବି ରଖିପାରିବେ । ଚିତ୍ର ବହୁତ ଶସ୍ତା ଥାଏ ତେବେ ଏତେ ଦୂର ଦୂର ମନ୍ଦିରମାନଙ୍କୁ କାହିଁକି ଯାଆନ୍ତି । ଏହା ହେଉଛି ଭକ୍ତିମାର୍ଗ । ସତ୍ୟଯୁଗରେ ଏହି ମନ୍ଦିର ଆଦି ରହିବ ନାହିଁ । ସେଠାରେ ସମସ୍ତେ ପୂଜ୍ୟ ହେବେ । କଳିଯୁଗରେ ହେଉଛନ୍ତି ପୂଜାରୀ । ତୁମେ ବର୍ତ୍ତମାନ ସଙ୍ଗମଯୁଗରେ ପୂଜ୍ୟ ଦେବତା ହେଉଛ । ଏବେ ତୁମେ ବ୍ରାହ୍ମଣ ହୋଇଛ । ବର୍ତ୍ତମାନ ତୁମର ଏହି ଅନ୍ତିମ ପୁରୁଷାର୍ଥୀ ଶରୀର ଅତି ମୂଲ୍ୟବାନ୍ ଅଟେ । ଏହି ଶରୀର ଦ୍ୱାରା ତୁମେ ବହୁତ ରୋଜଗାର କରୁଛ । ବେହଦର ପିତାଙ୍କ ସହ ତୁମେ ଖାଉଛ ପିଉଛ । ତାଙ୍କୁ ହିଁ ଡାକୁଛ । ଏପରି ତ କହୁନାହଁ — କୃଷ୍ଣଙ୍କ ସହ ଖାଇବି । ବାବାଙ୍କୁ ମନେ ପକାଇ କୁହନ୍ତି - ତୁମେ ମାତା ପିତା... ବାଳକମାନେ ତ’ ବାବାଙ୍କ ସାଥିରେ ଖେଳିଥାନ୍ତି । କୃଷ୍ଣଙ୍କର ଆମେ ସବୁ ବାଳକ ଅଟୁ, ଏପରି କହିବେ ନାହିଁ । ସବୁ ଆତ୍ମାମାନେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟନ୍ତି । ଆତ୍ମା ଶରୀର ଦ୍ୱାରା କହୁଛି — ଆପଣ ଆସିଲେ ଆମେ ଆପଣଙ୍କ ସହ ଖେଳିବୁ, ଖାଇବୁ ସବୁକିଛି କରିବୁ । ତୁମେ ହିଁ କହୁଛ ବାପଦାଦା । ତେବେ ଯେପରି ଏହା ଘର ହୋଇଗଲା ନା । ବାପଦାଦା ଏବଂ ସନ୍ତାନମାନେ । ଏହି ବ୍ରହ୍ମା ହେଉଛନ୍ତି ବେହଦର ରଚୟିତା । ବାବା ୟାଙ୍କଠାରେ ପ୍ରବେଶ କରି ଏହାଙ୍କୁ ପୋଷ୍ୟ କରୁଛନ୍ତି । ବ୍ରହ୍ମାଙ୍କୁ କହୁଛନ୍ତି ତୁମେ ମୋର ଅଟ । ଇଏ ହେଉଛନ୍ତି ମୁଖ ବଂଶାବଳୀ । ଯେପରି ସ୍ତ୍ରୀଙ୍କୁ ବି ପୋଷ୍ୟ କରିଥା’ନ୍ତି ନା । ସେ ମଧ୍ୟ ମୁଖ ବଂଶାବଳୀ ଅଟନ୍ତି । କହିବେ ତୁମେ ମୋର ଅଟ । ତା’ପରେ ତାଙ୍କଠାରୁ କୁଖ ବଂଶାବଳୀ ସନ୍ତାନ ଜନ୍ମ ହୁଅନ୍ତି । ଏହି ନୀତି କେଉଁଠୁ ପ୍ରଚଳିତ ହେଲା ? ବାବା କହୁଛନ୍ତି ମୁଁ ଏହାଙ୍କୁ ଆଡପ୍ଟ କରିଛି ନା । ଏହାଙ୍କ ଦ୍ୱାରା ତୁମକୁ ପୋଷ୍ୟ କରୁଛି । ତୁମେ ମୋର ସନ୍ତାନ ଅଟ । ପରନ୍ତୁ ଇଏ ପୁରୁଷ ଅଟନ୍ତି । ତୁମମାନଙ୍କ ଦେଖାଶୁଣା ପାଇଁ ସରସ୍ୱତୀଙ୍କୁ ଆଡପ୍ଟ କଲି । ତାଙ୍କୁ ମାଆର ପଦବୀ ମିଳିଲା । ସରସ୍ୱତୀ ହେଉଛି ନଦୀ । ଏହି ନଦୀ ମାତା ହେଲେ ନା । ବାବା ସାଗର ଅଟନ୍ତି । ଇଏ ବି ସାଗରରୁ ବାହାରିଛନ୍ତି । ବ୍ରହ୍ମପୁତ୍ର ନଦୀ ଏବଂ ସାଗର ମିଳନର ବହୁତ ବଡ ମେଳା ଲାଗୁଛି । ଏପରି ମେଳା ଅନ୍ୟ କେଉଁଠି ଲାଗେ ନାହିଁ । ତାହା ହେଉଛି ନଦୀମାନଙ୍କର ମେଳା । ଏହା ଆତ୍ମା ଏବଂ ପରମାତ୍ମାଙ୍କର ମେଳା । ସେ ମଧ୍ୟ ଯେତେବେଳେ ଶରୀରରେ ଆସୁଛନ୍ତି ସେତେବେଳେ ମେଳା ଲାଗୁଛି । ବାବା କହୁଛନ୍ତି ମୁଁ ହୁସେନ୍ ଅଟେ । ମୁଁ ଏହାଙ୍କ ମଧ୍ୟରେ ପ୍ରତିକଳ୍ପ ପ୍ରବେଶ କରୁଛି । ଏହା ଡ୍ରାମାରେ ନିର୍ଦ୍ଧାରିତ ଅଛି । ତୁମ ବୁଦ୍ଧିରେ ସାରା ସୃଷ୍ଟିର ଚକ୍ର ଅଛି, ଏହାର ଆୟୁ ୫ ହଜାର ବର୍ଷ ଅଟେ । ଏହି ବେହଦ ଫିଲିମ୍ରୁ ପୁଣି ହଦର ଫିଲିମ୍ ତିଆରି କରୁଛନ୍ତି । ଯାହା ବିତିଗଲା ତାହା ପୁଣି ବର୍ତ୍ତମାନ ହେଉଛି । ବର୍ତ୍ତମାନ ଯାହା ହେଉଛି ତାହା ପୁଣି ଭବିଷ୍ୟତରେ ହେବ, ଯାହାକୁ ଅତୀତ କୁହାଯିବ । ଅତୀତ ହେବାରେ କେତେ ସମୟ ଲାଗିଗଲା । ନୂଆ ଦୁନିଆରୁ ଆସିବା କେତେ ସମୟ ବିତିଲା ? ୫ ହଜାର ବର୍ଷ । ତୁମେ ବର୍ତ୍ତମାନ ପ୍ରତ୍ୟେକ ସ୍ୱଦର୍ଶନ ଚକ୍ରଧାରୀ ଅଟ । ତୁମେ ବୁଝାଉଛ ଆମେ ପୂର୍ବରୁ ବ୍ରାହ୍ମଣ ଥିଲୁ ପୁଣି ଦେବତା ହେଲୁ । ତୁମମାନଙ୍କୁ ଏବେ ବାବାଙ୍କ ଦ୍ୱାରା ଶାନ୍ତିଧାମ ସୁଖଧାମର ସମ୍ପତ୍ତି ମିଳୁଛି । ବାବା ଆସି ତିନୋଟି ଧର୍ମ ଏକାଠି ସ୍ଥାପନ କରୁଛନ୍ତି । ବାକି ସମସ୍ତଙ୍କର ବିନାଶ ହୋଇଯାଉଛି । ଘରକୁ ନେଇଯିବା ପାଇଁ ତୁମକୁ ସତଗୁରୁ ବାବା ମିଳିଛନ୍ତି । ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆମକୁ ସଦ୍ଗତିକୁ ନେଇଯାଅ । ଶରୀର ନାଶଶୀଳ । ଏପରି ଯୁକ୍ତି ବତାଅ ଯେ ଆମେ ଶରୀର ତ୍ୟାଗ କରି ଶାନ୍ତିଧାମ ଚାଲିଯିବୁ । ଗୁରୁଙ୍କ ପାଖକୁ ମଧ୍ୟ ମନୁଷ୍ୟ ସେଥିପାଇଁ ଯାଆନ୍ତି । ପରନ୍ତୁ ସେ ଗୁରୁ ତ’ ଶରୀରରୁ ମୁକ୍ତ କରି ସାଥିରେ ନେଇଯାଇପାରିବେ ନାହିଁ । ପତିତ ପାବନ ହେଉଛନ୍ତି ଏକ ବାବା । ସେ ଯେତେବେଳେ ଆସୁଛନ୍ତି ତେବେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ବାବାଙ୍କୁ ହିଁ କୁହାଯାଉଛି କାଳର କାଳ, ମହାକାଳ । ସମସ୍ତଙ୍କୁ ଶରୀରରୁ ମୁକ୍ତ କରି ସାଥିରେ ନେଇଯାଉଛନ୍ତି । ଇଏ ହେଉଛନ୍ତି ପରମ ପଥପ୍ରଦର୍ଶକ । ସବୁ ଆତ୍ମାଙ୍କୁ ଘରକୁ ନେଇଯାଉଛନ୍ତି । ଏହା ଛି ଛି ଶରୀର ଅଟେ, ଏହାର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି । କେବେ ଶରୀର ଛାଡିବୁ ତେବେ ବନ୍ଧନମୁକ୍ତ ହେବୁ । ଏବେ ତୁମକୁ ଏହି ସବୁ ଆସୁରୀ ବନ୍ଧନରୁ ମୁକ୍ତ କରି ସୁଖର ଦୈବୀ ସମ୍ବନ୍ଧକୁ ନେଇଯାଉଛି । ତୁମେ ଜାଣିଛ ଯେ ଆମେ ସୁଖଧାମକୁ ଆସିବୁ ଭାୟା ଶାନ୍ତିଧାମ ଦେଇ । ତା’ପରେ ଦୁଃଖଧାମକୁ କିପରି ଆସୁଛ ଏହା ବି ତୁମେ ଜାଣିଛ । ବାବା ଆସୁଛନ୍ତି ଶ୍ୟାମରୁ ସୁନ୍ଦର କରିବାକୁ । ବାବା କହୁଛନ୍ତି ମୁଁ ତୁମର ବିଶ୍ୱସ୍ତ ପିତା ଅଟେ । ପିତା ସର୍ବଦା ଆଜ୍ଞାକାରୀ ଥା’ନ୍ତି । ପିଲାମାନଙ୍କର ବହୁତ ସେବା କରନ୍ତି । ଖର୍ଚ୍ଚ କରି ପାଠପଢ଼ାଇ ତା’ପରେ ସବୁ ଧନ ସମ୍ପତ୍ତି ପିଲାମାନଙ୍କୁ ଦେଇ ନିଜେ ଯାଇ ସାଧୁମାନଙ୍କ ସଙ୍ଗ କରିଥା’ନ୍ତି । ନିଜଠାରୁ ବି ପିଲାମାନଙ୍କୁ ଶ୍ରେଷ୍ଠ କରନ୍ତି । ଏହି ବାବା ବି କହୁଛନ୍ତି ମୁଁ ତୁମକୁ ଡବଲ୍ ମାଲିକ କରୁଛି । ତୁମେ ବିଶ୍ୱର ବି ମାଲିକ ଏବଂ ବ୍ରହ୍ମାଣ୍ଡର ମଧ୍ୟ ମାଲିକ ହେଉଛ । ତୁମର ପୂଜା ମଧ୍ୟ ଡବଲ୍ ହେଉଛି । ଆତ୍ମା ରୂପରେ ମଧ୍ୟ ପୂଜା ହେଉଛି । ଦେବତା ବର୍ଣ୍ଣରେ ମଧ୍ୟ ପୂଜା ହେଉଛି । ମୋର ତ କେବଳ ଶିବଲିଙ୍ଗ ରୂପରେ ପୂଜା ହେଉଛି । ମୁଁ ତ’ ରାଜା ହେଉନାହିଁ । ତୁମର କେତେ ସେବା କରୁଛି । ଏପରି ବାବାଙ୍କୁ ତୁମେ କାହିଁକି ଭୁଲୁଛ! ହେ ଆତ୍ମା, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ତୁମେ କାହା ପାଖକୁ ଆସିଛ ? ପ୍ରଥମେ ବାବା ପରେ ଦାଦା । ଏବେ ପିତା ହୋଇଛନ୍ତି ତା’ପରେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ଆଦିଦେବ ଏଡମ୍ ହେବେ କାହିଁକି ନା ବହୁତ ବଂଶାବଳୀ ହେଉଛି ନା । ଶିବବାବାଙ୍କୁ କେହି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର କହିବେ କି ? ପ୍ରତି କଥାରେ ତୁମକୁ ବହୁତ ଶ୍ରେଷ୍ଠ କରୁଛନ୍ତି । ଏପରି ବାବା ମିଳିଛନ୍ତି ପୁଣି ତୁମେ ତାଙ୍କୁ କାହିଁକି ଭୁଲୁଛ ? ଭୁଲିଯିବ ତ ପବିତ୍ର କିପରି ହେବ! ବାବା ପବିତ୍ର ହେବାର ଯୁକ୍ତି ବତାଉଛନ୍ତି । ଏହି ଯୋଗ ଆଧାରରେ ହିଁ ଖାଦ ବାହାରିବ । ବାବା କହୁଛନ୍ତି — ମଧୁର ସନ୍ତାନଗଣ, ଦେହ ଅଭିମାନ ଛାଡି ଆତ୍ମ ଅଭିମାନୀ ହୁଅ, ପବିତ୍ର ମଧ୍ୟ ହେବାକୁ ପଡିବ । କାମ ମହାଶତ୍ରୁ ଅଟେ । ଏହି ଗୋଟିଏ ଜନ୍ମ ମୋ ପାଇଁ ପବିତ୍ର ହୁଅ । ଲୌକିକ ପିତା ବି କହୁଛନ୍ତି ନା — କିଛି ଖରାପ କାମ କରନାହିଁ । ମୋର ଦାଢ଼ୀର ଲଜ୍ଜା ରଖ । ପାରଲୌକିକ ପିତା ବି କହୁଛନ୍ତି ମୁଁ ପବିତ୍ର କରିବାକୁ ଆସିଛି, ଏବେ ମୁହଁ କଳା କରନାହିଁ । ନହେଲେ ଇଜ୍ଜତ ହରାଇବ । ସବୁ ବ୍ରାହ୍ମଣମାନଙ୍କର ଏବଂ ବାବାଙ୍କର ବି ଇଜ୍ଜତ ହରାଇଦେବ । ଲେଖୁଛନ୍ତି ବାବା ମୋର ଅଧୋଗତି ହୋଇଗଲା । ମୁହଁ କଳା କରିଦେଲି । ବାବା କହୁଛନ୍ତି ମୁଁ ତୁମକୁ ସୁନ୍ଦର କରିବାକୁ ଆସିଛି, ତୁମେ ପୁଣି ମୁହଁ କଳା କରିଦେଉଛ । ତୁମକୁ ତ’ ସଦା ହସୀନ୍ ଅର୍ଥାତ୍ ସୁନ୍ଦର ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ଏହି ଅନ୍ତିମ ଜନ୍ମର ପୁରୁଷାର୍ଥୀ ଶରୀର ବହୁତ ମୂଲ୍ୟବାନ୍ ଅଟେ, ଏହା ମାଧ୍ୟମରେ ଭବିଷ୍ୟତ ପାଇଁ ବହୁତ ରୋଜଗାର କରିବାକୁ ହେବ । ବେହଦର ବାବାଙ୍କ ସାଥୀରେ ଖାଇବା, ପିଇବା ସହିତ ସର୍ବ ସମ୍ବନ୍ଧର ଅନୁଭୂତି କରିବାକୁ ହେବ ।

(୨) ଏପରି କୌଣସି କର୍ମ କରିବାର ନାହିଁ ଯାହା ଦ୍ୱାରା ବ୍ରାହ୍ମଣ ପରିବାରର ବା ବାବାଙ୍କର ଇଜ୍ଜତ ଚାଲିଯିବ । ଆତ୍ମ-ଅଭିମାନୀ ହୋଇ ପୁରା ପବିତ୍ର ହେବାକୁ ପଡିବ । ଯୋଗବଳ ଆଧାରରେ ପୁରୁଣା ଖାଦ ସବୁ ବାହାର କରିଦେବାକୁ ହେବ ।

ବରଦାନ:-

କଳିଯୁଗୀ ଦୁନିଆର ଦୁଃଖ-ଅଶାନ୍ତିର ଦୃଶ୍ୟକୁ ଦେଖି ସଦାକାଳ ପାଇଁ ସାକ୍ଷୀ ଅଥବା ବେହଦର ବୈରାଗୀ ହୁଅ ।

ଏହି କଳିଯୁଗୀ ଦୁନିଆରେ ଯାହାବି ହେଉଥାଉ କିନ୍ତୁ ତୁମମାନଙ୍କ ପାଇଁ ସର୍ବଦା ଉଡିବାର ସମୟ । ଦୁନିଆ ପାଇଁ ହାହାକାରର ସମୟ କିନ୍ତୁ ତୁମମାନଙ୍କ ପାଇଁ ଏହା ଜୟଜୟକାରର ସମୟ । ତୁମେମାନେ କୌଣସି ବି ପରିସ୍ଥିତିରେ ବିଚଳିତ ହେଉନାହିଁ କାରଣ ତୁମେ ପୂର୍ବରୁ ହିଁ ପ୍ରସ୍ତୁତ ଅଟେ । ସାକ୍ଷୀ ହୋଇ ସବୁ ପ୍ରକାରର ଖେଳକୁ ଦେଖୁଛ । ଯଦି କେହି କାନ୍ଦୁଛି ବା ଚିତ୍କାର କରୁଛି କିନ୍ତୁ ସାକ୍ଷୀ ହୋଇ ଦେଖିବାରେ ମଜା ଲାଗୁଛି । ତେବେ ଯେଉଁମାନେ କଳିଯୁଗୀ ଦୁନିଆର ଦୁଃଖ ଅଶାନ୍ତିର ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିଥା’ନ୍ତି ସେମାନେ ବେହଦର ବୈରାଗୀ ହୋଇଯାଆନ୍ତି ।

ସ୍ଲୋଗାନ:-

ଯେକୌଣସି ପ୍ରକାରର ଧରଣୀକୁ ଠିକ୍ କରିବାକୁ ହେଲେ ବାଣୀ ସହିତ ମନର ଶ୍ରେଷ୍ଠ ବୃତ୍ତି ଦ୍ୱାରା ମଧ୍ୟ ସେବା କର ।

*** ଓମ୍ ଶାନ୍ତି ***